୫୪,୦୦୦ କୋଟି ବନାମ ୧,୭୬,୦୦୦ କୋଟି

  • 10/09/2015

୫୪,୦୦୦କୋଟି ଟଙ୍କାର ଏଯାବତ୍ ସର୍ବବୃହତ ବିଦେଶୀ ପୁଞ୍ଜିନିବେଶକୁ ହାତଛଡ଼ା କରାଯିବା ଉଚିତ ହେବନାହିଁ-ତେଣୁ ଦକ୍ଷିଣକୋରିଆର ଇସ୍ପାତ କାରଖାନା ପୋସ୍କୋକୁ ଜଗତସିଂହପୁର ଢିଙ୍କିଆ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରିବାକୁ ଦିଆଯିବା ଆବଶ୍ୟକ ଓ ଏହା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଇଚ୍ଛା ବୋଲି ହତାଶ ହୋଇପଡ଼ିଥିବା ପୋସ୍କୋ ସମର୍ଥକମାନେ ଘୋଷି ହେଉଛନ୍ତି ।
ସେ ପଟେ ୧,୭୬,୦୦୦କୋଟି ଟଙ୍କାର କ୍ଷତି ଘଟାଇଥିବା କେନ୍ଦ୍ରମନ୍ତ୍ରୀ ପରିଷଦ ସଦସ୍ୟ ଡି.ଏମ୍.କେ. ନେତା ଏ.ରାଜାଙ୍କ ବିରୁଦ୍ଧରେ ଜନତା ପାର୍ଟିର ଅଧ୍ୟକ୍ଷ ସୁବ୍ରମଣିୟମ ସ୍ୱାମୀଙ୍କର ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କାହିଁକି ନୀରବ ରହିଲେ, ତାହାକୁ ଏକ ସତ୍ୟପାଠ ଜରିଆରେ ବୟାନ ଦେବାପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମନମୋହନ ସିଂହଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏହିଭଳି ନିଦେ୍ର୍ଧଶ ଅଭୂତପୂର୍ବ ।
ଏହି ଦୁଇଟି ସଂଖ୍ୟାରୁ ସ୍ପଷ୍ଟହୁଏ ଯେ ଯେଉଁ ପରିମାଣର ଅର୍ଥ ଭାରତ ସରକାର ହରାଇଲେ ବୋଲି ସି.ଏ.ଜି. ରିପୋର୍ଟ ସୂଚନା ଦେଇଛି ଓ ସେହି ପରିମାଣ ଅର୍ଥରେ ଅନୁ୍ୟନ ୩ଟି ପୋସ୍କୋ ଭଳି କମ୍ପାନୀର ସ୍ଥାପନା ହୋଇପାରନ୍ତା । ତେଣୁ ଏହି ପରିମାଣର ଅର୍ଥ ହରାଇ ସାରିଥିବା ଭାରତସରକାର, ଏଯାବତ୍ ଆସି ନଥିବା ମାତ୍ର ୫୪,୦୦୦କୋଟି ଟଙ୍କା ହରାଇବାର ସମ୍ଭାବନାରେ ବିବ୍ରତ ହେବା ଯଥାର୍ଥ ମନେ ହେଉନାହିଁ । ବରଂ ଏହାକୁ ଏକ ସୁଯୋଗ ବୋଲି ବିଚାର କରି ପୋସ୍କୋକୁ ତାଙ୍କ ଦେଶକୁ ସସମ୍ମାନେ ଫେରିଯିବା ପାଇଁ କହିଦେବା ରାଜନୈତିକ ଦୃଷ୍ଟିରୁ ଅଧିକ ଲାଭଜନକ ହେବ । ଭିଟାମାଟି ହରାଇବାର ଆଶଙ୍କାରେ ଥିବା ହଜାର ହଜାର ଗ୍ରାମବାସୀଙ୍କର ଶୁଭେଚ୍ଛା ସରକାର ପାଇବେ । -ଶୁଦ୍ରକ

Print Friendly, PDF & Email