ବେଦାନ୍ତର ପ୍ରବାହ ଅବ୍ୟାହତ ରହିଲେ ଝରଣା ଶୁଖିବ କାହିଁକି?

  • 10/09/2015

୧-୧୬ ନଭେମ୍ବର, ୨୦୧୦

ଇତ୍ୟବସରରେ ଓଡ଼ିଶାର କେତେକ ଭୂତତ୍ତ୍ୱବିଦ୍ ଏକ ଅନୁଷ୍ଠାନ (Society for Geoscientist and Allied Technologist (SGAT)) ତରଫରୁ ଓଡ଼ିଶାର ବକ୍ସାଇଟ ସମ୍ବଳର ଉପଯୋଗ (Development of Bauxite Resources of Orissa) ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ଆଲୋଚନା (media conference) କରିବା ବେଶ୍ ତାପôର୍ଯ୍ୟପୂର୍ଣ୍ଣ । କାରଣ ଏହି ଅବସରରେ ସେମାନେ ଦୁଇଟି ସାର୍ବଜନୀନ ଧାରଣାକୁ ମିଥ୍(myth)ର ଆଖ୍ୟା ଦେଇ ଖଣ୍ଡନ କରି କୁହନ୍ତି ଯେ, ବକ୍ସାଇଟ ଖନନ ହେଲେ ଫସଲ ଧ୍ୱଂସ ହେବ ଓ ଚିରସ୍ରୋତା ଝରଣାଗୁଡ଼ିକ ଶୁଖିଯିବ-ଏହି ଧାରଣା ଭ୍ରମାତ୍ମକ । ସେମାନଙ୍କ ଦୃଷ୍ଟିରେ ଏହିଭଳି ଭ୍ରମାତ୍ମକ ଧାରଣାର ପ୍ରସାର ବହୁଦେଶୀୟ କମ୍ପାନୀମାନଙ୍କର ଚକ୍ରାନ୍ତ ଓଡ଼ିଶାରେ ବକ୍ସାଇଟ ଉପଯୋଗ ବିରୁଦ୍ଧରେ (ଦ୍ରଷ୍ଟବ୍ୟ-Orissa Plus, The Statesman, 21/10/2010) । ଶୁଦ୍ରକର ଯାହା ମନେପଡ଼ୁଛି, ୮୦ଦଶକରେ ଯେତେବେଳେ ବାଲ୍କୋ (ଈବକ୍ଷମକ୍ଟ)ଗନ୍ଧମାର୍ଦ୍ଧନ ପର୍ବତରୁ ବକ୍ସାଇଟ ଉତ୍ତୋଳନ କରିବାର ପ୍ରସ୍ତାବ ରଖି ସ୍ଥାନୀୟ ଅଧିବାସୀଙ୍କର ବିରୋଧର ସମ୍ମୁଖୀନ ହେଲା ସେତେବେଳେ ପ୍ରଫେସର ବି.ଡ଼ି. ନାଗଚୌଧୁରୀଙ୍କର ଅଧ୍ୟକ୍ଷତାରେ ଏକ ତଦନ୍ତକାରୀ ଦଳ ଆସିଥିଲେ ଆକଳନ କରିବାକୁ ବକ୍ସାଇଟ ଖନନର ପ୍ରଭାବ । ସେମାନଙ୍କୁ ତକ୍ରାଳୀନ ଆନେ୍ଦାଳନର ନେତୃତ୍ୱ ଓ ସହଯୋଗୀମାନେ ପ୍ରଶ୍ନ କରିଥିଲେ- ଗନ୍ଧମାର୍ଦ୍ଧନ ପର୍ବତର ବିଭିନ୍ନ ଔଷଧିୟ ଗଛ ଓ ପ୍ରବାହିତ ଚିରସ୍ରୋତା ଝରଣା ସହିତ ବକ୍ସାଇଟର କୌଣସି ସମ୍ପର୍କ ନାହିଁ ତ? ବକ୍ସାଇଟ ଖନନ ହେଲେ ଏହି ଔଷଧିୟ ବୃକ୍ଷ ଓ ଚିରସ୍ରୋତା ଝରଣା ରହିବ ତ? ଏହି ପ୍ରଶ୍ନକୁ ଗୁରୁତ୍ୱଦେଇ ବି.ଡି. ନାଗଚୌଧୁରୀ କହିଥିଲେ ଯେ, ଏହି ପ୍ରଶ୍ନଗୁଡ଼ିକୁ ଅଣଦେଖା କରାଯାଇ ନପାରେ ।
ଏହି ଘଟଣାର ପ୍ରାୟଃ ତିନିଦଶନ୍ଧି ପରେ ଆମେ ଆଜି ଆମର ବାବୁ ଭୂତତ୍ତ୍ୱବିଦ୍ଙ୍କ ଠାରୁ ଶୁଣୁଛୁ ଯେ ଏହି ଧାରଣା ଭ୍ରମାତ୍ମକ, ଏକ ମିଥ୍ । ସେମାନେ ତାଙ୍କ ମନ୍ତବ୍ୟ ସପକ୍ଷରେ ପେଶ୍ କରିଛନ୍ତି ୨୫ବର୍ଷ ଧରି ବକ୍ସାଇଟ ଉତ୍ତୋଳନ ଚାଲିଥିବା ପଞ୍ଚପଟମାଳିର ଉଦାହରଣ । ସେମାନଙ୍କ ଦୃଷ୍ଟିରେ ଏ ବକ୍ସାଇଟ ଖନନ ଫଳରେ ପଞ୍ଚପଟମାଳିର ଜଙ୍ଗଲ ଧ୍ୱଂସ ପାଇନାହିଁ କି ଝରଣା ଶୁଖିନାହିଁ । ଅଥଚ ସେହି ପଞ୍ଚପଟମାଳିର ପରିବେଶ ଉପରେ, ଫେଲିକ୍ସ ପ୍ୟାଡ଼େଲ ଓ ସମରେନ୍ଦ୍ର ଦାସ ସେମାନଙ୍କର ସଦ୍ୟ ପ୍ରକାଶିତ ପ୍ରଭାବୀ ପୁସ୍ତକ (Out of this Earth: East India Adivasis and the Aluminium cartel, Orient Blackswan, 2009)ର ପୃଷ୍ଠା ୫୮-୫୯ରେ ଲେଖନ୍ତି- ପଞ୍ଚପଟମାଳି ଖଣି ଅଞ୍ଚଳର ପାଦଦେଶରେ ଥିବା କପ୍ସିପୁର ଗାଁର କନ୍ଧ ଆଦିବାସୀମାନେ ଆମକୁ ନେଇ ଶୁଖିଯାଇଥିବା ଝରଣା ଦେଖାଇଲେ । ଏହି ଝରଣାର ଜଳକୁ ବ୍ୟବହାର କରି ସେମାନେ ଏକଦା ବଦଳ କରି ବର୍ଷରେ ବହୁ ଫସଲ କରୁଥିଲେ । ଜଣେ ତ ସାକ୍ଷ୍ୟ ଦେଇ କହିଲେ, ‘ଆମର ଜଳଉତ୍ସ୍ୱ ସବୁ ଖଣି ଖନନଫଳରେ ଶୁଖିଯାଉଛି । ଆମେ ବିଭିନ୍ନ ଫସଲ କରିପାରୁ ନାହୁଁ । ମୁଁ ଶ୍ରୀ ଲାସୁ ଜାନି, ମୋର ସମ୍ପ୍ରଦାୟ ତରଫରୁ କହୁଛି ଯେ ଆମେ ବଞ୍ଚôବା ପାଇଁ ସଂଘର୍ଷ କରୁଛୁ ।’
(Kond villages in Kapsipur, who live below the mining area on Panchapatmali mine have shown us the streams that have dried up, that used to be plentiful for growing seed crops a year. one gave testimony (Das 2005): Our water sources are drying because of mining. we cannot rotate our crops. I, shri Lasu Jani speaking on behalf of my community, say we are struggling to survive.’)
କିଏ ଠିକ କହୁଛି?
ଭୁବନେଶ୍ୱରରେ ଅବସ୍ଥାପିତ ବାବୁ ଭୂତତ୍ତ୍ୱବିଦ୍ ବା ପଞ୍ଚପଟ୍ଟମାଳି ଅଞ୍ଚଳର ଆଦିବାସୀ ଲାସୁ ଜାନି?
– ଶୁଦ୍ରକ

Print Friendly, PDF & Email