ନବୀନ ପଟ୍ଟନାୟକ କ୍ଷୁବ୍ଧ । ପୋସ୍କୋ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ । ଏହି ନିଷେଧାଜ୍ଞାକୁ ବିରୋଧ କରି ସେ ଶରଣାଗତ ହୋଇଛନ୍ତି ପୋସ୍କୋ ସପକ୍ଷବାଦୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟରେ । ନବୀନ ବାବୁଙ୍କର କ୍ଷୋଭ ଗଣମାଧ୍ୟମର ବିଭିନ୍ନ ଶିରୋନାମାରେ ପ୍ରକାଶିତ ହୋଇଛି । ଦ୍ରଷ୍ଟବ୍ୟ-New Indian Express (୩ ଅଗଷ୍ଟ ୨୦୧୦) ଲେଖିଲେ- ‘‘Naveen cries foul, sends missive to PM’. The Statesman (3Aug, 2010, Orissa Plus) ଲେଖିଲେ ‘Irked Naveen seeks PM’s help’. ଧରିତ୍ରୀ (୩ଅଗଷ୍ଟ ୨୦୧୦) ଲେଖିଲେ ‘ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି ।’ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଅଧ୍ୟକ୍ଷ ଅଭୟ ସାହୁ ଏବେ ବୁଝିସାରିବେଣି ଯେ କାହିଁକି ନବୀନ ପଟ୍ଟନାୟକ ତାଙ୍କର ଅନୁରୋଧ ରକ୍ଷା କଲେନାହିଁ । ଅପରପକ୍ଷରେ ଅଦମନୀୟ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ପ୍ରତିନିଧିମଣ୍ଡଳକୁ ମନେଇ ନେଇ ସର୍ଭେ କାର୍ଯ୍ୟ ଆରମ୍ଭ କରାଇ ପାରିଥିବା ନବୀନ ଯେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ ଦଳ ନିକଟରେ ପ୍ରଭାବହୀନ ହୋଇପଡ଼ିଲେ- ତାହା ନବୀନ ବାବୁଙ୍କୁ କ୍ଷୁବ୍ଧ କରିଥିବ ବୋଲି ଅନୁମାନ କରାଯାଇପାରେ । ଏହି କ୍ଷୋଭ ଯେ ବେଶ୍ ଆନ୍ତରିକ, ତାହାର ପ୍ରତିଫଳନ ଦେଖିବାକୁ ମିଳେ ବିନା ବିରୋଧୀଦଳର ଉପସ୍ଥିତିରେ ଚାଲିଥିବା ଚଳିତ ବିଧାନସଭା ଅଧିବେଶନରେ । ଶେଷଦିନରେ ଯେତେବେଳେ ଶାସକଦଳର କେତେକ ସଭ୍ୟ ଏହିଭଳି ପ୍ରତିକ୍ରିୟା କରନ୍ତି- ସାକ୍ସେନା କମିଟି କେଉଁ ଅଧିକାରରେ ଏଠାକୁ ଆସିଥିଲେ । କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କିଏ? କାମ ବନ୍ଦ ପାଇଁ କାହିଁକି ନୋଟିସ ଦିଆଯାଇଛି ।’ (ଧରିତ୍ରୀ, ଅଗଷ୍ଟ ୮, ୨୦୧୦) ।
Ersama-Balikuda MLA Prasanta Muduli went a step further calling the saxena committee an agent of a few NGO groups and business houses like Tata’ (New Indian Express, 8th August 2010)
‘It is a conspiracy against the project by some vested interests’ (New Indian Express, 8th August, 2010)
‘ଓଗ୍ଧ ସଗ୍ଦ ବ ମକ୍ଟଦ୍ଭଗ୍ଦକ୍ଟ୍ରସକ୍ସବମଚ୍ଚ ବଶବସଦ୍ଭଗ୍ଦଗ୍ଧ ଗ୍ଧଷର କ୍ଟ୍ରକ୍ସକ୍ଟହରମଗ୍ଧ ଭଚ୍ଚ ଗ୍ଦକ୍ଟଜ୍ଞର ଙ୍ଖରଗ୍ଦଗ୍ଧରୟ ସଦ୍ଭଗ୍ଧରକ୍ସରଗ୍ଦଗ୍ଧଗ୍ଦ’ (ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୮ଗ୍ଧଷ ଇଙ୍କଶଙ୍କଗ୍ଦଗ୍ଧ, ୨୦୧୦)
ଯେଉଁ ସଭ୍ୟମାନେ ଏପରି ପ୍ରତିକ୍ରିୟା କରିଥିଲେ ବୋଲି ଗଣମାଧ୍ୟମରୁ ସୂଚନା ମିଳୁଛି ସେମାନେ ହେଉଛନ୍ତି ଭୋଗରାଇ ବିଧାୟକ ଅନନ୍ତଦାସ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଜୟଦେବ ବିଧାୟକ ଅରବିନ୍ଦ ଢାଲୀ ଓ ଏରସମା -ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲୀ । ନେତା ନବୀନବାବୁଙ୍କର କ୍ଷୋଭକୁ ପ୍ରତିଫଳିତ କରିବାର ପବିତ୍ର କର୍ତ୍ତବ୍ୟ ଯେ ଏହି ଚାରିଜଣ ବିଧାୟକ ପାଳନ କରିଛନ୍ତି ଓ ଏତଦ୍ ଦ୍ୱାରା ଶାସକ ବିଧାୟକମାନଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି-ଏଥିରେ ସନେ୍ଦହ ନାହିଁ । ଅନ୍ୟମାନେ ଆନୁଗତ୍ୟ ପ୍ରଦର୍ଶନରୁ ବାଦ୍ ପଡ଼ିଯିବାର ଗ୍ଳାନିରେ ଯେ ଆକ୍ରାନ୍ତ ହେଉନଥିବେ ଏକଥା କୁହାଯାଇପାରିବ ନାହିଁ । ତେବେ ସେ ଅଞ୍ଚଳର ଟାଣୁଆ ନେତା ପାରାଦ୍ୱୀପର ଶାସକଦଳ ବିଧାୟକ ଡାକ୍ତର ଦାମୋଦର ରାଉତ-ଏହିଭଳି ଅବସରର ସୁଯୋଗ ନନେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଯାହା ସମସ୍ତଙ୍କୁ ନିଶ୍ଚିତଭାବରେ ଚକିତ କରିଦେବ ତାହାହେଉଛି ପ୍ରଶାନ୍ତ ମୁଦୁଲୀଙ୍କର ପରିସଂଖ୍ୟାନ ଯେ ଅଞ୍ଚଳର ଶତକଡ଼ା ୯୫ଭାଗ ଅଧିବାସୀ ପୋସ୍କୋର ପ୍ରତିଷ୍ଠା ଚାହୁଁଥିବା ବେଳେ ମାତ୍ର ଶତକଡ଼ା ୫ଭାଗ ଲୋକ ଏହାକୁ ବିରୋଧ କରୁଛନ୍ତି । (ଦ୍ରଷ୍ଟବ୍ୟ- New Indian Express, 8th August, 2010)। ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ପ୍ରଶାନ୍ତ ବାବୁଙ୍କର ନିର୍ବାଚନମଣ୍ଡଳୀ ଭିତରେ ହୋଇଥିବାରୁ ଏହି ପରିସଂଖ୍ୟାନକୁ ସମ୍ମାନଦେଇ ଗ୍ରହଣ କଲାବେଳେ ସ୍ୱାଭାବିକ ମନ ଭିତରେ ପ୍ରଶ୍ନ ଆସେ ଯେ ଶତକଡ଼ା ୫ଭାଗ ଲୋକ, ୫ବର୍ଷ ଧରି ପୋସ୍କୋ ଭଳି ଏକ ଶକ୍ତିଶାଳୀ କମ୍ପାନୀକୁ ବିଶେଷତଃ ଯେତେବେଳେ ରାଜ୍ୟ ସରକାରର ବିଭିନ୍ନ ବିଭାଗରୁ ସେ ପାଉଛି ଅଭୂତପୂର୍ବ ସମର୍ଥନ,ପ୍ରତିଷ୍ଠା ନକରାଇ ଦେବାରେ ସଫଳ ହୋଇପାରିଛନ୍ତି କିପରି? ଅପରପକ୍ଷରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଏକତା ଅବ୍ୟାହତ ରହିଥିବାବେଳେ ପୋସ୍କୋ ସପକ୍ଷବାଦୀମାନେ କ୍ରମଶଃ ବିଭାଜିତ ହୋଇଯିବା ଓ ପ୍ରତିରୋଧ ସଂଗ୍ରାମ ସମିତି ସହ ସ୍ୱର ମିଳାଇବା ଯେତେବେଳେ କ୍ଷେତ୍ରଦୃଶ୍ୟ-ସେତେବେଳେ ଉପରୋକ୍ତ ପରିସଂଖ୍ୟାନକୁ ଏକ ବସ୍ତୁନିଷ୍ଠ ଅନୁଶୀଳନର ଆଧାର କରିବା ସମ୍ଭବ ବୋଲି ମନେ ହୁଏ ନାହିଁ ।
ଶାସକଦଳର ସଭ୍ୟମାନେ ଏହିଭଳି ପ୍ରତିକ୍ରିୟା ବ୍ୟକ୍ତ କରୁଥିବାବେଳେ ସେମାନେ ଅବଶ୍ୟ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ପ୍ରକଳ୍ପପାଇଁ ଆଗ୍ରହୀ । ବିଧାୟକ ଅନନ୍ତ ଦାସ ତ’ ପଚାରିଛନ୍ତି ଯେ ପରିବେଶମନ୍ତ୍ରୀ କ’ଣ ପ୍ରଧାନମନ୍ତ୍ରୀଙ୍କ ଉପରେ? ଏହା ତ’ ଭିନ୍ନ କଥା ଯେ ପ୍ରଧାନମନ୍ତ୍ରୀଙ୍କର ପୋସ୍କୋ ପ୍ରତି ସମର୍ଥନକୁ ଉପଲକ୍ଷ୍ୟ କରି ପୋସ୍କୋ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଆମ ରାଜ୍ୟର ଶାସକଦଳ ଓ ଏହାର ନେତା କିଛିଦିନ ତଳେ ପ୍ରଧାନମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ନଦେବା ଓଡ଼ିଆ ଜାତିର ସ୍ୱାଭିମାନ ଉପରେ ନିଷ୍ଠୁର ଆଘାତ ବୋଲି ସର୍ବସାଧାରଣଙ୍କୁ ଧାରଣା ଦେଇଥିଲେ । ଏହା ପୋସ୍କୋର କରାମତି ଯେ ଆମରାଜ୍ୟର ଶାସକଦଳକୁ ସେ ପ୍ରଧାନମନ୍ତ୍ରୀଙ୍କର ଶରଣାଗତ କରାଇପାରିଛି ।
କାହିଁକି ପରିବେଶ ମନ୍ତ୍ରଣାଳୟ ଏପରି ନିଦେ୍ର୍ଧଶ ଦେଲେ?
ନବୀନବାବୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଗଣମାଧ୍ୟମରେ ପ୍ରକାଶିତ ବିଷୟବସ୍ତୁରୁ ଜଣାପଡ଼େ ଯେ ରାଜ୍ୟସରକାର ୨୬ଜୁନ୍ ୨୦୦୭ଦିନ ୧୨୩୫ ହେକ୍ଟର ଜଙ୍ଗଲ ଜମିର ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହା କେନ୍ଦ୍ର ସରକାରଙ୍କର ଜଙ୍ଗଲ ପରାମର୍ଶଦାତା କମିଟି (Forest Advisory Committee) ଦ୍ୱାରା ଅନୁମୋଦିତ ହୋଇଥିଲା ୯ଅଗଷ୍ଟ ୨୦୦୭ଦିନ । ମାନ୍ୟବର ସୁପ୍ରିମକୋର୍ଟ ୮ଅଗଷ୍ଟ ୨୦୦୮ଦିନ ଜମି ଅଧିଗ୍ରହଣ ପାଇଁ ଅନୁମତିଦେଲେ । ୧୯ସେପ୍ଟେମ୍ବର ୨୦୦୮ ଦିନ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପୋସ୍କୋ ପାଇଁ ଜମି ଅଧିଗ୍ରହଣକୁ ନୀତିଗତ ସ୍ୱୀକୃତି ଦେଲା ଯାହା ଚୂଡ଼ାନ୍ତ ହେଲା ୨୯ଡିସେମ୍ବର ୨୦୦୯ରେ । (The Statesman, 7th August 2010, Orisa Plus) । ତେଣୁ ନବୀନ ବାବୁଙ୍କର ଯୁକ୍ତି ଯେ, ପୋସ୍କୋ ପାଇଁ ଜମି ଅଧିଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କର ଅନୁମତି ମିଳିଛି ।
କିନ୍ତୁ ଏହି ଅନୁମତି ଯେ ସର୍ତ୍ତାଧାରିତ ଥିଲା ତାହା ନବୀନବାବୁ ତାଙ୍କ ପତ୍ରରେ ଉଲ୍ଲେଖ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପୋସ୍କୋ ବିରୋଧୀ ଆନେ୍ଦାଳନକାରୀମାନେ । ସର୍ତ୍ତ ଥିଲା ଯେ ଜଙ୍ଗଲ ଅଧିକାର ଆଇନ (Forest Rights Act 2006)ର ଧାରାଗୁଡ଼ିକୁ ପାଳନ କରିବାକୁ ହେବ । ୩୦ଜୁଲାଇ ୨୦୦୯ଦିନ ପରିବେଶ ମନ୍ତ୍ରଣାଳୟ ତରଫରୁ ଏକ ସର୍କୁଲାର (F.No.11-9/1998-FC (Pt)) ପ୍ରକାଶ କରାଗଲା ଯେଉଁଥିରେ ଜଙ୍ଗଲ ଅଧିକାର ଆଇନକୁ କିପରି କାର୍ଯ୍ୟକାରୀ କରାଯିବ, ତାହାର ଉଲ୍ଲେଖ କରାଗଲା । ୧୧ଫେବୃୟାରୀ ୨୦୧୦ରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ (Ministry of Tribal affairs) ତରଫରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠିତ ହେଲା ଡକ୍ଟର ଏନ୍.ସି. ସାକ୍ସେନା (ନରେଶ ଚନ୍ଦ୍ର ସାକ୍ସେନା)ଙ୍କର ଅଧ୍ୟକ୍ଷତାରେ ଅନୁଧ୍ୟାନ କରିବା ପାଇଁ ଯେ ଜଙ୍ଗଲ ଅଧିକାର ଆଇନର ସଠିକ୍ ପାଳନ ହେଉଛି କି ନାହିଁ । (ଦ୍ରଷ୍ଟବ୍ୟ- A Summary of the Ministry’s Major Initiatives on Environment, Forests and Wildlife in 2009-2010, June 2010, http://moef.nic.in)
ବହୁ ବିତର୍କରେ ବେଷ୍ଟିତ ପୋସ୍କୋପାଇଁ ଜମି ଅଧିଗ୍ରହଣ ପୂର୍ବରୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଠିକ ଭାବରେ ପାଳନ ହୋଇଛି କି ନାହିଁ ତାହା ଜାଣିବା ପାଇଁ ସାକ୍ସେନା କମିଟି ପୋସ୍କୋ ଅଞ୍ଚଳ ପରିଦର୍ଶନରେ ଆସିବା (୨୩-୨୪ଜୁଲାଇ ୨୦୧୦) ଆଦୌ ଅନଧିକାର ଚର୍ଚ୍ଚା ନୁହେଁ । ଯଦି ଜଙ୍ଗଲ ଅଧିକାର ଆଇନ -୨୦୦୬ଟିର ସଠିକ୍ ପାଳନ ରାଜ୍ୟ ସରକାର କରିଥାନ୍ତେ- ତା’ହେଲେ ଏହି କମିଟି ଏହାର ଉଲ୍ଲଂଘନ ହୋଇଛି ବୋଲି ମନ୍ତ୍ରଣାଳୟକୁ ଜଣାଇ ନଥାନ୍ତା କି ମନ୍ତ୍ରଣାଳୟ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇନଥାନ୍ତା । ୪ଅଗଷ୍ଟ ୨୦୧୦ଦିନ ସାକ୍ସେନା କମିଟି ମନ୍ତ୍ରଣାଳୟକୁ ଜଣାଇଲେ ଯେ ରାଜ୍ୟ ସରକାରଙ୍କର ତଥ୍ୟ ଯେ ସେ ଅଞ୍ଚଳରେ ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ (Other traditional forest dwelles) ନାହାନ୍ତି, ତାହା ଠିକ୍ ନୁହେଁ । ପୋସ୍କୋ ପାଇଁ ଆବଶ୍ୟକ ୪୦୦୪ଏକର ଜମି ଭିତରୁ ୨୯୫୮ଏକର ହେଉଛି ଜଙ୍ଗଲ ଜମି ଯେଉଁଠାରେ ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ବସବାସ କରୁଛନ୍ତି । ତେଣୁ ୨୯ଡିସେମ୍ବର ୨୦୦୯ଦିନ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଅନୁମୋଦନକୁ ପ୍ରତ୍ୟାହାର କରାଯାଉ ।
ପୋସ୍କୋ ପଥରେ ଅନ୍ତରାୟ ସୃଷ୍ଟି କରିଥିବା ସାକ୍ସେନା କମିଟିର ଏତାଦୃଶ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଆଉ ଏକ ୪ଜଣିଆ କମିଟି ଗଠନ କରିଛନ୍ତି(Times of India, July 29, 2010) । ଏହାର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ କେନ୍ଦ୍ର ପରିବେଶ ସଚିବ ଶ୍ରୀମତୀ ମୀନା ଗୁପ୍ତା । ଏହି କମିଟି ଅନୁଧ୍ୟାନ କରିବେ ଯେ ଓଡ଼ିଶା ସରକାର ପୋସ୍କୋ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ସଠିକ ଭାବରେ ପାଳନ କରିଛନ୍ତି କି ନାହିଁ ତାହା ଅନୁଧ୍ୟାନ କରି ଦୁଇମାସ ଭିତରେ ରିପୋର୍ଟ ଦେବେ । କହିବାବାହୁଲ୍ୟ ଯେ ସାକ୍ସେନା କମିଟି ଯେଉଁ ଅନୁଧ୍ୟାନର ଦାୟିତ୍ୱ ନେଇଥିଲା, ଠିକ୍ ତାହାର ହିଁ ଅନୁଧ୍ୟାନ କରିବେ ମୀନାଗୁପ୍ତା କମିଟି । ତେଣୁ ଅନେକେ ମୀନା ଗୁପ୍ତା କମିଟିର ଗଠନ ପଛରେ ଉଦେ୍ଧଶ୍ୟ ବୁଝିପାରୁନାହାନ୍ତି । ପୁନଶ୍ଚ ସାକ୍ସେନା କମିଟିର ସୁପାରିଶକୁ ଗ୍ରହଣ କରି ପରିବେଶ ମନ୍ତ୍ରଣାଳୟ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଇତ୍ୟାଦି ସମସ୍ତ କାର୍ଯ୍ୟ ଉପରେ ନିଷେଧାଜ୍ଞା ଜାରି କରିଥିବା ବେଳେ-ମୀନାଗୁପ୍ତା କମିଟିର ଗଠନ କେତେଦୂର ପ୍ରଭାବୀ ହେବ, ତାହାମଧ୍ୟ ଅନେକେ ପ୍ରଶ୍ନ କରୁଛନ୍ତି । କିନ୍ତୁ ଯେଉଁମାନେ ଜାଣନ୍ତି ଯେ ମୀନା ଗୁପ୍ତା ପରିବେଶ ସଚିବ ଥିବାବେଳେ ପୋସ୍କୋ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ ପାଇଥିଲା-ସେମାନେ ଏହି କମିଟିଠାରୁ ପୋସ୍କୋ ସପକ୍ଷରେ ରିପୋର୍ଟ ନିଶ୍ଚିତ ବୋଲି ଧରି ନେଇଛନ୍ତି । ଏହି କମିଟିରେ ଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ((Forest Survey of India))ର ପୂର୍ବତନ ମହାନିଦେ୍ର୍ଧଶକ ଦେବେନ୍ଦ୍ର ପାଣ୍ଡେ ଜଣେ ବୃହତ୍ ପ୍ରକଳ୍ପର ନିଷ୍ଠାପର ସମର୍ଥକ ଭାବେ ଜଣାଶୁଣା । ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ବଡ଼ ବଡ଼ ଡ୍ୟାମ ପ୍ରକଳ୍ପକୁ ମଞ୍ଜୁରୀ ଦେବାରେ ତାଙ୍କର ଭୂମିକା ସର୍ବବିଦିତ । ତେଣୁ ବୃହତ୍ ପୋସ୍କୋ ପ୍ରକଳ୍ପ ପାଇଁ ଏହି ମହାଶୟଙ୍କର ସମର୍ଥନ ମୀନାଗୁପ୍ତା ପାଇବା ଅସ୍ୱାଭାବିକ ନୁହେଁ । ଅନ୍ୟ ଦୁଇଜଣ ସଭ୍ୟ ହେଉଛନ୍ତି ଊର୍ମିଲା ପିଙ୍ଗ୍ଲେ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority) ବୋର୍ଡ଼ରେ ନୃତତ୍ତ୍ୱବିତ୍) ଓ ବି.ସୁରେଶ (ଅଧିବକ୍ତା, ମାଡ଼୍ରାସ ହାଇକୋର୍ଟ) । ତେବେ ମୀନାଗୁପ୍ତା କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସାକ୍ସେନା କମିଟି ରିପୋର୍ଟ ଓ ତା’ଉପରେ ପର୍ଯ୍ୟବସିତ ପରିବେଶ ମନ୍ତ୍ରଣାଳୟର ନିଷେଧାଜ୍ଞା କାଏମ ରହିବ ବୋଲି ଆଶା କରାଯାଇପାରେ ।
ସାକ୍ସେନା କମିଟି ରିପୋର୍ଟ ହେଉ ବା ଏହାର ପ୍ରତିକୂଳ ପ୍ରଭାବକୁ କାଟିବା ପାଇଁ ମୀନା ଗୁପ୍ତା କମିଟିର ସମ୍ଭାବ୍ୟ ରିପୋର୍ଟ ହେଉ- ଜଙ୍ଗଲ ଅଧିକାର ଆଇନ -୨୦୦୬ର ଧାରାଗୁଡ଼ିକୁ ଯଦି ରାଜ୍ୟ ସରକାର ସଠିକ ଭାବରେ ପାଳନ କଲେ ବୋଲି ଦର୍ଶାଇ ଦିଅନ୍ତି- ତା’ହେଲେ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଉପରେ କେନ୍ଦ୍ର ସରକାରଙ୍କ ତରଫରୁ ଆଉ କୌଣସି ଅଙ୍କୁଶ ରହିବନାହିଁ ଏହା ନିଶ୍ଚିତ । ଏହିଭଳି ପରିସ୍ଥିତି ଉପୁଜିଲେ ସେହି ଅଞ୍ଚଳର ଅଧିବାସୀମାନେ ଭିଟାମାଟି ଛାଡ଼ିବେ କି ନାହିଁ- ତାହା ଆଉଏକ ପ୍ରଶ୍ନ । ଗୋଟିଏ ପଟେ ନିରୋଳାଲୋକ ଆଉ ଆର ପଟେ ଏକାଠି ହୋଇଛନ୍ତି ନ୍ୟାୟାଳୟ, ବ୍ୟବସ୍ଥାପିକା, ପ୍ରଶାସନ । ଭିଟାମାଟିକୁ ବଞ୍ଚାଇ ରଖିବା ଏକ ବିରାଟ ଆହ୍ୱାନର ସମ୍ମୁଖୀନ । ଏହି ଆହ୍ୱାନକୁ ମୁକାବିଲା କରିବା ପାଇଁ ଅଞ୍ଚଳର ଅଧିବାସୀମାନେ ପ୍ରସ୍ତୁତ ବୋଲି ଜଣାପଡ଼ୁଛି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଘୋଷଣାର ବାରମ୍ବାରତାରୁ ଯେ ସେମାନେ ପୋସ୍କୋକୁ ଦକ୍ଷିଣ କୋରିଆକୁ ଫେରାଇ ଦେବେ ହିଁ ଫେରାଇଦେବେ ।
ଶୁଦ୍ରକର ବିନୀତ ଅନୁରୋଧ ଯେ ମୁଖ୍ୟଧାରାର ଲୋକ ପ୍ରତିନିଧିମାନେ ଲୋଭ ପ୍ରତିନିଧିରେ ରୂପାନ୍ତରିତ ହେବାର ଆକର୍ଷଣରୁ ନିଜକୁ ରକ୍ଷାକରନ୍ତୁ- ଲୋପ ପ୍ରତିନିଧି ଅବସ୍ଥାରେ ଉପନୀତ ନହୁଅନ୍ତୁ ।
-ଶୁଦ୍ରକ
୧-୧୬ ସେପ୍ଟେମ୍ବର, ୨୦୧୦