୧-୧୫ ଏପ୍ରିଲ, ୨୦୧୧
କଳାଧନ ଓ ହାସାନ ଅଲ୍ଲୀମାନେ
୮୦୦ କୋଟି ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୪୦,୦୦୦କୋଟି ଟଙ୍କା ବିଦେଶୀ ବ୍ୟାଙ୍କରେ ରଖିବା, ୫୦,୦୦୦କୋଟି ଟଙ୍କାରୁ ଊଦ୍ଧ୍ୱର୍ ପରିମାଣ ଆୟକର ଟିକସ ବକେୟା ରଖିବାଏବଂ ଏହା ରାଜ୍ୟସଭାରେ ପ୍ରଘଟ (୪ଅଗଷ୍ଟ ୨୦୦୯) ହେଲାପରେ ମଧ୍ୟ ବେଧଡ଼କ ଦୁଇବର୍ଷ ଧରି ମୁକ୍ତବାୟୁରେ ବୁଲିପାରୁଥିବା ବ୍ୟକ୍ତି ଯେ ନିଶ୍ଚିତ ଭାବେ ଜଣେ ଖୁବ୍ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବେ- ଏହା କହିବା ଅନାବଶ୍ୟକ । ରାମଜେଠମାଲାନୀଙ୍କ ଦ୍ୱାରା ଦାଏର ହୋଇଥିବା କଳାଧନ ଉଦ୍ଧାରପାଇଁ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଯଦି ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଦ୍ୱୟ ଶ୍ରୀଯୁକ୍ତ ବି.ସୁଦର୍ଶନ ରେଡ୍ଡୀ ଏବଂ ଶ୍ରୀଯୁକ୍ତ ଏସ୍.ଏସ୍.ନିର୍ଜ୍ଜର ତାଙ୍କର ଅକୃତ୍ରିମ ଅସନ୍ତୋଷ ବ୍ୟକ୍ତ କରିନଥାନ୍ତେ ଓ ‘ଏ ଦେଶରେ କ’ଣ ଚାଲିଛି?’ ବୋଲି କଠୋର ପ୍ରଶ୍ନ କରିନଥାନ୍ତେ, ତା’ହେଲେ ଏହି ବ୍ୟକ୍ତିଜଣକ ମଧ୍ୟ ମୁକ୍ତବାୟୁ ସେବନ କରୁଥାନ୍ତେ । ଗତ କିଛିଦିନ ହେଲା ସେ ବନ୍ଦୀ ଓ ଅନୁସନ୍ଧାନକାରୀମାନଙ୍କର ତଦନ୍ତର ଖାପ୍ଚାରେ । ଏହି ବ୍ୟକ୍ତିଜଣକ ହେଉଛନ୍ତି-ଜଣେ ଅଶ୍ୱପାଳକ, ରେସ୍ କୋର୍ସରେ ଦଉଡ଼ୁଥିବା ଘୋଡ଼ାମାନଙ୍କର ମାଲିକ । ନାଁ ତାଙ୍କର ହାସାନ ଅଲ୍ଲୀ ଖାଁ,ବୟସ ୫୮ । ମୂଳ ଅଧିବାସୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଅଞ୍ଚଳର ।
ଦ୍ୱାଦଶ ଶ୍ରେଣୀଯାଏ ପଢ଼ିଥିବା ହାସନ ଅଲ୍ଲୀ ଜଣେ ଅବକାରୀ ବିଭାଗ ଅଫିସରଙ୍କର ପୁଅ । ସେ ଜୀବିକାର୍ଜନ ଆରମ୍ଭ କରନ୍ତି ଟୁ୍ୟସନ ଶିକ୍ଷକ ଭାବେ-୭୦ଦଶକରେ । କିନ୍ତୁ ୧୯୮୨ବେଳକୁ ତାଙ୍କ ବ୍ୟାଙ୍କ୍ଖାତାରେ ଜମା ହୋଇଯାଇଥିଲା ୫କୋଟି ଟଙ୍କା । ଅନୁସନ୍ଧାନକାରୀ ଦଳ ଆଚମ୍ବିତ ଯେ ଜଣେ ଟୁ୍ୟସନ ଶିକ୍ଷକର ବ୍ୟାଙ୍କ ଖାତାରେ ଏତେ ଟଙ୍କା ଆସିଲାକେଉଁଠୁ? ତା’ପରେ ବହୁ ବ୍ୟବସାୟରେ ହାତ ଦିଅନ୍ତି ହାସନ ଅଲ୍ଲୀ-ଗାଡ଼ି ଭଡ଼ା ଦିଅନ୍ତି, ପୂରାତତ୍ତ୍ୱ ସାମଗ୍ରୀ ବିକନ୍ତି, ସୁନାଗହଣା ବେପାରରେ ମଧ୍ୟ ମାତନ୍ତି । କିନ୍ତୁ ସବୁଥିରେ ହୁଅନ୍ତି ବିଫଳ । (ଦ୍ରଷ୍ଟବ୍ୟ-ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝଗ୍ଧବଦ୍ଭୟବକ୍ସୟ, ଙ୍ଗରରଳରଦ୍ଭୟ, ୧୯.୩.୨୦୧୧) ସବାଶେରେ ସେ ପଶନ୍ତି ଅଶ୍ୱ ଅବଲମ୍ବିତ ବ୍ୟବସାୟରେ-ଘୋଡ଼ାପାଳିବାରେ, ରେସ୍କୋର୍ସରେ ଘୋଡ଼ା ଦଉଡ଼ାଇବାରେ ଓ ‘ଘୋଡ଼ା ବାଲା’ ହାସନ ଅଲ୍ଲୀ ବୋଲି ସମ୍ବୋଧିତ ହୁଅନ୍ତି । ଦୃଶ୍ୟମାନ ବ୍ୟବସାୟମାନଙ୍କରେ ସମସ୍ତ ବିଫଳତା ସତ୍ତ୍ୱେ ତାଙ୍କର ଆୟ ମାତ୍ର ୬ବର୍ଷ ଭିତରେ ୧୦୦ଗୁଣ ବୃଦ୍ଧି ପାଏ;୨୦୦୧-୦୨ମସିହାରେ ୫୨୮.୯କୋଟି ଟଙ୍କାର ମାଲିକ ୨୦୦୬-୦୭ରେ ୫୪୨୬୮.୬କୋଟି ଟଙ୍କାର ମାଲିକ ହୋଇଯାଏ । (ଦ୍ରଷ୍ଟବ୍ୟ- ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୯.୩.୨୦୧୧)
ଟୁ୍ୟସନ ଶିକ୍ଷକ ଭାବେ ଜୀବିକାର୍ଜନ ଆରମ୍ଭ କରିଥିବା ହାସନ ଅଲ୍ଲୀଙ୍କର ଅବଶ୍ୟ ଏକ ପୂରାତନ ଅପରାଧୀ ପୃଷ୍ଠଭୂମି ରହିଛି । ବ୍ୟାଙ୍କ୍କୁ ଠକିବା, ଡାକ୍ତରଙ୍କ ଉପରେ ଏସିଡ଼ ଫୋପାଡ଼ିବା, ପାସପୋର୍ଟ ଜାଲିଆତି କରିବା, ଆନ୍ତର୍ଜାତିକ ସ୍ତରରେ କୁଖ୍ୟାତ ଅପରାଧୀମାନଙ୍କ ନିକଟ ସମ୍ପର୍କରେ ରହିବା ଭଳି ଅଭିଯୋଗ ତାଙ୍କ ବିରୁଦ୍ଧରେ ଥିବା ସତ୍ତ୍ୱେ ସେ କ୍ଷମତାସୀନଙ୍କ ପାଇଁ ଆକର୍ଷଣୀୟ ହୋଇ ରହିଥିଲେ ଓ ବେଶ୍ ଦୃଷ୍ଟିଆକର୍ଷଣକାରୀ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । (ପାସପୋର୍ଟ ଜାଲିଆତି ମାମଲାରେ ହାସନ ଅଲ୍ଲୀଙ୍କୁ ଜେରା କରିବା ବେଳେ ବରିଷ୍ଠ ପୁଲିିସ ଅଫିସର ଅଶୋକ ଦେଶଭ୍ରତର ଯେଉଁ ଭିଡ଼ିଓ ରେକର୍ଡ଼ିଂ କରିଥିଲେ, ସେଥିରୁ ଜଣାପଡ଼େ ଯେ ହାସନ ଅଲ୍ଲୀଙ୍କର କ୍ଷମତାସୀନ ରାଜନୈତିକ ଦଳର ନେତୃବର୍ଗଙ୍କ ସହ ବେଶ୍ ବସାଉଠା ଥିଲା । ୧୫ମାର୍ଚ୍ଚ ୨୦୦୮ଦିନ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କର ରାଜନୈତିକ ସଚିବ ଅହମ୍ମଦ ପଟେଲ ହାସାନ ଅଲ୍ଲୀଙ୍କୁ ଦେଖା କରିଥିଲେ ବୋଲି ସୂଚନା ଦିଅନ୍ତି ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ରାଜିନ୍ଦର ପୁରୀ । (ଦ୍ରଷ୍ଟବ୍ୟ- ଔଙ୍କୟଶରଗ୍ଦ କ୍ଟଦ୍ଭ କ୍ସସଶଷଗ୍ଧ ଗ୍ଧକ୍ସବମଳ!- ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ ୩୧.୩.୨୦୧୧) ଅବଶ୍ୟ ଭିଡ଼ିଓ ରେକର୍ଡ଼ିଂ ପାଇଁ ଇତ୍ୟବସରରେ ନିଲମ୍ବିତ ହୋଇଛନ୍ତି ଅଶୋକ ଦେଶଭ୍ରତର -ଯଦିଓ ଏହି ରେକର୍ଡ଼ିଂ ସିଡ଼ିକୁ ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଦ୍ୱାଦଶଶ୍ରେଣୀ ଯାଏଁ ପଢ଼ିଥିବା, ଅପରାଧୀ ପୃଷ୍ଠଭୂମି ଥିବା ଜଣେ ବ୍ୟକ୍ତି କ୍ଷମତାସୀନ ବ୍ୟକ୍ତିମାନଙ୍କର ଏତେ ପାଖଲୋକ ହୋଇପାରେ ଓ ସମସ୍ତ ଦୃଶ୍ୟମାନ ବ୍ୟବସାୟରେ ବିଫଳତା ସତ୍ତ୍ୱେ ବିପୁଳ ଟଙ୍କାର ମାଲିକ ହୋଇପାରେ- ଏହା ଏକ ଗଭୀର ଅସାଧୁ ମେଣ୍ଟର ଯେ ନିଦର୍ଶନ ତାହା କହିବା ବାହୁଲ୍ୟମାତ୍ର । ଏହା କ୍ଷମତାସୀନଙ୍କର କଳାଧନ ଉପଯୋଗର ଏକ ବିଶ୍ୱସ୍ତ ମାଧ୍ୟମ ଭାବେ ହାସାନ ଅଲ୍ଲୀଙ୍କର ଭୂମିକା ପ୍ରତି ଯେ ଇଙ୍ଗିତ କରୁଛି-ଏହାକୁ ଅବିଶ୍ୱାସ କରାଯାଇ ନପାରେ ।
କ୍ଷମତାସୀନଙ୍କ ଦ୍ୱାରା ଠୁଳିକୃତ କଳାଟଙ୍କାର ଶ୍ୱେତକରଣ ଓ ନିବେଶ ସୁଯୋଗ ସୃଷ୍ଟିର ପ୍ରକ୍ରିୟାରେ ମାଧ୍ୟମ ଭାବେ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କୁ ଯଦି ଏକ ଶ୍ରେଣୀରେ ରଖାଯାଏ, ତା’ହେଲେ ହାସାନ ଅଲ୍ଲୀ ଏହି ଶ୍ରେଣୀରେ ଯେ ଜଣେ ଅଗ୍ରଗଣ୍ୟର ସ୍ଥାନ ଅଧିକାର କରିବେ ଏଥିରେ ସନେ୍ଦହ ନାହିଁ, କିନ୍ତୁ ଏହି ଶ୍ରେଣୀର ସଭ୍ୟ ଯେ ରାଷ୍ଟ୍ରୀୟସ୍ତରରୁ ଆରମ୍ଭକରି ଗ୍ରାମ୍ୟସ୍ତର ଯାଏଁ ବ୍ୟାପିଗଲାଣି- ତାହା ଯେକୌଣସି ଅନିସନ୍ଧିତ୍ସୁ ବ୍ୟକ୍ତି ସାମାନ୍ୟ ପ୍ରୟାସରେ ଜାଣିପାରିବେ । ରାଷ୍ଟ୍ରୀୟସ୍ତରର କ୍ଷମତାସୀନମାନଙ୍କର କଳାଧନକୁ ବିଦେଶୀବ୍ୟାଙ୍କ୍ରେ ଗଚ୍ଛିତ ରଖିବାରେ ବା ବିଭିନ୍ନ କମ୍ପାନୀର ଅଂଶଧନରେ ନିବେଶ କରିବାରେ ଏହି ଶ୍ରେଣୀର ବଡ଼ବଡ଼ିଆମାନେ ମାଧ୍ୟମ ହେଉଥିବାବେଳେ, ଗ୍ରାମ୍ୟସ୍ତରରେ ସରକାରୀ ଯୋଜନାଦିରୁ ଠୁଳ ହେଉଥିବା କଳାଧନର ସୁଧ କାରବାରରେ ନିବେଶର ମାଧ୍ୟମ ହେଉଛନ୍ତି ଏହି ଶ୍ରେଣୀର ତଳତଳିଆମାନେ । ଏହି ଶ୍ୱେତକରଣ ଓ ନିବେଶ ସୁଯୋଗ ସୃଷ୍ଟିର ପ୍ରକ୍ରିୟାରେ ଘରୋଇ ଶିକ୍ଷାନୁଷ୍ଠାନ, ବିଲଡ଼ର୍ସ ସଂସ୍ଥା, ଗହଣା ଦୋକାନ ଆଦି ଅତ୍ୟନ୍ତ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି । କହିବା ବାହୁଲ୍ୟ ଯେ ଘରୋଇ ଶିକ୍ଷାନୁଷ୍ଠାନ-ଏହି ପ୍ରକ୍ରିୟା ପାଇଁ ସବୁଠାରୁ ନିରାପଦ ସ୍ଥାନ ହୋଇଛି ।
ହାସାନ ଅଲ୍ଲୀଙ୍କର ବର୍ତ୍ତମାନର କୈଦୀ ଜୀବନ ଦେଖି ମନକୁ ଆସେ ଯେ ବିଭିନ୍ନ ବେପାରରେ ହାତ ଦେଇଥିବା ହାସାନ ଅଲ୍ଲୀଙ୍କ ଶିକ୍ଷା ବେପାରରେ କାହିଁକି ପଶିଲେ ନାହିଁ? ଟୁ୍ୟସନ ଶିକ୍ଷକତାର ତ’ ଏକ ପୃଷ୍ଠଭୂମି ଥିଲା । ଶିକ୍ଷା ବେପାରରେ ପଶିଥିଲେ, ଯେକୌଣସି ଏକ ଅସ୍ତିତ୍ୱବିହୀନ ମୁକ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀଟିଏ କିଣିପାରିଥାନ୍ତେ ଓ ଡକ୍ଟର ହାସାନ ବୋଲି ନିରବଚ୍ଛିନ୍ନ ସମ୍ବୋଧିତ ହୋଇଥାନ୍ତେ । ଶିକ୍ଷାନୁଷ୍ଠାନର ସର୍ବୋଚ୍ଚ କର୍ତ୍ତା ବା ପ୍ରତିଷ୍ଠାତାର ମାନ୍ୟତା ଜାହିର କରି ମଞ୍ଚବ୍ୟାକୁଳ ସମାଜର ମୁଖିଆମାନଙ୍କୁ ଶିକ୍ଷାନୁଷ୍ଠାନର ପରିସର ଭିତରକୁ ଡାକି ତାଙ୍କ ଦ୍ୱାରା ଶିକ୍ଷାବିତ୍ର ସ୍ୱୀକୃତି ପାଇପାରିଥାନ୍ତେ । ଗଣମାଧ୍ୟମକୁ ବିଜ୍ଞାପନର ପ୍ରଲୋଭନ ଦେଇ ଓ ସାମ୍ବାଦିକଙ୍କୁ ବିଭିନ୍ନ ପ୍ରକାର ଭେଟିଦେଇ ନିଜର ଏକ ବିରାଟ ଭାବମୂର୍ତ୍ତି ତିଆରି କରାଇ ପାରିଥାନ୍ତେ । ସେହିପରି ଘରୋି ଟିଭି ଚ୍ୟାନେଲ ତିଆରି କରି ମିଡ଼ିଆ ବ୍ୟାରେନ ମଧ୍ୟ ହୋଇପାରିଥାନ୍ତେ ରୁପର୍ଟ ମୁର୍ଡେକଙ୍କ ପରି । ସମାଜପତିମାନଙ୍କର ଅପଦାର୍ଥ ସନ୍ତାନସନ୍ତତିଙ୍କୁ ଶିକ୍ଷାର ସୁଯୋଗ ଦେଇ ପାରିଥାନ୍ତେ ଓ ସେମାନଙ୍କର ଶିକ୍ଷିତ ସମ୍ପର୍କୀୟଙ୍କୁ ଚାକିରିଦେଇ-ତାଙ୍କୁ ସବୁବେଳେ ନିଜ କବ୍ଜାରେ ରଖିପାରିଥାନ୍ତେ । ଶିକ୍ଷାଭଳି ଏକ ମହାନ କାର୍ଯ୍ୟରେ ସେ ଲିପ୍ତ ଥିବାରୁ-ସେ ସନେ୍ଦହାତୀତ ହୋଇଥାନ୍ତେ ଓ ଭୟଶୂନ୍ୟ ହୋଇ ତାଙ୍କର ସମସ୍ତ ଭୂମିଗତ କାର୍ଯ୍ୟକୁ ଅବ୍ୟାହତ ରଖିପାରିଥାନ୍ତେ- ବ୍ୟାଙ୍କ୍ ଟଙ୍କା ନ ସୁଝିବା ଠାରୁ ଆରମ୍ଭ କରି ସରକାରୀ-ବେସରକାରୀ ଜମିକୁ ମାଡ଼ି ବସିବା ପର୍ଯ୍ୟନ୍ତ । କେହି ପ୍ରଶ୍ନକରିବାକୁ ସାହସ କରିନଥାନ୍ତେ-ଏତେ ସମ୍ପତ୍ତ ଆସିଲା କେଉଁଠୁ? କବି, ଲେଖକ, ଚିତ୍ରଶିଳ୍ପୀ, ସିନେମା ତାରକା, ଖେଳାଳୀ-ସମସ୍ତଙ୍କୁ ବଶୀକୃତ କରିଦେଇ ପାରିଥାନ୍ତେ ।
ହାସାନ ଅଲ୍ଲୀ ତାଙ୍କର ସମସ୍ତ ମେଧା ସତ୍ତ୍ୱେ, ସମ୍ପ୍ରତି ଶିକ୍ଷାନୁଷ୍ଠାନର ଢାଲ ଯେ କେତେ ଟାଣ ତାହା ବୁଝିପାରିଲେ ନାହିଁ-ତାହାହିଁ ବିଡ଼ମ୍ବନା । ‘ଘୋଡ଼ାବାଲା’ର ପରିଚୟ ନେଇ ବେଗବାନ ଘୋଡ଼ା ସିନା ବଢ଼ାଇଲେ, କିନ୍ତୁ ତାହାଯେ ତାଙ୍କୁ ସୁରକ୍ଷାଦେବାରେ ବିଫଳହେଲା-ତାହା ସେ ଆଜି ବୁଝୁଥିବେ ।
ଅବଶ୍ୟ ସୁପ୍ରିମକୋର୍ଟର ଉପରୋକ୍ତ ଦୁଇ ମାନ୍ୟବର ବିଚାରପତି ଇତ୍ୟବସରରେ କହିଛନ୍ତି ଯେ, ଅନୁସନ୍ଧାନ କେବଳ ହାସାନ ଅଲ୍ଲୀଙ୍କ ଉପରେ କେନ୍ଦ୍ରୀଭୂତ ନରହି-ଅନ୍ୟ କଳାଧନର ମାଧ୍ୟମମାନଙ୍କୁ ମଧ୍ୟ ଅନୁସନ୍ଧାନର ପରିସର ଭିତରକୁ ଅଣାଯାଉ । ଯଦି ଏହା ପ୍ରକୃତରେ ଅନୁସନ୍ଧାନକାରୀ ସଙ୍ଗଠନ କାର୍ଯ୍ୟକାରୀ କରନ୍ତି, ତା’ହେଲେ ହାସାନ ଅଲ୍ଲୀମାନେ ବେଶୀଦିନ ଆଢ଼ୁଆଳରେ ରହିପାରିବେ ନାହିଁ । କିନ୍ତୁ ଆମ ଦେଶର ଅସାଧୁ ମେଣ୍ଟ ଯେଉଁଭଳି ବ୍ୟାପକ ଓ ଶକ୍ତିଶାଳୀ-ସେଥିରେ ଏହା କ’ଣ ପ୍ରକୃତରେ ହେବ?- ଏ ସନେ୍ଦହ ଶୁଦ୍ରକର ।
-ଶୁଦ୍ରକ

୧୬-୩୦ ଏପ୍ରିଲ, ୨୦୧୧
ଆନ୍ନା ନାମା
ଆନ୍ନା କହିଲେ ଗଣମାଧ୍ୟମ ସହ ସମ୍ପର୍କରେ ଥିବା ପ୍ରତ୍ୟେକ ବ୍ୟକ୍ତି ଆଜି ଆନ୍ନା ହଜାରେଙ୍କୁ ହିଁ ଚିହ୍ନେ । ପ୍ରକୃତ ନାଁ ହେଉଛି କିସନ ୱାପଟ ବାବୁରାଓ ହଜାରେ । ସତୁରୀ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏହି ବ୍ୟକ୍ତିଙ୍କର ଶୈକ୍ଷିକ ଓ ବୃତ୍ତିଗତ ପୃଷ୍ଠଭୂମି ହେଉଛି ଅତିସାଧାରଣ । ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାଁସିଦ୍ଧି ଗ୍ରାମର ଅଧିବାସୀ ଏହି ବ୍ୟକ୍ତିଙ୍କର ଶିକ୍ଷାଗତ ଯୋଗ୍ୟତା ସାମାନ୍ୟ । ବୃତ୍ତିରେ ସେ ଥିଲେ ସେନା ବାହିନୀରେ ଟ୍ରକଚାଳକ । ୧୫ବର୍ଷ ଚାକିରୀ କରିସାରିଲାପରେ ସ୍ୱେଚ୍ଛାକୃତ ଅବସର ନେଇ ସେ ଫେରିଲେ ନିଜ ଗାଁକୁ ଉତ୍ତର ସତୁରୀ ଦଶକରେ । ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ତରୁଣମାନଙ୍କୁ ଏକାଠି କଲେ । ମଦ ବିରୁଦ୍ଧରେ ଆନେ୍ଦାଳନ କଲେ । ଜଳଛାୟା (ଡବଗ୍ଧରକ୍ସଗ୍ଦଷରୟ) ପ୍ରକଳ୍ପ ନିଜ ଗାଁରେ କାର୍ଯ୍ୟକାରୀ କଲେ । ବର୍ଷାଜଳର ସଂରକ୍ଷଣ (ଜବସଦ୍ଭ ଙ୍ଗବଗ୍ଧରକ୍ସ ଐବକ୍ସଙ୍ଖରଗ୍ଦଗ୍ଧସଦ୍ଭଶ) କରାଇଲେ । ସେହି ସମୟରେ ଏନ୍.ଜି.ଓ (ଘଏଙ) ସଂସ୍କୃତିର ମୂଳଦୁଆ ପଡ଼ୁଥାଏ । ସରକାରୀ ଅନୁଦାନ ନେଇ ଆନ୍ନା ଏହିଭଳି ରଚନାତ୍ମକ କାର୍ଯ୍ୟରେ ଲିପ୍ତ ରହିଲେ । ସ୍ୱାଭାବିକ ଏହିଭଳି କର୍ମୀ ଜୀବନରେ ସେ ଚାହିଁଥିବା ସୂଚନାକୁ ସରକାରୀ ଅଧିକାରୀମାନେ ହାତଛଡ଼ା କରିବାକୁ କୁଣ୍ଠିତ ହୋଇଥିବେ ବା ଅନୁଦାନ ଆଣିବା ସମୟରେ ଲାଞ୍ଚ ଦାବି କରିଥିବେ, ଯାହା ସାମରିକ ଜୀବନର ଶୃଙ୍ଖଳାରେ ଅଭ୍ୟସ୍ତ ଆନ୍ନା ହଜାରେଙ୍କ ମନକୁ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହୀ କରାଇଥିବ । ସ୍ୱାଧୀନ ଭାରତର ନାଗରିକଭାବେ ସୂଚନା ପାଇବାର ଅଧିକାର ଯେ ତାଙ୍କର ରହିଛି, ତାହା ସେ ଅନୁଭବ କରିଥିବେ । ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ମଧ୍ୟ ସେ ଅନୁଭବ କରିଥିବେ । କିନ୍ତୁ ଏହି ଅନୁଭବକୁ ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଯ୍ୟକ୍ରମରେ ପରିଣତ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହାତରୁ, ୧୯୮୬ମସିହାରେ ଗ୍ରହଣ କଲେ ଭାରତ ସରକାରଙ୍କର ଇନ୍ଦିରା ପ୍ରିୟଦର୍ଶିନୀ ବିକାଶ ମିତ୍ର ପୁରସ୍କାର । ମହାରାଷ୍ଟ୍ର ସରକାରଙ୍କର କୃଷିଭୂଷଣ ପୁରସ୍କାର ଦ୍ୱାରା ମଧ୍ୟ ସେ ସମ୍ମାନିତ ହେଲେ । ୧୯୯୦ରେ ପାଇଲେ ପଦ୍ମଶ୍ରୀ । ୧୯୯୧ ମସିହାରେ ନିଜ ଗାଁରେ ଆରମ୍ଭ କଲେ ଭ୍ରଷ୍ଟାଚାର ବିରୋଧୀ ଜନଆନେ୍ଦାଳନ । ୧୯୯୨ ମସିହାରେ ପାଇଲେ ପଦ୍ମଭୂଷଣ । ଶରଦ ପାୱାରଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ (୬/୩/୧୯୯୯ରୁ ୧୪/୩/୧୯୯୫)ସେ ଶରଦ ପାୱାର ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଣିଲେ ଗୁରୁତର ଅଭିଯୋଗ । ୧୨ଜଣ ଜଙ୍ଗଲ ବିଭାଗ ଅଫିସରଙ୍କ ବରଖାସ୍ତ ଦାବିରେ ଆମରଣ ଅନଶନରେ ବସିଲେ । ଏହା ଥିଲା ବିଜେପି-ଶିବସେନା କ୍ଷମତା ଦଖଲର ପୂର୍ବ ଘଟଣା । ଆନ୍ନାଙ୍କ ସହ ସ୍ୱର ମିଳାଇଥିଲେ ବିଜେପି-ଶିବସେନା; ପାୱାର ସରକାରଙ୍କ ବିରୋଧରେ । ୧୯୯୭ରେ ସେ ତକ୍ରାଳୀନ ମହାରାଷ୍ଟ୍ର ମନ୍ତ୍ରୀ ମଣ୍ଡଳର ସମାଜ ମଙ୍ଗଳ ମନ୍ତ୍ରୀ ଶିବସେନାର ବାବୁରାଓ ଘୋଲାପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଘୋଲାପ ତାଙ୍କ ବିରୋଧରେ ମାନହାନୀ ମକଦ୍ଧମା ଦାଏର କରିଥିଲେ । ୧୯୯୮ମସିହା ସେପ୍ଟେମ୍ବର ମାସ, ଆନ୍ନା ତିନିମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ । ଏହା ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା । ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣରେ ସମ୍ମାନିତ ବ୍ୟକ୍ତି ଜେଲ୍ରେ । ଦାବି ହେଲା ତାଙ୍କୁ ମୁକ୍ତକରିବା ପାଇଁ । ସରକାର ଏହି ଦାବିକୁ ମାନିନେଲେ । ଆନ୍ନା ମୁକ୍ତହେଲେ । (ପାଠକେ ଭାବୁଥିବେ ସରକାର ବିନାୟକ ସେନ୍ଙ୍କୁ କାହିଁକି ଏତେ ଦାବି ସତ୍ତ୍ୱେ, ଯେତେବେଳେ ଦାବି କରୁଥିବା ବ୍ୟକ୍ତିଙ୍କ ଭିତରେ ଅନେକ ନୋବେଲ ପୁରସ୍କାର ବିଜେତା ଅଛନ୍ତି, ତାଙ୍କୁ ମୁକ୍ତ କରୁନାହାନ୍ତି କାହିଁକି?) ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ଠାରୁ ଆନ୍ନା ଗ୍ରହଣକଲେ ଏସବଦ୍ଭଗ୍ଧଗ୍ଦ’ ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଇଙ୍ଗବକ୍ସୟ. ଏହି ସମୟରେ ଆନ୍ନା ସକ୍ରିୟ ଥିଲେ ସୂଚନାର ଅଧିକାର ଆଇନ ହେବା ସପକ୍ଷରେ । ମହାରାଷ୍ଟ୍ର ସୂଚନା ଅଧିକାର ଆଇର -୨୦୦୩ଲାଗୁ ହେଲା । ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର ସୂଚନା ଅଧିକାର ଆଇନ-୨୦୦୫ ଲାଗୁ କଲେ । ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୪ଜଣ ଏନ୍.ସି.ପି. ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରି ଆମରଣ ଅନଶନରେ ବସିଲେ ଆନ୍ନା ହଜାରେ ୯ଅଗଷ୍ଟ ୨୦୦୩ଦିନ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ସିନେ୍ଧ ଆନ୍ନାଙ୍କ ଅନଶନକୁ ସମ୍ମାନଦେଇ ଏକ ତଦନ୍ତ କମିଶନ ବସାଇବାରୁ ଆନ୍ନା ୧୭ଅଗଷ୍ଟ ୨୦୦୩ଦିନ ଅନଶନ ପ୍ରତ୍ୟାହାର କଲେ । ତେଲ୍ଗୀ ଷ୍ଟାମ୍ପପେପର ଦୁର୍ନୀତି ବିରୁଦ୍ଧରେ ତାଙ୍କର ଜନସ୍ୱାର୍ଥ ମାମଲା ମହାରାଷ୍ଟ୍ରର ବଡ଼ବଡ଼ୁଆ ନେତା ଓ ଅଫିସରଙ୍କ ଭିତରେ ଏକ ବିରାଟ ଆଲୋଡ଼ନ ସୃଷ୍ଟି କରିଥିଲା । ମୁମ୍ବାଇ ପୁଲିସ କମିଶନର ଆର.ଏସ୍.ଶର୍ମା ଓ ତକ୍ରାଳୀନ ଗୃହମନ୍ତ୍ରୀ ଏନ୍.ସି.ପି ନେତା ଛଗନ ଭୁଜବଳ ଏଥିରେ ଛନ୍ଦି ହୋଇଯାଇଥିଲେ । କହିବା ବାହୁଲ୍ୟ ଯେ ଶରଦ ପାୱାର ଓ ତାଙ୍କ ଦଳ ଏନ୍.ସି.ପି.ର ସଭ୍ୟମାନେ ହିଁ ତାଙ୍କ ଦୁର୍ନୀତି ଅଭିଯାନର ସବୁବେଳେ ଶିକାର ହେଉଥିଲେ । ଏହି ପୃଷ୍ଠଭୂମିରେ ଲୋକପାଳ ବିଲ୍ ତନଖିବା ପାଇଁ ସରକାରଙ୍କ ତରଫରୁ ଗଢ଼ାଯାଇଥିବା ମନ୍ତ୍ରୀ ଗୋଷ୍ଠୀରେ ଶରଦ ପାୱାର ରହିଥିବା ଦେଖି ଆନ୍ନା ମନ୍ତ୍ରୀ ଗୋଷ୍ଠୀକୁ ବିଦ୍ରୁପ କରିବା ଆଦୌ ଅସ୍ୱାଭାବିକ ନୁହେଁ । ୨୦୦୮ ମସିହାରେ ବିଶ୍ୱବ୍ୟାଙ୍କ ଦ୍ୱାରା ସମ୍ମାନିତ ହେଲେ ଆନ୍ନା ହଜାରେ । ଏହି ସମ୍ମାନ ଥିଲା ଔସଗ୍ଧ ଏସକ୍ଷକ୍ଷ ଗରଜ୍ଞକ୍ଟକ୍ସସବକ୍ଷ ଇଙ୍ଗବକ୍ସୟ ଲକ୍ଟକ୍ସ ଙଙ୍କଗ୍ଧଗ୍ଦଗ୍ଧବଦ୍ଭୟସଦ୍ଭଶ ଚଙ୍କଭକ୍ଷସମ ଝରକ୍ସଙ୍ଖସମର ଅର୍ଥାତ ଅତୁଳନୀୟ ଲୋକସେବା ପାଇଁ ‘ଜିତ୍ ଗିଲ୍ ସ୍ମାରକୀ ପୁରସ୍କାର’ । ମାନପତ୍ରରେ କୁହାଗଲା ‘ଐବଚ୍ଛବକ୍ସର ମକ୍ସରବଗ୍ଧରୟ ଗ୍ଧଷକ୍ସସଙ୍ଖସଦ୍ଭଶ ଜ୍ଞକ୍ଟୟରକ୍ଷ ଙ୍ଖସକ୍ଷକ୍ଷବଶର ସଦ୍ଭ ଜବକ୍ଷରଶକ୍ଟଦ୍ଭ ଗ୍ଦସୟୟଷସ ସଦ୍ଭ ଗ୍ଧଷର ସଜ୍ଞକ୍ଟ୍ରକ୍ଟଙ୍ଖରକ୍ସସଗ୍ଦଷରୟ ଇଷଜ୍ଞରୟଦ୍ଭବଶବକ୍ସ କ୍ସରଶସକ୍ଟଦ୍ଭ କ୍ଟଲ ଗବଷବକ୍ସବଗ୍ଦଗ୍ଧକ୍ସବ ବଦ୍ଭୟ ମଷବଜ୍ଞକ୍ଟ୍ରସକ୍ଟଦ୍ଭରୟ ଗ୍ଧଷର କ୍ସସଶଷଗ୍ଧ ଗ୍ଧକ୍ଟ ସଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ବଦ୍ଭୟ ଲସଶଷଗ୍ଧ ବଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ.’
ନଭେମ୍ବର ୨୦୧୦ରେ ଆନ୍ନା ପୁଣି ଉତ୍ଥାପନ କଲେ ଶରଦ ପାୱାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲାଭାସା ପ୍ରକଳ୍ପକୁ କେନ୍ଦ୍ର କରି । ଆରମ୍ଭ କଲେ ଅନଶନ । ଶରଦ ପାୱାରଙ୍କର ପୁତୁରା ଓ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କୁ ବୁଝାବୁଝି କଲାପରେ ସେ ଅନଶନ ପ୍ରତ୍ୟାହାର କଲେ ।
ସଂକ୍ଷେପରେ କୁହାଯାଇପାରେ ଯେ ଆନ୍ନାଙ୍କୁ କୌଣସି ସରକାର କୌଣସି ସମୟରେ ନିରାଶ କରିନାହାନ୍ତି । ଆମରଣ ଅନଶନର ଧମକ ପାଇବା ପରେ ସରକାର ଦାବିପୂରଣ କରିଛନ୍ତି କି ଦାବି ପୂରଣର ପ୍ରତିଶ୍ରୁତି ପାଇବା ପରେ ଆମରଣ ଅନଶନର ନିଷ୍ପତ୍ତ ନିଆଯାଉଛି-ତାହା କହିବା କଷ୍ଟ । କିନ୍ତୁ ଆମରଣ ଅନଶନରେ ବସିବା ଫଳରେ ତାଙ୍କର ଏକ ‘ଅସାଧାରଣ ମାନବ’ ଛବି ସାଧାରଣ ମଣିଷ ମନରେ ଆଙ୍କି ହୋଇଯାଇଛି । ଆମରଣ ଅନଶନକାମୀ ଆନ୍ନା ଚାଷୀ ଆତ୍ମହତ୍ୟା ପାଇଁ କୁଖ୍ୟାତ ମହାରାଷ୍ଟ୍ରର ସଠିକ ପ୍ରତିନିଧି ବୋଲି କେହି କେହି କହୁଛନ୍ତି ।
୫ଏପ୍ରିଲ ୨୦୧୧ଦିନ ଜନ ଲୋକପାଳ ବିଲ୍ ପ୍ରଣୟନ ଦାବିକରି ଯେତେବେଳେ ଆନ୍ନା ଅନଶନରେ ବସିଲେ, ସେତେବେଳେ ସେ ଘୋଷଣା କରିଥିଲେ ଯେ ବିଲ୍ ପାସ ନହେଲା ପର୍ଯ୍ୟନ୍ତ ସେ ଅନଶନରେ ବସିବେ (ଓ ଙ୍ଗସକ୍ଷକ୍ଷ ଲବଗ୍ଦଗ୍ଧ ଙ୍କଦ୍ଭଗ୍ଧସକ୍ଷ ଔବଦ୍ଭ ଖକ୍ଟଳକ୍ଟ୍ରବକ୍ଷ ଭସକ୍ଷକ୍ଷ ସଗ୍ଦ କ୍ଟ୍ରବଗ୍ଦଗ୍ଦରୟ) । ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ସେ ବିଲ୍ ପ୍ରସ୍ତୁତ କରିବାପାଇଁ ଦେଇଥିବା ଯୌଥ କମିଟିର ପ୍ରସ୍ତାବକୁ ସରକାର ମାନିନେଲା ପରେ – ସେ ତାଙ୍କର ଅନଶନ ପ୍ରତ୍ୟାହାର କରିନେଲେ ଓ ଟି.ଭି., ଇଣ୍ଟରନେଟ୍, ଫେସ୍ବୁକ୍, ଟୁଇଟର ଇତ୍ୟାଦି ମାଧ୍ୟମରେ ସମର୍ଥନ ଜଣାଉଥିବା ଜନ ସମୁଦାୟଙ୍କୁ ନିର୍ବିଘ୍ନ ଆଇ.ପି.ଏଲ୍ କ୍ରିକେଟ ଦେଖିବାର ଅବସର ଯୋଗାଇଦେଲେ ।
ଆନ୍ନାଙ୍କ ଅନଶନ ଓ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ
ଦୁର୍ନୀତି ବିରୋଧରେ ଲୋକପାଳ ବିଲ୍ ପ୍ରସ୍ତୁତ ଓ ପ୍ରଣୟନପାଇଁ ଦାବି କରି ଦୁର୍ନୀତି ବିରୁଦ୍ଧରେ ଭାରତ (ଓଦ୍ଭୟସବ ବଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ) ତରଫରୁ ଆମରଣ ଅନଶନ କରିବା ବେଳେ, ଗଣମାଧ୍ୟମ ଦ୍ୱାରା ସ୍ଫୀତ ସମର୍ଥନର ସମ୍ବାଦରେ ଉତ୍ସାହିତ ହୋଇ ଯେତେବେଳେ ଆନ୍ନା କୁହନ୍ତି ଯେ ସେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ଲଢ଼ୁଛନ୍ତି, ସେତେବେଳେ ଆନ୍ନାଙ୍କର ଇତିହାସ ଜ୍ଞାନ ସନେ୍ଦହର ବଳୟ ଭିତରକୁ ଚାଲିଆସେ । ପ୍ରଶ୍ନଉଠେ ଯେ ଏତେ ପ୍ରଚାରିତ ପୁରସ୍କୃତ ସମାଜକର୍ମୀ, ସଂଗ୍ରାମୀ କ’ଣ ଜାଣନ୍ତି ନାହିଁ ଯେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଭାରତର ଜନଗଣ ଭ୍ରଷ୍ଟାଚାର ଓ ଏକଛତ୍ରବାଦ ବିରୁଦ୍ଧରେ ଯେଉଁ ଲଢ଼େଇ ମଧ୍ୟ-ସତୁରୀ ଦଶକରେ ଲଢ଼ିଥିଲେ, ତାହାହିଁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି ସର୍ବବିଦିତ? ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ଭାଷାରେ, ‘ଐର(ଔଚ) ଙ୍ଗବଗ୍ଦ ଦ୍ଭକ୍ଟଗ୍ଧ ଭଙ୍କସକ୍ଷଗ୍ଧ ଗ୍ଧକ୍ଟ ଭର ବ ଷରକ୍ସକ୍ଟ; ଗ୍ଦକ୍ଷସଶଷଗ୍ଧ କ୍ଟଲ ଲସଶଙ୍କକ୍ସର, କ୍ସବମଳରୟ ଭଚ୍ଚ ସକ୍ଷକ୍ଷଦ୍ଭରଗ୍ଦଗ୍ଦ, ଭବଗ୍ଧଗ୍ଧକ୍ଷର ଙ୍ଗକ୍ଟକ୍ସଦ୍ଭ. ଣରଗ୍ଧ ଷର କ୍ଟ୍ରକ୍ସକ୍ଟଙ୍ଖରୟ ଗ୍ଧକ୍ଟ ଭର କ୍ଟଙ୍କଗ୍ଧଗ୍ଦଗ୍ଧବଦ୍ଭୟସଦ୍ଭଶ ଷରକ୍ସକ୍ଟ, ଙ୍ଗଷକ୍ଟ ଙ୍ଗକ୍ଟଦ୍ଭ ଙ୍କଗ୍ଦ ଗ୍ଧଷର ଗ୍ଦରମକ୍ଟଦ୍ଭୟ ଲକ୍ସରରୟକ୍ଟଜ୍ଞ ସଦ୍ଭ ୧୯୭୭, ୩୦ଚ୍ଚରବକ୍ସଗ୍ଦ ବଲଗ୍ଧରକ୍ସ ଗ୍ଧଷର ଲସକ୍ସଗ୍ଦଗ୍ଧ କ୍ଟଦ୍ଭର.’ ଅବଶ୍ୟ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆନେ୍ଦାଳନ ଏକ ରାଜନୈତିକ ଆନେ୍ଦାଳନ ଥିଲା କାରଣ ଏଥିରେ କଂଗ୍ରେସ ଦଳର ବିରୋଧୀ ଦଳମାନେ ହିଁ ସାମିଲ ହୋଇଥିଲେ । ଅଣରାଜନୈତିକ ‘ଭଦ୍ରସମାଜ’ (ମସଙ୍ଖସକ୍ଷ ଗ୍ଦକ୍ଟମସରଗ୍ଧଚ୍ଚ) ଦ୍ୱାରା ଆନେ୍ଦାଳନରେ ବିଶ୍ୱାସ କରୁଥିବା ଆନ୍ନା ଜୟପ୍ରକାଶଙ୍କର ଆନେ୍ଦାଳନକୁ ତେଣୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମଭାବେ ଗ୍ରହଣ କରିବା ପାଇଁ କୁଣ୍ଠିତ ହେଉଥିବେ ବା ଜୟପ୍ରକାଶଙ୍କର ଆନେ୍ଦାଳନକୁ ସ୍ୱୀକୃତି ଦେଇ ଇନ୍ଦିରା ବଧୂ ସୋନିଆଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିବେ ବରଂ ନିଜଦ୍ୱାରା ସୃଷ୍ଟ ଏହି ଆନେ୍ଦାଳନକୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ଅଭିହିତ କରିବା ନିରାପଦ ବୋଲି ମଣୁଥିବେ ।
ତଥାପି ଯେଉଁମାନେ ଆନ୍ନାଙ୍କ ଅନଶନ ଓ ତାଙ୍କ ପ୍ରତି ନିଜ ସମର୍ଥନକୁ ଦେଖି ତାଙ୍କୁ ଗାନ୍ଧୀ ବା ଜୟପ୍ରକାଶଙ୍କ ସହ ତୁଳନା କରୁଛନ୍ତି, ସେମାନେ ସ୍ମରଣ କରିବା ଦରକାର ଯେ ଗୁଜୁରାଟ ଓ ବିହାରରେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଥିବା ଯୁବ ସମାଜର ଅନୁରୋଧ କ୍ରମେ ହିଁ ଜୟପ୍ରକାଶ ଭଗ୍ନ ସ୍ୱାସ୍ଥ୍ୟ ସତ୍ତ୍ୱେ ନେତୃତ୍ୱ ଦେବାପାଇଁ ସ୍ୱୀକୃତି ଦେଇଥିଲେ । ସେ ଯୁବକମାନଙ୍କ ପାଖରେ ସୁଯୋଗ ନଥିଲା କ୍ୟାମେରା ସାମ୍ନାରେ ନାଚିବାର ବା ରଙ୍ଗବିରଙ୍ଗୀ ପୋଷାକ ପିନ୍ଧି ଶୋଭାଯାତ୍ରାରେ ବାହାରିବାର । ଇଣ୍ଟରନେଟ୍, ଟୁଇଟର, ଫେସ୍ବୁକ୍, ମୋବାଇଲ୍ ନଥିଲା ଘରୁ ବସି ସମର୍ଥନ ଜଣାଇବାର ।
ସେମାନେ ମଧ୍ୟ ସ୍ମରଣ କରିବା ଦରକାର ଗାନ୍ଧୀଙ୍କ ଅନଶନର ସ୍ୱଚ୍ଛତା । ଏହି ପ୍ରସଙ୍ଗରେ ପାନ୍ଥେର ଦଳର ଅଧ୍ୟକ୍ଷ ପ୍ରଫେସର ଭୀମ ସିଂହ ଲେଖିଥିବା ଏକ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ସେ ଲେଖନ୍ତି, ‘ଝଷକ୍ସସ ଇଦ୍ଭଦ୍ଭବ ଐବଚ୍ଛବକ୍ସର କ୍ସରଜ୍ଞବସଦ୍ଭରୟ କ୍ଟଦ୍ଭ ଲବଗ୍ଦଗ୍ଧ ବଗ୍ଧ ଔବଦ୍ଭଗ୍ଧବକ୍ସ ଗବଦ୍ଭଗ୍ଧବକ୍ସ ଗ୍ଧଷର ଙ୍ଗଷକ୍ଟକ୍ଷର ୟବଚ୍ଚ ଭଙ୍କଗ୍ଧ ଷସଗ୍ଦ ମକ୍ଟଜ୍ଞକ୍ଟ୍ରବଦ୍ଭସକ୍ଟଦ୍ଭଗ୍ଦ ଜ୍ଞକ୍ଟଙ୍ଖରୟ ଷସଜ୍ଞ ଗ୍ଧକ୍ଟ ଗ୍ଦକ୍ଟଜ୍ଞର ଗ୍ଦରମଙ୍କକ୍ସରୟ କ୍ଟ୍ରକ୍ଷବମର ଲକ୍ଟକ୍ସ ଦ୍ଭସଶଷଗ୍ଧ. ଞଷର ଙ୍ଖସଗ୍ଦସଗ୍ଧକ୍ଟକ୍ସଗ୍ଦ ଙ୍ଗକ୍ଟଦ୍ଭୟରକ୍ସରୟ ବଭକ୍ଟଙ୍କଗ୍ଧ ଗ୍ଧଷସଗ୍ଦ ୟସଗ୍ଦବକ୍ଟ୍ରକ୍ଟ୍ରରବକ୍ସବଦ୍ଭମର ସଦ୍ଭ ଗ୍ଧଷର ଦ୍ଭସଶଷଗ୍ଧଗ୍ଦ. ଗବଦ୍ଭଚ୍ଚ ଗ୍ଦଗ୍ଧବକ୍ସଗ୍ଧରୟ ରଦ୍ଭକ୍ତଙ୍କସକ୍ସସଦ୍ଭଶ ଙ୍ଗଷରଗ୍ଧଷରକ୍ସ ଏବଦ୍ଭୟଷସହସ ଙ୍କଗ୍ଦରୟ ଗ୍ଧକ୍ଟ ଗ୍ଦଗ୍ଧବଚ୍ଚ ବଙ୍ଗବଚ୍ଚ ଲକ୍ସକ୍ଟଜ୍ଞ ଷସଗ୍ଦ ଲବଗ୍ଦଗ୍ଧସଦ୍ଭଶ ଙ୍ଖରଦ୍ଭଙ୍କର ସଦ୍ଭ ଗ୍ଧଷର ଦ୍ଭସଶଷଗ୍ଧ? ଞଷର ଉଷବଜ୍ଞକ୍ଟ୍ରସକ୍ଟଦ୍ଭଗ୍ଦ କ୍ଟଲ ଖକ୍ଟଳ ଇଚ୍ଚଙ୍କଳଗ୍ଧବ ରଦ୍ଭବମଗ୍ଧଜ୍ଞରଦ୍ଭଗ୍ଧ ଜ୍ଞସଶଷଗ୍ଧ ଷବଙ୍ଖର ୟକ୍ଟଙ୍କଭଗ୍ଧରୟ ଗ୍ଧଷର ମବକ୍ଟ୍ରବଭସକ୍ଷସଗ୍ଧଚ୍ଚ କ୍ଟଲ ଊରକ୍ଷଷସ’ଗ୍ଦ ଗ୍ଦରମଙ୍କକ୍ସସଗ୍ଧଚ୍ଚ ଜ୍ଞରଦ୍ଭ ଗ୍ଧକ୍ଟ କ୍ଟ୍ରକ୍ସକ୍ଟଙ୍ଖସୟର ଗ୍ଧଷରଜ୍ଞ କ୍ଟ୍ରକ୍ସକ୍ଟଗ୍ଧରମଗ୍ଧସକ୍ଟଦ୍ଭ.’ ଆଉ ଜଣେ ମନ୍ତବ୍ୟ କରନ୍ତି,- ‘ଓ ଙ୍ଗକ୍ଟଦ୍ଭୟରକ୍ସ ଗ୍ଧସକ୍ଷକ୍ଷ ଗ୍ଧଷର ଜ୍ଞକ୍ଟଜ୍ଞରଦ୍ଭଗ୍ଧ ଇଦ୍ଭଦ୍ଭବ ଐବଚ୍ଛବକ୍ସର ଭକ୍ସକ୍ଟଳର ଲବଗ୍ଦଗ୍ଧ ଷର ଙ୍ଗବଗ୍ଦ ଷରବକ୍ଷଗ୍ଧଷଚ୍ଚ, ବମଗ୍ଧସଙ୍ଖର ବଦ୍ଭୟ ଷବୟ ଲକ୍ଟକ୍ସମରଲଙ୍କକ୍ଷ କ୍ଷକ୍ଟଙ୍କୟ ଙ୍ଖକ୍ଟସମର. ଡଷରକ୍ସରବଗ୍ଦ ଜ୍ଞବଦ୍ଭଚ୍ଚ ଚ୍ଚକ୍ଟଙ୍କଦ୍ଭଶ ବଦ୍ଭୟ କ୍ଟଗ୍ଧଷରକ୍ସଗ୍ଦ ଙ୍ଗଷକ୍ଟ ଙ୍ଗରକ୍ସର କ୍ଟଦ୍ଭ ଲବଗ୍ଦଗ୍ଧ ଗ୍ଧକ୍ଟକ୍ଟ ଙ୍ଗରଦ୍ଭଗ୍ଧ ଗ୍ଧକ୍ଟ ଷକ୍ଟଗ୍ଦକ୍ଟ୍ରସଗ୍ଧବକ୍ଷ, ଲବସଦ୍ଭଗ୍ଧରୟ.’( ଦ୍ରଷ୍ଟବ୍ୟ: ମକ୍ଟଜ୍ଞଜ୍ଞରଦ୍ଭଗ୍ଧଗ୍ଦ କ୍ଟଦ୍ଭ କସଗ୍ଦଷରଦ୍ଭ କବଳ’ଗ୍ଦ ବକ୍ସଗ୍ଧସମକ୍ଷର: ଞଷର ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ ଗ୍ଧଷବଗ୍ଧ ଐବଚ୍ଛବକ୍ସର ଳରରକ୍ଟ୍ରଗ୍ଦ- ୧୦ଗ୍ଧଷ ଇକ୍ଟ୍ରକ୍ସସକ୍ଷ ୨୦୧୧, ଷଗ୍ଧଗ୍ଧକ୍ଟ୍ର://ଙ୍ଖସହବଚ୍ଚଙ୍ଖବବଦ୍ଭସ.ମକ୍ଟଜ୍ଞ)
ମଧ୍ୟପ୍ରାଚ୍ୟରେ ଚାଲିଥିବା ଜନବିକ୍ଷୋଭର ଶିହୀରଣ ଦ୍ୱାରା ଆବିଷ୍ଟ ଭାରତୀୟ ଗଣମାଧ୍ୟମ ତାହାର ଏକ ଭାରତୀୟ ସଂସ୍କରଣ ଜନ୍ତର ମନ୍ତରରେ ଦେଖିବାକୁ ଯେ ଅପେକ୍ଷା କରିଥିଲା-ଏହା କହିବା ଅପ୍ରାସଙ୍ଗିକ ହେବ ନାହିଁ ।
ଆନ୍ନା ଅନଶନର ପୂର୍ବାପର
ଗାନ୍ଧିବାଦୀ ସଙ୍ଗଠନ ଗାନ୍ଧିବାଦୀ ସେବା ଓ ସତ୍ୟାଗ୍ରହ ବାହିନୀର ଦୁର୍ନୀତି ବିରୋଧୀ ଅଭିଯାନକୁ ସେମାନଙ୍କ ହାତରୁ ଛଡ଼ାଇନେବା, ବିଜେପିର ପ୍ରସ୍ତାବିତ ଉପା ସରକାରଙ୍କ ବିରୁଦ୍ଧରେ ୬ଏପ୍ରିଲରୁ ୧୫ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁର୍ନୀତି ବିରୋଧୀ ବିକ୍ଷୋଭର ସଙ୍ଗଠନକୁ ନିର୍ବାପିତ କରିଦେବାରେ ଯେ ଆନ୍ନାଙ୍କ ଅନଶନ କେବଳ ସଫଳ ହେଲା(ଦ୍ରଷ୍ଟବ୍ୟ: ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୟଗ୍ଧୟ ଇକ୍ଟ୍ରକ୍ସସକ୍ଷ ୧୧, ୨୦୧୧, ‘ଐବଚ୍ଛବକ୍ସର’ଗ୍ଦ ଙ୍ଗସଦ୍ଭ ସଦ୍ଭ କ୍ଟକ୍ଟ୍ରକ୍ଟ୍ରକ୍ଟଗ୍ଦସଗ୍ଧସକ୍ଟଦ୍ଭ’ଗ୍ଦ କ୍ଷକ୍ଟଗ୍ଦଗ୍ଦ’-ଚ.୧୦) ତାହା ନୁହେଁ-ଏହା ମଧ୍ୟ ସଫଳ ହୋଇଛି ଦୁର୍ନୀତି ବିରୁଦ୍ଧରେ ସୁପ୍ରିମକୋର୍ଟ ଗ୍ରହଣ କରିଥିବା କଠୋର ଭୂମିକାଉପରୁ ଲୋକଦୃଷ୍ଟିକୁ ବିଚୁ୍ୟତ କରିବାରେ । କିଏ ବା ମନେ ରଖିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାପାଇଁ ହୋଇଥିବା ୩୦,୦୦୦ କୋଟି ଟଙ୍କାର ବ୍ୟୟଉପରେ ସୁପ୍ରିମକୋର୍ଟର ନିମ୍ନୋକ୍ତ ମନ୍ତବ୍ୟକୁ (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର// ଙ୍ଗଙ୍ଗଙ୍ଗ.ଦ୍ଭୟଗ୍ଧଙ୍ଖ.ମକ୍ଟଜ୍ଞ, ୟଗ୍ଧ.୨୯.୯.୨୦୧୦ ବକ୍ସଗ୍ଧସମକ୍ଷର)- ‘ଐକ୍ଟଙ୍ଗ ଜ୍ଞସଦ୍ଭୟକ୍ଷରଗ୍ଦଗ୍ଦ ବଦ୍ଭୟ କ୍ଷବଙ୍ଗ କ୍ଷରଗ୍ଦଗ୍ଦ ବକ୍ସର ଚ୍ଚକ୍ଟଙ୍କ? ଘକ୍ଟ କ୍ସରଶବକ୍ସୟ ଲକ୍ଟକ୍ସ ଷସଗ୍ଦଗ୍ଧକ୍ଟକ୍ସଚ୍ଚ, ଦ୍ଭକ୍ଟ କ୍ସରଶବକ୍ସୟ ଲକ୍ଟକ୍ସ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ. ଞଷରକ୍ସର ସଗ୍ଦ ବ ଗ୍ଧକ୍ଟଗ୍ଧବକ୍ଷକ୍ଷଚ୍ଚ ଙ୍କଦ୍ଭରଗ୍ଧଷସମବକ୍ଷ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଙ୍ଗସଗ୍ଧଷ ଦ୍ଭକ୍ଟ ଜ୍ଞକ୍ଟକ୍ସବକ୍ଷ ଙ୍ଖବକ୍ଷଙ୍କରଗ୍ଦ. ଗକ୍ଟଦ୍ଭରଚ୍ଚ ସଗ୍ଦ ଗ୍ଧଷର କ୍ଟଦ୍ଭକ୍ଷଚ୍ଚ ଗ୍ଧଷସଦ୍ଭଶ ଗ୍ଧଷବଗ୍ଧ ଜ୍ଞବଗ୍ଧଗ୍ଧରକ୍ସଗ୍ଦ. ଡଷଚ୍ଚ ୟକ୍ଟଦ୍ଭକ୍ଟଗ୍ଧ ଚ୍ଚକ୍ଟଙ୍କ ମକ୍ଟଦ୍ଭଙ୍ଖରକ୍ସଗ୍ଧ ଔବଦ୍ଭଗ୍ଧବକ୍ସ ଗବଦ୍ଭଗ୍ଧବକ୍ସ ସଦ୍ଭଗ୍ଧକ୍ଟ ବ ଐକ୍ଟଗ୍ଧରକ୍ଷ କ୍ଟକ୍ସ ବ ଜ୍ଞବକ୍ଷକ୍ଷ ବଦ୍ଭୟ ଓଦ୍ଭୟସବ ଙ୍ଗସକ୍ଷକ୍ଷ ଗ୍ଦଷସଦ୍ଭର?’ ଏହା ବୋଧହୁଏ ଏକ ସଂଯୋଗ ଯେ ଏହି ଜନ୍ତର ମନ୍ତରରେ ଆନ୍ନା ହଜାରେ ଉପରୋକ୍ତ ମନ୍ତବ୍ୟର ୬ମାସପରେ ଆମରଣ ଅନଶନରେ ବସି ସ୍ଥାନଟିକୁ ହୋଟେଲ ବା ମଲ୍ଠାରୁ ଅଧିକ ଆକର୍ଷଣୀୟ କରିଦେଲେ । କିଏ ବା ମନେରଖିଛି ଯେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ଯେ କାହିଁକି ଏ.ରାଜାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ସେ ନିଷ୍ପତ୍ତ ନେବାରେ ଡେରି କଲେ, ତାହାକୁ ଏକ ସତ୍ୟପାଠ ଜରିଆରେ କୋର୍ଟକୁ ଜଣାନ୍ତୁ? ଏହିଭଳି ନିଦେ୍ର୍ଧଶ ଯେ ଏକ ବିରଳ ଘଟଣା,ଏହା ଉଲ୍ଲେଖ କରି ମାନସୀ-କଟ୍କର୍-କୁଲକର୍ଣ୍ଣୀ ଲେଖନ୍ତି, ‘ଓଗ୍ଧ ସଗ୍ଦ କ୍ଟ୍ରକ୍ସକ୍ଟଭବଭକ୍ଷଚ୍ଚ କ୍ଟଦ୍ଭର କ୍ଟଲ ଗ୍ଧଷର କ୍ସବକ୍ସରଗ୍ଦଗ୍ଧ କ୍ଟମମବଗ୍ଦସକ୍ଟଦ୍ଭଗ୍ଦ ସଦ୍ଭ ଓଦ୍ଭୟସବଦ୍ଭ ଔଙ୍କୟସମବକ୍ଷ ଷସଗ୍ଦଗ୍ଧକ୍ଟକ୍ସଚ୍ଚ ଗ୍ଧଷବଗ୍ଧ ଗ୍ଦଙ୍କମଷ ବଦ୍ଭ ସଦ୍ଭ-ଚ୍ଚକ୍ଟଙ୍କକ୍ସ-ଲବମର ଗ୍ଦଗ୍ଧରକ୍ଟ୍ର ଷବଗ୍ଦ ଭରରଦ୍ଭ ଗ୍ଧବଳରଦ୍ଭ ଭଚ୍ଚ ଗ୍ଧଷର ଝଙ୍କକ୍ଟ୍ରକ୍ସରଜ୍ଞର ଉକ୍ଟଙ୍କକ୍ସଗ୍ଧ.’ (ଦ୍ରଷ୍ଟବ୍ୟ: ‘ଓଦ୍ଭୟସବ’ଗ୍ଦ ସକ୍ଷକ୍ଷସମସଗ୍ଧ ଲସଦ୍ଭବଦ୍ଭମସବକ୍ଷ ଙ୍ଗକ୍ଟରଗ୍ଦ; ଷଗ୍ଧଗ୍ଧକ୍ଟ୍ର://ଓଦ୍ଭୟସବ.ଲକ୍ଟକ୍ସରସଶଦ୍ଭ କ୍ଟ୍ରକ୍ଟକ୍ଷସମଚ୍ଚଭକ୍ଷକ୍ଟଶଗ୍ଦ.ମକ୍ଟଜ୍ଞ, ୧୯ଗ୍ଧଷ ଘକ୍ଟଙ୍ଖ, ୨୦୧୦) । କିଏ ବା ମନେରଖିଛି ସୁପ୍ରିମକୋର୍ଟର ନିଷ୍ପତ୍ତକୁ (୧୬ ଡିସେମ୍ବର ୨୦୧୦)ଯେ ୨-ଜି ଦୁର୍ନୀତିର ଅନୁସନ୍ଧାନର ତଦାରଖ ସୁପ୍ରିମକୋର୍ଟ କରିବ? କିଏ ବା ମନେ ପକାଉଛି ଯେ କପିଲ ସିବଲ (ଲୋକପାଳ ବିଲ୍ ଡ୍ରାଫ୍ଟ କମିଟିର ସଭ୍ୟ), ୨-ଜି ଦୁର୍ନୀତିକୁ ଲଘୁ କରିଦେବାକୁ ଯାଇ ସି.ଏ.ଜି. ରିପୋର୍ଟ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ଓ ସିବଲଙ୍କୁ ତାଗିଦ? କଳାଧନ ଯେ ‘ଜ୍ଞସଦ୍ଭୟଭକ୍ଟଶଶକ୍ଷସଦ୍ଭଶ ମକ୍ସସଜ୍ଞର’, ‘ସୟରଦ୍ଭଗ୍ଧସଲଚ୍ଚ କ୍ଟ୍ରରକ୍ଟକ୍ଟ୍ରକ୍ଷର ଙ୍ଗସଗ୍ଧଷ ଭକ୍ଷବମଳ ଜ୍ଞକ୍ଟଦ୍ଭରଚ୍ଚ ବଭକ୍ସକ୍ଟବୟ’ (୧୪.୧.୨୦୧୧), ହାସାନ ଅଲ୍ଲୀଙ୍କୁ ଗିରଫ ନିଦେ୍ର୍ଧଶକୁ କିଏ ମନେ ପକାଉଛି । ସୁପ୍ରିମକୋର୍ଟର ଦୁର୍ନୀତିବିରୋଧୀ  କଠୋର ମନ୍ତବ୍ୟ ଓ ପଦକ୍ଷେପ ପାଇଁ ନିଦେ୍ର୍ଧଶ ଶୁଣି ଆମର ଭଦ୍ରସମାଜ ଅର୍ଥାତ ଉସଙ୍ଖସକ୍ଷ ଝକ୍ଟମସରଗ୍ଧଚ୍ଚ ବାଜାବଜାଇ ବାହାରିବା କେହି ଦେଖିନାହିଁ ।
ଆନ୍ନାହଜାରେଙ୍କ ଅନଶନ ଅବଶ୍ୟ ବହୁ ଅପାଂକ୍ତେୟ ହୋଇ ପଡ଼ିଥିବା, ଗଣମାଧ୍ୟମ ବୁଭୁକ୍ଷୁ, ସ୍ୱଘୋଷିତ ସମାଜସେବୀ/କର୍ମୀ ଓ ଉଚ୍ଚ ପେନସନଭୋଗୀଙ୍କର ଭଦ୍ରସମାଜକୁ ପଲ୍ଲବିତ କରିଛି । ତେବେ ଏକ ସୁଖକର ଦୃଶ୍ୟ ହେଉଛି-ଆନ୍ନା ହଙ୍ଗାମା ଦ୍ୱାରା ସାମ୍ୟବାଦୀ ଦଳଗୁଡ଼ିକ ବିଚଳିତ ହୋଇନାହାନ୍ତି ।
ଅପରପକ୍ଷରେ ସୁପ୍ରିମକୋର୍ଟର ଆକ୍ରମଣାତ୍ମକ ଚେହେରା ଆମର କ୍ଷମତାସୀନଙ୍କୁ, କଳାଧନ ସୃଷ୍ଟିକାରୀ କର୍ପୋରେଟଙ୍କୁ ଓ କଳାଧନରେ ପ୍ରତିପାଳିତ ଫିଲ୍ମଦୁନିଆକୁ ବିଚଳିତ କରିଦେଇଛି । ଏକ ବିକଳ୍ପ ଅନୁଷ୍ଠାନର ପ୍ରସ୍ତାବ ସୁପ୍ରିମକୋର୍ଟକୁ ନରମ କରିଦେବ ବୋଲି ସେମାନେ ଭାବିବା ସ୍ୱାଭାବିକ । ଆନ୍ନା ହଜାରେଙ୍କ ଜନ ଲୋକପାଳ ବିଲ୍ରେ ଏହିଭଳି ଏକ ସମ୍ଭାବନା ବୋଧହୁଏ ଏହି ବିଚଳିତ ଗୋଷ୍ଠୀ ଦେଖୁଛନ୍ତି । ଏହା ତେଣୁ ଏକ ସଂଯୋଗ ବୋଲି ମନେହୁଏ ନାହିଁ ଯେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପିତା-ପୁତ୍ର ଶାନ୍ତିଭୂଷଣ ଓ ପ୍ରଶାନ୍ତଭୂଷଣ ଲୋକପାଳ ବିଲ୍ ପ୍ରସ୍ତୁତି କମିଟିରେ ଅଛନ୍ତି । ସହଯୋଗୀ ବାବା ରାମଦେବଙ୍କ ବିରୋଧ ସତ୍ତ୍ୱେ ଆନ୍ନା ହଜାରେ-ଏହି ପିତା-ପୁତ୍ର ଦ୍ୱୟଙ୍କର କମିଟିରେ ରଖିବା ନିଷ୍ପତ୍ତ ଠିକ୍ବୋଲି ଘୋଷଣା କରିଛନ୍ତି ।
ଦୁର୍ନୀତି ନିବାରଣ ପାଇଁ ଆମରଣ ଅନଶନ ପ୍ରତିଯୋଗିତା
ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିର ଶେଷବେଳକୁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଏହି ଦୁର୍ନୀତିରେ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କର ସମ୍ପୃକ୍ତି ଯେତେବେଳେ ଗଣମାଧ୍ୟରେ ନିରବଚ୍ଛିନ୍ନ ପ୍ରଚାରିତ ହେଲା- ବିଶେଷତଃ ଯେତେବେଳେ ସୁପ୍ରିମକୋର୍ଟର ତାଗିଦରେ ସରକାରୀ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ଖୁବ୍ ସକ୍ରିୟ ହେବା ଦେଖାଗଲା ଓ ଧାରଣା ସୃଷ୍ଟିହେଲା ଯେ ଭାରତ ସୁପି୍ରମକୋର୍ଟଦ୍ୱାରା ଶାସିତ ହେବା ଉଚିତ (ଓଗ୍ଧ ସଗ୍ଦ କ୍ଷକ୍ଟକ୍ଟଳସଦ୍ଭଶ ବଗ୍ଦ ସଲ କ୍ଟଙ୍କକ୍ସ ଓଦ୍ଭୟସବ ଗ୍ଦଷକ୍ଟଙ୍କକ୍ଷୟ ଭର କ୍ସଙ୍କକ୍ଷରୟ ଭଚ୍ଚ ଗ୍ଧଷର ଝଉ. ଡରକ୍ଷକ୍ଷୟକ୍ଟଦ୍ଭର ଝଉ ଲକ୍ଟକ୍ସ ଙ୍ଗବଳସଦ୍ଭଶ ଙ୍କକ୍ଟ୍ର ବଗ୍ଧକ୍ଷରବଗ୍ଦଗ୍ଧ ବଲଗ୍ଧରକ୍ସ ୬୩ଚ୍ଚରବକ୍ସଗ୍ଦ- ଝବଗ୍ଧସଗ୍ଦଷ ଙ୍ଖସକ୍ସସଙ୍ଖସଦ୍ଭସଗ୍ଧଚ୍ଚ ସଦ୍ଭ ‘ୠସଦ୍ଭବକ୍ଷକ୍ଷଚ୍ଚ ଝଙ୍କକ୍ଟ୍ରକ୍ସରଜ୍ଞର ଉକ୍ଟଙ୍କକ୍ସଗ୍ଧ କ୍ଟ୍ରଙ୍କଗ୍ଦଷରଗ୍ଦ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ କ୍ଟଲ ଓଦ୍ଭୟସବ ଲକ୍ଟକ୍ସ ଭକ୍ଷବମଳ ଜ୍ଞକ୍ଟଦ୍ଭରଚ୍ଚ.’- ମଙ୍କକ୍ସକ୍ସରଦ୍ଭଗ୍ଧ ଙ୍ଗରରଳ ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ମଙ୍କକ୍ସକ୍ସରଦ୍ଭଗ୍ଧ ଙ୍ଗରରଳ.ଦ୍ଭରଗ୍ଧ) । ସେତେବେଳେ କିଛି ବେସରକାରୀ ସଙ୍ଗଠନ ଅର୍ଥାତ ଏନ୍.ଜି.ଓ ଓ ଗାନ୍ଧିବାଦୀ ସଙ୍ଗଠନ ଦୁର୍ନୀତି ପ୍ରସଙ୍ଗକୁ ରାଜରାସ୍ତାକୁ ଆଣିବା ଆରମ୍ଭ କଲେ । ଗାନ୍ଧିବାଦୀ ସେବା ଏବଂ ସତ୍ୟାଗ୍ରହ ବାହିନୀ (ଏବଦ୍ଭୟସବଦ୍ଭ ଝରଙ୍ଖବ ବଦ୍ଭୟ ଝବଗ୍ଧଚ୍ଚବଶକ୍ସବଷବ ଈକ୍ସସଶବୟର -ଏଝଝଈ)ର କିଛି ବର୍ଷିୟାନ ସଦସ୍ୟ ନୂତନ ବର୍ଷ ଦିନ (୦୧/୦୧/୨୦୧୧) ରିଲେ ଅନଶନ ଆରମ୍ଭ କଲେ । ତାଙ୍କର ୩ଟି ଦାବିଥିଲା । ପ୍ରଥମ ଦାବି ଥିଲା- ଏକ ପ୍ରଭାବୀ ଲୋକପାଳ ନିଯୁକ୍ତି । ଦ୍ୱିତୀୟ ଦାବି ଥିଲା ଅପରାଧ ଅଭିଯୋଗଥିବା ବ୍ୟକ୍ତିଙ୍କୁ ସଂସଦ ଓ ବିଧାନସଭାର ପ୍ରାର୍ଥୀତ୍ୱରୁ ବଞ୍ଚôତ କରିବା । ତୃତୀୟ ଦାବି ଥିଲା ସାଂସଦ, ବିଧାୟକ, ମନ୍ତ୍ରୀ ଏବଂ ସରକାରୀ ଅଫିସରଙ୍କର ଅନ୍ୟାୟ ଉପାର୍ଜିତ ସମ୍ପତ୍ତିକୁ ଜବତ କରିବା । ଯେତେବେଳେ ଏହି ରିଲେ ଅନଶନ ଆଶାନୁରୂପ ପ୍ରଭାବ ପକାଇ ପାରୁନାହିଁ ବୋଲି ବାହିନୀର କର୍ମକର୍ତ୍ତାମାନେ ଅନୁଭବ କଲେ , ସେତେବେଳେ ୯୩ବର୍ଷ ବୟସ୍କ ଶମ୍ଭୁ ଦତ୍ତଙ୍କ ନେତୃତ୍ୱରେ ୫ଜଣ ସ୍ୱାଧୀନତା ସଂଗ୍ରାମୀ ଜାନୁଆରୀ ୩୦, ୨୦୧୧ସହିଦ ଦିବସ ଦିନ ଅନଶନରେ ବସିଗଲେ ।
ଏହି ସମୟବେଳକୁ ଦୁର୍ନୀତି ବିରୁଦ୍ଧରେ ଭାରତ (ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ)ନାମକ ଏକ ସଙ୍ଗଠନ ଆତ୍ମପ୍ରକାଶ କରିଥିଲା । ଏହାର ପ୍ରତିଷ୍ଠାତା ମାନଙ୍କ ମଧ୍ୟରେଥିଲେ ଆନ୍ନା ହଜାରେ, ସ୍ୱାମୀ ଅଗ୍ନିବେଶ, ଶ୍ରୀ ଶ୍ରୀ ରବିଶଙ୍କର, ବାବା ରାମଦେବ, କିରଣ ବେଦୀ, ଅରବିନ୍ଦ କେଜରୀୱାଲ୍, ଦେବିନ୍ଦର ଶର୍ମା, ମଲ୍ଲିକା ସରାଭାଇ ଆଦି । ଏହିମାନଙ୍କ ଭିତରୁ ସ୍ୱାମୀ ଅଗ୍ନିବେଶ, ଅରବିନ୍ଦ କେଜରୀୱାଲ୍ ଓ କିରଣ ବେଦୀ ଅନଶନରେ ବସିଥିବା ଶମ୍ଭୁ ଦତ୍ତଙ୍କ ନିକଟରେ ପହଞ୍ଚô ଅନଶନରୁ ନିବୃତ୍ତ ହେବାପାଇଁ ପ୍ରବର୍ତ୍ତାଇଲେ । ସେମାନେ ଶମ୍ଭୁ ଦତ୍ତ ମହାଶୟଙ୍କୁ ଧାରଣା ଦେଲେ ଯେ ତିନିମାସ ପରେ ସେମାନେ ଆନେ୍ଦାଳନ ଆରମ୍ଭ କରିବେ ଓ ସେତେବେଳେ ସେମାନେ ଶମ୍ଭୁ ଦତ୍ତଙ୍କ ସଙ୍ଗଠନ ସହ ମିଳିତଭାବେ ଆନେ୍ଦାଳନ କରିବେ । କିରଣ ବେଦୀ ତ ଜିଦ୍ ଧରିଲେ ଯେ ଶମ୍ଭୁ ଦତ୍ତ ଅନଶନରୁ ନିବୃତ୍ତ ନହେଲେ ସେ ସେହି ସ୍ଥାନ ଛାଡ଼ିବେ ନାହିଁ । ଶମ୍ଭୁ ଦତ୍ତ ଅନଶନରୁ ଓହରିଲେ, ଦୁର୍ନୀତି ବିରୁଦ୍ଧରେ ମିଳିତ ଆନେ୍ଦାଳନ ପ୍ରଭାବୀହେବ; ଏହି ଧାରଣା ନେଇ । କିନ୍ତୁ ଏପ୍ରିଲ ୫ତାରିଖ ଦିନ ଦୁର୍ନୀତି ବିରୁଦ୍ଧରେ ଭାରତ (ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ) ର କର୍ମକର୍ତ୍ତାମାନେ ଶମ୍ଭୁ ଦତ୍ତ ମହାଶୟଙ୍କୁ କୌଣସି ସୂଚନା ନଦେଇ ଅନଶନ ଆରମ୍ଭ କରିଦେଲେ ଓ ‘ଆମରଣ ଅନଶନ’ରେ ଅଭ୍ୟସ୍ତ ଆନ୍ନା ହଜାରେଙ୍କୁ ଆମରଣ ଅନଶନରେ ବସାଇଲେ । ଏହି ପ୍ରସଙ୍ଗରେ ପ୍ରବୀଣ ସାମ୍ବାଦିକ ସାମ ରାଜପ୍ପା ଲେଖନ୍ତି, ‘ଗରବଦ୍ଭଙ୍ଗଷସକ୍ଷର ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଷବୟ ଷସହବମଳରୟ ଏଝଝଈ’ଗ୍ଦ ବଦ୍ଭଗ୍ଧସ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ମକ୍ସଙ୍କଗ୍ଦବୟର ଙ୍ଗସଗ୍ଧଷକ୍ଟଙ୍କଗ୍ଧ ରଙ୍ଖରଦ୍ଭ ସଦ୍ଭଲକ୍ଟକ୍ସଜ୍ଞସଦ୍ଭଶ ଝବଜ୍ଞଭଷଙ୍କ ଊଙ୍କଗ୍ଧଗ୍ଧ କ୍ଟଲ ସଗ୍ଧଗ୍ଦ କ୍ଟ୍ରକ୍ସକ୍ଟଶକ୍ସବଜ୍ଞଜ୍ଞର କ୍ଟଲ କ୍ଟ୍ରଙ୍କଗ୍ଦଷସଦ୍ଭଶ ଙ୍ଖରଗ୍ଧରକ୍ସବଦ୍ଭ ଗ୍ଦକ୍ଟମସବକ୍ଷ ଙ୍ଗକ୍ଟକ୍ସଳରକ୍ସ ଇଦ୍ଭଦ୍ଭବ ଐବଚ୍ଛବକ୍ସର ସଦ୍ଭ ବ ଙ୍ଗରକ୍ଷକ୍ଷ କ୍ଟକ୍ସମଷରଗ୍ଦଗ୍ଧକ୍ସବଗ୍ଧରୟ ଲକ୍ସରଦ୍ଭଚ୍ଛଚ୍ଚ ଗ୍ଧକ୍ଟ ଶକ୍ଟ କ୍ଟଦ୍ଭ ସଦ୍ଭୟରଲସଦ୍ଭସଗ୍ଧର ଲବଗ୍ଦଗ୍ଧ ଗ୍ଧକ୍ଟ ଲକ୍ଟକ୍ସମର ଗ୍ଧଷର ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ବମମରକ୍ଟ୍ରଗ୍ଧ ସଗ୍ଧଗ୍ଦ ଔବଦ୍ଭ ଖକ୍ଟଳକ୍ଟ୍ରବକ୍ଷ ଈସକ୍ଷକ୍ଷ ୟକ୍ସବଲଗ୍ଧରୟ ଭଚ୍ଚ ଔଙ୍କଗ୍ଦଗ୍ଧସମର ଝବଦ୍ଭଗ୍ଧକ୍ଟଗ୍ଦଷ ଐରଶୟର, ଚକ୍ସବଗ୍ଦବଦ୍ଭଗ୍ଧବ ଈଷଙ୍କଗ୍ଦବଦ୍ଭ ବଦ୍ଭୟ କରହକ୍ସସଙ୍ଗବକ୍ଷ(ଦ୍ରଷ୍ଟବ୍ୟ: ‘ଣରବକ୍ସ କ୍ଟଲ ଇଦ୍ଭଗ୍ଧସ-ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ, ଞଷର ଝଗ୍ଧବଗ୍ଧରଗ୍ଦ-ଜ୍ଞବଦ୍ଭ, ୧୧.୪.୨୦୧୧)ଉଲ୍ଲେଖଯୋଗ୍ୟ ଯେ ଶମ୍ଭୁ ଦତ୍ତ ମହାଶୟ ଓ ତାଙ୍କର ସହଯୋଗୀ ତିନିଟି ଦାବିକୁ ନେଇ ଆମରଣ ଅନଶନରେ ବସିଥିବାବେଳେ ଆନ୍ନା ହଜାରେ କେବଳ ଜନ ଲୋକପାଳ ବିଲ୍ ପ୍ରସ୍ତୁତ ଦାବିରେ ହିଁ ଆମରଣ ଅନଶନରେ ବସିଲେ ।
ଶୁଣାଯାଉଛି କିରଣ ବେଦୀ, ସ୍ୱାମୀ ଅଗ୍ନିବେଶ, ଅରବିନ୍ଦ କେଜରୀୱାଲ୍, ଆନ୍ନା ହଜାରେ ଇତ୍ୟାଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁର୍ନୀତି ବିରୁଦ୍ଧରେ ଭାରତ (ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ) ଦ୍ୱାରା ପ୍ରତାରିତ ଗାନ୍ଧିବାଦୀ ସେବା ଓ ସତ୍ୟଗ୍ରହ ବାହିନୀ (ଏବଦ୍ଭୟଷସବଦ୍ଭ ଝରଙ୍ଖବ ବଦ୍ଭୟ ଝବଗ୍ଧଚ୍ଚବଶକ୍ସବଷ ଈକ୍ସସଶବୟର)ର ବର୍ଷୀୟାନ ନେତା ଶମ୍ଭୁ ଦତ୍ତ ମହୋଦୟ ତାଙ୍କ ସହଯୋଗୀମାନଙ୍କୁ ନେଇ ମଇ ପହିଲାରୁ ଅନଶନରେ ବସିବେ । ଦେଖାଯାଉ ଦୁର୍ନୀତିମୁକ୍ତ ଭାରତ ଦେଖିବାପାଇଁ ଅପେକ୍ଷା କରିଥିବା କେତେ ଯୁବକଯୁବତୀ, କର୍ପୋରେଟ, କ୍ରିକେଟ ଖେଳାଳୀ ଓ ଚିତ୍ରତାରକା ଶମ୍ଭୁ ଦତ୍ତଙ୍କ ଅନଶନ ସମର୍ଥନରେ ଦୃଶ୍ୟମାନ ହେଉଛନ୍ତି ।
ଆନ୍ନା ହୋ
ଆନ୍ନା ହଜାରେଙ୍କର ଦୁର୍ନୀତି ବିରୋଧୀ ଅନଶନର ସମର୍ଥନରେ ଯେଉଁ ଅତର୍କିତ ହୋ ଉଠିଲା, ବିଭିନ୍ନ ପୋଷାକରେ ସଜ୍ଜିତହୋଇ, ବାଜାବଜାଇ ଶୋଭାଯାତ୍ରା ମାନଙ୍କର ଦୃଶ୍ୟ ଯେପରି ଗଣମାଧ୍ୟମରେ ପ୍ରସାରିତ ହେଲା- ତାହା ସ୍ମରଣ କରାଇଦେଲା ମାଲକାନଗିରି କଲେକ୍ଟର ଭିନିଲ କ୍ରିଷ୍ଣାଙ୍କର ଅପହରଣ ପରେ ତାଙ୍କର ମୁକ୍ତିପାଇଁ ଉଠିଥିବା ହୋ ଓ ହୋଇଥିବା ଶୋଭାଯାତ୍ରାର ଦୃଶ୍ୟ । ଯେଉଁମାନେ ଭିନିଲ କ୍ରିଷ୍ଣାଙ୍କ ପାଇଁ ସହସା ଉଠିଥିବା ସମର୍ଥନକୁ ସନେ୍ଦହ ଚକ୍ଷୁରେ ଦେଖୁଥିଲେ, ସେମାନେ ଆନ୍ନା ହଜାରେଙ୍କ ସମର୍ଥନରେ ହେଉଥିବା ପ୍ରଦର୍ଶନ କେତେ ସ୍ୱତଃସ୍ଫୂର୍ତ୍ତ ଓ କେତେ ପ୍ରାୟୋଜିତ, ତା’ନେଇ ସନେ୍ଦହପ୍ରକଟ କରିବା ସ୍ୱାଭାବିକ । କଳାଧନର ଉତ୍ସ୍ୱ କର୍ପୋରେଟ ଓ କଳାଧନ ଦ୍ୱାରା ପ୍ରତିପାଳିତ ଫିଲ୍ମଦୁନିଆର ସମର୍ଥନ ସନେ୍ଦହକୁ ଘନୀଭୂତ କରିଛି ।
ଆନ୍ନାଙ୍କ ଅନଶନ କଂଗ୍ରେସର ବିଜୟ!
ଆନ୍ନା ହଜାରେ ତାଙ୍କର ଆମରଣ ଅନଶନ ଚାରିଦିନ ପୂରଣ ହେଉ ହେଉ, ପ୍ରତ୍ୟାହାର କରିବାର ନିଷ୍ପତ୍ତ ନେବାବେଳେ କହିଲେ, ‘ଯେଉଁଭଳି ଭାବରେ ସରକାର ଆମର ଦାବି ସବୁ ମାନିନେଲେ, ସେଥିରୁ ଜଣାପଡ଼ୁଛି ଏହା ଭାରତର ଜନସାଧାରଣଙ୍କ ବିଜୟ’ (ୠକ୍ସକ୍ଟଜ୍ଞ ଗ୍ଧଷର ଙ୍ଗବଚ୍ଚ ଗ୍ଧଷର ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଷବଗ୍ଦ ବମମରକ୍ଟ୍ରଗ୍ଧରୟ (କ୍ଟଙ୍କକ୍ସ ୟରଜ୍ଞବଦ୍ଭୟଗ୍ଦ), ଗ୍ଧଷର କ୍ଟ୍ରରକ୍ଟକ୍ଟ୍ରକ୍ଷର କ୍ଟଲ ଓଦ୍ଭୟସବ ଷବଙ୍ଖର କ୍ଟଙ୍ଗଦ୍ଭ- ଞଷର ଗ୍ଦଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୯ଗ୍ଧଷ ଇକ୍ଟ୍ରକ୍ସସକ୍ଷ ୨୦୧୧) । ବିଶ୍ୱକପ କ୍ରିକେଟ ଖେଳର ପରିସମାପ୍ତି ଓ ଆଇ.ପି.ଏଲ୍. କ୍ରିକେଟ ଖେଳର ଆରମ୍ଭ ଭିତରେ ସୃଷ୍ଟ ୫ଦିନର ବ୍ୟବଧାନକୁ ଆନ୍ନା ହଜାରେଙ୍କର ଆମରଣ ଅନଶନ ଯୋଡ଼ିଦେବା-ଏକ ସଂଯୋଗ ମାତ୍ର ଥିଲା କି ଏକ ସୁଚିନ୍ତିତ ଯୋଜନାର ଅଂଶବିଶେଷ ଥିଲା-ତାହା କେବଳ କିରଣ ବେଦୀ, ଅରବିନ୍ଦ କେଜରୀୱାଲ ଓ ସ୍ୱାମି ଅଗ୍ନିବେଶ ହିଁ ନିର୍ଦ୍ଧିଷ୍ଟ ଭାବେ କହିପାରିବେ । କାରଣ ଏହିମାନେ ହିଁ ଗଣମାଧ୍ୟମରେ ଆନ୍ନାଙ୍କ ସହ ବସିବାର ବେଶୀ ଦୃଶ୍ୟମାନ ହେଉଥିଲେ । କିନ୍ତୁ ବିଶ୍ୱକପ ବିଜୟର ଯେଉଁ ଉଦ୍ଧୀପନା ଦର୍ଶକମାନଙ୍କଠାରେ ପରିଲକ୍ଷିତ ହେବାର ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା, ପ୍ରାୟଃ ସେହିଭଳି ଉଦ୍ଧୀପନା ଆନ୍ନାଙ୍କ ଅନଶନ ପ୍ରସଙ୍ଗରେ ଦେଖିବାକୁ ମିଳୁଥିଲା ଗଣମାଧ୍ୟମରେ । ତେବେ ଆନ୍ନା ହଜାରେ ଯେଉଁ ଅନୁଷ୍ଠାନ ପକ୍ଷରୁ ଅନଶନରେ ବସିଥିଲେ- ସେହି ଅନୁଷ୍ଠାନର ୱେବସାଇଟରେ (ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଓଦ୍ଭୟସବବଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ.କ୍ଟକ୍ସଶ) ଆନ୍ନାଙ୍କ ଅନଶନ ପ୍ରତି ୧୦,୩୬,୫୮୨ଲୋକଙ୍କର ସମର୍ଥନ ରହିଛି ବୋଲି (୧୨ତାରିଖ ସୁଦ୍ଧା) ଦର୍ଶାଯାଇଛି । କହିବା ବାହୁଲ୍ୟ ଯେ ଏହି ସଂଖ୍ୟା ଭାରତର ସମୁଦାୟ ଲୋକସଂଖ୍ୟାର ଶତକଡ଼ା ୦.୦୮୩ଭାଗ । ଏହି ସଂଖ୍ୟାକୁ ଭିତ୍ତ କରି ଦାବି କରିବା ଯେ ଭାରତର ଜନସାଧାରଣଙ୍କର ବିଜୟ ହୋଇଛି- ଏକ ଆସ୍ପର୍ଦ୍ଧାର ହିଁ ଅଭିବ୍ୟକ୍ତି ହୋଇପାରେ ଯାହା ବାସ୍ତବିକତା ଆଦୌ ନୁହେଁ ।
ତେବେ ବିଜୟ ହୋଇଛି, କଂଗ୍ରେସ ଦଳର । କାରଣ ଯେଉଁ ଯୌଥ କମିଟି ଲୋକପାଳ ବିଲ୍ ପ୍ରସ୍ତୁତ କରିବା ପାଇଁ ଗଠନ ହୋଇଛି, ସେଥିରେ ସରକାରଙ୍କ ତରଫରୁ କେବଳ କଂଗ୍ରେସ ମନ୍ତ୍ରୀ (ପ୍ରଣବ ମୁଖାର୍ଜୀ, କପିଳ ସିବଲ, ବୀରାପ୍ପା ମୋଇଲି, ପି.ଚିଦାମ୍ବରମ, ସଲମାନ ଖୁର୍ସିଦ)ମାନେ ହିଁ ଅଛନ୍ତି । କୌଣସି ସହଯୋଗୀ ଦଳର ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇ ନାହିଁ । ବିରୋଧୀଦଳର ସାଂସଦ ତ’ ଦୂରର କଥା । ଆନ୍ନା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ‘ଭଲ ଲୋକ’ର ପ୍ରମାଣପତ୍ର ଦେଲେ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିବା ଜାତୀୟ ପରାମର୍ଶଦାତା ପରିଷଦ (ଘବଗ୍ଧସକ୍ଟଦ୍ଭବକ୍ଷ ଇୟଙ୍ଖସଗ୍ଦକ୍ଟକ୍ସଚ୍ଚ ଉକ୍ଟଙ୍କଦ୍ଭମସକ୍ଷ-ଘଇଉ) ଉପରେ ଆନ୍ନା ତାଙ୍କର ଅଗାଧବିଶ୍ୱାସ ବ୍ୟକ୍ତକଲେ ଯେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖକଲେ ଯେ, ‘ଏନ୍.ଏ.ଏସି. ସବ୍କମିଟି ଜନ ଲୋକପାଳ ବିଲ୍ର ଆଲୋଚନା କରିଛି । କିନ୍ତୁ ତା’ର ମାନେ ବା କ’ଣ? ସରକାର କ’ଣ ସବ୍କମିଟିର ପ୍ରସ୍ତାବକୁ ମାନିବ? ବର୍ତ୍ତମାନ ପର୍ଯ୍ୟନ୍ତ ଉପା-୨ ଏନ୍.ଏ.ଏସି. ଦ୍ୱାରା ଉତ୍ଥାପିତ ପ୍ରସଙ୍ଗଗୁଡ଼ିକୁ, ଅତି ସାଧାରଣ ହୋଇଥିଲେ ମଧ୍ୟ, ବେଖାତିର କରିଆସିଛି ।’ (ଘଇଉ ଝଙ୍କଭ ମକ୍ଟଜ୍ଞଜ୍ଞସଗ୍ଧଗ୍ଧରର ଷବଗ୍ଦ ୟସଗ୍ଦମଙ୍କଗ୍ଦଗ୍ଦରୟ ଔବଦ୍ଭ ଖକ୍ଟଳକ୍ଟ୍ରବକ୍ଷ ଈସକ୍ଷକ୍ଷ. ଈଙ୍କଗ୍ଧ ଙ୍ଗଷବଗ୍ଧ ୟକ୍ଟରଗ୍ଦ ଗ୍ଧଷବଗ୍ଧ ବମଗ୍ଧଙ୍କବକ୍ଷକ୍ଷଚ୍ଚ ଜ୍ଞରବଦ୍ଭ? ଡସକ୍ଷକ୍ଷ ଗ୍ଧଷର ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ବମମରକ୍ଟ୍ରଗ୍ଧ ଗ୍ଧଷର କ୍ସରମକ୍ଟଜ୍ଞଜ୍ଞରଦ୍ଭୟବଗ୍ଧସକ୍ଟଦ୍ଭଗ୍ଦ କ୍ଟଲ ଘଇଉ ଗ୍ଦଙ୍କଭମକ୍ଟଜ୍ଞଜ୍ଞସଗ୍ଧଗ୍ଧରର? ଝକ୍ଟ ଲବକ୍ସ ଟଚଇ-ଓଓ ଷବଗ୍ଦ ଗ୍ଦଷକ୍ଟଙ୍ଗଦ୍ଭ ମକ୍ଟଜ୍ଞକ୍ଟ୍ରକ୍ଷରଗ୍ଧର ମକ୍ଟଦ୍ଭଗ୍ଧରଜ୍ଞକ୍ଟ୍ରଗ୍ଧ ଲକ୍ଟକ୍ସ ରଙ୍ଖରଦ୍ଭ ଗ୍ଧଷର ଜ୍ଞକ୍ଟଗ୍ଦଗ୍ଧ ସଦ୍ଭଦ୍ଭକ୍ଟମଙ୍କକ୍ଟଙ୍କଗ୍ଦ ସଗ୍ଦଗ୍ଦଙ୍କରଗ୍ଦ କ୍ସବସଗ୍ଦରୟ ଭଚ୍ଚ ଘଇଉ) । ଏହା ଦେଖି କେହି କେହି ମନ୍ତବ୍ୟ କରନ୍ତି ଯେ ଆନ୍ନାଙ୍କର ଅନଶନ ସୋନିଆ ନେତୃତ୍ୱ ଏନ୍.ଏ.ଏସି (ଝକ୍ଟଦ୍ଭସବ କ୍ଷରୟ ଘଇଉ)ର ସମର୍ଥନରେ ସୋନିଆ ନେତୃତ୍ୱ ସରକାର (ଝକ୍ଟଦ୍ଭସବ କ୍ଷରୟ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ) ବିରୁଦ୍ଧରେ ବିକ୍ଷୋଭର ଅଭିବ୍ୟକ୍ତି । ଯେଉଁ ପତ୍ର ଦୁର୍ନୀତି ବିରୋଧରେ ଭାରତ (ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ) ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଛି, ସେଠାରେ ବୋଫର୍ସ ଦୁର୍ନୀତି ପ୍ରସଙ୍ଗ ବା କୁତ୍ରୋଚି ବିରୋଧରେ ସିବିଆଇର ମାମଲା ପ୍ରତ୍ୟାହାର ବିଷୟ ଉଲ୍ଲେଖ ହୋଇନାହିଁ । ଏହା ନିଶ୍ଚିତଭାବରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ପାଇଁ ବିଜୟ- ଏହା କହିବା ଅପ୍ରାସଙ୍ଗିକ ହେବନାହିଁ । ବିଲ୍ ପ୍ରସ୍ତୁତ ପାଇଁ ଯୌଥ କମିଟି ଗଠନର ଏକ ଅତ୍ୟନ୍ତ ସୀମିତ ଦାବି ମାନିନେଇ, ଆନ୍ନାଙ୍କୁ ଅନଶନରୁ ଉଠାଇ ପାରିଥିବା ସରକାର, ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରସ୍ତାବିତ ଉପା ସରକାର ଦୁର୍ନୀତି ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ (ଏପ୍ରିଲ ୬ରୁ ଜୁନ୍ ୧୫ପର୍ଯ୍ୟନ୍ତ)କୁ ଅକାମୀ କରିଦେଇ ପାରିଲା । ଭବିଷ୍ୟତରେ ଯେତେବେଳେ ଏହି ବିଲ୍କୁ  ଲୋକସଭାରେ ଆଗତ କରାଯିବ, ସେତେବେଳେ ବିରୋଧୀଦଳମାନେ ଯଦି ଏହାକୁ ଆଇନ ଓ ସମ୍ବିଧାନ ଦୃଷ୍ଟିରୁ ବିରୋଧ କରନ୍ତି ବା ଆମୂଳଚୁଳ ପରିବର୍ତ୍ତନର ପ୍ରସ୍ତାବ ରଖନ୍ତି, ତା’ହେଲେ କଂଗ୍ରେସଦଳ ଓ ଅଣ-ରାଜନୈତିକ ଭଦ୍ରସମାଜ (ଉସଙ୍ଖସକ୍ଷ ଝକ୍ଟମସରଗ୍ଧଚ୍ଚ) ବିରୋଧୀଦଳଗୁଡ଼ିକୁ ଦୁର୍ନୀତି ବିରୋଧୀ ନୁହନ୍ତି ବୋଲି ପ୍ରଚାର କରିବେ । ଏହାର ପ୍ରକୃତ ପ୍ରଭାବ କେତେଦୂର ବିରୋଧୀଦଳର ରାଜନୈତିକ ଭବିଷ୍ୟତ ଉପରେ ପଡ଼ିବ, ତାହା ନିର୍ଭରକରୁଛି-ଅନଶନବେଳେ ଦେଖାଯାଇଥିବା ଅନଶନର ପରମାୟୁ ଉପରେ । ତେବେ ଆନ୍ନାଙ୍କ ଅନଶନ ଓ ତାଙ୍କର ସୀମିତ ଦାବିକୁ ସରକାର ମାନିନେବା କଂଗ୍ରେସ ଦଳର ଏକ ରାଜନୈତିକ ବିଜୟ ବୋଲି କହିବାକୁ ହେବ । ଏହାକୁ ପରୋକ୍ଷରେ ସ୍ୱୀକାର କରନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜୟସ୍ୱାଲ ଯେତେବେଳେ ସେ କୁହନ୍ତି ଯେ ସରକାର ଜନ୍ତର ମନ୍ତରଠାରେ ଆନ୍ନାଙ୍କ ଅନଶନ ସଙ୍ଗଠିତ ହେଉ ବୋଲି ଚାହିଁଲା, ଯାହାଦ୍ୱାରା ବିରୋଧୀ ସଂସଦରେ ଲୋକପାଳ ବିଲ୍ ଅନୁମୋଦନ ଦିଗରେ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ । (ଦ୍ରଷ୍ଟବ୍ୟ: ‘ଘଏଙ’ଗ୍ଦ, ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧରଗ୍ଦ ଗ୍ଦଷକ୍ଟଙ୍କକ୍ଷୟ ମକ୍ଟଜ୍ଞର ଙ୍କଦ୍ଭୟରକ୍ସ ଈସକ୍ଷକ୍ଷ’ଗ୍ଦ କ୍ଟ୍ରରକ୍ସଙ୍ଖସରଙ୍ଗ: ଉକ୍ଟଦ୍ଭଶ. ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ଚ-୯, ୧୩.୪.୨୦୧୧) ଏହି ସ୍ୱୀକାରୋକ୍ତି ଭିତରେ ଆଡ଼ୱାନୀଙ୍କର ପ୍ରଶ୍ନର ଉତ୍ତର ମିଳେ ଯେ କାହିଁକି ବିଜେପିଦ୍ୱାରା ଜେପିସି (ଔଚଉ)ଦାବିକୁ ମାନିବାକୁ ସରକାର ଦୁଇମାସ ନେଲେ,ଅଥଚ ଆନ୍ନାଙ୍କ ଦାବିକୁ ଚାରିଦିନ ଭିତରେ ମାନିନେଲେ । (ଦ୍ରଷ୍ଟବ୍ୟ: ଇଦ୍ଭଦ୍ଭବ ଐବଚ୍ଛବକ୍ସର ଜ୍ଞକ୍ଟକ୍ସର ରଲଲରମଗ୍ଧସଙ୍ଖର ଗ୍ଧଷବଦ୍ଭ କ୍ଟକ୍ଟ୍ରକ୍ଟ୍ରକ୍ଟଗ୍ଦସଗ୍ଧସକ୍ଟଦ୍ଭ: ଇୟଙ୍ଖବଦ୍ଭସ, ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦ, ଚ-୯, ୧୩.୪.୨୦୧୧)
ଆନ୍ନା ଓ ଓଡ଼ିଶା
ଆନ୍ନା ହଜାରେଙ୍କୁ ଓଡ଼ିଶା ଆଣିବାପାଇଁ ଇତ୍ୟବସରରେ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଓଡ଼ିଶା ଡାଏରୀ ନାମକ ଏକ ଇଣ୍ଟରନେଟ୍ ପତ୍ରିକାରୁ ଜଣାପଡ଼ିଛି । ଏଥିପାଇଁ ଅକ୍ଷୟ କୁମାର, ମନୋଜ ଜେନା ଓ ପ୍ରଦୀପ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଆନ୍ନା ହଜାରେ ଓଡ଼ିଶା ମାଟି ପ୍ରତି ଅପରିଚିିତ ନୁହନ୍ତି । ଗତବର୍ଷ ୧୬ଅଗଷ୍ଟ ୨୦୧୦ଦିନ ସେ ଭୁବନେଶ୍ୱରସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ କୀଟ୍ (କଓଓଞ) ସଂଲଗ୍ନ କିସ୍ (କଓଝଝ) ଆସି ବୁଲି ଯାଇଛନ୍ତି । ଏହି ସୂଚନା ଆନ୍ନା ହଜାରେଙ୍କୁ ଆଣିବା ପାଇଁ ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ହୋଇପାରେ ।
-ଶୁଦ୍ରକ

୧-୧୬ ମେ, ୨୦୧୧
ଦୁର୍ନୀତି ବିରୋଧ ନାମରେ ଆୟ ଓ ବ୍ୟୟ
୮୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୮୨,୮୭,୬୬୮ ଟଙ୍କା) ଅର୍ଜନ କରିପାରିବା ଓ ଲୋକପାଳ ଆଇନ ପ୍ରସ୍ତୁତିପାଇଁ ଯୌଥକମିଟି ଦାବିରେ ଆମରଣ ଅନଶନକୁ ୪ଦିନପାଇଁ ଅବ୍ୟାହତ ରଖିବାରେ ୩୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୩୨,୬୯,୯୦୦ଟଙ୍କା) ଖର୍ଚ୍ଚହେବା, ସୂଚିତ କରାଇଦେଉଛି ଯେ ୩୦ ଜାନୁଆରୀ ୨୦୧୧ ସହିଦ ଦିବସ ଦିନ ୯୩ବର୍ଷୀୟ ଗାନ୍ଧିବାଦୀ ଶମ୍ଭୁଦତ୍ତଙ୍କର ଦୁର୍ନୀତି ବିରୋଧୀ ଆମରଣ ଅନଶନ କାହିଁକି ପ୍ରଚାରିତ ହୋଇପାରିଲା ନାହିଁ । ୩୨ ଲକ୍ଷ ଟଙ୍କା ଖର୍ଚ୍ଚଭିତରେ ଛପାଛପି ପାଇଁ ୭ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୭,୩୨,୬୨୪ଟଙ୍କା), ଯାତାୟତ ପାଇଁ ୪ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା(୪,୬୧,୩୮୨ଟଙ୍କା), ଫୋନ ଇତ୍ୟାଦିରେ ୮ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା (୮,୯୩, ୯୩୮ ଟଙ୍କା) ଓ ତମ୍ବୁ, ବିଛଣାପତ୍ର, ମାଇକ ତଥା ହଲ୍ବୁକିଂ ପାଇଁ ୯ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା (୯,୪୭,୩୪୪ଟଙ୍କା) ଖର୍ଚ୍ଚହେବା ଦର୍ଶାଇଦେଉଛି ଦୁର୍ନୀତିବିରୋଧୀ ଅଭିଯାନ ବେଶ୍ ଆଡ଼ମ୍ବରମୟ ଥିଲା ।
ଅର୍ଜନ ହୋଇଥିବା ୮୨ଲକ୍ଷରୁ ଊଦ୍ଧ୍ୱର୍ଟଙ୍କା ଭିତରେ ଜିନ୍ଦଲ ଶିଳ୍ପପତି ପରିବାରର ଅଂଶ ସର୍ବାଧିକ ୨୫ଲକ୍ଷ ହେବା, ଆନ୍ନା ହଜାରେଙ୍କର ‘ଦୁର୍ନୀତି ବିରୋଧୀ’ ଭଦ୍ରସମାଜର କଣ୍ଟାରେ କଣ୍ଟା କାଢ଼ିବା ଲୋକକଥାର ବିଶ୍ୱାସକୁ ପ୍ରତିଫଳିତ କରୁଛି । ଯେଉଁମାନେ ଜାଣନ୍ତି ଯେ ଜିନ୍ଦଲ ଶିଳ୍ପପତି ପରିବାରର ତରୁଣ ସଦସ୍ୟ ନବୀନ ଜିନ୍ଦଲ ହେଉଛନ୍ତି କଂଗ୍ରେସ ସାଂସଦ, ସେମାନେ ଆନ୍ନା ହଜାରେଙ୍କର ଆମରଣ ଅନଶନ ପଛରେ କଂଗ୍ରେସର ଭୂମିକାକୁ ଦେଖିବା  ଅସ୍ୱାଭାବିକ ନୁହେଁ ।
କିନ୍ତୁ ଜିନ୍ଦଲକମ୍ପାନୀ ଯେ ଦୁର୍ନୀତି ବିରୋଧୀ ଅଭିଯାନ ପଛରେ ରହିଛି, ଏହା ସେ ବାରମ୍ବାର ପ୍ରତିପାଦିତ କରିଆସୁଛି । ଭାରତ ସ୍ୱାଭିମାନ ଦଳର ନେତା ଓ ଆନ୍ନାହଜାରେଙ୍କର ସହଯୋଗୀ, ବାବା ରାମଦେବଙ୍କର ଗତ ଓଡ଼ିଶା ଗସ୍ତକାଳରେ ଅନୁଗୁଳ, ତାଳଚେର ଅଞ୍ଚଳରେ ତାଙ୍କର ଯେଉଁ ସଭାସମିତି ହୋଇଥିଲା, ତାହାର ପ୍ରାୟୋଜକ ମଧ୍ୟ ଜିନ୍ଦଲ କମ୍ପାନୀ ଥିଲା-ଏହା ଅନୁଗୁଳବାସୀ କୁହନ୍ତି । ଏହା ତ’ ଭିନ୍ନ କଥା ଯେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶେଷକରି ଅନୁଗୋଳ, ତାଳଚେର ଅଞ୍ଚଳରେ ଜିନ୍ଦଲ କମ୍ପାନୀ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି । ପ୍ରାକୃତିକ ପରିବେଶକୁ ଧ୍ୱଂସ ବିଧ୍ୱସ୍ତ କରିଛି, ଜଳକୁ ପ୍ରଦୂଷିତ କରିଛି, ବାୟୁକୁ ପ୍ରଦୂଷିତ କରିଛି, ସରକାରୀ କଳକୁ ତା’ର ଲକ୍ଷ୍ୟାନୁକୂଳ କରାଇଛି । ଆଜି ଅନୁଗୁଳ-ତାଳଚେର ଅଞ୍ଚଳ ଅତ୍ୟନ୍ତ ପ୍ରଦୂଷିତ ଅଞ୍ଚଳ ବୋଲି ସର୍ବଭାରତୀୟସ୍ତରରେ କୁଖ୍ୟାତି ପାଇଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଏହାର ପ୍ରଦୂଷଣ ସୂଚାଙ୍କ (ଉକ୍ଟଜ୍ଞକ୍ଟ୍ରକ୍ସରଷରଦ୍ଭଗ୍ଦସଙ୍ଖର ଚକ୍ଟକ୍ଷକ୍ଷଙ୍କଗ୍ଧସକ୍ଟଦ୍ଭ ଓଦ୍ଭୟରଙ୍ଘ) ୮୨ରେ ପହଞ୍ଚôଛି । ଯେତେବେଳେ କି ଏହି ସୂଚାଙ୍କ ୭୦ଟପିଲେ ଅଞ୍ଚଳଟିକୁ ଅତ୍ୟନ୍ତ ପ୍ରଦୂଷିତ (ଉକ୍ସସଗ୍ଧସମବକ୍ଷକ୍ଷଚ୍ଚ ଚକ୍ଟକ୍ଷକ୍ଷଙ୍କଗ୍ଧରୟ) ବୋଲି କୁହାଯାଇଥାଏ । ତେଣୁ ଯେଉଁମାନେ ଆନ୍ନା ହଜାରେ ବା ବାବା ରାମଦେବଙ୍କର ଦୁର୍ନୀତି ବିରୋଧୀ ଅଭିଯାନରେ ସାଧାରଣ ମଣିଷର ଜୀବନ ଜୀବିକା ପ୍ରଶ୍ନର କୌଣସି ସମାଧାନ ନାହିଁ ବୋଲି ଯୁକ୍ତି କରିଛନ୍ତି, ସେମାନଙ୍କୁ ହାଲୁକାରେ ନିଆଯାଇପାରିବ ନାହିଁ । ଗୋଟିଏ ପଟେ ବଡ଼ ବଡ଼ ପୁଞ୍ଜିପତିଙ୍କର ପୃଷ୍ଠପୋଷକତାକୁ ସ୍ୱୀକାର କରିବା ଓ ଅନ୍ୟପଟେ ସାଧାରଣ ଲୋକର ଜୀବନ-ଜୀବିକା ଓ ତା’ର ପରିବେଶର ସୁରକ୍ଷା ପ୍ରତି ନୀରବ ରହିବା ଜଣାଇଦେଇଛି ଯେ ଆନ୍ନା ହଜାରେ, ବାବା ରାମଦେବ ଓ ତାଙ୍କ ସହ ମାତିଥିବା ଭଦ୍ରସମାଜର କାର୍ଯ୍ୟସୂଚୀରେ ବର୍ଦ୍ଧିଷ୍ଣୁ ବୈଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ ନାହିଁ । ଏହା ରହିଲେ ଜିନ୍ଦଲ ବା ସେହିଭଳି କମ୍ପାନୀମାନେ ଯେ ଏହିଭଳି ଅଭିଯାନରେ ପୃଷ୍ଠପୋଷକତା କରିବେନାହିଁ-ତାହା ଆୟୋଜକମାନେ ଜାଣନ୍ତି । ତେଣୁ ଆନ୍ନାହଜାରେ ମଡ଼େଲରେ ଏକ ବଡ଼ ଧରଣର ଗଣମାଧ୍ୟମ ଆକର୍ଷଣକାରୀ ଦୁର୍ନୀତି ବିରୋଧୀ ଅଭିଯାନ-ଓଡ଼ିଶାମାଟିରେ ଯେଉଁମାନେ ଠିକା କରାଇବାକୁ ଚାହୁଁଛନ୍ତି-ସେମାନେ ବେଦାନ୍ତ ବା ପୋସ୍କୋ ଠାରୁ ଅର୍ଥ ଅର୍ଜନର ସୁଯୋଗ ନେଇପାରନ୍ତି । କେବଳ ଆନ୍ନା ହଜାରେ ଯେଉଁଭଳି ଅର୍ଥର ଉତ୍ସ୍ୱକୁ ଘୋଷଣା କରି ସ୍ୱଚ୍ଛତା (ଗ୍ଧକ୍ସବଦ୍ଭଗ୍ଦକ୍ଟ୍ରବକ୍ସରଦ୍ଭମଚ୍ଚ) ଦର୍ଶାଇଛନ୍ତି-ସେହିଭଳି ସ୍ୱଚ୍ଛତା ଆନ୍ନା ଅନୁଯାୟୀ ଦୁର୍ନୀତିବିରୋଧୀମାନେ ରାଜ୍ୟସ୍ତରରେ ଅବଲମ୍ବନ କଲେ, ସେମାନେ ବିବେକ ଦଂଶିତ ହେବେନାହିଁ ବୋଲି ଶୁଦ୍ରକର ଅନୁମାନ ।
-ଶୁଦ୍ରକ
ଭୋଟ ପାଇଁ ଟଙ୍କା (ମବଗ୍ଦଷ ଲକ୍ଟକ୍ସ ଙ୍ଖକ୍ଟଗ୍ଧର)ର ଏକ ପୁରାତନ ସଂସ୍କରଣ
ଓଡ଼ିଶା ରାଜନୀତିରେ ଦୁର୍ନୀତି ପ୍ରସଙ୍ଗ ସ୍ୱାଧୀନ ଭାରତରେ ପ୍ରଥମ ନିର୍ବାଚନ ସମୟରୁ ହିଁ ଆଲୋଚନାର ବିଷୟ ହୋଇଛି । ଏହାକୁ କେନ୍ଦ୍ରୀୟ ବିଷୟ କରି କ୍ଷମତାରେ ପରିବର୍ତ୍ତନ କରାହେଇଛି- ବହୁ କମିଶନ ବସିଛି-ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ନାଁରେ ମକଦ୍ଧମାମାନ ଦାଏର ହୋଇଛି । ଏବେ ଭାରତୀୟ ରାଜନୀତିରେ ଭୋଟ ପାଇଁ ଟଙ୍କା ଏକ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି-ଦୁର୍ନୀତିର ଏକ ଚରମ ଉଦାହରଣଭାବେ ପେଶ୍ କରାହେଉଛି । ଟଙ୍କା ପାଇଥିବା ସାଂସଦମାନେ ଏହାକୁ ନେଇ ସଂସଦଗୃହରେ ଦେଖାଇବା ଓ ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହେବା- ଦୁର୍ନୀତି ବିରୋଧୀଙ୍କର କାର୍ଯ୍ୟକୁ ବେଶ୍ ସହଜ କରିଦେଇଛି । କିନ୍ତୁ ଯେତେବେଳେ ଗଣମାଧ୍ୟମର ପହୁଞ୍ଚ ସୀମିତ ଥିଲା, ଘଟୁଥିବା ଘଟଣାକୁ ଦେଖିବାର ସୁଯୋଗ ସାଧାରଣ ଲୋକପାଇଁ ନଥିଲା-ସେତେବେଳେ ଅନୁରୂପ ଘଟଣା ଯେ ଘଟୁଥିଲା- ଓ କିପରି ଘଟୁଥିଲା ତାହାର ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଆମେ ପାଉ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ର ପୃଷ୍ଠାରୁ (ପୃ.୨୯୯ରୁ ପୃ.୩୦୬) । ୧୯୫୭ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାପରେ ଏହି ଭଳି ଘଟଣା ଘଟିଥିଲା । ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ମାତ୍ର ୫୬ଟି ସ୍ଥାନ ପାଇଥିଲା ଓ ଗଣତନ୍ତ୍ର ପରିଷଦ ପାଇଥିଲା ୫୧ଟି । ପ୍ରଜାସୋସାଲିଷ୍ଟ ଦଳର ଏଗାର, କମୁ୍ୟନିଷ୍ଟ ନଅ, ଲୋହିଆ ସୋସାଲିଷ୍ଟ ଗୋଟିଏ ଓ ଝାଡ଼ଖଣ୍ଡ ଦଳ ପାଞ୍ଚଟି ସ୍ଥାନ ଅଧିକାର କରିଥିଲେ । ସାତଜଣ ସ୍ୱାଧୀନ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ । ସମୁଦାୟ ବିଧାନସଭା ସ୍ଥାନ ୧୪୦ହୋଇଥିବାବେଳେ କଂଗ୍ରେସ ଅଧାଅଧି ସ୍ଥାନ ନପାଇପାରିବା ଡକ୍ଟର ହରେକୃଷ୍ଣ ମହତାବ ଓ ତାଙ୍କର ତିନି ବନ୍ଧୁକଧାରୀ ସିପାହୀ (ଞଷର ଞଷକ୍ସରର ଗଙ୍କଗ୍ଦଳରଗ୍ଧରରକ୍ସଗ୍ଦ) ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟଙ୍କୁ ବିମର୍ଷ କରିଦେଇଥିଲା । ନୀଳମଣି ବାବୁଙ୍କ ଭାଷାରେ, ‘ବହୁପ୍ରକାର କଳ୍ପନା ଜଳ୍ପନା ଚାଲିଲା । କୌଣସି ଦଳ ଏକକ ସଂଖ୍ୟା ଗରିିଷ୍ଠତା ଲାଭ କରିପାରି ନଥିଲା । କଂଗ୍ରେସ କେବଳ ସର୍ବାଧିକ ସଦସ୍ୟ ଥିବାଦଳ (ଝସଦ୍ଭଶକ୍ଷର କ୍ଷବକ୍ସଶରଗ୍ଦଗ୍ଧ ଚବକ୍ସଗ୍ଧଚ୍ଚ) ହୋଇଥିଲା । କଂଗ୍ରେସ ଯେ ଖୁବ୍ ବେଶୀସଂଖ୍ୟକ ଥିଲା ତା ନୁହେଁ, କେବଳ ଗଣତନ୍ତ୍ର ପରିଷଦଠାରୁ ମାତ୍ର ପାଞ୍ଚଟି ସ୍ଥାନ ଅଧିକ ପାଇଥିଲା । ସେହିଦଳର ସହଯୋଗ ହାସଲ କରିବାପାଇଁ କଥାବାର୍ତ୍ତା କରିବାକୁ ବିଜୁ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଢଢଢ ମହତାବବାବୁଙ୍କ ସହ ଆମ୍ଭମାନଙ୍କର ଘନଘନ ପରାମର୍ଶ ହେଉଥାଏ । ବୀରେନ ବାବୁ, ବିଜୁବାବୁ ଓ ମୁଁ ବିଶେଷଭାବରେ ତପôର ଥାଉ । ଏହି ସମୟରେ ଆମ ରାଜ୍ୟର ରାଜ୍ୟପାଳ ଥିଲେ ଭୀମସେନ ସାଚାର । ଏଭଳି ଆଲୋଚନା ଓ ପରାମର୍ଶ ଚାଲିଥିବା ସମୟରେ ମୋର ତାଙ୍କ ସହିତ ଦେଖା ହୋଇଥିଲା । ସେ ମୋତେ କହିଥିଲେ, ‘ଇକ୍ଷକ୍ଷ ସଗ୍ଦ ଲବସକ୍ସ ସଦ୍ଭ କ୍ଷକ୍ଟଙ୍ଖର ବଦ୍ଭୟ ଙ୍ଗବକ୍ସ, ଦ୍ଭକ୍ଟଗ୍ଧଷସଦ୍ଭଶ ସଗ୍ଦ ଲକ୍ଟଙ୍କକ୍ଷ ଲକ୍ଟକ୍ସ ଚ୍ଚକ୍ଟଙ୍କ. ଶକ୍ଟ ବଷରବୟ’. ବର୍ତ୍ତମାନ ମନେହେଲା ଯେକୌଣସିମତେ ସମର୍ଥକ ସଂଖ୍ୟା ବୃଦ୍ଧି କରି ବିଧାନସଭାରେ ଶକ୍ତି ପରୀକ୍ଷାରେ ଜିଣିବା ସମ୍ବନ୍ଧରେ ରାଜ୍ୟପାଳଙ୍କୁ ସନ୍ତୁଷ୍ଟ କରାଇଲେ ସେ ଡକ୍ଟର ମହତାବଙ୍କୁ ସରକାର ଗଢ଼ିବା ପାଇଁ ଡାକିବେ । ତାହା କରିବାପାଇଁ ଡକ୍ଟର ମହତାବଙ୍କ ଠାରୁ ନିଦେ୍ର୍ଧଶ ମିଳିଲା ଓ ସେ କାର୍ଯ୍ୟରେ ଆମ୍ଭେମାନେ ଞଷକ୍ସରର ଗଙ୍କଗ୍ଦଳରଗ୍ଧରରଦ୍ଭ ଲାଗିଗଲୁ । ଯୋଜନା ପ୍ରସ୍ତୁତ କଲୁ ଯେ କିପରି ଝାଡ଼ଖଣ୍ଡ ଦଳର ଆଦିବାସୀ ସଦସ୍ୟମାନଙ୍କୁ ଅକ୍ତିଆର କରିବୁ ଏବଂ ତା’ସଙ୍ଗେ ସଙ୍ଗେ ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଆଣି କଂଗ୍ରେସରେ ମିଶାଇବୁ ।
ଏହି ଯୋଜନାକୁ କିପରି କାର୍ଯ୍ୟକାରୀ କଲେ ତା’ର ଦୃଷ୍ଟାନ୍ତ ମିଳେ ଯେତେବେଳେ ନୀଳମଣି ବାବୁ ଲେଖନ୍ତି, ‘କେଉଁଝରରେ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୋଲି ଜଣେ ଆଦିବାସୀ ସଭ୍ୟ ସ୍ୱାଧୀନଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ପାଖକୁ ମୋତେ ଯିବାକୁ ହୋଇଥିଲା । କେଉଁଝରଗଡ଼ଠାରୁ ପ୍ରାୟଃ ୫ମାଇଲ ଦୂରରେ ତାଙ୍କ ଗାଁ । ମୁଁ ଯାଇ ତାଙ୍କ ଗାଁରେ ପହଞ୍ଚô ତାଙ୍କୁ ସାଙ୍ଗରେ ଧରି ଆସିଲି । ଢଢଢ ବିଜୁବାବୁ ଓ ବୀରେନ ବାବୁଙ୍କ ସହିତ କଥାବାର୍ତ୍ତା ହେଲା । ନିଜ ନିର୍ବାଚନ ପାଇଁ ସେ ଦଶହଜାର ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କହିଲେ । କିନ୍ତୁ ପ୍ରକୃତରେ ତାଙ୍କର କିଛି ଖର୍ଚ୍ଚ ହୋଇନଥିଲା । ଢଢଢ ତାଙ୍କ କଥା ବୁଝିବାର ଦାୟିତ୍ୱ ବିଜୁପଟ୍ଟନାୟକ ନେଇଥିଲେ । ତାଙ୍କ କଥା ବୁଝାହେଲା ଓ ସେ କଂଗ୍ରେସକୁ ସମର୍ଥନ କରିବେବୋଲି ଜଣାଇଲେ ।’ ଗଣତନ୍ତ୍ର ପରିଷଦର ପ୍ରାର୍ଥୀଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ମିତ୍ରୋଜୟ ସିଂହ ବରିହାଙ୍କୁ କିପରି ଗଣତନ୍ତ୍ର ପରିଷଦରୁ ଆଣି କଂଗ୍ରେସରେ ସାମିଲ କରାଗଲା , ତାହାର ବର୍ଣ୍ଣନାକରି ନୀଳମଣି ବାବୁ କହନ୍ତି, ‘କଟକରେ ସେ (ମିତ୍ରୋଜୟ ସିଂହ ବରିହା)କୌଣସି ଗୋଟିଏ ହୋଟେଲରେ ରହୁଥିଲେ । ତାଙ୍କର କୌଣସି ବନ୍ଧୁଙ୍କ ଜରିଆରେ ତାଙ୍କୁ ବୀରେନବାବୁଙ୍କ ଘରକୁ ଅଣାଯାଇଥିଲା । ବୀରେନବାବୁ  ତାଙ୍କୁ ନେଇ ପ୍ରଜାତନ୍ତ୍ରର ଦୋତାଲା ଘରଉପରେ ରହୁଥିବା ମହତାବ ବାବୁଙ୍କ ରହିବା ସ୍ଥାନରେ ପହଞ୍ଚାଇଥିଲେ । ତାଙ୍କ ସାଙ୍ଗରେ କଥାବାର୍ତ୍ତା ଛିଡ଼ିଗଲା । ଗୋଟିଏ ଗାଡ଼ି କିଣିବା ପାଇଁ ତାଙ୍କୁ ସାହାଯ୍ୟ କରିବାକୁ ଜବାବ୍ ଦିଆଗଲା । କେଉଁଝରର ଖଣି ବ୍ୟବସାୟୀ ମହମ୍ମଦ ସିରାଜଉଦ୍ଧୀନ ସେଠାରେ ଥାଆନ୍ତି । ତାଙ୍କପାଖରୁ କୋଡ଼ିଏ ହଜାର ଟଙ୍କା ନିଆଯାଇ ଶ୍ରୀ ବରିହାଙ୍କୁ ଯେତେବେଳେ ଦିଆଗଲା, ସେ ତାକୁ ଫୋପାଡ଼ି ଦେଇଥିଲେ । ତା’ର କାରଣ ବୁଝିବାରୁ ଜଣାଗଲା ଯେ ଗାଡ଼ିର ଦାମ ତେଇଶହଜାର, ତେଣୁ ସେ ତେଇଶହଜାର ନେବେ । ସିରାଜଉଦ୍ଧୀନ ସେଠାରେ ଉପସ୍ଥିତ ଥିଲେ, କୌଣସି ଅସୁବିଧା ହେଲାନାହିଁ । ସେ ତାଙ୍କ ପ୍ରାପ୍ୟ ପାଇଲେ ଓ କଂଗ୍ରେସରେ ଯୋଗ ଦେଇଥିଲେ ।’
ଝାଡ଼ଖଣ୍ଡ ସଭ୍ୟମାନଙ୍କର ସମର୍ଥନ ହାସଲ ସମ୍ପର୍କରେ ନୀଳମଣିବାବୁ ଲେଖନ୍ତି, ‘କଥାବାର୍ତ୍ତା କରି ଜଣାଗଲା ସେମାନଙ୍କର ସମର୍ଥନ ହାସଲ କରିବାକୁ ହେଲେ ବହୁତ ଦାମ ଦେବାକୁ ପଡ଼ିବ । ସେମାନଙ୍କୁ ସନ୍ତୁଷ୍ଟ କରାଗଲା । ତା’ଛଡ଼ା ଜୟପାଳ ସିଂଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ କିପରି ସନ୍ତୁଷ୍ଟ କରାଯିବ ତା’ର ଦାୟିତ୍ୱ ନେଲେ ବିଜୁବାବୁ । ମହତାବ ବାବୁଙ୍କ ମୁଖ୍ୟମନ୍ତ୍ରୀ ହେବାରେ ବିଜୁ ପଟ୍ଟନାୟକଙ୍କର ଅବଦାନ ତଥା ଅର୍ଥବଳରେ ସଭ୍ୟ ସଂଗ୍ରହର ପାରଦର୍ଶିତା ଥିଲା ବହୁତ ବେଶୀ, ଯାହାଦ୍ୱାରା ମହତାବବାବୁ ସହଜରେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ।’
କଂଗ୍ରେସ ଦଳ ଭିତରକୁ ଅଣାଯାଇଥିବା ବା ଦଳକୁ ସମର୍ଥନ ଜଣାଉଥିବା ଏହିଭଳି ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିରଖିବା ଯେ ବେଳେବେଳେ ଅସମ୍ଭବ ହୋଇପଡ଼େ- ତାହାର ସୂଚନା ଦେଇ ନୀଳମଣିବାବୁ ଲେଖନ୍ତି, ‘ସେମାନଙ୍କ ଭିତରୁ କେତେକଙ୍କର ପ୍ରତିଥର ଘରକୁ ଗଲାବେଳେ ସେମାନଙ୍କର ସ୍ତ୍ରୀଙ୍କ ପାଇଁ ସୁନାଗହଣା ଦରକାର ପଡ଼େ । ତା’ଛଡ଼ା ଜୟପାଳ ସିଂଙ୍କୁ ସନ୍ତୁଷ୍ଟ କରିବା ଆଉ ଗୋଟିଏ ସମସ୍ୟା । ସେ ମଝିରେ ମଝିରେ ଭୁବନେଶ୍ୱର ଚାଲିଆସନ୍ତି । ସେ ଆସିଲା କ୍ଷଣି ମହତାବବାବୁ ଅତି ବ୍ୟସ୍ତ ହୋଇ ‘ବିଜୟ’ଙ୍କୁ ଖୋଜନ୍ତି, ବିଜୁବାବୁ ଯେଉଁଠି ଥାଆନ୍ତୁ ପଛେ ତାଙ୍କୁ ଭୁବନେଶ୍ୱର ଅଣାଯାଏ ଏବଂ ସେ ଜୟପାଳ ସିଂଙ୍କୁ ନେଇ ପୁରୀ ରେଲୱେ ହୋଟେଲରେ ରଖି ଅତିଥିସକ୍ରାର କରି ଅନ୍ୟାନ୍ୟ ଦାବି ପୂରଣ କରନ୍ତି । ଏହା ସେତେବେଳେ ଜଣାଶୁଣା କଥା ଥିଲା ଯେ ଶ୍ରୀ ଜୟପାଳ ସିଂ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଜୟପାଳ ସିଂହ ସେତେବେଳେ ଥିଲେ ଝାଡ଼ଖଣ୍ଡ ଦଳର ସର୍ବଭାରତୀୟ ସ୍ତରର ନେତା ।
ସାଢ଼େ ପାଞ୍ଚଦଶକ ପୂର୍ବର ଏହି ସ୍ଥିତିକୁ ଆମେ ବର୍ତ୍ତମାନର ଭୋଟ ପାଇଁ ଟଙ୍କା ବା ଉବଗ୍ଦଷ ଲକ୍ଟକ୍ସ ଙ୍ଖକ୍ଟଗ୍ଧର ଏକ ପୂରାତନ ସଂସ୍କରଣ କହିପାରିବା । ବିଡ଼ମ୍ବନା ଯେ ଏହିଭଳି ‘ଦଳବଳଦ ହଟଚମଟ’ ସମର୍ଥନ ପାଇଁ ପ୍ରଲୋଭନରେ ସମ୍ପୃକ୍ତି, ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଉକ୍ରଳକେଶରୀ ବା କଳିଙ୍ଗ ସମ୍ରାଟ ଭାବେ ସମ୍ବୋଧିତ ପରିଚିତି ପଥରେ ଆଦୌ ଅନ୍ତରାୟ ହୋଇନାହିଁ । ବରଂ ରାଜରାସ୍ତାରେ ସେମାନଙ୍କର ପୂର୍ଣ୍ଣାଙ୍ଗ ଅବୟବର ପ୍ରତିକୃତି ଦର୍ଶାଇ ଦେଉଛି ସର୍ବସାଧାରଣରେ ସେମାନଙ୍କର ଗ୍ରହଣୀୟତା । ଅବଶ୍ୟ ଏହିଭଳି ଯୋଜନାକୁ ପ୍ରଘଟ କରିଥିବା ନୀଳମଣି ରାଉତରାୟଙ୍କର କୌଣସିଠାରେ ପ୍ରତିକୃତି ଉନ୍ମୋଚିତ ହୋଇଥିବା ନଜରରେ ପଡ଼େ ନାହିଁ । ଯଦିଓ ନୀଳମଣି ବାବୁ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ । ତେଣୁ ଦୁର୍ନୀତି ପ୍ରସଙ୍ଗ ଏକ କାଳଜୟୀ ପ୍ରସଙ୍ଗ । ଏହାକୁ ଉତ୍ଥାପନ କରିବାରେ ରହିଛି ଏକ ରୋମାଞ୍ଚକାରୀ ପୁଲକ । ଏହି ପୁଲକର ଦୃଶ୍ୟମାନ ଅଭିବ୍ୟକ୍ତି ପାଇଁ ତ ଟିଭି ଚ୍ୟାନେଲ ଯୋଗାଇ ଦେଇଛି ଅପୂର୍ବ ସୁଯୋଗ ।                    -ଶୁଦ୍ରକ
କଂଗ୍ରେସ ଓ ଦୁର୍ନୀତି – ଗାନ୍ଧିବାଣୀ
୧୯୩୭ ମସିହାରେ ତକ୍ରାଳୀନ ପରାଧୀନ ଭାରତର ଛ’ଟି ରାଜ୍ୟରେ କଂଗ୍ରେସ ଦଳ ସରକାର ଗଢ଼ିଥିଲା । ଏହି ସରକାରରେ ଦୁର୍ନୀତି ଦେଖି ମହାତ୍ମା ଗାନ୍ଧୀ ମଇ ୧୯୩୯ରେ କହିଥିଲେ-‘ଓ ଙ୍ଗକ୍ଟଙ୍କକ୍ଷୟ ଶକ୍ଟ ଗ୍ଧକ୍ଟ ଗ୍ଧଷର କ୍ଷରଦ୍ଭଶଗ୍ଧଷ କ୍ଟଲ ଶସଙ୍ଖସଦ୍ଭଶ ଗ୍ଧଷର ଙ୍ଗଷକ୍ଟକ୍ଷର ମକ୍ଟଦ୍ଭଶକ୍ସରଗ୍ଦଗ୍ଦ ବ ୟରମରଦ୍ଭଗ୍ଧ ଭଙ୍କକ୍ସସବକ୍ଷ, କ୍ସବଗ୍ଧଷରକ୍ସ ଗ୍ଧଷବଦ୍ଭ କ୍ଟ୍ରଙ୍କଗ୍ଧ ଙ୍କକ୍ଟ୍ର ଙ୍ଗସଗ୍ଧଷ ଗ୍ଧଷର ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଗ୍ଧଷବଗ୍ଧ ସଗ୍ଦ କ୍ସବଜ୍ଞକ୍ଟ୍ରବଦ୍ଭଗ୍ଧ.’ (‘ବ୍ୟାପିଥିବା ଦୁର୍ନୀତି ସହ ଅବମାନ କରିବା ଅପେକ୍ଷା ସମୁଦାୟ କଂଗ୍ରେସକୁ ଏକ ସୁନ୍ଦର କବର ଦେବାପର୍ଯ୍ୟନ୍ତ ମୁଁ ଯାଇପାରେ ।’) ୧୬/୧୨/୧୯୪୭ ଦିନ ହିନ୍ଦୁ ଖବରକାଗଜରେ ମହାତ୍ମା ଗାନ୍ଧୀ ଲେଖିଲେ, ‘ଓଗ୍ଧ ସଗ୍ଦ ଗ୍ଧଷର ୟଙ୍କଗ୍ଧଚ୍ଚ କ୍ଟଲ ବକ୍ଷକ୍ଷ କ୍ଷରବୟସଦ୍ଭଶ ଜ୍ଞରଦ୍ଭ, ଙ୍ଗଷବଗ୍ଧରଙ୍ଖରକ୍ସ ଗ୍ଧଷରସକ୍ସ କ୍ଟ୍ରରକ୍ସଗ୍ଦଙ୍କବଗ୍ଧସକ୍ଟଦ୍ଭ ବଦ୍ଭୟ କ୍ଟ୍ରବକ୍ସଗ୍ଧଚ୍ଚ, ଗ୍ଧକ୍ଟ ଗ୍ଦବଲରଶଙ୍କବକ୍ସୟ ଗ୍ଧଷର ୟସଶଦ୍ଭସଗ୍ଧଚ୍ଚ କ୍ଟଲ ଓଦ୍ଭୟସବ. ଞଷବଗ୍ଧ ୟସଶଦ୍ଭସଗ୍ଧଚ୍ଚ ମବଦ୍ଭଦ୍ଭକ୍ଟଗ୍ଧ ଭର ଗ୍ଦବଙ୍ଖରୟ ସଲ ଜ୍ଞସଗ୍ଦ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ବଦ୍ଭୟ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଲକ୍ଷକ୍ଟଙ୍କକ୍ସସଗ୍ଦଷ. ଗସଗ୍ଦଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ବଦ୍ଭୟ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ବକ୍ଷଙ୍ଗବଚ୍ଚଗ୍ଦ ଶକ୍ଟ ଗ୍ଧକ୍ଟଶରଗ୍ଧଷରକ୍ସ. ଓ ଷବଙ୍ଖର ସଗ୍ଧ ଲକ୍ସକ୍ଟଜ୍ଞ ଙ୍ଖରକ୍ସଚ୍ଚ ଗ୍ଧକ୍ସଙ୍କଗ୍ଦଗ୍ଧ ଙ୍ଗକ୍ଟକ୍ସଗ୍ଧଷଚ୍ଚ ଗ୍ଦକ୍ଟଙ୍କକ୍ସମରଗ୍ଦ ଗ୍ଧଷବଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ସଗ୍ଦ ସଦ୍ଭମକ୍ସରବଗ୍ଦସଦ୍ଭଶ ସଦ୍ଭ କ୍ଟଙ୍କକ୍ସ ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ. ଓଗ୍ଦ ରଙ୍ଖରକ୍ସଚ୍ଚକ୍ଟଦ୍ଭର ଗ୍ଧଷରଦ୍ଭ ଶକ୍ଟସଦ୍ଭଶ ଗ୍ଧକ୍ଟ ଗ୍ଧଷସଦ୍ଭଳ କ୍ଟଦ୍ଭକ୍ଷଚ୍ଚ କ୍ଟଲ ଷସଜ୍ଞଗ୍ଦରକ୍ଷଲ, ବଦ୍ଭୟ ଦ୍ଭକ୍ଟଗ୍ଧ ବକ୍ଷକ୍ଷ କ୍ଟଲ ଓଦ୍ଭୟସବ?’ (ଭାରତର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ନେତୃସ୍ଥାନୀୟ ବ୍ୟକ୍ତିର କର୍ତ୍ତବ୍ୟ ସେ ଯେଉଁ ଆଦର୍ଶ ବା ଦଳର ହୁଅନ୍ତୁ ନା କାହିଁକି । ଏହି ସମ୍ମାନ ରକ୍ଷା ସମ୍ଭବନୁହେଁ ଯଦି ଅପଶାସନ ଓ ଦୁର୍ନୀତି ବୃଦ୍ଧିପାଏ । ଅପଶାସନ ଓ ଦୁର୍ନୀତି ପରସ୍ପରର ସାଥୀ । ମୁଁ ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ପାଉଛି ଯେ ଆମ ଦେଶରେ ଦୁର୍ନୀତି ବଢ଼ୁଛି । ସମସ୍ତେ କେବଳ କ’ଣ  ନିଜ ପାଇଁ ହିଁ ଭାବୁଛନ୍ତି-ଦେଶ ପାଇଁ ନୁହେଁ?)
ମୃତୁ୍ୟର ତିନିଦିନ ପୂର୍ବରୁ ଗାନ୍ଧୀ, ୨୭ଜାନୁଆରୀ ୧୯୪୮ତାରିଖଥିବା ହିନ୍ଦୁ ଖବରକାଗଜରେ ଲେଖନ୍ତି ‘ଓଗ୍ଧ (ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ) ଷବଗ୍ଦ ଭରମକ୍ଟଜ୍ଞର ଙ୍ଗକ୍ଟକ୍ସଗ୍ଦର ଗ୍ଧଷବଦ୍ଭ  ଭରଲକ୍ଟକ୍ସର. ଜରଗ୍ଦଗ୍ଧକ୍ସବସଦ୍ଭଗ୍ଧ ଲକ୍ସକ୍ଟଜ୍ଞ ସଗ୍ଧ ଷବଗ୍ଦ କ୍ଟ୍ରକ୍ସବମଗ୍ଧସମବକ୍ଷକ୍ଷଚ୍ଚ ଶକ୍ଟଦ୍ଭର’(ପୂର୍ବଅପେକ୍ଷା ଦୁର୍ନୀତି ଅଧିକ ହେଲାଣି । ବସ୍ତୁତଃ ଏହା ଉପରେ ଆଉ ଲଗାମ କିଛି ନାହିଁ) ।
କହିବା ବାହୁଲ୍ୟ ଯେ ୧୯୩୯ରୁ ୧୯୪୮ ପର୍ଯ୍ୟନ୍ତ ପ୍ରାୟଃ ଏକଦଶନ୍ଧି ଯେଉଁ ସମୟରେ କଂଗ୍ରେସ ଦଳର ସରକାର ରାଜ୍ୟ ଓ ଦେଶ ଶାସନ ଭାରତରେ ରହିଛି-ସେତେବେଳେ ଗାନ୍ଧୀ ଦୁର୍ନୀତିର ବ୍ୟାପ୍ତି ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । କିନ୍ତୁ ଏହା ଯେ କଂଗ୍ରେସ ଦଳକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିପାରି ନାହିଁ ବା କଂଗ୍ରେସ ଦଳର କ୍ଷମତାକୁ ଆସିବା ପଥରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନାହିଁ, ତାହା ଦର୍ଶାଉଛି ଦୁର୍ନୀତିକୁ ବିରୋଧର ପ୍ରଭାବ କେତେ ।
-ଶୁଦ୍ରକ

୧୬-୩୧ ମେ, ୨୦୧୧
ରାମ ରାମ : ଏ’ କି କଲ ଜୟରାମ!
ଜୟରାମ ରମେଶ କେନ୍ଦ୍ର ସରକାରଙ୍କର କୁହାଳିଆ ପରିବେଶମନ୍ତ୍ରୀ ଇତ୍ୟବସରରେ ଓଡ଼ିଶା ଆସିଥିଲେ । ଫେରିଯାଇ ସହସା ପୋସ୍କୋକୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଦେଲେ । ସେ ଅପେକ୍ଷା କଲେନାହିଁ ବୁଝାମଣାପତ୍ରର ନବୀକରଣ ପର୍ଯ୍ୟନ୍ତ-ଅପେକ୍ଷା କଲେନାହିଁ ଖଣ୍ଡାଧାର ଖଣି ପ୍ରସଙ୍ଗରେ ସୁପ୍ରିମକୋର୍ଟର ନିଷ୍ପତ୍ତ ପର୍ଯ୍ୟନ୍ତ- ଯଦିଓ ସେ କରିପାରିଥାନ୍ତେ ବୋଲି ସ୍ୱୀକାର କରନ୍ତି । ତାଙ୍କରି ଭାଷାରେ, ‘ମୁଁ ବୁଝାମଣା ପତ୍ରର ନବୀକରଣ ଓ ସୁପ୍ରିମକୋର୍ଟର ଶେଷନିଷ୍ପତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିପାରିଥାନ୍ତି । କିନ୍ତୁ ଏହା ପ୍ରକଳ୍ପକୁ ଅଟକାଇ ରଖିବାର ଏକ ବାହାନା ବୋଲି ମନେ ହୋଇଥାନ୍ତା ।’
(‘ଓ ଙ୍ଗକ୍ଟଙ୍କକ୍ଷୟ ଷବଙ୍ଖର ଙ୍ଗବସଗ୍ଧରୟ ଲକ୍ଟକ୍ସ ଗ୍ଧଷର ଗଙଟ ଗ୍ଧକ୍ଟ ଭର କ୍ସରଦ୍ଭରଙ୍ଗରୟ ବଦ୍ଭୟ ଲକ୍ଟକ୍ସ ବ ଲସଦ୍ଭବକ୍ଷ ୟରମସଗ୍ଦସକ୍ଟଦ୍ଭ କ୍ଟଲ ଗ୍ଧଷର ଝଙ୍କକ୍ଟ୍ରକ୍ସରଜ୍ଞର ଉକ୍ଟଙ୍କକ୍ସଗ୍ଧ, ଗ୍ଧଷବଗ୍ଧ ଙ୍ଗକ୍ଟଙ୍କକ୍ଷୟ ଷବଙ୍ଖର ଗ୍ଦଜ୍ଞକ୍ଟମଳରୟ କ୍ଟଲ ଲସକ୍ଷସ ଭଙ୍କଗ୍ଦଗ୍ଧରକ୍ସସଦ୍ଭଶ’- ‘ଚଙଝଉଙ ଲସଦ୍ଭବକ୍ଷକ୍ଷଚ୍ଚ ଶରଗ୍ଧଗ୍ଦ ଶକ୍ସରରଦ୍ଭ ଗ୍ଦସଶଦ୍ଭବକ୍ଷ’- ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୟଗ୍ଧୟ ୩କ୍ସୟ ଗବଚ୍ଚ ୨୦୧୧). ‘ଲସକ୍ଷସଭଙ୍କଗ୍ଦଗ୍ଧରକ୍ସ’ର ଆଭିଧାନିକ ଅର୍ଥ ହେଉଛି କ୍ଟ୍ରରକ୍ସଗ୍ଦକ୍ଟଦ୍ଭ ଙ୍ଗଷକ୍ଟ କ୍ଟଭଗ୍ଦଗ୍ଧକ୍ସଙ୍କମଗ୍ଧଗ୍ଦ ଗ୍ଧଷର ଜ୍ଞବଳସଦ୍ଭଶ କ୍ଟଲ ୟରମସଗ୍ଦସକ୍ଟଦ୍ଭଗ୍ଦ ସଦ୍ଭ ଜ୍ଞରରଗ୍ଧସଦ୍ଭଶଗ୍ଦ, କ୍ଟ୍ରବକ୍ସକ୍ଷସବଜ୍ଞରଦ୍ଭଗ୍ଧ ରଗ୍ଧମ. ଭଚ୍ଚ ରଶ. ଜ୍ଞବଳସଦ୍ଭଶ କ୍ଷକ୍ଟଦ୍ଭଶ ଗ୍ଦକ୍ଟ୍ରରରମଷରଗ୍ଦ. ଅର୍ଥାତ ଦୀର୍ଘ ଭାଷଣ ଦେଇ ଯିଏ କୌଣସି ସଭାରେ ବା ସଂସଦରେ ନିଷ୍ପତ୍ତ ନେବା ଦିଗରେ ପ୍ରତିବନ୍ଧକ ସୃଷ୍ଟିକରନ୍ତି-ତାଙ୍କୁ ଲସକ୍ଷସଭଙ୍କଗ୍ଦଗ୍ଧରକ୍ସ(ଫିଲିବଷ୍ଟର) କୁହାଯାଏ । କହିବା ବାହୁଲ୍ୟ ଯେ ଜୟରାମ ଫିଲିବଷ୍ଟର ହେବାକୁ ମନା କରିବାକୁ ଯାଇ ସ୍ୱୀକାର କରିଛନ୍ତି ଯେ ଏଯାବତ୍ରେ ଯେଉଁ ଭାଷଣବାଜି କରୁଥିଲେ, ବିଭିନ୍ନ କମିଟିମାନ ପଠାଇ-ସେମାନଙ୍କର ପ୍ରକଳ୍ପବିରୋଧୀ ମନ୍ତବ୍ୟଗୁଡ଼ିକୁ ଆଧାର କରି ତୁମ୍ବିତୋଫାନ କରୁଥିଲେ-ତାହା ସବୁ ଲସକ୍ଷସଭଙ୍କଗ୍ଦଗ୍ଧରକ୍ସସଦ୍ଭଶ ହିଁ ଥିଲା । ତାଙ୍କଦ୍ୱାରା ପ୍ରେରିତ ଏନ୍.ସି.ସାକ୍ସେନା କମିଟି, ମୀନାଗୁପ୍ତା କମିଟିର ସଂଖ୍ୟାଗରିଷ୍ଠ ମତ ଓଡ଼ିଶା ସରକାରଙ୍କର ସୂଚନା ଓ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ, ଓଡ଼ିଶା ଗସ୍ତ ସାରି ଜୟରାମ ହଠାତ୍ ରାଜ୍ୟ ସରକାରଙ୍କର ସୂଚନା ଓ ଯୁକ୍ତି ଉପରେ ଆସ୍ଥା ସ୍ଥାପନ କରିବା ଓ ପୋସ୍କୋକୁ ସବୁଜ ସଙ୍କେତଦେବା ନିଶ୍ଚିତ ରହସ୍ୟମୟ ମନେ ହୁଏ । କିନ୍ତୁ ମୂଳତଃ ଆଇ.ଆଇ.ଟି ଇଞ୍ଜିନିୟରି (ମାଲକାନଗିରି ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଭଳି) ଜୟରାମ ରମେଶ ତାଙ୍କର ଏତାଦୃଶ ବ୍ୟବହାର ସପକ୍ଷରେ ଏକ ସାମ୍ବିଧାନିକ ଯୁକ୍ତି ବାଢ଼ିଛନ୍ତି । ତାଙ୍କରି ଭାଷାରେ ‘ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କର ମତାମତର ଦୃଢ଼ଭୂମିକା ରହିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ହୋଇଥିବା ସରକାରଙ୍କର ମତାମତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇ ନ ପାରେ’(ଧରିତ୍ରୀ-୩/୫/୨୦୧୧)ଭାରତର ସଂଘୀୟ ବ୍ୟବସ୍ଥା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କର ମତାମତର ନିରଙ୍କୁଶତା ଇତ୍ୟାଦି ବୁଝିବାକୁ ଯେ ଜୟରାମ ରମେଶଙ୍କୁ ଏତେ ଦିନ ଲାଗିଲା-ତାହା ସ୍ମରଣ କରାଇଦିଏ ନିମ୍ନୋକ୍ତ କେତୋଟି ପଂକ୍ତି ।
‘ଖୋସାମତି ବିକେ ଯେଉଁ ଦରେ
ପ୍ରତିବାଦ ବିକେ ତା’ଠୁ ଅଧିକରେ
ଦୁଇ ଆଡ଼ୁ ଲାଭ ହୋଇପାରେ
ନାଁ ହୁଏ, ପ୍ରତିଷ୍ଠା ବି ମିଳେ
ପ୍ରତିବାଦୀ ମଣିଷ ଭାବରେ,
ମୂଲ୍ୟ ମିଳେ
ପୁଞ୍ଜି ପଶେ ବେପାର ଭିତରେ’
(ଦ୍ରଷ୍ଟବ୍ୟ:‘ପଣ୍ୟ ପସରାରେ ପ୍ରତିବାଦ’- ବେଳେବେଳେ କବିତା, ବୀରେନ୍ଦ୍ର ନାୟକ)
ଓଡ଼ିଶା ସରକାରରେ ନିଷ୍ପତ୍ତ ନେବାର ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ପୋସ୍କୋ ପ୍ରକଳ୍ପ ସପକ୍ଷରେ ଥାଇ ଯେତେଦୂର ଅନୁଗୃହୀତ ହୋଇଥିବେ, ଜୟରାମ ପ୍ରତିବାଦର ନାଟକକରି ପୋସ୍କୋ ପାଇଁ ଅଧିକ ଗେହ୍ଲା ହୋଇଯାଇଥିବେ, ଏଥିରେ ସନେ୍ଦହ ନାହିଁ । ତେବେ ଯେଉଁମାନେ ଜୟରାମ ରମେଶଙ୍କର ନିଷ୍ପତ୍ତ ନେବାର କୌଶଳ ସହ ପରିଚିତ, ସେମାନେ ପୋସ୍କୋକୁ ସର୍ବଶେଷରେ ସବୁଜସଙ୍କେତ ମିଳିବା ସମ୍ବାଦରେ ଆଦୌ ଆଶ୍ଚର୍ଯ୍ୟ ହୋଇନାହାନ୍ତି । ପ୍ରକଳ୍ପ ବିରୋଧରେ ଜନଅସନ୍ତୋଷ ସହ ତାଳମିଳାଇ କିଛି ପଥ ଅତିକ୍ରମ କରିବାପରେ ପ୍ରକଳ୍ପସପକ୍ଷରେ ନିଷ୍ପତ୍ତ ନେବା ତାଙ୍କର ପ୍ରାୟ ଦ୍ୱିତୀୟ ଅଭ୍ୟାସ ହୋଇଛି । ୨୦୦୯ରେ ନୱୀ ମୁମ୍ବାଇ ପ୍ରକଳ୍ପକୁ ଜୋରଦାର ବିରୋଧ କରି-ସର୍ବଶେଷରେ, ୨୦୧୦ରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ସେ ଦେଇଛନ୍ତି ସ୍ୱୀକୃତି । ୮ଟି ଜଳବିଦୁ୍ୟତ ପ୍ରକଳ୍ପକୁ ଗୋଟିଏ ବର୍ଷ ଭିତରେ ସେ ଅନୁମତି ଦେଇଛନ୍ତି । ୨୦୦୯ରୁ ୨୦୧୦ ଭିତରେ ଅନୁମତି ଅପେକ୍ଷାରେ ଥିବା ୪୯ଟି ତାପଜ ବିଦୁ୍ୟତ ପ୍ରକଳ୍ପରୁ ମାତ୍ର ଗୋଟିଏ ଅନୁମତି ପାଇପାରି ନାହିଁ । ଗୋଟିଏହେଲେ କୋଇଲାଖଣି ପ୍ରକଳ୍ପ ପ୍ରତ୍ୟାଖ୍ୟାନର ଶରବ୍ୟ ହୋଇନାହିଁ । ସୂଚନା ଅଧିକାର ଆଇନ ବଳରେ ହାସଲ କରାଯାଇଥିବା ଏକ ସୂଚନା ଅନୁଯାୟୀ ଅଗଷ୍ଟ ୨୦୦୯ରୁ ଜୁଲାଇ୨୦୧୦ ଭିତରେ ମାତ୍ର ୬ଟି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀରୁ ବଞ୍ଚôତ କରାଯାଇଥିବା ବେଳେ, ୨୦୦୬ରୁ ୨୦୦୮ଭିତରେ ୧୪ଟି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀରୁ ବଞ୍ଚôତ କରାଯାଇଛି । ଅର୍ଥାତ ଜୟରାମ ରମେଶ ତାଙ୍କର ପୂର୍ବରୁ ଥିବା ପରିବେଶ ମନ୍ତ୍ରୀଙ୍କ ଅପେକ୍ଷା ପରିବେଶ ମଞ୍ଜୁରୀଦେବାରେ ଅଧିକ ତପôରତା ଦେଖାଇଛନ୍ତି । କୁହାଳିଆ ଜୟରାମ ଯେ କହୁଥିବା ବାକ୍ୟଗୁଡ଼ିକ ତାଙ୍କର ଆନ୍ତରିକତା ବା ନିଷ୍ଠା ବହନ କରେନାହିଁ-ତାହାର ପ୍ରମାଣହେଉଛି ଉପରୋକ୍ତ ଉଦାହରଣ । ପୋସ୍କୋପ୍ରସଙ୍ଗ ସେ ତାଲିକାରୁ ବାଦ୍ ପଡ଼ନ୍ତା କିପରି? ସ୍ତମ୍ଭକାର ରବିଶଙ୍କରଙ୍କର ଦୃଷ୍ଟିରେ ‘ଜୟରାମ ରମେଶଙ୍କର ମତଲବ ତାଙ୍କ କ୍ୟାରିଅରର ନିରନ୍ତର ବିକାଶରେ । ରାଜନେ÷ତିକ ଖ୍ୟାତି ତ’ମାଟିରେ ମିଶିବା ଭଳି ଜିନିଷ’(ଇଗ୍ଦ ଲବକ୍ସ ବଗ୍ଦ ଔବସକ୍ସବଜ୍ଞ ସଗ୍ଦ ମକ୍ଟଦ୍ଭମରକ୍ସଦ୍ଭରୟ, ସଗ୍ଧ ସଗ୍ଦ ଗ୍ଧଷର ଗ୍ଦଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ କ୍ଟଲ  ଷସଗ୍ଦ  ମବକ୍ସରରକ୍ସ ଗ୍ଧଷବଗ୍ଧ ସଗ୍ଦ ସଜ୍ଞକ୍ଟ୍ରକ୍ଟକ୍ସଗ୍ଧବଦ୍ଭଗ୍ଧ. ଚକ୍ଟକ୍ଷସଗ୍ଧସମବକ୍ଷ କ୍ସରକ୍ଟ୍ରଙ୍କଗ୍ଧବଗ୍ଧସକ୍ଟଦ୍ଭଗ୍ଦ ବକ୍ସର ଭସକ୍ଟୟରଶକ୍ସବୟବଭକ୍ଷର- ଞଷର ଋମକ୍ଟ ଲକ୍ସସରଦ୍ଭୟକ୍ଷଚ୍ଚ ମବକ୍ସରରକ୍ସ କ୍ଟଲ ଏକ୍ସରରଦ୍ଭ ଖବଦ୍ଭଗ୍ଧରକ୍ସଦ୍ଭଗ୍ଦ, ଜବଙ୍ଖସ ଝଷବଦ୍ଭଳବକ୍ସ, ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୮ ଗବଚ୍ଚ ୨୦୧୧) । ଆଉ ଜଣେ ସମ୍ମାନାସ୍ପଦ ସାମ୍ବାଦିକ ଓ ସ୍ତମ୍ଭକାର ସାମ ରାଜପ୍ପାଙ୍କ ଦୃଷ୍ଟିରେ ‘ରମେଶ ବୁଝିବା ଉଚିତ ଯେ ତାଙ୍କର ଆଦର୍ଶ ଆଜି ତିହାର ଜେଲ୍ରେ’ (ଜବଜ୍ଞରଗ୍ଦଷ ଜ୍ଞଙ୍କଗ୍ଦଗ୍ଧ କ୍ସରବକ୍ଷସଗ୍ଦର ଷସଗ୍ଦ କ୍ସକ୍ଟକ୍ଷର ଜ୍ଞକ୍ଟୟରକ୍ଷ ସଗ୍ଦ ଦ୍ଭକ୍ଟଙ୍ଗ ସଦ୍ଭ ଞସଷବକ୍ସ ଔବସକ୍ଷ’- ୠକ୍ଟକ୍ସମରୟ ମକ୍ଷରବକ୍ସବଦ୍ଭମର କ୍ଟଲ ଚଙଝଉଙ, ଝବଜ୍ଞ ଜବହବକ୍ଟ୍ରକ୍ଟ୍ରବ, ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୭ ଗବଚ୍ଚ, ୨୦୧୧) । ରାଜପ୍ପା ଇଙ୍ଗିତ କରୁଛନ୍ତି ଏ.ରାଜାଙ୍କ ଆଡ଼କୁ । ରାଜପ୍ପାଙ୍କ ଅନୁସାରେ ପୋସ୍କୋ ପ୍ରକଳ୍ପକୁ ସବୁଜ ସଙ୍କେତ ଦେବା ଦ୍ୱାରା ୨ଜି-ସ୍ପେକ୍ଟ୍ରମ୍ ଦୁର୍ନୀତିଠାରୁ ଏକ ବଡ଼ ଧରଣର ଦୁର୍ନୀତିର ସମ୍ଭାବନା ସୃଷ୍ଟିହୋଇଛି । ଏକ ହିସାବ କରି ସାମ ରାଜପ୍ପା ଦର୍ଶାଇଛନ୍ତି ଯେ ପୋସ୍କୋ ତା’ର ୬୦ କୋଟି ଟନ୍ ଲୁହାପଥରର ବାର୍ଷିକ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବାର୍ଷିକ ୬୦,୦୦୦କୋଟି ଟଙ୍କା ଖର୍ଚ୍ଚ କଲାବେଳେ (୧୦୦୦ଟଙ୍କା ଟନ୍ ପିଛା ଖର୍ଚ୍ଚ ହାରରେ), ବାର୍ଷିକ ଲାଭ କରିବ(କେବଳ ଲୁହାପଥର ଉପରେ)ବାର୍ଷିକ ୨,୪୦,୦୦୦କୋଟି ଟଙ୍କା କାରଣ ଆନ୍ତର୍ଜାତୀୟ ବଜାରରେ ଲୁହାପଥରର ଟନ୍ ପିଛା ମୂଲ୍ୟହେଉଛି ୫୦୦୦ଟଙ୍କା । ୨ଜି ସ୍ପେକ୍ଟ୍ରମ୍ ବିତରଣ ଯେପରି କମ୍ମୂଲ୍ୟରେ କରିଦିଆଯାଇ ଏ.ରାଜା ଓ ତାଙ୍କର ସହଯୋଗୀମାନେ ଦେଶର ରାଜସ୍ୱକୁ କ୍ଷତି ପହଞ୍ଚାଇଲେ-ତା’ଠାରୁ ଅଧିକ କ୍ଷତି ପୋସ୍କୋ ପ୍ରକଳ୍ପଦ୍ୱାରା ହେବ ବୋଲି ସାମ୍ ରାଜପ୍ପାଙ୍କର ଯୁକ୍ତି । ତାଙ୍କମତରେ ପୋସ୍କୋକୁ ଏହି ପରିମାଣରେ ସୁବିଧା ସୁଯୋଗ ଯୋଗାଇବା ଦୁର୍ନୀତି ନିବାରଣ ଆଇନ (ଚକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଇମଗ୍ଧ)ର ଧାରା ୧୩(୧)(ଡି)(ସ) ଏବଂ (ସସସ)କୁ ଉଲ୍ଲଂଘନ କରିବା । ଏହାଛଡ଼ା ଏହା ମଧ୍ୟ ଉଲ୍ଲଂଘନ କରୁଛି ସମ୍ବିଧାନର ଧାରା ୩୯(ବି) ଏବଂ (ସି) ।
(ଞଷର ୟରମସଗ୍ଦସକ୍ଟଦ୍ଭ ଜ୍ଞବଳରଗ୍ଦ ସଦ୍ଭଙ୍ଖକ୍ଟକ୍ଷଙ୍ଖରୟ ସଦ୍ଭ ଭରଗ୍ଦଗ୍ଧକ୍ଟଙ୍ଗସଦ୍ଭଶ ଗ୍ଧଷସଗ୍ଦ କ୍ଷବକ୍ସଶରଗ୍ଦଗ୍ଦର କ୍ଟଦ୍ଭ କ୍ଟ୍ରକ୍ଟଗ୍ଦମକ୍ଟ ବଗ୍ଧ ଗ୍ଧଷର ମକ୍ଟଗ୍ଦଗ୍ଧ କ୍ଟଲ ଗ୍ଧଷର କ୍ଟ୍ରଙ୍କଭକ୍ଷସମ ବକ୍ସର ଶଙ୍କସକ୍ଷଗ୍ଧଚ୍ଚ କ୍ଟଲ ଙ୍ଖସକ୍ଟକ୍ଷବଗ୍ଧସକ୍ଟଦ୍ଭ କ୍ଟଲ ଗ୍ଦରମଗ୍ଧସକ୍ଟଦ୍ଭ ୧୩(୧)(ୟ)(ସ) ବଦ୍ଭୟ (ସସସ) କ୍ଟଲ ଗ୍ଧଷର କ୍ଟ୍ରକ୍ସରଙ୍ଖରଦ୍ଭଗ୍ଧସକ୍ଟଦ୍ଭ କ୍ଟଲ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଇମଗ୍ଧ. ଞଷରସକ୍ସ ବମଗ୍ଧସକ୍ଟଦ୍ଭ ବକ୍ଷଗ୍ଦକ୍ଟ ଙ୍ଖସକ୍ଟକ୍ଷବଗ୍ଧରଗ୍ଦ ଇକ୍ସଗ୍ଧସମକ୍ଷର ୩୯(ଭ) ବଦ୍ଭୟ (ମ) କ୍ଟଲ ଗ୍ଧଷର ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ).
ଏହି ପ୍ରସଙ୍ଗରେ ସାମ ରାଜପ୍ପା ସୂଚନା ଦିଅନ୍ତି ଯେ, ବାଙ୍ଗାଲୋରର ଏ.କେ.ଅଗ୍ରୱାଲ ମୁଖ୍ୟ ଭିଜିଲାନ୍ସ କମିଶନର(ସିଭିସି-ମଙ୍ଖମ)ଙ୍କ ନିକଟରେ କେନ୍ଦ୍ର ଇସ୍ପାତମନ୍ତ୍ରୀ ବୀରଭଦ୍ର ସିଂହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି ଯେ ୫୦୦୦କୋଟି ଡଲାର (ବା ପ୍ରାୟଃ ଅଢ଼େଇଲକ୍ଷ କୋଟି ଟଙ୍କା) ମୂଲ୍ୟ ଖଣିଜ ଦ୍ରବ୍ୟର ଚାଲିଥିବା ଲୁଟ୍କୁ ଅଟକାଇବା ପାଇଁ ପଦକ୍ଷେପ ନିଅନ୍ତୁ ।
ସବୁଜ ସଙ୍କେତ ମିଳିଯିବା ପରେ ପୋସ୍କୋ ପାଇଁ ଜମି ଅଧିଗ୍ରହଣ ମଇ ଅଠର ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ପୋସ୍କୋ ସପକ୍ଷବାଦୀ ମାନେ ଏହି ସବୁଜସଙ୍କେତକୁ ସ୍ୱାଗତ କରିଥିବା ବେଳେ ସେମାନେ କେତେକ ଦାବୀ ରଖି-ତାହା ପୂରଣ ନହେଲେ ଜମି ଅଧିଗ୍ରହଣକୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ପୋସ୍କା ପ୍ରତିରୋଧ ସଂଗ୍ରାମସମିତି ପାଇଁ ଅନୁକୂଳ ହୋଇପାରେ । ଜବରଦସ୍ତ ଜମିଦଖଲ ବିସ୍ଥାପିତଙ୍କୁ ଯେ କିପରି ହିଂସ୍ର କରିଦେଉଛି ତାହାର ନଗଦାନଗଦ ନମୂନା ନୋଏଡ଼ା ଓ ଆଗ୍ରାରେ ଦୃଶ୍ୟ ହୋଇଛି ଯାହା ଗଣମାଧ୍ୟମରେ ବେଶ୍ ପ୍ରସାରିତ ହୋଇଛି । ଏହି ଦୃଶ୍ୟର ପୃଷ୍ଠଭୂମିରେ ‘ଧରିତ୍ରୀ’ ତାଙ୍କ ସମ୍ପାଦକୀୟ ‘ନୋଏଡ଼ାରୁ ନେଭାଡ଼ା’ରେ ଲେଖନ୍ତି, ‘ଓଡ଼ିଶା କଥା ଦେଖିଲେ ନୋଏଡ଼ା ଭଳି ସମାନକଥା ଆମ ଘର ପଛପଟରେ ଘଟିଚାଲିଛି । ଜଗତସିଂହପୁରରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଲାଗି ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ଏବେ ସରକାରୀ ବଡ଼ ଅଧିକାରୀମାନେ ଘୋଷଣା କରିଛନ୍ତି ଆସନ୍ତା ୧୮ତାରିଖରେ ସମ୍ପୃକ୍ତ ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ ପୁଣି ଆରମ୍ଭ ହେବ । ଢଢଢ ତେଣୁ ଏବେଠାରୁ ସଜାଗ ନହେଲେ ଓଡ଼ିଶା ନୋଏଡ଼ା ଭଳି ପରିସ୍ଥିତି ସାମ୍ନାକରିବ’ (ଦ୍ରଷ୍ଟବ୍ୟ: ଧରିତ୍ରୀ, ୯ମଇ ୨୦୧୧)
ଜୟରାମ ରମେଶଙ୍କର ପୋସ୍କୋକୁ ସବୁଜ ସଙ୍କେତ, ସେ ଅଞ୍ଚଳର ସବୁଜିମାକୁ ରକ୍ତରଞ୍ଜିତ କରିବାର ସମ୍ଭାବନା ସୃଷ୍ଟି କରିଛି- ସ୍ୱାଭାବିକ, ତେଣୁ ପାଟିରୁ ବାହାରି ପଡ଼ିଛି ‘ରାମ ରାମ-ଏ’ କି କଲ ଜୟରାମ’ ।
ଙ୍ଖଶୁଦ୍ରକଙ୍କ ଲେଖାଟି ଆମର ହସ୍ତଗତ ହେଇସାରିଲା ପରେ ଖବରରେ ଦେଖିବାକୁ ମିଳୁଛି ଯେ, ଶ୍ରୀ ଭିନିଲ୍ କ୍ରିଷ୍ଣା ଜୟରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇପାରନ୍ତି
କାହିଁକି ଜନ୍ତରମନ୍ତରରେ ଆନ୍ନା ଅନଶନରେ ବସିଲେ ନାହିଁ?
ଏହା କହୁଛନ୍ତି ଏକଦା ଆନ୍ନା ହଜାରେଙ୍କର ଜବରଦସ୍ତ ସମର୍ଥକ, ପୂର୍ବତନ ଆଇପିଏସ୍ ଅଫିସର ଓ ସମ୍ପ୍ରତି ଓକିଲ ଶ୍ରୀ ଯୋଗେଶ ପ୍ରତାପ ସିଂହ । (ଦ୍ରଷ୍ଟବ୍ୟ: ଉଷବଗ୍ଦସଦ୍ଭଶ ବ ଗସକ୍ସବଶର, ଞରଷରକ୍ଷଳବ, ୩୦ ଇକ୍ଟ୍ରକ୍ସସକ୍ଷ ୨୦୧୧)
ଯୋଗେଶପ୍ରତାପ ସିଂହ ମୁମ୍ବାଇରେ ପୁଲିସ ଅଫିସର ଥିବାବେଳେ ଆନ୍ନା ହଜାରେଙ୍କର ଅନଶନରେ ଯୋଗ ଦେଇଥିଲେ । ସେ ଦିନ ଥିଲା ଅଗଷ୍ଟ ୯, ଅଗଷ୍ଟ କ୍ରାନ୍ତି ଦିବସ, ୨୦୦୩ମସିହା । ଆନ୍ନା ଅନଶନରେ ବସିଥିଲେ ଦୁର୍ନୀତି ବିରୋଧୀ ବ୍ୟବସ୍ଥାର ଦାବି ନେଇ । ସିଂହ ମହାଶୟ ଆନ୍ନାଙ୍କ ପାଖରେ ହିଁ ବସୁଥିଲେ ଆନ୍ନାଙ୍କ ଅନଶନ କାଳରେ । ସେତେବେଳେ ବହୁ କମ୍ ବୁଦ୍ଧିଜୀବୀ ସାମିଲ ହୋଇଥିଲେ- ବେଶୀ ସାମିଲ ହୋଇଥିଲେ ଗ୍ରାମାଞ୍ଚଳ ଲୋକେ, ଯେଉଁମାନେ ଆନ୍ନାଙ୍କର ଥିଲେ ସମର୍ଥକ । ଆଠଦିନ ପରେ ରାଜ୍ୟ ସରକାର ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କଲେ । କିଛି ନିଷ୍ପତ୍ତ ମଧ୍ୟ ନିଆଗଲା ପଞ୍ଚାୟତ ସ୍ତରରେ ବିକ୍ରେନ୍ଦୀକରଣ ପାଇଁ ।
ସିଂହ ମହାଶୟ କିନ୍ତୁ ପଡ଼ିଗଲେ ସରକାରଙ୍କ ବିଷ ଦୃଷ୍ଟିରେ । ନାଗପୁରକୁ ବଦଳିହେଲା । ପରିସ୍ଥିତି ଏପରି ହେଲା ଯେ ଦୁଇବର୍ଷ ଭିତରେ ସିଂହ ମହାଶୟ ଆଇପିଏସ୍ ଛାଡ଼ିଲେ । କିନ୍ତୁ ଏଥିପାଇଁ ସେ ଅନୁତପ୍ତ ହୋଇନଥିଲେ । ସେ ବେଶ୍ ଆଶାବାନ୍ ଥିଲେ ଯଦିଓ ଆନ୍ନାଙ୍କର କେତେକ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ସେ ବିଶେଷ ଉତ୍ସାହିତ ହେଉନଥିଲେ । ଆନ୍ନା ଆଧୁନିକ ସମୟର ଜଟିଳତାକୁ ବୁଝିବା କ୍ଷେତ୍ରରେ ଥିଲେ ବେଶ୍ ସୀମିତ । କିନ୍ତୁ ବହୁତ ଶୀଘ୍ର ସେ ବୁଝିପାରିଥିଲେ ଯେ ଆନ୍ନାଙ୍କ ସମ୍ପର୍କରେ ତାଙ୍କର ଧାରଣା ଏକ ମରିଚୀକା ଥିଲା । ବାସ୍ତବିକତାର ସାମ୍ନାସାମ୍ନି ହେଲାରୁ ତାଙ୍କର ମୋହଭଙ୍ଗ ହେଲା । ଏହି ମୋହଭଙ୍ଗ ହିଁ କାରଣ ଯେ ସିଂହ ମହାଶୟ ଜନ୍ତରମନ୍ତରରେ ୫ଏପ୍ରିଲ ୨୦୧୧ ଦିନ ଆରମ୍ଭ ହୋଇଥିବା ଆନ୍ନାଙ୍କ ଅନଶନରେ ଭାଗ ନେଲେନାହିଁ ।
କ’ଣ ସବୁଥିଲା ମୋହ ଭଙ୍ଗର କାରଣ?
ପ୍ରଥମ କାରଣଥିଲା ଆନ୍ନା ଯଦିଓ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ-କିନ୍ତୁ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ବେଶ୍ ସମ୍ମୋହିତ ହୋଇଯାଉଥିଲେ । ଯଦି ତାଙ୍କୁ କେହି ବରିଷ୍ଠ ରାଜନୈତିକ ବ୍ୟକ୍ତି ବା ମନ୍ତ୍ରୀ ନିମନ୍ତ୍ରଣ ଜଣାଉଥିଲା-ସେ କୃତ୍ୟକୃତ୍ୟ ହୋଇଯାଉଥିଲେ । ତା’ପରେ ସେ ନାଲିବତୀ ଲାଗିଥିବା ସରକାରୀଗାଡ଼ିରେ ବୁଲିବା ଆରମ୍ଭ କରିଦେଇଥିଲେ । ଥରେ ସିଂହ ମହାଶୟ ତାଙ୍କ ସହିତ ଏହିଭଳି ଗାଡ଼ିରେ ବସିଥିଲେ । ଦାଦରଠାରେ ଓହ୍ଲାଇ ପଡ଼ିବାପରେ ମାଲବାର ହିଲଠାରେ ଅବସ୍ଥିତ ଏକ ବିଳାସପୂର୍ଣ୍ଣ ସରକାରୀ ଗେଷ୍ଟହାଉସକୁ ଯାଇଥିଲେ- ଯେଉଁଠାରେ ବଡ଼ ବଡ଼ ଲୋକ ରୁହନ୍ତି ।
ଦ୍ୱିତୀୟ କାରଣ ଥିଲା ଆନ୍ନାଙ୍କର ପ୍ରସିଦ୍ଧିପାଇଁ ବ୍ୟାକୁଳତା । ଯାହାର ଖୁବ୍ ଫାଇଦା ନେଉଥିଲେ ସରକାର । ଆଇ.ଏ.ଏସ୍ ଅଫିସରମାନଙ୍କ ସଭାରେ ତାଙ୍କୁ ସଭାପତି କରାଯାଉଥିଲା । ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର କୋଠରୀ ଆନ୍ନାଙ୍କୁ ଦିଆଯାଇଥିଲା- ଯେଉଁଠାରେ ତାଙ୍କ ଲୋକେ ସେମାନଙ୍କର ଅଫିସ ପ୍ରକୋଷ୍ଠ ଭାବେ ଏହି କୋଠରୀର ବ୍ୟବହାର କରୁଥିଲେ ।
ମୋଟାମୋଟି ଭାବରେ ମହାରାଷ୍ଟ୍ର ସରକାର ଭିତରେ ଆନ୍ନା ହୋଇଥିଲେ ଏକ ସମ୍ବିଧାନ ବାହାରର ମୁଖିଆ । ସ୍ୱାଭାବିକ, ଯଦିଓ ରାଜ୍ୟରେ ଦୁର୍ନୀତି ବେଶ୍ ବ୍ୟାପିଥିଲା, ଆନ୍ନା କିନ୍ତୁ ସରକାର ସହିତ ସମ୍ପୃକ୍ତ କୌଣସି ବ୍ୟକ୍ତିପାଇଁ ବିପଦ ହୋଇ ରହିନଥିଲେ ।
ତଥାପି ଏହି ସବୁ କାରଣଗୁଡ଼ିକୁ ସିଂହ ମହାଶୟ ଛୋଟକଥା କହି ଉପେକ୍ଷା କରିଦେଉଥିଲେ । କିନ୍ତୁ ସେ ଉପେକ୍ଷା କରିପାରିଲେ ନାହିଁ ଆନ୍ନାଙ୍କର ଆଦର୍ଶ ସୋସାଇଟି ଓ ଲାଭାସା ପ୍ରକଳ୍ପ ପ୍ରତି ଆଭିମୁଖ୍ୟକୁ । ଆଦର୍ଶ ସୋସାଇଟି ଦୁର୍ନୀତିରେ ବିଳାସ ରାଓ ଦେଶମୁଖ ଓ ସୁଶୀଲ କୁମାର ସିନେ୍ଧଙ୍କର ସମ୍ପୃକ୍ତି ପ୍ରତି ସେ ନୀରବ ରହିଲେ । ତାଙ୍କର ନୀରବତାର କାରଣ ପଛରେ ଥିଲା ତାଙ୍କର ନିଷ୍ପତ୍ତ ଯେ ମହାରାଷ୍ଟ୍ରରୁ ଯେଉଁମାନେ କେନ୍ଦ୍ର କ୍ୟାବିନେଟ୍ରେ ମନ୍ତ୍ରୀ-ସେମାନଙ୍କ ବିରୁଦ୍ଧରେ ସେ କିଛି କହିବେ ନାହିଁ । ଲାଭାସା ପ୍ରକଳ୍ପକୁ କେନ୍ଦ୍ର କରି ଶରଦ ପାୱାରଙ୍କୁ ଯେପରି ବିରୋଧ କରାଯିବା କଥା, ସେପରି ହେଲାନାହିଁ । ଲୋକଦେଖାଣିଆ, ସେ ଅବଶ୍ୟ କିଛି କିଛି ମନ୍ତବ୍ୟ କରିଥିଲେ ।
ଜନ୍ତରମନ୍ତରରେ ଆନ୍ନା ଅନଶନ କଲେ । କିନ୍ତୁ ଲାଭାସା ପ୍ରକଳ୍ପରେ ଶରଦ ପାୱାରଙ୍କ ବିରୁଦ୍ଧରେ ବା ଦେଶମୁଖ ଓ ସିନେ୍ଧଙ୍କ ବିରୁଦ୍ଧରେ ମଧ୍ୟ କିଛି କହିଲେ ନାହିଁ । ସିଂହ ମହାଶୟଙ୍କ ଭାଷାରେ ଜନଲୋକପାଳ ବିଲ୍ର ଦାବି ହାତକୁ ନେବାପୂର୍ବରୁ ପାୱାର, ଦେଶମୁଖ ଓ ସିନେ୍ଧଙ୍କ ବିରୋଧରେ ହିଁ ଆନ୍ନା କହିବା ଉଚିତ ଥିଲା ।
-ଶୁଦ୍ରକ
୨୦୪୭-ଅଗଷ୍ଟ ୧୫: ବାଜା ବଜାରେଙ୍କ ଅନଶନ
(ଏକ ରମ୍ୟରଚନା)
ଭାରତ ସ୍ୱାଧୀନ ହେବାର ୧୦୦ବର୍ଷ ପୂରିଗଲା । ସାରାଦେଶର କ୍ଷମତାସୀନ ରାଜନେତା ଓ ତାଙ୍କର ସହଯୋଗୀମାନେ ଏକ ଉତ୍ସବମୁଖର ପରିବେଶରେ ପରସ୍ପରକୁ କୋଳାକୋଳି କରିବାରେ ଯେତେବେଳେ ବ୍ୟସ୍ତ, ସେତେବେଳେ ଗଣମାଧ୍ୟମରେ ନିରନ୍ତର ପ୍ରସାରିତ ହେଉଛି ଜନ୍ତରମନ୍ତରଠାରେ ବାଜା ବଜାରେ ଅନଶନରେ ବସିବାର ଦୃଶ୍ୟ । ଭାରତ ଯେଉଁଦିନ ସ୍ୱାଧୀନ ହୋଇଥିଲା -୧୯୪୭ଅଗଷ୍ଟ ୧୫ତାରିଖ ଦିନ, ଦୁଇଜଣ ବ୍ୟକ୍ତି ଅନଶନ କରୁଥିଲେ ବୋଲି ଇତିହାସ କୁହେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଚୌଧୁରୀ । ଗାନ୍ଧୀ କରୁଥିଲେ ଅନଶନ ନଗ୍ନ ସାମ୍ପ୍ରଦାୟିକତା ବିରୋଧରେ । ଗୋପବନ୍ଧୁ ଚୌଧୁରୀ କରୁଥିଲେ ଅନଶନ ଆତ୍ମଶୁଦ୍ଧି ପାଇଁ-ସ୍ୱାଧୀନ ଭାରତର ଦାୟିତ୍ୱକୁ ସାମ୍ନା କରିବାପାଇଁ । ଗତ ୧୦୦ ବର୍ଷ ଭିତରେ ବହୁ ଅନଶନ ହୋଇଛି-କିଛି ପ୍ରକୃତ, କିଛି କୃତ୍ରିମ । ଅନଶନ ଏକ ହତିଆର ହୋଇଛି-ଚାପ ସୃଷ୍ଟି କରିବାପାଇଁ । ୩୬ବର୍ଷ ତଳେ ୨୦୧୧ ମସିହା ଏପ୍ରିଲ ୫ତାରିଖ ଦିନ, ମହାରାଷ୍ଟ୍ରର ଜଣେ ସମାଜକର୍ମୀ ‘ଆନ୍ନା ହଜାରେ’ ଅନଶନ କରିଥିଲେ ଏକ ଜନଲୋକପାଳ ବ୍ୟବସ୍ଥାର ପ୍ରଚଳନ ପାଇଁ । ଦୁର୍ନୀତି ସର୍ବବ୍ୟାପୀ ହୋଇଯିବା ଦେଖି ସେ ଏହିଭଳି ଦାବିରଖି ଅନଶନ ଆରମ୍ଭ କରିଥିଲେ । ସମ୍ବିଧାନ ଦ୍ୱାରା ସ୍ୱୀକୃତ ସମସ୍ତ ଅନୁଷ୍ଠାନ, କାର୍ଯ୍ୟପାଳିକା, ନ୍ୟାୟପାଳିକା, ବ୍ୟବସ୍ଥାପିକା ଇତ୍ୟାଦି ଦୁର୍ନୀତିଗ୍ରସ୍ତ ହୋଇପଡ଼ିଥିବା ବେଳେ ଏମାନଙ୍କ ଊଦ୍ଧ୍ୱର୍ରେ ଏକ ଦୃଢ଼ ଜନଲୋକପାଳ ସୃଷ୍ଟି କରାଗଲେ ଦୁର୍ନୀତି ଲୋପ ପାଇବ ବୋଲି ସେ ଯୁକ୍ତି କରିଥିଲେ । ତକ୍ରାଳୀନ ସରକାର ଆନ୍ନା ହଜାରେଙ୍କ ଯୁକ୍ତିକୁ ସମ୍ମାନଦେଇ ଜନଲୋକପାଳ ସୃଷ୍ଟି କରିଲେ । ଏବେ ଅଭିଯୋଗ ଯେ ଏହି ଜନଲୋକପାଳ ବ୍ୟବସ୍ଥାଭିତରେ ମଧ୍ୟ ଦୁର୍ନୀତି ପଶିଛି । ଯେଉଁମାନେ ବୁଝିଛନ୍ତି ଯେ ଶରୀର ଥିଲେ ରୋଗ ଯେପରି ଅବଶ୍ୟମ୍ଭାବୀ, ଅନୁଷ୍ଠାନଟିଏ ହେଲେ ଦୁର୍ନୀତି ସେହିଭଳି ଅବଶ୍ୟମ୍ଭାବୀ-ସେମାନେ ଜନଲୋକପାଳ ବ୍ୟବସ୍ଥା ଭିତରେ ଦୁର୍ନୀତି ପ୍ରବେଶର ଅଭିଯୋଗ ଶୁଣି ଆଦୌ ଆଶ୍ଚର୍ଯ୍ୟ ନୁହନ୍ତି । କିନ୍ତୁ ବାଜା ବଜାରେ ଏହା ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ଏକ ଦୃଢ଼ ମହା ଜନଲୋକପାଳ ବ୍ୟବସ୍ଥାର ପ୍ରଚଳନ ଦାବି କରି ଅନଶନରେ ବସିଛନ୍ତି । ଗତ ୩୬ବର୍ଷ ଭିତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକ ବିକଶିତ ହୋଇଥିବାରୁ, ମୋବାଇଲ ଫୋନ୍, ଇଣ୍ଟରନେଟ୍ ଆଦି ଅଧିକ ବ୍ୟାପକ ହୋଇଥିବାରୁ-ତାଙ୍କ ନିକଟକୁ ସମର୍ଥନ ମେସେଜ୍ର ବନ୍ୟା ଆରମ୍ଭ ହୋଇଛି । ଗତ କିଛିବର୍ଷ ଧରି ବିକାଶର ହାର ଦୁଇଅଙ୍କ ସଂଖ୍ୟାକୁ ଟପି ଯାଇଥିବାରୁ ଓ ଅଧିକସଂଖ୍ୟକ କୋଟିପତି ସୃଷ୍ଟି ହୋଇଥିବାରୁ ବାଜା ବଜାରେଙ୍କ ଅନଶନର ଆୟୋଜନ ବେଶ୍ ଆକର୍ଷଣୀୟ ହୋଇଛି । ବାଜା ବଜାରେଙ୍କ ଅନଶନପାଇଁ ଆଦାୟ ହୋଇଥିବା ଅର୍ଥ ଆଗରେ ଆନ୍ନା ହଜାରେଙ୍କର ଅନଶନ ପାଇଁ ଆଦାୟ ହୋଇଥିବା ୮୨ ଲକ୍ଷ ଟଙ୍କା ନଗଣ୍ୟ ବୋଲି ମନେହେଉଛି । ଆନ୍ନା ହଜାରେଙ୍କର ତରୁଣ ସମର୍ଥକମାନେ ଇତ୍ୟବସରରେ ବୃଦ୍ଧ ହୋଇଯାଇଛନ୍ତି ଓ ବାଜାବଜାରେଙ୍କ ସହ ଅନଶନରେ ବସି ଗଣମାଧ୍ୟମର କ୍ୟାମେରାରେ ସହର୍ଷ କୈଦ ହେଉଛନ୍ତି । ସରକାର ବାଜା ବଜାରେଙ୍କ ଦାବିକୁ ମାନିନେବେ ବୋଲି ଇଶାରା ଦେଇଛନ୍ତି । ତେବେ ଜନଲୋକପାଳ ବ୍ୟବସ୍ଥାକୁ ଉଚ୍ଛେଦ କରି ତା’ସ୍ଥାନରେ ମହା ଜନଲୋକପାଳ ବ୍ୟବସ୍ଥା କାର୍ଯ୍ୟକରିବେ-ତାହା ହିଁ ବିବାଦୀୟ ହୋଇଛି । ତେବେ ମହା ଜନଲୋକପାଳ ବିଲ୍ର ଚିଠା ପ୍ରସ୍ତୁତିପାଇଁ ପ୍ରସ୍ତାବିତ କମିଟିରେ କେଉଁମାନେ ସଭ୍ୟ ରହିବେ ତାହାର ଚୟନ ସମ୍ପୂର୍ଣ୍ଣ ଭାବେ ବାଜା ବଜାରେଙ୍କ ଉପରେ ଛାଡ଼ି ଦିଆଯାଇଛି । ଆନ୍ନା ହଜାରେଙ୍କ ସମୟରେ ଏହି ଦାୟିତ୍ୱ ସରକାର ଓ ଭଦ୍ରସମାଜ ଭିତରେ ସମଭାବରେ ବଣ୍ଟା ଯାଇଥିଲା । କିନ୍ତୁ ୩୬ବର୍ଷ ଭିତରେ ଗଣତନ୍ତ୍ର ଅଧିକ ପରିପକ୍ୱ ହୋଇଥିବାରୁ ସରକାର ବାଜା ବଜାରେଙ୍କ ହାତରେ ଚୟନ ଦାୟିତ୍ୱ ଛାଡ଼ି ଦେଇଛନ୍ତି ବୋଲି ଘୋଷଣା କରିଛନ୍ତି ।
-ଶୁଦ୍ରକ

୧-୧୫/ ୧୬-୩୧ ଜୁନ୍, ୨୦୧୧
ପଶ୍ଚିମବଙ୍ଗ ଓ ଓଡ଼ିଶା: ଲୋକ, ନେତା ଓ ନିର୍ବାଚନ
୩୪ବର୍ଷ ଧରି ଶାସନରେ ଥିବା ସିପିଏମ୍ ନେତୃତ୍ୱରେ ବାମଫଣ୍ଟ ସରକାରକୁ କ୍ଷମତାରୁ ବିଚୁ୍ୟତ କରିଛି ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଓ ଏହାର ସହଯୋଗୀ ଦଳ । ମାତ୍ର ୫ବର୍ଷ ତଳେ, ୨୦୦୬ ନିର୍ବାଚନରେ ୨୩୩ଟି ସ୍ଥାନ ଅକ୍ତିଆର କରିଥିବା ବାମଫ୍ରଣ୍ଟ, ଚଳିତ ନିର୍ବାଚନରେ ମାତ୍ର ୬୩ଟି ସ୍ଥାନ ହାସଲ କରିବାରେ ସମର୍ଥ ହୋଇଛି । ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ଓଜନିଆ ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି ଓ ଏହା ଉଲ୍ଲେଖନୀୟ ଯେ ଏମାନଙ୍କୁ ପରାଜିତ କରିଥିବା ବ୍ୟକ୍ତିମାନେ ପେଶାଦାର ରାଜନୈତିକ ବ୍ୟକ୍ତି ନୁହନ୍ତି । ଯେପରି ବୁଦ୍ଧଦେବଙ୍କୁ ପରାସ୍ତ କରିଛନ୍ତି ମନୀଷ ଗୁପ୍ତା ଓ ଏ ମହାଶୟ ଥିଲେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ । ଅର୍ଥମନ୍ତ୍ରୀ ଅସୀମ ଦାସଗୁପ୍ତା ପରାଜିତ ହୋଇଛନ୍ତି ବ୍ୟବସାୟୀ ସଂଘ ଫିକି (ୠଓଉଉଓ)ର ମହାସଚିବ ଅମିତ ମିତ୍ରଙ୍କ ଦ୍ୱାରା । ଏହିଭଳି ଅନେକ ଉଦାହରଣ ରହିଛି, ଅପରପକ୍ଷରେ ମମତାଙ୍କର ତୃଣମୂଳ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ହାସଲ କରିପାରିଛନ୍ତି ୨୨୬ଟି ସ୍ଥାନ । ଗଣମାଧ୍ୟମ ଗର୍ଜୁଛି ଯେ ମମତାର ସୁନାମୀ ଆସିଛି । ଏହିଭଳି ପରିବର୍ତ୍ତନ ପାଇଁ ନନ୍ଦିଗ୍ରାମ ଓ ସିଙ୍ଗୁର ଘଟଣା ଯେ ଦାୟୀ ଏହା ବାମଫଣ୍ଟ ସରକାରର କ୍ରମ ଅବନତି ଓ ତୃଣମୂଳ ପାର୍ଟିର କ୍ରମଉନ୍ନତିକୁ ବିଶ୍ଳେଷଣ କରୁଥିବା ବିଶେଷଜ୍ଞମାନେ ଚିହ୍ନଟ କରୁଛନ୍ତି । ବିଶେଷତଃ ନନ୍ଦିଗ୍ରାମରେ ପୁଲିସଗୁଳିରେ ୧୪ଜଣ ସ୍ଥାନୀୟ ଅଧିବାସୀ ନିହତହେବା ଓ ଏହାଦ୍ୱାରା ଜନ୍ମିତ ଜନଅସନ୍ତୋଷକୁ ରାଜ୍ୟବ୍ୟାପୀ କରାଇବାରେ ମମତା ବାନାର୍ଜୀ ସମର୍ଥ ହେବାର ପରିଣତି ଯେ ବାମଫ୍ରଣ୍ଟର ଶୋଚନୀୟ ପରାଜୟର କାରଣ-ଏହି ନିଷ୍କର୍ଷରେ ଆଲୋଚକମାନେ ଉପନୀତ ହେବା ବେଶ୍ ସାଧାରଣ ହୋଇଛି । ‘ମା, ମାଟି ଓ ମାନୁଷ’ର ଆହ୍ୱାନ ଦେଇ ମମତା ସାଧାରଣ ଲୋକଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରାଇ ପାରିଥିବାରୁ ଯେ ଏପରି ବିଜୟ ହାସଲ କରିପାରିଛନ୍ତି-ତାହା କହିବାଅପେକ୍ଷା-ସିପିଏମ୍ ନେତୃତ୍ୱରେ ବାମଫ୍ରଣ୍ଟ ସରକାରକୁ ଗାଦିଚୁ୍ୟତ କରିବା ପାଇଁ ସାଧାରଣ ଲୋକଭିତରେ ଜିଦ ଏହି ଫଳାଫଳରେ ପ୍ରତିଫଳିତ ହୋଇଛି ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ । ଏହା କେବଳ ଏହି ଫଳାଫଳରେ ଯେ ପ୍ରତିଫଳିତ ହୋଇଛି ତାନୁହେଁ, ୧୪ମାର୍ଚ୍ଚ ୨୦୦୭ (ଯେଉଁଦିନ ନନ୍ଦିଗ୍ରାମରେ ପୁଲିସ ଗୁଳିରେ ୧୪ଜଣ ନିହତ ହେଲେ) ପରେ ପରେ ବିଭିନ୍ନ ସ୍ତରରେ ଯେଉଁ ଯେଉଁ ନିର୍ବାଚନ ମାନ ହୋଇଛି, ପଞ୍ଚାୟତସ୍ତରରୁ ଆରମ୍ଭ କରି ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ, ସବୁଥିରେ ବାମଫଣ୍ଟକୁ ଅପଦସ୍ଥ ହେବାକୁ ପଡ଼ିଛି । ସତେ ଯେପରି ୨୦୦୬ ବିଧାନସଭା ନିର୍ବାଚନରେ ବାମଫ୍ରଣ୍ଟକୁ ଅଭୂତପୂର୍ବ ସଫଳତା ଦେଇଥିବା ପଶ୍ଚିମବଙ୍ଗର ସାଧାରଣ ଜନତା, ୧୪ମାର୍ଚ୍ଚ ୨୦୦୭ପରେ ବାମଫ୍ରଣ୍ଟକୁ ଉଚିତ ଶିକ୍ଷା ଦେବାପାଇଁ ଯେପରି ସଂକଳ୍ପବଦ୍ଧ ହୋଇଥିଲା । ବାମଫଣ୍ଟ ସରକାରର ଆଜି ବିରୋଧୀ ମମତା ବାନାର୍ଜୀ (ସ୍ମରଣ କରାଯାଇପାରେ ଯେ ମୂଳତଃ କଂଗ୍ରେସଦଳର ମମତା ବାନାର୍ଜୀ ସିପିଏମ୍ ପ୍ରତି କଂଗ୍ରେସର ନରମଭାବ ବିରୋଧରେ ବିଦ୍ରୋହ କରି କଂଗ୍ରେସ ଦଳ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କରିଥିଲେ ।) ଠାରେ ଏହି ଜନମାନସ ଦେଖିଥିଲା ଏକ ସମ୍ଭାବନା । ମମତା ବାନାର୍ଜୀ ମଧ୍ୟ ଏହି ସଂକଳ୍ପକୁ ଠଉରାଇ ପାରି ବାମଫଣ୍ଟ ସରକାର ବିରୋଧରେ ବିରାମହୀନ ସଂଗ୍ରାମ ଜାରି ରଖିଲେ ଯାହାର ପରିଣତି ହେଲା ତାଙ୍କର ବିଜୟ ଓ ବାମଫଣ୍ଟର ପତନ । ସିପିଏମ୍ ନେତୃତ୍ୱରେ ବାମଫଣ୍ଟ ବିରୋଧରେ ଜନଅସନ୍ତୋଷ ଏତେ ତୀବ୍ର ହୋଇଥିଲା ଯେ ସେମାନେ ଅପରାଧ କାଳିମାବୋଳା ୬୯ଜଣ ତୃଣମୂଳ କଂଗ୍ରେସର ବିଧାୟକ ଓ ୧୭ଜଣ କଂଗ୍ରେସ ବିଧାୟକଙ୍କୁ ସିପିଏମ୍ ବିରୋଧରେ ଜୟଯୁକ୍ତ କରାଇବା ପାଇଁ ମଧ୍ୟ ପଛାଇଲେ ନାହିଁ ।
ଏହିଭଳି ଏକ ରାଜନୈତିକ ଦୃଶ୍ୟପଟର ପୃଷ୍ଠଭୂମିରେ ଅନେକେ ପ୍ରଶ୍ନ କରିବା ସ୍ୱାଭାବିକ ଯେ ନନ୍ଦିଗ୍ରାମ ନରସଂହାରର ଏକବର୍ଷ ପୂର୍ବରୁ ୨ଜାନୁଆରୀ ୨୦୦୬ଦିନ କଳିଙ୍ଗନଗର ପୁଲିସ ଗୁଳିରେ ୧୩ଜଣ ଆଦିବାସୀ ଟଳିପଡ଼ିଥିବା ବେଳେ-ଏହି ଘଟଣା ୨୦୦୯ର ବିଧାନସଭା ନିର୍ବାଚନକୁ କାହିଁକି ଓଡ଼ିଶାରେ ପ୍ରଭାବିତ କରିପାରିଲା ନାହିଁ? ବରଂ ୧୦ବର୍ଷ ଧରି ଶାସନରେ ରହିଥିବା ବିଜେଡ଼ି ସରକାର, ଏହି ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କଲା-ଏକା ସରକାର ଗଠନକରିବାରେ ସମର୍ଥ ହେଲା । ଏପରିକି ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କଳିଙ୍ଗନଗର ଅବସ୍ଥିତ, ଅର୍ଥାତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡ଼ି ପ୍ରାର୍ଥୀର ବିଜୟ ହେଲା ଯଦିଓ କମ୍ ବ୍ୟବଧାନରେ । ପୁଣି ଯାଜପୁର ଜିଲ୍ଲାର ସମସ୍ତ ବିଧାନସଭା ମଣ୍ଡଳୀରୁ ଓ ସଂସଦ ନିର୍ବାଚନମଣ୍ଡଳୀରୁ ବିଜେଡ଼ି ନିଜ ଗ୍ରାମମାନଙ୍କରେ ହିଁ ବିଜୟ ହେଲା ବହୁ ଭୋଟ ବ୍ୟବଧାନରେ । ଅର୍ଥାତ, ସାରା ଓଡ଼ିଶାରେ ତ ପ୍ରଭାବ ପଡ଼ିବା ଦୂରର କଥା, କଳିଙ୍ଗନଗରର ଘଟଣା ସ୍ଥାନୀୟ ସ୍ତରରେ, ଜିଲ୍ଲାସ୍ତରରେ ମଧ୍ୟ ପ୍ରଭାବ ପକାଇ ପାରିଲା ନାହିଁ-ନିର୍ବାଚନ ଫଳାଫଳରେ । କାହିଁକି ଏପରି ହେଲା?
ଏକ ସ୍ୱାଭାବିକ ଉତ୍ତର ହୋଇପାରେ ଯେ ଓଡ଼ିଶାରେ ମୁଖ୍ୟଧାରାର ରାଜନୈତିକ ଦଳ ଭିତରେ ମମତା ବାନାର୍ଜୀ ତୁଲ୍ୟ ବିରୋଧୀନେତାର ଅନୁପସ୍ଥିତି- ଯିଏ କି କ୍ଷମତାସୀନ ରାଜନୈତିକ ଦଳ ସହିତ କୌଣସି ସାଲିସ ନକରି ବିଜେଡ଼ି ସରକାରର କର୍ପୋରେଟ୍ ପାଇଁ ଅନୁକୂଳ ଓ ସାଧାରଣ ଲୋକର ଜୀବନ ଜୀବିକା ପାଇଁ ପ୍ରତିକୂଳ ନୀତିବିରୋଧରେ ଉଠୁଥିବା ଜନ ଅସନ୍ତୋଷକୁ ସଙ୍ଗଠିତ ଓ ବ୍ୟାପକ କରିପାରିଥାନ୍ତା । ସିପିଆଇ, ସିପିଏମ୍ ଭଳି ବାମପନ୍ଥୀ ଦଳମାନେ ହୁଏତ ବ୍ୟାପକ କରିବାର ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିପାରିଥାନ୍ତେ-କିନ୍ତୁ ପଶ୍ଚିମବଙ୍ଗରେ ବାମଫ୍ରଣ୍ଟ ସରକାରର ନଗ୍ନ କର୍ପୋରେଟ୍ ପ୍ରୀତି, ଏମାନଙ୍କର ଭୂମିକାର ବିସ୍ତାରପାଇଁ କାଳ ହେଲା । ଅତି ବିପ୍ଳବୀ ମାନେ ତ ଘୋଷଣା କଲେ ଯେ ମୁଖ୍ୟଧାରାରେ ସମସ୍ତ ରାଜନୈତିକ ଦଳର ଶ୍ରେଣୀ ଚରିତ୍ର ସମାନ ହୋଇଥିବା ବେଳେ କ୍ଷମତାରେ ପରିବର୍ତ୍ତନ ଜୀବନ ଜୀବିକା ପାଇଁ ଓ ଭିଟାମାଟିର ସୁରକ୍ଷାପାଇଁ ଲଢ଼ୁଥିବା ମଣିଷକୁ କୌଣସି ପ୍ରକାର ଆଶ୍ୱସ୍ତି ଆଣିଦେବ ନାହିଁ । ଏ ସବୁର ମିଳିତ ପ୍ରଭାବରେ ବିଜେଡ଼ି ସରକାର କାଏମ ରଖିଲା ତା’ର ଶାସନ । ସାମ୍ପ୍ରଦାୟିକତା ପ୍ରସଙ୍ଗ ଉପରେ, ବିେଜପିକୁ ବିରୋଧ କରିବାକୁ ଅଗ୍ରାଧିକାର ଦେଇ କ୍ଷମତାର ସ୍ୱାଦ ଚାଖିଥିବା ବାମପନ୍ଥୀମାନେ, ବିଜେଡ଼ି ଦଳ ସହ ନିର୍ବାଚନୀ ବୁଝାମଣା କରି ବିଜେଡ଼ିକୁ ନିରଙ୍କୁଶ ବହୁମତର ଅଧିକାରୀ କରିଦେଲେ । କହିବା ବାହୁଲ୍ୟ ଯେକୌଣସି ରାଜନୈତିକ ଦଳ ବିଜେଡ଼ି ସରକାରଙ୍କୁ କ୍ଷମତାଚୁ୍ୟତ କରିବାର ଏକକ ଲକ୍ଷ୍ୟନେଇ, ବଳପୂର୍ବକ ବିସ୍ଥାପନ ଓ ତତ୍ଜନିତ ଜନ ଅସନ୍ତୋଷକୁ ମୁଖ୍ୟପ୍ରସଙ୍ଗ କଲେନାହିଁ-ଯାହା ମମତା ପଶ୍ଚିମବଙ୍ଗରେ କରିପାରିଲେ । ବିଜେଡ଼ି ପତନ ହୋଇଥିଲେ ହୁଏତ ତା’ର ସ୍ଥାନ ସମାନ ଶ୍ରେଣୀଚରିତ୍ର ଥିବା କୌଣସି ରାଜନୈତିକ ଦଳ ନେଇଥାନ୍ତା-କିନ୍ତୁ ଲୋକଙ୍କର ବିଜୟ ତ’ ହୋଇଥାନ୍ତା । ସମ୍ବାଦ ଯାଇଥାନ୍ତା ଯେ ଲୋକବିରୋଧୀ ନୀତି ଯେଉଁ ସରକାର ପ୍ରଣୟନ କରିବେ ଓ କାର୍ଯ୍ୟକାରୀ କରିବେ, ତାକୁ ଲୋକେ କ୍ଷମତାଚୁ୍ୟତ କରାଇପାରିବେ । ଏହା ଓଡ଼ିଶାରେ ହେଲାନାହିଁ- ଯଦିଓ ସମସ୍ତ ପ୍ରକାର ପରିବେଶ ଏଥିପାଇଁ ସୃଷ୍ଟି ହୋଇଥିଲା । ଯଦି କୁହାଯାଏ ଯେ କୌଣସି ରାଜନୈତିକ ଦଳ ଲୋକଙ୍କର ବିଜୟ ପ୍ରତିପାଦିତ ହେବା ଚାହାନ୍ତି ନାହିଁ-ଚାହାନ୍ତି ତାଙ୍କ ଦଳର ବିଜୟ ସାବ୍ୟସ୍ତ ହେବା-ତା’ହେଲେ ବୋଧହୁଏ ଭୁଲ୍ ହେବ ନାହିଁ । ଅପରପକ୍ଷରେ ଲୋକେ ମଧ୍ୟ ଦେଖିଲେ ଯେ ଦିବାଲୋକରେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ରାଜନୈତିକ ଦଳଗୁଡ଼ିକ, ସନ୍ଧ୍ୟାପରେ କ୍ଷମତାସୀନ ଦଳର ପ୍ରାଙ୍ଗଣରେ ।
ଓଡ଼ିଶାରେ ବୁଦ୍ଧିଜୀବୀ ଯାହା କଳାକାର, କବି, ଲେଖକ, ଚିତ୍ରକର ଇତ୍ୟାଦିଙ୍କୁ ନେଇ ଗଠିତ; ପଶ୍ଚିମବଙ୍ଗର ବୁଦ୍ଧିଜୀବୀଙ୍କ ପରି ବିଭାଜିତ ନୁହନ୍ତି । ନନ୍ଦିଗ୍ରାମ ଓ ସିଙ୍ଗୁରଘଟଣାର ପ୍ରତିବାଦ କରି କଲିକତାରେ ବୁଦ୍ଧିଜୀବୀଙ୍କର ଗୋଟିଏ ଶୋଭାଯାତ୍ରା ବାହାରିଥିବାବେଳେ ବାମଫଣ୍ଟ ସରକାରଙ୍କ ସମର୍ଥନରେ ବୁଦ୍ଧିଜୀବୀଙ୍କର ଆଉ ଏକ ଶୋଭାଯାତ୍ରା ମଧ୍ୟ ବାହାରିଥିଲା । ଅର୍ଥାତ ପଶ୍ଚିମବଙ୍ଗରେ ସରକାର ସମର୍ଥନରେ ବୁଦ୍ଧିଜୀବୀ ଓ ସରକାର ବିରୋଧୀ ବୁଦ୍ଧିଜୀବୀ ମଧ୍ୟରେ ବିଭାଜନ ବେଶ୍ ସ୍ପଷ୍ଟ ଥିଲା (ଅବଶ୍ୟ ଚଳଚ୍ଚିତ୍ର ନିଦେ୍ର୍ଧଶକ ସ୍ୱନାମଧନ୍ୟ ମୃଣାଳ ସେନ୍ ଏହି ଦୁଇଗୋଷ୍ଠୀ ବୁଦ୍ଧିଜୀବୀଙ୍କର ଶୋଭାଯାତ୍ରାରେ ସାମିଲ ହେବା ଏକ ବିରଳ ଘଟଣା ଥିଲା) । ଓଡ଼ିଶାରେ ସରକାରବିରୋଧୀ ବୁଦ୍ଧିଜୀବୀଙ୍କର ଅସ୍ତିତ୍ୱ ନାହିଁ କହିଲେ ଅତୁ୍ୟକ୍ତି ହେବନାହିଁ । ଓଡ଼ିଆ କବି, ଲେଖକ, ଚିତ୍ରକର ଆଦି ସୃଜନୀ ବ୍ୟକ୍ତିମାନେ ସରକାରୀ ସମ୍ମାନ, ପୁରସ୍କାର, କମ୍ପାନୀମାନଙ୍କର ପୃଷ୍ଠପୋଷକତା ପାଇଁ ଏତେ ବ୍ୟାକୁଳ ଯେ ସେମାନେ ସରକାର ବା କମ୍ପାନୀ ବିରୋଧରେ ଯାଇ ନିଜକୁ ପୁରସ୍କାର, ସମ୍ମାନ ଓ ପୃଷ୍ଠପୋଷକତାରୁ ବଞ୍ଚôତ କରିବାକୁ ଚରମ ନିର୍ବୋଧତା ବୋଲି ବିଚାର କରନ୍ତି । ତେଣୁ କୌଣସି ଜନଆନେ୍ଦାଳନର ସମର୍ଥନରେ, ସରକାରଙ୍କର ଜନବିରୋଧୀ ନୀତି ବିରୋଧରେ, ଏମାନେ ରାଜରାସ୍ତାକୁ ଶୋଭାଯାତ୍ରା କରିବା ପାଇଁ ଓହ୍ଲାଇ ଆସିନାହାନ୍ତି । ୨୦୦୯ବିଧାନସଭା ନିର୍ବାଚନରେ ଏହି ବୁଦ୍ଧିଜୀବୀ ଗୋଷ୍ଠୀର କୌଣସି ଭୂମିକା ଦୃଶ୍ୟମାନ ନହେବା ତେଣୁ ଅସ୍ୱାଭାବିକ ନୁହେଁ ।
ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ନିଶ୍ଚିତ ଭାବରେ ଚକ୍ଷୁଉନ୍ମେଷକାରୀ-ବିଶେଷତଃ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ପାଇଁ ଓ ବୁଦ୍ଧିଜୀବୀଙ୍କ ପାଇଁ । ଏକ ସାଲିସବିହୀନ ଭାବମୂର୍ତ୍ତି କିପରି ଜନଅସନ୍ତୋଷକୁ ଏକ ନିର୍ଣ୍ଣାୟକ ପରିଣତିରେ ପହଞ୍ଚାଇ ପାରେ- ତାହାର ଏକ ଅକାଟ୍ୟ ସମ୍ବାଦ ବହନକରେ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ । ଜନଅସନ୍ତୋଷକୁ ନିର୍ଣ୍ଣାୟକ ପରିଣତିରେ ପହଞ୍ଚାଇବା ଦିଗରେ ବୁଦ୍ଧିଜୀବୀର ଯେ ଏକ ନିଶ୍ଚିତ ଭୂମିକା ରହିଛି-ଏହି ଆହ୍ୱାନ ଦିଏ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ । ଗଣତନ୍ତ୍ରରେ ଲୋକଙ୍କର ବିଜୟ ହିଁ ସର୍ବଶେଷ କଥା- ରାଜନୈତିକ ଦଳହେଉଛି ଏକ ମାଧ୍ୟମ-ଏହି ଉପଲବ୍ଧô-ଓଡ଼ିଶାର ରାଜନେତା ଓ ବୁଦ୍ଧିଜୀବୀମାନେ କରିପାରିଲେ-ଗଣତନ୍ତ୍ର ପ୍ରତି ଆନ୍ତରିକତା ସାବ୍ୟସ୍ତହେବ- ଓ ସରକାରର ଚରିତ୍ର ଲୋକବିରୋଧୀ ହେଲେ- ତା’ର ପରମାୟୁ ହ୍ରାସପାଇବା ନିଶ୍ଚିନ୍ତ ହୋଇଯିବ ।                                            -ଶୁଦ୍ରକ
ଏବେ ରାମଦେବ
ଅନଶନ ପୂର୍ବର ଦୃଶ୍ୟ
୪ଜୁନ୍ ୨୦୧୧, ଶନିବାର ଦିନ, ବହୁ ପ୍ରଚାରିିତ ଯୋଗଶିକ୍ଷକ ରାମଦେବ ଦିଲ୍ଲୀର ରାମଲୀଳା ପଡ଼ିଆରେ ଅନଶନରେ ବସିବେ । ଦାବି ହେଉଛି ଦେଶ ଓ ବିଦେଶରେ ଗଚ୍ଛିତ ଥିବା କଳାଧନକୁ ଜାତୀୟ ସମ୍ପତ୍ତ ବୋଲି ସରକାର ଘୋଷଣା କରନ୍ତୁ ଓ ଏହାକୁ ଉଦ୍ଧାର କରନ୍ତୁ । ସ୍ମରଣ କରାଯାଇପାରେ ଯେ ୫ଏପ୍ରିଲ ୨୦୧୧ଦିନ, ଆନ୍ନା ହଜାରେ ଦୁର୍ନୀତିକୁ ପ୍ରସଙ୍ଗ କରି ଜନଲୋକପାଳ ବିଲ୍ ପ୍ରଣୟନ ଦାବି ଉତ୍ଥାପନ କରି ଅନଶନ ଆରମ୍ଭ କରିଥିଲେ । ଅର୍ଥାତ ଆନ୍ନା ହଜାରେଙ୍କର ଅନଶନ ଆରମ୍ଭ ହେବାର ଠିକ୍ ଦୁଇମାସ ପରେ ରାମଦେବ ଅନଶନରେ ବସିବେ । ରାମଦେବ ଓ ଆନ୍ନା ହଜାରେ ଦୁହେଁ ଦୁର୍ନୀତି ବିରୋଧରେ ଭାରତ (ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ), ସଙ୍ଗଠନର ମୁଖିଆ ସଦସ୍ୟ ହୋଇଥିବା ହେତୁ, କେହି ଯଦି ଏହିଭଳି ଅନଶନକୁ ଦୁର୍ନୀତି ବିରୋଧରେ ଭାରତ ତରଫରୁ ତୁହାକୁତୁହା ବର୍ଷା ଅନୁରୂପ ଅନଶନ ବୋଲି ବିଚାର କରନ୍ତି,ତା’ହେଲେ ଅଯଥାର୍ଥ ହେବନାହିଁ । ଏହି କ୍ରମରେ ଅପେକ୍ଷା କରାଯାଇପାରେ ସ୍ୱାମୀ ଅଗ୍ନିବେଶ, କିରଣ ବେଦୀ, ଅରବିନ୍ଦ କେଜରୀୱାଲ, ମଲ୍ଲିକା ସରାଭାଇ ପ୍ରଭୃତିଙ୍କର ଗଣମାଧ୍ୟମରେ ଟିଆରପି(ଞଜଚ)ବର୍ଦ୍ଧକ ଅନଶନକୁ । ଆନ୍ନା ହଜାରେ ମାତ୍ର ୪ଦିନର ଅନଶନ ପ୍ରଦର୍ଶନ ପରେ ମଇଦାନରୁ ଅପସରିଗଲେ ଓ ଚିଠା ପ୍ରସ୍ତୁତିରେ ଲାଗିଲେ । କିନ୍ତୁ ଯୋଗଶକ୍ତିରେ ବଳବାନ ରାମଦେବ ବହୁ ଅଧିକ ଦିନ ଅନଶନରେ ବସିପାରନ୍ତି ବୋଲି ଆଶା କରାଯାଇପାରେ-ଯଦିଓ ପ୍ରଣବ ମୁଖାର୍ଜୀ, କପିଲ ସିବଳ, ସୁବୋଧକାନ୍ତ ସହାୟ ଓ ପୱନ ବଂଶଲଙ୍କ ଭଳି ମନ୍ତ୍ରୀମାନଙ୍କ ମତରେ ‘ବିଜେପି-ଆର.ଏସ୍.ଏସ୍.ତାଙ୍କୁ (ରାମଦେବଙ୍କୁ) ସମର୍ଥନ କରୁଛି । ତେଣୁ ସେ ଖୁବ୍ ଶୀଘ୍ର ଓହରିଆସିବେ । ଯାହା ଜଣାପଡ଼ୁଛି ଅନୁ୍ୟନ ଦୁଇଦିନ ସେ ଅନଶନରେ ବସିବେ ।’ (‘ଞଷର ଈଔଚ-ଜଝଝ ସଗ୍ଦ ଭବମଳସଦ୍ଭଶ ଷସଜ୍ଞ, ଗ୍ଦକ୍ଟ ଷର ଙ୍ଗସକ୍ଷକ୍ଷ ଭବମଳ କ୍ଟଲଲ ରବଗ୍ଦସକ୍ଷଚ୍ଚ, କ୍ଷକ୍ଟକ୍ଟଳଗ୍ଦ କ୍ଷସଳର ଷର ଙ୍ଗସକ୍ଷକ୍ଷ ଲବଗ୍ଦଗ୍ଧ  ଲକ୍ଟକ୍ସ ବଗ୍ଧକ୍ଷରବଗ୍ଦଗ୍ଧ ଗ୍ଧଙ୍ଗକ୍ଟ ୟବଚ୍ଚଗ୍ଦ’- ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୟବଗ୍ଧରୟ ୨ଦ୍ଭୟ ଔଙ୍କଦ୍ଭର ୨୦୧୧) । ଏହିଭଳି ମତପୋଷଣ କରିଥିବା ମନ୍ତ୍ରୀମାନେ ଜୁନ୍ ପହିଲା (ବୁଧବାର) ଦିନ ଦିଲ୍ଲୀ ବିମାନବନ୍ଦରଠାରେ ରାମଦେବଙ୍କର ଆଗମନକୁ ଅପେକ୍ଷା କରି କିପରି ନସରପସର ହେଉଥିଲେ ସେ ଦୃଶ୍ୟ ଭୁଲିବାର ନୁହେଁ । ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଦେ୍ର୍ଧଶରେ ଏହି ଚାରି ମନ୍ତ୍ରୀ ଯାଇଥିଲେ ରାମଦେବଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବାପାଇଁ ଓ ବୁଝାଇବା ପାଇଁ ଯେ ସେ ଅନଶନ ନିଷ୍ପତ୍ତକୁ ପ୍ରତ୍ୟାହାର କରନ୍ତୁ । ଦିଲ୍ଲୀ ବିମାନବନ୍ଦରଠାରେ ରାମଦେବଙ୍କ ସହ ଅଢ଼େଇ ଘଣ୍ଟା ଆଲୋଚନା କରିଥିଲେ ଏହି ମନ୍ତ୍ରୀ ଚାରିଜଣ । ଆଲୋଚନା ସଫଳ ହେଲାନାହିଁ । ଜୁନ୍ ୪ରୁ ଅନଶନରେ ବସିବା ନିଷ୍ପତ୍ତକୁ ରାମଦେବ ପ୍ରତ୍ୟାହାର କଲେନାହିଁ । ସରକାର ରାମଦେବଙ୍କ ନିକଟରେ ଏତାଦୃଶ ଆଜାନୁନତ ହେବା, ଏହି ମନ୍ତ୍ରୀମାନଙ୍କର ରାଜନୈତିକ ଦଳ କଂଗ୍ରେସ ପାଇଁ ଗ୍ରହଣ ହେଲାନାହିଁ । କଂଗ୍ରେସର ଜଣେ ସାଧାରଣ ସମ୍ପାଦକଙ୍କ ଭାଷାରେ, ‘ଓଗ୍ଧ ସଗ୍ଦ ୟରଜ୍ଞରବଦ୍ଭସଦ୍ଭଶ ବଦ୍ଭୟ ଗ୍ଦଷକ୍ଟମଳସଦ୍ଭଶ ଗ୍ଧଷବଗ୍ଧ ବ ଗ୍ଦରଦ୍ଭସକ୍ଟକ୍ସ କ୍ଷରବୟରକ୍ସ କ୍ଷସଳର କ୍ଟ୍ରକ୍ସବଦ୍ଭବଭୟବ ଙ୍ଗବଗ୍ଦ ଗ୍ଦରଦ୍ଭଗ୍ଧ ଗ୍ଧକ୍ଟ ୟକ୍ଟ ଗ୍ଧଷର ଦ୍ଭରଶକ୍ଟଗ୍ଧସବଗ୍ଧସକ୍ଟଦ୍ଭ ବଦ୍ଭୟ ଗ୍ଧଷବଗ୍ଧ ଗ୍ଧକ୍ଟକ୍ଟ ବଗ୍ଧ ଗ୍ଦଙ୍କମଷ ବଦ୍ଭ ସଦ୍ଭଲକ୍ଟକ୍ସଜ୍ଞବକ୍ଷ ଙ୍ଖରଦ୍ଭଙ୍କର (ଗ୍ଧଷର ବସକ୍ସକ୍ଟ୍ରକ୍ଟକ୍ସଗ୍ଧ)’ (ଞଷର ଘରଙ୍ଗ ସଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୩କ୍ସୟ ଔଙ୍କଦ୍ଭର ୨୦୧୧). ଅପରପକ୍ଷରେ କଂଗ୍ରେସ ଦଳର ବରିଷ୍ଠନେତା ଦିଗ୍ବିଜୟ ସିଂହ ରାମଦେବଙ୍କୁ ସନ୍ୟାସୀ ନୁହେଁ- ଏକ ବ୍ୟବସାୟୀ ବୋଲି ଖୋଲାଖୋଲି ସମାଲୋଚନା କଲେ । ତାଙ୍କଭାଷାରେ ରାମଦେବ ‘ଯୋଗ ଶିକ୍ଷା ଦେବାପାଇଁ, ପ୍ରଥମ ଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ମୁଣ୍ଡପିଛା ୫୦,୦୦୦ଟଙ୍କା, ମଝିଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ମୁଣ୍ଡପିଛା ୩୦,୦୦୦ଟଙ୍କା ଓ ଶେଷ ଧାଡ଼ିରେ ବସୁଥିବା ଶିକ୍ଷାର୍ଥୀଙ୍କଠାରୁ ୧୦୦୦ଟଙ୍କା ନେଇଥାନ୍ତି । (ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୩କ୍ସୟ ଔଙ୍କଦ୍ଭର ୨୦୧୧) କଂଗ୍ରେସଦଳର ମନ୍ତ୍ରୀମାନେ ଅନଶନକାରୀଙ୍କ ନିକଟରେ ଆଜାନୁନତ ହେବା ଓ ଦଳର କାର୍ଯ୍ୟକର୍ତ୍ତା ଅନଶନକାରୀଙ୍କୁ କଟୁ ସମାଲୋଚନା କରିବା, କଂଗ୍ରେସଦଳର ଏକ ରଣନୀତି ବୋଲି କେହି କେହି କହିପାରନ୍ତି । ତେବେ ରାମଦେବ ସନ୍ୟାସୀ ନୁହନ୍ତି, ବେପାରୀ ଏଭଳି ଅଭିଯୋଗ କରିବାରେ ଦିଗ୍ବିଜୟ ସିଂହ ଏକାକୀ ନୁହନ୍ତି-ଅଖିଳ ଭାରତୀୟ ସନ୍ଥ ସମିତିର କର୍ମକର୍ତ୍ତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଚୌଥି ଦୁନିଆର ଡକ୍ଟର ମନୀଷ କୁମାରଙ୍କୁ ଏକ ସାକ୍ଷାତକାର ଦେଇ ଅନୁରୂପ ମନ୍ତବ୍ୟ କରନ୍ତି । (ଦ୍ରଷ୍ଟବ୍ୟ: ଈବଭବ ଜବଜ୍ଞୟରଙ୍ଖ ସଗ୍ଦ ରଙ୍ଘକ୍ଟ୍ରକ୍ଟଗ୍ଦରୟ ଭଚ୍ଚ ଚକ୍ସବଜ୍ଞକ୍ଟୟ କକ୍ସସଗ୍ଦଷଦ୍ଭବଜ୍ଞ, ଉଷକ୍ଟଙ୍କଗ୍ଧଷସୟଙ୍କଦ୍ଭସଚ୍ଚବ, ଣକ୍ଟଙ୍କ ଞଙ୍କଭର) । ବେପାରରେ ରାମଦେବଙ୍କର ଟର୍ଣ୍ଣଓଭର (ଞଙ୍କକ୍ସଦ୍ଭ ଙଙ୍ଖରକ୍ସ)୧୧୦୦କୋଟି ଟଙ୍କା ବୋଲି ରାମଦେବ ନିଜେ ସ୍ୱୀକାର କରିଛନ୍ତି (ଦ୍ରଷ୍ଟବ୍ୟ: ଡବକ୍ଷଳ ଗ୍ଧଷର ଞବକ୍ଷଳ ଙ୍ଗସଗ୍ଧଷ ଈବଭବ ଜବଜ୍ଞୟରଙ୍ଖ, ଘଊଞଠ, ୨୮ଗ୍ଧଷ ଗବଚ୍ଚ ୨୦୧୧)ଇଣ୍ଡିଆନ ଏକ୍ସପ୍ରେସ୍ର ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତାଙ୍କ ସହ ସାକ୍ଷାତକାର ସମୟରେ । ଝଗ୍ଧବକ୍ସ ଘରଙ୍ଗଗ୍ଦ ତରଫରୁ ହୋଇଥିବା ରାମଦେବଙ୍କର ସମ୍ପତ୍ତର (ଅବଶ୍ୟ ରାମଦେବ ଏହାକୁ ଟ୍ରଷ୍ଟର ସମ୍ପତ୍ତ ବୋଲି କୁହନ୍ତି) ଏକ ଆକଳନରୁ ଜଣାଯାଏ ଯେ ରାମଦେବ ୧୧୫୨କୋଟି ଟଙ୍କା ସମ୍ପତ୍ତର ମାଲିକ । ହରିଦ୍ୱାର ଠାରେ ତାଙ୍କର ଅଛି ୧୦୦୦ଏକର ଜମି (ଯାହାର ଆଜିକା ଦରରେ ମୂଲ୍ୟ ୩୦୦କୋଟି ଟଙ୍କା) ୧୦୦ ଏକର ଜମିର ଆଶ୍ରମ(ଆଜିକା ମୂଲ୍ୟରେ ୧୦୦କୋଟି ଟଙ୍କା), ୨୫କୋଟି ଟଙ୍କାର କୋଠା, ୫୦୦କୋଟି ଟଙ୍କାର ଫୁଡ଼୍ ପାର୍କ; ହିମାଚଳ ପ୍ରଦେଶରେ ୨୦କୋଟି ଟଙ୍କାର ୯୬ଏକର ଜମି; ସ୍କଟଲ୍ୟାଣ୍ଡ (ଝମକ୍ଟଗ୍ଧକ୍ଷବଦ୍ଭୟ) ରେ ୧୪କୋଟିଟଙ୍କାର ୭୫୦ଏକର ଜମି; ଆମେରିକାର ହୁ୍ୟଷ୍ଟନଠାରେ ୯୮କୋଟି ଟଙ୍କାର ୯୯ଏକର ଜମିର ରାମଦେବ ହେଉଛନ୍ତି ମାଲିକ । ଏହାଛଡ଼ା ଔଷଧ ବିକ୍ରିରୁ ସେ ବର୍ଷକୁ ଲାଭ କରନ୍ତି ୬୦କୋଟି ଟଙ୍କା, ଯୋଗବହି ଓ ସିଡ଼ିରୁ ବାର୍ଷିକ ଆୟ ହୁଏ ୧୦କୋଟି ଟଙ୍କା ଓ ଯୋଗକ୍ୟାମ୍ପରୁ ବାର୍ଷିକ ଆୟ ୨୫କୋଟି ଟଙ୍କା ବୋଲି ଉକ୍ତ ଆକଳନରୁ ସୂଚନା ମିଳେ । ଭାରତବର୍ଷର ଧନୀବେପାରୀଙ୍କ ଭିତରୁ ରାମଦେବ ଯେ ଜଣେ, ଏହା ଏହି ସୂଚନାରୁ ଜଣାପଡ଼େ । ଜମିର ବଜାର ଦରର ବହୁ କମ୍ ମୂଲ୍ୟରେ ବା ସ୍ଥଳବିଶେଷରେ ପ୍ରାୟଃ ମାଗଣାରେ ସେ ଜମି ହାସଲ କରିଛନ୍ତି ବୋଲି ଜଣାପଡ଼େ ଯେତେବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୂଚନା ଦିଅନ୍ତି ଯେ ହିମାଚଳପ୍ରଦେଶ ସରକାର ସାଧୁପଲ ଗ୍ରାମରେ ୧୨୭ବିଘା ଜମି ମାତ୍ର ୧ଟଙ୍କା ଖଜଣା ଧାର୍ଯ୍ୟ କରି ରାମଦେବଙ୍କୁ ୯୯ବର୍ଷ ପାଇଁ ଲିଜ୍ରେ ଦେଇଛନ୍ତି । ଯେତେବେଳେ କି ବଜାର ଦର ଏହି ଜମିର, ବିଘା ପିଛା ୨୦ଲକ୍ଷ ଟଙ୍କା । (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୭ଗ୍ଧଷ ଔଙ୍କଦ୍ଭର ୨୦୧୧, ଚ-୩) । ଆଉ ଏକ ସୂଚନାରୁ ଜଣାପଡ଼େ ଯେ ମନ୍ତ୍ରୀ ସୁବୋଧକାନ୍ତ ସହାୟ ଫୁଡ଼୍ ପାର୍କ ପାଇଁ ରାମଦେବଙ୍କୁ ୫୦କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । (ଦ୍ରଷ୍ଟବ୍ୟ: ଞଷର ଜସଗ୍ଦର କ୍ଟଲ ଜବଜ୍ଞୟରଙ୍ଖ ଭଚ୍ଚ କବକ୍ଷଚ୍ଚବଦ୍ଭସ ଝଷବଦ୍ଭଳବକ୍ସ, ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୫ଗ୍ଧଷ ଔଙ୍କଦ୍ଭର, ୨୦୧୧) କିନ୍ତୁ ଯେଉଁମାନେ ତାଙ୍କୁ ମାତ୍ର ୧୫ବର୍ଷ ଭିତରେ (୧୯୯୫ରୁ) ଏତେ ସମ୍ପତ୍ତର ଅଧିକାରୀ ହେଲେ କିପରି ପ୍ରଶ୍ନ କରନ୍ତି ଓ କଳାଧନକୁ ଉଦ୍ଧାର ପାଇଁ ଦାବି କରୁଥିବା ରାମଦେବ ନିଜ ଧନର ଉତ୍ସ୍ୱକୁ ପ୍ରଘଟ କରନ୍ତୁ ବୋଲି ଦାବି କରନ୍ତି-ସେମାନଙ୍କୁ ସେ ୧୦କୋଟି ଭାରତୀୟଙ୍କ ପ୍ରତି ଇଙ୍ଗିତ କରନ୍ତି ଯେଉଁମାନଙ୍କୁ ସେ ପ୍ରତ୍ୟକ୍ଷ ସେବା ଦେଉଛନ୍ତି । ଏହାଛଡ଼ା ସେ ୧୦୦ କୋଟି ଭାରତୀୟଙ୍କର ଶ୍ରଦ୍ଧାଭାଜନ ହୋଇଛନ୍ତି ବୋଲି ଦାବି କରନ୍ତି । ତେଣୁ ଏହିଭଳି ଏକ ବିପୁଳ ସମର୍ଥନ ଓ ଶ୍ରଦ୍ଧାଭାଜନର ପୃଷ୍ଠଭୂମିରେ ତାଙ୍କର ସମ୍ପତ୍ତର ପରିମାଣ ଯେ ନଗଣ୍ୟ, ତାହାହିଁ ସେ ଧାରଣା ଦେବାପାଇଁ ଚେଷ୍ଟା କରନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ସରକାର ଯାହା କରିପାରୁ ନାହିଁ-ସେ ମାତ୍ର ଏକହଜାର କୋଟି ଟଙ୍କାର ସମ୍ପତ୍ତର ଆଧାରରେ କରିପାରିଛନ୍ତି ବୋଲି ଦାବି କରନ୍ତି ।
କି ସେବା ଯୋଗଶିକ୍ଷକ ରାମଦେବ ଯୋଗାଉଛନ୍ତି କୋଟି କୋଟି ଭାରତୀୟଙ୍କୁ? ଯୋଗଶିକ୍ଷା ଦେଇ କୋଟି କୋଟି ଲୋକଙ୍କୁ ବହୁମୂତ୍ର, ହୃଦ୍ରୋଗ, ରକ୍ତଚାପ, କ୍ୟାନ୍ସର, ଏଡ଼୍ସ ପ୍ରଭୃତି ଭୟଙ୍କର ରୋଗରୁ ମୁକ୍ତି ଯେ ଦେଇଛନ୍ତି! ରାମଦେବଙ୍କର ଏହି ଦାବିକୁ ଯଦି ଗ୍ରହଣ କରିନିଆଯାଏ, ତା’ହେଲେ ଆମେ ଆଶା କରିବା ଯେ ଭାରତବର୍ଷରେ ବହୁମୂତ୍ରରୋଗୀଙ୍କ ସଂଖ୍ୟା, ହୃଦ୍ରୋଗରେ ପୀଡ଼ିତଙ୍କର ସଂଖ୍ୟା, ରକ୍ତଚାପରେ ପୀଡ଼ିତଙ୍କର ସଂଖ୍ୟା କମିଥିବ । ଦେଖାଯାଉ ପ୍ରକୃତ ପରିସ୍ଥିତି କ’ଣ?
ଇଂଲଣ୍ଡର ପ୍ରସିଦ୍ଧ ଭେଷଜ ଗବେଷଣା ପତ୍ରିକା ଲାନ୍ସେଟ୍ (ଖବଦ୍ଭମରଗ୍ଧ)ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାଯାଏ ଯେ ହାରାହାରି ରକ୍ତଚାପ ସାରା ବିଶ୍ୱରେ କମୁଥିବାବେଳେ ଭାରତରେ ଏହା ବୃଦ୍ଧିପାଉଛି । ମହିଳାମାନଙ୍କ କ୍ଷେତ୍ରରେ ବିଶ୍ୱସ୍ତରରେ ହାରାହାରି ରକ୍ତଚାପ ୨.୭ମିମି ପାରଦ ହ୍ରାସ ପାଉଥିବା ବେଳେ, ଭାରତରେ ଏହା ୨.୪ମିମି ପାରଦ ବୃଦ୍ଧିପାଉଛି । ପୁରୁଷମାନଙ୍କ କ୍ଷେତ୍ରରେ ବିଶ୍ୱସ୍ତରରେ ହାରାହାରି ରକ୍ତଚାପ ୨.୩ମିମି ପାରଦ ହ୍ରାସ ପାଉଥିବା ବେଳେ ଭାରତରେ ଏହା ୨.୨ମିମି ପାରଦ ବୃଦ୍ଧି ପାଉଛି । ୨୦୦୮ମସିହା ସୁଦ୍ଧା ୧୩କୋଟି ୯୦ଲକ୍ଷ ଲୋକ ରକ୍ତଚାପରେ ପୀଡ଼ିତ ବୋଲି ଜଣାଯାଇଛି । ୧୯୮୦ରୁ ୨୦୦୮ମସିହା ଭିତରେ ରକ୍ତଚାପ ରୋଗୀଙ୍କ ସଂଖ୍ୟା ୮କୋଟି ୭୦ଲକ୍ଷ ବୃଦ୍ଧିପାଇଛି । (ଦ୍ରଷ୍ଟବ୍ୟ: ଇଙ୍ଖରକ୍ସବଶର ଈକ୍ଷକ୍ଟକ୍ଟୟ ଚକ୍ସରଗ୍ଦଗ୍ଦଙ୍କକ୍ସର ୠବକ୍ଷକ୍ଷଗ୍ଦ ଏକ୍ଷକ୍ଟଭବକ୍ଷକ୍ଷଚ୍ଚ, ଝଷକ୍ଟକ୍ଟଗ୍ଧଗ୍ଦ ଙ୍କକ୍ଟ୍ର ସଦ୍ଭ ଓଦ୍ଭୟସବ- କକ୍ଟଙ୍କଦ୍ଭଗ୍ଧରଚ୍ଚବ ଝସଦ୍ଭଷବ, ଞଷର ଞସଜ୍ଞରଗ୍ଦ କ୍ଟଲ ଓଦ୍ଭୟସବ, ୪ଗ୍ଧଷ ୠରଭ ୨୦୧୧).
ସେହିଭଳି ବହୁମୂତ୍ର ରୋଗ ସମ୍ପର୍କରେ ୨୦୦୭ ମସିହାରେ ଇଣ୍ଟରନ୍ୟାସନାଲ ଡାଇବେଟିସ ଫେଡ଼ରେସନ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼େ ଯେ ସାରାବିଶ୍ୱରେ ବହୁମୂତ୍ର ରୋଗୀଙ୍କ ସଂଖ୍ୟାର ଶତକଡ଼ା ୮୦ଭାଗ ହେଉଛନ୍ତି ଭାରତୀୟ । ତେଣୁ ଭାରତ ବିଶ୍ୱର ବହୁମୂତ୍ର ରାଜଧାନୀଭାବେ କୁଖ୍ୟାତି ଅର୍ଜନ କରିଛି । ୪କୋଟି ୯ଲକ୍ଷ ଲୋକ ଭାରତରେ ବହୁମୂତ୍ର ରୋଗୀ । ଏହି ସଂଖ୍ୟା ୨୦୩୦ ସୁଦ୍ଧା ୬କୋଟି ୨୬ଲକ୍ଷରେ ପହଞ୍ଚôବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଷରବକ୍ଷଗ୍ଧଷବସୟସଦ୍ଭୟସବ.ମକ୍ଟଜ୍ଞ/ୟସବଭରଗ୍ଧରଗ୍ଦ-ମଙ୍କକ୍ସଙ୍ଖର-ସଦ୍ଭ-ସଦ୍ଭୟସବ) ହୃଦ୍ରୋଗୀଙ୍କ କ୍ଷେତ୍ରରେ ହାରାହାରି ବୟସ ୪୦ବର୍ଷରୁ ୩୦ବର୍ଷକୁ ଖସି ଆସିଲାଣି । ଏମାନଙ୍କର ସଂଖ୍ୟା ୨୦୦୦ ମସିହାରେ ଥିଲା ୨କୋଟି ୯୦ଲକ୍ଷ ଯାହା ୨୦୧୬ ସୁଦ୍ଧା ୬କୋଟି ୪୦ଲକ୍ଷରେ ପହଞ୍ଚôବ ବୋଲି ଆକଳନ କରାଯାଉଛି । (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର://ଷରବକ୍ଷଗ୍ଧଷସଦ୍ଭୟସବଗ୍ଧସଜ୍ଞରଗ୍ଦ.ମକ୍ଟଜ୍ଞ/ବକ୍ସଗ୍ଧସମକ୍ଷର ଗ୍ଦଷକ୍ଟଙ୍ଗଦ୍ଭ ଘଉଗଐ ଈବମଳଶକ୍ସକ୍ଟଙ୍କଦ୍ଭୟ ଚବକ୍ଟ୍ରରକ୍ସଗ୍ଦ-ଈଙ୍କକ୍ସୟରଦ୍ଭ କ୍ଟଲ ୟସଗ୍ଦରବଗ୍ଦର ସଦ୍ଭ ଓଦ୍ଭୟସବ, ୨୯ଗ୍ଧଷ ଝରକ୍ଟ୍ରଗ୍ଧ ୨୦୦୬, ଷଗ୍ଧଗ୍ଧକ୍ଟ୍ର://ୟକ୍ଟମଗ୍ଦ-ଶକ୍ଟକ୍ଟଶକ୍ଷର.ମକ୍ଟଜ୍ଞ) । ତେଣୁ ରାମଦେବଙ୍କର ଦାବି(କେହି କେହି ଏହାକୁ ବାହାସ୍ଫୋଟ ବୋଲି କହିପାରନ୍ତି) ଯେ ସେ ଭାରତର ୧୦କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ସେବା ଯୋଗାଇଛନ୍ତି ଓ ୧୦୦କୋଟି ଲୋକଙ୍କର (ଭାରତର ଜନସଂଖ୍ୟା ୧୨୦କୋଟି) ଶ୍ରଦ୍ଧାଭାଜନ ହୋଇଛନ୍ତି ସେମାନଙ୍କୁ ବିଭିନ୍ନ ବେମାରୀରୁ ମୁକ୍ତିଦେଇ, ଆଦୌ ତଥ୍ୟ ସମର୍ଥôତ ନୁହେଁ-ଏହା ଉପରୋକ୍ତ ପରିସଂଖ୍ୟାନରୁ ଜଣାପଡ଼େ । ଏହିଭଳି ଦାବି ଯେ ବେଶ୍ ଫମ୍ପା, ତା’ର ଅଧିକ ବିବରଣୀ ପାଇଁ, ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର://ଭଷବକ୍ସବଗ୍ଧଗ୍ଦଙ୍ଗବଭଷସଜ୍ଞବଦ୍ଭଭବମଷବକ୍ଟ.ମକ୍ଟଜ୍ଞ/ଜବଜ୍ଞୟରଙ୍ଖ.
ଅନଶନ ପର୍ବ: ଏହିଭଳି ପୃଷ୍ଠଭୂମି ଥିବା ଯୋଗଶିକ୍ଷକ ରାମଦେବ ୪ତାରିଖ ଦିନ (୪/୬/୨୦୧୧)ଦିଲ୍ଲୀର ରାମଲୀଳା ପଡ଼ିଆରେ ଭଜନ କୀର୍ତ୍ତନ କରି-ତାଙ୍କର ଶିଷ୍ୟମାନଙ୍କ ଗହଣରେ (ଯାହା ୬୫ହଜାର ବୋଲି କୁହାଯାଉଛି) ଅନଶନ ଆରମ୍ଭ କଲେ । କିନ୍ତୁ ସରକାର, ଯିଏ ଭାବୁଥିଲେ ଯେ ରାମଦେବ ଅନୁ୍ୟନ ଦୁଇଦିନ ଅନଶନ କରିବେ, ସେହି ୪ତାରିଖ ଦିନ ମଧ୍ୟରାତ୍ର ପରେ ବିରାଟ ପୁଲିସ ବାହିନୀ ପଠାଇ ରାମଦେବଙ୍କର ଅନଶନ ପର୍ବଉପରେ ଯବନିକା ଟାଣିଦେଲେ । ରାମଦେବ, ନାରୀ ବେଶରେ ଲୁଚି ଅନଶନ ସ୍ଥଳୀରୁ ଖସି ପଳାଇ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫକଲେ ଓ ହରିଦ୍ୱାର ପଠାଇଦେଲେ । ଯେଉଁ ସରକାର ସମସ୍ତପ୍ରକାର ପରମ୍ପରା ଭାଙ୍ଗି ରାମଦେବଙ୍କୁ ସ୍ୱାଗତ କରିବାପାଇଁ ତା’ର ବରିଷ୍ଠ ମନ୍ତ୍ରୀମାନଙ୍କୁ ପଠାଇଥିଲା ଓ ଜନ ଲୋକପାଳ ବିଲ୍ ରେ ପ୍ରଧାନମନ୍ତ୍ରୀଙ୍କୁ ଲୋକପାଳଙ୍କ ତଦନ୍ତ ପରିସରଭୁକ୍ତ ପ୍ରସଙ୍ଗ ଉପରେ ଆନ୍ନା ହଜାରେଙ୍କଠାରୁ ଭିନ୍ନମତ କଢ଼ାଇ ପାରିଲା, ସରକାର ଓ ରାମଦେବଙ୍କ ଭିତରେ ଏକ ବୁଝାମଣା ହୋଇଯାଇଛି ବୋଲି ଧାରଣା ସୃଷ୍ଟି କରିପାରିଲା, ସେହି ସରକାର ଅଚାନକ ରାମଦେବଙ୍କ ଶିବିର ଉପରେ ଚଢ଼ଉକରିବା ସମସ୍ତଙ୍କୁ ଚକିତ କରିଦେଇଛି । ରାମଦେବ ତାଙ୍କର ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି ବୋଲି ସରକାର କହୁଥିବା ବେଳେ, ରାମଦେବ ମନ୍ତ୍ରୀ କପିଳ ସିବଲଙ୍କୁ ମିଛୁଆ ବୋଲି କହିଛନ୍ତି । ଅଣକଂଗ୍ରେସ ଦଳ (ଲାଲୁ ପ୍ରସାଦଙ୍କର ରାଷ୍ଟ୍ରୀୟ ଜନତା ଦଳକୁ ବାଦ୍ ଦେଇ) ସରକାରଙ୍କର ଏତାଦୃଶ ମଧ୍ୟରାତ୍ର ପୁଲିସ ଚଢ଼ଉକୁ ନିନ୍ଦା କରିଛନ୍ତି । ବିଜେପି ଓ ଆର୍ଏସ୍ଏସ୍ ଏହାକୁ ୧୯୭୫ମସିହାରେ ଜରୁରୀକାଳିନ ପରିସ୍ଥିତି ଲାଗୁହେବାର ପୂର୍ବରାତିର ପୁନରାବୃତ୍ତ ହେଲା ବୋଲି ଜନମତଙ୍କୁ ସ୍ମରଣ କରାଇଦେଇଛି । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଦୁର୍ଭାଗ୍ୟଜନକ ଘଟଣା କହିଥିବାବେଳେ ଏହାଛଡ଼ା ଆଉ କୌଣସି ରାସ୍ତାନଥିଲା ବୋଲି କହିଛନ୍ତି ।
ଦିଲ୍ଲୀରୁ ବିତାଡ଼ିତ ରାମଦେବ, ଦିଲ୍ଲୀ ପାଖ ଉତ୍ତରପ୍ରଦେଶର ନଏଡ଼ା ଠାରେ ଅନଶନ କରିବାକୁ ଚାହିଁଲେ । ଉତ୍ତରପ୍ରଦେଶର ମାୟାୱତୀ ସରକାର ଯିଏ କି ମଧ୍ୟରାତ୍ର ପୋଲିସ ଚଢ଼ଉକୁ ନିନ୍ଦା କରିଛନ୍ତି- ରାମଦେବଙ୍କୁ ଅନଶନ ପାଇଁ ଅନୁମତି ଦେଲେ ନାହିଁ । ରାମଦେବ ହରିଦ୍ୱାରରେ ଅନଶନ ଆରମ୍ଭ କରିଛନ୍ତି ବୋଲି ସର୍ବଶେଷ ଖବର । ରାମଦେବଙ୍କ ଶିବିର ଉପରେ ଚଢ଼ଉର ପ୍ରତିବାଦରେ ବିଜେପି ତରଫରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା, ଶୋଭାଯାତ୍ରା ହେଉଛି ବୋଲି ମଧ୍ୟ ସର୍ବଶେଷ ଖବର ।                                                 -ଶୁଦ୍ରକ
‘ଦେଶଭକ୍ତ’ ରାମଦେବ ବନାମ ‘ଦେଶଦ୍ରୋହୀ’ ବିନାୟକ ସେନ୍
୪ତାରିଖ ରାତି ୧୨ଟା ପରେ ଅନଶନରତ ରାମଦେବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବା ଓ ଏହାକୁ କେନ୍ଦ୍ରକରି ଶିବିରରେ ଆରମ୍ଭ ହୋଇଥିବା ପୋଲିସ ସହିତ ଶିବିରାର୍ଥୀମାନଙ୍କର ଧସ୍ତାଧସ୍ତି, ପୁଲିସର ଲୁହବୁହା ଗ୍ୟାସ ପ୍ରୟୋଗ ଓ ଲାଠିଚାଳନାକୁ ନିନ୍ଦା କରି ବିଜେପି ତରଫରୁ ୫ତାରିଖ ମଧ୍ୟାହ୍ନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ମହାସଚିବ ଅରୁଣ ଜେଟଲୀ କହିଲେ, ‘ଉପା ସରକାରଙ୍କର ଆଚରଣ ଅତ୍ୟନ୍ତ ବିଚିତ୍ର । ଜଣେ ଦେଶଦ୍ରୋହ ଦୋଷରେ ଦଣ୍ଡିତ ବ୍ୟକ୍ତିଙ୍କୁ ଯୋଜନା କମିଶନର ଏକ ପ୍ୟାନେଲରେ ସଭ୍ୟଭାବେ ଗ୍ରହଣ କରାଯାଉଥିବା ବେଳେ ଦେଶଭକ୍ତ ରାମଦେବଙ୍କୁ ଅପଦସ୍ଥ କରାଯାଉଛି ।
କହିବାବାହୁଲ୍ୟ ଯେ, ଭେଲୋର ଭେଷଜ ମହାବିଦ୍ୟାଳୟରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସବୁପ୍ରକାର ଉଚ୍ଚ ଅଭିଳାଷକୁ ଏଡ଼ାଇ ଦେଇ ଆଦିବାସୀଙ୍କ ଗହଣରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବା ପାଇଁ ୩ଦଶନ୍ଧି ଧରି କାର୍ଯ୍ୟ କରିଥିବା ବିନାୟକ ସେନ୍ ବିଜେପି ପାଇଁ ଦେଶଦ୍ରୋହୀ ହୋଇଥିବା ବେଳେ ଅଷ୍ଟମଶ୍ରେଣୀ ଯାଏଁ ଶିକ୍ଷା ଅର୍ଜନ କରି, ମାତ୍ର କେତୋଟି ବର୍ଷ ଭିତରେ ୧୧୫୨କୋଟି ଟଙ୍କାର ମାଲିକ ହୋଇଥିବା, ନିଜର ଗୁରୁ ଶଙ୍କରଦେବଙ୍କର ଅନ୍ତର୍ଦ୍ଧାନ ହୋଇଯିବା ଓ ସହଯୋଗୀ ରାଜୀବ ଦୀକ୍ଷିତଙ୍କର ମୃତୁ୍ୟର କାରଣକୁ ସଫଳତାର ସହ ଆଡ଼େଇ ଯାଇଥିବା ବ୍ୟବସାୟୀ ରାମଦେବ ହେଉଛନ୍ତି ବିଜେପି ପାଇଁ ଦେଶଭକ୍ତ ।
ଅବଶ୍ୟ ଯେଉଁମାନେ ବିଜେପିକୁ ବେପାରୀ ମାନଙ୍କର ପ୍ରିୟଦଳ ବୋଲି ଜାଣନ୍ତି, ସେମାନେ ରାମଦେବଙ୍କୁ ବିଜେପି ସମର୍ଥନ କରିବାରେ କୌଣସି ଅସ୍ୱାଭାବିକତା ଦେଖୁ ନଥିବେ ।
ସରକାରଙ୍କ ପୁଲିସ ବାହିନୀକୁ ଭବିଷ୍ୟତରେ ପ୍ରତିରୋଧ କରିବା ପାଇଁ ୧୧,୦୦୦ଯୁବକ ଯୁବତୀଙ୍କୁ ନେଇ ଏକ ସଶସ୍ତ୍ରବାହିନୀ ଗଢ଼ିବେ ବୋଲି ରାମଦେବଙ୍କ ଘୋଷଣା-ମାଓବାଦୀଙ୍କର ସଶସ୍ତ୍ର ବିଦ୍ରୋହୀ ସଙ୍ଗଠନ ଠାରୁ କେତେ ଭିନ୍ନ-ତାହାର ଉତ୍ତର ଆମେ ଅରୁଣ ଜେଟ୍ଲୀଙ୍କ ଠାରୁ ନିଶ୍ଚିତ ଆଶା କରିବା ଓ ପ୍ରଶ୍ନ କରିବା ଯେ ଯଦି ରାମଦେବ ଦେଶଭକ୍ତ ହୋଇପାରନ୍ତି, ତା’ହେଲେ ବିନାୟକ ସେନ୍ ଦେଶଦ୍ରୋହୀ ହେବେ କାହିଁକି?                 -ଶୁଦ୍ରକ
ଦୁର୍ନୀତି ବିରୋଧୀ ନେତା
– ଆନ୍ନା ହଜାରେଙ୍କ ଅନଶନଠାରୁ ଆରମ୍ଭ କରି ରାମଦେବଙ୍କର ଅନଶନ ପର୍ଯ୍ୟନ୍ତ ଗଣମାଧ୍ୟମରେ ଗୋଟିଏ ଧାରଣା ସୃଷ୍ଟିକରିବାର ଉଦ୍ୟମ ଆରମ୍ଭ ହୋଇଛି ଯେ ସାରା ଭାରତବର୍ଷରେ ଯେପରି ଦୁର୍ନୀତି ବିରୋଧରେ ଜଣେ ମାତି ଉଠିଛି, ଯଦି ଭାରତବର୍ଷର ଅଧିକାଂଶ ଲୋକ ଦୁର୍ନୀତି ବିରୋଧୀ, ତା’ହେଲେ ଯେଉଁ ରାଜନୈତିକ ଦଳରେ ଦୁର୍ନୀତିଗ୍ରସ୍ତ ନେତାଙ୍କ ସଂଖ୍ୟା କମ୍ ଓ ସେମାନଙ୍କ ଶାସନ କାଳରେ ଦୁର୍ନୀତି କମ୍ ବୋଲି ପ୍ରମାଣିତ; ସେହିଭଳି ରାଜନୈତିକ ଦଳକୁ ହିଁ ଏହି ଦୁର୍ନୀତି ବିରୋଧୀ ଜନତା ଭୋଟ ଦେବାକଥା । ଯଦି ଏହା ହୁଅନ୍ତା, ତା’ହେଲେ କମୁ୍ୟନିଷ୍ଟ ଦଳର ନେତାମାନେ ହିଁ ଅଧିକ ସଂଖ୍ୟାରେ ନିର୍ବାଚିତ ହୁଅନ୍ତେ । ତେଣୁ ଦୁର୍ନୀତିବିରୋଧୀ ଜନତାଙ୍କ ପାଇଁ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ନୁହେଁ-ଏହା ଆମକୁ ସ୍ୱୀକାର କରିବାକୁ ପଡ଼ିବ ।
– ଦୁର୍ନୀତି ବିରୋଧରେ ହେଉଥିବା ଅନଶନ ପ୍ରଦର୍ଶନର ଆୟୋଜନ ପାଇଁ ବିପୁଳ ପରିମାଣରେ ଅର୍ଥ ଆଦାୟ ଓ ବ୍ୟକ୍ତିଗତ ଦାନର ପରିମାଣ ଲକ୍ଷାଧିକ ଟଙ୍କା ଶୁଣିଲାବେଳେ, ମନକୁ ସ୍ୱାଭାବିକ ପ୍ରଶ୍ନ ଆସେ ଯେ ଏହି ଦାନଶୀଳ ବ୍ୟକ୍ତିମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସରକାରୀ ବିପର୍ଯ୍ୟୟପାଣ୍ଠିକୁ କେତେ ପରିମାଣରେ ଅର୍ଥ ଦାନ କରୁଛନ୍ତି, ତାହାର ଅନୁସନ୍ଧାନ ହେବା ଆବଶ୍ୟକ ।
– ଆନ୍ନା ହଜାରେ ବା ରାମଦେବଙ୍କ ଅନଶନ ପ୍ରଦର୍ଶନବେଳେ ସମବେତ ଜନତାର ସମର୍ଥନ, ମୋବାଇଲ ଓ ଇଣ୍ଟରନେଟ୍ ଜରିଆରେ ସମର୍ଥନର ଆକାରକୁ ଆକଳନ କରିଲାବେଳେ ମନକୁ ଆସେ ଯଦି ହିନ୍ଦୀ ସିନେମାର ଯୁଗପୁରୁଷ ଅମିତାଭ ବଚ୍ଚନ ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରି ଆମରଣ ଅନଶନରେ ବସନ୍ତେ-ତା’ହେଲେ ସମର୍ଥନର ଆକାର କେତେ ହୁଅନ୍ତା? ରୂପେଲି ପରଦା ଉପରେ ଅନ୍ୟାୟ, ଅତ୍ୟାଚାର ବିରୋଧରେ ‘ଇଦ୍ଭଶକ୍ସଚ୍ଚ ଣକ୍ଟଙ୍କଦ୍ଭଶ ଜ୍ଞବଦ୍ଭ’ ର ଭୂମିକା ହିଁ ଅମିତାଭ ବଚ୍ଚନଙ୍କୁ ଏକ ଅଭୂତପୂର୍ବ ଜନପ୍ରିୟ ଅଭିନେତା କରିଦେଇଛି ବୋଲି ଯେଉଁମାନେ ଜାଣନ୍ତି-ସେମାନେ ନିଶ୍ଚିତ ଶୁଦ୍ରକ ସହ ଏକମତ ହେବେ ଯେ ତାଙ୍କ ସମର୍ଥକଙ୍କ ପାଇଁ ଗୋଟିଏ ରାମଲୀଳା ପଡ଼ିଆ ଯଥେଷ୍ଟ ହୁଅନ୍ତା ନାହିଁ । ମୋବାଇଲ, ଇଣ୍ଟରନେଟ୍ ଜରିଆରେ ସମର୍ଥନର ତ ଆକଳନ କରିହେବ ନାହିଁ ।
-ଶୁଦ୍ରକ
ନିନ୍ଦନୀୟ
ଅନଶନରତ ରାମଦେବଙ୍କ ଶିବିରରେ ରାତି ଗୋଟାଏ ଦଶମିନିଟ୍ ସମୟରେ ଯେତେବେଳେ ସହସ୍ରାଧିକ ଶିବିରାର୍ଧୀ ନିଦରେ ଶୋଇଛନ୍ତି-ସେତିକିବେଳେ ଏକ ବିଶାଳ ପୁଲିସବାହିନୀ ଶିବିରରେ ପ୍ରବେଶ କରିବା ଓ ଅଶ୍ରୁବୁହା ଗ୍ୟାସ ଓ ଲାଠିଚାଳନା କରି ଶିବିରାର୍ଥୀଙ୍କୁ ଶିବିରରୁ ନିଷ୍କାସନ କରିବାକୁ କଠୋରତମ ଶବ୍ଦରେ ନିନ୍ଦା କରାଯିବା ବିଧେୟ । ଯେଉଁ କାରଣ ଦର୍ଶାଇ, ଏହିଭଳି ପଦକ୍ଷେପକୁ ସରକାରଙ୍କ ତରଫରୁ ଯଥାର୍ଥ ବୋଲି ଯୁକ୍ତି କରାଯାଉଛି-ସେହି କାରଣ ସହିତ ଏକମତ ହୋଇଥିବା ବିବେକୀ ବ୍ୟକ୍ତିମାନେ ମଧ୍ୟ ସରକାରଙ୍କ ଦ୍ୱାରା ଏତାଦୃଶ ମଧ୍ୟରାତ୍ର କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନ କରୁଛନ୍ତି । ଏହିଭଳି କାର୍ଯ୍ୟାନୁଷ୍ଠାନ ଯେ ଅମାନବିକ, ଏଥିରେ ସନେ୍ଦହ ନାହିଁ । ରାମଦେବଙ୍କୁ ବିଶ୍ୱାସ କରି ତାଙ୍କ ଶିବିରକୁ ଆସିଥିବା ବିଭିନ୍ନ ବୟସର ପୁରୁଷ ଓ ମହିଳାଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ଆବଶ୍ୟକ ଥିଲା, ରାମଦେବଙ୍କ ପ୍ରତି ସରକାରଙ୍କର ଆଭିମୁଖ୍ୟ ଯେତେ ପ୍ରତିକୂଳ ହୋଇଥାଉ ନା କାହିଁକି? ପୁନଶ୍ଚ ସରକାରଙ୍କର ଏହିଭଳି କାର୍ଯ୍ୟାନୁଷ୍ଠାନକୁ ଯଦି ବିରୋଧ କରାନଯାଏ ତା’ହେଲେ ବିଭିନ୍ନ ଗଣତାନ୍ତ୍ରିକ ବିକ୍ଷୋଭକୁ ଦମନ କରିବାର ସାହସ ସରକାରଙ୍କର ବୃଦ୍ଧି ପାଇବ ।
ତେବେ ରାମଦେବ ଯଦି ଲୁଚି ପଳାଇବାର ଉଦ୍ୟମ ନକରି ପୁଲିସକୁ ସହସା ଧରା ଦେଇଥାନ୍ତେ- ତା’ହେଲେ ବୋଧହୁଏ ରାମଲୀଳା ପଡ଼ିଆରେ ଯାହା ଘଟିଲା-ତାହା ଘଟିନଥାନ୍ତା ବୋଲି ଅନେକେ ପର୍ଯ୍ୟବେକ୍ଷକ ମତପୋଷଣ କରିଛନ୍ତି । ସାଧାରଣତଃ ପରିପକ୍ୱ ଓ ସର୍ବସମ୍ମୁଖରେ ପ୍ରକଟିତ ନେତା ସେମାନେ ପୁଲିସକୁ ଦେଖି ଲୁଚି ପଳାଇବାର ଉଦ୍ୟମ କରନ୍ତି ନାହିଁ ।                -ଶୁଦ୍ରକ

୧-୧୫ ଜୁଲାଇ ୨୦୧୧
ଦୁର୍ନୀତିକୁ ନୀତି କର
ଲୋକପାଳ ବିଲ୍ ପ୍ରସ୍ତୁତ ପାଇଁ ଗଠିତ ହୋଇଥିବା କମିଟିରେ ଆନ୍ନା ହଜାରେଙ୍କ ଗୋଷ୍ଠୀ ଓ ମନ୍ତ୍ରୀମାନଙ୍କ ଭିତରେ ଆରମ୍ଭ ହୋଇଥିବା କଳହରୁ ଅନେକେ ଏହି ନିଷ୍କର୍ଷରେ ପହଞ୍ଚôଲେଣି ଯେ ସରକାର ଆଦୌ ଚାହାନ୍ତି ନାହିଁ-ଦୁର୍ନୀତିର ମୂଳ ଉପôାଟନ ହେଉ । କେବଳ ସରକାର ନୁହନ୍ତି, କୌଣସି ରାଜନୈତିକ ଦଳ ଏହା ଚାହାନ୍ତି ନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ବିତର୍କରୁ ଜଣାପଡ଼ୁଛି । ତେଣୁ ଭାରତରୁ ଦୁର୍ନୀତି ଲୋପ ପାଇବ-ଏପରି ସମ୍ଭାବନା ଦେଖାଯାଉ ନାହିଁ । ଏହିଭଳି ପରିସ୍ଥିତିରେ ବରିଷ୍ଠ ସାମ୍ବାଦିକ ସୀମା ମୁସ୍ତାଫାଙ୍କର ପ୍ରସ୍ତାବ (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୟବଗ୍ଧରୟ-୨୪ଔଙ୍କଦ୍ଭର ୨୦୧୧, ଚ-୭) ହେଉଛି ଯେ ଦୁର୍ନୀତିକୁ ଆଇନସିଦ୍ଧ ବୋଲି ଘୋଷଣା କର । ଦୁର୍ନୀତି ହେଉ, ଏହାଫଳରେ ଭାରତରେ ଏକ ସଫଳ ସମାନ୍ତରାଳ ଅର୍ଥନୀତି ସମ୍ଭବ ହୋଇପାରିବ ଯାହାଦ୍ୱାରା ଆମର ରାଜନୈତିକ ନେତା, ଅମଲା, ସାମ୍ବାଦିକ ଓ ଶିଳ୍ପପତିମାନେ ଅଧିକରୁ ଅଧିକ ଧନୀ ହୋଇପାରିଛନ୍ତି ଏହାକୁ ସ୍ୱୀକାରକରି ଗୋଟିଏ ଆଇନ କର । ଦୁର୍ନୀତିରୁ ଆୟର ପରିମାଣ ଅନୁସାରେ କର୍ମଚାରୀଙ୍କୁ ତା’ର ପରବର୍ତ୍ତୀ ପଦବୀକୁ ପଦୋନ୍ନତି ଦିଅ । ଉଦାହରଣ ସ୍ୱରୂପ ଯଦି ସହକାରୀ ଯନ୍ତ୍ରୀର ଦୁର୍ନୀତିରୁ ଆୟର ପରିମାଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀର ଦୁର୍ନୀତିରୁ ପ୍ରଥମ ଆୟର ପରିମାଣ ସହ ସମାନ ହୁଏ, ତା’ହେଲେ ସେହି ସହକାରୀ ଯନ୍ତ୍ରୀକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦକୁ ଉନ୍ନୀତ କର । ଜାତୀୟ ପୁରସ୍କାରଗୁଡ଼ିକୁ ସେହି ଶିଳ୍ପପତି, ଶିକ୍ଷାବିତ୍, ସାମ୍ବାଦିକ ଓ କଳାକାରମାନଙ୍କ ପାଇଁ ସୁରକ୍ଷିତ ରଖ ଯେଉଁମାନେ ଟିକସ ଫାଙ୍କୁଥିବେ ଓ ସମାନ୍ତରାଳ ଅର୍ଥନୀତିକୁ ସମୃଦ୍ଧ କରୁଥିବେ । ସମାନ୍ତରାଳ ଅର୍ଥନୀତିକୁ ଆଇନସମ୍ମତ ବୋଲି ଗ୍ରହଣ କର ଓ ଯେଉଁମାନେ ସଚ୍ଚୋଟ, ସେମାନଙ୍କ ଉପରେ ଟିକସ ଭାର ଏପରି କର ଯେ ସେମାନେ ଅଣନିଶ୍ୱାସୀ ହୋଇଯିବେ ଓ ଦୁର୍ନୀତିଗ୍ରସ୍ତଙ୍କ ଗୋଷ୍ଠୀକୁ ପଳାଇ ଆସିବେ, ଯେଉଁ ଠିକାଦାର ଅଧିକ ଘୁଷ୍ ଦେଇପାରିବ ତାକୁ ହିଁ କାମ ଦିଅ । ଏକ ଏପରି ଆଇନ ହେଉ ଯାହାବଳରେ ସେହି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ବୋଲି ଘୋଷିତ ହେବ ଯିଏ ସବୁଠାରୁ ଅଧିକ ଉକ୍ରୋଚ ଜନସାଧାରଣଙ୍କୁ ଦେଇ ପାରୁଥିବ ।
ସୀମା ମୁସ୍ତାଫାଙ୍କର ବିଶ୍ୱାସ ଯେ ତାଙ୍କର ଉପରୋକ୍ତ ପ୍ରସ୍ତାବକୁ ସରକାର ଯଦି ଗ୍ରହଣ କରିନିଅନ୍ତି, ତା’ହେଲେ ଲୋକପାଳ ବିଲ୍ ପାଇଁ ଆଉ ତପôରତା ପ୍ରକାଶ ପାଇବ ନାହିଁ । ଅନୁସନ୍ଧାନ ଆଜି ପାଇଁ ହେଉଥିବା ଦାବି ଆଉ ଉଠିବ ନାହିଁ । ବହୁ ପ୍ରଶ୍ନ ସମ୍ମୁଖୀନ ହେବାରୁ ସରକାର ତ୍ରାହି ପାଇଯିବେ ।
ଏହିଭଳି ପ୍ରସ୍ତାବ ଏବେ ପଢ଼ିଲାବେଳେ ମନେପଡ଼ିଲା ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କର ଅନେକବର୍ଷ ତଳେ ଦିଆଯାଇଥିବା ସଦୃଶ ପ୍ରସ୍ତାବ ଯେ ଦୁର୍ନୀତିକୁ ନୀତି କରିଦିଅ- ଦୁର୍ନୀତି ଆଉ ପ୍ରସଙ୍ଗ ହୋଇ ରହିବ ନାହିଁ । ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ରାଜନୈତିକ ପରିବର୍ତ୍ତନରେ ଏକ ନିର୍ଣ୍ଣାୟକ ଭୂମିକା ସବୁବେଳେ ଗ୍ରହଣ କରିଆସିଛି । ୪୫ବର୍ଷ ତଳେ ଦୁର୍ନୀତିମୁକ୍ତ ନିର୍ମଳ ଶାସନର ଆହ୍ୱାନ ଏହି ମାଟିରେ ଉଠିଛି । ଖାନ୍ନା କମିଶନ, ମୁଧଲକର କମିଶନ ଇତ୍ୟାଦି ବସିଛି ରାଜନେତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗକୁ ବିଚାର କରିବା ପାଇଁ । ଏହିସବୁ ଦୃଶ୍ୟ ଦେଖି ସେତେବେଳେ ମଧ୍ୟ ଅନେକ ଭାବିଥିଲେ ଦୁର୍ନୀତି ଲୋପ ପାଇବା ଅସମ୍ଭବ । ସେହି ସମୟରେ ବରିଷ୍ଠ ନେତା କହିଲେ ଦୁର୍ନୀତିକୁ ନୀତି କରିଦିଅ-ଦୁର୍ନୀତି ପ୍ରସଙ୍ଗହୀନ ହୋଇଯିବ ।
ସୀମା ମୁସ୍ତାଫାଙ୍କର ପ୍ରସ୍ତାବରେ ତା’ର ପ୍ରତିଧ୍ୱନି ହିଁ ଶୁଦ୍ରକ ଶୁଣୁଛି ।
-ଶୁଦ୍ରକ
ସୁଖରାମଙ୍କଠାରୁ ସାଇରାମଙ୍କ ପର୍ଯ୍ୟନ୍ତ
ସତ୍ୟସାଇ ବାବାଙ୍କର ମୃତୁ୍ୟର (୨୪ଏପ୍ରିଲ ୨୦୧୧) ଦୁଇମାସ ପରେ ବନ୍ଦ ହୋଇ ରହିଥିବା ତାଙ୍କର ବାସଗୃହ ଯଜୁର ମନ୍ଦିରକୁ ୧୬ଜୁନ୍ ୨୦୧୧ଦିନ ସନ୍ଧ୍ୟାବେଳେ ଯେତେବେଳେ ଖୋଲାଗଲା, ସେତେବେଳେ ଏହି ଗୃହରୁ ବାହାରିଥିଲା ୯୮କିଲୋଗ୍ରାମ ସୁନା, ୩୦୭କିଲୋଗ୍ରାମ ରୂପା ଓ ନଗଦ ୧୧.୦୫୬କୋଟି ଟଙ୍କା । ଏହି ଟଙ୍କାକୁ ଗଣିବା ପାଇଁ ଲାଗିଥିଲା ୩୬ଘଣ୍ଟା । ଗଣିବାରେ ନିୟୋଜିତଥିଲେ ୨୦ଜଣ । ଯେଉଁମାନଙ୍କ ଉପସ୍ଥିତିରେ ଏହି ଗୃହ ଖୋଲାଗଲା ସେମାନଙ୍କ ଭିତରେ ଥିଲେ ଦୁଇଜଣ ଅବସରପ୍ରାପ୍ତ ବିଚାରପତି, ଜଣେ ଆୟକର ବିଭାଗ କର୍ମଚାରୀ, ସତ୍ୟସାଇଙ୍କର ବ୍ୟକ୍ତିଗତ ସହାୟକ ଓ ସତ୍ୟସାଇଙ୍କର ପୁତୁରା ଆର.ରନôାକର । ଏତେ ପରିମାଣର ସୁନା ରୂପା ସତ୍ୟସାଇଙ୍କ ବାସଗୃହରେ ରହିବା ସମସ୍ତଙ୍କୁ ଚକିତ କରିଛି । ନଗଦ ଆକାରରେ ଟଙ୍କା ନିଆଯାଏ ନାହିଁ ବରଂ ଚେକ୍ରେ ଦାନ ନିଆଯାଏ ବୋଲି ଯେଉଁମାନେ ଏଯାବତ୍ ବିଶ୍ୱାସ କରିଆସୁଥିଲେ-ସେମାନେ ଏଗାର କୋଟି ଛପନ ଲକ୍ଷ ନଗଦ ଟଙ୍କା ସତ୍ୟସାଇଙ୍କ ବାସଗୃହରେ ମିଳିବା ଦେଖି ମର୍ମାହତ ହୋଇଛନ୍ତି । କେହି କେହି ତ ଯଜୁର ମନ୍ଦିରକୁ ଏକ ଛୋଟିଆ ସ୍ୱିସ୍ ବ୍ୟାଙ୍କ(ଝଙ୍ଗସଗ୍ଦଗ୍ଦ ଈବଦ୍ଭଳ) ବୋଲି କହିବାକୁ ପଶ୍ଚାଦପଦ ହୋଇନାହାନ୍ତି । ବଡ଼ ବଡ଼ ରାଜନୈତିକ ବ୍ୟକ୍ତି, ଶିଳ୍ପପତି ଓ ପ୍ରସିଦ୍ଧି ପାଇଥିବା ବ୍ୟକ୍ତିମାନେ (ଉରକ୍ଷରଭକ୍ସସଗ୍ଧସରଗ୍ଦ)ସେମାନଙ୍କର କଳାଧନକୁ ଏହି ‘ବ୍ୟାଙ୍କ’ରେ ରଖୁଥିଲେ ବୋଲି ଅଭିଯୋଗ ମଧ୍ୟ ଇତ୍ୟବସରରେ ଉଠିଛି । ସରକାର ସତ୍ୟସାଇ କେନ୍ଦ୍ରୀୟ ଟ୍ରଷ୍ଟ (ଝବଗ୍ଧଚ୍ଚବ ଝବସ ଉରଦ୍ଭଗ୍ଧକ୍ସବକ୍ଷ ଞକ୍ସଙ୍କଗ୍ଦଗ୍ଧ) କୁ ଆୟବ୍ୟୟର ହିସାବ ଦାଖଲ କରିବା ଦାୟରୁ ଛାଡ଼ କରିଥିବାରୁ କଳାଧନ ରଖିବା ଉତ୍ସାହିତ ହୋଇଛି ବୋଲି ଅଭିଯୋଗ (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର/ଙ୍ଗଙ୍ଗଙ୍ଗ.ଗ୍ଦସବଗ୍ଦବଗ୍ଧ.ମକ୍ଟଜ୍ଞ/ରଦ୍ଭଶକ୍ଷସଗ୍ଦଷ/ଦ୍ଭରଙ୍ଗଗ୍ଦ/ଚ୍ଚବହଙ୍କକ୍ସ-ଜ୍ଞବଦ୍ଭୟସକ୍ସ-ଙ୍ଗବଗ୍ଦ-ଜ୍ଞସଦ୍ଭସ-ଗ୍ଦଙ୍ଗସଗ୍ଦଗ୍ଦ-ଭବଦ୍ଭଳ) ଏହି ଟ୍ରଷ୍ଟ ଇତ୍ୟବସରରେ ସରକାରୀ ଅନୁସନ୍ଧାନରେ କେନ୍ଦ୍ରକୁ ଆସିଯାଇଛି । ଦେଖାଯାଉ ଆଉ କ’ଣ କ’ଣ ପ୍ରଘଟିତ ହେଉଛି । କୁହାଯାଉଛି ବାସଗୃହର କୃତ୍ରିମ କାନ୍ଥ (ଲବକ୍ଷଗ୍ଦର ଙ୍ଗବକ୍ଷକ୍ଷ) ଓ କୃତ୍ରିମ ଛାତ (ୠବକ୍ଷଗ୍ଦର ଉରସକ୍ଷସଦ୍ଭଶ) ପଛରେ ମଧ୍ୟ ଅନେକ ମୂଲ୍ୟବାନ ପଦାର୍ଥ ଥାଇପାରେ । ତେବେ ବାସଗୃହରୁ ଏତେ ପରିମାଣ ନଗଦ ଟଙ୍କା ମିଳିବା ଶୁଦ୍ରକକୁ ମନେ ପକାଇଦେଲା ଭାରତ ସରକାରଙ୍କର ଟେଲିକମ୍ ମନ୍ତ୍ରୀ ସୁଖରାମଙ୍କ କଥା । ୧୯୯୬ମସିହା ଅଗଷ୍ଟ ୧୬ ତାରିଖ ଦିନ ସିବିଆଇ (ଉଈଓ)ର ଅଧିକାରୀମାନେ ସୁଖରାମଙ୍କର ଦିଲ୍ଲୀସ୍ଥିତ ସରକାରୀ ବାସଗୃହ ଓ ହିମାଚଳପ୍ରଦେଶର ମଣ୍ଡି ସହରରେ ତାଙ୍କର ନିଜ ଘର ଉପରେ ଚଢ଼ଉ କରି ସମୁଦାୟ ୩କୋଟି ୬୧ଲକ୍ଷ ନଗଦ ଟଙ୍କା ପାଇଥିଲେ । ଦିଲ୍ଲୀ ଗୃହରୁ ୨କୋଟି ୪୫ଲକ୍ଷ ଟଙ୍କା ଓ ମଣ୍ଡିସ୍ଥିତ ଗୃହରୁ ୧କୋଟି ୧୬ଲକ୍ଷ ଟଙ୍କା ପାଇଥିଲେ । ୧କୋଟି ୧୬ଲକ୍ଷ ଟଙ୍କାକୁ ଗଣିବାପାଇଁ, ଶୁଣାଯାଏ, ସକାଳ ୬.୩୦ମିରୁ ଅର୍ଦ୍ଧରାତ୍ର ଯାଏଁ ସମୟ ଲାଗିଥିଲା । ଦିଲ୍ଲୀ ଗୃହରୁ ଜବତ ୨କୋଟି ୪୫ଲକ୍ଷ ଟଙ୍କା ବଡ଼ ବଡ଼ ସୁଟ୍କେଶରେ ରଖାଯାଇ ପୂଜାଗୃହରେ ଲୁଚା ଯାଇଥିଲା । ସୁଖରାମଙ୍କ ମନ୍ତ୍ରଣାଳୟର ଅଧିକାରୀ ଶ୍ରୀମତୀ ରୁନୁ ଘୋଷଙ୍କ ଘରୁ ସିବିଆଇ ପାଇଥିଲା ୧ କିଲୋଗ୍ରାମ ସୁନା, ନଗଦ ୧ଲକ୍ଷ ୩୨ହଜାର ଟଙ୍କା ଓ ଏକଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା । (ଦ୍ରଷ୍ଟବ୍ୟ: ଙଙ୍କଗ୍ଧକ୍ଷକ୍ଟକ୍ଟଳ, ୪ଗ୍ଧଷ ଝରକ୍ଟ୍ରଗ୍ଧ ୧୯୯୫) ବ୍ୟାଙ୍କରେ ନରଖି, ଘରେ ରଖାଯାଇଥିବା ଏତେ ପରିମାଣର ମୂଲ୍ୟବାନ ପଦାର୍ଥ ଓ ଅର୍ଥ ଯେ କଳାଧନ ଏଥିରେ କୌଣସି ସନେ୍ଦହ ନାହିଁ । ମଠ, ଆଶ୍ରମ, ରାଜନୈତିକ ନେତା ମାନଙ୍କର ଘର, ଶିଳ୍ପପତି, ଚିତ୍ରତାରକା, ଖେଳାଳୀଙ୍କ ଘର ଉପରେ ଯଦି ଅତର୍କିତ ଚଢ଼ଉ କରାଯାଏ, ତା’ହେଲେ ଅମାପ କଳାଧନ ଭାରତ ସରକାରଙ୍କ ତହବିଲ୍କୁ ଚାଲିଆସିବ । ରାମଦେବଙ୍କ ଭଳି ଯେଉଁମାନେ ବିଦେଶରୁ କଳାଟଙ୍କା ଆଣିବା ପାଇଁ ଦାବି କରୁଛନ୍ତି-ସେମାନେ ପ୍ରଥମେ ଦେଶ ଭିତରେ ଥିବା କଳାଟଙ୍କାକୁ ଉଦ୍ଧାର କରିବାର ଦାବି କଲେ-ଦାବି ଅଧିକ ଅର୍ଥପୂର୍ଣ୍ଣ ହୁଅନ୍ତା ।    -ଶୁଦ୍ରକ
ଦିଗ୍ବିଜୟଙ୍କର ସାର୍ଟିଫିକେଟ
କଂଗ୍ରେସ ଦଳରେ ପ୍ରକୃତ ଗଣତନ୍ତ୍ର ଅଛି । ପ୍ରାୟ ନୀରବତା ବଜାୟ ରଖୁଥିବା ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ଭଳି ବ୍ୟକ୍ତି ଏହି ଦଳରେ ଥିବାବେଳେ ଅତ୍ୟନ୍ତ ପ୍ରଗଳ୍ଭ କପିଳ ସିବଳ ଓ ଜୟରାମ ରମେଶ ମଧ୍ୟ ଏଥିରେ ଅଛନ୍ତି । ପୁଣି ଅଛନ୍ତି ଦିଗବିଜୟ ସିଂହ, ଦଳର ମହାସଚିବ, ଯିଏକି ବିତର୍କିତ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହିପାରିଛନ୍ତି । ତାଙ୍କ ଦଳର ମନ୍ତ୍ରୀମାନେ ଯାହାକୁ ଶଙ୍ଖୋଳିବାକୁ ଯାଉଛନ୍ତି- ସେ ବ୍ୟକ୍ତି ବିରୋଧରେ ଦିଗବିଜୟ ଗୋଟିଏ ମନ୍ତବ୍ୟ ଦେଉଛନ୍ତି । ଯେପରି ରାମଦେବଙ୍କୁ ଦିଗ୍ବିଜୟ ଠକ, ପ୍ରବଞ୍ଚକ ଇତ୍ୟାଦି ବିଶେଷଣ ଲଗାଇ ଗଣମାଧ୍ୟମ ସାମ୍ନାରେ ସମାଲୋଚନା କରୁଥିଲେ ଯେତେବେଳେ ତାଙ୍କ ଦଳର ବରିଷ୍ଠ ମନ୍ତ୍ରୀମାନେ ଯାଇ ରାମଦେବଙ୍କୁ ଅଭ୍ୟର୍ଥନା ଜଣାଉଥିଲେ । ଊମା ଭାରତୀଙ୍କର ବିଜେପି ଦଳକୁ ପ୍ରତ୍ୟାବର୍ତ୍ତନ ହେଉ ବା ଆନ୍ନା ହଜାରେଙ୍କର ପ୍ରସ୍ତାବିତ ଅନଶନ ସମ୍ପର୍କରେ ହେଉ ବା ଗୃହମନ୍ତ୍ରୀ ପି.ଚିଦାମ୍ବରମଙ୍କ ଉପରେ ହେଉ-ସେ ସମସ୍ତଙ୍କ ଉପରେ ଦୃଷ୍ଟି ଆକର୍ଷଣକାରୀ ପ୍ରତିକୂଳ ମନ୍ତବ୍ୟ ଦେଇ ଚାଲିଛନ୍ତି । ଏହିଭଳି ପର୍ଯ୍ୟାୟରେ ଦିଗ୍ବିଜୟ ଏକ ଅନୁକୂଳ ମନ୍ତବ୍ୟ ଦେଇଛନ୍ତି ରାହୁଳ ଗାନ୍ଧୀଙ୍କ ସମ୍ପର୍କରେ । ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାପାଇଁ ପରିପକ୍ୱ ହୋଇଗଲେଣି ଓ ଦିଗବିଜୟଙ୍କର ଇଚ୍ଛା ଯେ ସେ ତାଙ୍କ ଜୀବଦ୍ଧଶା ଭିତରେ ରାହୁଳ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଭାବେ ଦେଖିବାକୁ ଚାହାନ୍ତି ।  ଏହି ମନ୍ତବ୍ୟ ସୋନିଆ ଗାନ୍ଧୀଙ୍କୁ କେତେ ଆନନ୍ଦ ଦେଇଛି ଜଣାନାହିଁ-କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅପସରି ଯିବା ପାଇଁ ଏକ ଇଙ୍ଗିତ ଏହି ମନ୍ତବ୍ୟରେ ରହିଛି । ଅବଶ୍ୟ ଦିଗ୍ବିଜୟ ସିଂହ ଏହାକୁ ଅସ୍ୱୀକାର କରନ୍ତି । ତାଙ୍କ ମୂଲ୍ୟାୟନରେ ମନମୋହନ ସିଂହ ମୋଟାମୋଟି ଭଲ ବା ‘ଲବସକ୍ସକ୍ଷଚ୍ଚ ଶକ୍ଟକ୍ଟୟ’ ।
କେହି କେହି ଏହି ସମୁଦାୟ ପ୍ରସଙ୍ଗକୁ ଭିତ୍ତ କରି ଦିଗବିଜୟ ଖୋସାମତି ଦିଗଟିକୁ ବିଜୟ କରିବାରେ ଅନନ୍ୟ ସାଧାରଣ ବ୍ୟକ୍ତି ବୋଲି ଯଦି କହୁଛନ୍ତି, ତା’ହେଲେ ନିହାତି ଭୁଲ୍ କହୁନାହାନ୍ତି । କିନ୍ତୁ ତାଙ୍କର ଖୋସାମତି କେବଳ (ସୋନିଆ) ଗାନ୍ଧୀ ପରିବାରକୁ ସୀମିତ-ଏହା ଆଦୌ ଅଣଦେଖା କରିବା ଉଚିତ ନୁହେଁ ।
-ଶୁଦ୍ରକ
୧-୧୫ ସେପ୍ଟେମ୍ବର ୨୦୧୧
ଆନ୍ନାଙ୍କର ଅନଶନ-ରାହୁଳଙ୍କର ଆରୋହଣ
ଅନଶନରତ ଆନ୍ନାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ତାଙ୍କର ସ୍ୱାସ୍ଥ୍ୟ ପ୨ରୀକ୍ଷା କରୁଥିବା ଡାକ୍ତରମାନେ କହୁଥିବାବେଳେ,ଅନଶନର ଛ’ଦିନ ପରେ ଆନ୍ନାଙ୍କର କିଡ଼୍ନୀ ସଂକ୍ରମିତ ହୋଇଥିବାର ଖବର ଆନ୍ନାଟିମ୍ର ସଦସ୍ୟ କିରଣବେଦୀଙ୍କ ଠାରୁ ଗଣମାଧ୍ୟମକୁ ଆସିଛି । କିରଣ ବେଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ, ଆନ୍ନାଙ୍କର ସ୍ୱାସ୍ଥ୍ୟାବସ୍ଥାର ଏହିଭଳି ଅବନତି ହେଉଥିବା ବେଳେ ସରକାରଙ୍କ ତରଫରୁ କଥାବାର୍ତ୍ତା ପାଇଁ କୌଣସି ତପôରତା ପ୍ରକାଶ ପାଉନାହିଁ । (‘ଗଗ୍ଦ ଈରୟସ ଗ୍ଦବସୟ ଇଦ୍ଭଦ୍ଭବ ଷବଗ୍ଦ ଦ୍ଭକ୍ଟଗ୍ଧ ରବଗ୍ଧରଦ୍ଭ ଲକ୍ଟକ୍ସ ଗ୍ଦରଙ୍ଖରଦ୍ଭ ୟବଚ୍ଚଗ୍ଦ ଭଙ୍କଗ୍ଧ ଦ୍ଭକ୍ଟ କ୍ଟଦ୍ଭର ସଦ୍ଭ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ଗ୍ଦରରଜ୍ଞଗ୍ଦ ମକ୍ଟଦ୍ଭମରକ୍ସଦ୍ଭରୟ,ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ,୨୩.୮.୨୦୧୧) ଶ୍ରୀମତୀ ବେଦୀ ତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାମଲୀଳା ମଇଦାନକୁ ଆସି ସେମାନଙ୍କୁ ଶୁଣନ୍ତୁ । ଅପରପକ୍ଷରେ ଆନ୍ନା ହଜାରେ ମରାଠି ସାମ୍ବାଦିକ ନିଖିଲ ୱାଗଲେଙ୍କୁ କହିଛନ୍ତି ଯେ ସେ ଲୋକପାଳ ବିଲ୍ ସମ୍ପର୍କରେ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ରାହୁଳ ଗାନ୍ଧୀ ବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚାଭନଙ୍କ ସହ ହିଁ ଆଲୋଚନା କରିବେ ।
ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସହ ବସି କଥାବାର୍ତ୍ତା ହେବାର ଆଗ୍ରହ ଆନ୍ନାଙ୍କର ନୂଆ ନୁହେଁ । ସୁଶୀଲ ସିନେ୍ଧ, ବିଳାସରାଓ ଦେଶମୁଖ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅନଶନରତ ଆନ୍ନାଙ୍କୁ ମନାଇ ଅନଶନରୁ କ୍ଷାନ୍ତ କରାଇବା ଓ ତାଙ୍କୁ ବିଭିନ୍ନ ପୁରସ୍କାରରେ ଭୂଷିତକରି ତାଙ୍କର ବିଶ୍ୱାସଭାଜନ ହେବାପରେ, ମହାରାଷ୍ଟ୍ରର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆନ୍ନାଙ୍କର ଏକ ଦୁର୍ବଳତା ରହିଛି । ତେଣୁ ପୃଥ୍ୱୀରାଜ ଚାଭନଙ୍କ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇବା ଆନ୍ନାଙ୍କ ପକ୍ଷରେ ସ୍ୱାଭାବିକ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇ କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ଜିଦ୍ ଧରି ନାହାନ୍ତି । ଯଦିଓ ବେଦୀ ମହାଶୟା ପ୍ରଧାନମନ୍ତ୍ରୀଙ୍କୁ ରାମଲୀଳା ମଇଦାନକୁ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି ।
କିନ୍ତୁ ଏହା ସହିତ ରାହୁଳ ଗାନ୍ଧୀଙ୍କ ସହ କଥାବାର୍ତ୍ତା ପାଇଁ ମଧ୍ୟ ସେ ପ୍ରସ୍ତୁତ ବୋଲି ୱାଗଲେଙ୍କୁ ସୂଚନା ଦେବା-ରାହୁଳଙ୍କର ଭାବମୂର୍ତ୍ତି ପାଇଁ ବେଶ୍ ଅନୁକୂଳ ହୋଇଛି । ଏହା କଂଗ୍ରେସ ମହଲକୁ ଯେ ଉଲ୍ଲସିତ କରିଥିବ,ଏଥିରେ ସନେ୍ଦହ ନାହିଁ । ଆନ୍ନାଙ୍କୁ ଗିରଫ କରି, ଆନ୍ନାଙ୍କୁ ହିରୋ କରିଦେଇଥିବା କଂଗ୍ରେସ, ପ୍ରତିଦାନରେ ଆନ୍ନାଙ୍କଠାରୁ ରାହୁଳାନୁକୂଳ ସ୍ୱୀକୃତି ପାଇବବୋଲି କଦାପି ଆଶା କରିନଥିବ । ରାହୁଳ ଏହି ସୁଯୋଗର ଲାଭ ଉଠାଇପାରିଲେ- ମଧ୍ୟବିତ୍ତବର୍ଗର ଯୁବଗୋଷ୍ଠୀର ଯେ ସମର୍ଥନ ହାସଲ କରିବେ, ଏ’ଭଳି ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ।
ଆନ୍ନାଙ୍କର ଅନଶନ ସବୁବେଳେ କଂଗ୍ରେସ ଦଳ ପାଇଁ ଲାଭଜନକ ହୋଇଛି । ସମ୍ପ୍ରତି ଆନ୍ନାଙ୍କ ଦ୍ୱାରା ରାହୁଳଙ୍କୁ ସ୍ୱୀକୃତି-କଂଗ୍ରେସ ଦଳ ଭିତରେ ରାହୁଳଙ୍କର ଆରୋହଣ ପଥକୁ ଅଧିକ ସୁଗମ୍ୟ କରିବବୋଲି ମନେ ହେଉଛି । ବିଡ଼ମ୍ବନା ଯେ ବିଜେପିର ଆଗ୍ରହ ଆନ୍ନାଙ୍କଠାରେ ଥିବାବେଳେ ଆନ୍ନାଙ୍କ ଆଗ୍ରହ ରାହୁଳଙ୍କଠାରେ ।
-ଶୁଦ୍ରକ
ଦୁର୍ନୀତି ବିରୋଧରେ ବଣିକ ଓ ଶିଳ୍ପପତି
ଆନ୍ନା ହଜାରେଙ୍କର ଅନଶନର ସମର୍ଥନରେ ବଣିକ ସଂଘଗୁଡ଼ିକ ର୍ୟାଲି କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଠିକ୍ ଯେ ବ୍ୟବସାୟୀମାନେ ସରକାରୀ ଅଫିସର୍ମାନଙ୍କ ଦ୍ୱାରା ବେଶ୍ ହଇରାଣ ହରକତରେ ପଡ଼ୁଛନ୍ତି ଓ ରିସ୍ୱତ ଦେବାପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଏହି ପୁଞ୍ଜିଭୂତ କ୍ଷୋଭର ଅଭିବ୍ୟକ୍ତି ପାଇଁ ଆନ୍ନାଙ୍କର ଅନଶନ ଯେ ଏକ ଅବସର ସୃଷ୍ଟି କରିଛି, ଏଥିରେ ସନେ୍ଦହ ନାହିଁ । କିନ୍ତୁ ଏହି ବ୍ୟବସାୟୀମାନେ ଯେ ବହୁ ଅସାଧୁ କାର୍ଯ୍ୟରେ ଲିପ୍ତରହି ଓ ସେହି କାର୍ଯ୍ୟକୁ କାଏମ ରଖିବାପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ରିସ୍ୱତଖୋର କରାଇ ଦିଅନ୍ତି-ଏହାକୁ ତ’ ଅସ୍ୱୀକାର କରିହେବ ନାହିଁ । ନକଲି ଔଷଧ ତିଆରି କରୁଥିବା ବା ରଖୁଥିବା ବ୍ୟବସାୟୀ ତା’ର ବେପାର ଚଳାଇବା ପାଇଁ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ରିସ୍ୱତ ଦେବ । ସେହି ବ୍ୟବସାୟୀ ଦୁର୍ନୀତି ବିରୋଧ ଅଭିଯାନରେ ଅଣ୍ଟାଭିଡ଼ିବା ନିଶ୍ଚିତଭାବରେ ଏକ ବିରୋଧାଭାସ , ଏଥିରେ ସନେ୍ଦହ ନାହିଁ । କିନ୍ତୁ ଏ ଦୃଶ୍ୟ ଦେଖିବାକୁ ମିଳୁଛି-ବିଶେଷତଃ ଆନ୍ନାଙ୍କର ଅନଶନ କାଳରେ । ବହୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଅସାଧୁ ବ୍ୟବସାୟରେ ଲିପ୍ତ ବ୍ୟକ୍ତି, ଲୋକଙ୍କ ନାମରେ ଅର୍ଥ ଆଣି ତୋଷରପାତ କରୁଥିବା ସ୍ୱେଚ୍ଛାସେବୀମାନେ, ଦୁର୍ନୀତି ବିରୋଧ ର୍ୟାଲିରେ ସାମିଲ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି । ଆନ୍ନା ବା ତାଙ୍କର ଟିମ୍ କେହି ଏକଥା କହୁନାହାନ୍ତି ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ରାମଲୀଳା ପଡ଼ିଆକୁ ଆସନ୍ତୁ ନାହିଁ । ଟିମ୍ ଆନ୍ନା ସେ ଗଣମାଧ୍ୟମକୁ ବାରଣ କରିନାହିଁ ଯେଉଁ ଗଣମାଧ୍ୟମ ପଇସା ଦେଇ ଖବର ପ୍ରକାଶ କରୁଛି । କହିବା ବାହୁଲ୍ୟ ଯେ ଆନ୍ନା ହଜାରେ ଓ ତାଙ୍କର ଟିମ୍ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଭିଡ଼ ଉପରେ କୌଣସି ଅଙ୍କୁଶ ଜାରି କରିନାହାନ୍ତି ବରଂ ସେମାନଙ୍କ ଭିଡ଼ ଦ୍ୱାରା ସ୍ଫୀତ ଜନସମୁଦାୟକୁ ତାଙ୍କ ସମର୍ଥନରେ ଦେଖି ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି । ଇତ୍ୟବସରରେ ଶିଳ୍ପପତିମାନେ ମଧ୍ୟ ଦୁର୍ନୀତି ବିରୋଧରେ ମୁହଁ ଖୋଲିଛନ୍ତି । (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୫.୮.୨୦୧୧, ଚ.୩) ପରିବେଶ ଏପରି ହୋଇଛି ଯେ ଦୁର୍ନୀତି ନକଲେ, ବହୁ ବ୍ୟବସାୟକୁ ଛାଡ଼ିବାକୁ ବାଧ୍ୟ ବୋଲି କହିଛନ୍ତି ଟାଟା ଗୋଷ୍ଠୀର ଅଧ୍ୟକ୍ଷ ରତନ ଟାଟା । (ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଷବଗ୍ଦ ଶକ୍ଟଗ୍ଧ ଙ୍ଗକ୍ଟକ୍ସଗ୍ଦର ବଦ୍ଭୟ ସଲ ଚ୍ଚକ୍ଟଙ୍କ ମଷକ୍ଟକ୍ଟଗ୍ଦର ଦ୍ଭକ୍ଟଗ୍ଧ ଗ୍ଧକ୍ଟ କ୍ଟ୍ରବକ୍ସଗ୍ଧସମସକ୍ଟ୍ରବଗ୍ଧର ସଦ୍ଭ ଗ୍ଧଷସଗ୍ଦ, ଚ୍ଚକ୍ଟଙ୍କ କ୍ଷରବଙ୍ଖର ଭରଷସଦ୍ଭୟ ବ କ୍ଷକ୍ଟଗ୍ଧ କ୍ଟଲ ଭଙ୍କଗ୍ଦସଦ୍ଭରଗ୍ଦଗ୍ଦ) । ଇନଫୋସିସ୍ର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ନାରାୟଣ ମୂର୍ତ୍ତି କହନ୍ତି ଯେ ଘୁସ୍ ଦେଇ ୧କୋଟି ଡଲାରର କମ୍ପାନୀ ଜଣେ ଠିଆ କରାଇପାରେ କିନ୍ତୁ ହଜାର କୋଟି ଡଲାରର କମ୍ପାନୀ ଠିଆ କରାଇପାରିବ ନାହିଁ । (ଙଦ୍ଭର ମବଦ୍ଭ ଭଙ୍କଭର—- କ୍ଟଦ୍ଭରଗ୍ଦ ଙ୍ଗବଚ୍ଚ ଗ୍ଧକ୍ଟ ଜ୍ଞବଳର ବ ଟଝ ଽ ୧୦ଜ୍ଞସକ୍ଷକ୍ଷସକ୍ଟଦ୍ଭ ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ ଭଙ୍କଗ୍ଧ ଚ୍ଚକ୍ଟଙ୍କ ମବଦ୍ଭ’ଦ୍ଭଗ୍ଧ ମକ୍ସରବଗ୍ଧର ବ ଟଝ ଽ୧୦ ଭସକ୍ଷକ୍ଷସକ୍ଟଦ୍ଭ ମକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ ଗ୍ଧଷର ଗ୍ଦବଜ୍ଞର ଙ୍ଗବଚ୍ଚ) । ଘୁସ୍ ନଦେଲେ ବ୍ୟବସାୟରେ ପଛେଇ ଯିବା କଥା ରତନ ଟାଟା କହୁଥିବା ବେଳେ- ଘୁସ୍ ଦେଇ ବେଶୀ ବାଟକୁ ଯାଇପାରିବ ନାହିଁ ବୋଲି ନାରାୟଣ ମୂର୍ତ୍ତି ମତ ପ୍ରକାଶ କରୁଛନ୍ତି । ଏହି ଶିଳ୍ପପତିମାନେ ଯେଉଁଭଳି ଭାବରେ ସରକାରୀ ନିଷ୍ପତ୍ତକୁ ପ୍ରଭାବିତକରି ଜଳ, ଜମି, ଜଙ୍ଗଲ, ଖଣିକୁ କରାୟତ୍ତ କରିଛନ୍ତି-ତାହାର ଆକଳନ କଲେ ଏହି ଶିଳ୍ପପତିମାନଙ୍କର ଦୁର୍ନୀତିକୁ ବିରୋଧ ହାସ୍ୟାସ୍ପଦ ମନେହୁଏ । ହୋଇପାରେ ନୂଆ ପିଢ଼ିର ଶିଳ୍ପପତିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସେମାନେ ପଛରେ ପଡ଼ିଯାଇଛନ୍ତି ।
ତଥାପି ଏହି ଶିଳ୍ପପତିମାନେ ଦୁର୍ନୀତି ବିରୋଧରେ ଯେ ମୁହଁ ଖୋଲିଛନ୍ତି ତାହାର ଗୋଟିଏ କାରଣ ହୋଇପାରେ ଯେ ଦୁର୍ନୀତି କମିଲେ ଏକ ସ୍ୱଚ୍ଛ ନିବେଶ ପାଇଁ ପରିବେଶ ସୃଷ୍ଟିହେବ । ଓଦ୍ଭୟସବଦ୍ଭ ଋୟଙ୍କମବଗ୍ଧସକ୍ଟଦ୍ଭ ଗରଶବ ଚକ୍ସକ୍ଟହରମଗ୍ଧ ନାମକ ଏକ ଘରୋଇ ଅନୁଷ୍ଠାନର ପ୍ରୋଜେକ୍ଟ ଡିଜାଇନର ଆଶିଷ ପୁନ୍ତାମ୍ବେକର (ଇଗ୍ଦଷସଗ୍ଦଷ ଚଙ୍କଦ୍ଭଗ୍ଧବଜ୍ଞଭରଳବକ୍ସ)ଙ୍କର ହିସାବ ଅନୁସାରେ ସ୍ୱଚ୍ଛ ନିବେଶ ପରିବେଶ ସୃଷ୍ଟିହେଲେ ବିଦେଶୀ ପୁଞ୍ଜିନିବେଶ ୩ଗୁଣ ବୃଦ୍ଧିପାଇ ୨୦୧୬ ସୁଦ୍ଧା ୭୫୦୦କୋଟି ଡଲାରରେ ପହଞ୍ଚôବ । ଏହାଛଡ଼ା ଭିତ୍ତଭୂମି(ଓଦ୍ଭଲକ୍ସବଗ୍ଦଗ୍ଧକ୍ସଙ୍କମଗ୍ଧଙ୍କକ୍ସର) ପାଇଁ ୧ଲକ୍ଷ ୭୦ହଜାର କୋଟି ଡଲାର ନିବେଶ ପାଇଁ ଅବସର ସୃଷ୍ଟି କରିବ ।( ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ ୨୬.୮.୨୦୧୧ ବଗ୍ଧ ଚ.୮ ‘ଚରକ୍ଟକ୍ଟ୍ରକ୍ଷର’ଗ୍ଦ ଠସଗ୍ଦମରକ୍ସବକ୍ଷ ଇଦ୍ଭଗ୍ଧସକ୍ଟ୍ରବଗ୍ଧଷଚ୍ଚ’ ଭଚ୍ଚ ଈଷବକ୍ସବଗ୍ଧ କବକ୍ସଦ୍ଭବୟ) ଏହି ପରିମାଣର ପୁଞ୍ଜିପ୍ରବେଶର ମୋହକୁ ଶିଳ୍ପପତିମାନେ ଏଡ଼ାଇ ପାରିବେ କି? -ଶୁଦ୍ରକ
ଜନଲୋକପାଳ ବିଲ୍ ପାଇଁ ଜିଦ୍
ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଲୋକପାଳ ବିଲ୍ ହେଉଛି ଦୁର୍ବଳ । ଆନ୍ନା ହଜାରେଙ୍କ ସହଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜନଲୋକପାଳ ବିଲ୍ ହେଉଛି ସବଳ-ଏହିଭଳି ଧାରଣା ସୃଷ୍ଟି କରି ଜନଲୋକପାଳ ବିଲ୍କୁ ସଂସଦ ପାରିତ କରୁ ବୋଲି ଆନ୍ନା ଟିମ୍ ଦାବି କରିବା ଓ ଏହା ପାରିତ ନହେଲା ପର୍ଯ୍ୟନ୍ତ ଆନ୍ନା ତାଙ୍କର ଅନଶନ ଜାରିରଖିବେ ବୋଲି ଧମକ ଦେବା- ସ୍ୱାଭାବିକ ଏହି ଦୁଇଟି ବିଲ୍ର ଏକ ତୁଳନାତ୍ମକ ଚିତ୍ର ପ୍ରତି ଦୃଷ୍ଟିନିକ୍ଷେପ କରିବାକୁ ବାଧ୍ୟକରେ । ଏହି ତୁଳନାତ୍ମକ ଚିତ୍ର (ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୫ଇଙ୍କଶ ୨୦୧୧, ଚ.୨)ଦେଖିଲେ ଯାହା ସହସା ବାରି ହୋଇଯାଏ ତାହା ହେଉଛି ଦୁଇଟି । ଜନଲୋକପାଳ ବିଲ୍ରେ ପ୍ରଧାନମନ୍ତ୍ରୀ ଓ ଉଚ୍ଚ ନ୍ୟାୟପାଳିକା ଲୋକପାଳଙ୍କର ଅନୁସନ୍ଧାନ ପରିସରଭୁକ୍ତ ହୋଇଥିବାବେଳେ, ସରକାରୀ ଲୋକପାଳ ବିଲ୍ରେ ଏହାକୁ ବାଦ୍ ଦିଆଯାଇଛି । ଅପରପକ୍ଷରେ ଲୋକପାଳ ବିଲ୍ରେ ସ୍ୱେଚ୍ଛାସେବୀ ସଙ୍ଗଠନ ଅର୍ଥାତ ଏନ୍.ଜି.ଓ. ଲୋକପାଳଙ୍କର ଅନୁସନ୍ଧାନର ପରିସରଭୁକ୍ତ ହୋଇଥିବା ବେଳେ, ଜନଲୋକପାଳ ବିଲ୍ରେ ଏହାକୁ ବାଦ୍ ଦିଆଯାଇଛି । ତେଣୁ ଜନଲୋକପାଳ ବିଲ୍ ଗୃହୀତ ହୋଇଗଲେ-ଏକ ଶକ୍ତିଶାଳୀ ଲୋକପାଳ ବ୍ୟବସ୍ଥା ପ୍ରତିଷ୍ଠିତ ହେବ, କାରଣ ପ୍ରଧାନମନ୍ତ୍ରୀ ଓ ଉଚ୍ଚ ନ୍ୟାୟପାଳିକା ଉପରେ ଏହାର ଅଙ୍କୁଶ ରହିବ-ଅଥଚ ଏହି ଶକ୍ତିଶାଳୀ ଲୋକପାଳ ବ୍ୟବସ୍ଥାର ଏନ୍.ଜି.ଓଙ୍କ ଉପରେ କୌଣସି ଅଙ୍କୁଶ ରହିବ ନାହିଁ । ଏହା ଉଲ୍ଲେଖକରିବା ଆବଶ୍ୟକ ମନେହୁଏ ନାହିଁ ଯେ, ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ ଆଦିଙ୍କର ବେଶ୍ ପ୍ରଭାବଶାଳୀ ଏନ୍.ଜି.ଓ ରହିଛି । ଅରବିନ୍ଦ କେଜରିୱାଲ୍ଙ୍କର ଏନ୍.ଜି.ଓ. ‘କବିର’ତ ଫୋର୍ଡ଼ ଫାଉଣ୍ଡେସନ ଠାରୁ ଗତ ତିନିବର୍ଷ ଭିତରେ ୪ଲକ୍ଷ ଡଲାର ଗ୍ରହଣ କରିଛି ବୋଲି ଲେଖିକା ଅରୁନ୍ଧତୀ ରାୟ ତାଙ୍କର ଏକ ନିବନ୍ଧରେ ଉଲ୍ଲେଖ କରିଛନ୍ତି । (ଓ’ୟ କ୍ସବଗ୍ଧଷରକ୍ସ ଦ୍ଭକ୍ଟଗ୍ଧ ଭର ଇଦ୍ଭଦ୍ଭବ, ଞଷର ଐସଦ୍ଭୟଙ୍କ, ଇଙ୍କଶ, ୨୧, ୨୦୧୧)ଅପରପକ୍ଷରେ ୨୦୧୧ମସିହାରେ କବିର ୨ଲକ୍ଷ ଡଲାର ଫୋର୍ଡ଼ ଫାଉଣ୍ଡେସନ୍ଠାରୁ ପାଇଛି ବୋଲି ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ର://ରଙ୍ଘସଗ୍ଧକ୍ଟକ୍ଟ୍ରସଦ୍ଭସକ୍ଟଦ୍ଭକ୍ଟ୍ରକ୍ଟକ୍ଷକ୍ଷଗ୍ଦସଦ୍ଭୟସବ.ଭକ୍ଷକ୍ଟଶଗ୍ଦକ୍ଟ୍ରକ୍ଟଗ୍ଧ.ମକ୍ଟଜ୍ଞ/୨୦୧୧/୦୮/ଲକ୍ଟକ୍ସୟଲକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ-ଙ୍ଗରଭଗ୍ଦସଗ୍ଧର-ମକ୍ଟଦ୍ଭଲକ୍ଷସଗ୍ଦଗ୍ଧ-ଶକ୍ସବଦ୍ଭଗ୍ଧଗ୍ଦ.ଷଗ୍ଧଜ୍ଞକ୍ଷରୁ ଜଣାପଡ଼େ । ବର୍ଷକୁ  ୪୦ହଜାରରୁ ୮୦ହଜାର କୋଟି ଟଙ୍କା ଅନୁଦାନ ଆକାରରେ ସଂଗ୍ରହ କରିପାରୁଥିବା ଭାରତର ୩୩ ଲକ୍ଷ ଏନ୍.ଜି.ଓ(ଅର୍ଥାତ ପ୍ରାୟ ପ୍ରତ୍ୟେକ ୪୦୦ ଲୋକରେ ଗୋଟିଏ ଏନ୍.ଜି.ଓ) ଯେ ଇତ୍ୟବସରରେ ଏକ ଶକ୍ତିଭାବେ ପ୍ରକଟିତ ହୋଇଛନ୍ତି ଏହା କହିବା ବାହୁଲ୍ୟ ମାତ୍ର । (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର//ଦ୍ଭଶକ୍ଟକ୍ଟ୍ରକ୍ଟଗ୍ଦଗ୍ଧ.କ୍ଟକ୍ସଶ/ଗ୍ଦଗ୍ଧକ୍ଟକ୍ସଚ୍ଚ/ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ-ଗ୍ଦଗ୍ଧଙ୍କୟଚ୍ଚ-ଦ୍ଭଶକ୍ଟଗ୍ଦ-ସଦ୍ଭୟସବ, ଓଦ୍ଭୟସବଦ୍ଭ ରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୭ଔଙ୍କକ୍ଷଚ୍ଚ ୨୦୧୦) । ଜନ ଲୋକପାଳ ବିଲ୍ ଗୃହୀତ ହୋଇ ଆଇନରେ ପରିଣତ ହୋଇଗଲେ ସରକାର ଉପରେ ଅଙ୍କୁଶ ଲାଗିଯିବ ଅଥଚ ବେସରକାରୀ ସଙ୍ଗଠନ ଏନ୍.ଜି.ଓଗୁଡ଼ିକ ଉପରେ କୌଣସି ଅଙ୍କୁଶ ରହିବ ନାହିଁ । ଅପରପକ୍ଷରେ ସରକାରୀ ଲୋକପାଳ ବିଲ୍ ଆଇନ ହୋଇଗଲେ ଏନ୍.ଜି.ଓ.ଗୁଡ଼ିକ ଉପରେ ଅଙ୍କୁଶ ଲାଗିଯିବ । ତେଣୁ ସ୍ୱାଭାବିକ, ଆନ୍ନା ହଜାରେ ଓ ତାଙ୍କ ଟିମ୍ ସରକାରୀ ଲୋକପାଳ ବିଲ୍କୁ ବିରୋଧ କରୁଛି ଓ ତାଙ୍କୁ ସମର୍ଥନ ଯୋଗାଇବାପାଇଁ ଏକ ବିଶାଳ ଏନ୍.ଜି.ଓ ବାହିନୀ ଯେ ତପôର ହୋଇପଡ଼ିଛି । ତେଣୁ ଯେଉଁ ବିଶାଳ ସମର୍ଥନ ଆନ୍ନାଙ୍କ ପ୍ରତି ଆମେ ଦେଖୁଛୁ- ତାହା ଯେ ଏନ୍.ଜି.ଓ.ମାନଙ୍କର ସର୍ବାନ୍ତକରଣରେ ସମ୍ପୃକ୍ତିର ପରିଣତି-ଏହିଭଳି ନିଷ୍କର୍ଷରେ ଉପନୀତ ହେବା ପାଇଁ ବସ୍ତୁନିଷ୍ଠ କାରଣଗୁଡ଼ିକ ବାଧ୍ୟ କରୁଛି । ଜନଲୋକପାଳ ବିଲ୍ରେ ଏନ୍.ଜି.ଓମାନଙ୍କ ପାଇଁ ରହିଛି ନିର୍ବାଣର ପଥ । ତେଣୁ ଆନ୍ନା ଟିମ୍ର ଜିଦ୍ ଯେ ଜନଲୋକପାଳ ବିଲ୍କୁ ହିଁ ସଂସଦ ଗ୍ରହଣ କରିବା ଉଚିତ ।    -ଶୁଦ୍ରକ
ଆନ୍ନା ଅନଶନର ମଜା
ଆନ୍ନା ଯେଉଁଦିନ ତିହାର ଜେଲ୍ରୁ ବାହାରି ରାମଲୀଳା ମଇଦାନରେ ତାଙ୍କ ଅନଶନ ପାଇଁ ପ୍ରସ୍ତୁତ ସୁରମ୍ୟ ପେଣ୍ଡାଲ ଉପରେ ଉପବିଷ୍ଟ ହେଲେ ଓ ତାଙ୍କ ସମ୍ମୁଖରେ ଥିବା ଏକ ବିଶାଳ ଗଣସମୂହକୁ ସମ୍ମୁଖୀନ ହେଲେ, ସେତେବେଳେ ତାଙ୍କ ସହ ପେଣ୍ଡାଲ ଉପରକୁ ଯାଇଥିବା ଟିମ୍ଆନ୍ନାର ପ୍ରମୁଖ ସଦସ୍ୟ, ଅବସରପ୍ରାପ୍ତ ପୁଲିସ ଅଫିସର କିରଣ ବେଦୀ ମହୋଦୟା ତାଙ୍କର ଦୁଇହାତକୁ ବାରମ୍ବାର ଉପରତଳ କରୁଥିବାର ଦୃଶ୍ୟ ଓ ତାଙ୍କ ମୁଖମଣ୍ଡଳରେ ଏକ ବିଜୟଉଲ୍ଲାସର ଅଭିବ୍ୟକ୍ତି ଯେଉଁମାନେ ଗଣମାଧ୍ୟମରେ ଦେଖିଥିବେ-ସେମାନେ ଏହି ଉଲ୍ଲାସକୁ କି୍ରକେଟ ଖେଳରେ ବିଜୟ ଉଲ୍ଲାସର ଅଭିବ୍ୟକ୍ତିକୁ ମନେପକାଇବା ଅସ୍ୱାଭାବିକ ନୁହେଁ । ‘କେତେ ଯେ ମଜା’- ଏହିଭଳି ଏକ କୈଶୋର ଉଲ୍ଲାସ ମଧ୍ୟ ଅସ୍ୱାଭାବିକ ବୋଲି କହିହେବ ନାହିଁ । ଯେତେବେଳେ ଗଣମାଧ୍ୟମ ଲେଖନ୍ତି, ‘ଐବଚ୍ଛବକ୍ସର ଲବଗ୍ଦଗ୍ଧଗ୍ଦ, ଗ୍ଦଙ୍କକ୍ଟ୍ରକ୍ଟ୍ରକ୍ଟକ୍ସଗ୍ଧରକ୍ସଗ୍ଦ ଲରବଗ୍ଦଗ୍ଧ’ ଅର୍ଥାତ ‘ଆନ୍ନାଙ୍କ ଅନଶନ, ସମର୍ଥକଙ୍କର ତୃପ୍ତଭୋଜନ’(ଦ୍ରଷ୍ଟବ୍ୟ: ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୨ଇଙ୍କଶ ୨୦୧୧, ଚ.୧) ସେତେବେଳେ ଆନ୍ନା ଅନଶନ କେତେ ଉପଭୋଗ୍ୟ ଥିଲା, ତାହା ସହଜରେ ଅନୁମେୟ । ଟ୍ରକ୍ ଟ୍ରକ୍ ପକୁଡ଼ି, କଚୁଡ଼ି, ସିଙ୍ଗଡ଼ା, ବିସ୍କୁଟ, କଦଳୀ, ଚା, ଆମ୍ବରସ ସେଠାରେ ବଣ୍ଟା ହେଉଥିଲା । ଭିଡ଼ କରିଥିବା ଜନତାଙ୍କୁ ଆପ୍ୟାୟିତ କରିବାପାଇଁ, ଖାଦ୍ୟ କମ୍ ନଷ୍ଟ ହେଉ ନଥିଲା । (‘ୠକ୍ଟକ୍ଟୟ ଗ୍ଦଗ୍ଧଙ୍କଲଲଗ୍ଦ ଙ୍ଗରକ୍ସର ଗ୍ଦରରଦ୍ଭ ଗ୍ଧଷକ୍ସକ୍ଟଙ୍ଗଦ୍ଭ ବକ୍ସକ୍ଟଙ୍କଦ୍ଭୟ ୟଙ୍କଗ୍ଦଗ୍ଧଭସଦ୍ଭଗ୍ଦ ଙ୍ଗଷସମଷ ଙ୍ଗରକ୍ସର କ୍ଟଙ୍ଖରକ୍ସଲକ୍ଷକ୍ଟଙ୍ଗସଦ୍ଭଶ ଙ୍ଗସଗ୍ଧଷ ଷବକ୍ଷଲ ରବଗ୍ଧରଦ୍ଭ ଗ୍ଦବଜ୍ଞକ୍ଟଗ୍ଦବଗ୍ଦ ବଦ୍ଭୟ ଭବଦ୍ଭବଦ୍ଭଗ୍ଦ’, ଚ.୯) ପିଲାମାନେ ପଡ଼ିଆରେ ଗୋଟିଏ କୋଣରେ ଗୁଡ଼ି ଉଡ଼ାଇବାରେ ମାତିଥିଲେ । ସମସ୍ତେ ଯେପରି ମଜା କରିବାକୁ ଆସିଥିଲେ । (ଡଷସକ୍ଷର ଜ୍ଞକ୍ଟଗ୍ଦଗ୍ଧ ବମଳଦ୍ଭକ୍ଟଙ୍ଗକ୍ଷରୟଶରୟ ଷବଙ୍ଖସଦ୍ଭଶ ଷରବକ୍ସୟ କ୍ଟଲ ଇଦ୍ଭଦ୍ଭବ, ଗ୍ଧଷରଚ୍ଚ ଙ୍ଗରକ୍ସର ଲକ୍ସବଦ୍ଭଳ ରଦ୍ଭକ୍ଟଙ୍କଶଷ ଗ୍ଧକ୍ଟ ବୟଜ୍ଞସଗ୍ଧ ଗ୍ଧଷବଗ୍ଧ ଗ୍ଧଷରଚ୍ଚ ଙ୍ଗରକ୍ସର କ୍ଟ୍ରକ୍ସସଜ୍ଞବକ୍ସସକ୍ଷଚ୍ଚ ଗ୍ଧଷରକ୍ସର ଗ୍ଧକ୍ଟ ଷବଙ୍ଖର ‘ଲଙ୍କଦ୍ଭ’) ବୁଲାବେପାରୀଙ୍କ ପାଇଁ ଏହା ଥିଲା ଏକ ପନ୍ଦରଦିନିଆ ମେଳା,ଯେଉଁଠାରେ ତାଙ୍କର ବ୍ୟବସାୟ ଭଲ ଚାଲୁଥିଲା । ଏତେ ବଡ଼ ଆୟୋଜନ ପାଇଁ ପଇସା କେଉଁଠୁ ଆସୁଥିଲା ପ୍ରଶ୍ନକୁ ଉଠାଇ ମଜାକୁ ବିଗାଡ଼ି ଦେବାପାଇଁ କେହି ଯେପରି ପ୍ରସ୍ତୁତ ନଥିଲେ ।
ତେବେ କିଛି ଯୁବକଯୁବତୀ, ଯେଉଁମାନେ ଇତିହାସପୁସ୍ତକରୁ ଗାନ୍ଧୀଙ୍କର ସ୍ୱାଧୀନତା ସଂଗ୍ରାମ ବିଷୟରେ ପଢ଼ିଥିଲେ, ସେମାନେ ଆନ୍ନାଙ୍କର ଦୁର୍ନୀତି ବିରୋଧୀ ଅଭିଯାନରେ ସାମିଲ ହୋଇ ସ୍ୱାଧୀନତା ସଂଗାମର ଅନୁଭବକୁ ଉପଭୋଗ କରୁଥିଲେ । ଏକ ରୋମାଣ୍ଟିକ୍ ଓ ଶିହରଣର ପରିବେଶ ସୃଷ୍ଟି କରିଛି ଆନ୍ନାଙ୍କର ଅନଶନ । ଆନ୍ନା ଦିନେ ତାଙ୍କର ଆନେ୍ଦାଳନକୁ ‘ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ’ ବୋଲି କହିବା ଦ୍ୱାରା-ଏହି ଯୁବକଯୁବତୀମାନେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାର ଗୌରବରେ ଆଲ୍ଲାଦିତ ହେଉଛନ୍ତି । ଏହା ତ ଭିନ୍ନ କଥା ଯେ ଗାନ୍ଧୀ ନିଦେ୍ର୍ଧଶିତ ସ୍ୱାଧୀନତା ସଂଗ୍ରାମର ଗାମ୍ଭୀର୍ଯ୍ୟ-ଆନ୍ନା ନିଦେ୍ର୍ଧଶିତ ‘ସ୍ୱାଧୀନତା ସଂଗ୍ରାମ’ରେ ନାହିଁ । ରହନ୍ତା ବା କିପରି? ସେ ସ୍ୱାଧୀନତା ସଂଗ୍ରାମରେ ସ୍ୱାବଲମ୍ବୀ ଅର୍ଥନୀତି ପାଇଁ ଯେ ଥିଲା ଆକର୍ଷଣ । ବର୍ତ୍ତମାନ ତ’ ବଜାରୀ ଅର୍ଥନୀତିରେ ସମସ୍ତେ ଉବୁଟୁବୁ । ତେଣୁ ସେଦିନର ଖଦଡ଼ପିନ୍ଧା ସଂଗ୍ରାମୀଙ୍କ ସ୍ଥାନରେ ଆଜି ଆମେ ଦେଖୁଛୁ, ଜିନ୍, ଗେଞ୍ଜି, ଟପ୍ ପିନ୍ଧା ବହୁ ରଙ୍ଗରେ ବୋଳା, କଉତୁକିଆ ପୋଷାକ ପରିହିତ, ‘ସଂଗ୍ରାମୀ’ମାନଙ୍କୁ । ଏହି ‘ସଂଗ୍ରାମୀ’ମାନେ ତାଙ୍କର ଭବିଷ୍ୟତ ବଂଶଧରଙ୍କୁ ‘ସ୍ୱାଧୀନତା ସଂଗ୍ରାମ’ର ଅନୁଭବ ଗର୍ବର ସହ ବର୍ଣ୍ଣନା କରିବାର ମଜା ତାଙ୍କର ବାର୍ଦ୍ଧକ୍ୟ କାଳରେ ମଧ୍ୟ ପାଇବେ ଓ ଏଥିପାଇଁ ଆନ୍ନାଙ୍କୁ ଧନ୍ୟବାଦ ଦେଉଥିବେ- ଏହା ଆଶା କରିବା ଆଦୌ ଅସମୀଚୀନ ହେବନାହିଁ ।     -ଶୁଦ୍ରକ
ଆନ୍ନା ଅନଶନର ଭିଡ଼ ଓ ଭୟ
ଆନ୍ନାଙ୍କ ଅନଶନର ସମର୍ଥନରେ ଭିଡ଼ ଦେଖି ଅନେକଙ୍କର ଭୟ ଆନ୍ନାଙ୍କ ଦାବି ଉପରେ ମନ୍ତବ୍ୟ ଦେବାକୁ । ବନ୍ଧୁ ଜଣେ କହିଲେ ଯେ ତାଙ୍କୁ ପରାମର୍ଶ ଦିଆଯାଇଛି ଆନ୍ନାଙ୍କ ଦାବି ସମ୍ପର୍କରେ କୌଣସି ପ୍ରତିକୂଳ ମନ୍ତବ୍ୟ ନଦେବାପାଇଁ । କାରଣ ଯେଉଁମାନେ ସେଭଳି ମନ୍ତବ୍ୟ ଦେଉଛନ୍ତି ତାଙ୍କୁ ବହୁ ଅକଥନୀୟ ଭାଷାର ମଧ୍ୟ ଶରବ୍ୟ ହେବାକୁ ପଡ଼ୁଛି । ଭିଡ଼ର ଚରିତ୍ର ସବୁବେଳେ ଏହିଭଳି । ଭିଡ଼ର ମତ ବିରୋଧରେ ଯେ ଗଲା ସେ ଭିଡ଼ର ରୋଷର ଶିକାର ହେବ । ଆଜିକାଲି ଯେକୌଣସି ପ୍ରସଙ୍ଗ ଉପରେ ଭିଡ଼ ଜମାଇବା ଓ ଯଦି ଏହା ଗଣମାଧ୍ୟମ ପାଇଁ ଆକର୍ଷଣୀୟ ହୁଏ ତା’ହେଲେ ଅଧିକ ଭିଡ଼ ଜମିବା ଏକ ସାଧାରଣ ଦୃଶ୍ୟ । ବର୍ଷକତଳେ ମାଙ୍ଗାଲୋର ସହରର ଏକ ପାକଶାଳାରେ ଯୁବକ-ଯୁବତୀଙ୍କର ଅସଂଯତ ନୃତ୍ୟର ପ୍ରତିବାଦ କରି ସେତେବେଳେ ସ୍ଥାନୀୟ ଏକ ସଙ୍ଗଠନର କିଛି ସଭ୍ୟ ଯାଇ ସେମାନଙ୍କୁ ସେଥିରୁ ନିବୃତ୍ତ କରାଇବାପାଇଁ ଉଦ୍ୟମ କଲେ-ସେତେବେଳେ ଏହି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଗଲା ଏକ ବିରାଟ ଅଭିଯାନ-ଯାହା ପିଙ୍କ୍ଚଡ଼ି ଅଭିଯାନ ଭାବରେ ପ୍ରଚାରିତ ହେଲା । ଯୁବତୀମାନେ ହଜାର ହଜାର ସଂଖ୍ୟାରେ ବ୍ୟବହୃତ ଓ ଅବ୍ୟବହୃତ ଅନ୍ତର୍ବାସ ଏହି ବ୍ୟକ୍ତିମାନଙ୍କୁ ପଠାଇଲେ । ଗଣମାଧ୍ୟମରେ ଏହାର ବେଶ୍ ପ୍ରଚାର ହେଲା । ବ୍ୟକ୍ତି ସ୍ୱାଧୀନତା ଉପରେ ହସ୍ତକ୍ଷେପ ହୋଇଛି ବୋଲି ଏହି ଯୁବକଯୁବତୀଙ୍କର ସମର୍ଥକମାନେ ଚିକ୍ରାର କଲେ ।
ସେହିଭଳି ଗତ ଜାନୁଆରୀ ମାସରେ ଟରେଣ୍ଟୋ ପୋଲିସର ଜଣେ କନଷ୍ଟେବଳ ମାଇଲେ ସାଙ୍ଗୁଚି ୟର୍କ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯେତେବେଳେ ମତଦେଲେ ଯେ ଝିଅମାନେ ସ୍ୱଳ୍ପବସ୍ତ୍ର ବା ଯୌନଭାବ ଉଦ୍ରେକକାରୀ ପୋଷାକ ପିନ୍ଧିବା ପରିତ୍ୟାଗ କଲେ ବଳାକ୍ରାର ଅନେକ ପରିମାଣରେ କମିଯିବ- ସେତେବେଳେ ଏହା ସାରା ବିଶ୍ୱରେ ଚହଳ ପକାଇଲା । ଏହି ମନ୍ତବ୍ୟକୁ ପ୍ରତିବାଦ କରିବାକୁ ଯାଇ ସ୍ୱାଧୀନ ଚିନ୍ତାଧାରାର ମହିଳା ଓ ଯୁବତୀମାନେ ହଜାର ହଜାର ସଂଖ୍ୟାରେ ଅର୍ଦ୍ଧଉଲଗ୍ନ ଓ ସ୍ୱଳ୍ପବସ୍ତ୍ର ପରିଧାନ କରି ଶୋଭାଯାତ୍ରା କଲେ ଟରଣ୍ଟୋ ସହରରେ । ଯାହାକୁ ସେମାନେ ନାଁ ଦେଲେ ସ୍ଲଟ ୱାକ୍ (ଗ୍ଦକ୍ଷଙ୍କଗ୍ଧ ଙ୍ଗବକ୍ଷଳ) । ଇଂରାଜୀ ଶବ୍ଦ ସ୍ଲଟ୍ର ଅର୍ଥ ହେଉଛି ଯୌନ ଉତ୍ସୃଙ୍ଖଳ ନାରୀ । ଭାରତରେ ମଧ୍ୟ ଏହିଭଳି ସ୍ଲଟ ୱାକ୍ ଅନୁଷ୍ଠିତ ହେଲା- ବଡ଼ ବଡ଼ ସହରରେ । ଯାହାକୁ ଭାରତୀୟ ଭାଷାରେ ବେସରମୀ ଶୋଭାଯାତ୍ରା ବୋଲି କୁହାଗଲା ।
କିନ୍ତୁ ଯେଉଁ ପ୍ରସଙ୍ଗ ନେଇ ଆନ୍ନାଙ୍କ ଅନଶନରେ ଭିଡ଼ ହେଉଛି- ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ- ଯାହା ସାଧାରଣ ଜୀବନକୁ ବେଶ୍ ଅସ୍ତବ୍ୟସ୍ତ କରୁଛି । କିନ୍ତୁ ଏହାକୁ କିପରି ସାମ୍ନା କରାଯିବ- ତାହା ନେଇ ଭିନ୍ନ ମତ ରହିବା ଅସ୍ୱାଭାବିକ ନୁହେଁ । ଆନ୍ନାଙ୍କ ପ୍ରସ୍ତାବକୁ ଗ୍ରହଣ ନକରିବା ଅର୍ଥନୁହେଁ ଦୁର୍ନୀତିକୁ ସମର୍ଥନ କରିବା । ଆନ୍ନାଙ୍କର ପ୍ରସ୍ତାବକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ଏହା ବୁଝିବା ଉଚିତ । ଏହି ଉପଲବ୍ଧô ହିଁ ସେମାନଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ଅଛି ବୋଲି ପ୍ରତିପାଦିତ କରିବ । ଭାରତୀୟ ରାଜନୀତିରେ ଦୁର୍ନୀତି ସବୁବେଳେ ଏକ ପ୍ରସଙ୍ଗ ହୋଇ ରହିଛି-ତାକୁ ହ୍ରାସ କରିବାର ସମସ୍ତ ଉପାୟ ଏଯାବତ୍ ବ୍ୟର୍ଥ ହୋଇଛି । ଠିକ୍ ମଶା ସୃଷ୍ଟି କରୁଥିବା ଜଳାଶୟକୁ ନପୋତି-ମଶା ଔଷଧ ପକାଇ ମଶା ମାରିଲା ଭଳି । ତେଣୁ ଉପଭୋକ୍ତାବାଦକୁ ପ୍ରୋତ୍ସାହିତ କରୁଥିବା, ବୈଷମ୍ୟ ବୃଦ୍ଧିକରୁଥିବା ଅର୍ଥନୈତିକ ପରିବେଶକୁ ଯଦି ନିଷ୍ଠାର ସହ ବିରୋଧ ନକରାଯାଏ-ତା’ହେଲେ ଦୁର୍ନୀତି ମୂଳୋପôାଟନ ଅସମ୍ଭବ । ଅବଶ୍ୟ ଆନ୍ନା ଅନଶନରେ ଭିଡ଼ କରୁଥିବା ଯୁବକଯୁବତୀଙ୍କ ପାଇଁ ଏହା କଦାପି ଗ୍ରହଣୀୟ ନୁହେଁ କାରଣ ଏହା ହେଲେ ସେମାନଙ୍କୁ ଯେ ଲୁଇଫିଲିପ, ଆଲେନ ସୋଲୀ, ବ୍ଲାକ୍ବେରୀ ଭଳି ବିଦେଶୀ କମ୍ପାନୀମାନଙ୍କର ଚକଚକିଆ ପୋଷାକ ପିନ୍ଧାରୁ ବଞ୍ଚôତ ହେବାକୁ ପଡ଼ିବ ।        -ଶୁଦ୍ରକ
ସବୁଠି ସ୍ୱାଧୀନତା ସଂଗ୍ରାମ
ଆନ୍ନା ତ ଦ୍ୱିତୀୟ ସ୍ୱାଧୀନତାରବାହକ ବୋଲି ଗଣମାଧ୍ୟମ ବାରମ୍ବାର କହିବା ଅସ୍ୱାଭାବିକ ନୁହେଁ- କାରଣ ଆନ୍ନା ନିଜେ ତାଙ୍କର ଦୁର୍ନୀତି ବିରୋଧରେ ‘ସଂଗ୍ରାମ’କୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି କହୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ସିପିଏମ୍ର ୩୪ବର୍ଷ ଶାସନରୁ ମୁକ୍ତକରି ଏକ ନୂତନ ସ୍ୱାଧୀନତା ଆଣିଛନ୍ତି ବୋଲି ମତପୋଷଣ କରନ୍ତି ମମତାଙ୍କ ଦୃଢ଼ ସମର୍ଥକ ବିଧାନନଗର ନଗରପାଳିକାର ଅଧ୍ୟକ୍ଷା କୃଷ୍ଣା ଚକ୍ରବର୍ତ୍ତୀ । ଯେପରି ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଂଗ୍ରାମୀମାନଙ୍କର ଜୀବନୀ ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି, ସେହିଭଳି ମମତାଙ୍କର ଜୀବନୀ ମଧ୍ୟ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀ ପଢ଼ିବା ଉଚିତ ବୋଲି କୁହନ୍ତି କୃଷ୍ଣା ଚକ୍ରବର୍ତ୍ତୀ । ତେଣୁ ଏକ ପୁରସ୍କାର ବିତରଣ ଉତ୍ସବରେ ସେ କୃତୀ ଛାତ୍ରଛାତ୍ରୀଙ୍କ ଭିତରେ ବାଣ୍ଟନ୍ତିପୁସ୍ତକ ‘ମହାକାରଣେ ମମତା’ (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୨ ଇଙ୍କଶ ୨୦୧୧, ‘ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ଷରଗ୍ଦଗ୍ଦକ୍ଟଦ୍ଭ କ୍ଷରବଙ୍ଖରଗ୍ଦ ଭସଗ୍ଧଗ୍ଧରକ୍ସ ଗ୍ଧବଗ୍ଦଗ୍ଧର’) ।
ଦଳୀୟ କ୍ଷମତାର ପରିବର୍ତ୍ତନ ଯଦି ସ୍ୱାଧୀନତା ପ୍ରାପ୍ତି ସହ ତୁଳନୀୟ ହୋଇଯାଏ, ତା’ହେଲେ ପ୍ରତ୍ୟେକ ପାଞ୍ଚବର୍ଷରେ ସ୍ୱାଧୀନତାର ସ୍ୱାଦ ଭାରତର କୌଣସି ନା କୌଣସି ପ୍ରଦେଶରେ ବା ସାରାଭାରତରେ, ଲୋକେ ଯେ ଚାଖିବାକୁ ପାଇବେ ଏଥିରେ ସନେ୍ଦହ ନାହିଁ ।
ଓଡ଼ିଶାରେ ଏ’ଭଳି ସ୍ୱାଧୀନତା ସଂଗ୍ରାମୀ କେବେ ବାହାରିବେ, ତାହାହିଁ ଦେଖିବାକୁ ରହିଲା । -ଶୁଦ୍ରକ
ଆନ୍ନାଙ୍କର ବିଜୟ
ରବିବାର (୨୮.୮.୨୦୧୧)ଦିନ ଆନ୍ନା ହଜାରେ ତାଙ୍କର ୧୨ଦିନ ଧରି ଜାରି ରଖିଥିବା ଅନଶନକୁ ଭାଙ୍ଗିବା ପରେ ତାଙ୍କର ସମର୍ଥକମାନେ ଆନ୍ନାଙ୍କର ବିଜୟହେଲା ବୋଲି ଘୋଷଣା କରି-ରଙ୍ଗଖେଳରେ ମାତିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଛି । ଯଦିଓ ଆନ୍ନା କହିଛନ୍ତି ଯେ ସେ ତାଙ୍କର ଅନଶନ ଭାଙ୍ଗିନାହାନ୍ତି ଓ ସ୍ଥଗିତ ରଖିଛନ୍ତି (ଓ ଷବଙ୍ଖର ହଙ୍କଗ୍ଦଗ୍ଧ ଗ୍ଦଙ୍କଗ୍ଦକ୍ଟ୍ରରଦ୍ଭୟରୟ ଗ୍ଧଷର ଲବଗ୍ଦଗ୍ଧ… ୟସୟ ଦ୍ଭକ୍ଟଗ୍ଧ ରଦ୍ଭୟ ସଗ୍ଧ) ଓ ବିଜୟକୁ ଅଧା ବିଜୟ ବୋଲି ଅଭିହିତ କରିଛନ୍ତି, ତାଙ୍କର ସମର୍ଥକମାନଙ୍କର ମିଠାଖିଆ, ରଙ୍ଗବୋଳା, ଉଦ୍ଧାମତା ଦେଖିଲେ ସେମାନେ ଏହାକୁ ପୂର୍ଣ୍ଣବିଜୟ ବୋଲି ଭାବୁଛନ୍ତି ବୋଲି ମନେହୁଏ । ଯେଉଁମାନେ ସ୍ମରଣ କରନ୍ତି ଯେ ଜନଲୋକପାଳ ବିଲ୍ ଅଗଷ୍ଟ ୩୦ ସୁଦ୍ଧା ସଂସଦରେ ଗୃହୀତ ହେଉ ବୋଲି ଜିଦ୍ କରି ଆନ୍ନା ଅନଶନରେ ବସିଥିଲେ-ସେମାନେ ସ୍ୱାଭାବିକ ପ୍ରଶ୍ନ କରୁଥିବେ ଯେ ଆନ୍ନାଙ୍କର ବିଜୟ କିପରି ହେଲା । ହଁ, ଷ୍ଟାଣ୍ଡିଂ କମିଟିକୁ ଆଲୋଚନା ପୂର୍ବରୁ ଗଲାନାହିଁ, ଆଲୋଚନା ହୋଇ ଗୋଟିଏ ରିଜୋଲୁ୍ୟସନ କରାଯାଇ, ଷ୍ଟାଣ୍ଡିଂ କମିଟିକୁ ତ ପଠାଗଲା । ଅର୍ଥାତ ୩୦ଅଗଷ୍ଟ ଭିତରେ ଆନ୍ନାଙ୍କର ଜିଦ୍ ରହିଲା ନାହିଁ । ଏହାଛଡ଼ା ଯେଉଁ ୩ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଗଲା,ସେଗୁଡ଼ିକୁ ନୀତିଗତ ଭାବରେ ସଂସଦ ଗ୍ରହଣ କରିଲେ ମଧ୍ୟ ଝଗ୍ଧବଦ୍ଭୟସଦ୍ଭଶ ମକ୍ଟଜ୍ଞଜ୍ଞସଗ୍ଧଗ୍ଧରର ଏହା ଉପରେ କ‘ଣ ମତ ଦେବ- ତାହା ଝଗ୍ଧବଦ୍ଭୟସଦ୍ଭଶ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର ଉପରେ ହିଁ ଛାଡ଼ି ଦିଆଗଲା । ତେଣୁ ଆନ୍ନାଙ୍କର ବିଜୟ ହେଲା କିପରି? ବୋଧହୁଏ ଝଗ୍ଧବଦ୍ଭୟସଦ୍ଭଶ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରରର ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ମୁଖପାତ୍ର ଅଭିଷେକ ମନୁ ସିଂଘଭିଙ୍କର ମନ୍ତବ୍ୟ ବେଶୀ ସଠିକ ବୋଲି ମନେହୁଏ ଯେ ଉଭୟ ସଂସଦ ଓ ଆନ୍ନାଙ୍କର ବିଜୟ ହୋଇଛି । ଏହା ଏକ ରାଜନୈତିକ ମନ୍ତବ୍ୟ ବୋଲି କୁହାଯାଇ ପାରେ । କିନ୍ତୁ ଟିମ୍ ଆନ୍ନାଙ୍କର ସଭ୍ୟମାନଙ୍କ ମୁଖମଣ୍ଡଳ ଦେଖିଲେ- ପରାଜୟର ବିଷନ୍ନତା ଯେ ବାରି ହେଉଛି- ଏଥିରେ ସନେ୍ଦହ ନାହିଁ । ଅବଶ୍ୟ ସଂସଦରେ ତିନୋଟି ଲୋକପାଳ ବିଲ୍ ପାଇଁ ସରକାରୀ ପ୍ରସ୍ତାବ ସହ ଆନ୍ନା ରାଜି ହୋଇଯିବା ପରେ ଆନ୍ନାଙ୍କର ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଅଭିଯାନର ଖାସ୍ ସଦସ୍ୟ ଦେବେନ୍ଦ୍ର ଶର୍ମା କହିଥିଲେ ଯେ ସରକାରଙ୍କର ହିଁ ବିଜୟ ହୋଇଛି ଓ ସେମାନଙ୍କର ଆନେ୍ଦାଳନ ବିଫଳ ହୋଇଛି । ତାଙ୍କରି ଭାଷାରେ ‘ଆମେ କିଛି ହାସଲ କରିପାରି ନାହୁଁ । କୌଣସି ପ୍ରତିଶ୍ରୁତି ନାହିଁ ଯେ ଜନଲୋକପାଳ ବିଲ୍ରେ ଥିବା ପ୍ରସ୍ତାବଗୁଡ଼ିକ ଗୃହୀତ ହେବ ।’ (‘ଡର ଷବଙ୍ଖର ବମଗ୍ଧଙ୍କବକ୍ଷକ୍ଷଚ୍ଚ ବମଷସରଙ୍ଖରୟ ଦ୍ଭକ୍ଟଗ୍ଧଷସଦ୍ଭଶ. ଞଷରକ୍ସର ସଗ୍ଦ ଦ୍ଭକ୍ଟ ବଗ୍ଦଗ୍ଦଙ୍କକ୍ସବଦ୍ଭମର ଗ୍ଧଷବଗ୍ଧ ବଦ୍ଭଚ୍ଚଗ୍ଧଷସଦ୍ଭଶ ସଦ୍ଭ ଗ୍ଧଷର ଔବଦ୍ଭ ଖକ୍ଟଳଚବକ୍ଷ ଈସକ୍ଷକ୍ଷ ଙ୍ଗସକ୍ଷକ୍ଷ ରଙ୍ଖରଦ୍ଭ ଭର ସଦ୍ଭମକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧରୟ, ଦ୍ରଷ୍ଟବ୍ୟ: ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝଗ୍ଧବଦ୍ଭୟବକ୍ସୟ, ୨୬ଇଙ୍କଶ ୨୦୧୧, ଚ.୧୪)
– ଶୁଦ୍ରକ

୧-୧୫ ଅକ୍ଟୋବର ୨୦୧୧
ଦୁର୍ନୀତି ଉପରେ ଆନ୍ନାଙ୍କ କବ୍ଜା
ଦୁର୍ନୀତି ବିରୋଧରେ ଆଉ କେହି ସ୍ୱର ଉତ୍ତୋଳନ କରୁ ଓ ଗଣମାଧ୍ୟମର ଉପଜୀବ୍ୟ ହେଉ, ତାହା ଆନ୍ନା ହଜାରେ ଚାହାନ୍ତି ନାହିଁ । ସତେଯେପରି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନଉପରେ ଆନ୍ନାଙ୍କର ଏକଚାଟିଆ ଅଧିକାର । ଦୁର୍ନୀତି ବିରୋଧରେ ୩୦ ଜାନୁଆରୀ ୨୦୧୧ଦିନ ଆମରଣ ଅନଶନ ଆରମ୍ଭ କରିଥିବା ବୟାନବେ ବର୍ଷ ବୟସ୍କ ଗାନ୍ଧୀବାଦୀ ନେତା ଶମ୍ଭୁଦତ୍ତଙ୍କୁ କିପରି ଅନଶନରୁ ଟିମ୍ ଆନ୍ନା ନିବୃତ୍ତ କରାଇଥିଲେ, ତାହା ତ ଏହିପୃଷ୍ଠାରେ ପୂର୍ବରୁ ଲେଖାଯାଇଛି । ବାବା ରାମଦେବଙ୍କର ଦୁର୍ନୀତି ବିରୋଧୀ ଅନଶନ ଉପରେ ସରକାରଙ୍କର କଠୋର ଦମନ, ଅଥଚ ଆନ୍ନାଙ୍କ ଅନଶନ ପ୍ରତି ଅହେତୁକ ସମ୍ବେଦନ-ଦର୍ଶାଉଛି ଉପା ସରକାରଙ୍କର ଆନ୍ନାଙ୍କର ଏକଚାଟିଆ ଅଧିକାରକୁ ସ୍ୱୀକୃତି । ତେଣୁ ସ୍ୱାଭାବିକ ଦୁର୍ନୀତି ବିରୋଧରେ ବିଜେପି ନେତା ଲାଲକୃଷ୍ଣ ଆଡ଼ୱାଣିଙ୍କର ଯାତ୍ରାକୁ ଆନ୍ନା ଏକ ପ୍ରହସନ ବୋଲି ଅଭିହିତ କରିଛନ୍ତି । (ଦ୍ରଷ୍ଟବ୍ୟ: ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୪ ଝରକ୍ଟ୍ର, ୨୦୧୧) । ଏହିଭଳି ମନ୍ତବ୍ୟ କଂଗ୍ରେସ ଦଳ ପାଇଁ ଯେ ଅନୁକୂଳ, ଏଥିରେ ସନେ୍ଦହ ନାହିଁ । ଏଠାରେ ସ୍ମରଣ କରାଯାଇପାରେ ଯେ ୫ଏପ୍ରିଲ ୨୦୧୧ଦିନ ଆନ୍ନା ଆମରଣ ଅନଶନରେ ବସି, ୬ଏପ୍ରିଲରୁ ୧୫ଜୁନ୍ ୨୦୧୧ ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ବିଜେପି ଦେଇଥିବା ପ୍ରସ୍ତାବକୁ ଭଣ୍ଡୁର କରିବାରେ ସମର୍ଥ ହୋଇଥିଲେ । କହିବା ବାହୁଲ୍ୟ ଯେ ଶକ୍ତି ସାମ୍ପ୍ରଦାୟିକ ହେଉ ବା ଅଣସାମ୍ପ୍ରଦାୟିକ, ଦକ୍ଷିଣପନ୍ଥୀ ହେଉ ବା ବାମପନ୍ଥୀ, ଆନ୍ନା ହଜାରେଙ୍କର ନେତୃତ୍ୱାଧୀନ ଭଦ୍ର ସମାଜର ହିଁ ଏକଚାଟିଆ ଅଧିକାର ଦୁର୍ନୀତି ବିରୋଧରେ- ଏହାହିଁ ଆନ୍ନାଙ୍କର ଧାରଣା ।
ଏହିଭଳି ଏକଛତ୍ରବାଦୀ ମନୋଭାବ ସୁସ୍ଥ ଗଣତନ୍ତ୍ର ପରମ୍ପରାର ପରିପନ୍ଥୀ । ତେବେ କେଉଁ ଅଦୃଶ୍ୟ ଶକ୍ତି ଆନ୍ନା ହଜାରେଙ୍କର ଏହି ମନୋଭାବର ସୁଯୋଗ ନେଇ ଦୁର୍ନୀତି ବିରୋଧରେ ଅଭିଯାନକୁ ନିୟନ୍ତ୍ରିତ କରିବା ପାଇଁ ଚେଷ୍ଟାକରୁଛି, ତାହାକୁ ଉନ୍ମୋଚିତ କରିବାର ଆବଶ୍ୟକତା ଅଛି । ତେବେ ବିଶ୍ୱବ୍ୟାଙ୍କ ୧୯୯୭ ମସିହାରୁ ଦୁର୍ନୀତିକୁ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରସଙ୍ଗ ଭାବେ ଯେ ଭଦ୍ର ସମାଜ ସାମ୍ନାରେ ଥୋଇ ଆସୁଅଛି- ତାହାକୁ ଆଦୌ ଅଣଦେଖା କରାଯାଇ ନପାରେ, ବିଶେଷତଃ ଯେତେବେଳେ ତା’ର ନିଦେ୍ର୍ଧଶିତ ଜଗତୀକରଣ, ଘରୋଇକରଣ ଓ ଉଦାରୀକଣ ଅର୍ଥନୀତି ହୋଇଛି ଦୃଶ୍ୟମାନ ବିପୁଳାକାର ଦୁର୍ନୀତିର ଜନନୀ । -ଶୁଦ୍ରକ
ନୀରା ରାଡ଼ିଆ ଓ ମିଡÿିଆ
ଆନ୍ନା ଅନଶନର ସମ୍ମୋହନ ଭାଙ୍ଗିବା ପରେ କେହି କେହି ନୀରା ରାଡ଼ିଆ ପ୍ରସଙ୍ଗ ମିଡ଼ିଆରୁ ପ୍ରାୟଃ ଉଭାନ ହୋଇଯିବା ଦ୍ୱାରା ବେଶ୍ ବିସ୍ମିତ ହୋଇଛନ୍ତି । ମନ୍ତ୍ରୀ, ଶିଳ୍ପପତି ଓ ସାମ୍ବାଦିକଙ୍କ ଭିତରେ ମଧ୍ୟ ସ୍ଥିର ଅତୁଳନୀୟ ଭୂମିକାରେ ଅବତୀର୍ଣ୍ଣ ଏହି ଆତ୍ମବିଶ୍ୱାସୀ, ନିର୍ଭୀକ ମହିଳା ଗତବର୍ଷ ପ୍ରାୟଃ ଏହି ସମୟରେ ଯେଉଁଭଳି ଚହଳ ପକାଇଥିଲେ ଓ ଚର୍ଚ୍ଚିତ ହୋଇଥିଲେ, ତାହା ଆଶ୍ଚର୍ଯ୍ୟଜନକ ଭାବେ ବିଶେଷତଃ ଆନ୍ନାଙ୍କର ଅନଶନ ଅଭିଯାନ ଆରମ୍ଭ ହୋଇଯିବାପରେ, ସ୍ତିମିତ ହୋଇଗଲା କାହିଁକି?
ଯେଉଁମାନେ ଆନ୍ନାଙ୍କୁ ଓ ତାଙ୍କର ଦୁର୍ନୀତି ବିରୋଧୀ ଅଭିଯାନକୁ ମିଡ଼ିଆ ତିଆରି ବୋଲି ଭାବନ୍ତି- ସେମାନେ ଏହାର ଉତ୍ତର ସହଜରେ ପାଇପାରିବେ । ନୀରା ରାଡ଼ିଆ ପ୍ରସଙ୍ଗ ଯେ ମିଡ଼ିଆର ଛବିକୁ ଅସ୍ୱଚ୍ଛ କରିଦେଇଥିଲା- ଏଥିରେ ସନେ୍ଦହ ନାହିଁ । ବର୍ଖା ଦତ୍ତ, ପ୍ରଭୁ ଚାୱଲା ଓ ବୀର ସିଂଘୱୀଙ୍କ ଭଳି ଧୂରୀଣ ସାମ୍ବାଦିକ ‘ଦଲାଲି’ କରୁଥିବାର ଅପବାଦ ପାଇଲେ । ଏହି ସାମ୍ବାଦିକ ମାନଙ୍କର ଆଚରଣ ମିଡ଼ିଆପାଇଁ ଏକ ବୋଝ ହୋଇଗଲା । ପ୍ରଭୁ ଚାୱାଲଙ୍କୁ ତ’ ଇଣ୍ଡିଆଟୁଡେରୁ ବିଦାୟ ନେବାକୁ ପଡ଼ିଲା । ତେଣୁ ନୀରାରାଡ଼ିଆ ପ୍ରସଙ୍ଗ ଉଠାଇବାର ଅର୍ଥ ମିଡ଼ିଆର ଅସ୍ୱଚ୍ଛତା ସମ୍ପର୍କରେ ଦର୍ଶକଙ୍କୁ ଓ ପାଠକଙ୍କୁ ସ୍ମରଣ କରାଇଦେବା । କର୍ପୋରେଟମାନଙ୍କର ଦୁର୍ନୀତିରେ ସମ୍ପୃକ୍ତିକୁ ମନେ ପକାଇଦେବା । ଏହା ହୋଇଥିଲେ ଅଣାକାର ଦୁର୍ନୀତିର ଏକ ଆକାର ଜନଗଣଙ୍କ ସାମ୍ନାରେ ଦୃଶ୍ୟ ହୋଇଥାନ୍ତା । ଅଣାକାର ଦୁର୍ନୀତିର ସ୍ୱରୂପ ନଷ୍ଟ ହୋଇଯାଇଥାନ୍ତା । ଅପର ପକ୍ଷରେ ଏକ ଅସ୍ୱଚ୍ଛ ମିଡ଼ିଆ ଦ୍ୱାରା ଅଣାକାର ଦୁର୍ନୀତି ବିରୋଧରେ ଅନଶନରେ ବସିଥିବା ଆନ୍ନାଙ୍କର ଏକ ଗ୍ରହଣୀୟ ଭାବମୂର୍ତ୍ତି ଯେ ସମ୍ଭବ ନୁହେଁ- ତାହା ଆନ୍ନାଙ୍କୁ ଦୁର୍ନୀତି ବିରୋଧରେ ଏକ ବ୍ରାଣ୍ଡ୍ ନେମ (ଈକ୍ସବଦ୍ଭୟ ଦ୍ଭବଜ୍ଞର) ଭାବେ ତିଆରି କରିବା ପାଇଁ ମୁଣ୍ଡ ଖଟାଇଥିବା ଆନ୍ନା ଟିମ୍ର ସଭ୍ୟବୃନ୍ଦ ବଡ଼ ବଡ଼ ମିଡ଼ିଆ ପ୍ରତିଷ୍ଠାନ ଓ କର୍ପୋରେଟ ବା କମ୍ପାନୀମାନେ ବୁଝିଥିଲେ । ତେଣୁ ଶୁଦ୍ରକର ସନେ୍ଦହ ଯେ ନୀରା ରାଡ଼ିଆ ପ୍ରସଙ୍ଗ ମିଡ଼ିଆରୁ ଉଭାନ ହୋଇଯିବା- ଟିମ୍ ଆନ୍ନାର ସଭ୍ୟବୃନ୍ଦ, ମିଡ଼ିଆର ବଡ଼ ବଡ଼ ରଥୀ ଓ କର୍ପୋରେଟ ସେନାପତିମାନଙ୍କ ମଧ୍ୟରେ ଏକ ଗୋପନୀୟ ବୁଝାମଣାର ପରିଣତି । ଦୁର୍ନୀତି ବିରୋଧରେ ଆନ୍ନା ଏକ ବ୍ରାଣ୍ଡ୍ ନେମ୍ (ଈକ୍ସବଦ୍ଭୟ ଦ୍ଭବଜ୍ଞର) ହୋଇ ଉଭାହେଲେ ଓ ଦୁର୍ନୀତି ଅଣାକାର ହୋଇ ରହିଲା ।  -ଶୁଦ୍ରକ

୧୬-୩୧ ଅକ୍ଟୋବର ୨୦୧୧
ଆନ୍ନା ହଜାରେ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ
ଦୁର୍ନୀତିବିରୋଧୀ ଆନ୍ନା ଆନେ୍ଦାଳନର ଏକ ଠୋସ ଅଭିବ୍ୟକ୍ତି ସମ୍ପ୍ରତି ଆମେ ଦେଖୁଛୁ ହରିଆନାର ହିସାର ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ । ଦୁର୍ନୀତିବିରୋଧୀ ଆନ୍ନାଗୋଷ୍ଠୀ ବର୍ତ୍ତମାନ ପ୍ରତ୍ୟକ୍ଷଭାବେ କଂଗ୍ରେସ ଶକ୍ତିଭାବେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀଯୁକ୍ତ ଜୟପ୍ରକାଶଙ୍କୁ ପରାସ୍ତ କରିବାପାଇଁ ହିସାର ଭୋଟଦାତାଙ୍କୁ ଆହ୍ୱାନ ଦେଉଛନ୍ତି ହିସାର ନିବାସୀ ଓ କ୍ରମସଙ୍କୁଚିତ ଆନ୍ନାଗୋଷ୍ଠୀର ମୁଖର ମୁଖପାତ୍ର ଅରବିନ୍ଦ କେଜରୀୱାଲ୍ । ବିଡ଼ମ୍ବନା ଯେ ଜୟପ୍ରକାଶ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଜୟ ଚଉତାଲା ଓ କୁଲଦୀପ ବିଷ୍ନୋୟୀଙ୍କ ଠାରୁ ଅଧିକ ଦୁର୍ନୀତିମୁକ୍ତ ବୋଲି ସେଠାକାର ଅଧିବାସୀମାନେ ମତ ଦେଉଛନ୍ତି । ଅବଶ୍ୟ ଆନ୍ନା ହଜାରେ ଏଯାବତ୍ ସଶରୀରେ ହିସାର ମାଟିରେ ପାଦ ରଖିନାହାନ୍ତି-ଆନ୍ନାଙ୍କର ଭିଡ଼ିଓ ଦେଖାଇ ଜନତାଙ୍କର ଉକ୍ରଣ୍ଠାକୁ ନିବାରଣ କରାଯାଉଛି । ତେବେ ଅରବିନ୍ଦ କେଜରୀୱାଲଙ୍କ ବ୍ୟତୀତ ମନୁ ସିସୋଦିଆ ଓ ମିଡ଼ିଆ ବ୍ୟାକୁଳ କିରଣ ବେଦୀ ବିଭିନ୍ନ ମଞ୍ଚରେ ଦୃଶ୍ୟମାନ ହେଉଥିଲେ ହେଁ- ପ୍ରଶାନ୍ତ ଭୂଷଣ, ଶାନ୍ତିଭୂଷଣଙ୍କ ଭଳି ଆନ୍ନାଟିମ୍ର ବରିଷ୍ଠ ସଦସ୍ୟମାନଙ୍କୁ ହିସାର ମାଟିରେ ଦେଖିବାକୁ ମିଳୁନାହିଁ । ଏକଦା ଆନ୍ନାଟିମ୍ର ଅତ୍ୟନ୍ତ ଅନ୍ତରଙ୍ଗ କର୍ଣ୍ଣାଟକର ପୂର୍ବତନ ଲୋକାୟୁକ୍ତ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାନ୍ୟବର ସନ୍ତୋଷ ହେଗଡ଼େ, ଏହିଭଳି ଭୂମିକାକୁ ଅବଶ୍ୟ ନାପସନ୍ଦ କରିଛନ୍ତି । କେହି କେହି ଏହିଭଳି ଉଦ୍ୟମକୁ ଭାରତର ରାଷ୍ଟ୍ରପତି ହେବାପାଇଁ ଆନ୍ନାଙ୍କ ଅଭିଳାଷର ପ୍ରଥମ ପାହାଚ କହୁଥିବାବେଳେ, ହିସାର ପୁତ୍ର ଅରବିନ୍ଦ କେଜରୀୱାଲ ଆଗାମୀ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ଅନେକଙ୍କ ମନରେ ସନେ୍ଦହ ଉଙ୍କିମାରିଛି । ତେବେ ଆନ୍ନା ହଜାରେ ବା ଆନ୍ନା ଟିମ୍ର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣର ଅଭିଳାଷକୁ ପ୍ରତ୍ୟେକ ଗଣତନ୍ତ୍ରପ୍ରେମୀ ନାଗରିକ ସ୍ୱାଗତ କରିବା ଉଚିତ । ତେବେ ଏହିଭଳି ଏକ ଉଦ୍ଧୀପନା ଭରା ବାତାବରଣ ଭିତରେ-ଅରବିନ୍ଦ କେଜରୀୱାଲ ଆନ୍ନାଙ୍କୁ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ ଥୋଇବା-ଗଣମାଧ୍ୟମରେ ଏକ ଅତ୍ୟନ୍ତ ଦୃଷ୍ଟି ଆକର୍ଷଣକାରୀ ସମ୍ବାଦ ହୋଇଛି । ଅବଶ୍ୟ ଏହା ସହିତ ଅରବିନ୍ଦ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ପାର୍ଲିଆମେଣ୍ଟର ଊଦ୍ଧ୍ୱର୍ରେ ଓ ଏହା ଭାରତୀୟ ସମ୍ବିଧାନସମ୍ମତ । ଏହି ବକ୍ତବ୍ୟକୁ ଯଦି ଗ୍ରହଣ କରି ନିଆଯାଏ, ତା’ହେଲେ ଆନ୍ନାପ୍ରସ୍ତୁତ ଜନଲୋକପାଳ ବିଲ୍କୁ ପାର୍ଲିଆମେଣ୍ଟରେ ଗୃହୀତ କରାଇବା ପାଇଁ ଅରବିନ୍ଦ କେଜରୀୱାଲ କାହିଁକି ଏତେ ଗୁରୁତ୍ୱ ଦେଉଛନ୍ତି? କିନ୍ତୁ ଅରବିନ୍ଦ ତାଙ୍କର ବକ୍ତବ୍ୟ ସମ୍ବିଧାନସମ୍ମତ ବୋଲି ଯେଉଁ ଦାବି କରିଛନ୍ତି, ତାହା ସହିତ ଏକମତ ହେବା ସମ୍ଭବ ନୁହେଁ ।
ଭାରତର ସମ୍ବିଧାନର ଦ୍ୱିତୀୟଖଣ୍ଡ (ଚବକ୍ସଗ୍ଧ -ଓଓ)ରେ ନାଗରିକତ୍ୱ (ମସଗ୍ଧସଚ୍ଛରଦ୍ଭଗ୍ଦଷସକ୍ଟ୍ର) ପରିଚ୍ଛେଦରେ ଉଲ୍ଲେଖ କରାଯାଇଥିବା ଧାରା ୫ରୁ ଧାରା ୧୧ମଧ୍ୟରୁ ଧାରା ୧୦ ଓ ଧାରା ୧୧-ଅରବିନ୍ଦଙ୍କର ଦାବିର ସଠିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଏ । ଧାରା ୧୦ଅନୁସାରେ ପ୍ରତ୍ୟେକ ଭାରତୀୟ ନାଗରିକ ପାର୍ଲିଆମେଣ୍ଟ ଦ୍ୱାରା ପ୍ରସ୍ତୁତ, ଆଇନର ପରିସରଭିତରେ ହିଁ ତା’ର ନାଗରିକତ୍ୱ ବଜାୟ ରଖିପାରିବ । (ଋଙ୍ଖରକ୍ସଚ୍ଚ କ୍ଟ୍ରରକ୍ସଗ୍ଦକ୍ଟଦ୍ଭ ଙ୍ଗଷକ୍ଟ ସଗ୍ଦ କ୍ଟକ୍ସ ସଗ୍ଦ ୟରରଜ୍ଞରୟ ଗ୍ଧକ୍ଟ ଭର ବ ମସଗ୍ଧସଚ୍ଛରଦ୍ଭ କ୍ଟଲ ଓଦ୍ଭୟସବ ଙ୍କଦ୍ଭୟରକ୍ସ ବଦ୍ଭଚ୍ଚ କ୍ଟଲ ଗ୍ଧଷର ଲକ୍ଟକ୍ସରଶକ୍ଟସଦ୍ଭଶ କ୍ଟ୍ରକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭଗ୍ଦ କ୍ଟଲ ଗ୍ଧଷସଗ୍ଦ କ୍ଟ୍ରବକ୍ସଗ୍ଧ ଗ୍ଦଷବକ୍ଷକ୍ଷ, ଗ୍ଦଙ୍କଭହରମଗ୍ଧ ଗ୍ଧକ୍ଟ ଗ୍ଧଷର କ୍ଟ୍ରକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭଗ୍ଦ କ୍ଟଲ ବଦ୍ଭଚ୍ଚ କ୍ଷବଙ୍ଗ ଗ୍ଧଷବଗ୍ଧ ଜ୍ଞବଚ୍ଚ ଭର ଜ୍ଞବୟର ଭଚ୍ଚ କ୍ଟ୍ରବକ୍ସକ୍ଷସବଜ୍ଞରଦ୍ଭଗ୍ଧ, ମକ୍ଟଦ୍ଭଗ୍ଧସଦ୍ଭଙ୍କର ଗ୍ଧକ୍ଟ ଭର ଗ୍ଦଙ୍କମଷ ମସଗ୍ଧସଚ୍ଛରଦ୍ଭ) । ଧାରା ୧୧ଅନୁସାରେ ନାଗରିକତ୍ୱ ଗ୍ରହଣ କରିବା କ୍ଷେତ୍ରରେ ବା ଏହାକୁ ବାତିଲ କରିବା କ୍ଷେତ୍ରରେ, ନାଗରିକତ୍ୱ ସମ୍ପର୍କିତ ସମସ୍ତ ବିଷୟରେ ପାର୍ଲିଆମେଣ୍ଟର କ୍ଷମତାକୁ କେହି ନେଇଯାଇପାରିବ ନାହିଁ । (ଘକ୍ଟଗ୍ଧଷସଦ୍ଭଶ ସଦ୍ଭ ଗ୍ଧଷର ଲକ୍ଟକ୍ସଶକ୍ଟସଦ୍ଭଶ କ୍ଟ୍ରକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭଗ୍ଦ କ୍ଟଲ ଗ୍ଧଷସଗ୍ଦ ଚବକ୍ସଗ୍ଧ ଗ୍ଦଷବକ୍ଷକ୍ଷ ୟରକ୍ସକ୍ଟଶବଗ୍ଧର ଲକ୍ସକ୍ଟଜ୍ଞ ଗ୍ଧଷର କ୍ଟ୍ରକ୍ଟଙ୍ଗରକ୍ସ କ୍ଟଲ ଚବକ୍ସକ୍ଷସବଜ୍ଞରଦ୍ଭଗ୍ଧ ଗ୍ଧକ୍ଟ ଜ୍ଞବଳର ବଦ୍ଭଚ୍ଚ କ୍ଟ୍ରକ୍ସକ୍ଟଙ୍ଖସଗ୍ଦସକ୍ଟଦ୍ଭ ଙ୍ଗସଗ୍ଧଷ କ୍ସରଗ୍ଦକ୍ଟ୍ରରମଗ୍ଧ ଗ୍ଧକ୍ଟ ଗ୍ଧଷର ବମକ୍ତଙ୍କସଗ୍ଦସଗ୍ଧସକ୍ଟଦ୍ଭ ବଦ୍ଭୟ ଗ୍ଧରକ୍ସଜ୍ଞସଦ୍ଭବଗ୍ଧସକ୍ଟଦ୍ଭ କ୍ଟଲ ମସଗ୍ଧସଚ୍ଛରଦ୍ଭଗ୍ଦଷସକ୍ଟ୍ର ବଦ୍ଭୟ ବକ୍ଷକ୍ଷ କ୍ଟଗ୍ଧଷରକ୍ସ ଜ୍ଞବଗ୍ଧଗ୍ଧରକ୍ସ କ୍ସରକ୍ଷବଗ୍ଧସଦ୍ଭଶ ଗ୍ଧକ୍ଟ ମସଗ୍ଧସଚ୍ଛରଦ୍ଭଗ୍ଦଷସକ୍ଟ୍ର) । ଏହି ଧାରାଗୁଡ଼ିକ ସମ୍ପର୍କରେ ଆଇ.ଆଇ.ଟି ସ୍ନାତକ, ପୂର୍ବତନ ଆୟକର ବିଭାଗ ଅଧିକାରୀ, ମାଗାସେସେ ପୁରସ୍କାର ବିଜେତା ଅରବିନ୍ଦ କେଜରୀୱାଲ ଯେ ଅଜ୍ଞ- ଏହା ବିଶ୍ୱାସ କରିହେବ ନାହିଁ । ନିର୍ବାଚନ ପ୍ରଚାରରେ ରାଜନେତାମାନେ ଅନେକ ବିଭ୍ରାନ୍ତିକର ମନ୍ତବ୍ୟ ଜରିଆରେ ଭୋଟଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏହି ବ୍ୟାଧିରେ ଅରବିନ୍ଦ କେଜରୀୱାଲ ଆକ୍ରାନ୍ତ ହୋଇଥିବା ଅସମ୍ଭବ ନୁହେଁ । ପ୍ରତ୍ୟେକ ନାଗରିକ ପାର୍ଲିଆମେଣ୍ଟଠାରୁ ଊଦ୍ଧ୍ୱର୍ରେ କହି ଭିଡ଼ କରିଥିବା ଲୋକଙ୍କ ଭିତରେ ଏକ ଭିନ୍ନ ସ୍ୱପ୍ନ ସୃଷ୍ଟି କରିବା ହୁଏତ ତାଙ୍କର ଉଦେ୍ଧଶ୍ୟ ହୋଇପାରେ । କିନ୍ତୁ ଏହା ସମ୍ବିଧାନସମ୍ମତ ଆଦୌ ନୁହେଁ । ବରଂ ସମ୍ବିଧାନ ବିରୋଧୀ ।  ଲୋକମାନେ (ଡର, ଗ୍ଧଷର କ୍ଟ୍ରରକ୍ଟକ୍ଟ୍ରକ୍ଷର କ୍ଟଲ ଓଦ୍ଭୟସବ…) ନିଜକୁ ସମ୍ବିଧାନ ଦେବା (ଶସଙ୍ଖର ଗ୍ଧକ୍ଟ କ୍ଟଙ୍କକ୍ସଗ୍ଦରକ୍ଷଙ୍ଖରଗ୍ଦ ଗ୍ଧଷସଗ୍ଦ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ…)ର ଅର୍ଥ ନୁହେଁ ଯେ ଜଣେ ନାଗରିକ ପାର୍ଲିଆମେଣ୍ଟର ଊଦ୍ଧ୍ୱର୍ରେ । ଭାରତର ଜନଗଣ ମିଳିତଭାବେ ନିଜକୁ ଯେଉଁ ସମ୍ବିଧାନ ଦେଇଛନ୍ତି, ସେହି ସମ୍ବିଧାନ ଭିତରେ ସେମାନେ ଯେଉଁ ପାର୍ଲିଆମେଣ୍ଟର ପରିକଳ୍ପନା କରିଛନ୍ତି- ସେହି ପାର୍ଲିଆମେଣ୍ଟର ଆଇନ ପ୍ରତ୍ୟେକ ନାଗରିକ ପାଇଁ ପ୍ରଯୁଜ୍ୟ-ଏହା ମଧ୍ୟ ସେମାନେ ଉପରୋକ୍ତ ଧାରାଗୁଡ଼ିକ ଜରିଆରେ ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ଆନ୍ନାଙ୍କୁ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ ବୋଲି ବୟାନ ଦେବା ଅର୍ଥ ଭାରତୀୟ ଜନସମୂହର ସଚେତ ବିଚାରକୁ ବିଦ୍ରୂପ କରିବା ।
କିନ୍ତୁ ଆନ୍ନା ହୋ’ ଯେପରି ଉଠିଛି- ଜନ ଲୋକପାଳ ବିଲ୍ ଏନ୍.ଜି.ଓ ଓ କର୍ପୋରେଟମାନଙ୍କୁ ଲୋକପାଳଙ୍କ ଅନୁସନ୍ଧାନ ପରିସରରୁ ବାହାରେ ରଖି ଦୁଇଗୋଷ୍ଠୀ ଦ୍ୱାରା ଯେପରି ସମର୍ଥନ ପାଉଛି- ତାହାର ପୃଷ୍ଠଭୂମିରେ ଅରବିନ୍ଦ କେଜରୀୱାଲଙ୍କର ଏହିଭଳି ଔଦ୍ଧତ୍ୟରଞ୍ଜିତ ବୟାନ ଆଦୌ ଅସ୍ୱାଭାବିକ ନୁହେଁ । ଅବଶ୍ୟ ଆନ୍ନା ଟିମ୍ ଯେ ଏକ ଅତ୍ୟନ୍ତ ଚମକ୍ରାର କୌଶଳ ଅବଲମ୍ବନ କରିଛନ୍ତି-ଏହା ମାନିବାକୁ ହେବ । ହିସାର୍ରେ କଂଗ୍ରେସର ଦୁର୍ବଳ ସ୍ଥିତିର ସୁଯୋଗ ନେଇ ସେମାନେ କଂଗ୍ରେସ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶ ଯିଏ କି ୨୦୦୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଥିଲେ, ସେହି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଆସିଥିଲେ । ଏହି ଉପନିର୍ବାଚନରେ ତାଙ୍କର ବିଜୟ ସମ୍ଭାବନା ଯେ ଅତ୍ୟନ୍ତ କ୍ଷୀଣ- ଏହା ପ୍ରାୟଃ ସମସ୍ତେ ଜାଣନ୍ତି । କିନ୍ତୁ ଏହି ଅବଶ୍ୟମ୍ଭାବୀ ପରାଜୟକୁ ଆନ୍ନା ଟିମ୍ ତାଙ୍କର କଂଗ୍ରେସବିରେଧୀ ଭୂମିକାର ବିଜୟ ବୋଲି ଦାବି କରିବେ ଓ ସନେ୍ଦହ କରିବା ବା ପ୍ରଶ୍ନ କରିବା ରେ ଅନଭ୍ୟସ୍ତ ଜନସମୁଦାୟ ନିକଟରେ ନିଜର ପତିଆରା ବଢ଼ାଇବେ । କିନ୍ତୁ କିଛି ଲୋକ ଏହି ପ୍ରଶ୍ନ କରିବାକୁ ଭୁଲିବେ ନାହିଁ ଯେ ଠିକ୍ ଏହି ସମୟରେ ଆନ୍ନାଙ୍କ ପ୍ରଦେଶ ଓ ଜିଲ୍ଲା ପୁନାରେ ହେଉଥିବା ଉପନିର୍ବାଚନରେ ଯେଉଁଠି କଂଗ୍ରେସ-ଏନ୍.ସି.ପି.ର ମିଳିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ କାହିଁକି ଆନ୍ନା ଟିମ୍ ହିସାର ଅନୁରୂପ କଂଗ୍ରେସବିରୋଧୀ ଅଭିଯାନରେ ବାହାରିଲେ ନାହିଁ?-ଶୁଦ୍ରକ
ୱାଲଷ୍ଟ୍ରିଟ୍କୁ ଦଖଲ କର (ଙମମଙ୍କକ୍ଟ୍ରଚ୍ଚ ଙ୍ଗବକ୍ଷକ୍ଷ ଗ୍ଦଗ୍ଧକ୍ସରରଗ୍ଧ)
ନଗ୍ନ ପୁଞ୍ଜିବାଦର କଂକ୍ରିଟ େଚହେରା ଆମେରିକାର ନୁ୍ୟୟର୍କ ସହରର ଯେଉଁ ଗଳିରେ ଦୃଶ୍ୟମାନ, ସେହି ଗଳିର ନାଁ ହେଉଛି ଡବକ୍ଷକ୍ଷ ଗ୍ଦଗ୍ଧକ୍ସରରଗ୍ଧ ବା ପ୍ରାଚୀର ଗଳି । କୁହାଯାଏ ଓଲନ୍ଦାଜ (ଡଚ) ମାନଙ୍କର ବସତିକୁ ଇଂରେଜମାନଙ୍କ ଠାରୁ ଓ ଲୋହିତ ଭାରତୀୟ (ଜରୟ ଓଦ୍ଭୟସବଦ୍ଭଗ୍ଦ/ଦ୍ଭବଗ୍ଧସଙ୍ଖର ଇଜ୍ଞରକ୍ସସମବଦ୍ଭଗ୍ଦ) ଙ୍କ ଠାରୁ ସୁରକ୍ଷିତ ରଖିବାପାଇଁ ଏକ ପ୍ରାଚୀରର ନିର୍ମାଣ ହୋଇଥିଲା-ଯେଉଁଥିରୁ ଏହି ଗଳିର ଏପରି ନାମକରଣ ହୋଇଛି । ପ୍ରାୟଃ ତିନିସପ୍ତାହରୁ ଊଦ୍ଧ୍ୱର୍କାଳ ହେବ ଏହି ଗଳିରେ ଚାଲିଛି ଏକ ଅପୂର୍ବ ବିକ୍ଷୋଭ । ଭାରତରେ ଦୁର୍ନୀତିବିରୋଧୀ ଆନେ୍ଦାଳନ କର୍ପୋରେଟ, ଏନ୍.ଜି.ଓ ଇତ୍ୟାଦିଙ୍କର ପୃଷ୍ଠପୋଷକତାରେ ଚାଲିଥିବା ବେଳେ, ୱାଲଷ୍ଟ୍ରିଟରେ ହଜାରହଜାର ସଂଖ୍ୟାର ଲୋକ କର୍ପୋରେଟ ବିରୋଧରେ, କର୍ପୋରେଟର ଶୋଷଣ ଓ ଲୋଭ ବିରୋଧରେ, ସରକାରଙ୍କର କର୍ପୋରେଟମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ବିରୋଧରେ ବିକ୍ଷୋଭ କରୁଛନ୍ତି- ୱାଲ୍ଷ୍ଟ୍ରିଟକୁ ଦଖଲ କର ବୋଲି ସ୍ଲୋଗାନ ଦେଉଛନ୍ତି, ପୁଲିସର ଦମନର ସାମ୍ନା କରୁଛନ୍ତି । ତାଙ୍କର ବିକ୍ଷୋଭ ବେରୋଜଗାର ବିରୋଧରେ, ତାଙ୍କର ବିକ୍ଷୋଭ ବ୍ୟୟବହୁଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ, ତାଙ୍କର ବିକ୍ଷୋଭ ସେହି ଶତକଡ଼ା ୧ଭାଗଙ୍କ ବିରୋଧରେ ଯେଉଁମାନେ ଅର୍ଥନୀତିର ବିଶାଳ ଅଂଶକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ କ୍ଷୁବ୍ଧ ଯେ ପ୍ରଚଳିତ ଅର୍ଥନୀତି ଯେତେବେଳେ ଶତକଡ଼ା ୯୯ଭାଗ ଲୋକଙ୍କ ଜୀବନଧାରଣରକୁ ଦୁର୍ବିସହ କରିଦେଲାଣି, ସେତେବେଳେ ଶତକଡ଼ା ୧ଭାଗ ଲୋକ କିପରି ଅଧିକରୁ ଅଧିକ ସମୃଦ୍ଧ ହୋଇ ଚାଲିଛନ୍ତି? ତାଙ୍କର ଦାବି ଯେ ଧନୀକ ଲୋକଙ୍କ ଉପରେ ଅଧିକ ଟିକସ ବସାଅ ଓ ବୈଷମ୍ୟକୁ ହ୍ରାସ କର । ଏହାକୁ କେହି କେହି ଶ୍ରେଣୀ ସଂଘର୍ଷର ଅୟମାରମ୍ଭ କହୁଥିବା ବେଳେ, ଏହା ପୁଞ୍ଜିବାଦକୁ ଆହ୍ୱାନ ବୋଲି ଅନେକ ବିଚାର କରୁଛନ୍ତି । ବିଡ଼ମ୍ବନା ଯେ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଜନସାଧାରଣଙ୍କର ଦୈନନ୍ଦିନ ସମସ୍ୟାକୁ ନେଇ ବିକ୍ଷୋଭ ହେଉଥିବାବେଳେ- ଭାରତବର୍ଷରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଥିଲେ ମଧ୍ୟ- ଆମର କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମ-ଏହି ସମସ୍ୟାଗୁଡ଼ିକୁ ଆଖିଠାର ମାରି, କର୍ପୋରେଟ ଓ ଏନ୍.ଜି.ଓ ପ୍ରତି ସହାନୁଭୂତିଶୀଳ ଜନଲୋକପାଳ ବିଲ୍କୁ ଆଇନରେ ରୂପାନ୍ତରିତ କରିବା ପାଇଁ ଦାବି କରୁଥିବା ଆନ୍ନା ହଜାରେଙ୍କର ‘ଆନେ୍ଦାଳନ’କୁ ବାରମ୍ବାର ପ୍ରଚାର କରିବାରେ ଲାଗିଛି । ଅନେକେ ଆନ୍ନାଙ୍କ ଆନେ୍ଦାଳନକୁ ମୂଳ ସମସ୍ୟାରୁ ଦୃଷ୍ଟିବିଚୁ୍ୟତ କରିବାର ଉଦ୍ୟମ ବୋଲି ବିଚାର କରନ୍ତି । ଅବଶ୍ୟ ଆନ୍ନାଙ୍କ ଟିମ୍ରେ ଯେଉଁମାନେ ଅଛନ୍ତି ସେମାନଙ୍କର ବୃତ୍ତିଗତ ପୃଷ୍ଠଭୂମି ଓ ଜୀବନଚର୍ଯ୍ୟାକୁ ଦେଖିଲେ, ସାଧାରଣ ଲୋକଙ୍କ ଜୀବନ ଧାରଣ ସମସ୍ୟା ତାଙ୍କୁ ଯେ ସ୍ପର୍ଶ କରୁନଥିବ-ଏହା ନିଶ୍ଚିତ । କର୍ମମୟ ଜୀବନରେ ଆଇନ, କାନୁନ ମାନିବା, ଭାଙ୍ଗିବାର ଅଭିଜ୍ଞତା ତାଙ୍କୁ ଆଇନ-କାନୁନ୍ର ପ୍ରଣୟନ ଆଡ଼କୁ ସ୍ୱାଭାବିକ ଅଧିକ ଆକୃଷ୍ଟ କରୁଥିବ । ଏହାହିଁ କାରଣ ଯେ ସେମାନେ ଜନଲୋକପାଳ ବିଲ୍କୁ ନେଇ ଏତେ ଉତ୍ତେଜିତ ।
‘ୱାଲ ଷ୍ଟ୍ରିଟ୍କୁ ଦଖଲ କର’ର ସ୍ଲୋଗାନ ଆଜି ବିଭିନ୍ନ ବଡ଼ ବଡ଼ ସହରରେ ପ୍ରତିଧ୍ୱନିତ । ୱାଂଶିଟନକୁ ଦଖଲ କର, ଲଣ୍ଡନକୁ ଦଖଲ କର- ମଧ୍ୟ ଶୁଣିବା ଆରମ୍ଭ ହେଲାଣି । କେବେ ବମ୍ବେକୁ ଦଖଲକର ଶୁଭିବ-ତାହାହିଁ ଶୁଣିବାକୁ ଅପେକ୍ଷା ରହିଲା ।         -ଶୁଦ୍ରକ
୧-୧୫ ନଭେମ୍ବର ୨୦୧୧
ଆନ୍ନାଙ୍କର ଦୁର୍ନୀତି ବିରୋଧୀ ଅଭିଯାନର ପରାଜୟ
ହରିୟାଣା ପ୍ରଦେଶର ହିସାର ଲୋକସଭା ପାଇଁ ହୋଇଯାଇଥିବା ଉପନିର୍ବାଚନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିଲା ଇତ୍ୟବସରରେ । କାରଣ ଏହି ଉପନିର୍ବାଚନରେ ଏଯାବତ୍ ଅଣରାଜନୈତିକ ମନେ ହେଉଥିବା ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନ ହଠାତ୍ କଂଗ୍ରେସବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପଡ଼ିଲା ଓ କଂଗ୍ରେସପ୍ରାର୍ଥୀ ଜୟ ପ୍ରକାଶଙ୍କୁ ପରାଜିତ କରିବାପାଇଁ ଘର୍ମାକ୍ତ ପରିଶ୍ରମ କଲା । କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶଙ୍କର ପରାଜୟ ଯେ ନିଶ୍ଚିତ-ଏହା ଆନ୍ନା ଅଭିଯାନର ସମ୍ପୃକ୍ତି ପୂର୍ବରୁ ହିଁ ସମସ୍ତଙ୍କୁ ଜଣାଥିଲା । କାରଣ ୨୦୦୯ ନିର୍ବାଚନରେ ଜୟପ୍ରକାଶ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ତୃତୀୟ ସ୍ଥାନରେ ଥିଲେ । ତାଙ୍କ ଉପରକୁ ଥିଲେ ଭାରତୀୟ ଜାତୀୟ ଲୋକଦଳର ସମ୍ପତ ସିଂହ ଓ ତା’ଉପରକୁ ଥିଲେ ହରିୟାଣା ଜନହିତ କଂଗ୍ରେସର ଭଜନ ଲାଲ । ଭଜନ ଲାଲ ନିର୍ବାଚିତ ହୋଇଥିଲେ । ଜୁନ୍ମାସରେ ତାଙ୍କର ମୃତୁ୍ୟହେବାରୁ ଉପନିର୍ବାଚନ ହେଉଥିଲା-ହିସାରର ଲୋକସଭା ନିର୍ବାଚନମଣ୍ଡଳୀରେ । ଏହି ଉପନିର୍ବାଚନରେ ସେହି କ୍ରମ ହିଁ ଅବ୍ୟାହତ ରହିଛି । ଜୟପ୍ରକାଶ ତୃତୀୟ ସ୍ଥାନରେ ଅଛନ୍ତି । ତା’ଉପରକୁ ଅଛନ୍ତି ଭାରତୀୟ ଜାତୀୟ ଲୋକଦଳର ଅଜୟ ଚୌତାଲା ଓ ତା’ଉପରକୁ ଅଛନ୍ତି ସ୍ୱର୍ଗତ ଭଜନ ଲାଲଙ୍କ ପୁତ୍ର କୁଲଦୀପ ବିଷନୋଇ । କୁଲଦୀପ ବିଷନୋଇ ହିଁ ନିର୍ବାଚିତ ହୋଇଛନ୍ତି । ତେଣୁ ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନର କଂଗ୍ରେସବିରୋଧୀ ଭୂମିକାସତ୍ତ୍ୱେ ଜୟପ୍ରକାଶଙ୍କର ତୃତୀୟ ସ୍ଥାନ ଓ ପୂର୍ବକ୍ରମର କୌଣସି ପରିବର୍ତ୍ତନ ହୋଇନାହିଁ । ଅବଶ୍ୟ ଜୟପ୍ରକାଶ ଗତଥର ଯେତିକି ଭୋଟପାଇଥିଲେ (୨,୦୪,୫୩୯) ତାହାଠାରୁ ୫୪୭୫୪ ଭୋଟ କମ୍ ପାଇଛନ୍ତି । ଅପରପକ୍ଷରେ ଭାରତୀୟ ଜାତୀୟ ଲୋକଦଳ ସପକ୍ଷରେ ଗତଥର ଯେତିକି ଭୋଟ ପଡ଼ିଥିଲା(୨,୪୧,୪୯୩) ତା’ଠାରୁ ୧,୦୮,୧୨୫ ଖଣ୍ଡ ଭୋଟ ଅଧିକ ପାଇଛନ୍ତି ଏହି ଦଳର ପ୍ରାର୍ଥୀ ଦେବୀଲାଲ ପୌତ୍ର,ଓମ୍ପ୍ରକାଶ ଚୌତାଲଙ୍କର ପୁତ୍ର ଅଜୟ ଚୌତାଲା । କୁଲଦୀପ ବିଷନୋଇ ଗତଥର ତାଙ୍କ ପିତା ଯେତିକି ଭୋଟ ପାଇଥିଲେ(୨,୪୮,୪୭୬) ତାହାଠାରୁ ୧,୦୭,୪୬୫ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଏହି ସଂଖ୍ୟାଗୁଡ଼ିକରୁ ସ୍ପଷ୍ଟ ଯେ କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶ ଯେତିକି ଭୋଟ ହରାଇଛନ୍ତି ତାହାର ଦୁଇଗୁଣ ସଂଖ୍ୟାର ଅଧିକ ଭୋଟ, ଗତ ନିର୍ବାଚନ ତୁଳନାରେ ହାସଲ କରିଛନ୍ତି ଉଭୟ ଭାରତୀୟ ଜାତୀୟ ଲୋକଦଳ ଓ ହରିୟାଣା ଜନହିତ କଂଗ୍ରେସର ପ୍ରାର୍ଥୀ । କହିବା ବାହୁଲ୍ୟ ଯେ, ଆନ୍ନା ହଜାରେଙ୍କର କଂଗ୍ରେସବିରୋଧୀ ଭୂମିକା (ଯଦି ଏହାର କୌଣସି ପ୍ରଭାବଥିଲା ବୋଲି ଆମେ ଧରିନେଉ)କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶଙ୍କୁ ଯେଉଁ ପରିମାଣର କ୍ଷତିକରିଛି-ତାହାର ଦୁଇଗୁଣ ଲାଭ ଦେଇଛି ଅଜୟ ଚୌତାଲାଙ୍କୁ ଓ କୁଲଦୀପ ବିଷନୋଇଙ୍କୁ । ଯେଉଁମାନେ ଜାଣନ୍ତି ଯେ ଉଭୟ ଅଜୟ ଚୌତାଲା ଓ କୁଲଦୀପ ବିଷନୋଇ ବିଭିନ୍ନ ପ୍ରକାର ଦୁର୍ନୀତି ଅଭିଯୋଗରେ ବିଭିନ୍ନ ତଦନ୍ତର ହେଉଛନ୍ତି ସମ୍ମୁଖୀନ ଓ ଅପରପକ୍ଷରେ ଜୟପ୍ରକାଶଙ୍କର ଭାବମୂର୍ତ୍ତି ହେଉଛି ସ୍ୱଚ୍ଛ, ସେମାନେ ଆନ୍ନାଙ୍କର ଦୁର୍ନୀତିବିରୋଧୀ ଅଭିଯାନ ହିସାରରେ ପରାଜୟ ଲାଭ କରିଛି ବୋଲି ମର୍ମାହତ କଣ୍ଠରେ ସ୍ୱୀକାର କରିବା ସ୍ୱାଭାବିକ । କେବଳ ଆନ୍ନା କାହିଁକି-ଆନ୍ନାଙ୍କ ଦୁର୍ନୀତିବିରୋଧୀ ଅଭିଯାନକୁ ଆନ୍ତରିକତାର ସହ ସମର୍ଥନକରୁଥିବା ସମସ୍ତେ ମୌନବ୍ରତ ଧାରଣ କରି ସମୁଦାୟ ଅଭିଯାନର ପ୍ରକୃତ ଲକ୍ଷ୍ୟ ଓ ଏହାର ଗତି ଓ ପ୍ରକୃତିର ପୁନଃସମୀକ୍ଷା କରନ୍ତୁ ।
-ଶୁଦ୍ରକ
ଦୁର୍ନୀତି ବିରୋଧୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ
ଭାରତବର୍ଷରେ ସମ୍ପ୍ରତି ସବୁଠାରୁ ଅଧିକ ଦୃଶ୍ୟମାନ ଚେହେରା ଯେ ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ ଓ କିରଣ ବେଦୀଙ୍କର-ଏହା ସମସ୍ତେ ସ୍ୱୀକାର କରିବେ । ତେଣୁ ଏହିମାନଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଗଣମାଧ୍ୟମରେ ଅଧିକ ଚର୍ଚ୍ଚିତ ହେବା ସ୍ୱାଭାବିକ । ଏହା ମଧ୍ୟ ସ୍ୱାଭାବିକ ଯେ ଏହି ବ୍ୟକ୍ତିମାନେ ଏହାକୁ କଂଗ୍ରେସ ସରକାରର ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି । ସରକାର ସେମାନଙ୍କୁ ଟାର୍ଗେଟ(ଗ୍ଧବକ୍ସଶରଗ୍ଧ)କରୁଛନ୍ତି ବୋଲି କ୍ଷୋଭକ୍ତି କରୁଛନ୍ତି; ସେମାନଙ୍କର ପ୍ରସ୍ତାବିତ ଜନ-ଲୋକପାଳ ବିଲ୍ ଉପରୁ ଧ୍ୟାନକୁ ବିଚୁ୍ୟତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଅରବିନ୍ଦ କେଜରୀୱାଲ ତ ଘୋଷଣା କରିଛନ୍ତି ଯେ, ଯଦି ସେମାନେ ଦୋଷୀ , ତା’ହେଲେ ସେମାନଙ୍କୁ ଫାଶୀ ଦିଆଯାଉ-କିନ୍ତୁ ଜନଲୋକପାଳ ବିଲ୍କୁ ସଂସଦରେ ପାରିତ କରାଯାଉ । ଏହିଭଳି ଘୋଷଣାର ଅନ୍ତରାଳେ ଜନଲୋକପାଳ ବିଲ୍ ପାଇଁ ସହିଦ ହୋଇଯିବାର ଅଭିଳାଷ ବାରି ହୋଇଯାଉଛି । କିନ୍ତୁ ଅପରପକ୍ଷେ ଫାଶୀଦେବା ପାଇଁ ଆଗ୍ରହୀ ବୋଲି କୌଣସି ସଙ୍କେତ ଦେଇନାହାନ୍ତି । କଂଗ୍ରେସ ତରଫରୁ କୁହାଯାଇଛି ଯେ କାଚଘରେ ଥାଇ ଟେକା ମାରିବା ବିଜ୍ଞତା ନୁହେଁ । କେଜରୀୱାଲ ଏକ ଉଦାହରଣ ଛଳରେ ଏହାର ଉତ୍ତରଦେଇ କହିଛନ୍ତି ଯେ, ରେଳଯାତ୍ରା ସମୟରେ ଟିକେଟ କଲେକ୍ଟରଙ୍କୁ ରିସ୍ୱତ ଦେଇ ଟିକଟକରିଥିବା ବ୍ୟକ୍ତି କ’ଣ ସୁରେଶ କାଲ୍ମାଡ଼ୀଙ୍କର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ ନାହିଁ? ଅର୍ଥାତ ଛୋଟ ଛୋଟ ଦୁର୍ନୀତି କରିଥିବା ବ୍ୟକ୍ତିମାନଙ୍କ ଉପରେ ବଡ଼ ବଡ଼ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନକରିବା କ୍ଷେତ୍ରରେ କୌଣସି ଅଙ୍କୁଶ ରହିବା ଉଚିତନୁହେଁ । ପ୍ରକୃତରେ ଯଦି ଏହା ହୁଏ, ତା’ହେଲେ ଆନ୍ନା ହଜାରେଙ୍କ ଅନଶନ ସମୟରେ ଲୋକ ଭିତରେ ଉଚ୍ଛୁଳି ପଡ଼ୁଥିବା ରାମଲୀଳା ମୈଦାନ ନିହାତି ଖାଲି ଖାଲି ଦେଖାଯିବ । ଏହିଭଳି କୈଫିୟତ ଦେଇ ଅରବିନ୍ଦ କେଜରୀୱାଲ, ସେମାନଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ଅଭିଯୋଗ ଖୁବ୍ ସାମାନ୍ୟବୋଲି ଜଣାଇବାକୁ ପ୍ରୟାସ କରିଛନ୍ତି । ତେବେ ଏହିମାନଙ୍କ ବିରୋଧରେ ଅଭିଯୋଗ କ’ଣ-ଏହା ଜାଣିବା ପାଇଁ ପାଠକଙ୍କର ଉକ୍ରଣ୍ଠା ହେବା ସ୍ୱାଭାବିକ । ଏହି ଉକ୍ରଣ୍ଠାକୁ ନିବାରଣ କରିବାପାଇଁ ଶୁଦ୍ରକର ନିମ୍ନୋକ୍ତ ସଂଗୃହୀତ ତଥ୍ୟ ।
ଆନ୍ନା ହଜାରେ: ଏହି ମହାଶୟଙ୍କ ବିରୋଧରେ ଅଭିଯୋଗ ଯେ ତାଙ୍କଦ୍ୱାରା ପରିଚାଳିତ ହିନ୍ଦ୍ସ୍ୱରାଜ ଟ୍ରଷ୍ଟରୁ ୨ଲକ୍ଷ ୧୮ହଜାର ଟଙ୍କା କାଢ଼ି ନିଆଯାଇ ତାଙ୍କର ୬୧ତମ ଜନ୍ମଦିନ ପାଳନ ଅବସରରେ (ଜୁନ୍ ୧୬, ୧୯୯୮)ଖର୍ଚ୍ଚ କରାଯାଇଥିଲା-ଯାହାକୁ ମାନ୍ୟବର ବିଚାରପତି ପି.ବି.ସାୱନ୍ତଙ୍କ ତଦନ୍ତ ରିପୋର୍ଟରେ ଦୁର୍ନୀତି ବୋଲି ଅଭିହିତ କରାଯାଇଥିଲା । (ବଜ୍ଞକ୍ଟଙ୍କଦ୍ଭଗ୍ଧରୟ ଗ୍ଧକ୍ଟ ‘ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ’) । ହଜାରେଙ୍କ ଓକିଲ ମିଲିନ୍ଦ ପାୱାରଙ୍କ ମତରେ ସାୱନ୍ତ ମହାଶୟ କୌଣସି ସ୍ଥାନରେ ଆନ୍ନା ଦୁର୍ନୀତିଗ୍ରସ୍ତ ବୋଲି କହିନାହାନ୍ତି ଯଦିଓ ଏହିଭଳି ଟ୍ରଷ୍ଟରୁ ପଇସା କାଢ଼ି ଜନ୍ମଦିନରେ ଖର୍ଚ୍ଚକରିବାକୁ ‘ଦୁର୍ନୀତି’ ବୋଲି କହିଛନ୍ତି । ପାୱାରଙ୍କ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଏକ ଏନ୍.ଜି.ଓ.କେୟାର ଇଣ୍ଟରନ୍ୟାସନାଲ (ଉବକ୍ସର ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ) ଆନ୍ନା ହଜାରେଙ୍କୁ ଯେତେବେଳେ ସମ୍ବର୍ଦ୍ଧିତ କରିବାକୁ ଚାହିଁଲା, ସେତେବେଳେ ସ୍ଥିର କରାଗଲା ଯେ ଏହି ସମ୍ବର୍ଦ୍ଧନାଉତ୍ସବ ଆନ୍ନାଙ୍କର ୬୧ତମ ଜନ୍ମଦିବସ, ୧୬ ଜୁନ୍ ୧୯୯୮ ଦିନ ହିଁ ଅନୁଷ୍ଠିତ ହେବ । ଏହି ଉତ୍ସବର ଆୟୋଜନ ପାଇଁ ପୁନେର ଏକ ଶିଳ୍ପପତି ଅଭୟ ଫିରୋଡ଼ିଆ ଆଗ୍ରହ ଦେଖାଇଲେ ଓ ଉତ୍ସବ ପରେପରେ ୨ଲକ୍ଷ ୪୮ହଜାର ୯୫୦ଟଙ୍କାର ଏକ ଚେକ୍ ପ୍ରଦାନକଲେ । ସେତେବେଳକୁ ଉତ୍ସବ ବାବଦ ଟ୍ରଷ୍ଟ ଖାତାରୁ ୨ଲକ୍ଷ ୧୮ହଜାର ଟଙ୍କା ଖର୍ଚ୍ଚ ହୋଇସାରିଥିଲା । ୨୦୦୩ରେ ସାୱନ୍ତ ରିପୋର୍ଟ ପ୍ରକାଶ ପାଇବାପରେ ଡିସେମ୍ବର ୯, ୨୦୦୫ରେ ଏକ ଅଭିଯୋଗ ମାମଲା (ମକ୍ଟଜ୍ଞକ୍ଟ୍ରକ୍ଷବସଦ୍ଭଗ୍ଧ ମବଗ୍ଦର)ପୁନେ ପୁଲିସପାଖରେ ଦରଜ କରାଗଲା । ଅଭିଯୋଗକର୍ତ୍ତା ହେମନ୍ତ ପଟିଲ କିନ୍ତୁ ପରେ ଏହି ଅଭିଯୋଗକୁ ପ୍ରତ୍ୟାହାର କରିନେଲେ ଯାହା ଫଳରେ ଜୁଲାଇ୧୨, ୨୦୧୧ଦିନ ହଜାରେଙ୍କୁ ଏହି ମାମଲାରୁ ମୁକୁଳାଇ ଦିଆଗଲା । କିନ୍ତୁ ୧୭ଅକ୍ଟୋବର ୨୦୧୧ ଦିନ ସର୍ବୋଚ୍ଚ ନ୍ୟାୟାଳୟରେ ପୁଣି ଏହି ଅଭିଯୋଗର ପୁନରାବୃତ୍ତି ହୋଇଛି । ଆବେଦନକାରୀ ମନୋହର ଲାଲଶର୍ମା ପେଶାରେ ଜଣେ ଓକିଲ । ସେ ଏକ ସିବିଆଇ (ଉଈଓ)ତଦନ୍ତ ଦାବି କରିଛନ୍ତି ହିନ୍ଦ୍ ସ୍ୱରାଜ ଟ୍ରଷ୍ଟରୁ ଜମା କାଢ଼ି ନିଆଯିବା ବିଷୟରେ । ଏହାକୁ ମାନ୍ୟବର ସୁପ୍ରିମକୋର୍ଟ ଗ୍ରହଣ କରି ଉଭୟ କେନ୍ଦ୍ର ଓ ରାଜ୍ୟ (ମହାରାଷ୍ଟ୍ର) ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
କହିବାବାହୁଲ୍ୟ ଯେ, ଟ୍ରଷ୍ଟଜମାରୁ ଅର୍ଥ କାଢ଼ିନେବାକୁ ସାୱନ୍ତ ମହାଶୟ ‘ଦୁର୍ନୀତି’ ବୋଲି ଯାହା ଅଭିହିତ କରିଥିଲେ-ତାହା ଦୁର୍ନୀତି ନୁହେଁ ବୋଲି ଏଯାବତ୍ କୌଣସି ନ୍ୟାୟାଳୟରେ ପ୍ରମାଣିତ ହୋଇପାରି ନାହିଁ । ଅବଶ୍ୟ ଶିଳ୍ପପତି ଅଭୟ ଫିରୋଡ଼ିଆଙ୍କ ଅର୍ଥ ଆସି ଜମାହେବା ଦ୍ୱାରା ପୂର୍ବ ଅପେକ୍ଷା ଟ୍ରଷ୍ଟର ଜମାଖାତାରେ ୩୦ହଜାର ୯୫୦ ଟଙ୍କା ଅଧିକ ଜମା ହୋଇପାରିଛି ।
କିରଣ ବେଦୀ: ପ୍ରଥମ ମହିଳା ଆଇ.ପି.ଏସ୍. ଅଫିସର(୧୯୭୨) । ୧୯୭୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ସାହସିକତା ପୁରସ୍କାର (ଏବକ୍ଷକ୍ଷବଦ୍ଭଗ୍ଧକ୍ସଚ୍ଚ ବଙ୍ଗବକ୍ସୟ)ରେ ଭୂଷିତ ଏହି ସାହସୀ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ ଯେ ସେ ବିମାନଭଡ଼ା ବାବଦ ଯେତିକି ଖର୍ଚ୍ଚ କରନ୍ତି-ତା’ଠାରୁ ଅଧିକ ଅର୍ଥ ଦାବି କରି ତାଙ୍କୁ ନିମନ୍ତ୍ରଣ କରିଥିବା ସଙ୍ଗଠନଗୁଡ଼ିକୁ ବିଲ୍ ଦେଇଥାନ୍ତି । ଇକୋନୋମି(ରମକ୍ଟଦ୍ଭକ୍ଟଜ୍ଞଚ୍ଚ) କ୍ଲାସରେ ଯାତ୍ରା କରି ବିଜିନେସ କ୍ଲାସ୍ର ଭଡ଼ା ଦାବି କରି ବିଲ୍ ଦେଇଥାନ୍ତି । ରିହାତିଦରରେ ଯାତ୍ରାକରି ସମ୍ପୂର୍ଣ୍ଣ ଭଡ଼ା ଦାବି କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାହସିକତା ପୁରସ୍କାର ଲାଭ କରିଥିବା ହେତୁ ଭାରତୀୟ ବିମାନସେବା ଓଦ୍ଭୟସବଦ୍ଭ ଇସକ୍ସକ୍ଷସଦ୍ଭରଗ୍ଦ ବା ଇସକ୍ସ ଓଦ୍ଭୟସବରେ ଯାତ୍ରା କରିବା ବେଳେ ତାଙ୍କୁ ଭଡ଼ାରେ ଶତକଡ଼ା ୭୫ଭାଗ ରିହାତି ମିଳିଥାଏ । ଏହିଭଳି ଜାଲ୍ ବିଲ୍ ଦେଇଥିବା ଅଭିଯୋଗକୁ କିରଣ ବେଦୀ ଅସ୍ୱୀକାର କରନ୍ତି ନାହିଁ । ସେ କୁହନ୍ତି ଯେ, ଏତଦ୍ଦ୍ୱାରା ଯେଉଁ ଅଧିକ ଅର୍ଥ ସେ ତାଙ୍କୁ ନିମନ୍ତ୍ରିତ କରିଥିବା ସଙ୍ଗଠନମାନଙ୍କଠାରୁ ପାଇଛନ୍ତି, ତାହା ତାଙ୍କଦ୍ୱାରା ପରିଚାଳିତ ଓଦ୍ଭୟସବ ଠସଗ୍ଦସକ୍ଟଦ୍ଭ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭର ଜମାଖାତାକୁ ହିଁ ଯାଇଥାଏ ଯାହା ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କିରଣ ବେଦୀ ଚାକିରୀରେ ଥିବା ସମୟରେ (୧୯୭୨-୨୦୦୭), ୧୯୯୪ମସିହାରେ ଓଦ୍ଭୟସବ ଠସଗ୍ଦସକ୍ଟଦ୍ଭ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭର ସ୍ଥାପନା କରିଥିଲେ ଯାହାର ଉଦେ୍ଧଶ୍ୟ ତାଲିକାରେ ଥିଲା ଜେଲ୍ ସଂସ୍କାର, ଡ୍ରଗ ବ୍ୟବହାର ପ୍ରତିଷେଧକ ଓ ଶିଶୁମଙ୍ଗଳ । ଏହାପୂର୍ବରୁ ୧୯୮୮ରେ ସେ ସ୍ଥାପନା କରିଥିଲେ ନବଜ୍ୟୋତି ଦିଲ୍ଲୀପୁଲିସ ଫାଉଣ୍ଡେସନ (ଘକ୍ଟଙ୍ଖହଚ୍ଚକ୍ଟଗ୍ଧସ ଊରକ୍ଷଷସ ଚକ୍ଟକ୍ଷସମର ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ) ଯାହା ୨୦୦୭ରେ କେବଳ ନବଜ୍ୟୋତି ଫାଉଣ୍ଡେସନକୁ ନାମାନ୍ତରିତ ହେଲା ।
ତେବେ କିରଣ ବେଦୀ ଏହିଭଳି ଜାଲ୍ ବିଲ୍ ଦାଖଲ କରିବା ଯେ ୨୦୦୬ମସିହାରୁ (ଯେତେବେଳେ ସେ ଚାକିରୀରେ ଥିଲେ)କରି ଆସୁଛନ୍ତି ଓ ଏହା ୨୯ ସେପ୍ଟେମ୍ବର ୨୦୧୧ଯାଏଁ ଅବ୍ୟାହତ ରହିଛି- ତାହାର ସୂଚନା ମିଳେ ସମ୍ବାଦପତ୍ରରୁ (ଦ୍ରଷ୍ଟବ୍ୟ-ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୦ ଙମଗ୍ଧକ୍ଟଭରକ୍ସ ୨୦୧୧) । କିରଣ ବେଦୀଙ୍କର ଏହି କାର୍ଯ୍ୟକଳାପର ୧୨ଟି ଦୃଷ୍ଟାନ୍ତ ରହିଛି ବୋଲି ଦାବି କରନ୍ତି ଏହି ଖବରକାଗଜ । ଏହି ଖବର ପଢ଼ି ମୁମ୍ବାଇସ୍ଥିତ ଏକ ସଙ୍ଗଠନ ଇଙ୍ଖସବଗ୍ଧସକ୍ଟଦ୍ଭ ଓଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚରରଗ୍ଦ ଏଙ୍କସକ୍ଷୟର ସମ୍ପାଦକ ଜର୍ଜ ଆବ୍ରାହମ ଅଭିଯୋଗ କରନ୍ତି ଯେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ସଙ୍ଗଠନଦ୍ୱରା ମୁମ୍ବାଇଠାରେ ଆୟୋଜିତ ଏକ ସଭାରେ, ମାର୍ଚ୍ଚମାସ ୨୦୦୯ରେ ଶ୍ରୀମତୀ ବେଦୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଓ ପ୍ରକୃତ ଯାତାୟତ ଖର୍ଚ୍ଚଠାରୁ ଅଧିକ ଅର୍ଥ ସେ ଦାବି କରିଥିଲେ ।(ଞଷର ଐସଦ୍ଭୟଙ୍କ-ଙମଗ୍ଧ ୨୫,୨୦୧୧). ଏପ୍ରିଲପହିଲା ୨୦୦୯ରେ ଶ୍ରୀମତୀ ବେଦୀ ଭୁବନେଶ୍ୱରସ୍ଥିତ କିଟ୍ (କଓଓଞ)କୁ ଆସିଥିଲେ ଓ ‘ଜକ୍ଟକ୍ଷର କ୍ଟଲ ଙ୍ଗକ୍ଟଜ୍ଞରଦ୍ଭ ସଦ୍ଭ କ୍ଟ୍ରକ୍ସରଗ୍ଦରଦ୍ଭଗ୍ଧ ଗ୍ଦମରଦ୍ଭବକ୍ସସକ୍ଟ’ ଉପରେ ଭାଷଣ ଦେଇଥିଲେ । କଓଓଞକୁ ‘ଭାରତରନô’ ଓ ଅଚୁ୍ୟତ ସାମନ୍ତଙ୍କୁ ‘ରନô’ କହିଥିଲେ ବୋଲି କିଟ୍ର ୱେବସାଇଟରେ ଉଲ୍ଲେଖ କରାଯାଇଛି । (ଝଷର କ୍ସରଲରକ୍ସକ୍ସରୟ ଗ୍ଧକ୍ଟ ଗ୍ଧଷସଗ୍ଦ ସଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ ବଗ୍ଦ ଈଷବକ୍ସବଗ୍ଧ ଜବଗ୍ଧଦ୍ଭବ ବଦ୍ଭୟ ଊକ୍ସ.ଝବଜ୍ଞବଦ୍ଭଗ୍ଧ ବ ହରଙ୍ଗରକ୍ଷ). (ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ଳସସଗ୍ଧ.ବମ.ସଦ୍ଭ/ଦ୍ଭରଙ୍ଗଗ୍ଦଙ୍କକ୍ଟ୍ରୟବଗ୍ଧର/ଦ୍ଭରଙ୍ଗଗ୍ଦ.ଷଗ୍ଧଜ୍ଞ୰ସଦ୍ଭୟସବ). କଓଓଞରୁ ବିମାନ ଭଡ଼ା ବାବଦ ଶ୍ରୀମତୀ ବେଦୀ କେତେ ଅର୍ଥ ନେଇଥିଲେ, ତାହା ଅନୁସନ୍ଧାନସାପେକ୍ଷ ।
ଅବଶ୍ୟ ଯାହା କିରଣବେଦୀ କରିଛନ୍ତି-ତାହା ଅଧିକାଂଶ ବୃତ୍ତିଜୀବୀ କରିଥାନ୍ତି । ସେମାନଙ୍କ ପାଇଁ ଏହା ଗୋଟିଏ ଅମାର୍ଜନୀୟ ଅପରାଧ ନୁହେଁ । ସେମାନେ ଏହାକୁ ଦୁର୍ନୀତି ଭାବେ ବିଚାର କରନ୍ତି ନାହିଁ । (ଞଷର ଐସଦ୍ଭୟଙ୍କ,ଙମଗ୍ଧ.୨୫,୨୦୧୧)ତେଣୁ ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନରେ ସାମିଲ ବିଶାଳ ମଧ୍ୟବିତ୍ତ ଶ୍ରେଣୀ-କିରଣ ବେଦୀଙ୍କର ଏତାଦୃଶ ଆଚରଣକୁ ଖୁବ୍ ଗୋଟିଏ ଗୁରୁତର ବୋଲି ଭାବିବେ, ଏହା ମନେହୁଏ ନାହିଁ । ଆନ୍ନା, କେଜରୀୱାଲ, କିରଣଙ୍କ ସମର୍ଥନରେ ବାହାରିବା ତେଣୁ ଅସ୍ୱାଭାବିକ ମନେହୁଏ ନାହିଁ-ଯଦିଓ ଆନ୍ନା ଟିମ୍ରୁ ବିତାଡ଼ିତ ସ୍ୱାମୀ ଅଗ୍ନିବେଶ କିରଣ ବେଦୀଙ୍କର ଆଚରଣକୁ ଆୟକର ଆଇନର ଧାରା-୨୭୩ ଅନୁସାରେ ଏକ ଅପରାଧ ବୋଲି ଅଭିହିତ କରି ସି.ବି.ଆଇ ତଦନ୍ତର ଦାବି କରିଛନ୍ତି ଓ ନିଜର ସାଧୁତା ପ୍ରମାଣିତ ନହେବା ପର୍ଯ୍ୟନ୍ତ କିରଣ ବେଦୀ ଦୁର୍ନୀତି ବିରୋଧରେ ଭାଷଣବାଜି କରିବାରୁ କ୍ଷାନ୍ତହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । (ଓଈଘ ଖସଙ୍ଖର, ଙମଗ୍ଧକ୍ଟଭରକ୍ସ ୨୦, ୨୦୧୧) । କିରଣ ବେଦୀ ଅବଶ୍ୟ ଏହିଭଳି ପାଇଥିବା ଅର୍ଥକୁ

୧୬-୩୧ ନଭେମ୍ବର ୨୦୧୧
ମୋହରେ ଆନ୍ନା!
କିରଣ ବେଦୀ, ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଓ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ସମ୍ପର୍କରେ ବିତର୍କିତ ମନ୍ତବ୍ୟ ଦ୍ୱାରା ବିବ୍ରତ ହୋଇ ତଥା ଏହି ବ୍ୟକ୍ତିମାନଙ୍କର ‘ଙ୍କଦ୍ଭୟରଜ୍ଞକ୍ଟମକ୍ସବଗ୍ଧସମ’ ଓ ‘ୠବଗ୍ଦମସଗ୍ଦଗ୍ଧ’ ଆଚରଣ ଦେଖି ଆନ୍ନା ହଜାରେ ଟିମ୍ ଆନ୍ନାର ପୁନର୍ଗଠନ କରିବା ପାଇଁ ମନସ୍ଥ କରିଥିଲେ ବୋଲି ତାଙ୍କର ବ୍ଲଗ୍ (ଈକ୍ଷକ୍ଟଶ)ଲେଖୁଥିବା ରାଜୁ ପାରୁଲେକର ପ୍ରଘଟ କଲାପରେ- ଆନ୍ନା ଯେପରି ଭାବରେ ପାରୁଲେକରଙ୍କ ଠାରୁ ନିଜକୁ ଦୂରେଇ ଦେଲେ-ସେଥିରୁ ସନେ୍ଦହ ହେବା ସ୍ୱାଭାବିକ ଯେ, ଆନ୍ନା ଏହି ତ୍ରିମୂର୍ତ୍ତିଙ୍କର ମୋହରୁ ମୁକ୍ତ ହୋଇପାରୁ ନାହାନ୍ତି । ଏହି ତ୍ରିମୂର୍ତ୍ତିଙ୍କର ‘ଔଦ୍ଧତ୍ୟ’କୁ ସହ୍ୟ ନକରିପାରି ଜଣେ ପରେ ଜଣେ ଆନ୍ନା ଟିମ୍ରୁ ଦୂରେଇ ଯାଉଥିବା ବେଳେ ଓ ଆନ୍ନାଙ୍କର ଅନ୍ୟ ଅନୁଯାୟୀମାନଙ୍କଠାରୁ ଟିମ୍ ଆନ୍ନାର ପୁନର୍ଗଠନ  ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ଆନ୍ନା କୌଣସି ପଦକ୍ଷେପ ନନେବା ସ୍ୱାଭାବିକ ଏହି ତ୍ରିମୂର୍ତ୍ତିଙ୍କର ଆନ୍ନାଙ୍କ ଉପରେ ପ୍ରଭାବର ଦୃଢ଼ତାକୁ ହିଁ ପ୍ରମାଣିତ କରୁଛି । ଯଦି ଆନ୍ନା ଟିମ୍ ଆନ୍ନାର ପୁନର୍ଗଠନ କରିବା ପାଇଁ ମନସ୍ଥ କରି ଏହାକୁ ଅସ୍ୱୀକାର କରୁଛନ୍ତି-ତା’ହେଲେ ଆନ୍ନାଙ୍କର ଅସହାୟତା କେଉଁ ପର୍ଯ୍ୟାୟରେ ପହଞ୍ଚôଲାଣି ତାହା ବୁଝିହେଉଛି । ରାଜୁ ପାରୁଲେକରଙ୍କର ଦାବିକୁ ଖଣ୍ଡନ କରି ଆନ୍ନା ବକ୍ତବ୍ୟ ଦେବା ପରେ ରାଜୁ ଆନ୍ନାଙ୍କର ହାତଲେଖାକୁ ସର୍ବସାଧାରଣ ଗୋଚରାର୍ଥେ ପ୍ରକାଶ କରିଦେବା ପରେ ‘ଗାନ୍ଧୀବାଦୀ’ ଆନ୍ନାଙ୍କର ସତ୍ୟାନୁରକ୍ତି ଉପରେ ପ୍ରଶ୍ନବାଚୀ ଠିଆ କରାଇଛି । ପୁତ୍ର ମୋହରେ ଧୃତରାଷ୍ଟ୍ର ଅନ୍ଧ ହୋଇଥିଲେ । ବହୁ ସତ୍ୟ ସେ ଦେଖିପାରୁ ନଥିଲେ । ବୋଧହୁଏ କିରଣ, ଅରବିନ୍ଦ, ପ୍ରଶାନ୍ତଙ୍କ ମୋହରେ ଆନ୍ନା ସେହି ଅବସ୍ଥାରେ ଉପନୀତ ହୋଇଛନ୍ତି । ତଥାପି ଆନ୍ନା ଅନୁଗତ ପାରୁଲେକରଙ୍କର କହିବା କଥା ଯେ ଆନ୍ନାଙ୍କର ନୈତିକ ଶକ୍ତିକୁ ଆୟୁଧ କରି କିରଣ ବେଦୀ, ପ୍ରଶାନ୍ତ ଭୂଷଣ, ମନୀଷ ସିସୋଡ଼ିଆ ଆଦି ସେମାନଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବାକୁ ଉଦ୍ୟମ କରୁଛନ୍ତି । (ହିନ୍ଦୁସ୍ଥାନ ଟାଇମ୍ସ, ୯ ନଭେମ୍ବର ୨୦୧୧) ।             -ଶୁଦ୍ରକ
ଖୋଳାଖୋଳିରୁ କୋଳାକୋଳି
ଇଚ୍ଛାଧିନ କୋଟା ପ୍ରସଙ୍ଗ ଅତ୍ୟନ୍ତ ରୋଚକ ମୋଡ଼ ନେଲାଣି । ୧୯୮୫ରୁ ୨୦୧୧ଭିତରେ ୮୩୨ଜଣ ହିତାଧିକାରୀ ଅଛନ୍ତି ବୋଲି ସମ୍ବାଦପତ୍ରରେ ସୂଚନା ପ୍ରକାଶ ପାଇଲାଣି । (ଧରିତ୍ରୀ: ୧୩/୧୧/୨୦୧୧) । ଯେଉଁ ନାଁ ସବୁ ଶୁଣାଯାଉଛି- ସେଥିରୁ ଜଣାଯାଉଛି ଯେ ଏ ସମାଜର ବଡ଼ବଡ଼ିଆ ମାନେ ହିଁ ଏହି ଇଚ୍ଛାଧିନ କୋଟା ଦ୍ୱାରା ଉପକୃତ ହୋଇଛନ୍ତି । ଶାସକଦଳର ଯେତିକି ଉପକୃତ ହୋଇଛନ୍ତି- ବିରୋଧୀ ଦଳର ମଧ୍ୟ ସେତିକି ଉପକୃତ ହୋଇଛନ୍ତି । ପ୍ରଶାସକ, ବିଚାରପତି ମଧ୍ୟ ଏହି ତାଲିକାରେ ଅଛନ୍ତି । ସାମ୍ବାଦିକ ମଧ୍ୟ ଥିବେ । ଏହା ହିଁ ବୋଧହୁଏ କାରଣ ଯେ ଏଯାବତ୍ ଏହା ପ୍ରକାଶ ପାଉନଥିଲା । ବୋଧହୁଏ ଏହା ଅପ୍ରକାଶିତ ରହିଯାଇଥାନ୍ତା ଯଦି ଓଡ଼ିଶା ବାହାରର ସାମ୍ବାଦିକ ଅନିରୁଦ୍ଧ ବହଲ (ଉକ୍ଟଭକ୍ସବକ୍ଟ୍ରକ୍ଟଗ୍ଦଗ୍ଧ.ମକ୍ଟଜ୍ଞ)ଏହାକୁ ଖୋଜି ବାହାର କରିନଥାନ୍ତେ । କିନ୍ତୁ ସେ ଖୋଳି ଯେପରି କେବଳ ବିଜେପି ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଇଚ୍ଛାଧିନ କୋଟାର ଅପପ୍ରୟୋଗ ଲୋକଲୋଚନକୁ ଆଣିଲେ-ତାହା ବିଜେପିକୁ ଅନ୍ୟ ରାଜନୈତିକ ଦଳ ମାନଙ୍କର ଗୋହି ଖୋଳିବା ପାଇଁ ବାଧ୍ୟ କରିଦେଲା । ଆଜି ତେଣୁ ବିରୋଧୀ-ଶାସକ-ପ୍ରଶାସକ ସମସ୍ତେ ଉଲଗ୍ନ । ତେଣୁ ଶୁଦ୍ରକର ସନେ୍ଦହ ଅଳ୍ପଦିନ ଭିତରେ ପରସ୍ପର କୋଳାକୋଳି ଆରମ୍ଭ ହୋଇଯିବ ଓ ଇଚ୍ଛାଧିନ କୋଟା ପ୍ରସଙ୍ଗ କ୍ରମଶଃ ନୀରବ ହୋଇଯିବ-ଠିକ୍ ଖଣି ଦୁର୍ନୀତି ପ୍ରସଙ୍ଗ ନୀରବ ହୋଇଗଲା ଭଳି ।   -ଶୁଦ୍ରକ
ମଦ ଓ ମାନବ ବିକାଶ
ଭାରତରେ ମଦ୍ୟପାନ ବୃଦ୍ଧିପାଉଛି । ପ୍ରତିବର୍ଷ ଏହା ଶତକଡ଼ା ୩୦ହାରରେ ବୃଦ୍ଧିପାଉଛି । ମଦ ବ୍ୟବସାୟର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ବୋଲି ପ୍ରଚାର ହେଉଛି । ବର୍ତ୍ତମାନ ୬୭୦କୋଟି ଲିଟର ବାର୍ଷିକ ମଦ୍ୟପାନ ହେଉଥିବା ବେଳେ ୨୦୧୫ମସିହା ସୁଦ୍ଧା ଏହା ୧୯୦୦କୋଟି ଲିଟରରେ ପହଞ୍ଚôବ ବୋଲି ଆକଳନ ହେଉଛି । ଅସୋଚାମ (ଇଝଝଙଉଐଇଗ)ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୫୦,୭୦୦କୋଟି ଟଙ୍କା ସମ୍ପ୍ରତି ମଦବେପାର ୨୦୧୫ମସିହା ସୁଦ୍ଧା ୧ଲକ୍ଷ ୪୦ହଜାର କୋଟି ଟଙ୍କାରେ ପହଞ୍ଚôବ । ଏହାର କାରଣ ମଧ୍ୟବିତ୍ତ ଶ୍ରେଣୀର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ସ୍ୱଚ୍ଛଳତା ବୋଲି ଏକ ଅଧ୍ୟୟନ ସାବ୍ୟସ୍ତ କରିଛି । ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ମଦ୍ୟପାନ ବୃଦ୍ଧି ପାଉଥିବା ହେତୁ ମଦବେପାରରେ ଉତ୍ସାହଜନକ ବୃଦ୍ଧି ଘଟିଛି ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଭାରତରେ ମଦ୍ୟପାନରେ ବୃଦ୍ଧିର ହାର ସାରା ପୃଥିବୀର ହାରଠାରୁ ଅଧିକ ହୋଇଗଲାଣି ବୋଲି ମଦ ବେପାରୀଙ୍କ ପାଇଁ ସୁଖବର ପ୍ରଚାରିତ ହେଉଛି । ଭାରତ ଭୂଇଁରେ ଦାମୀ ବିଦେଶୀ ମଦ ପାଇଁ ଆଗ୍ରହରେ ଅହେତୁକ ବୃଦ୍ଧି ଘଟିଛି । କିନ୍ତୁ ଯାହା ‘ଚିନ୍ତା’ର ବିଷୟ, ତାହାହେଉଛି ମେଟ୍ରୋ ସହରରେ କୋମଳମତି କିଶୋର କିଶୋରୀଙ୍କ ମଧ୍ୟରେ ମଦ୍ୟପାନ ଯଥେଷ୍ଟ ବଢ଼ିଯାଇଛି । ଦ୍ୱାଦଶଶ୍ରେଣୀରେ ପଢ଼ୁଥିବା ଏହି ସହରମାନଙ୍କର ଛାତ୍ରଛାତ୍ରୀଙ୍କ ଭିତରେ ଶତକଡ଼ା ୪୫ଭାଗ ଛାତ୍ରଛାତ୍ରୀ ମଦ୍ୟପାନ କରୁଛନ୍ତି । ଗତ ଦଶବର୍ଷ ଭିତରେ ଏହି ବୟସର ମଦ୍ୟପାନ କରୁôଥବା ଝିଅପୁଅଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । (ଗକ୍ଟକ୍ସର ଓଦ୍ଭୟସବଦ୍ଭଗ୍ଦ ଗ୍ଦବଚ୍ଚସଦ୍ଭଶ ‘ଭକ୍ଟଗ୍ଧଗ୍ଧକ୍ଟଜ୍ଞଗ୍ଦ ଙ୍କକ୍ଟ୍ର’. ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୩କ୍ସୟ ଘକ୍ଟଙ୍ଖ ୨୦୧୧) ବିଡ଼ମ୍ବନା ଯେ ମଧ୍ୟବିତ୍ତ ଶ୍ରେଣୀରେ ମଦ୍ୟପାନ ବୃଦ୍ଧି ପାଉଥିବା ବେଳେ-ଦୁର୍ନୀତି ବିରୋଧରେ ମଧ୍ୟବିତ୍ତ ଶ୍ରେଣୀ ଅଧିକରୁ ଅଧିକ ମୁଖର ହୋଇଉଠିଛି । ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଆନେ୍ଦାଳନକୁ ତ ମଧ୍ୟବିତ୍ତ ଶ୍ରେଣୀର ଆନେ୍ଦାଳନ କୁହାଯାଉଛି! ସମ୍ବିଧାନର ନିଦେ୍ର୍ଧଶିକା ନୀତି ଅନ୍ତର୍ଗତ ଧାରା ୪୭ର ଭବିଷ୍ୟତ କ’ଣ-ତାହା ନେଇ ଆମର ଦିବଂଗତ ସମ୍ବିଧାନକାରମାନେ ଯେ ମ୍ରିୟମାଣ ହୋଇପଡ଼ୁଥିବେ- ଏଥିରେ ସନେ୍ଦହ ନାହିଁ ।
ମଦ୍ୟପ ଓ ମଦବେପାରୀମାନଙ୍କ ପାଇଁ ଏହିଭଳି ଉତ୍ସାହଜନକ ତଥ୍ୟ ଯେତେବେଳେ ଗଣମାଧ୍ୟମକୁ ମଣ୍ଡନ କରୁଚି, ସେତିକିବେଳେ ଭାରତର ମାନବ ବିକାଶ ସ୍ତମ୍ଭ (ଐଙ୍କଜ୍ଞବଦ୍ଭ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଓଦ୍ଭୟରଙ୍ଘ (ଐଊଓ) ହ୍ରାସ ପାଇବା ସମ୍ବାଦ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଗତବର୍ଷ ଏହି ସୂଚକାଙ୍କ ଅନୁସାରେ ଭାରତର ସ୍ଥାନ ୧୬୯ରାଷ୍ଟ୍ର ମଧ୍ୟରେ ୧୧୯ରେ ଥିବାବେଳେ ଚଳିତବର୍ଷ ୧୮୭ରାଷ୍ଟ୍ର ମଧ୍ୟରେ ୧୩୪କୁ ଖସିଯାଇଛି । ମଦ୍ୟପାନରେ ବୃଦ୍ଧି ଯେଉଁ ଆର୍ଥିକ ସ୍ୱଚ୍ଛଳତା ଓ ସମୃଦ୍ଧିର ସୂଚନା ଦେଉଛି, ତାହା ଅଧିକାଂଶ ଭାରତୀୟଙ୍କର ପ୍ରତିକୂଳ ଆର୍ଥିକ ସ୍ଥିତି ଦ୍ୱାରା ଯେ ପ୍ରଭାବହୀନ ହୋଇପଡ଼ିଛି, ତାହା ଭାରତର ମାନବ ବିକାଶ ସୂଚକାଙ୍କ ଦର୍ଶାଉଛି ।     -ଶୁଦ୍ରକ

୧-୧୫ ଡିସେମ୍ବର ୨୦୧୧
କେବଳ ଗୋଟିଏ ଚାପୁଡ଼ା
ଏହା ହେଉଛି ଦୁର୍ନୀତି ବିରୋଧୀ ଅଭିଯାନର ମୁଖା, ଗାନ୍ଧିବାଦୀ ଆନ୍ନାହଜାରେଙ୍କର ସହସା ପ୍ରତିକ୍ରିୟା । (ଐର ଶକ୍ଟଗ୍ଧ ଗ୍ଦକ୍ଷବକ୍ଟ୍ରକ୍ଟ୍ରରୟ! କ୍ଟଦ୍ଭକ୍ଷଚ୍ଚ କ୍ଟଦ୍ଭର ଗ୍ଦକ୍ଷବକ୍ଟ୍ର?’ ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୫ ଘକ୍ଟଙ୍ଖ ୨୦୧୧) ଯାହାଙ୍କ ଗାଲରେ ଏହି ଚାପୁଡ଼ା ବସିଲା- ସେହି ଗାଲଟି ହେଉଛି କ୍ରିକେଟ ଖେଳ ପରିଚାଳନାରେ ଅଧିକ ମନୋନିବେଶ କରୁଥିବା କେନ୍ଦ୍ର କୃଷିମନ୍ତ୍ରୀ ତଥା ଏନ୍.ସି.ପି.(ଘଉଚ)ର ମୁଖ୍ୟ ଶ୍ରୀଯୁକ୍ତ ଶରଦ ପାୱାରଙ୍କର । ଗଣମାଧ୍ୟମରେ ପ୍ରସାରିତ ଚିତ୍ରରୁ ଜଣାଯାଏ ବାମ ଗାଲରେ ହିଁ ଚାପୁଡ଼ା ବସିଥିଲା । ଚାପୁଡ଼ା ବସାଇଥିବା ହାତଟି ହେଉଛି ଦିଲ୍ଲୀ ସହରରେ ଅଟୋ ଚଳାଉଥିବା ଶିଖ୍ୟୁବକ ହରବିନ୍ଦର ସିଂହଙ୍କର । ଘଟଣା ଘଟିବାର ଦିବସ ଓ ସମୟ ହେଉଛି ୨୪ ନଭେମ୍ବର ୨୦୧୧, ଗୁରୁବାର ଅପରାହ୍ଣ । ହରବିନ୍ଦର ଏହା ପୂର୍ବରୁ ସୁଖରାମଙ୍କ ସହ ମଧ୍ୟ ଏଭଳି ଆଚରଣ କରିଥିଲେ ବୋଲି ଗଣମାଧ୍ୟମରେ ଖବର । ତେବେ ଚାପୁଡ଼ା ମାରିବାରେ ବିଶେଷତ୍ୱ ହାସଲ କରୁଥିବା ହରବିନ୍ଦଙ୍କର କ୍ରୋଧର କାରଣ ହେଉଛି ଦୁର୍ନୀତି । ସୁଖରାମ ଓ ଶରଦ ପାୱାରଙ୍କୁ ସେ ଦୁର୍ନୀତିଗ୍ରସ୍ତ ବୋଲି ମନେକରି ଏହିଭଳି ଆଚରଣ ଦେଖାଇବାକୁ ଆଗଭର ହୋଇଛନ୍ତି । କିନ୍ତୁ ସବୁ ରାଜନୈତିକ ଦଳ ହରବିନ୍ଦଙ୍କର ଏଭଳି ଆଚରଣକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଓ ଏହା ଗଣତନ୍ତ୍ର ପ୍ରତି ଆକ୍ରମଣ ବୋଲି ମଧ୍ୟ କେହି କେହି କହିଛନ୍ତି । ଏହି ପୃଷ୍ଠଭୂମିରେ ଆନ୍ନାଙ୍କର ସହସା ପ୍ରତିକ୍ରିୟାଟି ସ୍ୱାଭାବିକ ବହୁ ଆଲୋଡ଼ନ ସୃଷ୍ଟି କରିଛି । ଆନ୍ନାଙ୍କର ସଫେଇ ଯେ ଗଣମାଧ୍ୟମ ତାଙ୍କର ମନ୍ତବ୍ୟକୁ ବିକୃତ କରୁଛି ଓ ସେ ଏଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଲେ ମଧ୍ୟ- ସହସା ବାହାରି ପଡ଼ିଥିବା ପ୍ରତିକ୍ରିୟାର ପ୍ରତିକୂଳ ପ୍ରଭାବରୁ ଆନ୍ନା ମୁକ୍ତ ହେବା ସମ୍ଭବ ହେଉନାହିଁ । ଆନ୍ନାଙ୍କର କର୍ମସ୍ଥଳି ତାଙ୍କ ଅଞ୍ଚଳ ରାଲେଗାଁ ସିଦ୍ଧିରେ ଅବସ୍ଥିତ ଯାଦବବାବା ମନ୍ଦିର ସାମ୍ନାରେ ୨୫ନଭେମ୍ବର ୨୦୧୧ଦିନ ଶରଦ ପାୱାରଙ୍କର ଅନୁଯାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି (ଊଘଇ, ୨୬ ଘକ୍ଟଙ୍ଖ ୨୦୧୧) । ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ବିକ୍ଷୋଭ ଆନ୍ନାଙ୍କ ମନ୍ତବ୍ୟ ବିରୋଧରେ ଚାଲିଛି । ଯେଉଁମାନେ ଶରଦ ପାୱାର ଓ ଆନ୍ନା ହଜାରେଙ୍କ ମଧ୍ୟରେ ବିଦ୍ୱେଷର ଇତିହାସ ଜାଣନ୍ତି- ସେମାନଙ୍କୁ ଶରଦ ପାୱାର ଅପଦସ୍ଥ ହେବା ଜନିତ ଆନ୍ନା ହଜାରେଙ୍କର ସହସା ପ୍ରତିକ୍ରିୟା ଆଦୌ ଅପ୍ରତ୍ୟାଶିତ ମନେହେବ ନାହିଁ । ତେବେ ଏହିଭଳି ପ୍ରତିକ୍ରିୟା ତାଙ୍କର ଗାନ୍ଧିବାଦୀ ଅହିଂସକ ଭାବମୂର୍ତ୍ତିକୁ ଯେ କ୍ଷୁଣ୍ଣକରୁଛି-ଏଥିରେ ସନେ୍ଦହ ନାହିଁ । ଅପରପକ୍ଷରେ ବାମଗାଲରେ ଚାପୁଡ଼ା ଖାଇଥିବା ଶରଦ ପାୱାର-ତାଙ୍କର ଡାହାଣ ଗାଲଟି ହରବିନ୍ଦରଙ୍କୁ ନଦେଖାଇ ଗାନ୍ଧୀଙ୍କର ପ୍ରକୃତ ଅନୁଯାୟୀ ବୋଲାଇବାର ସୁବର୍ଣ୍ଣ ସୁଯୋଗ ଯେ ହରାଇ ଦେଇଛନ୍ତି- ଏହା କହିବା ବାହୁଲ୍ୟ ମାତ୍ର ।   -ଶୁଦ୍ରକ

୧୬-୩୧ ଡିସେମ୍ବର ୨୦୧୧
ୱାଲଷ୍ଟ୍ରିଟରେ ବିକ୍ଷୋଭ- ଟିକିଏ ତଳେଇ ଦେଖିଲେ
ଯୁକ୍ତରାଷ୍ଟ୍ର ଆମେରିକାର ନୁ୍ୟୟର୍କ ସହରର ୱାଲଷ୍ଟ୍ରିଟ୍ର ଯୁକୋଟି ପାର୍କ (ତଙ୍କମମକ୍ଟଗ୍ଧଗ୍ଧସ ଚବକ୍ସଳ) ଠାରେ ସେପ୍ଟେମ୍ବର ୧୭, ୨୦୧୧ଦିନ ଆରମ୍ଭ ହୋଇଥିବା ବିକ୍ଷୋଭ ଯେ ବିଶ୍ୱର ବିଭିନ୍ନସହରକୁ ସଂକ୍ରମିତ ହୋଇଛି-ତାହାର ସୂଚନା ଗଣମାଧ୍ୟମରୁ ଆମେ ପାଉ । ଏହି ବିକ୍ଷୋଭର ମୂଳ ଲକ୍ଷ୍ୟ ହେଉଛି (କ) ଅଧିକ ଓ ଭଲ ଚାକିରୀ, (ଖ) ଆୟର ସମତୁଲ ବଣ୍ଟନ,(ଗ) ବ୍ୟାଙ୍କ୍ର ସଂସ୍କାର, (ଘ) ରାଜନୀତିରେ କର୍ପୋରେଟ୍ ପ୍ରଭାବ ହ୍ରାସ । ଆମେରିକୀୟ ଜନସଂଖ୍ୟାର ଶତକଡ଼ା ୯୯ଭାଗଙ୍କୁ ପ୍ରତିଧ୍ୱନିତ କରନ୍ତି ବୋଲି ଦାବି କରନ୍ତି ଏହି ବିକ୍ଷୋଭକାରୀ ଓ ତାଙ୍କର ବିରୋଧ ଜନସଂଖ୍ୟାର ଶତକଡ଼ା ୧ଭାଗଙ୍କ ବିରୁଦ୍ଧରେ ଯେଉଁମାନେ ରାଷ୍ଟ୍ରର ଆୟ ଓ ସମ୍ପତ୍ତିର ଏକ ବିଶାଳ ଅଂଶର ମାଲିକ ହୋଇ ବସିଛନ୍ତି । ବୈଷମ୍ୟର ଗଭୀରତା କେତେ- ତା’ର ସୂଚନା ମିଳେ ଏଠାରେ ଉଦ୍ଧୃତ କିଛି ପରିସଂଖ୍ୟାନ ଭିତରୁ । ଯେପରି ୨୦୦୭ରେ ଦେଖାଯାଏ ଯେ ଆମେରିକୀୟ ଜନସଂଖ୍ୟାର ସର୍ବୋଚ୍ଚ ଧନୀ ଶତକଡ଼ା ୧ଭାଗ ରାଷ୍ଟ୍ରର ସମୁଦାୟ ସମ୍ପତ୍ତିର ଶତକଡ଼ା ୩୪.୬ ଭାଗର ମାଲିକ ହୋଇଥିବା ବେଳେ, ତାଙ୍କଠାରୁ ତଳେଥିବା ଶତକଡ଼ା ୧୯ଭାଗ ୫୦.୫ଭାଗ ସମ୍ପତ୍ତିର ମାଲିକ । ଅର୍ଥାତ ସମୁଦାୟ ଜନସଂଖ୍ୟା ଉପରେ ଥିବା ଶତକଡ଼ା ୨୦ଭାଗ ସମୁଦାୟ ସମ୍ପତ୍ତିର ଶତକଡ଼ା ୮୫ଭାଗର ମାଲିକ । ଜନସଂଖ୍ୟାର ଅବଶିଷ୍ଟ ୮୦ ଭାଗଙ୍କ ହାତରେ ମାତ୍ର ଶତକଡ଼ା ୧୫ଭାଗ ସମ୍ପତ୍ତି । ଆଉ ସବୁଠାରୁ ମଜାକଥା ହେଉଛି ଯେ ୨୦୦୮ ଅର୍ଥନୈତିକ ସଙ୍କଟକାଳରେ(ଝଙ୍କଭକ୍ଟ୍ରକ୍ସସଜ୍ଞର  ଉକ୍ସସଗ୍ଦସଗ୍ଦ), ଉପର ଶତକଡ଼ା ୧ଭାଗ ଲୋକଙ୍କର ସମୁଦାୟ ସମ୍ପତ୍ତିର ଶତକଡ଼ା ୩୪.୬ବୃଦ୍ଧି ପାଇ ହୋଇଥିଲା ଶତକଡ଼ା ୩୭.୧ଭାଗ । ଉପର ଶତକଡ଼ା ୨୦ଭାଗ ଲୋକଙ୍କ ସମୁଦାୟ ସମ୍ପତ୍ତିର ଶତକଡ଼ା ୮୫ଭାଗ ବୃଦ୍ଧି ପାଇଥିଲା ଶତକଡ଼ା ୮୭.୭ଭାଗକୁ । ଅର୍ଥାତ୍ ଅର୍ଥନୈତିକ ସଙ୍କଟ କାଳରେ ଉପରେ ଥିବା ଶତକଡ଼ା ୨୦ଭାଗ ଲୋକଙ୍କର ସମ୍ପତ୍ତି ବୃଦ୍ଧି ପାଇଛି । ତେଣୁ କମିଛି ଅବଶିଷ୍ଟ ଶତକଡ଼ା ୮୦ଭାଗ ଲୋକଙ୍କର ।
ତେଣୁ ଶତକଡ଼ା ୯୯ଭାଗରେ ଉପର ୧୯ଭାଗ ଓ ତଳ ୮୦ଭାଗ ମଧ୍ୟରେ ଯେ ଏକ ବିଶାଳ ବୈଷମ୍ୟ ରହିଛି, ତାହା ମଧ୍ୟ ଏହି ପରିସଂଖ୍ୟାନ ଦର୍ଶାଉଛି । ମଝି ୧୯ଭାଗରେ ଥିବା ବ୍ୟକ୍ତି ହାରାହାରି ତଳ ୮୦ଭାଗରେ ଥିବା ବ୍ୟକ୍ତିଠାରୁ ହାରାହାରି ୧୪ଗୁଣ ସମ୍ପତ୍ତିର ମାଲିକ ହୋଇଥିବାବେଳେ ଉପର ୧ଭାଗରେ ଥିବା ବ୍ୟକ୍ତି ମଝି ବ୍ୟକ୍ତିଠାରୁ ହାରାହାରି ୧୪ଗୁଣ ସମ୍ପତ୍ତିର ମାଲିକ । ତେବେ ଆହ୍ୱାନ ହେଉଛି ଶତକଡ଼ା ୯୯ଭାଗ ବନାମ ଶତକଡ଼ା ୧ଭାଗ (୯୯% ଠଗ୍ଦ ୧%) ।
ବୋଧହୁଏ ଏହି ଶତକଡ଼ା ୯୯ଭାଗ ଭିତରେ ଥିବା ବୈଷମ୍ୟ ଦର୍ଶାଏ ଯେ କାହିଁକି ଏହି ବିକ୍ଷୋଭରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ (ଯାହା ଏକ ନମୂନା ସର୍ବେକ୍ଷଣରୁ ଜଣାଯାଏ) ରୋଜଗାରହୀନ ବିକ୍ଷୋଭକାରୀ ମାତ୍ର ଶତକଡ଼ା ୧୩ଭାଗ, କୃଷ୍ଣକାୟ ହେଉଛନ୍ତି ମାତ୍ର ଶତକଡ଼ା ୧.୬ଭାଗ, ଏସୀୟ ହେଉଛନ୍ତି ମାତ୍ର ଶତକଡ଼ା ୨.୮ଭାଗ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଶତକଡ଼ା ୫୦ଭାଗ ହେଉଛନ୍ତି ପୂରା ଚାକିରିଆ । ଶତକଡ଼ା ୧୩ଭାଗଙ୍କର ଆୟ ବାର୍ଷିକ ୭୫,୦୦୦ଡଲାର ଠାରୁ ଅଧିକ । ଶତକଡ଼ା ୨୭.୩ଭାଗ ଡେମୋକ୍ରାଟିକ ଦଳର ସମର୍ଥକ ହୋଇଥିବାବେଳେ ଶତକଡ଼ା ୨.୪ଭାଗ ହେଉଛନ୍ତି ରିପବ୍ଲିକାନ୍ ଦଳର ସମର୍ଥକ । ଶତକଡ଼ା ୭୦ଭାଗ ନିଜକୁ ସ୍ୱାଧୀନବୋଲି ଦାବି କରନ୍ତି । ଏହି ବିକ୍ଷୋଭ ପ୍ରତି ଜନସାଧାରଣଙ୍କର ସମର୍ଥନର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି େଯ, ଏହି ଆନେ୍ଦାଳନ ପ୍ରତି ବଳିଷ୍ଠ ସମର୍ଥନ ଯେଉଁ ବୟସର ଲୋକଙ୍କର ରହିଛି ସେମାନଙ୍କର ବୟସ ୫୦ରୁ ୬୪ଭିତରେ । ଯେଉଁମାନେ ବାର୍ଷିକ ୫୦,୦୦୦ଡଲାରରୁ ୭୦,୦୦୦ଡଲାର ଭିତରେ ଆୟ କରୁଛନ୍ତି- ସେମାନଙ୍କର ହିଁ ରହିଛି ଏହି ଆନେ୍ଦାଳନ ପ୍ରତି ବଳିଷ୍ଠ ସମର୍ଥନ । ବାର୍ଷିକ ୭୫,୦୦୦ଡଲାର ଆୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଶତକଡ଼ା ୨୭ଭାଗଙ୍କର ଏହି ଆନେ୍ଦାଳନ ପ୍ରତି ରହିଛି ସମର୍ଥନ ।
ଏହି ସର୍ବେକ୍ଷଣରୁ ଜଣାପଡ଼ୁଛି ଯେ, ଯଦିଓ ବିକ୍ଷୋଭରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବିକ୍ଷୋଭକାରୀଙ୍କର ହାରାହାରି ବୟସ ୩୩, ଏହି ଆନେ୍ଦାଳନକୁ ସବୁଠାରୁ ଅଧିକ ସମର୍ଥନ କରୁଥିବା ଲୋକଙ୍କ ବୟସ ୫୦ରୁ ୬୪ଭିତରେ । ଏକ ସମ୍ମାନଜନକ ଆୟର ଅଧିକାରୀମାନଙ୍କ ଭିତରୁ ହିଁ ଏହି ଆନେ୍ଦାଳନ ପ୍ରତି ସର୍ବାଧିକ ସମର୍ଥନ ଦେଖାଯାଉଛି । ଶ୍ରମିକ, କୃଷ୍ଣକାୟ ବା ଯେଉଁମାନେ ସ୍ୱଳ୍ପ ଆୟକାରୀ, ସେମାନଙ୍କର ଏହି ଆନେ୍ଦାଳନରେ ଅଂଶଗ୍ରହଣ ବା ଏହା ପ୍ରତି ସମର୍ଥନ ଅତ୍ୟନ୍ତ ନାମମାତ୍ର ହୋଇଛି । (ଦ୍ରଷ୍ଟବ୍ୟ: ଷଗ୍ଧଗ୍ଧକ୍ଟ୍ର://ରଦ୍ଭ.ଙ୍ଗସଳସକ୍ଟ୍ରରୟସବ.କ୍ଟକ୍ସଶ/ଙ୍ଗସଳସ/କ୍ଟମମଙ୍କକ୍ଟ୍ରଚ୍ଚପଙ୍ଗବକ୍ଷକ୍ଷପଗ୍ଦଗ୍ଧକ୍ସରରଗ୍ଧ) ।
ଏଥିରୁ ବୋଧହୁଏ ପ୍ରମାଣିତ ହେଉଛି ଯେ ଶତକଡ଼ା ୯୯ଭାଗର ଉପର ୧୯ଭାଗ ହିଁ ଏହି ଆନେ୍ଦାଳନରେ ସବୁଠାରୁ ଅଧିକ ସକ୍ରିୟ ଅଛନ୍ତି । ବ୍ୟାଙ୍କ୍ଗୁଡ଼ିକ ଦେବାଳିଆ ହୋଇଯିବା- ତାଙ୍କର ଗଚ୍ଛିତ ଧନ ପ୍ରତି ବିପଦ ସୃଷ୍ଟିକରିଛି ଓ ଦେବାଳିଆ ବ୍ୟାଙ୍କଗୁଡ଼ିକୁ ସରକାର ନିଜସ୍ୱ ଅର୍ଥରେ ମୁକୁଳାଇବା-ତାଙ୍କର ରୋଜଗାରର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ସେମାନଙ୍କର ବିକ୍ଷୋଭ । କର୍ପୋରେଟ୍ ପ୍ରତି କ୍ଷୋଭ । କିନ୍ତୁ ଯେଉଁମାନଙ୍କର ଆୟ ଅତ୍ୟନ୍ତ ସ୍ୱଳ୍ପ, ଯେଉଁମାନଙ୍କର ଫଟ୍କା ବଜାରରେ ଅଂଶଗ୍ରହଣ କରିବାର ସାମର୍ଥ୍ୟ ନାହିଁ, ଯେଉଁମାନେ ଏମିତି ହିଁ ବେକାର-ସେମାନେ ସ୍ୱାଭାବିକ ଏହି ଆନେ୍ଦାଳନ ପ୍ରତି ଉଦାସୀନ ଅଛନ୍ତି ।
ତେଣୁ ଏକ ବିରାଟ ଆହ୍ୱାନ- ଯେ କର୍ପୋରେଟ୍ ବିରୁଦ୍ଧରେ ଉଠିଥିବା ଅସନ୍ତୋଷକୁ କିପରି ଶତକଡ଼ା ୯୯ଭାଗର ତଳ ୮୦ଭାଗଙ୍କ ଭିତରେ ସଂକ୍ରମିତ କରାଯାଇପାରିବ । ତଳ ୮୦ଭାଗଙ୍କର ଅଂଶଗ୍ରହଣ ବୋଧହୁଏ ସେତେବେଳେ ହିଁ ନିଶ୍ଚିତ ହେବ ଯେତେବେଳେ ସେମାନଙ୍କର ବିକ୍ଷୋଭ ହେବ ଯେ ବିକ୍ଷୋଭର ସୁଫଳ ଉପର ୧୯ଭାଗଙ୍କ ପାଖରେ ରହି ନଯାଇ ସେମାନଙ୍କ ଆଡ଼କୁ ମଧ୍ୟ ଗଡ଼ିବ ।
ତେଣୁ ଶୁଦ୍ରକଦୃଷ୍ଟିରେ ୱାଲଷ୍ଟ୍ରିଟ୍ ବିକ୍ଷୋଭ କେବଳ ଶତକଡ଼ା ୯୯ବନାମ ଶତକଡ଼ା ୧ରେ ସୀମିତ ନୁହେଁ-ଏହା ଭିତରେ ଲୁକ୍କାୟିତ ରହିଛି ଶତକଡ଼ା ୧୯ପ୍ରତି ଶତକଡ଼ା ୮୦ର ସନେ୍ଦହର ବୀଜ ।
-ଶୁଦ୍ରକ
ଆନ୍ନା କ’ଣ ଇଣ୍ଡିଆ?
୭୦ଦଶକରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କର ପ୍ରତିପତ୍ତି ଥିଲା ଅବିସମ୍ବାଦିତ, ସେତେବେଳେ କଂଗ୍ରେସ ଦଳର ସଭାପତି ଦେବକାନ୍ତ ବରୁଆ ଇନ୍ଦିରା ଇଜ୍ ଇଣ୍ଡିଆ (ଓଦ୍ଭୟସକ୍ସବ ସଗ୍ଦ ଓଦ୍ଭୟସବ) କହି ବେଶ୍ ବିତର୍କିତ ହୋଇପଡ଼ିଥିଲେ । ଚାଟୁକାରିତାର ଅପୂର୍ବ ନମୂନା ପେଶ କରିଥିଲେ । ଏହିଭଳି ଚାଟୁକାରିତା ଏଯାବତ୍ ଦୃଶ୍ୟ ହୋଇନାହିଁ- ଯଦିଓ ଭିନ୍ନ ରୂପରେ ଏହାର ପରିପ୍ରକାଶ ଘଟୁଛି- ଇନ୍ଦିରାଙ୍କର ଉତ୍ତରାଧିକାରୀମାନଙ୍କ ପ୍ରତି । କିନ୍ତୁ ଯେତେବେଳେ ଆନ୍ନା ହଜାରେ ଓ ତାଙ୍କର ଟିମ୍ଆନ୍ନା (ଞରବଜ୍ଞ ଇଦ୍ଭଦ୍ଭବ)ଙ୍କର ପ୍ରସ୍ତାବ ସହ କେହି ଏକମତ ନହେଲେ-ଆନ୍ନା ଓ ତାଙ୍କର ଟିମ୍ ଯେପରି ଏହି ଭିନ୍ନମତକୁ ଭାରତର ଜନସାଧାରଣଙ୍କ ବିରୋଧୀ ବୋଲି ଚିତ୍ରଣ କରୁଛନ୍ତି ବା ଏହାକୁ ଭାରତର ଜନସାଧାରଣଙ୍କ ପ୍ରତି ବିଶ୍ୱାସ ଘାତକତା ବୋଲି ଅତି ଉଚ୍ଚ ସ୍ୱରରେ କହୁଛନ୍ତି- ସେତେବେଳେ ମନଭିତରେ ପ୍ରଶ୍ନ ଉଠୁଛି ଆନ୍ନା କ’ଣ ଇଣ୍ଡିଆ?
ବିଡ଼ମ୍ବନା ଯେ କୋଟି କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳମାନେ ଆନ୍ନାଙ୍କ ଅନଶନରେ କିଛି ହଜାର ଲୋକଙ୍କୁ ଦେଖି ବିଚଳିତ ହୋଇପଡ଼ୁଛନ୍ତି ।
-ଶୁଦ୍ରକ
ପୁନର୍ବାର ଜନ୍ତର ମନ୍ତର
ଏପ୍ରିଲ ୫, ୨୦୧୧ପରେ ଡିସେମ୍ବର ୧୧, ୨୦୧୧ ଜନ୍ତରମନ୍ତରରେ ଦ୍ୱିତୀୟଥର । ତୃତୀୟ ଥରପାଇଁ ଦିଲ୍ଲୀର ଅଧିବାସୀମାନେ ଆନ୍ନାଙ୍କୁ ଅନଶନରେ ବସିବାର ଦେଖିଲେ- ତା’ଭିତରୁ ଦୁଇଥର ଜନ୍ତରମନ୍ତରରେ । ଅବଶ୍ୟ ଡିସେମ୍ବର ୧୧,୨୦୧୧ ଥିଲା ଆନ୍ନାଙ୍କର ପ୍ରତୀକ ଅନଶନର ଦିନ । ରବିବାର-ଛୁଟିଦିନ । ଲୋକ ସମାଗମର ପ୍ରତିଶ୍ରୁତି-ଏହି ଦିନ ନିଶ୍ଚିତ ଅଧିକ । କିଛିଦିନ ପୂର୍ବେ ଆନ୍ନା ଟିମ୍ଙ୍କ ନେତୃତ୍ୱରେ ଦିଲ୍ଲୀର ଜନସାଧାରଣ ଦେଖିଥିଲେ ମଟର ସାଇକେଲ ଓ କାରରେ ସମର୍ଥକଙ୍କର ର୍ୟାଲି । କେହି ଲଘୁମନ୍ତବ୍ୟ କରି କହିପାରେ-କିଛିଦିନ ପରେ ଆନ୍ନାଙ୍କର ସମର୍ଥକ ମାନଙ୍କର ଉଡ଼ାଜାହାଜ ର୍ୟାଲି ଅସମ୍ଭବ ନୁହେଁ । ଟିମ୍ ଆନ୍ନାର-କିରଣ ବେଦୀଙ୍କ ପାଇଁ ଉଡ଼ାଜାହାଜ ଯାତ୍ରା ତ’ ବେଶ୍ ଲାଭପ୍ରଦ ବୋଲି ସର୍ବବିଦିତ । ତେବେ ମଟର ସାଇକେଲ, କାରରେ ଆନ୍ନା ସମର୍ଥକଙ୍କର ର୍ୟାଲି, ରବିବାର ଦିନ ଅନଶନ, ଆନ୍ନାଙ୍କ ପ୍ରତି ହ୍ରାସ ପାଉଥିବା ଜନସମର୍ଥକୁ ଘୋଡ଼ାଇବାର ଉଦ୍ୟମ ନୁହେଁ ତ?
ଏଥର ଅନଶନ ସମାବେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗହେଉଛି-ମଞ୍ଚରେ ଅଣକଂଗ୍ରେସ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କର ଉପସ୍ଥିତି । ଯେଉଁମାନେ ଗତ ଅନଶନବେଳେ କିରଣବେଦୀଙ୍କର ସାଂସଦମାନଙ୍କୁ ପରିହାସ କରି ଅଭିନୟକୁ ସ୍ମରଣ କରୁଥିବେ-ସେମାନଙ୍କୁ ଏହିଭଳି ଦୃଶ୍ୟ କିଛିଟା ବେଖାପ ମନେହେଉଥିବ । କିନ୍ତୁ କ୍ରମଶଃ କଂଗ୍ରେସବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ଆନ୍ନାଟିମ୍-କଂଗ୍ରେସ ବିରୋଧୀ ରାଜନୈତିକ ଦଳଗୁଡ଼ିକର ସମର୍ଥନ ପାଇଁ ବ୍ୟାକୁଳ ହେବା ସ୍ୱାଭାବିକ । ଅପରପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଆନ୍ନାଙ୍କୁ ସମର୍ଥନ କରି ନିଜ ନିଜ ଦଳପାଇଁ କିଛି ରାଜନୈତିକ ଫାଇଦାର ସମ୍ଭାବନା ଦେଖୁଥିବା ଅସ୍ୱାଭାବିକ ନୁହେଁ । ଅବଶ୍ୟ ଏକଦା କଂଗ୍ରେସ ସାଂସଦ (ନରସିଂହ ରାଓଙ୍କର ଅତ୍ୟନ୍ତ ଖାସ୍ ଲୋକ), ତାନ୍ତ୍ରିକ ଚନ୍ଦ୍ରାସ୍ୱାମୀଙ୍କର ଘନିଷ୍ଠ ଅନୁଯାୟୀ ଓ ତାଙ୍କର ଓକିଲ ଭାବେ କୁଖ୍ୟାତ, କିନ୍ତୁ ସମ୍ପ୍ରତି ବିଜୁଜନତା ଦଳର ସାଂସଦ ଓ ନବୀନ ବାବୁଙ୍କର ମୁଖର ପ୍ରଶଂସକ ଶ୍ରୀଯୁକ୍ତ ପିନାକୀ ମିଶ୍ର ଏକ ଟି.ଭି. ଆଲୋଚନାରେ-ଆନ୍ନାଙ୍କୁ ସମର୍ଥନ କରିବା ପଛରେ ବିଜୁ ଜନତା ଦଳର କୌଣସି ରାଜନୈତିକ ଫାଇଦା ଉଦେ୍ଧଶ୍ୟ ନୁହେଁ ବୋଲି ଘୋଷଣା କରିଛନ୍ତି । ତାଙ୍କ ମତରେ ନବୀନବାବୁଙ୍କର ସ୍ୱଚ୍ଛ ଭାବମୂର୍ତ୍ତି-ତାଙ୍କ ଦଳକୁ ସୁଫଳ ଦେବା ପାଇଁ ଯଥେଷ୍ଟ । ଏହା ତ ଭିନ୍ନ କଥା ଯେ ପିନାକୀଙ୍କର ନିର୍ବାଚନ ମଣ୍ଡଳୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଉପରେ ଓଡ଼ିଶାର ମାନ୍ୟବର ଲୋକପାଳ ରାଜ୍ୟପାଳଙ୍କୁ ଦେଇଥିବା ରିପୋର୍ଟକୁ ବାରମ୍ବାର ଦାବିସତ୍ତ୍ୱେ ଓଡ଼ିଶା ବିଧାନସଭାରେ ନବୀନବାବୁଙ୍କର ସରକାର ପେଶ୍ କଲେନାହିଁ । ଅବଶ୍ୟ ଏକ ସୁଖକର ଦୃଶ୍ୟ ହେଉଛି ମଞ୍ଚାସୀନ ବାମପନ୍ଥୀ ରାଜନୈତିକ ନେତୃବୃନ୍ଦଙ୍କର ଟିମ୍ ଆନ୍ନାଙ୍କୁ ସ୍ପଷ୍ଟ ଭାବରେ ଜଣାଇବା ଯେ, ସେମାନେ ନିଜକୁ ବିଜ୍ଞତାର ଗୋଟିଏ ଗୋଟିଏ ଭଣ୍ଡାର ବୋଲି ମନେ ନକରନ୍ତୁ । ଭାରତବର୍ଷର ୧୨୦କୋଟି ଲୋକଙ୍କ ଭିତରେ ବହୁ ବିଦ୍ୱାନ ଓ ଚିନ୍ତାଶୀଳ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭାରତରେ ଦୁର୍ନୀତିକୁ ନେଇ ଚିନ୍ତିତ । ସେମାନଙ୍କର ମତାମତକୁ ଟିମ୍ ଆନ୍ନାର ସମ୍ମାନ ଦେବା ଆବଶ୍ୟକ । କିନ୍ତୁ ଏହି ବାମପନ୍ଥୀ ନେତାମାନେ ବୋଧହୁଏ ପାଶୋର ହେଉଛନ୍ତି ଯେ, ନିମ୍ନଶ୍ରେଣୀରେ ଯାଇ ଉଚ୍ଚଶ୍ରେଣୀରେ ଉପ ପ୍ରାୟୋଜକଙ୍କଠାରୁ ଆଦାୟ କରିବା ଟିମ୍ ଆନ୍ନାର ଦୁର୍ନୀତି ତାଲିକାରେ ଆଉ ନାହିଁ- ଯାହାକୁ ସାଧାରଣରେ ଦୁର୍ନୀତି ବୋଲି କୁହାଯାଏ । କାରଣ ଏହି ଦୁର୍ନୀତି ଟିମ୍ ଆନ୍ନାର, ସବୁଠାରୁ ଉଚ୍ଚସ୍ୱରରେ ବକ୍ତବ୍ୟ ରଖୁଥିବା, କିରଣ ବେଦୀ ହିଁ କରିଛନ୍ତି । କହିବା ବାହୁଲ୍ୟ ଯେ ଆନ୍ନାଙ୍କର ଅନଶନ ଓ ଦୁର୍ନୀତି ବିରୋଧୀ ଅଭିଯାନ, ବହୁ ଧାରଣାର ପରିଭାଷା ସ୍ତରରେ ପରିବର୍ତ୍ତନ ଆଣୁଅଛି ।
-ଶୁଦ୍ରକ

୧-୧୫ ଜାନୁଆରୀ ୨୦୧୨
ଆନ୍ନା ଅନଶନର ହଂସଗୀତି
ଏମ୍.ଏମ୍.ଆର୍.ଡି.ଏ.(ଗଗଜଊଇ) ପଡ଼ିଆରେ ତିନିଦିନ ପାଇଁ ଅନଶନରେ ବସିବେ ବୋଲି ସଂକଳ୍ପ କରି ଆସିଥିବା ଆନ୍ନା ହଜାରେ ମାତ୍ର ଦେଢ଼ ଦିନ ପରେ ଅନଶନରୁ ଉଠିଯିବା ଓ ସେଠାରୁ ନିଜ ଗାଁ ରାଲେଗାଁ ସିଦ୍ଧିକୁ ଫେରିଯିବା- ଦିଲ୍ଲୀବାସୀ ଟିମ୍ ଆନ୍ନାର ସଭ୍ୟମାନଙ୍କ ପାଇଁ ଏକ ବିରାଟ ଧକ୍କା । କାରଣ ଟିମ୍ ଆନ୍ନାର ଦିଲ୍ଲୀବାସୀ ସଭ୍ୟ, ଅରବିନ୍ଦ କେଜରୀୱାଲ, କିରଣବେଦୀ ଓ ମନୀଷ ସିସୋଡ଼ିଆ ଯେ ଚାହୁଁଥିଲେ ଆନ୍ନା ତାଙ୍କର ଅନଶନ ଜାରୀ ରଖନ୍ତୁ! (ଦ୍ରଷ୍ଟବ୍ୟ: ‘ଳରହକ୍ସସଙ୍ଗବକ୍ଷ, ଈରୟସ ୟକ୍ଟଦ୍ଭ’ଗ୍ଧ ମବକ୍ସର ବଭକ୍ଟଙ୍କଗ୍ଧ ଇଦ୍ଭଦ୍ଭବ ଐବଚ୍ଛବକ୍ସର ଭଚ୍ଚ ଝଜ୍ଞସଗ୍ଧଷବ ଘବସକ୍ସ, ଉଘଘ-ଓଈଘ ଓଈଘ କ୍ଷସଙ୍ଖର କ୍ଟ୍ରକ୍ଟକ୍ଷସଗ୍ଧସମଗ୍ଦ ୟବଗ୍ଧରୟ ଊରମ ୨୮, ୨୦୧୧) ଆନ୍ନା ଅସୁସ୍ଥ ଅବସ୍ଥାରେ ଡାକ୍ତରମାନଙ୍କର ବାରଣ ସତ୍ତ୍ୱେ ଅନଶନରେ ବସିଥିଲେ । ସଂସଦରେ ଲୋକପାଳ ବିଲ୍ ଆଲୋଚନା ହେବାବେଳେ- ଏହିଭଳି ଅନଶନରେ ବସିବା ଉଚିତ ହେବନାହିଁ ବୋଲି ରାଜନୈତିକ ନେତା ଓ ବହୁ ଚିନ୍ତାଶୀଳବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏ ସବୁକୁ ବେଖାତିର କରି ସେ ଅନଶନରେ ବସିବା ଓ ମାତ୍ର ଦେଢ଼ଦିନ ପରେ ଟିମ୍ ଆନ୍ନାର ଉପରୋକ୍ତ ସଭ୍ୟମାନଙ୍କର ଇଚ୍ଛା ବିରୁଦ୍ଧରେ ଅନଶନ ଭାଙ୍ଗିଦେବା ଓ ନିଜ ଗାଁକୁ ଫେରିଯିବା ବୋଧହୁଏ ଏହାହିଁ ସୂଚାଇ ଦେଉଛି ଯେ ଦିଲ୍ଲୀବାସୀ ଟିମ୍ ଆନ୍ନାର ପ୍ରଭାବରୁ ମରାଠୀ ଗାଁନିବାସୀ ଆନ୍ନା ହଜାରେ ନିଜକୁ ମୁକ୍ତ କରିବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ବୋଧହୁଏ ବୁଝିପାରିଛନ୍ତି ଯେ ତାଙ୍କର ଅନଶନ କରିବାର ପ୍ରବଣତାର ସୁଯୋଗ ତାଙ୍କର ଏହି ସହଯୋଗୀମାନେ ନେଉଛନ୍ତି ଓ ତାକୁ ଆୟୁଧ କରି ପ୍ରବଳ ହୋ-ହଲ୍ଲା କରୁଛନ୍ତି । ସେ ମଧ୍ୟ ବୁଝିଛନ୍ତି ଯେ, ସେ ଗଣମାଧ୍ୟମ ଦ୍ୱାରା ତିଆରି । ତାଙ୍କର ସର୍ବଭାରତୀୟ ଛବି-ଗଣମାଧ୍ୟମ ଯୋଗୁଁ ହିଁ ସମ୍ଭବ ହୋଇଛି । ସେ ଅତି ସାଧୁତାର ସହ ଏହାକୁ ସ୍ୱୀକାର କରିଛନ୍ତି ଯେତେବେଳେ ସେ କହନ୍ତି ଯେ ‘ତୁମ କ୍ୟାମେରା ଯଦି ମୋ ପଛେ ପଛେ ଯାଉନଥାନ୍ତା- ତା’ହେଲେ ମତେ କିଏ ବା ଜାଣନ୍ତା ।’ (‘ଓଲ ଚ୍ଚକ୍ଟଙ୍କକ୍ସ ମବଜ୍ଞରକ୍ସବ ଷବୟ ଦ୍ଭକ୍ଟଗ୍ଧ ଲକ୍ଟକ୍ଷକ୍ଷକ୍ଟଙ୍ଗରୟ ଜ୍ଞର ରଙ୍ଖରକ୍ସଚ୍ଚ ଙ୍ଗଷରକ୍ସର, ଙ୍ଗଷକ୍ଟ ଙ୍ଗକ୍ଟଙ୍କକ୍ଷୟ ଳଦ୍ଭକ୍ଟଙ୍ଗଦ୍ଭ ଜ୍ଞର?’ – – ଘକ୍ଟଗ୍ଧ ସଦ୍ଭ ଗ୍ଧଷର କ୍ଟ୍ରସମଗ୍ଧଙ୍କକ୍ସର ଭଚ୍ଚ ଜବହୟରରକ୍ଟ୍ର ଝବକ୍ସୟରଗ୍ଦବସ, ଐସଦ୍ଭୟଙ୍କଗ୍ଦଗ୍ଧବଦ୍ଭ ଞସଜ୍ଞରଗ୍ଦ, ଊରମ ୨୯, ୨୦୧୧) ।
ମୁମ୍ବାଇର ଏମ୍ଏମ୍ଆର୍ଡିଏ (ଗଗଜଊଇ) ପଡ଼ିଆରେ ତାଙ୍କର ଅନଶନ କାଳରେ କ୍ଷୀଣ ଜନସମାବେଶ- ଆନ୍ନାଙ୍କୁ ବିଚଳିତ କରିନଥିବ, ଏପରି ନୁହେଁ । ଦିଲ୍ଲୀରେ ବିଶାଳ ଜନସମାବେଶର ଅଭିଜ୍ଞତାର ପୃଷ୍ଠଭୂମିରେ ନିଜ ରାଜ୍ୟ ମୁମ୍ବାଇରେ-ତାଙ୍କର ଅନଶନ ମୁମ୍ବାଇକାରଙ୍କୁ ଆକୃଷ୍ଟ ନକରିବା ତାଙ୍କୁ ହୁଏତ ବାଧ୍ୟ କରିଥିବ ଅନଶନରୁ ଉଠିଯିବା ପାଇଁ । ସେ ଯେ ସାରା ଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରୁନାହାନ୍ତି- ଏହା କ୍ରମଶଃ ବୁଝିଥିବେ ଯାହା ଅନଶନରୁ ଉଠିଯିବା ପାଇଁ ତାଙ୍କର ସଂକଳ୍ପକୁ ଦୃଢ଼ୀଭୂତ କରିଥିବ । ଅନଶନକୁ ହତିଆର କରି ବେଶୀ ଦିନ ଯୁଦ୍ଧ କରିହେବ ନାହିଁ ବୋଲି ବୁଝିଥିବେ । ତେଣୁ ସେ ଆଗାମୀ ନିର୍ବାଚନରେ କଂଗ୍ରେସ ବିରୋଧରେ ପ୍ରଚାର କରିବେ ବୋଲି ଯେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି- ତାହା ଅଧିକ ବାସ୍ତବ ବୋଲି ମନେହୁଏ ।
-ଶୁଦ୍ରକ

୧୬-୩୧ ଜାନୁଆରୀ ୨୦୧୨
ଏହା ହିଁ ହେବାର ଥିଲା
ଟିମ୍ ଆନ୍ନା (ଞରବଜ୍ଞ ଇଦ୍ଭଦ୍ଭବ) ପରିଶେଷରେ ସ୍ଥିର କଲେ ଯେ ସେମାନେ ଆଗାମୀ ନିର୍ବାଚନରେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୋଧରେ ବା ସପକ୍ଷରେ ପ୍ରଚାର କରିବେ ନାହିଁ । (ଦ୍ରଷ୍ଟବ୍ୟ: ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୨ ଔବଦ୍ଭଙ୍କବକ୍ସଚ୍ଚ ୨୦୧୨) ଏହା ପୂର୍ବରୁ ସେମାନେ ଘୋଷଣା କରିଥିଲେ ଯେ ସେମାନେ କଂଗ୍ରେସ ଦଳ ବିରୋଧରେ ନିର୍ବାଚନୀ ପ୍ରଚାର କରିବେ । ଏହାର ଆଧାର ଥିଲା ଆନ୍ନାହଜାରେଙ୍କ ଘୋଷଣା । ୨୭ ଡିସେମ୍ବର ୨୦୧୧ଦିନ ତିନିଦିନିଆ ଅନଶନରେ ବସି ମାତ୍ର ଦେଢ଼ଦିନ ପରେ ଅନଶନ ଭାଙ୍ଗି ଉଠିଯିବା ପରେ, ଆନ୍ନା ହଜାରେ କଂଗ୍ରେସ ବିରୋଧରେ ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଗଣମାଧ୍ୟମ ପାଠକ ତଥା ଦର୍ଶକଙ୍କୁ ସୂଚାଇ ଦେଇଥିଲା । ଏଠାରେ ସ୍ମରଣ କରାଯାଇ ପାରେ ଯେ ଆନ୍ନାଙ୍କର ଏହି ବମ୍ବେଇଆ ଅନଶନ ଦିଲ୍ଲୀ ଅନଶନଗୁଡ଼ିକ ଭଳି ଆକର୍ଷଣୀୟ ହୋଇନଥିଲା । ସାରାଭାରତର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଦାବି କରୁଥିବା ଆନ୍ନା ଓ ତାଙ୍କର ଟିମ୍ର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଜନସାଧାରଣଙ୍କର ଅଂଶଗ୍ରହଣ ଅତ୍ୟନ୍ତ ନିରୁତ୍ସାହଜନକ ଥିଲା । (ଦ୍ରଷ୍ଟବ୍ୟ: ଞଷର ଞସଜ୍ଞରଗ୍ଦ କ୍ଟଲ ଓଦ୍ଭୟସବ, ୨୮ ଊରମରଜ୍ଞଭରକ୍ସ ୨୦୧୧) । ଆନ୍ନା ହଜାରେ କ’ଣ ସତରେ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରିବେ? ଏହି ପ୍ରଶ୍ନ ଶୁଦ୍ରକର ମନକୁ ଆନେ୍ଦାଳିତ କରୁଥିଲା । କାରଣ ଆନ୍ନା ହଜାରେଙ୍କର ଉନ୍ନତ ଭାବମୂର୍ତ୍ତି, ସରକାରୀ ସମ୍ମାନ (ପଦ୍ମଶ୍ରୀ, ପଦ୍ମଭୂଷଣ) ଇତ୍ୟାଦି ସବୁ ତ କଂଗ୍ରେସ ଦଳ କ୍ଷମତାରେ ଥିଲାବେଳେ ସମ୍ଭବ ହୋଇଛି । ପୁଣି ଅନଶନ ବେଳେ, ସେ କଥାବାର୍ତ୍ତା ପାଇଁ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ ବା ମହରାଷ୍ଟ୍ରର କଂଗ୍ରେସ ନେତାମାନଙ୍କୁ ଯେପରି ଅଗ୍ରାଧିକାର-ତାହାର ପୃଷ୍ଠଭୂମିରେ ଆନ୍ନା ହଜାରେ କଂଗ୍ରେସ ବିରୋଧରେ ପ୍ରଚାର କରିବେ ଏହା ଆଦୌ ବିଶ୍ୱାସଯୋଗ୍ୟ ହେଉନଥିଲା । ତେବେ ପରିବର୍ତ୍ତିତ ସ୍ଥିତିରେ ବିଶେଷତଃ ବମ୍ବେ ଅନଶନରେ ଜନସାଧାରଣଙ୍କର ନୈରାଶ୍ୟଜନକ ଅଂଶଗ୍ରହଣ ଓ ରାଜ୍ୟସଭାରେ ଲୋକପାଳ ବିଧେୟକ ଗୃହୀତ ହୋଇ ନପାରିବାର କ୍ଷୋଭରୁ ଏପରି ପ୍ରତିକ୍ରିୟା ଆନ୍ନା ହଜାରେ କରିପାରିଥାନ୍ତି ବୋଲି ମନଭିତରେ ଏକ ଭାବନା ମଧ୍ୟ ଆସିଥିଲା । ତେବେ ଏ ସମସ୍ତ ଆଶଙ୍କା ନିରର୍ଥକ ଥିଲା । କଂଗ୍ରେସ ବିରୋଧରେ ଆନ୍ନା ହଜାରେ ଯେ କଦାପି ଯିବେ ନାହିଁ-ଶୁଦ୍ରକ ମନରେ ବସା ବାନ୍ଧିଥିବା ଏହି ଧାରଣା ଦୃଢ଼ୀଭୂତ ହୋଇଗଲା ଯେତେବେଳେ ରାଲେଗାଁସିଦ୍ଧିଠାରେ ବିଶ୍ରାମ କରୁଥିବା ଆନ୍ନା ହଜାରେଙ୍କୁ ଭେଟିସାରିବା ପରେ ଟିମ୍ ଆନ୍ନା ଘୋଷଣା କଲେ ଯେ ସେମାନେ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ବିରୋଧରେ ବା ସପକ୍ଷରେ ନିର୍ବାଚନୀ ପ୍ରଚାର କରିବେ ନାହିଁ । ଏହି ସମସ୍ତ ଘଟଣାକ୍ରମ ଉପରେ କେନ୍ଦ୍ର ଆଇନମନ୍ତ୍ରୀ ସଲମାନ ଖୁର୍ସିଦଙ୍କର ମତ ବେଶ୍ ତାପôର୍ଯ୍ୟପୂର୍ଣ୍ଣ । ତାଙ୍କରି ଭାଷାରେ ଆନ୍ନା ନିଜେ କେଭେ କହିନଥିଲେ ଯେ ସେ କୌଣସି ଦଳ ବିରୋଧରେ ପ୍ରଚାର କରିବେ ବୋଲି । ଏକ ଧାରଣା ମାତ୍ର ସୃଷ୍ଟି କରାଯାଇଥିଲା ଯେ ଆନ୍ନା ଓ ତାଙ୍କର ସହଯୋଗୀମାନେ କଂଗ୍ରେସ ବିରୁଦ୍ଧରେ ପ୍ରଚାର କରିପାରନ୍ତି । କିନ୍ତୁ ଏପରି କୌଣସି ନିଷ୍ପତ୍ତି ତାଙ୍କ ଦ୍ୱାରା ନିଆଯାଇ ନଥିଲା । ଆଲୋଚନା ପରେ, ସେମାନେ ଦୁର୍ନୀତି ବିରୋଧରେ ହିଁ ପ୍ରଚାର କରିବାର ଯେଉଁ ନିଷ୍ପତ୍ତି ନେଲେ- ତାହାକୁ ଆମେ ସ୍ୱାଗତ କରୁଛୁ ।’ (‘ଇଦ୍ଭଦ୍ଭବ ଷସଜ୍ଞଗ୍ଦରକ୍ଷଲ ଷବୟ ଦ୍ଭରଙ୍ଖରକ୍ସ ଗ୍ଦବସୟ ଷର ଙ୍ଗକ୍ଟଙ୍କକ୍ଷୟ ମବଜ୍ଞକ୍ଟ୍ରବସଶଦ୍ଭ ବଶବସଦ୍ଭଗ୍ଦଗ୍ଧ ବଦ୍ଭଚ୍ଚ କ୍ଟ୍ରବକ୍ସଗ୍ଧଚ୍ଚ. ଈଙ୍କଗ୍ଧ ସଗ୍ଧ ଙ୍ଗବଗ୍ଦ ଭରସଦ୍ଭଶ ଗ୍ଧଷକ୍ଟଙ୍କଶଷଗ୍ଧ କ୍ଟଙ୍କଗ୍ଧ ଗ୍ଧଷବଗ୍ଧ ଷର ବକ୍ଷକ୍ଟଦ୍ଭଶ ଙ୍ଗସଗ୍ଧଷ ଷସଗ୍ଦ ଲକ୍ସସରଦ୍ଭୟଗ୍ଦ ଙ୍ଗକ୍ଟଙ୍କକ୍ଷୟ କ୍ଟ୍ରରକ୍ସଷବକ୍ଟ୍ରଗ୍ଦ ମବଜ୍ଞକ୍ଟ୍ରବସଶଦ୍ଭ ବଶବସଦ୍ଭଗ୍ଦଗ୍ଧ ମକ୍ଟଦ୍ଭଶକ୍ସରଗ୍ଦଗ୍ଦ. ଈଙ୍କଗ୍ଧ ଗ୍ଧଷସଗ୍ଦ ୟରମସଗ୍ଦସକ୍ଟଦ୍ଭ ଙ୍ଗବଗ୍ଦ ଦ୍ଭରଙ୍ଖରକ୍ସ ଗ୍ଧବଳରଦ୍ଭ ଭଚ୍ଚ ଷସଜ୍ଞ. ଘକ୍ଟଙ୍ଗ ବଲଗ୍ଧରକ୍ସ ୟସଗ୍ଦମଙ୍କଗ୍ଦଗ୍ଦସକ୍ଟଦ୍ଭଗ୍ଦ, ଗ୍ଧଷରଚ୍ଚ ଷବଙ୍ଖର ୟରମସୟରୟ ଗ୍ଧଷବଗ୍ଧ ଗ୍ଧଷରଚ୍ଚ ଙ୍ଗକ୍ଟଙ୍କକ୍ଷୟ ମବଜ୍ଞକ୍ଟ୍ରବସଶଦ୍ଭ ବଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ, ଙ୍ଗଷସମଷ ଙ୍ଗର ଙ୍ଗରକ୍ଷମକ୍ଟଜ୍ଞର’- କଷଙ୍କକ୍ସଗ୍ଦସୟ ଗ୍ଦବସୟ. (ଞଷର ଋମକ୍ଟଦ୍ଭକ୍ଟଜ୍ଞସମ ଞସଜ୍ଞରଗ୍ଦ, ୧୧ ଔବଦ୍ଭଙ୍କବକ୍ସଚ୍ଚ ୨୦୧୨)
ଇତ୍ୟବସରରେ ଆନ୍ନା ହଜାରେଙ୍କ ଗ୍ରାମ ରାଲେଗାଁସିଦ୍ଧିର ସରପଞ୍ଚ ଓ ଆନ୍ନା ଅନୁଯାୟୀ, ଆନ୍ନାଙ୍କର ଆଶୀର୍ବାଦ ନେଇ, କଂଗ୍ରେସ ସହଯୋଗୀ ଶରଦ ପାୱାରଙ୍କର ଏନ୍.ସି.ପି.(ଘ.ଉ.ଚ) ଦଳର ଟିକେଟରେ ପଞ୍ଚାୟତ ନିର୍ବାଚନ ଲଢ଼ୁଛନ୍ତି । ମାନେ ହେଉଛି କଂଗ୍ରେସ ଦଳକୁ କ୍ଷମତାରେ ରହିବାପାଇଁ ସାହାଯ୍ୟ କରୁଥିବା ଶରଦ ପାୱାରଙ୍କର ଏନ୍.ସି.ପି. ଦଳ ପ୍ରତି ଆନ୍ନା ହଜାରେଙ୍କର ପ୍ରତିକୂଳ ମନୋଭାବ କ୍ରମଶଃ ହ୍ରାସ ପାଉଛି । ତା’ନହେଲେ ସେ ତାଙ୍କର ଅନୁଯାୟୀଙ୍କୁ ଶରଦ ପାୱାରଙ୍କ ଏନ୍.ସି.ପି. ଦଳରେ ଯୋଗଦେବାକୁ ଅନୁମତି ଦିଅନ୍ତେ କିପରି । ଆନ୍ନା ହଜାରେ ଓ ଶରଦ ପାୱାରଙ୍କ ମଧ୍ୟରେ ବିଦ୍ୱେଷ କାହାକୁ ବା ଅଜଣା ।    -ଶୁଦ୍ରକ

୧୬-୩୧ ଫେବୃୟାରୀ/ ୧-୧୫ ମାର୍ଚ୍ଚ ୨୦୧୨
ବିଜେଡ଼ି ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟ?
ଗଣମାଧ୍ୟମ ସାମ୍ନାକୁ ଆସିବା ପାଇଁ ପ୍ରାୟଃ କୁଣ୍ଠିତ ନବୀନ ପଟ୍ଟନାୟକ ଇତ୍ୟବସରରେ ତୃତୀୟ ସାମ୍ମୁଖ୍ୟର ପ୍ରସ୍ତାବଦେଇ ରାଷ୍ଟ୍ରୀୟସ୍ତରର ରାଜନୈତିକ ଜଳବାୟୁରେ ପରିବର୍ତ୍ତନର ଏକ ସମ୍ଭାବନା ଦର୍ଶାଇଛନ୍ତି । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୧୬/୨/୨୦୧୨) ବିଜେଡ଼ିର କର୍ମୀମାନେ ଉଲ୍ଲସିତ ହେଉଛନ୍ତି ଯେ ସେମାନଙ୍କର ପ୍ରିୟ ନେତା ରାଷ୍ଟ୍ରୀୟସ୍ତରର ରାଜନୀତିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ନବୀନ ରାଷ୍ଟ୍ରୀୟସ୍ତରକୁ ଗଲେ ରିକ୍ତ ମୁଖ୍ୟମନ୍ତ୍ରୀ ଆସନକୁ ମଣ୍ଡନ କରିବାପାଇଁ ଆଶାୟୀଙ୍କର ଆକାଂକ୍ଷା ଯେ ପୂରଣ ହୋଇଯିବ, ଏଥିରେ ସନେ୍ଦହ ନାହିଁ ।
ଏହିଭଳି ପ୍ରସ୍ତାବର ମୂଳରେ ଅଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନସ୍ଥ ‘ଜାତୀୟ ପ୍ରତି ଆତଙ୍କବାଦ କେନ୍ଦ୍ର’ (ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ଟଙ୍କଦ୍ଭଗ୍ଧରକ୍ସ ଞରକ୍ସକ୍ସକ୍ଟକ୍ସସଗ୍ଦଜ୍ଞ ଉରଦ୍ଭଗ୍ଧକ୍ସର)କୁ ଦିଆଯାଇଥିବା ନୂତନ କ୍ଷମତା ବିରୋଧରେ ସମର୍ଥନ ଲୋଡ଼ିବାକୁ ଯାଇ ମମତା ବାନାର୍ଜୀ, ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ନବୀନଙ୍କର ପତ୍ର । କହିବା ବାହୁଲ୍ୟ ଯେ ‘ଜାତୀୟ ପ୍ରତି ଆତଙ୍କବାଦ କେନ୍ଦ୍ର’ ବିରୋଧରେ ସ୍ୱର ଉଠାଇବାରେ ନବୀନ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ । ତାଙ୍କ ପରେପରେ ଅବଶ୍ୟ ଅନେକେ ଉଠାଇଲେଣି । ଓଡ଼ିଶାକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନିରବଚ୍ଛିନ୍ନ ଭାବେ ଉଠାଇବାରେ ଅଭ୍ୟସ୍ତ ନବୀନ- ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଗୁଆ ହେବା ସ୍ୱାଭାବିକ । ଏନ୍.ଡି.ଏ.(ଘଊଇ)ରେ ସାମ୍ପ୍ରଦାୟିକତାର ଛିଟା ଓ ଉପା (ଟଚଇ)ରେ ଦୁର୍ନୀତିର କଳଙ୍କ-ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତାକୁ ବଢ଼ାଇ ଦେଇଛି ବୋଲି ନବୀନ ଅନୁଭବ କରୁଛନ୍ତି । ତାଙ୍କ ପ୍ରସ୍ତାବିତ ତୃତୀୟସାମ୍ମୁଖ୍ୟ ଦୁର୍ନୀତିମୁକ୍ତ ହେବ ଓ ପାରଦର୍ଶୀ (ଞକ୍ସବଦ୍ଭଗ୍ଦକ୍ଟ୍ରବକ୍ସରଦ୍ଭଗ୍ଧ)ହେବ ବୋଲି ସେ ଦାବି କରନ୍ତି ।
କଂଗ୍ରେସଦଳ ଏହିଭଳି ପ୍ରସ୍ତାବକୁ ପରିହାସ କରିଛି- ନବୀନଙ୍କ ଶାସନକାଳରେ ହୋଇଥିବା ବିଭିନ୍ନ ଦୁର୍ନୀତିର ନଜିର ଦେଖାଇ । ଜୟଲଳିତା ଓ ଚନ୍ଦ୍ରବାବୁ ନାଇଡ଼ୁଙ୍କର ଦୁର୍ନୀତିର ତାଲିକା ବେଶ୍ ଲମ୍ବାବୋଲି ଦର୍ଶାଇଛି । ଏହିମାନଙ୍କୁ ନେଇ ତୃତୀୟସାମ୍ମୁଖ୍ୟ କେତେଦୂର ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ହୋଇପାରେ?-ଏ ପ୍ରଶ୍ନ ମଧ୍ୟ କଂଗ୍ରେସ ଦଳ କରିଛି । କଂଗ୍ରେସ ଦଳ ପ୍ରକାରାନ୍ତରେ ବୋଧହୁଏ କହୁଛି ଯେ, ‘ଆମେ ସମସ୍ତେ ମୁତୁରୀ- ହେଂସ କାହିଁ ପାଇଁ ଧୋଇବା’ । ଯେତେ ସାମ୍ମୁଖ୍ୟ ହେଲେ ମଧ୍ୟ ହେଁସ ଯେ ପରିଷ୍କାର ହୋଇପାରିବ ନାହିଁ- ତାହାହିଁ କଂଗ୍ରେସ ଦଳ ଦ୍ୱାରା କରାଯାଇଥିବା ପରିହାସର ମର୍ମ ।
ପୁନଶ୍ଚ ଯେଉଁମାନେ ସ୍ମରଣ କରୁଛନ୍ତି ବିଜୁ ପଟ୍ଟନାୟକଙ୍କର ବିଜେପିର ସାମ୍ପ୍ରଦାୟିକ ଚରିତ୍ରର ସମାଲୋଚନା, ଯେଉଁମାନେ ସ୍ମରଣ କରୁଛନ୍ତି, ଅଶୋକ ଦାସ(ଦିବଂଗତ)ଙ୍କର ବିଜେଡ଼ି-ବିଜେପି ମେଣ୍ଟକୁ ବିରୋଧ, ଯେଉଁମାନେ ଲକ୍ଷ୍ୟ କରିଛନ୍ତି ଯେ କିପରି ଏହି ମେଣ୍ଟରେ ରହି କେନ୍ଦ୍ରରେ କ୍ଷମତା ଉପଭୋଗ କରିଛି ବିଜେଡ଼ି ଓ ରାଜ୍ୟରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଛି- ସେମାନେ ନିଶ୍ଚିତ ଭାବରେ ନବୀନବାବୁଙ୍କର ଏନ୍ଡିଏରେ ସହସା, ସାମ୍ପ୍ରଦାୟିକ ଛିଟା ଦେଖିବାକୁ ସହଜରେ ଗ୍ରହଣ କରିପାରୁ ନଥିବେ ।
କିନ୍ତୁ ନବୀନଙ୍କର ଉଚ୍ଚାରଣ ଯେ ‘ତୃତୀୟ ସାମ୍ମୁଖ୍ୟ ଦୁର୍ନୀତି ମୁକ୍ତ ହେବ’-ଏହାକୁ ଯଦି ଆମେ ଆକ୍ଷରିକ ଅର୍ଥରେ ବିଚାରକରୁ-ତା’ହେଲେ ନବୀନ ଯେ ରନôାକରଠାରେ ବାଲ୍ମିକୀର ସମ୍ଭାବନା ଦେଖୁଛନ୍ତି, ତାହା ଆମକୁ ସ୍ୱୀକାର କରିବାକୁ ହେବ ।
ତେବେ ନିର୍ବାଚନ ପୂର୍ବରୁ ଏହିଭଳି ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା ଯେ ଆଦୌ ନୂଆ ନୁହେଁ- ତାହା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିବେ । କିନ୍ତୁ ଯାହା ନୂଆ- ତାହା ହେଉଛି ଏହି ପ୍ରସ୍ତାବ କ୍ଷମତା ରାଜନୀତିରେ ଖେଳୁଆଡ଼ ବାମପନ୍ଥୀ ଦଳମାନଙ୍କଠାରୁ ଆସୁନାହିଁ- ଯେପରି ୨୦୦୯ନିର୍ବାଚନ ପୂର୍ବରୁ ଆସିଥିଲା । ତେବେ ନବୀନ ବାବୁ ଏହି ଉଦ୍ୟମରେ ମମତା ବାନାର୍ଜୀଙ୍କୁ ସାମିଲ କରିବାର ଯେଉଁ ପ୍ରବଣତା ଦେଖାଇଲେ- ସେଥିରେ ଉପରୋକ୍ତ ବାମପନ୍ଥୀ ଦଳମାନେ ନବୀନବାବୁଙ୍କର ତୃତୀୟ ସାମ୍ମୁଖ୍ୟକୁ ସମର୍ଥନ ନଜଣାଇବା ସ୍ୱାଭାବିକ । କିନ୍ତୁ ଉପାରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସ କେତେଦୂର ନବୀନଙ୍କର ତୃତୀୟ ସାମ୍ମୁଖ୍ୟ ସାମିଲ ହେବ- ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ । ତେଣୁ ନବୀନଙ୍କର ତୃତୀୟ ସାମ୍ମୁଖ୍ୟ ଏକ ବିରାଟ ରାଜନୈତିକ କୁହୁକ । ଦେଖାଯାଉ ଏହାର ସମାଧାନ ପାଇଁ କେଉଁମାନେ ବାହାରୁଛନ୍ତି ।
-ଶୁଦ୍ରକ

୧-୧୫ ମଇ ୨୦୧୨
ଅନଶନରେ ମେଣ୍ଟ-ଅହଂର ଆଣ୍ଟ, ଟିମ୍ ଆନ୍ନାରେ ଫାଟ
ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ମେଣ୍ଟ ରାଜନୀତି ଗତ ଦେଢ଼ଦଶନ୍ଧି ଧରି ଏକ ସାଧାରଣ ଦୃଶ୍ୟ ହୋଇଥିବା ବେଳେ ଏହା ଏକ ସଂସ୍କୃତିରେ ପରିଣତ ହୋଇଗଲାଣି । ତା’ ନହେଲେ ପରସ୍ପରଠାରୁ ଏକଦା ନିରାପଦ ଦୂରତ୍ୱ ରକ୍ଷାକରୁଥିବା ଆନ୍ନା ହଜାରେ ଓ ବାବା ରାମଦେବ-ଏକାଠି ହୋଇ ଅନଶନ କରିବାର ପ୍ରସ୍ତାବ ଦେଶବାସୀଙ୍କୁ ଜଣାଇଥାନ୍ତେ କିପରି?
ରାମଦେବଙ୍କ ସହ ଆନ୍ନାଙ୍କର ମେଣ୍ଟ ହେଲେ, ଟିମ୍ ଆନ୍ନାର ବହୁ ଦୃଷ୍ଟ ଚେହେରା ଅରବିନ୍ଦ କେଜରିୱାଲ ତାଙ୍କର ଗୁରୁତ୍ୱ ହରାଇବେ ବୋଲି ଏକ ଆଶଙ୍କା ପ୍ରକାଶ ପାଉଛି । ରାମଦେବଙ୍କ ପ୍ରତି ଆନ୍ନାଙ୍କର ଆକର୍ଷଣକୁ କିପରି ବ୍ୟର୍ଥ କରାଯାଇପାରିବ- ସେଥିପାଇଁ ଟିମ୍ ଆନ୍ନାର ସଦସ୍ୟମାନେ ଅନବରତ ଚେଷ୍ଟା ଚଳାଇଛନ୍ତି । ଅପରପକ୍ଷରେ ଆନ୍ନା ଆନେ୍ଦାଳନ ସହ ପ୍ରଥମରୁ ସମ୍ପୃକ୍ତ ଥିବା ମୁସଲମାନ ନେତା ମୁଫତି ସମିମ କାଦମିଙ୍କୁ ଟିମ୍ ଆନ୍ନାଙ୍କର ଆଭ୍ୟନ୍ତରୀ (ଉକ୍ଟକ୍ସର)କମିଟିରୁ ବହିଷ୍କାର କରାଯାଇଛି । କାଦମିଙ୍କ ବିରୋଧରେ ଅଭିଯୋଗ ଯେ ସେ ଟିମ୍ ଆନ୍ନାଙ୍କର ଆଭ୍ୟନ୍ତରୀଣ କଥୋପକଥନକୁ ମୋବାଇଲ ଦ୍ୱାରା ରେକର୍ଡ଼ କରୁଥିଲେ- ଗଣମାଧ୍ୟମରେ ପ୍ରଘଟ କରିବା ଉଦେ୍ଧଶ୍ୟରେ । କିନ୍ତୁ କାଦମି ଏହାକୁ ଖଣ୍ଡନକରି ପାଲଟା ଅଭିଯୋଗ କରି କୁହନ୍ତି ଯେ ଆନ୍ନାଙ୍କର ଆନେ୍ଦାଳନକୁ କେଜରିୱାଲ ଓ ମନୀଷ ସିସୋଡ଼ିଆ ଏକ ଘରୋଇ କମ୍ପାନୀ ଭଳି ଚଳାଉଛନ୍ତି ଯେଉଁଥିପାଇଁ ଆନ୍ନା ସୁଖୀ ନୁହନ୍ତି । (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୩ ଇକ୍ଟ୍ରକ୍ସସକ୍ଷ ୨୦୧୨) । କାଦମିଙ୍କ ଦୃଷ୍ଟିରେ ଆନ୍ନା ହଜାରେ ଜଣେ ଭଲ ମଣିଷ; କିରଣ ବେଦୀ ହେଉଛନ୍ତି ‘ଷକ୍ଟଦ୍ଭରଗ୍ଦଗ୍ଧ’ କିନ୍ତୁ କେଜରିୱାଲ ବା ପ୍ରଶାନ୍ତ ଭୂଷଣ ନୁହନ୍ତି । ତେଣୁ ଯେଉଁମାନେ ନିଜେ ଦୁର୍ନୀତିଗ୍ରସ୍ତ- ସେମାନେ କିପରି ଦୁର୍ନୀତିବିରୋଧୀ ଆନେ୍ଦାଳନ ଚଳାଇବେ?- କାଦମି କରନ୍ତି ପ୍ରଶ୍ନ । (‘ଞଷକ୍ଟଗ୍ଦର କ୍ଟ୍ରରକ୍ଟକ୍ଟ୍ରକ୍ଷର ଗ୍ଧଷରଜ୍ଞଗ୍ଦରକ୍ଷଙ୍ଖରଗ୍ଦ ବକ୍ସର ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧ. ଐକ୍ଟଙ୍ଗ ଙ୍ଗସକ୍ଷକ୍ଷ ଗ୍ଧଷରଚ୍ଚ କ୍ସଙ୍କଦ୍ଭ ଜ୍ଞକ୍ଟଙ୍ଖରଜ୍ଞରଦ୍ଭଗ୍ଧ- ଷର ଗ୍ଦବସୟ, ବୟୟସଦ୍ଭଶ, ଷକ୍ଟଙ୍ଗରଙ୍ଖରକ୍ସ, ଗ୍ଧଷବଗ୍ଧ ଗଗ୍ଦ ଈରୟସ ଙ୍ଗବଗ୍ଦ ଷକ୍ଟଦ୍ଭରଗ୍ଦଗ୍ଧ? କାଦମି ଅବଶ୍ୟ ଘୋଷଣା କରିଛନ୍ତି ଯେ ସେ ଇସ୍ତଫା ଦେଇଛନ୍ତି ।
କାଦମିଙ୍କର ଏହି ମନ୍ତବ୍ୟ ସହ ଏକମତ ନହେଲେ ମଧ୍ୟ ଏହାକୁ ଅଣଦେଖା କରିହେବ ନାହିଁ- ଯେ ଟିମ୍ ଆନ୍ନାରେ ଫାଟ ସୃଷ୍ଟି ହୋଇଛି । ଅହଂର ଛାୟା ଯୁଦ୍ଧ ଏବେ ପ୍ରକାଶ୍ୟ ହେବାରେ ଲାଗିଛି । ଦୁର୍ନୀତିବିରୋଧୀ ଆନେ୍ଦାଳନରେ ଏକ ନୂତନ ସମୀକରଣ ଦୃଶ୍ୟମାନ ହେବାକୁ ଯାଉଛି ।
ତେବେ ଗତ କିଛିଦିନ ଧରି ପ୍ରାୟଃ ଗଣମାଧ୍ୟମରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ଟିମ୍ ଆନ୍ନା ଓ ଏହାର କାର୍ଯ୍ୟକଳାପ ସମ୍ପର୍କରେ ସମ୍ବାଦ ପୁନର୍ବାର ଗଣମାଧ୍ୟମରେ ଗୁରୁତ୍ୱ ପାଇବା ଆରମ୍ଭ ହୋଇଛି । ଏହା ଆନ୍ନା ଆନେ୍ଦାଳନ ପ୍ରତି ଅନୁରକ୍ତ ସଭ୍ୟସମାଜର ସଦସ୍ୟମାନଙ୍କୁ ଆହ୍ଲାଦିତ କରୁଥିବ ନିଶ୍ଚୟ । କହିବା ବାହୁଲ୍ୟ ଯେ ଦୁର୍ନୀତି ଏକ ପ୍ରସଙ୍ଗ ହୋଇ ରହିଲେ ସମ୍ପୃକ୍ତ ଆତ୍ମପରିଚିତି ପାଇଁ ଅନୁକୂଳ ହେବ ।
-ଶୁଦ୍ରକ

୧-୧୫ ଜୁନ୍ ୨୦୧୨
ରାଜନେତାଙ୍କ କଳାଛବି
ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କର ପୁତ୍ରବଧୂ ତଥା ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ବାଦଲଙ୍କର ପନôୀ, ଶିରୋମଣି ଅକାଳୀ ଦଳର ସାଂସଦ ହରଶିମ୍ରତ କଉର ବାଦଲ, ଆମ୍ବେଦକର କାର୍ଟୁନ ଉପରେ ସଂସଦରେ ହୋଇଥିବା ବିତର୍କରେ ଭାଗ ନେଇ କହିଲେ ଯେ, ପାଠ୍ୟପୁସ୍ତକର ରାଜନେତାମାନଙ୍କ ଉପରେ କାର୍ଟୁନକୁ ସ୍ଥାନିତ କରି ଉପାସରକାର କୋମଳମତି ବାଳକ ବାଳିକାଙ୍କର ମନକୁ ବିଷାକ୍ତ କରୁଛନ୍ତି । ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦିହୋଇଥିବା ବାଦଲ ପରିବାରର ସାଂସଦ ବଧୂ, ରାଜନେତାମାନଙ୍କ ପ୍ରତି ଓ ରାଜନୀତି ପ୍ରତି ଉପୁଜିଥିବା କୋମଳମତି ବାଳକ ବାଳିକାଙ୍କ ଭିତରେ ବିଦ୍ୱେଷ ଭାବ ଦ୍ୱାରା ବେଶ୍ ଆଘାତ ପାଇଛନ୍ତି । ଏକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେ ଯେତେବେଳେ ପଚାରିଛନ୍ତି ଯେ ସେମାନଙ୍କ ଭିତରୁ କେଉଁମାନେ ରାଜନୀତି କରିବାକୁ ଆଗ୍ରହୀ – କେହିହେଲେ ଜଣେ ହାତ ନଟେକିବା ତାଙ୍କୁ ବେଶ୍ ବାଧିଛି । ବେଶି ବାଧିଛି ଯେତେବେଳେ ଏହି ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ସେମାନେ ତାଙ୍କ ଭଳି “ଲୁଟେରା, ଅପରାଧୀ, ହତ୍ୟାକାରୀ ଓ ଚୋର” ହେବାକୁ ଚାହାନ୍ତି ନାହିଁ । ରାଜନୈତିକ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏହିଭଳି ଧାରଣା ଦ୍ୱାରା କୋମଳମତି ବାଳକ ବାଳିକା ଆକ୍ରାନ୍ତ ହେବା ଶୁଭଙ୍କର ନୁହେଁ ବୋଲି ସେ ମତ ପୋଷଣ କରନ୍ତି । ରାଜନୈତିକ ବ୍ୟକ୍ତିମାନଙ୍କୁ ଏହିଭଳି ଚିତ୍ରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । (ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୫ଗ୍ଧଷ ଗବଚ୍ଚ).
କିନ୍ତୁ ଦୁର୍ଭାଗ୍ୟ ଯେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ହେଲେ, ସତ୍ୟପାଠ ଜରିଆରେ ନିଜ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେବା ଯେପରି ବାଧ୍ୟତାମୂଳକ ହୋଇଛି, ସେଥିରୁ ମିଳୁଥିବା ସୂଚନା ଯେ ରାଜନୈତିକ ବ୍ୟକ୍ତିମାନଙ୍କର ଭାବମୂର୍ତ୍ତି ପାଇଁ ଆଦୌ ଅନୁକୂଳ ନୁହେଁ – ତାହା କହିବା ବାହୁଲ୍ୟ ମାତ୍ର ।
ଯେପରି ପଞ୍ଚଦଶ ଲୋକସଭାର ୫୪୫ ସଭ୍ୟଙ୍କ ମଧ୍ୟରୁ ଉପଲବ୍ଧ ୫୩୩ଜଣ ସଦସ୍ୟଙ୍କର ସତ୍ୟପାଠକୁ ଅନୁଶୀଳନ କଲେ ଜଣାଯାଏ ଯେ ୧୫୦ ସଦସ୍ୟଙ୍କ ନାମରେ ଫୌଜଦାରୀ(ଉକ୍ସସଜ୍ଞସଦ୍ଭବକ୍ଷ) ମାମଲା ରହିଛି । ଏମାନଙ୍କ ମଧ୍ୟରୁ ସାଂଘାତିକ ଫୌଜଦାରୀ ମାମଲା ଥିବା ସଦସ୍ୟଙ୍କ ସଂଖ୍ୟା ହେଉଛି ୭୨ । ଏହି ସଦସ୍ୟମାନଙ୍କ ବିରୁଦ୍ଧରେ ସମୁଦାୟ ଅଭିଯୋଗ (ଉଷବକ୍ସଶରଗ୍ଦ)ର ସଂଖ୍ୟା ହେଉଛି ୪୧୨ । ସାଂଘାତିକ ପେନାଲ କୋଡ଼ ଦଫାର ସଂଖ୍ୟା ହେଉଛି ୨୧୩ । ଉଲ୍ଲେଖଯୋଗ୍ୟ ଯେ ୧୪ଦଶ ଲୋକସଭାରେ ୧୨୮ଜଣ ସଦସ୍ୟଙ୍କ ବିରୋଧରେ ଥିଲା ଫୌଜଦାରୀ ମାମଲା । ଅର୍ଥାତ୍ ଅଭିଯୁକ୍ତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଭଳି କୋଟିପତି ସଭ୍ୟଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧିଘଟିଛି । ୧୪ଦଶ ଲୋକସଭାରେ ଏମାନଙ୍କ ସଂଖ୍ୟା ୧୫୪ଥିବାବେଳେ ୧୫ଦଶ ଲୋକସଭାରେ ଏମାନଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ୩୦୪ଜଣ ସଦସ୍ୟ ଯେଉଁମାନେ ୨୦୦୪ରେ ୧୪ଦଶ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ୨୦୦୯ରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି-ସେମାନଙ୍କର ହାରାହାରି ସମ୍ପତ୍ତରେ ୩୦୦ପ୍ରତିଶତ ବୃଦ୍ଧିଘଟିଛି ।(ଦ୍ରଷ୍ଟବ୍ୟ ଙ୍ଗଙ୍ଗଙ୍ଗ.ସଦ୍ଭୟସବବଗ୍ଦଗ୍ଦଙ୍କକ୍ଟ୍ରରକ୍ସକ୍ଟ୍ରକ୍ଟଙ୍ଗରକ୍ସ.ଭକ୍ଷକ୍ଟଶଗ୍ଦକ୍ଟ୍ରକ୍ଟଗ୍ଧ.ମକ୍ଟଜ୍ଞ)
ତେଣୁ ଏହି ପରିସଂଖ୍ୟାନ ପାଠ୍ୟ ପୁସ୍ତକରେ ସ୍ଥାନ ପାଉ ବା ନ ପାଉ- ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ ସୂଚନା ପରିସର ଭିତରକୁ ଆସିଛି । ଯାହାଫଳରେ ତାଙ୍କର ଧାରଣା ହୋଇଛି ଯେ ବର୍ତ୍ତମାନର ରାଜନେତାମାନେ “ଲୁଟେରା,ଅପରାଧୀ, ହତ୍ୟାକାରୀ ଓ ଚୋର” । ଏହା ସାଂସଦ ହରଶିମ୍ରତ କଉରଙ୍କ ପାଇଁ ବ୍ୟଥାମୟ ହୋଇପାରେ-କିନ୍ତୁ ଏହା ପଛରେ ଯେ ଅକାଟ୍ୟ ପରିସଂଖ୍ୟାନ ରହିଛି- ତାହାକୁ ସେ ସ୍ୱୀକାର କଲେ, ପ୍ରତିକାର ପାଇଁ ସେ ଏକ ଭିନ୍ନ ଆହ୍ୱାନ ଦେବାକୁ ବାଧ୍ୟ ହେବେ । ପାଠ୍ୟପୁସ୍ତକରୁ କାର୍ଟୁନ ବାଦ୍ ଦେବାକୁ ନୁହେଁ ।         -ଶୁଦ୍ରକ
ଟିମ୍ ଆନ୍ନାରେ ପୁଣି ଫାଟ !
ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଟିମ ଆନ୍ନାରୁ ସହଯୋଗୀମାନେ ଓହରିବା ଏକ ନିୟମିତ ଦୃଶ୍ୟ ହୋଇଛି । ସେହି ଦୃଷ୍ଟିରୁ ଗଣମାଧ୍ୟମରେ ପ୍ରଚାରିତ ସଦ୍ୟତମ ଫାଟରେ ନୂତନତ୍ୱ କିଛି ନାହିଁ । କିନ୍ତୁ ଯେଉଁ କାରଣରୁ ଏହି ଫାଟ ଦେଖାଦେଉଛି – ତାହା ନିଶ୍ଚିତ ଭାବରେ ଅନନ୍ୟ । ଟିମ୍ ଆନ୍ନା ଦ୍ୱାରା ପ୍ରସ୍ତୁତ ୧୫ଜଣ ଦୁର୍ନୀତିଗ୍ରସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ସ୍ଥାନପାଇବା -ଏହି ଫାଟର କାରଣ ହୋଇଛି । ମନମୋହନ ସିଂହ ଯେ ଦୁର୍ନୀତିଗ୍ରସ୍ତ -ଟିମ୍ଆନ୍ନାର ସଦସ୍ୟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସନ୍ତୋଷ ହେଗଡ଼େ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନୁହନ୍ତି । ଏହି ତାଲିକାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଏମ୍. କ୍ରିଷ୍ଣା ସ୍ଥାନିତ ହେବାକୁ ମଧ୍ୟ ସନ୍ତୋଷ ହେଗ୍ଡେ ଗ୍ରହଣ କରିପାରିନାହାନ୍ତି । ଏସ୍.ଏମ୍.କ୍ରିଷ୍ଣା ଓ ସନ୍ତୋଷ ହେଗଡ଼େ ଉଭୟେ ହେଉଛନ୍ତି କର୍ଣ୍ଣାଟକର ଅଧିବାସୀ । ସ୍ୱାଭାବିକ ସନ୍ତୋଷ ହେଗଡ଼େ ଟିମ ଆନ୍ନାର ଏହି ତାଲିକାଠାରୁ ନିଜକୁ ଦୂରେଇ ନେଇଛନ୍ତି । ଏସ୍.ଏମ୍.କ୍ରିଷ୍ଣା ମାନହାନି ମକଦ୍ଧମା କରିବେ ବୋଲି ଟିମ୍ ଆନ୍ନାକୁ ଧମକ ଦେଇଛନ୍ତି । ମନମୋହନ ସିଂହ ମଧ୍ୟ ଆହ୍ୱାନ ଦେଇଛନ୍ତି ଟିମ ଆନ୍ନାକୁ -ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ପ୍ରମାଣ କରିବା ପାଇଁ । ଅଭିଯୋଗ ପ୍ରମାଣିତ ହେଲେ- ଜନଜୀବନ (କ୍ଟ୍ରଙ୍କଭକ୍ଷସମ କ୍ଷସଲର)ରୁ ସମ୍ପୂର୍ଣ୍ଣ ଓହରି ଯିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ମନମୋହନ ସିଂହଙ୍କର ସାଧୁତାକୁ ତ ଟିମ ଆନ୍ନାର ମୁଖିଆ ଆନ୍ନା ହଜାରେ ମଧ୍ୟ ସ୍ୱୀକାର କରନ୍ତି । କିନ୍ତୁ ପ୍ରଶାନ୍ତ ଭୂଷଣଙ୍କର ଅଭିଯୋଗ ଯେ ମନମୋହନ ଉପା ସରକାର ଦ୍ୱାରା ହେଉଥିବା ଦୁର୍ନୀତିର ଘଣ୍ଟ ଘୋଡ଼ାଉଛନ୍ତି । ତାଙ୍କ ଭାଷାରେ, “କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଶୀଖଣ୍ଡୀ ଭଳି ଏକ ଢାଲ ସଦୃଶ ବ୍ୟବହାର କରୁଛନ୍ତି । ସେମାନେ ତାଙ୍କୁ ସ୍ୱଚ୍ଛ ବୋଲି ଦେଖାଇ କ୍ୟାବିନେଟ୍ ସ୍ୱଚ୍ଛ ବୋଲି କହୁଛନ୍ତି । କାହିଁକି ପ୍ରଧାନମନ୍ତ୍ରୀ ଶୀଖଣ୍ଡୀ ଭଳି ବ୍ୟବହୃତ ହେବା ପାଇଁ ଅନୁମତି ଦେଉଛନ୍ତି?”  ସମସ୍ତେ ଜାଣନ୍ତି ଭୀଷ୍ମଙ୍କୁ ମାରିବା ପାଇଁ ପାଣ୍ଡବମାନେ ଶୀଖଣ୍ଡୀଙ୍କୁ ବ୍ୟବହାର କରିଥିଲେ , (ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ଗବଚ୍ଚ- ୨୯-୨୦୧୨)ା ଆନ୍ନା ହଜାରେ ଓ ଟିମ ଆନ୍ନାକୁ ମୂଳରୁ ସମାଲୋଚନା କରି ଆସୁଥିବା ଶୁଦ୍ରକ କିନ୍ତୁ ଟିମ ଆନ୍ନା ଦ୍ୱାରା ପ୍ରସ୍ତୁତ ଏହି ତାଲିକା ଓ ସେହି ତାଲିକାରେ ମନମୋହନ ସିଂହଙ୍କ ନାମକୁ ଅନ୍ତର୍ଭୁକ୍ତ କରିବାର ସାହସକୁ ତାରିଫ ନକରି ରହିପାରୁନାହିଁ । ତେବେ ମନମୋହନଙ୍କୁ ମହାଭାରତରେ  ପାଣ୍ଡବ ପକ୍ଷରେ ଥିବା ଶୀଖଣ୍ଡୀ ନକହି,ତାଙ୍କୁ କୌରବ ପକ୍ଷର ଧୃତରାଷ୍ଟ୍ର, ଏପରିକି ଭୀଷ୍ମ ବୋଲି କହିଥିଲେ ବୋଧହୁଏ ଅଧିକ ଯୁକ୍ତିଯୁକ୍ତ ହୋଇଥାନ୍ତା ।
ପ୍ରଶାନ୍ତ ଭୂଷଣ ମନମୋହନ ସିଂହଙ୍କୁ ଶୀଖଣ୍ଡୀ ବୋଲି କହି କଂଗ୍ରେସକୁ ପାଣ୍ଡବଙ୍କ ସ୍ଥାନ, ନିଜ ଅଜାଣତରେ ବୋଧହୁଏ ଦେଇ ଦେଇଛନ୍ତି । ତାହା ହେେଲ ଦୁର୍ନୀତି ବିରୋଧୀ ମହାଭାରତରେ- ଟିମ୍ ଆନ୍ନା କ’ଣ କୌରବର ଭୂମିକା ନିର୍ବାହ କରୁଛି ? -ଏପରି ପ୍ରଶ୍ନ ସମାଲୋଚକଙ୍କ ମନରେ ଆସିବା ସ୍ୱାଭାବିକ ।              -ଶୁଦ୍ରକ
ରଜତ ଗୁପ୍ତା
ଆନ୍ତର୍ଜାତିକ ବିତ୍ତୀୟ ବେପାର ଓ ପରିଚାଳନାରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ମାର୍କିନ ଭାରତୀୟ ରଜତ୍କୁମାର ଗୁପ୍ତା । ୧୯୭୧ରେ ଆଇଆଇଟି ଦିଲ୍ଲୀରୁ ଓ ୧୯୭୩ରେ ପ୍ରତିଷ୍ଠିତ ହାଭାର୍ଡ ବିଜିନେସ ସ୍କୁଲ (ଐବଙ୍ଖବକ୍ସୟ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝମଷକ୍ଟକ୍ଟକ୍ଷ)ରୁ ଡିଗ୍ରୀ ହାସଲ କରିଥିବା ଏହି ବଙ୍ଗୀୟ ଯୁବକ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଜର ଦକ୍ଷତା ପ୍ରଦର୍ଶନ କରି -ମାକେନ୍ସି କମ୍ପାନୀ ( ଗମଳସଦ୍ଭଗ୍ଦରଚ୍ଚ ବଦ୍ଭୟ ଉକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ) ଭଳି ବିଶ୍ୱର ଏକ ଅଗ୍ରଣୀ ସଂସ୍ଥାର ଦୀର୍ଘ ୧୦ବର୍ଷ (୧୯୯୪ରୁ ୨୦୦୩) ପରିଚାଳନା ନିଦେ୍ର୍ଧଶକଭାବେ କାର୍ଯ୍ୟ କରିଥିବା ରଜତ ଯେ, ଶେଷକୁ ଆମେରିକାର ଗୋଇନ୍ଦା ସଂସ୍ଥା ଦ୍ୱାରା ଗିରଫ ହେବେ- ତାହା ସେ କ’ଣ, କେହି ଆଶା କରି ନଥିଲେ । ଅନ୍ତତଃ ଭାରତରେ ଯେଉଁଠି ଇଣ୍ଡିଆନ ସ୍କୁଲ ଅଫ ବିଜିନେସ (ଓଦ୍ଭୟସବଦ୍ଭ ଝମଷକ୍ଟକ୍ଟକ୍ଷ କ୍ଟଲ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ, ଐଚ୍ଚୟରକ୍ସବଭବୟ ପ୍ରତିଷ୍ଠା -୧୯୯୭)ର ପ୍ରତିଷ୍ଠାତା ଓ ଏକ ବହୁଦେଶୀୟ କମ୍ପାନୀ (ଗଘଉ)ର ପ୍ରଥମ ମାର୍କିନ ଭାରତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ (ଉଋଙ)ଭାବେ ତାଙ୍କର ପତିଆରା ଥିଲା ନଭଶ୍ଚୁମ୍ବୀ ।
ଜନହିତକର କାର୍ଯ୍ୟ (ଚଷସକ୍ଷବଦ୍ଭଗ୍ଧଷକ୍ସକ୍ଟକ୍ଟ୍ରସମ ଙ୍ଗକ୍ଟକ୍ସଳ)ରେ ତାଙ୍କର ସମ୍ପୃକ୍ତି ଥିଲା ବେଶ୍ ଦୃଷ୍ଟି ଆକର୍ଷଣକାରୀ । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ବିଶେଷତଃ ପରିଚାଳନା ଶିକ୍ଷା (ଗବଦ୍ଭବଶରଜ୍ଞରଦ୍ଭଗ୍ଧ ଋୟଙ୍କମବଗ୍ଧସକ୍ଟଦ୍ଭ) ର ସମ୍ପ୍ରସାରଣରେ ସେ ବେଶ୍ ସକ୍ରିୟ ଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ, ବିଶେଷତଃ ଏଡସ୍, ଯକ୍ଷ୍ମା ଓ ମ୍ୟାଲେରିଆର ନିରାକରଣ ପାଇଁ ସେ ଗଢ଼ିଥିଲେ ଞଷର ଏକ୍ଷକ୍ଟଭବକ୍ଷ ୠଙ୍କଦ୍ଭୟ ଗ୍ଧକ୍ଟ ୠସଶଷଗ୍ଧ ଇଓଊଗ୍ଦ, ଞଙ୍କଭରକ୍ସମଙ୍କକ୍ଷକ୍ଟଗ୍ଦସଗ୍ଦ ବଦ୍ଭୟ ଗବକ୍ଷବକ୍ସସବ. ଭାରତରେ ଚଙ୍କଭକ୍ଷସମ ଐରବକ୍ଷଗ୍ଧଷ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ କ୍ଟଲ ଓଦ୍ଭୟସବର ସେ ହୋଇଥିଲେ ପ୍ରତିଷ୍ଠାତା ଅଧ୍ୟକ୍ଷ । ଞଷର ଏବଗ୍ଧରଗ୍ଦ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭର ପରାମର୍ଶଦାତା କମିଟିର ମଧ୍ୟ ସେ ହୋଇଥିଲେ ଅଧ୍ୟକ୍ଷ ।
ଏସବୁ ସତ୍ତ୍ୱେ ରଜତ୍ ଗୁପ୍ତା ୨୦୧୧ମସିହା ଶେଷାର୍ଦ୍ଧରେ ମାର୍କିନ ଗୋଇନ୍ଦା ସଂସ୍ଥା ଏଫ୍ବିଆଇ (ୠଈଓ)ଦ୍ୱାରା ଗିରଫ ହେଲେ । ବିଡ଼ମ୍ବନା ଯେ – ଯେଉଁ ସଂସ୍ଥାର ସେ ଦୀର୍ଘ ୧୦ବର୍ଷ କାଳ ପରିଚାଳନା ନିଦେ୍ର୍ଧଶକ ଥିଲେ ଓ ଅତି ଦକ୍ଷତାର ସହ ତାର ପରିଚାଳନା କରିଥିଲେ, ସେହି ସଙ୍ଗଠନ ମାକେନ୍ସି ଘୋଷଣା କଲା -“ଆମ ସଂସ୍ଥାର ରଜତ୍ ଗୁପ୍ତାଙ୍କ ସହ କୌଣସି ପ୍ରକାର ବୃତ୍ତଗତ ସମ୍ପର୍କ ନାହିଁ ।’
କୌତୁହଳ ସ୍ୱାଭାବିକ ଯେ ରଜତ ଗୁପ୍ତା କ’ଣ ଏପରି କଲେ? ସେ କିଛି ଭିତର ସୂଚନା ତାଙ୍କର ବନ୍ଧୁ ରାଜ ରନôମଙ୍କୁ ଦେଇଥିଲେ ଯାହା ଫଳରେ ରାଜ ରନôମଙ୍କର ବିତ୍ତୟ କମ୍ପାନୀ ଗାଲେଅନ (ଏବକ୍ଷକ୍ଷରକ୍ଟଦ୍ଭ)କୁ ବେଶ୍ ଲାଭ ହୋଇଥିଲା । ଶ୍ରୀଲଙ୍କାଜନ୍ମିତ ରାଜ ରନôମ ବିଭିନ୍ନ ବିତ୍ତୟ ସଙ୍ଗଠନର ଅଧିକାରୀମାନଙ୍କ ଠାରୁ ସେମାନଙ୍କ ସଙ୍ଗଠନର ଭିତରସୂଚନାକୁ ନେଇ ଲାଭବାନ ହେବା, ବିତ୍ତୟ ନୀତିବିରୋଧୀ ବୋଲି ପ୍ରମାଣିତ ହେବା ପରେ ରାଜରନôମ ଆଜି ଏଗାର ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ଆମେରିକୀୟ ଜେଲ୍ରେ ଜୀବନ ନିର୍ବାହ କରୁଛନ୍ତି । ରଜତ ଗୁପ୍ତା ଭିତର ସୂଚନା ଯୋଗାଇଥିବା ଅଭିଯୋଗରେ ଅଭିଯୁକ୍ତ ହୋଇ ଅଦାଲତରେ ପେଶ୍ ହୋଇଛନ୍ତି । ଏହି ମାମଲାର ସୁଆଲ ଜବାବ ଆରମ୍ଭ ହୋଇଛି । ରଜତଙ୍କର ଓକିଲ ଯେତେବେଳେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ରଜତଙ୍କର ଜନହିତକାରୀ କାର୍ଯ୍ୟର ନଜିର ଦେଇ ତାଙ୍କର ବିତ୍ତୟ ଅପରାଧକୁ ହାଲୁକା କରିବା ପାଇଁ ଉଦ୍ୟମ କରନ୍ତି, ସେତେବେଳେ ମାନ୍ୟବର ବିଚାରପତି ଜେଡ୍ ରାକଫ(ଔରୟ ଜବଳକ୍ଟଲଲ) ଓକିଲ ମହାଶୟଙ୍କୁ ସତର୍କ କରାଇ ଦିଅନ୍ତି ଯେ – ସେ ଭିତିରି ସୂଚନାର ଅଭିଯୋଗକୁ ଜନହିତକର କାର୍ଯ୍ୟର ଉଦାହରଣ ଦେଇ ହାଲୁକା କରିଦେଇପାରିବେ ନାହିଁ । ଅର୍ଥାତ୍ କୌଣସି ଧର୍ତ୍ତବ୍ୟ ଅପରାଧକୁ ଜନହିତକର କାର୍ଯ୍ୟର ଦ୍ୱାହିଦେଇ ଅଣଦେଖା କରାଯାଇ ନପାରେ । କହିବା ବାହୁଲ୍ୟ ଯେ ଏହି ଦୃଷ୍ଟିକୋଣ ଯଦି ଆମର ବିଚାର ବିଭାଗର ହୁଏ -ତାହା ହେଲେ ଭାରତର ବହୁ ଜନହିତକର କାର୍ଯ୍ୟ କରୁଥିବା ବ୍ୟକ୍ତି କାରାଗାରରେ ବନ୍ଦୀଜୀବନ କାଟିବା ନିଶ୍ଚିନ୍ତ । କାରଣ ଆମେରିକୀୟ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ରାଜରନôମ ମଧ୍ୟ ବେଶ୍ ଜନହିତକର କାର୍ଯ୍ୟରେ ଥିଲେ ସମ୍ପୃକ୍ତ । ରାକଫ କହନ୍ତି ଯେ- “ଯଦି ମଦର ଟେରେସାଙ୍କ ବିରୋଧରେ ବ୍ୟାଙ୍କ୍ ଡକାୟତିର ଅଭିଯୋଗ ଆସେ, ସେ ବ୍ୟାଙ୍କ୍ ଡକାୟତି କରିଛନ୍ତି କି ନାହିଁ ତାହା ଜୁରୀ ସ୍ଥିରକରିବ” । (ଓଲ ଗକ୍ଟଗ୍ଧଷରକ୍ସ ଞରକ୍ସରଗ୍ଦବ ଙ୍ଗରକ୍ସର ମଷବକ୍ସଶରୟ ଙ୍ଗସଗ୍ଧଷ ଭବଦ୍ଭଳ କ୍ସକ୍ଟଭଭରକ୍ସଚ୍ଚ, ଗ୍ଧଷର ହଙ୍କକ୍ସଚ୍ଚ ଙ୍ଗକ୍ଟଙ୍କକ୍ଷୟ ଗ୍ଦଗ୍ଧସକ୍ଷକ୍ଷ ଷବଙ୍ଖର ଗ୍ଧକ୍ଟ ୟରଗ୍ଧରକ୍ସଜ୍ଞସଦ୍ଭର ଙ୍ଗଷରଗ୍ଧଷରକ୍ସ କ୍ଟକ୍ସ ଦ୍ଭକ୍ଟଗ୍ଧ ଗ୍ଦଷର ମକ୍ଟଜ୍ଞଜ୍ଞସଗ୍ଧଗ୍ଧରୟ ବ ଭବଦ୍ଭଳ କ୍ସକ୍ଟଭଭରକ୍ସଚ୍ଚ).
(ଷଗ୍ଧଗ୍ଧକ୍ଟ୍ର://ବକ୍ସଗ୍ଧସମକ୍ଷରଗ୍ଦ. ରମକ୍ଟଦ୍ଭକ୍ଟଜ୍ଞସମଗ୍ଧସଜ୍ଞରଗ୍ଦ.ସଦ୍ଭୟସବଗ୍ଧସଜ୍ଞରଗ୍ଦ.ମକ୍ଟଜ୍ଞ/୨୦୧୨-୦୫-୧୮/ଦ୍ଭରଙ୍ଗଗ୍ଦ/୩୧୭୬୫୭୬୧-୧-କ୍ସବହକ୍ସବଗ୍ଧଦ୍ଭବଜ୍ଞ-ଗ୍ଧକ୍ସସବକ୍ଷ-କ୍ସବହବଗ୍ଧ-ଶଙ୍କକ୍ଟ୍ରଗ୍ଧବ)              -ଶୁଦ୍ରକ

୧-୧୫ ଜୁଲାଇ ୨୦୧୨
ବିକଳ୍ପ ରାଜନୈତିକ ଦଳର ସନ୍ଧାନ
ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିକଳ୍ପ ରାଜନୈତିକ ଦଳ ବା ମେଣ୍ଟ ଗଢ଼ିବାର ଉଦ୍ୟମ ଆରମ୍ଭ ହେବା ଏକ ବିରଳ ଘଟଣା ନୁହେଁ । ମୁଖ୍ୟଧାରାର ରାଜନୈତିକ ଦଳଗୁଡ଼ିକର ଚରିତ୍ର ପ୍ରାୟ ସମାନ ହୋଇଥିବାରୁ- କିଛି ନିଷ୍ଠାପର ବ୍ୟକ୍ତି, ସାମାଜିକ କର୍ମୀ ଓ ସଚେତନ ନାଗରିକମାନେ ଏକ ବିକଳ୍ପ ରାଜନୈତିକ ଦଳର ସମ୍ଭାବନାକୁ ତଉଲିବା ପାଇଁ ବ୍ୟାକୁଳତା ଦେଖାଇବା ସ୍ୱାଭାବିକ । କିନ୍ତୁ ମୁଖ୍ୟଧାରାର ପ୍ରାର୍ଥୀତ୍ୱରୁ ବଞ୍ଚôତ ବ୍ୟକ୍ତି ମୂଲଚାଲ (ଈବକ୍ସଶବସଦ୍ଭସଦ୍ଭଶ) କ୍ଷମତା ବୃଦ୍ଧି କରିବାର ଗୋପନ ଆକାଂକ୍ଷାକୁ ମନ ଭିତରେ ପୋଷଣ କରି ଏହିଭଳି ସାଧୁ ଉଦ୍ୟମରେ ସାମିଲ ହେବାପାଇଁ ଓର ଉଣ୍ଡିବା ଅସମ୍ଭବ ନୁହେଁ । ଏହିଭଳି ବ୍ୟକ୍ତିମାନେ ଯଦି ସାମିଲ ହେବାରେ ସଫଳ ହୋଇଯାନ୍ତି, ତା’ହେଲେ ନିର୍ବାଚନ ଯେତେ ପାଖେଇ ଆସେ, ବିକଳ୍ପ ରାଜନୈତିକ ଦଳର ଗଢ଼ଣ ସେତେ ସେତେ କ୍ଷୀଣ ହୋଇଚାଲେ । ସବାଶେଷରେ ଉଭେଇଯିବା ବା ଜଣେ ଦୁଇଜଣ ଅବଶିଷ୍ଟ ହୋଇ ରହିଯିବାର କରୁଣ ଦୃଶ୍ୟ ପ୍ରତ୍ୟକ୍ଷ ହୁଏ । ତେଣୁ ଏହିଭଳି ସାଧୁ ଉଦ୍ୟମର ସଫଳତାପାଇଁ ସତର୍କତା ଅବଲମ୍ବନ କରିବା ଯେ ନିହାତି ଜରୁରୀ- ଏହା କହିବା ବାହୁଲ୍ୟ ମାତ୍ର ।        -ଶୁଦ୍ରକ
କଲାମ୍ କେଉଁ ରାଜନୀତିଆଙ୍କଠାରୁ କମ୍?
ଚଳିତ(ଜୁନ୍) ମାସ ୧୮ତାରିଖ (୧୮/୬/୨୦୧୨) ଦିନ ଭାରତର ପୂର୍ବତନ ରାଷ୍ଟ୍ରପତି, ବହୁ ପ୍ରଚାରିତ ‘ବୈଜ୍ଞାନିକ’, ଆଣବିକ ଶକ୍ତିକୁ ସମର୍ଥନ କରି କିଶୋର ମସ୍ତିଷ୍କକୁ ପ୍ରଜ୍ୱଳିତ (ସଶଦ୍ଭସଗ୍ଧର) କରୁଥିବା ଏ.ପି.ଜେ. ଅବଦୁଲ କାଲାମ ଘୋଷଣା କଲେ ଯେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଆଗ୍ରହୀ ନୁହଁନ୍ତି । ତେଣୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି ନାହିଁ । ମିସାଇଲ ମ୍ୟାନ ଭାବେ ପରିଚିତ କାଲାମ, ତାଙ୍କ ପେସାଦାର ଜୀବନର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସବୁବେଳେ ମିସାଇଲ ବା କ୍ଷେପଣାସ୍ତ୍ରର ଡିଜାଇନ (ୟରଗ୍ଦସଶଦ୍ଭ) କରିଛନ୍ତି ଯେପରିକି କ୍ଷେପଣାସ୍ତ୍ର, ଲକ୍ଷ୍ୟକୁ ଭେଦିବ ବା ଲକ୍ଷ୍ୟ ମୂଳରେ ଯାଇ ବାଜିବ । ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାର ଲକ୍ଷ୍ୟ ଯେତେବେଳେ ଅପହଞ୍ଚ ବୋଲି ସେ ଆକଳନ କରିଛନ୍ତି, ସେତେବେଳେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବାରେ ଅନାଗ୍ରହ ଦେଖାଇଛନ୍ତି । ଯେଉଁଦିନ ଠାରୁ ତାଙ୍କ ନାଁ ଉଠିଲାଣି-ସେ ଦିନଠାରୁ ଉପରୋକ୍ତ ୧୮ ତାରିଖ ପର୍ଯ୍ୟନ୍ତ-ସେ ଲକ୍ଷ୍ୟ କରୁଥିଲେ ଭିନ୍ନ ଭିନ୍ନ ରାଜନୈତିକ ଦଳ ତାଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ କ’ଣ ନିଷ୍ପତ୍ତି ନେଇଛନ୍ତି । ଯାହା ୧୮ତାରିଖ ଦିନ କହିଲେ, ତାହା ସେ ଯଦି ପ୍ରଥମରୁ କହିଦେଇଥାନ୍ତେ- ତା’ହେଲେ ଉପରୋକ୍ତ ସନେ୍ଦହ-ମନ ଭିତରକୁ ଆସୁ ନଥାନ୍ତା । ସେ ଦେଖୁଥିଲେ ଯେ ତୃଣମୂଳ କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳର ତାଙ୍କ ପ୍ରତି ସମର୍ଥନ ନାହିଁ । ଏପରିକି ସମାଜବାଦୀ ପାର୍ଟିର ସୁପ୍ରିମୋ ମୁଲାୟମ, ଯିଏ କି ୨୦୦୨ରେ କାଲାମଙ୍କର ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀତ୍ୱକୁ ଅକୁଣ୍ଠିତ ସମର୍ଥନ ଦେଇଥିଲେ, ସେ ମଧ୍ୟ କାଲାମ ଅଧ୍ୟାୟ ବନ୍ଦ ବୋଲି ଘୋଷଣା କଲେ । ତେଣୁ ବୁଦ୍ଧିମାନ କାଲାମ ବାଟ କାଟିବାକୁ ଶ୍ରେୟସ୍କର ମନେକଲେ । କିନ୍ତୁ ଏହି ଛକାପଞ୍ଝାରେ, କାଲାମଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ଯେ ତାଙ୍କର ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବାର ନିଷ୍ପତ୍ତି କଂଗ୍ରେସ ଦଳ ସ୍ୱାଗତ କରିବା । ଏତେ ହିସାବ ପତ୍ର କରିବା, ବିଭିନ୍ନ ରାଜନୈତିକ ଦଳର ହାବଭାବକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିବା, ସଠିକ୍ ସମୟରେ ମୁହଁ ଖୋଲିବା ବା ବିରୋଧୀଙ୍କ ଦ୍ୱାରା ଅଭିନନ୍ଦିତ ହୋଇପାରିବା-କାଲାମଙ୍କୁ କେଉଁ ରାଜନୀତିଆଙ୍କ ଠାରୁ କମ୍ ବୋଲି କହିବ?        -ଶୁଦ୍ରକ
ସିବିଆଇ ଜଜ୍ଙ୍କର ଦୁର୍ନୀତି
ଇତ୍ୟବସରରେ (ଜୁନ୍ ୧୯ତାରିଖ) ଆନ୍ଧ୍ରପ୍ରଦେଶର ଜନୈକ ସିବିଆଇ ଜଜ (ଞ.ଚବଗ୍ଧଗ୍ଧବଭଷସ ଜବଜ୍ଞବ ଜବକ୍ଟ) ଜାମିନ ଦେବାପାଇଁ ଲାଞ୍ଚ ଦେବା (ଉବଗ୍ଦଷ ଲକ୍ଟକ୍ସ ଭବସକ୍ଷ) ମାମଲାରେ ଗିରଫ ହୋଇଛନ୍ତି । ଏହା ବିଚାର ବିଭାଗ ପାଇଁ ଏକ କଳଙ୍କମୟ ଘଟଣା । ସିବିଆଇ ଦ୍ୱାରା ଗିରଫ ହୋଇଥିବା ବେଆଇନ ଖଣି କାରବାରରେ ସମ୍ପୃକ୍ତ, କର୍ଣ୍ଣାଟକର ଏକଦା ବିଜେପି ମନ୍ତ୍ରୀ ଗଲି ଜନାର୍ଦ୍ଧନ ରେଡ୍ଡୀଙ୍କ ଠାରୁ ୫କୋଟି ଟଙ୍କା ଉକ୍ରୋଚ ନେଇ ତାଙ୍କୁ ଜାମିନ ଦେଇଥିଲେ ରାମାରାଓ । ଏହି ଅଭିଯୋଗ ହେବାପରେ ଓ ଆପାତ ପ୍ରମାଣ ସିବିଆଇର ହସ୍ତଗତ ହେଲାପରେ ଶ୍ରୀଯୁକ୍ତ ରାମାରାଓଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଜୁନ୍ ପହିଲା ଦିନ ନିଲମ୍ବିତ କରିଥିଲେ । ରାମାରାଓଙ୍କ ଗିରଫ ହେବା ପୂର୍ବରୁ ତାଙ୍କ ପୁତ୍ର ରବିଚନ୍ଦ୍ର ଓ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଚଲ୍ପତି ରାଓ ମଧ୍ୟ ଏହି ମାମଲା ସହ ସେମାନଙ୍କର ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିଲେ । (ଷଗ୍ଧଗ୍ଧକ୍ଟ୍ର://ଙ୍ଗଙ୍ଗଙ୍ଗ.ସଦ୍ଭୟସବଦ୍ଭରଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ.ମକ୍ଟଜ୍ଞ/ଦ୍ଭରଙ୍ଗଗ୍ଦ/କ୍ସରୟୟଚ୍ଚ-ଭବସକ୍ଷ-ଗ୍ଦଙ୍କଗ୍ଦକ୍ଟ୍ରରଦ୍ଭୟରୟ-ମଭସ-ହଙ୍କୟଶର-ବକ୍ସକ୍ସରଗ୍ଦଗ୍ଧରୟ/୯୬୪୧୦୦/୨୦ଔଙ୍କଦ୍ଭର୨୦୧୨)
ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ- ଯାହା ଦ୍ୱାରା ଅନୁସନ୍ଧାନ କରାଇବାର ଦାବି ବିଭିନ୍ନ ମହଲରୁ ଉଠିଥାଏ-ଏକ ନିରପେକ୍ଷ ଓ ସବିଶେଷ ଅନୁସନ୍ଧାନର ସମ୍ଭାବନାରେ, ସେହିଭଳି ସଂସ୍ଥା ଦ୍ୱାରା ଅନୁସନ୍ଧାନ ଯେ ବିଚାରାଳୟର କେତେକ ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କ ଦ୍ୱାରା ବ୍ୟର୍ଥ ହୋଇଯାଇପାରେ- ତାହାର ନିଚ୍ଛକ ଦୃଷ୍ଟାନ୍ତ ହେଉଛି ଉପରୋକ୍ତ ଘଟଣା ।
ଏହା ଅବଶ୍ୟ ଏକ ଆଶ୍ୱସ୍ତିର ବିଷୟ ଯେ ଆନ୍ଧ୍ରପ୍ରଦେଶର ମାନ୍ୟବର ହାଇକୋର୍ଟ ହିଁ ରାମାରାଓଙ୍କୁ ନିଲମ୍ବିତ କଲେ ଓ ଉଚ୍ଚତର ନ୍ୟାୟାଳୟ ଯେ ସଠିକ ଭାବରେ ହସ୍ତକ୍ଷେପ କରିପାରେ, ତାହାର ଏକ ଦୃଷ୍ଟାନ୍ତ ବିଚାର ବିଭାଗ ସମ୍ମୁଖରେ ଉପସ୍ଥାପିତ କଲେ ।
ରାମାରାଓଙ୍କ ଭଳି ଅନେକ ବିଚାରପତି ଯେ ସିବିଆଇ କୋର୍ଟର ପରିଚାଳନା ଦାୟିତ୍ୱରେ ନଥିବେ-ଏପରି କହିହେବ ନାହିଁ । ତେଣୁ ସିବିଆଇ, ଦୁର୍ନୀତି ନିବାରଣ ବିଭାଗ ଓ ଉଚ୍ଚତର ନ୍ୟାୟାଳୟ ଏହି କୋର୍ଟଗୁଡ଼ିକର ପରିଚାଳନା ଓ ନିଷ୍ପତ୍ତିଗୁଡ଼ିକ ଉପରେ ସତର୍କଦୃଷ୍ଟି ରଖିବା ଉଚିତ । ବିଶେଷତଃ ଯେତେବେଳେ ସିବିଆଇ ଜାଲରେ ପଡ଼ୁଥିବା ବ୍ୟକ୍ତିମାନେ ଖୁବ୍ ପ୍ରଭାବଶାଳୀ ଓ ବିତ୍ତଶାଳୀ- ବିଚାରପତିମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ଏମାନଙ୍କ ନିକଟରେ ରହିଛି ବିଭିନ୍ନ ସାଧନ ।
ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରୁ ଅଭିଯୁକ୍ତଙ୍କ ନାଁକୁ କାଢ଼ିଦେବାଠାରୁ ଆରମ୍ଭ କରି ସିବିଆଇ ଦ୍ୱାରା ଗିରଫ ବ୍ୟକ୍ତିଙ୍କୁ ଜାମିନ ଦେବା ପର୍ଯ୍ୟନ୍ତ-ପ୍ରତ୍ୟେକଟି ନିଷ୍ପତ୍ତିର ସମୀକ୍ଷା ଉଚ୍ଚତର ନ୍ୟାୟାଳୟ କରିଲେ- ଜଣାପଡ଼ିବ ଯେ ନିଷ୍ପତ୍ତିଗୁଡ଼ିକ ଆଇନାନୁସାରେ ହୋଇଛି କି କୌଣସି ବାହି୍ୟକ ପ୍ରଭାବ ଏହି ନିଷ୍ପତ୍ତି ପଛରେ ରହିଛି ।
-ଶୁଦ୍ରକ

Print Friendly, PDF & Email