୧-୧୫ ଅକ୍ଟୋବର, ୨୦୦୯
ଗୋରୁ ଗାଈଙ୍କ ଠାରୁ ହୀନ ଆମେ!
ଅମେ ଯେଉଁମାନେ ଅଦୌ ଉଡ଼ାଜାହାଜ ଚଢ଼ି ନାହୁଁ, ଆମର ଯାତ୍ରା ସର୍ବାଧିକ ରେଳଯାତ୍ରାରେ ହିଁ ସୀମିତ-ସେମାନେ ଯେ ଗାଈ ଗୋରୁ ଙ୍କଠାରୁ ହୀନ ଏହି ଭଳି ଇଙ୍ଗିତ ଦେଇଛନ୍ତି ମନମୋହନ ସିଂହ ମନ୍ତ୍ରିମଣ୍ଡଳର ସଭ୍ୟ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶୀ ଥରୁର୍ । କାରଣ ଉଡ଼ାଜାହାଜର ଇକୋନୋମି କ୍ଲାସ୍’କୁ ଗୋରୁ ଗାଈଙ୍କର ଶ୍ରେଣୀ ବୋଲି ସେ ପରିଭାଷିତ କରିଛନ୍ତି । ଅର୍ଥାତ ଇକୋନୋମି କ୍ଲାସ୍ରେ ଯାତ୍ରା କରୁଥିôବା ଯାତ୍ରୀମାନେ ଗୋରୁ ଗାଈ ଶ୍ରେଣୀର ।
ମୂଳତଃ ଜଣେ ବୁ୍ୟରୋକ୍ରାଟ (ଜାତିସଂଘରେ ବିଭିନ୍ନ ପଦପଦବୀରେ ୩ଦଶନ୍ଧି ଧରି କାର୍ଯ୍ୟରତ) ଓ ଲେଖକ କେରଳୀ ଥରୁରଙ୍କର ମନଭିତରେ ଏପରି ଏକ ଧାରଣା ରହିଛି, ତାହା ଜଣାପଡ଼ି ନ ଥାନ୍ତା ଯଦି ଅର୍ଥମନ୍ତ୍ରୀ ପ୍ରଣବମୁଖାର୍ଜୀ ତାଙ୍କୁ ଓ ତାଙ୍କର ଉପର ପାହ୍ୟାର  ମନ୍ତ୍ରୀ ଏସ.ଏମ୍.କ୍ରିଷ୍ଣାଙ୍କୁ ଲକ୍ଷାଧିକ ଟଙ୍କା ଦୈନିକ ଦେଇ ରହୁଥିବା ବିଳାସମୟ ହୋଟେଲ ଛାଡ଼ିବା ପାଇଁ ତାଗିଦ କରିନଥାନ୍ତେ ଓ ସରକାରୀ ମନ୍ତ୍ରୀ ତଥା ବାବୁମାନେ ଉଡ଼ାଜାହାଜରେ ଇକୋନୋମି କ୍ଲାସରେ ଯିବେ ବୋଲି ପରାମର୍ଶ ଦେଇନଥାନ୍ତେ । କଂଗ୍ରେସ୍ର ସର୍ବମୟକର୍ତ୍ତ୍ରୀ ସୋନିଆ ଗାନ୍ଧୀ ଏହି ପରାମର୍ଶକୁ ଗ୍ରହଣ କରିନେବା ଫଳରେ ସମସ୍ତ କଂଗ୍ରେସ ମନ୍ତ୍ରୀ ଏକପ୍ରକାର ବାଧ୍ୟ ହୋଇଗଲେ ଇକୋନୋମି କ୍ଲାସରେ ଯିବାପାଇଁ । ତେଣୁ ଶଶୀ ଥରୁର ଅମାନ୍ୟ କରିବେ କପରି? କିନ୍ତୁ ମନ କଥା କହିଦେଲେ ଯେ ମୁଁ ମଧ୍ୟ ଗୋରୁ ଗାଈ ଶ୍ରେଣୀରେ ଯାତ୍ରା କରିବି ପବିତ୍ର କାମଧେନୁ ମାନଙ୍କ ସହ ସଂହତି ଜଣାଇ ।’ ( ମବଗ୍ଧଗ୍ଧକ୍ଷର ମକ୍ଷବଗ୍ଦଗ୍ଦ କ୍ଟଙ୍କଗ୍ଧ କ୍ଟଲ ଗ୍ଦକ୍ଟକ୍ଷସୟବକ୍ସସଗ୍ଧଚ୍ଚ ଙ୍ଗସଗ୍ଧଷ ବକ୍ଷକ୍ଷ କ୍ଟଙ୍କକ୍ସ ଷକ୍ଟକ୍ଷଚ୍ଚ ମକ୍ଟଙ୍ଗଗ୍ଦ).
ଏଭଳି ମନ୍ତବ୍ୟକୁ ଅନେକ ଶଶି ଥରୁରଙ୍କର ରାଜନୈତିକ ଅପରିପକ୍ୱତା ବୋଲି କହୁଥିବା ବେଳେ, ଅନେକେ ଶଶି ଥରୁର ଯେ ଜଣେ ହିପୋକ୍ରାଟ ବା ଶଠ ନୁହଁନ୍ତି-ତାହା ଦାବି କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଏକ ପରିହାସ ବା ଜୋକ୍ (ଔକ୍ଟଳର)ବୋଲି କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ଶଶି ଥରୁରଙ୍କର ଯଦି ରାଜନୈତିକ ପରିପକ୍ୱତା ଥା’ନ୍ତା, ତାହେଲେ ସେ ତାଙ୍କର ଏହି ଭଳି ଧାରଣାକୁ ମନଭିତରେ ଦବାଇ ରଖିଥାନ୍ତେ-ଆଦୌ ଭାଷାରେ ପ୍ରକଟିତ କରିନଥାନ୍ତେ । ପ୍ରାୟ ସମସ୍ତ କ୍ଷମତାଲିପ୍ସୁ ରାଜନୈତିକ ଦଳର ପରିପକ୍ୱ ନେତୃତ୍ୱ ଏହା ହିଁ କରିଆସୁଛନ୍ତି । କିନ୍ତୁ ଶଶି ଥରୁର ଏପରି କହିବା ଫଳରେ କଂଗ୍ରେସର ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଯେଉଁମାନେ ଆଶଙ୍କା କଲେ-ସେମାନେ ସହସା ଏହାର ଖୋଲାଖୋଲି ପ୍ରତିବାଦ କଲେ । ଏହାଦ୍ୱାରା ବିରୋଧୀ ରାଜନୈତିକ ଦଳଗୁଡ଼ିକ ଶଶି ଥରୁରଙ୍କର ଏତାଦୃଶ ମନ୍ତବ୍ୟକୁ ଅଧାର କରି କଂଗ୍ରେସ ଦଳ ଉପରେ ଯେଉଁ ପ୍ରହାର କରିଥାନ୍ତେ ଓ ରାଜନୈତିକ ସୁବିଧା ନେଇଥାନ୍ତେ-ତାହା ନିଶ୍ଚିତ ହରାଇଲେ । ଏତଦ୍ ବ୍ୟତୀତ କଂଗ୍ରେସ ଦଳର ‘ଆମ ଆଦ୍ମୀ’ ଭାବମୂର୍ତ୍ତ ଅକ୍ଷୁଣ୍ଣ ରହିଗଲା । କହିବାବାହୁଲ୍ୟ ଯେ ଶଶୀ ଥରୁର ଓ ଏସ.ଏମ୍. କ୍ରିଷ୍ଣାଙ୍କର ବିଳାସମୟ ଜୀବନଚର୍ଯ୍ୟା ଓ ଶଶୀ ଥରୁରଙ୍କର ବକ୍ତବ୍ୟ କଂଗ୍ରେସ ଦଳର ଭାବମୂର୍ତ୍ତ ପାଇଁ ଅନୁକୂଳହୋଇଛି । ଯେଉଁମାନେ ଭାବୁଥିଲେ ଶଶୀ ଥରୁର ତାଙ୍କର ଏହିଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀପଦ ହରାଇବେ-ସେମାନେ ବୁଝିବେଣି ଯେ ତାହା ହେଉନାହିଁ-କାରଣ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶଶି ଥରୁରଙ୍କର ବକ୍ତବ୍ୟକୁ ଏକ ପରିହାସ ବା ଜୋକ୍ (ଔକ୍ଟଳର) ବୋଲି କହିଲେଣି । ତେବେ ଶଶି ଥରୁର ମଧ୍ୟ ଏହି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରି ମନ୍ତ୍ରୀପଦରୁ ଅପସାରିତ ହେବାର ସମ୍ଭାବନାକୁ ନିଜ ତରଫରୁ କମାଇ ଦେଇଛନ୍ତି ।
ଶଶି ଥରୁର ଜଣେ ଅନଭିଜ୍ଞ ରାଜନୈତିକ ବ୍ୟକ୍ତି ହୋଇପାରନ୍ତି-କିନ୍ତୁ  ସେ ଯେ ଜଣେ ଅଭିଜ୍ଞ ବୁ୍ୟରୋକ୍ରାଟ ବା ବାବୁ – ଏହାକୁ କିଏ ବା ଅସ୍ୱୀକାର କରିବ । ଜାତିସଂଘରେ ୧୯୭୮ମସିହାରେ ଚାକିରୀ ଆରମ୍ଭ କରିଥିବା ୨୨ବର୍ଷୀୟ ଯୁବକ ଶଶି ଥରୁର ୨୦୦୭ମସିହା ବେଳକୁ  ହୋଇପାରିଲେ ଜାତିସଂଘର ଅନୁମହାସଚିବ (ଟଦ୍ଭୟରକ୍ସ ଝରମକ୍ସରଗ୍ଧବକ୍ସଚ୍ଚ ଏରଦ୍ଭରକ୍ସବକ୍ଷ)-ଏହା ତାଙ୍କର ବାବୁଭାବେ ଦକ୍ଷତାର ପ୍ରମାଣ । ଆମଦେଶର ବାବୁମାନଙ୍କର ସାଧାରଣ ଲୋକଙ୍କ ପ୍ରତି ଯେଉଁ ଧାରଣା ତାହାକୁ ଯଦି ଆମେ ବିଚାରକରୁ, ତା’ହେଲେ ମୂଳତଃ ମହାବାବୁ ଶଶି ଥରୁରଙ୍କର ମନ୍ତବ୍ୟ ସମୁଦାୟ ବାବୁ ଗୋଷ୍ଠୀର ଧାରଣାର ଏକ ଅଭିବ୍ୟକ୍ତି ବୋଲି ଧରିବାକୁ ହେବ । ଦେଖାଯାଉ ଭାରତର ସାଧାରଣ ମଣିଷ ଯେ ଗୋରୁ ଗାଈଙ୍କ ଠାରୁ ହୀନ-ଏହି ମାନସିକତା ବହନ କରୁଥିବା ରାଜନେତା ଓ ବାବୁମାନଙ୍କ ସହ ଆମକୁ କେତେଦିନ ରହିବାକୁ ହିଁ ହେବ?

୧୬-୩୧ ନଭେମ୍ବର, ୨୦୦୯
ମଧୁକୋଡ଼ା : କିସ୍ନେ ଜୋଡ଼ା, ଅବ୍ କ୍ୟୋଁ ଫୋଡ଼ା
କୌଣସି ରାଜନୈତିକ ଦଳରେ ନଥାଇ ସ୍ୱାଧୀନ ବିଧାୟକ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦୃଷ୍ଟାନ୍ତ ଭାବେ ଯେଉଁ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଆମେ ଉଲ୍ଲେଖ କରିବା, ସେ ହେଲେ ମଧୁକୋଡ଼ା । ମଧୁକୋଡ଼ା ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ବାବୁଲାଲ ମାରାଣ୍ଡି ଓ ପରେ ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ଖଣି ଓ ବିଦୁ୍ୟତ୍ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବିଜେପିଠାରୁ ପୃଥକ ହୋଇ ମୁଖ୍ୟମନ୍ତ୍ରୀଭାବେ କଂଗ୍ରେସ,ଆରଜେଡ଼ି ଆଦି ଦଳଙ୍କର ସମର୍ଥନ ପାଇବା-ମଧୁକୋଡ଼ାଙ୍କର କେଉଁ ଶକ୍ତି ବଳରେ ସମ୍ଭବ ହୋଇପାରିଥିଲା, ତାହା ସେ ସମୟରେ କେହି ରାଜନୈତିକ ସମୀକ୍ଷକ ଉନ୍ମୋଚନ କରିଥିଲେ କି ନାହିଁ ତାହା ଶୁଦ୍ରକ ଜାଣେ ନାହିଁ । କିନ୍ତୁ ସମ୍ପ୍ରତି ଚାରିହଜାର କୋଟି ଟଙ୍କାର ସମ୍ପତ୍ତର ମାଲିକ ମଧୁ କୋଡ଼ା ବୋଲି ଯେତେବେଳେ ଗଣମାଧ୍ୟମ ଗର୍ଜନକରୁଛି ଓ ଏହି ମାଲିକାନା ମାତ୍ର ଗତ ପନ୍ଦରବର୍ଷ ମଧ୍ୟରେ ସମ୍ଭବ ହୋଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳୁଛି-ସେତେବେଳେ କେଉଁ ଶକ୍ତି କଂଗ୍ରେସ ଓ ଆରଜେଡ଼ି ଦଳକୁ ମଧୁକୋଡ଼ାଙ୍କର ମୁଖ୍ୟମନ୍ତ୍ରୀତ୍ୱ ପ୍ରତି ସମର୍ଥନ ଜଣାଇବାକୁ ପ୍ରଭାବିତ କରିଥିବ , ତାହା ବୁଝିବାପାଇଁ ବିଶେଷ ମାନସିକ କସରତର ଆବଶ୍ୟକତା ନାହିଁ । ଖଣିଜ ସମ୍ପଦଭରା ଝାଡ଼ଖଣ୍ଡ ରାଜ୍ୟର ଖଣିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଯଦି ଏ ପରିମାଣର ସମ୍ପତ୍ତ ସେ ଠୁଳ କରିଛନ୍ତି, ତାହାଲେ କେଉଁମାନଙ୍କୁ ସେ ଅନୁଗ୍ରହ ଦେଖାଇ ଏ ପରିମାଣର ସମ୍ପତ୍ତର ମାଲିକ ହୋଇପାରିଛନ୍ତି? ସୂଚନା ମିଳୁଛି ଯେ କୋଡ଼ା ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସବୁଠାରୁ ଆଲ୍ହାଦିତ ହୋଇଥିଲେ ଝାଡ଼ଖଣ୍ଡର ଖଣି ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କମ୍ପାନୀମାନେ । ଏହି କମ୍ପାନୀମାନେ ଓଡ଼ିଶାର ଖଣି ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଗତ ନିର୍ବାଚନରେ ବିଜେଡ଼ିର ସହଯୋଗୀ ଦଳ ଏନସିପିର ବରିଷ୍ଠ ସଭ୍ୟ ଅରୁଣ ଦେ ଆମ ରାଜ୍ୟରେ ବହୁ ‘କୋଡ଼ା’ ଅଛନ୍ତି ବୋଲି ଦାବି କରିଛନ୍ତି । କହିବା ବାହୁଲ୍ୟ ଯେ ଅର୍ଥନୀତିର ଉଦାରୀକରଣ ପୂର୍ବରୁ ଲାଇସେନ୍ସ ଓ ପରିମିଟରାଜ୍ରେ ହେଉଥିବା ଦୁର୍ନୀତି ଉଦାରୀକରଣ-ଜଗତୀକରଣ-ଘରୋଇକରଣ ପର୍ଯ୍ୟାୟ ଅର୍ଥନୀତିରେ ହେଉଥିବା ଦୁର୍ନୀତି ସାମ୍ନାରେ ଫିକା ପଡ଼ିଯାଇଛି ।
ଗଣମାଧ୍ୟମରେ ମଧୁକୋଡ଼ାଙ୍କର ଅନ୍ୟାୟ ଅର୍ଜିତ ସମ୍ପତ୍ତ ସମ୍ପର୍କରେ ଏତେ ପ୍ରଚାର ହୋଇଛି ଯେ ମନମୋହନ ସିଂହଙ୍କ ସରକାରରେ ଥିବା ଟେଲିକମ ମନ୍ତ୍ରୀ ଏ  ରାଜା କର୍ତ୍ତୃକ ହୋଇଥିବା ତଥା ସବୁଠାରୁ ବଡ଼ କୁହାଯାଉଥିବା ସ୍କାମ (ଝଉଇଗ) ଓ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କରେ ଗଚ୍ଛିତ ବିପୁଳ କଳାଧନର ମାଲିକମାନଙ୍କୁ ଚିହ୍ନଟ ପ୍ରସଙ୍ଗ, ପ୍ରଭିଡେଣ୍ଟ ଫଣ୍ଡ୍ (ଚକ୍ସକ୍ଟଙ୍ଖସୟରଦ୍ଭଗ୍ଧ ଲଙ୍କଦ୍ଭୟ) ଆତ୍ମସାତ୍ ପ୍ରସଙ୍ଗ ପଛ ଧାଡ଼ିକୁ ଠେଲି ହୋଇଗଲାଣି । ଏହା ଇଛାକୃତ କି? ଏଭଳି ସନେ୍ଦହ ମନ ଭିତରକୁ ଆସୁଛି ।
ମଧୁ କୋଡ଼ା ଜଣେ ଆଦିବାସୀ ଓ ରାଜନୈତିକ ଅନାଥ-ଅର୍ଥାତ୍ କୌଣସି ମୁଖ୍ୟ ରାଜନୈତିକ ଦଳର ସୁରକ୍ଷା ତାଙ୍କ ପାଇଁ ନାହିଁ । ତେଣୁ ସେ ଏକ ସହଜଶିକାର  । ଯାହା ଉପରେ ସମୁଦାୟ ଦୃଷ୍ଟିକୁ କେନ୍ଦ୍ରୀଭୂତ କରାଯାଇ ଉଚ୍ଚବର୍ଗର ବ୍ୟକ୍ତି ବା ଶକ୍ତିଶାଳୀ ଦଳର ସଭ୍ୟ ବା ଶକ୍ତିଶାଳୀ ସମୁଦାୟର ସଭ୍ୟ ସମ୍ପୃକ୍ତ ଥିବା ବୃହତ୍ ଦୁର୍ନୀତିଗୁଡ଼ିକୁ ଲୋକଦୃଷ୍ଟିରୁ ଅପସାରିତ କରାଯାଇପାରେ । ଦୁର୍ନୀତି ପ୍ରସଙ୍ଗରେ ଦେଖାଯାଉଛି ଯେ ଆଦିବାସୀ, ଦଳିତ ପଛୁଆଶ୍ରେଣୀର ବ୍ୟକ୍ତିମାନଙ୍କ ଦ୍ୱାରା ହେଉଥିବା ଦୁର୍ନୀତି ଗଣମାଧ୍ୟମରେ ଯେଉଁ ପରିମାଣରେ ପ୍ରଚାରିତ ଓ ପ୍ରସାରିତ ହେଉଛି-ତାହା ବୋଧହୁଏ ଅନ୍ୟମାନଙ୍କ କ୍ଷେତ୍ରରେ ହେଉନାହିଁ ଏବଂ ଏହା ମଧ୍ୟ ଅନୁସନ୍ଧାନସାପେକ୍ଷ ଯେ ଏହି ବର୍ଗର ଦୁର୍ନୀତି କ’ଣ ସେତେବେଳେ ହିଁ ଉନ୍ମୋଚିତ ହେଉଛି ଯେତେବେଳେ ଅଧିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଦୁର୍ନୀତି ପ୍ରସଙ୍ଗ ପଦାକୁ ଆସୁଛି!
ମଧୁକୋଡ଼ା ଦୁର୍ନୀତି ପ୍ରସଙ୍ଗରେ-ଯେଉଁମାନେ ମଧୁକୋଡ଼ାଙ୍କ ସହ ମିଶି ପଇସା ଖାଇଲେ, ସେମାନେ ଯେଉଁ ପରିମାଣରେ ଦୋଷୀ ଯେଉଁମାନେ ତାଙ୍କୁ ଏଥିପାଇଁ ଉକ୍ରୋଚ ଦେଲେ ସେମାନଙ୍କୁ ମଧ୍ୟ ଧରାଯିବା ଦରକାର । ମଧୁକୋଡ଼ାଙ୍କର ନିଷ୍ପତ୍ତର ଲାଭ କେଉଁ କମ୍ପାନୀମାନେ ପାଇଛନ୍ତି-ତାହା ଅନୁସନ୍ଧାନ ହୋଇ ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଉଚିତ । ଏହି କମ୍ପାନୀମାନେ ଚିହ୍ନଟ ହୋଇ ପାରିଲେ-ଓଡ଼ିଶାରେ ସେମାନଙ୍କ ଭିତରୁ କେତେଜଣ ବିଚରଣ କରୁଛନ୍ତି ଜଣାପଡ଼ିବ । ଅପର ପକ୍ଷରେ ଅରୁଣ ଦେ ଓଡ଼ିଶାରେ ଥିବା ‘କୋଡ଼ା’ମାନଙ୍କୁ ଯଦି ଜାଣିଛନ୍ତି-ତାହାଲେ ସେ ସେମାନଙ୍କର ନାମ ଘୋଷଣା କରିବା ଉଚିତ୍ । ତାଙ୍କର ବିବୃତ୍ତକୁ ଭିତ୍ତ କରି ମଧ୍ୟ ନ୍ୟାୟାଳୟ ଜରିଆରେ ଏହି ନାମଗୁଡ଼ିକ ବାହାରକୁ ଆସିପାରିବ କି ନାହିଁ-ତାହା ମଧ୍ୟ ବିଚାର କରାଯିବା ଉଚିତ ।

୧-୧୬ ଡିସେମ୍ବର, ୨୦୦୯
ବିଜେଡ଼ିକୁ ଧନ୍ୟବାଦ
କଥାରେ ସମସ୍ତେ କୁହନ୍ତି ଯେ ଜନପ୍ରତିନିଧି-ବିଧାୟକ, ସାଂସଦ ବା ମନ୍ତ୍ରୀ ସେମାନେ ହେଉଛନ୍ତି ଜନତାଙ୍କର ଭୃତ୍ୟ । କିନ୍ତୁ ସେମାନେ କଦାପି ଭୃତ୍ୟଭଳି ଅନୁଭବ କରନ୍ତି ନାହିଁ- ବ୍ୟବହାର କରିବା ତ’ବହୁଦୂରର କଥା । କିନ୍ତୁ ସମ୍ପ୍ରତି ବହୁମତରେ ଆସି ତୃତୀୟଥର ପାଇଁ ସରକାର କରିଥିବା  ବିଜେଡ଼ିର ବିଧାୟକ,ସାଂସଦ ଓ ମନ୍ତ୍ରୀ ନିଜକୁ ସରକାରଙ୍କର ସର୍ବନିମ୍ନ କର୍ମଚାରୀଠାରୁ ମଧ୍ୟ ନୁ୍ୟନ ବୋଲି ଯେ ଅନୁଭବ କରୁଛନ୍ତି- ତାହା ବାସ୍ତବିକ ଏକ ଅତ୍ୟନ୍ତ ସୁଖକର ସୂଚନା । ଜଣେ ମନ୍ତ୍ରୀ ନିଜର ନାମ ପ୍ରଘଟ ନକରି କହିଛନ୍ତି- ‘ଆମକୁ ପିଅନଠାରୁ ମଧ୍ୟ ହୀନ କରି ଦିଆଯାଇଛି । ଆମକୁ ଲଜ୍ଜା ଲାଗୁଛି ।’ (ଙ୍ଗର ବକ୍ସର କ୍ସରୟଙ୍କମରୟ ଗ୍ଧକ୍ଟ କ୍ଷରଗ୍ଦଗ୍ଦ ଗ୍ଧଷବଦ୍ଭ ବ କ୍ଟ୍ରରକ୍ଟଦ୍ଭ,ଓ  ଲରରକ୍ଷ ବଗ୍ଦଷବଜ୍ଞରୟ) ଦ୍ରଷ୍ଟବ୍ୟ- ଙକ୍ସସଗ୍ଦଗ୍ଦବ କ୍ଟ୍ରକ୍ଷଙ୍କଗ୍ଦ,ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ,୧୮ ଘକ୍ଟଙ୍ଖ ୨୦୦୯) ଶୁଦ୍ରକ ବୁଝିପାରୁନାହିଁ ଏଥିରେ ଲଜ୍ଜିତ ହେବାରେ କ’ଣ ଅଛି? ଚତୁର୍ଥ ଶ୍ରେଣୀର କର୍ମଚାରୀ ପିଅନ; ପ୍ରଥମ, ଦ୍ୱିତୀୟ ଓ ତୃତୀୟଶ୍ରେଣୀ କର୍ମଚାରୀଙ୍କ ସେବା ପାଇଁ  ଯେ ନିଯୁକ୍ତ- ଏହା ଅବିବାଦ୍ୟ । ମନ୍ତ୍ରୀ, ବିଧାୟକ, ସାଂସଦ ଜନତାଙ୍କର ସେବାପାଇଁ ନିର୍ବାଚିତ -ଏହା ମଧ୍ୟ ଅବିବାଦ୍ୟ । ତେଣୁ  ଏହିମାନଙ୍କୁ ପିଅନ ତଳକୁ ଯଦି ଠେଲି ଦିଆଯାଇଛି, ତାହେଲେ ବିଜେଡି ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କର ସେବକତ୍ୱକୁ ସାବ୍ୟସ୍ତ କରିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ହୋଇଛି ବୋଲି ବୁଝିବାକୁ ହେବ । ଏଥିପାଇଁ ବିଜେଡି ଯେ ଧନ୍ୟବାଦର ପାତ୍ର, ଏହାକୁ ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ହେବ । ଅବଶ୍ୟ ସେମାନଙ୍କର ଅଭିଯୋଗ ଯେ ନିର୍ବାଚନମଣ୍ଡଳୀରେ ସେମାନଙ୍କର ଆଉ କୌଣସି କାଟ୍ତି ନାହିଁ-କଦାପି  ଏକ ସାମାନ୍ୟ ଅଭିଯୋଗ ନୁହେଁ । ଡର ଷବଙ୍ଖର ଦ୍ଭକ୍ଟ ଗ୍ଦବଚ୍ଚ ବଗ୍ଧ ବକ୍ଷକ୍ଷ ସଦ୍ଭ କ୍ଟଙ୍କକ୍ସ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କରଦ୍ଭମସରଗ୍ଦ, ଙ୍ଗର ମବଦ୍ଭଦ୍ଭକ୍ଟଗ୍ଧ ରଙ୍ଖରଦ୍ଭ ଶରଗ୍ଧ ବ ବଦ୍ଭଶବଦ୍ଭଙ୍ଗବୟସ ଙ୍ଗକ୍ଟକ୍ସଳରକ୍ସ କ୍ଟକ୍ସ ଇଗ୍ଦଷବ ଙ୍ଗକ୍ଟକ୍ସଳରକ୍ସ ବକ୍ଟ୍ରକ୍ଟ୍ରସକ୍ଟଦ୍ଭଗ୍ଧରୟ, ମବଦ୍ଭଦ୍ଭକ୍ଟଗ୍ଧ ରଙ୍ଖରଦ୍ଭ ଗ୍ଦଷଙ୍କଦ୍ଭଗ୍ଧ କ୍ଟଙ୍କଗ୍ଧ ବ ମକ୍ଟଦ୍ଭଗ୍ଦଗ୍ଧବଭକ୍ଷର…ଦ୍ଭକ୍ଟଭକ୍ଟୟଚ୍ଚ କ୍ଷସଗ୍ଦଗ୍ଧରଦ୍ଭ ଗ୍ଧକ୍ଟ ଙ୍କଗ୍ଦ, ଗ୍ଦବସୟ ବ ଗ୍ଦରଦ୍ଭସକ୍ଟକ୍ସ ଜ୍ଞସଦ୍ଭସଗ୍ଦଗ୍ଧରକ୍ସ (ଦ୍ରଷ୍ଟବ୍ୟ ଙକ୍ସସଗ୍ଦଗ୍ଦବ କ୍ଟ୍ରକ୍ଷଙ୍କଗ୍ଦ, ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ,୧୮ ଘକ୍ଟଙ୍ଖ ୦୯). କିନ୍ତୁ ଯେଉଁମାନେ ଏହି ଅଭିଯୋଗ କରୁଛନ୍ତି ସେମାନେ କ’ଣ ଲୋକଙ୍କ ଭିତରେ ତାଙ୍କର କାଟ୍ତି ଥିବାରୁ ନିର୍ବାଚିତ ହୋଇଛନ୍ତି? ଏହି ପ୍ରଶ୍ନ ନିଜକୁ ପଚାରିବା ଉଚିତ । ଯାହାର ପତିଆରା ପାଇଁ ସେମାନେ ନିର୍ବାଚିତ ହୋଇଛନ୍ତି – ସେ ଯଦି ଅମଲା, ସରକାରୀ ଅଫିସର ଓ ଏନ୍.ଜି.ଓ (ଘଏଙ) ମାନଙ୍କ ଜରିଆରେ କାର୍ଯ୍ୟ କରାଇ ନିଜଦଳକୁ ମଜବୁତ୍ କରିପାରିଛନ୍ତି -ତାହେଲେ ନିର୍ବାଚିତ  ପ୍ରତିନିଧିମାନଙ୍କୁ ସରକାରୀ ଅଫିସର ପାସଙ୍ଗରେ ପକାଇବେ କାହିଁକି? ଏହି ପ୍ରତିନିଧିମାନେ ଅଭିମାନ ନ କରି ବରଂ ନବୀନଙ୍କ ପ୍ରତି କୃତଜ୍ଞ ରହିବା ଉଚିତ୍ ଯେ ତାଙ୍କରି କୃପାରୁ ସେମାନେ ବିଧାୟକ, ସାଂସଦ ବା ମନ୍ତ୍ରୀ ହୋଇପାରିଲେ ଓ ପେନ୍ସନ୍ ପାଇବାପାଇଁ ଯୋଗ୍ୟ ହୋଇଗଲେ ।
ବଥ ନୁହେଁ ଛାଇ !
ଖଣିଦୁର୍ନୀତି,ଚାଷୀ ଆତ୍ମହତ୍ୟା ଯେତେବେଳେ ଗଣମାଧ୍ୟମକୁ ଆଚ୍ଛାଦିତ କରିରଖିଛି ଓ ସଚେତନ ନାଗରିକ ବିଜେଡ଼ିର କାର୍ଯ୍ୟଧାରାକୁ ପ୍ରଶ୍ନକରିବା ଆରମ୍ଭ କରିଛି, ସେତେବେଳେ ବହୁ ଅର୍ଥ ବ୍ୟୟରେ ବିଜେଡି ଦ୍ୱାରା ଆୟୋଜିତ ସମ୍ମିଳନୀଗୁଡ଼ିକରେ ଏହି ପ୍ରସଙ୍ଗ ଉପରେ ହାଲୁକା ମନ୍ତବ୍ୟ ଦେବା ବଥକୁ ଛାଇ କହିବା ଭଳି ହିଁ ଶୁଭୁଛି । ହୁଏତ ପ୍ରସଙ୍ଗକୁ ହାଲୁକା କରିଦେବା ବିରୋଧ ଦଳର ପ୍ରହାର ବିରୋଧରେ ଏକ ରଣକୌଶଳ ହୋଇପାରେ କିନ୍ତୁ ବଥଟିର ଉପଚାର ନ କରାଗଲେ -ଏହା ଯେ ଦଳପାଇଁ କ୍ୟାନସର୍ ବ୍ୟାଧିର କାରଣ ହୋଇପାରେ -ତାହାଦଳକୁ ସୁଦୃଢ଼ କରିବା ପାଇଁ ଗସ୍ତମାନ କୁଶଳୀ ନେତୃତ୍ୱ ବୁଝିବା ଉଚିତ । ସମ୍ପ୍ରତି ବିପୁଳ ସଂଖ୍ୟାରେ ଦଳର ବିଧାୟକଙ୍କର ଉପସ୍ଥିତ ଆଗାମୀ ନିର୍ବାଚନରେ ଅନୁୁରୂପ ବିଜୟର ପ୍ରତିଶ୍ରୁତି ବହନ କରେ ନାହିଁ । ୧୯୮୫ରେ କଂଗ୍ରେସର ଦଳର ୧୧୭ଜଣ ବିଧାୟକଙ୍କ ଉପସ୍ଥିିତି,୧୯୯୦ରେ ପୁନରାବୃତ୍ତ ହେବା ତ ଦୂରର କଥା, କଂଗ୍ରେସ ସରକାର ଗଠନ କରିବାକୁ ମଧ୍ୟ ସମର୍ଥ ହେଲା ନାହିଁ । ହେିପରି ୧୯୯୦ମସିହାରେ ଜନତାଦଳର  ୧୨୩ ଜଣ ବିଧାୟକଙ୍କ ଉପସ୍ଥିତିର ପୁନରାବୃତ୍ତ ୧୯୯୫ ମସିହାରେ ହେଲାନାହିଁ । ଜନତାଦଳ କ୍ଷମତାକୁ ଫେରି  ପାରିଲା ନାହିଁ । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ୧୦୩ ବିଧାୟକଙ୍କ ଦ୍ୱାରା ସୁଦୃଢ଼ ବିଜୁଜନତା ଦଳ ତା’ର କାର୍ଯ୍ୟଧାରାର ସମୀକ୍ଷା କରିବା ଉଚିତ । ସବୁଲୋକଙ୍କୁ ସବୁ ଦିନ ପାଇଁ ବୋକା କରାଯାଇନପାରେ-ଏହି ବାଣୀଟିକୁ ମନରେ ରଖି କାର୍ଯ୍ୟକରିବା କ୍ଷମତାସୀନ ଦଳପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ମନେ ହୁଏ ।
ଖଣି ଭିତରେ ଦଳ
ଓଡ଼ିଶାରେ ଖଣି ଦୁର୍ନୀତିକୁ ପ୍ରଘଟକରିବା ଏକଦା ସହଯୋଗୀ ଓ ବର୍ତ୍ତମାନ ବିପକ୍ଷ ଦଳ ବିଜେପି କ୍ଷମତାସୀନ  ବିଜେଡ଼ିଦଳକୁ ଯେପରି ଅଶ୍ୱସ୍ତିକର ପରିସ୍ଥିତିରେ ପକାଇଛି-ତାହା ବାସ୍ତବିକ ପ୍ରଶଂସନୀୟ । ଏହାକୁ ଯଦି ଆମେ ବିଜେଡ଼ି -ବିଜେପି ମେଣ୍ଟର ବିଲୟର ସର୍ବୋକ୍ରୃଷ୍ଟ ପରିଣତି ବୋଲି କହୁ, ତାହାଲେ କିଛି ଭୁଲ୍ ହେବନାହିଁ । ଗୋପାଳ ନନ୍ଦଙ୍କ ଭଳି ଜଣେ ବିଚକ୍ଷଣ ପୋଲିସ ଅଫିସର ଦୁର୍ନୀତି ନିବାରଣ ବିଭାଗର ସର୍ବୋଚ୍ଚ ଅଧିକାରୀଭାବେ ପଦକ୍ଷେପମାନ ନେଇ ଯେପରି ପ୍ରଶଂସାଭାଜନ ହେଉଥିଲେ ଓ ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତିକୁ ଏକାଧିକବାର ସାବ୍ୟସ୍ତ କରୁଥିଲେ-ତାଙ୍କର ସନ୍ଧାନୀ ଦୃଷ୍ଟିର ଆଢ଼ୁଆଳରେ ରହିଯାଇଥିବା ଖଣିଦୁର୍ନୀତିକୁ ବିଜେପି ଦଳ ପଦାରେ ପକାଇଦେବା-ନିଶ୍ଚିତଭାବରେ ବିଜେପି ପ୍ରତି ଜନମାନସରେ ଆଦରର କମ୍ କ୍ଷୟିଷ୍ଣୁତାକୁ କିଛିମାତ୍ରାରେ ଅଟକାଇ ଦେଇଛି । ବିଶେଷତଃ ଯେତେବେଳେ ଅନ୍ୟତମ ବିରୋଧୀଦଳ କଂଗ୍ରେସର ଭୂମିକାରେ ଅନୁରୂପ ଉତ୍ସାହ ପରିଲକ୍ଷିତ ହେଉନାହିଁ ।
ଏହି ପ୍ରସଙ୍ଗକୁ କେନ୍ଦ୍ରକରି ବିଜେପି ସପକ୍ଷରେ ଆସୁଥିବା ମନୋଭାବକୁ କିନ୍ତୁ ଅନେକେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଠିକ୍ ଏହି ସମୟରେ କର୍ଣ୍ଣାଟକରେ ବିଜେପି  ସରକାର ପ୍ରତି ଦେଖାଯାଇଥିବା ସଙ୍କଟ ଓ ଏହି ସଙ୍କଟ ପାଇଁ ଦାୟୀ ଖଣିମାଲିକ  ଓ ମନ୍ତ୍ରୀ ରେଡ୍ଡିଭ୍ରାତା ଦ୍ୱୟଙ୍କ ସହ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ଅପଦସ୍ତ ହେବାକୁ  ଖାତିର ନକରି ଯେପରି ସାଲିସ କଲା-ତାହା ପ୍ରତି ସେମାନେ ଇଙ୍ଗିତ କରୁଛନ୍ତି । ସେମାନଙ୍କର କହିବା କଥା ଯେ ଖଣି ମାଲିକମାନେ ରାଜନୀତିକୁ ନିୟନ୍ତ୍ରଣ କରିବାର ସ୍ଥିତିରେ ଆସିଗଲେଣି- କେଉଁଠି ପ୍ରତ୍ୟକ୍ଷଭାବେ ତ କେଉଁଠି ପରୋକ୍ଷଭାବେ । କହିବାବାହୁଲ୍ୟ ଖଣି ଭିତରେ ବର୍ତ୍ତମାନ ସବୁ ମୁଖ୍ୟ ଦଳ । ତେଣୁ ଖଣିଦୁର୍ନୀତିର ଧୂଳି ବୁଝାମଣାର ମାଧ୍ୟାକର୍ଷଣରେ ଖୁବ୍ଶୀଘ୍ର ମାଟିରେ ମିଶି ଯେ ଅସ୍ତିତ୍ୱ ହରାଇବ-ଏହି ଆଶଙ୍କା ଅଯଥାର୍ଥ ବୋଲି ମନେହୁଏ ନାହିଁ ।

୧-୧୬ ଜାନୁଆରୀ, ୨୦୧୦
ସଙ୍କଟବେଳକୁ ନିଶା ପଇସା
ନିଶା କାରବାର ଏକ ଅବୈଧ ବେପାର । ଏହି ବେପାରରୁ ହେଉଥିବା ଲାଭ ଯେ ବିଶ୍ୱର ବିତ୍ତୀୟ ସଙ୍କଟବେଳେ ବ୍ୟାଙ୍କ୍ଗୁଡ଼ିକୁ ବୁଡ଼ିଯିବାରୁ ରକ୍ଷା କରିଥିବ- ତାହା ପାଠକେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହାହିଁ ହୋଇଛି ବୋଲି ଦାବି କରିଛି ଭିଏନାସ୍ଥିତ ଜାତିସଂଘର ଡ୍ରଗ୍ସ ଏବଂ କ୍ରାଇମ୍ (ଊକ୍ସଙ୍କଶଗ୍ଦ ବଦ୍ଭୟ ଉକ୍ସସଜ୍ଞର) କାର୍ଯ୍ୟାଳୟର ମୁଖ୍ୟ ଆଣ୍ଟୋନିଓ ମାରିଆ କୋଷ୍ଟା (ଇଦ୍ଭଗ୍ଧକ୍ଟଦ୍ଭସକ୍ଟ ଗବକ୍ସସବ ଉକ୍ଟଗ୍ଦଗ୍ଧବ) ଯାହା ପ୍ରକାଶ ପାଇଛି ଇଂଲଣ୍ଡର ସ୍ୱନାମଧନ୍ୟ ପତ୍ରିକା ଦି ଅବଜର୍ଭରରେ । (ଊକ୍ସଙ୍କଶ ଗକ୍ଟଦ୍ଭରଚ୍ଚ ଗ୍ଦବଙ୍ଖରୟ ଭବଦ୍ଭଳଗ୍ଦ ସଦ୍ଭ ଶକ୍ଷକ୍ଟଭବକ୍ଷ ମକ୍ସସଗ୍ଦସଗ୍ଦ-ମକ୍ଷବସଜ୍ଞଗ୍ଦ ଭଚ୍ଚ ଟଘ ବୟଙ୍ଖସଗ୍ଦକ୍ଟକ୍ସ ଜବହରରଙ୍ଖ ଝଚ୍ଚବକ୍ଷ. ଞଷର କ୍ଟଭଗ୍ଦରକ୍ସଙ୍ଖରକ୍ସ, ଝଙ୍କଦ୍ଭୟବଚ୍ଚ ଊରମରଜ୍ଞଭରକ୍ସ ୧୩, ୨୦୦୯)
ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଓଗୠ)ର ଏକ ଆକଳନ ଅନୁସାରେ ଜାନୁଆରୀ ୨୦୦୭ରୁ ସେପ୍ଟେମ୍ବର ୨୦୦୯ମଧ୍ୟରେ ଆମେରିକା ଓ ଇଉରୋପ ବ୍ୟାଙ୍କ୍ଗୁଡ଼ିକରେ କ୍ଷତିର ପରିମାଣ ପ୍ରାୟଃ ଏକଲକ୍ଷ କୋଟି ଡଲାରରେ ପହଞ୍ଚô ଯାଇଥିଲା ଓ ୨୦୦ରୁ ଊଦ୍ଧ୍ୱର୍ ବନ୍ଧକ ଋଣ ଦେଉଥିବା ଅନୁଷ୍ଠାନଗୁଡ଼ିକ ଦେବାଳିଆ ହୋଇଯାଇଥିଲା । ଉପୁଜିଥିଲା ବିତ୍ତୀୟ ସଙ୍କଟ । ବ୍ୟାଙ୍କଗୁଡ଼ିକ ପାଖରେ ତରଳ ଅର୍ଥ ନଥିଲା ଦାବିଦାରମାନଙ୍କୁ ଦେବାପାଇଁ । ସରକାର ତାଙ୍କ ତହବିଲରୁ ଏହି ବ୍ୟାଙ୍କ୍ଗୁଡ଼ିକୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଲେ । ସରକାରଙ୍କର ଏହି ଉଦ୍ୟମ ବେଶ୍ ଚର୍ଚ୍ଚିତ ହୋଇଛି । କିନ୍ତୁ ଯାହା କେହି ଏଯାବତ୍ ଜାଣିନଥିଲେ ତାହା ହେଉଛି ଯେ ଏହି ବୁଡ଼ିଯାଉଥିବା ବ୍ୟାଙ୍କ୍ଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବାପାଇଁ ନିଶାବେପାରୀମାନେ ଆଗେଇ ଆସିବା ଓ କ୍ଷତି ପରିମାଣର ଏକତୃତୀୟାଂଶରୁ ଅଧିକ ଅର୍ଥ (୩୫୨୦୦କୋଟି ଡଲାର) ବିତ୍ତୀୟ ଅନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ।
ସଙ୍କଟ କାଳରେ ଅଧର୍ମ ବିତ୍ତ ସଙ୍କଟ ଅତିକ୍ରମ କରିବା ପାଇଁ ଯେ ବ୍ୟବହାର ହୁଏ-ତାହାର ଏହା ଏକ ଚରମ ଉଦାହରଣ । ଏହା ଭିନ୍ନ କଥା ଯେ ଏହାଦ୍ୱାରା କଳାଧନ ଧଳା ହୋଇଗଲା ଓ ବିତ୍ତୀୟ ବ୍ୟବସ୍ଥା ତଥା ଅପରାଧ ଜଗତର ଏକ ଏଯାବତ୍ ଅପ୍ରକଟିତ ସମ୍ପର୍କ ପଦାରେ ପଡ଼ିଲା ।

୧୬-୨୮ ଫେବୃୟାରୀ, ୨୦୧୦
ଦୁର୍ନୀତି ଓ ବାବା ରାମଦେବ
ଭାରତୀୟ ରାଜନୀତିରେ ଦୁର୍ନୀତି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ବହୁଳ ଦୃଷ୍ଟାନ୍ତ ରହିଛି । କଂଗ୍ରେସ ସରକାରର ଦୁର୍ନୀତି ବିରୋଧରେ ଜନମତକୁ ପ୍ରଭାବିତ କରି ମଧ୍ୟ ଷାଠିଏ ଦଶକରେ ଭାରତର ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାଚୁ୍ୟତ ହେବା,ପୁଣି ମଧ୍ୟ ୭୦ ଦଶକରେ ଗୁଜୁରାଟର ଚିମନଭାଇ ସରକାରଙ୍କର ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନେ୍ଦାଳନ ବିଭିନ୍ନ ରାଜ୍ୟକୁ ବ୍ୟାପିବା ଓ ଜୟପ୍ରକାଶ ନାରାୟଣ ଏହାର ନେତୃତ୍ୱ ନେବା, ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରିକରିବା ଓ ପରେ କ୍ଷମତାଚୁ୍ୟତ ହେବା, ବୋଫର୍ସ ଦୁର୍ନୀତିକୁ ପ୍ରସଙ୍ଗ କରି ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ସରକାରର ପ୍ରତ୍ୟାବର୍ତ୍ତନ ବାଧାପ୍ରାପ୍ତ ହେବା- ଦୁର୍ନୀତି ପ୍ରସଙ୍ଗର ପ୍ରଭାବକୁ ହିଁ ସୂଚିତ କରେ । ଗତ ଚାଳିଶବର୍ଷରୁ ଊଦ୍ଧ୍ୱର୍କାଳ ବିଭିନ୍ନ ସମୟରେ ଦୁର୍ନୀତି ପ୍ରସଙ୍ଗକୁ ଉତ୍ଥାପନ କରି କ୍ଷମତାରେ ପରିବର୍ତ୍ତନ ଅଣାଯାଇଥିଲେ ମଧ୍ୟ ଦୁର୍ନୀତି ଯେ ଭାରତ ଭୂଇଁରେ ହ୍ରାସ ପାଇନାହିଁ ବରଂ ଏହାର ପରିମାଣ ଓ ବିବିଧତାରେ ଯେ ବୃଦ୍ଧିଘଟିଛି ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କାରଣ ଯେଉଁମାନେ ଦୁର୍ନୀତି ଅଭିଯୋଗରେ କ୍ଷମତାଚୁ୍ୟତ ହୋଇଛନ୍ତି- ସେମାନେ କ୍ଷମତାକୁ ପୁଣି ଫେରିଛନ୍ତି- ସେ ରାଜନୈତିକ ଦଳ ହେଉ ବା କୌଣସି ରାଜନୈତିକ ବ୍ୟକ୍ତି ହୁଅନ୍ତୁ । ତଥାପି ଭାରତୀୟ ରାଜନୀତିରେ ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି- ଯାହାକୁ ଆୟୁଧ କରି କ୍ଷମତା ଦଖଲର ସମ୍ଭାବନା ସମ୍ପର୍କରେ ଆଶାବାଦୀ ହେବା ସ୍ୱାଭାବିକ । ତେଣୁ ବହୁ ପ୍ରଚାରିତ ଯୋଗ ଶିକ୍ଷକ ରାମଦେବ ଆମଦେଶରୁ ଦୁର୍ନୀତିର ମୂଳୋପôାଟନ ପାଇଁ ଏକ ରାଜନୈତିକ ସଙ୍ଗଠନ ଗଢ଼ିବେ ବୋଲି ଯଦି ସୂଚନା ଦେଉଛନ୍ତି- ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ (ଦ୍ରଷ୍ଟବ୍ୟ-ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୟଗ୍ଧ-୧୦/୨/୨୦୧୦) । ଅବଶ୍ୟ କ୍ଷମତା ରାଜନୀତି ବାହାରେ ଥିବା କିଛି ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସମୟରେ ଏହି ପ୍ରସଙ୍ଗକୁ ଉତ୍ଥାପିତ କରି ରାଜନୈତିକ ସଙ୍ଗଠନ ଗଢ଼ିବା ପାଇଁ ଉଦ୍ୟମ କରିବା ବିରଳ ନୁହେଁ । କିନ୍ତୁ ଅଭିଜ୍ଞତା କହେ ଏହିଭଳି ଉଦ୍ୟମ ପ୍ରାକ୍ ନିର୍ବାଚନ କାଳରେ ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ବହନ କରିଥାଏ, ନିର୍ବାଚନ ପରବର୍ତ୍ତୀ କାଳରେ ତାହା ଏକ ମ୍ରିୟମାଣ ପର୍ଯ୍ୟାୟକୁ ପ୍ରବେଶ କରିଯାଏ । ରାମଦେବ ତାଙ୍କର ୧୩,୦୦୦ଯୋଗ ଶିକ୍ଷକ ଓ ଭାରତ ସ୍ୱାଭିମାନ ଏବଂ ପାତଞ୍ଜଳୀ ଯୋଗ ସମିତିର ୧୯,୦୦୦ ସଭ୍ୟଙ୍କ ଉପରେ ଭରସା ରଖିଛନ୍ତି ଯେ ସେମାନେ ଏକ ଦୃଢ଼ ଭିତ୍ତଟିଏ ତିଆରି କରିପାରିବେ ଯାହା ଉପରେ ୨୦୧୪ ମସିହାର ନିର୍ବାଚନକୁ ସାମ୍ନା କରିବା ସମ୍ଭବ ହୋଇପାରିବ । ଏହି ଶିକ୍ଷକ ଓ ସଭ୍ୟମାନେ ‘ଯୋଗନୀତି’ର ପ୍ରଚାର ଓ ପ୍ରସାର କରିବେ ଯାହା ୨୦୧୪ନିର୍ବାଚନ ବେଳକୁ ଭାରତୀୟ ନାଗରିକଙ୍କୁ ତିଆରି କରିଦେବ ଏକ ଦୁର୍ନୀତିମୁକ୍ତ ସମାଜ ଗଠନର ପ୍ରତିଶ୍ରୁତି ଦେଉଥିବା ସଙ୍ଗଠନକୁ କ୍ଷମତାସୀନ କରାଇବା ପାଇଁ ।
ଶୁଦ୍ରକ ନିଶ୍ଚିତଭାବେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ମନେ ହେଉଥିବା ରାମଦେବଙ୍କୁ ଶୁଭେଚ୍ଛା ଜଣାଇବ- ଆଶା କରିବି ଯେ ୨୦୧୪ନିର୍ବାଚନରେ ମଧ୍ୟ ଏହି ସଂକଳ୍ପ ଅବ୍ୟାହତ ରହିବ ।

୧-୧୬ ମାର୍ଚ୍ଚ, ୨୦୧୦
ବଜେଟ
ପ୍ରତ୍ୟେକବର୍ଷ ଦୋଳଯାତ ହେବା ଭଳି ପ୍ରତ୍ୟେକ ବର୍ଷ ସଂସଦରେ ବଜେଟ ପେଶ୍ ହୁଏ । ମୂଳ ଫ୍ରେଞ୍ଚ ଶବ୍ଦ ‘ଈକ୍ଟଙ୍କଶରଗ୍ଧଗ୍ଧର’ର ଅର୍ଥ ହେଉଛି ଚମଡ଼ା ବ୍ୟାଗ । ଏକ ଚମଡ଼ା ବ୍ୟାଗରେ ଅର୍ଥମନ୍ତ୍ରୀ ଆଗାମୀ ଆର୍ଥିକବର୍ଷରେ ଆୟବ୍ୟୟର ଏକ ଦସ୍ତାବିଜ ଆଣି ସଂସଦ ସମ୍ମୁଖରେ ପେଶ୍ କରନ୍ତି- ଯାହା ସରକାରଙ୍କର ଆଭିମୁଖ୍ୟକୁ ପ୍ରତିଫଳିତ କରେ- ସାଂସଦମାନେ ଏହି ଆଭିମୁଖ୍ୟ ଉପରେ ବିତର୍କ କରନ୍ତି ଓ ପରିଶେଷରେ କିଛି ସଂଶୋଧନ ସହ ଏହା ଗୃହୀତ ହୋଇଥାଏ । ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଏହାର କୌଣସି ଅଂଶ ପ୍ରଘଟ ହୋଇଯିବାକୁ ଏକ ଗୁରୁତର ତ୍ରୁଟି ଭାବେ ବିବେଚନା କରାଯାଇଥାଏ । ଏଥିପାଇଁ ଅର୍ଥମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ ଦାବି ହେବା ବା ଅର୍ଥମନ୍ତ୍ରୀ ଏହି ତ୍ରୁଟି ପାଇଁ ନୈତିକ ଦାୟିତ୍ୱ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ । ବଜେଟ ପେଶ୍ ହେବା ଦିନଟିକୁ ସମାଜର ବିଭିନ୍ନ ବର୍ଗ ଅତ୍ୟନ୍ତ ଉକ୍ରଣ୍ଠାର ସହ ଅପେକ୍ଷା କରିଥାନ୍ତି । ସଂସଦରେ ଏହା ଉପରେ ବିତର୍କ ମଧ୍ୟ ଅତ୍ୟନ୍ତ ରୋଚକ ହୋଇଥାଏ । ସଂସଦ ବାହାରେ ମଧ୍ୟ ବିଭିନ୍ନ ଆଲୋଚନା ଚକ୍ରମାନ ଆୟୋଜନ ହୋଇଥାଏ । ନାନି ପାଲକିୱାଲାଙ୍କର ବଜେଟ ଉପରେ ସାଧାରଣ ନାଗରିକଙ୍କର ବିଶାଳ ସମାବେଶରେ ଅଭିଭାଷଣ ତ ଏକ ସମୟରେ ବମ୍ବେ ଅଧିବାସୀଙ୍କ ପାଇଁ ଥିଲା ବହୁ ପ୍ରତୀକ୍ଷିତ ଘଟଣା । ଏବେ ଟି.ଭି ଚ୍ୟାନେଲର ବହୁଳତା ଭିତରେ ବଜେଟ ଆଲୋଚନା ତ ପ୍ରଥା ହୋଇଗଲାଣି । କିନ୍ତୁ ମୂଳ ଯେ ସଂସଦରେ ବିତର୍କ- ଏହାକୁ ଆମେ କଦାପି ଅସ୍ୱୀକାର କରିପାରିବା ନାହିଁ । ବାହାରେ ଯେତେ ଆଲୋଚନା ହେଲେ ମଧ୍ୟ ସଂସଦରେ ବିତର୍କ ହିଁ ବଜେଟ ପ୍ରସ୍ତାବରେ ପରିବର୍ତ୍ତନ ଆଣିବା ଦିଗରେ ଅଧିକ ପ୍ରଭାବୀ । ତେଣୁ ଏହା ବାସ୍ତବିକ ଚିନ୍ତାର ବିଷୟ ଯେ, ବଜେଟ ଉପରେ ହେଉଥିବା ଆଲୋଚନାର ସମୟ କ୍ରମଶଃ ହ୍ରାସପାଉଛି । ଏକ ଅନୁସନ୍ଧାନରୁ (ଚଜଝ ଖରଶସଗ୍ଦକ୍ଷବଗ୍ଧସଙ୍ଖର ଜରଗ୍ଦରବକ୍ସମଷ)ଜଣାପଡ଼ିଛି ଯେ ୧୯୮୬ରେ ୧୨୪ଘଣ୍ଟା ବଜେଟ ଆଲୋଚନା ହୋଇଥିବା ବେଳେ ଗତ ଦଶକରେ ଏହା ହାରାହାରି ୪୦ଘଣ୍ଟାକୁ ଖସିଯାଇଛି । (ଦ୍ରଷ୍ଟବ୍ୟ- ତରସଗ୍ଧଶରସଗ୍ଦଗ୍ଧ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ ୨୭ ୠରଭ, ୨୦୧୦) ଅବଶ୍ୟ ସଂସଦୀୟ ଅଧିବେଶନର ସମୟକାଳରେ ମଧ୍ୟ ଦ୍ରୁତ ହ୍ରାସ ହୋଇଛି । ୫୦ଦଶକରେ ସବୁଠାରୁ ଅଧିକ ଦିନର ଅଧିବେଶନ ହୋଇଥିଲା ୧୯୫୬ମସିହାରେ । ୧୫୧ଦିନ ଲୋକସଭା ଅଧିବେଶନ ହୋଇଥିବା ବେଳେ ୧୧୩ଦିନ ରାଜ୍ୟସଭା ଅଧିବେଶନ ବସିଥିଲା । ୨୦୦୯ରେ ଏହା ଯଥାକ୍ରମେ ୬୩ ଓ ୬୪ଦିନକୁ ଖସିଯାଇଛି । ଲୋକସଭାରେ ପଚରା ଯାଇଥିବା ୧୧୦୦ ପ୍ରଶ୍ନରୁ ମାତ୍ର ୨୬ଟି ପ୍ରଶ୍ନ ଅର୍ଥାତ ଶତକଡ଼ା ୨୪ଭାଗ ପ୍ରଶ୍ନର ହିଁ ଉତ୍ତର ଦିଆଯାଇଛି । ଏହି ପ୍ରଶ୍ନର ଉତ୍ତର ଦିଆଯାଇଥିବା ବେଳେ ପ୍ରଶ୍ନ ପଚାରିଥିବା ସାଂସଦ ଯେ ନିଶ୍ଚିତ ଉପସ୍ଥିତ ଅଛନ୍ତି ଏପରି ନୁହେଁ । ଏହି ପରିସଂଖ୍ୟାନ ଗୁଡ଼ିକରୁ ଜଣାପଡ଼ୁଛି ଯେ ସଂସଦର ଭୂମିକା କ୍ରମଶଃ ଗୌଣ ହୋଇପଡ଼ିଲାଣି । ସାଂସଦମାନେ ସେମାନଙ୍କର ଦାୟିତ୍ୱକୁ ଗମ୍ଭୀରତାର ସହ ନେଉନାହାନ୍ତି-ନୀତି ନିର୍ଦ୍ଧାରଣରେ ସେମାନେ ଯେପରି ଏକ ରବରଷ୍ଟାମ୍ପ ଭଳି ହିଁ କାର୍ଯ୍ୟ କରୁଛନ୍ତି । ଶିକ୍ଷା ଅଧିକାର ବିଲ୍ ଯେତେବେଳେ ସଂସଦରେ ଗୃହୀତ ହେଲା, ସେତେବେଳେ ମାତ୍ର ୫୪ଜଣ ସାଂସଦ ଅର୍ଥାତ ଶତକଡ଼ା ୧୦ଭାଗ ସାଂସଦ ଉପସ୍ଥିତ ଥିଲେ ବୋଲି ଯେତେବେଳେ ସୂଚନା ମିଳୁଛି- ସେତେବେଳେ କେଉଁଭଳି ଗୁରୁତ୍ୱ ଆମର ସାଂସଦମାନେ ଦେଉଛନ୍ତି ତାହା ସହଜରେ ଅନୁମାନ କରିହେଉଛି । ତଥାପି ଏତେ ଏତେ ଅର୍ଥ ବ୍ୟୟକରି ସାଂସଦ ହେବାପାଇଁ ଯେଉଁ ତଣ୍ଟିକଟା ଲଢ଼େଇ ଚାଲିଛି-ତା’ପଛରେ ତା’ହେଲେ ଅସଲ ଉଦେ୍ଧଶ୍ୟ କ’ଣ?
ଏହିଭଳି ପରିବେଶରେ ଯେତେବେଳେ ଜଣେ ସଚେତନ ବୁଦ୍ଧିଜୀବୀ ବଜେଟ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ କରିବା ପାଇଁ ଶୁଦ୍ରକ ସହ ପରାମର୍ଶ କରୁଥିଲେ , ସେତେବେଳେ ଶୁଦ୍ରକ ଭିତରେ ସ୍ୱାଭାବିକ ଏକ ବୀତସ୍ପୃହ ଭାବ ଉଦ୍ରେକ ହୋଇଥିଲା । କେବଳ ପ୍ରଥାଟିକୁ କାଏମ ରଖିବା ପାଇଁ ଆଲୋଚନା କରାଯାଇପାରେ ବୋଲି ମତ ଦେଉଥିଲା ।
-ଶୁଦ୍ରକ
୧-୧୬ ମେ, ୨୦୧୦
ଖେଳରୁ କାଳ
ଏହି ଉକ୍ତିଟି ବହୁ ପୁରାତନ- ଠିକ୍ ‘ଝିମିଟି ଖେଳରୁ ମହାଭାରତ’ ଭଳି । ନିଜର ମୁଖ୍ୟ କାର୍ଯ୍ୟରୁ କିଛିସମୟ ଅବ୍ୟାହତି ନେଇ ଆନନ୍ଦ ପାଇବା ପାଇଁ, ମନକୁ ହାଲୁକା କରିବା ପାଇଁ, ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳାଖେଳି କରିବାର ପରମ୍ପରା ବହୁ ପୁରାତନ । ବିଦ୍ୟାଳୟମାନଙ୍କରେ ଖେଳ ପିରିଅଡ୍ÿ ସେଇଥିପାଇଁ ଥାଏ । କିନ୍ତୁ ଖେଳ ଯଦି ବୃତ୍ତ ହୁଏ, ତା’ହେଲେ ହାଲୁକା ମନରେ ଖେଳରେ ମାତିବା ସମ୍ଭବ ହୁଏନାହିଁ । ଏହାକୁ ଯେକୌଣସି ବୃତ୍ତ ଭଳି ଗମ୍ଭୀରତାର ସହ ନେବାପାଇଁ ଖେଳାଳୀମାନେ ବାଧ୍ୟ ହୁଅନ୍ତି । ଖେଳକୁ ବୃତ୍ତଭାବେ ଗ୍ରହଣ କଲେ ପାରିଶ୍ରମିକ କଥା ସ୍ୱାଭାବିକ ଆସେ । ଯେଉଁ ଖେଳରେ ପଇସା ବେଶୀ ମିଳେ ସେହି ଖେଳ ପାଇଁ ଅଧିକ ଖେଳାଳୀ ବାହାରନ୍ତି । ସେହି ଖେଳକୁ ଜନପ୍ରିୟ କରିବା ପାଇଁ ଅଧିକରୁ ଅଧିକ ଉଦ୍ୟମ ହୁଏ । ଏହିଭଳି ଏକ ସ୍ଥୁଳ ଧାରଣାର ପୃଷ୍ଠଭୂମିରେ ଭାରତୀୟ ଖେଳ ଜଗତରେ କ୍ରିକେଟ ଖେଳର ସର୍ବମୟ ଉପସ୍ଥିତିର ଅନୁଶୀଳନ କରାଯାଇପାରେ ।
କ୍ରିକେଟ ଭାରତମାଟିର ଖେଳ ନୁହେଁ । ଭାରତ ମାଟିରେ ଏହାର ଭିତ୍ତପଡ଼ିଲା ବ୍ରିଟିଶ ଶାସନର ପ୍ରତିଷ୍ଠା ପରେ । ଶୀତଦିନରେ ଇଂରେଜ ସାହେବମାନେ ଖରାରେ ତାଙ୍କର କର୍ମକ୍ଳାନ୍ତ ଜୀବନରୁ କିଛି ସମୟ କାଢ଼ି ଯେତେବେଳେ ଏହି ଖେଳରେ ମାତିଲେ, ସେତେବେଳେ ଏହି ଖେଳ ଚେରଧରିଲା ଭାରତ ମାଟିରେ । ଇଂରେଜ ଶାସନର ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଭାରତୀୟ ସାମନ୍ତମାନେ ଇଂରେଜ ସାହେବଙ୍କ ସହ ଏହି ଖେଳରେ ସାମିଲ ହୋଇଗଲେ । ବହୁ ବର୍ଷ ଧରି ଇଂରେଜ ସାହେବ ଓ ଭାରତୀୟ ସାମନ୍ତମାନଙ୍କର ଖେଳହୋଇ ରହିଲା କ୍ରିକେଟ । ପଇସାବାଲା, ବ୍ୟବସାୟୀ, ଶିଳ୍ପପତିମାନେ ଯେତେବେଳେ ଏହା ଭିତରକୁ ପଶିଗଲେ-ସେତେବେଳେ କ୍ରିକେଟର ସାମନ୍ତବାଦୀ ଓ ଔପନିବେଶିକ ଚରିତ୍ର କ୍ରମଶଃ ଫିକା ପଡ଼ିବାକୁ ଆରମ୍ଭ କଲା । ଆଜି ସାଧାରଣ ଘରର ପିଲା ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ସତ କିନ୍ତୁ ଖେଳର ନିୟନ୍ତ୍ରଣ ରହିଛି ସେହି ବଡ଼ ବଡ଼ ବ୍ୟବସାୟୀ, ଶିଳ୍ପପତି ଓ ଗଣତନ୍ତ୍ରର ସାମନ୍ତପ୍ରାୟ ମନ୍ତ୍ରୀ ଓ ଅଫିସର୍ଙ୍କ ହାତରେ । କ୍ରିକେଟ ଖେଳ ଏକ ଲୋଭନୀୟ ବୃତ୍ତ ଖେଳାଳୀଙ୍କ ପାଇଁ ହୋଇଛି ଓ ବ୍ୟବସାୟ ହୋଇଛି ଏହାର ନିୟନ୍ତ୍ରକମାନଙ୍କ ପାଇଁ । ସେଇଥିପାଇଁ ମାତିଛନ୍ତି ମନ୍ତ୍ରୀ ଶରଦ ପାୱାର, ବ୍ୟବସାୟୀ ବିଜୟ ମାଲ୍ୟା, ଖେଳ ପ୍ରଶାସକ ଲଳିତ ମୋଦି ଓ ତାଙ୍କଭଳି ଅନେକେ ।
କ୍ରିକେଟ ଏକ ବିଶାଳ ଅର୍ଥ ଆୟର ସମ୍ଭାବନା ହୋଇଛି । ପୁଞ୍ଜିନିବେଶ କରିବାର ଏକ ଲାଭଜନକ ମାଧ୍ୟମ ହୋଇଛି । କଳା ଅର୍ଥକୁ ଧଳା କରିଦେବାର କିମିଆ କି୍ରକେଟ ଖେଳରେ ଅଛି । ଯେଉଁମାନେ ବାଜି ମାରି (ଈରଗ୍ଧଗ୍ଧସଦ୍ଭଶ) ଅର୍ଥ ଉପାର୍ଜନ କରନ୍ତି ସେମାନଙ୍କୁ ଏହି ଖେଳ ଅପୂର୍ବ ସୁଯୋଗ ଯୋଗାଇଛି ।
ଅର୍ଥରୁ ଅନର୍ଥ- ଯେଉଁମାନେ କହିଛନ୍ତି ସେମାନେ ଭୁଲ୍ କହିନାହାନ୍ତି । ତାହାହିଁ ଭାରତୀୟ କି୍ରକେଟକୁ ଅପବାଦମୁଖୀ କରାଇଛି । ସୁନନ୍ଦା ପୁଷ୍କର ନାମ୍ନୀ ଜଣେ ମହିଳାଙ୍କର ଖେଳ ସହ ସମ୍ପୃକ୍ତିକୁ କେନ୍ଦ୍ର କରି ଲଳିତ ମୋଦିଙ୍କର ପ୍ରଶ୍ନ ଓ ବାନ୍ଧବୀ ସୁନନ୍ଦାଙ୍କ ସ୍ୱାର୍ଥରକ୍ଷା ପାଇଁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶି ଥରୁରଙ୍କର ଆଗ୍ରହ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଛି ଭାରତୀୟ କ୍ରିକେଟ ଜଗତରେ । ଶଶି ଥରୁର ଇସ୍ତଫା ଦେଇଛନ୍ତି ମନ୍ତ୍ରୀପଦରୁ । ସୁନନ୍ଦା-ଶଶିଙ୍କ ଉପରେ ପ୍ରହାର କରି, ନୁ୍ୟଟନ୍ଙ୍କର ତୃତୀୟ ନିୟମ ଅନୁସାରେ ନିଜେ ବିକ୍ଷିପ୍ତ ହୋଇପଡ଼ିଛନ୍ତି ଲଳିତ । ଆଇ.ପି.ଏଲ୍. ଅଧ୍ୟକ୍ଷ ପଦରୁ ତାଙ୍କର ନିଲମ୍ବନ ହୋଇଛି ଓ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଅଣାଯାଇଛି ।
କହିବା ବାହୁଲ୍ୟ ଯେ କି୍ରକେଟ ଖେଳ ଶଶି ଥରୁର ଓ ଲଳିତ ମୋଦି ଉଭୟଙ୍କ ପାଇଁ କାଳ ପ୍ରମାଣିତ ହେଲାବେଳେ, କୃଷିମନ୍ତ୍ରୀ ଶରଦ ପାୱାର, ତାଙ୍କର ଚେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ସେମାନଙ୍କର କନ୍ୟାଦ୍ୱୟ ଇତ୍ୟାଦିଙ୍କର ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ମହାରାଷ୍ଟ୍ରରେ କଂଗ୍ରେସ-ଏନ୍.ସି.ପି. ମେଣ୍ଟ ଭାଙ୍ଗିଯିବାର ସମ୍ଭାବନା ଦେଖାଦେଇଛି । ତେବେ ଲଳିତ ମୋଦି ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଉତ୍ତର ଦେବାକୁ ଯାଇ କେଉଁ କେଉଁ ରାଜନେତା, ବ୍ୟବସାୟୀ ତଥା ଖେଳାଳୀଙ୍କର ମୁଖା ଫିଟାଉଛନ୍ତି- ତାହା ଦେଖିବାକୁ ରହିଲା । ଅବଶ୍ୟ ଯଦି ଗୋଟିଏ ବଡ଼ଧରଣର ବୁଝାମଣା ହୋଇଯାଏ- ତା’ହେଲେ ତ କଥା ଦୋସରା ।             -ଶୁଦ୍ରକ

୧୬-୩୧ଜୁନ୍, ୨୦୧୦
ହେ ଦଶଦିଗପାଳ ଦେଖୁଥାଅ ଭୋପାଳ
ଭୋପାଳ ଗ୍ୟାସ ଦୁର୍ଘଟଣା-ପ୍ରାୟଃ ୨୬ବର୍ଷ ତଳର ଘଟଣା । ଘଟିଥିଲା ୧୯୮୪ମସିହା ଡିସେମ୍ବର ମାସ ତିନିତାରିଖ ଭୋର୍ବେଳାରେ । ପ୍ରାୟଃ ୧୫,୦୦୦ ଲୋକଙ୍କର ହୋଇଥିଲା ମୃତୁ୍ୟ । ପ୍ରାୟଃ ୫ଲକ୍ଷରୁ ଊଦ୍ଧ୍ୱର୍ ଲୋକ ହୋଇଥିଲେ ବିକଳାଙ୍ଗ । ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ଏହି ଦୁର୍ଘଟଣା । ଗ୍ୟାସ ଥିଲା ବିଷାକ୍ତ ମିଥାଇଲ ଆଇସୋସିଆନେଟ୍ (ଗରଗ୍ଧଷଚ୍ଚକ୍ଷ ଓଗ୍ଦକ୍ଟମଚ୍ଚବଦ୍ଭବଗ୍ଧର): ନିର୍ଗତ ହୋଇଥିବା ବହୁଦେଶୀୟ କମ୍ପାନୀ ୟୁନିୟନ କାର୍ବାଇଡ଼ର ଭାରତୀୟ ଶାଖା କମ୍ପାନୀରୁ । କାହାର ଅବହେଳା ଯୋଗୁଁ ଏତେବଡ଼ ଦୁର୍ଘଟଣା ଘଟିଲା, ତାହାକୁ ସାବ୍ୟସ୍ତ କରିବା ପାଇଁ ଲାଗିଗଲା ୨୬ବର୍ଷ, ତାହା ପୁଣି ବିଚାର ବିଭାଗର ବେଶ୍ ତଳସ୍ତରରେ-ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ । ୯୩ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ ପାଇଲା ୭ଜୁନ୍ ୨୦୧୦ରେ । ଆଠଜଣଙ୍କୁ ଦାୟୀ କରାଯାଇ ଦୁଇବର୍ଷ ଲେଖାଏଁ ଜେଲ୍ଦଣ୍ଡରେ ଦଣ୍ଡିତ କରାଗଲା । ଦଣ୍ଡ ଘୋଷଣା ହେଉ ହେଉ ସେମାନେ ଜାମିନ ପାଇଗଲେ । ଏହି ଆଠଜଣଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ୮୫ବର୍ଷ ବୟସ୍କ କେଶବ ମହିନ୍ଦ୍ରା ଯିଏ ଦୁର୍ଘଟଣା ବେଳେ ଥିଲେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ (ଦ୍ଭକ୍ଟଦ୍ଭ-ରଙ୍ଘରମଙ୍କଗ୍ଧସଙ୍ଖର)ଅଧ୍ୟକ୍ଷ । ଏହି କେଶବ ମହିନ୍ଦ୍ରାଙ୍କୁ ୨୦୦୨ମସିହାରେ ଭାରତ ସରକାର ଯେ ପଦ୍ମଭୂଷଣରେ ସମ୍ମାନିତ କରିବାକୁ ଚାହିଁଥିଲେ ଓ ତାହା ଗ୍ରହଣ କରିବାକୁ ସେ ମନାକରିଥିଲେ, ଏହା ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ସେ ମନା କରିଥିଲେ ଏହା ଦର୍ଶାଇ ଯେ, ତାଙ୍କ ନାଁରେ ଭୋପାଳ ଗ୍ୟାସ ଦୁର୍ଘଟଣା କେସ୍ ଚାଲିଛି । ନିଶ୍ଚିତଭାବରେ ଏହା କେଶବ ମହିନ୍ଦ୍ରାଙ୍କର ଉନ୍ନତ ବିବେକିତାର ପରିଚୟ ଦିଏ ବିଶେଷତଃ ଚଳିତବର୍ଷ ପଦ୍ମଭୂଷଣ ଗ୍ରହଣ କରିଥିବା ଚଟୱାଲଙ୍କୁ ନେଇ ଉଠିଥିବା ବିତର୍କର ପୃଷ୍ଠଭୂମିରେ ।
ମୂଳ ଦୁର୍ଘଟଣାଠାରୁ-ଏହି ଦୁର୍ଘଟଣା ଉପରେ ବିଚାରାଳୟର ରାୟ ଅଧିକ ସାଂଘାତିକ ବୋଲି ଗଣମାଧ୍ୟମରେ ମତ ପ୍ରକାଶପାଇଛି । (ଞଷର ଙ୍ଖରକ୍ସୟସମଗ୍ଧ କ୍ଟଦ୍ଭ ଗ୍ଧଷର ଈଷକ୍ଟକ୍ଟ୍ରବକ୍ଷ ଏବଗ୍ଦ ଗ୍ଧକ୍ସବଶରୟଚ୍ଚ ସଗ୍ଦ ଜ୍ଞକ୍ଟକ୍ସର ୟସଗ୍ଦବଗ୍ଦଗ୍ଧକ୍ସଙ୍କଗ୍ଦ ଗ୍ଧଷବଦ୍ଭ ଗ୍ଧଷର ୟସଗ୍ଦବଗ୍ଦଗ୍ଧରକ୍ସ ଗ୍ଧଷର କ୍ଷରବଳ କ୍ଟଲ ଗ୍ଧଷର କ୍ଟ୍ରକ୍ଟସଗ୍ଦକ୍ଟଦ୍ଭକ୍ଟଙ୍କଗ୍ଦ ଶବଗ୍ଦ ରଦ୍ଭଶରଦ୍ଭୟରକ୍ସରୟ’)- ସମ୍ପାଦକୀୟ ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ- ୯ଜୁନ୍, ୨୦୧୦) । ଏହି ରାୟ ଦ୍ୱାରା ନ୍ୟାୟକୁ କବର ଦିଆଗଲା ବୋଲି କ୍ଷୋଭୋକ୍ତି କରିଛନ୍ତି ଆଇନମନ୍ତ୍ରୀ ଏମ୍.ବୀରାପ୍ପା ମୋଇଲି (ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ ୮ଔଙ୍କଦ୍ଭର, ୨୦୧୦) । ଏହି ରାୟ ସାଧାରଣ ସଚେତନ ନାଗରିକଙ୍କୁ ହତବାକ୍ କରିଦେଇଛି: ଏତେବଡ଼ ଦୁର୍ଘଟଣା ଅଥଚ ଏତେ କୋହଳ ଦଣ୍ଡ । ଯଦିଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ସଦ୍ୟ ଅବସର ନେଇ ସହସା ମାନବାଧିକାର କମିଶନର ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଥିବା ମାନ୍ୟବର କେ.ଜି. ବାଲକ୍ରିଷ୍ଣନଙ୍କ ଦୃଷ୍ଟିରେ ଘଟିଥିବା ମୃତୁ୍ୟପଛରେ ଅପରାଧ ମନସା (ଉକ୍ସସଜ୍ଞସଦ୍ଭବକ୍ଷ ସଦ୍ଭଗ୍ଧରଦ୍ଭଗ୍ଧ) ନଥିଲେ ଏହି ମୃତୁ୍ୟକୁ ହତ୍ୟାର ରୂପ ଦିଆଯାଇପାରିବ ନାହିଁ (ଡଷରଦ୍ଭ ଗ୍ଧଷରକ୍ସର ସଗ୍ଦ ଦ୍ଭକ୍ଟ ଉକ୍ସସଜ୍ଞସଦ୍ଭବକ୍ଷ ସଦ୍ଭଗ୍ଧରଦ୍ଭଗ୍ଧ, ସଗ୍ଧ ୟକ୍ଟରଗ୍ଦ ଦ୍ଭକ୍ଟଗ୍ଧ ବଜ୍ଞକ୍ଟଙ୍କଦ୍ଭଗ୍ଧ ଗ୍ଧକ୍ଟ ଜ୍ଞଙ୍କକ୍ସୟରକ୍ସ-ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୮ଔଙ୍କଦ୍ଭର, ୨୦୧୦) । ଭୋପାଳ ଗ୍ୟାସ ଦୁର୍ଘଟଣା ଦ୍ୱାରା ଯେଉଁ ସଂଖ୍ୟାରେ ଲୋକ ମଲେ ଓ ବିକଳାଙ୍ଗ ହେଲେ-ତାହାକୁ ଗଣହତ୍ୟା କୁହାଯାଇ ପାରିବ ତ? ବିଚାରପତି ବାଳକୃଷ୍ଣ ଓ ଆଇନ ବିଶେଷଜ୍ଞମାନେ କହିପାରିବେ ଗଣହତ୍ୟା ପାଇଁ ଆମର ଆଇନରେ କେଉଁପ୍ରକାର ବ୍ୟବସ୍ଥା ଅଛି । କିନ୍ତୁ ଆଇନ ବିଶେଷଜ୍ଞମାନଙ୍କ ମତରେ ଯେଉଁ ଦଫାରେ ଅଭିଯୁକ୍ତମାନଙ୍କର ବିଚାର ହେଉଥିଲା-ସେହି ଦଫା ଅନୁସାରେ ଯେଉଁ ଦଣ୍ଡ ଦିଆଯାଇଛି-ତାହାଠାରୁ ଅଧିକ ଦଣ୍ଡ ଦେବା ବେଆଇନ ହୋଇଥାନ୍ତା । ତେଣୁ ରାଜିନ୍ଦର ପୁରୀଙ୍କ ଭଳି ପ୍ରବୀଣ ସାମ୍ବାଦିକମାନେ ଏହିଭଳି ବିପର୍ଯ୍ୟୟରେ କେଉଁପ୍ରକାର ଦଫାର ପ୍ରୟୋଗ ହେବ-ତାହାକୁ ବିଚାର କରିବା ଓ ଆନୁଷଙ୍ଗିକ ପରିବର୍ତ୍ତନ ଆଇନରେ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଇନମନ୍ତ୍ରୀ ମୋଇଲି ମଧ୍ୟ ଏହାର ଆବଶ୍ୟକତା ଉପଲବ୍ଧô କରୁଛନ୍ତି ବୋଲି ସୂଚନା ମିଳୁଛି ।
କିନ୍ତୁ ଯାହା ସମସ୍ତଙ୍କୁ ଚକିତ କରିଦେଇଛି ତାହା ହେଉଛି ଦୁର୍ଘଟଣା ଘଟିବା ଦିନଠାରୁ ଦୁର୍ଘଟଣା ପାଇଁ ଦାୟୀ କରି ଯେଉଁ ବ୍ୟକ୍ତିଙ୍କର ନାଁ ସବୁଠାରୁ ଅଧିକ ଶୁଣାଯାଉଥିଲା- ସେହି ନାଁଟିର ଉଲ୍ଲେଖ ୯୩ପୃଷ୍ଠା ସମ୍ବଳିତ ରାୟର କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ । (ଞଷରକ୍ସର ଙ୍ଗବଗ୍ଦ ଦ୍ଭକ୍ଟ ଙ୍ଗକ୍ଟକ୍ସୟ ବଭକ୍ଟଙ୍କଗ୍ଧ ଷସଜ୍ଞ ସଦ୍ଭ ଗ୍ଧଷର ହଙ୍କୟଶରଜ୍ଞରଦ୍ଭଗ୍ଧ ୟରକ୍ଷସଙ୍ଖରକ୍ସରୟ ଭଚ୍ଚ ଗ୍ଧଷର ଉଔଗ ୨୩ ଚ୍ଚରବକ୍ସଗ୍ଦ ବଲଗ୍ଧରକ୍ସ ଗ୍ଧଷର ଗ୍ଧକ୍ସସବକ୍ଷ ମକ୍ଟଜ୍ଞଜ୍ଞରଦ୍ଭମରୟ – ଗ୍ଧଷର ଗ୍ଦଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୮ଔଙ୍କଦ୍ଭର, ୨୦୧୦) ଏହି ବ୍ୟକ୍ତିଜଣକ ହେଲେ ୟୁନିୟନ କାର୍ବାଇଡ଼ର ମୂଳ କମ୍ପାନୀର ତକ୍ରାଳୀନ ଅଧ୍ୟକ୍ଷ ୱାରେନ ଆଣ୍ଡରସନ-ଯାହାଙ୍କୁ ବର୍ତ୍ତମାନ ବୟସ ୮୯ । ଏହି ଦୁର୍ଘଟଣା ପାଇଁ ଦୁର୍ଘଟଣା ଘଟିବାର ମାତ୍ର ୪ଦିନ ପରେ ଅର୍ଥାତ ୭ଡିସେମ୍ବର ୧୯୮୪ଦିନରେ ଭୋପାଳଠାରେ ଗିରଫ ହୋଇଥିଲେ । ଅଥଚ ତାଙ୍କ ବିଷୟରେ ପଦେ ମଧ୍ୟ ଉଲ୍ଲେଖ କରାଗଲା ନାହିଁ ଏହି ରାୟରେ । ଅପରପକ୍ଷରେ ଆଣ୍ଡରସନଙ୍କୁ ଜାମିନରେ ଖଲାସ କରିବା ଓ ତାଙ୍କର ପ୍ରତ୍ୟାର୍ପଣ(ରଙ୍ଘଗ୍ଧକ୍ସବୟସଗ୍ଧସକ୍ଟଦ୍ଭ)ପାଇଁ ଆଗ୍ରହ ନ ଦେଖାଇବାର ଯେଉଁ ଚାଞ୍ଚଲ୍ୟକର ବିବରଣୀମାନ ପ୍ରକାଶ ପାଉଛି (ଦ୍ରଷ୍ଟବ୍ୟ: ‘ଐକ୍ଟଙ୍ଗ ଇଦ୍ଭୟରକ୍ସଗ୍ଦକ୍ଟଦ୍ଭ ଶକ୍ଟଗ୍ଧ ଭବସକ୍ଷ…’ ଞଷର ଗ୍ଦଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୦ଔଙ୍କଦ୍ଭର, ୨୦୧୦; ‘ଏକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ କ୍ଷରଗ୍ଧ କ୍ଟଲଲ ଙ୍ଗବକ୍ସକ୍ସରଦ୍ଭ: ଲକ୍ଟକ୍ସଜ୍ଞରକ୍ସ ଉଈଓ କ୍ଟଲଲସମରକ୍ସ’ ଗ୍ଧଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୯ ଔଙ୍କଦ୍ଭର, ୨୦୧୦) । ତାକୁ ପଢ଼ିଲାପରେ ଏହା କହିବା ଅଯୌକ୍ତିକ ହେବନାହିଁ ଯେ, ‘ଭୋପାଳ ଉପରେ ପ୍ରକୃତ ରାୟ ବହୁବର୍ଷ ତଳୁ ହିଁ ଦିଆଯାଇ ସରିଛି ଯେତେବେଳେ ଭାରତର ରାଜନୈତିକ, ପ୍ରଶାସନିକ ଅନୁସନ୍ଧାନୀ ଓ ବିଚାର ବିଭାଗର କର୍ତ୍ତୃପକ୍ଷ ମିଳିତଭାବେ ସାଧାରଣ ନାଗରିକର ସ୍ୱାର୍ଥକୁ ସୁରକ୍ଷା ଦେବାର ମୌଳିକ କର୍ତ୍ତବ୍ୟରୁ ଓହରିଗଲେ’ (ଞଷର ‘କ୍ସରବକ୍ଷ ଔଙ୍କୟଶରଜ୍ଞରଦ୍ଭଗ୍ଧ’ କ୍ଟଦ୍ଭ ଈଷକ୍ଟକ୍ଟ୍ରବକ୍ଷ ଙ୍ଗବଗ୍ଦ ୟରକ୍ଷସଙ୍ଖରକ୍ସରୟ ଚ୍ଚରବକ୍ସଗ୍ଦ ବଶକ୍ଟ ଙ୍ଗଷରଦ୍ଭ ‘ବଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ’ ସଦ୍ଭ ଓଦ୍ଭୟସବ- କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ, ବୟଜ୍ଞସଦ୍ଭସଗ୍ଦଗ୍ଧକ୍ସବଗ୍ଧସଙ୍ଖର, ସଦ୍ଭଙ୍ଖରଗ୍ଦଗ୍ଧସଶବଗ୍ଧସଙ୍ଖର ବଦ୍ଭୟ ହଙ୍କୟସମସବକ୍ଷ- ମକ୍ଟକ୍ଷକ୍ଷରମଗ୍ଧସଙ୍ଖରକ୍ଷଚ୍ଚ ଭବମଳରୟ କ୍ଟଲଲ ଲକ୍ସକ୍ଟଜ୍ଞ ବ ଭବଗ୍ଦସମ ୟଙ୍କଗ୍ଧଚ୍ଚ ଗ୍ଧକ୍ଟ ଗ୍ଦବଲରଶଙ୍କବକ୍ସୟ ଗ୍ଧଷର ସଦ୍ଭଗ୍ଧରକ୍ସରଗ୍ଦଗ୍ଧଗ୍ଦ କ୍ଟଲ ଗ୍ଧଷର ମକ୍ଟଜ୍ଞଜ୍ଞକ୍ଟଦ୍ଭ ମସଗ୍ଧସଚ୍ଛରଦ୍ଭ’- ‘ଋଗ୍ଧରକ୍ସଦ୍ଭବକ୍ଷ ଭକ୍ଷକ୍ଟଗ୍ଧ! ଈଷକ୍ଟକ୍ଟ୍ରବକ୍ଷ ଙ୍ଗବଗ୍ଦ ‘କ୍ଷକ୍ଟଗ୍ଦଗ୍ଧ’ କ୍ଷକ୍ଟଦ୍ଭଶ ବଶକ୍ଟ,’ସମ୍ପାଦକୀୟ ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୯ଔଙ୍କଦ୍ଭର, ୨୦୧୦)
ତା’ନହେଲେ ଭୋପାଳର ତକ୍ରାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ମୋତି ସିଂହ କୁହନ୍ତେ ନାହିଁ ଯେ, ‘ସେମାନେ (ଆଣ୍ଡରସନ୍ ଓ ଅନ୍ୟମାନେ) ବମ୍ବେରୁ ଆସି ଭୋପାଳ ବିମାନ ବନ୍ଦରରେ ଯେତେବେଳେ ଅବତରଣ କଲେ, ତାଙ୍କୁ ତୁରନ୍ତ ପୁଲିସ ଜିମା ଦିଆଗଲା ଓ ୟୁନିୟନ କାର୍ବାଇଡ଼୍ର ଅତିଥି ଭବନକୁ ନିଆଗଲା । ସେମାନେ ଗିରଫ ହେଲେ ବୋଲି ତାଙ୍କୁ ଜଣାଇ ଦିଆଗଲା ଓ ତିନୋଟି ଅଲଗା ଅଲଗା କୋଠରୀରେ ସେମାନଙ୍କୁ ରଖାଗଲା । ଗିରଫଦାରୀର ସମସ୍ତ ଔପଚାରିକତାକୁ ସମ୍ପୂର୍ଣ୍ଣ କରାଗଲା । ଅପରାହ୍ଣ ପ୍ରାୟ ୨ଟା ବେଳେ (୭ଡିସେମ୍ବର ୧୯୮୪) ତକ୍ରାଳୀନ ମୁଖ୍ୟ ଶାସନ ସଚିବ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଡକାଇଲେ ଓ ନିଦେ୍ର୍ଧଶଦେଲେ ଯେ ଆଣ୍ଡରସନ୍ଙ୍କୁ ଖଲାସ କର ଓ ବିମାନ ବନ୍ଦରରେ ଅପେକ୍ଷା କରିଥିବା ବିମାନରେ ତାଙ୍କୁ ବସାଇଦେଇ ଆସ । ଆଣ୍ଡରସନ୍ ଦିଲ୍ଲୀ ଯିବେ । ଏହି ନିଦେ୍ର୍ଧଶ ଅନୁସାରେ ଆମେ ଯାଇ ଆଣ୍ଡରସନ୍ଙ୍କୁ ଜାମିନ ଦେବାର ସମସ୍ତ ପ୍ରକାର ବ୍ୟବସ୍ଥା କଲୁ । ତାଙ୍କୁ ଜାମିନରେ ଖଲାସ କଲୁ ଓ ବିମାନବନ୍ଦରକୁ ଯାଇ ବିମାନରେ ବସାଇଦେଇ ଆସିଲୁ ।’ ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଅର୍ଜୁନ ସିଂହ । ନୂଆଦିଲ୍ଲୀରୁ ଏକ ରହସ୍ୟମୟ ଟେଲିଫୋନ୍ ବାର୍ତ୍ତା (ଗଚ୍ଚଗ୍ଦଗ୍ଧରକ୍ସସକ୍ଟଙ୍କଗ୍ଦ ଚଷକ୍ଟଦ୍ଭର ମବକ୍ଷକ୍ଷ ଲକ୍ସକ୍ଟଜ୍ଞ ଘରଙ୍ଗ ୟରକ୍ଷଷସ) ପାଇ ସେ ଆଣ୍ଡରସନଙ୍କ ଖଲାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ବୋଲି ଅଭିଯୋଗ । ଏହି ଅଭିଯୋଗକୁ ଖଣ୍ଡନ କରିନାହାନ୍ତି କିନ୍ତୁ କିଏ ଫୋନ୍ କରିଥିଲେ ସେ ରହସ୍ୟକୁ ଖୋଲିବା ପାଇଁ ମନା କରିଦେଇଛନ୍ତି । ସେହିଭଳି ଆଣ୍ଡରସନ୍ଙ୍କର ପ୍ରତ୍ୟାର୍ପଣ ଉପରେ ଜୋର ନଦେବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଚାପ ପକାଉଥିଲା ବୋଲି ଅଭିଯୋଗ କରିଛନ୍ତି ସେତେବେଳେ ତଦନ୍ତ ଦାୟିତ୍ୱରେ ଥିବା ସିବିଆଇ ଅଫିସର ଶ୍ରୀ ବି.ଆର୍ ଲାଲ ।
କହିବାବାହୁଲ୍ୟ ଯେ ମୂଳ ୟୁନିୟନ କାର୍ବାଇଡ଼ର ତକ୍ରାଳୀନ ମାର୍କିନ ଅଧ୍ୟକ୍ଷ ଆଣ୍ଡରସନ୍ଙ୍କୁ ସମସ୍ତପ୍ରକାର ସୁରକ୍ଷା ଦେବାପାଇଁ ଉଦ୍ୟମ ହୋଇଛି ଭାରତର ଶାସକବର୍ଗଙ୍କ ଦ୍ୱାରା । ତାଙ୍କୁ ପଳାତକ ଘୋଷଣା କରି ଆଶ୍ୱସ୍ତ ହୋଇଯାଇଛନ୍ତି ।
ଶୁଦ୍ରକ ମନରେ କିନ୍ତୁ କେତୋଟି ପ୍ରଶ୍ନ ଉଠିଛି ।
– ଏହିଭଳି ରାୟ ପ୍ରକାଶ ପାଇବାରେ ଆଉ ଦଶବର୍ଷ ବିଳମ୍ବ ହୋଇଥିଲେ କ୍ଷତି କ’ଣ ହୋଇଥାନ୍ତା? ଅବଶ୍ୟ ଯେଉଁମାନେ ଦଣ୍ଡିତ ହେଲେ ଓ ତାଙ୍କର ବର୍ତ୍ତମାନ ବିଚାର ଯାହା ସେମାନଙ୍କ ଭିତରୁ ଅନେକେ ବା ସମସ୍ତେ ଦିବଂଗତ ହୋଇଯାଇଥାନ୍ତେ । ସମୁଦାୟ ମାମଲାଟି ନିରର୍ଥକ (ସଦ୍ଭଲକ୍ସବମଗ୍ଧଙ୍କକ୍ଟଙ୍କଗ୍ଦ) ହୋଇଯାଇଥାନ୍ତା ।
– ବର୍ତ୍ତମାନ ସମୟରେ ଯେତେବେଳେ ସିଭିଲ ନୁ୍ୟକ୍ଲିଅର ଲାଏବିଲିଟିଜ (ଉସଙ୍ଖସକ୍ଷ ଘଙ୍କମକ୍ଷରବକ୍ସ ଖସବଭସକ୍ଷସଗ୍ଧସରଗ୍ଦ ଈସକ୍ଷକ୍ଷ) ବିଲ୍କୁ ସଂସଦରେ ଗୃହୀତ କରାଇଦେବା ପାଇଁ କଂଗ୍ରେସ ଦଳର ପ୍ରବଳ ବ୍ୟାକୁଳତା- ସେତେବେଳେ ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମସ୍ତ ସମ୍ଭାବନା ବହନ କରୁଥିବା ଏହି ରାୟ ପ୍ରକାଶ ପାଇବା ପଛରେ ରହସ୍ୟ କ’ଣ? ଅବଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ସହସା ବିବୃତି ଆସିଛି ଯେ ଏହି ରାୟର କୌଣସି ପ୍ରତିକୂଳ ପ୍ରଭାବ ନୁ୍ୟକ୍ଲିଅର ଲାଏବିଲିଟିଜ ବିଲ୍ରେ ଗୃହୀତ ହେବା ପ୍ରକ୍ରିୟା ଉପରେ ପଡ଼ିବ ନାହିଁ । (ଗ୍ଧଷସଗ୍ଦ ମବଗ୍ଦର ଙ୍ଗକ୍ଟଙ୍କକ୍ଷୟ ଦ୍ଭକ୍ଟଗ୍ଧ ବଲଲରମଗ୍ଧ ଗ୍ଧଷର କ୍ଟ୍ରବଗ୍ଦଗ୍ଦବଶର କ୍ଟଲ ଗ୍ଧଷର ଉସଙ୍ଖସକ୍ଷ ଘଙ୍କମକ୍ଷରବକ୍ସ ଈସକ୍ଷକ୍ଷ ସଦ୍ଭ ଓଦ୍ଭୟସବ- ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୯ଔଙ୍କଦ୍ଭର, ୨୦୧୦) – ବିଜେପି ଶାସିତ ରାଜ୍ୟର ଜଣେ ବିଚାର ବିଭାଗୀୟ ଅଫିସର ଏପରି ରାୟ ଦେଇ ନୁ୍ୟକ୍ଲିଅର ଲାଏବିଲିଟିଜ ବିଲ୍ ପ୍ରତି ବିଜେପିର ବିରୋଧକୁ ଅଧିକ ଶାଣିତ କରିଦେଇ ନାହାନ୍ତି କି?
-ଶୁଦ୍ରକ
ବିଚରା କେ.ପି.
ଢେଙ୍କାନାଳ ମହାରାଜା କାମାକ୍ଷାପ୍ରସାଦ (କେ.ପି) ସିଂହଦେଓ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି । ସେ ଯେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ମନୋନୀତ, ଏହା ସର୍ବବିଦିତ । ରାଜ୍ୟରେ ଗତବର୍ଷ ହୋଇଯାଇଥିବା ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନରେ କଂଗ୍ରେସଦଳ ତାଙ୍କରି ନେତୃତ୍ୱରେ ହିଁ ଲଢ଼ିଥିଲା ଓ ପଶ୍ଚିମଓଡ଼ିଶାରେ ଉପକୂଳ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲା । ଅଥଚ କେ.ପି.ଙ୍କ ଦ୍ୱାରା ଏପ୍ରିଲ ୧୮ତାରିଖ ଦିନ ଆହୂତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ କାର୍ଯ୍ୟକାରୀ ସଭାପତିମାନେ ଯୋଗଦେଲେ ନାହିଁ ଯାହା କେ.ପି.ଙ୍କ ପାଇଁ କେବଳ ଅପମାନଜନକ ହେଲାନାହିଁ- ସାରା ପଶ୍ଚିମ ଓଡ଼ିଶା ପ୍ରତି ଏହି ଦଳର ମୁଖିଆମାନଙ୍କର କୃତଜ୍ଞତାର ଅଭାବ ମଧ୍ୟ ସୃଷ୍ଟି ହୋଇଗଲା । କେ.ପି.ଙ୍କ ପ୍ରତି କଂଗ୍ରେସ ଦଳ ଭିତରେ ଥିବା ପ୍ରଭାବଶାଳୀ ଗୋଷ୍ଠୀର ଯେ ସମର୍ଥନ ନାହିଁ ଏହା ମଧ୍ୟ ସ୍ପଷ୍ଟ ହୋଇଗଲା । ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡ଼େ ଯେ, ‘ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ କେ.ପି. ସିହଂଦେଓ ଖଣିମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ସୋନିଆ ଗାନ୍ଧୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାକୁ ନେଇ ସେ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଇସୁ୍ୟ କରିବାକୁ ଚାହୁଁଥିଲେ । ଦଳର କିଛି ନେତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିରେ ସମ୍ପୃକ୍ତି ଥିବାରୁ ଏହାକୁ ଇସୁ୍ୟ ନ କରିବାକୁ ପ୍ରବଳ ଚାପ ପଡ଼ିଥିଲା । ଏ କ୍ଷେତ୍ରରେ ତାଙ୍କୁ ଦଳପକ୍ଷରୁ କୌଣସି ସମର୍ଥନ ମିଳିଲାନାହିଁ ।’(ଧରିତ୍ରୀ, ୩୧.୫. ୨୦୧୦: ‘ଯେତେଶୀଘ୍ର ଅବ୍ୟାହତି ମିଳିବ ସେତେ ଭଲ-କେ.ପି.’) । ଏଥିରୁ ସ୍ପଷ୍ଟହେଉଛି ଯେ କଂଗ୍ରେସ ଦଳ ଭିତରେ ଯେଉଁ ନେତାମାନଙ୍କର ଖଣିଦୁର୍ନୀତି ସହ ସମ୍ପୃକ୍ତି ରହିଛି, ସେହିମାନେ ହିଁ ବେଶ୍ ପ୍ରଭାବଶାଳୀ । ସିଧାସଳଖ କହିଲେ ଅଙ୍ଗୁଳି ନିଦେ୍ର୍ଧଶ କରାଯାଉଛି ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଭାଇବନ୍ଧୁ କୁଟୁମ୍ବଙ୍କ ଆଡ଼କୁ । ତେଣୁ କଂଗ୍ରେସ ଭିତରେ କେଉଁ ପ୍ରଭାବଶାଳୀଗୋଷ୍ଠୀର ସମର୍ଥନରୁ କେ.ପି. ହେଉଛନ୍ତି ବଞ୍ଚôତ, ତାହା ସହଜରେ ଅନୁମେୟ । ତେଣୁ ସ୍ୱାଭାବିକ ଯେ ଏହି ପରିବାରର ଏକ ସଦସ୍ୟ କୋଟିପତି ଚିଙ୍ଗୁଡ଼ି ବେପାରୀ ତାରାରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଠିଆ କରାଇଛି ‘ନିର୍ଦ୍ଧଳୀୟ’ ପ୍ରାର୍ଥୀ ଭାବେ । ଅବଶ୍ୟ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଛନ୍ତି, ‘ଆପଣଙ୍କ ପରିବାର ଏକ ଖଣି ଦୁର୍ନୀତିରେ ଜଡ଼ିତ ଅଛନ୍ତି । ଭିଜିଲାନ୍ସ ସେମାନଙ୍କ ନାମରେ ମାମଲା କରିଛି । ଏ କ୍ଷେତ୍ରରେ ଆପଣଙ୍କର ପ୍ରାର୍ଥୀତ୍ୱକୁ ଅନ୍ୟମାନେ କିପରି ସମର୍ଥନ ଦେବେବୋଲି ଭାବୁଛନ୍ତି’- ସେତେବେଳେ ସେ ଉତ୍ତରରେ କହିଛନ୍ତି,‘ସମସ୍ତେ ମୋର ପରିବାର । ମୋର ଖଣି ନାହିଁ । ଯେଉଁମାନେ ଦୁର୍ନୀତିରେ ଜଡ଼ିତ ଅଛନ୍ତି ଓ ମାଫିଆଗିରି କରି ଚଳୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମୁଁ କାହାରିକୁ ସମର୍ଥନ କରୁନାହିଁ ।’ (ଧରିତ୍ରୀ,୮.୬.୨୦୧୦:‘ମୁଁ ବେପାରୀ -ରାଜ୍ୟସଭାକୁ ଯିବି’) । ବିଡ଼ମ୍ବନା ଯେ ଖଣି ଦୁର୍ନୀତି ପ୍ରସଙ୍ଗକୁ ପ୍ରଥମେ ଉଠାଇଥିବା ଭାଜପା ବିଧାୟକ ଦଳର ନେତା  ମହାରାଜା କନକବର୍ଦ୍ଧନ ସିଂହଦେଓ କହନ୍ତି ଯେ ତାଙ୍କ ଦଳର ସଭ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି ଓ ‘ସ୍ୱାଧୀନପ୍ରାର୍ଥୀ’ ତାରାରଞ୍ଜନ ପଟ୍ଟନାୟକଙ୍କୁ ହିଁ ସମର୍ଥନ ଦେବାକୁ ଚାହୁଁଛନ୍ତି ।(ଧରିତ୍ରୀ, ୯.୬.୨୦୧୦: ‘୧୦ଉପରେ ସମସ୍ତଙ୍କ ନଜର’) । ବିଜେଡ଼ିର ସହଯୋଗୀ ଦଳ ଏନ୍ସିପିର ଜଣେ ସଦସ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନିଶ୍ଚିନ୍ତ ନୁହନ୍ତି ।(ଧରିତ୍ରୀ, ୧୦.୬. ୨୦୧୦:ଏନ୍.ସି.ପି.କେଁ ପୁରାଇଲାଣି) । ଅବଶ୍ୟ ତାରାରଞ୍ଜନ ଗଣମାଧ୍ୟମକୁ ସ୍ପଷ୍ଟ କରିଦେଇଛନ୍ତି ଯେ ‘ମୁଁ ବ୍ୟବସାୟ କରେ, ଚିଙ୍ଗୁଡ଼ିବେପାର କରେ, ଘୋଡ଼ା ବେପାର କରେନାହିଁ ।’ (ଧରିତ୍ରୀ,୮.୬.୨୦୧୦) ଦେଖାଯାଉ ରାଜନୈତିକ ବେପାରରେ ବହୁଦିନରୁ ସକ୍ରିୟ ଥିବା ଦଳ ଲମ୍ଫରେ କୁଶଳୀ ବୈଷ୍ଣବଚରଣ ପରିଡ଼ା ଓ ସ୍ଥୂଳ ବେପାରରେ ବହୁଦିନରୁ ସକ୍ରିୟ ତାରାରଞ୍ଜନଙ୍କ ଭିତରେ ବିଜୟ କାହାର ହେଉଛି । କିନ୍ତୁ ଯାହା ଏଯାବତ୍ ଶୁଦ୍ରକ ଦେଖିବାରେ ବିଫଳ ହୋଇଛି ତାହା ହେଉଛି କେ.ପି.ଙ୍କର ତାରାରଞ୍ଜନଙ୍କ ପ୍ରାର୍ଥୀତ୍ୱ ଉପରେ ବିବୃତି । ଦଳର ପ୍ରଭାବଶାଳୀ ଗୋଷ୍ଠୀ ସମ୍ମୁଖରେ ଅସହାୟ କେ.ପି. ଏହି ପ୍ରସଙ୍ଗରେ ନୀରବତାକୁ ଆଦରି ନେଇଛନ୍ତି କି?                – ଶୁଦ୍ରକ

୧-୧୬ଜୁଲାଇ, ୨୦୧୦
ରାଜ୍ୟସଭା ନିର୍ବାଚନ: ଅନନ୍ୟ ଗୌରବରୁ ଓଡ଼ିଶା ବଞ୍ଚôତ
ନିକଟ ଅତୀତରେ ହୋଇଯାଇଥିବା ରାଜ୍ୟସଭା ନିର୍ବାଚନରେ ୪୯ଟି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ତିନିଚତୁର୍ଥାଂଶରୁ ଅଧିକ ପ୍ରାର୍ଥୀ କୋଟିପତି ବୋଲି ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ (ବଲଲସୟବଙ୍ଖସଗ୍ଧ)ରୁ ଜଣାପଡ଼ିଛି । ଏହି ତଥ୍ୟ ସଂଗ୍ରହ କରିଛନ୍ତି (ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ ଲକ୍ଟକ୍ସ ଊରଜ୍ଞକ୍ଟମକ୍ସବଗ୍ଧସମ ଜରଲକ୍ଟକ୍ସଜ୍ଞଗ୍ଦ ଏବଂ ଋକ୍ଷରମଗ୍ଧସକ୍ଟଦ୍ଭ ଡବଗ୍ଧମଷ.(ଦ୍ରଷ୍ଟବ୍ୟ-ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୦ଔଙ୍କଦ୍ଭର ୨୦୧୦: ‘ଗବହକ୍ଟକ୍ସସଗ୍ଧଚ୍ଚ କ୍ଟଲ ଦ୍ଭରଙ୍ଗକ୍ଷଚ୍ଚ ରକ୍ଷରମଗ୍ଧରୟ ଜଝ ଜ୍ଞରଜ୍ଞଭରକ୍ସଗ୍ଦ ବକ୍ସର ମକ୍ସକ୍ଟକ୍ସରକ୍ଟ୍ରବଗ୍ଧସଗ୍ଦ’) ଏହି କୋଟିପତି ତାଲିକାର ଶୀର୍ଷରେ ଅଛନ୍ତି ମଦସମ୍ରାଟ ଡକ୍ଟର ବିଜୟ ମାଲ୍ୟା । ତାଙ୍କର ସମସ୍ତ ସମ୍ପତ୍ତ ଅସ୍ଥାବର,ଯାହାର ମୂଲ୍ୟ ହେଉଛି ୬୧୫କୋଟି ଟଙ୍କା । ସେ ସ୍ୱାଧୀନପ୍ରାର୍ଥୀ ଭାବେ ବିଜେପି ଶାସିତ କର୍ଣ୍ଣାଟକ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି । ଦ୍ୱିତୀୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ ବିଧାନସଭାରୁ ନିର୍ବାଚିତ ତେଲୁଗୁଦେଶମ ପ୍ରାର୍ଥୀ ୟଲାମାଞ୍ଚôଲି ସତ୍ୟନାରାୟଣ ଚୌଧୁରୀ । ଚୌଧୁରୀ ମହାଶୟ ୧୯୦ କୋଟି ଟଙ୍କା ସମ୍ପତ୍ତର ମାଲିକ । ତୃତୀୟ ସ୍ଥାନରେ ଅଛନ୍ତି ଝାଡ଼ଖଣ୍ଡ ବିଧାନସଭାରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରାର୍ଥୀଭାବେ ନିର୍ବାଚିତ ବହିରାଗତ ଚଣ୍ଡିଗଡ଼ର ଶିଳ୍ପପତି କନୱର ଦୀପ ସିଂହ ଯାହାଙ୍କର ସମ୍ପତ୍ତର ମୂଲ୍ୟ ୮୩କୋଟି ଟଙ୍କା । ୫୬କୋଟି ଟଙ୍କା ସମ୍ପତ୍ତର ମାଲିକ ତାରାରଞ୍ଜନ ପଟ୍ଟନାୟକ ଯଦି ଓଡ଼ିଶା ବିଧାନସଭାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତେ ତା’ହେଲେ ବିଜୟୀ କୋଟିପତି ତାଲିକାରେ ସେ ଚତୁର୍ଥସ୍ଥାନ ଅଧିକାର କରିଥାନ୍ତେ ଓ ଓଡ଼ିଶାକୁ କୋଟିପତି ବିଜୟୀ ପ୍ରାର୍ଥୀଙ୍କ ‘ବେଷ୍ଟଟେନ୍’ରେ ପ୍ରତିନିଧିତ୍ୱ କରିବାର ଅନନ୍ୟ ଗୌରବ ଆଣି ଦେଇଥାନ୍ତେ । କହିବା ବାହୁଲ୍ୟ ଯେ ବିଜେଡ଼ି ପ୍ରାର୍ଥୀ ବୈଷ୍ଣବଚରଣ ପରିଡ଼ାଙ୍କର ବିଜୟ ଫଳରେ ଏହିଭଳି ଏକ ଅନନ୍ୟ ଗୌରବରୁ ଓଡ଼ିଶା ବଞ୍ଚôତ ହେଲା ।
ଅପରପକ୍ଷରେ ବହୁ ଦଳ ଖୋଳପାକୁ ବଦଳାଇବା ସତ୍ତ୍ୱେ ନିଜର ମୂଳଲକ୍ଷ୍ୟରୁ ସେ ବିଚୁ୍ୟତ ହୋଇନାହାନ୍ତି ବୋଲି କହୁଥିବା ବୈଷ୍ଣବଚରଣ ରାଜ୍ୟସଭାର ସଭ୍ୟପଦ ହାସଲ ହୋଇସାରିବା ପରେ ନିଶ୍ଚୟ ତାଙ୍କର ଏହି ମୂଳ ଲକ୍ଷ୍ୟଟିକୁ ସ୍ପଷ୍ଟକରିବେ ବୋଲି ଆଶା । ତେବେ ଲାଞ୍ଜିଗଡ଼ ଓ ରାଜଗାଙ୍ଗପୁରର କଂଗ୍ରେସ ବିଧାୟକଦ୍ୱୟ ଜାଣତରେ ହେଉ ବା ଅଜାଣତରେ ହେଉ ରାଜ୍ୟସଭାରେ ନିର୍ବାଚନରେ ଭାଗ ନନେଇ ଅକ୍ଷମଣୀୟ ଅପରାଧ କରିଛନ୍ତି ବୋଲି ଯାହା କଂଗ୍ରେସର ଚଳନ୍ତି ନେତୃବର୍ଗ ସର୍ବସାଧାରଣ ଅବଗତି ପାଇଁ ସୂଚାଇଛନ୍ତି-ତାହା କ୍ଷମଣୀୟ ବୋଲି ମନେ ହେବ ଯଦି ସେମାନେ ସ୍ୱୀକାର କରନ୍ତି ଯେ ଏହି ଦୁଇ ବିଧାୟକଙ୍କର ଅସମ୍ପୃକ୍ତି ଫଳରେ କଂଗ୍ରେସ ଦଳର ପୂର୍ବତନ ମୁଖପାତ୍ର ବୈଷ୍ଣବ ପରିଡ଼ାଙ୍କର ହିଁ ବିଜୟ ହୋଇଛି ।
ପ୍ରକୃତରେ ବୈଷ୍ଣବବାବୁଙ୍କର ବିଭିନ୍ନ ସମୟରେ ଦଳଗତ ପରିଚିତିକୁ ଦେଖିଲେ ତାଙ୍କର ବିଜୟକୁ ପ୍ରତ୍ୟକ୍ଷ ବିଜେଡ଼ି ପ୍ରାର୍ଥୀଙ୍କର ବିଜୟ ବୋଲି କୁହାଗଲେ ମଧ୍ୟ, ତାଙ୍କର ବିଜୟକୁ ସି.ପି.ଆଇ, କଂଗ୍ରେସ ଓ ସମାଜବାଦୀ ପାର୍ଟିର ବିଜୟ ବୋଲି ଧରି ନିଆଯାଇପାରେ: ବିଶେଷତଃ ଯେତେବେଳେ ବୈଷ୍ଣବବାବୁଙ୍କର ମୂଳ ଲକ୍ଷ୍ୟ ସ୍ଥିର ଓ ତାଙ୍କର ଅକୁଣ୍ଠିତ ସେବା ପାଇଛନ୍ତି ଉପରୋକ୍ତ ପ୍ରତ୍ୟେକଟି ଦଳ ଯଦିଓ ଭିନ୍ନ ଭିନ୍ନ ସମୟରେ ।
– ଶୁଦ୍ରକ

୧୬-୩୧ଜୁଲାଇ, ୨୦୧୦
ନିବେଶ କ୍ଷେତ୍ର ଓଡ଼ିଶା
ବିଭିନ୍ନ କ୍ଷେତ୍ରନାମରେ ପରିଚିତ ଓଡ଼ିଶାକୁ ସମ୍ପ୍ରତି ନିବେଶକ୍ଷେତ୍ର ନାମରେ ନାମିତ କରିବା ଅପ୍ରାସଙ୍ଗିକ ହେବନାହିଁ ବିଶେଷତଃ ଯେତେବେଳେ ନିବେଶର ପ୍ରତିଶ୍ରୁତି ଧରି ଆସୁଥିବା ବିଭିନ୍ନ ବେପାରୀଙ୍କ ସହ ବୁଝାମଣା ପତ୍ର ଦସ୍ତଖତ ହେବା ଏକ ସାଧାରଣ ଦୃଶ୍ୟ ହୋଇଗଲାଣି । ଗତ ଏକ ଦଶନ୍ଧି ଧରି ଏହି ବୁଝାମଣା ପତ୍ରରେ ଯେଉଁ ପରିମାଣର ନିବେଶ ପାଇଁ ପ୍ରତିଶ୍ରୁତି ରହିଛି, ତାହାର ଯୋଗଫଳ କିଛି ଲକ୍ଷ କୋଟି ହୋଇଯିବା ବିଚିତ୍ର ନୁହେଁ । ଏହି ଯୋଗଫଳର ବିଶାଳତା ଦ୍ୱାରା ଉଲ୍ଲସିତ ଆମ ସରକାର‘ବିକାଶ’ ବ୍ୟାକୁଳ ବାବୁ ଓ ବୃତ୍ତଜୀବୀଗଣ ନିବେଶରେ ଦାରିଦ୍ର୍ୟରୁ ମୁକ୍ତିର ସମାଧାନ ରହିଛି ବୋଲି ଅନବରତ ଯେପରି ଓଡ଼ିଶାର ସାଧାରଣ ଜନତା ସାମନାରେ ଲଣ୍ଠନ ହଲାଇବାରେ ଲାଗିଛନ୍ତି-ତାହାକୁ କିନ୍ତୁ କୌଣସି ସର୍ବେକ୍ଷଣରୁ ମିଳୁଥିବା ତଥ୍ୟ ସମର୍ଥନ କରୁନାହିଁ । ତେନ୍ଦୁଲକରଙ୍କର ରିପୋର୍ଟ ହେଉ, ସାକ୍ସେନା କମିଟିର ରିପୋର୍ଟ ହେଉ, ଏନ୍.ଏସ୍.ଏସ୍.(ଘଝଝ)ର ରିପୋର୍ଟ ହେଉ ବା ସଦ୍ୟତମ ୟୁ.ଏନ୍.ଡି.ପି.(ଟଘଊଚ)ର ରିପୋର୍ଟ ହେଉ (ଦ୍ରଷ୍ଟବ୍ୟ: ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୩ ଔଙ୍କକ୍ଷଚ୍ଚ, ୨୦୧୦: ଙକ୍ସସଗ୍ଦଗ୍ଦବ ବଜ୍ଞକ୍ଟଦ୍ଭଶ ୮ ଗ୍ଦଗ୍ଧବଗ୍ଧରଗ୍ଦ ଗ୍ଦଗ୍ଧସକ୍ଷକ୍ଷ କ୍ଟ୍ରକ୍ଟକ୍ଟକ୍ସ)ସବୁଥିରେ ଓଡ଼ିଶାର ଦାରିଦ୍ର୍ୟ ଏକ ବିଶେଷ ସ୍ଥାନ ନେଇଛି ଓ ଏହା ଯେ ବଢ଼ୁଛି ସେଥିପ୍ରତି ଇଙ୍ଗିତ ରହିଛି । ଅପରପକ୍ଷରେ ଉଜୁଡ଼ି ଯାଉଥିବା ଜଙ୍ଗଲ, ଦୂଷିତ ହେଉଥିବା ଜଳ, ବିକଳାଙ୍ଗ ହୋଇଯାଉଥିବା ପାହାଡ଼ ଏକ ସାଧାରଣ ଦୃଶ୍ୟ ହୋଇଗଲାଣି । ଖଣି, ଖାଦାନ ଲୁଟ୍ ତ ଶେଷକୁ ସରକାରୀ ତଦନ୍ତ ଭିତରକୁ ଆସିଗଲାଣି । ଯେଉଁମାନେ ‘ବିକାଶ’ ପାଇଁ ଅତି ବ୍ୟାକୁଳ ଓ ଏହିଭଳି ନଷ୍ଟଭ୍ରଷ୍ଟ ହେଉଥିବା ପରିବେଶଠାରୁ ନିରାପଦ ଦୂରତ୍ୱରେ ରହିଛନ୍ତି ସେମାନେ ବୋଧନା ଦେବାରୁ କ୍ଷାନ୍ତ ହେଉନାହାନ୍ତି-ଏହା କହି ଯେ, ‘ବିକାଶ ପାଇଁ କିଛି ମୂଲ୍ୟ ଦେବାକୁପଡ଼ିବ ।’ ଏହିଭଳି ପୃଷ୍ଠଭୂମିରେ-ଆମ ରାଜ୍ୟରୁ ନିକଟ ଅତୀତରେ ମନ୍ତ୍ରୀ, ବାବୁ,କୁଳପତି ଓ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ନିଦେ୍ର୍ଧଶକମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ଆମେରିକାକୁ ଯାଇ ଯଦି ଆମେରିକାରେ ରହୁଥିବା ଭାରତୀୟ (ଓଦ୍ଭୟସବଦ୍ଭ ୟସବଗ୍ଦକ୍ଟ୍ରକ୍ଟକ୍ସବ)ମାନଙ୍କଠାରୁ ୬୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ଆଣିଛନ୍ତି- ଏଥିରେ ନୂତନତ୍ୱ କିଛି ନାହିଁ । ଓଡ଼ିଶା ମାଟିରେ ଠିଆ ହୋଇଥିବା ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜଗୁଡ଼ିକର ସର୍ବେକ୍ଷଣ କଲେ ଏହା ଜାଣିବାରେ ଆଦୌ ଅସୁବିଧା ହେବ ନାହିଁ ଯେ ଆମେରିକାରେ ରହୁଥିବା ଅନେକେ ଓଡ଼ିଆ ଏହି ଅନୁଷ୍ଠାନଗୁଡ଼ିକର ପୃଷ୍ଠପୋଷକତା କରୁଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟାର କେତେକ ବ୍ୟବସାୟିକ ସଂସ୍ଥା ମଧ୍ୟ ଏହିମାନଙ୍କ ପୃଷ୍ଠପୋଷକତାରେ ଚାଲିଛି । କିନ୍ତୁ ଯେତେବେଳେ ଏତେବଡ଼ ଗୋଟିଏ ପ୍ରତିନିଧି ଦଳ ଆମେରିକା ଗଲେ, ସେମାନେ ଫେରି ଯଦି ଗଣମାଧ୍ୟମକୁ ଏହିଭଳି ଏକ ସମ୍ବାଦ ନଦେବେ, ତା’ହେଲେ ଓଡ଼ିଶାର ଜନତା କହିବେ ନାହିଁକି- ଏମାନେ ଫୁର୍ତ୍ତି କରିବାକୁ ଯାଇଥିଲେ । ତେଣୁ ବଡ଼ ଅକ୍ଷରରେ ଆମେ ଦେଖୁଛୁ ସମ୍ବାଦ – ‘ଟଝ ମକ୍ଟଜ୍ଞକ୍ଟ୍ରବଦ୍ଭସରଗ୍ଦ ଜ୍ଞବଚ୍ଚ ସଦ୍ଭଙ୍ଖରଗ୍ଦଗ୍ଧ ଜଗ୍ଦ୬୦୦୦ମକ୍ସ ସଦ୍ଭ ଓଞ, ଷକ୍ଟଗ୍ଦକ୍ଟ୍ରସଗ୍ଧବକ୍ଷସଗ୍ଧଚ୍ଚ ବଦ୍ଭୟ ରୟଙ୍କମବଗ୍ଧସକ୍ଟଦ୍ଭ’(ଦ୍ରଷ୍ଟବ୍ୟ: ଙକ୍ସସଗ୍ଦଗ୍ଦବ ଚକ୍ଷଙ୍କଗ୍ଦ, ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୯ଔଙ୍କକ୍ଷଚ୍ଚ, ୨୦୧୦)
-ଶୁଦ୍ରକ
ସିପିଏମ୍ ଦୁଇଭାଗ ହେବ!
ରାଜନୈତିକ ଦଳ ଭାଗ ଭାଗ ହେବା ନୂଆ କଥା ନୁହେଁ । ଏହା ତ’ ବିଶେଷ ଅନୁସନ୍ଧାନର ବିଷୟ ଯେ, ଦକ୍ଷିଣପନ୍ଥୀ ଭିତରେ ବିଭାଜନର ବାଦ ବିଶେଷ କ୍ରିୟାଶୀଳ ନା ବାମପନ୍ଥୀ ଦଳ ଭିତରେ ଏହି ବୀଜ ବିଶେଷ କ୍ରିୟାଶୀଳ । ମୂଳ ସି.ପି.ଆଇ ଦଳରୁ ଏଯାବତ ଦୃଶ୍ୟମାନ ସମସ୍ତ ବାମପନ୍ଥୀ ଦଳ (ଏସ୍.ୟୁ.ସି.ଆଇକୁ ବାଦ୍ ଦେଲେ) ବାହାରିଛନ୍ତି, ଏହା ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ । ସି.ପି.ଏମ୍.ରୁ ବାହାରି କିଛି କମ୍ରେଡ଼ ଓଡ଼ିଶା କମୁ୍ୟନିଷ୍ଟ ଦଳ ଗଢ଼ିବା ଆମର ଅଭିଜ୍ଞତା ଭିତରେ । କିନ୍ତୁ ଜାତୀୟ ସ୍ତରରେ, ସି.ପି.ଏମ୍.ର ମହାସଚିବ ପ୍ରକାଶ କରାତ ବଙ୍ଗଳା ସିିପିଏମ୍ ଦଳ ଉପରେ ଯେଉଁଭଳି ବର୍ଷିବା ଆରମ୍ଭ କରିଛନ୍ତି ଓ ଗତ ତିନି ଦଶନ୍ଧି ଧରି ବଙ୍ଗଳା ସିପିଏମ ଦଳ ଭୁଲ୍ କରିଚାଲିଛି ବୋଲି ବଙ୍ଗଳାର ସିପିଏମ୍ ନେତୃତ୍ୱ ଉପରେ ଦୋଷାରୋପ କରିଛନ୍ତି-ବିଶେଷତଃ କରାତଙ୍କ ଦ୍ୱାରା ବହିଷ୍କୃତ ସୋମନାଥ ଚାଟାର୍ଜୀଙ୍କ ଦ୍ୱାରା ପ୍ରଥମ ଜ୍ୟୋତିବସୁ ସ୍ମାରକୀ ବକ୍ତୃତା ପରେ ପରେ- ସେଥିରୁ ଜଣାଯାଉଛି ଯେ ସିପିଏମ୍ ଦଳ ଦୁଇଟି ଧାରା ପ୍ରବାହିତ ହେବା ଆରମ୍ଭ ହୋଇଛି । କରାତଧାରା ଓ ବଙ୍ଗଳାଧାରା (ଦ୍ରଷ୍ଟବ୍ୟ: ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ ୧୪ଔଙ୍କକ୍ଷଚ୍ଚ, ୨୦୧୦) ଯଦି ଅଧିକ ସଂଘର୍ଷ ମୁଖର ହୁଏ; ତା’ହେଲେ ସିପିଏମ୍ର ବିଭାଜନ ଏଡ଼ାଇବା ସମ୍ଭବ ହୋଇନପାରେ ।
– ଶୁଦ୍ରକ

୧-୧୬ଅଗଷ୍ଟ, ୨୦୧୦
ସାଇକେଲ୍ରେ ଚାଲ-ମଟର ସାଇକେଲରେ ବୁଲ
ପେଟ୍ରୋଲ ଦରବୃଦ୍ଧିର ପ୍ରତିବାଦରେ ଓଡ଼ିଶା ବିଧାନସଭାର ଶାସକଦଳ ସଭ୍ୟ ଅନେକେ ବିଧାନସଭାକୁ ସାଇକେଲରେ ଆସିବାର ଦୃଶ୍ୟ ଗଣମାଧ୍ୟମଦ୍ୱାରା ବେଶ୍ ପ୍ରସାରିତ ଓ ପ୍ରଚାରିତ ହୋଇଛି । କିନ୍ତୁ ବିଡ଼ମ୍ବନା ଯେ ଦରବୃଦ୍ଧି ଦ୍ୱାରା ବିବ୍ରତ ଶାସକଦଳ ଯେଉଁଦିନ ରାଜ୍ୟବ୍ୟାପୀ ହରତାଳର ଡାକରା ଦେଲେ (୫ଜୁଲାଇ ୨୦୧୦)ସେଦିନ ଦଳର ନେତାମାନେ ପେଟ୍ରୋଲଚାଳିତ ମଟର ସାଇକେଲରେ ବସି ଭୁବନେଶ୍ୱର ସହର ପରିକ୍ରମା କରୁଥିଲେ ।
ସାଧାରଣଲୋକ ଯେଉଁମାନେ ପେଟ୍ରୋଲ ଦରବୃଦ୍ଧିକୁ ଗ୍ରହଣ କରିପାରୁ ନଥିଲେ, ସେମାନେ ଶାସକଦଳର ଏହିଭଳି ଫାର୍ସକୁ ମଧ୍ୟ ଗ୍ରହଣ କରିପାରୁ ନଥିଲେ । ଦରବୃଦ୍ଧି ବିରୋଧରେ ଏହି ଦଳର ଆନ୍ତରିକତା କେତେ; ସେମାନେ ଠିକ୍ ଧରିପାରୁଥିଲେ ।
-ଶୁଦ୍ରକ
ସନ୍ତୋଷ ହେଗଡ଼େଙ୍କର ଅସନ୍ତୋଷ
ଭାରତର କେତୋଟି ସମୃଦ୍ଧ ରାଜ୍ୟ ଭିତରେ କର୍ଣ୍ଣାଟକର ନାମ ଉଚ୍ଚାରଣ କରାଯାଏ । ଏହି ସମୃଦ୍ଧ ରାଜ୍ୟଟି ଗତ କିଛିମାସ ହେଲା ଦୁର୍ନୀତି ପାଇଁ ବେଶ୍ ଚର୍ଚ୍ଚିତ । ତାହା କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଦିନାକରନ ମହୋଦୟଙ୍କର ଦୁର୍ନୀତି ହେଉ ବା ନୀତି ନୈତିକତାର ଦଳ ବିଜେପିର ନେତୃତ୍ୱରେ ଚାଲିଥିବା ସରକାରର ମନ୍ତ୍ରୀ ରେଡ୍ଡୀ ଭ୍ରାତାଦ୍ୱୟଙ୍କ ଦ୍ୱାରା ବେଆଇନ ଲୁହାପଥର ଚାଲାଣ ହେଉ । ଦୁର୍ନୀତି ଯେ ସରକାରୀ ପୃଷ୍ଠପୋଷକତା ପାଉଛି ତାହାର ପ୍ରମାଣ ହେଉଛି ଲୋକଆୟୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏନ୍.ସନ୍ତୋଷ ହେଗଡ଼େଙ୍କ ଦ୍ୱାରା ତାଙ୍କ ପଦବୀରୁ ଇସ୍ତଫା ।
ଇସ୍ତଫା ନଦେଇ ସେହି ପଦବୀରେ ରହିବା ଥିଲା ତାଙ୍କ ପାଇଁ ଘୋର ଅପମାନ । କାରଣ ଯେଉଁ ସଚ୍ଚୋଟ ଅଫିସର(ଶ୍ରୀଯୁକ୍ତ ଆର ଗୋକୁଳ, ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟ) ବେଆଇନ ଭାବରେ ଉତ୍ତୋଳନ ହୋଇଥିବା ଓ ତାଙ୍କ କର୍ମଚାରୀମାନଙ୍କ ଦ୍ୱାରା ଜବତ ହୋଇଥିବା ୩୫ଲକ୍ଷ ଟନ୍ ଲୁହାପଥରକୁ ବେଲେକାରୀ ବନ୍ଦର ଦେଇ ରପ୍ତାନୀ କରିଦେବାର ଉଦ୍ୟମକୁ ଉନ୍ମୋଚିତ କଲେ, ତାଙ୍କୁ ଜଣେ ମନ୍ତ୍ରୀ (ଜେ.କୃଷ୍ଣ ପାଲେମାର)ଙ୍କ ନିଦେ୍ର୍ଧଶରେ ନିଲମ୍ବିତ କରାଗଲା ଓ ସେ ଏହି ସଚ୍ଚୋଟ ଅଫିସରଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ଅପରପକ୍ଷରେ ଯେଉଁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସେ ନିଲମ୍ବିତ କରିଥିଲେ, ସରକାର ତାଙ୍କୁ ପୁନଃଅବସ୍ଥାପିତ କରିଦେଲେ । ରେଡ୍ଡୀଭ୍ରାତାଙ୍କୁ ସ୍ପର୍ଶ କରିବା ମୁଖ୍ୟମନ୍ତ୍ରୀ ୟେଦୁ୍ୟରାପ୍ପାଙ୍କ ପକ୍ଷରେ ଥିଲା ଅସମ୍ଭବ । ତେଣୁ ହେଗଡ଼େ ମହାଶୟଙ୍କର ସୁପାରିଶକୁ କାର୍ଯ୍ୟକାରୀ କରାଇବା ପାଇଁ ତାଙ୍କର ସାହସ ପାଉନଥିଲା । ସରକାରଙ୍କର ଏହି ଜଡ଼ତା-ଅସହ୍ୟ ହୋଇପଡ଼ିଥିଲା ହେଗଡ଼େ ମହାଶୟଙ୍କ ପାଇଁ । ତେଣୁ ଅଥର୍ବ ହୋଇ ବସିବା ଅପେକ୍ଷା ସେ ଇସ୍ତଫା ଦେଇଦେବାକୁ ଶ୍ରେୟସ୍କର ମଣିଲେ । ତାଙ୍କରି ଭାଷାରେ- (ଦୁର୍ନୀତିଗ୍ରସ୍ତ) ‘ଲୋକଙ୍କୁ ଧରିବା ଯଥେଷ୍ଟ ନୁହେଁ । ମୁଁ କ୍ଷମତା ଚାହେଁ- ଯାହାଦ୍ୱାରା ଧରାପଡ଼ୁଥିବା ଦୁର୍ନୀତି ମାମଲାଗୁଡ଼ିକୁ ଏକ ତାର୍କିକ ପରିଣତିରେ ପହଞ୍ଚାଇ ପାରିବି ।’ (ଓଗ୍ଧ ସଗ୍ଦ ଦ୍ଭକ୍ଟଗ୍ଧ ରଦ୍ଭକ୍ଟଙ୍କଶଷ ସଲ ଓ ମବଗ୍ଧମଷ କ୍ଟ୍ରରକ୍ଟକ୍ଟ୍ରକ୍ଷର. ଓ ଦ୍ଭରରୟ କ୍ଟ୍ରକ୍ଟଙ୍ଗରକ୍ସଗ୍ଦ ଗ୍ଧକ୍ଟ ଭକ୍ସସଦ୍ଭଶ ମବଗ୍ଦରଗ୍ଦ ଗ୍ଧକ୍ଟ କ୍ଷକ୍ଟଶସମବକ୍ଷ ମକ୍ଟଦ୍ଭମକ୍ଷଙ୍କଗ୍ଦସକ୍ଟଦ୍ଭଗ୍ଦ) । ହେଗଡ଼େ ଇସ୍ତଫା ଦେଲେ ୨୩ଜୁନ୍ ୨୦୧୦ଦିନ । ବିଜେପିର ତୁଙ୍ଗନେତା ଦେଖିପାରିଲେ ଏହି ଇସ୍ତଫାର ଦଳର ଛବି ଉପରେ ପ୍ରତିକୂଳ ପ୍ରଭାବ । ତେଣୁ ବିପର୍ଯ୍ୟୟ ପ୍ରଶମନ ପାଇଁ ଆରମ୍ଭ ହୋଇଗଲା ଘମାଘୋଟ ଉଦ୍ୟମ । ୟେଦୁ୍ୟରପ୍ପା ମାନିଲେ ଯେ ୩୫ଲକ୍ଷ ଟନ୍ ଲୁହାପଥର ବେଆଇନ ଭାବେ ଉତ୍ତୋଳନ ହୋଇଥିଲା ଓ ଏହାର ରପ୍ତାନୀ ପାଇଁ ଉଦ୍ୟମ ହେଉଥିଲା । ଏକ ବିରାଟ ଗୋଷ୍ଠୀ ଏହାପଛରେ ଅଛନ୍ତି ବୋଲି ସ୍ୱୀକାର କଲେ । ଏହା ତ ଭିନ୍ନକଥା ଯେ ଏବେ ସେ ରେଡ୍ଡୀଭ୍ରାତା ଦ୍ୱୟଙ୍କୁ ୧୦୧ ପ୍ରତିଶତ ସଚ୍ଚୋଟ ବୋଲି ସାର୍ଟିଫିକେଟ ଦେଇଛନ୍ତି । ବିଶେଷତଃ ବିଜେପିର ତୁଙ୍ଗନେତ୍ରୀ ସୁଷମା ସ୍ୱରାଜଙ୍କ ସହ ରେଡ୍ଡୀ ଭ୍ରାତାଦ୍ୱୟ ଭେଟ କରିସାରିବା ପରେ ।
ହେଗଡ଼େଙ୍କୁ ମନାଇବାର ଉଦ୍ୟମ ସଫଳ ହେଲା । ଲାଲକୃଷ୍ଣ ଆଡ଼ୱାନିଙ୍କ କଥା ମାନି ୩ଜୁଲାଇ ୨୦୧୦ ତାରିଖ ଦିନ ହେଗଡ଼େ ମହାଶୟ ତାଙ୍କର ଇସ୍ତଫା ୱାପସ ନେଲେ । ଆଡ଼ୱାନି ବାପା ସମାନ ହୋଇଥିବାରୁ ତାଙ୍କ ଅନୁରୋଧକୁ ହେଗଡ଼େ ଏଡ଼ାଇ ପାରିଲେ ନାହିଁ । ସନ୍ତୋଷ ହେଗଡ଼େଙ୍କ ବାପା କେ.ଏସ୍.ହେଗଡ଼େ ୧୯୭୭ମସିହାରେ ଲୋକସଭାର ଥିଲେ ବାଚସ୍ପତି ଓ ଆଡ଼ୱାନି ଥିଲେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଦୁହେଁ ବେଶ୍ ଘନିଷ୍ଠ ଥିଲେ । ଏହି ଘନିଷ୍ଠତାର ସୁଯୋଗ ନେଇନେଲେ ଆଡ଼ୱାନି ଓ କର୍ଣ୍ଣାଟକ ସରକାର ହେଗଡ଼େଙ୍କର ଦାବୀ ମାନିନେବେ ଏହିଭଳି ଏକ ପ୍ରତିଶ୍ରୁତି ଦେଇ-ଇସ୍ତଫା ପତ୍ରଟିକୁ ୱାପସ କରାଇନେଲେ ।
କିନ୍ତୁ କର୍ଣ୍ଣାଟକ ସରକାର ହେଗଡ଼େ ଯାହା ଚାହୁଁଥିଲେ ସେ କଥା କଲେନାହିଁ । ତାଙ୍କୁ ଏକ ଖଣ୍ଡିତ କ୍ଷମତା ଦେଲେ । ସେ ମୁଖ୍ୟଶାସନ ସଚିବ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସର ଯାହାର ମାସିକ ଦରମା ୨୦,୦୦୦ଟଙ୍କାରୁ ଅଧିକଙ୍କ ବିରୁଦ୍ଧରେ ତଦନ୍ତ କରିପାରିବେ କିନ୍ତୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସରକାରଙ୍କ ଦ୍ୱାରା ମନୋନୀତ କର୍ମଚାରୀଙ୍କ ବିରୋଧରେ କୌଣସି ତଦନ୍ତ କରିପାରିବେ ନାହିଁ । ଅର୍ଥାତ ରେଡ୍ଡୀ ଭ୍ରାତାଦ୍ୱୟ, ଯେହେତୁ ସେମାନେ ରାଜ୍ୟ ସରକାରରେ ମନ୍ତ୍ରୀ, ଲୋକଆୟୁକ୍ତଙ୍କ ତଦନ୍ତ ପରିସରର ବାହାରେ ହିଁ ରହିଲେ । କହିବା ବାହୁଲ୍ୟ ଯେ ହେଗଡ଼େ ପ୍ରତାରିତ ହୋଇଛନ୍ତି । ୟେଦୁ୍ୟରପ୍ପା ସରକାର ରେଡ୍ଡୀ ଭ୍ରାତାଦ୍ୱୟଙ୍କୁ ଯେପରି ସୁରକ୍ଷା ଦେଉଥିଲେ, ଲୋକାୟୁକ୍ତଙ୍କ ହାତରେ ଏହିଭଳି ଖଣ୍ଡିତ କ୍ଷମତା ଦେଇ ରେଡ୍ଡୀ ଭ୍ରାତାଦ୍ୱୟଙ୍କ ପ୍ରତି ତାଙ୍କର ଆନୁଗତ୍ୟ ବଜାୟ ରଖିଛନ୍ତି ।
ଅନେକେ ଆଶ୍ଚର୍ଯ୍ୟ ହେଉଥିବେ ‘ବାପ ସଦୃଶ’ ଆଡ଼ୱାନି- କାହିଁକି ପ୍ରତିକ୍ରିୟାରେ କିଛି କହୁନାହାନ୍ତି?
-ଶୁଦ୍ରକ

୧-୧୬ ସେପ୍ଟେମ୍ବର, ୨୦୧୦
ସାଂସଦମାନଙ୍କର ବେତନବୃଦ୍ଧି
ସାଂସଦଙ୍କର ବେତନବୃଦ୍ଧିକୁ ନେଇ ବହୁ ବିତର୍କ ଇତ୍ୟବସରରେ ଗଣମାଧ୍ୟମକୁ ମଣ୍ଡନ କରିଛି । ସାଂସଦ ମାନଙ୍କର ବର୍ତ୍ତମାନ ବେତନ ୧୬,୦୦୦ଟଙ୍କାରୁ ୮୦,୦୦୧ଟଙ୍କାକୁ ବୃଦ୍ଧି କରିବା ପାଇଁ ଏକ ସଂସଦୀୟ କମିଟି ସୁପାରିଶ କରିଥିବାବେଳେ କେନ୍ଦ୍ର କ୍ୟାବିନେଟ ଏହାକୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିକୁ ଅନୁମୋଦନ କରିଛି । ଏହା ସାଂସଦମାନଙ୍କ ପ୍ରତି ଅବମାନନା ବୋଲି ପ୍ରତିବାଦର ସ୍ୱରଉଠିଛି ଲାଲୁପ୍ରସାଦ ଯାଦବ ଓ ମୁଲାୟମସିଂହ ଯାଦବଙ୍କ ନେତୃତ୍ୱରେ । ବାମପନ୍ଥୀ ଦଳର ସାଂସଦମାନଙ୍କୁ ବାଦ୍ ଦେଲେ, ଏହି ବେତନ ବୃଦ୍ଧି ବିରୁଦ୍ଧରେ କୌଣସି ସାଂସଦ ଖୋଲାଖୋଲି କହିବାର ସୂଚନା ଗଣମାଧ୍ୟମରେ ମିଳୁନାହିଁ । ବରଂ ନବୀନ ଜିନ୍ଦଲ (କଂଗ୍ରେସ), ବୈଜୟନ୍ତ ପଣ୍ଡା(ବିଜେଡ଼ି)ଙ୍କ ଭଳି କୋଟିପତି ସାଂସଦମାନେ ବେତନ ବୃଦ୍ଧି ସପକ୍ଷରେ ଜୋରଦାର ଯୁକ୍ତି କରୁଥିବାର ଦୃଶ୍ୟ ଟି.ଭି ଚ୍ୟାନେଲରେ ଦେଖିବାକୁ ମିଳୁଛି । (ଘଊଞଠ,ଈସଶ ୠସଶଷଗ୍ଧ)ବିଡ଼ମ୍ବନା ଯେ ଯେତେବେଳେ ଚଳିତ(ଚତୁର୍ଦ୍ଧଶ) ଲୋକସଭାରେ ୫୪୩ ସାଂସଦଙ୍କ ଭିତରୁ ୩୦୦ଜଣ ହେଉଛନ୍ତି ବିଲିୟନାୟାର(ଅର୍ଥାତ ୧୦୦ କୋଟି ଟଙ୍କା ସମ୍ପତ୍ତରୁ ଊଦ୍ଧ୍ୱର୍) (ଦ୍ରଷ୍ଟବ୍ୟ-ଏରକ୍ଟ ଡକ୍ଟକ୍ସକ୍ଷୟ, ଗବଚ୍ଚ ୧୯, ୨୦୦୯) ଓ ୧୫୦ଜଣ ସାଂସଦ ବିଭିନ୍ନ ଅପରାଧରେ ଜଡ଼ିତ, ସେତେବେଳେ ଦରମା ବୃଦ୍ଧି ସପକ୍ଷରେ ଅଭୂତପୂର୍ବ ଐକ୍ୟ ଦକ୍ଷିଣପନ୍ଥୀ ରାଜନୈତିକ ଦଳମାନଙ୍କ ମଧ୍ୟରେ ଦେଖାଦେଇଛି । ବୈଜୟନ୍ତ ପଣ୍ଡାଙ୍କ ଯୁକ୍ତିରେ ବେତନ ବୃଦ୍ଧି ନିହାତି ଆବଶ୍ୟକ, କାରଣ ଆମରିକାର ସାଂସଦ ଆମ ସାଂସଦଙ୍କଠାରୁ ବେଶ୍ ଅଧିକ ବେତନ ପାଇଥାନ୍ତି । ଏହାଛଡ଼ା ତାଙ୍କର ଆଉ ଏକ ଯୁକ୍ତି ହେଉଛି ଯେ, ବେତନ ବଢ଼ିଲେ ସାଂସଦ ବୃତ୍ତ ଅଧିକ ଆକର୍ଷଣୀୟ ହେବ ଓ ସାଧାରଣ, ଯୋଗ୍ୟ ଲୋକ ଏହି ବୃତ୍ତପ୍ରତି ଆକୃଷ୍ଟହେବେ । ତୃତୀୟ ଯୁକ୍ତି ହେଉଛି ସଂସଦରେ କୋଟିପତି ସାଂସଦଙ୍କର ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ- ଅନେକ ଗରିବ ଗୁରୁବା ସାଂସଦ ଏବେବି ଅଛନ୍ତି ଯାହାଙ୍କ ପାଇଁ ବେତନବୃଦ୍ଧି ନିହାତି ଦରକାର । ଅବଶ୍ୟ ୧୬,୦୦୦ ଟଙ୍କା ବେତନ ଥାଇ କୋଟିପତି ସାଂସଦଙ୍କର ସଂଖ୍ୟା ଯେଉଁ ହାରରେ ବଢ଼ୁଛି-ଆଉ କେତୋଟି ସଂସଦୀୟ ନିର୍ବାଚନ ପରେ ସମ୍ପୂର୍ଣ୍ଣ ସଂସଦ କୋଟିପତି ସାଂସଦଙ୍କ ଦ୍ୱାରା ମଣ୍ଡିତ ହେବା ଅସ୍ୱାଭାବିକ ନୁହେଁ । ସେତେବେଳେ ବେତନ ବୃଦ୍ଧି ପାଇଁ ଉପରୋକ୍ତ ତୃତୀୟ ଯୁକ୍ତିଟି ଅକାମୀ ହେବା ନିଶ୍ଚିତ । ବେତନ ବୃଦ୍ଧି ପାଇଲେ ସାଧାରଣ ଯୋଗ୍ୟ ଲୋକ ସାଂସଦ ହେବା ପାଇଁ ଆଗ୍ରହୀ ହେବେ ବୋଲି ଯୁକ୍ତି ଏକ ବଳିଷ୍ଠ ଯୁକ୍ତି ନୁହେଁ । କାରଣ ପ୍ରଥମ ସଂସଦଠାରୁ ଏଯାବତ୍, ସାଂସଦମାନଙ୍କର ଯଦି ଗୁଣାତ୍ମକ ଆକଳନ ହୁଏ-ତା’ହେଲେ ଏହା ଯେ ତଳକୁ ତଳକୁ ଚାଲିଛି-ଏହା ଯେ କେହି ନିରପେକ୍ଷ ଆଲୋଚକ ସ୍ୱୀକାର କରିବ- ଯଦିଓ ବେତନ ବୃଦ୍ଧି ପାଇଛି । ତେଣୁ ବର୍ତ୍ତମାନ ୫ଗୁଣକୁ ବୃଦ୍ଧିପାଇଲେ ଯେ ଗୁଣାତ୍ମକ ମାନ ସାଂସଦଙ୍କର ବୃଦ୍ଧି ପାଇବ-ଏହା ଅଭିଜ୍ଞତା କହୁନାହିଁ । ଆମେରିକାର ସାଂସଦଙ୍କର ବେତନ-ସହ ଆମ ସାଂସଦଙ୍କର ବେତନ ତୁଳନା କରି ବେତନ ବୃଦ୍ଧି ଦାବି କରିବା ସାଂସଦଙ୍କ ପକ୍ଷରେ ଅଶୋଭନୀୟ କାରଣ ଯୁକ୍ତରାଷ୍ଟ୍ର ଆମେରିକା ମାନବ ବିକାଶ ସୂଚକ(ଐଙ୍କଜ୍ଞବଦ୍ଭ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଓଦ୍ଭୟରଙ୍ଘ)ରେ ଭାରତଠାରୁ କାହିଁ କେତେଉପରେ । ଯକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୧୩ରେ ଥିବାବେଳେ ଭାରତର ସ୍ଥାନ ୧୩୪ରେ ।
ତଥାପି ଶୁଦ୍ରକ ସାଂସଦମାନଙ୍କର ୮୦,୦୦୧ ଟଙ୍କାକୁ ବେତନ ବୃଦ୍ଧି ସପକ୍ଷରେ ଯଦି ୩୦୦ ବିଲିୟନାୟାର ସାଂସଦ ଓ ବିଭିନ୍ନ ଅପରାଧରେ ଜଡ଼ିତ ୧୫୦ସାଂସଦଙ୍କୁ ଏହି ବର୍ଦ୍ଧିତ ବେତନରୁ ବଞ୍ଚôତ କରାଯାଏ । ଯେଉଁମାନେ ବିଲିୟନାୟାର ସାଂସଦ ତାଙ୍କୁ ୮୦,୦୦୧ଟଙ୍କା ବେତନ ସମଦ୍ରକୁ ଶଙ୍ଖେ ପାଣି ସଦୃଶ । ଯେଉଁମାନେ ଅପରାଧରେ ଜଡ଼ିତ-ସେମାନଙ୍କୁ ବେତନରୁ ବଞ୍ଚôତ କରାଗଲେ ଏହିଭଳି ପୃଷ୍ଠଭୂମି ଥିବା ବ୍ୟକ୍ତି ସାଂସଦ ହେବାକୁ ଆଗ୍ରହୀ ହେବେନାହିଁ ବୋଲି ଆଶା କରାଯାଇପାରେ ଯେପରି ବେତନ ବୃଦ୍ଧି ହେଲେ ସାଧାରଣ ଯୋଗ୍ୟ ଲୋକ ସାଂସଦ ହେବେ ବୋଲି ବେତନ ବୃଦ୍ଧି ସପକ୍ଷବାଦୀମାନେ ଆଶା କରୁଛନ୍ତି ।
ତେବେ ସାଂସଦମାନେ ନିଜ ପାଇଁ ଆର୍ଥିକ ସୁବିଧାସୁଯୋଗ ଉପଲବ୍ଧ କରାଇବା ପାଇଁ ନିଜେ ନିୟମ କରିବା ଏକ ସୁନ୍ଦର ପରମ୍ପରା ନୁହେଁ । ଏକ ସ୍ୱତନ୍ତ୍ର କମିଶନ ଦ୍ୱାରା ଏହା ହେବା ଉଚିତ ବୋଲି ଏକ ପ୍ରସ୍ତାବ ସାଂସଦରେ ପୂର୍ବରୁ ଦିଆଯାଇଥିଲା ବୋଲି ଖବରମାନ ଆସୁଛି । କିନ୍ତୁ ତାହା କାହିଁକି ଏଯାବତ୍ କାର୍ଯ୍ୟକାରୀ ହୋଇପାରିଲା ନାହିଁ- ତାହା ଅନୁସନ୍ଧାନସାପେକ୍ଷ । କେନ୍ଦ୍ର ସରକାର ୮୦,୦୦୧ ଟଙ୍କା ବଦଳରେ ୫୦,୦୦୦ଟଙ୍କା ଯାଏଁ ବୃଦ୍ଧିକୁ ରାଜି ହୋଇ ଏହାକୁ ସଂସଦରେ ଗୃହୀତ କରାଇଲା ବେଳେ ପୁଣି ଏହି ସ୍ୱତନ୍ତ୍ର କମିଶନ କଥା ଉଠିଛି । ଦେଖାଯାଉ ଆଗାମୀ ବେତନ ବୃଦ୍ଧିବେଳକୁ ଏହି ସ୍ୱତନ୍ତ୍ର କମିଶନର ଗଠନ ହୋଇପାରୁଛି କି ନାହିଁ ।
କିନ୍ତୁ ଶୁଦ୍ରକ ମତରେ ସାଂସଦମାନଙ୍କର ବେତନ ବୃଦ୍ଧି ପୂର୍ବରୁ ଏକ ରେଫରେଣ୍ଡମ ବା ଜନମତ ସଂଗ୍ରହ ହେବା ଉଚିତ ଯାହାଉପରେ ସାଂସଦମାନଙ୍କର ବେତନ ବୃଦ୍ଧି ସ୍ଥିର କରାଯିବା ଉଚିତ । ଅବଶ୍ୟ ଭାରତର ଅର୍ଥନୀତିରେ ବୈଷମ୍ୟର ବିକଟାଳ ଦୃଶ୍ୟ ଦେଖିଲେ, କେବଳ ସାଂସଦ କାହିଁକି; ସବୁ ବେତନଭୋଗୀଙ୍କର ବେତନ ବୃଦ୍ଧି ପୂର୍ବରୁ ରେଫେରେଣ୍ଡମ ହେବା ଉଚିତ ।
-ଶୁଦ୍ରକ
କୋଟିପତି ଦରୱାନ – କୋଟିପତି କିରାଣି :
ଅର୍ବୁଦପତି ଅଫିସର କେବେ?
ଦୁର୍ନୀତିବିଭାଗ ସୌଜନ୍ୟରୁ ଓଡ଼ିଶାବାସୀ ଇତ୍ୟବସରରେ ଜାଣିବାକୁ ପାଇଛନ୍ତି ଯେ, ଓଡ଼ିଶା ରାଜ୍ୟର ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାରେ କୋଟିପତି ଦରୱାନ ଓ କୋଟିପତି କିରାଣୀ ମଧ୍ୟ ଚାକିରୀ କରନ୍ତି । ଯେଉଁ ରାଜ୍ୟରେ ଦରୱାନ, କିରାଣୀ କୋଟିପତି; ସେ ରାଜ୍ୟରେ ଅର୍ବୁଦପତି ପଦସ୍ଥ ଅଫିସର ଥିବେ(!), ଏହିଭଳି ଅନୁମାନକୁ କପୋଳକଳ୍ପିତ କହିହେବ ନାହିଁ । ନାଳନ୍ଦା ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟମାନେ କେଉଁସ୍ତରର ପଣ୍ଡିତ ଥିଲେ ତାହା ବିଶ୍ୱବିଦ୍ୟାଳୟର ଦ୍ୱାରପାଳଙ୍କ ପାଣ୍ଡିତ୍ୟରୁ ଆକଳନ କରାଯାଇପାରୁଥିଲା ବୋଲି ଜନଶ୍ରୁତି ରହିଛି । ତେଣୁ ଯେଉଁ ଦପ୍ତରରେ ଦରୱାନ, କିରାଣୀ କୋଟିପତି- ସେ ଦପ୍ତରରେ ଅର୍ବୁଦପତି ଅଧିକାରୀଙ୍କର ଉପସ୍ଥିତିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ କେବେ ଦୁର୍ନୀତି ବିଭାଗଙ୍କ ସୌଜନ୍ୟରୁ ଓଡ଼ିଶାର ଜନତା ସମ୍ବାଦପତ୍ରରେ ପଢ଼ିବେ ‘ଅର୍ବୁଦପତି ଅଫିସର ଗିରଫ’-ତାହାକୁ ସେମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । କହିବା ବାହୁଲ୍ୟ ଯେ ଗତ କେତେବର୍ଷ ଧରି ବଡ଼ ବଡ଼ କମ୍ପାନୀମାନଙ୍କୁ ଅନୁକମ୍ପା ପ୍ରଦର୍ଶନ, ବେଆଇନ ଖଣି ଖୋଦନକୁ ପ୍ରୋତ୍ସାହନ, ମିଥ୍ୟା ହିତାଧିକାରୀଙ୍କୁ ଅର୍ଥ ସାହାଯ୍ୟ ଆଦି ଯେଉଁ ବଡ଼ ଧରଣର ଦେଣନେଣ ହେଉଛି ତାହାର ଏକ ହସ୍ତକ୍ଷେପମୁକ୍ତ ତଦନ୍ତ କରାଗଲେ ବହୁ ଅର୍ବୁଦପତି ଅଫିସର ଖୁବ୍ ସହଜରେ ସରକାରୀଭାବେ ପ୍ରକଟିତ ହୋଇଯିବେ ।
ଏହା କଦାପି ହେବନାହିଁ ବୋଲି କହୁଥିବା ଲୋକମାନଙ୍କ ସଂଖ୍ୟା ବହୁତ ବେଶୀହେଲେ ମଧ୍ୟ ‘ଶୁଦ୍ରକ’ ଏଯାବତ ସେମାନଙ୍କର ସାଥିରେ ନାହିଁ ।
-ଶୁଦ୍ରକ
୧-୧୫/୧୬-୩୦ ଅକ୍ଟୋବର, ୨୦୧୦

ଦୁର୍ନୀତିରେ ଅଭିଯୁକ୍ତ- ଦୁର୍ନୀତି ନିବାରଣ  ପ୍ରତିଷ୍ଠାନର ରାଷ୍ଟ୍ରାଧ୍ୟକ୍ଷ!
ଦୁର୍ନୀତିରେ ଅଭିଯୁକ୍ତ ଓ ଜାମିନରେ ଥିବା ଜଣେ ବ୍ୟକ୍ତି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ପ୍ରତିଷ୍ଠାନ (ଉରଦ୍ଭଗ୍ଧକ୍ସବକ୍ଷ ଠସଶସକ୍ଷବଦ୍ଭମର ଉକ୍ଟଜ୍ଞଜ୍ଞସଗ୍ଦଗ୍ଦସକ୍ଟଦ୍ଭ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ଅର୍ଥାତ ଦୁର୍ନୀତି ବିରୋଧୀ ଅଭିଯାନରେ ରାଷ୍ଟ୍ରର ସର୍ବୋଚ୍ଚ ପୁରୋଧାଭାବେ ସ୍ୱୀକୃତ ହେବା , ତାହା ପୁଣି ବହୁ ପ୍ରଚାରିତ ସଚ୍ଚୋଟ ସାଧୁ, ଦୁର୍ନୀତିର ସ୍ପର୍ଶରୁ ଊଦ୍ଧ୍ୱର୍ରେ ଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଅନୁମୋଦିତ ହୋଇ-ସ୍ୱାଭାବିକ ସମସ୍ତଙ୍କୁ ଚକିତ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନମୋହନ ସିଂହ, ପି.ଚିଦାମ୍ବରମ ଓ ସୁଷମା ସ୍ୱରାଜଙ୍କୁ ନେଇ ଗଠିତ ଯେଉଁ କମିଟି ଏହି ଅନୁମୋଦନ କରିଛି ବୋଲି କୁହାଯାଉଛି-ସେଥିରେ ସୁଷମା ସ୍ୱରାଜ ଅନୁମୋଦନ ସହ ଏକମତ ନୁହନ୍ତି ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ତେଣୁ ଏହିଭଳି ଅନୁମୋଦନ ଯେ ମନମୋହନ ସିଂହଙ୍କର- ଏହା କହିବା ଭୁଲ୍ ହେବନାହିଁ । ଯେଉଁମାନେ କେରଳ କ୍ୟାଡ଼ରର ୧୯୭୩ବ୍ୟାଚର ଆଇ.ଏ.ଏସ୍ ଅଫିସର ଚ.ଔ ଞଷକ୍ଟଜ୍ଞବଗ୍ଦଙ୍କ ବିରୁଦ୍ଧରେ ଚାଲିଥିବା ଦୁର୍ନୀତି ମାମଲାର ପ୍ରମାଣ (ଥିରୁଭନନ୍ତପୁରମର ସ୍ପେଶିଆଲ ଭିଜିଲାନ୍ସ କୋର୍ଟରେ ଚାଲିଥିବା ପାମୋଲିନ ତେଲ ଦୁର୍ନୀତି ମାମଲା) ଓ ୨-ଜି ଟେଲିକମ ଦୁର୍ନୀତିରେ ତାଙ୍କର ସନ୍ଦିଗ୍ଧ ସମ୍ପୃକ୍ତିର ପ୍ରମାଣ (ଘଊଞଠନିକଟରେ ଉପଲବ୍ଧ) ମନମୋହନ ସିଂହଙ୍କୁ ପେଶ୍ କଲେ ଓ ଏହିଭଳି ଅନୁମୋଦନକୁ ପ୍ରଶ୍ନକଲେ ତାଙ୍କୁ ମନମୋହନ ସିଂହଙ୍କର ବେଖାତିରିଆ ଉତ୍ତର ଥିଲା, ‘ଆମେ ଠିକ କରିଛୁ । ପ୍ରସ୍ତାବିତ ତିନୋଟି ନାମ ଥିବା ତାଲିକାରୁ ଆମେ ସବୁଠାରୁ ଯୋଗ୍ୟବ୍ୟକ୍ତିଙ୍କୁ ହିଁ ବାଛିଛୁ ।’ (ଡର ଷବଙ୍ଖର ୟକ୍ଟଦ୍ଭର କ୍ସସଶଷଗ୍ଧ ଗ୍ଧଷସଦ୍ଭଶ. ଡର ଷବଙ୍ଖର ମଷକ୍ଟଗ୍ଦରଦ୍ଭ ଗ୍ଧଷର ଭରଗ୍ଦଗ୍ଧ ମବଦ୍ଭୟସୟବଗ୍ଧର କ୍ଟଙ୍କଗ୍ଧ କ୍ଟଲ ଗ୍ଧଷର କ୍ଷସଗ୍ଦଗ୍ଧ କ୍ଟଲ ଗ୍ଧଷକ୍ସରର) । ବହୁ ପ୍ରଚାରିତ ସଚ୍ଚୋଟ-ଦୁର୍ନୀତି ଦ୍ୱାରା ମଳିନ ପଡ଼ିନଥିବା ମନମୋହନ ସିଂହ ଦୁର୍ନୀତିରେ ଅଭିଯୁକ୍ତ ଜଣେବ୍ୟକ୍ତିଙ୍କୁ ଦୁର୍ନୀତି ନିବାରଣ ପ୍ରତିଷ୍ଠାନର ରାଷ୍ଟ୍ରାଧ୍ୟକ୍ଷ ଭାବେ ବାଛିବା ଓ ଏହାକୁ ସଠିକ ବୋଲି ଦାବୀ କରିବା ପ୍ରସିଦ୍ଧ ସମାଜତତ୍ତ୍ୱବିତ୍ ଇରାୱତି କାର୍ଭେଙ୍କର ଏକ ବିଶେଷ ଧାଡ଼ିକୁ ସ୍ମରଣ କରିବାପାଇଁ ବାଧ୍ୟକରେ ଯାହା ମହାଭାରତରେ ଭୀଷ୍ମଙ୍କର ଭୂମିକା ସମ୍ପର୍କରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି । (ଦ୍ରଷ୍ଟବ୍ୟ- ଣଙ୍କଶବଦ୍ଭଗ୍ଧବ: ଗ୍ଧଷର ରଦ୍ଭୟ କ୍ଟଲ ବଦ୍ଭ ରକ୍ଟ୍ରକ୍ଟମଷ-ଙକ୍ସସରଦ୍ଭଗ୍ଧ ଈକ୍ଷବମଳଗ୍ଦଙ୍ଗବଦ୍ଭ ଚଙ୍ଖଗ୍ଧ.ଖଗ୍ଧୟ. ୨୦୦୮, ଚ-୧୭). ତାଙ୍କଭାଷାରେ, ‘ଞଷର ସଦ୍ଭହଙ୍କଗ୍ଦଗ୍ଧସମରଗ୍ଦ ୟକ୍ଟଦ୍ଭର ଭଚ୍ଚ ସୟରବକ୍ଷସଗ୍ଦଗ୍ଧଗ୍ଦ, କ୍ଟ୍ରବଗ୍ଧକ୍ସସକ୍ଟଗ୍ଧଗ୍ଦ,ଗ୍ଦବସଦ୍ଭଗ୍ଧଗ୍ଦ ବଦ୍ଭୟ ମକ୍ସଙ୍କଗ୍ଦବୟରକ୍ସଗ୍ଦ ବକ୍ସର ଲବକ୍ସ ଶକ୍ସରବଗ୍ଧରକ୍ସ ଗ୍ଧଷବଦ୍ଭ ଗ୍ଧଷକ୍ଟଗ୍ଦର ୟକ୍ଟଦ୍ଭର ଭଚ୍ଚ ଗ୍ଧଷର ଙ୍ଗକ୍ଟକ୍ସଗ୍ଦଗ୍ଧ ଗ୍ଧଚ୍ଚକ୍ସବଦ୍ଭଗ୍ଧଗ୍ଦ,’ (ସବୁଠାରୁ ଦୁଷ୍ଟ ଅତ୍ୟାଚାରୀ ଶାସକଠାରୁ ମଧ୍ୟ ଅଧିକ ଅନ୍ୟାୟ କରିଥାନ୍ତି ଆଦର୍ଶବାଦୀ, ଦେଶପ୍ରେମୀ, ସାଧୁ ଓ ପରିବର୍ତ୍ତନ ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ) । କିନ୍ତୁ ଯେଉଁମାନେ ମନମୋହନ ସିଂହଙ୍କର ସାଧୁତା ଓ ସଚ୍ଚୋଟପଣିଆକୁ ସନେ୍ଦହ ଚକ୍ଷୁରେ ଦେଖି ଆସିଛନ୍ତି-ସେମାନଙ୍କର ସନେ୍ଦହକୁ ଚଔ ଞଷକ୍ଟଜ୍ଞବଗ୍ଦ ଙ୍କର ନିଯୁକ୍ତି ଦୃଢ଼ୀଭୂତ କରୁଛି ମାତ୍ର ।
ଅବଶ୍ୟ ଆଇନ ଉଲ୍ଲଂଘନକାରୀ, ଅପରାଧରେ ଜଡ଼ିତ ବ୍ୟକ୍ତିମାନେ ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାରେ ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଆଇନ ପ୍ରଣୟନକାରୀର ଭୂମିକା ନିର୍ବାହ କରିବା ଏକ ସାଧାରଣ ଦୃଶ୍ୟ ହେଲାଣି-ସେତେବେଳେ ଦୁର୍ନୀତିରେ ଅଭିଯୁକ୍ତ ବ୍ୟକ୍ତି ଦୁର୍ନୀତି ନିବାରଣ ବିଭାଗର ରାଷ୍ଟ୍ରାଧ୍ୟକ୍ଷ ଭାବେ ସଚ୍ଚୋଟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଅନୁମୋଦିତ ହେବାରେ ବିଚିତ୍ରତା ବା କ’ଣ?
ଭାରତ ତ’ କେବଳ ବିବିଧତାର ଦେଶ ନୁହେଁ- ବହୁ ବିରୋଧାଭାସର ମଧ୍ୟ ଦେଶ । ଚଔ ଞଷକ୍ଟଜ୍ଞବଗ୍ଦ ଙ୍କର ନିଯୁକ୍ତି ବିରୋଧାଭାସର ଏକ ସଦ୍ୟତମ ଉଦାହରଣ ମାତ୍ର ।
-ଶୁଦ୍ରକ
ମେଡ଼୍ ଇନ୍ ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକାରେ ବେକାରୀ ବୃଦ୍ଧିକୁ ଅଟକାଇବା ପାଇଁ ଓ ହ୍ରାସ କରିବାପାଇଁ ଓବାମା ସରକାର ଇତ୍ୟବସରରେ କିଛି ଆଇନ କରିବା ପାଇଁ ଉଦ୍ୟମ କରିଛନ୍ତି । ଆମେରିକାରେ ଥିବା କର୍ପୋରେଟ ଗୁଡ଼ିକ ସେମାନଙ୍କ କାର୍ଯ୍ୟ ଭାରତ ଓ ଚୀନ୍ ଦେଶର ଲୋକମାନଙ୍କୁ ନେଇ କରୁଥିବାରୁ-ଆମେରିକାରେ ବେକାରୀ ବୃଦ୍ଧି ପାଉଛି ବୋଲି ଓବାମା ସରକାରଙ୍କର ଧାରଣା ହୋଇଛି । ଏହାଛଡ଼ା ଏହି ଦେଶମାନଙ୍କରେ ତିଆରି ଜିନିଷ ଶସ୍ତାରେ ଆମେରିକାରେ ଉପଲବ୍ଧ ହେଉଥିବାରୁ ସ୍ଥାନୀୟ କମ୍ପାନୀଗୁଡ଼ିକ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ୁଛି-ଯାହାଫଳରେ ଏହି କମ୍ପାନୀଗୁଡ଼ିକ ନିଯୁକ୍ତି ହ୍ରାସ କରିବାପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଓବାମା ସରକାର ଚାହାନ୍ତି ଯେ, ଆମେରିକାର କର୍ପୋରେଟଗୁଡ଼ିକ ସେମାନଙ୍କର କାର୍ଯ୍ୟ ଭାରତ ଓ ଚାଇନା ବା ଅନ୍ୟାନ୍ୟ ଶସ୍ତାଶ୍ରମ ଉପଲବ୍ଧ ହେଉଥିବା ରାଷ୍ଟ୍ରମାନଙ୍କରେ ଯେପରି ନ କରାଇ ପାରିବେ ଓ ସ୍ଥାନୀୟ କମ୍ପାନୀମାନଙ୍କ ଦ୍ୱାରା ତିଆରି ଜିନିଷ ହିଁ ଯେପରି ଆମେରିକାରେ ବ୍ୟବହାର ହେବ । ଏହି ଲକ୍ଷ୍ୟ ରଖି ଏଚ୍.-୧ ବି (ଐ-୧ଈ) ଭିସା (ଠସଗ୍ଦବ) ଫିସ୍କୁ ଅତ୍ୟଧିକ ବୃଦ୍ଧି କରିଛନ୍ତି ଆମେରିକା ସରକାର । ଆମେରିକୀୟ ୨୩୦୦ ଡଲାରରୁ ଏହା ବୃଦ୍ଧିପାଇଛି ୪୩୦୦ଡଲାରକୁ । ଏଚ୍.-୧ବି ଭିସା ଯୁକ୍ତରାଷ୍ଟ୍ର ଆମେରିକା ବାହାରୁ ଆମେରିକାରେ କାର୍ଯ୍ୟ ପାଇଁ ଆସୁଥିବା ଅସ୍ଥାୟୀ କୁଶଳୀ କର୍ମୀଙ୍କ ପାଇଁ ଆବଶ୍ୟକ । ଏହି ଭିସା ବଳରେ ଆମେରିକା ବାହାରୁ ଆସୁଥିବା କୁଶଳୀ କର୍ମୀ ୬ବର୍ଷ ଯାଏଁ ଆମେରିକାରେ ରହି କାର୍ଯ୍ୟ କରିପାରିବେ । ଏହା ଏକ ସ୍ୱରରେ ଗୃହୀତ ହୋଇଥିବା ବର୍ଡ଼ର ସିକୁ୍ୟରିଟି ବିଲ୍ (ଈକ୍ଟକ୍ସୟରକ୍ସ ଝରମଙ୍କକ୍ସସଗ୍ଧଚ୍ଚ ଈସକ୍ଷକ୍ଷ)ର ବ୍ୟବସ୍ଥା । ଆଉ ଏକ ଆଇନ ଓବାମା ସରକାର କରିବାକୁ ଯାଉଥିଲେ ଯାହା ବଳରେ ବାହାରକୁ କାର୍ଯ୍ୟ ପଠାଉଥିବା (କ୍ଟଙ୍କଗ୍ଧଗ୍ଦକ୍ଟଙ୍କକ୍ସମସଦ୍ଭଶ) ଆମେରିକୀୟ କମ୍ପାନୀଗୁଡ଼ିକୁ ଟିକସ ରିହାତିରୁ ବଞ୍ଚôତ କରିବା ସମ୍ଭବ ହୋଇଥାନ୍ତା । କିନ୍ତୁ ଆମେରିକୀୟ ସିନେଟ ଏହି ଆଇନକୁ ସମ୍ମତି ଦେଲାନାହିଁ । ମେଡ଼୍ ଇନ୍ ଆମେରିକାନ ଆକ୍ଟ (ଗବୟର ସଦ୍ଭ ଇଜ୍ଞରକ୍ସସମବ ଇମଗ୍ଧ) ଓ ବେରି ଆମେଣ୍ଡ୍ମେଣ୍ଟ ଏକ୍ସଟେନସନ୍ ଆକ୍ଟ (ଈରକ୍ସକ୍ସଚ୍ଚ ଇଜ୍ଞରଦ୍ଭୟଜ୍ଞରଦ୍ଭଗ୍ଧ ଋଙ୍ଘଗ୍ଧରଦ୍ଭଗ୍ଦସକ୍ଟଦ୍ଭ ଇମଗ୍ଧ) ଅନୁସାରେ ଆମେରିକୀୟ କଂଗ୍ରେସ (ଟଝ ଉକ୍ଟଦ୍ଭଶକ୍ସରଗ୍ଦଗ୍ଦ) ଓ ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ କ୍ଟଲ ଐକ୍ଟଜ୍ଞରକ୍ଷବଦ୍ଭୟ ଝରକ୍ସଙ୍କମସଗ୍ଧଚ୍ଚ କେବଳ ଆମେରିକାରେ ପ୍ରସ୍ତୁତ ଜିନିଷ ହିଁ କିଣିବେ । ଏହି ଆଇନର ସପକ୍ଷରେ ଟଝ ଐକ୍ଟଙ୍କଗ୍ଦର କ୍ଟଲ ଜରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧବଗ୍ଧସଙ୍ଖରଗ୍ଦର ବାଚସ୍ପତି ନାନ୍ସି ପେଲୋସି (ଘବଦ୍ଭମଚ୍ଚ ଚରକ୍ଷକ୍ଟଗ୍ଦସ)ଙ୍କ ମତରେ, ‘ଡଷରଦ୍ଭ ଙ୍ଗର ଜ୍ଞବଳର ସଗ୍ଧ ସଦ୍ଭ ଇଜ୍ଞରକ୍ସସମବ, ଙ୍ଗର ମକ୍ସରବଗ୍ଧର ହକ୍ଟଭଗ୍ଦ, କ୍ଟ୍ରକ୍ସକ୍ଟଜ୍ଞକ୍ଟଗ୍ଧର କ୍ଟଙ୍କକ୍ସ ମକ୍ଟଜ୍ଞକ୍ଟ୍ରରଗ୍ଧସଗ୍ଧସଙ୍ଖରଦ୍ଭରଗ୍ଦଗ୍ଦ ବଦ୍ଭୟ କ୍ଷରବୟ ଗ୍ଧଷର ରମକ୍ଟଦ୍ଭକ୍ଟଜ୍ଞଚ୍ଚ. ଢଢଢ ଊରଜ୍ଞକ୍ଟମକ୍ସବଗ୍ଧଗ୍ଦ ଙ୍ଗସକ୍ଷକ୍ଷ ମକ୍ଟଦ୍ଭଗ୍ଧସଦ୍ଭଙ୍କର ଗ୍ଧକ୍ଟ ଜ୍ଞକ୍ଟଙ୍ଖର କ୍ଟଙ୍କକ୍ସ ଦ୍ଭବଗ୍ଧସକ୍ଟଦ୍ଭ ଲକ୍ଟକ୍ସଙ୍ଗବକ୍ସୟ  ଗ୍ଧକ୍ଟ କ୍ଟ୍ରକ୍ସକ୍ଟଗ୍ଦକ୍ଟ୍ରରକ୍ସସଗ୍ଧଚ୍ଚ ଲକ୍ଟକ୍ସ ଗ୍ଧଷର ଜ୍ଞସୟୟକ୍ଷର ମକ୍ଷବଗ୍ଦଗ୍ଦ. ଊରଜ୍ଞକ୍ଟମକ୍ସବଗ୍ଧଗ୍ଦ ବକ୍ସର ମକ୍ଟଜ୍ଞଜ୍ଞସଗ୍ଧଗ୍ଧରୟ ଗ୍ଧକ୍ଟ ‘ଜ୍ଞବଳସଦ୍ଭଶ ସଗ୍ଧ ସଦ୍ଭ ଇଜ୍ଞରକ୍ସସମବ,’ ଙ୍ଗଷସକ୍ଷର ଜରକ୍ଟ୍ରଙ୍କଭକ୍ଷସମବଦ୍ଭଗ୍ଦ ବକ୍ସର ଗ୍ଦଗ୍ଧବଦ୍ଭୟସଦ୍ଭଶ ଙ୍ଗସଗ୍ଧଷ ମକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭଗ୍ଦ ଗ୍ଧଷବଗ୍ଧ ‘ଗ୍ଦଷସକ୍ଟ୍ର  ଇଜ୍ଞରକ୍ସସମବଦ୍ଭ ହକ୍ଟଭଗ୍ଦ କ୍ଟଙ୍ଖରକ୍ସଗ୍ଦରବଗ୍ଦ.’ (ଆମେ ଯେତେବେଳେ ଆମେରିକାରେ ତିଆରି କରୁ, ଆମେ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁ, ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରୁ ଏବଂ ବିଶ୍ୱ ଅର୍ଥନୀତିକୁ ନେତୃତ୍ୱ ଦେଉ । ଢଢଢ ଡେମୋକ୍ରାଟମାନେ ଦେଶକୁ ଆଗେଇ ନେବାରେ ଅବିରତ ଚେଷ୍ଟିତ ରହିବେ ଯାହା ମଧ୍ୟବିତ୍ତ ଶ୍ରେଣୀ ପାଇଁ ସମୃଦ୍ଧି ଆଣିଦେବ । ଡେମୋକ୍ରାଟମାନେ ପ୍ରତିଶ୍ରୁତିବଦ୍ଧ ‘ଆମେରିକାରେ ତିଆରି’ ପ୍ରତି, ଯେତେବେଳେ କି ରିପବ୍ଲିକାନମାନେ କର୍ପୋରେସନମାନଙ୍କ ସହ ମିଶି ଆମେରିକୀୟ ଚାକିରିକୁ ଆମେରିକା ବାହାରକୁ ପଠାଇ ଦେଉଛନ୍ତି ।)
କହିବା ବାହୁଲ୍ୟ ଯେ ଭାରତରେ ଥିବା କମ୍ପାନୀ-ବିଶେଷତଃ ଆଇ.ଟି କମ୍ପାନୀଗୁଡ଼ିକ ଯେଉଁମାନଙ୍କର ଆୟର ମୁଖ୍ୟଅଂଶ ସେମାନେ ଆମେରିକାସ୍ଥିତ କମ୍ପାନୀମାନଙ୍କର କାମ କରି ପାଇଥାନ୍ତି-ଓବାମା ସରକାରଙ୍କର ଏହିଭଳି ଉଦ୍ୟମକୁ ନାପସନ୍ଦ କରିଛନ୍ତି । ଏହା ବିଶ୍ୱୀକରଣର ପରିପନ୍ଥୀ ବୋଲି ଅଭିଯୋଗ କରୁଛନ୍ତି । ଆମେରିକାର କର୍ପୋରେଟ ମାନେ ମଧ୍ୟ ଏହିଭଳି ଉଦ୍ୟମର ତୀବ୍ର ସମାଲୋଚନା କରୁଛନ୍ତି । ଅର୍ଥାତ ଭାରତର କର୍ପୋରେଟ ଓ ଆମେରିକାର କର୍ପୋରେଟ ନିଜନିଜ ସ୍ୱାର୍ଥରେ ପରସ୍ପରର ସହଯୋଗୀ ହୋଇଛନ୍ତି ।
ଭାରତର କର୍ପୋରେଟ ଶସ୍ତାଶ୍ରମର ବେପାର କରୁଛି ଓ ପ୍ରଚୁର ଲାଭ କରୁଛି । ଆମେରିକାର କର୍ପୋରେଟ ଏହି ଶସ୍ତା ଶ୍ରମର ବ୍ୟବହାରରେ ତିଆରି ଜିନିଷର ବେପାର କରି ପ୍ରଚୁର ଲାଭକରୁଛି ।
କିନ୍ତୁ ଯେଉଁମାନେ ସ୍ୱଦେଶୀ, ସ୍ୱାବଲମ୍ବନଶୀଳତା ଇତ୍ୟାଦିର ଧାରଣାକୁ ସମ୍ମାନ ଦିଅନ୍ତି, ସେମାନେ ଓବାମାଙ୍କର ନିଜ ଦେଶର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଉଦ୍ୟମ କରିବାକୁ ଆଦୌ ନାପସନ୍ଦ କରିପାରିବେ ନାହିଁ ।
-ଶୁଦ୍ରକ

୧-୧୬  ନଭେମ୍ବର, ୨୦୧୦
ବିଜୁ ଜନତା ଦଳର ଜନ ସମ୍ପର୍କ ଯାତ୍ରା
ଅକ୍ଟୋବର ୨, ୨୦୧୦ । ଏହି ଦିନରୁ ବିଜୁ ଜନତା ଦଳ ଜନସମ୍ପର୍କ ଯାତ୍ରା ଆରମ୍ଭ କରିଛି-ଓଡ଼ିଶାର ବିଭିନ୍ନ ଅଞ୍ଚଳରେ । କେନ୍ଦ୍ରର ଓଡ଼ିଶା ରାଜ୍ୟ ପ୍ରତି ଅବହେଳା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟ ବୋଲି ଘୋଷି ହେଉଛନ୍ତି ଦଳର କର୍ମୀ ଓ ନେତାମାନେ । କିନ୍ତୁ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରିପାରୁଥିବା କିଛି ବୁଦ୍ଧିଜୀବୀ ଓ ସମାଜକର୍ମୀମାନେ ଦାବି କରନ୍ତି ଯେ ଏହି ଯାତ୍ରା ପ୍ରକୃତରେ ବେଦାନ୍ତ ଓ ପୋସ୍କୋ ସପକ୍ଷରେ ସଚେତନତା ସୃଷ୍ଟି କରିବା ପାଇଁ  ଯାତ୍ରା । ସେମାନଙ୍କର ଏତାଦୃଶ ଦାବି ସପକ୍ଷରେ ସେମାନେ ପେଶ୍ କରନ୍ତେ, ଏହାପୂର୍ବରୁ ବିଜୁ ଯୁବ ଜନତାଦଳ ତରଫରୁ ଆରମ୍ଭ ହୋଇଥିବା ଓଡ଼ିଶା ବଞ୍ଚାଅ (ଗ୍ଦବଙ୍ଖର ଙକ୍ସସଗ୍ଦଗ୍ଦବ) ଅଭିଯାନର ନଜିର- ଯାହା ବେଦାନ୍ତ କମ୍ପାନୀ ଅଧ୍ୟୁଷିତ ଲାଞ୍ଜିଗଡ଼ଠାରୁ ଆରମ୍ଭ କରି, ପୋଲାଭରମ ସୃଷ୍ଟ ଆଶଙ୍କାଗ୍ରସ୍ତ ମାଲକାନଗିରି ଦେଇ ପୋସ୍କୋର ଲୋଲୁପଦୃଷ୍ଟିରେ ଥିବା ଜଗତସିଂହପୁର ଅଞ୍ଚଳରେ ସମାପ୍ତ ହୋଇଥିଲା ।
କିନ୍ତୁ ଏହା ବିଜୁ ଜନତା ଦଳ ପ୍ରତି ଅନ୍ୟାୟ ହେବ କହିବା ଯେ କେନ୍ଦ୍ରର ଅବହେଳା ସମ୍ପର୍କରେ ଏହି ଦଳର ଉଚ୍ଚାରଣ ବେଦାନ୍ତ ଓ ପୋସ୍କୋ ପ୍ରତି କେନ୍ଦ୍ର ସରକାରଙ୍କର ନକାରାତ୍ମକ ନିଷ୍ପତ୍ତ ପରେ ପରେ ହିଁ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କର ଅବହେଳା ବିରୋଧରେ ଅଭିଯୋଗ ଏହା ପୂର୍ବରୁ ମୁଖ୍ୟ ବିଜୁ ଜନତା ଦଳ କରିଛି । ଅବଶ୍ୟ ଏହି ଅବହେଳାର ଅଭିଯୋଗ କେନ୍ଦ୍ରରେ ବିଜେପି ଦଳ ନେତୃତ୍ୱରେ ଚାଲିଥିବା ମେଣ୍ଟ ସରକାରଙ୍କ ବିରୁଦ୍ଧରେ ସ୍ୱାଭାବିକ ଉଠାଇ ନାହିଁ । ଏହା ଉଠାଇବା ଅର୍ଥ ନିଜ ବିରୋଧରେ ସ୍ୱର ଉଠାଇବା ହୋଇଥାନ୍ତା । ତେଣୁ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ଉପା ସରକାର ଆସିବା ପରେ ବିଜୁ ଜନତା ଦଳ ତରଫରୁ ଅବହେଳା ଅଭିଯୋଗ ଉଠିବା ବିଜୁ ଜନତା ଦଳର ରାଜନୈତିକ ଉଦେ୍ଧଶ୍ୟ ପ୍ରତି ଇଙ୍ଗିତ କରୁଛି ବୋଲି ମନ୍ତବ୍ୟ ସ୍ୱାଭାବିକ । ଏହି ଭଳି ଅଭିଯୋଗର ପ୍ରଭାବ କେନ୍ଦ୍ର ଉପରେ ଯାହା ହେଉନା କାହିଁକି – ରାଜ୍ୟରେ କଂଗ୍ରେସ ଦଳକୁ କାନ୍ଥ ଆଡ଼କୁ ଠେଲି ନେଉଛି ।
ତେବେ ଅବହେଳାର ଅଭିଯୋଗ ପଛରେ ଯେଉଁ ଉଦେ୍ଧଶ୍ୟ ଥାଉ ନା କାହିଁକି- ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ଯାତ୍ରାକୁ ଶୁଦ୍ରକ ସ୍ୱାଗତ କରୁଛି । ଏହା ଫଳରେ ନିର୍ବାଚନରେ ବିଜୟ ଲାଭ ପରେ, ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ପ୍ରାୟଃ ଅଦୃଶ୍ୟ ହୋଇଯାଇଥିବା ବିଧାୟକ, ସାଂସଦ, ମନ୍ତ୍ରୀ ସାଧାରଣ ଜନତାଙ୍କ ମଧ୍ୟରେ ଦୃଶ୍ୟମାନ ହେଲେ । ସାଧାରଣ ଜନତା ଏହି ଯାତ୍ରାର ସୁଯୋଗ ନେଇ ସେମାନଙ୍କ ଗହଣକୁ ଆସିଥିବା ବିଧାୟକ, ସାଂସଦ, ମନ୍ତ୍ରୀ ଓ ନେତାଙ୍କୁ ପ୍ରଶ୍ନ କରିବା ଉଚିତ ଯେ-
– କାହିଁକି ନବୀନବାବୁ କେନ୍ଦ୍ରରେ ଖଣିମନ୍ତ୍ରୀ ଥିବାବେଳେ, ଖଣିଜପଦାର୍ଥ ବାବଦ ରୟାଲଟିରେ ଓଡ଼ିଶାର ଅଂଶକୁ ବୃଦ୍ଧି କଲେନାହିଁ? – ଯାହା କେନ୍ଦ୍ର ଅବହେଳାର ଅକାଟ୍ୟ ପ୍ରମାଣ ବୋଲି ବିଜୁ ଜନତା ଦଳର ମାର୍ଗଦର୍ଶକ ଶ୍ରୀଯୁକ୍ତ ପ୍ୟାରୀମୋହନ ମହାପାତ୍ର ଅଭିଯୋଗ କରନ୍ତି? (ଦ୍ରଷ୍ଟବ୍ୟ: ଔବଦ୍ଭବ ଝବଜ୍ଞକ୍ଟ୍ରବକ୍ସଳ ଣବଗ୍ଧକ୍ସବ: ଚଚ୍ଚବକ୍ସସ ଗ୍ଧବଳରଗ୍ଦ ବ ୟସଶ ବଗ୍ଧ ମରଦ୍ଭଗ୍ଧକ୍ସର, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୧/୧୦/୨୦୧୦)
– କାହିଁକି ନିଶ୍ଚିତ ରୋଜଗାର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୦୯-୧୦ଆର୍ଥିକ ବର୍ଷରେ କେନ୍ଦ୍ରରୁ ଆସିଥିବା ୬୫୫କୋଟି ଟଙ୍କାରୁ ମାତ୍ର ୩୧୨କୋଟି ଟଙ୍କା ହିଁ ରାଜ୍ୟ ଖର୍ଚ୍ଚ କରିପାରିଲେ? (ଦ୍ରଷ୍ଟବ୍ୟ-ଝଗ୍ଧକ୍ଟକ୍ଟ୍ର ଭବଗ୍ଦଷସଦ୍ଭଶ ମରଦ୍ଭଗ୍ଧକ୍ସର ବଦ୍ଭୟ ଗ୍ଦଗ୍ଧବକ୍ସଗ୍ଧ ଷରକ୍ଷକ୍ଟ୍ରସଦ୍ଭଶ କ୍ଟ୍ରକ୍ଟକ୍ଟକ୍ସ, ଭଚ୍ଚ ଝବମଷସ ଝବଗ୍ଧକ୍ଟ୍ରବଗ୍ଧଷଚ୍ଚ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୩/୧୦/୨୦୧୦)
– କାହିଁକି ଏ ପର୍ଯ୍ୟନ୍ତ ସବୁ ସ୍କୁଲ ପିଲାଙ୍କୁ ପାଠ୍ୟପୁସ୍ତକ ମିଳିପାରି ନାହିଁ । (ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ ଚ୍ଚରଗ୍ଧ ଗ୍ଧକ୍ଟ ଶରଗ୍ଧ ଗ୍ଧରଙ୍ଘଗ୍ଧ ଭକ୍ଟକ୍ଟଳଗ୍ଦ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୧୧/୧୦/୨୦୧୦)
– କାହିଁକି ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ଶିକ୍ଷକ ସ୍ଥାନଗୁଡ଼ିକୁ ଖାଲି ରଖାଯାଉଛି?
– କାହିଁକି ଚାଷୀ ମୃତୁ୍ୟହାର ବଢ଼ିବାରେ ଲାଗିଛି?
– କାହିଁକି ଜଙ୍ଗଲ ଜମିଗୁଡ଼ିକୁ ଉଜାଡ଼ି ଦିଆଯାଉଛି?
– କାହିଁକି ରାଜ୍ୟରେ ସ୍ୱାସ୍ଥ୍ୟସେବାର ଘଟିଛି ବିପର୍ଯ୍ୟୟ? ରାୟଗଡ଼ା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ଲୋକଙ୍କ କଲେରାରେ ମୃତୁ୍ୟବରଣ କାହାର ଅବହେଳାରୁ?
– କେବିବେ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସାହାଯ୍ୟ ଶତ ପ୍ରତିଶତ ମିଳୁଥିବାବେଳେ ଏହି ଜିଲ୍ଲାଗୁଡ଼ିକରେ ସାଧାରଣ ଲୋକ କାହିଁକି ଏତେ ଅବହେଳିତ? ଇତ୍ୟାଦି ।
ଶୁଦ୍ରକର ବିଶ୍ୱାସ ଯେ ଏଭଳି ପ୍ରଶ୍ନଗୁଡ଼ିକର ଶରବ୍ୟ ହେଲେ ଜନସମ୍ପର୍କ ଯାତ୍ରା ନିଶ୍ଚୟ ଧିମେଇଯିବ- ଯଦି କେନ୍ଦ୍ରର ଅବହେଳାଜନିତ କ୍ରୋଧରେ ଯାତ୍ରୀମାନେ ଆବିଷ୍ଟ ନ ହୋଇଥାନ୍ତି । ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼ମାରିବା, ହସପିଟାଲରେ ଭଙ୍ଗାରୁଜା କରିବା ଯେତେବେଳେ ସାଧାରଣ ଦୃଶ୍ୟ ହୋଇଗଲାଣି- ସେତେବେଳେ କେନ୍ଦ୍ରର ଅବହେଳା ଦ୍ୱାରା ଜର୍ଜରିତ ବିଜୁ ଜନତା ଦଳର କର୍ମୀମାନେ ଏତାଦୃଶ କ୍ରୋଧରେ ଆବିଷ୍ଟ ହୋଇପଡ଼ିବା ଅସ୍ୱାଭାବିକ ନୁହେଁ । ତେବେ ଏହି ଯାତ୍ରୀମାନେ ସେମାନଙ୍କର ଯାତ୍ରାକାଳରେ ସେଭଳି କୌଣସି ଅଭାବନୀୟ ଅଚରଣ ଦେଖାଇ ନାହାନ୍ତି- ତାହା ସେମାନଙ୍କର ଶୃଙ୍ଖଳା ପ୍ରତି ସମ୍ମାନ ବୋଲି ସ୍ୱୀକାର କରିବାକୁ ହେବ, ଯାହାର ଶ୍ରେୟ ମୁକ୍ତକଣ୍ଠରେ ଦଳର ନେତୃତ୍ୱକୁ ଦିଆଯାଇପାରେ ।
ଏହି ଜନସମ୍ପର୍କ ଯାତ୍ରା ବିଜୁ ଜନତା ଦଳର ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କର ଦୃଷ୍ଟିକୋଣକୁ ବଦଳାଇ ଦେଲା କି?- ଏହିଭଳି ପ୍ରଶ୍ନ ଶୁଦ୍ରକର ମନରେ ଉଦ୍ରେକ ହୋଇଛି- ଯେେତବେଳେ ସେ ଦେଖିଛି ଧରିତ୍ରୀରେ ପ୍ରକାଶିତ ଏକ ଶିରୋନାମା, ‘ଆମେ ଶିଳ୍ପାୟନର ନକାରାତ୍ମକ ପ୍ରଭାବ ଭୋଗୁଛୁ: ପ୍ୟାରୀ’ (ଧରିତ୍ରୀ: ୧୨/୧୦/୨୦୧୦) । ତାଙ୍କ ମତରେ, ‘କର୍ପୋରେଟ ସୋସିଆଲ ରେସପନ୍ସିବିଲିଟିର ଅର୍ଥ କୂଅ, ପୋଖରୀ କି ହସପିଟାଲଟିଏ କରିଦେବା ନୁହେଁ, ପ୍ରଥମ କଥା ହେଲା ନିଯୁକ୍ତି ସୃଷ୍ଟି । ଏହା ସାଙ୍ଗକୁ ଏନସିଲାରି ଓ ଡାଉନ୍ଷ୍ଟ୍ରିମ ଶିଳ୍ପପୁଞ୍ଜ ଗଠନ କରିବା ଦାୟିତ୍ୱ ଶିଳ୍ପସଂସ୍ଥା ଗୁଡ଼ିକର । ଏ ଗୁଡ଼ିକର ଅଭାବରୁ ଆମେ ଶିଳ୍ପର ନକାରାତ୍ମକ ପ୍ରଭାବ ଭୋଗୁଛୁ ।’ କିନ୍ତୁ ବର୍ତ୍ତମାନ ପୁଞ୍ଜି ସଘନ ଓ ସର୍ବାଧିକ ମୁନାଫାକୈନ୍ଦ୍ରିକ ଶିଳ୍ପାୟନରେ ସକାରାତ୍ମକ ପ୍ରଭାବ ଆଉ ସମ୍ଭବ କି? ଏହି ଉତ୍ତର ଆମେ ଏକଦା ବାମପନ୍ଥୀଦର୍ଶନରେ ବିଶ୍ୱାସୀ ପ୍ୟାରୀବାବୁଙ୍କଠାରୁ ନିଶ୍ଚୟ ଆଶା କରିବୁ ।   – ଶୁଦ୍ରକ
ପୁନଶ୍ଚ ଦୁର୍ନୀତି ପ୍ରସଙ୍ଗ
ସମାଜରେ ଦୁର୍ନୀତି ଏତେ ବ୍ୟାପକ ଓ ଦେହଘଷା ହୋଇଗଲାଣି ଯେ ଏହାଉପରେ ଲେଖିବା ପାଇଁ ଲେଖନୀ ମଧ୍ୟ କୁନ୍ଥେଇଲାଣି । ତଥାପି ଗୋଟିଏ ଦିନ ସମ୍ବାଦପତ୍ରରେ ଦୁଇଟି ସମ୍ବାଦ ଏହି ପ୍ରସଙ୍ଗରେ ଦେଖିଲା ପରେ-ମନରେ ଉଠିଥିବା ପ୍ରତିକ୍ରିୟାକୁ ଲିପିବଦ୍ଧ କରିବାପାଇଁ ଆଗ୍ରହ ଆସିଲା । ଗୋଟିଏ ସମ୍ବାଦ ହେଉଛି ଆମର ମହାମହିମ ଦ୍ୱାଦଶ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ଦ୍ୱାରା କିଟ୍ (କଓଓଞ) ଓ କିସ୍ (କଓଝଝ)ଠାରେ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ । (ଦ୍ରଷ୍ଟବ୍ୟ: ଠଚ ଭକ୍ସସରଲଗ୍ଦ ଗ୍ଦଗ୍ଧଙ୍କୟରଦ୍ଭଗ୍ଧଗ୍ଦ ବଶବସଦ୍ଭଗ୍ଦଗ୍ଧ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ, ଙକ୍ସସଗ୍ଦଗ୍ଦବ ଚକ୍ଷଙ୍କଗ୍ଦ, ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୩/୧୦/୨୦୧୦),ଦ୍ୱିତୀୟଟି ହେଉଛି କର୍ଣ୍ଣାଟକର ଲୋକଆୟୁକ୍ତ  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ନିକଟ ଅତୀତରେ କର୍ଣ୍ଣାଟକ ସରକାରଙ୍କର ବିରୋଧରେ ପ୍ରତିକ୍ରିୟା କରି ଇସ୍ତଫା ଦେଇ ବିତର୍କ ସୃଷ୍ଟି କରିଥିବା ମାନ୍ୟବର ସନ୍ତୋଷ ହେଗଡ଼େଙ୍କ ସହ ଏକ ସାକ୍ଷାତକାର । (ଦ୍ରଷ୍ଟବ୍ୟ: ଉକ୍ସଙ୍କଗ୍ଦବୟରକ୍ସ ଲକ୍ଟକ୍ସ ବ ଙ୍ଖବକ୍ଷଙ୍କର -ଭବଗ୍ଦରୟ ଗ୍ଦକ୍ଟମସରଗ୍ଧଚ୍ଚ, ତରସଗ୍ଧଶରସଗ୍ଦଗ୍ଧ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୩/୧୦/୨୦୧୦)
ଅବଶ୍ୟ ହମିଦ ଅନସାରୀ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେଇଥିବା ଦୀକ୍ଷାନ୍ତ ଭାଷଣରେ ଦୁର୍ନୀତି ବିରୋଧରେ କୌଣସି ଆହ୍ୱାନ ଉପସ୍ଥିତ ଯୁବକଯୁବତୀଙ୍କୁ ଦେଇନଥିଲେ । ସେ କୃଷିରୁ ପୁଞ୍ଜି ହ୍ରାସ ଶୁଭଙ୍କର ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୨/୧୦/୨୦୧୦)
କାହିଁକି କିଟ୍ ଓ କିସ୍ରେ ହମିଦ ଅନସାରୀ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉସୁକାଇଲେ ଅଥଚ କୃଷିବିଶ୍ୱବିଦ୍ୟାଳୟର ଡିଗ୍ରୀ ଗ୍ରହଣ କରିବାକୁ ଆସିଥିବା ଯୁବକଯୁବତୀ-ଯେଉଁମାନେ ଏହି ଡିଗ୍ରୀନେଇ ବିଭିନ୍ନ ବୃତ୍ତରେ ପଶିବେ-ତାଙ୍କୁ ଦୁର୍ନୀତି ବିରୋଧରେ କିଛି କହିଲେ ନାହିଁ- ତାହା କିଛି ଚୋପାଛଡ଼ା ବୁଦ୍ଧିଜୀବୀଙ୍କୁ ବିବ୍ରତ କରିବା ଅସ୍ୱାଭାବିକ ନୁହେଁ ।
ଦିଲ୍ଲୀରେ ଥାଇ, ସଦ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ପୃଷ୍ଠଭୂମିରେ ଦୁର୍ନୀତିର ଅଭିଯୋଗ ଶୁଣି ଶୁଣି, ରାଜ୍ୟସଭାର ଅଧ୍ୟକ୍ଷଭାବେ ସଭ୍ୟମାନଙ୍କର ପୃଷ୍ଠଭୂମି ବିଷୟରେ ଜାଣି ଜାଣି, ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଦୁର୍ନୀତି ନିରୋଧ ବିଭାଗର ରାଷ୍ଟ୍ରମୁଖ୍ୟ ଭାବେ ଦେଖି ଦେଖି, ହମିଦ ଅନସାରୀ ମହୋଦୟ ଅନ୍ୟନ୍ୟୋପାୟ ହୋଇ ବୋଧେ ଯୁବକଯୁବତୀଙ୍କୁ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଛନ୍ତି । ସନ୍ତୋଷ ହେଗଡ଼େଙ୍କର ଧାରଣା ହମିଦ ଅନସାରୀଙ୍କର ଆହ୍ୱାନ ସପକ୍ଷରେ ଯାଏ ଯେତେବେଳେ ହେଗଡ଼େ ମହାଶୟ କୁହନ୍ତି, ‘କେବଳ ଯେତେବେଳେ ଛାତ୍ରଛାତ୍ରୀମାନେ ଏକ ମୂଲ୍ୟବୋଧଭିତ୍ତକ ସମାଜର ଗୁରୁତ୍ୱ ଉପଲବ୍ଧ କରିବେ- ସେତେବେଳେ ଯାଇ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସୁନ୍ଦର ଭବିଷ୍ୟତ ସମ୍ଭବ ହେବ ।’ (କ୍ଟଦ୍ଭକ୍ଷଚ୍ଚ ଙ୍ଗଷରଦ୍ଭ ଗ୍ଦଗ୍ଧଙ୍କୟରଦ୍ଭଗ୍ଧଗ୍ଦ କ୍ସରବକ୍ଷସଗ୍ଦର ଗ୍ଧଷର ସଜ୍ଞକ୍ଟ୍ରକ୍ଟକ୍ସଗ୍ଧବଦ୍ଭମର କ୍ଟଲ ବ ଙ୍ଖବକ୍ଷଙ୍କର ଭବଗ୍ଦରୟ ଗ୍ଦକ୍ଟମସରଗ୍ଧଚ୍ଚ, ମବଦ୍ଭ ଙ୍ଗର ରଦ୍ଭଙ୍ଖସଗ୍ଦସକ୍ଟଦ୍ଭ ବ ଭରଗ୍ଧଗ୍ଧରକ୍ସ ଲଙ୍କଗ୍ଧଙ୍କକ୍ସର ଲକ୍ଟକ୍ସ ଗ୍ଧଷର ଗ୍ଦଗ୍ଧବଗ୍ଧର ବଦ୍ଭୟ ଲକ୍ଟକ୍ସ ଗ୍ଧଷର ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ) । କିନ୍ତୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନଙ୍କ ସହ କିପରି ବ୍ୟବହାର କରାଯିବ? ହେଗଡ଼େ ମହାଶୟଙ୍କର ପରାମର୍ଶ ହେଉଛି ‘ଦୁର୍ନୀତିଗ୍ରସ୍ତଙ୍କୁ ବାସନ୍ଦ କର । ଏହାର ପ୍ରଭାବ ପଡ଼ିବ ।’ (ୠବଜ୍ଞସକ୍ଷସରଗ୍ଦ କ୍ଟକ୍ସ ଗ୍ଦଜ୍ଞବକ୍ଷକ୍ଷ ଙ୍କକ୍ସଭବଦ୍ଭ ମକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଧସରଗ୍ଦ ଗ୍ଦଷକ୍ଟଙ୍କକ୍ଷୟ ଗ୍ଦଗ୍ଧକ୍ଟକ୍ଟ୍ର ସଦ୍ଭଗ୍ଧରକ୍ସବମଗ୍ଧସଦ୍ଭଶ ଙ୍ଗସଗ୍ଧଷ କ୍ଟ୍ରରକ୍ଟକ୍ଟ୍ରକ୍ଷର ଙ୍ଗଷକ୍ଟ ବକ୍ସର ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧ. ଞଷସଗ୍ଦ ଙ୍ଗସକ୍ଷକ୍ଷ ଷବଙ୍ଖର ରଲଲରମଗ୍ଧ.) । ଏହି ଉକ୍ତିର ଅନୁସିଦ୍ଧାନ୍ତ (ମକ୍ଟକ୍ସକ୍ଟକ୍ଷକ୍ଷବକ୍ସଚ୍ଚ) ହେଉଛି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ସହ ଏକମଞ୍ଚସ୍ଥ ହୋଇ ଦୁର୍ନୀତି ବିରୋଧରେ ଆହ୍ୱାନ ପ୍ରଭାବବିହୀନ ହିଁ ହେବ ।
କିନ୍ତୁ ସନ୍ତୋଷ ହେଗଡ଼େଙ୍କର ଅଭିଜ୍ଞତାକୁ ବିଚାର କରାଯାଏ ଯେ ତାଙ୍କ ପିଲାବେଳେ ହାତଗଣତି ଦୁର୍ନୀତିଗ୍ରସ୍ତ ଲୋକଥିଲେ, ଏବେ ହାତଗଣତି ସଚ୍ଚୋଟ ଲୋକ ଅଛନ୍ତି – (ଡଷରଦ୍ଭ ଓ ଙ୍ଗବଗ୍ଦ ଚ୍ଚକ୍ଟଙ୍କଦ୍ଭଶରକ୍ସ, ସଗ୍ଧ ହଙ୍କଗ୍ଦଗ୍ଧ ଗ୍ଧକ୍ଟକ୍ଟଳ ଲସଙ୍ଖର ଲସଦ୍ଭଶରକ୍ସଗ୍ଦ ଗ୍ଧକ୍ଟ ମକ୍ଟଙ୍କଦ୍ଭଗ୍ଧ ଗ୍ଧଷର ଦ୍ଭଙ୍କଜ୍ଞଭରକ୍ସ କ୍ଟଲ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧ କ୍ଟଲଲସମସବକ୍ଷଗ୍ଦ ସଦ୍ଭ ଗ୍ଧଷର ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ, ଭଙ୍କଗ୍ଧ ଦ୍ଭକ୍ଟଙ୍ଗ ଓ ଦ୍ଭରରୟ ଗ୍ଦବଜ୍ଞର ଲସଙ୍ଖର ଲସଦ୍ଭଶରକ୍ସଗ୍ଦ ଗ୍ଧକ୍ଟ ମକ୍ଟଙ୍କଦ୍ଭଗ୍ଧ ଗ୍ଧଷର ଷକ୍ଟଦ୍ଭରଗ୍ଦଗ୍ଧ କ୍ଟଦ୍ଭରଗ୍ଦ). ତା’ହେଲେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେବାପାଇଁ ସଚ୍ଚୋଟ ମଞ୍ଚଟିଏ ପାଇବା ନିଶ୍ଚିତ ବିରଳ ।
ତେଣୁ ସଚ୍ଚୋଟ ବ୍ୟକ୍ତିମାନେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେବାର ବ୍ୟାକୁଳତାରେ ଆବିଷ୍ଟ ହୋଇ କେଉଁପ୍ରକାର ମଞ୍ଚରୁ ଆହ୍ୱାନ ଦେଉଛନ୍ତି, ମଞ୍ଚର ପ୍ରାୟୋଜକ କିଏ, ମଞ୍ଚ ପ୍ରସ୍ତୁତିର ଆର୍ଥିକ ଉତ୍ସ୍ୱ କ’ଣ- ଏସୁବୁକୁ ଯଦି ଆହ୍ୱାନ ଦେବାପୂର୍ବରୁ ଯାଞ୍ଚ ନକରନ୍ତି ତା’ହେଲେ ଆହ୍ୱାନ ଯେତେ ଆନ୍ତରିକ ଓ ବ୍ୟାକୁଳ ହେଲେ ମଧ୍ୟ ତାହାର ପ୍ରଭାବ କୌଣସି ରହିବ ନାହିଁ – ବରଂ ଆହ୍ୱାନ ଦେଉଥିବା ବ୍ୟକ୍ତିର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଠିଆ ହୋଇଯିବ ।
ହେଗଡ଼େ ମହାଶୟ ଦୁର୍ନୀତି ପଛରେ କାରଣ ଭାବେ ଲୋଭ(ଶକ୍ସରରୟ)କୁ ହିଁ ଚିହ୍ନଟ କରିଛନ୍ତି । ଲୋଭ ହିଁ ଦୁର୍ନୀତି କରିବାକୁ ପ୍ରବର୍ତ୍ତାଇଥାଏ । (ଏକ୍ସରରୟ ସଗ୍ଦ ଗ୍ଧଷର କ୍ଟଦ୍ଭର ଲବମଗ୍ଧକ୍ଟକ୍ସ ଗ୍ଧଷବଗ୍ଧ କ୍ଟ୍ରକ୍ସକ୍ଟଙ୍ଖସୟରଗ୍ଦ ଜ୍ଞବଙ୍ଘସଜ୍ଞଙ୍କଜ୍ଞ ସଜ୍ଞକ୍ଟ୍ରରଗ୍ଧଙ୍କଗ୍ଦ) । ଉପଭୋକ୍ତାବାଦ ହେଉଛି ଲୋଭବର୍ଦ୍ଧକ । ଆମର ବର୍ତ୍ତମାନର ସମାଜ ଓ ତା’ର ଅର୍ଥନୀତି ଉପଭୋକ୍ତାବାଦକୁ ହିଁ ପ୍ରୋତ୍ସାହିତ କରେ । ଆମର ସମୁଦାୟ ଶିକ୍ଷାବ୍ୟବସ୍ଥା, ବିଶେଷତଃ ବୈଷୟିକ ଶିକ୍ଷାର ଅସ୍ତିତ୍ୱ ଏହି ଉପଭୋକ୍ତାବାଦ ସଂସ୍କୃତିର ବ୍ୟାପକତା ଉପରେ ହିଁ ପୁଷ୍ଟ ହୋଇଥାଏ । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟକରି ଘରୋଇ ବୈଷୟିକ ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଦୁର୍ନୀତି ବିରୋଧରେ ଆହ୍ୱାନ କେତେଦୂର ପ୍ରଭାବୀ ହେବ- ତା’ ନେଇ ଶୁଦ୍ରକ ମନରେ ବେଶ୍ ସନେ୍ଦହ । – ଶୁଦ୍ରକ

୧୬-୩୦  ନଭେମ୍ବର, ୨୦୧୦
କାଶ୍ମୀର ପ୍ରସଙ୍ଗ
ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ କି ନୁହେଁ- ଏହାକୁ ନେଇ ନିକଟ ଅତୀତରେ ହୋଇଥିବା ଓ ହେଉଥିବା ବିତର୍କ ଗଣମାଧ୍ୟମକୁ ବେଶ୍ ଆଚ୍ଛାଦିତ କରି ରଖିଛି । ଯେଉଁମାନେ ଏହାକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ ବୋଲି କହୁଛନ୍ତି ତାଙ୍କ ବିରୁଦ୍ଧରେ ଅଭିଯୋଗ ଯେ ସେମାନେ ଭାରତଠାରୁ ବିଚ୍ଛିନ୍ନ ହେବାପାଇଁ ଦାବି କରୁଥିବା ଶକ୍ତିଗୁଡ଼ିକୁ ସୁଦୃଢ଼ କରୁଛନ୍ତି । କେହିକେହି ଏହିଭଳି ବକ୍ତବ୍ୟ ଦେଶଦ୍ରୋହ ବୋଲି କହି-ମକଦ୍ଧମା ଦାଏର ପାଇଁ ମଧ୍ୟ ଉଦ୍ୟତ ହେଲେଣି । କିନ୍ତୁ ଜାମ୍ମୁ-କାଶ୍ମୀର ଯେ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ଭଳି ନୁହେଁ, ହା ଏକ ନିର୍ବିବାଦ୍ୟ ତଥ୍ୟ । ଏହାର ନିଜସ୍ୱ ପତାକା ଅଛି । ଏହାର ନିଜସ୍ୱ ସମ୍ବିଧାନ ଅଛି-ଯେଉଁଥିରେ ଅବଶ୍ୟ ଘୋଷଣା କରାଯାଇଛି ଯେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । (‘ଡର ଗ୍ଧଷର କ୍ଟ୍ରରକ୍ଟକ୍ଟ୍ରକ୍ଷର କ୍ଟଲ ଗ୍ଧଷର ଗ୍ଦଗ୍ଧବଗ୍ଧର କ୍ଟଲ ଔବଜ୍ଞଜ୍ଞଙ୍କ ବଦ୍ଭୟ କବଗ୍ଦଷଜ୍ଞସକ୍ସ ଷବଙ୍ଖସଦ୍ଭଶ ଗ୍ଦକ୍ଟକ୍ଷରଜ୍ଞଦ୍ଭକ୍ଷଚ୍ଚ କ୍ସରଗ୍ଦକ୍ଟକ୍ଷଙ୍ଖରୟ ସଦ୍ଭ କ୍ଟ୍ରଙ୍କକ୍ସଗ୍ଦଙ୍କବଦ୍ଭମର କ୍ଟଲ ବମମରଗ୍ଦଗ୍ଦସକ୍ଟଦ୍ଭ କ୍ଟଲ ଗ୍ଧଷସଗ୍ଦ ଗ୍ଦଗ୍ଧବଗ୍ଧର ଗ୍ଧକ୍ଟ ଓଦ୍ଭୟସବ ଙ୍ଗଷସମଷ ଗ୍ଧକ୍ଟକ୍ଟଳ କ୍ଟ୍ରକ୍ଷବମର କ୍ଟଦ୍ଭ ଗ୍ଧଙ୍ଗରଦ୍ଭଗ୍ଧଚ୍ଚ-ଗ୍ଦସଙ୍ଘଗ୍ଧଷ ୟବଚ୍ଚ କ୍ଟଲ ଙମଗ୍ଧକ୍ଟଭରକ୍ସ ୧୯୪୭, ଗ୍ଧକ୍ଟ ଲଙ୍କକ୍ସଗ୍ଧଷରକ୍ସ ୟରଲସଦ୍ଭର ଗ୍ଧଷର ରଙ୍ଘସଗ୍ଦଗ୍ଧସଦ୍ଭଶ କ୍ସରକ୍ଷବଗ୍ଧସକ୍ଟଦ୍ଭଗ୍ଦଷସକ୍ଟ୍ର କ୍ଟଲ ଗ୍ଧଷର ଗ୍ଦଗ୍ଧବଗ୍ଧର ଙ୍ଗସଗ୍ଧଷ ଗ୍ଧଷର ଟଦ୍ଭସକ୍ଟଦ୍ଭ କ୍ଟଲ ଓଦ୍ଭୟସବ ବଗ୍ଦ ବଦ୍ଭ ସଦ୍ଭଗ୍ଧରଶକ୍ସବକ୍ଷ କ୍ଟ୍ରବକ୍ସଗ୍ଧ, ଗ୍ଧଷରକ୍ସର କ୍ଟଲ, ବଦ୍ଭୟ ଗ୍ଧକ୍ଟ ଗ୍ଦରମଙ୍କକ୍ସର କ୍ଟଙ୍କକ୍ସଗ୍ଦରକ୍ଷଙ୍ଖରଗ୍ଦ ହଙ୍କଗ୍ଦଗ୍ଧସମର, କ୍ଷସଭରକ୍ସଗ୍ଧଚ୍ଚ ବଦ୍ଭୟ ଲକ୍ସବଗ୍ଧରକ୍ସଦ୍ଭସଗ୍ଧଚ୍ଚ ସଦ୍ଭ କ୍ଟଙ୍କକ୍ସ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କରଦ୍ଭଗ୍ଧ ବଗ୍ଦଗ୍ଦରଜ୍ଞଭକ୍ଷଚ୍ଚ ଗ୍ଧଷସଗ୍ଦ ଗ୍ଦରଙ୍ଖରଦ୍ଭଗ୍ଧରରଦ୍ଭଗ୍ଧଷ ୟବଚ୍ଚ କ୍ଟଲ ଘକ୍ଟଙ୍ଖରଜ୍ଞଭରକ୍ସ ୧୯୫୬ ୟକ୍ଟ ଷରକ୍ସରଭଚ୍ଚ ରଦ୍ଭବମଗ୍ଧ ବଦ୍ଭୟ ଶସଙ୍ଖର ଗ୍ଧକ୍ଟ କ୍ଟଙ୍କକ୍ସଗ୍ଦରକ୍ଷଙ୍ଖରଗ୍ଦ ଗ୍ଧଷସଗ୍ଦ ମକ୍ଟଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ’) ଜାମ୍ମୁ ଓ କାଶ୍ମୀରକୁ ଏହିଭଳି ସ୍ୱତନ୍ତ୍ର ସ୍ଥାନ ଦିଆଯିବା ଭାରତୀୟ ସମ୍ବିଧାନର ଧାରା ୩୭୦ସମ୍ମତ । ଏହି ରାଜ୍ୟପାଇଁ ଆଇନକରିବା କ୍ଷେତ୍ରରେ ଭାରତୀୟ ସଂସଦର କ୍ଷମତା ମଧ୍ୟ ସୀମିତ । ଅବଶ୍ୟ ଭାରତ ସରକାରଙ୍କର ତଦାରଖରେ ଅନ୍ୟାନ୍ୟ ରାଜ୍ୟରେ ହେଉଥିବା ନିର୍ବାଚନ ଭଳି ଏହି ରାଜ୍ୟରେ ମଧ୍ୟ ନିର୍ବାଚନ ହୋଇଥାଏ-ଯେଉଁଥିରେ ଆଞ୍ଚଳିକ ଦଳ ବ୍ୟତୀତ ସର୍ବଭାରତୀୟ ଦଳଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରନ୍ତି । ସର୍ବଭାରତୀୟ ଦଳ ସରକାର ଗଢ଼ିବାର ମଧ୍ୟ ଦୃଷ୍ଟାନ୍ତ ରହିଛି । ଡିସେମ୍ବର ୨୦୦୮ନିର୍ବାଚନରେ ଶତକଡ଼ା ୬୦ଭାଗ ଭୋଟଦାତା ଅଂଶଗ୍ରହଣ କରିଥିଲେ ଯଦିଓ ଏହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କର ଥିଲା ଆହ୍ୱାନ । ସ୍ଥାନୀୟ ଓ ଜାତୀୟ ଦଳ ମିଶି ପ୍ରାୟଃ ୪୩ଟି ଦଳ ପକ୍ଷରୁ ୧୩୫୪ପ୍ରାର୍ଥୀ ଏହି ନିର୍ବାଚନରେ ଠିଆ ହୋଇଥିଲେ । ପୂର୍ବ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ ଶତକଡ଼ା ୧୭ପ୍ରତିଶତ ଅଧିକ ଭୋଟଦାତା ଅଂଶଗ୍ରହଣ କରିଥିଲେ । ଏହି ପରିସଂଖ୍ୟାନ ଦର୍ଶାଉଛି ଯେ ଜାମ୍ମୁ କାଶ୍ମୀରର ସଂଖ୍ୟାଗରିଷ୍ଠ ନାଗରିକ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଉଛନ୍ତି ଓ ଏହି ଅଂଶଗ୍ରହଣ ବୃଦ୍ଧିପାଉଛି । ନିର୍ବାଚନରେ ଅଂଶଗ୍ରହଣକୁ କେନ୍ଦ୍ରକରି ବିଚ୍ଛିନ୍ନତାବାଦୀ ସଙ୍ଗଠନ ଗୁଡ଼ିକରେ ବିଭେଦ ସୃଷ୍ଟିହୋଇଛି । ଅଲ ପାର୍ଟି ହୁରିଆତ କନଫରେନ୍ସ(ଇକ୍ଷକ୍ଷ କ୍ଟ୍ରବକ୍ସଗ୍ଧଚ୍ଚ ଐଙ୍କକ୍ସକ୍ସସଚ୍ଚବଗ୍ଧ ଉକ୍ଟଦ୍ଭଲରକ୍ସରଦ୍ଭମର)ର କେତେକ ଭାଗୁଆଳୀ ଦଳ ନିର୍ବାଚନରେ ଅଂଶଗ୍ରହଣ କରିବା ଯୋଗୁଁ ଏହି କନଫରେନ୍ସ ୨୦୦୨ ନିର୍ବାଚନ ପରେ ବିଭାଜିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୟେଦ ଅଲ୍ଲି ସାହ ଗିଲାନୀ ଗୋଟିଏ ଗୋଷ୍ଠୀର ନେତୃତ୍ୱ ନେଉଥିବାବେଳେ ଅନ୍ୟଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ମିରୱାଜ୍ ଉମେର ଫାରୁକ ।
ଏହା ମଧ୍ୟ ଏକ ଐତିହାସିକ ସତ୍ୟ ଯେ ଯେଉଁ ଭାରତବର୍ଷକୁ ବ୍ରିଟିଶ ଶାସକ ଭାରତର ଶାସକବର୍ଗଙ୍କୁ ହସ୍ତାନ୍ତର କଲେ-ସେ ଭାରତବର୍ଷରେ ଜାମ୍ମୁ-କାଶ୍ମୀର ନଥିଲା । କେବଳ ଜାମ୍ମୁକାଶ୍ମୀର କାହିଁକି-ଜାମ୍ମୁକାଶ୍ମୀର ଭଳି କୌଣସି ରାଜାଶାସିତ ଅଞ୍ଚଳ(କ୍ଟ୍ରକ୍ସସଦ୍ଭମରକ୍ଷଚ୍ଚ ଗ୍ଦଗ୍ଧବଗ୍ଧର) ବା ଦେଶଜ ରାଜ୍ୟ ଭାରତବର୍ଷର ଅଂଶ ନଥିଲା । ଓଡ଼ିଶାର ଗଡ଼ଜାତଗୁଡ଼ିକ ଏହାର ଅଂଶ ନଥିଲେ । ଭାରତ ସ୍ୱାଧୀନହେବା ପରେ, ଏହି ଦେଶଜ ରାଜ୍ୟଗୁଡ଼ିକୁ ଭାରତୀୟ ସଂଘରେ ମିଶାଇବାର ଉଦ୍ୟମ ଆରମ୍ଭ ହେଲା । ଯଦି ରାଜାଶାସିତ ରାଜ୍ୟଗୁଡ଼ିକର -ଭାରତବର୍ଷ ସହ ମିଶିବାର ତାରିଖକୁ କ୍ରମରେ ସଜାଇ ଦିଆଯାଏ, ତା’ହେଲେ ଜାମ୍ମୁକାଶ୍ମୀର ଭାରତବର୍ଷରେ ମିଶିବା ପରେ ଅନେକ ଦେଶଜ ରାଜ୍ୟ ମିଶିଛନ୍ତି ବୋଲି ତଥ୍ୟମିଳିବ । ଜାମ୍ମୁକାଶ୍ମୀର ଭାରତ ସ୍ୱାଧୀନ ହେବାର ଅଢ଼େଇମାସ ଭିତରେ ୨୬ଅକ୍ଟୋବର ୧୯୪୭ଦିନ ଭାରତ ସହ ମିଶିଲା । ଆମ -ଓଡ଼ିଶାର ଗଡ଼ଜାତ ମାନେ ତ ମିଶିଲେ ୧୫ଡିସେମ୍ବର ୧୯୪୭ରେ । ମୟୂରଭଞ୍ଜ ମିଶିଲା ଜାନୁଆରୀ ପହିଲା ୧୯୪୯ରେ । ଉପରୋକ୍ତ ଐତିହାସିକ ତଥ୍ୟକୁ ଭିତ୍ତକରି ଯଦି କେହି ଜାମ୍ମୁ-କାଶ୍ମୀର ଭାରତର ଅଂଶବିଶେଷ ନଥିଲା ବୋଲି କହି ସ୍ୱାଧୀନ ଜାମ୍ମୁ-କାଶ୍ମୀର ସପକ୍ଷରେ ଯୁକ୍ତି ବାଢ଼ୁଥାଏ-ତା’ହେଲେ ଏହାକୁ ଏକ ଯଥାର୍ଥ ଯୁକ୍ତି ବୋଲି କୁହାଯାଇପାରିବ ନାହିଁ । ଏହା ଅବଶ୍ୟ ଠିକ୍ ଯେ ଅନ୍ୟ ଦେଶଜ ରାଜ୍ୟଗୁଡ଼ିକର ଭାରତୀୟ ସଂଘରେ ସମ୍ମିଶ୍ରଣ ବିତର୍କିତ ହୋଇନଥିବା ବେଳେ-ଏହି ସୀମାନ୍ତ ରାଜ୍ୟର ସମ୍ମିଶ୍ରଣ ପ୍ରଥମରୁ ହିଁ ବିତର୍କିତ ହୋଇପଡ଼ିଛି । ଅପରପକ୍ଷରେ ଭାରତ ତରଫରୁ ସମ୍ବିଧାନର ଧାରା ୩୭୦ଜରିଆରେ ଜାମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଥିଲେ ମଧ୍ୟ ସେଠାରେ ପାକିସ୍ଥାନ ସହ ମିଶିବା ବା ସ୍ୱାଧୀନତା ପାଇଁ ଦାବି କରୁଥିବା ଗୋଷ୍ଠୀ ମାନଙ୍କର ସ୍ୱର ଥମିନାହିଁ । ବରଂ ୧୯୮୯ପରଠାରେ ଏହା ଉଗ୍ର ହୋଇଛି-ଯଦିଓ ଜମାଇତି-ଉଲମା-ଇ-ହିନ୍ଦ୍ ଘୋଷଣା କରିଛି ଯେ ଜାମ୍ମୁ-କାଶ୍ମୀରର ଭବିଷ୍ୟତ ଭାରତ ସହିତ ଜଡ଼ିତ-କାରଣ କାଶ୍ମୀର ଅଧିବାସୀଙ୍କର ସ୍ୱାର୍ଥ ଭାରତୀୟ ମୁସଲମାନଙ୍କ ସ୍ୱାର୍ଥଠାରୁ ଭିନ୍ନନୁହେଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁଓକାଶ୍ମୀରର କାଶ୍ମୀର ଖଣ୍ଡରେ ସମୁଦାୟ ରାଜ୍ୟର ଜନସଂଖ୍ୟାର ୫୩.୯ ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୯୭.୧୬ପ୍ରତିଶତ ହେଉଛନ୍ତି ମୁସଲମାନ । ଜାମ୍ମୁ ଖଣ୍ଡରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୪୩.୭ ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୩୦.୬୯ପ୍ରତିଶତ ମୁସଲମାନ ହୋଇଥିବା ବେଳେ ୬୫.୨୩ ପ୍ରତିଶତ ହିନ୍ଦୁ । ତୃତୀୟ ଖଣ୍ଡ ଲଦାଖରେ ରାଜ୍ୟର ଜନସଂଖ୍ୟାର ୨.୩ପ୍ରତିଶତ ଲୋକ ବସବାସ କରନ୍ତି ଯାହାଙ୍କ ଭିତରେ ୪୭.୪୦ପ୍ରତିଶତ ମୁସଲମାନ ଓ ୪୫.୮୭ପ୍ରତିଶତ ହେଉଛନ୍ତି ବୌଦ୍ଧ । ତେଣୁ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଜନସଂଖ୍ୟା ଏକ ମିଶ୍ରିତ ଜନସଂଖ୍ୟା ଯେଉଁଠାରେ ମୁସଲମାନଙ୍କର ଜନସଂଖ୍ୟା ହିନ୍ଦୁ ଓ ବୌଦ୍ଧମାନଙ୍କର ଜନସଂଖ୍ୟା ତୁଳନାରେ ଅଧିକ ନିଶ୍ଚୟ (୨୦୦୧ ଜନଗଣନା ଅନୁସାରେ ଜାମ୍ମୁ-କାଶ୍ମୀରର ଜନସଂଖ୍ୟା ୧୦,୧୪୩,୭୦୦)ଯାହା ଭାରତରେ ବସବାସ କରୁଥିବା ୧୫କୋଟି ମୁସଲମାନଙ୍କର ଏକ ଅତି କ୍ଷୁଦ୍ର ଅଂଶ । ଏହାହିଁ ବୋଧହୁଏ କାରଣ ଜମାଇତି-ଉଲମା-ଇ- ହିନ୍ଦ୍ର ଉପରୋକ୍ତ ଘୋଷଣା ପଛରେ ।
ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଆଉ ଏକ ଦୃଶ୍ୟକୁ ଅଣଦେଖା କରାଯାଇ ପାରିବ ନାହିଁ ଯେ ବିଭିନ୍ନ ସମୟରେ ବିଚ୍ଛିନ୍ନତାବାଦୀ ବୋଲି ଜଣାଶୁଣା ବ୍ୟକ୍ତି ଓ ସେମାନଙ୍କର ସଙ୍ଗଠନଗୁଡ଼ିକ ସେମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ କରିଛନ୍ତି । ଯେପରିକି ଜାମ୍ମୁକାଶ୍ମୀର ଲିବରେସନ ଫ୍ରଣ୍ଟ୍ (ଔବଜ୍ଞଜ୍ଞଙ୍କ-କବଗ୍ଦଷଜ୍ଞସକ୍ସ ଖସଭରକ୍ସବଗ୍ଧସକ୍ଟଦ୍ଭ ୠକ୍ସକ୍ଟଦ୍ଭଗ୍ଧ-ଔକଖୠ)ର ନେତା ୟାସିନ୍ ମାଲିକ ହିଂସାର ରାସ୍ତା ଛାଡ଼ିଦେଲେ ବୋଲି ଘୋଷଣା କରିଛନ୍ତି । ଅଲ୍ ପାର୍ଟି ହୁରିଆତ କନଫରେନ୍ସର ଏକ ଅଂଶଭାବେ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ୍ର ନେତା ୟାସିନ୍ ମାଲିକ-ହୁରିଆତର ଅଧ୍ୟକ୍ଷ ଭାବେ ୧୯୯୮ ମସିହାରେ ସୟେଦ ଅଲି ସାହ ଗିଲାନୀଙ୍କର ନିର୍ବାଚନକୁ ବିରୋଧ କରିଥିଲେ । ଗିଲାନୀଙ୍କ ଅଧ୍ୟକ୍ଷତାରେ ହୁରିଆତ ପାକିସ୍ଥାନ କବଳକୁ ଚାଲିଯିବ ବୋଲି ସେ ଅଭିଯୋଗ କରିଥିଲେ । ଗିଲାନୀ ଜାମ୍ମୁକାଶ୍ମୀର ପାକିସ୍ଥାନ ସହ ମିଶୁ ବୋଲି ଯୁକ୍ତି କରୁଥିବା ବେଳେ ୟାସିନ ମାଲିକ ସ୍ୱାଧୀନ ଜାମ୍ମୁ-କାଶ୍ମୀର ଦାବି କରନ୍ତି । କହିବା ବାହୁଲ୍ୟ ଯେ ଅଲ ପାର୍ଟି ହୁରିଆତ କନଫରେନ୍ସ ଯାହାର ଛତ୍ରଛାୟା ତଳେ ଏକାଠି ହୋଇଛନ୍ତି ମୁଣ୍ଡଟେକିଥିବା ବା ଟେକୁଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକ(୨୬ଟି ରାଜନୈତିକ, ସାମାଜିକ ଓ ଧାର୍ମିକ ସଙ୍ଗଠନ) ଗୋଷ୍ଠୀ ବିବାଦରେ ଜର୍ଜରିତ । ଏହି ଗୋଷ୍ଠୀମାନଙ୍କ ମଧ୍ୟରୁ କେତେକ ଭାରତ ସରକାରଙ୍କ ସହ କଥାବାର୍ତ୍ତା ପାଇଁ ଆଗେଇ ଆସୁଥିବାବେଳେ -ଆଉ କେତେକ ଭାରତ ସରକାରଙ୍କ ସହ କଥାବାର୍ତ୍ତାକୁ ବିଭିନ୍ନ ଆଳରେ ବିରୋଧ କରୁଛନ୍ତି । କିନ୍ତୁ ଯାହା ବୁଝାପଡ଼ୁଛି-ବୋଧହୁଏ ଏକ ଦୀର୍ଘମିଆଦୀ କଥାବାର୍ତ୍ତା ଜରିଆରେ ଏହି ବିଚ୍ଛିନ୍ନତାବାଦୀମାନଙ୍କୁ ସେମାନଙ୍କର ଦାବିରୁ ନିବୃତ୍ତ କରାଯାଇ ପାରେ-ଯଦିଓ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ବିଭିନ୍ନ ବିଦେଶୀଶକ୍ତିଠାରୁ ମିଳୁଛି । ବିଚ୍ଛିନ୍ନତାବାଦୀମାନଙ୍କୁ ସେମାନଙ୍କ ଦାବିରୁ ନିବୃତ୍ତ କରାଇବା ଦିଗରେ କ୍ଷମତାସୀନ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକର ଏକ ସକାରାତ୍ମକ ଭୂମିକା ଅପରିହାର୍ଯ୍ୟ । ସରକାରଙ୍କର ବିଫଳତା ବିରୋଧରେ ରାଜନୈତିକ ଦଳମାନଙ୍କର ବିକ୍ଷୋଭ-ଭାରତୀୟ ସଂଘଠାରୁ ବିଚ୍ଛିନ୍ନ ହୋଇଯିବା ଦାବିରେ ବିକ୍ଷୋଭ-ଏକା କଥା ନୁହେଁ । କିନ୍ତୁ ଏହି ଦୁଇ ବିକ୍ଷୋଭ ଏକା ସମୟରେ ହେଲେ-ଏହା ପାର୍ଥକ୍ୟ ଝାପରା ହୋଇଯାଏ । ଏହା ବିରୋଧୀ ଦଳମାନଙ୍କର ଦାୟିତ୍ୱ ଯେ ସେମାନଙ୍କର ବିକ୍ଷୋଭ ଯେପରି ବିଚ୍ଛିନ୍ନତାବାଦୀଙ୍କ ବିକ୍ଷୋଭକୁ ଶକ୍ତିଶାଳୀ ନକରେ ।
ଆଉ ଏକ ତଥ୍ୟକୁ ଅଣଦେଖା କରିଦେବା ଉଚିତ ହେବନାହିଁ ଯେ ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦର ଉଗ୍ରସ୍ୱରୂପ ପ୍ରକଟିତ ହୋଇଛି ୧୯୮୯ ମସିହାରେ । ଏହି ସମୟଟିରେ ସାରା ବିଶ୍ୱରେ ବିଭିନ୍ନ ସମ୍ପ୍ରଦାୟକୁ ନେଇ ଗଠିତ ଏକକ ରାଷ୍ଟ୍ରଗୁଡ଼ିକର ବିଭାଜନ ପ୍ରକ୍ରିୟା ହୋଇଯାଇଛି ଆରମ୍ଭ । ଏହି ବିଭାଜନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଛି ସାମ୍ରାଜ୍ୟବାଦୀ ଆମେରିକା । ପରବର୍ତ୍ତୀ କାଳରେ ଏହି ବିଭାଜିତ ରାଷ୍ଟ୍ରର କ୍ଷୁଦ୍ରଖଣ୍ଡ ଗୁଡ଼ିକରୁ ଅନେକେ ହୋଇଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ହାତରେ କ୍ରୀଡ଼ନକ; ଆମେରିକାର ଘାଟିରେ ପରିଣତ ହୋଇଛନ୍ତି । ତେଣୁ ସେହିସମୟରେ କାଶ୍ମୀରରେ ବିଚ୍ଛିନ୍ନତାବାଦର ଉଗ୍ରସ୍ୱରୂପ ପ୍ରକଟିତ ହେବା ଏକ ବିରାଟ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସନେ୍ଦହ ହେବା ସ୍ୱାଭାବିକ । ବର୍ତ୍ତମାନ ସକ୍ରିୟ ଅଲ୍ ପାର୍ଟି ହୁରିଆତ କନଫରେନ୍ସର ଗଠନପଛରେ ଯେ ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକା ରହିଛି-ଏହି ଅଭିଯୋଗ ମଧ୍ୟ ଶୁଣାଯାଏ(ଦ୍ରଷ୍ଟବ୍ୟ- କବଗ୍ଦଷଜ୍ଞସକ୍ସ ଐରକ୍ସବକ୍ଷୟ, ଙ୍ଖକ୍ଟକ୍ଷ.୧ ଦ୍ଭକ୍ଟ୧୨, ଗବଚ୍ଚ ୨୦୦୨) । ଅଭିଯୋଗ ଯେ ଏହି ଭୂମିକା ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାହ କରିଛି ୱାଶିଂଟନରେ ଅବସ୍ଥିତ ୟୁଏସ୍ ଇନଷ୍ଟିଚୁ୍ୟଟ ଅଫ୍ ପିସ୍ (ଟଝ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଚରବମର (ଟଝଓଚଝ)ଜରିଆରେ ଯେତେବେଳେ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଥିଲେ ପାକିସ୍ଥାନକୁ ଯୁକ୍ତରାଷ୍ଟ୍ର ଆମେରିକାର ଭୂତପୂର୍ବ ରାଷ୍ଟ୍ରଦୂତ ରବର୍ଟ ଓକଲେ (ଜକ୍ଟଭରକ୍ସଗ୍ଧ ଙବଳକ୍ଷରଚ୍ଚ) । ଯେଉଁମାନେ ଏହି ଅଭିଯୋଗ କରନ୍ତି, ସେମାନେ ସୁରକ୍ଷା ବାହିନୀ ଦ୍ୱାରା ଆହତ ହୋଇଥିବା ହୁରିଆତ ନେତା ଅବଦୁଲ ଘନି ଲୋନ୍ଙ୍କ ନିକଟକୁ ଆମେରିକୀୟ ଦୂତବାସରୁ ଅଧିକାରୀମାନେ ଆସୁଥିବାର ନଜିର ଦିଅନ୍ତି । ମାର୍ଚ୍ଚ ୨୦୦୦ରେ ଭାରତଗସ୍ତ ପୂର୍ବରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ହୁରିଅତ କନଫରେନ୍ସର ଦୁଇ ନେତାଙ୍କୁ ୱାଶିଂଟନଠାରେ ଦେଖା କରିବା-ହୁରିଅତ ଓ ଆମେରିକା ଭିତରେ ସମ୍ପର୍କର ଆଉ ଏକ ଅକାଟ୍ୟ ନଜିର । ପ୍ରତିବେଶୀ ପାକିସ୍ଥାନର ହୁରିଅତ ସହ ସମ୍ପର୍କ ତ’ ସ୍ୱାଭାବିକ । ୧୯୯୮ମସିହାରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିବା ସାର୍କ ସମ୍ମେଳନ ବେଳେ ପାକିସ୍ଥାନ କାଶ୍ମୀର ସଙ୍କଟଉପରେ ଏକ ଆଲେଖ୍ୟ ଭାରତ ସରକାରଙ୍କୁ ଦେଇଥିଲା ଯେଉଁଥିରେ ପାକିସ୍ଥାନ ଦାବି କରିଥିଲା ଯେ ହୁରିଅତକୁ ହିଁ କାଶ୍ମୀର ଅଧିବାସୀଙ୍କର ଏକମାତ୍ର ପ୍ରତିନିଧିଭାବେ ସ୍ୱୀକୃତି ଦିଆଯାଉ ।
କହିବାବାହୁଲ୍ୟ ଯେ କାଶ୍ମୀରରେ ଯେଉଁ ଆନେ୍ଦାଳନ ୮୦ଦଶକର ଶେଷଭାଗରୁ ଆରମ୍ଭ ହୋଇଛି ଓ ଏହା ନିଜ ସ୍ଥିତି ନିଜେ ସ୍ଥିର କରିବା (ଝରକ୍ଷଲ ୟରଗ୍ଧରକ୍ସଜ୍ଞସଦ୍ଭବଗ୍ଧସକ୍ଟଦ୍ଭ) ଦାବିରେ ହିଁ ଚାଲିଛି ବୋଲି କୁହାଯାଉଛି-ତାହା କାଶ୍ମୀରର ଅଧିବାସୀଙ୍କର ସ୍ୱାର୍ଥକୁ ହିଁ ଦୃଷ୍ଟିରେରଖି ଆରମ୍ଭ ହୋଇଛି ଓ ଅବ୍ୟାହତ ରହିଛି-କହିବା ଅର୍ଥ ସାମଗ୍ରିକ ବିଚାରବୋଧ ଓ ବୁଝାମଣାର ଅଭାବକୁ ହିଁ ଦର୍ଶାଇବା । କାଶ୍ମୀରର ଭୌଗୋଳିକ ସ୍ଥିତି ପ୍ରତି ଯଦି ଆମେ ସଚେତନ ରହୁ ତା’ହେଲେ ଏହାର ସେ ସମସ୍ତ ଯୋଗ୍ୟତା ଅଛି ଏକ ଘାଟି ହେବାର-ଏହା କୁହାଯାଇପାରେ । ଆମେରିକାର କାଶ୍ମୀରରେ ଆଗ୍ରହ-ଏହିଭଳି ଏକ ସୁଯୋଗ ନେବାପାଇଁ ନୁହେଁ ତ? ଅବଶ୍ୟ ନିକଟରେ ଗସ୍ତ କରି ଫେରିଯାଇଥିବା ଆମେରିକୀୟ ରାଷ୍ଟ୍ରପତି ବାରାକ ହୁସେନ ଓବାମା କହିଛନ୍ତି ଯେ କାଶ୍ମୀର ସମସ୍ୟା ଉପରେ ଆମେରିକା କୌଣସି ସମାଧାନ ଲଦିଦେବ ନାହିଁ । (‘ମବଦ୍ଭଦ୍ଭକ୍ଟଗ୍ଧ ସଜ୍ଞକ୍ଟ୍ରକ୍ଟଗ୍ଦର ବ ଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ’) କିନ୍ତୁ ଭାରତ ଓ ପାକିସ୍ଥାନ ମଧ୍ୟରେ ତିକ୍ତତାକୁ କମାଇବା ଦିଗରେ ସାହାଯ୍ୟ କରିବ । ଓବାମାଙ୍କର ଦୃଷ୍ଟି ଆକର୍ଷଣକରିବା ପାଇଁ ହୁରିଆତ ନେତା ସୟେଦ ଅଲ୍ଲୀସାହ ଗିଲାନୀ ଓବାମାଙ୍କର ଗସ୍ତ ତିନିଦିନ କାଶ୍ମୀର ଉପତ୍ୟକାରେ ବନ୍ଦ ଡାକରା ଦେଇଥିଲେ । ଅପରପକ୍ଷରେ ଆମେରିକାରେ ଥିବା କାଶ୍ମୀର ପଣ୍ଡିତମାନେ -କାଶ୍ମୀର ଉପତ୍ୟକାରୁ ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କର ଭୟରେ ପଳାଇଯାଇଥିବା କାଶ୍ମୀର ପଣ୍ଡିତଙ୍କର ଦୁରବସ୍ଥା ପ୍ରତି ଓବାମାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ଭାରତ ସରକାରଙ୍କ ସହ ଏ ବିଷୟରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ । ଅରୁନ୍ଧତୀ ରାୟ କ୍ଷୁବ୍ଧ ଯେ ଓବାମା ତାଙ୍କ ଗସ୍ତକାଳରେ କାଶ୍ମୀରରେ ହେଉଥିବା ମାନବାଧିକାର ହନନ ସମ୍ପର୍କରେ କିଛି କହିଲେ ନାହିଁ । ବିଡ଼ମ୍ବନା ଯେ ଯେଉଁ ଯୁକ୍ତରାଷ୍ଟ୍ର ଆମେରିକାର ଏକ ସନ୍ଦିଗ୍ଧ ଭୂମିକା ରହିଛି କାଶ୍ମୀର ସମସ୍ୟା କ୍ଷେତ୍ରରେ-ସେହି ଯୁକ୍ତରାଷ୍ଟ୍ର ଆମେରିକାର ଦୃଷ୍ଟି ଆକର୍ଷଣ ପାଇଁ ଉଭୟପଟୁ ଦେଖାଦେଇଛି ବ୍ୟାକୁଳତା-ଏହା ଯୁକ୍ତରାଷ୍ଟ୍ର ଆମେରିକାର ଚତୁର କୂଟନୀତିଜ୍ଞଙ୍କୁ ବେଶ୍ ଆତ୍ମସନ୍ତୋଷ ଦେଇଥିବ-ଏଥିରେ ସନେ୍ଦହ ନାହିଁ ।
ମାନବିକ ଅଧିକାର ହନନର ଯେଉଁ ପ୍ରଶ୍ନ ଉଠିଛି ଓ ଉଠୁଛି, ତାହାର ପୃଷ୍ଠଭୂମିରେ ରହିଛି ସଶସ୍ତ୍ର ବାହିନୀ (ଜାମ୍ମୁ ଓ କାଶ୍ମୀର) ବିଶେଷ କ୍ଷମତା ୧୯୯୦ (ଇକ୍ସଜ୍ଞରୟ ଲକ୍ଟକ୍ସମରଗ୍ଦ (ଔବଜ୍ଞଜ୍ଞଙ୍କ ବଦ୍ଭୟ କବଗ୍ଦଷଜ୍ଞସକ୍ସ) ଝକ୍ଟ୍ରରମସବକ୍ଷ କ୍ଟ୍ରକ୍ଟଙ୍ଗରକ୍ସଗ୍ଦ ଇମଗ୍ଧ ୧୯୯୦)ର ଅପପ୍ରୟୋଗ । ଯଦିଓ ୧୯୯୯ରେ ବିଚ୍ଛିନ୍ନତାବାଦର ଉଗ୍ରରୂପ ପ୍ରକଟିତ ହେବା ପରେ ପରେ ଏହି ଆଇନର ପ୍ରଣୟନ ହେଲା- ବିଚ୍ଛିନ୍ନତାବାଦକୁ ମୁକାବିଲା କରିବା ପାଇଁ-ଏହାର ଅପପ୍ରୟୋଗ ଫଳରେ ବହୁ ନିରୀହ ସାଧାରଣ ନାଗରିକ ନିର୍ଯାତନାର ଶିକାର ହୋଇଗଲେ । ଏହି ଆଇନ ବିରୁଦ୍ଧରେ ଅସନ୍ତୋଷ ବିଚ୍ଛିନ୍ନତାବାଦୀଙ୍କୁ ସୁଯୋଗ ଯୋଗାଇଛି-ନିଜ ସପକ୍ଷରେ ଅଧିକରୁ ଅଧିକ ସାଧାରଣ ନାଗରିକଙ୍କର ସମର୍ଥନ ହାସଲ କରିବା ଦିଗରେ । ଜାମ୍ମୁ କାଶ୍ମୀରର ନିରୀହ ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥସମ୍ପର୍କରେ ସଚେତନ ଓ ସଚେତନ ଯେ କାଶ୍ମୀର ବିଚ୍ଛିନ୍ନ ହେଲେ ଭାରତୀୟ ଉପମହାଦେଶରେ ସାମ୍ରାଜ୍ୟବାଦୀ ଆମେରିକାର ଏକ ଘାଟିରେ ପରିଣତ ହେବ, ସେମାନେ କଦାପି ଚାହିଁବେ ନାହିଁ ଯେ ସାଧାରଣ ଜନତାର ସଶସ୍ତ୍ର ବାହିନୀ(ଜାମ୍ମୁ ଓ କାଶ୍ମୀର) ବିଶେଷ କ୍ଷମତା ଆକ୍ଟ-୧୯୯୦କୁ ବିରୋଧ ବିଚ୍ଛିନ୍ନତାବାଦୀଙ୍କର ଶକ୍ତିକୁ ସୁଦୃଢ଼ କରୁବୋଲି । ତେଣୁ ଏହି ଆକ୍ଟ ପ୍ରତ୍ୟାହାର କରି, ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ କିପରି ସେମାନଙ୍କର ଦାବିରୁ ନିବୃତ୍ତ କରାଯାଇ ପାରିବ-ତା’ର ରଣନୀତି ସ୍ଥିର କରାଯିବା ଉଚିତ । ଅପରପକ୍ଷରେ ଯେଉଁମାନେ ଅସ୍ମିତା, ଆତ୍ମନିୟନ୍ତ୍ରଣ ଇତ୍ୟାଦିର ପ୍ରଶ୍ନ ଉତ୍ଥାପନ କରି ସ୍ୱାଧୀନ କାଶ୍ମୀର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି, ସେମାନେ ସମୁଦାୟ ପ୍ରସଙ୍ଗର ଏକ ଇତିହାସତାତ୍ତ୍ୱିକ ବିଶ୍ଳେଷଣ କରି ସମର୍ଥନର ପୁନର୍ବିଚାର କରିବେ ବୋଲି ଆଶା-ଭାବପ୍ରବଣ ହୋଇ ନୁହେଁ । – ଶୁଦ୍ରକ
ରାଷ୍ଟ୍ରପତିଙ୍କର  ଚାକିରୀ ଖୋଜା
ଶୁଣାଯାଏ ଯୁକ୍ତରାଷ୍ଟ୍ର ଆମେରିକାରେ ଶନିବାର, ରବିବାରକୁ ସମସ୍ତେ ଅନାଇଥାନ୍ତି । ସୋମବାରଠାରୁ ଶୁକ୍ରବାର ପାଞ୍ଚଦିନ ମୁହଁପୋତି କାମ କରିବାର କ୍ଲାନ୍ତିର ଅବସାନ ପାଇଁ ଏହି ଦୁଇଦିନ ତାଙ୍କର ହୋଇଥାଏ ବହୁ ପ୍ରତିକ୍ଷୀତ । ଏହି ଦୁଇଦିନ ସେମାନେ କେଉଁଆଡ଼େ ଗୋଟେ ବୁଲି ଯାଇ ବେଶ୍ ଫୁର୍ତ୍ତି କରିଥାନ୍ତି । ରାଷ୍ଟ୍ରପତି ଓବାମା ଏଥିରୁ ବାଦ୍ ଯାଆନ୍ତେ କିପରି? ସେ କିନ୍ତୁ ବୁଲିବାକୁ ବାଛିନେଲେ ତାଜମହଲର ଦେଶ ଭାରତବର୍ଷକୁ । ଫରକ ଏତିକି ଯେ ସେ ଯେହେତୁ ରାଷ୍ଟ୍ରପତି-ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ କର୍ତ୍ତା-ଏହି ଫୁର୍ତ୍ତି ସମୟକୁ ଆଉ ଦିନେ ବଢ଼ାଇବାରେ ତାଙ୍କର କିଛି ଅସୁବିଧା ନଥିଲା । ସୋମବାର ଦିନ ମଧ୍ୟ ସେ ଭାରତବର୍ଷରେ ଥିଲେ । ଗଣମାଧ୍ୟମରେ ତ’ ବହୁ ଫଟ ଛପାହୋଇଛି କିପରି ଓବାମା ଓ ତାଙ୍କର ସ୍ତ୍ରୀ ପିଲାମାନଙ୍କ ସହ ନୃତ୍ୟ କରୁଛନ୍ତି । ଦର୍ଶନୀୟ ସ୍ଥାନଗୁଡ଼ିକୁ ଯାଇ ଉପଭୋଗ କରୁଛନ୍ତି । ଠାକୁର ଦେଖା -କଦଳୀ ବିକା ନ୍ୟାୟରେ -ପ୍ରାୟଃ ୧୫,୦୦୦କୋଟି ଡଲାର (୭ଲକ୍ଷ କୋଟି ଟଙ୍କା ପ୍ରାୟ)ର ଆମେରିକୀୟ ସାମଗ୍ରୀ ବିକିଦେଇ ପାରିଛନ୍ତି ଆମ ଦେଶରେ-ତାଙ୍କର ଏହି ତିନିଦିନ(ଶନିବାର, ୮/୧୧/୨୦୧୦,  ରବିବାର, ୯/୧୧/୧୨୦୧୦, ସୋମବାର, ୧୦/୧୧/୨୦୧୦) ରହଣିକାଳ ଭିତରେ ।
୨୦୦ରୁ ଊଦ୍ଧ୍ୱର୍ ଆମେରିକୀୟ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ଭାରତ ଆସିଥିବା ଓବାମାଙ୍କର ମୂଳଲକ୍ଷ୍ୟ ଥିଲା ତାଙ୍କ ଦେଶରେ ଉପôାଦିତ ଜିନିଷକୁ ଭାରତ ବଜାରରେ ବିକ୍ରିକରିବା-ଯାହା ଫଳରେ ତାଙ୍କ ଦେଶରେ ସୃଷ୍ଟି ହୋଇପାରିବ ଚାକିରୀ-ତାଙ୍କଦେଶରେ ଦେଖାଯାଇଥିବା ବେକାରୀ(ଯାହାର ହାର ୯.୬%) କିଛି ପରିମାଣରେ ପ୍ରଶମିତ ହୋଇପାରିବ । କୁହାଯାଉଛି ଯେ ଯେତିକି ଆମେରିକୀୟ ସାମଗ୍ରୀ ଭାରତବର୍ଷରେ ବିକ୍ରି ହେବ ବୋଲି ଚୁକ୍ତି ସ୍ୱାକ୍ଷରିତ ହେଲା-ତାହା ଦ୍ୱାରା ଆମେରିକାରେ ୫୩,୬୭୦ ଚାକିରି ସୃଷ୍ଟି ହେବ । ଅବଶ୍ୟ ଆମେରିକାରେ ବେକାରୀ ସମାଧାନ ଯେଉଁଠି ପ୍ରତ୍ୟେକ ମାସ ୩ଲକ୍ଷ ଚାକିରୀ ସୃଷ୍ଟିର ଅପେକ୍ଷା ରଖେ-ସେଠି ଏହି ସଂଖ୍ୟା (୫୩,୬୭୦)କୁ ଏକ କ୍ଷୁଦ୍ର ଉଦ୍ୟମ ବୋଲି ଧରାଯାଇପାରେ । କିନ୍ତୁ ଓବାମାଙ୍କ ପାଇଁ ଏହା ଏକ ବିରାଟ ସଫଳତା-ବିଶେଷତଃ ଯେତେବେଳେ ତାଙ୍କର ଦଳ ମାତ୍ର ୬ଦିନ ପୂର୍ବରୁ (୨ନଭେମ୍ବର ୨୦୧୦) ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ ଦଳ ପାଖରୁ ବରଣ କରିଛି ଶୋଚନୀୟ ପରାଜୟ ।-ଯାହା ଗତ ୬୦ବର୍ଷ ଭିତରେ ଦେଖାଯାଇ ନଥିଲା ବୋଲି ପର୍ଯ୍ୟବେକ୍ଷକମାନେ ମତଦିଅନ୍ତି । ଆମେରିକୀୟ ନାଗରିକଙ୍କର ଅସନ୍ତୋଷ ଯାହାର କେନ୍ଦ୍ରରେ ରହିଛି ବେକାରୀ-ତାକୁ ପ୍ରଶମିତ କରିବାର ଉଦ୍ୟମ ସେ କରୁଛନ୍ତି-ଏହି ସମ୍ବାଦ ତାଙ୍କର ଭାରତଗସ୍ତ ଦେବ ବୋଲି ସେ ନିଶ୍ଚିତ ଆଶା କରୁଥିବେ ।
ଅପରପକ୍ଷରେ ଏହିଗସ୍ତରୁ ଭାରତ କ’ଣ ପାଇଲା ବୋଲି-ସ୍ୱାଭାବିକ ଅନେକେ ପ୍ରଶ୍ନ କରିଛନ୍ତି । ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା । (କିଛିଦିନ ତଳେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ହୁ୍ୟମାନିଟିଜ ସେଣ୍ଟରକୁ ୫୦କୋଟି ଟଙ୍କା ଦାନ କରିଥିଲେ) କୁହନ୍ତି ‘ପହଲେ ହାମ୍ ମାଙ୍ଗ୍ତେ ଥେ, ଅବ୍ ୱହ ମାଙ୍ଗ୍ ରହେ ହେଁ’ (ଆଗେ ଆମେ ମାଗୁଥିଲେ,ଏବେ ସେମାନେ ମାଗୁଛନ୍ତି) । ବଜାଜ ସ୍କୁଟର୍ର ମାଲିକ ରାହୁଳ ବଜାଜ କହନ୍ତି, ‘ଓବାମା ଯାହା କରିଛନ୍ତି-ତାଙ୍କ ନିଜ ରାଷ୍ଟ୍ର ପାଇଁ-୨୦୧୨ରେ ପୁନଃ ନିର୍ବାଚିତ ହେବାପାଇଁ । ଆମେ ଦେଖିବାକଥା ଯେ ଆମର ମନ୍ତ୍ରୀମାନେ, ପ୍ରଧାନମନ୍ତ୍ରୀ ଆମ ଦେଶପାଇଁ କ’ଣ କରୁଛନ୍ତି ।’ ଆଉ ଜଣେ ଶିଳ୍ପପତି କହିଲେ, ‘ସବୁ ଚୁକ୍ତି ଆମେରିକାର ଭୋଟଦାତାଙ୍କୁ ସୁହାଇଲା ଭଳି ହେଲା-ଆମ ପାଇଁ ଖାଦ୍ୟ କାହିଁ?’ (‘ଇକ୍ଷକ୍ଷ ଗ୍ଧଷର ଈକ୍ଷଙ୍କଗ୍ଦଗ୍ଧରକ୍ସ କ୍ଟଦ୍ଭ ୟରବକ୍ଷଗ୍ଦ ଙ୍ଗସକ୍ଷକ୍ଷ କ୍ଟଦ୍ଭକ୍ଷଚ୍ଚ ବଗ୍ଦଗ୍ଦଙ୍କବଶର ଇଜ୍ଞରକ୍ସସମବଦ୍ଭ ଙ୍ଖକ୍ଟଗ୍ଧରକ୍ସଗ୍ଦ ଭଙ୍କଗ୍ଧ ଙ୍ଗଷରକ୍ସର ସଗ୍ଦ ଗ୍ଧଷର ଜ୍ଞରବକ୍ଷ ଲକ୍ଟକ୍ସ ଙ୍କଗ୍ଦ?’) (ଊଘଇ, ଘକ୍ଟଙ୍ଖ ୮, ୨୦୧୦) । ଭାରତ କ’ଣ ପାଇଲା? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ମଣିଷ ହୁଏତ ଶୂନ୍ୟବାଣୀ ଶୁଣିବ ‘ଢୁଣ୍ଡ୍ ତେ ରହ ଜାୟୋଗେ ।’
ତେବେ ସବୁଥିରେ ଲାଭ ଦେଖିପାରୁଥିବା ସମୀକ୍ଷକମାନେ କୁହନ୍ତି ଯେ ଓବାମାଙ୍କ ଏହି ଗସ୍ତ ଫଳରେ ତ ଆମେ ଆମେରିକୀୟ ରାଷ୍ଟ୍ରପତିଙ୍କ ମୁହଁରୁ ଶୁଣିଲେ ଯେ ସେ ଆମ ଦେଶ ଭାରତବର୍ଷକୁ ଜାତିସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହାନ୍ତି । ଆମେ ହୁଏତ ବ୍ୟବସାୟରେ ଏହି ଗସ୍ତରୁ ସଫଳତା ପାଇଲେ ନାହିଁ- କିନ୍ତୁ କୂଟନୈତିକ ସଫଳତା ତ’ ପାଇଲେ । ଶୁଦ୍ରକ ଏହିଭଳି ସମୀକ୍ଷକଙ୍କର ଆଶାବାଦକୁ ସମ୍ମାନ ଦେଇ କହିବ ଯେ ଓବାମା ଚାହିଁବା ଆମେରିକା ଚାହିଁବା ନୁହେଁ । ପୁନଶ୍ଚ ସେ ବର୍ତ୍ତମାନର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ଦେଖିବାକୁ ଚାହୁଁନାହାନ୍ତି-ଏକ ସୁଧୁରିଥିବା (କ୍ସରଲକ୍ଟକ୍ସଜ୍ଞରୟ)ନିରାପତ୍ତା ପରିଷଦରେ ଭାରତ ଅନ୍ତର୍ଭୁକ୍ତ ହୋଇଥିବ ସ୍ଥାୟୀ ସଦସ୍ୟଭାବେ-ଏହା ସେ ଦେଖିବାକୁ ଚାହୁଁଛନ୍ତି । ( ଓ ମବଦ୍ଭ ଗ୍ଦବଚ୍ଚ ଗ୍ଧକ୍ଟୟବଚ୍ଚ-ସଦ୍ଭ ଚ୍ଚରବକ୍ସଗ୍ଦ ବଷରବୟ, ଓ କ୍ଷକ୍ଟକ୍ଟଳ ଲକ୍ଟକ୍ସଙ୍ଗବକ୍ସୟ ଗ୍ଧକ୍ଟ ବ କ୍ସରଲକ୍ଟକ୍ସଜ୍ଞରୟ ଟଘ ଗ୍ଦରମଙ୍କକ୍ସସଗ୍ଧଚ୍ଚ ମକ୍ଟଙ୍କଦ୍ଭମସକ୍ଷ ଗ୍ଧଷବଗ୍ଧ ସଦ୍ଭମକ୍ଷଙ୍କୟରଗ୍ଦ ଓଦ୍ଭୟସବ ବଗ୍ଦ ବ ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ଜ୍ଞରଜ୍ଞଭରକ୍ସ.’)
କହିବା ବାହୁଲ୍ୟ ଯେ ଓବାମା ଯେ ଏକ ଚତୁର ସେଲ୍ସମ୍ୟାନ୍(ଗ୍ଦବକ୍ଷରଗ୍ଦଜ୍ଞବଦ୍ଭ)-ତାହା ତାଙ୍କର ଏହି ତିନିଦିନିଆ ଗସ୍ତକାଳରେ ପ୍ରମାଣ କରିଦେଇଛନ୍ତି । ‘ତୁମେ ଆମର ଚାକିରି ନେଇଯାଉଛ-ତେଣୁ ଆମ ଜିନିଷ କିଣିବାକୁ ହେବ’ଏହିଭଳି ଏକ ପ୍ରଚ୍ଛନ୍ନ ଧମକ ଦେଇ ତାଙ୍କ ଜିନିଷ ବିକିଛନ୍ତି ।  -ଶୁଦ୍ରକ

୧-୧୬ ଡିସେମ୍ବର, ୨୦୧୦
କେବେ ବନ୍ଦ ହେବ ଘୋଷିବା ଯେ ମନମୋହନ ସିଂହ ଜଣେ ସଚ୍ଚୋଟ ବ୍ୟକ୍ତି ?
ଟାଟାକମ୍ପାନୀର ମୁଖ୍ୟ ରତନ ଟାଟା ଟେଲିକମ ଦୁର୍ନୀତିର କୋଳାହଳ ଭିତରେ ଗଣମାଧ୍ୟମକୁ ଶୁଣାଇଲେ ଯେ ତାଙ୍କର ପ୍ରସ୍ତାବିତ ଏକ ଘରୋଇ ବିମାନ ଚଳାଚଳ ସେବାକୁ କାର୍ଯ୍ୟକାରୀ କରାଇବା ପାଇଁ ଜଣେ ମନ୍ତ୍ରୀଙ୍କୁ ୧୫କୋଟି ଟଙ୍କା ସେ ଦେଇଦିଅନ୍ତୁ ବୋଲି ତାଙ୍କୁ ଜଣେ ତାଙ୍କର ବନ୍ଧୁ ଶିଳ୍ପପତି ପରାମର୍ଶ ଦେଇଥିଲେ-କିଛିବର୍ଷ ପୂର୍ବେ । ଏବେ କାହିଁକି ରତନଟାଟା ସେ ପରାମର୍ଶକୁ ପ୍ରଘଟ କରିଦେଲେ ତାହା ହେଉଛି ତାପôର୍ଯ୍ୟପୂର୍ଣ୍ଣ ବିଶେଷତଃ ଯେତେବେଳେ ଟେଲିକମ୍ ଦୁର୍ନୀତିର ଏକ ହିତାଧିକାରୀ ହେଉଛି ଟାଟା ଟେଲି ସର୍ଭିସେସ । ତେବେ ରତନ ଟାଟାଙ୍କର ଏହି ବୟାନ ସେତେବେଳେ ଇଙ୍ଗିତ କରୁଥିଲା ଭାରତୀୟ କର୍ପୋରେଟମାନଙ୍କର ବିଭିନ୍ନ ଦୁର୍ନୀତିରେ ସାମିଲ ପ୍ରତି, ସେତେବେଳେ ବଜାଜ ଅଟୋର ମୁଖ୍ୟ, ରାଜ୍ୟସଭା ସଦସ୍ୟ ରାହୁଳ ବଜାଜ ସ୍ପଷ୍ଟ କହିଲେ ଯେ ଅନେକ ବଡ଼ ବଡ଼ କର୍ପୋରେଟ ସଂସ୍ଥା ସେମାନଙ୍କର କାର୍ଯ୍ୟ ପାଇଁ ଉକ୍ରୋଚ ଦେଉଛନ୍ତି ।
ଏହାର ଉତ୍ତରରେ ଏକଦା ଯୁବକଂଗ୍ରେସର ସଭାପତି, ବର୍ତ୍ତମାନ ଶିଳ୍ପମନ୍ତ୍ରୀ ଆନନ୍ଦ ଶର୍ମା କହିଲେ ଯଦି ଏହିଭଳି ଦୃଷ୍ଟାନ୍ତ ତାଙ୍କଦୃଷ୍ଟିକୁ ଅଣାଯାଏ , ତା’ହେଲେ ସେ ନିଶ୍ଚିତ ଠିକଣା ପଦକ୍ଷେପ ନେବେ । ଏହି ଦୃଢ଼ୋକ୍ତି କଲାବେଳେ ସେ କହିଲେ, ‘ମୁଁ ସ୍ପଷ୍ଟ କରିଦିଏ ଯେ ଆମ ସରକାରର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯିଏ କି ଜଣେ ସଚ୍ଚୋଟ ଓ ପ୍ରଜ୍ଞାଦୀପ୍ତ ବ୍ୟକ୍ତି । ‘(‘ଖରଗ୍ଧ ଜ୍ଞର ଜ୍ଞବଳର ସଗ୍ଧ ମକ୍ଷରବକ୍ସ ଗ୍ଧଷବଗ୍ଧ ଗ୍ଧଷସଗ୍ଦ ଶକ୍ଟଙ୍ଖରକ୍ସଦ୍ଭଜ୍ଞରଦ୍ଭଗ୍ଧ ସଗ୍ଦ କ୍ଷରୟ ଭଚ୍ଚ କ୍ଟ୍ରକ୍ସସଜ୍ଞର ଗସଦ୍ଭସଗ୍ଦଗ୍ଧରକ୍ସ ଗବଦ୍ଭଜ୍ଞକ୍ଟଷବଦ୍ଭ ଝସଦ୍ଭଶଷ, ବ ଜ୍ଞବଦ୍ଭ କ୍ଟଲ ସଦ୍ଭଗ୍ଧରକ୍ଷକ୍ଷରମଗ୍ଧ ବଦ୍ଭୟ ସଦ୍ଭଗ୍ଧରଶକ୍ସସଗ୍ଧଚ୍ଚ’- ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଝଗ୍ଧବଦ୍ଭୟବକ୍ସୟ, ୧୭ଗ୍ଧଷ ଘକ୍ଟଙ୍ଖ, ୨୦୧୦, ଚ-୧୨)
ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଯେ ଏହି ସଚ୍ଚୋଟ ବ୍ୟକ୍ତିଙ୍କର ଦାୟିତ୍ୱ କାଳରେ ହିଁ ସବୁଠାରୁ ବଡ଼ ଦୁର୍ନୀତିମାନ ହୋଇଛି ଓ ହେଉଛି । ଏହି ସଚ୍ଚୋଟ ବ୍ୟକ୍ତି ଅର୍ଥମନ୍ତ୍ରୀ ଥିବାବେଳେ ହୋଇଥିଲା ପ୍ରାୟ ୬୦୦୦ କୋଟି ଟଙ୍କାର ଫଟ୍କା ବଜାର(ଝଗ୍ଧକ୍ଟମଳ ଗବକ୍ସଳରଗ୍ଧ) ଦୁର୍ନୀତି, ଯାହାର ମୁଖ୍ୟ ନାୟକ ଥିଲେ ହର୍ଷଦ ମେହେଟ୍ଟା । ଆଦ୍ୟ ନବେଦଶକରେ ଏହି ପରିମାଣ ଅର୍ଥ ଏକ ବିରାଟ ପରିମାଣ ହୋଇଥିଲେ ହେଁ- ଅର୍ଥମନ୍ତ୍ରୀଙ୍କର ନିଦ୍ରାକୁ ବ୍ୟାଘାତ କରିବା ପାଇଁ ଯଥେଷ୍ଟ ନଥିଲା । ଏହି ସଚ୍ଚୋଟ ବ୍ୟକ୍ତିଙ୍କ ପ୍ରଧାନମନ୍ତ୍ରୀ କାଳରେ ଦୁର୍ନୀତିର ତାଲିକା ତ ଲମ୍ବି ଲମ୍ବି ଚାଲିଛି । ଦୁର୍ନୀତିର ଋତୁ ସତେଯେପରି ଭାରତରେ ପ୍ରବେଶ କରିଛି । (ଦ୍ରଷ୍ଟବ୍ୟ -ଇ ଗ୍ଦରବଗ୍ଦକ୍ଟଦ୍ଭ କ୍ଟଲ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଭଚ୍ଚ ଈ.ଏ. ଠରକ୍ସଶଷରଗ୍ଦ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୬ ଘକ୍ଟଙ୍ଖ, ୨୦୧୦) । ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଆଦର୍ଶ ଗୃହଯୋଜନା ଓ ସର୍ବୋପରି ଟେଲିକମ୍ ଦୁର୍ନୀତି ଗଣମାଧ୍ୟମକୁ ଆଚ୍ଛାଦିତ କରିଦେଇଛି । ଦୁର୍ନୀତି ଅଭିଯୋଗରେ  ଛନ୍ଦିହୋଇ ପଡ଼ିଥିବା ବ୍ୟକ୍ତି (ଚ.ଔ. ଞଷକ୍ଟଜ୍ଞବଗ୍ଦ) ଦୁର୍ନୀତି ନିବାରଣ ବିଭାଗର ସର୍ବୋଚ୍ଚ କର୍ତ୍ତାରୂପେ ନିଯୁକ୍ତି ପାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିବା ଆରମ୍ଭ କରିଛି । ଏସବୁ ଦୁର୍ନୀତି କ’ଣ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଜାଣତରେ ହୋଇଚାଲିଛି? ଅନେକେ ଏ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । (ଦ୍ରଷ୍ଟବ୍ୟ- ଚଗ’ଗ୍ଦ କ୍ସକ୍ଟକ୍ଷର ସଦ୍ଭ ଗ୍ଧଷର ୧.୭୬ ଖବଳଷ ମକ୍ସକ୍ଟକ୍ସର କ୍ଷକ୍ଟକ୍ଟଗ୍ଧ ଭଚ୍ଚ ଝ.ଚଙ୍କଗ୍ଦକ୍ଟ୍ରବଙ୍ଖବଦ୍ଭବଜ୍ଞ, ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨୨ ଘକ୍ଟଙ୍ଖ, ୨୦୧୦) । ଯେଉଁ ଦୃଷ୍ଟାନ୍ତମାନ ପେଶ୍ କରାଯାଉଛି-ସେଥିରୁ ମନେହେଉଛି ଯେ ବୋଧହୁଏ ଦୁର୍ନୀତି ପ୍ରତି ମନମୋହନ ସିଂହ ଉଦାର ମନୋଭାବ ପୋଷଣ କରୁଛନ୍ତି । ଭାରତଭୂଇଁରେ ଉଦାର ଅର୍ଥନୀତିର ପ୍ରବର୍ତ୍ତକ ଭାବେ ପ୍ରକଟିତ ହୋଇଥିବା ମନମୋହନ ସିଂହଙ୍କଠାରେ ଏହିଭଳି ଉଦାରତା ଦେଖାଯିବା ଅସ୍ୱାଭାବିକ ନୁହେଁ । କିନ୍ତୁ ଏତାଦୃଶ ଉଦାରତା ସହ ବ୍ୟକ୍ତିଗତ ସଚ୍ଚୋଟପଣିଆର ସହାବସ୍ଥାନ ଯେ ଭାରତବର୍ଷକୁ ଦୁର୍ନୀତି ପାଇଁ ଏକ ଊର୍ବର ଭୂଇଁରେ ପରିଣତ କରିଦେଇଛି- ଏହା ହୃଦୟଙ୍ଗମ କରି ଯଦି ଆମେ ମନମୋହନ ସିଂହ ସଚ୍ଚୋଟ ବ୍ୟକ୍ତି ଏହା ଘୋଷି ହେବାରୁ କ୍ଷାନ୍ତ ହେଉ-ତା’ହେଲେ ଦୁର୍ନୀତି ପ୍ରତି ଆମର ଦୃଷ୍ଟି ଅଧିକ ତୀକ୍ଷ୍ଣହେବ । ସଚ୍ଚୋଟ ବ୍ୟକ୍ତି ମୁରବୀ, ତେଣୁ ଦୁର୍ନୀତି ସମ୍ଭବ ନୁହେଁ ଏପରି ଧାରଣା ଜନିତ ଆତ୍ମସନ୍ତୁଷ୍ଟି (ଉକ୍ଟଜ୍ଞକ୍ଟ୍ରକ୍ଷବମରଦ୍ଭମଚ୍ଚ) ଆମକୁ ଆବିଷ୍ଟ କରିବ ନାହିଁ ।                      -ଶୁଦ୍ରକ
ଯେତେବେଳେ ଦୁର୍ନୀତିର ଆକାର ହୋଇଛି ଅପ୍ରତ୍ୟାଶିତ ଭାବେ ବିଶାଳ ଓ ଏହା ବିରୋଧରେ ଉଠିଛି ବିରାଟ କୋଳାହଳ, ସେତେବେଳେ ଅଭିଯୋଗକୁ ପ୍ରତିହତ କରିବା ପାଇଁ ଭରସାଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି କୁହାଳିଆ କପିଳ ସିବଳ ।
ସ୍ୱାଧୀନଭାରତରେ ପ୍ରଥମଥର ପାଇଁ ଯେଉଁ ମହାଭିଯୋଗ ପ୍ରସ୍ତାବ ସୁପ୍ରିମକୋର୍ଟର ଜଣେ ମାନ୍ୟବର ବିଚାରପତିଙ୍କ ବିରୋଧରେ ଆଗତ ହୋଇଥିଲା ସେ ହେଉଛନ୍ତି ଭି.ରାମସ୍ୱାମୀ । କପିଳ ସିବଳ ରାମସ୍ୱାମୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ସଂସଦରେ । ମହାଭିଯୋଗ ପ୍ରସ୍ତାବ ସଫଳ ହେଲା ନାହିଁ-ଏହା ଆମେ ସମସ୍ତେ ଜାଣିଛେ ।
ତେଣୁ ଏକ ଅତିନିନ୍ଦିତ ଟେଲିକମ୍ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ତାଙ୍କୁ ଦିଆଯିବା ସଂଯୋଗ ମାତ୍ର ନୁହେଁ । ଏହି ମନ୍ତ୍ରଣାଳୟ ଓ ଏହାର ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ସେ ମୁକାବିଲା କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ବିଶ୍ୱାସର ଏହା ଏକ ପ୍ରତିଫଳନ ।
ଦେଖାଯାଉ, ଏହି ମହାଦୁର୍ନୀତି ଅଭିଯୋଗକୁ ମାନବସମ୍ବଳ ବିକାଶ ମନ୍ତ୍ରୀ କପିଳ ସିବଳ କେତେଦୂର ଅକାମୀ କରିଦେଇ ପାରୁଛନ୍ତି ।
-ଶୁଦ୍ରକ

୧୬-୩୦ ଡିସେମ୍ବର, ୨୦୧୦
ନୀତିଶଙ୍କ ବିଜୟ
ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ନେତୃତ୍ୱରେ ଜେ.ଡ଼ି(ୟୁ)-ବିଜେପି ମେଣ୍ଟର ଅଭୂତପୂର୍ବ ବିଜୟ, ସଚେତନ ଭାରତୀୟଙ୍କ ଭିତରେ ବହୁ ଆଶା ସଞ୍ଚାରକରିଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ମତାମତ, ଚର୍ଚ୍ଚା, ଆଲୋଚନା, ସମ୍ପାଦକଙ୍କୁ ପତ୍ର ଇତ୍ୟାଦିରୁ ସୂଚନା ମିଳୁଛି । ଶାସନ କ୍ଷମତାରେ ଥାଇ ନିର୍ବାଚନର ସାମ୍ନା କରି ପୁନଃନିର୍ବାଚିତ ହେବାର ଯେଉଁ ଦୃଶ୍ୟ ୨୦୦୯ନିର୍ବାଚନ ବେଳେ ଦେଖା ଯାଇଥିଲା-ତାହାର ପୁନରାବୃତ୍ତ ହୋଇଛି ବିହାରରେ । ପୁନଶ୍ଚ ଗତ ନିର୍ବାଚନଅପେକ୍ଷା ଅଧିକସଂଖ୍ୟକ ସ୍ଥାନ ଅକ୍ତିଆର କରିବାର ଦୃଶ୍ୟ ମଧ୍ୟ ଅବ୍ୟାହତ ରହିଛି । ୨୦୦୫ନିର୍ବାଚନରେ ଏହି ମେଣ୍ଟ ସମୁଦାୟ ୨୪୩ ସ୍ଥାନରୁ ୧୪୩(ଜେ.ଡ଼ି(ୟୁ)-୮୮, ବିଜେପି-୫୫)ଟି ସ୍ଥାନ ଅଧିକାର କରିଥିବା ବେଳେ, ଚଳିତ ନିର୍ବାଚନରେ ଏହା ୨୦୬ (ଜେ.ଡ଼ି.(ୟୁ)-୧୧୫, ବିଜେପି-୯୧)ଟି ସ୍ଥାନ ଅଧିକାର କରିଛି । ଏହି ସଂଖ୍ୟାରେ ବିଜୟ ଯେ ସଂଖ୍ୟାଗରିଷ୍ଠ ବିହାରୀଙ୍କର ନୀତିଶଙ୍କ ନେତୃତ୍ୱରେ ମେଣ୍ଟପ୍ରତି ସମର୍ଥନକୁ ସୂଚିତ କରେ ନାହିଁ- ତାହାହିଁ ବିଡ଼ମ୍ବନା; ଶତକଡ଼ା ୬୧ଭାଗ ମତଦାତା ଏହି ମେଣ୍ଟ ବିରୋଧରେ ମତଦାନ କରିଛନ୍ତି ବୋଲି ପରିସଂଖ୍ୟାନ କହେ । ତେଣୁ ଯେଉଁମାନେ ନୀତିଶ କୁମାରଙ୍କ ନେତୃତ୍ୱରେ ମେଣ୍ଟର ଏତାଦୃଶ ବିଜୟପଛରେ ଅପରାଧ, ଜାତି ଓ ଦୁର୍ନୀତି ବିରୋଧରେ ତାଙ୍କର ପଦକ୍ଷେପକୁ କାରଣ ଭାବେ ଚିହ୍ନଟ କରୁଛନ୍ତି ଓ ସୁଶାସନ ତଥା ବିକାଶ ପ୍ରତି ତାଙ୍କର ନିଷ୍ଠାକୁ କାରଣଭାବେ ଦର୍ଶାଉଛନ୍ତି-ସେମାନେ ନିଶ୍ଚୟ ଏହାକୁ ଅଣଦେଖା କରିବେ ନାହିଁ ଯେ ଏହି ପଦକ୍ଷେପ ଓ ନିଷ୍ଠା ଶତକଡ଼ା ୬୧ଭାଗ ମତଦାତାଙ୍କୁ ପ୍ରଭାବିତ କରିପାରି ନାହିଁ । ହୋଇପାରେ ଯେ ଗତ ପାଞ୍ଚବର୍ଷର ଶାସନକାଳ, ବିହାରରେ ଲାଲୁ-ରାବ୍ଡ଼ି କର୍ତ୍ତୃତ୍ୱ ଜମିଥିବା ଅଳିଆକୁ ସଫା କରିବା ପାଇଁ ଯଥେଷ୍ଟ ନଥିଲା- ଯାହା ଫଳରେ ନୀତିଶଙ୍କର ପଦକ୍ଷେପ ଓ ନିଷ୍ଠାର ପ୍ରଭାବ ବ୍ୟାପକ ହୋଇପାରିଲା ନାହିଁ । କିନ୍ତୁ ଏହାକୁ ତ’ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଏହି ବିଜୟୀ ମେଣ୍ଟରେ ୧୧୬ଜଣ ବିଧାୟକ ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନଙ୍କ ବିରୋଧରେ ବିଭିନ୍ନ ଅପରାଧ ମାମଲା ବିଚାରାଧୀନ । (ଦ୍ରଷ୍ଟବ୍ୟ- ଘସଗ୍ଧସଗ୍ଦଷ’ଗ୍ଦ ଙ୍ଖସମଗ୍ଧକ୍ଟକ୍ସଚ୍ଚ କ୍ଷକ୍ଟଗ୍ଦରଗ୍ଦ ସଗ୍ଧଗ୍ଦ ଗ୍ଦଷରରଦ୍ଭ, ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ୨ଊରମ, ୨୦୧୦ ବଗ୍ଧ ଚ-୮) ଅର୍ଥାତ ମେଣ୍ଟର ସଂଖ୍ୟାଗରିଷ୍ଠ ବିଧାୟକ ହେଉଛନ୍ତି ବିଚାରାଧୀନ ଅପରାଧୀ । ତେଣୁ ଅପରାଧ ବିରୋଧରେ ନୀତିଶଙ୍କର ପଦକ୍ଷେପ ଗଣମାଧ୍ୟମରେ ଆଲୋଚକମାନଙ୍କୁ ଖୁବ୍ ଦୃଶ୍ୟମାନ ହେଉଥିଲେ ହେଁ-ସାଧାରଣ ଭୋଟଦାତା ବାସ୍ତବିକତା କ’ଣ ତାହା ବୁଝିଛି ବୋଲି ମନେହୁଏ । ବଡ଼ବଡ଼ ଅପରାଧୀଙ୍କ ସହ ସାଲିସ କରି ସର୍ବସାଧାରଣରେ ଅପରାଧ କରୁଥିବା ଛୋଟ ଛୋଟ ଅପରାଧୀଙ୍କୁ ନୀତିଶ ସରକାର କାବୁ କରିଥିଲେ ଓ ସର୍ବସାଧାରଣ ସୁରକ୍ଷାକୁ ଆୟତ୍ତରେ ରଖୁଥିଲେ-ବୋଲି ଯଦିକେହି ସନେ୍ଦହ କରେ,ତା’ହେଲେ ତାହାକୁ ବାଅାଁରେଇ ଦେଇହେବ ନାହିଁ । ଏଠାରେ ପ୍ରାସଙ୍ଗିକ ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦର ସମ୍ପାଦକୀୟ ମନ୍ତବ୍ୟ (୨ଊରମ ୨୦୧୦) ‘ଓଦ୍ଭଲବମଗ୍ଧ, ସଗ୍ଧ ମବଦ୍ଭ ରଙ୍ଖରଦ୍ଭ ଭର ବକ୍ସଶଙ୍କରୟ ଗ୍ଧଷବଗ୍ଧ ଙ୍ଗଷସକ୍ଷର ଗ୍ଧଷର କ୍ଷରଗ୍ଦଗ୍ଦରକ୍ସ ଲକ୍ସଚ୍ଚ ବଜ୍ଞକ୍ଟଦ୍ଭଶ କ୍ଟ୍ରରକ୍ଟକ୍ଟ୍ରକ୍ଷର ଙ୍ଗସଗ୍ଧଷ ୟଙ୍କଭସକ୍ଟଙ୍କଗ୍ଦ କ୍ସରମକ୍ଟକ୍ସୟ ଦ୍ଭକ୍ଟଙ୍ଗ ଲସଦ୍ଭୟ ଗ୍ଧଷରଜ୍ଞଗ୍ଦରକ୍ଷଙ୍ଖରଗ୍ଦ ଭରଷସଦ୍ଭୟ ଭବକ୍ସଗ୍ଦ, ବ ଜ୍ଞକ୍ଟକ୍ସର ଲକ୍ଟକ୍ସଜ୍ଞସୟବଭକ୍ଷର ଶକ୍ସକ୍ଟଙ୍କକ୍ଟ୍ର ଷବଗ୍ଦ ଙ୍ଗବକ୍ଷଳରୟ ସଦ୍ଭଗ୍ଧକ୍ଟ ଗ୍ଧଷର ରଙ୍ଘବକ୍ଷଗ୍ଧରୟ ମଷବଜ୍ଞଭରକ୍ସଗ୍ଦ କ୍ଟଲ ଗ୍ଧଷର କ୍ଷରଶସଗ୍ଦକ୍ଷବଗ୍ଧଙ୍କକ୍ସର ଙ୍ଘଙ୍ଘଙ୍ଘ. ଞଷର କ୍ସକ୍ଟବୟଗ୍ଦ ଜ୍ଞସଶଷଗ୍ଧ ଭର ଗ୍ଦବଲରକ୍ସ ସଦ୍ଭ ଈସଷବକ୍ସ ଗ୍ଧକ୍ଟୟବଚ୍ଚ ବଦ୍ଭୟ ଗ୍ଧଷରକ୍ସର ଙ୍ଗରକ୍ସର ଦ୍ଭକ୍ଟ ସଦ୍ଭଗ୍ଦଗ୍ଧବଦ୍ଭମରଗ୍ଦ କ୍ଟଲ ଭକ୍ଟକ୍ଟଗ୍ଧଷ ମବକ୍ଟ୍ରଗ୍ଧଙ୍କକ୍ସସଦ୍ଭଶ. ଈଙ୍କଗ୍ଧ ଗ୍ଧଷବଗ୍ଧ ୟକ୍ଟରଗ୍ଦ ଦ୍ଭକ୍ଟଗ୍ଧ ଜ୍ଞରବଦ୍ଭ ଗ୍ଧଷବଗ୍ଧ ମକ୍ସସଜ୍ଞର ଷବଗ୍ଦ ମରବଗ୍ଦରୟ ଗ୍ଧକ୍ଟ ଭର ବ କ୍ଟ୍ରବଚ୍ଚସଦ୍ଭଶ କ୍ଟ୍ରକ୍ସକ୍ଟକ୍ଟ୍ରକ୍ଟଗ୍ଦସଗ୍ଧସକ୍ଟଦ୍ଭ.’
(ପ୍ରକୃତରେ, ଏହା ମଧ୍ୟ ଯୁକ୍ତି କରାଯାଇପାରେ ଯେ ଯେତେବେଳେ ସନ୍ଦିଗ୍ଧ ରେକର୍ଡ଼ ଥିବା ଛୋଟମୋଟ ବ୍ୟକ୍ତି ଆଜି ଜେଲ୍ ଭିତରେ, ସେତେବେଳେ ଏକ ଅଧିକ ଦୁର୍ଦ୍ଧୟ ଗୋଷ୍ଠୀ ବ୍ୟବସ୍ଥାପିକାର ଉତ୍ତୁଙ୍ଗ ପ୍ରକୋଷ୍ଠ ଭିତରେ ପ୍ରବେଶ କରିଛି । ଙ୍ଘଙ୍ଘଙ୍ଘ ବିହାରର ରାସ୍ତାଘାଟ ଆଜି ନିରାପଦ ଓ ବୁଥ୍ଦଖଲର କୌଣସି ଦୃଷ୍ଟାନ୍ତ ଆଜି ଦେଖାଯାଇ ନାହିଁ । କିନ୍ତୁ ତା’ର ଅର୍ଥନୁହେଁ ଯେ ଅପରାଧ ଏକ ଲାଭଜନକ ବୃତ୍ତ ହୋଇ ରହିନାହିଁ ।)
ନୀତିଶ ଭାରତବର୍ଷରେ ବର୍ତ୍ତମାନ କ୍ଷମତାସୀନ ନେତୃତ୍ୱଙ୍କ ଭିତରେ ବାରିହୋଇପଡ଼ୁଥିବା ବ୍ୟକ୍ତିତ୍ୱ ନିଶ୍ଚୟ । ସେ ମୃଦୁଭାଷୀ କିନ୍ତୁ ଦୃଢ଼-ବୋଲି ଏଯାବତ୍ ତାଙ୍କର ପରିଚୟ । ନିଜକୁ ଉତ୍କ୍ଷେପିତ କରିବା ପାଇଁ ତାଙ୍କର ବ୍ୟାକୁଳତା ଜଣାପଡ଼େ ନାହିଁ । ସମାଜବିଜ୍ଞାନୀ ରାମଚନ୍ଦ୍ର ଗୁହା ତାଙ୍କୁ ଓଦ୍ଭୟସବଦ୍ଭ ଙଭବଜ୍ଞବ ଜ୍ଞସଦ୍ଭଙ୍କଗ୍ଦ ଉଷବକ୍ସସଗ୍ଦଜ୍ଞବବୋଲି ଆଖ୍ୟାୟିତ କରିଛନ୍ତି । ସାମ୍ପ୍ରଦାୟିକ ଦଳ ବିଜେପି ସହ ମେଣ୍ଟ କରିଥିଲେ ହେଁ ସମାଜବାଦୀ ପୃଷ୍ଠଭୂମିର ପ୍ରଭାବ ତାଙ୍କଠାରୁ ଉଭାନ ହୋଇନାହିଁ । ତେଣୁ ତାଙ୍କର ବିଜୟ ଅନେକଙ୍କ ଉପରେ ବହୁ ଆବେଗ ସୃଷ୍ଟିକରିଛି । ବିଶେଷତଃ ସେହିମାନଙ୍କ ଭିତରେ ଯେଉଁମାନେ ଭାରତ ଭୂଇଁରେ ଉପରସ୍ତରରେ ହେଉଥିବା ଦୁର୍ନୀତି, ଅପରାଧଦ୍ୱାରା ଅତ୍ୟଧିକ ବିଚଳିତ ଓ ଖୋଜୁଛନ୍ତି ନେତୃତ୍ୱ ଯିଏ ଏହି ପରିବେଶରୁ ଭାରତକୁ ମୁକ୍ତକରିବ । ସେହିମାନେ ନୀତିଶଙ୍କ ଭିତରେ ସେହିଭଳି ଏକ ନେତୃତ୍ୱ ପାଇଛନ୍ତି ବୋଲି ମନେହେଉଛି-ତା’ହେଲେ ସେମାନେ କାହିଁକି ନୀତିଶ ଭାରତ ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି କୁହନ୍ତେ । ଏହିଭଳି ଆବେଗକୁ ସଫଳତା ମିଳିଥିଲା ଯେତେବେଳେ ଭି.ପି. ସିଂହ ଭାରତର ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ଭି.ପି.ସିଂହଙ୍କ ମନ୍ତ୍ରିମଣ୍ଡଳ ତା’ର କାର୍ଯ୍ୟକାଳ ପୂରଣ କରିପାରିଲା ନାହିଁ- ଦେଶର ସ୍ୱାର୍ଥ, ସମାଜର ସ୍ୱାର୍ଥ ଅପେକ୍ଷା କ୍ଷମତାର ଲୋଭ ଏହି ମନ୍ତ୍ରିମଣ୍ଡଳ ପାଇଁ କାଳ ହୋଇଗଲା । ଯେଉଁମାନେ ଦୁର୍ନୀତିମୁକ୍ତ ଶାସନବ୍ୟବସ୍ଥାର ଅପେକ୍ଷାରେ ଥିଲେ , ସେମାନେ ପ୍ରତାରିତ ହେଲେ । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ନୀତିଶ କୁମାର କେଉଁମାନଙ୍କୁ ସାଙ୍ଗରେ ନେଇ ଚାଲୁଛନ୍ତି-ତାହାଉପରେ ନିର୍ଭର କରୁଛି ଉପରୋକ୍ତ ଆବେଗର ସଫଳତା କେତେ ଦୀର୍ଘସ୍ଥାୟୀ ହେବ ।   -ଶୁଦ୍ରକ
ନୀରା ରାଡ଼ିଆଙ୍କୁ ଧନ୍ୟବାଦ
ନୀରାରାଡ଼ିଆ ବର୍ତ୍ତମାନ ଗଣମାଧ୍ୟମରେ ବହୁଚର୍ଚ୍ଚିତ ମହିଳା । ମୂଳତଃ ପଞ୍ଜାବୀ, ବ୍ରିଟିଶ ନାଗରିକ ନୀରା ହେଉଛନ୍ତି ଗୁଜରାଟୀ ବୋହୂ ଯଦିଓ ତାଙ୍କର ସ୍ୱାମୀ ଜନକ ରାଡ଼ିଆଙ୍କୁ ସେ ବହୁଦିନରୁ ଛାଡ଼ପତ୍ର ଦେଇଛନ୍ତି । ୫୦ବର୍ଷୀୟା ଏହି ମହିଳା ଭାରତୀୟ ବଂଶୋଦ୍ଭବ (ଚରକ୍ସଗ୍ଦକ୍ଟଦ୍ଭ କ୍ଟଲ ଓଦ୍ଭୟସବଦ୍ଭ ଙକ୍ସସଶସଦ୍ଭ (ଚଓଙ)) ଭାବେ ସ୍ୱୀକୃତି ପାଇ ୧୫ବର୍ଷ ତଳେ ବିଭିନ୍ନ ବିମାନ ଚଳାଚଳ କମ୍ପାନୀର ଭାରତୀୟ ପ୍ରତିନିଧି ଭାବେ ଭାରତରେ ପ୍ରବେଶକରି ଦଶବର୍ଷ ତଳେ କନସଲଟିଂ କମ୍ପାନୀ ପୁଞ୍ଜି ସ୍ଥାପନା କେଲ । ଏହି କମ୍ପାନୀଗୁଡ଼ିକ ହେଲେ ବୈଷ୍ଣବୀ କମୁ୍ୟନିକେସନ୍ସ (ଠବସଗ୍ଦଷଦ୍ଭବଙ୍ଖସ ଉକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭଗ୍ଦ), ନୱେସିସ (ଘକ୍ଟରଗ୍ଦଗ୍ଦ), ଭିକ୍ଟମ (ଠସମଗ୍ଧକ୍ଟଜ୍ଞ) ଏବଂ ନୁ୍ୟକମ କନସଲଟିଂ (ଘରଙ୍ଗମକ୍ଟଜ୍ଞ ଉକ୍ଟହଗ୍ଦଙ୍କକ୍ଷଗ୍ଧସଦ୍ଭଶ), ଟାଟା କମ୍ପାନୀ ଓ ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ କମ୍ପାନୀର ମୁଖ୍ୟ ଲବିଷ୍ଟ (ଖକ୍ଟଭଭଚ୍ଚସଗ୍ଦଗ୍ଧ) ଭାବେ ଦାୟିତ୍ୱ ନେଲେ ଯାହାପାଇଁ ଏହି କମ୍ପାନୀମାନେ ପ୍ରତ୍ୟେକେ ବାର୍ଷିକ ୩୦କୋଟି ଟଙ୍କାଦେଲେ । କିନ୍ତୁ ରତନଟାଟା ଓ ମୁକେଶ ଅମ୍ବାନୀଙ୍କର ବିଶ୍ୱାସଭାଜନ ହେବା ପୂର୍ବରୁ ସେ ଯେ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନଙ୍କୁ ବେଶ୍ ପ୍ରଭାବିତ କରିପାରୁଛନ୍ତି, ତାହା ବେଶ୍ ଦକ୍ଷତାର ସହ ସାବ୍ୟସ୍ତ କରିସାରିଥିଲେ । ଏନ୍ଡିଏ ସରକାରରେ ୧୯୯୮-୯୯ରେ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ଅନନ୍ତକୁମାରଙ୍କର ଅତ୍ୟନ୍ତ ନିକଟତର ହୋଇ ପାରିଥିଲେ । ଏହି ସମ୍ପର୍କରୁ ତାଙ୍କର ସମ୍ପର୍କ ହେଲା ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସହିତ ଯାହାକୁ ମାଧ୍ୟମ କରି ବାଜପେୟୀଙ୍କର ପୋଷ୍ୟ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହ ସମ୍ପର୍କ ବଢ଼ିଲା । ଅନନ୍ତକୁମାରଙ୍କ ସହ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ଅନନ୍ତକୁମାର ପରବର୍ତ୍ତୀକାଳରେ ଯେତେବେଳେ ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ହେଲେ, ନୀରା ରାଡ଼ିଆଙ୍କର ବିଶାଳ ଭୋଜି ବା ପାର୍ଟିରେ ଖାଦ୍ୟପେୟ ସରକାରୀ ଅଶୋକା ହୋଟେଲ ଏବଂ ଆଇଟିଡିସି (ଓଞଊଉ)ରୁ ହିଁ ପଠାଗଲା । କହିବା ବାହୁଲ୍ୟ ଯେ ନୀରା ରାଡ଼ିଆ ବିଜେପି ସରକାରଙ୍କ ଅମଳରେ ବେଶ୍ ପ୍ରଭାବୀ ଥିଲେ – ଯେକୌଣସି କାର୍ଯ୍ୟ କରାଇ ପାରିବାର ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ସ୍ୱାଭାବିକ ସେ ରତନ ଟାଟାଙ୍କର ଦୃଷ୍ଟିରେ ପଡ଼ିଲେ । କାରଣ ରତନ ଟାଟା ତାଙ୍କ କମ୍ପାନୀଗୁଡ଼ିକ ପାଇଁ କ୍ଷମତାର ଅଳିନ୍ଦରେ ନିଜ ସପକ୍ଷରେ ନିଷ୍ପତ୍ତ କରାଇ ପାରୁଥିବା ଲବିଷ୍ଟ (ଖକ୍ଟଭଭଚ୍ଚସଗ୍ଦଗ୍ଧ) ବା ଲୋକସମ୍ପର୍କ ବିଶେଷଜ୍ଞର ସନ୍ଧାନରେ ଥିଲେ । ବମ୍ବେଡାଇଂର ମାଲିକ ନୁସ୍ଲୀ  ୱାଡ଼ିଆ ତାଙ୍କର ଏହି ପସନ୍ଦକୁ ସ୍ୱୀକୃତି ଦେବାପରେ ରତନଟାଟା ଟାଟା କମ୍ପାନୀପୁଞ୍ଜ ଭିତରେ ଥିବା ୯୦ଟି କମ୍ପାନୀର ଆକାଉଣ୍ଟସ୍ ଦାୟିତ୍ୱ ରାଡ଼ିଆଙ୍କର ବୈଷ୍ଣବୀ କମୁ୍ୟନିକେଶନ୍ସକୁ ୨୦୦୧ମସିହାରେ ଦେଇଦେଲେ । ଏହା ଏହି କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ଅସ୍ୱସ୍ତିକର ହୋଇଥିଲା- ସେମାନେ ନୀରା ରାଡ଼ିଆଙ୍କର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଯେତେବେଳେ ଜାଣିଲେ ଯେ ନୀରାଙ୍କ ବିରୁଦ୍ଧରେ ପଦୁଟିଏ ବି ଶୁଣିବାକୁ ରତନ ଟାଟା ଚାହାନ୍ତି ନାହିଁ- ସେମାନେ ନୀରବ ହୋଇଗଲେ । ରତନ ଟାଟାଙ୍କ ପରାମର୍ଶରେ ମୁକେଶ ଅମ୍ବାନୀ ରିଲାଏନ୍ସ କମ୍ପାନୀର ଲବିଷ୍ଟର ଦାୟିତ୍ୱ ନୀରା ରାଡ଼ିଆଙ୍କୁ ଦେଲେ ୨୦୦୮ ମସିହାରେ ।
ବିଜେପି କ୍ଷମତାରୁ ଚାଲିଯିବା ପରେ ନୀରା ରାଡ଼ିଆ ଯେ ଉପା (ଟଚଇ) ସରକାରଙ୍କ ଅମଳରେ ତାଙ୍କର ପ୍ରଭାବ ହରାଇଲେ ନାହିଁ ତାହାର ପ୍ରମାଣ ମିଳୁଛି ନିକଟରେ ପ୍ରଘଟ ହୋଇଥିବା, ବିଭିନ୍ନ ବ୍ୟକ୍ତିଙ୍କ ସହ ଫୋନରେ ହୋଇଥିବା ତାଙ୍କର କଥୋପକଥନର ଟେପ୍ରୁ । ଏହି କଥୋପକଥନକୁ ସରକାରଙ୍କର ଆୟକର ବିଭାଗର ଅନୁରୋଧରେ ହିଁ ଟେପ କରାଯାଇଥିଲା । ଟୁ.ଜି ସ୍ପେକ୍ଟ୍ରମ ଦୁର୍ନୀତିରେ ମନ୍ତ୍ରୀ ଏ. ରାଜାଙ୍କର ସମ୍ପୃକ୍ତିକୁ ନେଇ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ଏହି ଟେପ ସରକାରଙ୍କ ତରଫରୁ କରାଯାଇଥିଲା । କିନ୍ତୁ ଏହା ସରକାରଙ୍କ ନିକଟରେ ସୁରକ୍ଷିତ ଥିବାବେଳେ କିପରି ପ୍ରଘଟ ହେଲା ଓ କାହିଁକି ପ୍ରଘଟ ହେଲା, ତାହା ନିଶ୍ଚିତ ଅନୁସନ୍ଧାନସାପେକ୍ଷ । ରତନ ଟାଟା ତ’ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଛନ୍ତି ଏହି ଫୋନ ଟ୍ୟାପିଂ ବିରୋଧରେ । ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି, ତାହା ଦେଖିବାକୁ ରହିଲା ।
ତେବେ ପ୍ରଘଟ ହୋଇଥିବା ନୀରା ରାଡ଼ିଆଙ୍କ ସହ କଥୋପକଥନର ଏହି ଟେପ ଗୁଡ଼ିକରୁ ଜଣାପଡ଼ୁଛି ଯେ ନିଷ୍ପତ୍ତ ଏକ ପଣ୍ୟବସ୍ତୁ ଯାହାର ବଜାରରେ କ୍ରେତା, ବିକ୍ରେତା, ଦଲାଲ ସମସ୍ତେ ଏକାଠି ହୋଇଛନ୍ତି ଓ ଏହି ବଜାର ସମସ୍ତଙ୍କ ଅଲକ୍ଷ୍ୟରେ ଚାଲିଛି । ଏହିଭଳି ଏକ ବଜାର ରହିଛି ବୋଲି ସନେ୍ଦହ ତ ଅନେକଙ୍କ ମନରେ ଥିଲା । କିନ୍ତୁ ରାଡ଼ିଆଙ୍କ କଥୋପକଥନର ଟେପ ଏହି ସନେ୍ଦହକୁ ଦୂର କରିଛି । ସେଥିପାଇଁ ନୀରା ରାଡ଼ିଆ ଧନ୍ୟବାଦାର୍ହ ।
ନୀରା ରାଡ଼ିଆଙ୍କ କଥୋପକଥନରୁ ଆମ ମୁଖ୍ୟଧାରାର ଗଣମାଧ୍ୟମର ପ୍ରକୃତ ସ୍ୱରୂପ ଧରାପଡ଼ି ଯାଇଛି । ନୀରା ଯେତେବେଳେ ରତନ ଟାଟାଙ୍କୁ କହୁଛନ୍ତି ଯେ ‘ଗଣମାଧ୍ୟମ ବହୁତ, ବହୁତ ଲୋଭୀ’(ଞଷର ଜ୍ଞରୟସବ ସଗ୍ଦ ଙ୍ଖରକ୍ସଚ୍ଚ, ଙ୍ଖରକ୍ସଚ୍ଚ ଶକ୍ସରରୟଚ୍ଚ) ସେତେବେଳେ ଅନୁମାନ କରାଯାଇପାରେ ଯେ ଗଣମାଧ୍ୟମକୁ ସନ୍ତୁଷ୍ଟ କରିବା ପାଇଁ କେଉଁ ପରିମାଣର ଅର୍ଥ ଆବଶ୍ୟକ । ଅର୍ଥ ବିନିମୟରେ ସମ୍ବାଦ ତ ବର୍ତ୍ତମାନ ଅଲିଖିତ ସର୍ତ୍ତ । ଏହା ଆମେ ଅଭିଜ୍ଞତାରୁ ବୁଝିପାରୁଥିଲେ । କିନ୍ତୁ ନୀରା ରାଡ଼ିଆଙ୍କର କଥୋପକଥନ ପ୍ରଘଟ ହୋଇଯିବା-ଆମର ଏହି ଅଭିଜ୍ଞତାକୁ ଏକ ଭିତ୍ତ ଯୋଗାଇଦେଲା । ତେଣୁ ନୀରା ରାଡ଼ିଆ ଧନ୍ୟବାଦାର୍ହ ।
ଏନ୍ଡିଟିଭିର ବର୍ଖା ଦତ୍ତ ଯେଉଁ ଆକ୍ରମଣାତ୍ମକ ଢଙ୍ଗରେ ବିଭିନ୍ନ ପ୍ରସଙ୍ଗଉପରେ ଆଲୋଚନା ପରିଚାଳନା କରିବା ଆମେ ଦେଖିଛୁ, ସେଥିରୁ ଅସ୍ୱାଭାବିକ ନୁହେଁ ଧାରଣା କରିବା ଯେ ସେ ଜଣେ ଅତ୍ୟନ୍ତ ସାହସୀ ଓ ସମସ୍ତ ପ୍ରକାର ପ୍ରଭାବର ଊଦ୍ଧ୍ୱର୍ରେ ବିଚରଣ କରୁଥିବା ସାମ୍ବାଦିକ । କିନ୍ତୁ ସେ ଯେ ନିଷ୍ପତ୍ତ ବଜାରରେ କିଣା-ବିକାର ଏକ ମାଧ୍ୟମ-ତାହା ଉନ୍ମୋଚିତ କରିଦେଇଛି ନୀରା ରାଡ଼ିଆଙ୍କର କଥୋପକଥନ । ବହୁ ପ୍ରତିଷ୍ଠିତ ସାମ୍ବାଦିକ ଯେଉଁମାନେ ସାଧାରଣ ଲୋକଙ୍କ ଦୃଷ୍ଟିରେ ବେଶ୍ ସଫାସୁତୁରା ବୋଲି ଏଯାବତ୍ ମନେ ହେଉଥିଲେ, ନୀରା ରାଡ଼ିଆ କଥୋପକଥନ ଦର୍ଶାଇଦେଇଛି ସେମାନେ ପ୍ରକୃତରେ କେତେ ମଇଳା । ସାମ୍ବାଦିକଙ୍କର ଭୂମିକା ସମ୍ପର୍କରେ ବିତର୍କକୁ ଜନ୍ମଦେଇଛି ନୀରା ରାଡ଼ିଆଙ୍କର କଥୋପକଥନ । ନୀରା ରାଡ଼ିଆ ଓ ସାମ୍ବାଦିକଙ୍କର କଥୋପକଥନକୁ ମୁଖ୍ୟଧାରାର ସମ୍ବାଦପତ୍ରମାନେ ସେମାନଙ୍କର ପୃଷ୍ଠାରେ ବା ବଡ଼ ବଡ଼ ଟିଭି ଚ୍ୟାନେଲ ସେମାନଙ୍କର ଉପସ୍ଥାପନାରେ ସ୍ଥାନ ନଦେବା ସମାଲୋଚିତ ହୋଇଛି । ଡିଏନ୍ଏ (ଊଘଇ) ଖବରକାଗଜର ଉପ ସମ୍ପାଦକ (ଊରକ୍ଟ୍ରଙ୍କଗ୍ଧଚ୍ଚ ଋୟସଗ୍ଧକ୍ଟକ୍ସ) ତାଙ୍କର ବ୍ଲଗ୍(ଈକ୍ଷକ୍ଟଶ)ରେ ଲେଖନ୍ତି, ‘ଡଷବଗ୍ଧ ସଗ୍ଦ କ୍ସରବକ୍ଷକ୍ଷଚ୍ଚ ଗ୍ଦମବକ୍ସଚ୍ଚ ସଗ୍ଦ ଗ୍ଧଷବଗ୍ଧ, ୟରଗ୍ଦକ୍ଟ୍ରସଗ୍ଧର କ୍ଷସଙ୍ଖସଦ୍ଭଶ ସଦ୍ଭ ବ ‘ୟରଜ୍ଞକ୍ଟମକ୍ସବମଚ୍ଚ’ ଗ୍ଧଷବଗ୍ଧ ଭକ୍ଟବଗ୍ଦଷ କ୍ଟଲ ‘ଲକ୍ସରର କ୍ଟ୍ରକ୍ସରଗ୍ଦଗ୍ଦ’, ସଲ ଚ୍ଚକ୍ଟଙ୍କ ଙ୍ଗରକ୍ସର ୟରକ୍ଟ୍ରରଦ୍ଭୟରଦ୍ଭଗ୍ଧ କ୍ଟଦ୍ଭକ୍ଷଚ୍ଚ କ୍ଟଦ୍ଭ ଞଠ ବଦ୍ଭୟ ଗ୍ଧଷର ଭସଶ ଦ୍ଭରଙ୍ଗଗ୍ଦ କ୍ଟ୍ରବକ୍ଟ୍ରରକ୍ସଗ୍ଦ ଲକ୍ଟକ୍ସ ଗ୍ଧଷର ଭସଶଶରଗ୍ଦଗ୍ଧ ଦ୍ଭରଙ୍ଗଗ୍ଦ ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧଗ୍ଦ କ୍ଟଲ ଗ୍ଧଷର ୟବଚ୍ଚ. ଣକ୍ଟଙ୍କ ଙ୍ଗକ୍ଟଙ୍କକ୍ଷୟ ଦ୍ଭରଙ୍ଖରକ୍ସ ଷବଙ୍ଖର ଳଦ୍ଭକ୍ଟଙ୍ଗଦ୍ଭ ବଭକ୍ଟଙ୍କଗ୍ଧ ଗ୍ଧଷର ଘସସକ୍ସବ ଜବୟସବ ଞବକ୍ଟ୍ରରଗ୍ଦ ବଦ୍ଭୟ ଗ୍ଧଷର ଜ୍ଞଙ୍କଗ୍ଦଗ୍ଦଚ୍ଚ କ୍ସକ୍ଟକ୍ଷର କ୍ଟଲ ଜ୍ଞରୟସବ ବଗ୍ଦ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ କ୍ଟ୍ରକ୍ଟଙ୍ଗରକ୍ସ ଭକ୍ସକ୍ଟଳରକ୍ସ.’. ‘ଞଷସଗ୍ଦ ସଗ୍ଦ ବକ୍ଷକ୍ଷ ଓଦ୍ଭୟସବ ଜବୟସବ,’ କ୍ଟଙ୍କଗ୍ଧକ୍ଷକ୍ଟକ୍ଟଳ, ୬ ଊରମ ୨୦୧୦, କ୍ଟ୍ର-୪୬)(ଯାହା ପ୍ରକୃତରେ ଏକ ବିପଦର ସଙ୍କେତ ବୋଲି ମନେହୁଏ, ତାହା ହେଉଛି ଯେ ଗଣମାଧ୍ୟମର ସ୍ୱାଧୀନତା ଡିଣ୍ଡିମ ପିଟା ଯାଉଥିବା ଗଣତନ୍ତ୍ରରେ ଆମେ ରହିବାସତ୍ତ୍ୱେ ଯଦି ଆମେ କେବଳ ଟି.ଭି ଏବଂ ବଡ଼ ବଡ଼ ଖବରକାଗଜ ଉପରେ ବଡ଼ ବଡ଼ ସମ୍ବାଦ ପାଇଁ ନିର୍ଭର କରିଥାନ୍ତେ, ତା’ହେଲେ ନୀରାରାଡ଼ିଆ କଥୋପକଥନର ଟେପ ଏବଂ ରାଜନୈତିକ କ୍ଷମତା ଦଲାଲୀରେ ସମ୍ପୃକ୍ତ ଗଣମାଧ୍ୟମର କଳଙ୍କିତ ଭୂମିକା ସମ୍ପର୍କରେ ଅଜ୍ଞ ରହିଯାଇଥାନ୍ତେ ।’ ପ୍ରକୃତରେ ନୀରା ରାଡ଼ିଆଙ୍କର କଥୋପକଥନ, ବିଶେଷତଃ ଖୁବ୍ ପାରିବାର ଓ ଦୃଶ୍ୟମାନ ସାମ୍ବାଦିକମାନଙ୍କ ସହିତ, ଦୁଇଟି ପତ୍ରିକା ଯଥା ଓପନ (ଙକ୍ଟ୍ରରଦ୍ଭ) ଓ ଆଉଟଲୁକ୍ (ଙଙ୍କଗ୍ଧକ୍ଷକ୍ଟକ୍ଟଳ) ରେ ହିଁ ପ୍ରଥମେ ବାହାରିଥିଲା ।
ଜନଚେତନାର ଭୂଗୋଳରେ ନୀରା ରାଡ଼ିଆ ଏକ ଏପରି ବିନ୍ଦୁ ହୋଇ ଅବତୀର୍ଣ୍ଣ ହୋଇଛନ୍ତି ଯାହାର ଆକର୍ଷଣରେ ବାନ୍ଧି ହୋଇଛନ୍ତି ସାମ୍ବାଦିକ, ରାଜନେତା, କର୍ପୋରେଟ ବା କମ୍ପାନୀମୁଖ୍ୟ ଓ ପ୍ରଶାସନିକ ଅଫିସର । ଯଦି ତାଙ୍କ କମ୍ପାନୀରେ ବୃତ୍ତଭୋଗୀ ହେବାପାଇଁ ପ୍ରଦୀପ ବୈଜାଲ (ଞଜଇଓର ପୂର୍ବତନ ମୁଖ୍ୟ), ସିଏମ୍ ବାସୁଦେବ (ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବତନ ସଚିବ), ଅଜୟ ଦୁଆ (ଶିଳ୍ପନୀତି ଓ ସଂପ୍ରବର୍ତ୍ତନ (ଓଦ୍ଭୟଙ୍କଗ୍ଦଗ୍ଧକ୍ସସବକ୍ଷ ଚକ୍ଟକ୍ଷସମଚ୍ଚ ଌ କ୍ଟ୍ରକ୍ସକ୍ଟଜ୍ଞକ୍ଟଗ୍ଧସକ୍ଟଦ୍ଭ ମନ୍ତ୍ରଣାଳୟର ପୂର୍ବତନ ସଚିବ)ଙ୍କ ଭଳି ବରିଷ୍ଠ ଆଇ.ଏ.ଏସ୍ ଅଫିସର ଧାଡ଼ିବାନ୍ଧନ୍ତି, ତା’ହେଲେ ନୀରା ରାଡ଼ିଆଙ୍କର ପତିଆରା କେଉଁସ୍ତରର ତାହା ସହଜରେ ଅନୁମେୟ ବାସ୍ତବିକ ଏହି କଥୋପକଥନ ପ୍ରଘଟ ହୋଇନଥିଲେ ରାଜନୈତିକ ଦୃଶ୍ୟପଟକୁ ଏପଟ ସେପଟ କରିପାରୁଥିବା ଏକ ମହାମେଣ୍ଟର ଅବସ୍ଥିତି ସମ୍ପର୍କରେ ଆମେ ଅଜ୍ଞ ରହିଯାଇଥାନ୍ତେ । ତେଣୁ ଯେଉଁମାନେ ପ୍ରଘଟ କରିଛନ୍ତି, ସେମାନେ ଧନ୍ୟବାଦର ପାତ୍ର । କିନ୍ତୁ ନୀରାରାଡ଼ିଆ ଯଦି ମୂଳରୁ ସତର୍କ ହୋଇ ଫୋନ ଯୋଗେ କଥାବାର୍ତ୍ତା ହୋଇନଥାନ୍ତେ-ତା’ହେଲେ ଏହିଭଳି ଏକ ମହାମେଣ୍ଟର ଅବସ୍ଥିତି ସମ୍ପର୍କରେ ଆମେ ଜାଣିବାର ସୁଯୋଗ ଆଦୌ ପାଇପାରି ନଥାନ୍ତେ । ତେଣୁ ନୀରା ରାଡ଼ିଆ ଫୋନରେ କଥାବାର୍ତ୍ତା କରି ଆମର ଅଜ୍ଞତାକୁ ଦୂର କରିଦେଇଛନ୍ତି-ସେଥିପାଇଁ ସେ ଧନ୍ୟବାଦାର୍ହ ।   -ଶୁଦ୍ରକ

୧-୧୫ ଜାନୁଆରୀ, ୨୦୧୧
ନିଷ୍ଫଳ ଅଧିବେଶନ
ଭାରତୀୟ ସଂସଦ ଇତିହାସରେ ଏକ ଅଭୂତପୂର୍ବ ଘଟଣା ଘଟିଗଲା- ସଂସଦର ଶୀତକାଳୀନ ଅଧିବେଶନ ବିତର୍କବିହୀନ ହୋଇ ସମାପ୍ତ ହେଲା । ସଂସଦରେ ଆରମ୍ଭରୁ ଗତିରୋଧ ଲାଗି ରହିଲା- ୨ଜି ସ୍ପେକ୍ଟ୍ରମ ଦୁର୍ନୀତିକୁ ନେଇ । ବିଜେପି ନେତୃତ୍ୱରେ ବିରୋଧୀ ଦଳ ଦାବିକଲେ ଏହି ଦୁର୍ନୀତିର ତଦନ୍ତ ମିଳିତ ସଂସଦୀୟ କମିଟି (ଔକ୍ଟସଦ୍ଭଗ୍ଧ ଚବକ୍ସକ୍ଷସବଜ୍ଞରଦ୍ଭଗ୍ଧବକ୍ସଚ୍ଚ ମକ୍ଟଜ୍ଞଜ୍ଞସଗ୍ଧଗ୍ଧରର-ଔଚଉ) କରୁ । ସରକାର କହିଲେ-ଏହା ସଂସଦର ମାନ୍ୟତାପ୍ରାପ୍ତ କମିଟି ପବ୍ଲିକ ଆକାଉଣ୍ଟସ୍ କମିଟି (ଚଙ୍କଭକ୍ଷସମ ଇମମକ୍ଟଙ୍କଦ୍ଭଗ୍ଧଗ୍ଦ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର-ଚଇଉ)କରୁ । ଚଇଉର ଅଧ୍ୟକ୍ଷ ହେଉଛନ୍ତି ବିଜେପିର ତୁଙ୍ଗ ନେତା ମୁରଲୀ ମନୋହର ଯୋଶୀ । କିନ୍ତୁ ବିଜେପି ଅନ୍ୟ ବିରୋଧୀଦଳଙ୍କ ସହ ଜିଦ୍ ଧରିଲା ତଦନ୍ତ ଔଚଉ କରୁ ଯଦିଓ ଔଚଉର ଅଧ୍ୟକ୍ଷ ସବୁବେଳେ ସରକାରୀ ଦଳର ସାଂସଦ । ସରକାରୀ ଦଳ ତାଙ୍କ ଜିଦ୍ରେ ରହିଲେ ଅଟଳ ଓ ବିରୋଧୀଦଳ ତାଙ୍କ ଜିଦ୍େର ଅଟଳ ରହିଲେ । ଏହି ଗତିରୋଧ ଫଳରେ ନୀରା ରାଡ଼ିଆଙ୍କର ଟେପ୍ଉପରେ କୌଣସି ଆଲୋଚନା ସଂସଦ ଚଟ୍ଟାଣ ଉପରେ ହେଲାନାହିଁ । ଯାହାଫଳରେ ନୀରା ରାଡ଼ିଆଙ୍କର ବିଜେପିର ଅନନ୍ତ କୁମାରଙ୍କ ସହ ବା ଅଟଳବିହାରୀ ବାଜପେୟୀଙ୍କର ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହ ସମ୍ପର୍କର ମଧ୍ୟ ଆଲୋଚନା ହେଲା ନାହିଁ କି  ଉପା ସରକାରର ମନ୍ତ୍ରୀ ଡି.,ମ୍.କେର ଏ.ରାଜାଙ୍କ ସହ ସମ୍ପର୍କର ମଧ୍ୟ ଆଲୋଚନା ହେଲା ନାହିଁ । କହିବା ବାହୁଲ୍ୟ ଯେ ଏହି ଗତିରୋଧ ଫଳରେ ଉଭୟ ବିଜେପି ନେତୃତ୍ୱରେ ଏନ୍.ଡି.ଏ. ଓ କଂଗ୍ରେସ ନେତୃତ୍ୱରେ ଉପା ସରକାର ସଂସଦ ଚଟ୍ଟାଣରେ ଆକ୍ଷେପ-ପ୍ରତିଆକ୍ଷେପରୁ ରକ୍ଷା ପାଇଗଲେ । ଯଦି କେହି କୁହେ ଯେ ଗତିରୋଧ ଉଭୟ ବିରୋଧୀ ଓ ସରକାରୀଦଳର ମୁଖ୍ୟ ଅଂଶୀଦାର ଦଳଗୁଡ଼ିକୁ ସୁହାଉଛି-ତା’ହେଲେ ଏହା ଆଦୌ ଅତୁ୍ୟକ୍ତି ହେବ ନାହିଁ । ତା’ହେଲେ କ’ଣ ଏହି ଗତିରୋଧ-ଏକ ବୁଝାମଣାର ପରିଣତି-ବିରୋଧୀ ଓ ଶାସକଦଳ ମଧ୍ୟରେ?
-ଶୁଦ୍ରକ

୧୬-୩୦ ଜାନୁଆରୀ, ୨୦୧୧

ନିଲାମ ହାଟରେ କ୍ରିକେଟ ଖେଳାଳୀ
କ୍ରିକେଟ ଖେଳ ଆଭିଜାତ୍ୟମାନଙ୍କର ଖେଳ ଥିଲା ଏକଦା । ରାଜା, ମହାରାଜା, ନବାବମାନେ ଖେଳୁଥିଲେ କ୍ରିକେଟ । ଏମାନଙ୍କ ପାଖରେ ଥିଲା ଅବସର ଓ ବ୍ରିଟିଶ ଶାସକଗୋଷ୍ଠୀ ସହ କାନ୍ଧ ମିଳାଇବାର ଏକ ସୁଯୋଗ ଥିଲା କ୍ରିକେଟଖେଳ । ଶୀତଦିନରେ ଏହି ଖେଳ ହେଉଥିଲା । ଧୋବ ଫରଫର ପୋଷାକ ପିନ୍ଧି ଖେଳାଳୀମାନେ ସବୁଜ ପଡ଼ିଆ ଉପରେ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ଦେଖାଯାଉ ଥିଲେ । ପାଞ୍ଚଦିନ ଖେଳପରେ ନିଷ୍ପତ୍ତ ହେଉଥିଲା ବିଜୟ ପରାଜୟର ।
ଯେଉଁମାନେ କ୍ରିକେଟ ଖେଳର ଏହି ଇତିହାସ ସହ ପରିଚିତ ସେମାନେ ବାରମାସୀ କ୍ରିକେଟ, ପାଉଚ (କ୍ଟ୍ରକ୍ଟଙ୍କମଷ) କ୍ରିକେଟ (ଦିନିକିଆ, ୨୦-୨୦ଇତ୍ୟାଦି), ଓ ଶେଷକୁ ଖେଳାଳୀଙ୍କର ନିଲାମ ଦେଖି ଏକ ସାଂସ୍କୃତିକ ସ୍ତବ୍ଧତା ଦ୍ୱାରା ଆକ୍ରାନ୍ତ ହେଉଥିବେ ।
କିନ୍ତୁ ଯେଉଁମାନେ ବିଜ୍ଞାନ ଓ ବଜାରର ପରିବର୍ତ୍ତନକୁ ଲକ୍ଷ୍ୟ କରୁଥିବେ, ଦେଖୁଥିବେ ଯେ ବିଜ୍ଞାନର ଚମକ୍ରାରିତା ଫଳରେ ପରିବା ତା’ର ଋତୁଭିତ୍ତକ ଚରିତ୍ର ହରାଇ ବାରମାସୀ ହେବାକୁ ବସିଲାଣି ଓ ବଜାରରେ ବୋତଲ ସ୍ଥାନରେ ପାଉଚର ବ୍ୟବହାର ଅଧିକରୁ ଅଧିକ ହେବା ଲାଗିଲାଣି, ସେମାନେ ଏହିଭଳି ପରିବର୍ତ୍ତନ ଦ୍ୱାରା ଇତ୍ୟବସରରେ ବଜାରୀ ହୋଇଯାଇଥିବା କ୍ରିକେଟ ଖେଳ ପ୍ରଭାବିତ ହେବାକୁ ସହଜରେ ଗ୍ରହଣ କରୁଥିବେ ନିଶ୍ଚୟ ।
ସାଧାରଣ ମଣିଏ ବା ଅନ୍ୟ ବୃତ୍ତରେ ବିଚକ୍ଷଣ ମଣିଷମାନଙ୍କଠାରୁ କ୍ରିକେଟ ଖେଳାଳୀମାନେ ଯେ ଭିନ୍ନ ତାହା ଆମର ଗଣମାଧ୍ୟମ ବାରମ୍ବାର ସୂଚାଇ ଦେଉଛି । ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ଭଳି ଏମାନେ ସବୁ ବିଜ୍ଞାପନରେ ଦୃଶ୍ୟମାନ । ତେଣୁ ଏମାନଙ୍କ ଭିତରେ ଏକ ସମ୍ପର୍କ ସ୍ୱଭାବିକ । ଅଭିନେତା-ଅଭିନେତ୍ରୀମାନେ କ୍ରିକେଟ ଖେଳକୁ ବ୍ୟବସାୟ କରିବାର ଦୃଶ୍ୟ ତେଣୁ ଅସ୍ୱାଭାବିକ ନୁହେଁ । ଶିଳ୍ପା ସେଟ୍ଟୀ, ପ୍ରୀତି ଜିଣ୍ଟା, ଶାହରୁଖ ଖାଁ କ୍ରିକେଟ ଖେଳରେ ପୁଞ୍ଜିନିବେଶ କରିବା ତ’ ଆମେ ଦେଖୁଛୁ । କିନ୍ତୁ ଯାହା ଆମର ସଂସ୍କୃତିକୁ ଆଘାତ ଦେଉଛି-ତାହା ହେଉଛି କ୍ରିକେଟ ଖେଳାଳୀମାନେ ନିଜକୁ ନିଲାମ ହେବାପାଇଁ ଅନୁମତି ଦେବା । ନିଜ ବେକରେ ପଘା ବାନ୍ଧି ହାଟରେ ଠିଆ ହେବା ଓ ନିଲାମ ଡକାଳିମାନଙ୍କର ଡାକକୁ ଉକ୍ରର୍ଣ୍ଣ ହୋଇ ଅପେକ୍ଷା କରିବା ।
ଶୁଣାଯାଏ ଯେତେବେଳେ କ୍ରୀତଦାସ ପ୍ରଥା ଥିଲା ସେତେବେଳେ କ୍ରୀତଦାସମାନଙ୍କର ନିଲାମ ଡକା ହେଉଥିଲା । ମଣିଷର ନିଲାମ ଡକା ହେବା ମଣିଷ ମର୍ଯ୍ୟାଦାର ପରିପନ୍ଥୀ ଓ ସଭ୍ୟ ସମାଜରେ ଅଗ୍ରହଣୀୟ ବୋଲି ଯେତେବେଳେ ବିଚାର କରାଗଲା , ସେତେବେଳେ ନିଲାମ ଶବ୍ଦର ବ୍ୟବହାର ମଣିଷ ସହିତ କରାଗଲା ନାହିଁ ।
ଏହା କିନ୍ତୁ ଏବେ ଫେରିଛି । ନବ୍ୟ ଉଦାରବାଦୀ ଅର୍ଥନୀତିରେ ଏହା ଗ୍ରହଣୀୟ ହେଉଛି । କି୍ରକେଟ ଖେଳାଳୀମାନେ ଏହି ସଂସ୍କୃତିର ପ୍ରଥମ ଶିକାର ହୋଇଛନ୍ତି । କିଏ କହିବ- ଏହାପରେ ଏହି ନିଲାମ ଡାକ ଅନ୍ୟାନ୍ୟ ଗୋଷ୍ଠୀକୁ ଯେ ନ ବ୍ୟାପିବ । କିନ୍ତୁ ନିଲାମ ଡାକରେ ଯେ ସବୁଠାରୁ ଉତ୍ତମ ବା ଦକ୍ଷବ୍ୟକ୍ତିର ମୂଲ୍ୟ ଅଧିକ ହେବ, ସେପରି ନୁହେଁ । ତା’ହେଲେ ତ ଗୌତମ ଗମ୍ଭୀର ନହୋଇ ସୌରଭ ଗାଙ୍ଗୁଲିଙ୍କର ବୋଲି ସବୁଠାରୁ ଅଧିକ ହୋଇଥାନ୍ତା । ବିଡ଼ମ୍ବନା ଯେ ସୌରଭ ଗାଙ୍ଗୁଲିଙ୍କ ପାଇଁ କେହି ନିଲାମ ହିଁ ଡାକିଲେ ନାହିଁ ।           -ଶୁଦ୍ରକ

୧-୧୫ ଫେବୃୟାରୀ, ୨୦୧୧
ରାମଦେବଙ୍କର ରାଜନୀତି
ହରିଆନା ଅଧିବାସୀ ରାମକିଶନ ଯାଦବ ଆଜି ବହୁ ପ୍ରଚାରିତ ଓ ବହୁ ଦୃଶ୍ୟମାନ ଯୋଗଶିକ୍ଷକ । ସେ ହରିଦ୍ୱାରରେ ୨୦୦୮ମସିହା ଅଗଷ୍ଟ ୬ତାରିଖରେ ପ୍ରତିଷ୍ଠା କରିଛନ୍ତି ପତଞ୍ଜଳୀ ଯୋଗପୀଠ ଟ୍ରଷ୍ଟ । ଏହାର ଏକ ଶାଖା ଭାବେ ବିଲାତ ଦେଶରେ ମଧ୍ୟ ତାଙ୍କର ଏହି ଟ୍ରଷ୍ଟ କାର୍ଯ୍ୟ କରୁଛି । ଯାହା ପତଞ୍ଜଳୀ ଯୋଗପୀଠ(ୟୁକେ) ଟ୍ରଷ୍ଟ ନାମରେ ପ୍ରଚାରିତ । ସ୍କଟଲ୍ୟାଣ୍ଡ୍ରେ ବସବାସ କରୁଥିବା ଭାରତୀୟ ଦମ୍ପତ୍ତ ଶ୍ୟାମ ଓ ସୁନୀତା ପୋଦ୍ଧାର ସ୍କଟଲ୍ୟାଣ୍ଡର ଏକ ଦ୍ୱୀପ (କ୍ଷସଗ୍ଧଗ୍ଧକ୍ଷର କ୍ଷଙ୍କଜ୍ଞଭକ୍ସବର)୨୦ଲକ୍ଷ ବ୍ରିଟିଶ ପାଉଣ୍ଡ (ପ୍ରାୟଃ ୧୫କୋଟି ଟଙ୍କା)ରେ କିଣି ଏହି ପତଞ୍ଜଳୀ ଯୋଗପୀଠର ଏକ ଯୋଗକେନ୍ଦ୍ର ପ୍ରତିଷ୍ଠା ପାଇଁ ରାମଦେବଙ୍କୁ ଦାନ କରିଛନ୍ତି । ଏହା ସେପ୍ଟେମ୍ବର ୨୦୦୯ରେ ଉଦ୍ଘାଟିତ ହୋଇଛି ଓ ଏହି ଦ୍ୱୀପର ନାମ ଶାନ୍ତିଦ୍ୱୀପ (ଚରବମର ଓଗ୍ଦକ୍ଷବଦ୍ଭୟ) ରଖାଯାଇଛି । ବାବା ରାମଦେବ ଇତ୍ୟବସରରେ ତିନୋଟି ଘରୋଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ ହାସଲ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲେ କୀଟ୍ ବିଶ୍ୱବିଦ୍ୟାଳୟ, ଆମିଟି ବିଶ୍ୱବିଦ୍ୟାଳୟ ଓ ଡକ୍ଟର ଡି.ୱାଇ.ପାଟିଲ ବିଶ୍ୱବିଦ୍ୟାଳୟ । ୨୦୦୭ମସିହାରେ କୀଟ୍ ବିଶ୍ୱବିଦ୍ୟାଳୟ ବାବା ରାମଦେବଙ୍କୁ ସମ୍ମାନିତ କରିଥିବାବେଳେ ଅନ୍ୟ ଦୁଇ ବିଶ୍ୱବିଦ୍ୟାଳୟ ୨୦୧୦ରେ ବାବା ରାମଦେବଙ୍କୁ ସମ୍ମାନିତ କରିଛନ୍ତି । ୨୦୧୧ ମସିହାରେ ଭାରତ ସରକାରଙ୍କ ପଦ୍ମ ପୁରସ୍କାର ପାଇଁ ତାଙ୍କର ନାମ ମନୋନୀତ ହୋଇଥିଲା ବୋଲି ଖବର । କାହିଁକି ପାଇଲେ ନାହିଁ- ତାହାର ଅବଶ୍ୟ କୌଣସି କାରଣ ଜଣାପଡ଼ି ନାହିଁ । ଘରଙ୍ଗ ଣକ୍ଟକ୍ସଳ ଞସଜ୍ଞରଗ୍ଦ ବାବା ରାମଦେବଙ୍କ ପରିଚୟ ଦେବାକୁ ଯାଇ ଲେଖନ୍ତି, ‘ଓଦ୍ଭୟସବଦ୍ଭ ଙ୍ଗଷକ୍ଟ ଭଙ୍କସକ୍ଷଗ୍ଧ ଚ୍ଚକ୍ଟଶବ ରଜ୍ଞକ୍ଟ୍ରସକ୍ସର.’ (ଭାରତୀୟ ଯିଏ ଗଢ଼ିଛନ୍ତି ଯୋଗର ସାମ୍ରାଜ୍ୟ) । ଯୋଗ ସାମ୍ରାଜ୍ୟ ବ୍ୟତୀତ ସେ ଏକ ଆୟୁର୍ବେଦ ଔଷଧ ତିଆରି କାରଖାନାର ମାଲିକ ମଧ୍ୟ । କିଛିବର୍ଷ ତଳେ ଏହି କାରଖାନାରେ ଶ୍ରମିକ ଅଶାନ୍ତିକୁ କେନ୍ଦ୍ର କରି ସିପିଏମ୍ର ନେତ୍ରୀ ବୃନ୍ଦା କରାଟ ଓ ବାବା ରାମଦେବଙ୍କ ଭିତରେ କଳହ ଉପୁଜି ଗଣମାଧ୍ୟମକୁ ବେଶୀ ରୋଚକ କରିଥିଲା ।
ଏହିଭଳି ଏକ ପୃଷ୍ଠଭୂମି ଥିବା ଯୋଗଶିକ୍ଷକ ଓ ଔଷଧ କମ୍ପାନୀର ମାଲିକ-ରାଜନୀତିର ରଣାଙ୍ଗନକୁ ଅବତୀର୍ଣ୍ଣ ହେବା ଅନେକଙ୍କୁ ଚକିତ କରିଦେଇଛି । ଭାରତ ସ୍ୱାଭିମାନ ନାଁ ଦେଇ ସେ ଗଢ଼ିଛନ୍ତି ଏକ ରାଜନୈତିକ ଦଳ ଓ ଏହି ଦଳ ଦୁର୍ନୀତିର ମୂଳୋପôାଟନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ଭାରତର ବିଭିନ୍ନ ସ୍ଥାନରେ ସଭାସମିତି ମାନ କରି । ଅଳ୍ପଦିନ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହିଳଭି ସଭା ସମିତି ମାନ କରିଛନ୍ତି ଯୋଗ-ଆସନ ପ୍ରଦର୍ଶନ କରି । ଆଗାମୀ ନିର୍ବାଚନରେ ୫୪୫ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ତାଙ୍କ ଦଳ ତରଫରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ଦୁର୍ନୀତି ବିରୋଧରେ ଆହ୍ୱାନ ଦେଇ ରାଜନୈତିକ ଦଳ ଗଢ଼ାହେବା ଓଡ଼ିଶାବାସୀଙ୍କ ପାଇଁ ନୂତନ ଅଭିଜ୍ଞତା ନୁହେଁ । କଂଗ୍ରେସ ସରକାରର ଦୁର୍ନୀତି ବିରୋଧରେ ଆହ୍ୱାନ ଦେଇ ମଧ୍ୟ ଷାଠିଏ ଦଶକରେ ଜନକଂଗ୍ରେସ ଗଢ଼ା ହୋଇଥିଲା । କିନ୍ତୁ ଏହି ଦଳଗୁଡ଼ିକ କଦାପି ସ୍ଥାୟୀ ହୋଇପାରି ନାହିଁ- ବରଂ ଏ କ୍ଷମତାସୀନ ହେଲାପରେ ଦୁର୍ନୀତିର କଳଙ୍କ ଏମାନଙ୍କ ଠାରେ ମଧ୍ୟ ଲାଗିଛି । ଏହି ଅଭିଜ୍ଞତା ପରେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେଉଥିବା ବ୍ୟକ୍ତି ବା ଦଳର ଉଦେ୍ଧଶ୍ୟ ଉପରେ ସନେ୍ଦହ ସୃଷ୍ଟିହେବା ସ୍ୱାଭାବିକ । ବିଶେଷତଃ ଯେତେବେଳେ ଏହି ଆହ୍ୱାନ ଶୁଣିବା ଓ ଶୁଣାଇବା ପାଇଁ ବିଶାଳ ସଭାମାନଙ୍କର ଆୟୋଜନ ହେଉଛି ଓ ଏହି ଆୟୋଜନ ପାଇଁ ଅର୍ଥ କେଉଁଠାରୁ ଆସୁଛି ବୋଲି ମନଭିତରେ ପ୍ରଶ୍ନ ଉଠୁଛି । ଦୁର୍ନୀତି ତ’ ସବୁବେଳେ ଅର୍ଥକୁ ନେଇ । ଯେଉଁମାନେ ଦୁର୍ନୀତିଗ୍ରସ୍ତ-ସେମାନଙ୍କ ପାଖରେ ତ ଅର୍ଥର ପ୍ରାଚୁର୍ଯ୍ୟ । ଏହିଭଳି ସଭା ସମିତିର ଆୟୋଜନ କରାଇ ସେମାନେ ଯେ ନିଜକୁ ଶୁଦ୍ଧ ବୋଲି ଦର୍ଶାଇବା ପାଇଁ ଉଦ୍ୟମ କରୁନଥିବେ କିଏ କହିବ?                -ଶୁଦ୍ରକ

୧୬-୨୮ ଫେବୃୟାରୀ, ୨୦୧୧
କବିଙ୍କୁ ଦୂରରୁ ଦେଖ
ଏହି ଶିରୋନାମାରେ ଏକ କବିତା ପ୍ରକାଶ ପାଇଥିଲା । କବିତାର ପ୍ରଥମ କେତୋଟି ଧାଡ଼ି ଥିଲା ‘କବିଙ୍କୁ ଦୂରରୁ ଦେଖ/ ସୁନ୍ଦର ଦିଶିବ/ ଦୂରରୁ ପର୍ବତ ଭଳି ।’ ଏହି କବିତାକୁ ନେଇ କିଛି କବି ଯେଉଁମାନେ ପେଶାଦାର ରାଜନୀତି କରନ୍ତି ଓ କ୍ଷମତାସୀନ ଦଳ ସହ ସମ୍ପର୍କରେ ଥାନ୍ତି, ବେଶ୍ ପ୍ରତିକ୍ରିୟା କରିଥିଲେ ବୋଲି ଶୁଣାଯାଏ । ବର୍ତ୍ତମାନ ୨-ଜି ଟେଲିକମ୍ ଦୁର୍ନୀତିରେ ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ଏ.ରାଜା ସି.ବି.ଆଇ ଦ୍ୱାରା ଗିରଫ ହେବାପରେ ଓ ସେ ମୂଳତଃ ଜଣେ କବି ବୋଲି ଜଣାପଡ଼ିବା ପରେ (ଦ୍ରଷ୍ଟବ୍ୟ: ‘କବିରୁ କେନ୍ଦ୍ରମନ୍ତ୍ରୀ’ ଧରିତ୍ରୀ, ୩/୨/୨୦୧୧) ଉକ୍ତ କବିତାର ପ୍ରାସଙ୍ଗିକତା ଉପଲବ୍ଧô କରିହେଉଛି ଓ କ୍ଷମତା ରାଜନୀତି ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଏହି କବିତା ପ୍ରତି ବିରୋଧ ଭାବର କାରଣ ମଧ୍ୟ ବୁଝିହେଉଛି ।

Print Friendly, PDF & Email