୧-୧୬ ସେପ୍ଟେମ୍ବର, ୨୦୦୮
ଇତ୍ୟବସରରେ ଏକ ମଞ୍ଚର ଓଡ଼ିଶାମାଟିରେ ଆବିର୍ଭାବ ହୋଇଛି, ଯାହାର ନାଁ ହେଉଛି ‘Think Odisha Corporate Social Responsibility Forum’ । ଏହି ଫୋରମରେ ଇଂରାଜୀ ଦୈନିକ The Times of India ଗୋଷ୍ଠୀଦ୍ୱାରା କର୍ପୋରେଟ୍ମାନଙ୍କର ସାମାଜିକ ଦାୟିତ୍ୱ (corporate social responsibility)ଉପରେ ଏକ ଆଲୋଚନା ଅଗଷ୍ଟ୧୪, ୨୦୦୮ଦିନ ଅନୁଷ୍ଠିତ ହୋଇଯାଇଛି । The Times of Indiaଗୋଷ୍ଠୀକୁ ଏହି ଆଲୋଚନା ସଭା ପରିଚାଳନରେ ସାହାଯ୍ୟ କରିଛନ୍ତି କାର୍ଯ୍ୟକ୍ରମ ପରିଚାଳନା ଗୋଷ୍ଠୀ ଟେଫ୍ଲା (Tefla) । ଏହି ଫୋରମ୍ ବିଷୟରେ ଟେଫ୍ଲାର ପରିଚାଳନା ନିଦେ୍ର୍ଧଶକ କହନ୍ତି-ଏହା ଏକ ଏପରି ଫୋରମ୍ ଯେଉଁଠାରେ କମ୍ପାନୀ ମାନଙ୍କ ଦ୍ୱାରା ସେମାନଙ୍କର ସାମାଜିକ ଦାୟିତ୍ୱ ନିର୍ବାହ ଦିଗରେ ହେଉଥିବା ପଦକ୍ଷେପଗୁଡ଼ିକୁ ଆମେ ଚିହ୍ନଟ କରୁ ଓ ଉତ୍ସାହିତ କରୁ । ଏହା ନିଶ୍ଚିତ କରାଯିବା ଦରକାର ଯେ ଏହିଭଳି ପଦକ୍ଷେପ ସ୍ୱେଚ୍ଛାକୃତଭାବେ ହିଁ ନିଆଯାଉଥିବ ଓ ବ୍ୟବସାୟର ଉଦେ୍ଧଶ୍ୟକୁ ପ୍ରତିହତ କରୁନଥିବ । (this is a forum, where we have been encouraging and reco-gnising the initiatives companies take up as their social obligations. It must be ensured that such programmes are taken up voluntarily and must not move the other objectives of a business.( The Times of India, BBSR edition 15 Aug 2008)
ଅବଶ୍ୟ ଏହିସଭାରେ ଅଂଶଗ୍ରହଣ କରି ଭାରତର ଆମେରିକାରେ ଅବସ୍ଥାପିତ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ(ସ୍ୱାଭିମାନୀ କବି ଓ ଅଧ୍ୟାପକ ମାୟାଧର ମାନସିଂହ ଙ୍କର ଦ୍ୱିତୀୟପୁତ୍ର)କହିଛନ୍ତି ଯେ କର୍ପୋରେଟମାନଙ୍କର ସାମାଜିକ ଦାୟିତ୍ୱ ନିର୍ବାହ ଆଉ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ନୁହେଁ ବରଂ ଏହା କରିବାକୁ ସେମାନେ ବାଧ୍ୟ । ( CSR is no longer a voluntary activity for companies but an enforceable right). ସେହିଭଳି ଅବସରପ୍ରାପ୍ତ ବିଚାରପତି ରାଧାକୃଷ୍ଣ ପାତ୍ର ମଧ୍ୟ କହିଲେ ଯେ କର୍ପୋରେଟ ମାନେ ଭୂମିର ବାସ୍ତବିକତା (ground reality)କୁ ଉପେକ୍ଷା କରି ବିଚ୍ଛିନ୍ନ ହୋଇ ରହିପାରିବେ ନାହିଁ । ଏହି ଆଲୋଚନା ସଭାରେ ଟାଟା, ଜିନ୍ଦଲ, ବେଦାନ୍ତ, ନାଲ୍କୋ, ପୋସ୍କୋ ଭଳି କମ୍ପାନୀମାନେ ଅଂଶଗ୍ରହଣ କରିଥିଲେ । The Times of India ନିଦେ୍ର୍ଧଶକ ସଞ୍ଜୟ ସେନ୍ ଉପସଂହାରରେ କହିଲେ ଯେ କର୍ପୋରେଟ ସାମାଜିକ ଦାୟିତ୍ୱ ହେଉଛି ସମାଜ ପ୍ରତି କର୍ତ୍ତ୍ୟବର ପାଳନ, ଭଲକାର୍ଯ୍ୟ କରିବାର ଆନନ୍ଦ ଏବଂ ନିଜ ସ୍ୱାର୍ଥର ଏକ ସମାହାର । ( CSR ultimately is a combination of one’s duty towards the society, joy of doing good and self interest) ଏହି ଅବସରରେ ଥିଙ୍କ୍ ଓଡ଼ିଶା ନେତୃତ୍ୱ ସମ୍ମାନ ବଣ୍ଟନ କରାଗଲା । ଯେଉଁମାନେ ସମ୍ମାନିତ ହେଲେ,ସେମାନେ ହେଲେ ପ୍ରଶାସକ ବିବେକାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍ ସ୍ୱାଧୀନାନନ୍ଦ ପଟ୍ଟନାୟକ, ବ୍ୟବସାୟୀ ଶରତ ସାହୁ, ଅଭିନେତା ବିଜୟ ମହାନ୍ତି, ସାହିତି୍ୟକ ମହାପାତ୍ର ନୀଳମଣି ସାହୁ, ଗାୟକ ଦାମୋଦର ହୋତା, ଫୁଟବଲଖେଳାଳୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପରିବେଶବିତ୍ ଭୁବନେଶ୍ୱର ଠାକୁର ଓ ସମାଜକର୍ମୀ ବାଘାମ୍ବର ପଟ୍ଟନାୟକ । ଏହା ବ୍ୟତୀତ ଯେଉଁ ଅନୁଷ୍ଠାନମାନେ ଏହି ସମ୍ମାନରେ ସମ୍ମାନିତ ହେଲେ, ସେମାନେ ହେଲେ ଜାଭିଏର ଇନ୍ଷ୍ଟିଚୁ୍ୟଟ ଅଫ୍ ମ୍ୟାନେଜମେଣ୍ଟ, ନାଲ୍କୋ, ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର, ବେଦାନ୍ତ, ଟାଟାଷ୍ଟିଲ, ଓଡ଼ିଶା ଷ୍ଟିଭେଡର ଓ ଗୁପ୍ତା କେବୁଲ । ଅଭିନେତ୍ରୀ ଭାନୁମତୀ ଦେବୀଙ୍କୁ ସାରାଜୀବନ ଅଭିନୟକୁ ଉତ୍ସର୍ଗ କରିଥିବା ହେତୁ ସମ୍ମାନିତ କରାଯାଇଥିଲା ।
କହିବା ବାହୁଲ୍ୟ ଯେ ଓଡ଼ିଶାର ଖଣିଖାଦାନ, ଜଳ, ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ଦେଶୀ ବିଦେଶୀ କମ୍ପାନୀମାନେ ସେମାନଙ୍କ ଜନସମ୍ପର୍କ କାର୍ଯ୍ୟଟିକୁ ଆଉଟସୋର୍ସ (outsource)କରିବାପାଇଁ ଥିଙ୍କ୍ ଓଡ଼ିଶା କର୍ପୋରେଟ ସାମାଜିକ ଦାୟିତ୍ୱ ଫୋରମ୍ଟି ପାଇଗଲେ । ଥିଙ୍କ ଓଡ଼ିଶା ଫୋରମର ଉଦ୍ୟୋକ୍ତାମାନଙ୍କର ଦୂରଦୃଷ୍ଟିକୁ ତାରିଫ କରିବାକୁ ହେବ ଯେ ସେମାନେ ସେମାନଙ୍କର ଖବର କାଗଜ ଓ ମୂଳଅନୁଷ୍ଠାନ ପାଇଁ ଆୟର ଏକ ସ୍ରୋତଟିଏ ତିଆରି କରିଦେଇ ପାରିଲେ । ଯେଉଁମାନେ ସିଧାସଳଖ କମ୍ପାନୀମାନଙ୍କ ଦ୍ୱାରା ଅନୁଗୃହୀତ ବା ସମ୍ମାନିତ ହେବାପାଇଁ କୁଣ୍ଠିତ ହେଉଥିଲେ, ସେମାନଙ୍କୁ ଥିଙ୍କ୍ ଓଡ଼ିଶା ଫୋରମ ଜରିଆରେ କବଳିତ କରିବାର ଏକ ଚମକ୍ରାର ସମ୍ଭାବନାଟିଏ ସୃଷ୍ଟି କରିପାରିଲେ ।
ଯେଉଁମାନେ ଥିଙ୍କ ଓଡ଼ିଶା କର୍ପୋରେଟ ସାମାଜିକ ଦାୟିତ୍ୱ ଫୋରମ ନାମକରଣଟିକୁ ତର୍ଜମା କରୁଛନ୍ତି, ସେମାନେ ସ୍ୱାଭାବିକ ପଚାରୁଛନ୍ତି ଯେ କ’ଣ କର୍ପୋରେଟ୍ର ସାମାଜିକ ଦାୟିତ୍ୱ ସନ୍ଦର୍ଭରେ ହିଁ ଓଡ଼ିଶା ବିଷୟରେ ଥିଙ୍କ୍ (ଭାବିବା) କରିବାର ଠିକା ଏହି ଫୋରମ ନେଇଛନ୍ତି କି?
ଶୁଦ୍ରକ ମତରେ ନାମକରଣରେ ଏଭଳି ସ୍ପଷ୍ଟତା ରହିବା ଆବଶ୍ୟକ, ଯାହାଫଳରେ କୌଣସି ପ୍ରକାର ବିଭ୍ରାନ୍ତିର ଆଉ ସୁଯୋଗ ନଥିବ । ତେବେ କାହିଁକି ପ୍ରତିନିୟତ ଓଡ଼ିଶା ସମ୍ପର୍କରେ, ଓଡ଼ିଆ ଜାତି ସମ୍ପର୍କରେ ଭାବୁଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଓ ଅନ୍ୟାନ୍ୟ ମନୀଷୀଗଣ ସେମାନଙ୍କର ଅନୁଷ୍ଠାନଗୁଡ଼ିକର ନାମକରଣରେ ‘ଥିଙ୍କ ଓଡ଼ିଶା’ ବାକ୍ୟ ଖଣ୍ଡର ପ୍ରୟୋଗ କରିନଥିଲେ, ତାହା ହିଁ ଆଶ୍ଚର୍ଯ୍ୟ ଲାଗୁଛି । ଥିଙ୍କିଙ୍ଗ୍ ( thinking ଅର୍ଥାତ ଭାବିବା) ଟା ତାଙ୍କ ପାଇଁ ଅତି ସ୍ୱାଭବିକ ଥିଲା, ବୋଧହୁଏ ସେଇଥିପାଇଁ ।