ନିୟମଗିରି ପର୍ବତରୁ ବକ୍ସାଇଟ ଉତ୍ତୋଳନ ବେଦାନ୍ତ କମ୍ପାନୀ କରିପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ୨୩/୧୧/୦୭ଦିନ ଏକ ରାୟ ଦେଇଛନ୍ତି, କିନ୍ତୁ ଏହି ଉତ୍ତୋଳନ କାର୍ଯ୍ୟ ଷ୍ଟେରିଲାଇଟ ଇଣ୍ଡଷ୍ଟ୍ରିଜ୍ କରିପାରିବ ଓ ଏଥିପାଇଁ ୮ସପ୍ତାହ ଭିତରେ ଷ୍ଟେରିଲାଇଟ ଇଣ୍ଡଷ୍ଟ୍ରିଜ୍ ତାହାର ଆଗ୍ରହ ସୁପ୍ରିମକୋର୍ଟକୁ ଜଣାଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହିଭଳି ନିଷ୍ପତ୍ତ ଦ୍ୱାରା ପରିବେଶବିତ୍ମାନେ ବେଶ ଆଲ୍ହାଦିତ ହୋଇଛନ୍ତି ବୋଲି ସମ୍ବାଦପତ୍ରରୁ ଜଣାପଡ଼ୁଛି । (The Statesman 24/11/2007)
କିନ୍ତୁ କ’ଣ ପାଇଁ ପରିବେଶବିତ୍ମାନେ ଆଲ୍ହାଦିତ ହେଲେ ତାହା ବୁଝାପଡ଼ୁନାହିଁ । ଯଦି ମୂଳ ପ୍ରଶ୍ନ ଥିଲା ନିୟମଗିରି ପର୍ବତର ପରିବେଶକୁ ନେଇ ଓ ଏଥିପାଇଁ ଏହି ଅଞ୍ଚଳରୁ ବକ୍ସାଇଟ ଉତ୍ତୋଳନକୁ ହେଉଥିଲା ବିରୋଧ, ସେତେବେଳେ ବେଦାନ୍ତ ନକରି ଷ୍ଟେରିଲାଇଟ କରିବା ଫଳରେ ମୂଳ ପ୍ରଶ୍ନଟିର ସମାଧାନ ହେଲା କିପରି? ପରିବେଶବିତ୍ମାନଙ୍କର ଆଲ୍ହାଦିତ ହେବାର ଅବସର ଆସିଲା କେଉଁଠୁ? ଇଏ ବି ଆଉ ଏକ କଥା ଯେ, ବେଦାନ୍ତର ମାଲିକ ଓ ଷ୍ଟେରିଲାଇଟ୍ର ମାଲିକ ସର୍ବଶେଷରେ ଜଣେ । ଗୋଟଏ ମାଲିକର ଦୁଇଟି ସଂସ୍ଥା ଭିତରେ ଉତ୍ତୋଳନ କାର୍ଯ୍ୟକୁ କେବଳ ଅଦଳ ବଦଳ ହିଁ କରିଦିଆଯାଇଛି- ଏହା ଆମର ପରିବେଶବିତ୍ମାନେ ବୁଝିପାରୁନାହାନ୍ତି କିପରି? ନିଶ୍ଚିତ ଭାବରେ ପରିବେଶବିତ୍ମାନଙ୍କର ଏହିପରି ଆଲ୍ହାଦ ଦେଖି ଆଲୁମିନା ପ୍ରକଳ୍ପ ସପକ୍ଷବାଦୀମାନେ ଖୁସି ହେଉଥିôବେ । ଏହିଭଳି ‘ବିରୋଧ’ ଥିଲେ ସପକ୍ଷବାଦୀଙ୍କର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଭାବୁଥିବେ ।