୧୬-୩୦ ଡିସେମ୍ବର, ୨୦୦୮
ରାଜନୈତିକ ବ୍ୟକ୍ତିଙ୍କୁ ଛି’ଛାକର, ସାମରିକ ଶକ୍ତିର ଜୟ ଜୟକାର
ବମ୍ବେ ସହରରେ, ପୁଣି ଭାରତବର୍ଷର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲ ତାଜ୍ରେ ସନ୍ତ୍ରାସବାଦୀ ମାନଙ୍କର ତାଣ୍ଡବ ସମାଜର ଅତି ଧନୀବର୍ଗ ଭିତରେ ଆତଙ୍କ ଖେଳାଇଦେଇଛି । ଏହା ପୂର୍ବରୁ ସନ୍ତ୍ରାସବାଦୀ ମାନେ ଭାରତର ବିଭିନ୍ନସ୍ଥାନରେ, ସାଧାରଣ ସ୍ଥାନ ମାନଙ୍କରେ ବିସ୍ଫୋରଣାଦି କରି ବହୁ ଜନଜୀବନ ନଷ୍ଟ କରିଥିଲେ ହେଁ-ଯେପରି ପ୍ରଚାର ପ୍ରସାର ଘରୋଇ ଟି.ଭି ଚ୍ୟାନେଲମାନଙ୍କରେ ତାଜ୍ ହୋଟେଲରେ ଆତଙ୍କର ହୋଇଛି, ତାହା ଅଭୂତପୂର୍ବ । ଏହା ଅବଶ୍ୟ ଅସ୍ୱାଭାବିକ ନୁହେଁ କାରଣ ଏହି ଅତି ଧନୀବର୍ଗଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନିୟନ୍ତ୍ରଣରେ ହିଁ ରହିଛି ପ୍ରାୟ ସବୁ ଘରୋଇ ଟି.ଭିଚ୍ୟାନେଲ । ଏହି ଚ୍ୟାନେଲଗୁଡ଼ିକ ଉକ୍ତ ଆକ୍ରମଣ ଘଟଣା ତୀବ୍ର ଓ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟିକରିଛି ବୋଲି ଦର୍ଶାଇବାକୁ ଅହରହ ଚେଷ୍ଟା କରିଛନ୍ତି । ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେପରି ସାଧାରଣଲୋକେ ଏହି ଘଟଣା ପାଇଁ ରାଜନୈତିକ ନେତାଙ୍କୁ ହିଁ ଦାୟୀକରନ୍ତି । ରାଜନୈତିକ ବ୍ୟକ୍ତିଙ୍କୁ ଛି’ଛାକର କରୁଥିବା ଲୋକଙ୍କ ଉପରେ ହିଁ କ୍ୟାମେରାର ଆଲୁଅକୁ ବେଶୀ ସମୟ ରଖିଛନ୍ତି । କିନ୍ତୁ ଏହା ସହିତ ଆଉ ଯେଉଁ ପ୍ରତିକ୍ରିୟାକୁ ଏହି ଚ୍ୟାନେଲମାନେ ଗୁରୁତ୍ୱ ଦେଇଛନ୍ତି ତାହା ହେଉଛି ପୁଲିସ, ସୈନ୍ୟବାହିନୀ ଓ କମାଣ୍ଡୋମାନଙ୍କର ଜୟ ଜୟକାର । ମନେହେଉଛି ଯେପରି ଏହି ଚ୍ୟାନେଲ ଗୁଡ଼ିକ କହୁଛନ୍ତି ଯେ ସମାଜରେ ଅତି ଧନୀବର୍ଗଙ୍କୁ ରାଜନୈତିକ ଶକ୍ତି ସୁରକ୍ଷା ଦେବାପାଇଁ ଅସମର୍ଥ – ସାମରିକ ଶକ୍ତିର ଶରଣାଗତ ହିଁ ହେବାକୁ ହେବ । କେହି ଯଦି ଏହି ପ୍ରକ୍ରିୟାକୁ ଆଗେଇ ନେଇ କୁହେ ଯେ ଭାରତର ଧନୀକବର୍ଗ ଓ ତାହାର ଅନୁଗତ ମଧ୍ୟମବର୍ଗ ସାମରିକ ଶାସନକୁ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ହେଉଛି-ତାହା ହେଲେ ଏହା ଅତିଶୟୋକ୍ତି ହେବ କି? ବୋଧହୁଏ ନୁହେଁ କାରଣ ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥାରେ ପୁଞ୍ଜିବାଦୀ ବ୍ୟବସ୍ଥାର ଅପ୍ରତିହତ ବିକାଶର ନଜିର ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କରେ ଦେଖିବାକୁ ମିଳିଛି । ଏକଛତ୍ରବାଦୀ ସାମରିକ ଶାସନ ବ୍ୟବସ୍ଥାଭିତରେ ପୁଞ୍ଜିବାଦ ବିଶେଷ ସୁରକ୍ଷିତ ରହିପାରେ ବୋଲି ଧାରଣା ଆମ ଦେଶର ପୁଞ୍ଜିପତିମାନଙ୍କ ମନରେ ଜନ୍ମିବା ଅସ୍ୱାଭାବିକ ନୁହେଁ । ତେବେ ପୁଞ୍ଜିପତି ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ରାଜନୈତିକ ନେତୃବୃନ୍ଦଙ୍କୁ ଇତ୍ୟବସରରେ ବଳି ପକାଇ ଦିଆଯାଇଛି । ଏଯାବତ୍ କୌଣସି ଆତଙ୍କବାଦୀ ବିସ୍ଫୋରଣ ଦୋହଲାଇ ପାରିନଥିବା କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କୁ ତାଜ୍ହୋଟେଲ ଘଟଣା ଗାଦିଚୁ୍ୟତ କରିଛି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଆର୍.ଆର୍.ପାଟିଲ ମଧ୍ୟ ସେମାନଙ୍କର ପଦବୀରୁ ବିତାଡ଼ିତ ହୋଇଛନ୍ତି । ତଥାପି ଏହା ଯଥେଷ୍ଟନୁହେଁ ବୋଲି କେତେକ ବମ୍ବେବାସୀ ଯୁକ୍ତି କରନ୍ତି । ସେମାନଙ୍କ ମତରେ ବମ୍ବେକୁ ସମ୍ପୂର୍ଣ୍ଣଭାବେ ରାଜନୈତିକ ଶ୍ରେଣୀର ଶାସନରୁ ମୁକ୍ତକରି ଏହାକୁ ଏକ ସ୍ୱୟଂଶାସିତ (ଝରକ୍ଷଲ ଏକ୍ଟଙ୍ଖରକ୍ସଦ୍ଭସଦ୍ଭଶ) ନଗର-ରାଷ୍ଟ୍ର (ଉସଗ୍ଧଚ୍ଚ ଝଗ୍ଧବଗ୍ଧର)ର ମର୍ଯ୍ୟାଦା ଦିଆଯାଉ ଓ ଅମ୍ବାନୀ ଭ୍ରାତାଦ୍ୱୟ, ରତନ ଟାଟାଙ୍କ ଭଳି ଖ୍ୟାତନାମା ଲୋକଙ୍କ ହାତରେ ଏହି ନଗର ରାଷ୍ଟ୍ରର ପରିଚାଳନା ଭାର ନ୍ୟସ୍ତ କରାଯାଉ ।
କହିବାବାହୁଲ୍ୟ ଯେ ଏଭଳି ମାନସିକତା ରାଜନୈତିକ ଶ୍ରେଣୀ ପାଇଁ ଆଦୌ ଅନୁକୂଳ ନୁହେଁ । ଯେଉଁ ଗୋଷ୍ଠୀକୁ ତୁଷ୍ଟ କରିବାକୁ ଯାଇ ଆଜିର ମୁଖ୍ୟ ଧାରାର ରାଜନୈତିକ ଶ୍ରେଣୀ ସାଧାରଣ ଲୋକର ଜୀବନଜୀବିକା ପ୍ରତି ଉଦାସୀନ, ସେହି ଗୋଷ୍ଠୀ ଆଜି ଏହି ରାଜନୈତିକ ଶ୍ରେଣୀଠାରୁ ଦୂରାଇବା ପାଇଁ ନିଜକୁ ପ୍ରସ୍ତୁତ କଲାଣି । ଏହି ପ୍ରକ୍ରିୟାରେ କ୍ରମଶଃ ଗୁରୁତ୍ୱ ଓ ବିଶ୍ୱସନୀୟତା ହରାଉଥିବା ରାଜନୈତିକ ଶ୍ରେଣୀ ସାମରିକ ପ୍ରଶାସନ ଦ୍ୱାରା ପରିଶେଷରେ କବଳିତ ହୋଇଯିବ ନାହିଁ ତ?
ଗଣତନ୍ତ୍ର ପୋଷାକରେ ଆନୁଗତ୍ୟ ସର୍ବସ୍ୱ ରାଜନୀତି
ଭୁବନେଶ୍ୱର ମୁ୍ୟନିସିପାଲ୍ କର୍ପୋରେସନ୍ର ସମୁଦାୟ ୬୦ଟି କର୍ପୋରେଟର ସ୍ଥାନ ପାଇଁ ହୋଇଥିବା ନିର୍ବାଚନରେ ୪୦ଜଣ କର୍ପୋରେଟର ନିର୍ବାଚିତ ହୋଇଛନ୍ତି କ୍ଷମତାସୀନ ବିଜୁ ଜନତା ଦଳରୁ । ଟି.ଭିରେ ବିଜୟୀ କର୍ପୋରେଟରମାନଙ୍କର ହସହସ ଚେହେରା ସମସ୍ତେ ଦେଖିଥିବେ । କିନ୍ତୁ ଏହା ସହିତ ମେୟର ଆଶାୟୀ ପ୍ରାର୍ଥୀମାନଙ୍କ ଟି.ଭି. ସମ୍ବାଦଦାତାଙ୍କୁ ଉତ୍ତର ଯେ ଯାହାକୁ ଦଳର ସୁପ୍ରିମୋ ବାଛିବେ ସେ ହିଁ ମେୟର ହେବେ-ଗୋଟିଏ କଥା ଅତି ସ୍ପଷ୍ଟଭାବେ ପ୍ରମାଣିତ କରୁଥିଲା ଯେ ଗଣତାନ୍ତ୍ରିକ ପଦ୍ଧତିରେ କର୍ପୋରେଟରମାନେ ମେୟରଙ୍କୁ ନିର୍ବାଚିତ କରିବେ ନାହିଁ-ବରଂ ଦଳରନେତା ଯାହାକୁ ଲଦିଦେବେ ତାଙ୍କୁ ସମସ୍ତେ ଗ୍ରହଣ କରିବେ । ଏହା କେବଳ ଗୋଟିଏ ଦଳର କଥା ନୁହେଁ । ଏହାହିଁ ଦୃଶ୍ୟ ସମସ୍ତ କ୍ଷମତାସୀନ ବା କ୍ଷମତା ଆଶାୟୀ ରାଜନୈତିକ ଦଳରେ । କଂଗ୍ରେସ ଦଳରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦଳର ବିଧାୟକମାନେ ନିର୍ବାଚିତ କରନ୍ତି ନାହିଁ-ଯାହାଙ୍କୁ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଚାହିଁବେ-ସେ ହିଁ ହେବେ ବୋଲି ସବୁ ବିଧାୟକ ଏକ ସ୍ୱରରେ କୁହନ୍ତି । ଭାରତୀୟ ଜନତାପାର୍ଟିରେ ମଧ୍ୟ ସେହି ଏକା ଦୃଶ୍ୟ । ଦଳର ବିଧାୟକମାନେ ନେତା ନିର୍ବାଚନ ନକରି ଦଳର ନେତୃବୃନ୍ଦ ନେତା ସ୍ଥିରକରନ୍ତି । ନିର୍ବାଚନକୁ ଆଡ଼େଇଯାଇ ଉପରୁ ନେତା ଲଦିଦେବାର ପ୍ରକ୍ରିୟା ନିଶ୍ଚିତଭାବରେ ଗଣତାନ୍ତ୍ରିକ ପରମ୍ପରାର ବିରୋଧୀ । ତଥାପି ଏହା ଚାଲିଛି । କେହି କର୍ପୋରେଟର ବା ବିଧାୟକ ବା ସାଂସଦ କହୁନାହିଁ ଯେ ଦଳରସଭାରେ ନିର୍ବାଚନ ପରେ ଯାଇ କିଏ ନେତା ହେବ, ତାହା କୁହାଯାଇ ପାରିବ । ହୋଇପାରେ ଏହି ସଭା ନେତୃତ୍ୱ ଦ୍ୱାରା ପ୍ରସ୍ତାବିତ କୌଣସି ନାଁ ଉପରେ ସମସ୍ତେ ଏକମତ ହୋଇପାରନ୍ତି । କିନ୍ତୁ ବିଡ଼ମ୍ବନା ଯେ ଏହିଭଳି ସଭାର ଫଳାଫଳକୁ ଅପେକ୍ଷା ନକରି ତା’ପୂର୍ବରୁ ନିଷ୍ପତ୍ତ ଦଳର ସୁପ୍ରିମୋ ନେବେ ବୋଲି କହୁଛନ୍ତି ଗଣତନ୍ତ୍ରକୁ ସୁରକ୍ଷିତ ରଖିବାପାଇଁ ଶପଥ ନେଉଥିବା ଆମର କର୍ପୋରେଟର,ବିଧାୟକ ଓ ସାଂସଦ । କହିବା ବାହୁଲ୍ୟ ଯେ ସମ୍ପ୍ରତି ରାଜନୈତିକ ଦଳଗୁଡ଼ିକ ସର୍ଦ୍ଧାରଚାଳିତ ଗ୍ୟାଙ୍ଗ ଭଳି ହୋଇଯାଇଛି । ସର୍ଦ୍ଧାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗ୍ୟାଙ୍ଗ୍ ସଦସ୍ୟମାନଙ୍କ ଭିତରେ ପ୍ରତିଯୋଗିତା ଲାଗିଛି । ସର୍ଦ୍ଧାର ଯାହାକୁ ବାଛିବେ ତାକୁ ହିଁ ଅନ୍ୟ ସଦସ୍ୟମାନେ ମାନିନେବେ, ଏହି ମାନସିକତା ସଭିଙ୍କୁ ଆଛାଦିତ କରିରଖିଛି । ସର୍ଦ୍ଧାରଙ୍କ ପ୍ରତି ଆନୁଗତ୍ୟର ଏତାଦୃଶ ପ୍ରଦର୍ଶନ ଯଦି ଅବ୍ୟାହତ ରୁହେ, ତା’ହେଲେ ଗଣତନ୍ତ୍ରର ଜୀବନୀ ଶକ୍ତିର କ୍ଷୟ ତ୍ୱରାନ୍ୱିତହେବ- ଏଥିରେ ସନେ୍ଦହ ନାହିଁ ।
ଦୁର୍ନୀତି ନିବାରଣ
ନଭେମ୍ବର ପ୍ରଥମ ସପ୍ତାହ ଓଡ଼ିଶାରେ ଦୁର୍ନୀତି ନିବାରଣ ସପ୍ତାହ । ଏହି ସପ୍ତାହ ଆରମ୍ଭ ହୁଏ ସରକାରୀ କର୍ମଚାରୀଙ୍କ ଶପଥରୁ ଯେ ସେମାନେ ଦୁର୍ନୀତି କରିବେନାହିଁ । ରାଜନେତାମାନଙ୍କ ଉପସ୍ଥିତିରେ ଏଭଳି ଶପଥ ନିଆଯାଏ । ଖବରକାଗଜ, ଗଣମାଧ୍ୟମରେ ଏହି ସପ୍ତାହରେ ହେଉଥିବା ସଭାସମିତି, ସେମିନାର, ୱାର୍କସପ୍ ଇତ୍ୟାଦିର ପ୍ରବଳ ପ୍ରଚାର ହୁଏ । ତା’ ପରବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଆସିବା ବେଳକୁ ଦୁର୍ନୀତି ବିଭାଗ ଜାଲରେ ପଡ଼ୁଥିବା ସରକାରୀ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ଘଟିବା କିନ୍ତୁ ଦେଖାଯାଏ ନାହିଁ । ତେଣୁ ଏଭଳି ଆୟୋଜନ ଓ ଶପଥ ଗ୍ରହଣ ଯେ ପ୍ରହସନ, ତାହା ଅନେକେ କହିବା ସ୍ୱାଭାବିକ । ଏହା ପ୍ରହସନ ବୋଲି ଆହୁରି ମନେହୁଏ ଯେତେବେଳେ ଦେଖାଯାଏ ଯେ ସରକାରୀ ପ୍ରମାଣପତ୍ର ନଥିବା ଅଥଚ ଦୁର୍ନୀତିଗ୍ରସ୍ତ ହୋଇଥିବା ଲୋକ ଏହିଭଳି ଶପଥପାଠକୁ ନେତୃତ୍ୱ ଦେଉଛି । ପୁନଶ୍ଚ ଦୁର୍ନୀତି ନିବାରଣ ବିଭାଗ ଯେଉଁମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହି ତାଙ୍କ ନାମରେ ମକଦ୍ଧମା କରୁଛି-ସେମାନଙ୍କ ଭିତରୁ ଅଧିକାଂଶ ନିଦେ୍ର୍ଧାଷ ପ୍ରମାଣିତ ହେଉଛନ୍ତି । ଏହି ବିଭାଗ ହାବୁଡ଼ରେ ପଡ଼ି ସାଧାରଣ କର୍ମଚାରୀଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କର୍ମଚାରୀ ଜେଲ୍ୟିବା ଓ ତା’ପରେ ମୁକୁଳି ଆସି ସାଧାରଣ ଜୀବନଭିତରେ ପୁଣି ସାମିଲ ହୋଇଯାଉଛି । ତା’ର ସାମାଜିକ ଗ୍ରହଣୀୟତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁଥିବାର ମନେ ହେଉନାହିଁ । କହିବା ବାହୁଲ୍ୟ ଯେ,ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସଚେତନ ଭାବେ ସାମାଜିକ ବାସନ୍ଦ କରାନଯିବା ଫଳରେ ଦୁର୍ନୀତିପାଇଁ ଧରପଗଡ଼ ଏକ ପ୍ରହସନ ପରି ହିଁ ମନେ ହେଉଛି । ଅବଶ୍ୟ ଦୁର୍ନୀତି ଏକ ଚମକ୍ରାର ରାଜନୈତିକ ଅସ୍ତ୍ର ଭାବେ ଓଡ଼ିଶା ରାଜନୀତିରେ ଗତ ଚାରିଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ବ୍ୟବହାର ହୋଇ ଆସୁଅଛି । ଏହାକୁ ପ୍ରସଙ୍ଗ କରି ରାଜନୈତିକ ଦଳଗୁଡ଼ିକ କ୍ଷମତାସୀନ ହୋଇଛନ୍ତି,କ୍ଷମତାରୁ ବିତାଡ଼ିତ ହୋଇଛନ୍ତି ବା କ୍ଷମତାରେ କାଏମ ରହିଛନ୍ତି । ନବୀନ ସରକାର ପୂର୍ବରୁ ଦୁର୍ନୀତି ଏକ ପ୍ରସଙ୍ଗଭାବେ ସମୁଦାୟ ସରକାରଙ୍କୁ ପ୍ରଭାବିତ କରୁଥିଲା-କୌଣସି ମନ୍ତ୍ରୀ ବିଶେଷଙ୍କୁ ଦାୟୀ କରି ତାଙ୍କୁ ବିତାଡ଼ିତ କରିବାର ପରମ୍ପରା ପ୍ରାୟ ନଥିଲା । ନବୀନ ବାବୁଙ୍କ ନେତୃତ୍ୱରେ ଏହି ପରମ୍ପରା ଆରମ୍ଭ ହୋଇଛି ଓ ଅତି ନିଷ୍ଠାରସହ ପାଳିତ ହେଉଛି । ପ୍ରାୟତଃ ୧୦ ଜଣ ମନ୍ତ୍ରୀ ବିଭିନ୍ନ ଅଭିଯୋଗରେ ବିତାଡ଼ିତ ହେଲେଣି । ବିଡ଼ମ୍ବନା ଯେ ପ୍ରତ୍ୟେକ ବହିଷ୍କାର ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତିଶାଳୀ କରିଛି ଓ ତାଙ୍କ ନେତୃତ୍ୱରେ କାଏମ ରହିବା ପାଇଁ ସରକାରକୁ ଶକ୍ତି ଯୋଗାଇଛି ।
ଦୁର୍ନୀତିର ବୋଧହୁଏ ଅକାଟ୍ୟ ପ୍ରମାଣ ହେଉଛି ବିଭାଘରମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟ ଓ ପ୍ରାଚୁର୍ଯ୍ୟର ଅଶ୍ଳୀଳ ପ୍ରଦର୍ଶନ । କିନ୍ତୁ ଏହିଭଳି ବିଭାଘର ମାନଙ୍କରେ ଆମେ ସମସ୍ତେ ସାମିଲ ହୋଇ ଏହିଭଳି ଦୁର୍ନୀତିଭିତ୍ତକ ପ୍ରାଚୁର୍ଯ୍ୟର ପ୍ରଦର୍ଶନକୁ ସାମାଜିକ ସ୍ୱୀକୃତି ଦେଉଛୁ । ଏହା ଦୁର୍ନୀତି ବିରୋଧରେ ଆମର ଶପଥକୁ ପ୍ରହସନ କରିଦେଉ ନାହିଁ କି? ଓଡ଼ିଶା ଭଳି ରାଜ୍ୟରେ ବୈଷମ୍ୟ ନିୟନ୍ତ୍ରଣ ହିଁ ପ୍ରାଥମିକତା ପାଇବା ଉଚିତ । ଦୁର୍ନୀତି ବିରୋଧରେ ଯେଉଁମାନେ ପ୍ରକୃତରେ ପ୍ରତିବଦ୍ଧତା ଦର୍ଶାନ୍ତି-ସେମାନେ ଏହି ବୈଷମ୍ୟ ବୃଦ୍ଧିକୁ କିପରି ପ୍ରତିରୋଧ କରାଯାଇପାରିବ, ତା’ର ସୂତ୍ର ବାହାର କରିବା ଉଚିତ ।
୧-୧୫ ଜାନୁଆରୀ, ୨୦୦୯
କୋଟିପତି ଜନ ପ୍ରତିନିଧି ଓ କୃଷକର ଭବିଷ୍ୟତ
କୃଷିପ୍ରଧାନ ଭାରତବର୍ଷରେ ପ୍ରତିଦିନ ୪୬କୃଷକ ଆତ୍ମହତ୍ୟା କରୁଛନ୍ତି ବୋଲି ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ଼ ବୁ୍ୟରୋ (ଘଉଜଈ) ରିପୋର୍ଟରେ କୁହାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ କୃଷକ ଆତ୍ମହତ୍ୟା କରିଛନ୍ତି ୨୦୦୭ମସିହାରେ । ଏହା କ୍ରିକେଟ ବୋର୍ଡ଼ର ଅଧ୍ୟକ୍ଷ ପଦବୀକୁ ସୁରକ୍ଷିତ ରଖିବାପାଇଁ ବ୍ୟାକୁଳ ଆମଦେଶର କୃଷିମନ୍ତ୍ରୀ ମହାରାଷ୍ଟ୍ରନିବାସୀ ଶରଦ୍ ପାୱାରଙ୍କୁ ଲଜ୍ଜିତ କରୁଛି କି ନାହିଁ ଶୁଦ୍ରକ ଜାଣେନାହିଁ । କିନ୍ତୁ ଆମର ରାଜନୈତିକ ନେତୃବର୍ଗ ଯେଉଁମାତ୍ରାରେ ନିର୍ଲଜ୍ଜତାକୁ ନିଜର ଭୂଷଣ ଭାବେ ଗ୍ରହଣ କରିନେଲେଣି -ତା’ର ପୃଷ୍ଠଭୂମିରେ ଶରଦ୍ ପାୱାର ଯଦି ଏହି ପରିସଂଖ୍ୟାନ ଦ୍ୱାରା ଲଜ୍ଜିତ ନ ହୁଅନ୍ତି, ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
କୃଷକ ଆତ୍ମହତ୍ୟା ପରିସଂଖ୍ୟାନରେ ମହାରାଷ୍ଟ୍ର ପଛକୁ କର୍ଣ୍ଣାଟକ ଓ ତା’ପଛକୁ ଆନ୍ଧ୍ରପ୍ରଦେଶ ରହିବା ଓ ମହରାଷ୍ଟ୍ର, କର୍ଣ୍ଣାଟକ ତଥା ଆନ୍ଧ୍ରପ୍ରଦେଶ ଆମଦେଶର ସବୁଠାରୁ ଆଗୁଆ ‘ବିକଶିତ’ ପ୍ରଦେଶରେ ପରିଗଣିତ ହେବ । ଏହି ନିଷ୍କର୍ଷ ପ୍ରତି ଇଙ୍ଗିତ କରୁଛି ଯେ ବିକଶିତ ପ୍ରଦେଶ ମାନଙ୍କରେ ହିଁ କୃଷକ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛି । କିନ୍ତୁ ଏହି ପ୍ରଦେଶମାନଙ୍କ ପଛକୁ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଅବସ୍ଥିତି -ଏହା ମଧ୍ୟ ଦର୍ଶାଉଛି ଯେ ‘ଅବିକଶିତ’ପ୍ରଦେଶ ମାନଙ୍କରେ ମଧ୍ୟ କୃଷକ ଆତ୍ମହତ୍ୟା ହେବା ଆଖିଦୃଶିଆ ହୋଇଛି । କହିବା ବାହୁଲ୍ୟ ଯେ ଯେଉଁ ବିକାଶର ଧାରା ଭାରତର ଅର୍ଥନୀତିକୁ ନିୟନ୍ତ୍ରଣ କରୁଛି – ତାହା କୃଷକକୁ ଅର୍ଥନୈତିକ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଅସଫଳ ହୋଇଛି ଯାହାର ପରିଣତି ହେଉଛି କୃଷକର ଆତ୍ମହତ୍ୟା । ଏହିଭଳି ସମ୍ବାଦ ଆମର ସାଂସଦ, ବିଧାୟକ, ଅମଲା, ବୁଦ୍ଧିଜୀବୀଙ୍କୁ କେତେଦୂର ପ୍ରଭାବିତ କରୁଛି ତାହା ଅନୁସନ୍ଧାନର ବିଷୟ । କିନ୍ତୁ ସାଂସଦ, ବିଧାୟକଙ୍କ ମଧ୍ୟରେ କୋଟିପତିଙ୍କର ସଂଖ୍ୟା ବୃଦ୍ଧି କୃଷକର ପରିସ୍ଥିତି ପ୍ରତି ଉଦାସୀନତାକୁ ବୃଦ୍ଧି କରିବ ବୋଲି ଆଶଙ୍କା ହେଉଛି ।
(୨୦୦୭ରେ ୧୬,୬୩୨କୃଷକ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ମହିଳା କୃଷକଙ୍କର ସଂଖ୍ୟା୨୩୬୯ । ମହାରାଷ୍ଟ୍ର,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ,ପଞ୍ଜାବରେ ଯଥାକ୍ରମେ ଏହି ସଂଖ୍ୟା ହେଉଛି ୪୨୩୮,୨୧୩୫,୧୭୯୭, ୧୫୯୩,୧୨୬୩,୧୧୦୨,୧୯୯୭ରୁ ଆଜିପର୍ଯ୍ୟନ୍ତ ୧,୮୨,୯୩୬ଜଣ କୃଷକ ଆତ୍ମହତ୍ୟା କରିଛନ୍ତି । ଦ୍ରଷ୍ଟବ୍ୟ-ଧରିତ୍ରୀ, ୧୫/୧୨/୨୦୦୮)
୧୬-୩୧ ଜାନୁଆରୀ, ୨୦୦୯
ସତ୍ୟମ୍ରେ ଅସତ୍ୟର ରାଜୁତି
ସତ୍ୟମ୍ ଏକ ପ୍ରସିଦ୍ଧ ଆଇ.ଟି କମ୍ପାନୀର ନାଁ । ବୈଷୟିକ ଶିକ୍ଷାନୁଷ୍ଠାନରୁ ବାହାରୁଥିବା ହଜାର ହଜାର ଯୁବକ-ଯୁବତୀଙ୍କର ସ୍ୱପ୍ନ । ସେହି କମ୍ପାନୀର ମାଲିକ ବି.ରାମଲିଙ୍ଗ ରାଜୁ (୪୯କୋଟି ୫୦ଲକ୍ଷ ଡଲାର ସମ୍ପତ୍ତିର ମାଲିକ) ଆଜି ଜେଲ୍ରେ । ଅଭିଯୋଗ ପ୍ରାୟଃ ୮ହଜାର କୋଟିଟଙ୍କାର ଜାଲିଆତି । ବ୍ୟାଙ୍କ୍ରେ ଟଙ୍କା ନଥାଇ ସେ ତାଙ୍କ ହିସାବଖାତାରେ ଦେଖାଇ ଚାଲିଥିଲେ ଟଙ୍କା ଅଛି ବୋଲି-ଏହା ଗତ ସାତବର୍ଷ ଧରି ଚାଲିଥିଲା ବୋଲି ସତ୍ୟମ୍ର ମୁଖ୍ୟ ବିତ୍ତ ଅଫିସର (ଉଷସରଲ ୠସଦ୍ଭବଦ୍ଭମସବକ୍ଷ ଙଲଲସମରକ୍ସ)ଭି. ଶ୍ରୀନିବାସ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି (ଦ୍ରଷ୍ଟବ୍ୟ-ଧରିତ୍ରୀ, ଜାନୁଆରୀ, ୧୩/୧/୨୦୦୯) ଏବଂ ଏହି ଜାଲିଆତି ବି.ରାମଲିଙ୍ଗ ରାଜୁ ଓ ତାଙ୍କ ଭାଇଙ୍କର ପ୍ରତ୍ୟକ୍ଷ ନିଦେ୍ର୍ଧଶରେ ହିଁ ଚାଲିଥିଲା-ଯାହାକୁ ରାମଲିଙ୍ଗ ରାଜୁ ସ୍ୱୀକାର କରିଛନ୍ତି । ଯେତେବେଳେ ରାମଲିଙ୍ଗ ରାଜୁ ଏହିଭଳି ଜାଲିଆତି କରିଚାଲିଛନ୍ତି-ସେତେବେଳେ ଗଣମାଧ୍ୟମ ତାଙ୍କୁ ଏକ ସଫଳ ଉଦ୍ୟୋଗୀପୁରୁଷ ଭାବେ ଚିତ୍ରଣ କରିଚାଲିଛି । ୧୯୯୯ରେ ପାଇଛନ୍ତି ଋକ୍ସଦ୍ଭଗ୍ଦଗ୍ଧ ବଦ୍ଭୟ ଣକ୍ଟଙ୍କଦ୍ଭଶ ଋଦ୍ଭଗ୍ଧକ୍ସରକ୍ଟ୍ରକ୍ସରଦ୍ଭରଙ୍କକ୍ସ କ୍ଟଲ ଗ୍ଧଷର ଣରବକ୍ସ ଝରକ୍ସଙ୍ଖସମରଗ୍ଦ ଇଙ୍ଗବକ୍ସୟ,୨୦୦୦ମସିହାରେ ପାଇଛନ୍ତି ଊବଗ୍ଧବ-କ୍ତଙ୍କରଗ୍ଦଗ୍ଧ ଓଞ ଗବଦ୍ଭ କ୍ଟଲଗ୍ଧଷର ଣରବକ୍ସ ଇଙ୍ଗବକ୍ସୟ, ୨୦୦୨ମସିହାରେ ପାଇଛନ୍ତି ଇଗ୍ଦସବ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଖରବୟରକ୍ସ ଇଙ୍ଗବକ୍ସୟ,୨୦୦୭ ମସିହାରେ ପାଇଛନ୍ତି ଋକ୍ସଦ୍ଭଗ୍ଦଗ୍ଧ ବଦ୍ଭୟ ଣକ୍ଟଙ୍କଦ୍ଭଶ ଋଦ୍ଭଗ୍ଧକ୍ସରକ୍ଟ୍ରକ୍ସରଦ୍ଭରଙ୍କକ୍ସ କ୍ଟଲ ଗ୍ଧଷର ଣରବକ୍ସ ଇଙ୍ଗବକ୍ସୟ ।(ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବେଦାନ୍ତ କମ୍ପାନୀର ଅନୀଲ ଅଗ୍ରୱାଲ ୨୦୦୮ ମସିହାରେ ଋବକ୍ସଦ୍ଭଗ୍ଦଗ୍ଧ ବଦ୍ଭୟ ଣକ୍ଟଙ୍କଦ୍ଭଶ ଋଦ୍ଭଗ୍ଧକ୍ସରକ୍ଟ୍ରକ୍ସରଦ୍ଭରଙ୍କକ୍ସ କ୍ଟଲ ଗ୍ଧଷର ଣରବକ୍ସ ଇଙ୍ଗବକ୍ସୟ ପାଇଛନ୍ତି ଓ ଆମ ରାଜ୍ୟର ଖବରକାଗଜରେ ଓଡ଼ିଶାବାସୀଙ୍କ ତରଫରୁ ଅଗ୍ରୱାଲଙ୍କୁ ଅଭିନନ୍ଦନ ଜଣାଇ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି) । କେବଳ ସେତିକିନୁହେଁ, ଆନ୍ଧ୍ରପ୍ରଦେଶ ସରକାର, କ୍ଷମତାସୀନ ରାଜନୈତିକ ଦଳ ତାଙ୍କୁ ରାଜ୍ୟକୁ ଆସୁଥିବା ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାମ୍ନାରେ ରାଜ୍ୟର ଗୌରବଭାବେ ପେଶ୍ କରିଛନ୍ତି । ଏହି ପ୍ରଭାବଶାଳୀ ଲୋକମାନଙ୍କ ସହ ସେ ମଞ୍ଚାସୀନ ହୋଇଛନ୍ତି । ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି-ତାଙ୍କୁ ନିଜ ରାଜ୍ୟରେ ଜମି ଯୋଗାଇବା ପାଇଁ ଯେଉଁଠି ସେ ତାଙ୍କର ପ୍ରତିଷ୍ଠାନର ଶାଖା ସ୍ଥାପନା କରିପାରିବେ । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ତାଙ୍କୁ ଭୁବନେଶ୍ୱରର ମୈତ୍ରୀବିହାରରେ ଏକ ଜାଗାଟିଏ ଯୋଗାଇ ଦିଆଯାଇଛି-ଯେଉଁଠାରେ ସେ ଏକ ସୁଦୃଶ୍ୟ ଅଫିସ୍ ସ୍ଥାପନା କରିଛନ୍ତି । କହିବା ବାହୁଲ୍ୟ ଯେ ବି.ରାମଲିଙ୍ଗ ରାଜୁଙ୍କର ସାନ୍ନିଧ୍ୟ ପାଇଁ ବ୍ୟାକୁଳତା ବହୁ ବଡ଼ ବଡ଼ ମହଲରେ ଦେଖାଯାଇଛି । ଅତି ଚତୁରତାର ସହ ବି.ରାମଲିଙ୍ଗ ରାଜୁ ବିଭିନ୍ନ ପ୍ରକାରର ପୁରସ୍କାର ହାତେଇ,ଗଣମାଧ୍ୟମରେ ନିଜର ପ୍ରଚାର କରାଇ ତଥା ପ୍ରଭାବୀ ଲୋକଙ୍କୁ ତୁଷ୍ଟ କରାଇ ଏହିଭଳି ଏକ ଅବସ୍ଥା ସୃଷ୍ଟି କରିପାରିଥିଲେ । ଏହିଭଳି କୌଶଳ ଆମ ରାଜ୍ୟରେ ମଧ୍ୟ ଚାଲିଛି । ସମ୍ବାଦପତ୍ରକୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦେବାର ପ୍ରତିଶ୍ରୁତି ଦେଇ ନିଜର ଓ ନିଜ ପ୍ରତିଷ୍ଠାନର ପ୍ରଚାର କରୁଛନ୍ତି-ବିଭିନ୍ନ ସଙ୍ଗଠନ ଜରିଆରେ ନିଜକୁ ପୁରସ୍କୃତ କରାଉଛନ୍ତି – କ୍ଷମତାସୀନଙ୍କୁ ତୁଷ୍ଟକରାଇ ଏକ ମଞ୍ଚରେ ବସି ପାରୁଛନ୍ତି । ବି.ରାମଲିଙ୍ଗ ରାଜୁଙ୍କର ଉଦାହରଣ ପରେ-ଏହି କୌଶଳ ପ୍ରତି ସମସ୍ତେ ସଚେତନ ହେବା ଉଚିତ । ଏବେ ତ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି-ବି.ରାମଲିଙ୍ଗ ରାଜୁଙ୍କ ସହ କେଉଁ କ୍ଷମତାସୀନ ବ୍ୟକ୍ତି ବା କେଉଁ ଅନୁଷ୍ଠାନଗୁଡ଼ିକ ସମ୍ପୃକ୍ତ ଥିଲେ ଓ ସେ ଏହି ସମ୍ପର୍କ ଫଳରେ କିପରି ଲାଭବାନ ହୋଇଥିଲେ । ବି.ରାମଲିଙ୍ଗ ରାଜୁଙ୍କୁ ଏହିମାନଙ୍କର ସମ୍ପୃକ୍ତି ଯେ ବେପରୁଆ କରିଦେଇଥିଲା, ଏଥିରେ ସନେ୍ଦହ ନାହିଁ ।
ସବୁ ପ୍ରତିଷ୍ଠାନକୁ କମ୍ପୁ୍ୟଟରୀକରଣ କରାଇବାର ଏକ ପ୍ରକ୍ରିୟା ଆରମ୍ଭ ହୋଇଛି-ଏହି ଯୁକ୍ତି ଦିଆଯାଇ ଯେ ଏହାଦ୍ୱାରା ପରିଚାଳନାଗତ ସ୍ୱଚ୍ଛତା (ଞକ୍ସବଦ୍ଭଗ୍ଦକ୍ଟ୍ରବକ୍ସରଦ୍ଭମଚ୍ଚ) ବୃଦ୍ଧିପାଇବ । ଏହି କମ୍ପୁ୍ୟଟରୀକରଣର ଦାୟିତ୍ୱ ସତ୍ୟମ୍ ଭଳି ବଡ଼ବଡ଼ ଆଇ.ଟି କମ୍ପାନୀମାନଙ୍କୁ ହିଁ ଦିଆଯାଇଛି ଓ ଦିଆଯାଉଛି । ତେଣୁ ପରିଚାଳନାରେ ସ୍ୱଚ୍ଛତା ଆଣିବାପାଇଁ ଦାୟିତ୍ୱ ନେଉଥିବା ଏହି କମ୍ପାନୀମାନଙ୍କର ପରିଚାଳନା ଯେ ସମ୍ପୂର୍ଣ୍ଣ ଅସ୍ୱଚ୍ଛ ହୋଇପାରେ, ତା’ର ଉଦାହରଣ ହୋଇଛି ସତ୍ୟମ୍ । ଏହା ହିଁ ବିଡ଼ମ୍ବନା ।
ସତ୍ୟମ୍ର ଏହି ଜାଲିଆତି ପ୍ରଘଟ ହେବା ପୂର୍ବରୁ ବିଶ୍ୱବ୍ୟାଙ୍କ୍ ସତ୍ୟମ୍କୁ ଆସନ୍ତା ଆଠବର୍ଷ ଯାଏଁ କୌଣସି କାର୍ଯ୍ୟ ଦେବନାହିଁ ବୋଲି ନିଷେଧାଜ୍ଞା ଜାରି କରିଥିଲା । ଅଭିଯୋଗ ଥିଲା ଯେ ସତ୍ୟମ୍ ବିଶ୍ୱବ୍ୟାଙ୍କର ଅଧିକାରୀଙ୍କୁ ଅନ୍ୟାୟ ଲାଭ ଯୋଗାଇଛି (ଚକ୍ସକ୍ଟଙ୍ଖସୟସଦ୍ଭଶ ସଜ୍ଞକ୍ଟ୍ରକ୍ସକ୍ଟକ୍ଟ୍ରରକ୍ସ ଭରଦ୍ଭରଲସଗ୍ଧଗ୍ଦ ଗ୍ଧକ୍ଟ ଭବଦ୍ଭଳ ଗ୍ଦଗ୍ଧବଲଲ) । ପ୍ରାୟଃ ଏହି ଅଭିଯୋଗରେ ସତ୍ୟମ୍ଠାରୁ ବଡ଼ ଆଇ.ଟି ପ୍ରତିଷ୍ଠାନ ୱିପ୍ରୋ (ଡଓଚଜଙ)କୁ (ଦ୍ରଷ୍ଟବ୍ୟ-ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୩ଗ୍ଧଷ ଔବଦ୍ଭଙ୍କବକ୍ସଚ୍ଚ ୨୦୦୯) ବିଶ୍ୱବ୍ୟାଙ୍କ୍ ଆଗାମୀ ୪ବର୍ଷ ପାଇଁ (୨୦୧୧ଯାଏ) କୌଣସି କାର୍ଯ୍ୟ ଦେବନାହିଁ ବୋଲି ନିଷେଧାଜ୍ଞା ଜାରି କରିଛି । ଏହାପରେ ଇନ୍ଫୋସିସ ଓ ଟି.ସି.ଏସ୍. (ଞଉଝ)ର ପାଳି ପଡ଼ୁଛି କି ନାହିଁ ଦେଖିବାକୁ ରହିଲା । ଏଥିରୁ ଜଣାପଡ଼ୁଛି ଯେ କାମପାଇବା ପାଇଁ ଏହି ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ମହକିଲ (ମକ୍ଷସରଦ୍ଭଗ୍ଧ)ମାନଙ୍କର ନିଷ୍ପତ୍ତକୁ ପ୍ରଭାବିତ କରିବା ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି । ଏହି ପୃଷ୍ଠଭୂମିରେ ଏହି କମ୍ପାନୀମାନଙ୍କ ଦ୍ୱାରା ଆମର ଓ ଅନ୍ୟାନ୍ୟ ରାଜ୍ୟର ରାଜନୈତିକ ନେତୃତ୍ୱ ତଥା ଅଫିସର୍ମାନେ କେତେ ଅନୁଗୃହୀତ ହୋଇଛନ୍ତି-ତା’ର ଏକ ଅନୁସନ୍ଧାନ ହେବାଉଚିତ । ଆଇ.ଟି ପାର୍କ, ଇନ୍ଫୋସିଟି ଇତ୍ୟାଦି ପାଇଁ ଏହିଭଳି କମ୍ପାନୀମାନଙ୍କ ହାତକୁ ଜମି କେଉଁଭଳି ଟେକି ଦିଆଯାଉଛି-ତା’ର ମଧ୍ୟ ଅନୁସନ୍ଧାନ ହେବା ଉଚିତ ।
ସତ୍ୟମ୍ ଜାଲିଆତି ପ୍ରଘଟ ହେବାପରେ କେହି କେହି ଏହାକୁ ଏକ ବିଚ୍ଛିନ୍ନ ଘଟଣା (ସଗ୍ଦକ୍ଟକ୍ଷବଗ୍ଧରୟ ସଦ୍ଭଗ୍ଦଗ୍ଧବଦ୍ଭମର) ବୋଲି କହି ଘଟଣାଟିକୁ ଆଇ.ଟି ଶିଳ୍ପ ବ୍ୟବସ୍ଥାର ଦୃଢ଼ଭିତ୍ତକୁ ଅସ୍ୱୀକାର ନକରିବା ପାଇଁ ବୋଧହୁଏ ପ୍ରବର୍ତ୍ତାଉଥିଲେ । କିନ୍ତୁ ବର୍ତ୍ତମାନ ୱିପ୍ରୋ (ଡଓଚଜଙ)ର ତ୍ରୁଟି ପ୍ରଘଟ ହେବାପରେ – ଆଇ.ଟି. ଶିଳ୍ପବ୍ୟବସ୍ଥାର ଭିତ୍ତଉପରେ ସନେ୍ଦହ ସୃଷ୍ଟିହେବା ସ୍ୱାଭାବିକ । ମିଥ୍ୟା,ପ୍ରବଞ୍ଚନା,ଶଠତାର ଭିତ୍ତ ଉପରେ ଏହି ଶିଳ୍ପ ଠିଆ ହୋଇଛି କି? ଏହି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ । ତେବେ ମନରେ ଯେଉଁ ଆତଙ୍କ ସୃଷ୍ଟି ହେଉଛି, ତାହା ଏହି ସଂସ୍ଥାମାନଙ୍କରେ ଚାକିରି କରୁଥିବା ଲକ୍ଷାଧିକ ନିରୀହ କର୍ମଚାରୀଙ୍କର ଭବିଷ୍ୟତକୁ ନେଇ ।
ବାସ୍ତବିକ ଏହି ଶିଳ୍ପର ପରିଚାଳନାର ପୁନଃମୂଲ୍ୟାୟନ ଖୁବ୍ ଜରୁରୀ ବୋଲି ମନେହେଉଛି । କିନ୍ତୁ ସରକାର ବର୍ତ୍ତମାନ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯଦି ସରକାରୀ ଅର୍ଥରେ ଘରୋଇକରଣକୁ ସୁରକ୍ଷାଦେବା ଦିଗରେ ହେଉଥାଏ-ତା’ହେଲେ ଏହା ସମସ୍ୟାର ଏକ ପ୍ରକୃତ ସମାଧାନ ହେବ ବୋଲି ମନେହୁଏ ନାହିଁ । ବରଂ ଏହିଭଳି ଅବସ୍ଥା ବାରମ୍ବାର ଉପୁଜିବ, ଏହା ହିଁ ଆଶଙ୍କା ହେଉଛି ।
୧-୧୬ ଫେବୃୟାରୀ, ୨୦୦୯
ଫିତାକଟା ପ୍ରତିଯୋଗିତା
ଏକ କଉତୁକିଆ ଖବର ଇତ୍ୟବସରରେ ଖବରକାଗଜ ମାନଙ୍କରେ ବାହାରିଛି । ଗୋଟିଏ ସେତୁ (ଶିଖର ଘାଟ ସେତୁ) ଉଭୟ ବିରୋଧୀ ଦଳ କଂଗ୍ରେସ ବିଧାୟକ ଊମେଶ ସ୍ୱାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛି । (ଦ୍ରଷ୍ଟବ୍ୟ : ଧରିତ୍ରୀ ୧୬/୦୧/୨୦୦୯) । ନିର୍ବାଚନ ଯେତେ ପାଖେଇ ଆସୁଛି – ଶୁଭଦାନ, ଉଦ୍ଘାଟନର ସଂଖ୍ୟା ସେତେ ବଢ଼ି ବଢ଼ି ଚାଲିଛି । ଯାହା ଜଣାଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଉଦ୍ଘାଟନ କରାଇବା ସମ୍ଭବ ହେଉନାହିଁ – ସେଠାରେ ଆୟୋଜକମାନେ ସଚିବ, ରାଜନୀତିଜ୍ଞ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଡାକି କାମ ବଢ଼ାଇ ଦେଉଛନ୍ତି । ଯେଉଁମାନେ ଆଗାମୀ ନିର୍ବାଚନରେ ନବୀନଙ୍କ ଦଳର ବିଜୟ ନେଇ ପ୍ରାୟଃ ନିଃସନେ୍ଦହ , ସେମାନେ ମଧ୍ୟ ବିରାମହୀନ ଉଦ୍ଘାଟନର ପର୍ବ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ବିଜୁ ଜନତାଦଳର ବିଜୟ ଯେତେ ନିଶ୍ଚିତ ବୋଲି ମନେହେଉଛି -ତାହା ସେପରି ନୁହେଁ କି? କିନ୍ତୁ ଏହାଦ୍ୱାରା ଲାଭ ନିଶ୍ଚିତଭାବରେ ପ୍ୟାରୀବାବୁଙ୍କର ହେଉଛି । କାରଣ ସେ ଏହି ଅବସରକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପହଞ୍ଚôବା ପାଇଁ ବ୍ୟବହାର କରିପାରୁଛନ୍ତି । ଏକ ଶୌଚାଳୟର ଶୁଭଦାନ ଅବସରକୁ ହାତଛଡ଼ା ନକରି ପ୍ୟାରୀବାବୁ ଇତ୍ୟବସରରେ ପହଞ୍ଚôଲେ ବଡ଼ଚଣାରେ ଗତ ୧୧ତାରିଖ ଦିନ । ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ କରିବାକୁ ଯାଇ ଓଡ଼ିଶାର ଜଣାଶୁଣା ପୁସ୍ତକମେଳା ଆୟୋଜକ, ସ୍ତମ୍ଭକାର ଓ ସାମ୍ବାଦିକ ବୀରେନ୍ଦ୍ରକୃଷ୍ଣ ଧଳ ଲେଖନ୍ତି, ‘କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ତାଙ୍କ ମୁଖ୍ୟ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ର ମଧ୍ୟ ଅନେକ ପ୍ରକଳ୍ପର ଶୁଭଦାନ କରୁଛନ୍ତି । ସମ୍ପ୍ରତି ଏକ ଖବର ଆମକୁ ଦ୍ୱନ୍ଦ୍ୱରେ ପକାଇଲା । ଗତ ୧୧ତାରିଖରେ ବଡ଼ଚଣାଠାରେ ଏକ ପାଇଖାନା (ଶୌଚାଳୟ)ର ଶୁଭଦାନ ପ୍ୟାରୀମୋହନ ମହାପାତ୍ର କରିଥିଲେ । ଏଥିରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ଏମ୍.ପି. ମୋହନ ଜେନା, ପୂର୍ବତନମନ୍ତ୍ରୀ ଦେବାଶୀଷ ନାୟକ, ବିଧାୟକ କଳ୍ପତରୁ ଦାସ, ବିଧାୟକ ପରମେଶ୍ୱର ସେଠୀ, ବିଧାୟିକା ସଞ୍ଚôତା ମହାନ୍ତି ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗୋଟିଏ ପାଇଖାନାର ଶୁଭଦାନରେ ଏତେ ଲୋକ! ଏ ଭାଗ୍ୟବାନ ପାଇଖାନାଟିର ନିର୍ମାଣ ଶେଷ ହେବାପରେ ପ୍ୟାରୀବାବୁ ଏହାର ଉଦ୍ଘାଟନ ତ କରିବେ । ତାଙ୍କସାଙ୍ଗରେ ଫଟୋ ଉଠାଇବା ପାଇଁ ଏଥର ଯେତିକି ନେତା ଓ ଲୋକଥିଲେ, ତା’ଅପେକ୍ଷା ଆହୁରି ଅଧିକ ଲୋକ ନିଶ୍ଚୟ ରହିବେ । ଏବେ ଦେଖିବା ଏ ଭାଗ୍ୟବାନ ପାଇଖାନାଟି ପ୍ରଥମେ କିଏ ବ୍ୟବହାର କରିବ ।’
ଲୋକସଭା ସଦସ୍ୟ ବା ବିଧାନସଭା ସଦସ୍ୟଙ୍କ ଭଳି ରାଜ୍ୟସଭା ସଦସ୍ୟ କୌଣସି ନିର୍ବାଚନ ମଣ୍ଡଳୀକୁ ସୀମିତ ନୁହନ୍ତି । ତେଣୁ ପ୍ୟାରୀବାବୁ ଓଡ଼ିଶାର ଯେକୌଣସି ଅଞ୍ଚଳର ଶୁଭଦାନ ବା ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ହେବାକୁ କେହି ପ୍ରଶ୍ନ କରିପାରିବେ ନାହିଁ । କିନ୍ତୁ ଓଡ଼ିଶାରୁ ଯାଇଥିବା ଅନ୍ୟ ରାଜ୍ୟସଭା ସଦସ୍ୟମାନେ କାହିଁକି ଏପରି ଭାଗ୍ୟବାନ ନୁହନ୍ତି ତାହା ଅନେକେ ପ୍ରଶ୍ନ କରିବା ସ୍ୱାଭାବିକ । ଏହାର ଉତ୍ତର କେବଳ ତାଙ୍କ ଦଳର ସୁପ୍ରିମୋ ନବୀନବାବୁ ହିଁ ଦେଇପାରିବେ । ତେବେ ତାଙ୍କର ଏତାଦୃଶ ଉପସ୍ଥିତି ପ୍ରମାଣ କରୁଛି ଯେ ସେ ତାଙ୍କ ଦଳରେ ଅନ୍ୟମାନଙ୍କଠାରୁ ଅଧିକ ପ୍ରଭାବଶାଳୀ ଓ କେନ୍ଦ୍ରୀଭୂତ କ୍ଷମତାର କେନ୍ଦ୍ରରେ । ଭାଷା ଓ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଏକ ଦୂରତ୍ୱ ରକ୍ଷାକରୁଥିବା ନବୀନ ବାବୁଙ୍କର ସହଚର୍ଯ୍ୟରୁ ବଞ୍ଚôତ ଦଳୀୟ କର୍ମୀ, ବିଧାୟକ ଓ ସାଂସଦ ପ୍ୟାରୀବାବୁଙ୍କ ସହଚର୍ଯ୍ୟ ଦ୍ୱାରା ଯେ ଏହି ଅଭାବବୋଧକୁ ଦୂର କରୁଛନ୍ତି – ତାହାହିଁ ପ୍ୟାରୀବାବୁଙ୍କ ଦ୍ୱାରା ଶୁଭଦାନ, ଉଦ୍ଘାଟନ ଉତ୍ସବରେ ଦଳୀୟ କର୍ମୀ, ବିଧାୟକ, ସାଂସଦଙ୍କର ବହୁଳ ଉପସ୍ଥିତି ଦର୍ଶାଉଛି । ତେଣୁ ଯେତେ ଯେତେ ଫିତାକଟା ଉତ୍ସବ ଚାଲିବ, ପ୍ୟାରୀବାବୁଙ୍କର ଉପସ୍ଥିତିକୁ ନବୀନ ସହଚର୍ଯ୍ୟରୁ ବଞ୍ଚôତ ଦଳୀୟ କର୍ମୀ, ବିଧାୟକ ଓ ସାଂସଦ ସେତେ ସେତେ ଚାହିଁବେ, ଏଥିରେ ସନେ୍ଦହ ନାହିଁ । ଏହା ନବୀନ ବାବୁଙ୍କ ରାଜନୈତିକ ସ୍ଥିତିକୁ କେତେ ବିପନ୍ନ କରି ପ୍ୟାରୀବାବୁଙ୍କ ରାଜନୈତିକ ସ୍ଥିତିକୁ କେତେ ସୁଦୃଢ଼ କରିବ, ତାହା ହିଁ ଆଗାମୀ ଦିନରେ ଦେଖିବାକୁ ରହିଲା ।
ଧନ୍ୟବାଦ ବି. ରାମଲିଙ୍ଗ ରାଜୁ
ପ୍ରସିଦ୍ଧ ଆଇ.ଟି. କମ୍ପାନୀ ସତ୍ୟମ୍ର ମାଲିକ ବି. ରାମଲିଙ୍ଗ ରାଜୁ ସମ୍ପ୍ରତି ସବୁଠାରୁ ବେଶୀ ଅପବାଦଗ୍ରସ୍ତ ବ୍ୟକ୍ତି । ସେ ଯାହା କହୁଥିଲେ ତାହାକୁ ଯଦି ସେ ନିଜେ ସ୍ୱୀକାର କରିନଥାନ୍ତେ- ତା’ହେଲେ ତାଙ୍କୁ କେହି ଧରିବାରେ ସମର୍ଥ ହୋଇଥାନ୍ତେ କି ନାହିଁ ତାହା ସନେ୍ଦହ । ସେ ଯେ ତାଙ୍କ ନିଜ ଅପକର୍ମର ନିଜେ ହିଁ ସାକ୍ଷୀ, ଏହା ସେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି – ଏହାହିଁ ତାଙ୍କର ମହାନତା । ତେଣୁ ସେ ଧନ୍ୟବାଦର ପାତ୍ର । ଏହା ଅବଶ୍ୟ ସତ୍ୟ ଯେ ତାଙ୍କର ସ୍ୱୀକାରୋକ୍ତିରେ ବହୁ ଅସତ୍ୟ ରହିଛି । ଯାହା ରାଜୁଙ୍କର ସ୍ୱୀକାରୋକ୍ତି ପ୍ରକାଶିତ ହେବାପରେ ତଦନ୍ତ କରୁଥିବା ବିଭିନ୍ନ ସରକାରୀ ସଂସ୍ଥା ସୂଚିତ କରିଛନ୍ତି । ତେବେ ଏହି ସ୍ୱୀକାରୋକ୍ତି ଦ୍ୱାରା ବି.ରାମଲିଙ୍ଗ ରାଜୁ, ରାତାରାତି ବଡ଼ଲୋକ ହୋଇଯାଇଥିବା, ଖବରକାଗଜ ବା ଗଣମାଧ୍ୟମରେ ବହୁଳ ପ୍ରଚାରିତ ହେଉଥିବା, ବହୁ ପୁରସ୍କାର ହାସଲ କରୁଥିବା ବ୍ୟକ୍ତିମାନେ ଯେ ବାସ୍ତବରେ କେତେ ଶଠ ଓ ପ୍ରବଞ୍ଚକ, ତାହା ଆମକୁ ଜଣାଇ ଦେଇଛନ୍ତି । ଆମ ସମାଜପତିମାନଙ୍କର ନୈତିକ ଭିତ୍ତ ଯେ କେତେ ଦୁର୍ବଳ, ତାହାକୁ ସ୍ପଷ୍ଟ ଦେଖିବାର ଅବସରଟିଏ ସୃଷ୍ଟି କରିଛନ୍ତି । କହିବା ବାହୁଲ୍ୟ ଯେ ତାଙ୍କର ସ୍ୱୀକାରୋକ୍ତି ଆମର ଆଖି ଖୋଲିଦେଇଛି । ଏହି ସ୍ୱୀକାରୋକ୍ତି ଫଳରେ ଯେଉଁମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବା ପଡ଼ିବାର ଆଶଙ୍କା ରହିଛି – ସେମାନେ ନିଶ୍ଚିତ ଭାବରେ ରାମଲିଙ୍ଗ ରାଜୁଙ୍କୁ ଶମ୍ପୁଥିବେ । ଯେଉଁମାନେ ଏହିଭଳି କାର୍ଯ୍ୟ ଭିତରେ ଭିତରେ କରିଚାଲିଛନ୍ତି, ରାମଲିଙ୍ଗ ରାଜୁଙ୍କ ଭଳି ସ୍ୱୀକାରୋକ୍ତି କରିନାହାନ୍ତି, ସେମାନେ ଆତଙ୍କ ମଣୁଥିବେ ଯେ କାଳେ ସେମାନେ ଅନୁସନ୍ଧାନର ପରିସର ଭିତରକୁ କେତେବେଳେ ଆସିଯିବେ । କିନ୍ତୁ ଭାରତର ଶାସକଶ୍ରେଣୀର ଗୋଟିଏ ଅନନ୍ୟ କୌଶଳ ହେଉଛି – ଘଟଣାକୁ କ୍ରମଶଃ ଲଘୁ କରିଦେବା ଓ ସବୁ ସ୍ୱୀକାରୋକ୍ତି ପରେ ମଧ୍ୟ ଆଇନର ପ୍ରୟୋଗକୁ ଏତେ ବିଳମ୍ବିତ କରିବା ଯେ ଯାହାଫଳରେ ସମସ୍ତେ ଏ ଘଟଣାକୁ ପାଶୋର ହୋଇଯିବେ । ପ୍ରାୟଃ ତିରିଶ ହଜାର କୋଟି ଟଙ୍କାର ନକଲି ଷ୍ଟାମ୍ପ ପେପର ବିକ୍ରି (ଯାହାକୁ ଜ୍ଞକ୍ଟଗ୍ଧଷରକ୍ସ କ୍ଟଲ ବକ୍ଷକ୍ଷ ଝମବଜ୍ଞଗ୍ଦ କୁହାଯାଇଥିଲା) ସେ ସମ୍ପୃକ୍ତ ତେଲ୍ଗୀ ପ୍ରସଙ୍ଗକୁ କେତେଜଣ ଆଜି ମନେ ରଖିଛନ୍ତି? ତେଲ୍ଗୀର ନାର୍କୋଟେଷ୍ଟ ଫଳରେ ଯେଉଁମାନଙ୍କର ନାଁ ଆସିଲା ତାଙ୍କ ବିରୁଦ୍ଧରେ କ’ଣ ବା କାର୍ଯ୍ୟାନୁଷ୍ଠାନ ହେଲା? ଏହିଭଳି ଅଭିଜ୍ଞତାର ପୃଷ୍ଠଭୂମିରେ ରାମଲିଙ୍ଗ ରାଜୁଙ୍କର ଯେ କିଛି ହେବ ଏହା ଆଶା କରିବା ଯଦି ବୃଥା ବୋଲି ପ୍ରମାଣିତ ହୁଏ, ତା’ହେଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । କିନ୍ତୁ କୌଣସି ଆନୁଷ୍ଠାନିକ ଚାପରେ ନଆସି ନିଜର ‘ବିବେକ’ର ତାଡ଼ନାରେ ରାମଲିଙ୍ଗ ରାଜୁ ଯେ ସ୍ୱୀକାରୋକ୍ତି କରିଛନ୍ତି – ଏହାକୁ ସାହସିକତାର ଏକ ବିରଳ ଉଦାହରଣ ବୋଲି ଗ୍ରହଣ କରାଯାଇପାରେ । ଏହିଭଳି ସାହସିକତା ପାଇଁ ସେ ଭାରତୀୟ କର୍ପୋରେଟ ସମାଜ ପାଇଁ ତଥା ସମାଜପତିଙ୍କ ପାଇଁ ଅସ୍ପୃଶ୍ୟ ହୋଇପାରନ୍ତି । କିନ୍ତୁ କର୍ପୋରେଟ ସମାଜ ଓ ସମାଜପତିଙ୍କର ଭିତ୍ତକୁ ଯେ ସେ ଦୋହଲାଇ ଦେଇଛନ୍ତି – ଏଥିରେ ସନେ୍ଦହ ନାହିଁ । ଏହିଭଳି ସାହସିକତା ଦେଖାଇ କର୍ପୋରେଟ ସମାଜର ଆଉ କେତେଜଣ ଯଦି ସ୍ୱୀକାରୋକ୍ତି କରନ୍ତେ, ତା’ହେଲେ କର୍ପୋରେଟ ଦ୍ୱାରା ସୃଷ୍ଟ ଦୂଷିତ ପରିବେଶର ବିଲୟ ଅବଶ୍ୟମ୍ଭାବୀ । ଯଦି ଏହା ହୁଏ ତା’ହେଲେ ଆଗାମୀ ପିଢ଼ି ପାଇଁ ମଧ୍ୟ ଧନ୍ୟବାଦାର୍ହ ହେବେ ବି. ରାମଲିଙ୍ଗ ରାଜୁ ।
୧୬-୩୦ ଫେବୃୟାରୀ, ୧-୧୫ ମାର୍ଚ୍ଚ, ୨୦୦୯
ବି.ରାମଲିଙ୍ଗ ରାଜୁଙ୍କ ପ୍ରତି ଦରଦ
ସତ୍ୟମ୍ ମାଲିକ ବି.ରାମଲିଙ୍ଗ ରାଜୁ ୭୦୦୦ କୋଟି ଟଙ୍କା ଜାଲିଆତି ମାମଲାରେ ଗିରଫ ହେବା, ଜେଲ୍ୟିବା ଓ ଚଞ୍ଚଲଗୁଡ଼ା କେନ୍ଦ୍ରୀୟ ଜେଲ୍ରେ ତାଙ୍କୁ ବିଶେଷ ସୁବିଧା ଯୋଗାଇବା ପାଇଁ ସ୍ଥାନୀୟ କୋର୍ଟ କଲେକ୍ଟରଙ୍କୁ ନିଦେ୍ର୍ଧଶ ଦେବା ଓ କଲେକ୍ଟର ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହି ନିଦେ୍ର୍ଧଶ ପାଳନ କରିବାପାଇଁ ଅନୁମତି ଦେବା – ଶିକ୍ଷିତ, ବଡ଼ ବଡ଼ ଅପରାଧରେ ସମ୍ପୃକ୍ତ ପ୍ରଭାବଶାଳୀ ବିଚାରାଧୀନ କଏଦୀ (ବର୍ତ୍ତମାନ ଓ ଭବିଷ୍ୟତ)ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଦେବା ବିଚିତ୍ର ନୁହେଁ । ବି.ରାମଲିଙ୍ଗ ରାଜୁ ତାଙ୍କର ସାମାଜିକ ପ୍ରତିଷ୍ଠା (ଝକ୍ଟମସବକ୍ଷ ଗ୍ଦଗ୍ଧବଗ୍ଧଙ୍କଗ୍ଦ),ଶିକ୍ଷା (ରୟଙ୍କମବଗ୍ଧସକ୍ଟଦ୍ଭ) ଏବଂ ଅଭ୍ୟାସ (ଷବଭସଗ୍ଧ କ୍ଟଲ କ୍ଷସଲର)ଯୋଗୁଁ ଏକ ଉଚ୍ଚମାନର ଜୀବନଧାରଣ ସହ ଅଭ୍ୟସ୍ତ-ତେଣୁ ସେ ଜେଲ୍ରେ ବିଶେଷ ସୁବିଧା ପାଇଁ ହକ୍ଦାର; ଏହାକୁ ସ୍ୱୀକୃତି ଦେଇ ମାନ୍ୟବର ଅଦାଲତ ତାଙ୍କୁ ବିଶେଷ ସୁବିଧା ଯୋଗାଇ ଦେବାପାଇଁ ନିଦେ୍ର୍ଧଶ ଦେଇଥିଲେ । (ଦ୍ରଷ୍ଟବ୍ୟ : ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୮ଗ୍ଧଷ ୠରଭକ୍ସଙ୍କବକ୍ସଚ୍ଚ ୨୦୦୯) । ସୁବିଧାଗୁଡ଼ିକ ହେଉଛି ଯେ ତାଙ୍କୁ ଖଟ, ତକିଆ, ଚେୟାର, ଟେବୁଲ, ଯୋଗାଇ ଦିଆଯିବ । ପାଇଖାନା ଓ ଗାଧୁଆଘର ସଂଲଗ୍ନ କୋଠରୀରେ ସେ ରହିବେ । ତାଙ୍କ ସହିତ ଗିରଫ ହୋଇଥିବା ତାଙ୍କ ସାନଭାଇ ବି.ରାମାରାଜୁ ଓ ମୁଖ୍ୟ ଅର୍ଥ ସଞ୍ଚାଳକ ଶ୍ରୀନିବାସ ବଦଲାମନି ମଧ୍ୟ ରହିବେ । ନିଜ ଘରୁ ଖାଦ୍ୟ ଆଣିପାରିବେ, ବାହାରୁ ଖାଦ୍ୟ କିଣିପାରିବେ । ଫଳ-ବିସ୍କୁଟ କିଣିପାରିବେ । ଯଦି ଚାହିଁବେ ରୋଷେଇ ମଧ୍ୟ କରିପାରିବେ । ଏଥିପାଇଁ ତାଙ୍କୁ ବାସନକୁସନ ଯୋଗାଇ ଦିଆଯିବ । ଏହିଭଳି ସୁବିଧା ସୁଯୋଗ ଜଣେ ବିଚାରାଧୀନ କଏଦୀଙ୍କୁ ଯୋଗାଇ ଦିଆଯିବା ନିଶ୍ଚିତ ଭାବରେ ଏକ ଆକର୍ଷଣୀୟ ପଦକ୍ଷେପ-ଯାହା ଆଗାମୀ ଦିନମାନଙ୍କରେ ଗିରଫ ହେବାକୁ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବନ୍ଦୀଜୀବନକୁ ସହଜ କରିଦେବାର ପ୍ରତିଶ୍ରୁତି ବହନ କରେ । ଏହିଭଳି ବ୍ୟବସ୍ଥା ଦ୍ୱାରା ପ୍ରମାଣିତ ହୁଏ ଯେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଅପରାଧୀ ହେଲେ ହେଁ ଆଇନ ଆଖିର ପିତୁଳା ଅଟେ । ଅପରାଧ ନୁହେଁ, ଅପରାଧର ପରିମାଣ ହିଁ ବିଚାରକୁ ପ୍ରଭାବିତ କରିପାରେ, ତାହାର ଏହା ଅନ୍ୟ ଏକ ପ୍ରମାଣ । ୭ ଟଙ୍କାର ଅପରାଧ କରି ଜେଲ୍ର ଦୂଷିତ ପରିବେଶ ଭିତରେ ରହୁଥିବା ଅପରାଧୀ ନିଜକୁ ଶମ୍ପିବା ବିଚିତ୍ର ନୁହେଁ ଯେ ସେ କାହିଁକି ୭ହଜାର କୋଟି ଟଙ୍କାର ଅପରାଧ କଲାନାହିଁ । ରାଜୁଙ୍କ ପ୍ରତି ଦରଦ ବିଚାରର ପକ୍ଷପାତିତା ପ୍ରତିପାଦିତ କରୁଛି ଯାହା ବୋଧହୁଏ ଅପରାଧ ଆଇନର ନୀତିସମ୍ମତ ପ୍ରୟୋଗନୁହେଁ । ରାଜନୈତିକ ବନ୍ଦୀମାନଙ୍କୁ ବିଶେଷ ସୁବିଧା ଦିଆଯିବାର ଏକ ପରମ୍ପରା ଥିଲା । ଏହା ଗତ ଦେଢ଼ବର୍ଷ ଧରି ଛତିଶଗଡ଼ ଜେଲ୍ରେ ବନ୍ଦୀ ଜୀବନ କଟାଇଥିବା ଡାକ୍ତର ବିନାୟକ ସେନ୍ଙ୍କୁ ଉପଲବ୍ଧ ହେଉଛି କି ନାହିଁ ତାହା ଶୁଦ୍ରକ ଜାଣେନା । ପୋସ୍କୋ ଆନେ୍ଦାଳନର ନେତୃତ୍ୱ ନେଉଥିବା ଅଭୟ ସାହୁଙ୍କୁ ଏହିଭଳି ସୁବିଧା ଉପଲବ୍ଧ ହେଉନାହିଁ-ଏହା ତାଙ୍କର ସମର୍ଥକମାନଙ୍କର ଅଭିଯୋଗ । ତେବେ ଧଳା ପୋଷାକଧାରୀ ବଡ଼ବଡ଼ିଆ ଅପରାଧୀଙ୍କୁ ଏହିଭଳି ସୁବିଧା ଯୋଗାଇ ଦିଆଯିବାର ପର୍ବ ଯେ ଏତଦ୍ଦ୍ୱାରା ବିଧିବଦ୍ଧ ଭାବେ ଆରମ୍ଭ ହେଲା ଏଥିରେ ସନେ୍ଦହ ନାହିଁ । ସେବୀ(ଝଋଈଓ)ର ପୂର୍ବତନ ଅଧ୍ୟକ୍ଷ ଏମ୍.ଦାମୋଦରନ ଅହମ୍ମଦାବାଦସ୍ଥିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ସେମିନାରରେ ରାଜୁଙ୍କ ପାଇଁ ସରକାରଙ୍କର ଦରଦ ପ୍ରତି ଅଙ୍ଗୁଳିନିଦେ୍ର୍ଧଶ କରି ରାଜୁ ଯେ ଏକ ‘ସୁରକ୍ଷିତ ବନ୍ଦୀ’ (ଜବହଙ୍କ ସଦ୍ଭ ଚକ୍ସକ୍ଟଗ୍ଧରମଗ୍ଧସଙ୍ଖର ମଙ୍କଗ୍ଦଗ୍ଧକ୍ଟୟଚ୍ଚ’)-ଏହା କହିବାକୁ ପଛାଇ ନାହାନ୍ତି । ରାଜୁଙ୍କୁ ଦିଆଯାଇଥିବା ବିଶେଷ ସୁବିଧା ଭିତରେ ମଶାରୀ ଯୋଗାଣକୁ ବିଦ୍ରୁପ କରି ସେ କୁହନ୍ତି, ‘ମୁଁ ଜାଣେନା ତାଙ୍କ(ରାଜୁ)ପାଖକୁ ଯିବାପାଇଁ ମଶାଙ୍କର ସାହସ ଅଛି କି ନାହିଁ ।’ (ଓ ୟକ୍ଟଦ୍ଭ’ଗ୍ଧ ଳଦ୍ଭକ୍ଟଙ୍ଗ ଷକ୍ଟଙ୍ଗ ଭକ୍ସବଙ୍ଖର ଗ୍ଧଷର ଜ୍ଞକ୍ଟଗ୍ଦକ୍ତଙ୍କସଗ୍ଧକ୍ଟଗ୍ଦର ବକ୍ସର ଗ୍ଧକ୍ଟ ଶକ୍ଟ ଦ୍ଭରବକ୍ସ ଷସଜ୍ଞ).
୧୬-୩୦ ମାର୍ଚ୍ଚ, ୨୦୦୯
ବିଜେଡ଼ି-ବିଜେପି ବିଚ୍ଛେଦ
ଦଶବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଲା । ୭ତାରିଖ ୨୦୦୯ ମଧ୍ୟରାତ୍ରିରେ ଓଡ଼ିଶାର ବିଜେପି ବିଧାୟକ ଓ ସାଂସଦମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲେ ଓ ନବୀନ ମନ୍ତ୍ରିମଣ୍ଡଳରୁ ସେମାନେ ସମର୍ଥନ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କଲେ ଓ ଦାବିକଲେ ରାଷ୍ଟ୍ରପତି ଶାସନ । ୧୯୯୭ ମସିହା ଡିସେମ୍ବର ମାସରେ ବିଜେଡ଼ି ଦଳର ପ୍ରତିଷ୍ଠା ପରେ ସେମାନେ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍.ଡି.ଏ. ସରକାରର ଅଂଶବିଶେଷ ହୋଇଯିବା ଓ ଗୋଟିଏପରେ ଗୋଟିଏ ନିର୍ବାଚନରେ ବିଜେପି ସହ ମିଳିତହୋଇ ନିର୍ବାଚନ ଲଢ଼ିବା ତଥା ସରକାର ଗଢ଼ିବାର ପୃଷ୍ଠଭୂମିରେ ବର୍ତ୍ତମାନର ବିଛେଦ ନିଶ୍ଚିତ ଭାବରେ ଏକ ଅପ୍ରତ୍ୟାଶିତ ଘଟଣା । କିନ୍ତୁ ଯାହା ଏହାଠାରୁ ମଧ୍ୟ ଅଧିକ ଅପ୍ରତ୍ୟାଶିତ ମନେହୁଏ, ତାହା ହେଉଛି ଗତ ଦଶନ୍ଧି ଧରି ନବୀନ ସରକାରଙ୍କର ଜନବିରୋଧୀ ନୀତିକୁ କଠୋର ସମାଲୋଚନା କରି ଆସୁଥିବା ରାଜନୈତିକ ଦଳର ବିଧାୟକମାନଙ୍କର ନବୀନ ସରକାରଙ୍କୁ ଅଯାଚିତ ସମର୍ଥନ । (ଧରିତ୍ରୀ, ୯/୩/୨୦୦୯), ନବୀନ ସରକାରଙ୍କର ନୀତି ଦ୍ୱାରା ପ୍ରଭାବିତ ସାଧାରଣ ଲୋକେ ଯେଉଁଠି ଏହି ରାଜନୈତିକ ଦଳଗୁଡ଼ିକର ଭରସାରେ ସେମାନଙ୍କର ସଂଘର୍ଷ ଜାରି ରଖିଛନ୍ତି, ସେମାନେ ଏହାଦ୍ୱାରା ନିଶ୍ଚିତ ହତଚକିତ ହୋଇପଡ଼ିଥିବେ ଓ ବୁଝୁଥିବେ ଯେ ‘ବାମପନ୍ଥୀ’କୁ ଏକ ବିଶେଷଣ ଭାବେ ବ୍ୟବହାର କରି ରାଜନୈତିକ ଦଳ – ପ୍ରକୃତ ଅର୍ଥରେ ବାମପନ୍ଥୀ ହୋଇଯାଏ ନା । ଅବଶ୍ୟ ବାମପନ୍ଥୀ ଏସ୍.ୟୁ.ସି.ଆଇ ଦଳ ଏକ ବ୍ୟତିକ୍ରମ । ନବୀନ ସରକାରକୁ ସମର୍ଥନ ଜଣାଇବା ଦଉଡ଼ରେ ଏହି ଦଳ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । (ଇଟିଭି ସମ୍ବାଦ – ୯/୩/୨୦୦୯) । ବିଜେପିଠାରୁ ବିଜେଡ଼ି ଦୂରେଇ ଯାଇଥିବାରୁ ନବୀନ ସରକାରଙ୍କୁ ସେମାନେ ସମର୍ଥନ କରୁଛନ୍ତି ବୋଲି ଯେଉଁ ରାଜନୈତିକ ଦଳମାନେ ଯୁକ୍ତି ବାଢ଼ୁଛନ୍ତି – ସେମାନେ ଜନସାଧାରଣଙ୍କର ବୁଝିବାଶକ୍ତିକୁ ଲଘୁଦୃଷ୍ଟିରେ ଦେଖୁଛନ୍ତି ବୋଲି ମନେହେଉଛି । କାରଣ ଜନସାଧାରଣ ବିଜେଡ଼ି ନେତୃତ୍ୱ ବାରମ୍ବାର କହୁଥିବାର ଶୁଣୁଛି ଯେ ବିଜେପି ଅଧିକ ଆସନ ପାଇଁ ଜିଦ୍ ଧରିବାରୁ ହିଁ ମେଣ୍ଟ ଭାଙ୍ଗିଲା । ଅର୍ଥାତ ଯଦି ବିଜେପି ବିଜେଡ଼ିର ପ୍ରସ୍ତାବିତ ଆସନ ସମୀକରଣ ସହ ରାଜି ହୋଇଥାନ୍ତା-ତା’ହେଲେ ସେମାନେ ସାଙ୍ଗରେ ଥାନ୍ତେ । ତେଣୁ ବିଜେପି ସଂସର୍ଗରୁ ମୁକ୍ତ ବିଜେଡ଼ିର ଚରିତ୍ର ଯେ ହଠାତ୍ ବଦଳିଗଲା ଏହିଭଳି ଧାରଣା ନେଇ ଯେଉଁ ରାଜନୈତିକ ଦଳମାନେ ନବୀନ ସରକାରଙ୍କୁ ସମର୍ଥନ ଜଣାଉଛନ୍ତି – ସେମାନେ କେବଳ ନିଜର ବିକଳଭାବ ଏକ ହାସ୍ୟାସ୍ପଦ ପ୍ରଦର୍ଶନ ହିଁ କରୁଛନ୍ତି ।
ନିକଟ ଅତୀତରେ ହୋଇଯାଇଥିବା କେତୋଟି ମୁ୍ୟନିସିପାଲିଟି ନିର୍ବାଚନରେ ବିଜେଡ଼ିର ସଫଳତା ଓ ବିଜେପିର ଦୁର୍ବଳ ପ୍ରଦର୍ଶନ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଧାରଣା ଓଡ଼ିଶାର ରାଜନୈତିକ ଜୀବମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଏହି ସଫଳତା ଗତ ପାଞ୍ଚବର୍ଷ ଭିତରେ ହୋଇଥିବା ବିଧାନସଭା ପାଇଁ ଉପନିର୍ବାଚନରେ ବିଜେଡ଼ି-ବିଜେପି ମେଣ୍ଟର ବିଫଳତାକୁ ଯେ ଢାଙ୍କି ପକାଇଛି-ଏହା ସ୍ପଷ୍ଟ ଜଣାପଡ଼ୁଛି । ଫଟ୍କା ବଜାରରେ (ଝଗ୍ଧକ୍ଟମଳ ଗବକ୍ସଳରଗ୍ଧ)ରେ ମୂଲ୍ୟ ବଢ଼ୁଥିବା ଅଂଶ (ଝଷବକ୍ସର) କିଣିବା ପାଇଁ ଯେପରି ନିବେଶକଙ୍କ ଭିତରେ ଦଉଡ଼ ହୁଏ-ଯାହାକୁ ମେଣ୍ଢା ମାନସିକତା (ଐରକ୍ସୟ କ୍ଟ୍ରଗ୍ଦଚ୍ଚମଷକ୍ଟକ୍ଷକ୍ଟଶଚ୍ଚ) ବୋଲି କୁହାଯାଏ – ସେହିପରି ଦଉଡ଼ ବିଜେଡ଼ି ସହ ଯୋଡ଼ି ହୋଇଯିବା ପାଇଁ ଓଡ଼ିଶାର ରାଜନୈତିକ ଜୀବମାନଙ୍କ ମଧ୍ୟରେ ଦେଖାଯାଉଛି । ତେଣୁ ଫଟକା ବଜାର ଉପରେ ବିଶ୍ୱାସକରି ହତାଶ ହୋଉଥିବା ନିବେଶକଙ୍କ ପରି ଏହି ରାଜନୈତିକ ଜୀବମାନେ ଅଧିକାଂଶ ହତାଶ ହୋଇଯିବେ ନାହିଁ ତ-ଏହିପରି ଆଶଙ୍କା ସ୍ୱାଭାବିକ ମନକୁ ଗ୍ରାସ କରୁଛି ।
ମେଣ୍ଟ ଭାଙ୍ଗିବାପରେ ବିଜେପିର ଅଭିଯୋଗ ଯେ ନବୀନ ପଟ୍ଟନାୟକ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି । ଅପରପକ୍ଷରେ ନବୀନ ପଟ୍ଟନାୟକ ସରକାରର ଶିଳ୍ପନୀତି ଦ୍ୱାରା ପ୍ରଭାବିତ ଜୀବନ ଜୀବିକାର ସୁରକ୍ଷା ପାଇଁ ଆନେ୍ଦାଳନ କରୁଥିବା ଜନସାଧାରଣଙ୍କର ଅଭିଯୋଗ ଯେ ନବୀନ ସରକାରଙ୍କୁ ସମର୍ଥନ କରି-ସେମାନଙ୍କୁ ସମର୍ଥନ କରୁଥିବା ରାଜନୈତିକ ଦଳ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ସୁବିଧାବାଦୀ, କ୍ଷମତା ରାଜନୀତିରେ ବିଶ୍ୱାସଘାତକତା ଯେ ଗୋଟିଏ ରଣନୀତି, ତାହା ବୁଝିଲେ ଏହିପରି ଅଭିଯୋଗ ଅର୍ଥହୀନ ହିଁ ମନେହେବ । ତେବେ ନବୀନବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି ରଣନୀତିର ବାରମ୍ବାର ସଫଳ ପ୍ରୟୋଗ ଦ୍ୱାରା ଏହାର ଗ୍ରହଣୀୟତା ବେଶ୍ ବୃଦ୍ଧିପାଇଛି । ତା’ନହେଲେ ଏହି ରଣନୀତିର ପ୍ରୟୋଗକୁ ଖୁବ୍ ନିକଟରୁ ଦେଖିଥିବା ରାଜନୈତିକ ଜୀବମାନେ ନବୀନ ସରକାରଙ୍କୁ ସମର୍ଥନ ଯୋଗାଇବା ପାଇଁ ପଲ ପଲ ହୋଇ ଆଗେଇ ଆସନ୍ତେ ନାହିଁ । ତେବେ ଏହି ବିଛେଦର ଏକ ସ୍ୱାଗତଯୋଗ୍ୟ ପରିଣତି ହେଉଛି ଯେ ଅନେକଙ୍କର ପ୍ରକୃତ ସ୍ୱରୂପ ଉନ୍ମୋଚିତ ହୋଇଛି-ତାହା ରାଜନୈତିକ ଦଳର ହେଉ ବା ବ୍ୟକ୍ତିବିଶେଷଙ୍କର ହେଉ । ସାଇନବୋର୍ଡ଼ରେ ବାମପନ୍ଥୀ ହେବା ଓ ପ୍ରକୃତ ବାମପନ୍ଥୀ ହେବା ଭିତରେ ଏକ ବିରାଟ ବ୍ୟବଧାନ ରହିଛି-ଏହା ଜାଣିବାର ଆଉ ଏକ ଅବସର ସୃଷ୍ଟି ହୋଇଛି ।
ଭାରତୀୟଙ୍କ ସୁଇଜରଲ୍ୟାଣ୍ଡ ବ୍ୟାଙ୍କ୍ରେ ଟଙ୍କା – ଜୟ ହୋ!
ସୁଇଜରଲ୍ୟାଣ୍ଡ ବ୍ୟାଙ୍କ୍ରେ ଟଙ୍କା ରଖିଲେ ଟଙ୍କା ରଖୁଥିବା ବ୍ୟକ୍ତି ସମ୍ପର୍କରେ ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରୁଛି । ତେଣୁ ଅସଦ୍ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ବଡ଼ ବଡ଼ ରାଜନେତା, ପ୍ରଶାସକ, ବ୍ୟବସାୟୀ, ଶିଳ୍ପପତି – ତାଙ୍କର ଅର୍ଥକୁ ଏହି ବ୍ୟାଙ୍କରେ ହିଁ ରଖନ୍ତି । ଏବେ ଏକ ସୂଚନା ମିଳିଛି ଯେ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ସବୁଠାରୁ ବେଶୀ ଅର୍ଥ ରଖିଥିବା ଲୋକ ହେଉଛନ୍ତି ଭାରତୀୟ । ଏମାନଙ୍କର ଗଚ୍ଛିତ ଅର୍ଥର ପରିମାଣ ହେଉଛି ୧୪୫୬୦୦ କୋଟି ଆମେରିକୀୟ ଡଲାର ବା ଟଙ୍କାରେ ୭୫ଲକ୍ଷ ୫୫ହଜାର ୧୮୪କୋଟି ଟଙ୍କା । ଯଦି ୨୦୦୯-୧୦ ବଜେଟରେ ପ୍ରସ୍ତାବିତ ଖର୍ଚ୍ଚର ପରିମାଣ ୯ଲକ୍ଷ ୫୩ହଜାର ୨୩୧ କୋଟି ଟଙ୍କା ବୋଲି ସ୍ମରଣ କରୁ – ତା’ହେଲେ ସାରା ଭାରତର ୮ବର୍ଷର ଖର୍ଚ୍ଚକୁ ତୁଲାଇ ନିଆଯାଇ ପାରିବ – ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଭାରତୀୟମାନଙ୍କ ଦ୍ୱାରା ବର୍ତ୍ତମାନ ଗଚ୍ଛିତ ଥିବା ଅର୍ଥ ଦ୍ୱାରା । ଯଦି ଭାରତର ମୋଟ ଘରୋଇ ଉପôାଦନ (ଏଊଚ) ୪୨ଲକ୍ଷ ୮୩ହଜାର ୪୦କୋଟି ଟଙ୍କା ବୋଲି ସ୍ମରଣ କରୁ, ତା’ହେଲେ ଏହାର ପ୍ରାୟଃ ଦେଢ଼ଗୁଣ ଟଙ୍କା ଭାରତୀୟମାନଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ ବ୍ୟାଙ୍କରେ ଜମା ଅଛି ବୋଲି ବୁଝିବାକୁ ହେବ । ଭାରତର ବାହ୍ୟ ଋଣ (୩୧ମାର୍ଚ୍ଚ ୨୦୦୮ସୁଦ୍ଧା) ୨୦୧୪୦କୋଟି ଡଲାର ବା ୧୦ଲକ୍ଷ ୪୫ହଜାର ୬୪ଟଙ୍କା ଯାହାର ପ୍ରାୟଃ – ସାଢ଼େ ସାତଗୁଣ ଗଚ୍ଛିତ ଅଛି ଭାରତୀୟଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ । ଭାରତର ମୋଟ ଜାତୀୟ ଆୟର(ଏଘଓ)ପ୍ରାୟଃ ଦୁଇଗୁଣ ଭାରତୀୟମାନଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଗଚ୍ଛିତ ଅଛି ବୋଲି କହିବା ସତ୍ୟର ଅପଳାପ ହେବନାହିଁ । (୨୦୦୫ରେ ଭାରତର ଏଘଓ ଥିଲା ୬୩୨୮୦କୋଟି ଆମେରିକୀୟ ଡଲାର)
କେଉଁ ଭାରତୀୟମାନେ ଏତେ ପରିମାଣର ଟଙ୍କା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ରଖିଛନ୍ତି, ତାହା ଭାରତ ସରକାର ଚାହିଁଲେ ସୁଇଜରଲ୍ୟାଣ୍ଡ ସରକାର ଜଣାଇବ ବୋଲି କହିଛି । ଏହି ନିୟମ ସେମାନେ ଯେକୌଣସି ଦେଶର ସରକାରଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଘୋଷଣା କରାଯାଇଛି । କିନ୍ତୁ ଏଯାବତ୍ ଭାରତ ସରକାର ଏହା ଜାଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ନାହାନ୍ତି । କାହିଁକି ନେଇନାହାନ୍ତି – ତାହା ଅନୁସନ୍ଧାନସାପେକ୍ଷ । ତେବେ ଗୋଟିଏ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ବର୍ଷ ପ୍ରାୟଃ ୮୦ହଜାର ଯାତ୍ରୀ ସୁଇଜରଲ୍ୟାଣ୍ଡ୍ ଯାଇଥାନ୍ତି । କିନ୍ତୁ ତାଙ୍କ ଭିତରୁ ୨୫ହଜାର ବାରମ୍ବାର ଯାଉଥିବାର ନଜିର ମିଳୁଛି ।
ଭାରତ ଏକ ମାନ୍ୟତାପ୍ରାପ୍ତ ଦରିଦ୍ର ରାଷ୍ଟ୍ର ହେଲେ ହେଁ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଗଚ୍ଛିତ ଥିବା ଅର୍ଥର ପରିମାଣରୁ ଏହା ଯେ ସର୍ବୋଚ୍ଚ ସ୍ଥାନରେ ରହିଛି ତାହା ନିମ୍ନୋକ୍ତ ସାରଣୀରୁ ସ୍ପଷ୍ଟ ହେବ ।
ରାଷ୍ଟ୍ରର ନାମ ଗଚ୍ଛିତ ଥିବା ଅର୍ଥର ପରିମାଣ
ଭାରତ ୧୪୫୬୦୦କୋଟି ଡଲାର
ରୁଷିଆ ୪୭୦୦୦କୋଟି ଡଲାର
ଇଂଲଣ୍ଡ୍ ୩୯୦୦୦କୋଟି ଡଲାର
ୟୁକ୍ରେନ ୧୦୦୦୦କୋଟି ଡଲାର
ଚୀନ୍ ୯୬୦୦କୋଟି ଡଲାର
୧-୧୫ ଏପ୍ରିଲ, ୨୦୦୯
ବିଜୟ ମହାପାତ୍ର: ରାଜନୈତିକ ‘ବିଶ୍ୱାସଘାତକତା’ର ବିରଳ ଶିକାର
ବିଜୟ ମହାପାତ୍ର ଏକ ନିଆରା ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଓଡ଼ିଶା ରାଜନୀତିରେ ପରିଚିତି ପାଇଲେଣି । ତାଙ୍କୁ ଛାଡ଼ିଦେଇ ଆଉ ଦ୍ୱିତୀୟ ଉଦାହରଣ ସାମ୍ପ୍ରତିକ ରାଜନୀତିରେ ଆମେ ପାଉନା ଯିଏ କି ବାରମ୍ବାର ‘ବିଶ୍ୱାସଘାତକତା’ର ଶିକାର ହୋଇଛନ୍ତି ।
ବିଜୁବାବୁଙ୍କ ପରେ ବିଜୁଜନତା ଦଳ (ବିଜେଡ଼ି) ନାଁରେ ଏକ ଆଞ୍ଚଳିକ ଦଳ ଗଠନକରିବା ଓ ଏହାର ମୁଖ୍ୟଭାବେ ଦିଲ୍ଳୀର ବେପରୁଆ ଯୁବ ସମ୍ପ୍ରଦାୟ ଭିତରୁ ବିଜୁପୁତ୍ର ନବୀନଙ୍କୁ ଉଦ୍ଧାର କରି ଏହି ନବଗଠିତ ଦଳର ମୁଖ୍ୟଭାବେ ଅବସ୍ଥାପିତ କରିବା ଓ ପରେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ଗଠବନ୍ଧନ କରି କ୍ଷମତାର ମଧୁ ବିଜୁ ଜନତା ଦଳକୁ ଚଖାଇବାରେ ତାଙ୍କର ନିର୍ଣ୍ଣାୟକ ଭୂମିକାକୁ ଯେକୌଣସି ନିରପେକ୍ଷ ରାଜନୈତିକ ପର୍ଯ୍ୟବେକ୍ଷକ ସ୍ୱୀକାର କରିବ । କିନ୍ତୁ ଯେତେବେଳେ ରାଜ୍ୟରେ କ୍ଷମତାଦଖଲର ବେଳ ଆସିଲା, ସେତେବେଳେ ବିଜୁ ଜନତା ଦଳରୁ ବେଦଖଲ ହେଲେ ବିଜୟ ମହାପାତ୍ର । ଏହିଠାରୁ ହିଁ ଆରମ୍ଭ ହେଲା ନବୀନଙ୍କର ନିରଙ୍କୁଶିକରଣ । ଏହି ନିଷ୍ପତ୍ତ ନବୀନଙ୍କର ନିଜସ୍ୱ ଥିଲା କି ବିଜୁ ଅନୁଗତ ବିଜୟଙ୍କର ଉଚ୍ଚକାଂକ୍ଷା ସହ ପରିଚିତ ବିଜୁବାବୁଙ୍କର ଏକଦା ସଚିବ ପ୍ୟାରୀମୋହନଙ୍କର ଥିଲା- ତାହା ଅନୁସନ୍ଧାନ-ସାପେକ୍ଷ । କିନ୍ତୁ ବିଜୁବାବୁଙ୍କର ଏକାନ୍ତ ବିଶ୍ୱସ୍ତ ବିଜୟ ତାଙ୍କ ଦ୍ୱାରା ସଂସ୍ଥାପିତ ବିଜୁପୁତ୍ର ନବୀନଙ୍କ ଦ୍ୱାରା ଏପରି ଅପଦସ୍ଥ ହେବେ- ତାହା ସମସ୍ତଙ୍କୁ ସେ ସମୟରେ ହତଚକିତ କରିଦେଇଥିଲା । ସେତେବେଳେ ଏହାକୁ କେତେଜଣ ନବୀନଙ୍କର ମାଷ୍ଟରଷ୍ଟ୍ରୋକ ବୋଲି କହିଲେ- ସତେଯେପରି ବ୍ୟବହାରିକ ରାଜନୀତିରେ ବିଶ୍ୱାସଘାତକତା ଏକ ବର୍ଜନୀୟ ଶବ୍ଦ ନୁହେଁ ।
କିନ୍ତୁ ବିଡ଼ମ୍ବନା ଯେ ଯେଉଁମାନଙ୍କୁ ନେତୃତ୍ୱ ଦେଇ ବିଜୟ ବିଜୁ ଜନତା ଦଳ ଗଢ଼ିଥିଲେ – ସେମାନେ କେହି ବିଜୟଙ୍କ ସପକ୍ଷରେ ବାହାରିଲେ ନାହିଁ । ବୋଧହୁଏ, ଯଦି ବିଜୟଙ୍କ ପ୍ରତି ଏତାଦୃଶ ବ୍ୟବହାରର ପ୍ରତିବାଦ ବିଜୁ ଜନତା ଦଳ ଭିତରେ ତାଙ୍କର ସହନେତାମାନଙ୍କଠାରୁ ଶୁଭିଥାନ୍ତା, ତାହେଲେ ପରବର୍ତ୍ତୀକାଳରେ ନବୀନବାବୁ ଯେପରି ତାଙ୍କଦଳର ଓ ତାଙ୍କ ସହଯୋଗୀ ଦଳର ନେତାମାନଙ୍କୁ ଗୋଟିଏ ପରେ ଗୋଟିଏ ଅପଦସ୍ଥ କରିଚାଲିଲେ, ତହା ହୁଏତ ଘଟିନଥାନ୍ତା କି ନବୀନବାବୁ ଜଣେ ‘ସିରିଆଲ୍ କିଲର’ର ମାନ୍ୟତା (ବିଜୟ ମହାପାତ୍ରଙ୍କ ଭାଷାରେ) ପାଇନଥାନ୍ତେ । ଏପରିକି ଅପଦସ୍ଥ ହେଲା ପରେ ମଧ୍ୟ ଏହି ନେତାମାନେ ବିଜୟଙ୍କ ଆଡ଼କୁ ମୁହାଁଇଲେ ନାହିଁ । ବିଜୟ ସଂସ୍ଥାପିତ ଓଡ଼ିଶା ଗଣ ପରିଷଦ ଏମାନଙ୍କୁ ଆକୃଷ୍ଟ କଲା ନାହିଁ । ଅପଦସ୍ଥ ହୋଇ ମଧ୍ୟ ସେମାନେ ବିଜୁ ଜନତା ଦଳରେ ପଡ଼ିରହିଲେ ବା ସମୃଦ୍ଧ ଓଡ଼ିଶା ଭଳି ଏକ ନୂତନ ରାଜନୈତିକ ଦଳ ଆଡ଼େ ମୁହାଁଇଲେ । ଏହା ବିଜୟବାବୁଙ୍କର ସହନେତାମାନଙ୍କ ମଧ୍ୟରେ ତାଙ୍କ ନେତୃତ୍ୱର ଗ୍ରହଣୀୟତାର ଦ୍ରୌବଲ୍ୟ ପ୍ରତି ହିଁ ଇଙ୍ଗିତ କରୁଛି । ବୋଧହୁଏ, ଏହା ହିଁ କାରଣ ଯେ ଓଡ଼ିଶା ଗଣ ପରିଷଦକୁ ରାଷ୍ଟ୍ରୀୟ ଦଳର ଭ୍ରମ ସୃଷ୍ଟି କରୁଥିବା ଶରଦ ପାୱାରଙ୍କ ନେତୃତ୍ୱରେ ପରିଚାଳିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍.ସି.ପି) ସହ ବିଲୟ କରାଇ ଦେବାର ନିଷ୍ପତ୍ତ ସେ ନେଲେ ଓ ଏହି ପାର୍ଟିର ରାଜ୍ୟ ଶାଖାର ସଭାପତି ହେଲେ । ଏହି ରାଜ୍ୟ ଶାଖା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ଦଳର ସଭାପତି ଅଶୋକ ଦାସ ଉପେକ୍ଷିତ ହୋଇଗଲେ । ସେତେବେଳେ କେହି କେହି ଘରେ ପଶୁ ପଶୁ ଚାଳ ବାଜିଲାଣି ବୋଲି କହିଥିଲେ ।
ବିଜୟ ମହାପାତ୍ର ବୋଧହୁଏ ସ୍ୱପ୍ନରେ ଭାବିନଥିଲେ ଯେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଅନ୍ଧାରରେ ରଖି ତାଙ୍କର ପରମଶତ୍ରୁ ନବୀନଙ୍କ ବିଜୁ ଜନତା ଦଳ ସହ ବୁଝାମଣା କରିଦେବ । କୁହାଯାଉଛି ଶରଦ ପାୱାରଙ୍କର ପ୍ରଧାନମନ୍ତ୍ରୀ ହେବାର ଦୁର୍ବଳତା ଏହି ବୁଝାମଣା ପଛରେ ଥିଲା । ସ୍ୱାଭାବିକ ଯେ ବିଜୟ ମହାପାତ୍ର ସଭାପତି ପଦରୁ ଓ ପରିଶେଷରେ ଏହି ଦଳରୁ ଇସ୍ତଫା ଦେଲେ ।
ପୁଣି ସେହି କଥା ହିଁ ହେଲା । ଯେଉଁମାନେ ତାଙ୍କ ସହ ଏନ୍.ସି.ପିର ରାଜ୍ୟ ଶାଖା ଗଠନ କରିଥିଲେ- ସେମାନେ କେହି ତାଙ୍କ ପଥ ଅନୁସରଣ କଲେନାହିଁ । ( ଅନାଦି ସାହୁଙ୍କ ବ୍ୟତୀତ) ବରଂ ନବୀନଙ୍କ ଦ୍ୱାରା ଅପଦସ୍ଥ ହୋଇଥିବା ଏକଦା ବିଜେପିର ଉପସଭାପତି ଓ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ଏନ୍.ସି.ପିର ନୂତନ ସଭାପତି ହୋଇଗଲେ ଓ ନବୀନବାବୁ ଯାହା ଦେବେ, ତାକୁ ହିଁ ସେ ଆଦରି ନେବେ ବୋଲି ଘୋଷଣାକଲେ । ବିଜୟ ମହାପାତ୍ର ପୁଣି ଏକୁଟିଆ ହୋଇଗଲେ । ବିଜେଡ଼ି, କଂଗ୍ରେସ ଓ ବିଜେପିଠାରୁ ଦୂରତା ରକ୍ଷା କରି ଏକ ନୂତନ ଦଳ ଗଢ଼ିବା ଓ ତାକୁ ନେତୃତ୍ୱ ଦେବାରେ ବିଫଳ ବିଜୟ ବୁଝୁଥିବେ ଯେ କ୍ଷମତା ନଥିଲେ , ନେତୃତ୍ୱ କିପରି ତାର ଆକର୍ଷଣ ହରାଏ । ତାଙ୍କର ନେତା ବିଜୁ ପଟ୍ଟନାୟକଙ୍କୁ ତ ତିରିଶ ବର୍ଷ ଲାଗିଲା କ୍ଷମତାକୁ ଫେରିବା ପାଇଁ ।
ବିଜୟଙ୍କର ଏହି ଉପଲବ୍ଧି, ତା’ସହିତ ନବୀନଙ୍କୁ ବେସାଲିସ ବିରୋଧ ଓ ନବୀନଙ୍କୁ କ୍ଷମତାରୁ ବେଦଖଲ କରିବା ପାଇଁ ତାଙ୍କର ଏକସୂତ୍ରୀୟ ସଂକଳ୍ପ ସ୍ୱାଭାବିକ ତାଙ୍କୁ ନବୀନ ବିଶ୍ୱାସଘାତକତାର ନୂତନ ଶିକାର ବିଜେପି ଆଡ଼କୁ ଟାଣିନେଇଛି । ବିଜେପିରେ ବିଲୀନ ହୋଇଯିବାରେ ସେ ବୋଧେ ଦେଖୁଛନ୍ତି ତାଙ୍କ ସଙ୍କଳ୍ପର ଆଶୁ ସଫଳତା ।
କିନ୍ତୁ ଶୁଦ୍ରକର ଆଶଙ୍କା ଯେ ଯଦି ବିଜୁ ଜନତା ଦଳର ସମର୍ଥନ ପାଇଲେ ଆଡ଼୍ୱାନୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟିହୁଏ ଓ ଆଡ଼୍ୱାନୀ ଏଥିପାଇଁ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଏକ ବୁଝାମଣା ଆଣିବାରେ ସଫଳ ହୋଇଯାଆନ୍ତି, ତାହେଲେ ବିଜୟଙ୍କୁ ପୁଣି ବିଜେପିର ହାତ ଛାଡ଼ିବାକୁ ପଡ଼ିବ ।
ବିଜୟ ପୁଣିଥରେ ପ୍ରତାରିତ ନହୁଅନ୍ତୁ-ଏହା ଆମ ଆଶା କରିବା । କିନ୍ତୁ ଯେଉଁମାନେ କହୁଛନ୍ତି ଓଡ଼ିଶା ଗଣପରିଷଦକୁ ବଞ୍ଚାଇ ରଖିଥିଲେ- ବିଜୟ ବାରମ୍ବାର ପ୍ରତାରିତ ହେବାର ଦୁର୍ଭାଗ୍ୟରୁ ରକ୍ଷା ପାଇଯାଇଥାନ୍ତେ, ସେମାନେ ବୋଧହୁଏ କିଛି ଭୁଲ କହୁନାହାନ୍ତି ।
ଆନେ୍ଦାଳନ କୋଳରୁ ବିଧାୟକ ଖୋଳ ଯାଏଁ
ଜୀବନ ଜୀବିକା ପାଇଁ ଚାଲିଥିବା ଲଢ଼େଇରେ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନେ ନିର୍ବାଚନ ଆସିଲ ବିଧାୟକ ହେବାର ଆକାଂକ୍ଷା ଦ୍ୱାରା ଆକ୍ରାନ୍ତ ହେବାରେ କୌଣସି ଅସ୍ୱାଭାବିକତା ନାହିଁ । କିନ୍ତୁ ଯେତେବେଳେ ବିଧାୟକ ହେବାର ବ୍ୟାକୁଳତାରେ ଏହି ନେତା ଜୀବନ ଜୀବିକାକୁ ବିପନ୍ନ କରୁଥିବା ଶକ୍ତିମାନଙ୍କ ସହ ହାତ ମିଳାଇବାକୁ ବସେ, ସେତେବେଳେ ସ୍ୱାଭାବିକ ଯେ ଆନେ୍ଦାଳନ କରୁଥିବା ଜନସାଧାରଣ ପ୍ରତାରଣାର ବେଦନା ଅନୁଭବ କରେ । ସେମାନେ ମଧ୍ୟ ଏହି ବେଦନା ଅନୁଭବ କରନ୍ତି, ଯେଉଁମାନେ ଏହି ନେତୃତ୍ୱକୁ ଅକୁଣ୍ଠିତ ସମର୍ଥନ ଯୋଗାଇ ଆସିଛନ୍ତି । ଆନେ୍ଦାଳନ ପ୍ରତିପକ୍ଷ ଶକ୍ତିମାନେ କିନ୍ତୁ ଉଲ୍ଲସିତ ହୁଅନ୍ତି-କାରଣ ସେମାନେ ନେତୃତ୍ୱର ବିଶ୍ୱାସନୀୟତାକୁ ସାଧାରଣ ଲୋକର ସନେ୍ଦହ ଘେରକୁ ଆଣିବାରେ ଯେ ସଫଳ ହୋଇଗଲେ । ନିର୍ବାଚନ ଆସିଗଲେ ନେତୃତ୍ୱର ପ୍ରକୃତସ୍ୱରୂପ ଧରାପଡ଼ିଥାଏ । ଲୋକଙ୍କ ସହ ଅଛି କି ଲୋକ ସମର୍ଥନକୁ କ୍ଷମତା ସହ ମୂଲଚାଲ ପାଇଁ ବ୍ୟବହାର କରୁଛି, ତାହା ଧରାପଡ଼ିଯାଏ । ଏହା ଅବଶ୍ୟ ବିରଳ ନୁହେଁ ଯେ ଆନେ୍ଦାଳନ କୋଳରୁ ଜନ୍ମନେଇଥିବା ନେତୃତ୍ୱ ତା’ର ପୃଷ୍ଠଭୂମିକୁ ପାଶୋରିଯାଇ ବିଧାୟକଭାବେ ଏକ ସନେ୍ଦହଜନକ ଭୂମିକାରେ ଅବତୀର୍ଣ୍ଣ ହୁଏ । କିନ୍ତୁ ଏହା ମଧ୍ୟ ବିରଳ ନୁହେଁ ଯେ ସୁବିଧାବାଦୀ ନେତୃତ୍ୱକୁ ଆନେ୍ଦାଳନ ମଧ୍ୟ ଖୁବ ଶୀଘ୍ର ପାଶୋରିଯାଏ ଓ ତାର ସ୍ଥାନ ନିଏ ଆଉ ଏକ ନୂତନ ନେତୃତ୍ୱ-ହୋଇପାରେ ବିଧାୟକ ଖୋଳ ମୋହରେ ପଡ଼ିବା ପର୍ଯ୍ୟନ୍ତ । ଏହା ଏକ ସୁଖକର ଅଭିଜ୍ଞତା ଯେ କୌଣସି ଆନେ୍ଦାଳନ କୌଣସି ସମୟରେ ନେତୃତ୍ୱଶୂନ୍ୟ ହୋଇଯାଇ ନାହିଁ । ଆନେ୍ଦାଳନରୁ ନେତୃତ୍ୱକୁ ଦୂରେଇ ରଖିଲେ ମଧ୍ୟ ଆନେ୍ଦାଳନ ଚାଲିଛି-ବେଳେବେଳେ ଅଧିକ ଶକ୍ତିଶାଳୀ ହୋଇଛି । ଲୋକଶକ୍ତିର ପରିପ୍ରକାଶରେ କଦାପି ଭଟ୍ଟା ପଡ଼ିନାହିଁ । ଏହା ପ୍ରତିପକ୍ଷକୁ ବିବ୍ରତ କରୁଥିବ ନିଶ୍ଚୟ, କିିନ୍ତୁ ଏହା ହିଁ ବାସ୍ତବିକତା । ବିଧାୟକର ଖୋଳ ପକାଇ ଆନେ୍ଦାଳନରୁ ଦୂରେଇ ଯିବାର ଦୃଶ୍ୟ ନୈରାଶ୍ୟ ସୃଷ୍ଟି ନକରୁ, ଏହାହିଁ ଶୁଦ୍ରକର କାମନା ।
ରାଜନୈତିକ ଦଳର କମ୍ପାନୀକରଣ
ଦଳ ବଦଳର ଦୃଶ୍ୟଦେଖି ଅନେକେ ମର୍ମାହତ । ରାଜନୀତିରେ ଆଦର୍ଶ ବୋଲି ଆଉ କିଛି ରହିଲା ନାହିଁ ବୋଲି ସେମାନଙ୍କର କ୍ଷୋଭ । ଧର୍ମନିରପେକ୍ଷ ଦଳରୁ ଧର୍ମଭିତ୍ତକ ଦଳକୁ, ଧର୍ମଭିତ୍ତକ ଦଳରୁ ଧର୍ମନିରପେକ୍ଷ ଦଳକୁ, ବାମପନ୍ଥୀ ଦଳରୁ ଦକ୍ଷିଣପନ୍ଥୀ ଦଳକୁ, ଦକ୍ଷିଣପନ୍ଥୀ ଦଳରୁ ବାମପନ୍ଥୀ ଦଳକୁ ଲମ୍ଫ ପ୍ରଦାନ ନିର୍ବାଚନ ଋତୁରେ ଏକ ସାଧାରଣ ଦୃଶ୍ୟ ହୋଇଛି । ତେବେ ଆଦର୍ଶ ରହିଲା ନାହିଁ ବୋଲି କ୍ଷୋଭ ଯେଉଁମାନଙ୍କ ମନରେ ଆସୁଛି, ସେମାନେ ଯଦି ପ୍ରତ୍ୟେକ ରାଜନୈତିକ ଦଳକୁ ଗୋଟିଏ ଗୋଟିଏ କମ୍ପାନୀ ଓ ସାଂସଦ ବିଧାୟକଙ୍କୁ ଠିକା କର୍ମଚାରୀ ଭାବେ ବିବେଚନା କରନ୍ତି, ତାହାହେଲେ ଏଭଳି କ୍ଷୋଭରୁ ସେମାନେ ମୁକ୍ତି ପାଇଯିବେ । ଏହିଭଳି ବିବେଚନା କରିବା ବର୍ତ୍ତମାନର ଜଗତୀକରଣ, ଘରୋଇକରଣ ଓ ଉଦାରୀକରଣ ଅର୍ଥନୀତିର ବାତାବରଣରେ ଆଦୌ ଅସଙ୍ଗତ ନୁହେଁ । ଗୋଟିଏ କମ୍ପାନୀରୁ ଛଟେଇ ହେଉଥିବା କର୍ମଚାରୀ ଯେପରି ଆଉ ଏକ କମ୍ପାନୀର ଦ୍ୱାରସ୍ଥ ହେଉଛି ଚାକିରୀ ପାଇଁ- ସେହିଭଳି ଗୋଟିଏ ଦଳରେ ଟିକଟ ନ ପାଇଥିବା ବ୍ୟକ୍ତି ଟିକଟ ପାଇଁ ଆଉ ଏକ ଦଳର ଦ୍ୱାରସ୍ଥ ହେଉଛି । କହିବା ବାହୁଲ୍ୟ ଯେ ରାଜନୈତିକ ଦଳଗୁଡ଼ିକର କମ୍ପାନୀକରଣ ହୋଇଛି ମୁକ୍ତ ଅର୍ଥନୀତିର ବାତାବରଣରେ । କମ୍ପାନୀଗୁଡ଼ିକ ଯେପରି ଆଦର୍ଶ ଉଦାସୀନ – ରାଜନୈତିକ ଦଳଗୁଡ଼ିକ ସେହିପରି ଆଦର୍ଶ ଉଦାସୀନ ହୋଇଗଲେଣି । ଦଳର ସାଇନ୍ବୋର୍ଡରେ ଯାହା ଲେଖାଅଛି- ତାହା ନାମବାଚକ ବିଶେଷ୍ୟମାତ୍ର ହୋଇଗଲାଣି – ଅହର୍ନିଶ ମିଥ୍ୟା କହୁଥିବା ବ୍ୟକ୍ତିର ନାମ ସତ୍ୟବାଦୀ ହେଲାପରି ।
ଯାହାଘଟୁଛି ଆମ ଚାରିପଟେ ତାହା ଆମ ମନରେ କ୍ଷୋଭ ସୃଷ୍ଟି କରୁଥିଲେ ହେଁ- ସେ କ୍ଷୋଭକୁ ହାଲୁକା କରିବାପାଇଁ ଆମକୁ କିଛି ଯୁକ୍ତିର ସନ୍ଧାନ କାରିବାକୁ ପଡ଼ିବ । ଉପରୋକ୍ତ ଯୁକ୍ତିକୁ କେହି କେହି ଏହି ଦୃଷ୍ଟିରୁ ବିଚାର କରିପାରନ୍ତି ।
୧୬-୩୦ ଏପ୍ରିଲ, ୨୦୦୯
ଓଡ଼ିଶା ରାଜନୀତିରେ କମ୍ପାନୀ ପ୍ରଭାବ
ନିର୍ବାଚନର ବିଗୁଲ ବାଜିବା ପରେ ପରେ ଓଡ଼ିଶାର ରାଜନୀତି ଏତେ ଗୋଳମାଳିଆ ଧରିଯାଇଛି ଯେ ଫଳାଫଳ କାହା ସପକ୍ଷରେ ଯିବ-ତାହା ଅନୁମାନ କରିବା ଏକ କଷ୍ଟକର ବ୍ୟାପାର ହୋଇଛି । ତେବେ ଗୋଟିଏ କଥା ଅତ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ୁଛି ଯେ ଓଡ଼ିଶା ରାଜନୀତିରେ କମ୍ପାନୀମାନେ ଖୁବ୍ ପ୍ରଭାବଶାଳୀ ହୋଇଛନ୍ତି । ତା’ନହେଲେ ଉମାବଲ୍ଲଭ ରଥ, ବ୍ରଜକିଶୋର ତ୍ରିପାଠୀ, ସୁରେନ୍ଦ୍ର ନାଥ ନାୟକ ଓ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏବର୍ଷ ନିର୍ବାଚନରେ ନିଜର ମୂଳଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହୋଇନଥାନ୍ତେ । ଉମାବଲ୍ଲଭ ରଥଙ୍କୁ ତାଙ୍କର ମୂଳ ଦଳ କଂଗ୍ରେସ ପ୍ରାର୍ଥୀ କଲାନାହିଁ । ବ୍ରଜ ତ୍ରିପାଠୀଙ୍କୁ ତାଙ୍କର ମୂଳଦଳ ବିଜୁ ଜନତାଦଳ ପ୍ରାର୍ଥୀ କଲାନାହିଁ । ସୁରେନ୍ଦ୍ର ନାୟକ ବିଜୁ ଜନତାଦଳ ତରଫରୁ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲାପରେ ଦଳ ତରଫରୁ ତାଙ୍କପ୍ରତି ସମର୍ଥନ ପ୍ରତ୍ୟାହାର କରି ନିଆଗଲା । ରାଜା ଓରଫ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ବିଜୁ ଜନତାଦଳ ତରଫରୁ ଦାଖଲ ପ୍ରାର୍ଥୀପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ନାକଚ ହୋଇଗଲା ଯେ ହାଇକୋର୍ଟ, ନିର୍ବାଚନ କମିଶନ କେହି ଏଥିରେ ହସ୍ତକ୍ଷେପ କରିବାକୁ ରାଜି ହେଲେନାହିଁ ।
ଯେଉଁମାନେ ଏହି ଚାରିଜଣଙ୍କର ବିସ୍ତୃତ ଲୋକଭିତ୍ତ ଓ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପର୍କରେ ଅବଗତ, ସେମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏମାନେ କାହିଁକି ନିଜର ମୂଳଦଳ ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହେଲେ – କାରଣ ଯାହା ଦିଆଯାଉ ନା କାହିଁକି । ତେବେ ଏ ଚାରିଜଣଙ୍କର ଆଚରଣରେ ଗୋଟିଏ ସମାନତା – ଯେକୌଣସି ସଚେତନ ବ୍ୟକ୍ତି ଦେଖିପାରିବ-ତାହା ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ କମ୍ପାନୀ ପ୍ରାୟୋଜିତ ଶିଳ୍ପନୀତି ଓ କୃଷିନୀତି ପ୍ରତି ଆନ୍ତରିକତାର ଅଭାବ । ଉମା ବଲ୍ଲଭଙ୍କର ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ବେସାଲିସ ବିରୋଧ ତ’ ସର୍ବବିଦିତ । ବ୍ରଜତ୍ରିପାଠୀ ଉଭୟ ବେଦାନ୍ତ ଓ ପୋସ୍କୋର ଜଣେ ଜଣାଶୁଣା ବିରୋଧୀ । ସୁରେନ୍ଦ୍ର ନାୟକ ଓ ରାଜା ସ୍ୱାଇଁ ଓଡ଼ିଶାରେ କୃଷିର କମ୍ପାନୀକରଣ ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ସବୁବେଳେ ହୋଇଛନ୍ତି କୁଣ୍ଠିତ ।
ତେଣୁ କମ୍ପାନୀମାନଙ୍କୁ ବିରୋଧ ବା କମ୍ପାନୀ ପ୍ରାୟୋଜିତ ଶିଳ୍ପ ବା କୃଷିନୀତି ପ୍ରତି ଅନୁରକ୍ତିର ଅଭାବକୁ ଯଦି ଆମେ କାରଣ ବୋଲି ଗ୍ରହଣକରୁ, ତା’ହେଲେ ଉପରୋକ୍ତ ଚାରିଜଣ ସେମାନଙ୍କ ମୂଳଦଳ ତରଫରୁ ପ୍ରାର୍ଥୀତ୍ୱରୁ ବଞ୍ଚôତ ହେବା ସଂଯୋଗମାତ୍ର ନୁହେଁ ବୋଲି ବୁଝିପାରିବା । ବିଶେଷତଃ ଯେତେବେଳେ ଏହି କମ୍ପାନୀମାନଙ୍କୁ ସମର୍ଥନ କରୁଥିବା ଓ ଏମାନଙ୍କ ଦ୍ୱାରା ପ୍ରାୟୋଜିତ ଓ ସରକାରଙ୍କ ଦ୍ୱାରା ପ୍ରଚଳିତ ଶିଳ୍ପନୀତି ଓ କୃଷିନୀତି ପ୍ରତି ଅନୁରକ୍ତ ରହିଥିବା ବିଧାୟକମାନେ ମନ୍ତ୍ରୀତ୍ୱରୁ ଅବା ବାଚସ୍ପତି ପଦରୁ ବିତାଡ଼ିତ ହେଲାପରେ ମଧ୍ୟ ଦଳର ପ୍ରାର୍ଥୀତ୍ୱକୁ କାଏମ ରଖିପାରିଛନ୍ତି ।
କହିବା ବାହୁଲ୍ୟ ଯେ ଓଡ଼ିଶାର ରାଜନୀତିକୁ କମ୍ପାନୀମାନେ ନିର୍ଣ୍ଣାୟକ ଢଙ୍ଗରେ ପ୍ରଭାବିତ କରିବା ଆରମ୍ଭ କଲେଣି । ଓଡ଼ିଶାର ବିକାଶ ପାଇଁ ଡାକରା ଦେଉଥିବା ରାଜନୈତିକ ଦଳମାନେ ବା ରାଜନୈତିକ ବ୍ୟକ୍ତିମାନେ ଯଦି ବିକାଶର ଅର୍ଥ ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦ,ସମୁଦ୍ରକୂଳକୁ ଏହି କମ୍ପାନୀମାନଙ୍କ ହାତକୁ ଟେକିଦେବା ବୋଲି ଗ୍ରହଣ ନକରନ୍ତି-ତା’ହେଲେ ସେମାନେ ନିଶ୍ଚିହ୍ନ ହୋଇଯିବେ – ଏହାହିଁ ଉକ୍ତ ଚାରିଜଣ ପ୍ରାର୍ଥୀଙ୍କର ଭାଗ୍ୟରୁ ସମ୍ବାଦ ମିଳୁଛି । ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅନୀଲ ଅଗ୍ରୱାଲ ତାଙ୍କର ଜଣେ ଅଧସ୍ତନ କର୍ମଚାରୀଙ୍କୁ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିଦେବେ ବୋଲି ଧମକ ଦେଇ ବିଲାତ ଦେଶର ଏକ କୋର୍ଟ ଦ୍ୱାରା ଅର୍ଥଦଣ୍ଡ ପାଇଥିଲେ । ସେହି ମନୋଭାବ ନେଇ ସେମାନେ ଓଡ଼ିଶା ମାଟିରେ ଯେ ସେମାନଙ୍କର କାର୍ଯ୍ୟକଳାପ ଆରମ୍ଭ ନ କରିଛନ୍ତି -ତାହା କିଏ କହିବ? କିନ୍ତୁ ଏହି ମନୋଭାବ ଜୀବନ-ଜୀବିକା ପାଇଁ ସଂଗ୍ରାମରତ ଓଡ଼ିଶାର ଜନସାଧାରଣଙ୍କୁ ଦବାଇପାରିବ ନାହିଁ । କାରଣ ବିଜେଡ଼ି-ସିପିଆଇ ମଧ୍ୟରେ ନିର୍ବାଚନୀ ବୁଝାମଣା ଦ୍ୱାରା ସିପିଆଇ ନେତୃତ୍ୱର ବିଧାୟକ-ସାଂସଦ ହେବାର ବ୍ୟାକୁଳତାକୁ ଚରିତାର୍ଥ ହେବାର ସୁଯୋଗ ଯୋଗାଇ ଦିଆଯାଇଥିଲେ ହେଁ ସିପିଆଇ ଦଳର କର୍ମୀମାନେ ପୋସ୍କୋ ପ୍ରକଳ୍ପ ବିରୋଧରେ ଯେ ନଛୋଡ଼ବନ୍ଧା ଆନେ୍ଦାଳନରେ କାଏମ ରଖିଛନ୍ତି । ଓଡ଼ିଶାର ରାଜନୀତିରେ କମ୍ପାନୀର ପ୍ରଭାବ ରାଜନୈତିକ ଦଳର ନେତୃତ୍ୱ ଓ ଜନସାଧାରଣ ମଧ୍ୟରେ ଦୂରତା ବୃଦ୍ଧିକରିବ ନିଶ୍ଚୟ । ଯଦି କମ୍ପାନୀ ପ୍ରଭାବରୁ ବଞ୍ଚôତ ରାଜନୈତିକ ବ୍ୟକ୍ତିମାନେ ବିଧାୟକ-ସାଂସଦ ହେବାର ବ୍ୟାକୁଳତାକୁ ଛାଡ଼ି କମ୍ପାନୀବିରୋଧୀ ଜନସାଧାରଣଙ୍କ ବିରୋଧକୁ ତୀବ୍ର କରାଇବାରେ ସାହାଯ୍ୟ କରନ୍ତେ ତା’ହେଲେ ଓଡ଼ିଶାର ବିକାଶ ପ୍ରକୃତପକ୍ଷେ ଲୋକାଭିମୁଖୀ ବିକାଶ ହେବ – କମ୍ପାନୀ ସ୍ୱାର୍ଥରେ ବିକାଶର ଧାରା ପ୍ରତିହତ ହେବ ।
ଉମା, ବ୍ରଜ ତ ସେମାନଙ୍କର ମୂଳ ଦଳମାନଙ୍କରୁ ଇସ୍ତଫା ଦେଇଛନ୍ତି । ସୁରେନ୍ଦ୍ର, ରଣେନ୍ଦ୍ର କେତେଦିନ ଯାଏଁ ବିଜେଡ଼ିର ‘ଶୃଙ୍ଖଳିତ’ ସଦସ୍ୟ ହୋଇ ରହୁଛନ୍ତି, ତାହାହିଁ ଦେଖିବାକୁ ବାକି ରହିଲା ।
କିଏ କାହାକୁ କହୁଛି
ଭାରତର କୃଷିମନ୍ତ୍ରୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର ଅଧ୍ୟକ୍ଷ ତଥା ରାଷ୍ଟ୍ରୀୟ କଂଗ୍ରେସପାର୍ଟି (ଏନ୍.ସି.ପି)ର ଅଧ୍ୟକ୍ଷ ଶରଦ ପାୱାର ଇତ୍ୟବସରରେ ଓଡ଼ିଶାର ବଡ଼ଚଣା ଅଞ୍ଚଳରେ ଏକ ନିର୍ବାଚନୀସଭାକୁ ସମ୍ବୋଧନ କରି କହିଛନ୍ତି, ‘ରାଜ୍ୟରେ କଂଗ୍ରେସ ଯେତେବେଳେ ବି କ୍ଷମତାକୁ ଆସିଛି, ସେତେବେଳେ କଂଗ୍ରେସ ନେତାମାନେ ନିଜ ଭାଇବନ୍ଧୁ ମାନଙ୍କ ସମ୍ପତ୍ତ ବଢ଼ାଇବା ପାଇଁ ରାଜକୋଷ ଲୁଟ୍ କରିଛନ୍ତି’(ଧରିତ୍ରୀ-୯/୪/୨୦୦୯) । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ କଂଗ୍ରେସକୁ ସମାଲୋଚନା କରୁଥିବା ଶରଦ ପାୱାର କେନ୍ଦ୍ରରେ ଓ ମହାରାଷ୍ଟ୍ର ରାଜ୍ୟରେ କଂଗ୍ରେସ ସହ କ୍ଷମତାରେ ଅଛନ୍ତି । ଅଥଚ ଆମ ରାଜ୍ୟରେ କଂଗ୍ରେସ ଦଳକୁ ସମାଲୋଚନା କରୁଥିବା ଶରଦପାୱାରଙ୍କର ସମ୍ପତ୍ତ ଗତ ପାଞ୍ଚବର୍ଷ ଭିତରେ ଶତକଡ଼ା ୨୩୬ଭାଗ ବୃଦ୍ଧିପାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ୨୦୦୪ରେ ତାଙ୍କ ନିଜ ଘୋଷଣା ଅନୁଯାୟୀ ସମ୍ପତ୍ତର ପରିମାଣ ଥିଲା ୨କୋଟି ୫୩ଲକ୍ଷ ଯାହା ପୁଣି ତାଙ୍କରି ଘୋଷଣା ଅନୁଯାୟୀ ୨୦୦୯ମସିହାରେ ହେଉଛି ୮କୋଟି ୫୩ଲକ୍ଷ । ଏହା ସହିତ ଶରଦପାୱାରଙ୍କର କନ୍ୟା ମାତ୍ର ୩୦ମାସ ତଳେ ରାଜ୍ୟସଭା ସଦସ୍ୟା ହୋଇଥିବା ସୁପ୍ରିୟା ସୁଲେଙ୍କର ସମ୍ପତ୍ତ ଏହି ୩୦ମାସ ଭିତରେ ୪୨କୋଟି ଟଙ୍କାରୁ ବୃଦ୍ଧିପାଇ ପ୍ରାୟ ୫୨କୋଟି ଟଙ୍କାରେ ପହଞ୍ଚôଛି । (ଦ୍ରଷ୍ଟବ୍ୟ-ଞଷର ଋମକ୍ଟଦ୍ଭକ୍ଟଜ୍ଞସମ ଞସଜ୍ଞରଗ୍ଦ, ୭/୪/୨୦୦୯) ଆଉଏକ ସୂତ୍ରରୁ ଜଣାପଡ଼ିଛି ଯେ ସୁପ୍ରିୟା ସୁଲେଙ୍କର ୫୨କୋଟି ୩୨ଲକ୍ଷଟଙ୍କାର ସମ୍ପତ୍ତ ଭିତରୁ ତାଙ୍କ ନିଜ ନାମରେ ଅଛି ୧୫କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତ, ତାଙ୍କ ସ୍ୱାମୀ ସଦାନନ୍ଦ ଭାଲଚନ୍ଦ୍ର ସୁଲେଙ୍କ ନାଁରେ ୩୫କୋଟି ୭୮ଲକ୍ଷ ଟଙ୍କା ଓ ତାଙ୍କର ପୁଅଝିଅଙ୍କ ନାଁରେ ୧କୋଟି ୧୬ଲକ୍ଷ ଟଙ୍କାର ସମ୍ପତ୍ତ ଅଛି । ୩୦ଜୁନ୍ ୧୯୬୯ରେ ଜନ୍ମିତ ଶରଦ କନ୍ୟା ୧୯୯୨ମସିହାରେ ବିବାହ କରିଥିଲେ । ବିବାହ ସମୟରେ ସୁପ୍ରିୟାଙ୍କର ସମ୍ପତ୍ତର ପରିମାଣ କେତେଥିଲା ତାହା ଜଣାପଡ଼ିଲେ ଶରଦ ପାୱାରଙ୍କର ସମ୍ପତ୍ତର ତ ଏକ ଆକଳନ କରାଯାଇ ପାରିବ ଓ ବିବାହ ପରଠାରୁ ସୁପ୍ରିୟାଙ୍କର ସମ୍ପତ୍ତ କେଉଁ ହାରରେ ବୃଦ୍ଧିପାଇଛି,ତାହାର ଗୋଟିଏ ଅନୁମାନ ଆମର ହୋଇପାରିବ । ତେବେ ଲାଭାସା କର୍ପୋରେସନ (ଖବଙ୍ଖବଗ୍ଦବ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ)ସହ ତାଙ୍କ ଝିଅ, ଜୋଇଁଙ୍କର ସମ୍ପୃକ୍ତି ଓ ଏହି କର୍ପୋରେସନକୁ ମହାରାଷ୍ଟ୍ର ସରକାରଙ୍କ ଅହେତୁକ ଅନୁକମ୍ପା (ଦ୍ରଷ୍ଟବ୍ୟ-ଦି ଟାଇମ୍ସ ଅଫ୍ ଇଣ୍ଡିଆ, ୧୪ଜାନୁଆରୀ ୨୦୦୬) ଶରଦ ପାୱାରଙ୍କର ବନ୍ଧୁବାନ୍ଧବଙ୍କର ସମ୍ପତ୍ତ ବୃଦ୍ଧିର ଉତ୍ସ କେଉଁଠି ତାହାର ସୂଚନା ଦେଉଛି । ଏହି କମ୍ପାନୀ କେଉଁଭଳି ଭାବେ ସାଧାରଣ ଲୋକଙ୍କୁ ଜଳ, ଜମି, ଜଙ୍ଗଲକୁ ଉଦ୍ବାସ୍ତୁ କରୁଛି – ତାହାର ସୂଚନା ମିଳେ ଊକ୍ଟଙ୍ଗଦ୍ଭ ଗ୍ଧକ୍ଟ ଋବକ୍ସଗ୍ଧଷ ସେପ୍ଟେମ୍ବର ୧୫, ୨୦୦୮ ସଂଖ୍ୟାରେ ପ୍ରକାଶିତ ଏକ ପ୍ରବନ୍ଧରୁ । (ଦ୍ରଷ୍ଟବ୍ୟ – ଐକ୍ଟଙ୍କକ୍ଷ କ୍ଟଲ ଗ୍ଧଷର ଷସକ୍ଷକ୍ଷଗ୍ଦ ଭଚ୍ଚ ଘସୟଷସ ଔବଜ୍ଞଙ୍ଗବକ୍ଷ) ଶରଦ ପାୱାରଙ୍କର ଏହି ପୃଷ୍ଠଭୂମି ସମ୍ପର୍କରେ ଅବଗତ ହେଲାପରେ – ରାଜ୍ୟ କଂଗ୍ରେସ ଦଳର କ୍ଷମତାସୀନ ନେତୃତ୍ୱର ପ୍ରିୟାପ୍ରୀତି ତୋଷଣ ପ୍ରବଣତାକୁ ଶରଦ ପାୱାର ସମାଲୋଚନା କେଉଁ ନୈତିକ ଅଧିକାର ବଳରେ କରୁଛନ୍ତି – ଏ ପ୍ରଶ୍ନ ସ୍ୱାଭାବିକ କେହି କେହି କରିପାରନ୍ତି । ଅବଶ୍ୟ ଯେଉଁମାନେ ବୁଝିଛନ୍ତି ଯେ ନିର୍ଲଜ୍ଜତା ସମ୍ପ୍ରତି ହୋଇଛି ରାଜନୀତି କରୁଥିବା ବ୍ୟକ୍ତିଙ୍କର ଭୂଷଣ, ସେମାନେ ଆଦୌ ଶରଦ ପାୱାରଙ୍କର ଆଚରଣରେ ବିସ୍ମିତ ହେବେନାହିଁ ବରଂ ଆମୋଦିତ ହେଉଥିବେ ସ୍ୱାଗତୋକ୍ତି କରି ଯେ ‘କିଏ କାହାକୁ କହୁଛି’ ।
ବିପ୍ଳବରୁ ଘୂର୍ଣ୍ଣନ
ତତ୍ତ୍ୱ କହେ କମୁ୍ୟନିଷ୍ଟମାନେ ବିପ୍ଳବୀ । ସେମାନେ ଚାହାନ୍ତି ସମାଜ ବ୍ୟବସ୍ଥାର ପରିବର୍ତ୍ତନ । ଜନସଙ୍ଗଠନ କରି ପ୍ରଚଣ୍ଡ ଆଘାତ ଦେଇ ସ୍ଥିତାବସ୍ଥାକୁ ଭାଙ୍ଗି ଦିଆଯାଇପାରେ ବୋଲି ତାଙ୍କ ତତ୍ତ୍ୱ କହେ । ଏହାକୁ ଆମେ ବିପ୍ଳବ କହୁ । ବିପ୍ଳବର ଇଂରାଜୀ ପ୍ରତିଶବ୍ଦ ହେଉଛି ରିଭୋଲୁ୍ୟସନ (ଜରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ) । କିନ୍ତୁ ରିଭୋଲୁ୍ୟସନର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ ହେଉଛି ଘୂର୍ଣ୍ଣନ ।
ବର୍ତ୍ତମାନର ନିର୍ବାଚନୀ ସମୀକରଣରେ ଭାରତୀୟ କମୁ୍ୟନିଷ୍ଟପାର୍ଟି ଓ ଭାରତୀୟ କମୁ୍ୟନିଷ୍ଟପାର୍ଟି (ମାର୍କ୍ସବାଦୀ)ର ନେତୃତ୍ୱର ଆଚରଣ ଦେଖି ଅନେକେ କ୍ଷୁବ୍ଧ ଯେ ଏମାନେ ବିପ୍ଳବ ବା ରିଭୋଲୁ୍ୟସନର ପଥକୁ ଛାଡ଼ିଦେଲେଣି । ଏହା ହୁଏତ ଠିକ୍ । ରିଭୋଲୁ୍ୟସନରେ ବିପ୍ଳବ ଅର୍ଥକୁ ସେମାନେ ହୁଏତ ଛାଡ଼ିଦେଲେଣି ଏବଂ ତାହା ଅନେକ ଦିନରୁ । କିନ୍ତୁ ସେମାନେ ରିଭୋଲୁ୍ୟସନର ଘୂର୍ଣ୍ଣନ ଅର୍ଥକୁ ଛାଡ଼ିନାହାନ୍ତି – ତାହା ତାଙ୍କର ଆଚରଣରୁ ସ୍ପଷ୍ଟ ହୋଇଯାଉଛି । ଦୀର୍ଘ ଚାରିବର୍ଷ ଧରି କଂଗ୍ରେସର ଚାରିପଟେ ଘୂର୍ଣ୍ଣନ କରି କେନ୍ଦ୍ରରେ ଉପା ସରକାରଙ୍କର କ୍ଷମତାର ଉଷ୍ମତାକୁ ଉପଭୋଗ କଲାପରେ-ଏବେ ରାଜ୍ୟସ୍ତରରେ ନବୀନଙ୍କର ବିଜେଡ଼ି ସରକାର ଚାରିପଟେ ଘୂର୍ଣ୍ଣନ ଆରମ୍ଭ କରି ଦେଇଛନ୍ତି । ତୃତୀୟସାମ୍ମୁଖ୍ୟ କରିବା ଆଳରେ ବି.ଏସ୍.ପି. ନେତ୍ରୀ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାୱତୀଙ୍କ ଚାରିପଟେ ଘୂର୍ଣ୍ଣନ କରିବାକୁ ହାତଛଡ଼ା କରୁନାହାନ୍ତି । ଲାଲୁ-ମୁଲାୟମ ଓ ପାଶୱାନଙ୍କ ନେତୃତ୍ୱରେ ସଦ୍ୟ ଗଢ଼ି ଉଠୁଥିବା ମେଣ୍ଟ ଚାରିପଟେ ଘୂର୍ଣ୍ଣନ କରିବାକୁ ତୟାର ବୋଲି ସୂଚନା ଦେଇଛନ୍ତି । କହିବା ବାହୁଲ୍ୟ ଯେ ରିଭୋଲୁ୍ୟସନର ବିପ୍ଳବ ଅର୍ଥଠାରୁ ବହୁଦୂରକୁ ଚାଲିଆସିଥିବା ଏହି ଦୁଇଟି କମୁ୍ୟନିଷ୍ଟ ଦଳ ରିଭୋଲୁ୍ୟସନର ଘୂର୍ଣ୍ଣନ ଅର୍ଥ ପ୍ରତି ଯେ ନିରବଚ୍ଛିନ୍ନ ଭାବେ ନ୍ୟାୟ କରିଚାଲିଛନ୍ତି – ଏଥିରେ ସନେ୍ଦହ ନାହିଁ । ଭୟ କେବଳ ଏତିକି ଯେ ଏହି ଘୂର୍ଣ୍ଣନ ପ୍ରକ୍ରିୟା ଫଳରେ ସେମାନେ କ୍ରମଶଃ ଶକ୍ତି ହରାଇ ଭାରତୀୟ ରାଜନୈତିକ ଚିତ୍ରପଟରୁ ନିଶ୍ଚିହ୍ନ ହୋଇଯିବେ ନାହିଁ ତ? ଅବଶ୍ୟ ଯେଉଁ ନେତୃତ୍ୱକୁ ଆମେ ଘୂର୍ଣ୍ଣନ କରୁଥିବାର ଟି.ଭି.ପରଦା ଉପରେ ଦେଖୁଛୁ ସେମାନଙ୍କର କାହାରି ନିର୍ବାଚନ ମଣ୍ଡଳୀ ନାହିଁ ଓ ଏହିଦୃଷ୍ଟିରୁ ସେମାନେ ବେଶ୍ ମୁକ୍ତ-ଘୂର୍ଣ୍ଣନ ପାଇଁ ତାଙ୍କପାଖରେ ଅପେକ୍ଷାକୃତ ରହିଛି ଅଧିକ ସମୟ ।
ଅସାଧୁ ମେଣ୍ଟରେ ୧୧ବର୍ଷ
ଏସ୍.ୟୁ.ସି.ଆଇ ଭଳି ଏକ ପ୍ରମାଣିତ ସାମ୍ୟବାଦୀ ଦଳରେ ଯୌବନ ବିତାଇ ପରବର୍ତ୍ତୀକାଳରେ ବିଜେପି ସହ ମେଣ୍ଟ କରିଥିବା ବିଜେଡ଼ି ଦଳରେ ଯୋଗଦେଇ ବିଜେଡ଼ି ସାଂସଦଭାବେ ପାଞ୍ଚବର୍ଷ ପୂର୍ଣ୍ଣ କରିଥିବା ଯାଜପୁର ସାଂସଦ ମୋହନ ଜେନା ଏକ ସାଧାରଣ ନିର୍ବାଚନୀ ସଭାରେ ସ୍ୱୀକାରକରିବା (ଦ୍ରଷ୍ଟବ୍ୟ-ଧରିତ୍ରୀ, ୯/୪/୨୦୦୯) ଯେ ‘ଆଦର୍ଶଗତ ଦୃଷ୍ଟିରୁ ବିଜେଡ଼ି-ବିଜେପି ମେଣ୍ଟ ଏକ ଅବୈଧ ମେଣ୍ଟଥିଲା’- ନିଶ୍ଚିତଭାବରେ ତାଙ୍କର ବିସ୍ମୃତ ପ୍ରାୟ ଆଦର୍ଶଗତ ପୃଷ୍ଠଭୂମିକୁ ହିଁ ସ୍ମରଣ କରାଇ ଦେଇଛି । କିନ୍ତୁ ୧୧ବର୍ଷ ଧରି ଏକ ମେଣ୍ଟରେ ରହିବା ଓ ମେଣ୍ଟଯୋଗୁଁ କ୍ଷମତା ବି ଉପଭୋଗ କରିବା ପରେ ଏହି ମେଣ୍ଟକୁ ଅବୈଧ କହିବା ଅର୍ଥ-ଏକ ଅବୈଧ ପରିବେଶରେ ଯେ ବିଜେଡ଼ି ନେତୃତ୍ୱ ଲିପ୍ତ ଥିଲା – ତାହା ସ୍ୱୀକାର କରିବା । ଅବୈଧ କାର୍ଯ୍ୟରେ ଲିପ୍ତରହିଲେ-ତାହା ପ୍ରଘଟ ହୋଇଗଲେ ସାଧାରଣତଃ ଏହା ଆଇନର ଦୃଷ୍ଟି ଆକର୍ଷଣ କରିଥାଏ ଓ ଲିପ୍ତଥିବା ବ୍ୟକ୍ତିଙ୍କର ଏହାଦ୍ୱାରା ପ୍ରତିଷ୍ଠା କ୍ଷୁଣ୍ଣ ହୋଇଥାଏ । କିନ୍ତୁ ରାଜନୀତିରେ ଯେ ଏହା ଘଟେନାହିଁ-ତାହାର ସୂଚନା ମିଳୁଛି ମୁଖ୍ୟଧାରାର ସାମ୍ୟବାଦୀ ଦଳ (ସି.ପି.ଆଇ ଓ ସି.ପି.ଏମ୍.)ର ବିଜେଡ଼ିସହ ନିର୍ବାଚନୀ ବୁଝାମଣା ପାଇଁ ବ୍ୟାକୁଳତାରୁ । ଅବଶ୍ୟ ରାଜନୀତିରେ ଯେପରି ଆଜିରଶତ୍ରୁ ଆସନ୍ତାକାଲି ମିତ୍ର ହୋଇପାରେ ବା ଆଜିରମିତ୍ର ଆସନ୍ତାକାଲି ଶତ୍ରୁ ହୋଇପାରେ, ସେହିଭଳି ରାଜନୀତିରେ ଆଜିର ବୈଧ ମେଣ୍ଟକୁ ଆସନ୍ତାକାଲି ଅବୈଧ ବୋଲି କୁହାଯାଇପାରେ, ଆଜିର ଅବୈଧ ମେଣ୍ଟକୁ ଆସନ୍ତାକାଲି ବୈଧ ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ଯେ ରାଜନୀତିରେ ଶତ୍ରୁ-ମିତ୍ର, ବୈଧ-ଅବୈଧ ଭଳି ଶବ୍ଦଯୁଗ୍ମର ବ୍ୟବହାର ପରିସ୍ଥିତି ବିଶେଷରେ ସୁବିଧା ଦେଖି ହିଁ ହୋଇଥାଏ । ଏହା ଭିନ୍ନକଥା ଯେ ଏହା ସାଧାରଣ ଲୋକଙ୍କୁ ବେଶ୍ ଆମୋଦିତ କରିଥାଏ ।
୧-୧୫ ମେ , ୨୦୦୯
ନିର୍ବାଚନୀ ପ୍ରଦର୍ଶନୀ
ପ୍ରଦର୍ଶନୀରେ ବିବିଧତା ଏକ ସ୍ୱାଭାବିକ ପ୍ରତ୍ୟାଶା । ପୁସ୍ତକ ପ୍ରଦର୍ଶନୀରେ ଆମେ ବହୁ କଠିନ ବିଷୟବସ୍ତୁ ଉପରେ ପୁସ୍ତକଠାରୁ ଆରମ୍ଭ କରି କାନ୍ଦଣା, ରାନ୍ଧଣା, ଗୁଣିଗାରେଡ଼ି ଉପରେ ମଧ୍ୟ ପୁସ୍ତକ ପାଉ । ସେହିପରି ଚମଡ଼ାଶିଳ୍ପ ପ୍ରଦର୍ଶନୀରେ ବିଭିନ୍ନ କିସମର ଜୋତା, ଚପଲଠାରୁ ଆରମ୍ଭ କରି ବ୍ୟାଗ୍, ବେଲ୍ଟ ଆମେ ପାଇଥାଉ । ପ୍ରଦର୍ଶନୀକୁ ଯାଉଥିବା ଲୋକେ ସମସ୍ତେ ଉପଭୋଗ କରନ୍ତି ପ୍ରଦର୍ଶନୀକୁ – କିଛି କିଣନ୍ତୁ ବା ନ କିଣନ୍ତୁ । ଏହିଭଳି ପ୍ରଦର୍ଶନୀ ପ୍ରତ୍ୟେକ ବର୍ଷ ହୋଇଥାଏ । ପ୍ରାୟଃ ଗୋଟିଏ ନିର୍ଦ୍ଧାରିତ ସମୟରେ ହିଁ ହୋଇଥାଏ । ଏହା କ୍ରମଶଃ ଏତେ ଲୋକପ୍ରିୟ ହେଲାଣି ଯେ ପ୍ରତ୍ୟେକ ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ହେଉଛି ଓ ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଗୋଟିଏ ପଡ଼ିଆକୁ ପ୍ରଦର୍ଶନୀ ପଡ଼ିଆ ବୋଲି କୁହାଯାଉଛି । ପ୍ରଦର୍ଶନୀ ହେଲେ ପ୍ରଚାର ହୁଏ – ବେପାର ଭଲହୁଏ ବା ଭଲହେବାର ସମ୍ଭାବନା ବଢ଼େ ।
ଏହିଭଳି ଧାରଣାର ପୃଷ୍ଠଭୂମିରେ ନିର୍ବାଚନ ପ୍ରଦର୍ଶନୀ ଭାରତଭୂଇଁରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବୋଲି କହିବା ନିହାତି ଗୋଟିଏ ଭୁଲ କଥନ ହେବ ନାହିଁ । ରାଜନୈତିକ ଦଳଗୁଡ଼ିକର ସଂଖ୍ୟା ଦେଖିଲେ ବିବିଧତା ତ ଅତ୍ୟନ୍ତ ବ୍ୟାପକ । ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର ସାମାଜିକ, ଅର୍ଥନୈତିକ ପୃଷ୍ଠଭୂମି ଦେଖିଲେ – ବିବିଧତା କମ୍ ବ୍ୟାପକ ନୁହେଁ । ବାହୁବଳୀଙ୍କଠାରୁ ଆରମ୍ଭ କରି ଅତି ନିରୀହ ଭଦ୍ରଲୋକର ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦୁଃସାହସିକତା ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳେ । କୋଟିପତିଙ୍କ ଠାରୁ ଆରମ୍ଭ କରି ନିଃସ୍ୱ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସାହସ କରୁଥିବାର ଦେଖିବାକୁ ମିଳେ । ସାଧାରଣ ଲୋକର ଜୀବନ ମାନକୁ ଉନ୍ନତ କରିବାପାଇଁ ବହୁ ସ୍ୱପ୍ନ, ବହୁ ଯୋଜନାର ଉଚ୍ଚସ୍ୱରରେ ଘୋଷଣା ଶୁଭେ । ପ୍ରଦର୍ଶନୀକୁ ଆସୁଥିବା ମଣିଷକୁ କେତେକ ଦୃଶ୍ୟ କଉତୁକିଆ ଲାଗେ ତ, କେଉଁଠି କେଉଁଠି ସେ ହତଚକିତ ହୋଇପଡ଼େ ଓ ପ୍ରତିକ୍ରିୟାରେ ଶାଳୀନ-ଅଶାଳୀନ ସ୍ୱଗତୋକ୍ତି କହିପକାଏ ।
୨୦୦୯ ନିର୍ବାଚନ ଏହିଦୃଷ୍ଟିରୁ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ । କାହିଁକି ଏଯାବତ୍ ସାଙ୍ଗରେ ରହି କ୍ଷମତା ଉପଭୋଗ କରୁଥିବା ଦଳମାନେ ପରସ୍ପର ବିରୁଦ୍ଧରେ ଅତି ନିଷ୍ଠୁର ମନ୍ତବ୍ୟମାନ ଦେଉଛନ୍ତି-ଏପରିକି ଏପରି ସହାବସ୍ଥାନକୁ ଅବୈଧ ବୋଲି ସ୍ୱୀକାର କରୁଛନ୍ତି – ତାହା ସାଧାରଣ ଭୋଟର ପାଇଁ ଏକ ରହସ୍ୟ ହୋଇ ଉଭାହୋଇଛି । ଯଦି ଓଡ଼ିଶାରେ ବିଜେଡ଼ି-ବିଜେପି ମଧ୍ୟରେ ବିଚ୍ଛେଦ ହୋଇଛି – ସେଠି କେନ୍ଦ୍ରରେ ଉପା (ଟଚଇ) ଭିତରେ ଥିବା ରାଜଦ (ଜଔଊ)ର ଲାଲୁଯାଦବ ଓ ଏଲ୍.ଜେ.ପି. (ଖଔଚ)ର ରାମବିଳାସ ପାଶୱାନ ଓ ଏନ୍.ସି.ପି.(ଘଉଚ)ର ଶରଦ ପାୱାର ସହଯୋଗୀ କଂଗ୍ରେସ ବିରୁଦ୍ଧରେ ମନ୍ତବ୍ୟମାନ ଦେବା ଓ ବିଶେଷକରି ମନମୋହନ ସିଂହଙ୍କର ପ୍ରଧାନମନ୍ତ୍ରୀତ୍ୱକୁ ଅଗ୍ରାହ୍ୟ କରିବା ଆଗାମୀ ଦିନରେ କ୍ଷମତାର ସମୀକରଣ କ’ଣ ହୋଇପାରେ-ତାହା ରାଜନୈତିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଏକ ଅଣବିଜେପି – ଅଣକଂଗ୍ରେସ ମେଣ୍ଟର ସମ୍ଭାବନା ଯେଉଁମାନେ ପରିବେଷଣ କରୁଛନ୍ତି – ସେମାନେ ବୋଧହୁଏ ନିଶ୍ଚିତ ଯେ ବିଜେପି ଓ କଂଗ୍ରେସ ମଧ୍ୟରେ କ୍ଷମତା ଦଖଲ ପାଇଁ ବୁଝାମଣା ଅସମ୍ଭବ । ଯଦି ଏହା ସମ୍ଭବ ବୋଲି ଯୁକ୍ତି କରାଯାଏ । ତା’ହେଲେ ଅଣବିଜେପି-ଅଣକଂଗ୍ରେସ ମେଣ୍ଟର କ୍ଷମତା ଦଖଲ ସ୍ୱପ୍ନରେ ରହିଯିବ – ଏହା ନିଶ୍ଚିତ । ବିଜେପି ଓ କଂଗ୍ରେସ ମିଳିତ ହୋଇ ସରକାର ଗଢ଼ନ୍ତୁ ଓ ବାମପନ୍ଥୀମାନଙ୍କ କବଳରୁ ଉପା ସରକାର ମୁକ୍ତ ହୁଅନ୍ତୁ ବୋଲି ବହୁଦିନ ତଳେ ଉପାସରକାରଙ୍କୁ ବିଶିଷ୍ଟ ସାମ୍ବାଦିକ ଓ ବ୍ୟଙ୍ଗ ଚିତ୍ରକର ରାଜିନ୍ଦର ପୁରୀ ତାଙ୍କର ଏକ ସ୍ତମ୍ଭରେ ପରାମର୍ଶ ଦେଇଥିଲେ । ବୈଦେଶିକ ନୀତି, ଅର୍ଥନୀତି ପ୍ରତି ଦୁଇଦଳର ଆଭିମୁଖ୍ୟର ସାଦୃଶ୍ୟ ଦେଖିଲେ ଏହି ଦୁଇଦଳ ଭିତରେ ବୁଝାମଣା ଅସମ୍ଭବ ମନେହୁଏ ନାହିଁ । ଯଦିଓ ଯେଉଁମାନେ କଂଗ୍ରେସର ‘ଧର୍ମ ନିରପେକ୍ଷତା’ ଓ ବିଜେପିର ‘ସାମ୍ପ୍ରଦାୟିକତା’ ଉପରେ ଗୁରୁତ୍ୱ ଦିଅନ୍ତି – ସେମାନେ ଏପରି ମିଳନ ଆଶା ସମ୍ଭବ ନୁହେଁ ବୋଲି ଦୃଢ଼ୋକ୍ତି କରିବେ ଓ ମିଳନ ପରିକଳ୍ପନାକୁ ଉଦ୍ଭଟ ବୋଲି ବିଚାର କରିବେ । କିନ୍ତୁ ରାଜନୀତିରେ କେହି ଅସ୍ପୃଶ୍ୟ ନୁହନ୍ତି ବୋଲି ଯେତେବେଳେ ସବୁଦଳର ରାଜନୈତିକ ବ୍ୟକ୍ତିତ୍ୱ ମତପୋଷଣ କରନ୍ତି – ସେତେବେଳେ କଂଗ୍ରେସ ପାଇଁ ବିଜେପି ବା ବିଜେପି ପାଇଁ କଂଗ୍ରେସ ଅସ୍ପୃଶ୍ୟ ହେବ-ବିଶେଷତଃ ଯେତେବେଳେ ଅଣକଂଗ୍ରେସ – ଅଣବିଜେପି ସାମ୍ମୁଖ୍ୟ ମୁଣ୍ଡଟେକିବାର ପ୍ରୟାସ କରୁଛି । ଲାଲକୃଷ୍ଣ ଆଡ଼ୱାନୀ ଓ ମନମୋହନ ସିଂହଙ୍କ ଭିତରୁ କିଏ ପ୍ରଧାନମନ୍ତ୍ରୀ ହେବ, ଏପରି ମେଣ୍ଟର ତାହା ସମାଧାନ ହୋଇଗଲେ – ମନେହୁଏ ବିଜେପି-କଂଗ୍ରେସ ମିଳନ ବ୍ୟବହାରିକ କ୍ଷେତ୍ରରେ ସମ୍ଭବ ହୋଇପାରିବ ।
ଆମ ରାଜ୍ୟରେ ବିଜୁ ଜନତାଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନବାବୁ ଯେତେବେଳେ କହୁଛନ୍ତି ଯେ ସେ ବିଜେପି ଓ କଂଗ୍ରେସ ସହ ବୁଝାମଣା ନକରି ସରକାର ଗଠନ କରିବେ – ସେତେବେଳେ ସେ ବୋଧେ ନିଶ୍ଚିତ ଯେ ତାଙ୍କ ଦଳ ଓ ତାଙ୍କ ସହ ନିର୍ବାଚନୀ ବୁଝାମଣା କରୁଥିବା ଏନ୍.ସି.ପି., ସି.ପି.ଆଇ ଓ ସିପିଏମ୍ ୭୪ରୁ ଅଧିକ ବିଧାନସଭା ଆସନ ପାଇବେ । ଯଦି ଏହି ସଂଖ୍ୟା ହାସଲ କରିବାରେ ସେ ବିଫଳ ହୁଅନ୍ତି, ତା’ହେଲେ ବିଜେଡ଼ି କ’ଣ ବିରୋଧୀ ଆସନରେ ବସିବ? ‘ରାଜନୀତିରେ କେହି ଅସ୍ପୃଶ୍ୟ ନୁହନ୍ତି’ ତତ୍ତ୍ୱର ପ୍ରୟୋଗ କରି ଯଦି ବିଜେଡ଼ି କ୍ଷମତାକୁ ଫେରିବାକୁ ଚାହେଁ – ତା’ହେଲେ ବିଜେଡ଼ି କଂଗ୍ରେସ ସହ ମେଣ୍ଟ କରିବ କି ବିଜେପି ସହ ମେଣ୍ଟକରିବ; ତାହାର ଭବିଷ୍ୟତବାଣୀ କରିବାକୁ ରାଜନୈତିକ ପଣ୍ଡିତମାନେ କୁଣ୍ଠିତ । ଅନେକଙ୍କ ମତରେ କେନ୍ଦ୍ରରେ ବିଜେପି ଓ କଂଗ୍ରେସ ଭିତରୁ କେଉଁଦଳ ସରକାର ଗଠନ କରିବାକୁ ସମର୍ଥ ହେଉଛି ତାହା ହୁଏତ ସ୍ଥିର କରିବ ବିଜେଡ଼ି କାହାସହିତ ମିଳିତ ହୋଇ ରାଜ୍ୟରେ ସରକାର କରିବ । ଅନେକେ ବିଜେଡ଼ି-ବିଜେପି ଭିତରେ ପୁନର୍ବାର ମେଣ୍ଟର ସମ୍ଭାବନାକୁ ଏଡ଼ାଇ ଦେଇପାରୁ ନାହାନ୍ତି । ସେମାନଙ୍କ ମତରେ ବିଚ୍ଛେଦ ପାଇଁ ଦାୟୀ ପ୍ୟାରୀମୋହନ ମହାପାତ୍ରଙ୍କୁ ଦୂରେଇ ଦିଆଯାଇ ପାରିଲେ ପୁଣି ମିଳନ ସମ୍ଭବ । ବିଜେପିର ମୁଖପାତ୍ର ଚନ୍ଦନମିତ୍ର ତ ବିଚ୍ଛେଦ ପାଇଁ ପ୍ୟାରୀବାବୁଙ୍କୁ ହିଁ ଦାୟୀ କରିଥିଲେ । ଯଦି ଏହି ମିଳନ ସମ୍ଭବ ହୁଏ, ତା’ହେଲେ ବିଜେଡ଼ିର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ସହସା ଆବିଷ୍କାର କରିଥିବା ସିପିଆଇ, ସିପିଏମ୍ର ବିଜେଡ଼ି ଦଳ ପ୍ରତି ନୂତନ ଆଭିମୁଖ୍ୟ କ’ଣ ହେବ? କହିବା ବାହୁଲ୍ୟ ଯେ ନବୀନ ପଟ୍ଟନାୟକଙ୍କର ବିଜେପି-କଂଗ୍ରେସକୁ ବାଦ୍ ଦେଇ ସରକାର ଗଠନର ଦମ୍ଭୋକ୍ତିକୁ ଅନେକେ ଗୁରୁତ୍ୱର ସହ ଗ୍ରହଣ କରିପାରୁ ନାହାନ୍ତି ।
ଏହି ନିର୍ବାଚନରେ ବହୁସଂଖ୍ୟାରେ କୋଟିପତି ମାନେ ନିର୍ବାଚନ ରଣାଙ୍ଗନରେ ଲମ୍ଫପ୍ରଦାନ କରିବା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଦି ଇକୋନୋମିକ ଟାଇମ୍ସ (ଞଷର ଋମକ୍ଟଦ୍ଭକ୍ଟଜ୍ଞସମ ଞସଜ୍ଞରଗ୍ଦ)ଏହାକୁ ବିଶେଷ ଗୁରୁତ୍ୱ ନଦେବା ସପକ୍ଷରେ ଯୁକ୍ତି କରି ଦର୍ଶାଇଛି ଯେ ଯଦି ବସ୍ତିବାଳକ କୋଟିପତି ହୋଇଯାଇ ପାରୁଛି (ଯାହା ଓସ୍କାର ପୁରସ୍କୃତ ଚଳଚ୍ଚିତ୍ର ସ୍ଲମଡଗ ମିଲିୟନାୟାରରେ ପ୍ରଦର୍ଶିତ ହୋଇଛି) ସେତେବେଳେ କୋଟିପତି ପ୍ରାର୍ଥୀଙ୍କର ସଂଖ୍ୟାବୃଦ୍ଧିକୁ ଦେଖି ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କହିବା ବାହୁଲ୍ୟ ଯେ ଚଳଚ୍ଚିତ୍ର ସ୍ଲମଡଗ ମିଲିୟନାୟାର ଭାରତୀୟ ନିର୍ବାଚନ ପରିପ୍ରେକ୍ଷୀରେ ବେଶ୍ ସମୟୋପଯୋଗୀ ବୋଲି ମନେହେଉଛି ଯାହାଦ୍ୱାରା କୋଟିପତିର ପ୍ରାର୍ଥୀତ୍ୱକୁ ଯଥାର୍ଥ ବୋଲି ପ୍ରତିପାଦିତ କରିହେଉଛି । ପ୍ରାର୍ଥୀପତ୍ର ଦାଖଲ ସହ ସମ୍ପତ୍ତର ଘୋଷଣା ଦ୍ୱାରା ଲାଭ କ’ଣ ହେଲା ବୋଲି ଯେଉଁମାନେ ପ୍ରଶ୍ନ କରୁଛନ୍ତି – ସେମାନେ ବୋଧହୁଏ ଆଶା କରୁଛନ୍ତି ଯେ କେଉଁ ସୂତ୍ରରୁ ଏହି କୋଟିପତିମାନେ ଏତେ ସମ୍ପତ୍ତର ଅଧିକାରୀ ହେଲେ ତା’ର ଅନୁସନ୍ଧାନ ହେବା ଉଚିତ-ଚାକିରିଆ କୋଟିପତିଙ୍କର ଭିଜିଲାନ୍ସ ଅନୁସନ୍ଧାନ ପରି ଓ ଯେଉଁମାନେ ଅସତ୍ ଉପାୟରେ ଏତେ ଏତେ ସମ୍ପତ୍ତର ଅଧିକାରୀ ହୋଇଛନ୍ତି – ସେମାନଙ୍କୁ ପ୍ରାର୍ଥୀତ୍ୱରୁ ବଞ୍ଚôତ କରାଯିବା ଉଚିତ । କିନ୍ତୁ ଏ ନିଷ୍ପତ୍ତ କିଏ ନେବ? କାରଣ ଯେଉଁମାନେ ନିଷ୍ପତ୍ତ ନେବେ ସେମାନଙ୍କୁ ପ୍ରଭାବିତ କରିବାର କ୍ଷମତା ତ ସେହି କୋଟିପତିମାନଙ୍କ ହାତରେ । ଅନ୍ୟପକ୍ଷରେ ରାଜନୀତି କରୁଥିବା ବ୍ୟକ୍ତି ଯେ କେତେଶୀଘ୍ର ଧନୀ ହୋଇଯାଉଛି ତାହା ଆଜି କାହାକୁ ଅଛପା ନାହିଁ । ତେଣୁ ଧନ ବଢ଼ାଇବାରେ ମାତି କୋଟିପତି ହୋଇଥିବା ବ୍ୟକ୍ତି ଯଦି ବ୍ୟବସାୟ ଅପେକ୍ଷା ରାଜନୀତିରେ ମାତି ଅଧିକ ଅର୍ଥ ସଂଗ୍ରହର ସମ୍ଭାବନା ଦେଖୁଛି – ସେତେବେଳେ ସେ ରାଜନୀତିରେ କାହିଁକି ନ ମାତିବ? ବର୍ତ୍ତମାନ ସମୟରେ ରାଜନୀତି ଏକ ଲାଭଜନକ ବୃତ୍ତଭାବେ ଆବିର୍ଭୂତ ହୋଇଥିବାରୁ ଅଧିକରୁ ଅଧିକ କୋଟିପତି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି – ଆଗାମୀ ଦିନମାନଙ୍କରେ ଏମାନଙ୍କୁ ଆମେ ଅଧିକ ସଂଖ୍ୟାରେ ନିର୍ବାଚନରେ ଭାଗ ନେଉଥିବା ଦେଖିବା । ଏହା ତ ଭିନ୍ନ କଥା ଯେ ଏମାନଙ୍କ ହାତରେ କ୍ଷମତାର ଡୋର ରହିଲେ, ନିଷ୍ପତ୍ତ ନେବାର ଅଧିକାର ରହିଲେ ଭାରତର ସଂଖ୍ୟାଗରିଷ୍ଠ ଅବହେଳିତ ଜନସମୁଦାୟ ଅଧିକରୁ ଅଧିକ ଅବହେଳାର ଶିକାର ହେବ ଓ ଅଧିକରୁ ଅଧିକ ସେମାନଙ୍କ ଜୀବନ-ଜୀବିକାର ଆଧାରରୁ ବଞ୍ଚôତ ହେବେ ।
ବୋଧହୁଏ ଏହିଭଳି ଆଶଙ୍କାଗ୍ରସ୍ତ ହୋଇ କିଛି କିଛି ସ୍ଥାନରେ ସାଧାରଣ ଲୋକେ ସାମୂହିକ ଭାବେ ଭୋଟ ବର୍ଜନ କରିଛନ୍ତି । ଗତ ନିର୍ବାଚନ ମାନଙ୍କଠାରୁ ଏହି ନିର୍ବାଚନରେ ଅଧିକରୁ ଅଧିକ ଏହିଭଳି ଘଟଣା ଆମ ନଜରକୁ ଗଣମାଧ୍ୟମ ଆଣିଛି । ମାଓବାଦୀ ମାନଙ୍କର ଡାକରାରେ ନିର୍ବାଚନ ବର୍ଜନକୁ ଯଦି ଭୟରେ କରାଯାଇଛି ବୋଲି କୁହାଯାଏ, ତା’ହେଲେ ସ୍ୱତଃପ୍ରବୃତ୍ତ ଭାବେ ସାମୂହିକ ଭୋଟବର୍ଜନ ଅଧିକରୁ ଅଧିକ ଦୃଶ୍ୟମାନ ହେବ । ଭୋଟସର୍ବସ୍ୱ ଗଣତନ୍ତ୍ରର ଭବିଷ୍ୟତ ସମ୍ପର୍କରେ କ’ଣ ସୂଚନା ଦେଉଛି? କେତେକ ସ୍ଥାନରେ ସଚେତନ ବ୍ୟକ୍ତି – ଯାହାଙ୍କୁ ବୁଦ୍ଧିଜୀବୀ ବୋଲି ସହଜରେ କୁହାଯାଏ ସେମାନେ ଭୋଟକେନ୍ଦ୍ରକୁ ଯାଇ କାହାରିକୁ ଭୋଟ ଦେଉନାହାନ୍ତି ବୋଲି ଲିଖିତଭାବରେ ଜଣାଇଛନ୍ତି । ତେବେ ପାଖାପାଖି ଏହିଭଳି ଏକ ଉଦ୍ୟମ ୯୦ଦଶକରେ ମିଟ ଦି ଷ୍ଟୁଡେଣ୍ଟସ୍ (ଗରରଗ୍ଧ ଞଷର ଝଗ୍ଧଙ୍କୟରଦ୍ଭଗ୍ଧଗ୍ଦ) ଆନୁକୂଲ୍ୟରେ ହୋଇଥିବାର ଆମେ ସ୍ମରଣ କରିପାରୁ ।
ଭାରତରେ ନିର୍ବାଚନ ଯେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପରେ ଆଶ୍ରିତ ହେଲାଣି, ତାହା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ଭୋଟର୍ ମୋବାଇଲକୁ ସେମାନଙ୍କ ସପକ୍ଷରେ ଭୋଟ ଦେବାପାଇଁ ପଠାଇଥିବା ଅନୁରୋଧରୁ ସ୍ପଷ୍ଟ ହେଉଛି । ମତଦାନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ନେଇ ଅନେକ ସନେ୍ଦହ ବିଭିନ୍ନମହଲରେ ପ୍ରକାଶ ପାଇଛି ଯାହା ବୈଷୟିକ ଅନୁସନ୍ଧାନସାପେକ୍ଷ । କିନ୍ତୁ ଏହା ବହୁସ୍ଥାନରେ ଅଚଳ ହେବା ଫଳରେ ଏହା ବିରୁଦ୍ଧରେ ପ୍ରତିକ୍ରିୟା ଅଧିକ ସଶବ୍ଦ ହୋଇଛି ।
ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ ବିତରଣ କେତେ ପରିମାଣର ହୋଇଛି, ତାହା ତ କହିବା ଅସମ୍ଭବ । କିନ୍ତୁ ଶାସକଦଳର ବିରୋଧୀ ରାଜନୈତିକ ଦଳମାନେ ଶାସକଦଳ ବିରୁଦ୍ଧରେ ଅର୍ଥବଳ ଓ କ୍ଷମତାର ଅପପ୍ରୟୋଗ ଭଳି ନାନା ଅଭିଯୋଗ ଆଣିଛନ୍ତି ଯାହା ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ଅନେକେ ଯେଉଁମାନେ ଶାସକଦଳର ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପର୍କରେ ବାରମ୍ବାର ଶୁଣିଆସୁଛନ୍ତି ସେମାନେ ଏହି ଦଳ କିପରି ଏତେ ସ୍ୱଚ୍ଛଳ ହୋଇପାରେ ତାହା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି?
ଆଉ ଏକ ଦୃଶ୍ୟ ଏହି ପ୍ରଦର୍ଶନୀରେ ଦେଖାଦେଇଛି- ତାହା ହେଉଛି ନିର୍ବାଚନ ମୁଖ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଶାସକଦଳର କର୍ମୀମାନଙ୍କର ବିକ୍ଷୋଭ । ସାଧାରଣତଃ ଏହିଭଳି ସଂସ୍ଥା ଓ ତା’ର ଅଧିକାରୀମାନେ ଶାସକଦଳର ନିଦେ୍ର୍ଧଶରେ କାର୍ଯ୍ୟ କରେ ବୋଲି ଯେଉଁମାନେ ଏଯାବତ୍ ବିଶ୍ୱାସ କରି ଆସୁଥିଲେ – ଏହି ଦୃଶ୍ୟ ସେମାନଙ୍କ ଧାରଣାକୁ ଯେ ବଦଳାଇବ, ଏଥିରେ ସନେ୍ଦହ ନାହିଁ ।
୧୬-୩୦ ମେ, ୨୦୦୯
କଂଗ୍ରେସ-ବିଜେପି ବୁଝାମଣା
ନିର୍ବାଚନ ଫଳାଫଳ ଘୋଷଣାପରେ ବିଭିନ୍ନ ଦଳଗୁଡ଼ିକୁ ନେଇ ସରକାର ଗଢ଼ିବାର ଯେଉଁ ସମୀକରଣ ସବୁ ଭାରତୀୟ ରାଜନୀତିର କଳାପଟାରେ ଲେଖାଯାଉଛି – ସେଥିରେ କଂଗ୍ରେସ-ବିଜେପି ମିଳିତ ହୋଇ ବା ପରସ୍ପରକୁ ସମର୍ଥନ କରି ସରକାର ଗଢ଼ିବେ-ଏହିଭଳି ସୂଚନା ନାହିଁ । ବରଂ ଏହା ଅସମ୍ଭବ ବୋଲି ବିଶାରଦ ମାନେ କହି ଆସୁଛନ୍ତି-ଯଦିଓ ସମଦୃଷ୍ଟିର ପୂର୍ବ ସଂଖ୍ୟାରେ (୧-୧୫ ମଇ ୨୦୦୯) ଶୁଦ୍ରକ ତାଙ୍କର ନିୟମିତ ସ୍ତମ୍ଭରେ ଏହିଭଳି ଏକ ସମୀକରଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଦର୍ଶାଇଛନ୍ତି । ଇତ୍ୟବସରରେ କିନ୍ତୁ ଗଣମାଧ୍ୟମରେ ଏକ ସମ୍ବାଦ ପ୍ରକାଶପାଇଛି, ଯାହାର ଶିରୋନାମା ହେଉଛି ‘ଦରକାର ହେଲେ କଂଗ୍ରେସ ସହ ମିଶି କାମ କରିବୁ’ (ଧରିତ୍ରୀ- ୧୦/୫/୨୦୦୯) । ଏହା କହିଛନ୍ତି ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଲାଲକୃଷ୍ଣ ଆଡ଼ଭାନୀଙ୍କର ସହଯୋଗୀ ଓ ଭାଜପାର ରଣନୀତି ବିଶାରଦ (ଝଗ୍ଧକ୍ସବଗ୍ଧରଶସଗ୍ଦଗ୍ଧ) ସୁଧୀନ୍ଦ୍ର କୁଲକର୍ଣ୍ଣୀ । ଶୁକ୍ରବାର (୮/୫/୨୦୦୯) ଦିନ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ କୁଲକର୍ଣ୍ଣୀ ମହୋଦୟ କହିଛନ୍ତି – ‘କଂଗ୍ରେସ ଅସ୍ପୃଶ୍ୟ ବୋଲି ଭାଜପା ଭାବୁନାହିଁ । ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକ ପଡ଼ିଲେ ଆମେ କଂଗ୍ରେସ ସହ ମିଶି କାର୍ଯ୍ୟ କରିବାପାଇଁ ପ୍ରସ୍ତୁତ ।’
ଏହି ସମ୍ବାଦ ପୃଷ୍ଠଭୂମିରେ ଅଣକଂଗ୍ରେସ-ଅଣବିଜେପି ମେଣ୍ଟର ସୂତ୍ରଧର ସି.ପି.ଏମ୍ ଦଳର ମହାସଚିବ ପ୍ରକାଶ କରାତ ଶନିବାର ଦିନ କଲିକତା ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ଦେଇଥିବା ସାକ୍ଷାତକାର ତାପôର୍ଯ୍ୟପୂର୍ଣ୍ଣ । ଶୁକ୍ରବାର ଦିନ ମେଣ୍ଟର ସମର୍ଥକ ବିଜେଡ଼ି ସୁପ୍ରିମୋ ନବୀନବାବୁଙ୍କ ସହ ଦୀର୍ଘ ୨ଘଣ୍ଟା କଥାବାର୍ତ୍ତା ସାରି ଫେରିବା ବାଟରେ ସାମ୍ବାଦିକ ମାନଙ୍କୁ କହିଲେ, ‘କଂଗ୍ରେସ ନେତୃତ୍ୱରେ ସରକାର ଗଠନପାଇଁ ସମର୍ଥନ ଦେବା ଉପରେ ମେ ୧୬ତାରିଖ ପରେ ନିଷ୍ପତ୍ତ ନିଆଯିବ ।’ (ଦ୍ରଷ୍ଟବ୍ୟ-ଧରିତ୍ରୀ୧୦/୫/୨୦୦୯) ବିଜେପିକୁ କେନ୍ଦ୍ରରେ ସରକାରୀ ଦଳର ମାନ୍ୟତାରୁ ବଞ୍ଚôତ କରିବା ଯଦି ସି.ପି.ଏମ୍ ଦଳର ନିଷ୍ପତ୍ତ ସୂଚୀରେ ଅଗ୍ରାଧିକାର ପାଏ ଓ ସରକାର ଗଠନ ଦିଗରେ କଂଗ୍ରେସ ଆଗୁଆ ଦଳ ଭାବେ ଆବିର୍ଭୂତ ହୁଏ-ତା’ହେଲେ ସି.ପି.ଏମ୍ କଂଗ୍ରେସକୁ ସମର୍ଥନ କରିପାରେ; ଏହିଭଳି ଆଭାସ କରାତଙ୍କର ବିବୃତିରୁ ମିଳୁଛି । ବିଜେଡ଼ିର ସମର୍ଥକମାନେ କରାତଙ୍କର ଏହିଭଳି ବିବୃତି ଦ୍ୱାରା ଚିନ୍ତିତ ହୋଇ ପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ହେଉଛି । ଯଦିଓ କଂଗ୍ରେସ-ବିଜେଡ଼ି ମଧ୍ୟରେ ବୁଝାମଣା ହେଉଛି ବୋଲି ରାଜ୍ୟ ବିଜେପି ତରଫରୁ ସନେ୍ଦହ ପ୍ରକଟ କରାଯାଉଛି । (ଦ୍ରଷ୍ଟବ୍ୟ -ଧରିତ୍ରୀ, ୮/୫/୨୦୦୯)
ଭାରତର ଶିଳ୍ପପତି ଗୋଷ୍ଠୀ ଅଣବିଜେପି-ଅଣ କଂଗ୍ରେସ ମେଣ୍ଟ ସରକାର ଗଢ଼ିବା ସପକ୍ଷରେ ଯେ ନୁହେଁ-ତାହା ସେ ସ୍ପଷ୍ଟ କରିଦେଇଛି ଯେତେବେଳେ ସେ ଚାହୁଁଛି ଯେ କେନ୍ଦ୍ରରେ କଂଗ୍ରେସ ବା ବିଜେପିର ନେତୃତ୍ୱରେ ସରକାର ଗଠନ ହେଉ । (ଦ୍ରଷ୍ଟବ୍ୟ – ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୦ଗବଚ୍ଚ, ୨୦୦୯ : ଓଦ୍ଭୟସବ ଓଦ୍ଭମ ଙ୍ଗବଦ୍ଭଗ୍ଧଗ୍ଦ ଈଔଚ କ୍ଟକ୍ସ ଉକ୍ଟଦ୍ଭଶକ୍ସରଗ୍ଦଗ୍ଦ) କହିବା ବାହୁଲ୍ୟ ଯେ ଯଦି କଂଗ୍ରେସ-ବିଜେପିର ବୁଝାମଣାରେ ସରକାର କେନ୍ଦ୍ରରେ ଗଠନ ହୁଏ, ତା’ହେଲେ ଭାରତୀୟ ଶିଳ୍ପପତି ଗୋଷ୍ଠୀର ଖୁସି ଦ୍ୱିଗୁଣିତ ହେବ । ଉପରୋକ୍ତ ତିନୋଟି ସମ୍ବାଦରୁ ସ୍ପଷ୍ଟ ହେଉଛି ଯେ କଂଗ୍ରେସ ସଂସଦରେ ଏକକ ସଂଖ୍ୟାଗରିଷ୍ଠ ଦଳଭାବେ ଉଭା ହୋଇପାରେ ବୋଲି ପ୍ରାୟଃ ସବୁ ରାଜନୈତିକ ଦଳ ଓ ଭାରତର ଶିଳ୍ପଗୋଷ୍ଠୀ ଅନୁମାନ କରୁଛନ୍ତି । ତେବେ ଦେଖାଯାଉ ଭୋଟଦାତାମାନେ ପ୍ରକୃତରେ ଇ.ଭି.ଏମ୍.(ଋଠଗ)ରେ କ’ଣ ଛାଡ଼ିଛନ୍ତି?
୧-୧୫ ଜୁନ୍ , ୨୦୦୯
ନିର୍ବାଚନ ଫଳାଫଳ-ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ
ମେ ମାସ ୧୬ତାରିଖ ୨୦୦୯ରେ ଘୋଷିତ ହେଲା ପଞ୍ଚଦଶ ଲୋକସଭା ଓ ଏହା ସହିତ ଓଡ଼ିଶା ସମେତ କେତେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ । ଫଳାଫଳ ଘୋଷଣା ପୂର୍ବରୁ ଯେଉଁ ପୂର୍ବାନୁମାନ ବା ଭବିଷ୍ୟତବାଣୀ ସବୁ ହେଉଥିଲା-ତାହା ଯେ ଭୁଲ୍ ହୋଇଗଲା ଏହା କହିବା ନିଷ୍ପ୍ରୟୋଜନ । କେନ୍ଦ୍ରରେ ଝୁଲା ଲୋକସଭା ହେବ, ଆମ ରାଜ୍ୟରେ ଝୁଲା ବିଧାନସଭା ହେବ-ଏହିଭଳି ଭବିଷ୍ୟତବାଣୀ ଯେଉଁମାନେ କରୁଥିଲେ ଓ ବିରୋଧୀ ଦଳମାନଙ୍କ ଭିତରେ କ୍ଷମତା ଦଖଲର ସ୍ୱପ୍ନ ସୃଷ୍ଟି କରୁଥିଲେ-ସେମାନେ ନିଶ୍ଚିତ ନିରାଶ ହୋଇଛନ୍ତି ଓ ନିରାଶ କରିଛନ୍ତି । କଂଗ୍ରେସ ନେତୃତ୍ୱରେ ଉପା ସରକାର ଗଢ଼ିବା ପାଇଁ କାହାରି ସାହାଯ୍ୟ ଲୋଡ଼ିଲା ନାହିଁ । ଓଡ଼ିଶାରେ ତ’ ବିଜୁ ଜନତାଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି-ସମସ୍ତଙ୍କୁ ଚକିତ କରିଦେଲା । ଏପରିକି ଭୋଟଗ୍ରହଣ ପରେ ପରେ ବିଜୟର ସମସ୍ତ ଆଶା ଛାଡ଼ିଦେଇଥିବା ଅନେକ ବିଜେଡ଼ି ପ୍ରାର୍ଥୀ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜକୁ ବିଜୟୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସତେଯେପରି କୌଣସି ଅଦୃଶ୍ୟଶକ୍ତିର କରାମତିରେ ତାଙ୍କର ହୋଇଥିଲା ବିଜୟ-ତାଙ୍କର ଚେହେରାରୁ ବାରି ହୋଇଯାଇଥିଲା । ଯଦିଓ ଏହିଭଳି ସଂଖ୍ୟା-ଗରିଷ୍ଠତା ବିଜୁ ଜନତାଦଳ ହାସଲ କରିବ ବୋଲି ଦଳର ରଣନୀତି ସ୍ଥିର କରୁଥିବା ପୂର୍ବତନ ବରିଷ୍ଠ ସରକାରୀ ଅମଲା ଓ ସମ୍ପ୍ରତି ରାଜ୍ୟସଭାର ସଭ୍ୟ ପ୍ୟାରୀମୋହନ ମହାପାତ୍ର ଅବିଚଳିତ କହିଆସୁଥିଲେ । କହିବାବାହୁଲ୍ୟ ଯେ ବିଭିନ୍ନ ଭବିଷ୍ୟବାଣୀ ଭୁଲ ହୋଇଯାଇଥିବା ବେଳେ ବୋଧହୁଏ ପ୍ୟାରୀବାବୁ ସାରା ଭାରତରେ ଏକମାତ୍ର ବ୍ୟକ୍ତି ହେବେ ଯାହାଙ୍କର ଭବିଷ୍ୟତବାଣୀ ଓଡ଼ିଶାର ନିର୍ବାଚନ ଫଳାଫଳ ପ୍ରସଙ୍ଗରେ ଏତେ ସଠିକ୍ ହୋଇପାରିଲା । ସ୍ୱାଭାବିକ ବିଜୟୀ ବିଜେଡ଼ି ପ୍ରାର୍ଥୀମାନେ ସମସ୍ତେ ପ୍ୟାରୀବାବୁଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତକରିଛନ୍ତି । କ’ଣ କାରଣ ହୋଇପାରେ ପ୍ୟାରୀବାବୁଙ୍କ ଦ୍ୱାରା ଏତେ ସଠିକ୍ ଆକଳନର? ବୋଧହୁଏ ପ୍ୟାରୀବାବୁଙ୍କର ଛାତ୍ରାବସ୍ଥାରେ ବାମପନ୍ଥୀ ରାଜନୀତି ସହ ସମ୍ପୃକ୍ତି, ଚାକିରି ଜୀବନରେ ଦକ୍ଷ ପ୍ରଶାସନିକ ଅଭିଜ୍ଞତା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସହ ସହଜସମ୍ପର୍କ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସଚିବଭାବେ ରାଜନୈତିକ ବ୍ୟକ୍ତିମାନଙ୍କର ଆଚରଣ ସହ ନିକଟ ପରିଚୟ ଏହିଭଳି ଆକଳନର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ଗୋଟିଏ ଐତିହାସିକ ପ୍ରଶ୍ନ ମନଭିତରେ ଉଙ୍କିମାରେ । ନବୀନବାବୁଙ୍କୁ ବାରମ୍ବାର ନିଜର ପ୍ରମାଣିତ ରଣକୌଶଳ ବଳରେ ବିଜୟୀ କରାଇପାରୁଥିବା ପ୍ୟାରୀବାବୁ, ବିଜୁବାବୁଙ୍କର ସଚିବ ଭାବେ ତାଙ୍କର ଅତି ନିକଟରେ ଥିଲାବେଳେ କାହିଁକି ବିଜୁବାବୁ ୧୯୯୫ରେ ପୁନର୍ବାର କ୍ଷମତାକୁ ଫେରି ପାରିଲେ ନାହିଁ? ବିଜୁବାବୁ ପ୍ୟାରୀବାବୁଙ୍କୁ ଏକ ପ୍ରଶାସନିକ ଅଧିକାରୀର ସୀମିତ ଭୂମିକାରେ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ କି? ନା ପ୍ୟାରୀବାବୁଙ୍କର ରଣକୌଶଳ ଯାହା ନବୀନବାବୁ ଗ୍ରହଣ କରୁଛନ୍ତି – ତାହା ବିଜୁବାବୁ ଗ୍ରହଣ କରିବା ସହଜ ନଥିଲା । ଏହିଭଳି ଧାରଣା, ସନେ୍ଦହ ଓ ପ୍ରଶ୍ନ ସ୍ପଷ୍ଟ ହୋଇପାରିବ ଯଦି ପ୍ୟାରୀବାବୁ ତାଙ୍କର ଏକ ଆତ୍ମଜୀବନୀ ଲେଖନ୍ତି ।
ତେବେ ବିଜେଡ଼ିର ଏହିଭଳି ସଫଳତାକୁ କଂଗ୍ରେସ ଓ ବିଜେପି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହିଭଳି ସଫଳତା ପଛରେ ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଅପେକ୍ଷା ସ୍ୱଚ୍ଛଳ ବିଜେଡ଼ିର ଅର୍ଥବଳ ଓ ଇଭିଏମ୍(ଋଠଗ)ର ଦୁରୁପଯୋଗ ହିଁ ରହିଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ ଇଭିଏମ୍ ବ୍ୟବହାରର ଏକ ନିରପେକ୍ଷ ଅନୁସନ୍ଧାନ ହେବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଜେପିର କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ିର ସଫଳତା ପାଇଁ ଇଭିଏମ୍କୁ ଦାୟୀ କରାଯାଇଛି । ଯଦିଓ ବିଜେପିର ପରାଜିତ ସାଂସଦ ଐର ଖାରବେଳ ସ୍ୱାଇଁ ଏହିଭଳି ଅଭିଯୋଗ ସହ ଏକମତ ହୋଇପାରିନାହାନ୍ତି ।
ଶୁଦ୍ରକ ମତରେ ବିଜୁଜନତାଦଳ ସପକ୍ଷରେ ଯେଉଁ ମତଦାନ ହୋଇଛି ତାହାର ଶ୍ରେୟ କେବଳ ଇଭିଏମ୍କୁ ଦେବା ବା କଳାଟଙ୍କାକୁ ଦେବା ଅର୍ଥ ବାସ୍ତବିକତାକୁ ଅଣଦେଖା କରିଦେବା । ଏହିଭଳି ମାନସିକତା ଦ୍ୱାରା ଆବିଷ୍ଟ ହେଲେ ଏକ ବସ୍ତୁନିଷ୍ଠ, ନିରପେକ୍ଷ ରାଜନୈତିକ ବିଶ୍ଳେଷଣ ସମ୍ଭବ ହେବ ନାହିଁ । କହିବା ବାହୁଲ୍ୟ ଯେ ପରାଜିତ ଦଳଗୁଡ଼ିକ ପାଇଁ ଏହିଭଳି ବିଶ୍ଳେଷଣ ଅଧିକ ପ୍ରୟୋଜନ । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳର ଏକ ତଥ୍ୟଭିତ୍ତକ ଅନୁଶୀଳନ କରାଯାଉ । ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି । ପ୍ରଥମ ପର୍ଯ୍ୟାୟ ୧୬ ଏପ୍ରିଲ ୨୦୦୯ ଓ ଦ୍ୱିତୀୟପର୍ଯ୍ୟାୟ ଏପ୍ରିଲ୨୩, ୨୦୦୯ । ୧୬ତାରିଖ ଦିନ ୧୦ଟି ଲୋକସଭା ଓ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ତାରିଖ ଦିନ ୧୧ଟି ଲୋକସଭା ଓ ୭୭ଟି ବିଧାନସଭା ଆସନପାଇଁ ମତଦାନ ହୋଇଛି । ୧୬ ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୩୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୩ଟି ଆସନରେ, ବିଜେପି ୬ଟି ଆସନରେ ବିଜେଡ଼ି ସମର୍ଥିତ ସିପିଆଇ ପ୍ରାର୍ଥୀ ଗୋଟିଏ ଆସନରେ ଓ ସ୍ୱାଧୀନସଭ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ୨୩ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୬୪ଟି ଆସନ,କଂଗ୍ରେସ ୪ଟି ଆସନରେ, ବିଜେଡ଼ି ସମର୍ଥିତ ଏନ୍.ସି.ପି. ଦଳର ପ୍ରାର୍ଥୀ ୪ଟି ଆସନରେ ଓ ସ୍ୱାଧୀନପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ୧୬ତାରିଖ ମତଦାନର ଫଳାଫଳ ଅନୁସାରେ କଂଗ୍ରେସ ପ୍ରାର୍ଥୀମାନେ ୩୩ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୩ତାରିଖ ମତଦାନର ଫଳାଫଳ ଅନୁସାରେ ଏମାନେ ୪୮ଟି ଆସନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅର୍ଥାତ୍ ସାରା ରାଜ୍ୟରେ ୮୧ଟି ସ୍ଥାନରେ କଂଗ୍ରେସ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ମାତ୍ର ୭୭ଟି ସ୍ଥାନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମତଦାନରୁ ସ୍ପଷ୍ଟହେଉଛି ବିଜେଡ଼ି ପରେ କଂଗ୍ରେସ ଯେ ଦ୍ୱିତୀୟ ଗ୍ରହଣୀୟ ରାଜନୈତିକ ଦଳ ।
୨୩ତାରିଖ ଭୋଟଗ୍ରହଣ ମୁଖ୍ୟତଃ କେନ୍ଦ୍ରାଞ୍ଚଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ହୋଇଥିବା ବେଳେ, ୧୬ତାରିଖ ଭୋଟଗ୍ରହଣ ଯେଉଁ ଅଞ୍ଚଳମାନଙ୍କରେ ହେଲା ତାକୁ ଯଦି ଆମେ ୩ଭାଗରେ ବିଭକ୍ତକରୁ ଯଥା ପଶ୍ଚିମଓଡ଼ିଶା (ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି), ଦକ୍ଷିଣ ଓଡ଼ିଶା (ବ୍ରହ୍ମପୁର, ଆସ୍କା) ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା (କୋରାପୁଟ,ନବରଙ୍ଗପୁର,କନ୍ଧମାଳ),ତା’ହେଲେ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିଜୟକୁ ନିମ୍ନୋକ୍ତ ଅନୁସାରେ ଦର୍ଶାଇବା ପ୍ରାସଙ୍ଗିକ ହେବ । ( ସାରଣୀ ଦ୍ରଷ୍ଟବ୍ୟ)
ଏହି ସାରଣୀରୁ ସ୍ପଷ୍ଟ ଯେ ୨୩ତାରିଖରେ ମତଦାନ ବିଜେଡ଼ି ଓ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଏକତରଫା ହୋଇଯାଉଥିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେପି ଯାହାକିଛି ବିଜୟର ସ୍ୱାଦ ଚାଖିଛନ୍ତି ତାହା ୧୬ତାରିଖରେ ମତଦାନର ଫଳ । ବିଧାନସଭାର ୬ଜଣ ବିଜେପି-ବିଧାୟକ ଓ ୨୭ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୨୩ଜଣ ୧୬ତାରିଖରେ ହୋଇଥିବା ମତଦାନରୁ ହିଁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଯାହା ବେଶ୍ ତାପôର୍ଯ୍ୟପୂର୍ଣ୍ଣ ତାହା ହେଉଛି ଏହି ୨୩ଜଣ କଂଗ୍ରେସ ବିଧାୟକଙ୍କ ଭିତରୁ ୧୭ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଓ ୬ଜଣ ବିଜେପି ବିଧାୟକଙ୍କ ଭିତରୁ ୪ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର । ଅର୍ଥାତ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଅପେକ୍ଷା ବିରୋଧୀଦଳ ଗୁଡ଼ିକ ହିଁ ଅଧିକ ସଫଳହୋଇଛନ୍ତି-ଯାହା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଦୃଶ୍ୟଠାରୁ ସମ୍ପୂର୍ଣ୍ଣ ବିପରୀତ । କ’ଣ ଏହାର କାରଣ ହୋଇପାରେ? ବୋଧହୁଏ ବିଜେଡ଼ି ସରକାରଙ୍କର ଅହେତୁକ କମ୍ପାନୀ ପ୍ରୀତି ଓ ଦଳନୀତିକୁ ନେଇ ପଶ୍ଚିମଓଡ଼ିଶାର ପ୍ରଭାବିତ ଅଧିବାସୀମାନଙ୍କ ଭିତରେ ସୃଷ୍ଟ ଜନଅସନ୍ତୋଷ ଯାହା ବିଭିନ୍ନ ନଛୋଡ଼ବନ୍ଧା ଜନଆନେ୍ଦାଳନ ଜରିଆରେ ପ୍ରତିଫଳିତ ହୋଇଥିଲା-ତାହା ହିଁ ମତଦାନ ବେଳେ ପ୍ରକଟିତ ହୋଇଛି ଓ ଏହା ବିରୋଧୀଦଳ ସପକ୍ଷରେ ଯାଇଛି । ଏହା ତ ଭିନ୍ନକଥା ଯେ ଏହି ଜନଅସନ୍ତୋଷକୁ ସଙ୍ଗଠିତ କରିବା ଓ ଜନଆନେ୍ଦାଳନକୁ ନେତୃତ୍ୱ ଦେଇଥିବା ପ୍ରାର୍ଥୀମାନେ(ଯେପରି ବରଗଡ଼ରୁ ଲିଙ୍ଗରାଜ)ବିଜୟୀ ନହୋଇ ମୁଖ୍ୟସ୍ରୋତର ବିରୋଧୀ ଦଳର ପ୍ରାର୍ଥୀମାନେ ହିଁ ବିଜୟୀ ହୋଇଛନ୍ତି । ବିଜେଡ଼ି ସପକ୍ଷରେ ବିପୁଳ ମତଦାନର କାରଣ ଭାବେ ଉଲ୍ଲେଖ କରାଯାଉଥିବା ୨ଟଙ୍କାରେ ଚାଉଳ ଓ ଗାଁକୁ ପକ୍କା ରାସ୍ତା, ପଶ୍ଚିମ ଓଡ଼ିଶାର ମତଦାତା (ଯେଉଁମାନେ ଉପକୂଳବର୍ତ୍ତୀ ଅଧିବାସୀଙ୍କଠାରୁ ଅଧିକ ଗରିବ)ଙ୍କୁ ଅନୁରୂପ ପ୍ରଭାବିତ କରିପାରି ନାହିଁ-ଏହା ସ୍ପଷ୍ଟ । ଯଦି ବିଜେଡ଼ି ସରକାରଙ୍କର ଶିଳ୍ପନୀତି, ଦଳନୀତି, କୃଷିନୀତିର ପ୍ରତିକୂଳ ପ୍ରଭାବ ଫଳରେ ଉପୁଜୁଥିବା ଜନଅସନ୍ତୋଷକୁ ସାରା ଓଡ଼ିଶାରେ ସଠିକ୍ ମାର୍ଗରେ ସଙ୍ଗଠିତ କରାଯାଇ ପାରିଥାନ୍ତା-ତା’ହେଲେ ଓଡ଼ିଶାରେ ଝୁଲା ବିଧାନସଭା ଯେ ହୋଇଥାନ୍ତା, ଏହା ପଶ୍ଚିମ ଓଡ଼ିଶାର ଫଳାଫଳ ସୂଚିତ କରୁଛି । କଳିଙ୍ଗନଗରର ଆନେ୍ଦାଳନ, ପୋସ୍କୋବିରୋଧୀ ଆନେ୍ଦାଳନକୁ ଆୟୁଧ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ବିଜେଡ଼ି ସରକାରଙ୍କର ନୀତି ବିରୁଦ୍ଧରେ ଏକ ବ୍ୟାପକ ଆନେ୍ଦାଳନ ଗଢ଼ାଯାଇ ପାରିଥାନ୍ତା ବୋଲି ଯେଉଁମାନେ କହୁଛନ୍ତି-ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି । କିନ୍ତୁ ଏହିସବୁ ଆନେ୍ଦାଳନର ପ୍ରଭାବ ଯେ ସ୍ଥାନୀୟ ଅଞ୍ଚଳକୁ ସୀମିତ ରହିଲା-ତାହା ବାସ୍ତବିକତା । ଯେପରି କଳିଙ୍ଗନଗର ଆନେ୍ଦାଳନର ପ୍ରଭାବ ସୁକିନ୍ଦା ନିର୍ବାଚନର ଫଳାଫଳରେ ପ୍ରତିଫଳିତ ହୋଇଛି । ମାତ୍ର ୨୪୦୩ ଭୋଟରେ ବିଜେଡ଼ିର ଟାଣୁଆ ନେତା ପ୍ରଫୁଲ୍ଲ ଘଡ଼େଇ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ବିଜୟୀ ହୋଇଛନ୍ତି । ଅଥଚ ତାଙ୍କ ପୁଅ ପ୍ରଥମଥର ପାଇଁ ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀ ପ୍ରତିବେଶୀ କୋରେଇ ନିର୍ବାଚନମଣ୍ଡଳୀରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୫୧୧୨ ଭୋଟରେ ବିଜୟୀ ହୋଇଛନ୍ତି । କେବଳ କୋରେଇ କାହିଁକି -ସାରା ଯାଜପୁର ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡ଼ି ବା ବିଜେଡ଼ି ସମର୍ଥିତ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ (ଯେଉଁମାନେ ସମସ୍ତେ ହେଉଛନ୍ତି କଂଗ୍ରେସ ଦଳର) ଯଥେଷ୍ଟ ଅଧିକ ଭୋଟରେ ପରାଜିତ କରିଛନ୍ତି । କହିବାବାହୁଲ୍ୟ ଯେ କଳିଙ୍ଗ ନଗର ଘଟଣାର ପ୍ରଭାବ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ହିଁ ସୀମିତ ରହିଛି-ରାଜ୍ୟକୁ ପ୍ରଭାବିତ କରିବା ତ ଦୂରର କଥା-ଦିଲ୍ଲୀକୁ ମଧ୍ୟ ପ୍ରଭାବିତ କରିପାରି ନାହିଁ । ଅଥଚ ପଶ୍ଚିମବଙ୍ଗରେ ଅନୁରୂପ ଘଟଣା(ନନ୍ଦିଗ୍ରାମ ଓ ସିଙ୍ଗୁର) ପଶ୍ଚିମବଙ୍ଗ ଲୋକସଭା ଆସନ ପାଇଁ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିଦେଇଛି; ଏହି ଘଟଣାକୁ ଆଧାର କରି ନଛୋଡ଼ ବନ୍ଧା ଆନେ୍ଦାଳନ କରିଥିବା ତୃଣମୂଳ କଂଗ୍ରେସ ୧୯ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହି ଦୃଷ୍ଟିରୁ ବିଚାରକଲେ କୁହାଯାଇପାରେ ଯେ ଓଡ଼ିଶାରେ ବିରୋଧୀଦଳ ଯେଉଁପ୍ରକାର ଭୂମିକା ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ଜନଅସନ୍ତୋଷକୁ ସଙ୍ଗଠିତ ଓ ବ୍ୟାପକ କରିବା ଦିଗରେ ନିର୍ବାହ କରିବାର ଥିଲା-ତାହା ସେ କରିନାହିଁ । ଏପରିକି ଯେଉଁଠାରେ ଏହି ଜନ-ଅସନ୍ତୋଷ ଜନଆନେ୍ଦାଳନର ରୂପନେଇଛି-ସେଠାରେ ତା’ର ସମ୍ପୃକ୍ତି ନିଷ୍ଠାପର ହେଉନାହିଁ ବୋଲି ଜଣେ ବାରିପାରିଛି ।
ତେଣୁ ଇଭିଏମ୍ ଜାଲିଆତି, କଳାଟଙ୍କାର ପ୍ରବାହର ଭୂମିକା ଉପରେ ବିଚାରକରିବା ପୂର୍ବରୁ ବିରୋଧୀଦଳ (ଏଠାରେ କଂଗ୍ରେସକୁ ହିଁ ବୁଝାଯାଉଛି) ନବୀନ ସରକାରଙ୍କର ଦୀର୍ଘ ୯ବର୍ଷ କାର୍ଯ୍ୟକାଳ ସମୟରେ ତା’ର ବିରୋଧୀ ଭୂମିକା କେତେ ସାଧୁତାର ସହ ନିଷ୍ଠାପର ଭାବେ ନିର୍ବାହ କରିଛି-ତାହା ନିଜକୁ ପ୍ରଶ୍ନକରିବା ଉଚିତ । ସରକାରଙ୍କର ବିଭିନ୍ନ ଜନବିରୋଧୀ ନୀତିକୁ କେତେ ଆନ୍ତରିକତାର ସହ ବିରୋଧ କରିଛି? ଜୀବନଜୀବିକା ପାଇଁ ଲଢ଼ୁଥିବା ସାଧାରଣ ଜନତା ସହ କେତେଦୂର ସମ୍ପୃକ୍ତ ହୋଇଛି? ଯଦି ସାଧାରଣ ଜନତାର ଧାରଣା ହୁଏ ଯେ ଶାସକ ଦଳ ଓ ବିରୋଧୀ ଦଳ ଭିତରେ କୌଣସି ପାର୍ଥକ୍ୟ ନାହିଁ- ତା’ହେଲେ ଶାସକଦଳ ସପକ୍ଷରେ ମତଦାନରେ ଅସ୍ୱାଭାବିକତା କିଛିନାହିଁ । ଏହାକୁ ଅବଶ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ ରାଜ୍ୟସ୍ତରରେ ବିରୋଧୀ ଦଳର ବିରୋଧକୁ ସେମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ଅନେକ ସମୟରେ ଦନ୍ଥଡ଼ା କରିଦେଇଛି । ବରଂ ନବୀନ ବାବୁଙ୍କର ଏହି ଦଳମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ପାଖରେ ପତିଆରା ବେଶୀ ବୋଲି ସାଧାରଣ ଲୋକର ହୃଦ୍ବୋଧ ହୋଇଛି ଯଦିଓ ନବୀନବାବୁ ଅଣବିଜେପି-ଅଣକଂଗ୍ରେସ ମେଣ୍ଟ ପ୍ରତି ତାଙ୍କର ଆଗ୍ରହ ଦର୍ଶାଉଛନ୍ତି । ପୁଣି ବିରୋଧକୁ ଦନ୍ଥଡ଼ା କରିବା ବା ବିରୋଧୀ ପକ୍ଷ ତଥା ଶାସକଦଳଙ୍କୁ ନିକଟତର କରାଇବାରେ ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଖଣିଉପରେ ଲୋଲୁପଦୃଷ୍ଟି ପକାଇଥିବା ଶିଳ୍ପପତି, ବ୍ୟବସାୟୀ, ବାବାମାନଙ୍କର ଭୂମିକା ମଧ୍ୟ କିଛି କମ୍ ନୁହେଁ । ଏହିସବୁ ଦୃଷ୍ଟିରୁ ସାଧାରଣ ଜଣେ ଯଦି ଯାହାଥିଲା ତାହାହିଁ ଥାଉ ନ୍ୟାୟରେ ବିଜେଡ଼ିସପକ୍ଷରେ ଯଦି ମତଦାନ କରିଥାଏ – ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।
ବିଜେପିର ବିରୋଧୀଦଳ ଭୂମିକା-ମେଣ୍ଟ ଭାଙ୍ଗି ଯିବା ପରେ ଓ ନିର୍ବାଚନର ଅବ୍ୟବହିତ ପୂର୍ବରୁ । ତେଣୁ ବିଜେପିକୁ ବିଜେଡ଼ିର ଏକ ବିରୋଧୀଦଳ ଭାବେ ଗ୍ରହଣ କରାଯିବା ସମୀଚିନ ହେବନାହିଁ । ଯଦି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପରେ ଏହି ଦଳ ବିଜେଡ଼ିସହ ମେଣ୍ଟ ଭାଙ୍ଗି ସରକାରରୁ ଓହରି ଆସିଥାନ୍ତା ତା’ହେଲେ ବିରୋଧୀ ଭୂମିକା ନିର୍ବାହ ପାଇଁ କିଛିସମୟ ପାଇଥାନ୍ତା । ତାହାତ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ହେବାପାଇଁ ଅପେକ୍ଷାମାଣ ଲାଲକୃଷ୍ଣ ଆଡ଼ୱାନୀ ଚାହିଁଲେ ନାହିଁ ନବୀନବାବୁଙ୍କୁ ଅସନ୍ତୁଷ୍ଟ କରିବା ପାଇଁ । ଏପରିକି ମେଣ୍ଟ ଭାଙ୍ଗିବାପରେ ମଧ୍ୟ ତାଙ୍କ ସ୍ୱରରେ ବିଜେଡ଼ି ବିରୋଧରେ ସେଭଳି ତୀବ୍ରତା ନଥିଲା । ତେଣୁ ବିଜେପିକୁ ଓଡ଼ିଶାର ଜନତା ଯେ ନିଷ୍ଠୁରଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ସେମାନଙ୍କ ପୃଷ୍ଠପୋଷକତା ପାଉଥିବା ଶହ ଶହ ସଂଖ୍ୟାରେ ସରସ୍ୱତୀ ଶିଶୁମନ୍ଦିର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିରାଟ ବାହିନୀ ବା ଏକାଧିକ ହିନ୍ଦୁ ସଙ୍ଗଠନର ଉପସ୍ଥିତି ବିଜେପିକୁ ଉଦ୍ଧାର କରିପାରିଲା ନାହିଁ । ବରଂ ଏଭଳି ପରାଜୟରୁ ବିଜେଡ଼ି କହିବାକୁ ସୁଯୋଗ ପାଇଲା ଯେ ବିଜେପିର ଏଯାବତ୍ ଯାହାକିଛି ବିଜୟ ହେଉଥିଲା ତାହା ବିଜେଡ଼ି ଯୋଗୁଁ । ପୁଣି ବିଜେଡ଼ି-ବିଜେପି ମେଣ୍ଟ ଭାଙ୍ଗିଲେ ଭୋଟ ବିଭାଜନ ହେବ ଯାହାର ସୁଯୋଗ କଂଗ୍ରେସ ନେବ ବୋଲି ଯେଉଁ ଅନୁମାନ କରାଯାଉଥିଲା-ତାହା ମଧ୍ୟ ହେଲାନାହିଁ । ସବୁଠାରୁ ବିଡ଼ମ୍ବନା ହେଉଛି ଯେଉଁ ଦୁଇଟଙ୍କିଆ ଚାଉଳ, ଗାଁକୁ ରାସ୍ତା ଓ ସହରର ଆଧୁନୀକୀକରଣକୁ ବିଜେଡ଼ିର ବିପୁଳ ବିଜୟର କାରଣ ବୋଲି ଉଲ୍ଲେଖ କରାଯାଉଛି, ସେ ସବୁଗୁଡ଼ିକ ଯଥାକ୍ରମେ ବିଜେପି ମନ୍ତ୍ରୀ ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ ଓ କନକବର୍ଦ୍ଧନ ସିଂହଦେଓଙ୍କ ଦାୟିତ୍ୱରେ ଥିବା ବିଭାଗମାନଙ୍କ ଦ୍ୱାରା ହିଁ କାର୍ଯ୍ୟକାରୀ ହେଉଥିଲା । କିନ୍ତୁ ଏହାର ସୁଫଳ ନବୀନବାବୁ ଓ ତାଙ୍କର ଦଳ ପାଇଲେ । ଅବନତିମୁଖୀ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କୌଣସି ପ୍ରତିକୂଳ ପ୍ରଭାବ ନବୀନବାବୁ ବା ତାଙ୍କ ଦଳର ନିର୍ବାଚନ ଫଳାଫଳ ଉପରେ ପଡ଼ିଲାପରି ମନେ ହେଉନାହିଁ-ଯଦିଓ ଏହାର ପରିଚାଳନା ଦାୟିତ୍ୱ ଘରୋଇ ବିଭାଗର ଯାହାର ନବୀନବାବୁ ସ୍ୱୟଂ ହେଉଛନ୍ତି ଘରୋଇମନ୍ତ୍ରୀ । ନବୀନବାବୁଙ୍କୁ ତେଣୁ ଭାଗ୍ୟବାନ ବୋଲି କୁହାଯାଇ ପାରେ । ନବୀନବାବୁଙ୍କର ସ୍ୱଚ୍ଛ ଭାବମୂର୍ତ୍ତିରେ କୌଣସି କାଳିମା ଲାଗିଲାବୋଲି ଜନସାଧାରଣ ମନେକଲେ ନାହିଁ ଯେତେବେଳେ ଅପବାଦରେ ଜଡ଼ିତ ଓ ସ୍ୱୟଂ ତାଙ୍କଦ୍ୱାରା ବିତାଡ଼ିତ ବିଧାୟକ, ମନ୍ତ୍ରୀଙ୍କୁ ସେ ପୁନର୍ବାର ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀପାଇଁ ଟିକଟ ଦେଲେ ଓ ସେମାନଙ୍କୁ ବିଜୟୀ କରାଇଲେ । ଏହିସବୁ ପ୍ରଶ୍ନ ବିରୋଧୀଦଳଗୁଡ଼ିକ ଜନସାଧାରଣଙ୍କ ଭିତରେ ଉଠାଇ ପାରିଥାନ୍ତେ । କିନ୍ତୁ କାଚଘରେ ରହି ଟେକା ମାରିବ କିଏ? ତେବେ ସାଧାରଣ ଜନତା ଏହାଦ୍ୱାରା ଯେ ପ୍ରଭାବିତ ହୋଇନାହାନ୍ତି ତାହା ବିଜେପି ସପକ୍ଷରେ ବିପୁଳ ମତଦାନରୁ ସ୍ପଷ୍ଟ ।
ନବୀନବାବୁଙ୍କ ଶାସନକାଳରେ ବିରୋଧୀଦଳର ପ୍ରକୃତ ବିରୋଧୀ ଭୂମିକା କ୍ରମଶଃ ଦୁର୍ବଳ ହୋଇ ପଡ଼ୁଥିବାର ଦେଖୁଥିବା ଓ ଭୋଟ ରାଜନୀତିରେ ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣଜନତା ପ୍ରତି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଉପେକ୍ଷା ସହ ଅଭ୍ୟସ୍ତ ହୋଇପଡ଼ିଥିବା ଜଣେ କ୍ଷମତାସୀନ ଦଳ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେବା ସ୍ୱାଭାବିକ ।
ବିଜୁ ଜନତାଦଳର ବିଜୟ-ଏକ ନିଷ୍ଠାପର, ବିରୋଧୀଦଳର ଅଭାବ ଯୋଗୁଁ ହିଁ ହୋଇଛି । ପରାଜିତ କଂଗ୍ରେସ ୮୧ଟି ଆସନରେ ଦ୍ୱିତୀୟସ୍ଥାନରେ ରହିବା ଦର୍ଶାଉଛି ଯେ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ବିଜେଡ଼ିର ବିକଳ୍ପ ଭାବେ ବିବେଚନା କରୁଛନ୍ତି । କିନ୍ତୁ ବିଜେଡ଼ିକୁ କ୍ଷମତାରୁ ବେଦଖଲ କରିବା କେନ୍ଦ୍ରୀୟ ନେତୃତ୍ୱ ହସ୍ତକ୍ଷେପ ଦ୍ୱାରା ବାରମ୍ବାର ଆହତ ରାଜ୍ୟ କଂଗ୍ରେସ ପକ୍ଷରେ କେତେଦୂର ସମ୍ଭବ, ତାହା ହିଁ ଦେଖିବାକୁ ରହିଲା ।
ବିଜୁ ଜନତାଦଳର ବିପୁଳ ବିଜୟ ସପକ୍ଷରେ ବିଭିନ୍ନ କାରଣ, ତଥ୍ୟକୁ ଭିତ୍ତକରି ଦର୍ଶାଇଲେ ମଧ୍ୟ ଅନେକେ ଏହାକୁ ଏକ ବ୍ୟାପକ ଜାଲିଆତିର ପରିଣତି ବୋଲି କହୁଛନ୍ତି । ଯେଉଁମାନେ କହୁଛନ୍ତି ଯେ ମେ ୧୬ତାରିଖ ଦିନ ମତଦାତାଙ୍କର ମନୋଭାବ ଦେଖି ୨୩ତାରିଖ ବେଳକୁ ଏହି ମନୋଭାବ କିପରି ଇଭିଏମ୍ରେ ପ୍ରତିଫଳିତ ନହେବ,ସେଥିପାଇଁ ବିଜେଡ଼ି ଦଳ ସତର୍କ ହୋଇଯାଇଥିଲା-ସେମାନଙ୍କର ଏହି ଧାରଣାକୁ ପରିସଂଖ୍ୟାନ ସମର୍ଥନ କରୁନାହିଁ । କାରଣ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟ ସଂଖ୍ୟାର ଅନ୍ତର ୧୯୨୭୦ହୋଇଥିବା ବେଳେ ୨୩ତାରିଖ ନିର୍ବାଚନରେ ଏହି ଅନ୍ତର ହେଉଛି ୨୦୭୧୮ । ଅପରପକ୍ଷରେ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟସଂଖ୍ୟାର ଅନ୍ତର ୭୭୪୬ହୋଇଥିବା ବେଳେ,୨୩ତାରିଖ ନିର୍ବାଚନରେ ୪ଜଣ ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କ ଭିତରୁ କେବଳ ପ୍ରସାଦ ହରିଚନ୍ଦନ ହିଁ ତାଙ୍କର ବିଜେଡ଼ି ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୩୮୭ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟ ତିନିଜଣ ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଉପରୋକ୍ତ ପରିସଂଖ୍ୟାନ ଅନୁସାରେ ୧୬ ତାରିଖ ନିର୍ବାଚନ ଓ ୨୩ତାରିଖ ନିର୍ବାଚନରେ ବିଜୟୀ ବିଜେଡ଼ି (କଂଗ୍ରେସ) ଓ ବିଜିତକଂଗ୍ରେସ (ବିଜେଡ଼ି) ପ୍ରାର୍ଥୀଙ୍କ ଭିତରେ ହାରାହାରି ଅନ୍ତର ପ୍ରାୟ ପାଖାପାଖି । ବିଜେଡ଼ି ପ୍ରାର୍ଥୀ ଯେଉଁ ହାରାହାରି ଅନ୍ତରରେ ବିଜୟୀ ହୋଇଛନ୍ତି ତାହାର ଶତକଡ଼ା ୪୦ଭାଗ ପାଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ଏହି ପରିସଂଖ୍ୟାନକୁ ଭିତ୍ତକରି କହିବା ଯେ ବିଜେଡ଼ି ସପକ୍ଷରେ ଏକ ହାୱା ରହିଥିଲା-ଏହା ଆଦୌ ଭୁଲ୍ ହେବନାହିଁ ।
କିନ୍ତୁ ଯେଉଁମାନେ କହୁଛନ୍ତି ପ୍ରାୟଃ ୨୦୦ ଇଭିଏମ୍ ବ୍ୟବହାର ହେଉଥିବା ନିର୍ବାଚନ ମଣ୍ଡଳରେ ଇଭିଏମ୍ ପିଛା ହାରାହାରି ୫୦ରୁ ୬୦ଅଧିକ ଭୋଟ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଯନ୍ତ୍ରବଦ୍ଧ କରାଗଲେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୧୦ରୁ ୧୨ହଜାର ଭୋଟ ସେହିଦଳ ସପକ୍ଷରେ ତିଆରି କରିଦିଆ ଯାଇପାରେ ଓ ଫଳାଫଳକୁ ଓଲଟପାଲଟ କରିଦିଆ ଯାଇପାରେ-ସେମାନେ ଏହା ସପକ୍ଷରେ ପ୍ରମାଣ ଦର୍ଶାଇବା ଦରକାର । ପ୍ରମାଣ ଉପଲବ୍ଧ ହେବା ପର୍ଯ୍ୟନ୍ତ ଆମ୍ଭେ ଏହାକୁ ଅନୁମାନ କହିବା ।
ତେବେ ଶୁଦ୍ରକର ପରାମର୍ଶ ହେଉଛି ଯେ ବିରୋଧୀ ଦଳଗୁଡ଼ିକ ପ୍ରକୃତପକ୍ଷେ ବିରୋଧୀ ଦଳର ଭୂମିକା ନିର୍ବାହ କରନ୍ତୁ । ଶାସକଦଳର ବି’ ଟିମ୍ ପରି ବ୍ୟବହାର କଲେ-ଜନସାଧାରଣ ଏ’ ଟିମ୍କୁ ହିଁ ଭୋଟ ଦେବେ-ଏହି ସମ୍ବାଦ ଓଡ଼ିଶାର ଜନସାଧାରଣ ରାଜନୈତିକ ଦଳମାନଙ୍କୁ ଏହି ନିର୍ବାଚନରେ ଦେଇଛନ୍ତି ବୋଲି ଇଭିଏମ୍ ଜାଲିଆତି କଳାଟଙ୍କାର ବ୍ୟବହାର, ଇତ୍ୟାଦି ଅଭିଯୋଗର ଊଦ୍ଧ୍ୱର୍କୁ ଯାଇ କହିପାରିବା ।
୧୬-୩୦ ଜୁନ୍, ୨୦୦୯
ସମୃଦ୍ଧ ଓଡ଼ିଶା
ବିଜୁ ଜନତାଦଳକୁ ବାଦ୍ ଦେଲେ ଓଡ଼ିଶା ଭୂଇଁରେ ଯେଉଁ ଦୁଇଟି ଆଞ୍ଚଳିକଦଳ ଦୃଷ୍ଟି ଆକର୍ଷଣ କରିଛନ୍ତି-ସେମାନେ ହେଲେ ବିଜୁ ଜନତା ଦଳ ଦ୍ୱାରା ଅପଦସ୍ଥ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ‘ଓଡ଼ିଶା ଗଣ ପରିଷଦ’ ଓ ଭାରତୀୟ ପ୍ରଶାସନିକ ସେବାରୁ ଇଚ୍ଛାକୃତ ଅବସର ନେଇ ଆସିଥିବା ଆନ୍ଧ୍ର କ୍ୟାଡ଼ର ଅଫିସର ଯତୀଶ ମହାନ୍ତିଙ୍କ ନେତୃତ୍ୱରେ ‘ସମୃଦ୍ଧ ଓଡ଼ିଶା’ । ‘ଓଡ଼ିଶା ଗଣପରିଷଦ’ର ଏନ୍.ସି.ପି.ରେ ବିଲୟ ପରେ,୨୦୦୯ନିର୍ବାଚନରେ ଆମେ କେବଳ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀମାନଙ୍କୁ ବିଜେଡ଼ି, ବିଜେପି ଓ କଂଗ୍ରେସ ଭଳି ଟାଣୁଆ ଦଳମାନଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଦେଖିଲୁ । ୯୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିବା ଏହି ଦଳର କୌଣସି ପ୍ରାର୍ଥୀ ୧୦,୦୦୦ରୁ ଅଧିକ ଭୋଟ ପାଇନାହାନ୍ତି । ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପାଇଛନ୍ତି ୯୭୭୩ ଭୋଟ ଓ ଏହା ହିଁ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ଭୋଟ । ଏହାପରେ ନବରଙ୍ଗପୁର ଓ ଖରିଆରରେ ‘ସମୃଦ୍ଧ ଓଡ଼ିଶା’ର ପ୍ରାର୍ଥୀ ଯଥାକ୍ରମେ ପାଇଛନ୍ତି ୮୪୧୩ ଓ ୮୨୪୮ସଂଖ୍ୟକ ଭୋଟ । ଯାହା ଜଣାପଡ଼ୁଛି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ‘ସମୃଦ୍ଧ ଓଡ଼ିଶା’ ପ୍ରତି ଜନସମର୍ଥନ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଅଧିକ । ଉପକୂଳବର୍ତ୍ତୀ ଅଞ୍ଚଳରେ ଯତୀଶବାବୁଙ୍କର ପାଞ୍ଚବର୍ଷରେ ଦାରିଦ୍ର୍ୟ ଦୂର କରିବାର ପ୍ରତିଶ୍ରୁତି କୌଣସି ପ୍ରଭାବ ପକାଇଲା ଭଳି ମନେ ହେଉ ନାହିଁ । ଅବଶ୍ୟ ଶ୍ରୀଯୁକ୍ତ ମହାନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀ ଧର୍ମଶାଳାରୁ ପ୍ରତିଦ୍ୱନ୍ଦ୍ୱିତା କରି ୫୦୧୫ ସଂଖ୍ୟକ ଭୋଟ ପାଇଛନ୍ତି ଯାହା ଉପକୂଳବର୍ତ୍ତୀ ଅଞ୍ଚଳରେ ‘ସମୃଦ୍ଧ ଓଡ଼ିଶା’ର ଅନ୍ୟ ପ୍ରାର୍ଥୀମାନେ ପାଇଥିବା ଭୋଟସଂଖ୍ୟାଠାରୁ ଯଥେଷ୍ଟ ଅଧିକ । ପଞ୍ଚାନନ କାନୁନ୍ଗୋଙ୍କ ଭଳି ପୁରୁଖା ନେତାଙ୍କୁ ପ୍ରାର୍ଥୀ କରାଇ ମଧ୍ୟ ତାହା ପୁଣି ଭୁବନେଶ୍ୱର ଭଳି ଏକ ସଚେତନ ସହରରେ, କୌଣସି ଫରକ ଫଳାଫଳରେ ହୋଇନାହିଁ । ମାତ୍ର ୧୬୭୦ଟି ଭୋଟ ପଞ୍ଚାନନ ବାବୁ ପାଇଥିବା ବେଳେ ବିଜେଡ଼ିର ବିଜୟୀ ପ୍ରାର୍ଥୀ ପ୍ରାୟ ଅପରିଚିତ ବିଜୟ ମହାନ୍ତି ୪୬୪୧୭ଭୋଟ ପାଇଛନ୍ତି ।
ଏହା କହିବା ଅଯୌକ୍ତିକ ହେବନାହିଁ ଯେ ଯତୀଶ ବାବୁଙ୍କର ଦୀର୍ଘ ପ୍ରଶାସନିକ ପୃଷ୍ଠଭୂମି, ବୌଦ୍ଧିକ ପତିଆରା, ଓଡ଼ିଶାରୁ ପାଞ୍ଚବର୍ଷ ଭିତରେ ଦାରିଦ୍ର୍ୟ ଦୂର କରିଦେବାର ପ୍ରତିଶ୍ରୁତି, ତାଙ୍କ ଦ୍ୱାରା ଆହୂତ ଆଲୋଚନା ଚକ୍ରମାନଙ୍କୁ ବହୁ ବୁଦ୍ଧିଜୀବୀଙ୍କୁ ଆକୃଷ୍ଟ କରିଥିଲେ ହେଁ-ଏହା ଭୋଟ ସଂଗ୍ରହରେ ଫଳବତୀ ହୋଇପାରି ନାହିଁ । ଏପରିକି ସହରାଞ୍ଚଳରେ ଯେଉଁଠାରେ ବୁଦ୍ଧିଜୀବୀମାନେ ବସବାସ କରନ୍ତି ବୋଲି ସାଧାରଣରେ ବିଶ୍ୱାସ କରାଯାଏ-ସେହି ବୁଦ୍ଧିଜୀବୀମାନେ ମଧ୍ୟ ଯତୀଶବାବୁଙ୍କ ଆହ୍ୱାନକୁ ସମର୍ଥନ କରିବା ପାଇଁ ଆଗେଇ ଆସିନାହାନ୍ତି ବରଂ ସହରାଞ୍ଚଳରେ ‘ସମୃଦ୍ଧ ଓଡ଼ିଶା’ର ବିଫଳତା ଅଧିକ ଦୃଶ୍ୟମାନ ।
ତଥାପି ଯତୀଶବାବୁ ଅଭିନନ୍ଦନର ପାତ୍ର କାରଣ ସେ କୌଣସି ଜାତୀୟଦଳର ଆଶ୍ରିତ ନହୋଇ ସ୍ୱାଧୀନ ଭାବରେ ଆଞ୍ଚଳିକ ଦଳଟିଏ ଠିଆ କରାଇବାର ଉଦ୍ୟମ କରିଛନ୍ତି । ବିଜୁ ଜନତାଦଳ, ଜାତୀୟ ଦଳ ବିଜେପିର ଆଶ୍ରିତ ହୋଇ କ୍ଷମତା ଦଖଲର ପର୍ଯ୍ୟାୟ ଆରମ୍ଭ କରିଥିଲା । ଓଡ଼ିଶା ଗଣପରିଷଦ ବିନାଶ୍ରୟରେ ଆରମ୍ଭ କରି ପରିଶେଷରେ ପ୍ରଭାବୀ ଏନ୍.ସି.ପି.ରେ ନିଜକୁ ବିଲୟ କରିଦେଲା । ଜାତୀୟ ଦଳଗୁଡ଼ିକ ତାଙ୍କର ରାଜ୍ୟ ଶାଖା ସହ କିପରି ବ୍ୟବହାର କରୁଛନ୍ତି, ରାଜ୍ୟ ନେତୃତ୍ୱକୁ କିପରି ନାମମାତ୍ର କରିଦେଇଛନ୍ତି ଓ ଅପଦସ୍ଥ କରୁଛନ୍ତି, ତାହାର ଅଭିଜ୍ଞତା ହେଲାପରେ ଏକ ଆଞ୍ଚଳିକ ଦଳ ସପକ୍ଷରେ ହିଁ ଯୁକ୍ତି କରିବାର ପ୍ରବଣତା ସୃଷ୍ଟିହେବା ସ୍ୱାଭାବିକ । ସମ୍ପ୍ରତି କୌଣସି ଜାତୀୟ ଦଳ ସହ ଯୁକ୍ତ ନଥିବା ବିଜୁ ଜନତାଦଳର ବିକଳ୍ପ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇପାରେ ବୋଲି ଧାରଣା ହେବା ସ୍ୱାଭାବିକ ।
ତେଣୁ ଯତୀଶବାବୁଙ୍କ ଦଳର ପ୍ରତିଶ୍ରୁତିର ବାସ୍ତବିକତା ପ୍ରତି ଶୁଦ୍ରକର ସନେ୍ଦହ ଥିଲେ ମଧ୍ୟ ଓ ଏହି ଦଳର ଆଭିମୁଖ୍ୟ ସମ୍ପର୍କରେ ଶୁଦ୍ରକର ଧାରଣାରେ ସ୍ପଷ୍ଟତା ନଥିଲେ ମଧ୍ୟ, ସେ ଆଶାକରିବେ ଯେ ଯତୀଶବାବୁ ପରାଜୟ ଦ୍ୱାରା ହତୋତ୍ସାହ ନହୋଇ ‘ସମୃଦ୍ଧ ଓଡ଼ିଶା’କୁ ଅଧିକ ଶକ୍ତିଶାଳୀ କରିବାରେ ଲାଖି ରହିବେ । କିଏ ଜାଣେ ଆଗାମୀ ନିର୍ବାଚନରେ ଜାତୀୟ ଦଳମାନଙ୍କ ଦ୍ୱାରା ବାରମ୍ବାର ଅପଦସ୍ଥ ହେଉଥିବା ରାଜ୍ୟ ନେତୃତ୍ୱର ଦୁର୍ବଳତା ଓ ଏହାର ସଙ୍ଗଠନ ଉପରେ ପ୍ରତିକୂଳ ପ୍ରଭାବ- ‘ସମୃଦ୍ଧ ଓଡ଼ିଶା’ ପାଇଁ ଅନୁକୂଳ ହେବ ଏବଂ ଏହି ଦଳ ବିଜୁ ଜନତାଦଳର ଏକ ଉପଯୁକ୍ତ ବିକଳ୍ପ ଭାବେ ଆବିର୍ଭୂତ ହେବ-ବିଶେଷତଃ ଏକ ଦକ୍ଷିଣପନ୍ଥୀ ରାଜନୈତିକ ପରିବେଶରେ ।
୧୬-୩୧ ଜୁଲାଇ, ୨୦୦୯
ଆଠଗଡ଼ର ପ୍ରତାରିତ ରାଜା
ରଣେନ୍ଦ୍ର ପ୍ରତାପ(ରାଜା)ସ୍ୱାଇଁଙ୍କର ଅତି ପ୍ରିୟ ଚକରା ଓରଫ ରମେଶ ରାଉତ ଇତ୍ୟବସରରେ ଗଣମାଧ୍ୟମ ପାଇଁ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ହୋଇପଡ଼ିଛନ୍ତି । କେବଳ ଆଠଗଡ଼ ଭିତରେ ରାଜା ସ୍ୱାଇଁଙ୍କର ଅନୁଗତ ଭାବେ ଏକଦା ପରିଚିତ ରମେଶ ରାଉତ ଆଜି ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପଡ଼ିଛନ୍ତି । ଆଠଗଡ଼ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ରାଜା ସ୍ୱାଇଁଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାଟ ଛାଡ଼ିବାକୁ ବିଧାୟକ ପଦରୁ ୨୦ଜୁନ୍ ୨୦୦୯ରେ ଇସ୍ତଫା ଦେଇଥିବା ରମେଶ ୪ଜୁଲାଇ ୨୦୦୯ରେ ମାନ୍ୟବର ବିଚାରପତିଙ୍କ ନିଦେ୍ର୍ଧଶକ୍ରମେ ହାଜର ହୋଇ ଦେଇଥିବା ଇସ୍ତଫାପତ୍ରକୁ ପ୍ରତ୍ୟାହାର କରିଦେଇଛନ୍ତି । ରମେଶ ଚାପର ବଶବର୍ତ୍ତୀ ହୋଇ ଇସ୍ତଫା ଦେଇଥିଲେ କି ଚାପରବଶବର୍ତ୍ତୀ ହୋଇ ଇସ୍ତଫା ପ୍ରତ୍ୟାହାର କରିନେଲେ, ତାହା ନିଶ୍ଚିତ ଭାବରେ ଅନୁସନ୍ଧାନସାପେକ୍ଷ । ତେବେ ପ୍ରଶ୍ନ ହେଉଛି ରାଜା ସ୍ୱାଇଁଙ୍କର ଅନୁଗତ ରମେଶ ରାଉତ ସ୍ୱାଧୀନପ୍ରାର୍ଥୀ ଭାବେ କାହିଁକି ମନୋନୟନ ପତ୍ର ଦାଖଲ କରିଥିଲେ? କ’ଣ ରାଜା ସ୍ୱାଇଁ ଆଶଙ୍କା କରୁଥିଲେ ଯେ ତାଙ୍କର ମନୋନୟନ ପତ୍ର ନାକଚ ହୋଇଯାଇପାରେ? ଅବଶ୍ୟ ସେ ନିର୍ବାଚନର ବହୁ ପୂର୍ବରୁ ବିଭିନ୍ନ ସଭାସମିତିରେ କହିବାର ଲୋକେ ଶୁଣିଛନ୍ତି ଯେ ୨୦୦୯ ନିର୍ବାଚନରେ ସେ ବିଧାୟକ ହୁଅନ୍ତୁ ବା ନହୁଅନ୍ତୁ- ସେ ପ୍ରାୟଃ ଦୁଇଦଶନ୍ଧି ଧରି ଆଠଗଡ଼-ବାସୀଙ୍କର ସେବା କରିଆସୁଛନ୍ତି । ଆଠଗଡ଼ବାସୀଙ୍କର ସେବା କରୁଥିବେ । ଏହିଭଳି ଉକ୍ତିରୁ କେହି କେହି ଅନୁମାନ କରୁଥିଲେ ଯେ ରାଜା ସ୍ୱାଇଁ ବୋଧହୁଏ ବିଜେଡ଼ି ଟିକଟ ପାଇବା ନେଇ ସନ୍ଦିହାନ ବା ଯଦି ପା’ନ୍ତି ତା’ହେଲେ ବିଜୟ ମହାପାତ୍ରଙ୍କଠାରୁ ଯେପରି ଶେଷ ମୁହୂର୍ତ୍ତରେ ଦଳୀୟ ଟିକଟ ପ୍ରତ୍ୟାହାର କରିନିଆଗଲା, ତାଙ୍କ ସହିତ ମଧ୍ୟ ସେପରି ହୋଇପାରେ । ରମେଶଙ୍କୁ ସ୍ୱାଧୀନ ପ୍ରାର୍ଥୀ କରାଇବା ପଛରେ ଏହିଭଳି ଆଶଙ୍କା ଥାଇପାରେ । ରାଜା ସ୍ୱାଇଁ ଦଳୀୟ ଟିକଟ ପାଇଲେ, ବିଜୟ ମହାପାତ୍ରଙ୍କର ଅବସ୍ଥା ତାଙ୍କର ହେଲାନାହିଁ । କିନ୍ତୁ ଶେଷକଥାଟି ସମାନ ହେଲା-ସେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚôତ ହେଲେ । ତାଙ୍କର ଆଶଙ୍କା ସତ୍ୟରେ ପରିଣତ ହେଲା । ପ୍ରତିଦ୍ୱନ୍ଦ୍ୱିତାରୁ ବଞ୍ଚôତ ରଣେନ୍ଦ୍ରଙ୍କର ଆଠଗଡ଼ରେ ଜନସମର୍ଥନର ସମ୍ପୂର୍ଣ୍ଣ ଫାଇଦା ପାଇଲେ ଅନୁଗତ ରମେଶ । ବିଜେଡ଼ି ରମେଶଙ୍କୁ ସମର୍ଥନ ଜଣାଉଛି, ଏହାର ନିଦର୍ଶନସ୍ୱରୂପ ଉଭୟ ନବୀନ ପଟ୍ଟନାୟକ ଓ ପ୍ୟାରୀ ମହାପାତ୍ର ରମେଶଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ । ରମେଶ ରାଉତ ବିଜୟୀ ହେଲେ । ଅନୁଗତ ରମେଶ ସ୍ୱାଭାବିକ ନିରୋଳା ମନରେ ଚାହିଁଥିବେ ତାଙ୍କର ପ୍ରିୟ ରାଜାଭାଇ ଓ ବିଧାନସଭା ଭିତରେ ପ୍ରତିବନ୍ଧକ ନ ହେବାକୁ । ସ୍ୱତଃପ୍ରବୃତ୍ତ ଭାବେ ଇସ୍ତଫା ଦେବା ତେଣୁ ସ୍ୱାଭାବିକ । କିନ୍ତୁ ଯେଉଁମାନେ ରାଜନୀତିରେ କୃତଘ୍ନତାକୁ ହିଁ ସ୍ୱାଭାବିକ ଭାବନ୍ତି ସେମାନେ ରମେଶଙ୍କର ଇସ୍ତଫା ପ୍ରଦାନ ପ୍ରକ୍ରିୟାକୁ କଦାପି ସ୍ୱାଭାବିକ ବୋଲି ଗ୍ରହଣ କରିବେ ନାହିଁ । ସେହିମାନେ ହିଁ କହିବେ ଏହା ଚାପର ପରିଣତି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଯାହା ଜଣାଯାଏ-ବିଜେଡ଼ି ଭିତରେ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଚାହାନ୍ତିନାହିଁ ରାଜା ସ୍ୱାଇଁ ବିଧାନସଭା ଭିତରକୁ ଆସନ୍ତୁ । ଏହି ଗୋଷ୍ଠୀଟି କିଏ ତାହା ଅବଶ୍ୟ କେହି ଚିହ୍ନଟ କରିପାରି ନାହାନ୍ତି । କିନ୍ତୁ ବିଜେଡ଼ିରେ ଯଦି ନବୀନବାବୁ ଓ ପ୍ୟାରୀବାବୁ ଚାହିଁବେ ଯେ ରାଜା ସ୍ୱାଇଁ ବିଧାନସଭା ଭିତରକୁ ବିଧାୟକଭାବେ ଆସନ୍ତୁ, ତା’ହେଲେ ଏହା ଏକ ନିର୍ବିବାଦ୍ୟ ସତ୍ୟ ଯେ ବିଜେଡ଼ି ଭିତରେ କୌଣସି ଗୋଷ୍ଠୀ ଏମାନଙ୍କ ଚାହିଁବା ବିରୁଦ୍ଧରେ ଯିବନାହିଁ । ତେଣୁ ରାଜା ସ୍ୱାଇଁ ବିଧାୟକ ଭାବେ ବିଧାନସଭାରେ ପ୍ରବେଶ କରନ୍ତୁ-ଏହା ନବୀନବାବୁ, ପ୍ୟାରୀବାବୁ ଚାହୁଁନାହାନ୍ତି କି?
ରମେଶ ଯଦି ଇସ୍ତଫା ଦେଉଛନ୍ତି ଓ ଏହାକୁ ଗ୍ରହଣ କରି ନିଆଯାଉଛି-ତା’ହେଲେ ରାଜା ସ୍ୱାଇଁ ନିଶ୍ଚିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ତାଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଛି ଯାହା ବଳରେ ସେ ବିଧାୟକ ହୋଇ ଫେରିବେ ।
ଯେଉଁମାନେ ରାଜା ସ୍ୱାଇଁଙ୍କର ବାହୁଡ଼ାକୁ ବିରୋଧ କରୁଛନ୍ତି-ସେମାନେ ରମେଶ କିପରି ଇସ୍ତଫା ପ୍ରତ୍ୟାହାର କରିବେ-ଏଥିପାଇଁ ସ୍ୱାଭାବିକ ସେମାନେ ତପôର ହୋଇ ପଡ଼ିଥିବେ । କହିବା ବାହୁଲ୍ୟ ଯେ ସେମାନେ ସଫଳ ହୋଇଛନ୍ତି-ରାଜାସ୍ୱାଇଁଙ୍କର ଅନୁଗତ ରମେଶ ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରି ରାଜା ସ୍ୱାଇଁଙ୍କର ବାହୁଡ଼ା ପଥକୁ ବନ୍ଦ କରିଦେଇଛନ୍ତି । କେହି କେହି ଏହାକୁ କୃତଜ୍ଞତା କହୁଛନ୍ତି । କିନ୍ତୁ ରାଜନୀତିରେ ଚେଲାମାନେ ଗୁରୁମାନଙ୍କୁ ଧୋଖାଦେବା ଆଦୌ ନୂଆକଥା ନୁହେଁ ବା ପୋଷ୍ୟ ଦ୍ୱାରା ପୋଷକ ଧୋଖା ଖାଇବା ନୂଆକଥା ନୁହେଁ । ବରଂ କୃତଜ୍ଞତାକୁ ଏକ ରଣନୀତିରେ ମାନ୍ୟତା ମିଳିଗଲାଣି ଏହିଭଳି ରାଜନୈତିକ ପରିବେଶରେ ରାଜା ସ୍ୱାଇଁଙ୍କର ଅଭିଜ୍ଞତା ବହୁ ରାଜନେତାଙ୍କ ଭାଗ୍ୟରେ ଯେ ଅଛି-ଏହା ଜଳ ଜଳ ଦିଶୁଛି । ତେବେ କାହାର କେତେବେଳେ ପାଳି ତାହାହିଁ ଦେଖିବାକୁ ରହିଲା ।