୧୬-୩୦ଜୁଲାଇ ୨୦୦୭
ରାଷ୍ଟ୍ରପତି ପଦର ମର୍ଯ୍ୟାଦା କ୍ଷୁର୍ଣ୍ଣକରୁଛି କିଏ?
ରାଷ୍ଟ୍ରପତି ପଦ – ସମସ୍ତ ପ୍ରକାର ବିତର୍କର ଉଦ୍ଧ୍ୱର୍ରେ ରହୁ-ଏହି କଥା ବାରମ୍ବାର ଦୋହରାଉଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିରୁଦ୍ଧରେ ଯେଉଁଭଳି ପ୍ରଚାର ଆରମ୍ଭ କରିଛି-ତାହା ବାସ୍ତବିକ ଦୁର୍ଭାଗ୍ୟଜନକ । ଏହାର ପ୍ରତିକ୍ରିୟାରେ କଂଗ୍ରେସ ପାର୍ଟି ଅନ୍ୟତମ ପ୍ରାର୍ଥୀ ଭୈରୋ ସିଂ ଶେଖାୱତ୍ଙ୍କ ବିରୁଦ୍ଧରେ ଯେଉଁ କେତୋଟି ପ୍ରଶ୍ନ ଉଠାଇଛି ତାହା ମଧ୍ୟ ଦୁର୍ଭାଗ୍ୟଜନକ । କାରଣ ଉଭୟ ପ୍ରାର୍ଥୀ ହେବା ପୂର୍ବରୁ ଉଚ୍ଚ ସାମ୍ବିଧାନିକ ପଦବୀର ଅଧିକାରୀ ଥିଲେ । ପ୍ରତିଭା ପାଟିଲ ରାଜସ୍ଥାନର ରାଜ୍ୟପାଳ ଭାବେ ଓ ଭୈରୋ ସିଂ ଶେଖାୱତ ଉପରାଷ୍ଟ୍ରପତି ଭାବେ । ଯାହା ଏବେ ଏମାନଙ୍କ ବିରୋଧରେ ପ୍ରକାଶିତ ହେଉଛି, ତାହା ଏଯାବତ୍ ସେମାନଙ୍କ ସମ୍ପର୍କରେ କେହି ଉଠାଇ ନଥିଲେ । ବରଂ ପ୍ରତିଭା ପାଟିଲଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ପାଇ ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତାମାନେ ବିଜେପି ଶାସିତ ରାଜସ୍ଥାନରେ କିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦବୀରେ ମହିଳାମାନେ ଆସୀନ-ତାର ନଜିର ଦେଇ ଗର୍ବ କରୁଥିଲେ । ସେହିଭଳି ଭୈରୋ ସିଂ ଶେଖାୱତ ସବୁ ରାଜନୈତିକ ଦଳର ପ୍ରିୟ ବୋଲି ବେଶ ପ୍ରଚାରିତ ହୋଇଥିôଲେ । ତେଣୁ ଏହି ଦୁଇ ପ୍ରର୍ଥୀଙ୍କୁ ନେଇ ଏହିଭଳି ବିତର୍କ ହେବାର ପରିଣତି ହେଉଛି ଯେ ଏହି ଦୁହିଁଙ୍କ ଭିତରୁ ଯିଏବି ଜିତିବେ ରାଷ୍ଟ୍ରପତି ପଦ ଜଣେ ‘କଳଙ୍କିତ’ ବ୍ୟକ୍ତିଙ୍କ ପାଖକୁ ଗଲାବୋଲି ସାବ୍ୟସ୍ତ ହେବ-ବିଜେପି ଦୃଷ୍ଟିରେ ହେଉ ବା କଂଗ୍ରେସ ଦୃଷ୍ଟିରେ ହେଉ । ଏହିଭଳି ଧାରଣା ଲୋକଙ୍କ ଭିତରକୁ ଗଡ଼ିବ । ଏହା କେତେଦୂର ରାଷ୍ଟ୍ରପତିର ପଦମର୍ଯ୍ୟାଦା ପାଇଁ ଅନୁକୂଳ ତାହା ନୀତି ନୈତିକତାର ଦ୍ୱାହି ଦେଉଥିବା ବିଜେପି ଓ ଏହିଭଳି ବିତର୍କ ଆରମ୍ଭ କରିଥିବା ବିଜେପି ଚିନ୍ତା କରିବା ଉଚିତ । ପୋଖତ ନେତାମାନଙ୍କର ଦାୟିତ୍ୱହୀନତାର ବାସ୍ତବିକ ପଟାନ୍ତର ନାହିଁ । କିନ୍ତୁ ରାଜନୈତିକ ଦଳମାନଙ୍କ ଭିତରେ ଏତାଦୃଶ କାଦୁଅ ଫିଙ୍ଗାରେ ଯେ ପ୍ରାର୍ଥୀ ଦ୍ୱୟ ପରସ୍ପରର ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି-ତାହାହିଁ ଏହି ଦୁଇ ପ୍ରାର୍ଥୀଙ୍କର ସ୍ୱମର୍ଯ୍ୟାଦାକୁ ସୂଚିତ କରିଦିଏ । ଏହାର୍ହି ବୋଧହୁଏ ଏକ ବିରାଟ ଆଶ୍ୱାସନା, ଆମଭଳି ସାଧାରଣ ଲୋକଙ୍କ ପାଇଁ । ଏହି ଭଳି ସଂଯମତା ଭିତରେ ବୋଧହୁଏ ରହିଛି ପ୍ରତିଶ୍ରୁତି ଯେ ଏହି ଦୁହିଁଙ୍କ ମଧ୍ୟରୁ ଯିଏ ରାଷ୍ଟ୍ରପତି ହେଲେ ମଧ୍ୟ ସେମାନେ ରାଷ୍ଟ୍ରପତି ପଦର ଗାରିମାକୁ ଭୂଲୁଣ୍ଠିତ କରିବେ ନାହିଁ ।
ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ କନ୍ଦଳ ଓ ରାଷ୍ଟ୍ରପତି କାଲାମଙ୍କର ଅଣରାଜନୈତିକ ପୃଷ୍ଠଭୂମି ଯୋଗୁଁ ତାଙ୍କର ପ୍ରାର୍ଥୀତ୍ୱ ସମର୍ଥନୀୟ ବୋଲି କେତେକ ରାଜନୈତିକ ଦଳ ଯୁକ୍ତି କରିବା ବୋଧହୁଏ ଏହି ଧାରଣା ଉପରେ ପର୍ଯ୍ୟବସିତ ଯେ ଅଣରାଜନୈତିକ ବ୍ୟକ୍ତି ନିରପେକ୍ଷ ହେବେ । ତେବେ ଅଣରାଜନୈତିକ ବ୍ୟକ୍ତି କିଏ? ଜଣେ ବୃତ୍ତଭୋଗୀ, ଚାକିରିଆ ବା ସ୍ୱଉପାର୍ଜନୀ ବ୍ୟବସାୟୀ । କହିବା ବାହୁଲ୍ୟ ଯେ ଏମାନେ ନିଜର ବୃତ୍ତ ବା ବ୍ୟବସାୟର ସୁରକ୍ଷା ପାଇଁ ସବୁବେଳେ କ୍ଷମତାସୀନ ରାଜନୈତିକ ଦଳର କୃପାପ୍ରାର୍ଥୀ ହୋଇଥାନ୍ତି । ପଦୋନ୍ନତି ବା ବ୍ୟବସାୟର ବ୍ୟାପ୍ତି ଓ ଉନ୍ନତି ପାଇଁ କ୍ଷମତାସୀନ ଓ ପ୍ରଭାବୀ ରାଜନ÷ତିକ ଦଳର ଅବଲମ୍ବନ ଲୋଡ଼ିଥାନ୍ତି । ତେଣୁ ଏହି ‘ଅଣରାଜନୈତିକ’ ବ୍ୟକ୍ତିମାନେ ରାଜନୈତିକ ବ୍ୟକ୍ତିମାନଙ୍କର ତୁଷ୍ଟିକରଣ ପାଇଁ ଅଭାବନୀୟ କୌଶଳମାନ ପ୍ରୟୋଗ କରିଥାନ୍ତି । ରାଜନୈତିକ ବ୍ୟକ୍ତିଙ୍କୁ ତୃପ୍ତ କରି ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ଯାଇଥିବା ସଫଳ ବ୍ୟକ୍ତିକୁ ଅଣରାଜନୈତିକ ବ୍ୟକ୍ତି ଭାବେ ଆଖ୍ୟାୟିତ କରି ସର୍ବୋଚ୍ଚ ପଦପଦବୀରେ ଗ୍ରହଣ କଲେ ଯେ ଆମେ ପ୍ରକୃତ ପକ୍ଷେ ଏକ ନିରପେକ୍ଷ ବ୍ୟକ୍ତିଟିଏ ପାଇବା ସେପରି ନୁହେଁ । ପ୍ରକୃତ ଅର୍ଥରେ ନିରପେକ୍ଷ ବ୍ୟକ୍ତି-ନିରୋଳା ସାଧକ ଉପରିସ୍ଥ ଓ ବିଶେଷ ଭାବେ କ୍ଷମତାସୀନ ରାଜନୈତିକ ବ୍ୟକ୍ତିଙ୍କର କୃପାଭାଜନ ନ ହୋଇପାରିଲେ ଯେ କଦାପି ଉଚ୍ଚ ପଦ ପଦବୀର ଅଧିକାରୀ ହୋଇପାରିବ ନାହିଁ, ଏହା ଆଜି ଏକ ଅବିସମ୍ବାଦିତ ସତ୍ୟ । ତେଣୁ ବୃତ୍ତଜଗତରେ ହେଉ ବା ବ୍ୟବସାୟ ଜଗତରେ ହେଉ ସଫଳ ବ୍ୟକ୍ତିକୁ ଅଣରାଜନୈତିକ ବୋଲି କହିବା ସତ୍ୟର ଅପଳାପ ହେବ । ରାଜନୈତିକ ଚାପକୁ ଏମାନେ ଯେଉଁ ଆନୁଗତ୍ୟର ସହ ପାଳନ କରିବେ, ତାହା ହୁଏତ ଏକ ଲୋକଭିତ୍ତ ସୁଦୃଢ଼ଥିବା ଏକ ରାଜନୈତିକ ବ୍ୟକ୍ତି ନ କରିପାରେ । ତେଣୁ ଅଣରାଜନୈତିକ ବ୍ୟକ୍ତିଙ୍କର ସନ୍ଧାନ ନ ହୋଇ-ପ୍ରକୃତ ଲୋକଭିତ୍ତ ଥିବା ରାଜନୈତିକ ବ୍ୟକ୍ତିମାନଙ୍କର ସନ୍ଧାନ ହେଉ । କିନ୍ତୁ ବିଡ଼ମ୍ବନା ଯେ ରାଜନୈତିକ ଦଳଗୁଡ଼ିକର ମାଲିକମାନେ-ଲୋକଭିତ୍ତଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଆଜି ଗୁରୁତ୍ୱ ଦିଅନ୍ତି ନାହିଁ-ଯାହାର ପରିଣାମସ୍ୱରୂପ ଆଜି ରାଜନୈତିକ ଦଳମାନଙ୍କରେ ଦୁର୍ବଳ ଲୋକଭିତ୍ତ ଥିବା ବ୍ୟକ୍ତି ବା କୌଣସି ଲୋକଭିତ୍ତ ନଥିବା ବ୍ୟକ୍ତିମାନଙ୍କର ପତିଆରା ଖୁବ ବେଶୀ । ଏକ ବଳିଷ୍ଠ ଗଣତନ୍ତ୍ର ପାଇଁ ଏହାଯେ ଆଦୌ ଶୁଭସୂଚନା ନୁହେଁ, ତାହା ଆମକୁ ମନେ ରଖିବାକୁ ହେବ । ଲୋକଭିତ୍ତ ଥିବା ରାଜନୈତିକ ବ୍ୟକ୍ତି – ବୃତ୍ତଭୋଗୀ ଓ ବ୍ୟବସାୟୀ ବ୍ୟକ୍ତିଠାରୁ ଅଧିକ ଲୋକାଭିମୁଖୀ ଦୃଷ୍ଟିକୋଣର ଅଧିକାରୀ ଓ ତେଣୁ ଅଧିକ ଗ୍ରହଣୀୟ ବୋଲି ମଧ୍ୟବିତ୍ତବର୍ଗ ସ୍ୱୀକାର କରିବା ଉଚିତ ।
କ୍ଲବ ନୁହେଁ କମ୍ପାନୀ
ଶାସନ ସହ ସମ୍ପୃକ୍ତ ଅଫିସରମାନେ ଏକ କ୍ଲବ କରି ସେଠାରେ ଆମୋଦ ପ୍ରମୋଦରେ କିଛି ସମୟ ଅତିବାହିତ କରିବା ଏକ ଔପନିବେଶିକ ପରମ୍ପରା । ବ୍ରିଟିଶ ଶାସନରେ ଗୋରା ଅଫିସରମାନେ ଏହିଭଳି କ୍ଲବ ଆରମ୍ଭ କରିଥିଲେ ଭାରତଭୂଇଁରେ । ନିଜଦେଶର ଲୋକଙ୍କ ସହ ଏକତ୍ରୀତ ହୋଇ କର୍ମକ୍ଲାନ୍ତ କେତୋଟି ମୁହୂର୍ତ୍ତକୁ ଅତିବାହିତ କରିବା ପାଇଁ ବିଭିନ୍ନ ଆମୋଦ ପ୍ରମୋଦରେ । ଏହିଭଳି ଗୋରାମାନଙ୍କର କ୍ଲବ ଭିତରକୁ କଳାଲୋକଙ୍କର ପ୍ରବେଶ ପ୍ରାୟ ନିଷେଧ ଥିଲା । ସେମାନେ ଶାସକ, ତେଣୁ ସେମାନେ ଭିନ୍ନ । ସେମାନଙ୍କର ବର୍ଣ୍ଣ ଭିନ୍ନ, ତେଣୁ ସେମାନେ ବିଚ୍ଛିନ୍ନ ହୋଇରହିବେ, ଏହି ସମ୍ବାଦ ଦେଉଥିଲା ସେମାନଙ୍କ କ୍ଲବ୍ । କିନ୍ତୁ ସେମାନଙ୍କର କ୍ଲବ୍କୁ ଏକ ବ୍ୟବସାୟୀ ସଂସ୍ଥାରେ ପରିଣତ କରିଥିବେ, ଯଦିଓ ସେମାନେ ଏକ ବିରାଟ ବଣିକ ଜାତିର ଥିଲେ ଦାୟାଦ । ତାହାର କୌଣସି ଦୃଷ୍ଟାନ୍ତ ଏଯାବତ୍ ମିଳିନାହିଁ ।
ଭାରତ ସ୍ୱାଧୀନ ହେଲା । ଗୋରା ଶାସକ ସେମାନଙ୍କ ଦେଶକୁ ଫେରିଗଲେ । କିନ୍ତୁ କ୍ଲବ୍ ପରମ୍ପରା ରହିଗଲା । ସ୍ୱାଧୀନ ଭାରତର ଶାସନରେ ଥିବା ଅଫିସରମାନେ ସେହି ଔପନିବେଶିକ ପରମ୍ପରାକୁ କାଏମ ରଖିଲେ । ସେତେବେଳେ ଅଫିସରମାନଙ୍କର କ୍ଲବ୍ରେ ବ୍ୟବସାୟୀ ମାନେ ସଭ୍ୟ ହେଉଥିଲେ କି ନାହିଁ ତାହା ଅନୁସନ୍ଧାନ-ସାପେକ୍ଷ । କିନ୍ତୁ ସ୍ୱାଧୀନ ଭାରତରେ ଗଣତନ୍ତ୍ରକୁ ସମ୍ମାନ ଦେଇ ବୋଧହୁଏ ଏହି କ୍ଲବଗୁଡ଼ିକ ସେମାନଙ୍କର ଦ୍ୱାରକୁ ଉନ୍ମୁକ୍ତ କରିଦେଲେ ବଡ଼ବଡ଼ ବ୍ୟବସାୟୀମାନଙ୍କ ପାଇଁ । ଅଫିସର୍ସ୍ କ୍ଲବ୍ ରୂପାନ୍ତରିତ ହେଲା ବି ଲୋକଙ୍କର କ୍ଲବ୍- ଏଲିଟ୍ କ୍ଲବ୍ରେ । ଏହି ବିବର୍ତ୍ତନ ଫଳରେ କ୍ଲବ ହୋଇଗଲା ବ୍ୟବସାୟୀ-ଅଫିସରଙ୍କର ଏକ ମଧୁଚନ୍ଦ୍ରିକାର ଆଳୟ । ନିଷ୍ପତ୍ତ ସହଜ ହୋଇଗଲା ପିଆଲାର ବାସ୍ନାରେ । ଅଫିସର ପାଇଲେ ସୁଯୋଗ ବେନାମୀ ବ୍ୟବସାୟୀ ହେବାରେ । ସେ ସମସ୍ତ କଟକଣାକୁ ବିଦ୍ରୁପ କଲେ ନିରଙ୍କୁଶ ହୋଇଗଲେ । ତାହାହେଲେ କ୍ଲବ୍କୁ ବ୍ୟବସାୟିକ ପ୍ରତିଷ୍ଠାନ କରିଦେଲେ କେମିତି ହୁଅନ୍ତା? ନିଶ୍ଚୟ ଏହା ସଦସ୍ୟ ଅଫିସରମାନଙ୍କୁ ଜୁଟିଥିବ । ସେଇଥିପାଇଁ ବୋଧେ ଭୁବନେଶ୍ୱର କ୍ଲବ ହୋଇଗଲା କମ୍ପାନୀ ଓ ଯେତେବେଳେ ସମସ୍ତେ ମାତିଛନ୍ତି ଖଣି ପଛରେ, ସେତେବେଳେ ସେ କାହିଁକି ବା ପଛରେ ପଡ଼ନ୍ତା! ତେଣୁ ଯେଉଁମାନେ ଭୁବନେଶ୍ୱର କ୍ଲବରେ ବିବର୍ତ୍ତନ ଦେଖୁଛନ୍ତି, ସେମାନେ ଏତଦ୍ୱାରା ଆଦୌ ଆଶ୍ଚର୍ଯ୍ୟ ହୋଇନାହାନ୍ତି- ଏହା ଯେ ପ୍ରଘଟ ହୋଇଗଲା ସବୁ ଶକ୍ତିଶାଳୀ ଅଫିସରମାନଙ୍କର କ୍ଲବ ସହ ସମ୍ପୃକ୍ତି ସତ୍ତ୍ୱେ – ତାହା ହିଁ ଆଶ୍ଚର୍ଯ୍ୟର କଥା । ଲୋକେ ଏହାଦ୍ୱାରା ଜାଣିଲେ ଯେ ଯେଉଁମାନେ ଖଣି ଲିଜ୍ ଦେବା ପାଇଁ ନିଷ୍ପତ୍ତ ନେବେ, ସେମାନେ ହିଁ ଖଣି ଲିଜ୍ ପାଇଁ ପ୍ରାର୍ଥୀ । ଦୁର୍ନୀତିର ଏହାଠାରୁ ବଳି ଚରମ ଉଦାହରଣ କ’ଣ ହୋଇପାରେ? ଉଚ୍ଚପଦସ୍ଥ ଅଫିସରମାନଙ୍କ ଦ୍ୱାରା ଆଚରଣବିଧିର ଉଲ୍ଲଂଘନ, କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ଯେକୌଣସି ଅନ୍ୟରାଜ୍ୟ ହୋଇଥିଲେ ଏହି ଘଟଣା ଗଣମାଧ୍ୟମରେ ବିରାମହୀନ ପ୍ରଚାରିତ ହୋଇଥାନ୍ତା ଓ ସରକାରୀ କଳ ପାଇଁ ଏକ ଆହ୍ୱାନ ଭାବେ ଦଣ୍ଡାୟମାନ ହୋଇଥାନ୍ତା । କିନ୍ତୁ, ଓଡ଼ିଶାରେ ଏହା ହେବ ନାହିଁ-ଏହା ହିଁ ଓଡ଼ିଶାର ଦୁର୍ଭାଗ୍ୟ । ତେବେ କେନ୍ଦ୍ର ସରକାରଙ୍କର ତରଫରୁ ଏ ସମ୍ପର୍କରେ ଯେ ଅନୁସନ୍ଧାନ ଆରମ୍ଭ ହୋଇଛି, ତାହାର ଏକ ତାତ୍ତ୍ୱିକ ପରିସମାପ୍ତି ଘଟିବ ବୋଲି ଆଶା କରାଯାଇପାରେ । ଏହାହେଲେ ଅଫିସରମାନଙ୍କର ଔଦ୍ଧତ୍ୟ ଉପରେ ଏକ ଅଙ୍କୁଶ ଲାଗିବ ।
୧୬-୩୧ଅକ୍ଟୋବର, ୨୦୦୭
ସସମ୍ମାନେ ଫେରୁଛି ମହାଜନି
ଗାଁ ଗଣ୍ଡାରେ ଦାରିଦ୍ର୍ୟ ଅବ୍ୟାହତ ରହିବାର ଏକ କାରଣ ଭାବେ ମହାଜନି ପ୍ରଥାକୁ ଚିହ୍ନଟ କରାଯାଇଥିଲା । ସାଧାରଣ ଲୋକର ଶୋଷଣ ପାଇଁ ମହାଜନକୁ ଦାୟୀ କରାଯାଇଥିଲା । ଥରେ କରଜ ନେଉଥିବା ଲୋକଟି କିପରି ତାର ଜୀବଦ୍ଧଶାରେ କରଜ ମୁକ୍ତ ହେବାର ଆଉ କୌଣସି ସୁଯୋଗ ପାଇପାରୁ ନଥିଲା-ତାହାର ଏକାଧିକ ନିଦର୍ଶନ ବାସ୍ତବ ଜୀବନରୁ ଯାଇ ସାହିତ୍ୟର ପୃଷ୍ଠାରେ ସ୍ଥାନିତ ହେଉଥିଲା । ଏହି ପ୍ରଥାରୁ ଗାଁର ମଣିଷକୁ ମୁକ୍ତ କରିବା ପାଇଁ ବହୁ ସମାଜ ସୁଧାରକଙ୍କର ଆନେ୍ଦାଳନ ଦେଖିବାକୁ ମିଳୁଥିଲା । ଶୋଷଣ ଓ ମହାଜନି ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ତାହା ସାବ୍ୟସ୍ତ ହୋଇଥିଲା । ସେହି ମହାଜନି ଏବେ ଫେରୁଛି । ଉଦାର ଅର୍ଥନୈତିକ ପରିବେଶରେ ସରକାରୀ ମାନ୍ୟତା ନେଇ ଫେରୁଛି । କାରଣ ଇତ୍ୟବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଜରଗ୍ଦରକ୍ସଙ୍ଖର ଈବଦ୍ଭଳ କ୍ଟଲ ଓଦ୍ଭୟସବ) ଦ୍ୱାରା ଗଠିତ ବୈଷୟିକ ବିଶେଷଜ୍ଞ କମିଟି (ଋଙ୍ଘକ୍ଟ୍ରରକ୍ସଗ୍ଧ ଞରମଷଦ୍ଭସମବକ୍ଷ ଏକ୍ସକ୍ଟଙ୍କକ୍ଟ୍ର) ଗାଁ ଗଣ୍ଡାରେ ମହାଜନି (ଜଙ୍କକ୍ସବକ୍ଷ ଙ୍କଗ୍ଦଙ୍କକ୍ସଚ୍ଚ)ର ବୈଧିକରଣ (ଖରଶସଗ୍ଧସଜ୍ଞସଗ୍ଦବଗ୍ଧସକ୍ଟଦ୍ଭ) ପାଇଁ ପରାମର୍ଶ ଦେଇଛି । ଏଥିପାଇଁ ଏକ ବିଧେୟକ ଅଣାଯିବା ଆବଶ୍ୟକ ବୋଲି କହିଛି । କହିବା ବାହୁଲ୍ୟ ଯେ, ଏଯାବତ୍ ବହୁ ଅପବାଦ ବହନ କରୁଥିବା ମହାଜନିକୁ ସସମ୍ମାନେ ପ୍ରତିଷ୍ଠିତ କରାଇବାର ଉଦ୍ୟମ ହେଉଛି ।
ଭାରତୀୟ ସମାଜରୁ ମହାଜନି ସମ୍ପୂର୍ଣ୍ଣ ଲୋପ ହୋଇନଥିଲା କୌଣସି ସମୟରେ । କିନ୍ତୁ କୃଷକ ଆନେ୍ଦାଳନ, ନକ୍ସଲବାରୀ ଆନେ୍ଦାଳନ ଆଜିର ତୀବ୍ରତାକୁ ହ୍ରାସ କରିଦେବା ପାଇଁ ସତୁରି ଦଶକରେ ବ୍ୟାଙ୍କ୍ର ଜାତୀୟକରଣ ପ୍ରକ୍ରିୟାକୁ ବ୍ୟାପକ କରାଗଲା-ଗାଁ ଗଣ୍ଡାକୁ ବ୍ୟାଙ୍କ୍ସେବା ଯୋଗାଇବାର ବ୍ୟବସ୍ଥା ହେଲା- ଚାଷୀକୁ ଋଣ ସୁଲଭ ହେଲା । ଏହିଭଳି ସରକାରୀ ବ୍ୟବସ୍ଥା ଫଳରେ ୧୯୭୧ରୁ ୧୯୯୧ ମସିହା ଭିତରେ ଗ୍ରାମୀଣ ଋଣରେ ମହାଜନଙ୍କର ଅଂଶ ଶତକଡ଼ା ୩୬.୧ରୁ ଖସି ଆସିଲା ଶତକଡ଼ା ୧୭.୫କୁ । କିନ୍ତୁ ଉଦାରୀକରଣ ଆରମ୍ଭ ହୋଇଯିବା ମାତ୍ରେ, ବ୍ୟାଙ୍କ୍ଗୁଡ଼ିକୁ ଯେତେବେଳେ ଏକ ସମ୍ପୂର୍ଣ୍ଣ ବ୍ୟବସାୟିକ ସଂସ୍ଥା ଭାବେ ଦେଖିବାର ପର୍ଯ୍ୟାୟ ଆରମ୍ଭ ହେଲା ଓ ଏହା କେତେ ଲାଭ କରୁଛି ତାହା ଉପରେ ଗୁରୁତ୍ୱ ଦିଆଗଲା ଓ ଦେଖାଗଲା ଯେ, ଗାଁ ଗଣ୍ଡାରେ ବ୍ୟାଙ୍କ୍କୁ ଚଳାଇବା ଲାଭଜନକ ହେଉନାହିଁ- ସେତେବେଳେ ବ୍ୟାଙ୍କ୍ ଜରିଆରେ ସରକାରୀ ଋଣ ବ୍ୟବସ୍ଥାକୁ ନିରୁତ୍ସାହିତ କରିବାର ଉଦ୍ୟମ ମଧ୍ୟ ଆରମ୍ଭ ହେଲା । ବିଶ୍ୱବ୍ୟାଙ୍କ୍ ଯିଏକି ଉଦାରୀକରଣ ପର୍ଯ୍ୟାୟର ଜନକ – ସେ ତାର ରିପୋର୍ଟରେ ଦର୍ଶାଇଲା ଯେ, ଗ୍ରାମୀଣ ବ୍ୟାଙ୍କଗୁଡ଼ିକରେ ଦୁର୍ନୀତି ବ୍ୟାପକ ଯାହାର ପରିମାଣ ଦିଆଯାଉଥିବା ଋଣର ପ୍ରାୟଃ ଶତକଡ଼ା ୨୦ଭାଗ । ଏତଦ୍ୱାରା କ୍ଷତି କରୁଛି ବୋଲି ଅଭିଯୋଗର ଶିକାର ହେଉଥିବା ଗ୍ରାମୀଣ ବ୍ୟାଙ୍କ ବ୍ୟବସ୍ଥା ଅପବାଦର ଘେର ଭିତରକୁ ଚାଲିଆସିଲା । ଏସବୁ ଘଟିଲା/ଘଟୁଛି ଉଦାରୀକରଣ ପର୍ଯ୍ୟାୟରେ ଓ ଏହାର ପରିଣତି ହେଉଛି ଯେ, ଗ୍ରାମୀଣ ଋଣରେ ମହାଜନର ଅଂଶ ବୃଦ୍ଧି ପାଇଛି/ପାଉଛି । ସର୍ବଭାରତୀୟ ଋଣ ଓ ବିନିଯୋଗ ସର୍ବେକ୍ଷଣ (ଇକ୍ଷକ୍ଷ ଓଦ୍ଭୟସବ ଊରଭଗ୍ଧ ବଦ୍ଭୟ ଓଦ୍ଭଙ୍ଖରଗ୍ଦଗ୍ଧଜ୍ଞରଦ୍ଭଗ୍ଧ ଗ୍ଦଙ୍କକ୍ସଙ୍ଖରଚ୍ଚ)ଅନୁସାରେ ଏହି ଅଂଶ ୧୯୯୧ରେ ଶତକଡ଼ା ୧୭.୫ରୁ ୨୦୦୨ସୁଦ୍ଧା ଶତକଡ଼ା ୨୯.୬କୁ ବୃଦ୍ଧି ପାଇଛି । ରିଜର୍ଭବ୍ୟାଙ୍କର ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ଏହି ଅଂଶ ଶତକଡ଼ା ୫୩.୪ରେ ପହଞ୍ଚôଛି । ଆନ୍ଧ୍ର ସରକାରଙ୍କର କୃଷକ କଲ୍ୟାଣ କମିଶନ୍ର ଏକ ରିପୋର୍ଟ ଅନୁସାରେ, ଏକ ତୃତୀୟାଂଶ କୃଷିଋଣ ଉପରେ ସୁଧର ହାର ଶତକଡ଼ା ୪୫ରୁ ଅଧିକ । ମୁଖ୍ୟଧାରାର ଗଣମାଧ୍ୟମରେ ବହୁ ପ୍ରଶଂସିତ ଲଘୁଋଣ (ଗସମକ୍ସକ୍ଟଲସଦ୍ଭବଦ୍ଭମର) ବ୍ୟବସ୍ଥାରେ ସୁଧର ହାର ଶତକଡ଼ା ୪୦ରୁ ଅଧିକ ବୋଲି ସରକାରୀ ନିରୀକ୍ଷକଙ୍କ ଦ୍ୱାରା ପ୍ରଘଟ ହୋଇଛି । କହିବା ବାହୁଲ୍ୟ ଯେ, ଆନ୍ଧ୍ରପ୍ରଦେଶରେ ହିଁ କୃଷକର ଆତ୍ମହତ୍ୟା ସାରାବିଶ୍ୱକୁ ସ୍ତମ୍ଭୀଭୂତ କରିଛି । ମହାଜନିରେ ବୃଦ୍ଧି, କୃଷକର ଆତ୍ମହତ୍ୟା ପାଇଁ ଦାୟୀ ବୋଲି କୁହାଯିବା ଅବାନ୍ତର ମନେହୁଏ ନାହିଁ । ଅନ୍ତତଃ ଏହା ପ୍ରଶାସନ ମନେ କରେ ବୋଲି ରିଜର୍ଭବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼େ ଯେତେବେଳେ ଲେଖାଯାଏ ଯେ, ‘ଞଷର ମକ୍ଟଦ୍ଭମରକ୍ସଦ୍ଭ କ୍ଟଲ ଗ୍ଧଷର କ୍ଟ୍ରକ୍ଟକ୍ଷସମର ଙ୍ଗବଗ୍ଦ ଗ୍ଧଷବଗ୍ଧ ଗ୍ଦଙ୍କସମସୟରଗ୍ଦ ଷବୟ ଭରରଦ୍ଭ ଗ୍ଧବଳସଦ୍ଭଶ କ୍ଟ୍ରକ୍ଷବମର ଭରମବଙ୍କଗ୍ଦର କ୍ଟଲ ଗ୍ଧଷର କ୍ଟ୍ରକ୍ସରଗ୍ଦରକ୍ସଙ୍ଖର ଗ୍ଧବମଗ୍ଧସମଗ୍ଦ ବୟକ୍ଟକ୍ଟ୍ରଗ୍ଧରୟ ଭଚ୍ଚ ଜ୍ଞକ୍ଟଦ୍ଭରଚ୍ଚ କ୍ଷରଦ୍ଭୟରକ୍ସଗ୍ଦ’ (ମହାଜନମାନଙ୍କର ଚାପରେ କୃଷକ ଆତ୍ମହତ୍ୟା ଘଟୁଛି – ଏହା ନେଇ ପୁଲିସ ଚିନ୍ତିତ) କିନ୍ତୁ ଅର୍ଥନୈତିକ ‘ସଂସ୍କାର’ର ୯୦ଦଶକରୁ ଯେଉଁ ପର୍ଯ୍ୟାୟ ଆରମ୍ଭ ହୋଇଛି ସେଥିରେ ଆମର ଅର୍ଥନୀତିକ ଓ ଅର୍ଥ ପରିଚାଳନାରେ ବିଶେଷଜ୍ଞମାନେ ମହାଜନି ବ୍ୟବସ୍ଥାରେ ମହାଜନ ଓ ଖାତକ ମଧ୍ୟରେ ବ୍ୟକ୍ତି-ବ୍ୟକ୍ତି ସମ୍ପର୍କ, ଅଣଔପଚାରିକ କାରବାର, ଯେକୌଣସି ସମୟରେ ଋଣ ପାଇବାର ସୁଯୋଗ, ଆଦି ଦେଖି ଅଭିଭୂତ ହୋଇପଡ଼ିଛନ୍ତି । ମହାଜନ ହିଁ ଯେକୌଣସି ସମୟରେ, ଯେ କୌଣସି ସ୍ଥାନରେ, ଯେକୌଣସି ପରିମାଣର ଅର୍ଥ ଯୋଗାଇଦେବାରେ ସେମାନେ ଏକ ଖାତକ ଅନୁକୂଳ ବ୍ୟବସ୍ଥାର ଉଷ୍ମତା ପାଇଛନ୍ତି । ଏହା ଫଳରେ ହିଁ, ଏହି ବିଶେଷଜ୍ଞମାନଙ୍କ ଦୃଷ୍ଟିରେ, ମହାଜନର ସ୍ଥିତି ଗାଁମାନଙ୍କରେ ସୁଦୃଢ଼ ହୋଇଛି – ବ୍ୟାଙ୍କର ଭୂମିକା କ୍ରମଶଃ ଗୌଣ ହୋଇଯାଉଛି । ତେଣୁ ସେମାନଙ୍କର ପରାମର୍ଶ ହେଉଛି – ଏହିଭଳି ଏକ ମହାଜନି ବ୍ୟବସ୍ଥାକୁ ଉତ୍ସାହିତ କରାଯାଉ । ଏହାକୁ ବୈଧ ବୋଲି ଧରାଯାଉ । ଏଥିପାଇଁ ଏକ ବିଧେୟକ-ବ୍ୟବସ୍ଥାପିକାରେ ଅଣାଯାଉ । ବ୍ୟାଙ୍କ୍ଗୁଡ଼ିକ ଏହି ମହାଜନମାନଙ୍କ ଜରିଆରେ ହିଁ ଗାଁ ଗଣ୍ଡାରେ ଋଣ ଦିଅନ୍ତୁ । ବିଜୟା ବ୍ୟାଙ୍କ୍ର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକଙ୍କର ମତରେ, ‘ମହାଜନମାନଙ୍କ ସହ ସହବନ୍ଧନ ହେଲେ କୃଷକ ଓ ଗ୍ରାମୀଣ ଖାତକଙ୍କ ପାଖରେ ପହଞ୍ଚôବା ପାଇଁ ବ୍ୟାଙ୍କ୍ର କାରବାର ବ୍ୟୟ ନିଶ୍ଚିତ ହ୍ରାସ ପାଇବ । ଗ୍ରାମୀଣ ଅର୍ଥନୀତିରେ ଆୟ ବୃଦ୍ଧି ପାଉଛି । ଯଦି ମହାଜନ ଏହି ଆୟକୁ ବ୍ୟାଙ୍କ୍ଆଡ଼କୁ ମୁହେଁଇ ଦେଇପାରେ, ତା’ହେଲେ ବ୍ୟାଙ୍କ୍ର ବେପାର ମଧ୍ୟ ହେବ ।’ ଋଣର ଏକ ବିରାଟ ବଜାର ଗାଁରେ ଅଛି-ତାହା ବ୍ୟାଙ୍କ୍ ପରିଚାଳକ ଓ ବେପାରୀ ଅର୍ଥନୀତିଜ୍ଞମାନେ ଉପଲବ୍ଧô କରିଲେଣି । ଏକ ସର୍ବେକ୍ଷଣରୁ ଜଣାଯାଏ ଏହାର ପରିମାଣ ପ୍ରାୟଃ ୫୪ହଜାର କୋଟି ଟଙ୍କା । ପ୍ରଥମ ସବୁଜ ବିପ୍ଳବ ଆରମ୍ଭ ହେବା ସହିତ ଋଣ ବଜାର ଗୁରୁତ୍ୱ ପାଇଲା-ଦ୍ୱିତୀୟ ସବୁଜ ବିପ୍ଳବରେ ଏହି ବଜାରର ଅଭାବନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ପ୍ରଥମ ସବୁଜ ବିପ୍ଳବ ଦ୍ୱାରା ସୃଷ୍ଟ ଋଣ ବଜାର ଥିଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ନିୟନ୍ତ୍ରଣରେ – ଦ୍ୱିତୀୟ ସବୁଜ ବିପ୍ଳବରେ ଏହି ବଜାର ରହିବ ମହାଜନମାନଙ୍କର ନିୟନ୍ତ୍ରଣରେ ।
ଯେଉଁମାନେ ଗାଁରୁ ଦାରିଦ୍ର୍ୟ ଓ ବୈଷମ୍ୟ ନିରାକରଣ ପାଇଁ ଏକଦା ବେସାଲିସ ସଂଗ୍ରାମ କରିଥିଲେ ଓ ବେଶ୍ କିଛି ସଫଳ ହୋଇଥିଲେ , ସେମାନେ ଏହିଭଳି ପରିସ୍ଥିତିକୁ ଦେଖି ଅଶ୍ରୁ ସମ୍ବରଣ ନକରି ରହିପାରୁ ନଥିବେ । ଏକ ନବ୍ୟ ସାମନ୍ତବାଦ ପୁଣି ଗାଁ ଗଣ୍ଡାରେ ପ୍ରତିଷ୍ଠିତ ହେବାର ସମ୍ଭାବନା ଦେଖି ବ୍ୟଥିତ ହୋଇ ପଡ଼ୁଥିବେ ।
(ତଥ୍ୟ ଓ ମତ-ମନ୍ତବ୍ୟଗୁଡ଼ିକ ଇଦ୍ଭବକ୍ଷଚ୍ଚଗ୍ଧସମବକ୍ଷ ଗକ୍ଟଦ୍ଭଗ୍ଧଷକ୍ଷଚ୍ଚ ଜରଙ୍ଖସରଙ୍ଗ ଠକ୍ଟକ୍ଷ.୫ ଘକ୍ଟ ୬, ଝରକ୍ଟ୍ରଗ୍ଧରଜ୍ଞଦ୍ଭରକ୍ସ ୨୦୦୭ର ସମ୍ପାଦକୀୟରୁ ନିଆଯାଇଛି)
କ୍ଷେତ୍ରେ କ୍ଷେତ୍ରେ ବୈଷମ୍ୟ
ଆଜିର ସମାଜରେ ଯେପରି ବୈଷମ୍ୟ ହେଉଛି ବାସ୍ତବିକତା । ଆର୍ଥିକ କ୍ଷେତ୍ରରେ ବୈଷମ୍ୟ – ଶିକ୍ଷା କ୍ଷେତ୍ରରେ ବୈଷମ୍ୟ – ଖେଳକୁଦରେ ବୈଷମ୍ୟ, ବୃତ୍ତ କ୍ଷେତ୍ରରେ ବୈଷମ୍ୟ – ଏପରି କୌଣସି କ୍ଷେତ୍ର ନାହିଁ ଯାହା ବୈଷମ୍ୟ ବ୍ୟାଧିରୁ ମୁକ୍ତ । ଏହି ବୈଷମ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବା ହୋଇଛି ଚିନ୍ତାର ବିଷୟ । ଧନୀ ଗରିବଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲିଛି-ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଓ ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷା ପାଉଥିବା ଛାତ୍ର ମଧ୍ୟରେ ଦୂରତା ବଢ଼ୁଛି, କ୍ରିକେଟ ଖେଳୁଥିବା ଖେଳାଳୀ ଓ ଅନ୍ୟାନ୍ୟ ଖେଳ ଖେଳୁଥିବା ଖେଳାଳୀଙ୍କ ମଧ୍ୟରେ ବୈଷମ୍ୟ ସ୍ପଷ୍ଟ ହୋଇଯାଉଛି । ଗୋଟିଏ ବୃତ୍ତ ଭିତରେ – ଯେପରି ଶିକ୍ଷକତା – ବିଭିନ୍ନ କିସମର ଶିକ୍ଷକ ଦେଖାଯାଉଛନ୍ତି – ନିୟମିତ ଶିକ୍ଷକ, ଠିକା ଶିକ୍ଷକ, ଅତିଥି ଶିକ୍ଷକ, ଶିକ୍ଷା ସହାୟକ । ଏହିଭଳି ବୈଷମ୍ୟ ସୃଷ୍ଟି ପାଇଁ ଦାୟୀ କିଏ? ବିଡ଼ମ୍ବନା ଯେ ଉଭୟ ଜନତାଙ୍କ ସରକାର ଓ ପୁଞ୍ଜିପତିଙ୍କ ସଙ୍ଗଠନ ଏଥିପାଇଁ ଦାୟୀ । ମାତ୍ର ୨୦-୨୦ଓଭର କ୍ରିକେଟ ଖେଳରେ ବିଶ୍ୱକପ ବିଜୟୀ ଭାରତୀୟ ଦଳକୁ ରାଜ୍ୟ ସରକାର ମାନଙ୍କର ବିଶାଳ ପୁରସ୍କାର ଅର୍ଥ ଦେବା, ସରକାରୀ ପ୍ରତିଷ୍ଠାନଗୁଡ଼ିକ ବିଭିନ୍ନ ପ୍ରକାର ସୁଯୋଗ ଦେବା ଓ ଅପର ପକ୍ଷରେ ଜାତୀୟ ଖେଳ ହକିରେ ଏସୀୟ କପ୍ବିଜେତା ଭାରତୀୟ ଦଳର ଖେଳାଳୀ ଓ ତାଙ୍କର କୋଚ ତାଙ୍କ ପ୍ରତି ସରକାରୀ ଉଦାସୀନତା ବିରୁଦ୍ଧରେ ପ୍ରତିବାଦ କରି ଅନଶନ ପାଇଁ ଧମକ ଦେବା – ସ୍ପଷ୍ଟ କରି ଦେଉଛି – ଆମର ଜନତାଙ୍କ ସରକାର ବୈଷମ୍ୟ ପାଇଁ କେଉଁ ପରିମାଣରେ ଦାୟୀ । ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯାଉଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ନ ଯୋଗାଇବା, ଭିତ୍ତଭୂମି ନଯୋଗାଇବା, ଅପରପକ୍ଷରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତଭୂମି ପାଇଁ ସବୁପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇଦେବା ସ୍ପଷ୍ଟ କରିଦେଉଛି ଯେ, ଜନତାର ସରକାର କିପରି ବୈଷମ୍ୟକୁ ଉତ୍ସାହିତ କରୁଛନ୍ତି । ବୈଷମ୍ୟରେ ବୃଦ୍ଧି ଯେକୌଣସି ଦୃଷ୍ଟିରୁ ସମାଜ ପାଇଁ ଶୁଭଙ୍କର ନୁହେଁ ଏହା ସମସ୍ତେ ସ୍ୱୀକାର କରିବେ । ବୈଷମ୍ୟ ବଢ଼ିଲେ ସମାଜରେ ଅସ୍ଥିରତା ବୃଦ୍ଧି ପାଇବାକୁ ବାଧ୍ୟ । ଅସ୍ଥିରତାର ହିଂସ୍ର ପରିପ୍ରକାଶକୁ ଦମନ କରିବା ପାଇଁ ଆନ୍ତରିକ ଉଦ୍ୟମ ଯଦି ସରକାର କରିବେ ତା’ହେଲେ ସମାଜରେ ହିଂସାର ପରିମାଣ ଯଥେଷ୍ଟ କମିଯିବ-ଏଥିରେ ସନେ୍ଦହ ନାହିଁ ।
କିନ୍ତୁ ବୈଷମ୍ୟ ରହିବା ଫଳରେ ଯଦି ଶାସକ ଗୋଷ୍ଠୀ ଲାଭ ପାଉଥାଏ – ତା’ହେଲେ ବୈଷମ୍ୟକୁ ହ୍ରାସ କରିବା ପାଇଁ କାହିଁକି ସେ ଆନ୍ତରିକ ଉଦ୍ୟମ କରିବ?
୧-୧୬ ଜାନୁଆରୀ, ୨୦୦୮
ମୋଦୀ-ବୁଦ୍ଧଦେବ-ନବୀନ
ଗୋଧ୍ରା ନରହତ୍ୟା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରି ନିର୍ବାଚନରେ ପରାସ୍ତ କରିବାର ସମସ୍ତ ପ୍ରୟାସ ବୃଥା ହେବା ବଙ୍ଗଳାରେ ବୁଦ୍ଧଦେବ ଓ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ନିଶ୍ଚୟ । ନନ୍ଦିଗ୍ରାମ ନରହତ୍ୟା ବା କଳିଙ୍ଗନଗର ନରହତ୍ୟା ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚୁ୍ୟତ କରିବାରେ ସମର୍ଥ ହେବନାହିଁ ବୋଲି ସେମାନେ ନରେନ୍ଦ୍ର ମୋଦୀଙ୍କ ବିଜୟରୁ ଭରସା ପାଉଥିବେ ଓ କିଛିଟା ଶଙ୍କାଶୂନ୍ୟ ମଧ୍ୟ ହେଉଥିବେ । ନନ୍ଦିଗ୍ରାମରେ ବୁଦ୍ଧଦେବ ବା ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କ ବିଶାଳ ସଭାର ଆୟୋଜନ ସେମାନଙ୍କର ନିରାଶ ଭାବର ଅଭିବ୍ୟକ୍ତି ନୁହେଁ ତ? ଯେଉଁ ଘଟଣା ମନୁଷ୍ୟର ହୃଦୟକୁ ଆନେ୍ଦାଳିତ କରିଦେଇଛି- ମନୁଷ୍ୟ ସମାଜକୁ ସ୍ତବ୍ଧ କରିଦେଇଛି, ଏତେ କ୍ଷୋଭ, ବିକ୍ଷୋଭ, ପ୍ରତିବାଦ ସୃଷ୍ଟି କରୁଛି, ସେ ଘଟଣା କିନ୍ତୁ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁନାହିଁ – ତାହା ହିଁ ବିସ୍ମୟର ବିଷୟ । ଯେଉଁମାନେ ଏହିଭଳି ହୃଦୟ ବିଦାରକ ଘଟଣା ପାଇଁ ଦାୟୀ-ସେମାନେ କ୍ଷମତାରେ ରହୁଛନ୍ତି, ରହିପାରୁଛନ୍ତି; ଏହା କେବଳ ଜାତୀୟ ବା ପ୍ରାଦେଶିକ ସ୍ତରରେ ହେଉନାହିଁ – ବା ଏକ ଅନଗ୍ରସର ଭୂଖଣ୍ଡରେ ହେଉନାହିଁ-ଏହା ସବୁଠାରୁ ବିକଶିତ ରାଷ୍ଟ୍ର ଆମେରିକାରେ ମଧ୍ୟ ହୋଇଛି – ତା’ ନହେଲେ ଇରାକକୁ ଧ୍ୱସ୍ତବିଧ୍ୱସ୍ତ କରିଥିବା, ସମଗ୍ର ମାନବ ସମାଜ ସାମନାରେ ଅପରାଧୀ ଜର୍ଜବୁଶ୍ ଆମେରିକାରେ ପୁନର୍ବାର ରାଷ୍ଟ୍ରପତି ହେଲେ କିପରି? ମୋଦିଙ୍କ ବିଜୟ ପ୍ରମାଣ କରୁଛି ଯେ- ଯେଉଁ ଘଟଣା ଦ୍ୱାରା ସଚେତନ ଚିନ୍ତାଶୀଳ ବ୍ୟକ୍ତିମାନେ ପ୍ରଭାବିତ ହେଉଛନ୍ତି – ତାହାର ପ୍ରଭାବର ବ୍ୟାପ୍ତି ସୀମିତ । ବୋଧହୁଏ ବିଭିନ୍ନ ସମସ୍ୟା ଘେରରେ ଥିବା ମଣିଷପାଇଁ ଏହି ଘଟଣା ଖୁବ୍ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେଣୁ ତା’ର ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନର ଯଦି ପ୍ରତିଶ୍ରୁତି ନେତା ଦେଇପାରୁଛି – ତା’ ହେଲେ ସମର୍ଥନର ପ୍ରତିଶ୍ରୁତି ସେ ପାଇବ । ବୋଧହୁଏ ଏହି କୌଶଳ ବର୍ତ୍ତମାନର ରାଜନେତା ମାନେ ପ୍ରୟୋଗ କରୁଛନ୍ତି ।
ଅବଶ୍ୟ ମୋଦୀ, ବୁଦ୍ଧଦେବ ଓ ନବୀନଙ୍କୁ ଗୋଟିଏ ମାପକାଠିରେ ମାପିବା ସେମାନଙ୍କ ପ୍ରତି ଅନ୍ୟାୟ ହେବ । କାରଣ ଗୋଧ୍ରାକାଣ୍ଡ ପାଇଁ ମୋଦୀ ଅନୁତପ୍ତ ନ ହୋଇଥିବା ବେଳେ ବୁଦ୍ଧଦେବ ଅନ୍ତତଃ ନନ୍ଦିଗ୍ରାମ ଘଟଣା ପାଇଁ ଓ ନବୀନ କଳିଙ୍ଗନଗର ଘଟଣା ପାଇଁ ଅନୁତପ୍ତ ବୋଲି ଗଣମାଧ୍ୟମରେ କହିଛନ୍ତି । କେତେଦୂର ଏହି ଅନୁତାପ ଆନ୍ତରିକ, ତାହା ଭିନ୍ନ କଥା ।
ପାକିସ୍ଥାନରେ ଗଣିତନ୍ତ୍ର
ବେନାଜିର ଭୁଟ୍ଟୋଙ୍କର ହତ୍ୟା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଆସିଥିଲେ ବହୁଦିନ ପରେ ନିଜ ଦେଶ ପାକିସ୍ଥାନକୁ – ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ । ସେହିଭଳି ନୱାଜ ସରିଫ ମଧ୍ୟ ଆସିଛନ୍ତି, ମୁଶାରଫ ତାଙ୍କର ସେନାଧ୍ୟକ୍ଷର ପୋଷାକ ମଧ୍ୟ ଓହ୍ଲାଇ ଦେଇଛନ୍ତି । ଯେପରି ସମସ୍ତେ ହେଉଥିଲେ ସଜବାଜ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ । ଏହିସମୟରେ ସବୁଠାରୁ ଆକର୍ଷଣୀୟ ବେନାଜିର ଭୁଟ୍ଟୋଙ୍କୁ ଏହି ଆୟୋଜନରୁ ହଟାଇ ଦେବା ପାଇଁ କିଏ ଷଡ଼ଯନ୍ତ୍ର କଲା – ତାହା କେଭେ ବି ଉଦ୍ଘାଟିତ ହୋଇପାରିବ – ଏ ବିଶ୍ୱାସ ବର୍ତ୍ତମାନ କରିହେଉ ନାହିଁ । ତାଙ୍କର ମୁତୁ୍ୟର କାରଣ ଅଧିକରୁ ଅଧିକ ରହସ୍ୟମୟ ହୋଇପଡ଼ୁଛି ବୋଲି ଗଣମାଧ୍ୟମରେ ବାରମ୍ବାର କୁହାଯାଉଛି । ଅଲ୍-କାଏଦା ଯାହାକୁ ସରକାରୀ ସ୍ତରରେ ମୁଖ୍ୟତଃ ଦାୟୀ କରାଯାଉଛି – ସେମାନେ ମହିଳାଙ୍କୁ ହତ୍ୟା କରିବା ଧର୍ମବିରୋଧୀ ବୋଲି କହି – ଏହି ହତ୍ୟା ପାଇଁ ସେମାନେ ଦାୟୀ ନୁହନ୍ତି ବୋଲି କହୁଛନ୍ତି । ପ୍ରକୃତ କାରଣ ପାକିସ୍ଥାନ ସରକାର ଦ୍ୱାରା ଉଦ୍ଘାଟିତ ହୋଇପାରିବ ନାହିଁ ବୋଲି ବେନାଜିରଙ୍କ ସ୍ୱାମୀ ଅସିଫ ଅଲ୍ଲି ଜର୍ଦାରୀ ବାରମ୍ବାର ବିବୃତି ଦେଇଛନ୍ତି ଓ ଆନ୍ତର୍ଜାତିକ ସଙ୍ଗଠନ ଦ୍ୱାରା ତଦନ୍ତ ହେବ ବୋଲି ଦାବୀ କରୁଛନ୍ତି । ତେବେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆସିଥିବା ବେନାଜୀର ଭୁଟ୍ଟୋଙ୍କର ନିଜ ଲୋକମାନେ ବେନାଜୀରଙ୍କର ୧୯ବର୍ଷର ପୁତ୍ର ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କୁ ପାକିସ୍ଥାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ କରିବା ଦ୍ୱାରା କେଉଁପ୍ରକାର ଗଣତନ୍ତ୍ରର ସୂଚନା ମିଳୁଛି – ତାହା ଅନୁମେୟ । ତେବେ ଆଜିକାର ଗଣତନ୍ତ୍ରରେ ରାଜତନ୍ତ୍ର ଭଳି ରକ୍ତ ସମ୍ପର୍କୀୟ ଉତ୍ତରାଧିକାରୀମାନଙ୍କର ଗୁରୁତ୍ୱ ସବୁଠାରେ ବଢ଼ୁଥିବାରୁ -ଗଣତନ୍ତ୍ର ଏକ ନୂତନ ପରିଭାଷା ଅପେକ୍ଷା କରୁଛି ।
୧୬-୩୦ଏପ୍ରିଲ, ୨୦୦୮
ଖାଦ୍ୟଶସ୍ୟର ଦରଦାମ୍ ବୃଦ୍ଧି – ଜିଏମ୍ ବିହନ ବିକ୍ରି ପାଇଁ ସୁଯୋଗ ସୃଷ୍ଟି
ଦରଦାମ୍ ବୃଦ୍ଧି ନେଇ ପ୍ରବଳ ଉଦ୍ବେଗ ପ୍ରକାଶ ପାଉଛି । ଏହା ଉପା ସରକାରଙ୍କର ବିଫଳତା ବୋଲି ବିରୋଧୀ ଦଳମାନେ କହୁଥିବା ବେଳେ – ସାରା ବିଶ୍ୱରେ ଖାଦ୍ୟଶସ୍ୟ ଉପôାଦନରେ ହ୍ରାସକୁ ଏକ ବଡ଼ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ହ୍ରାସର କାରଣ ଦର୍ଶାଇବାକୁ ଯାଇ ବାୟୋଡ଼ିଜେଲଦେଇ ପାରୁଥିବା ଶସ୍ୟ ଉପôାଦନ ଉପରେ ଗୁରୁତ୍ୱ ବୃଦ୍ଧି ପ୍ରତି ଏହି ବିଶେଷଜ୍ଞମାନେ ଇଙ୍ଗିତ କରିଛନ୍ତି । ଯେଉଁ ଜମିରେ ଖାଦ୍ୟ ପାଇଁ ଶସ୍ୟର ଉପôାଦନ ହେବା କଥା, ସେ ଜମିରେ ବାୟୋଡ଼ିଜେଲ୍ ଦେଇ ପାରୁଥିବା ଗଛ ବୃକ୍ଷର ଚାଷ, ଶସ୍ୟର ଚାଷ ବୃଦ୍ଧିପାଉଛି । ଯଦି ଏହାହିଁ କାରଣ ହୋଇଥାଏ, ତା’ହେଲେ ଖାଦ୍ୟଶସ୍ୟର ଅଭାବ ଅବ୍ୟାହତ ରହିବ – ଏକ ବର୍ଦ୍ଧିତ ଦରଦାମ୍ ସହିତ ସହାବସ୍ଥାନ କରିବାକୁ ଜନସାଧାରଣ ବାଧ୍ୟ ହେବେ । ତେବେ ଶୁଦ୍ରକର ସନେ୍ଦହ ଯେ ଏହି ଅବସ୍ଥା ଜେନେଟିକାଲି ମଡ଼ିଫାଏଡ଼୍ ବିହନର ପ୍ରବର୍ତ୍ତନ ପାଇଁ ଏକ ଅବଶ୍ୟମ୍ଭାବୀ ସୁଯୋଗ ସୃଷ୍ଟି କରିବ । ଯେଉଁମାନେ ଏହି ପ୍ରକାର ବିହନର ସମର୍ଥକ ଓ ମନସାଣ୍ଟୋ ଭଳି ବିଶାଳ ବିହନ କମ୍ପାନୀମାନଙ୍କର ପ୍ରତିନିଧି, ସେମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ ମନେ ହୋଇପାରେ । ‘ଖାଦ୍ୟଶସ୍ୟର ଅଭାବ ଦୂର କରିବା ପାଇଁ ଜେନେଟିକାଲି ମଡ଼ିଫାଏଡ଼୍ ବିହନ ବ୍ୟବହାର କରନ୍ତୁ’ – ଏପରି ବିଜ୍ଞାପନ ଏହି ଗୋଷ୍ଠୀ ତରଫରୁ ପ୍ରକାଶିତ ହେବା ଅପ୍ରତ୍ୟାଶିତ ହୋଇପାରେ । ତେଣୁ ଖାଦ୍ୟାଭାବର ଦ୍ୱାହି ଦେଇ ଜେନେଟିକାଲି ମଡ଼ିଫାଏଡ଼୍ର ପ୍ରଚଳନ ପାଇଁ ଉଦ୍ୟମ ପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ । ଏଠାରେ ସ୍ମରଣୀୟ ଯେ ୧୯୯୯ ମହାବାତ୍ୟା ସମୟରେ ଏହିପରି ଏକ ଉଦ୍ୟମ ଆରମ୍ଭ ହୋଇଥିଲା – ଯାହାକୁ ସଫଳ ହେବାପାଇଁ ଦିଆଯାଇ ନଥିଲା । ଯଦି ଏସବୁ ସମ୍ଭାବନାଗୁଡ଼ିକୁ ମସ୍ତିଷ୍କ ଭିତରେ ଏକାଠି କରି ଭାବୁଥାନ୍ତି ଯେ ଖାଦ୍ୟଶସ୍ୟର ଦରବୃଦ୍ଧି – ଖାଦ୍ୟଶସ୍ୟର ଅଭାବବୋଧ ସୃଷ୍ଟି କରିବା ପାଇଁ ହୋଇଛି ଯାହା ଫଳରେ ଜେନେଟିକାଲି ମଡ଼ିଫାଏଡ଼୍ ଫୁଡ଼୍ ପ୍ରଚଳନ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ – ସେମାନେ ଉଦ୍ଭଟ/ଅବାନ୍ତର ଧାରଣାର ଶିକାର ହେଉଛନ୍ତି ବୋଲି କୁହାଯାଇ ପାରିବ ନାହିଁ ।
୧-୧୬ ମେ, ୨୦୦୮
ଭବିଷ୍ୟତ ପ୍ରଧାନମନ୍ତ୍ରୀ ଓ ତୋଷାମଦି
ରାହୁଳ ଗାନ୍ଧୀଙ୍କୁ ଭାରତର ଭବିଷ୍ୟତ ପ୍ରଧାନମନ୍ତ୍ରୀ ଭାବେ ଯେ ପ୍ରସ୍ତୁତ କରାଯାଉଛି – ତାହା ତାଙ୍କର ପୂଜନୀୟା ମାତା ଶ୍ରୀମତୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରି ଡକ୍ଟର ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିବା ଦିନରୁ ହିଁ ଜଣାପଡ଼ିଛି । କିନ୍ତୁ ତାହାର ସଶବ୍ଦ ଅଭିବ୍ୟକ୍ତି- ତାହା ପୁଣି କଂଗ୍ରେସ ଦଳ ତଥା କେନ୍ଦ୍ର ମନ୍ତ୍ରିମଣ୍ଡଳର ଦୁଇ ବରିଷ୍ଠ ଓ ପ୍ରବୀଣ ନେତା ଅର୍ଜୁନ ସିଂହ ଓ ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ହେବା-ଭାରତୀୟ ରାଜନୀତିରେ ବେଶ୍ ଚହଳ ପକାଇ ଦେଇଛି । ଅର୍ଜୁନ ସିଂହ ଓ ପ୍ରଣବ ମୁଖାର୍ଜୀଙ୍କର ଏତାଦୃଶ ବକ୍ତବ୍ୟକୁ ସୋନିଆ ଗାନ୍ଧୀ ନାପସନ୍ଦ କରିଛନ୍ତି ବୋଲି ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହେଉଛି । ଏହା ତୋଷାମଦିର ଚରମ ଉଦାହରଣ ବୋଲି କଂଗ୍ରେସ ଦଳ ଭିତରୁ ହିଁ ବିବୃତି ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପଦକୁ ନୁ୍ୟନ କରାଯାଉଛି ବୋଲି ବିଜେପି ଦଳ ତରଫରୁ ଅଭିଯୋଗ ହୋଇଛି । ମାତ୍ର ବର୍ଷେ ପରେ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଏ’ଭଳି ବିତର୍କ ବେଶ୍ ତାପôଯ୍ୟପୂର୍ଣ୍ଣ ହୋଇଛି ।
ଯଦି ଧରିନିଆଯାଏ ଯେ ଅର୍ଜୁନ ସିଂହ ଓ ପ୍ରଣବ ମୁଖାର୍ଜୀ ରାହୁଳ ଗାନ୍ଧୀଙ୍କୁ ଭବିଷ୍ୟତ ପ୍ରଧାନମନ୍ତ୍ରୀ ଭାବେ ତୋଳି ଧରିବା ଓ ଏହାକୁ କଂଗ୍ରେସ ଦଳ ତରଫରୁ ତୋଷାମଦିର ଆଖ୍ୟା ଦେଇ ସମାଲୋଚନା କରିବା ଏକ ଅଭିନୟ ନୁହେଁ ( କାରଣ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦକୁ ପ୍ରତ୍ୟାଖ୍ୟାନ କରିବା ଓ ତାଙ୍କୁ ପଦବୀ ଗ୍ରହଣ କରିବା ପାଇଁ ଧାଡ଼ିବାନ୍ଧି କଂଗ୍ରେସ ନେତାମାନେ ଅନୁରୋଧ କରୁ କରୁ ଭାବପ୍ରବଣ ହୋଇ ପଡ଼ୁଥିବାର ଅଭିନୟ ଯେଉଁମାନେ ଦେଖିଛନ୍ତି- ସେମାନେ ଏହାକୁ ଆଉ ଏକ ଅଭିନୟ ଭାବିବା ଅସମ୍ଭବ ନୁହେଁ) ତା’ହେଲେ ଏଇ ଦୁଇ ବରିଷ୍ଠ ମନ୍ତ୍ରୀ ମନମୋହନ ସିଂହଙ୍କ ଅଧୀନରେ ମନ୍ତ୍ରୀ ହେବାକୁ ଯେ ଆଉ ଗ୍ରହଣ କରିପାରୁନାହାନ୍ତି, ତାହା ହିଁ ଜଣାପଡ଼ୁଛି, କାହିଁକି?
ଶୁଦ୍ରକ ବିଚାରରେ-ମନମୋହନ ଭାରତ ସରକାରଙ୍କର ଅଧୀନରେ ବିଭିନ୍ନ ପଦପଦବୀରେ ଥାଇ ଏମାନଙ୍କର ଏକଦା ଅଧସ୍ତନ ହୋଇଥିବା ବେଳେ ଆଜି ମନମୋହନଙ୍କ ଅଧୀନରେ କାର୍ଯ୍ୟକରିବା ଏମାନଙ୍କ ପାଇଁ ନିଶ୍ଚିତ ଗ୍ରହଣୀୟ ହେଉନାହିଁ । ସମ୍ପ୍ରତି ଦରଦାମ ବୃଦ୍ଧି ଯେତେବେଳେ ମନମୋହନ ସିଂହଙ୍କର ଅର୍ଥନୈତିକ ପତିଆରାକୁ ବିଦ୍ରୁପ କରିବା ଆରମ୍ଭ କରିଛି-ସେତେବେଳେ ଏଇ ଦୁଇ ବରିଷ୍ଠ ମନ୍ତ୍ରୀ ମନମୋହନଙ୍କୁ ଅପଦସ୍ଥ କରିବାର ଏହି ଅପୂର୍ବ ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ଆଉ ଏକ କାରଣ ହୋଇପାରେ ଯେ, ନିଜେ ପ୍ରଧାନମନ୍ତ୍ରୀ ହେବାର କୌଣସି ସମ୍ଭାବନା ନଥିବାର ଅନୁମାନ କରି, ସାଧାରଣ ପୃଷ୍ଠଭୂମିର ମନମୋହନଙ୍କ ଅଧୀନରେ ପୁନଶ୍ଚ ମନ୍ତ୍ରୀ ହେବା ଅପେକ୍ଷା ନେହେରୁ-ଗାନ୍ଧୀ ପରିବାରର ଏକାନ୍ତ ଅନୁଗତ ଭାବେ ପରିଚିତ ଏଇ ଦୁଇ ବରିଷ୍ଠ ମନ୍ତ୍ରୀ- ରାହୁଳ ଗାନ୍ଧୀଙ୍କ ଅଧୀନରେ ମନ୍ତ୍ରୀ ହେବାକୁ ଅଧିକ ଗୌରବମୟ ବୋଲି ଭାବିଥାଇପାରନ୍ତି ।
କିନ୍ତୁ କଂଗ୍ରେସ ଭିତରୁ ଯେଉଁମାନେ – ଏଇ ଦୁଇ ବରିଷ୍ଠ ମନ୍ତ୍ରୀଙ୍କର ପ୍ରସ୍ତାବକୁ ତୋଷାମଦି ବୋଲି ଅଭିହିତ କରି- ସତେ ଯେପରି କଂଗ୍ରେସଦଳ ଭିତରେ ତୋଷାମଦି ଏକ ଘୃଣ୍ୟ ପ୍ରକ୍ରିୟା ବୋଲି ଧାରଣା ଦେବାକୁ ଚେଷ୍ଟା କରୁଛନ୍ତି- ସେମାନଙ୍କର ତୋଷାମଦିକୁ ବିରୋଧର ଆନ୍ତରିକତା ବୁଝାପଡ଼ନ୍ତା ଯଦି ସେମାନେ ସାଧାରଣରେ ଘୋଷଣା କରିବାର ସାହସ ଦେଖାନ୍ତେ ଯେ ରାହୁଳ ଗାନ୍ଧୀ ନେହେରୁ-ଗାନ୍ଧୀ ପରିବାରର ଦାୟାଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହେବେ ନାହିଁ । ଏହା ତ’ କେହି ପାଶୋରିନାହାନ୍ତି ଯେ ଏକଦା କଂଗ୍ରେସର ନିଷ୍ଠାପର ସଦସ୍ୟ ଓ ଲୋକସଭାର ପୂର୍ବତନ ବାଚସ୍ପତି ପି.ଏ. ସାଙ୍ଗ୍ମା ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦପାଇଁ ବିରୋଧ କରିଥିବାରୁ କଂଗ୍ରେସ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କହିବା ବାହୁଲ୍ୟ ଯେ କେହି ପି.ଏ. ସାଙ୍ଗ୍ମା ହେବାକୁ ଚାହିଁବେ ନାହିଁ ।
ତେଣୁ ପ୍ରକାଶ୍ୟରେ ତୋଷାମଦ କରାଯିବା ଓ ପ୍ରକାଶ୍ୟରେ ଏ’ଭଳି ତୋଷାମଦକୁ ସମାଲୋଚନା କରାଯିବା-ଗଣମାଧ୍ୟମରେ ଭାବମୂର୍ତ୍ତ ତିଆରି ପାଇଁ ଯେ ଏକ କୌଶଳ-ଏଥିରେ ସନେ୍ଦହ ନାହିଁ । ଯେଉଁମାନେ ଚତୁର ସେମାନେ ବୁଝିପାରନ୍ତି-ଏହି କୌଶଳକୁ । ଗୋଟିଏପଟେ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଦାନା ବାନ୍ଧୁଥିବ-ଏପଟେ ଭାବମୂର୍ତ୍ତ ବଢ଼ୁଥିବ-ଏହା ହେଉଛି ଏହିପ୍ରକାର କୌଶଳର ଅସଲ ଉଦେ୍ଧଶ୍ୟ । ଏହାର ଅର୍ଥନୁହେଁ ଯେ ରାହୁଳ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ହେବାର ଗୁଣ ନାହିଁ । କାରଣ ସ୍ୱାଧୀନ ଭାରତରେ ବିଭିନ୍ନ ଗୁଣର ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ହୋଇଛନ୍ତି-ଏହା ଭିନ୍ନ କଥା ଯେ ନେହେରୁ ଗାନ୍ଧୀ ପରିବାରର ଦଖଲରେ ପ୍ରଧାନମନ୍ତ୍ରୀ ପଦ ସବୁଠାରୁ ଅଧିକ ସମୟ ଧରି ହିଁ ରହିଛି । କିନ୍ତୁ ଗୋଟିଏ କଥା ଜଳ ଜଳ ଦିଶୁଛି ଯେ ମନମୋହନ ସିଂହଙ୍କର ପ୍ରଧାନମନ୍ତ୍ରୀତ୍ୱର ଆଉ ପୁନରାବୃତ୍ତ ହେବନାହିଁ ।
ନୁହଇଁ ସେତେ – ଶୁଭୁଛି ଯେତେ…
ଦ୍ୱିତୀୟ ସବୁଜ ବିପ୍ଳବର ଯେଉଁମାନେ ଆହ୍ୱାନ ଦେଇଛନ୍ତି, ସେମାନେ ଜି.ଏମ୍ (ଜେନେଟିକାଲି ମଡ଼ିଫାଏଡ଼୍) ବିହନର ପ୍ରଚଳନ ପାଇଁ ହିଁ ଆହ୍ୱାନ ଦେଇଛନ୍ତି- ଏହା ଆମକୁ ସିଧାସଳଖ ଭାବେ ବୁଝିବାକୁ ହେବ । ଏହାର ପ୍ରଚଳନ ହେଲେ ରାସାୟନିକ ସାର, କୀଟନାଶକ ଇତ୍ୟାଦିର ବ୍ୟବହାର ଫଳରେ କୃଷିଉପରେ ଯେଉଁ କୁପ୍ରଭାବ ପଡ଼ିଲା, ସେଥିରୁ ଆମକୁ ମୁକ୍ତି ମିଳିଯିବ । ଖାଦ୍ୟଶସ୍ୟ ଉପôାଦନ ବୃଦ୍ଧିପାଇବ । ବର୍ତ୍ତମାନ ସାରା ବିଶ୍ୱରେ ବହୁ ପ୍ରଚାରିତ ଖାଦ୍ୟଶସ୍ୟର ଅଭାବକୁ ଦୂର କରିଦେବ ଏହି ଜି.ଏମ୍ ବିହନର ପ୍ରଚଳନ- ଏହିଭଳି ଧାରଣା ଦେବା ପାଇଁ ଅନବରତ ଚେଷ୍ଟା ମଧ୍ୟ ଚାଲିଛି । କିନ୍ତୁ ଜି.ଏମ୍. ବିହନର ଉପôାଦନ କ୍ଷମତା ଯେ ଯେପରି ଦାବି କରାଯାଉଛି, ସେପରି ନୁହେଁ, ତାହା ଏକ ବୈଜ୍ଞାନକ ଗବେଷଣାରୁ ଜଣାପଡ଼ିଛି । (ଦ୍ରଷ୍ଟବ୍ୟ- ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୨୧ଗ୍ଦଗ୍ଧ ଇକ୍ଟ୍ରକ୍ସସକ୍ଷ ୨୦୦୮-ଚ-୬- ଋଙ୍ଘକ୍ଟ୍ରକ୍ଟଗ୍ଦରୟ: ଞଷର ଏଗ ମକ୍ସକ୍ଟକ୍ଟ୍ରଗ୍ଦ ଗଚ୍ଚଗ୍ଧଷ) ଏହି ଗବେଷଣା ଗତ ୩ବର୍ଷ ଧରି ଚାଲିଥିଲା ଆମେରିକାର କାନ୍ସାସ୍ (କବଦ୍ଭଗ୍ଦବଗ୍ଦ) ବିଶ୍ୱବିଦ୍ୟାଳୟରେ । ଏହି ଗବେଷଣା ଅନୁସାରେ ଜି.ଏମ୍ ସୋୟାବିହନ ବ୍ୟବହାର କରି ଉପôାଦିତ ଶସ୍ୟର ପରିମାଣ ସାଧାରଣ ସୋୟାବିହନରୁ ଉପôାଦିତ ଶସ୍ୟର ପରିମାଣଠାରୁ ପ୍ରାୟ ଶତକଡ଼ା ୧୦ଭାଗ କମ୍ । ଏହି ଗବେଷଣାଟି କରିଛନ୍ତି ବିଶ୍ୱବିଦ୍ୟାଳୟ ଆଗ୍ରୋନେମି ବିଭାଗର ପ୍ରଫେସର ବାର୍ଣ୍ଣେ ଗର୍ଡ଼ନ୍ ଯାହା ପ୍ରକାଶିତ ହୋଇଛି “ ଈରଗ୍ଧଗ୍ଧରକ୍ସ ଉକ୍ସକ୍ଟକ୍ଟ୍ରଗ୍ଦ”ନାମକ ଏକ କୃଷି ଗବେଷଣା ପତ୍ରିକାରେ । ଏହି ଗବେଷଣା ସେ ଆରମ୍ଭ କଲେ ଯେତେବେଳେ ଦେଖିଲେ ଯେ ଜି.ଏମ୍ ବିହନ ବ୍ୟବହାର କରିବା ସତ୍ତ୍ୱେ ଏବଂ ସବୁପ୍ରକାର ଅନୁକୂଳ ପରିବେଶ ଯୋଗାଇଦେବା ସତ୍ତ୍ୱେ ଅମଳ ଆଶାନୁରୂପ ହେଉନାହିଁ । ପ୍ରଫେସର ଗର୍ଡ଼ନ୍ ମନ୍ସାଣ୍ଟୋ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଜି.ଏମ୍ ବିହନ ବ୍ୟବହାର କରି ହିଁ ଅଧ୍ୟୟନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ଏହିଭଳି ଅଧ୍ୟୟନ ନେବ୍ରାସ୍କା ବିଶ୍ୱବିଦ୍ୟାଳୟ (ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ କ୍ଟଲ ଘରଭକ୍ସବଗ୍ଦଳବ)ରେ ହୋଇଥିଲା । ସେହି ଅଧ୍ୟୟନରେ ମଧ୍ୟ ଜଣାପଡ଼ିଥିଲା ଯେ ଜି.ଏମ୍ ବିହନ ସାଧାରଣ ବିହନଠାରୁ କମ୍ ଉପôାଦନକ୍ଷମ ।
ପ୍ରଚଣ୍ଡ ପ୍ରହାର
ପୁଷ୍ପକମଲ ଦଲାଲ ଓରଫ୍ ପ୍ରଚଣ୍ଡଙ୍କ ନେତୃତ୍ୱରେ ନେପାଳ କମୁ୍ୟନିଷ୍ଟ ପାର୍ଟି (ମାଓବାଦୀ) ଯାହାକୁ ଇଣ୍ଟରପୋଲ୍ ଏକ ସନ୍ତ୍ରାସବାଦୀ ସଙ୍ଗଠନ ଭାବେ ବିଚାର କରେ, ଇତ୍ୟବସରରେ ନେପାଳ ଶାସନ କ୍ଷମତା ଦଖଲ କରିବାରେ ସଫଳ ହୋଇଛି । ସାମ୍ୟବାଦୀ ଆନେ୍ଦାଳନ ଇତିହାସରେ ଏହା ଏକ ଉଲ୍ଲେଖନୀୟ ଘଟଣା । ବିଂଶଶତାବ୍ଦୀର ଆଦ୍ୟଭାଗରେ ପ୍ରଥମ ଥର ପାଇଁ ସାମ୍ୟବାଦୀମାନେ କୌଣସି ରାଷ୍ଟ୍ରର ଶାସନ କ୍ଷମତା ହାତକୁ ନେବାରେ ସମର୍ଥ ହୋଇଥିଲେ ଯେତେବେଳେ ଶାସକ ଜାର୍କୁ ହଟାଇ ଲେନିନ୍ଙ୍କ ନେତୃତ୍ୱରେ ଋଷର ଶାସନ କ୍ଷମତା ସେମାନେ ଦଖଲ କଲେ । ଏକବିଂଶ ଶତାବ୍ଦୀର ଆଦ୍ୟଭାଗରେ ଯେପରି ସେହିଭଳି ଘଟଣାର ପୁନରାବୃତ୍ତ ହେଉଛି, ଯେତେବେଳେ ନେପାଳର ରାଜା ଗାଦିଚ୍ୟତ ହେଉଛନ୍ତି ଓ ପ୍ରଚଣ୍ଡଙ୍କ ନେତୃତ୍ୱରେ ସାମ୍ୟବାଦୀ ଦଳ ଶାସନ କ୍ଷମତାଦଖଲ କରୁଛି । ସାଦୃଶ୍ୟ ଏତିକିରେ ସୀମିତ କି ଆହୁରି ଅନେକ ଦିଗରୁ ସାଦୃଶ୍ୟ ରହିଛି, ତାହା ଗବେଷଣାସାପେକ୍ଷ । ବିଂଶଶତାବ୍ଦୀର ଆଦ୍ୟଭାଗରେ ଋଷିଆର ସାମାଜିକ-ଅର୍ଥନୈତିକ-ରାଜନୈତିକ ଓ ସାଂସ୍କୃତିକ ପରିବେଶ ଓ ଏକବିଂଶ ଶତାବ୍ଦୀର ଆଦ୍ୟଭାଗରେ ନେପାଳର ସାମାଜିକ -ଅର୍ଥନୈତିକ-ରାଜନୈତିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ଏକ ତୁଳନାତ୍ମକ ଅଧ୍ୟୟନର ଆବଶ୍ୟକତା ରହିଛି-ଯାହା ସାମ୍ୟବାଦୀ ଆନେ୍ଦାଳନର ସଫଳତାର ସଠିକ୍ କାରଣଗୁଡ଼ିକୁ ଠାବ କରିବାରେ ସାହାଯ୍ୟ କରିବ । ତେବେ ଯେଉଁମାନେ ଉଲ୍ଲସିତ ହେଉଥିଲେ ଏହା କହି ଯେ ସାମ୍ୟବାଦର ଆଉ ପ୍ରାସଙ୍ଗିକତା ନାହିଁ- ସାମ୍ୟବାଦର ମୃତୁ୍ୟ ଘଟିଛି-ସେମାନଙ୍କ ପାଇଁ ପ୍ରଚଣ୍ଡଙ୍କ ନେତୃତ୍ୱରେ ଏକ ଚରମ ସାମ୍ୟବାଦୀ ଦଳ ଶାସନ କ୍ଷମତା ଦଖଲ କରିବା ପ୍ରଚଣ୍ଡ ପ୍ରହାର ସଦୃଶ ହୋଇଛି । ଯେଉଁମାନେ ଆଶଙ୍କା କରୁଛନ୍ତି ଯେ ନେପାଳରେ ଏତାଦୃଶ କ୍ଷମତା ଦଖଲ ଭାରତରେ ଚରମ ସାମ୍ୟବାଦୀ ଦଳର ନୈତିକ ବଳକୁ ସୁଦୃଢ଼ କରିବ-ସେମାନେ କୌଣସି ଅମୂଳକ ଆଶଙ୍କା କରୁନାହାନ୍ତି ।
ଅନ୍ୟପକ୍ଷରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଭଳି ସାମ୍ୟବାଦୀ ଓ ତାଙ୍କ ନେତୃତ୍ୱରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ମାର୍କ୍ସବାଦୀ), ସେମାନଙ୍କର ଶାସନାଧିନ ପଶ୍ଚିମବଙ୍ଗରେ ନଗ୍ନ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ଦ୍ୱାରା ସମ୍ମୋହିତ ହୋଇ ପୁଞ୍ଜିବାଦୀ ବ୍ୟବସ୍ଥାର ପ୍ରତିଷ୍ଠାରେ ଲାଗି ପଡ଼ିଛନ୍ତି ଓ ପୁଞ୍ଜିବାଦୀ ବ୍ୟବସ୍ଥାର ଭିତ୍ତଉପରେ ହିଁ ସାମ୍ୟବାଦୀ ବ୍ୟବସ୍ଥାର ପ୍ରତିଷ୍ଠା ହୁଏବୋଲି କହି ସେମାନଙ୍କର ପ୍ରଚେଷ୍ଟାରେ ଏକ ତତ୍ତ୍ୱଗତ ଯାଥାର୍ଥ୍ୟ ଦର୍ଶାଉଛନ୍ତି-ସେମାନଙ୍କ ପାଇଁ ନେପାଳରେ ସିଧାସଳଖ ସାମନ୍ତବାଦୀ ବ୍ୟବସ୍ଥାରୁ- ସାମ୍ୟବାଦୀ ବ୍ୟବସ୍ଥାକୁ ବିବର୍ତ୍ତନ-ନିଶ୍ଚିତ ଏକ ପ୍ରଚଣ୍ଡ ପ୍ରହାର । ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଭାରତୀୟ ସିପିଏମ୍ ଦଳର ଆଦର୍ଶ କରିଥିବା ନେପାଳର ଅନ୍ୟତମ ସାମ୍ୟବାଦୀ ଦଳ- ସିପିଏନ୍ (ୟୁଏମ୍ଏଲ୍)(ମକ୍ଟଜ୍ଞଜ୍ଞଙ୍କଦ୍ଭସଗ୍ଦଗ୍ଧ କ୍ଟ୍ରବକ୍ସଗ୍ଧଚ୍ଚ କ୍ଟଲ ଘରକ୍ଟ୍ରବକ୍ଷ ( ଟଦ୍ଭସଗ୍ଧରୟ ଗବକ୍ସଙ୍ଘସଗ୍ଦଗ୍ଧ-ଖରଦ୍ଭସଦ୍ଭସଗ୍ଦଗ୍ଧ) ନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏହା ତ’ ସୂଚାଇ ଦେଉଛିଯେ ସାଧାରଣ ଲୋକେ ସେମାନଙ୍କର ସ୍ୱାର୍ଥରେ କେଉଁ ସାମ୍ୟବାଦୀ ଦଳ, ତାହା ବୁଝିବାରେ ସକ୍ଷମ ହେଲେଣି ।
କ୍ଷମତା ବାହାରେ ବିପ୍ଳବୀହୋଇ ରହିବା ଓ ଜନସାଧାରଣଙ୍କ ଭିତରେ ଏକ ଶୋଷଣହୀନ ସମାଜ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସ୍ଥାଭାଜନ ହେବା ଓ କ୍ଷମତାରେ ରହି ଶାସନର ବାଧ୍ୟବାଧକତା ଭିତରେ- ବିଭିନ୍ନ ଆନ୍ତର୍ଜାତିକ ଚାପର ସମ୍ମୁଖୀନ ହୋଇ- ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟରେ ପରିଣତ କରି ଆସ୍ଥାଭାଜନ ହେବା ମଧ୍ୟରେ ବେଶ୍ ଦୂରତ୍ୱ ରହିଛି । ଦେଖାଯାଉ ଏହି ଦୂରତ୍ୱକୁ କେତେ ପରିମାଣର ବେଗରେ ପ୍ରଚଣ୍ଡ ଓ ତାଙ୍କର ସାମ୍ୟବାଦୀ ଦଳ ଅତିକ୍ରାନ୍ତ କରିବାରେ ସମର୍ଥ ହେଉଛନ୍ତି ।
ରାଜନୀତି ଏକ ଉଚ୍ଚ ଆୟକାରୀ ବୃତ୍ତି!
ବଜାର ଅର୍ଥନୀତିରେ ସବୁକିସମର କର୍ମଚାରୀମାନଙ୍କର ଯେତେବେଳେ ଆୟ ବଢ଼ୁଛି-ସେତେବେଳେ ରାଜନୀତିକୁ ବୃତ୍ତଭାବେ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ଆୟ ଯେ ବଢ଼ିବ- ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛିନାହିଁ । ଯେଉଁମାନେ ରାଜନୀତିକୁ ବ୍ରତ ଭାବେ ଗ୍ରହଣ କରନ୍ତି, ଦେଶର ସ୍ୱାର୍ଥକୁ ନିଜର ସ୍ୱାର୍ଥ ବା ଦଳୀୟ ସ୍ୱାର୍ଥଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି- ଏକ ସୁସ୍ଥ ସମାଜର ପରିକଳ୍ପନା କରନ୍ତି- ସେମାନେ ରାଜନୀତିକୁ ଉଚ୍ଚ ହୃଦୟବୃତ୍ତ ବୋଲି ବିଚାର କରନ୍ତି । ସେମାନଙ୍କ ପାଇଁ ରାଜନୀତି ଏକ ଉଚ୍ଚ ଆୟକାରୀ ବୃତ୍ତ-ଏକ ଅପମାନଜନକ ପ୍ରୟୋଗ । କିନ୍ତୁ ବାସ୍ତବତାକୁ କିଏ ବା ଅସ୍ୱୀକାର କରିପାରେ? ଦେଖନ୍ତୁ ଗଣମାଧ୍ୟମରେ ଏକ ସମ୍ବାଦ (ଞସଜ୍ଞରଗ୍ଦ କ୍ଟଲ ଓଦ୍ଭୟସବ-ୟଗ୍ଧ-୨୪-୪-୨୦୦୮,ପୃଷ୍ଠା-୮) ଯାହାର ଶିରୋନାମା ହେଉଛି- ‘୪ବର୍ଷରେ କୁମାରସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ୧୩ଗୁଣ ଧନୀ’ । ଏଚ୍.ଡି କୁମାରସ୍ୱାମୀ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ପୁଅ ଓ ନିଜେ କର୍ଣ୍ଣାଟକର ଭୂତପୂର୍ବ ମୁଖ୍ୟମନ୍ତ୍ରୀ । ୪ବର୍ଷ ତଳେ କୁମାରସ୍ୱାମୀଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟଥିଲା ୩କୋଟି ୭୨ ଲକ୍ଷ ଟଙ୍କା । ବର୍ତ୍ତମାନ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୪୯କୋଟି ୭୨ଲକ୍ଷ ଟଙ୍କା । ୨୦୦୪ ମସିହାରେ ପୂର୍ବତନ ବାଙ୍ଗାଲୋର ଉନ୍ନୟନ ମନ୍ତ୍ରୀ କଂଗ୍ରେସ ଦଳର ଭି.ସୋମନ୍ନାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ଥିଲା ୨କୋଟି ୬୧ଲକ୍ଷ ଟଙ୍କା । ୨୦୦୮ ମସିହାରେ ତାଙ୍କର ସମ୍ପତ୍ତର ମୂଲ୍ୟ ୨୧କୋଟି ଟଙ୍କା । ପୂର୍ବତନ କଂଗ୍ରେସ ବିଧାୟକ ଦିନେଶ ଗୁଣ୍ଡୁରାଓ ଯାହାଙ୍କର କୌଣସି ସମ୍ପତ୍ତି ୨୦୦୪ ମସିହାରେ ନଥିଲା, ୨୦୦୮ ମସିହାରେ ତାଙ୍କ ସମ୍ପତ୍ତର ମୂଲ୍ୟ ୨୦ କୋଟିଟଙ୍କା । ସେହିଭଳି ବିଜେପି ଦଳର ଏନ୍. ନାରାୟଣ ସ୍ୱାମୀଙ୍କର ୨୦୦୪ ମସିହାରେ ସମୁଦାୟ ସମ୍ପତ୍ତିର ମୂଲ୍ୟ ଥିଲା ୨୫ଲକ୍ଷ ୩୦ହଜାର ଟଙ୍କା ଥିବା ବେଳେ ୨୦୦୮ ମସିହାରେ ଏହା ୨କୋଟି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧିପାଇଛି । ଏହି ସୂଚନା ମିଳେ ସେମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରୁ ଏହାକୁ ନମୂନାଭାବେ ଗ୍ରହଣକରି-ସାରା ଭାରତବର୍ଷରେ ସାଂସଦ ଓ ବିଧାୟକମାନେ କେଉଁ ପରିମାଣରେ ଧନୀ ହୋଇଛନ୍ତି- ତାହାର ଏକ ଆକଳନ କରାଯାଇ ପାରିଲେ- ରାଜନୀତି ଏକ ଉଚ୍ଚ ଆୟକାରୀ ବୃତ୍ତ ବୋଲି କହିବାର ଯଥାର୍ଥତା ପ୍ରତିପାଦିତ ହୋଇପାରିବ ।
୧୬-୩୦ ଜୁନ୍, ୨୦୦୮
ଭାରତୀୟ ବିଲିୟନାୟାର୍
ଗଣମାଧ୍ୟମରେ ଖବର ଯେ, ଭାରତବର୍ଷ କାହିଁକି ପୃଥିବୀର ସବୁଠାରୁ ଧନୀଭାବେ ଆବିର୍ଭୂତ ହୋଇଥିବା ମୁକେଶ ଅମ୍ବାନୀ ବମ୍ବେଠାରେ ପୃଥିବୀର ସବୁଠାରୁ ବ୍ୟୟବହୁଳ ବାସଗୃହ ନିର୍ମାଣ କରୁଛନ୍ତି । ୯୦୦୦ କୋଟି ଟଙ୍କା ବ୍ୟୟରେ ଏହି ୨୭ଟି ମହଲା ବିଶିଷ୍ଟ ବାସଗୃହରେ ପ୍ରତ୍ୟେକ ମହଲାର ଆୟୋଜନ ଭିନ୍ନ । ଅପରପକ୍ଷରେ ଗଣମାଧ୍ୟମରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ପୃଥିବୀରେ ସବୁଠାରୁ ଅଧିକ ଦରିଦ୍ର ଲୋକ ଭାରତୀୟ । ପୃଥିବୀର କୌଣସି ସ୍ଥାନରେ କୃଷକର ଆତ୍ମହତ୍ୟା ସମ୍ବାଦ ଶୁଣାଯାଏ ନାହିଁ ଯେପରି ଭାରତରେ ଆମେ ଶୁଣୁ । ନିଷ୍କର୍ଷ ବୈଷମ୍ୟ ବଢ଼ୁଛି । ବୈଷମ୍ୟ ଆଖିଦୁରୁଶିଆ ହେଉଛି । ଐଶ୍ୱର୍ଯ୍ୟର ଅଶ୍ଳୀଳ ପ୍ରଦର୍ଶନ ହେଉଛି । ଆୟର ଅପଚୟ ହେଉଛି । ଶହେକୋଟି ଡଲାର ବା ପାଖାପାଖି ୪୫୦୦କୋଟି ଟଙ୍କାର ସମ୍ପତ୍ତର ଯେଉଁ କେତେଜଣ ହାତଗଣତି ଭାରତୀୟ ଅଛନ୍ତି-ସେମାନଙ୍କ ଭିତରେ ମୁକେଶ ଅମ୍ବାନୀ ନିଶ୍ଚିତ ସବା ଆଗରେ । ଏମାନଙ୍କୁ ବିଲିୟନାୟାର୍ ବୋଲି କୁହାଯାଏ । ୨୦୦୪ରେ ଏମାନଙ୍କର ସଂଖ୍ୟା ୯ଥିବାବେଳେ ୨୦୦୭ରେ ଏମାନଙ୍କର ସଂଖ୍ୟା ୪୦ରେ ପହଞ୍ଚôଛି । ସମୃଦ୍ଧ ଜାପାନରେ ଏମାନଙ୍କର ସଂଖ୍ୟା ୨୪, ଫ୍ରାନ୍ସରେ ୧୪, ଇଟାଲୀରେ ୧୪ ଓ ଚୀନ୍ଦେଶରେ ୧୭ । ଭାରତୀୟ ବିଲିୟନାୟାର୍ମାନଙ୍କର ମାତ୍ର ଏକବର୍ଷ ଭିତରେ ୨୦୦୬ରୁ ୨୦୦୭ ମଧ୍ୟରେ ସମୁଦାୟ ସମ୍ପତ୍ତ୧୦,୬୦୦କୋଟିଡଲାର (ପ୍ରାୟଃ ୪୭, ୭୦୦୦କୋଟିଟଙ୍କା)ରୁ ବୃଦ୍ଧିପାଇଛି ୧୭,୦୦୦ କୋଟି ଡଲାରକୁ । ଅର୍ଥାତ ଗୋଟିଏବର୍ଷରେ ବୃଦ୍ଧିର ହାର ଶତକଡ଼ା ୬୦ । କେବଳ ଏତିକି ନୁହେଁ, ଭାରତବର୍ଷର ମୋଟ ଦେଶୀୟ ଉପôାଦନ (ଏକ୍ସକ୍ଟଗ୍ଦଗ୍ଦ ଊକ୍ଟଜ୍ଞରଗ୍ଦଗ୍ଧସମ ଚକ୍ସକ୍ଟୟଙ୍କମଗ୍ଧ)ର ଶତକଡ଼ା ୩୧ଭାଗ ହେଉଛି ଏହି ଭାରତୀୟ ବିଲିୟନାୟାର୍ମାନଙ୍କର । ଅଥଚ ଚୀନ୍ଦେଶରେ ଏହି ଅଂଶ ହେଉଛି ଶତକଡ଼ା ୩, ଆମେରିକାରେ ଶତକଡ଼ା ୧୧ । ସାରା ପୃଥିବୀର ଉପôାଦନକୁ ହିସାବକୁ ନେଲେ ସାରା ପୃଥିବୀର ବିଲିୟନାୟାର୍ମାନଙ୍କର ଏହି ଅଂଶ ଶତକଡ଼ା ୭ । ତେଣୁ ଭାରତୀୟ ବିଲିୟନାୟାର୍ମାନେ ରାଷ୍ଟ୍ରର ନୀତିକୁ ପ୍ରଭାବିତ କରିବାରେ ଅନ୍ୟାନ୍ୟ ରାଷ୍ଟ୍ରର ବିଲିୟନାୟାର୍ମାନଙ୍କଠାରୁ ଯଥେଷ୍ଟ ଅଧିକ ସମର୍ଥ ବୋଲି କୁହାଯାଇପାରେ ।
ବିଲିୟନାୟାର୍ମାନଙ୍କର ସଂଖ୍ୟାରେ ଏତାଦୃଶ ବୃଦ୍ଧି ଭାରତଭୂମିରେ ବିରାଟ ବୈଷମ୍ୟ ସୃଷ୍ଟି କରିଛି । ୩୫ଜଣ ବିଲିୟନାୟାର୍ଙ୍କ ସମ୍ପତ୍ତ ୮୦ କୋଟି ଗରିବ ଭାରତୀୟଙ୍କ ସମ୍ପତ୍ତଠାରୁ ଅଧିକ ବୋଲି ବିଶିଷ୍ଟ ସମାଜତତ୍ତ୍ୱବିତ୍ ଜେମସ୍ ପେଟ୍ରାସ ମତପ୍ରକାଶ କରନ୍ତି । ସବୁ ସମାଜଶାସ୍ତ୍ରୀମାନେ ଚିନ୍ତିତ ବୃଦ୍ଧି ପାଉଥିବା ବୈଷମ୍ୟକୁ ଦେଖି । କାରଣ ବୈଷମ୍ୟରେ ବୃଦ୍ଧି ସାମାଜିକ ସଂହତିର ପରିପନ୍ଥୀ । କିନ୍ତୁ ବୈଷମ୍ୟ କେବଳ ଭାରତରେ ବୃଦ୍ଧି ପାଉନାହିଁ, ସାରାବିଶ୍ୱରେ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ଅଳ୍ପ ବିକଶିତ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ବୈଷମ୍ୟ ବୃଦ୍ଧି ପାଉଛି, ଅବଶ୍ୟ ଭିନ୍ନ ଭିନ୍ନ ହାରରେ । ଏହି ଦୃଶ୍ୟ ସୂଚନା ଦେଉଛି ଯେ, ଗୋଟିଏ ପ୍ରକାର ଅର୍ଥନୈତିକ ବ୍ୟବସ୍ଥା ସାରାବିଶ୍ୱକୁ ଗ୍ରାସ କରିଛି ଯାହାର ସାଂଘାତିକ ପରିଣତି ହେଉଛି କ୍ରମବର୍ଦ୍ଧିଷ୍ଣୁ ବୈଷମ୍ୟ । ଏକପ୍ରକାର ବ୍ୟବସ୍ଥା – ସାରା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଥିବା ଉପର ମଣିଷମାନଙ୍କୁ ନିକଟତର କରିଛି – ଯାହାଫଳରେ ସୃଷ୍ଟିହେଲାଣି, ଯାହାକୁ ସମାଜବିଜ୍ଞାନୀମାନେ କହୁଛନ୍ତି, ଗ୍ଲୋବାଲ୍ ଏଲିଟ୍ସ୍ । ଏହିମାନେ ନିଜ ନିଜ ଦେଶର ନୀତିକୁ ନିଜ ସ୍ୱାର୍ଥକୁ ସୁହାଇଲା ଭଳି କରାଇପାରୁଛନ୍ତି ଓ ବିଶ୍ୱୀକରଣ ବା ଗ୍ଲୋବିକରଣ ପ୍ରକ୍ରିୟାର ସୂତ୍ରଧର ସାଜିଛନ୍ତି, ଏହିମାନଙ୍କର ସଂଖ୍ୟା ଏକ ଆକଳନ ଅନୁସାରେ ମାତ୍ର ୬୦୦୦ଅର୍ଥାତ ପୃଥିବୀର ଲୋକସଂଖ୍ୟାର ୧୦ଲକ୍ଷରୁ ଜଣେ । କହିବା ବାହୁଲ୍ୟ ଯେ, କ୍ଷମତାର କେନ୍ଦ୍ରୀକରଣ ହେଉଛି ମୁଷ୍ଟିମେୟ ଧନୀଙ୍କ ହାତରେ । ଏପରି ଅବସ୍ଥା ଅଥବା ବୈଷମ୍ୟ ମାନବ ଇତିହାସରେ କେବେ ଦେଖାଯାଇନଥିଲା । ୧୦୦ବର୍ଷ ତଳେ ସବୁଠାରୁ ଧନୀ ରାଷ୍ଟ୍ରର ସମ୍ପତ୍ତର ପରିମାଣ ସବୁଠାରୁ ଗରିବ ରାଷ୍ଟ୍ରର ସମ୍ପତ୍ତର ୯ଗୁଣ ଥିଲା-ଆଜି ଏହା ୧୦୦ ଗୁଣରେ ପହଞ୍ଚôଛି । ଆଉ ଦେଶଭିତରେ ରାଷ୍ଟ୍ର କ୍ରମଶଃ ଦୁର୍ବଳ ହୋଇଯାଉଛି ଏହି ଧନୀବର୍ଗର ତୁଳନାରେ-ଏହିମାନଙ୍କ ଦ୍ୱାରା ରାଷ୍ଟ୍ର କବଳିତ ହୋଇପଡ଼ିଛି ।
ସବୁଠାରୁ ବଡ଼ ଗଣତନ୍ତ୍ରର ନାଗରିକ ବୋଲି କହି ଗର୍ବ କରୁଥିବା ଭାରତୀୟମାନେ ଏହି ଦୃଶ୍ୟ ପ୍ରତି ସଚେତ ହେବାର ଏକ ଜରୁରୀ ଆବଶ୍ୟକତା ରହିଛି । ଅଭିବୃଦ୍ଧି, ବିକାଶ ଇତ୍ୟାଦି ମାଦକ ଶବ୍ଦରୁ ନିଜକୁ ଦୂରେଇ ରଖି, ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ନେଇ ଚିନ୍ତା, ଭାବନା କରିବାର ବେଳ ଆସିଛି ।
୧୬-୩୧ ଜୁଲାଇ, ୨୦୦୮
‘ସମାଜବାଦୀ’ ଅମରଙ୍କର ଘୁର୍ଣ୍ଣନ
ଏପ୍ରିଲ ମାସ ଶେଷପର୍ଯ୍ୟନ୍ତ ଭାରତ ଆମେରିକା ଅଣୁଚୁକ୍ତିକୁ ବିରୋଧ କରୁଥିବା ସମାଜବାଦୀ ପାର୍ଟି ହଠାତ୍ ଏହା ସପକ୍ଷରେ କହିବା ଆରମ୍ଭ କରିଛି ଓ ସଙ୍କଟରେ ପଡ଼ିଥିବା ଉପା ସରକାରଙ୍କୁ ଆସ୍ଥା ଭୋଟରେ ସମର୍ଥନ କରିବ ବୋଲି ପ୍ରତିଶ୍ରୁତିି ଦେଇଛି । ଏହା ଘଟିଛି ସମାଜବାଦୀ ପାର୍ଟିର କରିତ୍କର୍ମା ସମ୍ପାଦକ ଲମ୍ବୋଦର ଅମର ସିଂହଙ୍କର ଆମେରିକା ଭ୍ରମଣରୁ ଫେରିବା ପରେ । ସ୍ୱାଭାବିକ ଅମର ସିଂହଙ୍କର ଯାହା ଖ୍ୟାତି, ତାକୁ ଆଧାର କରି ଅନେକେ ଅଣୁଚୁକ୍ତି ପୂର୍ବରୁ ଅମର ସିଂହ ଆଉ କିଛି ଚୁକ୍ତି କରିଛନ୍ତି ବୋଲି ସନେ୍ଦହ ପ୍ରକାଶ ପାଉଛି । ବିଡ଼ମ୍ବନା ଯେ ଅଭିନେତା ଓ ଏମ୍.ପି. ରାଜବବର ଯିଏ ଅମରସିଂହଙ୍କୁ ଦଲାଲ ବୋଲି କହି – ସମାଜବାଦୀ ପାର୍ଟିରୁ ଅଲଗା ହୋଇଯାଇଥିଲେ-ସେ ମଧ୍ୟ ଉପା ସରକାରଙ୍କୁ ଆସ୍ଥାଭୋଟରେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଅନେକେ କହୁଛନ୍ତି ସୁଶ୍ରୀ ମାୟାୱତୀ ସମାଜବାଦୀ ପାର୍ଟି ବିରୁଦ୍ଧରେ ଓ ଏହି ଦଳକୁ ସମର୍ଥନ କରୁଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଯେପରି ଯୁଦ୍ଧ ଆରମ୍ଭ କରିଛନ୍ତି – ତାହାକୁ ଅଟକାଇବା ପାଇଁ ଉପା ସରକାରଙ୍କୁ ସମର୍ଥନ କରିବା ପାଇଁ ସମାଜବାଦୀ ପାର୍ଟି ବାଧ୍ୟ ହୋଇଛି । ଅପରପକ୍ଷରେ ସମର୍ଥନ ପାଇଁ ବିକଳ ଉପା ସରକାର ଆଗରେ ସମାଜବାଦୀ ପାର୍ଟି କିଛି ସର୍ତ୍ତ ରଖିଛି । ସମର୍ଥନ ଘୋଷଣା କରିବା ପରେ ପରେ ସମାଜବାଦୀ ପାର୍ଟି ସମର୍ଥକ ଅନୀଲ ଅମ୍ବାନୀଙ୍କର ବିରୋଧୀ ମୁକେଶ ଅମ୍ବାନୀଙ୍କୁ ୧୩୮କୋଟି ଟଙ୍କାର ଏକ ଦାବୀପତ୍ର ସରକାରଙ୍କ ବହିଃଶୁଳ୍କ ବିଭାଗ ପଠାଇବା ବା ସି.ବି.ଆଇ. ମାୟାୱତୀଙ୍କ ବିରୁଦ୍ଧରେ ମକଦ୍ଧମା ଦାୟର କରିବା ପାଇଁ ପ୍ରସ୍ତୁତ ହେବା ସମାଜବାଦୀ ପାର୍ଟିର ସର୍ତ୍ତ ଭିତରେ ରହିବ ବୋଲି ଅନେକେ ସନେ୍ଦହ କରୁଛନ୍ତି ।
ଅମିତାଭ ବଚ୍ଚନ ପରିବାର ବିରୁଦ୍ଧରେ ସୋନିଆ ଗାନ୍ଧି ଲାଗିଛନ୍ତି ବୋଲି ଅମର ସିଂହଙ୍କର ଦୁର୍ବାର ଅଭିଯୋଗ ଯେଉଁମାନେ ଗଣମାଧ୍ୟମରେ ଶୁଣିଛନ୍ତି – ସେମାନେ ବଚ୍ଚନ ପରିବାରକୁ କେନ୍ଦ୍ରକରି ଅମର ସିଂହ ଓ ସୋନିଆ ଗାନ୍ଧି ଭିତରେ କିଛି ଚୁକ୍ତି ହୋଇପାରିଥିବ କି ବୋଲି ପ୍ରଶ୍ନ କରୁଛନ୍ତି ।
ଅମର ସିଂହଙ୍କର ଏତାଦୃଶ ଘୂର୍ଣ୍ଣନ ଦ୍ୱାରା ବଚ୍ଚନ, ଅମ୍ବାନୀଙ୍କର ଯେ ମୁଣ୍ଡ ପ୍ରଥମେ ଘୁରାଇ ଯାଇଥିବ, ଏଥିରେ ସନେ୍ଦହ ନାହିଁ । କିନ୍ତୁ ‘ଜାତୀୟ ସ୍ୱାର୍ଥ’ରେ ଅଣୁଚୁକ୍ତି ପାଇଁ ବିଳମ୍ବିତ ସମର୍ଥନ ଯୋଗାଇ, ଉପା ସରକାରଙ୍କୁ ଆସ୍ଥାଭୋଟରେ ଜିତାଇବା ପାଇଁ ଅଣ୍ଟା ଭିଡ଼ିଥିବା ଅମର ସିଂହ ବଚ୍ଚନ, ଅମ୍ବାନୀ ଓ ସୁବ୍ରତ ‘ସାହାରା’ ରାୟଙ୍କର ସ୍ୱାର୍ଥକୁ ବଳିପକାଉ ନଥିବେ ବୋଲି ବିଶ୍ୱାସ ।
ଭାରତୀୟ ରାଜନୀତିରେ ଅମର ସିଂହ ଦଲାଲୀ କରୁଛନ୍ତି ବୋଲି ଅଭିଯୋଗ କରୁଥିବା ରାଜବବର – ଅଣୁଚୁକ୍ତିକୁ ନେଇ ଅମର ସିଂହଙ୍କର ଭୂମିକାରେ ଆନ୍ତର୍ଜାତିକ ଉତ୍ତରଣ ଦେଖି କ’ଣ ଭାବୁଥିବେ?
୧-୧୬ ଅଗଷ୍ଟ, ୨୦୦୮
ସଂସଦ ନା ଆସ୍ଥାମଣ୍ଡି
ଜୁଲାଇମାସର ଚତୁର୍ଥ ସପ୍ତାହ, ବିଶେଷକରି ୨୨ଜୁଲାଇ ୨୦୦୮ରେ ଘୋଷିତ ଫଳାଫଳକୁ ୧୯୯୧ ମସିହା ଜୁଲାଇମାସରେ ଆରମ୍ଭ ହୋଇଥିବା ନୂତନ ଅର୍ଥନୀତିର ଏକ ସ୍ୱାଭାବିକ ପରିଣତି ଭାବେ ଯଦି ଆମେ ଗ୍ରହଣ କରିନେଉ, ତା’ହେଲେ ଆମେ ଆଦୌ ଚକିତ ବା ବ୍ୟଥିତ ହେବାନାହିଁ । ୧୯୯୧ ମସିହା ଜୁଲାଇ ମାସରେ ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଇଙ୍ଗିତରେ ଅର୍ଥନୀତିର ଉଦାରୀକରଣ, ଘରୋଇକରଣ ଓ ବିଶ୍ୱୀକରଣର ପର୍ଯ୍ୟାୟକୁ ଭାରତୀୟ ଅର୍ଥନୀତି ଉପରେ ଲଦିଦେବା ବେଳେ ମନମୋହନ ସିଂହଙ୍କର ଭୂମିକା ଥିଲା ଅର୍ଥମନ୍ତ୍ରୀ ଭାବେ । ଆଜି ଆମେରିକାର ଇଙ୍ଗିତରେ ଅଣୁଚୁକ୍ତିକୁ ଭାରତର ସାର୍ବଭୌମତ୍ୱ ଉପରେ ଲଦିଦେବା ବେଳେ ଏହି ମହୋଦୟଙ୍କର ଭୂମିକା ହେଉଛି ପ୍ରଧାନମନ୍ତ୍ରୀ ଭାବେ । ଏହା ତ ଭିନ୍ନକଥାଯେ ୯୦ଦଶକର ରାଜନୀତିରେ ମନମୋହନ ପ୍ରବେଶ କରିବା ପୂର୍ବରୁ ସାଉଥ୍-ସାଉଥ୍ କମିଶନର ସଦସ୍ୟ-ସଚିବ ଭାବେ ସେ ଯେଉଁ ରିପୋର୍ଟ ତିଆରି କରିଥିଲେ – ସେଥିରେ ଏହି ଆନ୍ତର୍ଜାତିକ ସଙ୍ଗଠନ ଓ ବିକଶିତ ରାଷ୍ଟ୍ର ମାନଙ୍କର ନୀତିରେ କଠୋର ସମାଲୋଚନା ସ୍ଥାନିତ ହୋଇଥିଲା । କିନ୍ତୁ ସେ ସବୁବେଳେ ଦାବି କରିଆସିଛନ୍ତି ଯେ ସେ ରାଜନୀତିରେ ଆକସ୍ମିକଭାବେ ଆସିଛନ୍ତି ଓ ଉଚ୍ଚ ପଦପଦବୀରେ ରହି ସେ ଯାହା କରିଛନ୍ତି ତାହା ରାଷ୍ଟ୍ରର ହିତରେ ଓ ବିବେକାନୁମୋଦିତ ।
ତେଣୁ ୨୨ଜୁଲାଇ ଦିନ ଆସ୍ଥାଭୋଟରେ ବିଜୟ ଲାଭ ପରେ ସେ କହିଛନ୍ତି ‘ଓ ଷବଙ୍ଖର କ୍ଟଲଗ୍ଧରଦ୍ଭ ଗ୍ଦବସୟ ଗ୍ଧଷବଗ୍ଧ ଓ ବଜ୍ଞ ବ ଚକ୍ଟକ୍ଷସଗ୍ଧସମସବଦ୍ଭ ଭଚ୍ଚ ବମମସୟରଦ୍ଭଗ୍ଧ…ଙ୍ଗଷବଗ୍ଧରଙ୍ଖରକ୍ସ ଓ ଷବଙ୍ଖର ୟକ୍ଟଦ୍ଭର ସଦ୍ଭ ଗ୍ଧଷସଗ୍ଦ ଷସଶଷ କ୍ଟଲଲସମର ଓ ଷବଙ୍ଖର ୟକ୍ଟଦ୍ଭର ଗ୍ଦକ୍ଟ ଙ୍ଗସଗ୍ଧଷ ମକ୍ଷରବକ୍ସ ମକ୍ଟଦ୍ଭଗ୍ଦମସରଦ୍ଭମର ବଦ୍ଭୟ ସଦ୍ଭ ଗ୍ଧଷର ଭରଗ୍ଦଗ୍ଧ ସଦ୍ଭଗ୍ଧରକ୍ସରଗ୍ଦଗ୍ଧ କ୍ଟଲ ଜ୍ଞଚ୍ଚ ମକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ (ଞଷର ଋମକ୍ଟଦ୍ଭକ୍ଟଜ୍ଞସମ ଞସଜ୍ଞରଗ୍ଦ, ୨୩କ୍ସୟ ଔଙ୍କକ୍ଷଚ୍ଚ ୨୦୦୮).
ଏହା ଅବଶ୍ୟ ସ୍ମରଣ କରାଇଦେବାର ଆବଶ୍ୟକତା ନାହିଁ ଯେ ମନମୋହନଙ୍କର ରାଜନୀତିକୁ ପ୍ରବେଶ ଆସାମରୁ ରାଜ୍ୟସଭା ସଭ୍ୟଭାବେ ଓ ଏହା ସମ୍ଭବ ହୋଇଥିଲା ଯେତେବେଳେ ପଞ୍ଜାବର ଏହି ଅଧିବାସୀ ନିଜକୁ ଅସାମର ସ୍ଥାୟୀ ବାସିନ୍ଦା କହି ଏକ ସତ୍ୟପାଠ କଲେ । ନିଶ୍ଚିତଭାବରେ ଏପରି ‘ସତ୍ୟପାଠ’ ସେ କରିଥିଲେ ତାଙ୍କର ବିବେକଦ୍ୱାରା ପରିଚାଳିତ ହୋଇ ଓ ରାଷ୍ଟ୍ରର ହିତରେ । ତାଙ୍କରି ଭାଷାରେ ସେ ଜଣେ ରାଜନୀତିଜ୍ଞ ‘ଭଚ୍ଚ ବମମସୟରଦ୍ଭଗ୍ଧ’ । ଯଦି ‘ବମମସୟରଦ୍ଭଗ୍ଧ’ର ଅର୍ଥକୁ ଆମେ ଦୁର୍ଘଟଣା ବୋଲି ବୁଝୁ, ତା’ହେଲେ ନୂତନ ଅର୍ଥନୀତିର ଯେଉଁ ଭୟାବହତା ଆଜି ସାଧାରଣ ନାଗରିକ ଭୋଗିବା ଆରମ୍ଭ କରିଛି ଓ ଅଣୁଚୁକ୍ତି ପରେ ଯେଉଁ ଭୟାବହତା ଆଗାମୀ ବଂଶଧର ଭୋଗକରିବେ ବୋଲି ଜଳଜଳ ଦେଖାଦେଉଛି-ଏହାରି ପୃଷ୍ଠଭୂମିରେ ମନମୋହନ ତାଙ୍କର ରାଜନୀତିରେ ପ୍ରବେଶକୁ ଏକ ଦୁର୍ଘଟଣାଭାବେ ସ୍ୱୀକାର କରିବା ଯଥାର୍ଥ ବୋଲି ମନେ ହେଉଛି । ଇତିହାସରେ ଏହି ଦୁର୍ଘଟଣା ଏକ ଅନନ୍ୟ ଦୁର୍ଘଟଣା ଭାବେ ଲିପିବଦ୍ଧ ହେବ । ମିର୍ଜାଫର, ଶିଖିମନାଇ, ଅମୀର ଚାନ୍ଦ୍ ବା ଜଗତ ସେଠ୍ଙ୍କ ନାଁ ପରି ।
ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଯେଉଁ ଆସ୍ଥାଭୋଟରେ ବିଜୟହାସଲ କଲେ – ଏହା ସମ୍ଭବ ହୋଇ ନଥାନ୍ତା ଯଦି ବିରୋଧୀ ଦଳମାନଙ୍କର ସାଂସଦମାନେ ସେମାନଙ୍କର ଦଳର ନିଦେ୍ର୍ଧଶ ଅନୁସାରେ ଭୋଟ ଦେଇଥାନ୍ତେ ।
ତେଣୁ ଆସ୍ଥାଭୋଟରେ ବିଜୟ ପାଇଁ ଯଦି ବିରୋଧୀ ପକ୍ଷରୁ ଆସ୍ଥା କିଣିବାକୁ ପଡ଼େ, ତା’ହେଲେ ବଜାର ଅର୍ଥନୀତିରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କର ବିବେକ କାହିଁକି ବା ଆନେ୍ଦାଳିତ ହେବ । ବଜାର ଅର୍ଥନୀତିର ପ୍ରବର୍ତ୍ତକ ମନମୋହନ ସିଂହଙ୍କର ତ’ ଆଦୌ ନୁହେଁ । ‘ଆସ୍ଥା’ ତ ଏକ ସେବା, ଶିକ୍ଷା ଓ ସ୍ୱାସ୍ଥ୍ୟଭଳି । ତେଣୁ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବେପାର ଯେତେବେଳେ ଆଜି ବିଶ୍ୱବାଣିଜ୍ୟ ସଙ୍ଗଠନ ଦ୍ୱାରା ଅନୁମୋଦିତ, ସେତେବେଳେ ‘ଆସ୍ଥା’ର କିଣାବିକା – ନୂତନ ଅର୍ଥନୀତିରେ ବିଶ୍ୱାସ କରୁଥିବା କାହାରିକୁ ବିଚଳିତ କରୁ ନଥିବ । ମନମୋହନ, ଚିଦାମ୍ବରମ, ମଣ୍ଟେକ ଓ ତାଙ୍କର ଅନୁଯାୟୀମାନଙ୍କୁ ମୋଟେ ନୁହେଁ ।
ପୋଥିଗତ ବିଚାରରେ ସାଂସଦମାନେ ସେମାନଙ୍କର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କର ଆସ୍ଥାର ପ୍ରତୀକ । ବଜାର ଅର୍ଥନୀତିରେ ଯାହାର ଚାହିଦା – ତାହା ହୋଇପାରିବ ପଣ୍ୟ । ତେଣୁ ଗଣମାଧ୍ୟମରେ ନଗ୍ନତା ପଣ୍ୟ, ବିଚାରାଳୟରେ ବିଚାର ପଣ୍ୟ, ସଚିବାଳୟରେ ନିଷ୍ପତ୍ତ ପଣ୍ୟ, ସଂସଦରେ ଆସ୍ଥା ଯଦି ପଣ୍ୟହୁଏ-ତା’ହେଲେ ଏତେ ହୋହଲ୍ଲା କାହିଁକି?
ଦୃଷ୍ଟି ବିଚୁ୍ୟତିକରଣ ଓ ବାକ୍ସ୍ଖଳନ
ଦିନାକେତେ ଗଣମାଧ୍ୟମରେ ଦରଦାମ ବୃଦ୍ଧିକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଲା । ଭାରତର ପ୍ରଧାନମନ୍ତ୍ରୀ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇଥିବାବେଳେ ଏପରି ବୃଦ୍ଧି କିପରି ହେଉଛି ପ୍ରଶ୍ନ କରି ଅନେକେ ମନମୋହନ ସିଂହଙ୍କର ଅର୍ଥନୀତିରେ ପାରଦର୍ଶିତାକୁ ମଧ୍ୟ ପ୍ରଶ୍ନ କରିପକାଇଲେ । ଭାରତୀୟ ରାଜନୀତିରେ ସବୁଠାରୁ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଯେଉଁମାନେ କହୁଥିଲେ-ସେମାନଙ୍କୁ ଏହି ଦରବୃଦ୍ଧି ମନମୋହନଙ୍କ ବିରୁଦ୍ଧରେ ଆହୁରି ଉଚ୍ଚସ୍ୱରରେ କହିବା ପାଇଁ ଖୋରାକ ଯୋଗାଇଥିଲା ।
ଠିକ୍ ଏହି ସମୟରେ ଆସିଗଲା ଅଣୁଚୁକ୍ତିକୁ ନେଇ ବିତର୍କ, ଆସ୍ଥା ଭୋଟପାଇଁ ପାଗଭିଡ଼ା । ତା’ପରେ ସଂସଦରେ ଆସ୍ଥା ଭୋଟଗ୍ରହଣ ପ୍ରକ୍ରିୟା । ଗୃହଭିତରେ ଭୋଟ କିଣାବିକାର ପ୍ରମାଣ ଦେବାକୁ ଯାଇ କିଛି ସାଂସଦଙ୍କ ଦ୍ୱାରା ବିଡ଼ାବିଡ଼ା ନୋଟ୍ର ପ୍ରଦର୍ଶନ । ମନମୋହନଙ୍କ ସରକାରର ଆସ୍ଥାଭୋଟରେ ବିଜୟ । ମନମୋହନ ସିଂହ ଶକ୍ତିଶାଳୀ ବୋଲି ଗଣମାଧ୍ୟମରେ ଆରମ୍ଭ ହୋଇଗଲା ପ୍ରଚାର । ‘ଜୋ ଜିତା ୱହି ସିକନ୍ଦର’ ନ୍ୟାୟରେ ମନମୋହନ ସିକନ୍ଦର ହେଲେ । ଏପରିକି ଉପା ଯଦି ନିର୍ବାଚନ ପରେ ସରକାର କରେ, ତା’ହେଲେ ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି – କେହି କେହି କହିବା ଆରମ୍ଭ କରିଦେଲେ । ରାହୁଲ ଗାନ୍ଧୀଙ୍କୁ ଯେଉଁମାନେ ଭାବୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଁ ବସିଛନ୍ତି – ତାଙ୍କୁ କ’ଣ ଆହୁରି ଅପେକ୍ଷା କରିବାକୁ ପଡ଼ିବ?
ତେବେ ଆସ୍ଥାଭୋଟରେ ମନମୋହନଙ୍କ ବିଜୟ ପରେ ଦରଦାମ ବୃଦ୍ଧି ଆଉ ମୁଖ୍ୟ ପ୍ରସଙ୍ଗ ହୋଇ ରହିନାହିଁ । ଯଦିଓ ଶତକଡ଼ା ୧୨ରେ ଏହି ହାର ପହଞ୍ଚôଲାଣି । ଏହି ସମ୍ବାଦକୁ ଖବରକାଗଜମାନେ ଭିତରପୃଷ୍ଠାକୁ ନେଇଗଲେଣି । ଆସ୍ଥାଭୋଟରେ ବିଜୟ ପଛରେ ପ୍ରଚୁର ଅର୍ଥ କାରବାରର ଅଭିଯୋଗ ଯେତେବେଳେ ଗଣମାଧ୍ୟମରେ ଜୋର ଧରୁଥିଲା-ସେତିକିବେଳେ ହୋଇଗଲା ବାଙ୍ଗାଲୋର – ଅହମ୍ମଦାବାଦରେ କ୍ରମିକ ବୋମା ବିସ୍ଫୋରଣ । ଗଣମାଧ୍ୟମ ଓ ସମ୍ବାଦପତ୍ରମାନେ ନୋଟ ନେଇ ଭୋଟ ପ୍ରସଙ୍ଗକୁ ପଛରେ ପକାଇ ଅଗ୍ରାଧିକାର ଦେଲେ ବୋମା ବିସ୍ଫୋରଣ ଉପରେ । ପ୍ରଥମେ ଦରଦାମ ବୃଦ୍ଧି, ତା’ପରେ ନୋଟ ନେଇ ଭୋଟ ପ୍ରସଙ୍ଗ, ତା’ପରେ କ୍ରମିକ ବୋମା ବିସ୍ଫୋରଣ-ଲୋକଙ୍କ ନଜରକୁ ଗୋଟିଏ ପ୍ରସଙ୍ଗରୁ ଆଉ ଗୋଟିଏ ପ୍ରସଙ୍ଗକୁ ଡେଇଁବାକୁ ବାଧ୍ୟ ହେଲା ।
ଏହିଭଳି ଦୃଷ୍ଟିକୁ ଡିଅାଁଇବା କୌଣସି ସୁଚିନ୍ତିତ ଯୋଜନାର ଅଂଶ ନା ସଦ୍ୟତମ ସମ୍ବାଦଉପରେ ଅଗ୍ରାଧିକାର ଦେବାପାଇଁ ଗଣମାଧ୍ୟମର ନିଦେ୍ର୍ଧଶର ପରିଣତି-ତାହା ଅନୁସନ୍ଧାନସାପେକ୍ଷ । କିନ୍ତୁ ଏହିଭଳି ଘଟଣାକ୍ରମକୁ ଦେଖି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ କହିବା ଯେ, ବୋମା ବିସ୍ଫୋରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସଙ୍ଗଠିତ କରାଯାଇଛି – ସବୁମହଲରୁ ଏପରିକି ତାଙ୍କ ନିଜ ଦଳଭିତରୁ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛି । ଅବଶ୍ୟ ଶ୍ରୀମତୀ ସ୍ୱରାଜ ଏହାକୁ ନିଜର ବ୍ୟକ୍ତିଗତ ମତ ବୋଲି କହିଛନ୍ତି । (ଦ୍ରଷ୍ଟବ୍ୟ- ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୧୧ ଇଙ୍କଶଙ୍କଗ୍ଦଗ୍ଧ, ୨୦୦୮) ।
୧-୧୬ ନଭେମ୍ବର, ୨୦୦୮
ପୁଞ୍ଜି ବଜାରରେ ପ୍ରଳୟ : ଜୁଆ ଆଡ୍ଡାରେ ବିସ୍ଫୋରଣ
ତିନିଲକ୍ଷ କୋଟି ଆମେରିକୀୟ ଡଲାର ହରାଇ ଦେଲେ ବିକଶିତ ଦେଶମାନଙ୍କର ଅର୍ଥନିବେଶକାରୀ ସଂସ୍ଥାଗୁଡ଼ିକ । ଯେଉଁ ସଂସ୍ଥାଗୁଡ଼ିକରେ ଚାକିରିଟିଏ ପାଇବା ପାଇଁ ଭାରତର ସର୍ବାଗ୍ରେ ଥିବା ପରିଚାଳନା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ମେଧାବୀ ଛାତ୍ରମାନେ ସ୍ୱପ୍ନ ଦେଖନ୍ତି, ସେହି ସଂସ୍ଥାଗୁଡ଼ିକ ନିଜକୁ ଦେବାଳିଆ ଘୋଷଣାକରିବା ପାଇଁ ଆବେଦନ କରି ପକାଇଲେ ବା ‘ହେ ସରକାର,ଆମକୁ ରକ୍ଷାକର’ ବୋଲି ବିକଳ ସ୍ୱରରେ ଡାକ ଛାଡ଼ିଲେ । ସରକାରକୁ ହେୟ ଚକ୍ଷୁରେ ଦେଖୁଥିବା ଏହି ଘରୋଇ ସଂସ୍ଥାଗୁଡ଼ିକ ସେହି ସରକାରଙ୍କର ହିଁ ଶେଷକୁ ଶରଣାଗତ ହେଲେ । ଯଦି ଏହି ବିଦେଶୀ ସଂସ୍ଥାଗୁଡ଼ିକୁ ଆମ ଭାରତୀୟ ପ୍ରବାଦ ଯେ, ଭଗବାନ ମଧ୍ୟ ଦିନେ ଗଧପାଦ ଧରିଥିଲେ, ତାହା ସହିତ ପରିଚୟ କରାଇ ଦିଆଯାଏ, ତା’ହେଲେ ଏହି ବିଦେଶୀ ସଂସ୍ଥାଗୁଡ଼ିକ ମୁହଁ ଟେକି ଚାହିଁବା ପାଇଁ ଅପେକ୍ଷାକୃତ କମ୍ ଲଜ୍ଜା ଅନୁଭବ କରିବେ । ଆମଭିତରେ ଥିବା ଘରୋଇକରଣ, ଉଦାରୀକରଣ ଓ ବିଶ୍ୱୀକରଣର ଚାଟୁକାରମାନେ ଏହି ପ୍ରବାଦଟିକୁ ବିଦେଶୀ ସଂସ୍ଥାମାନଙ୍କୁ ଜଣାଇ ସେମାନଙ୍କର ଆସ୍ଥାଭାଜନ ହେବାପାଇଁ ଚେଷ୍ଟା କରିବେ ବୋଲି ଶୁଦ୍ରକର ଅନୁମାନ । ତେବେ ଆମେରିକା ସରକାର ଏହି ବୁଡ଼ିଯାଇଥିବା ସଂସ୍ଥାଗୁଡ଼ିକର ବିକଳ ଡାକ ଶୁଣିଛନ୍ତି ଓ ଏହି ସଂସ୍ଥାଗୁଡ଼ିକୁ ରକ୍ଷାକରିବା ପାଇଁ ସତୁରୀହଜାର କୋଟି ଡଲାର ନିଜକୋଷରୁ ଦେବେବୋଲି ପ୍ରତିଶ୍ରୁତି ଦେବା ସହ କେତେକ ସଂସ୍ଥାକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଛନ୍ତି । ଆମେରିକାର ଏହି ପଦକ୍ଷେପ ଦ୍ୱାରା ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଉତ୍ସାହିତ ହୋଇଛନ୍ତି ଓ ଅନୁରୂପ ପଦକ୍ଷେପ ନେଇଛନ୍ତି । ସମାଲୋଚନା ଯେ ଏହି ଘରୋଇ ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକର ବେପରୁଆ ପରିଚାଳନାଜନିତ କ୍ଷତିର ଭରଣା ସାଧାରଣ ନାଗରିକ ଦେଉଥିବା ଟିକସ ପଇସାରୁ କରାଯିବା ଅନୁଚିତ, ନିଷ୍ପତ୍ତି ନେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ । ପକାନ୍ତା ବା କିପରି? ନିଷ୍ପତ୍ତ ନେଉଥିବା ସରକାରୀ ଅଧିକାରୀମାନେ ଯଦି ହୁଅନ୍ତି ଏହି ପ୍ରସ୍ତାବିତ ସଂସ୍ଥାଗୁଡ଼ିକର ଭୂତପୂର୍ବ ଅଧିକାରୀ? ଠିକ ଯେପରି ସାରା ବିଶ୍ୱର ବିରୋଧ ଓ ପ୍ରତିବାଦକୁ ବେଖାତିର କରି ଇରାକ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣାପାଇଁ ନିଷ୍ପତ୍ତ ନେଉଥିବା ବ୍ୟକ୍ତିମାନେ ଥିଲେ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକର ପୂର୍ବତନ ଅଧିକାରୀ ।
ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥାରେ ଘରୋଇ କମ୍ପାନୀମାନଙ୍କର -ସେମାନଙ୍କର ପୂର୍ବତନ ଅଧିକାରୀ ମାନଙ୍କ ଜରିଆରେ ସରକାରରେ ଉପସ୍ଥିତି ଏକ ସାଧାରଣ ଦୃଶ୍ୟ । ତେଣୁ ଘରୋଇ କମ୍ପାନୀମାନେ ଏହିଭଳି ସରକାରଙ୍କର ସବୁବେଳେ ହେଉଛନ୍ତି ଗେହ୍ଲାପୁଅ । ଗେହ୍ଲାପୁଅ ପାଇଁ ବାପା,ମା’ଙ୍କର ସ୍ନେହର ଗଭୀରତାର ସବୁଠାରୁ ବଡ଼ ପରୀକ୍ଷାହେଉଛି ଯେତେବେଳେ ଏହି ଗେହ୍ଲାପୁଅର ସମସ୍ତ ବଦ୍ଖର୍ଚ୍ଚ, ବଦ୍ଗୁଣ, ଦୌରାତ୍ମ୍ୟ ଓ ଦୁର୍ବଳତାକୁ ବାପ,ମା’ କ୍ଷମା କରନ୍ତି ଓ ଏହାର ପରିଣତିରୁ ରକ୍ଷା କରିବାପାଇଁ ଅଣ୍ଟା ଭିଡ଼ନ୍ତି । ତେଣୁ ବିକଶିତ ରାଷ୍ଟ୍ରର ସରକାରମାନେ ଯଦି ଏହି ବୁଡ଼ି ଯାଉଥିବା ଗେହ୍ଲା ସଂସ୍ଥାଗୁଡ଼ିକୁ ରକ୍ଷା କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି-ଏଥିରେ କିଛି ଅସ୍ୱାଭାବିକତା ନାହିଁ । ବିକଶିତ ରାଷ୍ଟ୍ରଗୁଡ଼ିକୁ ଧନୀ, ପ୍ରତିପତ୍ତଶାଳୀ ବାପ ଓ ବୁଡ଼ିଯାଉଥିବା ସଂସ୍ଥାଗୁଡ଼ିକୁ ବଦ୍ଖର୍ଚ୍ଚୀ, ବଦ୍ମିଞ୍ଜାସୀ, ବେପରୁଆ, ଉଦ୍ଧତ ପୁଅସହ ତୁଳନା କଲେ-ବର୍ତ୍ତମାନ ପୁଞ୍ଜିବଜାରରେ ଏହି ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକର ସ୍ଥିତି ଓ ସରକାରଙ୍କର ଭୂମିକା ଅତି ସ୍ପଷ୍ଟ ହୋଇଯିବ ।
ତେବେ ଏହି ବେପରୁଆ ପୁଅଟିପାଇଁ ଖର୍ଚ୍ଚାନ୍ତ ହେଉଥିବା ବାପର ଖର୍ଚ୍ଚ ଯଦି ଏକ ନିର୍ଦ୍ଧିଷ୍ଟ ପରିମାଣଠାରୁ ଅଧିକ ହୋଇଯାଏ-ତା’ହେଲେ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ଚଳାଚଳଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ । ସମ୍ପ୍ରତି ବିକଶିତ ରାଷ୍ଟ୍ରଗୁଡ଼ିକର ଅର୍ଥ ବ୍ୟବସ୍ଥାରେ ଏହିପରି ଏକ ଅବସ୍ଥାର ଆଶଙ୍କା କରାଯାଉଛି । ଯେହେତୁ ସାରା ବିଶ୍ୱର ଅର୍ଥନୀତିର ଏକୀକରଣ ବିଶ୍ୱୀକରଣ ପର୍ଯ୍ୟାୟରେ ଗତ ଦୁଇଦଶନ୍ଧି ଧରି ବେଶ୍ ଆଗେଇଯାଇଛି -ତେଣୁ ସାରା ବିଶ୍ୱର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ଆମର ଦେଶରେ ବିଶ୍ୱୀକରଣ ପ୍ରକ୍ରିୟା ମନ୍ଥର ଥିବାରୁ ଆମ ଉପରେ ପ୍ରତିକୂଳ ପ୍ରଭାବ ସେତେ ପଡ଼ିବନାହିଁ ବୋଲି ତ୍ୱରିତ୍ ବିଶ୍ୱୀକରଣର ଏକଦା ସମର୍ଥକ ଅର୍ଥନୀତିଜ୍ଞମାନେ କହିବା ଆରମ୍ଭ କରିଛନ୍ତି ।
ପରିବାରର ବିଶୃଙ୍ଖଳିତ ସଦସ୍ୟ ପାଇଁ ଅନ୍ୟମାନେ ଯନ୍ତ୍ରଣା ପାଇବା ଆରମ୍ଭ ହୋଇଗଲାଣି । ଆମେରିକାସ୍ଥିତ ଜଣେ ଭାରତୀୟ, ପୁଞ୍ଜିବଜାରରେ ଏଭଳି ଦୃଶ୍ୟକୁ ସହ୍ୟ ନକରିପାରି ପରିବାରର ସମସ୍ତଙ୍କୁ ହତ୍ୟାକରି ଶେଷକୁ ଆତ୍ମହତ୍ୟା କରିଛନ୍ତି ।(ଦ୍ରଷ୍ଟବ୍ୟ-ଦି ଷ୍ଟେଟସ୍ମ୍ୟାନ,୮ ଅକ୍ଟୋବର,୨୦୦୮)ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଔଷଧର ବିକ୍ରୟ ଯଥେଷ୍ଟ ବଢ଼ିଯାଇଛି ।(ଦ୍ରଷ୍ଟବ୍ୟ-ଦି ଇକୋନୋମିକ ଟାଇମ୍ସ, ୨୪/୧୦/୨୦୦୮) ସବୁଦିନେ ଖବରକାଗଜରେ ବାହାରୁଛି କେଉଁ କମ୍ପାନୀରୁ କେତେ କର୍ମଚାରୀ ଛଟେଇ ହେଉଛନ୍ତି, (ଦ୍ରଷ୍ଟବ୍ୟ-୧୦ଦିନରେ ୩୦% କର୍ମଚାରୀ ବିଦା ହେବେ, ଧରିତ୍ରୀ, ୩୦ଅକ୍ଟୋବର, ୨୦୦୮) ଦରମା କିପରି ହ୍ରାସ ହେଉଛି,ଚାକିରି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କ ସ୍ୱପ୍ନ ଉପରେ କିପରି ପାଣି ମାଡ଼ିଯାଉଛି,ମାସକୁ ଲକ୍ଷାଧିକ ଟଙ୍କାରେ ଚାକିରି କରିବା ପାଇଁ ଆଶା ବାନ୍ଧିଥିବା ଯୁବକଯୁବତୀ କିପରି ଯଥେଷ୍ଟ କମ୍ ଦରମାରେ ଚାକିରି କରିବାକୁ ରାଜି ହୋଇଗଲେଣି, ବଡ଼ ବଡ଼କମ୍ପାନୀମାନଙ୍କର ସମ୍ପତ୍ତର ମୂଲ୍ୟ କିପରି ଦ୍ରୁତଗତିରେ ହ୍ରାସ ପାଉଛି-ଇତ୍ୟାଦି ।
ଏହିସବୁ ଦୃଶ୍ୟକୁ ବର୍ଣ୍ଣନା କରି; ଏହାର କାରଣ ଓ ନିରାକରଣ ସମ୍ପର୍କରେ ଗତ ଏକ ମାସ ହେବ ବହୁ ପ୍ରବନ୍ଧ, ପ୍ରକାଶିତ ହେଲାଣି ଓ ହେଉଛି । ଗଣମାଧ୍ୟମରେ ତର୍କ-ବିତର୍କ ଚାଲିଛି । ପୁଞ୍ଜିତତ୍ତ୍ୱର ଓଜନିଆ ଶବ୍ଦ ବ୍ୟବହାର ହେଉଛି, ସାଧାରଣ ଭାଷାରେ ବୁଝାଇବାର ମଧ୍ୟ ଉଦ୍ୟମ ହେଉଛି । କିନ୍ତୁ ଗୋଟିଏ ନିଷ୍କର୍ଷ ବାହାରିଆସୁଛି ଯେ ପୁଞ୍ଜିବଜାରର ଚରିତ୍ର ହେଉଛି ରହସ୍ୟମୟ । କହିବା ବାହୁଲ୍ୟ ଯେ ରହସ୍ୟକୁ ଭେଦ କରିବାକୁ ଅସମର୍ଥ ବ୍ୟକ୍ତି ଭାଗ୍ୟବାଦୀ ହେବାର ସମ୍ଭାବନା ବହୁତ ଅଧିକ ।
ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ ଯେ ଲେହମାନ ବ୍ରଦର୍ସ, ମେରିଲ ଲିଃ ଭଳି ସଂସ୍ଥା ଯେଉଁମାନେ ପୃଥିବୀର ସବୁଠାରୁ ବଡ଼ ବଡ଼ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେଇଥାନ୍ତି ଓ ସେମାନଙ୍କ ପରାମର୍ଶରେ ହିଁ ସଂସ୍ଥା ଦ୍ୱାରା ପୁଞ୍ଜିନିବେଶ ପାଇଁ ନିଷ୍ପତ୍ତ ନେଇଥାନ୍ତି,ସେହିଭଳି ସଂସ୍ଥାଗୁଡ଼ିକ ଏପରି ଦୁର୍ଦ୍ଧଶାଗତ ହେଲେ କିପରି? ଏହିଭଳି ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ ପୁଞ୍ଜିତତ୍ତ୍ୱବିତ୍ (ଞ.ଞ.ଜବଜ୍ଞ ଗକ୍ଟଷବଦ୍ଭ)ଙ୍କ ଭାଷାରେ,‘ମୁଁ ଏହି ସଂସ୍ଥା ମାନଙ୍କରେ କାର୍ଯ୍ୟ କରୁଥିବା ବୁଦ୍ଧିଆ ଲୋକମାନଙ୍କ ଦ୍ୱାରା କଦାପି ବିହ୍ୱଳିତ ହୋଇନାହିଁ । ଏଠାରେ ଅତି ସାଧାରଣ ସ୍ତରର ଗବେଷଣା ହୋଇଥାଏ । ସଂସ୍ଥାମାନଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ତଥ୍ୟ ଓ ଯୁକ୍ତିକୁ କିଛିଟା ମଜାମଜି କରି ପୁନଃ ପରିବେଷଣ କରିଦିଆଯାଏ । ପୁଞ୍ଜି ଖଟାଇବାର ନିଷ୍ପତ୍ତ ନିହାତି ଖାମଖିଆଲୀ ଢଙ୍ଗରେ ହିଁ ନିଆଯାଏ । ଏହିଭଳି ଖାମଖିଆଲୀ ନିଷ୍ପତ୍ତ ଯେଉଁ ପରିମାଣର ପୁଞ୍ଜିନିବେଶ ସମ୍ପର୍କରେ ନିଆଯାଏ, ତାହା ଦେଖିଲେ ନିଶ୍ୱାସ ବନ୍ଦ ହୋଇଯାଏ ।’(ଦି ଇକୋନୋମିକ ଟାଇମ୍ସ,୧୮/୦୯/୨୦୦୮) । ଏହି ସଂସ୍ଥାଗୁଡ଼ିକର ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରତିଷ୍ଠିତ ପତ୍ରିକାଗୁଡ଼ିକରେ ଯେଉଁ ରଙ୍ଗିନଚିତ୍ର ପରିବେଷଣ କରାଯାଏ, ତାହା ମଧ୍ୟ ଖୁବ୍ ଖାମଖିଆଲୀ ଭାବରେ ବା ଉଦେ୍ଧଶ୍ୟମୂଳକ ଭାବରେ ହୋଇଥାଏ ବୋଲି ଅଭିଜ୍ଞତାରୁ ଜଣାପଡ଼େ । ଲେହମ୍ୟାନ ବ୍ରଦର୍ସ ସମ୍ପର୍କରେ ପ୍ରସିଦ୍ଧ ଞଷର ଋମକ୍ଟଦ୍ଭକ୍ଟଜ୍ଞସଗ୍ଦଗ୍ଧ ଏପ୍ରିଲ ୨୦୦୮ରେ ଯେଉଁପ୍ରକାର ଅନୁକୂଳ ମନ୍ତବ୍ୟ ଦେଇଥିଲେ-ତାହା ପଢ଼ିଲେ କେହି କଳ୍ପନା କରିପାରିବ ନାହିଁ ଯେ ମାତ୍ର ୫ମାସ ପରେ (ସେପ୍ଟେମ୍ବର, ୨୦୦୮) ଏହି ପ୍ରତିଷ୍ଠାନ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବ । ଅବଶ୍ୟ ୬ମାସ ପୂର୍ବରୁ ପୁଞ୍ଜିବଜାରରେ ଏକଲକ୍ଷ କୋଟି ଡଲାରର କ୍ଷତି ଓ ବିଶ୍ୱ ଅର୍ଥନୀତି ନିମ୍ନଗାମୀ ହେବା ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭବିଷ୍ୟତବାଣୀ କରିଥିଲେ ।(ଦ୍ରଷ୍ଟବ୍ୟ – ଦି ଇକୋନୋମିକ ଟାଇମ୍ସ, ୩୦/୦୯/୨୦୦୮) କିନ୍ତୁ ଏହାକୁ ବୋଧହୁଏ ସେ ପରିମାଣରେ ଗୁରୁତ୍ୱ ଦିଆଗଲା ନାହିଁ । ଜୁଆଡ଼ିର ମାନସିକତା ହିଁ ପୁଞ୍ଜିବଜାରକୁ ଆକ୍ରାନ୍ତ କରିଥିଲା । ଏହି ପ୍ରତିଷ୍ଠାନଗୁଡ଼ିକର ମୁଖ୍ୟ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଉଥିଲା ଯଦି ସେମାନେ ଅଧିକରୁ ଅଧିକ ରିସ୍କ (ଜସଗ୍ଦଳ) ନେଇପାରୁଥିଲେ । ଯେପରି ଲେହମ୍ୟାନ ବ୍ରଦର୍ସର ମୁଖ୍ୟ ଅଧିକାରୀ (ଉଋଙ) ରିଚାର୍ଡ଼ ଫଲ୍ଡ (ଜସମଷବକ୍ସୟ ୠଙ୍କକ୍ଷୟ)ଙ୍କର ବାର୍ଷିକ ଦରମା ୨୦୦୨ରେ ପାଉଥିବା ବାର୍ଷିକ ୧କୋଟି ୨୫ଲକ୍ଷ ଡଲାରରୁ ବଢ଼ି ୨୦୦୭ରେ ୪କୋଟି ଡଲାରରେ ପହଞ୍ଚôଥିଲା ।
ଏହି ରିସ୍କନେବାର ପ୍ରବଣତା ଏହି ପ୍ରତିଷ୍ଠାନର ଅଧିକାରୀମାନଙ୍କୁ ବେପରୁଆ କରିଦେଲା । ବେପରୁଆ ଋଣ ଦେଇ ଚାଲିଲେ । ବିଶେଷଜ୍ଞଙ୍କ ମତରେ ଏହା ଦୁଇଲକ୍ଷ କୋଟି ଡଲାରରେ ପହଞ୍ଚôଛି ଯାହା ସୁଝାହେବ ନାହିଁ । (ଦ୍ରଷ୍ଟବ୍ୟ-ଦି ଇକୋନୋମିକ ଟାଇମ୍ସ,୨୪/୦୯/୨୦୦୮) ବେପରୁଆ ହୋଇପାରୁଥିବା ଅଧିକାରୀମାନେ ଯେତେବେଳେ ଅଧିକରୁ ଅଧିକ ଦରମା, ବୋନସ୍ ଇତ୍ୟାଦି ପାଇବାରେ ସଫଳ ହେଲେ- ସେତେବେଳେ ଏହାର କୁପରିଣତିର ଶିକାର ହେଲେ ଏହି ପ୍ରତିଷ୍ଠାନରେ ଅଧିକ ଲାଭଆଶାରେ ଟଙ୍କା ଖଟାଇଥିବା ଅଂଶୀଦାର (ଝଷବକ୍ସରଷକ୍ଟକ୍ଷୟରକ୍ସ) ମାନେ । ସେହିମାନଙ୍କର ହିଁ ପଇସା ବୁଡ଼ିଗଲା – ସେମାନେ ତଳିତଳାନ୍ତ ହେଲେ । ପୁଞ୍ଜିନିବେଶକାରୀ ସଂସ୍ଥାଗୁଡ଼ିକ ପାଖରେ ପଇସା ଆଉ ରହିଲାନାହିଁ ଋଣ ଦେବାକୁ । ଋଣବଜାର ବନ୍ଦ ହେବାକୁ ବସିଲା । ଋଣ ବଜାର ବନ୍ଦ ହୋଇଗଲେ ଆଜିକାର ଅର୍ଥନୀତି ଚାଲିପାରିବ ନାହିଁ । ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ବ୍ୟବସାୟ ବଢ଼ାଇ ପାରିବେ ନାହିଁ । ଗୋଟିଏ କମ୍ପାନୀ ଆଉଗୋଟିଏ କମ୍ପାନୀକୁ କିଣିପାରିବ ନାହିଁ । ସାଧାରଣ ଉପଭୋକ୍ତା ଗାଡ଼ିମଟର, ଘରବାଡ଼ି କିଣିପାରିବ ନାହିଁ,ଏହି ଋଣ ବଜାରକୁ ଜୀବନ ଦେବାପାଇଁ ବାହାରି ପଡ଼ିଲେ ସରକାରମାନେ – ସେମାନଙ୍କର ଅଧିନରେ ଥିବା କେନ୍ଦ୍ର ବ୍ୟାଙ୍କମାନେ । ଏହାକୁ ହିଁ କୁହାଯାଉଛି ଈବସକ୍ଷ ଙଙ୍କଗ୍ଧ ବା ଉଦ୍ଧାରକ । ଯେଉଁମାନେ ଏହିଭଳି ଆୟୋଜନକୁ ଜାତୀୟ ପୁଞ୍ଜିର ଘରୋଇକରଣ ବୋଲି କହୁଛନ୍ତି, ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି । ଯେଉଁମାନେ ଏହି ପରିସ୍ଥିତି ପାଇଁ ଦାୟୀ, ସେମାନଙ୍କ ହାତକୁ ପୁଣି ଏହି ପୁଞ୍ଜିକୁ ଟେକିଦେଇ ଋଣ ବଜାରକୁ ଜୀବନ୍ୟାସ ଦେବା କେତେଦୂର ବିଜ୍ଞତାର ପରିଚୟ-ସେ ତ ଆଉ ଏକ ପ୍ରଶ୍ନ । ଜୁଆଡ଼ି ମାନସିକତାରେ ଆକ୍ରାନ୍ତ ପୁଞ୍ଜିବଜାରରେ ଖେଳାଳୀମାନେ ଯେ ଏହି ସରକାରୀ ପଇସା ପାଇ ପୁଣି ବେପରୁଆ ନହୋଇଯିବେ-ତାହା ମଧ୍ୟ କିଏ କହିବ? ତେଣୁ ଶୁଦ୍ରକର ଅନୁମାନ ଯାହା ଘଟିଛି-ତାହା ପୁଣି ଘଟିବ, ବାରମ୍ବାର ଘଟିବ ଏହି ବ୍ୟବସ୍ଥା ଭିତରେ । ତେବେ ଦୁଇଟି ବିପର୍ଯ୍ୟୟ ଭିତରେ ସମୟ,ସେ ହୁଏତ କମ୍ବେଶୀ ହୋଇପାରେ ।
ଏସବୁ ଭିତରେ ଗୋଟିଏ ପ୍ରଶ୍ନ ଶୁଦ୍ରକକୁ ବିବ୍ରତ କରୁଛି – ଯେ ୩ଲକ୍ଷ କୋଟି ଡଲାରର ଯେଉଁ କ୍ଷତି ହେଲା ପୁଞ୍ଜି ନିବେଶକାରୀ ସଂସ୍ଥାମାନଙ୍କର ତାହା ଗଲା କେଉଁମାନଙ୍କ ପାଖକୁ । ଏହି ସଂସ୍ଥାଗୁଡ଼ିକର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ କୌଣସି କାରସାଦି କରି ନିଜ ବ୍ୟକ୍ତିଗତ ମାଲିକାନା ଭିିତରକୁ ନେଇଗଲେ ନାହିଁ ତ? ଏହାର ଅନୁସନ୍ଧାନ ହେବାଉଚିତ । ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଆଦ୍ୟ ନବେଦଶକରେ ଯେଉଁ ୪୦୦୦କୋଟି ଟଙ୍କାର ହର୍ଷଦ ମେହେଟ୍ଟା ସ୍କାମ୍ ହୋଇଥିଲା – ତାହା କେଉଁମାନଙ୍କ ପାଖକୁ ଗଲା – କେଉଁମାନେ ତା’ର ହିତାଧିକାରୀ ତାହାର ସଠିକ ଚିତ୍ର ଆଜିପର୍ଯ୍ୟନ୍ତ ମିଳୁନାହିଁ । ତେଣୁ ଉପରୋକ୍ତ ପ୍ରଶ୍ନର ମଧ୍ୟ ଉତ୍ତର ନମିଳିବା ସ୍ୱାଭାବିକ । କାରଣ କିପରି ସଠିକ୍ ଉତ୍ତର ଲୋକଙ୍କ ଦୃଷ୍ଟିକୁ ନ ଆସିବ ସେଥିପାଇଁ ବ୍ୟବସ୍ଥା ଉଦ୍ୟମ କରିବ । ଆମେ ଏକ ଏପରି ବ୍ୟବସ୍ଥାରେ ବର୍ତ୍ତମାନ ଅଛୁ ଯେଉଁଠି କୃଷକକୁ ରିହାତି (ଝଙ୍କଭଗ୍ଦସୟଚ୍ଚ)ଦେବାକୁ ବିରୋଧ କରାଯାଏ,ଧନୀଙ୍କୁ ଉଦ୍ଧାରକ ଦେବାପାଇଁ ବ୍ୟାକୁଳତା ଦେଖାଯାଏ । ଆମର ଅର୍ଥନୀତିଜ୍ଞମାନେ ଏହାକୁ ସୁସ୍ଥ ଅର୍ଥନୀତିର ଆଖ୍ୟା ଦିଅନ୍ତି – ଯେଉଁଠି ସାଧାରଣ ଲୋକର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼େ । କହିବା ବାହୁଲ୍ୟ ଯେ ବର୍ତ୍ତମାନର ସରକାର ଧନୀଲୋକଙ୍କର ଓ ଧନୀଲୋକଙ୍କ ପାଇଁ । ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଯେ ସାଧାରଣ ଲୋକଙ୍କଠାରୁ ବେଶ୍ ଦୂରେଇଚାଲିଛି – ତାହାର ବିଶୃଙ୍ଖଳିତ ଏକ ନଗ୍ନ ନଜିର ହେଉଛି ପୁଞ୍ଜି ବଜାରରେ ସରକାରର ଭୂମିକା ।
୧୬-୩୦ନଭେମ୍ବର, ୨୦୦୮
ରାଷ୍ଟ୍ରପତି ଓବାମା
ଆମେରିକା ଯେ ଏକ ଶତପ୍ରତିଶତ କୃଷ୍ଣକାୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପଥରେ ଅଗ୍ରସର ହେଉଛି ତାହାର ସୂଚନା ମିଳୁଛି ଅର୍ଦ୍ଧଶ୍ୱେତ-ଅର୍ଦ୍ଧକୃଷ୍ଣକାୟ ବାରାକ ହୁସେନ ଓବାମାଙ୍କର ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟରୁ । ମଣିଷସମାଜ ପୁରୁଷପ୍ରଧାନ ହୋଇଥିବାରୁ ପିତାର ବର୍ଣ୍ଣ, ଜାତି,ଧର୍ମ ଦ୍ୱାରା ହିଁ ପରିଚିତ ହୁଏ ତାର ସନ୍ତାନ ସନ୍ତତି । ଯଦି ଏହା ପ୍ରଥାନହୋଇ ମା’ର ବର୍ଣ୍ଣ, ଜାତି, ଧର୍ମ ଦ୍ୱାରା ସନ୍ତାନସନ୍ତତି ପରିଚିତ ହେଉଥାନ୍ତେ ତା’ହେଲେ ବାରାକ ଓବାମାଙ୍କୁ ଆମେ କୃଷ୍ଣକାୟ ନକହି ଶ୍ୱେତକାୟ କୁହନ୍ତେ । ଏହା ବ୍ୟତିରେକ ମଧ୍ୟ ଓବାମାଙ୍କୁ ଶ୍ୱେତକାୟ କହିବା ଭିତ୍ତହୀନ ହେବନାହିଁ ଯଦି ଆମେ ଏହା ଜାଣୁ ଯେ ଓବାମାଙ୍କୁ ମାତ୍ର ଦୁଇବର୍ଷ ହୋଇଥିବା ବେଳେ (ଓବାମାଙ୍କର ଜନ୍ମ ୪ଅଗଷ୍ଟ ୧୯୬୧) ତାଙ୍କର ଆମେରିକୀୟ ଶ୍ୱେତକାୟ ମାତା ଆନ୍ନ ଡନ୍ହାମ (ଇଦ୍ଭଦ୍ଭ ଊଙ୍କଦ୍ଭଷବଜ୍ଞ) ଓ ଆଫ୍ରିକୀୟ (କେନିଆ ନିବାସୀ) କୃଷ୍ଣକାୟ ପିତା ବାରାକ ହୁସେନ ଓବାମା ସିନିଅର (ଈବକ୍ସବମଳ ଐଙ୍କଗ୍ଦଗ୍ଦରସଦ୍ଭ ଙଭବଜ୍ଞବ ଝକ୍ସ.)ଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା ଓ ଏହାପରେ ତାଙ୍କର ଲାଳନ-ପାଳନ ପ୍ରଥମ ଅଳ୍ପକିଛି ବର୍ଷ ପାଇଁ (ଓବାମାଙ୍କୁ ଦଶବର୍ଷ ହେବାପର୍ଯ୍ୟନ୍ତ) ତାଙ୍କ ଶ୍ୱେତକାୟ ମା ଓ ପରବର୍ତ୍ତୀ ସମୟରେ ଅଜା ଓ ଆଇ (ଝଗ୍ଧବଦ୍ଭକ୍ଷରଚ୍ଚ ଊଙ୍କଦ୍ଭଷବଜ୍ଞ ଌ ଗବୟରକ୍ଷଚ୍ଚଦ୍ଭ ଊଙ୍କଦ୍ଭଷବଜ୍ଞ)ଙ୍କ ଦ୍ୱାରା ହିଁ ହୋଇଥିଲା – ଅର୍ଥାତ ତାଙ୍କର ଲାଳନପାଳନ ମୁଖ୍ୟତଃ ଏକ ଅନ୍ତରଙ୍ଗ ଶ୍ୱେତକାୟ ପରିବେଶରେ ହିଁ ହୋଇଥିଲା । ଏହା ସେ ନିଜେ ସ୍ୱୀକାର କରନ୍ତି ଯେତେବେଳେ ସେ ନର୍ଥ କାରୋଲିନା (ଘକ୍ଟକ୍ସଗ୍ଧଷ ଉବକ୍ସକ୍ଟକ୍ଷସଦ୍ଭବ)ଠାରେ ଏକ ନିର୍ବାଚନୀସଭାରେ ତାଙ୍କର ଆଇଙ୍କର ମୃତୁ୍ୟଖବର ପାଇ କୁହନ୍ତି ଯେ ଆଇଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କ ଜୀବନକୁ ବହୁ ପରିମାଣରେ ଗଢ଼ିଛି । (ଦ୍ରଷ୍ଟବ୍ୟ – ଞଷର ଝଗ୍ଧବଗ୍ଧରଗ୍ଦଜ୍ଞବଦ୍ଭ, ୩କ୍ସୟ ଘକ୍ଟଙ୍ଖ, ୨୦୦୮, ଚ-୩) । ଏଠାରେ ଉଲ୍ଲେଖ କରିଦେବା ପ୍ରାସଙ୍ଗିକ ହେବ ଯେ କୃଷ୍ଣକାୟ ପିତାଙ୍କ ସହ(ଯାହାଙ୍କର ମୃତୁ୍ୟ ୧୯୮୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ହେଲା) ଓବାମାଙ୍କର ଥରେ ମାତ୍ର ହିଁ ଭେଟ ହୋଇଥିଲା ୧୯୭୧ମସିହାରେ ଯେତେବେଳେ ସେ ଅଜା,ଆଇଙ୍କର ତତ୍ତ୍ୱାବଧାନରେ ପ୍ରତିପାଳିତ ହେଉଥିଲେ ।
ତେଣୁ ଶରୀର ଗଢ଼ଣ ଓ ଚେହେରାକୁ ବାଦ୍ ଦେଲେ ଏକଶତ ପ୍ରତିଶତ ଶ୍ୱେତକାୟ ପରିବେଶରେ ପ୍ରତିପାଳିତ ଓବାମା କେତେଦୂର ଏକ ଦରଦୀ ଶ୍ୱେତକାୟଠାରୁ ଭିନ୍ନ ଅଥଚ ଅଧିକ ଗଭୀରଭାବେ କୃଷ୍ଣକାୟ ସମ୍ପ୍ରଦାୟ ସହ ନିଜକୁ ଏକାତ୍ମ କରିପାରିବେ-ତା’ର ବେଦନାକୁ ହୃଦୟଙ୍ଗମ କରିପାରିବେ-ତାହା ନେଇ ପ୍ରଶ୍ନ ସ୍ୱାଭାବିକ ମନ ଭିତରକୁ ଆସେ ।
କିନ୍ତୁ ଓବାମାଙ୍କ ବିଜୟ ଫଳରେ ଜର୍ଜବୁଶ୍ଙ୍କ ଆମେରିକାର ଔଦ୍ଧତ୍ୟରେ କିଛି କ୍ଷୟ ହେବ ବୋଲି ଯଦି କେହି ଆଶା କରୁଥାନ୍ତି ତା’ହେଲେ ଆଶା ବିରୋଧରେ ଆଶା (ଐକ୍ଟକ୍ଟ୍ରର ବଶବସଦ୍ଭଗ୍ଦଗ୍ଧ ଐକ୍ଟକ୍ଟ୍ରର) ସଦୃଶ ବୋଲି କହିବା ଅତିଶୟୋକ୍ତି ହେବ ନାହିଁ । ଓବାମାଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକ ଡ୍ରିମ୍ସ ଅଫ ମାଇଁ ଫାଦର (ଊକ୍ସରବଜ୍ଞଗ୍ଦ କ୍ଟଲ ଜ୍ଞଚ୍ଚ ଲବଗ୍ଧଷରକ୍ସ, ୧୯୯୫) ଓ ଅଡ଼ାସିଟି ଅଫ ହୋପ୍ (ଇଙ୍କୟବମସଗ୍ଧଚ୍ଚ କ୍ଟଲ ଐକ୍ଟକ୍ଟ୍ରର, ୨୦୦୬)ରୁ ସର୍ବୋଚ୍ଚ କ୍ଷମତାରେ ଓବାମା କେଉଁ ନୀତି ଅନୁସରଣ କରିବେ, ତା’ର ଝଲକ ମିଳୁଛି । ଆମେରିକୀୟ ସ୍ୱପ୍ନର ପୁନରୁଦ୍ଧାର କିପରି ହେବ ତାହାହିଁ ତାଙ୍କର ମୁଖ୍ୟଚିନ୍ତା । ଭିଏତ୍ନାମ ଯୁଦ୍ଧଫଳରେ ଆମେରିକାର କ’ଣ କ୍ଷତି ହେଲା, କିପରି ଆମେରିକାର ସମ୍ମାନରେ ଆଞ୍ଚ ଆସିଲା, କିପରି ଆମେରିକୀୟ ସୈନ୍ୟବାହିନୀର ମନୋବଳ କ୍ଷୁର୍ଣ୍ଣର୍ ହେଲା, କିପରି ଆମେରିକାର ଜନସାଧାରଣ ଓ ସରକାର ଭିତରେ ବିଶ୍ୱାସର ବନ୍ଧ ଭାଙ୍ଗିଗଲା-ଏହାହିଁ ତାଙ୍କୁ ବିବ୍ରତ କରିଛି । ଏହି ପ୍ରସଙ୍ଗରେ ଓବାମା କେଉଁଠାରେ ହେଲେ କୁହନ୍ତିନାହିଁ ଯେ ଏହି ଯୁଦ୍ଧଫଳରେ ୨୦ଲକ୍ଷ ଭିଏତ୍ନାମ ନାଗରିକଙ୍କର ମୃତୁ୍ୟ ହେଲା, ସେ ଦେଶର ଊର୍ବର ଜମି ବିଷାକ୍ତ ହୋଇଗଲା ବା ଏକ ଗଣହତ୍ୟା ସଙ୍ଗଠିତ ହେଲା । କହିବା ବାହୁଲ୍ୟ ଯେ ଓବାମାଙ୍କର ଚିନ୍ତା ଆମେରିକାକେନ୍ଦ୍ରିକ ହିଁ ହେବ-ଆମେରିକାର ସ୍ୱାର୍ଥ, ଆମେରିକାର ସମ୍ମାନ, ଆମେରିକାର ପ୍ରଭାବ କିପରି ସବା ଉପରେରହିବ-ତାହାହିଁ ତାଙ୍କର ମୁଖ୍ୟଲକ୍ଷ୍ୟ ହେବ । ଏଥିପାଇଁ ଯଦି ଅନ୍ୟରାଷ୍ଟ୍ରକୁ ପଦଦଳିତ କରିବାକୁ ହୁଏ-ତା’ହେଲେ ସେ ଯେ ପଛଘୁଞ୍ଚା ଦେବେନାହିଁ-ଏହା ଜଣାପଡ଼େ । ତେଣୁ ଏକାଧିକ ସ୍ଥାନରେ ସେ କହିଛନ୍ତି ଯେ ମୁଁ ସବୁଯୁଦ୍ଧର ବିରୋଧୀ ନୁହେଁ । ତାଙ୍କପାଇଁ କିଛି ଯୁଦ୍ଧ ଭଲ, କିଛି ଯୁଦ୍ଧ ଖରାପ । ତେଣୁ ଆଫଗାନିସ୍ଥାନ ବିରୁଦ୍ଧରେ ଯୁଦ୍ଧର ସେ ବିରୋଧୀ ନୁହନ୍ତି । ବରଂ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମାକକେନ୍ଙ୍କୁ ଛିଗୁଲେଇ କହନ୍ତି ଯେ, ମାକକେନ୍ ବିନ୍ ଲାଡ଼େନକୁ ଧରିବାପାଇଁ-ତା’ର ଗୁମ୍ଫା ଯାଏ ତାକୁ ଖୋଜିବେ ନାହିଁ । (ଡକ୍ଟ’ଦ୍ଭଗ୍ଧ ରଙ୍ଖରଦ୍ଭ ଲକ୍ଟକ୍ଷକ୍ଷକ୍ଟଙ୍ଗ (ଈସଦ୍ଭ ଖବୟରଦ୍ଭ) ଗ୍ଧକ୍ଟ ଷସଗ୍ଦ ମବଙ୍ଖର ସଦ୍ଭ ଇଲଶବ-ଦ୍ଭସଗ୍ଦଗ୍ଧବଦ୍ଭ) (ଦ୍ରଷ୍ଟବ୍ୟ – ଞଷର ଞରମଷଦ୍ଭସମସବଦ୍ଭ ସଦ୍ଭ ଗ୍ଧଷର ଋଗ୍ଦଗ୍ଧବଭକ୍ଷସଗ୍ଦଷଜ୍ଞରଦ୍ଭଗ୍ଧ : ଙଭବଜ୍ଞବ’ଗ୍ଦ ଇଜ୍ଞରକ୍ସସମବ ବଦ୍ଭୟ ଗ୍ଧଷର ଙ୍ଗକ୍ଟକ୍ସକ୍ଷୟ, ଠସଦ୍ଭବଚ୍ଚବ ଖବକ୍ଷ, ଋମକ୍ଟଦ୍ଭକ୍ଟଜ୍ଞସମ ବଦ୍ଭୟ ଚକ୍ଟକ୍ଷସଗ୍ଧସମବକ୍ଷ ଡରରଳକ୍ଷଚ୍ଚ, ଘକ୍ଟଙ୍ଖ, ୨୦୦୮, ଚ-୧୪) ଓବାମା ଏହି ମାନସିକତାରୁ ମୁକ୍ତ ନୁହନ୍ତି ଯେ,ଏହା ଆମେରିକୀୟ ରାଷ୍ଟ୍ରପତିର ଜନ୍ମଗତ ଅଧିକାର ଯେ, ସେ ଯେକୌଣସି ଦେଶ ଉପରେ ବୋମାବର୍ଷଣ କରି ତାକୁ ଆମେରିକାର ଆନୁଗତ୍ୟ ସ୍ୱୀକାର କରିବାପାଇଁ ବାଧ୍ୟ କରିପାରେ । ପୁନଶ୍ଚ ଓବାମାଙ୍କର ସ୍ୱର ଯେ ଉତ୍ତରକୋରିଆ, ଇରାନ ଓ ଚୀନ୍ ସନ୍ଦର୍ଭରେ, ରିଗାନ୍, କ୍ଲିଣ୍ଟନ୍, ବୁଶ୍ ବା ମାକକେନ୍ଠାରୁ ଭିନ୍ନ ହେବନାହିଁ, ତା’ର ସୂଚନା ମିଳେ ଯେତେବେଳେ ସେ କୁହନ୍ତି ‘ଆମକୁ ଶକ୍ତି ପ୍ରଦର୍ଶନର ଏକ ରଣନୀତି ଅବଲମ୍ବନ କରିବାକୁ ହେବ ଯାହାଦ୍ୱାରା ଉତ୍ତର କୋରିଆ ଏବଂ ଇରାନ୍ ଭଳି ଦୁଷ୍ଟ ରାଷ୍ଟ୍ରଗୁଡ଼ିକ ତରଫରୁ ଥିବା ବିପଦକୁ ମୁକାବିଲା କରିହେବ ଏବଂ ଚୀନ୍ଦେଶ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରର ଆହ୍ୱାନକୁ ସାମ୍ନା କରିହେବ ।’ (ଙ୍ଗର ଦ୍ଭରରୟ ଗ୍ଧକ୍ଟ ଜ୍ଞବସଦ୍ଭଗ୍ଧବସଦ୍ଭ ବ ଗ୍ଦଗ୍ଧକ୍ସବଗ୍ଧରଶସମ ଲକ୍ଟକ୍ସମର କ୍ଟ୍ରକ୍ଟଗ୍ଦଗ୍ଧଙ୍କକ୍ସର ଗ୍ଧଷବଗ୍ଧ ବକ୍ଷକ୍ଷକ୍ଟଙ୍ଗଗ୍ଦ ଙ୍କଗ୍ଦ ଗ୍ଧକ୍ଟ ଜ୍ଞବଦ୍ଭବଶର ଗ୍ଧଷକ୍ସରବଗ୍ଧଗ୍ଦ କ୍ଟ୍ରକ୍ଟଗ୍ଦରୟ ଭଚ୍ଚ ଗ୍ଧଷର କ୍ସକ୍ଟଶଙ୍କର ଦ୍ଭବଗ୍ଧସକ୍ଟଦ୍ଭଗ୍ଦ କ୍ଷସଳର ଘକ୍ଟକ୍ସଗ୍ଧଷ କକ୍ଟକ୍ସରବ ବଦ୍ଭୟ ଓକ୍ସବଦ୍ଭ ବଦ୍ଭୟ ଗ୍ଧକ୍ଟ ଜ୍ଞରରଗ୍ଧ ଗ୍ଧଷର ମଷବକ୍ଷକ୍ଷବଦ୍ଭଶରଗ୍ଦ ଭଚ୍ଚ ଗ୍ଧଷର କ୍ଟ୍ରକ୍ଟଗ୍ଧରଦ୍ଭଗ୍ଧସବକ୍ଷ କ୍ସସଙ୍ଖବକ୍ଷଗ୍ଦ କ୍ଷସଳର ଉଷସଦ୍ଭବ)
କହିବାବାହୁଲ୍ୟ ଯେ, ପୂର୍ବ ରାଷ୍ଟ୍ରପତିମାନଙ୍କଠାରୁ ଓବାମା ରାଷ୍ଟ୍ରପତିଭାବେ ଭିନ୍ନ ହେବେନାହିଁ – ଆମେରିକାର ଆଧିପତ୍ୟ(ବା ଔଦ୍ଧତ୍ୱ)କୁ କାଏମ ରଖିବାରେ । ଆମେରିକାର ପ୍ରଚଳିତ ବ୍ୟବସ୍ଥାକୁ ସୁରକ୍ଷିତ ରଖିବେ ଏହି ପ୍ରତିଶ୍ରୁତି ତାଙ୍କଠାରୁ ଯଥେଷ୍ଟ ପରିମାଣରେ ମିଳୁଛି ଯାହା ଆମେରିକୀୟ ମୂଳ କର୍ପୋରେଟ ସଂସ୍କୃତି ସହ ମେଳ ଖାଉଛି । କର୍ପୋରେଟୀୟ ସଂସ୍କୃତିର ପରିପନ୍ଥୀ କୌଣସି ଭିନ୍ନ ରାଜନୈତିକ ଧାରଣା ଆମେରିକାର ଗଣତନ୍ତ୍ରରେ ବିକଶିତ ନହୋଇପାରିବାର ଯେଉଁ ପରମ୍ପରା ରହିଛି, ତା’ର ପରିବେଶରେ ଆମେରିକୀୟ ଗଣତନ୍ତ୍ରରେ ଖେଳୁଆଡ଼ ହେବଳ ବା ରାଷ୍ଟ୍ରପତି ହେବାର ସ୍ୱପ୍ନକୁ ପୂରଣ କରିବାର ଏକମାତ୍ର ପଥ ହେଉଛି କର୍ପୋରେଟୀୟ ସଂସ୍କୃତି ସହ ସାଲିସ କରିବା । ସେହି ଦୃଷ୍ଟିରୁ ଦ୍ୱିପାର୍ଟିର ଭ୍ରମ ସୃଷ୍ଟି କରୁଥିବା ଡେମୋକ୍ରାଟ ଓ ରିପବ୍ଲିକାନ ଦଳ ପ୍ରକୃତରେ ଗୋଟିଏ ଦଳ ଯାହା ଆମେରିକାର ଗଣତନ୍ତ୍ରରେ ଦୃଶ୍ୟମାନ ସ୍ଥିରତାର ଏକ ବଡ଼ କାରଣ । ତେଣୁ ଏହି ଦୁଇଦଳ ଭିତରେ କ୍ଷମତା ବଦଳ କୌଣସି ମୌଳିକ ପରିବର୍ତ୍ତନ ଆମେରିକୀୟ ଶାସନ ଧାରାରେ ଆଣିବ ନାହିଁ । ଜର୍ଜ ବୁଶ୍ ଓ ଓବାମାଙ୍କ ଭିତରେ ବିଶେଷ ଫରକ ଦେଖାଯିବ ନାହିଁ । ଆମ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଜର୍ଜ ବୁଶ୍ଙ୍କର ଯେପରି କରୁଣା ଥିଲା,ଓବାମାଙ୍କର ମଧ୍ୟ ସେପରି ରହିବ । ଯଦିଓ ଓବାମା ଭାରତର ପ୍ରତିବେଶୀ ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ଆଗୁଆ କଥାବାର୍ତ୍ତା କରିବା ଓ ଅପେକ୍ଷମାଣ ମନମୋହନ ସିଂହଙ୍କ ସହ ଆଗୁଆ କଥାବାର୍ତ୍ତା ନକରିବା – ଫଳରେ ସନେ୍ଦହ ଓବାମା – ମନମୋହନ ସମ୍ପର୍କକୁ ନେଇ ହୋଇଥିଲା-ଯାହାର ଅବସାନ ହୋଇଛି । ଇତ୍ୟବସରରେ ଓବାମା ମନମୋହନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଓବାମାଙ୍କର ଏତାଦୃଶ ବ୍ୟବହାର ଅସ୍ୱାଭାବିକ ନୁହେଁ । କାରଣ ଯିଏ ଅନୁଗତ ହୋଇନାହିଁ-ତାହାକୁ ଅନୁଗତ କରାଇବା ଉପରେ ବୋଧହୁଏ ଓବାମା ଗୁରୁତ୍ୱ ଦେଇଛନ୍ତି । ଭାରତର ଆମେରିକା ପ୍ରତି ଆନୁଗତ୍ୟ ତ ପ୍ରମାଣିତ । ତେଣୁ ସାମାନ୍ୟ ବିଳମ୍ବକଲେ ଭାରତ ସମ୍ପର୍କରୁ ଓହରିଯିବ ନାହିଁ- ଏହା ଓବାମା ଜାଣନ୍ତି । ଓବାମା କାର୍ଯ୍ୟବସ୍ତତା ହେତୁ ମନମୋହନ ସିଂହଙ୍କୁ ଟେଲିଫୋନ କରିପାରିନାହାନ୍ତି ବୋଲି ଦିଆଯାଉଥିବା ଯୁକ୍ତି ଆମେରିକା ପ୍ରତି ଆନୁଗତ୍ୟକୁ ଆହୁରି ବଳିଷ୍ଠଭାବେ ପ୍ରମାଣିତ କରେ । ତେଣୁ ଜର୍ଜବୁଶ୍ଙ୍କର ମନମୋହନଙ୍କ ପ୍ରତି ଯେଉଁ କରୁଣା ଭାବ ଥିଲା, ସେହି କରୁଣା ମନମୋହନଙ୍କ ପ୍ରତି ଓବାମାଙ୍କର ରହିବ ବୋଲି ଶୁଦ୍ରକର ବିଶ୍ୱାସ ।
ତେବେ ଗୋଟିଏ ଆଶଙ୍କା ଉଙ୍କିମାରୁଛି ମନରେ । ବର୍ତ୍ତମାନ ଆମେରିକୀୟ ଅର୍ଥନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ତାହା ୧୯୨୯-୩୩ ସମୟ କାଳ ମଧ୍ୟରେ ଦେଖାଯାଉଥିବା ସଙ୍କଟଠାରୁ ମଧ୍ୟ ଭୟଙ୍କର ବୋଲି କୁହାଯାଉଛି । ସେହିଭଳି ଅବସ୍ଥାରେ ଏହି ସଙ୍କଟ ପାଇଁ ମୁଖ୍ୟତଃ ଦାୟୀ ଆମେରିକୀୟ କର୍ପୋରେଟ ବ୍ୟବସ୍ଥା ଓବାମାଙ୍କୁ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ବହୁଳ ପ୍ରଚାର କରି-ତାଙ୍କ ହାତକୁ ଆମେରିକା ଶାସନର ମଙ୍ଗ ବଢ଼ାଇଦେବା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ତ? ୧୯୨୯-୩୩ ସଙ୍କଟ ପରେ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସଙ୍ଗଠିତ ହୋଇ ପୁଞ୍ଜିବାଦକୁ ଉଦ୍ଧାର କରିଥିଲା । ବର୍ତ୍ତମାନର ସଙ୍କଟ ପୁଞ୍ଜିବାଦୀ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇଛି । ତେଣୁ କୌଣସି ବିଶ୍ୱଯୁଦ୍ଧର ଯୋଜନା ଆମେରିକୀୟ କର୍ପୋରେଟମାନଙ୍କର କାର୍ଯ୍ୟସୂଚୀରେ ନାହିଁ ତ? କାରଣ ସୀମିତ ଯୁଦ୍ଧର ରଣନୀତି ପୁଞ୍ଜିବାଦକୁ ରକ୍ଷା କରିପାରୁ ନାହିଁ ଏହି ବିଶ୍ୱଯୁଦ୍ଧ କୃଷ୍ଣକାୟ ଓବାମାଙ୍କ କାନ୍ଧରେ ବନ୍ଧୁକ ରଖି କରାଇବାର ଯୋଜନା ହେଉନାହିଁ ତ?
୧-୧୬ ଡିସେମ୍ବର, ୨୦୦୮
ରାଜା ନୈହି ଫକୀର ହୈ, ଦେଶ କା ତକଦୀର୍ ହୈ : ବିଶ୍ୱନାଥ ପ୍ରତାପ ସିଂହ
୧୯୮୯ମସିହାରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପାଇଁ ଏହି ସ୍ଲୋଗାନ ଦିଆଯାଇଥିଲା । ଭାରତର ଭାଗ୍ୟ ବୋଲି ତାଙ୍କୁ ଚିତ୍ରଣ କରାଯାଇଥିଲା । ଏହାକୁ ଜନସାଧାରଣ ଗ୍ରହଣ କରିଥିଲେ ଓ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଏହି ପଦବୀରେ ସେ, ୨ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ପର୍ଯ୍ୟନ୍ତ, ମାତ୍ର ୧୧ମାସ ପାଇଁ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରବୀଣ ସାମ୍ବାଦିକ ପ୍ରଫୁଲ୍ଲ ବିଦୱାଇ ଲେଖିଥିଲେ ‘ଯଦି ସ୍ୱାଧୀନତା ପରଠାରୁ ଭାରତର ରାଜନୀତିକୁ ଏକ ନିର୍ଣ୍ଣାୟକ ରୂପ ଓ ଏକ ନିର୍ଦ୍ଧିଷ୍ଟ ଚରିତ୍ର ଦେଇଥିବା ୫ଟି ନେତାଙ୍କୁ ବଛାଯାଏ ତା’ହେଲେ ତାଙ୍କ ମଧ୍ୟରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାଁ ରହିବ ।’(ଓଲ କ୍ଟଦ୍ଭର ଙ୍ଗରକ୍ସର ଗ୍ଧକ୍ଟ ସୟରଦ୍ଭଗ୍ଧସଲଚ୍ଚ ହଙ୍କଗ୍ଦଗ୍ଧ ଲସଙ୍ଖର କ୍ଷରବୟରକ୍ସଗ୍ଦ ଙ୍ଗଷକ୍ଟ ଷବଙ୍ଖର ୟରମସଗ୍ଦସଙ୍ଖରକ୍ଷଚ୍ଚ ଗ୍ଦଷବକ୍ଟ୍ରରୟ ଓଦ୍ଭୟସବଦ୍ଭ କ୍ଟ୍ରକ୍ଟକ୍ଷସଗ୍ଧସମଗ୍ଦ ଗ୍ଦସଦ୍ଭମର ସଦ୍ଭୟରକ୍ଟ୍ରରଦ୍ଭୟରଦ୍ଭମର, ବଦ୍ଭୟ ଶସଙ୍ଖରଦ୍ଭ ସଗ୍ଧ ସଗ୍ଧଗ୍ଦ ୟସଗ୍ଦଗ୍ଧସଦ୍ଭମଗ୍ଧସଙ୍ଖର ମଷବକ୍ସବମଗ୍ଧରକ୍ସ, ଠସଗ୍ଦଙ୍ଗବଦ୍ଭବଗ୍ଧଷ ଚକ୍ସବଗ୍ଧବକ୍ଟ୍ର ଝସଦ୍ଭଶଷ ଙ୍ଗସକ୍ଷକ୍ଷ ଗ୍ଦଙ୍କକ୍ସରକ୍ଷଚ୍ଚ ଲସଶଙ୍କକ୍ସର ବଜ୍ଞକ୍ଟଦ୍ଭଶ ଗ୍ଧଷରଜ୍ଞ)
ବିଡ଼ମ୍ବନା ଯେ ଦୁଇବର୍ଷ ପରେ ୭୭ବର୍ଷ ବୟସରେ ଏହି ବ୍ୟକ୍ତି ଯେତେବେଳେ ଦେହତ୍ୟାଗ କରନ୍ତି(୨୭ ନଭେମ୍ବର୨୦୦୮ ଅପରାହ୍ଣ ୨.୪୫ମିନିଟ)ତାଙ୍କର ମୃତୁ୍ୟଖବର ଗଣମାଧ୍ୟମରେ ଯେପରି ପ୍ରଚାରିତ ହେବାକଥା – ସେପରି ହେଲାନାହିଁ । ଅନେକେ ହୁଏତ ଏବେ ବି ଜାଣି ନଥିବେ ଯେ, ବିଶ୍ୱନାଥପ୍ରତାପ ସିଂ ଇହଜଗତରେ ନାହାନ୍ତି । ଔପଚାରିକତା ରକ୍ଷାକରି ବିଧାନସଭାମାନଙ୍କରେ ବା ସଂସଦରେ ଶୋକପ୍ରସ୍ତାବ ଆଗତ ନିଶ୍ଚିତ ହେବ ବା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଇତ୍ୟାଦିଙ୍କ ଦ୍ୱାରା ଶୋକ ବାର୍ତ୍ତାମାନ ପ୍ରକାଶ ପାଇବ-କିନ୍ତୁ ଏକଦା ଭାରତର ଭାଗ୍ୟ ବୋଲି କୁହାଯାଉଥିବା, ଭାରତୀୟ ରାଜନୀତିକୁ ଏକ ଭିନ୍ନ ମୋଡ଼ ଦେଇଥିବା, ଦୁର୍ନୀତି ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରୁଥିବା,ଜୀବନ-ଜୀବିକା ହରାଉଥିବା ସାଧାରଣ ମଣିଷପାଖରେ ଠିଆ ହେଉଥିବା-ବିଶ୍ୱନାଥ ପ୍ରତାପ ସିଂହଙ୍କର ମୃତୁ୍ୟସମ୍ବାଦକୁ ଗଣମାଧ୍ୟମ ଗୁରୁତ୍ୱ ନ ଦେବା ବୋଧହୁଏ ଏକ ବିଶ୍ଳେଷଣ ଦାବି କରେ ।
ଅବଶ୍ୟ ୨୬ନଭେମ୍ବର ୨୦୦୮ରାତିରୁ ଆରମ୍ଭ ହୋଇଥିବା ସନ୍ତ୍ରାସବାଦୀଙ୍କର ତାରକା ହୋଟେଲ ଉପରେ ଆକ୍ରମଣକୁ ଗଣମାଧ୍ୟମ ଉପଲବ୍ଧ କରି ଭି.ପି.ସିଂହଙ୍କର ମୃତୁ୍ୟସମ୍ବାଦ ପ୍ରତି ଅବହେଳାର ଅଭିଯୋଗକୁ ଅସ୍ୱୀକାର କରିପାରେ । କିନ୍ତୁ ଯଦି ୨୬ ନଭେମ୍ବର ୨୦୦୮ଘଟଣା ଘଟିନଥାନ୍ତା-ତା’ହେଲେ କ’ଣ ଗଣମାଧ୍ୟମ ବିଶ୍ୱନାଥ ପ୍ରତାପ ସିଂହଙ୍କର ମୃତୁ୍ୟସମ୍ବାଦକୁ ଯଥାଯୋଗ୍ୟ ପରିବେଷଣ କରିଥାନ୍ତା? ବୋଧହୁଏ ନୁହେଁ । କାରଣ ଗଣମାଧ୍ୟମ ଯେଉଁମାନଙ୍କ ନିୟନ୍ତ୍ରଣରେ ଅଛି-ସମାଜରେ ଯେଉଁମାନେ ଉଚ୍ଚବର୍ଗ, ଧନୀକଶ୍ରେଣୀ, ସେମାନେ ଚାହାନ୍ତି ଯେ ବିଶ୍ୱନାଥ ପ୍ରତାପ ସିଂହ ଏକ ଉଦାହରଣ ହୋଇ ରୁହନ୍ତୁ ଭାରତୀୟ ଜନସାଧାରଣଙ୍କ ପାଇଁ । ବୋଧହୁଏ ତାଙ୍କ ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କ ଉପରେ ଏପରି ଚଢ଼ଉ କରିନଥିଲେ ଯେପରି ସେ କରିଥିଲେ । ସାମ୍ବାଦିକ ବୀର ସିଂଘଭୀଙ୍କ ଭାଷାରେ, ‘ଏହିଭଳି ଚଢ଼ଉ ବ୍ୟବସାୟୀଗୋଷ୍ଠୀ ଭିତରେ ଭୟ ଓ ଆଶଙ୍କା ସୃଷ୍ଟି କରିଥିଲା’ ଯେଉଁ ଧୀରୁଭାଇ ଅମ୍ବାନୀଙ୍କ ପାଖରେ ସବୁ ରାଜନୈତିକ ଦଳର ନେତା (ବାମପନ୍ଥୀଙ୍କୁ ଛାଡ଼ି) ଆଜାନୁନତ ହୋଇ ହାତପତେଇ ଅର୍ଥ ଆଣୁଥିଲେ, ସେହି ଧୀରୁଭାଇ ଅମ୍ବାନୀଙ୍କ ସଂସ୍ଥାଉପରେ ଚଢ଼ଉର ନିଦେ୍ର୍ଧଶ ଦେଇଥିଲେ ବିଶ୍ୱନାଥ ପ୍ରତାପ ସିଂହ । ଧୀରୁଭାଇ ଅମ୍ବାନୀ ବାଧ୍ୟ େହାଇଥିଲେ ଲାର୍ସନ ଆଣ୍ଡ୍ ଟୁର୍ବୋର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଘନିଷ୍ଠ ବନ୍ଧୁ ଅମିତାଭ ବଚ୍ଚନଙ୍କ ଉପରେ ମଧ୍ୟ ଚଢ଼ଉ କରିଥିଲେ ସେ । ଶିଳ୍ପପତିମାନଙ୍କ ଉପରେ ଚଢ଼ଉ, ବନ୍ଧୁ ଅମିତାଭଙ୍କ ଉପରେ ଚଢ଼ଉ-ରାଜୀବ ଗାନ୍ଧୀଙ୍କ ପାଇଁ ଅସହ୍ୟ ହୋଇଥିଲା । ବିଶ୍ୱନାଥ ପ୍ରତାପ ସିଂହଙ୍କୁ ଅର୍ଥମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା । ରାମବାହାଦୁର ରାୟଙ୍କ ଦ୍ୱାରା ଲିଖିତ ବିଶ୍ୱନାଥ ପ୍ରତାପ ସିଂହଙ୍କର ଜୀବନୀ ‘ମଞ୍ଜିଲ ସେ ଜ୍ୟାଦା ସଫର’ରେ ବିଶ୍ୱନାଥ ପ୍ରତାପ ସିଂହ କୁହନ୍ତି ଯେ,‘ଅମିତାଭଙ୍କର ସେତେବେଳେ ସରକାରରେ ଏତେ ପ୍ରଭାବ ଥିଲା ଯେ ସେ ମୋତେ ଅର୍ଥମନ୍ତ୍ରୀ ପଦରୁ ବାହାର କରିଦେଇ ପାରିଲେ ।’ ତେଣୁ ଶିଳ୍ପପତି ଓ ଧନୀକ ଶ୍ରେଣୀଙ୍କ ପ୍ରତି ତାଙ୍କର ବେସାଲିସ ଆଭିମୁଖ୍ୟ ତାଙ୍କୁ ଏହି ବର୍ଗନିକଟରେ ଅତ୍ୟନ୍ତ ଅପ୍ରିୟ କରିଦେଇଥିବା ସ୍ୱାଭାବିକ ।
ପ୍ରଧାନମନ୍ତ୍ରୀ କାଳରେ ସେ ମଣ୍ଡଳ କମିଶନଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାପାଇଁ ଯେତେବେଳେ ନେଲେ ପଦକ୍ଷେପ, ତାହା ଉଚ୍ଚବର୍ଗମାନଙ୍କୁ ଅସନ୍ତୁଷ୍ଟ କରିଥିଲା । ସେତେବେଳେ ଏହି ପ୍ରସ୍ତାବକୁ ବିରୋଧ ଯେଉଁ ପରିମାଣରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ କରାଗଲା – ସେଥିରୁ ଜଣାଯାଏ ବିଶ୍ୱନାଥ ପ୍ରତାପ ସିଂହ ଗଣମାଧ୍ୟମର କେଉଁଭଳି ପ୍ରିୟ ଓ ଗଣମାଧ୍ୟମ କାହାର ନିୟନ୍ତ୍ରଣରେ ।
ପ୍ରଧାନମନ୍ତ୍ରୀ କାଳରେ ସେ ଗିରଫ କରାଇଲେ ଭାରତୀୟ ଜନତାପାର୍ଟିର ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଓ ତାଙ୍କୁ ନିବୃତ୍ତ କଲେ ଅଯୋଧ୍ୟା ପହଞ୍ଚôବାରୁ । ଯଦି ଏହି ପଦକ୍ଷେପ ନେଇନଥାନ୍ତେ, ତା’ହେଲେ ବାବ୍ରିମସ୍ଜିଦ ତାଙ୍କରି ପ୍ରଧାନମନ୍ତ୍ରୀତ୍ୱ କାଳରେ ହୁଏତ ଧ୍ୱଂସ ପାଇଥାନ୍ତା । ଏହା କରି ତାଙ୍କ ସରକାରଙ୍କୁ ବାହାରୁ ସମର୍ଥନ ଦେଇଥିବା ଭାରତୀୟ ଜନତା ପାର୍ଟିକୁ ଅସନ୍ତୁଷ୍ଟ କଲେ ଓ ସ୍ୱାଭାବିକ ଯେ ଏଥିପାଇଁ ଭାରତୀୟ ଜନତା ପାର୍ଟି ତା’ର ସମର୍ଥନ ଫେରାଇନେଲା ଓ ବିଶ୍ୱନାଥ ପ୍ରତାପ ସିଂହଙ୍କର ମନ୍ତ୍ରିମଣ୍ଡଳର ପତନ ହେଲା ।
କହିବା ବାହୁଲ୍ୟ ଯେ କ୍ଷମତାରେ ରହିବା ପାଇଁ ନୀତି ସହ ସାଲିସ ନକରୁଥିବା ଏକ ବିରଳ ଉଦାହରଣ ହେଉଛନ୍ତି ବିଶ୍ୱନାଥ ପ୍ରତାପ ସିଂହ । ଭାରତୀୟ ରାଜନୀତିକୁ ଉଚ୍ଚବର୍ଗ, ଧନୀକଶ୍ରେଣୀ, ଶିଳ୍ପପତିଙ୍କର ପ୍ରଭାବରୁ ମୁକ୍ତ କରି – ସାଧାରଣ ଲୋକର ଭୂମିକାକୁ ନିର୍ଣ୍ଣାୟକ ସ୍ତରକୁ ନେବାପାଇଁ ସଚେତନ ଉଦ୍ୟମ ସେ କରିଥିଲେ । ଏହିଭଳି ବ୍ୟକ୍ତିକୁ ମୁଖ୍ୟଧାରାର ଗଣମାଧ୍ୟମ ଗୁରୁତ୍ୱ ନଦେବାରେ କୌଣସି ଅସ୍ୱାଭାବିକତା ନାହିଁ । କିନ୍ତୁ ଯେଉଁମାନେ ସାଧାରଣ ଲୋକର ଭୂମିକା ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ହେଉ ବୋଲି ବିଚାର କରନ୍ତି ସେମାନେ ‘ଫକୀର’ ବିଶ୍ୱନାଥ ପ୍ରତାପ ସିଂହଙ୍କର ଉଦାହରଣକୁ ଜାଗ୍ରତ କରାଇ ଭାରତର ‘ତକଦୀର୍’କୁ ସାଧାରଣ ଜନତାର ଭାଗ୍ୟ ସହ ଯୋଡ଼ିବା କାର୍ଯ୍ୟକରିବେ, ଏହାହିଁ ଶୁଦ୍ରକର କାମନା ।