ଏସ୍.ଇ.ଜେଡ଼-ଦେଶ ଭିତରେ ବିଦେଶ

  • 05/09/2015

ଏସ୍.ଇ.ଜେଡ଼୍ (S.E.Z) ବା ସ୍ପେସିଆଲ ଇକୋନୋମିକ୍ ଜୋନ୍ (Special Ecomomic Zone) ଅର୍ଥାତ୍ ବିଶେଷ ଅର୍ଥନୈତିକ ଅଞ୍ଚଳ ଆଜି ଏକ ଦୃଷ୍ଟି ଆକର୍ଷଣକାରୀ ବିଷୟ ଯାହା ଗଭୀର ଆଲୋଚନାକୁ ଅପେକ୍ଷା କରେ । ଏସ୍.ଇ.ଜେଡ଼୍ କିପରି ହେବା ଉଚିତ, ଏହିଭଳି ଆଲୋଚନାର ଏକ ପ୍ରସଙ୍ଗ ହୋଇପାରେ । କିନ୍ତୁ ଏସ୍.ଇ.ଜେଡ଼୍ର ଅବଧାରଣାକୁ ପ୍ରଶ୍ନ କରି ଆଲୋଚନା କରିବା ବୋଧହୁଏ ଅଧିକ ପ୍ରାସଙ୍ଗିକ ହେବ ।
ଏସ୍.ଇ.ଜେଡ଼୍ ସମ୍ପର୍କରେ ଭାରତ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି ଯାହାକୁ କୁହାଯାଉଛି ସ୍ପେଶିଆଲ ଇକୋନୋମିକ ଜୋନ ଆକ୍ଟ ୨୦୦୫ (The Special Economic Zone act 2005) । ଏହା ଭାରତ ସରକାରଙ୍କ ଗେଜେଟରେ ୨୩ଜୁନ୍ ୨୦୦୫ରେ ପ୍ରକାଶିତ ହୋଇଛି । ଏହି ଆକ୍ଟରେ ସ୍ପେଶିଆଲ ଇକୋନୋମିକ ଜୋନ ପଦଟି ବାରମ୍ବାର ବ୍ୟବହାର କରା ହୋଇଥିଲେ ମଧ୍ୟ ଏହାକୁ କେଉଁଠାରେ ସ୍ପଷ୍ଟ ପରିଭାଷିତ କରାଯାଇ ନାହିଁ । ଏହି ଆକ୍ଟର ଧାରା ୨ (ତବ) ରେ କୁହାଯାଇଛି – ‘ସ୍ପେସିଆଲ ଇକୋନୋମିକ ଜୋନ’ର ଅର୍ଥ ଧାରା ୩ ଉପଧାରା ୪ର ପରନ୍ତୁକ ଏବଂ ଧାରା ୪ ଉପଧାରା ୧ ଅନୁସାରେ ଅଧିସୂଚୀତ ପ୍ରତ୍ୟେକ ସ୍ପେଶିଆଲ ଇକୋନୋମିକ ଜୋନ’ (‘Special Economic Zone’ means each Special Economic Zone notified under the proviso to subsection(4) of section 3 and subsection 1 of section 4) ଧାରା ୩ ଉପଧାରା ୪ର ପରନ୍ତୁକଟି ହେଉଛି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି, ସ୍ପେଶିଆଲ ଇକୋନୋମିକ ଜୋନର ପ୍ରସ୍ତାବକୁ ବୋର୍ଡ଼କୁ ନ ପଠାଇ ଏବଂ ଅଞ୍ଚଳଟିକୁ ଚିହ୍ନଟ କରି ନିଜେ ସ୍ପେଶିଆଲ ଇକୋନୋମିକ ଜୋନ କରାଇପାରିବେ ଓ ଅଧିସୂଚନା ଜାରି କରିପାରିବେ । (Provided that the central government may (a) after consulting the state government concerned, (b) without referring the proposal for setting up the Special Economic Zone to the Board, and (c) after identifying the area suo moto set up and notify the Special Economic Zone) କହିବା ବାହୁଲ୍ୟ ଯେ ଏହା ପରିଭାଷା ନୁହେଁ କାରଣ ‘ସ୍ପେଶିଆଲ ଇକୋନୋମିକ ଜୋନ’କୁ ପରିଭାଷିତ କରିବାକୁ ଯାଇ ପରିଭାଷାରେ ପୁଣି ‘ସ୍ପେଶିଆଲ ଇକୋନୋମିକ ଜୋନ’ପଦ ହିଁ ବ୍ୟବହାର କରାଯାଉଛି । କୌଣସି ପଦକୁ ପରିଭାଷିତ କରିବାକୁ ଯାଇ ଯଦି ପଦକୁ ହିଁ ବ୍ୟବହାର କରିବାକୁ ପଡ଼ିଥାଏ ତା’ହେଲେ କ’ଣ ଏକ ସଂଜ୍ଞାବିହୀନ ବା ପରିଭାଷାବିହୀନ ପଦ ? ନା ଏହି ଆକ୍ଟ ହେବାର ପ୍ରାୟ ପାଞ୍ଚବର୍ଷ ପୂର୍ବରୁ ଏପ୍ରିଲ ୨୦୦୦ରୁ ଏହି ପଦଟିର ପ୍ରଚଳନ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ଏକ୍ସିମ୍ ପଲିସି ୨୦୦୧-୦୨ (Exim Policy 2001-02)ର ନବମ ପରିଚ୍ଛଦ (Chapter 9A) ର ପ୍ରଥମ ଅନୁଚ୍ଛେଦରେ କୁହାଯାଇଛି ସ୍ପେଶିଆଲ ଇକୋନୋମିକ ଜୋନ ଏକ ବିଶେଷ ଭାବରେ ଚିତ୍ରିତ ପରରାଜ୍ୟ ଘେରା ଶୁଳ୍କ ମୁକ୍ତ ଅଞ୍ଚଳ ଯାହା ବେପାର ବଣିଜ, ଶୁଳ୍କ ଓ ପ୍ରଶୁଳ୍କ ଦୃଷ୍ଟିରୁ ବିଦେଶୀ ଅଞ୍ଚଳ ଭାବେ ବିବେଚିତ ହେବ । (aSpecial Economic Zone is a specifically delineated duty free enclave and shall be deemed to be a foreign territory for the purposes of trade operations and duties and tariffs) ଓଡ଼ିଶା ସରକାରଙ୍କର ଏସ୍.ଇ.ଜେଡ଼୍ ନୀତି ଯାହା ୧୦ ନଭେମ୍ବର ୨୦୦୩ରେ ଅଧିସୂଚିତ ହୋଇଥିଲା – ସେଥିରେ ଏହି ପରିଭାଷାକୁ ହିଁ ଗ୍ରହଣ କରାଯାଇଛି ଅଧିକ ବ୍ୟାଖ୍ୟାର ସହିତ (ଧାରା ୧-୨) । କୁହାଯାଇଛି – ସ୍ପେଶିଆଲ ଇକୋନୋମିକ ଜୋନଗୁଡ଼ିକ ବିଶେଷ ଭାବେ ଚିତ୍ରିତ ପରରାଜ୍ୟ ଘେରା ଶୁଳ୍କମୁକ୍ତ ଅଞ୍ଚଳ ଯାହା ଶିଳ୍ପ ସେବା ଏବଂ ବେପାର ବଣିଜକୁ ବିଭିନ୍ନ କିସମର ରିହାତି ଏବଂ ଏକ ଅଧିକ ଉଦାର ଶାସନ ବ୍ୟବସ୍ଥା ଉପଲବ୍ଧ କରାଇବା ଦୃଷ୍ଟିରୁ ଏକ ବିଦେଶୀ ଅଂଚଳ ଭାବେ ଗଣ୍ୟ ହେବ । ଘରୋଇ ବିନିୟମ, କଟକଣା ଏବଂ ଭିତ୍ତଭୂମିର ଅଭାବକୁ ଏହି ଅଂଚଳରୁ ଦୂର କରାଯିବ । (Special Economic Zones are specifically delineated duty free enclaves treated as foreign territory for the purpose of industrial service and trade operations with exemption from customers duties and a more liberal regime in respect of other levies, foreign investment and other transactions, domestric relgulations, restrictions and infrastructure inadequacies are sought to be eliminated in the SEZs for creating a house free environment).
ପଶ୍ଚିମବଙ୍ଗ ବାମପନ୍ଥୀ ସରକାରଙ୍କ ଦ୍ୱାରା ପ୍ରଣୀତ୍ ଏସ୍.ଇ.ଜେଡ଼୍ ବିଲ୍ରେ ମଧ୍ୟ ଅନୁରୂପ ପରିଭାଷାକୁ ଗ୍ରହଣ କରାଯାଇଛି (ଧାରା ୨(ଏଫ୍) । କୁହାଯାଇଛି ‘ସ୍ପେଶିଆଲ ଇକୋନୋମିକ ଜୋନ୍’ ଅର୍ଥ ଏକ ବିଶେଷ ଭାବେ ଚିତ୍ରିତ ଶୁଳ୍କ ମୁକ୍ତ ପରରାଜ୍ୟ ଘେରା ଅଞ୍ଚଳ, ବେପାର ବଣିଜ, ଶୁଳ୍କ, ପ୍ରଶୁଳ୍କ ପାଇଁ ସତେଯେପରି ଏକ ବିଦେଶୀ ଅଞ୍ଚଳ । (‘Special Economic Zone’ means a specifically delineated duty free enclave, as if it were a foreign territory for the purposes of trade operations, duties and tariffs, having been declared and notified in the official gazette as a Special Economic Zone)
କହିବା ବାହୁଲ୍ୟ ଯେ କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକର ରଙ୍ଗ ଯାହାହେଉନା କାହିଁକି – ଦେଶ ଭିତରେ ଗୁଡ଼ାଏ ବିଦେଶୀ ଅଞ୍ଚଳ ସୃଷ୍ଟି କରିବା ପାଇଁ କାହାରି ଦ୍ୱିଧା ନାହିଁ । ଯଦିଓ କୁହାଯାଉଛି ଯେ ଏହି ଅଞ୍ଚଳଗୁଡ଼ିକୁ କେବଳ ବେପାର ବଣିଜ ପାଇଁ ହିଁ ବିଦେଶୀ ଅଞ୍ଚଳ ବୋଲି ଧରାଯାଉଛି । ସ୍ପେଶିଆଲ ଇକୋନୋମିକ ଜୋନ୍ ଆକ୍ଟ ୨୦୦୫ରେ ବ୍ୟବହୃତ ପଦ ‘ସ୍ପେଶିଆଲ ଇକୋନୋମିକ ଜୋନ’ ତେଣୁ ଏକ ବିଦେଶୀ ଅଞ୍ଚଳ – ଅବଶ୍ୟ ବେପାର ବଣିଜ ପାଇଁ । ଏହାର ଧାରା ୫୩ ଉପଧାରା ୧ ଅନୁଯାୟୀ ଏହା ଭାରତର ସୀମା ଶୁଳ୍କ ଅଞ୍ଚଳ ବାହାରେ ଅବସ୍ଥିତ । (A Special Economic Zone shall, on and from the appointed day be deemed to be a territory outside the customs territory of India for the purposes of undertaking authorised operations) ।
ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଭାରତ ସରକାରଙ୍କ ଦ୍ୱାରା ବା ରାଜ୍ୟ ସରକାରମାନଙ୍କ ଦ୍ୱାରା ପ୍ରଣୀତ ନୀତିରେ, ଉଦେ୍ଧଶ୍ୟ ଯାହା ହେଉନା କାହିଁକି, ଭାରତବର୍ଷର କୌଣସି ଅଞ୍ଚଳକୁ ବିଦେଶୀ ଅଞ୍ଚଳ ଭାବେ ବିବେଚନା କରାଯାଇ ପାରେ କି? ଏହା ଏକ ଗଭୀର ସାମ୍ବିଧାନିକ ପ୍ରଶ୍ନ । ତେବେ ବିଦେଶୀ ଅଞ୍ଚଳରେ ଦେଶର ସମ୍ବିଧାନ ଯେ ଲାଗୁ ହୋଇପାରେ ନା – ଏହା ସାଧାରଣ ଜ୍ଞାନର କଥା । ତେଣୁ ଏସ୍.ଇ.ଜେଡ଼୍କୁ ବିଦେଶୀ ଅଞ୍ଚଳ ବିବେଚନା କରିବା ପଛରେ ଏହି ଅଞ୍ଚଳରେ ଭାରତୀୟ ସମ୍ବିଧାନକୁ ଅକାମୀ କରିଦେବାର ପ୍ରଚ୍ଛନ୍ନ ଉଦେ୍ଧଶ୍ୟ ନାହିଁ ତ? ବିଶେଷଷତଃ ଭାରତୀୟ ସମ୍ବିଧାନରେ ସାଧାରଣ ମଣିଷ ପାଉଁ ଥିବା ସୁରକ୍ଷାକୁ ଦୁର୍ବଳ କରିଦେବାର ଏସ୍.ଇ.ଜେଡ଼୍ ସ୍ଥାପନା ଏକ ଚକ୍ରାନ୍ତ ନୁହେଁ ତ?
ଏସ୍.ଇ.ଜେଡ଼୍ ଆକ୍ଟ ୨୦୦୫ର ଧାରା ୫୧ ଉପଧାରା ୧ କୁହେ ଯେ ଏହି ଆକ୍ଟର ବ୍ୟବସ୍ଥାଗୁଡ଼ିକ ପ୍ରଚଳିତ ଆଇନର ବ୍ୟବସ୍ଥା ସହ ଅସଙ୍ଗତ ହେଉଥିଲେ ହେଁ – ତାହା ଅକାମୀ ହେବ ନାହିଁ ବରଂ କାର୍ଯ୍ୟକାରୀ ହେବ । (The provisions of this act shall have effect notwithstanding anything inconsistent there with contained in any other law for the time being in force or in any instrument having effect by virtue of any law other than this Act) ଅର୍ଥାତ୍ ଏସ୍.ଇ.ଜେଡ଼୍ ଅଞ୍ଚଳରେ କେବଳ ଗୋଟିଏ ଆଇନ ଚଳିବ ତାହା ଏସ୍.ଇ.ଜେଡ଼୍ ଆକ୍ଟ ୨୦୦୫ ଏହା ସମ୍ବିଧାନ ସମ୍ମତ ପ୍ରଚଳିତ ଆଇନ ବ୍ୟବସ୍ଥା ସହ ଯେତେ ଅସଙ୍ଗତିପୂର୍ଣ୍ଣ ହେଉ ନା କାହିଁକି?
ଏସ୍.ଇ.ଜେଡ଼୍ ଆକ୍ଟ ୨୦୦୫ର ଧାରା ୪୯ ଉପଧାରା ୧ରେ ହେଉଥିବା ବ୍ୟବସ୍ଥା ଅନୁସାରେ କେନ୍ଦ୍ରୀୟ ଆଇନରେ ଟ୍ରେଡ଼୍ ଇଞ୍ଜିନିୟର, ଶ୍ରମିକ କଲ୍ୟାଣ, ଶ୍ରମିକର କ୍ଷତିପୂରଣ, ମାଲିକର ଦାୟ, ଭବିଷ୍ୟନିଧି, ପେନସନ୍, ଶିଳ୍ପ ଓ ଶ୍ରମ ବିକାଶ, କର୍ମଜୀବୀ ମହିଳାଙ୍କୁ ପ୍ରସୂତିଭିତ ସମ୍ପର୍କିତ ଆଇନ ଏସ୍.ଇ.ଜେଡ଼୍ ଅଞ୍ଚଳରେ ଲାଗୁ ହେବନାହିଁ । (The central government may, by notification, direct that any provisions of this Act (other than sections 54 and 56) or any other central Act or any rules or regulations made there under or any notification or order issued or direction given there under (other than the provisions relating to making rules or regulations) specified in the notification.
(a) shall not apply to a Special Economic Zone or a class of Special Economic Zones or all Special Economic Zones.
(b) Shall apply to a Special Economic Zone or a class of Special Economic Zones or all special Economic Zones only with such exceptions notifications and adaptation, as may be specified in the notification.
Provided that nothing contained in the section shall apply to any modifications of any central Act or any rules or regulations made there under or any notification or order issued or direction given or scheme made there under so far as such modification, rules, regulations, notification, order or direction as scheme related to the matters relating to trade unions, industrial and labour disputes, welfare of labour including conditions of work, provident funds, employees liability, workmen’s compensation invilidity, and oldage pension, maternity benefits applicable in any Special Economic Zones) ଅର୍ଥାତ୍ ଏସ୍.ଇ.ଜେଡ଼୍ ଅଞ୍ଚଳରେ ଶ୍ରମ ସମ୍ପର୍କିତ ସମସ୍ତ ପ୍ରକାର ନିଷ୍ପତ୍ତ କେନ୍ଦ୍ରୀୟ ନୀତି ଦ୍ୱାରା ନିୟନ୍ତ୍ରିତ ହେବ ନାହିଁ । ଏସ୍.ଇ.ଜେଡ଼୍ ଆଇନରେ ଏହିଭଳି ବ୍ୟବସ୍ଥା କରିବା ଭାରତୀୟ ସମ୍ବିଧାନର ଧାରା ୪୨ ଓ ଧାରା ୪୩ କୁ ଖିଲାଫ କରୁନାହିଁ କି?
(Act 42 : The state shall make provision for securing just and humane conditions of work and for materning relief.
Act 43 : The state shall endeavour to secure, by suitable legislation or economic organisation or in any other way, to all workers, agricultural, industrial or otherwise, work, a loving wage, conditions of work ensuring a decent standard of life and full enjoyment of leisure and social and cultural opportunitie…) ଏସ୍.ଇ.ଜେଡ଼୍ ଆଇନରେ ଏହିଭଳି ବ୍ୟବସ୍ଥା ସମ୍ବିଧାନର ଧାରା ୧୪ (The state shall not deny to any person equaling before the law or the equal in section of the laws within the territory of India) ର ବିରୁଦ୍ଧାଚରଣ କରୁ ନାହିଁ କି? ଅବଶ୍ୟ ଏସ୍.ଇ.ଜେଡ଼୍କୁ ବିଦେଶୀ ଅଞ୍ଚଳ ବୋଲି ବିବେଚନା କଲେ ଏହିଭଳି ପ୍ରଶ୍ନ ଉଠିବ ନାହିଁ । ଏସ୍.ଇ.ଜେଡ଼୍ ପ୍ରତିଷ୍ଠା ହେବା ଫଳରେ ଭାରତବର୍ଷ ଦୁଇଟି ଅଞ୍ଚଳରେ ବିଭକ୍ତ ହୋଇଛି : ଏସ୍.ଇ.ଜେଡ଼୍ ଓ ଡି.ଟି.ଏ. ବା Domestic Tariff Area (DTA) ବା ଘରୋଇ ପ୍ରଶୁଳ୍କ ଅଞ୍ଚଳ । ବ୍ୟବସାୟ ବା ଶିଳ୍ପ ଏକ ପ୍ରକାର ହେଲେ ମଧ୍ୟ ଏହା କେଉଁ ଆଇନ ଦ୍ୱାରା ପରିଚାଳିତ ହେବ ତାହା ନିର୍ଭର କରୁଛି କେଉଁ ଅଞ୍ଚଳରେ ଏହି ବ୍ୟବସାୟ ଚାଲୁଛି ବା ଶିଳ୍ପ ପ୍ରତିଷ୍ଠା ହେଉଛି । ସେହିପରି ଶ୍ରମଜୀବୀର ମୂଲ୍ୟ ସମାନ କାମ ପାଇଁ କ’ଣ ହେବ ଓ କେଉଁ ଆଇନ ଦ୍ୱାରା ତାହା ସ୍ଥିର ହେବ ତାହା ମଧ୍ୟ ନିର୍ଭର କରୁଛି କେଉଁ ଅଞ୍ଚଳରେ ଶ୍ରମଜୀବୀଟି କର୍ମପ୍ରବୃତ୍ତ ଅଛି? ସେହିଭଳି ଶିଳ୍ପପତି ବା ବ୍ୟବସାୟୀ ତାର ଅବସ୍ଥିତି ନେଇ ଭିନ୍ନ ଭିନ୍ନ ଆଇନ ଦ୍ୱାରା ପରିଚାଳିତ ହେବ ।
ତେଣୁ ବେପାର ପାଇଁ, ଅଧିକ ପୁଞ୍ଜିନିବେଶ ପାଇଁ, ପ୍ରତିଯୋଗୀ ମୂଲ୍ୟ (Competitive Price)ରେ ରପôାନୀ ପାଇଁ, ଯେପରି ଓଡ଼ିଶା ରାଜ୍ୟ ସରକାର ତାଙ୍କର ନୀତିରେ କହିଛନ୍ତି, ଏକ ଝଗଡ଼ା ଝାଣ୍ଟି, କନ୍ଦଳ ମୁକ୍ତ (hassle free) ବାତାବରଣ ଓ କୋହଳ ବ୍ୟବସ୍ଥା ଯୋଗାଇବା ହେଉଛି ଏସ୍.ଇ.ଜେଡ଼୍ ପ୍ରତିଷ୍ଠାର ଲକ୍ଷ୍ୟ, ସେଠି ବ୍ୟବସାୟୀ ଓ ଶିଳ୍ପପତି ପାଇଁ ବ୍ୟବସ୍ଥା କୋହଳ ଓ ଶମଜୀବୀ ପାଇଁ ଏହା ଯେ କଠୋର ହେବ ଏଥିରେ ସନେ୍ଦହ ନାହିଁ । ଭାରତୀୟ ସମ୍ବିଧାନକୁ ଆଶ୍ରୟ କରି ଶ୍ରମଜୀବୀ ବେଳେ ବେଳେ ତାର ଶୋଷଣ ବିରୁଦ୍ଧରେ ପ୍ରତିବାଦ କରିପାରୁଛି । ତେଣୁ ଏସ୍.ଇ.ଜେଡ଼୍କୁ ଯଦି ଏକ ବିଦେଶୀ ଅଞ୍ଚଳ ବୋଲି ଧରାଯାଏ ତା’ହେଲେ ଏହିଭଳି ପ୍ରତିବାଦ ଓ ତଦ୍ଜନିତ କନ୍ଦଳ ବା ମାମଲା ଏସ୍.ଇ.ଜେଡ଼୍ ଭିତରେ ସମ୍ଭବ ନୁହେଁ । ଏସ୍.ଇ.ଜେଡ଼୍ ଆକ୍ଟ ୨୦୦୫ର ଧାରା ୪୯ ଉପଧାରା ୧ ପ୍ରୟୋଗ କରି ଏହି ସମ୍ଭାବନାକୁ ତ ଲୋପ କରିଦିଆଯାଇ ପାରେ ବିଶେଷତଃ ଯେତେବେଳେ ଏହି ଆକ୍ଟ ୨୦୦୫ର ଧାରା ୫୧ ଉପଧାରା ୧ଅନୁସାରେ ଏହି ଆକ୍ଟ ପାଉଛି ସର୍ବୋଚ୍ଚ ଆଇନର ସ୍ୱୀକୃତି ।
କହିବା ବାହୁଲ୍ୟ ଯେ ଏସ୍.ଇ.ଜେଡ଼୍ ସୁରକ୍ଷା ଫଳରେ ଭାରତର ସମସ୍ତ ଶ୍ରମଜୀବୀଙ୍କୁ ସମାନ ଭାବରେ ସୁରକ୍ଷା ଯୋଗାଇବା ପାଇଁ ଭାରତୀୟ ସମ୍ବିଧାନର କ୍ଷମତା କ୍ଷୁଣ୍ଣ ହୋଇଛି । ଭାରତର ବ୍ୟବସାୟୀ, ଶିଳ୍ପପତି ଓ ଏମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଶାସକ ଗୋଷ୍ଠୀ ଏସ୍.ଇ.ଜେଡ଼୍ ପ୍ରତିଷ୍ଠା କରି ପ୍ରମାଣିତ କରିଛନ୍ତି ଯେ ତାଙ୍କର ଶ୍ରେଣୀ ସ୍ୱାର୍ଥ ପାଇଁ ଭାରତୀୟ ସମ୍ବିଧାନ ଏକ ପ୍ରତିବନ୍ଧକ ।
ତେଣୁ ଦେଶ ଭିତରେ ଏକ ବିଦେଶ ସୃଷ୍ଟି କରି – ସମ୍ବିଧାନର ପ୍ରୟୋଗକୁ ସଙ୍କୁଚିତ କରିଦେବା ତାଙ୍କ ପାଇଁ ହୋଇପଡ଼ିଛି ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଏସ୍.ଇ.ଜେଡ଼୍ ସୃଷ୍ଟି ଏକ ଚକ୍ରାନ୍ତ – ଶ୍ରମଜୀବୀ ବିରୁଦ୍ଧରେ- ତାର ନିରାପତ୍ତା ବିରୁଦ୍ଧରେ । ଏହାର ପ୍ରତିଷ୍ଠା ଫଳରେ ଦେଶ କେତେ ରାଜସ୍ୱ ହରାଇବ ବା ପାଇବ ସେ ଆକଳନ ଅପେକ୍ଷା ବୋଧହୁଏ ଏସ୍.ଇ.ଜେଡ଼୍ କୁ ଏକ ଅସାମ୍ବିଧାନିକ ଓ ଶ୍ରମଶୋଷଣର ଚତୁର ବ୍ୟବସ୍ଥା ଭାବେ ବ୍ୟପôତ୍ତ କରିବା ଆଜି ଅଧିକ ଆବଶ୍ୟକ ।) ବା ସ୍ପେସିଆଲ ଇକୋନୋମିକ୍ ଜୋନ୍ (ଝକ୍ଟ୍ରରମସବକ୍ଷ ଋମକ୍ଟଜ୍ଞକ୍ଟଜ୍ଞସମ ତକ୍ଟଦ୍ଭର) ଅର୍ଥାତ୍ ବିଶେଷ ଅର୍ଥନୈତିକ ଅଞ୍ଚଳ ଆଜି ଏକ ଦୃଷ୍ଟି ଆକର୍ଷଣକାରୀ ବିଷୟ ଯାହା ଗଭୀର ଆଲୋଚନାକୁ ଅପେକ୍ଷା କରେ । ଏସ୍.ଇ.ଜେଡ଼୍ କିପରି ହେବା ଉଚିତ, ଏହିଭଳି ଆଲୋଚନାର ଏକ ପ୍ରସଙ୍ଗ ହୋଇପାରେ । କିନ୍ତୁ ଏସ୍.ଇ.ଜେଡ଼୍ର ଅବଧାରଣାକୁ ପ୍ରଶ୍ନ କରି ଆଲୋଚନା କରିବା ବୋଧହୁଏ ଅଧିକ ପ୍ରାସଙ୍ଗିକ ହେବ ।
ଓ ଶ୍ରମଶୋଷଣର ଚତୁର ବ୍ୟବସ୍ଥା ଭାବେ ବ୍ୟପôତ୍ତ କରିବା ଆଜି ଅଧିକ ଆବଶ୍ୟକ ।

Print Friendly, PDF & Email