୧୬-୩୦ଜୁନ୍ ୨୦୦୬
ପାରାଦ୍ୱୀପ ଅଞ୍ଚଳରେ ଲୌହଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଚଳାଇଥିବା ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ଇତ୍ୟବସରରେ ଓଡ଼ିଶାର ମେଧାବୀ ଛାତ୍ର ଓ ଗବେଷକମାନଙ୍କ ପାଇଁ ବୃତ୍ତ ଘୋଷଣା କରିଛି । (ଦ୍ରଷ୍ଟବ୍ୟ – ଧରିତ୍ରୀ, ତା – ୧୬/୬/୨୦୦୬ The Statesman (Orissa plus) ତା ୧୬/୬/୨୦୦୬) । ଏହି ବୃତ୍ତ କେବଳ ଓଡ଼ିଶାର ତିନୋଟି ବିଶ୍ୱବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କୁ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲେ ଉକ୍ରଳ ବିଶ୍ୱବିଦ୍ୟାଳୟ, ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟ । ଉକ୍ରଳ ବିଶ୍ୱବିଦ୍ୟାଳୟର ୧୫ଜଣ ଛାତ୍ରଙ୍କୁ ଏହା ଉବଲବ୍ଧ ହେବାବେଳେ ବିଜୁପଟ୍ଟନାୟକ ଓ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ଯଥାକ୍ରମେ ୮ଜଣ ଓ ୭ଜଣ ଛାତ୍ରଙ୍କୁ ଉବଲବ୍ଧ ହେବ । ଏତଦ୍ ବ୍ୟତୀତ ଓଡ଼ିଶା ବାହାରର ଦୁଇଟି ବିଶ୍ୱବିଦ୍ୟାଳୟ ଯଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କ ପାଇଁ ଯଥାକ୍ରମେ ୨୦ଓ ୧୦ଟି ଛାତ୍ରବୃତ୍ତର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଛାତ୍ରବୃତ୍ତର ପରିମାଣ ବାର୍ଷିକ ୫୦୦ ଆମେରିକୀୟ ଡଲାର । ଏହାଛଡ଼ା ଏସୀୟ ଅଧ୍ୟୟନରେ ଉଚ୍ଚତର ଗବେଷଣା ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିର୍ବାଚିତ ଦୁଇ ଗବେଷକଙ୍କୁ ସେମାନଙ୍କର ନିବନ୍ଧ ପ୍ରସ୍ତୁତି ପାଇଁ ୧୦,୦୦୦ ଆମେରିକୀୟ ଡଲାର ଦିଆଯିବାର ମଧ୍ୟ ଘୋଷଣା ହୋଇଛି । ଏତଦ୍ବ୍ୟତୀତ ୫ଜଣ ଛାତ୍ରଙ୍କୁ ଦକ୍ଷିଣ କୋରିଆର ଆଗୁଆ ବିଶ୍ୱବିଦ୍ୟାଳୟ ମାନଙ୍କରେ ଦୁଇବର୍ଷିଆ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ମଧ୍ୟ ଘୋଷଣା କରାଯାଇଛି ।
ଏହି ଘୋଷଣା ବେଶ୍ ତାପôର୍ଯ୍ୟପୂର୍ଣ୍ଣ । କାରଣ ପୋସ୍କୋ କମ୍ପାନୀ ଲୌହଶିଳ୍ପ ପାଇଁ ଇଟା ଖଣ୍ଡେ ମଧ୍ୟ ପ୍ରସ୍ତାବିତ ଅଞ୍ଚଳରେ ପକାଇ ପାରିନାହିଁ – ଉପôାଦନ ତ ବହୁଦୂରର କଥା । ଅପ୍ରତିହତ ବିରୋଧ ପ୍ରକଳ୍ପରେ ଜାରି ରହିଛି । ତେଣୁ ଏହିଭଳି ଘୋଷଣା ପଛରେ ଉଦେ୍ଧଶ୍ୟ କ’ଣ ହୋଇପାରେ? ପୋସ୍କୋ ଇଣ୍ଡିଆର ନିଦେ୍ର୍ଧଶକ ସୋଙ୍ଗ୍ ସିକ୍ ଚୋ କହନ୍ତି – ‘ପୋସ୍କୋରେ, ଆମେ ଶିକ୍ଷା ମାଧ୍ୟମରେ ଉକ୍ରୃଷ୍ଟତା ଓ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରୁ । ପୋସ୍କୋ ଇଣ୍ଡିଆ ଭାରତର ଆଗୁଆ ବିଶ୍ୱବିଦ୍ୟାଳୟମାନଙ୍କରେ ଥିବା ଅସାଧାରଣ ବ୍ୟକ୍ତିମାନଙ୍କୁ ବୃତ୍ତ ଓ ଅନୁଦାନ ଯୋଗାଇବ । ଲକ୍ଷ୍ୟ ନେତୃତ୍ୱସମ୍ପନ୍ନ ବ୍ୟକ୍ତିର ପ୍ରତିପାଳନ ଓ ବିଶ୍ୱ ଜ୍ଞାନ ନିର୍ମାଣ’ । (At POSCO, we believe in encouraging excellence and leadership through education. POSCO-India will provide scholarships and grants to exceptional individuals from reading Indian Universities with the aim to nurture leaders and help build global knowledge)
କହିବା ବାହୁଲ୍ୟ ଯେ, ଆଗୁଆ ଭାରତୀୟ ବିଶ୍ୱବିଦ୍ୟାଳୟ ଭାବେ ପୋସ୍କୋ-ଇଣ୍ଡିଆ, ଉକ୍ରଳ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟକୁ ହିଁ ବାଛିଛନ୍ତି । ବମ୍ବେ ବା କଲିକତା ବିଶ୍ୱବିଦ୍ୟାଳୟକୁ ବାଛିନାହାନ୍ତି । ଓଡ଼ିଶାର ସମ୍ବଲପୁର ବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବାଛିନାହାନ୍ତି । ସାମାନ୍ୟ ତଳେଇ ଦେଖିଲେ, ଏହା କହିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ, ପାରାଦ୍ୱୀପ ଅଞ୍ଚଳର ଛାତ୍ରଛାତ୍ରୀ ଯେଉଁ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ମୁଖ୍ୟତଃ ଓଡ଼ିଶା ରାଜ୍ୟ ଭିତରେ ଓ ଓଡ଼ିଶା ବାହାରେ ନିର୍ଭର କରନ୍ତି ସେହି ବିଶ୍ୱବିଦ୍ୟାଳୟଗୁଡ଼ିକୁ ହିଁ ପୋସ୍କୋ-ଇଣ୍ଡିଆ ତାଙ୍କର ବୃତ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି ।
ଏହା କ୍ରମବର୍ଦ୍ଧିଷ୍ଣୁ ପୋସ୍କୋ ବିରୋଧୀ ମାନସିକତାକୁ ପ୍ରଶମିତ କରିବାର ଏକ ଉଦ୍ୟମ ବୋଲି କୁହାଯାଇ ପାରେ । ପୋସ୍କୋ ଯେ ସ୍ଥାନୀୟ ଲୋକଙ୍କର ମଙ୍ଗଳ ଚାହେଁ, ସର୍ବୋପରି ଓଡ଼ିଶାର ମଙ୍ଗଳ ଚାହେଁ – ତାହା ଏହି ବୃତ୍ତ ଯୋଜନା ମାଧ୍ୟମରେ ହୁଏତ ଜଣାଇବାର ଉଦ୍ୟମ ହେଉଛି ବୋଲି କୁହାଯାଇପାରେ-କିନ୍ତୁ ପୋସ୍କୋ ଯେ ପ୍ରକୃତରେ ଏହି ଯୋଜନା ମାଧ୍ୟମରେ ନେତୃତ୍ୱ ସମ୍ପନ୍ନ ବ୍ୟକ୍ତି ବା ନେତାର ପ୍ରତିପାଳନ ବା ପ୍ରତିପୋଷଣ (to nurture leader) ର ଉଦେ୍ଧଶ୍ୟ ରଖିଛି ତାହାକୁ ଗଭୀରତାର ସହ ବିଚାର କରିବାର ଆବଶ୍ୟକତା ରହିଛି । ଏହି ନେତା ବା ନେତୃତ୍ୱସମ୍ପନ୍ନ ବ୍ୟକ୍ତି ପୋସ୍କୋ ଅର୍ଥରେ ପ୍ରତିଫଳିତ ହୋଇ ପୋସ୍କୋର ସ୍ୱାର୍ଥକୁ ଯେପରି ରକ୍ଷା କରିପାରିବେ – ତାହା ଏହି ବୃତ୍ତ ଯୋଜନାରୁ ବାରି ହୋଇଯାଉ ନାହିଁକି?
ଏହା ବୋଧେ ଅତିଶୟୋକ୍ତି ହେବ ନାହିଁ ଯେ ପୋସ୍କୋର ଏହି ବୃତ୍ତ ଯୋଜନା – ଏକ ସୂକ୍ଷ୍ମ ଦଲାଲୀକରଣ ଯୋଜନା । ଅଧିକରୁ ଅଧିକ ଦଲାଲ ସୃଷ୍ଟି କରିବା ପାଇଁ ପୁଞ୍ଜିନିବେଶ । ଓଡ଼ିଶାର ବ୍ୟାକୁଳ ମଧ୍ୟମବର୍ଗ ପୋସ୍କୋ-ଇଣ୍ଡିିଆର ଏହିଭଳି ବୃତ୍ତ ଯୋଜନା ଦ୍ୱାରା ଉଲ୍ଲସିତ ହୋଇ ପୋସ୍କୋକୁ ଅଭିନନ୍ଦନ ଜଣାଇବ । କିଟ୍ ଭଳି ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନ ପୋସ୍କୋ ବୃତ୍ତର ନଜିର ଦେଇ ତାର ଶିକ୍ଷା ଦୋକାନ ପାଇଁ ଅଧିକ ଗରାଖ ପାଇବ । କିନ୍ତୁ ଏହାଦ୍ୱାରା ଯଦି ସ୍ଥାନୀୟ ଲୋକଙ୍କର ଭିଟାମାଟି ପାଇଁ ଲଢ଼େଇରେ ଭଟ୍ଟା ପଡ଼ିଯିବ ବୋଲି କେହି ଭାବୁଥାନ୍ତି – ତାହାଲେ ସେ ସାଧାରଣ ମଣିଷର ଶକ୍ତି ଓ ତାର ଜୟଯାତ୍ରାର ଇତିହାସ ପ୍ରତି ଯେ ଅଜ୍ଞ, ତାହା କହିବା ସତ୍ୟର ଅପଳାପ ହେବ ନାହିଁ ।