ବିକଳ୍ପ ରାଜନୈତିକ ଦଳର ସନ୍ଧାନ

  • 05/09/2015

୧-୧୫ ଜୁଲାଇ ୨୦୧୨

ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିକଳ୍ପ ରାଜନୈତିକ ଦଳ ବା ମେଣ୍ଟ ଗଢ଼ିବାର ଉଦ୍ୟମ ଆରମ୍ଭ ହେବା ଏକ ବିରଳ ଘଟଣା ନୁହେଁ । ମୁଖ୍ୟଧାରାର ରାଜନୈତିକ ଦଳଗୁଡ଼ିକର ଚରିତ୍ର ପ୍ରାୟ ସମାନ ହୋଇଥିବାରୁ- କିଛି ନିଷ୍ଠାପର ବ୍ୟକ୍ତି, ସାମାଜିକ କର୍ମୀ ଓ ସଚେତନ ନାଗରିକମାନେ ଏକ ବିକଳ୍ପ ରାଜନୈତିକ ଦଳର ସମ୍ଭାବନାକୁ ତଉଲିବା ପାଇଁ ବ୍ୟାକୁଳତା ଦେଖାଇବା ସ୍ୱାଭାବିକ । କିନ୍ତୁ ମୁଖ୍ୟଧାରାର ପ୍ରାର୍ଥୀତ୍ୱରୁ ବଞ୍ଚôତ ବ୍ୟକ୍ତି ମୂଲଚାଲ (Bargaining) କ୍ଷମତା ବୃଦ୍ଧି କରିବାର ଗୋପନ ଆକାଂକ୍ଷାକୁ ମନ ଭିତରେ ପୋଷଣ କରି ଏହିଭଳି ସାଧୁ ଉଦ୍ୟମରେ ସାମିଲ ହେବାପାଇଁ ଓର ଉଣ୍ଡିବା ଅସମ୍ଭବ ନୁହେଁ । ଏହିଭଳି ବ୍ୟକ୍ତିମାନେ ଯଦି ସାମିଲ ହେବାରେ ସଫଳ ହୋଇଯାନ୍ତି, ତା’ହେଲେ ନିର୍ବାଚନ ଯେତେ ପାଖେଇ ଆସେ, ବିକଳ୍ପ ରାଜନୈତିକ ଦଳର ଗଢ଼ଣ ସେତେ ସେତେ କ୍ଷୀଣ ହୋଇଚାଲେ । ସବାଶେଷରେ ଉଭେଇଯିବା ବା ଜଣେ ଦୁଇଜଣ ଅବଶିଷ୍ଟ ହୋଇ ରହିଯିବାର କରୁଣ ଦୃଶ୍ୟ ପ୍ରତ୍ୟକ୍ଷ ହୁଏ । ତେଣୁ ଏହିଭଳି ସାଧୁ ଉଦ୍ୟମର ସଫଳତାପାଇଁ ସତର୍କତା ଅବଲମ୍ବନ କରିବା ଯେ ନିହାତି ଜରୁରୀ- ଏହା କହିବା ବାହୁଲ୍ୟ ମାତ୍ର । -ଶୁଦ୍ରକ

Print Friendly, PDF & Email