ଆନ୍ତର୍ଜାତିକ ବିତ୍ତୀୟ ବେପାର ଓ ପରିଚାଳନାରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ମାର୍କିନ ଭାରତୀୟ ରଜତ୍କୁମାର ଗୁପ୍ତା । ୧୯୭୧ରେ ଆଇଆଇଟି ଦିଲ୍ଲୀରୁ ଓ ୧୯୭୩ରେ ପ୍ରତିଷ୍ଠିତ ହାଭାର୍ଡ ବିଜିନେସ ସ୍କୁଲ (Havard Business School)ରୁ ଡିଗ୍ରୀ ହାସଲ କରିଥିବା ଏହି ବଙ୍ଗୀୟ ଯୁବକ ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଜର ଦକ୍ଷତା ପ୍ରଦର୍ଶନ କରି -ମାକେନ୍ସି କମ୍ପାନୀ ( Mckinsey and Company) ଭଳି ବିଶ୍ୱର ଏକ ଅଗ୍ରଣୀ ସଂସ୍ଥାର ଦୀର୍ଘ ୧୦ବର୍ଷ (୧୯୯୪ରୁ ୨୦୦୩) ପରିଚାଳନା ନିଦେ୍ର୍ଧଶକଭାବେ କାର୍ଯ୍ୟ କରିଥିବା ରଜତ ଯେ, ଶେଷକୁ ଆମେରିକାର ଗୋଇନ୍ଦା ସଂସ୍ଥା ଦ୍ୱାରା ଗିରଫ ହେବେ- ତାହା ସେ କ’ଣ, କେହି ଆଶା କରି ନଥିଲେ । ଅନ୍ତତଃ ଭାରତରେ ଯେଉଁଠି ଇଣ୍ଡିଆନ ସ୍କୁଲ ଅଫ ବିଜିନେସ (ndian School of Business, Hyderabad ପ୍ରତିଷ୍ଠା -୧୯୯୭)ର ପ୍ରତିଷ୍ଠାତା ଓ ଏକ ବହୁଦେଶୀୟ କମ୍ପାନୀ (MNC)ର ପ୍ରଥମ ମାର୍କିନ ଭାରତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ (CEO)ଭାବେ ତାଙ୍କର ପତିଆରା ଥିଲା ନଭଶ୍ଚୁମ୍ବୀ ।
ଜନହିତକର କାର୍ଯ୍ୟ (Philanthropic work)ରେ ତାଙ୍କର ସମ୍ପୃକ୍ତି ଥିଲା ବେଶ୍ ଦୃଷ୍ଟି ଆକର୍ଷଣକାରୀ । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ବିଶେଷତଃ ପରିଚାଳନା ଶିକ୍ଷା (Management Education) ର ସମ୍ପ୍ରସାରଣରେ ସେ ବେଶ୍ ସକ୍ରିୟ ଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ, ବିଶେଷତଃ ଏଡସ୍, ଯକ୍ଷ୍ମା ଓ ମ୍ୟାଲେରିଆର ନିରାକରଣ ପାଇଁ ସେ ଗଢ଼ିଥିଲେ The Global Fund to Fight AIDs, Tuberculosis and Malaria. ଭାରତରେ Public Health Foundation of Indiae ସେ ହୋଇଥିଲେ ପ୍ରତିଷ୍ଠାତା ଅଧ୍ୟକ୍ଷ । The Gates Foundationର ପରାମର୍ଶଦାତା କମିଟିର ମଧ୍ୟ ସେ ହୋଇଥିଲେ ଅଧ୍ୟକ୍ଷ ।
ଏସବୁ ସତ୍ତ୍ୱେ ରଜତ୍ ଗୁପ୍ତା ୨୦୧୧ମସିହା ଶେଷାର୍ଦ୍ଧରେ ମାର୍କିନ ଗୋଇନ୍ଦା ସଂସ୍ଥା ଏଫ୍ବିଆଇ (FBI)ଦ୍ୱାରା ଗିରଫ ହେଲେ । ବିଡ଼ମ୍ବନା ଯେ – ଯେଉଁ ସଂସ୍ଥାର ସେ ଦୀର୍ଘ ୧୦ବର୍ଷ କାଳ ପରିଚାଳନା ନିଦେ୍ର୍ଧଶକ ଥିଲେ ଓ ଅତି ଦକ୍ଷତାର ସହ ତାର ପରିଚାଳନା କରିଥିଲେ, ସେହି ସଙ୍ଗଠନ ମାକେନ୍ସି ଘୋଷଣା କଲା -“ଆମ ସଂସ୍ଥାର ରଜତ୍ ଗୁପ୍ତାଙ୍କ ସହ କୌଣସି ପ୍ରକାର ବୃତ୍ତଗତ ସମ୍ପର୍କ ନାହିଁ ।’
କୌତୁହଳ ସ୍ୱାଭାବିକ ଯେ ରଜତ ଗୁପ୍ତା କ’ଣ ଏପରି କଲେ? ସେ କିଛି ଭିତର ସୂଚନା ତାଙ୍କର ବନ୍ଧୁ ରାଜ ରନôମଙ୍କୁ ଦେଇଥିଲେ ଯାହା ଫଳରେ ରାଜ ରନôମଙ୍କର ବିତ୍ତୟ କମ୍ପାନୀ ଗାଲେଅନ (Galleon)କୁ ବେଶ୍ ଲାଭ ହୋଇଥିଲା । ଶ୍ରୀଲଙ୍କାଜନ୍ମିତ ରାଜ ରନôମ ବିଭିନ୍ନ ବିତ୍ତୟ ସଙ୍ଗଠନର ଅଧିକାରୀମାନଙ୍କ ଠାରୁ ସେମାନଙ୍କ ସଙ୍ଗଠନର ଭିତରସୂଚନାକୁ ନେଇ ଲାଭବାନ ହେବା, ବିତ୍ତୟ ନୀତିବିରୋଧୀ ବୋଲି ପ୍ରମାଣିତ ହେବା ପରେ ରାଜରନôମ ଆଜି ଏଗାର ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ଆମେରିକୀୟ ଜେଲ୍ରେ ଜୀବନ ନିର୍ବାହ କରୁଛନ୍ତି । ରଜତ ଗୁପ୍ତା ଭିତର ସୂଚନା ଯୋଗାଇଥିବା ଅଭିଯୋଗରେ ଅଭିଯୁକ୍ତ ହୋଇ ଅଦାଲତରେ ପେଶ୍ ହୋଇଛନ୍ତି । ଏହି ମାମଲାର ସୁଆଲ ଜବାବ ଆରମ୍ଭ ହୋଇଛି । ରଜତଙ୍କର ଓକିଲ ଯେତେବେଳେ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାକୁ ଯାଇ ରଜତଙ୍କର ଜନହିତକାରୀ କାର୍ଯ୍ୟର ନଜିର ଦେଇ ତାଙ୍କର ବିତ୍ତୟ ଅପରାଧକୁ ହାଲୁକା କରିବା ପାଇଁ ଉଦ୍ୟମ କରନ୍ତି, ସେତେବେଳେ ମାନ୍ୟବର ବିଚାରପତି ଜେଡ୍ ରାକଫ(Jed Rakoff) ଓକିଲ ମହାଶୟଙ୍କୁ ସତର୍କ କରାଇ ଦିଅନ୍ତି ଯେ – ସେ ଭିତିରି ସୂଚନାର ଅଭିଯୋଗକୁ ଜନହିତକର କାର୍ଯ୍ୟର ଉଦାହରଣ ଦେଇ ହାଲୁକା କରିଦେଇପାରିବେ ନାହିଁ । ଅର୍ଥାତ୍ କୌଣସି ଧର୍ତ୍ତବ୍ୟ ଅପରାଧକୁ ଜନହିତକର କାର୍ଯ୍ୟର ଦ୍ୱାହିଦେଇ ଅଣଦେଖା କରାଯାଇ ନପାରେ । କହିବା ବାହୁଲ୍ୟ ଯେ ଏହି ଦୃଷ୍ଟିକୋଣ ଯଦି ଆମର ବିଚାର ବିଭାଗର ହୁଏ -ତାହା ହେଲେ ଭାରତର ବହୁ ଜନହିତକର କାର୍ଯ୍ୟ କରୁଥିବା ବ୍ୟକ୍ତି କାରାଗାରରେ ବନ୍ଦୀଜୀବନ କାଟିବା ନିଶ୍ଚିନ୍ତ । କାରଣ ଆମେରିକୀୟ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ରାଜରନôମ ମଧ୍ୟ ବେଶ୍ ଜନହିତକର କାର୍ଯ୍ୟରେ ଥିଲେ ସମ୍ପୃକ୍ତ । ରାକଫ କହନ୍ତି ଯେ- “ଯଦି ମଦର ଟେରେସାଙ୍କ ବିରୋଧରେ ବ୍ୟାଙ୍କ୍ ଡକାୟତିର ଅଭିଯୋଗ ଆସେ, ସେ ବ୍ୟାଙ୍କ୍ ଡକାୟତି କରିଛନ୍ତି କି ନାହିଁ ତାହା ଜୁରୀ ସ୍ଥିରକରିବ” । (If Mother Teresa were charged with bank robbery, the jury would still have to determine whether or not she committed a bank robbery).
(http://articles. economictimes.indiatimes.com/2012-05-18/news/31765761-1-rajratnam-trial-rajat-gupta)-ଶୁଦ୍ରକ