ମଦ ଓ ମାନବ ବିକାଶ

  • 04/09/2015

ଭାରତରେ ମଦ୍ୟପାନ ବୃଦ୍ଧିପାଉଛି । ପ୍ରତିବର୍ଷ ଏହା ଶତକଡ଼ା ୩୦ହାରରେ ବୃଦ୍ଧିପାଉଛି । ମଦ ବ୍ୟବସାୟର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ବୋଲି ପ୍ରଚାର ହେଉଛି । ବର୍ତ୍ତମାନ ୬୭୦କୋଟି ଲିଟର ବାର୍ଷିକ ମଦ୍ୟପାନ ହେଉଥିବା ବେଳେ ୨୦୧୫ମସିହା ସୁଦ୍ଧା ଏହା ୧୯୦୦କୋଟି ଲିଟରରେ ପହଞ୍ଚôବ ବୋଲି ଆକଳନ ହେଉଛି । ଅସୋଚାମ (ASSOCHAM)ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୫୦,୭୦୦କୋଟି ଟଙ୍କା ସମ୍ପ୍ରତି ମଦବେପାର ୨୦୧୫ମସିହା ସୁଦ୍ଧା ୧ଲକ୍ଷ ୪୦ହଜାର କୋଟି ଟଙ୍କାରେ ପହଞ୍ଚôବ । ଏହାର କାରଣ ମଧ୍ୟବିତ୍ତ ଶ୍ରେଣୀର କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ସ୍ୱଚ୍ଛଳତା ବୋଲି ଏକ ଅଧ୍ୟୟନ ସାବ୍ୟସ୍ତ କରିଛି । ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ମଦ୍ୟପାନ ବୃଦ୍ଧି ପାଉଥିବା ହେତୁ ମଦବେପାରରେ ଉତ୍ସାହଜନକ ବୃଦ୍ଧି ଘଟିଛି ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଭାରତରେ ମଦ୍ୟପାନରେ ବୃଦ୍ଧିର ହାର ସାରା ପୃଥିବୀର ହାରଠାରୁ ଅଧିକ ହୋଇଗଲାଣି ବୋଲି ମଦ ବେପାରୀଙ୍କ ପାଇଁ ସୁଖବର ପ୍ରଚାରିତ ହେଉଛି । ଭାରତ ଭୂଇଁରେ ଦାମୀ ବିଦେଶୀ ମଦ ପାଇଁ ଆଗ୍ରହରେ ଅହେତୁକ ବୃଦ୍ଧି ଘଟିଛି । କିନ୍ତୁ ଯାହା ‘ଚିନ୍ତା’ର ବିଷୟ, ତାହାହେଉଛି ମେଟ୍ରୋ ସହରରେ କୋମଳମତି କିଶୋର କିଶୋରୀଙ୍କ ମଧ୍ୟରେ ମଦ୍ୟପାନ ଯଥେଷ୍ଟ ବଢ଼ିଯାଇଛି । ଦ୍ୱାଦଶଶ୍ରେଣୀରେ ପଢ଼ୁଥିବା ଏହି ସହରମାନଙ୍କର ଛାତ୍ରଛାତ୍ରୀଙ୍କ ଭିତରେ ଶତକଡ଼ା ୪୫ଭାଗ ଛାତ୍ରଛାତ୍ରୀ ମଦ୍ୟପାନ କରୁଛନ୍ତି । ଗତ ଦଶବର୍ଷ ଭିତରେ ଏହି ବୟସର ମଦ୍ୟପାନ କରୁôଥବା ଝିଅପୁଅଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । (More Indians saying ‘bottoms up’. The Statesman, 3rd Nov 2011) ବିଡ଼ମ୍ବନା ଯେ ମଧ୍ୟବିତ୍ତ ଶ୍ରେଣୀରେ ମଦ୍ୟପାନ ବୃଦ୍ଧି ପାଉଥିବା ବେଳେ-ଦୁର୍ନୀତି ବିରୋଧରେ ମଧ୍ୟବିତ୍ତ ଶ୍ରେଣୀ ଅଧିକରୁ ଅଧିକ ମୁଖର ହୋଇଉଠିଛି । ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଆନେ୍ଦାଳନକୁ ତ ମଧ୍ୟବିତ୍ତ ଶ୍ରେଣୀର ଆନେ୍ଦାଳନ କୁହାଯାଉଛି! ସମ୍ବିଧାନର ନିଦେ୍ର୍ଧଶିକା ନୀତି ଅନ୍ତର୍ଗତ ଧାରା ୪୭ର ଭବିଷ୍ୟତ କ’ଣ-ତାହା ନେଇ ଆମର ଦିବଂଗତ ସମ୍ବିଧାନକାରମାନେ ଯେ ମ୍ରିୟମାଣ ହୋଇପଡ଼ୁଥିବେ- ଏଥିରେ ସନେ୍ଦହ ନାହିଁ ।
ମଦ୍ୟପ ଓ ମଦବେପାରୀମାନଙ୍କ ପାଇଁ ଏହିଭଳି ଉତ୍ସାହଜନକ ତଥ୍ୟ ଯେତେବେଳେ ଗଣମାଧ୍ୟମକୁ ମଣ୍ଡନ କରୁଚି, ସେତିକିବେଳେ ଭାରତର ମାନବ ବିକାଶ ସ୍ତମ୍ଭ (Human Development Index (HDI) ହ୍ରାସ ପାଇବା ସମ୍ବାଦ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଗତବର୍ଷ ଏହି ସୂଚକାଙ୍କ ଅନୁସାରେ ଭାରତର ସ୍ଥାନ ୧୬୯ରାଷ୍ଟ୍ର ମଧ୍ୟରେ ୧୧୯ରେ ଥିବାବେଳେ ଚଳିତବର୍ଷ ୧୮୭ରାଷ୍ଟ୍ର ମଧ୍ୟରେ ୧୩୪କୁ ଖସିଯାଇଛି । ମଦ୍ୟପାନରେ ବୃଦ୍ଧି ଯେଉଁ ଆର୍ଥିକ ସ୍ୱଚ୍ଛଳତା ଓ ସମୃଦ୍ଧିର ସୂଚନା ଦେଉଛି, ତାହା ଅଧିକାଂଶ ଭାରତୀୟଙ୍କର ପ୍ରତିକୂଳ ଆର୍ଥିକ ସ୍ଥିତି ଦ୍ୱାରା ଯେ ପ୍ରଭାବହୀନ ହୋଇପଡ଼ିଛି, ତାହା ଭାରତର ମାନବ ବିକାଶ ସୂଚକାଙ୍କ ଦର୍ଶାଉଛି । -ଶୁଦ୍ରକ

Print Friendly, PDF & Email