ଭାରତବର୍ଷରେ ସମ୍ପ୍ରତି ସବୁଠାରୁ ଅଧିକ ଦୃଶ୍ୟମାନ ଚେହେରା ଯେ ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ ଓ କିରଣ ବେଦୀଙ୍କର-ଏହା ସମସ୍ତେ ସ୍ୱୀକାର କରିବେ । ତେଣୁ ଏହିମାନଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଗଣମାଧ୍ୟମରେ ଅଧିକ ଚର୍ଚ୍ଚିତ ହେବା ସ୍ୱାଭାବିକ । ଏହା ମଧ୍ୟ ସ୍ୱାଭାବିକ ଯେ ଏହି ବ୍ୟକ୍ତିମାନେ ଏହାକୁ କଂଗ୍ରେସ ସରକାରର ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି । ସରକାର ସେମାନଙ୍କୁ ଟାର୍ଗେଟ(target)କରୁଛନ୍ତି ବୋଲି କ୍ଷୋଭକ୍ତି କରୁଛନ୍ତି; ସେମାନଙ୍କର ପ୍ରସ୍ତାବିତ ଜନ-ଲୋକପାଳ ବିଲ୍ ଉପରୁ ଧ୍ୟାନକୁ ବିଚୁ୍ୟତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ଅରବିନ୍ଦ କେଜରୀୱାଲ ତ ଘୋଷଣା କରିଛନ୍ତି ଯେ, ଯଦି ସେମାନେ ଦୋଷୀ , ତା’ହେଲେ ସେମାନଙ୍କୁ ଫାଶୀ ଦିଆଯାଉ-କିନ୍ତୁ ଜନଲୋକପାଳ ବିଲ୍କୁ ସଂସଦରେ ପାରିତ କରାଯାଉ । ଏହିଭଳି ଘୋଷଣାର ଅନ୍ତରାଳେ ଜନଲୋକପାଳ ବିଲ୍ ପାଇଁ ସହିଦ ହୋଇଯିବାର ଅଭିଳାଷ ବାରି ହୋଇଯାଉଛି । କିନ୍ତୁ ଅପରପକ୍ଷେ ଫାଶୀଦେବା ପାଇଁ ଆଗ୍ରହୀ ବୋଲି କୌଣସି ସଙ୍କେତ ଦେଇନାହାନ୍ତି । କଂଗ୍ରେସ ତରଫରୁ କୁହାଯାଇଛି ଯେ କାଚଘରେ ଥାଇ ଟେକା ମାରିବା ବିଜ୍ଞତା ନୁହେଁ । କେଜରୀୱାଲ ଏକ ଉଦାହରଣ ଛଳରେ ଏହାର ଉତ୍ତରଦେଇ କହିଛନ୍ତି ଯେ, ରେଳଯାତ୍ରା ସମୟରେ ଟିକେଟ କଲେକ୍ଟରଙ୍କୁ ରିସ୍ୱତ ଦେଇ ଟିକଟକରିଥିବା ବ୍ୟକ୍ତି କ’ଣ ସୁରେଶ କାଲ୍ମାଡ଼ୀଙ୍କର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ ନାହିଁ? ଅର୍ଥାତ ଛୋଟ ଛୋଟ ଦୁର୍ନୀତି କରିଥିବା ବ୍ୟକ୍ତିମାନଙ୍କ ଉପରେ ବଡ଼ ବଡ଼ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନକରିବା କ୍ଷେତ୍ରରେ କୌଣସି ଅଙ୍କୁଶ ରହିବା ଉଚିତନୁହେଁ । ପ୍ରକୃତରେ ଯଦି ଏହା ହୁଏ, ତା’ହେଲେ ଆନ୍ନା ହଜାରେଙ୍କ ଅନଶନ ସମୟରେ ଲୋକ ଭିତରେ ଉଚ୍ଛୁଳି ପଡ଼ୁଥିବା ରାମଲୀଳା ମୈଦାନ ନିହାତି ଖାଲି ଖାଲି ଦେଖାଯିବ । ଏହିଭଳି କୈଫିୟତ ଦେଇ ଅରବିନ୍ଦ କେଜରୀୱାଲ, ସେମାନଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ଅଭିଯୋଗ ଖୁବ୍ ସାମାନ୍ୟବୋଲି ଜଣାଇବାକୁ ପ୍ରୟାସ କରିଛନ୍ତି । ତେବେ ଏହିମାନଙ୍କ ବିରୋଧରେ ଅଭିଯୋଗ କ’ଣ-ଏହା ଜାଣିବା ପାଇଁ ପାଠକଙ୍କର ଉକ୍ରଣ୍ଠା ହେବା ସ୍ୱାଭାବିକ । ଏହି ଉକ୍ରଣ୍ଠାକୁ ନିବାରଣ କରିବାପାଇଁ ଶୁଦ୍ରକର ନିମ୍ନୋକ୍ତ ସଂଗୃହୀତ ତଥ୍ୟ ।
ଆନ୍ନା ହଜାରେ: ଏହି ମହାଶୟଙ୍କ ବିରୋଧରେ ଅଭିଯୋଗ ଯେ ତାଙ୍କଦ୍ୱାରା ପରିଚାଳିତ ହିନ୍ଦ୍ସ୍ୱରାଜ ଟ୍ରଷ୍ଟରୁ ୨ଲକ୍ଷ ୧୮ହଜାର ଟଙ୍କା କାଢ଼ି ନିଆଯାଇ ତାଙ୍କର ୬୧ତମ ଜନ୍ମଦିନ ପାଳନ ଅବସରରେ (ଜୁନ୍ ୧୬, ୧୯୯୮)ଖର୍ଚ୍ଚ କରାଯାଇଥିଲା-ଯାହାକୁ ମାନ୍ୟବର ବିଚାରପତି ପି.ବି.ସାୱନ୍ତଙ୍କ ତଦନ୍ତ ରିପୋର୍ଟରେ ଦୁର୍ନୀତି ବୋଲି ଅଭିହିତ କରାଯାଇଥିଲା । (amounted to ‘corruption’) । ହଜାରେଙ୍କ ଓକିଲ ମିଲିନ୍ଦ ପାୱାରଙ୍କ ମତରେ ସାୱନ୍ତ ମହାଶୟ କୌଣସି ସ୍ଥାନରେ ଆନ୍ନା ଦୁର୍ନୀତିଗ୍ରସ୍ତ ବୋଲି କହିନାହାନ୍ତି ଯଦିଓ ଏହିଭଳି ଟ୍ରଷ୍ଟରୁ ପଇସା କାଢ଼ି ଜନ୍ମଦିନରେ ଖର୍ଚ୍ଚକରିବାକୁ ‘ଦୁର୍ନୀତି’ ବୋଲି କହିଛନ୍ତି । ପାୱାରଙ୍କ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଏକ ଏନ୍.ଜି.ଓ.କେୟାର ଇଣ୍ଟରନ୍ୟାସନାଲ (Care International) ଆନ୍ନା ହଜାରେଙ୍କୁ ଯେତେବେଳେ ସମ୍ବର୍ଦ୍ଧିତ କରିବାକୁ ଚାହିଁଲା, ସେତେବେଳେ ସ୍ଥିର କରାଗଲା ଯେ ଏହି ସମ୍ବର୍ଦ୍ଧନାଉତ୍ସବ ଆନ୍ନାଙ୍କର ୬୧ତମ ଜନ୍ମଦିବସ, ୧୬ ଜୁନ୍ ୧୯୯୮ ଦିନ ହିଁ ଅନୁଷ୍ଠିତ ହେବ । ଏହି ଉତ୍ସବର ଆୟୋଜନ ପାଇଁ ପୁନେର ଏକ ଶିଳ୍ପପତି ଅଭୟ ଫିରୋଡ଼ିଆ ଆଗ୍ରହ ଦେଖାଇଲେ ଓ ଉତ୍ସବ ପରେପରେ ୨ଲକ୍ଷ ୪୮ହଜାର ୯୫୦ଟଙ୍କାର ଏକ ଚେକ୍ ପ୍ରଦାନକଲେ । ସେତେବେଳକୁ ଉତ୍ସବ ବାବଦ ଟ୍ରଷ୍ଟ ଖାତାରୁ ୨ଲକ୍ଷ ୧୮ହଜାର ଟଙ୍କା ଖର୍ଚ୍ଚ ହୋଇସାରିଥିଲା । ୨୦୦୩ରେ ସାୱନ୍ତ ରିପୋର୍ଟ ପ୍ରକାଶ ପାଇବାପରେ ଡିସେମ୍ବର ୯, ୨୦୦୫ରେ ଏକ ଅଭିଯୋଗ ମାମଲା (complaint case)ପୁନେ ପୁଲିସପାଖରେ ଦରଜ କରାଗଲା । ଅଭିଯୋଗକର୍ତ୍ତା ହେମନ୍ତ ପଟିଲ କିନ୍ତୁ ପରେ ଏହି ଅଭିଯୋଗକୁ ପ୍ରତ୍ୟାହାର କରିନେଲେ ଯାହା ଫଳରେ ଜୁଲାଇ୧୨, ୨୦୧୧ଦିନ ହଜାରେଙ୍କୁ ଏହି ମାମଲାରୁ ମୁକୁଳାଇ ଦିଆଗଲା । କିନ୍ତୁ ୧୭ଅକ୍ଟୋବର ୨୦୧୧ ଦିନ ସର୍ବୋଚ୍ଚ ନ୍ୟାୟାଳୟରେ ପୁଣି ଏହି ଅଭିଯୋଗର ପୁନରାବୃତ୍ତି ହୋଇଛି । ଆବେଦନକାରୀ ମନୋହର ଲାଲଶର୍ମା ପେଶାରେ ଜଣେ ଓକିଲ । ସେ ଏକ ସିବିଆଇ (CBI)ତଦନ୍ତ ଦାବି କରିଛନ୍ତି ହିନ୍ଦ୍ ସ୍ୱରାଜ ଟ୍ରଷ୍ଟରୁ ଜମା କାଢ଼ି ନିଆଯିବା ବିଷୟରେ । ଏହାକୁ ମାନ୍ୟବର ସୁପ୍ରିମକୋର୍ଟ ଗ୍ରହଣ କରି ଉଭୟ କେନ୍ଦ୍ର ଓ ରାଜ୍ୟ (ମହାରାଷ୍ଟ୍ର) ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
କହିବାବାହୁଲ୍ୟ ଯେ, ଟ୍ରଷ୍ଟଜମାରୁ ଅର୍ଥ କାଢ଼ିନେବାକୁ ସାୱନ୍ତ ମହାଶୟ ‘ଦୁର୍ନୀତି’ ବୋଲି ଯାହା ଅଭିହିତ କରିଥିଲେ-ତାହା ଦୁର୍ନୀତି ନୁହେଁ ବୋଲି ଏଯାବତ୍ କୌଣସି ନ୍ୟାୟାଳୟରେ ପ୍ରମାଣିତ ହୋଇପାରି ନାହିଁ । ଅବଶ୍ୟ ଶିଳ୍ପପତି ଅଭୟ ଫିରୋଡ଼ିଆଙ୍କ ଅର୍ଥ ଆସି ଜମାହେବା ଦ୍ୱାରା ପୂର୍ବ ଅପେକ୍ଷା ଟ୍ରଷ୍ଟର ଜମାଖାତାରେ ୩୦ହଜାର ୯୫୦ ଟଙ୍କା ଅଧିକ ଜମା ହୋଇପାରିଛି ।
କିରଣ ବେଦୀ: ପ୍ରଥମ ମହିଳା ଆଇ.ପି.ଏସ୍. ଅଫିସର(୧୯୭୨) । ୧୯୭୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ସାହସିକତା ପୁରସ୍କାର (Gallantry award)ରେ ଭୂଷିତ ଏହି ସାହସୀ ମହିଳାଙ୍କ ବିରୁଦ୍ଧରେ ଅଭିଯୋଗ ଯେ ସେ ବିମାନଭଡ଼ା ବାବଦ ଯେତିକି ଖର୍ଚ୍ଚ କରନ୍ତି-ତା’ଠାରୁ ଅଧିକ ଅର୍ଥ ଦାବି କରି ତାଙ୍କୁ ନିମନ୍ତ୍ରଣ କରିଥିବା ସଙ୍ଗଠନଗୁଡ଼ିକୁ ବିଲ୍ ଦେଇଥାନ୍ତି । ଇକୋନୋମି(economy) କ୍ଲାସରେ ଯାତ୍ରା କରି ବିଜିନେସ କ୍ଲାସ୍ର ଭଡ଼ା ଦାବି କରି ବିଲ୍ ଦେଇଥାନ୍ତି । ରିହାତିଦରରେ ଯାତ୍ରାକରି ସମ୍ପୂର୍ଣ୍ଣ ଭଡ଼ା ଦାବି କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାହସିକତା ପୁରସ୍କାର ଲାଭ କରିଥିବା ହେତୁ ଭାରତୀୟ ବିମାନସେବା ଓଦ୍ଭୟସବଦ୍ଭ ଇସକ୍ସକ୍ଷସଦ୍ଭରଗ୍ଦ ବା ଇସକ୍ସ ଓଦ୍ଭୟସବରେ ଯାତ୍ରା କରିବା ବେଳେ ତାଙ୍କୁ ଭଡ଼ାରେ ଶତକଡ଼ା ୭୫ଭାଗ ରିହାତି ମିଳିଥାଏ । ଏହିଭଳି ଜାଲ୍ ବିଲ୍ ଦେଇଥିବା ଅଭିଯୋଗକୁ କିରଣ ବେଦୀ ଅସ୍ୱୀକାର କରନ୍ତି ନାହିଁ । ସେ କୁହନ୍ତି ଯେ, ଏତଦ୍ଦ୍ୱାରା ଯେଉଁ ଅଧିକ ଅର୍ଥ ସେ ତାଙ୍କୁ ନିମନ୍ତ୍ରିତ କରିଥିବା ସଙ୍ଗଠନମାନଙ୍କଠାରୁ ପାଇଛନ୍ତି, ତାହା ତାଙ୍କଦ୍ୱାରା ପରିଚାଳିତ India Vision Foundation ର ଜମାଖାତାକୁ ହିଁ ଯାଇଥାଏ ଯାହା ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କିରଣ ବେଦୀ ଚାକିରୀରେ ଥିବା ସମୟରେ (୧୯୭୨-୨୦୦୭), ୧୯୯୪ମସିହାରେ India Vision Foundation ର ସ୍ଥାପନା କରିଥିଲେ ଯାହାର ଉଦେ୍ଧଶ୍ୟ ତାଲିକାରେ ଥିଲା ଜେଲ୍ ସଂସ୍କାର, ଡ୍ରଗ ବ୍ୟବହାର ପ୍ରତିଷେଧକ ଓ ଶିଶୁମଙ୍ଗଳ । ଏହାପୂର୍ବରୁ ୧୯୮୮ରେ ସେ ସ୍ଥାପନା କରିଥିଲେ ନବଜ୍ୟୋତି ଦିଲ୍ଲୀପୁଲିସ ଫାଉଣ୍ଡେସନ (Novjyoti Delhi Police Foundation) ଯାହା ୨୦୦୭ରେ କେବଳ ନବଜ୍ୟୋତି ଫାଉଣ୍ଡେସନକୁ ନାମାନ୍ତରିତ ହେଲା ।
ତେବେ କିରଣ ବେଦୀ ଏହିଭଳି ଜାଲ୍ ବିଲ୍ ଦାଖଲ କରିବା ଯେ ୨୦୦୬ମସିହାରୁ (ଯେତେବେଳେ ସେ ଚାକିରୀରେ ଥିଲେ)କରି ଆସୁଛନ୍ତି ଓ ଏହା ୨୯ ସେପ୍ଟେମ୍ବର ୨୦୧୧ଯାଏଁ ଅବ୍ୟାହତ ରହିଛି- ତାହାର ସୂଚନା ମିଳେ ସମ୍ବାଦପତ୍ରରୁ (ଦ୍ରଷ୍ଟବ୍ୟ-Indian Express, 20 October 2011) । କିରଣ ବେଦୀଙ୍କର ଏହି କାର୍ଯ୍ୟକଳାପର ୧୨ଟି ଦୃଷ୍ଟାନ୍ତ ରହିଛି ବୋଲି ଦାବି କରନ୍ତି ଏହି ଖବରକାଗଜ । ଏହି ଖବର ପଢ଼ି ମୁମ୍ବାଇସ୍ଥିତ ଏକ ସଙ୍ଗଠନ Aviation Industry Employees
ର ସମ୍ପାଦକ ଜର୍ଜ ଆବ୍ରାହମ ଅଭିଯୋଗ କରନ୍ତି ଯେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ସଙ୍ଗଠନଦ୍ୱରା ମୁମ୍ବାଇଠାରେ ଆୟୋଜିତ ଏକ ସଭାରେ, ମାର୍ଚ୍ଚମାସ ୨୦୦୯ରେ ଶ୍ରୀମତୀ ବେଦୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଓ ପ୍ରକୃତ ଯାତାୟତ ଖର୍ଚ୍ଚଠାରୁ ଅଧିକ ଅର୍ଥ ସେ ଦାବି କରିଥିଲେ ।(The Hindu-Oct 25,2011). ଏପ୍ରିଲପହିଲା ୨୦୦୯ରେ ଶ୍ରୀମତୀ ବେଦୀ ଭୁବନେଶ୍ୱରସ୍ଥିତ କିଟ୍ (KIIT)କୁ ଆସିଥିଲେ ଓ ‘Role of women in present scenario’ ଉପରେ ଭାଷଣ ଦେଇଥିଲେ । KIITକୁ ‘ଭାରତରନô’ ଓ ଅଚୁ୍ୟତ ସାମନ୍ତଙ୍କୁ ‘ରନô’ କହିଥିଲେ ବୋଲି କିଟ୍ର ୱେବସାଇଟରେ ଉଲ୍ଲେଖ କରାଯାଇଛି । (She referred to this institution as Bharat Ratna and Dr.Samant a jewel). (http://www.kiit.ac.in/newsupdate/news.htm#india). KIITରୁ ବିମାନ ଭଡ଼ା ବାବଦ ଶ୍ରୀମତୀ ବେଦୀ କେତେ ଅର୍ଥ ନେଇଥିଲେ, ତାହା ଅନୁସନ୍ଧାନସାପେକ୍ଷ ।
ଅବଶ୍ୟ ଯାହା କିରଣବେଦୀ କରିଛନ୍ତି-ତାହା ଅଧିକାଂଶ ବୃତ୍ତିଜୀବୀ କରିଥାନ୍ତି । ସେମାନଙ୍କ ପାଇଁ ଏହା ଗୋଟିଏ ଅମାର୍ଜନୀୟ ଅପରାଧ ନୁହେଁ । ସେମାନେ ଏହାକୁ ଦୁର୍ନୀତି ଭାବେ ବିଚାର କରନ୍ତି ନାହିଁ । (The Hindu,Oct.25,2011)ତେଣୁ ଆନ୍ନା ହଜାରେଙ୍କର ଦୁର୍ନୀତିବିରୋଧୀ ଅଭିଯାନରେ ସାମିଲ ବିଶାଳ ମଧ୍ୟବିତ୍ତ ଶ୍ରେଣୀ-କିରଣ ବେଦୀଙ୍କର ଏତାଦୃଶ ଆଚରଣକୁ ଖୁବ୍ ଗୋଟିଏ ଗୁରୁତର ବୋଲି ଭାବିବେ, ଏହା ମନେହୁଏ ନାହିଁ । ଆନ୍ନା, କେଜରୀୱାଲ, କିରଣଙ୍କ ସମର୍ଥନରେ ବାହାରିବା ତେଣୁ ଅସ୍ୱାଭାବିକ ମନେହୁଏ ନାହିଁ-ଯଦିଓ ଆନ୍ନା ଟିମ୍ରୁ ବିତାଡ଼ିତ ସ୍ୱାମୀ ଅଗ୍ନିବେଶ କିରଣ ବେଦୀଙ୍କର ଆଚରଣକୁ ଆୟକର ଆଇନର ଧାରା-୨୭୩ ଅନୁସାରେ ଏକ ଅପରାଧ ବୋଲି ଅଭିହିତ କରି ସି.ବି.ଆଇ ତଦନ୍ତର ଦାବି କରିଛନ୍ତି ଓ ନିଜର ସାଧୁତା ପ୍ରମାଣିତ ନହେବା ପର୍ଯ୍ୟନ୍ତ କିରଣ ବେଦୀ ଦୁର୍ନୀତି ବିରୋଧରେ ଭାଷଣବାଜି କରିବାରୁ କ୍ଷାନ୍ତହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । (IBN Live, October 20, 2011) । କିରଣ ବେଦୀ ଅବଶ୍ୟ ଏହିଭଳି ପାଇଥିବା ଅର୍ଥକୁ