ୱାଲଷ୍ଟ୍ରିଟ୍କୁ ଦଖଲ କର (Occupy wall street)

  • 04/09/2015

ନଗ୍ନ ପୁଞ୍ଜିବାଦର କଂକ୍ରିଟ ଚେହେରା ଆମେରିକାର ନୁ୍ୟୟର୍କ ସହରର ଯେଉଁ ଗଳିରେ ଦୃଶ୍ୟମାନ, ସେହି ଗଳିର ନାଁ ହେଉଛି ଡବକ୍ଷକ୍ଷ ଗ୍ଦଗ୍ଧକ୍ସରରଗ୍ଧ ବା ପ୍ରାଚୀର ଗଳି । କୁହାଯାଏ ଓଲନ୍ଦାଜ (WP) ମାନଙ୍କର ବସତିକୁ ଇଂରେଜମାନଙ୍କ ଠାରୁ ଓ ଲୋହିତ ଭାରତୀୟ (Red Indians/native Americans) ଙ୍କ ଠାରୁ ସୁରକ୍ଷିତ ରଖିବାପାଇଁ ଏକ ପ୍ରାଚୀରର ନିର୍ମାଣ ହୋଇଥିଲା-ଯେଉଁଥିରୁ ଏହି ଗଳିର ଏପରି ନାମକରଣ ହୋଇଛି । ପ୍ରାୟଃ ତିନିସପ୍ତାହରୁ ଊଦ୍ଧ୍ୱର୍କାଳ ହେବ ଏହି ଗଳିରେ ଚାଲିଛି ଏକ ଅପୂର୍ବ ବିକ୍ଷୋଭ । ଭାରତରେ ଦୁର୍ନୀତିବିରୋଧୀ ଆନେ୍ଦାଳନ କର୍ପୋରେଟ, ଏନ୍.ଜି.ଓ ଇତ୍ୟାଦିଙ୍କର ପୃଷ୍ଠପୋଷକତାରେ ଚାଲିଥିବା ବେଳେ, ୱାଲଷ୍ଟ୍ରିଟରେ ହଜାରହଜାର ସଂଖ୍ୟାର ଲୋକ କର୍ପୋରେଟ ବିରୋଧରେ, କର୍ପୋରେଟର ଶୋଷଣ ଓ ଲୋଭ ବିରୋଧରେ, ସରକାରଙ୍କର କର୍ପୋରେଟମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ବିରୋଧରେ ବିକ୍ଷୋଭ କରୁଛନ୍ତି- ୱାଲ୍ଷ୍ଟ୍ରିଟକୁ ଦଖଲ କର ବୋଲି ସ୍ଲୋଗାନ ଦେଉଛନ୍ତି, ପୁଲିସର ଦମନର ସାମ୍ନା କରୁଛନ୍ତି । ତାଙ୍କର ବିକ୍ଷୋଭ ବେରୋଜଗାର ବିରୋଧରେ, ତାଙ୍କର ବିକ୍ଷୋଭ ବ୍ୟୟବହୁଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ, ତାଙ୍କର ବିକ୍ଷୋଭ ସେହି ଶତକଡ଼ା ୧ଭାଗଙ୍କ ବିରୋଧରେ ଯେଉଁମାନେ ଅର୍ଥନୀତିର ବିଶାଳ ଅଂଶକୁ ନିୟନ୍ତ୍ରଣ କରୁଛନ୍ତି । ସେମାନେ କ୍ଷୁବ୍ଧ ଯେ ପ୍ରଚଳିତ ଅର୍ଥନୀତି ଯେତେବେଳେ ଶତକଡ଼ା ୯୯ଭାଗ ଲୋକଙ୍କ ଜୀବନଧାରଣରକୁ ଦୁର୍ବିସହ କରିଦେଲାଣି, ସେତେବେଳେ ଶତକଡ଼ା ୧ଭାଗ ଲୋକ କିପରି ଅଧିକରୁ ଅଧିକ ସମୃଦ୍ଧ ହୋଇ ଚାଲିଛନ୍ତି? ତାଙ୍କର ଦାବି ଯେ ଧନୀକ ଲୋକଙ୍କ ଉପରେ ଅଧିକ ଟିକସ ବସାଅ ଓ ବୈଷମ୍ୟକୁ ହ୍ରାସ କର । ଏହାକୁ କେହି କେହି ଶ୍ରେଣୀ ସଂଘର୍ଷର ଅୟମାରମ୍ଭ କହୁଥିବା ବେଳେ, ଏହା ପୁଞ୍ଜିବାଦକୁ ଆହ୍ୱାନ ବୋଲି ଅନେକ ବିଚାର କରୁଛନ୍ତି । ବିଡ଼ମ୍ବନା ଯେ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଜନସାଧାରଣଙ୍କର ଦୈନନ୍ଦିନ ସମସ୍ୟାକୁ ନେଇ ବିକ୍ଷୋଭ ହେଉଥିବାବେଳେ- ଭାରତବର୍ଷରେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇଥିଲେ ମଧ୍ୟ- ଆମର କର୍ପୋରେଟ ନିୟନ୍ତ୍ରିତ ଗଣମାଧ୍ୟମ-ଏହି ସମସ୍ୟାଗୁଡ଼ିକୁ ଆଖିଠାର ମାରି, କର୍ପୋରେଟ ଓ ଏନ୍.ଜି.ଓ ପ୍ରତି ସହାନୁଭୂତିଶୀଳ ଜନଲୋକପାଳ ବିଲ୍କୁ ଆଇନରେ ରୂପାନ୍ତରିତ କରିବା ପାଇଁ ଦାବି କରୁଥିବା ଆନ୍ନା ହଜାରେଙ୍କର ‘ଆନେ୍ଦାଳନ’କୁ ବାରମ୍ବାର ପ୍ରଚାର କରିବାରେ ଲାଗିଛି । ଅନେକେ ଆନ୍ନାଙ୍କ ଆନେ୍ଦାଳନକୁ ମୂଳ ସମସ୍ୟାରୁ ଦୃଷ୍ଟିବିଚୁ୍ୟତ କରିବାର ଉଦ୍ୟମ ବୋଲି ବିଚାର କରନ୍ତି । ଅବଶ୍ୟ ଆନ୍ନାଙ୍କ ଟିମ୍ରେ ଯେଉଁମାନେ ଅଛନ୍ତି ସେମାନଙ୍କର ବୃତ୍ତିଗତ ପୃଷ୍ଠଭୂମି ଓ ଜୀବନଚର୍ଯ୍ୟାକୁ ଦେଖିଲେ, ସାଧାରଣ ଲୋକଙ୍କ ଜୀବନ ଧାରଣ ସମସ୍ୟା ତାଙ୍କୁ ଯେ ସ୍ପର୍ଶ କରୁନଥିବ-ଏହା ନିଶ୍ଚିତ । କର୍ମମୟ ଜୀବନରେ ଆଇନ, କାନୁନ ମାନିବା, ଭାଙ୍ଗିବାର ଅଭିଜ୍ଞତା ତାଙ୍କୁ ଆଇନ-କାନୁନ୍ର ପ୍ରଣୟନ ଆଡ଼କୁ ସ୍ୱାଭାବିକ ଅଧିକ ଆକୃଷ୍ଟ କରୁଥିବ । ଏହାହିଁ କାରଣ ଯେ ସେମାନେ ଜନଲୋକପାଳ ବିଲ୍କୁ ନେଇ ଏତେ ଉତ୍ତେଜିତ ।
‘ୱାଲ ଷ୍ଟ୍ରିଟ୍କୁ ଦଖଲ କର’ର ସ୍ଲୋଗାନ ଆଜି ବିଭିନ୍ନ ବଡ଼ ବଡ଼ ସହରରେ ପ୍ରତିଧ୍ୱନିତ । ୱାଂଶିଟନକୁ ଦଖଲ କର, ଲଣ୍ଡନକୁ ଦଖଲ କର- ମଧ୍ୟ ଶୁଣିବା ଆରମ୍ଭ ହେଲାଣି । କେବେ ବମ୍ବେକୁ ଦଖଲକର ଶୁଭିବ-ତାହାହିଁ ଶୁଣିବାକୁ ଅପେକ୍ଷା ରହିଲା । -ଶୁଦ୍ରକ
୧-୧୫ ନଭେମ୍ବର ୨୦୧୧

Print Friendly, PDF & Email