ଆନ୍ନା ହଜାରେ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ

  • 04/09/2015

୧୬-୩୧ ଅକ୍ଟୋବର ୨୦୧୧

ଦୁର୍ନୀତିବିରୋଧୀ ଆନ୍ନା ଆନେ୍ଦାଳନର ଏକ ଠୋସ ଅଭିବ୍ୟକ୍ତି ସମ୍ପ୍ରତି ଆମେ ଦେଖୁଛୁ ହରିଆନାର ହିସାର ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ । ଦୁର୍ନୀତିବିରୋଧୀ ଆନ୍ନାଗୋଷ୍ଠୀ ବର୍ତ୍ତମାନ ପ୍ରତ୍ୟକ୍ଷଭାବେ କଂଗ୍ରେସ ଶକ୍ତିଭାବେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀଯୁକ୍ତ ଜୟପ୍ରକାଶଙ୍କୁ ପରାସ୍ତ କରିବାପାଇଁ ହିସାର ଭୋଟଦାତାଙ୍କୁ ଆହ୍ୱାନ ଦେଉଛନ୍ତି ହିସାର ନିବାସୀ ଓ କ୍ରମସଙ୍କୁଚିତ ଆନ୍ନାଗୋଷ୍ଠୀର ମୁଖର ମୁଖପାତ୍ର ଅରବିନ୍ଦ କେଜରୀୱାଲ୍ । ବିଡ଼ମ୍ବନା ଯେ ଜୟପ୍ରକାଶ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଜୟ ଚଉତାଲା ଓ କୁଲଦୀପ ବିଷ୍ନୋୟୀଙ୍କ ଠାରୁ ଅଧିକ ଦୁର୍ନୀତିମୁକ୍ତ ବୋଲି ସେଠାକାର ଅଧିବାସୀମାନେ ମତ ଦେଉଛନ୍ତି । ଅବଶ୍ୟ ଆନ୍ନା ହଜାରେ ଏଯାବତ୍ ସଶରୀରେ ହିସାର ମାଟିରେ ପାଦ ରଖିନାହାନ୍ତି-ଆନ୍ନାଙ୍କର ଭିଡ଼ିଓ ଦେଖାଇ ଜନତାଙ୍କର ଉକ୍ରଣ୍ଠାକୁ ନିବାରଣ କରାଯାଉଛି । ତେବେ ଅରବିନ୍ଦ କେଜରୀୱାଲଙ୍କ ବ୍ୟତୀତ ମନୁ ସିସୋଦିଆ ଓ ମିଡ଼ିଆ ବ୍ୟାକୁଳ କିରଣ ବେଦୀ ବିଭିନ୍ନ ମଞ୍ଚରେ ଦୃଶ୍ୟମାନ ହେଉଥିଲେ ହେଁ- ପ୍ରଶାନ୍ତ ଭୂଷଣ, ଶାନ୍ତିଭୂଷଣଙ୍କ ଭଳି ଆନ୍ନାଟିମ୍ର ବରିଷ୍ଠ ସଦସ୍ୟମାନଙ୍କୁ ହିସାର ମାଟିରେ ଦେଖିବାକୁ ମିଳୁନାହିଁ । ଏକଦା ଆନ୍ନାଟିମ୍ର ଅତ୍ୟନ୍ତ ଅନ୍ତରଙ୍ଗ କର୍ଣ୍ଣାଟକର ପୂର୍ବତନ ଲୋକାୟୁକ୍ତ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମାନ୍ୟବର ସନ୍ତୋଷ ହେଗଡ଼େ, ଏହିଭଳି ଭୂମିକାକୁ ଅବଶ୍ୟ ନାପସନ୍ଦ କରିଛନ୍ତି । କେହି କେହି ଏହିଭଳି ଉଦ୍ୟମକୁ ଭାରତର ରାଷ୍ଟ୍ରପତି ହେବାପାଇଁ ଆନ୍ନାଙ୍କ ଅଭିଳାଷର ପ୍ରଥମ ପାହାଚ କହୁଥିବାବେଳେ, ହିସାର ପୁତ୍ର ଅରବିନ୍ଦ କେଜରୀୱାଲ ଆଗାମୀ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ଅନେକଙ୍କ ମନରେ ସନେ୍ଦହ ଉଙ୍କିମାରିଛି । ତେବେ ଆନ୍ନା ହଜାରେ ବା ଆନ୍ନା ଟିମ୍ର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣର ଅଭିଳାଷକୁ ପ୍ରତ୍ୟେକ ଗଣତନ୍ତ୍ରପ୍ରେମୀ ନାଗରିକ ସ୍ୱାଗତ କରିବା ଉଚିତ । ତେବେ ଏହିଭଳି ଏକ ଉଦ୍ଧୀପନା ଭରା ବାତାବରଣ ଭିତରେ-ଅରବିନ୍ଦ କେଜରୀୱାଲ ଆନ୍ନାଙ୍କୁ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ ଥୋଇବା-ଗଣମାଧ୍ୟମରେ ଏକ ଅତ୍ୟନ୍ତ ଦୃଷ୍ଟି ଆକର୍ଷଣକାରୀ ସମ୍ବାଦ ହୋଇଛି । ଅବଶ୍ୟ ଏହା ସହିତ ଅରବିନ୍ଦ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ପାର୍ଲିଆମେଣ୍ଟର ଊଦ୍ଧ୍ୱର୍ରେ ଓ ଏହା ଭାରତୀୟ ସମ୍ବିଧାନସମ୍ମତ । ଏହି ବକ୍ତବ୍ୟକୁ ଯଦି ଗ୍ରହଣ କରି ନିଆଯାଏ, ତା’ହେଲେ ଆନ୍ନାପ୍ରସ୍ତୁତ ଜନଲୋକପାଳ ବିଲ୍କୁ ପାର୍ଲିଆମେଣ୍ଟରେ ଗୃହୀତ କରାଇବା ପାଇଁ ଅରବିନ୍ଦ କେଜରୀୱାଲ କାହିଁକି ଏତେ ଗୁରୁତ୍ୱ ଦେଉଛନ୍ତି? କିନ୍ତୁ ଅରବିନ୍ଦ ତାଙ୍କର ବକ୍ତବ୍ୟ ସମ୍ବିଧାନସମ୍ମତ ବୋଲି ଯେଉଁ ଦାବି କରିଛନ୍ତି, ତାହା ସହିତ ଏକମତ ହେବା ସମ୍ଭବ ନୁହେଁ ।
ଭାରତର ସମ୍ବିଧାନର ଦ୍ୱିତୀୟଖଣ୍ଡ (Part -II)ରେ ନାଗରିକତ୍ୱ (citizenship) ପରିଚ୍ଛେଦରେ ଉଲ୍ଲେଖ କରାଯାଇଥିବା ଧାରା ୫ରୁ ଧାରା ୧୧ମଧ୍ୟରୁ ଧାରା ୧୦ ଓ ଧାରା ୧୧-ଅରବିନ୍ଦଙ୍କର ଦାବିର ସଠିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଏ । ଧାରା ୧୦ଅନୁସାରେ ପ୍ରତ୍ୟେକ ଭାରତୀୟ ନାଗରିକ ପାର୍ଲିଆମେଣ୍ଟ ଦ୍ୱାରା ପ୍ରସ୍ତୁତ, ଆଇନର ପରିସରଭିତରେ ହିଁ ତା’ର ନାଗରିକତ୍ୱ ବଜାୟ ରଖିପାରିବ । (Every person who is or is deemed to be a citizen of India under any of the foregoing provisions of this part shall, subject to the provisions of any law that may be made by parliament, continue to be such citizen) । ଧାରା ୧୧ଅନୁସାରେ ନାଗରିକତ୍ୱ ଗ୍ରହଣ କରିବା କ୍ଷେତ୍ରରେ ବା ଏହାକୁ ବାତିଲ କରିବା କ୍ଷେତ୍ରରେ, ନାଗରିକତ୍ୱ ସମ୍ପର୍କିତ ସମସ୍ତ ବିଷୟରେ ପାର୍ଲିଆମେଣ୍ଟର କ୍ଷମତାକୁ କେହି ନେଇଯାଇପାରିବ ନାହିଁ । (Nothing in the forgoing provisions of this Part shall derogate from the power of Parliament to make any provision with respect to the acquisition and termination of citizenship and all other matter relating to citizenship) । ଏହି ଧାରାଗୁଡ଼ିକ ସମ୍ପର୍କରେ ଆଇ.ଆଇ.ଟି ସ୍ନାତକ, ପୂର୍ବତନ ଆୟକର ବିଭାଗ ଅଧିକାରୀ, ମାଗାସେସେ ପୁରସ୍କାର ବିଜେତା ଅରବିନ୍ଦ କେଜରୀୱାଲ ଯେ ଅଜ୍ଞ- ଏହା ବିଶ୍ୱାସ କରିହେବ ନାହିଁ । ନିର୍ବାଚନ ପ୍ରଚାରରେ ରାଜନେତାମାନେ ଅନେକ ବିଭ୍ରାନ୍ତିକର ମନ୍ତବ୍ୟ ଜରିଆରେ ଭୋଟଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏହି ବ୍ୟାଧିରେ ଅରବିନ୍ଦ କେଜରୀୱାଲ ଆକ୍ରାନ୍ତ ହୋଇଥିବା ଅସମ୍ଭବ ନୁହେଁ । ପ୍ରତ୍ୟେକ ନାଗରିକ ପାର୍ଲିଆମେଣ୍ଟଠାରୁ ଊଦ୍ଧ୍ୱର୍ରେ କହି ଭିଡ଼ କରିଥିବା ଲୋକଙ୍କ ଭିତରେ ଏକ ଭିନ୍ନ ସ୍ୱପ୍ନ ସୃଷ୍ଟି କରିବା ହୁଏତ ତାଙ୍କର ଉଦେ୍ଧଶ୍ୟ ହୋଇପାରେ । କିନ୍ତୁ ଏହା ସମ୍ବିଧାନସମ୍ମତ ଆଦୌ ନୁହେଁ । ବରଂ ସମ୍ବିଧାନ ବିରୋଧୀ । ଲୋକମାନେ (We, the people of India…) ନିଜକୁ ସମ୍ବିଧାନ ଦେବା (give to ourselves this constitution…)ର ଅର୍ଥ ନୁହେଁ ଯେ ଜଣେ ନାଗରିକ ପାର୍ଲିଆମେଣ୍ଟର ଊଦ୍ଧ୍ୱର୍ରେ । ଭାରତର ଜନଗଣ ମିଳିତଭାବେ ନିଜକୁ ଯେଉଁ ସମ୍ବିଧାନ ଦେଇଛନ୍ତି, ସେହି ସମ୍ବିଧାନ ଭିତରେ ସେମାନେ ଯେଉଁ ପାର୍ଲିଆମେଣ୍ଟର ପରିକଳ୍ପନା କରିଛନ୍ତି- ସେହି ପାର୍ଲିଆମେଣ୍ଟର ଆଇନ ପ୍ରତ୍ୟେକ ନାଗରିକ ପାଇଁ ପ୍ରଯୁଜ୍ୟ-ଏହା ମଧ୍ୟ ସେମାନେ ଉପରୋକ୍ତ ଧାରାଗୁଡ଼ିକ ଜରିଆରେ ନିଦେ୍ର୍ଧଶ ଦେଇଛନ୍ତି । ତେଣୁ ଆନ୍ନାଙ୍କୁ ପାର୍ଲିଆମେଣ୍ଟ ଊଦ୍ଧ୍ୱର୍ରେ ବୋଲି ବୟାନ ଦେବା ଅର୍ଥ ଭାରତୀୟ ଜନସମୂହର ସଚେତ ବିଚାରକୁ ବିଦ୍ରୂପ କରିବା ।
କିନ୍ତୁ ଆନ୍ନା ହୋ’ ଯେପରି ଉଠିଛି- ଜନ ଲୋକପାଳ ବିଲ୍ ଏନ୍.ଜି.ଓ ଓ କର୍ପୋରେଟମାନଙ୍କୁ ଲୋକପାଳଙ୍କ ଅନୁସନ୍ଧାନ ପରିସରରୁ ବାହାରେ ରଖି ଦୁଇଗୋଷ୍ଠୀ ଦ୍ୱାରା ଯେପରି ସମର୍ଥନ ପାଉଛି- ତାହାର ପୃଷ୍ଠଭୂମିରେ ଅରବିନ୍ଦ କେଜରୀୱାଲଙ୍କର ଏହିଭଳି ଔଦ୍ଧତ୍ୟରଞ୍ଜିତ ବୟାନ ଆଦୌ ଅସ୍ୱାଭାବିକ ନୁହେଁ । ଅବଶ୍ୟ ଆନ୍ନା ଟିମ୍ ଯେ ଏକ ଅତ୍ୟନ୍ତ ଚମକ୍ରାର କୌଶଳ ଅବଲମ୍ବନ କରିଛନ୍ତି-ଏହା ମାନିବାକୁ ହେବ । ହିସାର୍ରେ କଂଗ୍ରେସର ଦୁର୍ବଳ ସ୍ଥିତିର ସୁଯୋଗ ନେଇ ସେମାନେ କଂଗ୍ରେସ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଜୟପ୍ରକାଶ ଯିଏ କି ୨୦୦୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଥିଲେ, ସେହି ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଆସିଥିଲେ । ଏହି ଉପନିର୍ବାଚନରେ ତାଙ୍କର ବିଜୟ ସମ୍ଭାବନା ଯେ ଅତ୍ୟନ୍ତ କ୍ଷୀଣ- ଏହା ପ୍ରାୟଃ ସମସ୍ତେ ଜାଣନ୍ତି । କିନ୍ତୁ ଏହି ଅବଶ୍ୟମ୍ଭାବୀ ପରାଜୟକୁ ଆନ୍ନା ଟିମ୍ ତାଙ୍କର କଂଗ୍ରେସବିରେଧୀ ଭୂମିକାର ବିଜୟ ବୋଲି ଦାବି କରିବେ ଓ ସନେ୍ଦହ କରିବା ବା ପ୍ରଶ୍ନ କରିବା ରେ ଅନଭ୍ୟସ୍ତ ଜନସମୁଦାୟ ନିକଟରେ ନିଜର ପତିଆରା ବଢ଼ାଇବେ । କିନ୍ତୁ କିଛି ଲୋକ ଏହି ପ୍ରଶ୍ନ କରିବାକୁ ଭୁଲିବେ ନାହିଁ ଯେ ଠିକ୍ ଏହି ସମୟରେ ଆନ୍ନାଙ୍କ ପ୍ରଦେଶ ଓ ଜିଲ୍ଲା ପୁନାରେ ହେଉଥିବା ଉପନିର୍ବାଚନରେ ଯେଉଁଠି କଂଗ୍ରେସ-ଏନ୍.ସି.ପି.ର ମିଳିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଠାରେ କାହିଁକି ଆନ୍ନା ଟିମ୍ ହିସାର ଅନୁରୂପ କଂଗ୍ରେସବିରୋଧୀ ଅଭିଯାନରେ ବାହାରିଲେ ନାହିଁ?-ଶୁଦ୍ରକ

Print Friendly, PDF & Email