ଆନ୍ନାଙ୍କର ବିଜୟ

  • 04/09/2015

ରବିବାର (୨୮.୮.୨୦୧୧)ଦିନ ଆନ୍ନା ହଜାରେ ତାଙ୍କର ୧୨ଦିନ ଧରି ଜାରି ରଖିଥିବା ଅନଶନକୁ ଭାଙ୍ଗିବା ପରେ ତାଙ୍କର ସମର୍ଥକମାନେ ଆନ୍ନାଙ୍କର ବିଜୟହେଲା ବୋଲି ଘୋଷଣା କରି-ରଙ୍ଗଖେଳରେ ମାତିବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ହୋଇଛି । ଯଦିଓ ଆନ୍ନା କହିଛନ୍ତି ଯେ ସେ ତାଙ୍କର ଅନଶନ ଭାଙ୍ଗିନାହାନ୍ତି ଓ ସ୍ଥଗିତ ରଖିଛନ୍ତି (I have just suspended the fast… did not end it) ଓ ବିଜୟକୁ ଅଧା ବିଜୟ ବୋଲି ଅଭିହିତ କରିଛନ୍ତି, ତାଙ୍କର ସମର୍ଥକମାନଙ୍କର ମିଠାଖିଆ, ରଙ୍ଗବୋଳା, ଉଦ୍ଧାମତା ଦେଖିଲେ ସେମାନେ ଏହାକୁ ପୂର୍ଣ୍ଣବିଜୟ ବୋଲି ଭାବୁଛନ୍ତି ବୋଲି ମନେହୁଏ । ଯେଉଁମାନେ ସ୍ମରଣ କରନ୍ତି ଯେ ଜନଲୋକପାଳ ବିଲ୍ ଅଗଷ୍ଟ ୩୦ ସୁଦ୍ଧା ସଂସଦରେ ଗୃହୀତ ହେଉ ବୋଲି ଜିଦ୍ କରି ଆନ୍ନା ଅନଶନରେ ବସିଥିଲେ-ସେମାନେ ସ୍ୱାଭାବିକ ପ୍ରଶ୍ନ କରୁଥିବେ ଯେ ଆନ୍ନାଙ୍କର ବିଜୟ କିପରି ହେଲା । ହଁ, ଷ୍ଟାଣ୍ଡିଂ କମିଟିକୁ ଆଲୋଚନା ପୂର୍ବରୁ ଗଲାନାହିଁ, ଆଲୋଚନା ହୋଇ ଗୋଟିଏ ରିଜୋଲୁ୍ୟସନ କରାଯାଇ, ଷ୍ଟାଣ୍ଡିଂ କମିଟିକୁ ତ ପଠାଗଲା । ଅର୍ଥାତ ୩୦ଅଗଷ୍ଟ ଭିତରେ ଆନ୍ନାଙ୍କର ଜିଦ୍ ରହିଲା ନାହିଁ । ଏହାଛଡ଼ା ଯେଉଁ ୩ଟି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଗଲା,ସେଗୁଡ଼ିକୁ ନୀତିଗତ ଭାବରେ ସଂସଦ ଗ୍ରହଣ କରିଲେ ମଧ୍ୟ Standing committeeର ଏହା ଉପରେ କ‘ଣ ମତ ଦେବ- ତାହା Standing committeeର ଉପରେ ହିଁ ଛାଡ଼ି ଦିଆଗଲା । ତେଣୁ ଆନ୍ନାଙ୍କର ବିଜୟ ହେଲା କିପରି? ବୋଧହୁଏ Standing committeeର ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ମୁଖପାତ୍ର ଅଭିଷେକ ମନୁ ସିଂଘଭିଙ୍କର ମନ୍ତବ୍ୟ ବେଶୀ ସଠିକ ବୋଲି ମନେହୁଏ ଯେ ଉଭୟ ସଂସଦ ଓ ଆନ୍ନାଙ୍କର ବିଜୟ ହୋଇଛି । ଏହା ଏକ ରାଜନୈତିକ ମନ୍ତବ୍ୟ ବୋଲି କୁହାଯାଇ ପାରେ । କିନ୍ତୁ ଟିମ୍ ଆନ୍ନାଙ୍କର ସଭ୍ୟମାନଙ୍କ ମୁଖମଣ୍ଡଳ ଦେଖିଲେ- ପରାଜୟର ବିଷନ୍ନତା ଯେ ବାରି ହେଉଛି- ଏଥିରେ ସନେ୍ଦହ ନାହିଁ । ଅବଶ୍ୟ ସଂସଦରେ ତିନୋଟି ଲୋକପାଳ ବିଲ୍ ପାଇଁ ସରକାରୀ ପ୍ରସ୍ତାବ ସହ ଆନ୍ନା ରାଜି ହୋଇଯିବା ପରେ ଆନ୍ନାଙ୍କର ଓଦ୍ଭୟସବ  India Against Corruption ଅଭିଯାନର ଖାସ୍ ସଦସ୍ୟ ଦେବେନ୍ଦ୍ର ଶର୍ମା କହିଥିଲେ ଯେ ସରକାରଙ୍କର ହିଁ ବିଜୟ ହୋଇଛି ଓ ସେମାନଙ୍କର ଆନେ୍ଦାଳନ ବିଫଳ ହୋଇଛି । ତାଙ୍କରି ଭାଷାରେ ‘ଆମେ କିଛି ହାସଲ କରିପାରି ନାହୁଁ । କୌଣସି ପ୍ରତିଶ୍ରୁତି ନାହିଁ ଯେ ଜନଲୋକପାଳ ବିଲ୍ରେ ଥିବା ପ୍ରସ୍ତାବଗୁଡ଼ିକ ଗୃହୀତ ହେବ ।’ (‘‘We have actually achieved nothing. There is no assurance that anything in the Jan LokPal Bill will even be incorporated, \âÁaý: Business Standard, 26Aug 2011, P.14)
– ଶୁଦ୍ରକ

Print Friendly, PDF & Email