ଆନ୍ନା ଅନଶନର ଭିଡ଼ ଓ ଭୟ

  • 04/09/2015

ଆନ୍ନାଙ୍କ ଅନଶନର ସମର୍ଥନରେ ଭିଡ଼ ଦେଖି ଅନେକଙ୍କର ଭୟ ଆନ୍ନାଙ୍କ ଦାବି ଉପରେ ମନ୍ତବ୍ୟ ଦେବାକୁ । ବନ୍ଧୁ ଜଣେ କହିଲେ ଯେ ତାଙ୍କୁ ପରାମର୍ଶ ଦିଆଯାଇଛି ଆନ୍ନାଙ୍କ ଦାବି ସମ୍ପର୍କରେ କୌଣସି ପ୍ରତିକୂଳ ମନ୍ତବ୍ୟ ନଦେବାପାଇଁ । କାରଣ ଯେଉଁମାନେ ସେଭଳି ମନ୍ତବ୍ୟ ଦେଉଛନ୍ତି ତାଙ୍କୁ ବହୁ ଅକଥନୀୟ ଭାଷାର ମଧ୍ୟ ଶରବ୍ୟ ହେବାକୁ ପଡ଼ୁଛି । ଭିଡ଼ର ଚରିତ୍ର ସବୁବେଳେ ଏହିଭଳି । ଭିଡ଼ର ମତ ବିରୋଧରେ ଯେ ଗଲା ସେ ଭିଡ଼ର ରୋଷର ଶିକାର ହେବ । ଆଜିକାଲି ଯେକୌଣସି ପ୍ରସଙ୍ଗ ଉପରେ ଭିଡ଼ ଜମାଇବା ଓ ଯଦି ଏହା ଗଣମାଧ୍ୟମ ପାଇଁ ଆକର୍ଷଣୀୟ ହୁଏ ତା’ହେଲେ ଅଧିକ ଭିଡ଼ ଜମିବା ଏକ ସାଧାରଣ ଦୃଶ୍ୟ । ବର୍ଷକତଳେ ମାଙ୍ଗାଲୋର ସହରର ଏକ ପାକଶାଳାରେ ଯୁବକ-ଯୁବତୀଙ୍କର ଅସଂଯତ ନୃତ୍ୟର ପ୍ରତିବାଦ କରି ସେତେବେଳେ ସ୍ଥାନୀୟ ଏକ ସଙ୍ଗଠନର କିଛି ସଭ୍ୟ ଯାଇ ସେମାନଙ୍କୁ ସେଥିରୁ ନିବୃତ୍ତ କରାଇବାପାଇଁ ଉଦ୍ୟମ କଲେ-ସେତେବେଳେ ଏହି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଗଲା ଏକ ବିରାଟ ଅଭିଯାନ-ଯାହା ପିଙ୍କ୍ଚଡ଼ି ଅଭିଯାନ ଭାବରେ ପ୍ରଚାରିତ ହେଲା । ଯୁବତୀମାନେ ହଜାର ହଜାର ସଂଖ୍ୟାରେ ବ୍ୟବହୃତ ଓ ଅବ୍ୟବହୃତ ଅନ୍ତର୍ବାସ ଏହି ବ୍ୟକ୍ତିମାନଙ୍କୁ ପଠାଇଲେ । ଗଣମାଧ୍ୟମରେ ଏହାର ବେଶ୍ ପ୍ରଚାର ହେଲା । ବ୍ୟକ୍ତି ସ୍ୱାଧୀନତା ଉପରେ ହସ୍ତକ୍ଷେପ ହୋଇଛି ବୋଲି ଏହି ଯୁବକଯୁବତୀଙ୍କର ସମର୍ଥକମାନେ ଚିକ୍ରାର କଲେ ।
ସେହିଭଳି ଗତ ଜାନୁଆରୀ ମାସରେ ଟରେଣ୍ଟୋ ପୋଲିସର ଜଣେ କନଷ୍ଟେବଳ ମାଇଲେ ସାଙ୍ଗୁଚି ୟର୍କ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯେତେବେଳେ ମତଦେଲେ ଯେ ଝିଅମାନେ ସ୍ୱଳ୍ପବସ୍ତ୍ର ବା ଯୌନଭାବ ଉଦ୍ରେକକାରୀ ପୋଷାକ ପିନ୍ଧିବା ପରିତ୍ୟାଗ କଲେ ବଳାକ୍ରାର ଅନେକ ପରିମାଣରେ କମିଯିବ- ସେତେବେଳେ ଏହା ସାରା ବିଶ୍ୱରେ ଚହଳ ପକାଇଲା । ଏହି ମନ୍ତବ୍ୟକୁ ପ୍ରତିବାଦ କରିବାକୁ ଯାଇ ସ୍ୱାଧୀନ ଚିନ୍ତାଧାରାର ମହିଳା ଓ ଯୁବତୀମାନେ ହଜାର ହଜାର ସଂଖ୍ୟାରେ ଅର୍ଦ୍ଧଉଲଗ୍ନ ଓ ସ୍ୱଳ୍ପବସ୍ତ୍ର ପରିଧାନ କରି ଶୋଭାଯାତ୍ରା କଲେ ଟରଣ୍ଟୋ ସହରରେ । ଯାହାକୁ ସେମାନେ ନାଁ ଦେଲେ ସ୍ଲଟ ୱାକ୍ (slut walk) । ଇଂରାଜୀ ଶବ୍ଦ ସ୍ଲଟ୍ର ଅର୍ଥ ହେଉଛି ଯୌନ ଉତ୍ସୃଙ୍ଖଳ ନାରୀ । ଭାରତରେ ମଧ୍ୟ ଏହିଭଳି ସ୍ଲଟ ୱାକ୍ ଅନୁଷ୍ଠିତ ହେଲା- ବଡ଼ ବଡ଼ ସହରରେ । ଯାହାକୁ ଭାରତୀୟ ଭାଷାରେ ବେସରମୀ ଶୋଭାଯାତ୍ରା ବୋଲି କୁହାଗଲା ।
କିନ୍ତୁ ଯେଉଁ ପ୍ରସଙ୍ଗ ନେଇ ଆନ୍ନାଙ୍କ ଅନଶନରେ ଭିଡ଼ ହେଉଛି- ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ- ଯାହା ସାଧାରଣ ଜୀବନକୁ ବେଶ୍ ଅସ୍ତବ୍ୟସ୍ତ କରୁଛି । କିନ୍ତୁ ଏହାକୁ କିପରି ସାମ୍ନା କରାଯିବ- ତାହା ନେଇ ଭିନ୍ନ ମତ ରହିବା ଅସ୍ୱାଭାବିକ ନୁହେଁ । ଆନ୍ନାଙ୍କ ପ୍ରସ୍ତାବକୁ ଗ୍ରହଣ ନକରିବା ଅର୍ଥନୁହେଁ ଦୁର୍ନୀତିକୁ ସମର୍ଥନ କରିବା । ଆନ୍ନାଙ୍କର ପ୍ରସ୍ତାବକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ଏହା ବୁଝିବା ଉଚିତ । ଏହି ଉପଲବ୍ଧô ହିଁ ସେମାନଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ଅଛି ବୋଲି ପ୍ରତିପାଦିତ କରିବ । ଭାରତୀୟ ରାଜନୀତିରେ ଦୁର୍ନୀତି ସବୁବେଳେ ଏକ ପ୍ରସଙ୍ଗ ହୋଇ ରହିଛି-ତାକୁ ହ୍ରାସ କରିବାର ସମସ୍ତ ଉପାୟ ଏଯାବତ୍ ବ୍ୟର୍ଥ ହୋଇଛି । ଠିକ୍ ମଶା ସୃଷ୍ଟି କରୁଥିବା ଜଳାଶୟକୁ ନପୋତି-ମଶା ଔଷଧ ପକାଇ ମଶା ମାରିଲା ଭଳି । ତେଣୁ ଉପଭୋକ୍ତାବାଦକୁ ପ୍ରୋତ୍ସାହିତ କରୁଥିବା, ବୈଷମ୍ୟ ବୃଦ୍ଧିକରୁଥିବା ଅର୍ଥନୈତିକ ପରିବେଶକୁ ଯଦି ନିଷ୍ଠାର ସହ ବିରୋଧ ନକରାଯାଏ-ତା’ହେଲେ ଦୁର୍ନୀତି ମୂଳୋପôାଟନ ଅସମ୍ଭବ । ଅବଶ୍ୟ ଆନ୍ନା ଅନଶନରେ ଭିଡ଼ କରୁଥିବା ଯୁବକଯୁବତୀଙ୍କ ପାଇଁ ଏହା କଦାପି ଗ୍ରହଣୀୟ ନୁହେଁ କାରଣ ଏହା ହେଲେ ସେମାନଙ୍କୁ ଯେ ଲୁଇଫିଲିପ, ଆଲେନ ସୋଲୀ, ବ୍ଲାକ୍ବେରୀ ଭଳି ବିଦେଶୀ କମ୍ପାନୀମାନଙ୍କର ଚକଚକିଆ ପୋଷାକ ପିନ୍ଧାରୁ ବଞ୍ଚôତ ହେବାକୁ ପଡ଼ିବ । -ଶୁଦ୍ରକ

Print Friendly, PDF & Email