ଆନ୍ନାଙ୍କ ଅନଶନ କଂଗ୍ରେସର ବିଜୟ!

  • 04/09/2015

ଆନ୍ନା ହଜାରେ ତାଙ୍କର ଆମରଣ ଅନଶନ ଚାରିଦିନ ପୂରଣ ହେଉ ହେଉ, ପ୍ରତ୍ୟାହାର କରିବାର ନିଷ୍ପତ୍ତ ନେବାବେଳେ କହିଲେ, ‘ଯେଉଁଭଳି ଭାବରେ ସରକାର ଆମର ଦାବି ସବୁ ମାନିନେଲେ, ସେଥିରୁ ଜଣାପଡ଼ୁଛି ଏହା ଭାରତର ଜନସାଧାରଣଙ୍କ ବିଜୟ’ (From the way the government has accepted (our demands), the people of India have own- The statesman, 9th April 2011) । ବିଶ୍ୱକପ କ୍ରିକେଟ ଖେଳର ପରିସମାପ୍ତି ଓ ଆଇ.ପି.ଏଲ୍. କ୍ରିକେଟ ଖେଳର ଆରମ୍ଭ ଭିତରେ ସୃଷ୍ଟ ୫ଦିନର ବ୍ୟବଧାନକୁ ଆନ୍ନା ହଜାରେଙ୍କର ଆମରଣ ଅନଶନ ଯୋଡ଼ିଦେବା-ଏକ ସଂଯୋଗ ମାତ୍ର ଥିଲା କି ଏକ ସୁଚିନ୍ତିତ ଯୋଜନାର ଅଂଶବିଶେଷ ଥିଲା-ତାହା କେବଳ କିରଣ ବେଦୀ, ଅରବିନ୍ଦ କେଜରୀୱାଲ ଓ ସ୍ୱାମି ଅଗ୍ନିବେଶ ହିଁ ନିର୍ଦ୍ଧିଷ୍ଟ ଭାବେ କହିପାରିବେ । କାରଣ ଏହିମାନେ ହିଁ ଗଣମାଧ୍ୟମରେ ଆନ୍ନାଙ୍କ ସହ ବସିବାର ବେଶୀ ଦୃଶ୍ୟମାନ ହେଉଥିଲେ । କିନ୍ତୁ ବିଶ୍ୱକପ ବିଜୟର ଯେଉଁ ଉଦ୍ଧୀପନା ଦର୍ଶକମାନଙ୍କଠାରେ ପରିଲକ୍ଷିତ ହେବାର ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା, ପ୍ରାୟଃ ସେହିଭଳି ଉଦ୍ଧୀପନା ଆନ୍ନାଙ୍କ ଅନଶନ ପ୍ରସଙ୍ଗରେ ଦେଖିବାକୁ ମିଳୁଥିଲା ଗଣମାଧ୍ୟମରେ । ତେବେ ଆନ୍ନା ହଜାରେ ଯେଉଁ ଅନୁଷ୍ଠାନ ପକ୍ଷରୁ ଅନଶନରେ ବସିଥିଲେ- ସେହି ଅନୁଷ୍ଠାନର ୱେବସାଇଟରେ (http://www.Indiaagainst corruption.org) ଆନ୍ନାଙ୍କ ଅନଶନ ପ୍ରତି ୧୦,୩୬,୫୮୨ଲୋକଙ୍କର ସମର୍ଥନ ରହିଛି ବୋଲି (୧୨ତାରିଖ ସୁଦ୍ଧା) ଦର୍ଶାଯାଇଛି । କହିବା ବାହୁଲ୍ୟ ଯେ ଏହି ସଂଖ୍ୟା ଭାରତର ସମୁଦାୟ ଲୋକସଂଖ୍ୟାର ଶତକଡ଼ା ୦.୦୮୩ଭାଗ । ଏହି ସଂଖ୍ୟାକୁ ଭିତ୍ତ କରି ଦାବି କରିବା ଯେ ଭାରତର ଜନସାଧାରଣଙ୍କର ବିଜୟ ହୋଇଛି- ଏକ ଆସ୍ପର୍ଦ୍ଧାର ହିଁ ଅଭିବ୍ୟକ୍ତି ହୋଇପାରେ ଯାହା ବାସ୍ତବିକତା ଆଦୌ ନୁହେଁ ।
ତେବେ ବିଜୟ ହୋଇଛି, କଂଗ୍ରେସ ଦଳର । କାରଣ ଯେଉଁ ଯୌଥ କମିଟି ଲୋକପାଳ ବିଲ୍ ପ୍ରସ୍ତୁତ କରିବା ପାଇଁ ଗଠନ ହୋଇଛି, ସେଥିରେ ସରକାରଙ୍କ ତରଫରୁ କେବଳ କଂଗ୍ରେସ ମନ୍ତ୍ରୀ (ପ୍ରଣବ ମୁଖାର୍ଜୀ, କପିଳ ସିବଲ, ବୀରାପ୍ପା ମୋଇଲି, ପି.ଚିଦାମ୍ବରମ, ସଲମାନ ଖୁର୍ସିଦ)ମାନେ ହିଁ ଅଛନ୍ତି । କୌଣସି ସହଯୋଗୀ ଦଳର ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇ ନାହିଁ । ବିରୋଧୀଦଳର ସାଂସଦ ତ’ ଦୂରର କଥା । ଆନ୍ନା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ‘ଭଲ ଲୋକ’ର ପ୍ରମାଣପତ୍ର ଦେଲେ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିବା ଜାତୀୟ ପରାମର୍ଶଦାତା ପରିଷଦ (National Advisory Council-NAC) ଉପରେ ଆନ୍ନା ତାଙ୍କର ଅଗାଧବିଶ୍ୱାସ ବ୍ୟକ୍ତକଲେ ଯେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖକଲେ ଯେ, ‘ଏନ୍.ଏ.ଏସି. ସବ୍କମିଟି ଜନ ଲୋକପାଳ ବିଲ୍ର ଆଲୋଚନା କରିଛି । କିନ୍ତୁ ତା’ର ମାନେ ବା କ’ଣ? ସରକାର କ’ଣ ସବ୍କମିଟିର ପ୍ରସ୍ତାବକୁ ମାନିବ? ବର୍ତ୍ତମାନ ପର୍ଯ୍ୟନ୍ତ ଉପା-୨ ଏନ୍.ଏ.ଏସି. ଦ୍ୱାରା ଉତ୍ଥାପିତ ପ୍ରସଙ୍ଗଗୁଡ଼ିକୁ, ଅତି ସାଧାରଣ ହୋଇଥିଲେ ମଧ୍ୟ, ବେଖାତିର କରିଆସିଛି ।’ (NAC Sub committee has discussed Jan Lokpal Bill. But what does that actually mean? Will the government accept the recommendations of NAC subcommittee? So far UPA-II has shown complete contempt for even the most innocuous issues raised by NAC) । ଏହା ଦେଖି କେହି କେହି ମନ୍ତବ୍ୟ କରନ୍ତି ଯେ ଆନ୍ନାଙ୍କର ଅନଶନ ସୋନିଆ ନେତୃତ୍ୱ ଏନ୍.ଏ.ଏସି (Sonia led NAC)ର ସମର୍ଥନରେ ସୋନିଆ ନେତୃତ୍ୱ ସରକାର (Sonia led government) ବିରୁଦ୍ଧରେ ବିକ୍ଷୋଭର ଅଭିବ୍ୟକ୍ତି । ଯେଉଁ ପତ୍ର ଦୁର୍ନୀତି ବିରୋଧରେ ଭାରତ (India Against Corruption) ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଛି, ସେଠାରେ ବୋଫର୍ସ ଦୁର୍ନୀତି ପ୍ରସଙ୍ଗ ବା କୁତ୍ରୋଚି ବିରୋଧରେ ସିବିଆଇର ମାମଲା ପ୍ରତ୍ୟାହାର ବିଷୟ ଉଲ୍ଲେଖ ହୋଇନାହିଁ । ଏହା ନିଶ୍ଚିତଭାବରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ପାଇଁ ବିଜୟ- ଏହା କହିବା ଅପ୍ରାସଙ୍ଗିକ ହେବନାହିଁ । ବିଲ୍ ପ୍ରସ୍ତୁତ ପାଇଁ ଯୌଥ କମିଟି ଗଠନର ଏକ ଅତ୍ୟନ୍ତ ସୀମିତ ଦାବି ମାନିନେଇ, ଆନ୍ନାଙ୍କୁ ଅନଶନରୁ ଉଠାଇ ପାରିଥିବା ସରକାର, ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରସ୍ତାବିତ ଉପା ସରକାର ଦୁର୍ନୀତି ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ (ଏପ୍ରିଲ ୬ରୁ ଜୁନ୍ ୧୫ପର୍ଯ୍ୟନ୍ତ)କୁ ଅକାମୀ କରିଦେଇ ପାରିଲା । ଭବିଷ୍ୟତରେ ଯେତେବେଳେ ଏହି ବିଲ୍କୁ ଲୋକସଭାରେ ଆଗତ କରାଯିବ, ସେତେବେଳେ ବିରୋଧୀଦଳମାନେ ଯଦି ଏହାକୁ ଆଇନ ଓ ସମ୍ବିଧାନ ଦୃଷ୍ଟିରୁ ବିରୋଧ କରନ୍ତି ବା ଆମୂଳଚୁଳ ପରିବର୍ତ୍ତନର ପ୍ରସ୍ତାବ ରଖନ୍ତି, ତା’ହେଲେ କଂଗ୍ରେସଦଳ ଓ ଅଣ-ରାଜନୈତିକ ଭଦ୍ରସମାଜ (ଉସଙ୍ଖସକ୍ଷ ଝକ୍ଟମସରଗ୍ଧଚ୍ଚ) ବିରୋଧୀଦଳଗୁଡ଼ିକୁ ଦୁର୍ନୀତି ବିରୋଧୀ ନୁହନ୍ତି ବୋଲି ପ୍ରଚାର କରିବେ । ଏହାର ପ୍ରକୃତ ପ୍ରଭାବ କେତେଦୂର ବିରୋଧୀଦଳର ରାଜନୈତିକ ଭବିଷ୍ୟତ ଉପରେ ପଡ଼ିବ, ତାହା ନିର୍ଭରକରୁଛି-ଅନଶନବେଳେ ଦେଖାଯାଇଥିବା ଅନଶନର ପରମାୟୁ ଉପରେ । ତେବେ ଆନ୍ନାଙ୍କ ଅନଶନ ଓ ତାଙ୍କର ସୀମିତ ଦାବିକୁ ସରକାର ମାନିନେବା କଂଗ୍ରେସ ଦଳର ଏକ ରାଜନୈତିକ ବିଜୟ ବୋଲି କହିବାକୁ ହେବ । ଏହାକୁ ପରୋକ୍ଷରେ ସ୍ୱୀକାର କରନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜୟସ୍ୱାଲ ଯେତେବେଳେ ସେ କୁହନ୍ତି ଯେ ସରକାର ଜନ୍ତର ମନ୍ତରଠାରେ ଆନ୍ନାଙ୍କ ଅନଶନ ସଙ୍ଗଠିତ ହେଉ ବୋଲି ଚାହିଁଲା, ଯାହାଦ୍ୱାରା ବିରୋଧୀ ସଂସଦରେ ଲୋକପାଳ ବିଲ୍ ଅନୁମୋଦନ ଦିଗରେ କୌଣସି ବାଧା ସୃଷ୍ଟି କରିପାରିବେ ନାହିଁ । (ଦ୍ରଷ୍ଟବ୍ୟ: ‘ଘଏଙ’ଗ୍ଦ, ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧରଗ୍ଦ ଗ୍ଦଷକ୍ଟଙ୍କକ୍ଷୟ ମକ୍ଟଜ୍ଞର ଙ୍କଦ୍ଭୟରକ୍ସ ଈସକ୍ଷକ୍ଷ’ଗ୍ଦ କ୍ଟ୍ରରକ୍ସଙ୍ଖସରଙ୍ଗ: ଉକ୍ଟଦ୍ଭଶ. ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦଗ୍ଦ, ଚ-୯, ୧୩.୪.୨୦୧୧) ଏହି ସ୍ୱୀକାରୋକ୍ତି ଭିତରେ ଆଡ଼ୱାନୀଙ୍କର ପ୍ରଶ୍ନର ଉତ୍ତର ମିଳେ ଯେ କାହିଁକି ବିଜେପିଦ୍ୱାରା ଜେପିସି (ଔଚଉ)ଦାବିକୁ ମାନିବାକୁ ସରକାର ଦୁଇମାସ ନେଲେ,ଅଥଚ ଆନ୍ନାଙ୍କ ଦାବିକୁ ଚାରିଦିନ ଭିତରେ ମାନିନେଲେ । (ଦ୍ରଷ୍ଟବ୍ୟ: ଇଦ୍ଭଦ୍ଭବ ଐବଚ୍ଛବକ୍ସର ଜ୍ଞକ୍ଟକ୍ସର ରଲଲରମଗ୍ଧସଙ୍ଖର ଗ୍ଧଷବଦ୍ଭ କ୍ଟକ୍ଟ୍ରକ୍ଟ୍ରକ୍ଟଗ୍ଦସଗ୍ଧସକ୍ଟଦ୍ଭ: ଇୟଙ୍ଖବଦ୍ଭସ, ଞଷର ଘରଙ୍ଗ ଓଦ୍ଭୟସବଦ୍ଭ ଋଙ୍ଘକ୍ଟ୍ରକ୍ସରଗ୍ଦ, ଚ-୯, ୧୩.୪.୨୦୧୧)

Print Friendly, PDF & Email