ଗାନ୍ଧିବାଦୀ ସଙ୍ଗଠନ ଗାନ୍ଧିବାଦୀ ସେବା ଓ ସତ୍ୟାଗ୍ରହ ବାହିନୀର ଦୁର୍ନୀତି ବିରୋଧୀ ଅଭିଯାନକୁ ସେମାନଙ୍କ ହାତରୁ ଛଡ଼ାଇନେବା, ବିଜେପିର ପ୍ରସ୍ତାବିତ ଉପା ସରକାରଙ୍କ ବିରୁଦ୍ଧରେ ୬ଏପ୍ରିଲରୁ ୧୫ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଦୁର୍ନୀତି ବିରୋଧୀ ବିକ୍ଷୋଭର ସଙ୍ଗଠନକୁ ନିର୍ବାପିତ କରିଦେବାରେ ଯେ ଆନ୍ନାଙ୍କ ଅନଶନ କେବଳ ସଫଳ ହେଲା(ଦ୍ରଷ୍ଟବ୍ୟ: The New Indian Express, dtd April 11, 2011, ‘Hazare’s win in opposition’s loss’-P.10)) ତାହା ନୁହେଁ-ଏହା ମଧ୍ୟ ସଫଳ ହୋଇଛି ଦୁର୍ନୀତି ବିରୁଦ୍ଧରେ ସୁପ୍ରିମକୋର୍ଟ ଗ୍ରହଣ କରିଥିବା କଠୋର ଭୂମିକାଉପରୁ ଲୋକଦୃଷ୍ଟିକୁ ବିଚୁ୍ୟତ କରିବାରେ । କିଏ ବା ମନେ ରଖିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାପାଇଁ ହୋଇଥିବା ୩୦,୦୦୦ କୋଟି ଟଙ୍କାର ବ୍ୟୟଉପରେ ସୁପ୍ରିମକୋର୍ଟର ନିମ୍ନୋକ୍ତ ମନ୍ତବ୍ୟକୁ (ଦ୍ରଷ୍ଟବ୍ୟ: http// www.ndtv.com, dt.29.9.2010 article)- ‘How mindless and law less are you? No regard for history, no regard for constitution. There is a totally unethical government with no moral values. Money is the only thing that matters. Why donot you convert Jantar Mantar into a Hotel or a mall and India will shine?’ ଏହା ବୋଧହୁଏ ଏକ ସଂଯୋଗ ଯେ ଏହି ଜନ୍ତର ମନ୍ତରରେ ଆନ୍ନା ହଜାରେ ଉପରୋକ୍ତ ମନ୍ତବ୍ୟର ୬ମାସପରେ ଆମରଣ ଅନଶନରେ ବସି ସ୍ଥାନଟିକୁ ହୋଟେଲ ବା ମଲ୍ଠାରୁ ଅଧିକ ଆକର୍ଷଣୀୟ କରିଦେଲେ । କିଏ ବା ମନେରଖିଛି ଯେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ଯେ କାହିଁକି ଏ.ରାଜାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ସେ ନିଷ୍ପତ୍ତ ନେବାରେ ଡେରି କଲେ, ତାହାକୁ ଏକ ସତ୍ୟପାଠ ଜରିଆରେ କୋର୍ଟକୁ ଜଣାନ୍ତୁ? ଏହିଭଳି ନିଦେ୍ର୍ଧଶ ଯେ ଏକ ବିରଳ ଘଟଣା,ଏହା ଉଲ୍ଲେଖ କରି ମାନସୀ-କଟ୍କର୍-କୁଲକର୍ଣ୍ଣୀ ଲେଖନ୍ତି, ‘ଓଗ୍ଧ ସଗ୍ଦ କ୍ଟ୍ରକ୍ସକ୍ଟଭବଭକ୍ଷଚ୍ଚ କ୍ଟଦ୍ଭର କ୍ଟଲ ଗ୍ଧଷର କ୍ସବକ୍ସରଗ୍ଦଗ୍ଧ କ୍ଟମମବଗ୍ଦସକ୍ଟଦ୍ଭଗ୍ଦ ସଦ୍ଭ ଓଦ୍ଭୟସବଦ୍ଭ ଔଙ୍କୟସମବକ୍ଷ ଷସଗ୍ଦଗ୍ଧକ୍ଟକ୍ସଚ୍ଚ ଗ୍ଧଷବଗ୍ଧ ଗ୍ଦଙ୍କମଷ ବଦ୍ଭ ସଦ୍ଭ-ଚ୍ଚକ୍ଟଙ୍କକ୍ସ-ଲବମର ଗ୍ଦଗ୍ଧରକ୍ଟ୍ର ଷବଗ୍ଦ ଭରରଦ୍ଭ ଗ୍ଧବଳରଦ୍ଭ ଭଚ୍ଚ ଗ୍ଧଷର ଝଙ୍କକ୍ଟ୍ରକ୍ସରଜ୍ଞର ଉକ୍ଟଙ୍କକ୍ସଗ୍ଧ.’ (It is probably one of the rarest occasions in Indian Judical history that such an in-your-face step has been taken by the Supreme Court.’ (\âÁaý: ‘India’s illicit financial woes; http://India.foreign policyblogs.com, 19th Nov, 2010) । କିଏ ବା ମନେରଖିଛି ସୁପ୍ରିମକୋର୍ଟର ନିଷ୍ପତ୍ତକୁ (୧୬ ଡିସେମ୍ବର ୨୦୧୦)ଯେ ୨-ଜି ଦୁର୍ନୀତିର ଅନୁସନ୍ଧାନର ତଦାରଖ ସୁପ୍ରିମକୋର୍ଟ କରିବ? କିଏ ବା ମନେ ପକାଉଛି ଯେ କପିଲ ସିବଲ (ଲୋକପାଳ ବିଲ୍ ଡ୍ରାଫ୍ଟ କମିଟିର ସଭ୍ୟ), ୨-ଜି ଦୁର୍ନୀତିକୁ ଲଘୁ କରିଦେବାକୁ ଯାଇ ସି.ଏ.ଜି. ରିପୋର୍ଟ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ଓ ସିବଲଙ୍କୁ ତାଗିଦ? କଳାଧନ ଯେ ‘‘mindboggling crime’, ‘identify people with black money abroad’ (14.1.2011, ହାସାନ ଅଲ୍ଲୀଙ୍କୁ ଗିରଫ ନିଦେ୍ର୍ଧଶକୁ କିଏ ମନେ ପକାଉଛି । ସୁପ୍ରିମକୋର୍ଟର ଦୁର୍ନୀତିବିରୋଧୀ କଠୋର ମନ୍ତବ୍ୟ ଓ ପଦକ୍ଷେପ ପାଇଁ ନିଦେ୍ର୍ଧଶ ଶୁଣି ଆମର ଭଦ୍ରସମାଜ ଅର୍ଥାତ ଉସଙ୍ଖସକ୍ଷ ଝକ୍ଟମସରଗ୍ଧଚ୍ଚ ବାଜାବଜାଇ ବାହାରିବା କେହି ଦେଖିନାହିଁ ।
ଆନ୍ନାହଜାରେଙ୍କ ଅନଶନ ଅବଶ୍ୟ ବହୁ ଅପାଂକ୍ତେୟ ହୋଇ ପଡ଼ିଥିବା, ଗଣମାଧ୍ୟମ ବୁଭୁକ୍ଷୁ, ସ୍ୱଘୋଷିତ ସମାଜସେବୀ/କର୍ମୀ ଓ ଉଚ୍ଚ ପେନସନଭୋଗୀଙ୍କର ଭଦ୍ରସମାଜକୁ ପଲ୍ଲବିତ କରିଛି । ତେବେ ଏକ ସୁଖକର ଦୃଶ୍ୟ ହେଉଛି-ଆନ୍ନା ହଙ୍ଗାମା ଦ୍ୱାରା ସାମ୍ୟବାଦୀ ଦଳଗୁଡ଼ିକ ବିଚଳିତ ହୋଇନାହାନ୍ତି ।
ଅପରପକ୍ଷରେ ସୁପ୍ରିମକୋର୍ଟର ଆକ୍ରମଣାତ୍ମକ ଚେହେରା ଆମର କ୍ଷମତାସୀନଙ୍କୁ, କଳାଧନ ସୃଷ୍ଟିକାରୀ କର୍ପୋରେଟଙ୍କୁ ଓ କଳାଧନରେ ପ୍ରତିପାଳିତ ଫିଲ୍ମଦୁନିଆକୁ ବିଚଳିତ କରିଦେଇଛି । ଏକ ବିକଳ୍ପ ଅନୁଷ୍ଠାନର ପ୍ରସ୍ତାବ ସୁପ୍ରିମକୋର୍ଟକୁ ନରମ କରିଦେବ ବୋଲି ସେମାନେ ଭାବିବା ସ୍ୱାଭାବିକ । ଆନ୍ନା ହଜାରେଙ୍କ ଜନ ଲୋକପାଳ ବିଲ୍ରେ ଏହିଭଳି ଏକ ସମ୍ଭାବନା ବୋଧହୁଏ ଏହି ବିଚଳିତ ଗୋଷ୍ଠୀ ଦେଖୁଛନ୍ତି । ଏହା ତେଣୁ ଏକ ସଂଯୋଗ ବୋଲି ମନେହୁଏ ନାହିଁ ଯେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିମାନଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପିତା-ପୁତ୍ର ଶାନ୍ତିଭୂଷଣ ଓ ପ୍ରଶାନ୍ତଭୂଷଣ ଲୋକପାଳ ବିଲ୍ ପ୍ରସ୍ତୁତି କମିଟିରେ ଅଛନ୍ତି । ସହଯୋଗୀ ବାବା ରାମଦେବଙ୍କ ବିରୋଧ ସତ୍ତ୍ୱେ ଆନ୍ନା ହଜାରେ-ଏହି ପିତା-ପୁତ୍ର ଦ୍ୱୟଙ୍କର କମିଟିରେ ରଖିବା ନିଷ୍ପତ୍ତ ଠିକ୍ବୋଲି ଘୋଷଣା କରିଛନ୍ତି ।
ଦୁର୍ନୀତି ନିବାରଣ ପାଇଁ ଆମରଣ ଅନଶନ ପ୍ରତିଯୋଗିତା
ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିର ଶେଷବେଳକୁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଓ ଏହି ଦୁର୍ନୀତିରେ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କର ସମ୍ପୃକ୍ତି ଯେତେବେଳେ ଗଣମାଧ୍ୟରେ ନିରବଚ୍ଛିନ୍ନ ପ୍ରଚାରିତ ହେଲା- ବିଶେଷତଃ ଯେତେବେଳେ ସୁପ୍ରିମକୋର୍ଟର ତାଗିଦରେ ସରକାରୀ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ଖୁବ୍ ସକ୍ରିୟ ହେବା ଦେଖାଗଲା ଓ ଧାରଣା ସୃଷ୍ଟିହେଲା ଯେ ଭାରତ ସୁପି୍ରମକୋର୍ଟଦ୍ୱାରା ଶାସିତ ହେବା ଉଚିତ (It is looking as if our India should be ruled by the SC. Welldone SC for waking up atleast after 63years- Satish virivinity in ‘Finally Supreme Court pushes government of India for black money.’- current week http://www.current week.net) । ସେତେବେଳେ କିଛି ବେସରକାରୀ ସଙ୍ଗଠନ ଅର୍ଥାତ ଏନ୍.ଜି.ଓ ଓ ଗାନ୍ଧିବାଦୀ ସଙ୍ଗଠନ ଦୁର୍ନୀତି ପ୍ରସଙ୍ଗକୁ ରାଜରାସ୍ତାକୁ ଆଣିବା ଆରମ୍ଭ କଲେ । ଗାନ୍ଧିବାଦୀ ସେବା ଏବଂ ସତ୍ୟାଗ୍ରହ ବାହିନୀ (Gandian Seva and Satyagraha Brigade -GSSB)ର କିଛି ବର୍ଷିୟାନ ସଦସ୍ୟ ନୂତନ ବର୍ଷ ଦିନ (୦୧/୦୧/୨୦୧୧) ରିଲେ ଅନଶନ ଆରମ୍ଭ କଲେ । ତାଙ୍କର ୩ଟି ଦାବିଥିଲା । ପ୍ରଥମ ଦାବି ଥିଲା- ଏକ ପ୍ରଭାବୀ ଲୋକପାଳ ନିଯୁକ୍ତି । ଦ୍ୱିତୀୟ ଦାବି ଥିଲା ଅପରାଧ ଅଭିଯୋଗଥିବା ବ୍ୟକ୍ତିଙ୍କୁ ସଂସଦ ଓ ବିଧାନସଭାର ପ୍ରାର୍ଥୀତ୍ୱରୁ ବଞ୍ଚôତ କରିବା । ତୃତୀୟ ଦାବି ଥିଲା ସାଂସଦ, ବିଧାୟକ, ମନ୍ତ୍ରୀ ଏବଂ ସରକାରୀ ଅଫିସରଙ୍କର ଅନ୍ୟାୟ ଉପାର୍ଜିତ ସମ୍ପତ୍ତିକୁ ଜବତ କରିବା । ଯେତେବେଳେ ଏହି ରିଲେ ଅନଶନ ଆଶାନୁରୂପ ପ୍ରଭାବ ପକାଇ ପାରୁନାହିଁ ବୋଲି ବାହିନୀର କର୍ମକର୍ତ୍ତାମାନେ ଅନୁଭବ କଲେ , ସେତେବେଳେ ୯୩ବର୍ଷ ବୟସ୍କ ଶମ୍ଭୁ ଦତ୍ତଙ୍କ ନେତୃତ୍ୱରେ ୫ଜଣ ସ୍ୱାଧୀନତା ସଂଗ୍ରାମୀ ଜାନୁଆରୀ ୩୦, ୨୦୧୧ସହିଦ ଦିବସ ଦିନ ଅନଶନରେ ବସିଗଲେ ।
ଏହି ସମୟବେଳକୁ ଦୁର୍ନୀତି ବିରୁଦ୍ଧରେ ଭାରତ (India Against Corruption)ନାମକ ଏକ ସଙ୍ଗଠନ ଆତ୍ମପ୍ରକାଶ କରିଥିଲା । ଏହାର ପ୍ରତିଷ୍ଠାତା ମାନଙ୍କ ମଧ୍ୟରେଥିଲେ ଆନ୍ନା ହଜାରେ, ସ୍ୱାମୀ ଅଗ୍ନିବେଶ, ଶ୍ରୀ ଶ୍ରୀ ରବିଶଙ୍କର, ବାବା ରାମଦେବ, କିରଣ ବେଦୀ, ଅରବିନ୍ଦ କେଜରୀୱାଲ୍, ଦେବିନ୍ଦର ଶର୍ମା, ମଲ୍ଲିକା ସରାଭାଇ ଆଦି । ଏହିମାନଙ୍କ ଭିତରୁ ସ୍ୱାମୀ ଅଗ୍ନିବେଶ, ଅରବିନ୍ଦ କେଜରୀୱାଲ୍ ଓ କିରଣ ବେଦୀ ଅନଶନରେ ବସିଥିବା ଶମ୍ଭୁ ଦତ୍ତଙ୍କ ନିକଟରେ ପହଞ୍ଚô ଅନଶନରୁ ନିବୃତ୍ତ ହେବାପାଇଁ ପ୍ରବର୍ତ୍ତାଇଲେ । ସେମାନେ ଶମ୍ଭୁ ଦତ୍ତ ମହାଶୟଙ୍କୁ ଧାରଣା ଦେଲେ ଯେ ତିନିମାସ ପରେ ସେମାନେ ଆନେ୍ଦାଳନ ଆରମ୍ଭ କରିବେ ଓ ସେତେବେଳେ ସେମାନେ ଶମ୍ଭୁ ଦତ୍ତଙ୍କ ସଙ୍ଗଠନ ସହ ମିଳିତଭାବେ ଆନେ୍ଦାଳନ କରିବେ । କିରଣ ବେଦୀ ତ ଜିଦ୍ ଧରିଲେ ଯେ ଶମ୍ଭୁ ଦତ୍ତ ଅନଶନରୁ ନିବୃତ୍ତ ନହେଲେ ସେ ସେହି ସ୍ଥାନ ଛାଡ଼ିବେ ନାହିଁ । ଶମ୍ଭୁ ଦତ୍ତ ଅନଶନରୁ ଓହରିଲେ, ଦୁର୍ନୀତି ବିରୁଦ୍ଧରେ ମିଳିତ ଆନେ୍ଦାଳନ ପ୍ରଭାବୀହେବ; ଏହି ଧାରଣା ନେଇ । କିନ୍ତୁ ଏପ୍ରିଲ ୫ତାରିଖ ଦିନ ଦୁର୍ନୀତି ବିରୁଦ୍ଧରେ ଭାରତ (India Against Corruption) ର କର୍ମକର୍ତ୍ତାମାନେ ଶମ୍ଭୁ ଦତ୍ତ ମହାଶୟଙ୍କୁ କୌଣସି ସୂଚନା ନଦେଇ ଅନଶନ ଆରମ୍ଭ କରିଦେଲେ ଓ ‘ଆମରଣ ଅନଶନ’ରେ ଅଭ୍ୟସ୍ତ ଆନ୍ନା ହଜାରେଙ୍କୁ ଆମରଣ ଅନଶନରେ ବସାଇଲେ । ଏହି ପ୍ରସଙ୍ଗରେ ପ୍ରବୀଣ ସାମ୍ବାଦିକ ସାମ ରାଜପ୍ପା ଲେଖନ୍ତି, ‘ଗରବଦ୍ଭଙ୍ଗଷସକ୍ଷର ଓଦ୍ଭୟସବ ଇଶବସଦ୍ଭଗ୍ଦଗ୍ଧ ଉକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ଷବୟ ଷସହବମଳରୟ ଏଝଝଈ’ଗ୍ଦ ବଦ୍ଭଗ୍ଧସ ମକ୍ଟକ୍ସକ୍ସଙ୍କକ୍ଟ୍ରଗ୍ଧସକ୍ଟଦ୍ଭ ମକ୍ସଙ୍କଗ୍ଦବୟର ଙ୍ଗସଗ୍ଧଷକ୍ଟଙ୍କଗ୍ଧ ରଙ୍ଖରଦ୍ଭ ସଦ୍ଭଲକ୍ଟକ୍ସଜ୍ଞସଦ୍ଭଶ ଝବଜ୍ଞଭଷଙ୍କ ଊଙ୍କଗ୍ଧଗ୍ଧ କ୍ଟଲ ସଗ୍ଧଗ୍ଦ କ୍ଟ୍ରକ୍ସକ୍ଟଶକ୍ସବଜ୍ଞଜ୍ଞର କ୍ଟଲ କ୍ଟ୍ରଙ୍କଗ୍ଦଷସଦ୍ଭଶ ଙ୍ଖରଗ୍ଧରକ୍ସବଦ୍ଭ ଗ୍ଦକ୍ଟମସବକ୍ଷ ଙ୍ଗକ୍ଟକ୍ସଳରକ୍ସ ଇଦ୍ଭଦ୍ଭବ ଐବଚ୍ଛବକ୍ସର ସଦ୍ଭ ବ ଙ୍ଗରକ୍ଷକ୍ଷ କ୍ଟକ୍ସମଷରଗ୍ଦMeanwhile India Against Corruption had hijacked GSSB’s anti corruption crusade without even informing Sambhu Dutt of its programme of pushing veteran social worker Anna Hazare in a well orchestrated frenzy to go on indefinite fast to force the government accept its Jan Lokpal Bill drafted by Justice Santosh Hegde, Prasanta Bhusan and Kejriwal(\âÁaý: ‘Year of Anti-Corruption, The States-man, 11.4.2011)ଉଲ୍ଲେଖଯୋଗ୍ୟ ଯେ ଶମ୍ଭୁ ଦତ୍ତ ମହାଶୟ ଓ ତାଙ୍କର ସହଯୋଗୀ ତିନିଟି ଦାବିକୁ ନେଇ ଆମରଣ ଅନଶନରେ ବସିଥିବାବେଳେ ଆନ୍ନା ହଜାରେ କେବଳ ଜନ ଲୋକପାଳ ବିଲ୍ ପ୍ରସ୍ତୁତ ଦାବିରେ ହିଁ ଆମରଣ ଅନଶନରେ ବସିଲେ ।
ଶୁଣାଯାଉଛି କିରଣ ବେଦୀ, ସ୍ୱାମୀ ଅଗ୍ନିବେଶ, ଅରବିନ୍ଦ କେଜରୀୱାଲ୍, ଆନ୍ନା ହଜାରେ ଇତ୍ୟାଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁର୍ନୀତି ବିରୁଦ୍ଧରେ ଭାରତ (India Against corruption) ଦ୍ୱାରା ପ୍ରତାରିତ ଗାନ୍ଧିବାଦୀ ସେବା ଓ ସତ୍ୟଗ୍ରହ ବାହିନୀ (Gandhian Seva and Satyagrah Brigade)ର ବର୍ଷୀୟାନ ନେତା ଶମ୍ଭୁ ଦତ୍ତ ମହୋଦୟ ତାଙ୍କ ସହଯୋଗୀମାନଙ୍କୁ ନେଇ ମଇ ପହିଲାରୁ ଅନଶନରେ ବସିବେ । ଦେଖାଯାଉ ଦୁର୍ନୀତିମୁକ୍ତ ଭାରତ ଦେଖିବାପାଇଁ ଅପେକ୍ଷା କରିଥିବା କେତେ ଯୁବକଯୁବତୀ, କର୍ପୋରେଟ, କ୍ରିକେଟ ଖେଳାଳୀ ଓ ଚିତ୍ରତାରକା ଶମ୍ଭୁ ଦତ୍ତଙ୍କ ଅନଶନ ସମର୍ଥନରେ ଦୃଶ୍ୟମାନ ହେଉଛନ୍ତି ।