ଦୁର୍ନୀତି ବିରୋଧରେ ଲୋକପାଳ ବିଲ୍ ପ୍ରସ୍ତୁତ ଓ ପ୍ରଣୟନପାଇଁ ଦାବି କରି ଦୁର୍ନୀତି ବିରୁଦ୍ଧରେ ଭାରତ (India against corruptionଭ) ତରଫରୁ ଆମରଣ ଅନଶନ କରିବା ବେଳେ, ଗଣମାଧ୍ୟମ ଦ୍ୱାରା ସ୍ଫୀତ ସମର୍ଥନର ସମ୍ବାଦରେ ଉତ୍ସାହିତ ହୋଇ ଯେତେବେଳେ ଆନ୍ନା କୁହନ୍ତି ଯେ ସେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ଲଢ଼ୁଛନ୍ତି, ସେତେବେଳେ ଆନ୍ନାଙ୍କର ଇତିହାସ ଜ୍ଞାନ ସନେ୍ଦହର ବଳୟ ଭିତରକୁ ଚାଲିଆସେ । ପ୍ରଶ୍ନଉଠେ ଯେ ଏତେ ପ୍ରଚାରିତ ପୁରସ୍କୃତ ସମାଜକର୍ମୀ, ସଂଗ୍ରାମୀ କ’ଣ ଜାଣନ୍ତି ନାହିଁ ଯେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଭାରତର ଜନଗଣ ଭ୍ରଷ୍ଟାଚାର ଓ ଏକଛତ୍ରବାଦ ବିରୁଦ୍ଧରେ ଯେଉଁ ଲଢ଼େଇ ମଧ୍ୟ-ସତୁରୀ ଦଶକରେ ଲଢ଼ିଥିଲେ, ତାହାହିଁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ବୋଲି ସର୍ବବିଦିତ? ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟାରଙ୍କ ଭାଷାରେ, He(JP) was not built to be a hero; slight of figure, racked by illness, battle worn. Yet he proved to be outstanding hero, who won us the second freedom in 1977, 30years after the first one.’ ଅବଶ୍ୟ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆନେ୍ଦାଳନ ଏକ ରାଜନୈତିକ ଆନେ୍ଦାଳନ ଥିଲା କାରଣ ଏଥିରେ କଂଗ୍ରେସ ଦଳର ବିରୋଧୀ ଦଳମାନେ ହିଁ ସାମିଲ ହୋଇଥିଲେ । ଅଣରାଜନୈତିକ ‘ଭଦ୍ରସମାଜ’ (civil society) ଦ୍ୱାରା ଆନେ୍ଦାଳନରେ ବିଶ୍ୱାସ କରୁଥିବା ଆନ୍ନା ଜୟପ୍ରକାଶଙ୍କର ଆନେ୍ଦାଳନକୁ ତେଣୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମଭାବେ ଗ୍ରହଣ କରିବା ପାଇଁ କୁଣ୍ଠିତ ହେଉଥିବେ ବା ଜୟପ୍ରକାଶଙ୍କର ଆନେ୍ଦାଳନକୁ ସ୍ୱୀକୃତି ଦେଇ ଇନ୍ଦିରା ବଧୂ ସୋନିଆଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିବେ ବରଂ ନିଜଦ୍ୱାରା ସୃଷ୍ଟ ଏହି ଆନେ୍ଦାଳନକୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ଅଭିହିତ କରିବା ନିରାପଦ ବୋଲି ମଣୁଥିବେ ।
ତଥାପି ଯେଉଁମାନେ ଆନ୍ନାଙ୍କ ଅନଶନ ଓ ତାଙ୍କ ପ୍ରତି ନିଜ ସମର୍ଥନକୁ ଦେଖି ତାଙ୍କୁ ଗାନ୍ଧୀ ବା ଜୟପ୍ରକାଶଙ୍କ ସହ ତୁଳନା କରୁଛନ୍ତି, ସେମାନେ ସ୍ମରଣ କରିବା ଦରକାର ଯେ ଗୁଜୁରାଟ ଓ ବିହାରରେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଥିବା ଯୁବ ସମାଜର ଅନୁରୋଧ କ୍ରମେ ହିଁ ଜୟପ୍ରକାଶ ଭଗ୍ନ ସ୍ୱାସ୍ଥ୍ୟ ସତ୍ତ୍ୱେ ନେତୃତ୍ୱ ଦେବାପାଇଁ ସ୍ୱୀକୃତି ଦେଇଥିଲେ । ସେ ଯୁବକମାନଙ୍କ ପାଖରେ ସୁଯୋଗ ନଥିଲା କ୍ୟାମେରା ସାମ୍ନାରେ ନାଚିବାର ବା ରଙ୍ଗବିରଙ୍ଗୀ ପୋଷାକ ପିନ୍ଧି ଶୋଭାଯାତ୍ରାରେ ବାହାରିବାର । ଇଣ୍ଟରନେଟ୍, ଟୁଇଟର, ଫେସ୍ବୁକ୍, ମୋବାଇଲ୍ ନଥିଲା ଘରୁ ବସି ସମର୍ଥନ ଜଣାଇବାର ।
ସେମାନେ ମଧ୍ୟ ସ୍ମରଣ କରିବା ଦରକାର ଗାନ୍ଧୀଙ୍କ ଅନଶନର ସ୍ୱଚ୍ଛତା । ଏହି ପ୍ରସଙ୍ଗରେ ପାନ୍ଥେର ଦଳର ଅଧ୍ୟକ୍ଷ ପ୍ରଫେସର ଭୀମ ସିଂହ ଲେଖିଥିବା ଏକ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ସେ ଲେଖନ୍ତି, Shri Anna Hazare remained on fast at Jantar Mantar the whole day but his companions moved him to some secured place for night. The visitors wondered about this disappearance in the nights. Many started enquiring whether Gandhiji used to stay away from his fasting venue in the night? The Champions of Lok Ayukta enactment might have doubted the capability of Delhi’s security men to provide them protection.’ @ûC RùY c«aý Ke«ò,- ‘I wonder till the moment Anna Hazare broke fast he was healthy, active and had forceful loud voice. Whereas many young and others who were on fast too went to hospital, fainted.’( \âÁaý: comments on Kishen Kak’s article: The company that Hazare keeps- 10th April 2011, http://vijayvaani.com)
ମଧ୍ୟପ୍ରାଚ୍ୟରେ ଚାଲିଥିବା ଜନବିକ୍ଷୋଭର ଶିହୀରଣ ଦ୍ୱାରା ଆବିଷ୍ଟ ଭାରତୀୟ ଗଣମାଧ୍ୟମ ତାହାର ଏକ ଭାରତୀୟ ସଂସ୍କରଣ ଜନ୍ତର ମନ୍ତରରେ ଦେଖିବାକୁ ଯେ ଅପେକ୍ଷା କରିଥିଲା-ଏହା କହିବା ଅପ୍ରାସଙ୍ଗିକ ହେବ ନାହିଁ ।