କବିଙ୍କୁ ଦୂରରୁ ଦେଖ

  • 04/09/2015

୧୬-୨୮ ଫେବୃୟାରୀ, ୨୦୧୧

ଏହି ଶିରୋନାମାରେ ଏକ କବିତା ପ୍ରକାଶ ପାଇଥିଲା । କବିତାର ପ୍ରଥମ କେତୋଟି ଧାଡ଼ି ଥିଲା ‘କବିଙ୍କୁ ଦୂରରୁ ଦେଖ/ ସୁନ୍ଦର ଦିଶିବ/ ଦୂରରୁ ପର୍ବତ ଭଳି ।’ ଏହି କବିତାକୁ ନେଇ କିଛି କବି ଯେଉଁମାନେ ପେଶାଦାର ରାଜନୀତି କରନ୍ତି ଓ କ୍ଷମତାସୀନ ଦଳ ସହ ସମ୍ପର୍କରେ ଥାନ୍ତି, ବେଶ୍ ପ୍ରତିକ୍ରିୟା କରିଥିଲେ ବୋଲି ଶୁଣାଯାଏ । ବର୍ତ୍ତମାନ ୨-ଜି ଟେଲିକମ୍ ଦୁର୍ନୀତିରେ ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ଏ.ରାଜା ସି.ବି.ଆଇ ଦ୍ୱାରା ଗିରଫ ହେବାପରେ ଓ ସେ ମୂଳତଃ ଜଣେ କବି ବୋଲି ଜଣାପଡ଼ିବା ପରେ (ଦ୍ରଷ୍ଟବ୍ୟ: ‘କବିରୁ କେନ୍ଦ୍ରମନ୍ତ୍ରୀ’ ଧରିତ୍ରୀ, ୩/୨/୨୦୧୧) ଉକ୍ତ କବିତାର ପ୍ରାସଙ୍ଗିକତା ଉପଲବ୍ଧô କରିହେଉଛି ଓ କ୍ଷମତା ରାଜନୀତି ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଏହି କବିତା ପ୍ରତି ବିରୋଧ ଭାବର କାରଣ ମଧ୍ୟ ବୁଝିହେଉଛି ।
-ଶୁଦ୍ରକ

Print Friendly, PDF & Email