ରାମଦେବଙ୍କର ରାଜନୀତି

  • 04/09/2015

୧-୧୫ ଫେବୃୟାରୀ, ୨୦୧୧

ହରିଆନା ଅଧିବାସୀ ରାମକିଶନ ଯାଦବ ଆଜି ବହୁ ପ୍ରଚାରିତ ଓ ବହୁ ଦୃଶ୍ୟମାନ ଯୋଗଶିକ୍ଷକ । ସେ ହରିଦ୍ୱାରରେ ୨୦୦୮ମସିହା ଅଗଷ୍ଟ ୬ତାରିଖରେ ପ୍ରତିଷ୍ଠା କରିଛନ୍ତି ପତଞ୍ଜଳୀ ଯୋଗପୀଠ ଟ୍ରଷ୍ଟ । ଏହାର ଏକ ଶାଖା ଭାବେ ବିଲାତ ଦେଶରେ ମଧ୍ୟ ତାଙ୍କର ଏହି ଟ୍ରଷ୍ଟ କାର୍ଯ୍ୟ କରୁଛି । ଯାହା ପତଞ୍ଜଳୀ ଯୋଗପୀଠ(ୟୁକେ) ଟ୍ରଷ୍ଟ ନାମରେ ପ୍ରଚାରିତ । ସ୍କଟଲ୍ୟାଣ୍ଡ୍ରେ ବସବାସ କରୁଥିବା ଭାରତୀୟ ଦମ୍ପତ୍ତ ଶ୍ୟାମ ଓ ସୁନୀତା ପୋଦ୍ଧାର ସ୍କଟଲ୍ୟାଣ୍ଡର ଏକ ଦ୍ୱୀପ (little lumbrae)୨୦ଲକ୍ଷ ବ୍ରିଟିଶ ପାଉଣ୍ଡ (ପ୍ରାୟଃ ୧୫କୋଟି ଟଙ୍କା)ରେ କିଣି ଏହି ପତଞ୍ଜଳୀ ଯୋଗପୀଠର ଏକ ଯୋଗକେନ୍ଦ୍ର ପ୍ରତିଷ୍ଠା ପାଇଁ ରାମଦେବଙ୍କୁ ଦାନ କରିଛନ୍ତି । ଏହା ସେପ୍ଟେମ୍ବର ୨୦୦୯ରେ ଉଦ୍ଘାଟିତ ହୋଇଛି ଓ ଏହି ଦ୍ୱୀପର ନାମ ଶାନ୍ତିଦ୍ୱୀପ (Peace Island) ରଖାଯାଇଛି । ବାବା ରାମଦେବ ଇତ୍ୟବସରରେ ତିନୋଟି ଘରୋଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ ହାସଲ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକ ହେଲେ କୀଟ୍ ବିଶ୍ୱବିଦ୍ୟାଳୟ, ଆମିଟି ବିଶ୍ୱବିଦ୍ୟାଳୟ ଓ ଡକ୍ଟର ଡି.ୱାଇ.ପାଟିଲ ବିଶ୍ୱବିଦ୍ୟାଳୟ । ୨୦୦୭ମସିହାରେ କୀଟ୍ ବିଶ୍ୱବିଦ୍ୟାଳୟ ବାବା ରାମଦେବଙ୍କୁ ସମ୍ମାନିତ କରିଥିବାବେଳେ ଅନ୍ୟ ଦୁଇ ବିଶ୍ୱବିଦ୍ୟାଳୟ ୨୦୧୦ରେ ବାବା ରାମଦେବଙ୍କୁ ସମ୍ମାନିତ କରିଛନ୍ତି । ୨୦୧୧ ମସିହାରେ ଭାରତ ସରକାରଙ୍କ ପଦ୍ମ ପୁରସ୍କାର ପାଇଁ ତାଙ୍କର ନାମ ମନୋନୀତ ହୋଇଥିଲା ବୋଲି ଖବର । କାହିଁକି ପାଇଲେ ନାହିଁ- ତାହାର ଅବଶ୍ୟ କୌଣସି କାରଣ ଜଣାପଡ଼ି ନାହିଁ ।  York Times
ବାବା ରାମଦେବଙ୍କ ପରିଚୟ ଦେବାକୁ ଯାଇ ଲେଖନ୍ତି, Indian who built yoga empire. (ଭାରତୀୟ ଯିଏ ଗଢ଼ିଛନ୍ତି ଯୋଗର ସାମ୍ରାଜ୍ୟ) । ଯୋଗ ସାମ୍ରାଜ୍ୟ ବ୍ୟତୀତ ସେ ଏକ ଆୟୁର୍ବେଦ ଔଷଧ ତିଆରି କାରଖାନାର ମାଲିକ ମଧ୍ୟ । କିଛିବର୍ଷ ତଳେ ଏହି କାରଖାନାରେ ଶ୍ରମିକ ଅଶାନ୍ତିକୁ କେନ୍ଦ୍ର କରି ସିପିଏମ୍ର ନେତ୍ରୀ ବୃନ୍ଦା କରାଟ ଓ ବାବା ରାମଦେବଙ୍କ ଭିତରେ କଳହ ଉପୁଜି ଗଣମାଧ୍ୟମକୁ ବେଶୀ ରୋଚକ କରିଥିଲା ।
ଏହିଭଳି ଏକ ପୃଷ୍ଠଭୂମି ଥିବା ଯୋଗଶିକ୍ଷକ ଓ ଔଷଧ କମ୍ପାନୀର ମାଲିକ-ରାଜନୀତିର ରଣାଙ୍ଗନକୁ ଅବତୀର୍ଣ୍ଣ ହେବା ଅନେକଙ୍କୁ ଚକିତ କରିଦେଇଛି । ଭାରତ ସ୍ୱାଭିମାନ ନାଁ ଦେଇ ସେ ଗଢ଼ିଛନ୍ତି ଏକ ରାଜନୈତିକ ଦଳ ଓ ଏହି ଦଳ ଦୁର୍ନୀତିର ମୂଳୋପôାଟନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ଭାରତର ବିଭିନ୍ନ ସ୍ଥାନରେ ସଭାସମିତି ମାନ କରି । ଅଳ୍ପଦିନ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହିଳଭି ସଭା ସମିତି ମାନ କରିଛନ୍ତି ଯୋଗ-ଆସନ ପ୍ରଦର୍ଶନ କରି । ଆଗାମୀ ନିର୍ବାଚନରେ ୫୪୫ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ତାଙ୍କ ଦଳ ତରଫରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ଦୁର୍ନୀତି ବିରୋଧରେ ଆହ୍ୱାନ ଦେଇ ରାଜନୈତିକ ଦଳ ଗଢ଼ାହେବା ଓଡ଼ିଶାବାସୀଙ୍କ ପାଇଁ ନୂତନ ଅଭିଜ୍ଞତା ନୁହେଁ । କଂଗ୍ରେସ ସରକାରର ଦୁର୍ନୀତି ବିରୋଧରେ ଆହ୍ୱାନ ଦେଇ ମଧ୍ୟ ଷାଠିଏ ଦଶକରେ ଜନକଂଗ୍ରେସ ଗଢ଼ା ହୋଇଥିଲା । କିନ୍ତୁ ଏହି ଦଳଗୁଡ଼ିକ କଦାପି ସ୍ଥାୟୀ ହୋଇପାରି ନାହିଁ- ବରଂ ଏ କ୍ଷମତାସୀନ ହେଲାପରେ ଦୁର୍ନୀତିର କଳଙ୍କ ଏମାନଙ୍କ ଠାରେ ମଧ୍ୟ ଲାଗିଛି । ଏହି ଅଭିଜ୍ଞତା ପରେ ଦୁର୍ନୀତି ବିରୋଧରେ ଆହ୍ୱାନ ଦେଉଥିବା ବ୍ୟକ୍ତି ବା ଦଳର ଉଦେ୍ଧଶ୍ୟ ଉପରେ ସନେ୍ଦହ ସୃଷ୍ଟିହେବା ସ୍ୱାଭାବିକ । ବିଶେଷତଃ ଯେତେବେଳେ ଏହି ଆହ୍ୱାନ ଶୁଣିବା ଓ ଶୁଣାଇବା ପାଇଁ ବିଶାଳ ସଭାମାନଙ୍କର ଆୟୋଜନ ହେଉଛି ଓ ଏହି ଆୟୋଜନ ପାଇଁ ଅର୍ଥ କେଉଁଠାରୁ ଆସୁଛି ବୋଲି ମନଭିତରେ ପ୍ରଶ୍ନ ଉଠୁଛି । ଦୁର୍ନୀତି ତ’ ସବୁବେଳେ ଅର୍ଥକୁ ନେଇ । ଯେଉଁମାନେ ଦୁର୍ନୀତିଗ୍ରସ୍ତ-ସେମାନଙ୍କ ପାଖରେ ତ ଅର୍ଥର ପ୍ରାଚୁର୍ଯ୍ୟ । ଏହିଭଳି ସଭା ସମିତିର ଆୟୋଜନ କରାଇ ସେମାନେ ଯେ ନିଜକୁ ଶୁଦ୍ଧ ବୋଲି ଦର୍ଶାଇବା ପାଇଁ ଉଦ୍ୟମ କରୁନଥିବେ କିଏ କହିବ? -ଶୁଦ୍ରକ

Print Friendly, PDF & Email