ନିଷ୍ଫଳ ଅଧିବେଶନ

  • 04/09/2015

ଭାରତୀୟ ସଂସଦ ଇତିହାସରେ ଏକ ଅଭୂତପୂର୍ବ ଘଟଣା ଘଟିଗଲା- ସଂସଦର ଶୀତକାଳୀନ ଅଧିବେଶନ ବିତର୍କବିହୀନ ହୋଇ ସମାପ୍ତ ହେଲା । ସଂସଦରେ ଆରମ୍ଭରୁ ଗତିରୋଧ ଲାଗି ରହିଲା- ୨ଜି ସ୍ପେକ୍ଟ୍ରମ ଦୁର୍ନୀତିକୁ ନେଇ । ବିଜେପି ନେତୃତ୍ୱରେ ବିରୋଧୀ ଦଳ ଦାବିକଲେ ଏହି ଦୁର୍ନୀତିର ତଦନ୍ତ ମିଳିତ ସଂସଦୀୟ କମିଟି (Joint Parliamentary committee-JPC) କରୁ । ସରକାର କହିଲେ-ଏହା ସଂସଦର ମାନ୍ୟତାପ୍ରାପ୍ତ କମିଟି ପବ୍ଲିକ ଆକାଉଣ୍ଟସ୍ କମିଟି (Public Accounts Committee-PAC)କରୁ । ଚଇଉର ଅଧ୍ୟକ୍ଷ ହେଉଛନ୍ତି ବିଜେପିର ତୁଙ୍ଗ ନେତା ମୁରଲୀ ମନୋହର ଯୋଶୀ । କିନ୍ତୁ ବିଜେପି ଅନ୍ୟ ବିରୋଧୀଦଳଙ୍କ ସହ ଜିଦ୍ ଧରିଲା ତଦନ୍ତ ଔଚଉ କରୁ ଯଦିଓ ଔଚଉର ଅଧ୍ୟକ୍ଷ ସବୁବେଳେ ସରକାରୀ ଦଳର ସାଂସଦ । ସରକାରୀ ଦଳ ତାଙ୍କ ଜିଦ୍ରେ ରହିଲେ ଅଟଳ ଓ ବିରୋଧୀଦଳ ତାଙ୍କ ଜିଦ୍ରେ ଅଟଳ ରହିଲେ । ଏହି ଗତିରୋଧ ଫଳରେ ନୀରା ରାଡ଼ିଆଙ୍କର ଟେପ୍ଉପରେ କୌଣସି ଆଲୋଚନା ସଂସଦ ଚଟ୍ଟାଣ ଉପରେ ହେଲାନାହିଁ । ଯାହାଫଳରେ ନୀରା ରାଡ଼ିଆଙ୍କର ବିଜେପିର ଅନନ୍ତ କୁମାରଙ୍କ ସହ ବା ଅଟଳବିହାରୀ ବାଜପେୟୀଙ୍କର ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କ ସହ ସମ୍ପର୍କର ମଧ୍ୟ ଆଲୋଚନା ହେଲା ନାହିଁ କି ଉପା ସରକାରର ମନ୍ତ୍ରୀ ଡି.,ମ୍.କେର ଏ.ରାଜାଙ୍କ ସହ ସମ୍ପର୍କର ମଧ୍ୟ ଆଲୋଚନା ହେଲା ନାହିଁ । କହିବା ବାହୁଲ୍ୟ ଯେ ଏହି ଗତିରୋଧ ଫଳରେ ଉଭୟ ବିଜେପି ନେତୃତ୍ୱରେ ଏନ୍.ଡି.ଏ. ଓ କଂଗ୍ରେସ ନେତୃତ୍ୱରେ ଉପା ସରକାର ସଂସଦ ଚଟ୍ଟାଣରେ ଆକ୍ଷେପ-ପ୍ରତିଆକ୍ଷେପରୁ ରକ୍ଷା ପାଇଗଲେ । ଯଦି କେହି କୁହେ ଯେ ଗତିରୋଧ ଉଭୟ ବିରୋଧୀ ଓ ସରକାରୀଦଳର ମୁଖ୍ୟ ଅଂଶୀଦାର ଦଳଗୁଡ଼ିକୁ ସୁହାଉଛି-ତା’ହେଲେ ଏହା ଆଦୌ ଅତୁ୍ୟକ୍ତି ହେବ ନାହିଁ । ତା’ହେଲେ କ’ଣ ଏହି ଗତିରୋଧ-ଏକ ବୁଝାମଣାର ପରିଣତି-ବିରୋଧୀ ଓ ଶାସକଦଳ ମଧ୍ୟରେ?
-ଶୁଦ୍ରକ

Print Friendly, PDF & Email