ମେଡ଼୍ ଇନ୍ ଆମେରିକା

  • 04/09/2015

ଯୁକ୍ତରାଷ୍ଟ୍ର ଆମେରିକାରେ ବେକାରୀ ବୃଦ୍ଧିକୁ ଅଟକାଇବା ପାଇଁ ଓ ହ୍ରାସ କରିବାପାଇଁ ଓବାମା ସରକାର ଇତ୍ୟବସରରେ କିଛି ଆଇନ କରିବା ପାଇଁ ଉଦ୍ୟମ କରିଛନ୍ତି । ଆମେରିକାରେ ଥିବା କର୍ପୋରେଟ ଗୁଡ଼ିକ ସେମାନଙ୍କ କାର୍ଯ୍ୟ ଭାରତ ଓ ଚୀନ୍ ଦେଶର ଲୋକମାନଙ୍କୁ ନେଇ କରୁଥିବାରୁ-ଆମେରିକାରେ ବେକାରୀ ବୃଦ୍ଧି ପାଉଛି ବୋଲି ଓବାମା ସରକାରଙ୍କର ଧାରଣା ହୋଇଛି । ଏହାଛଡ଼ା ଏହି ଦେଶମାନଙ୍କରେ ତିଆରି ଜିନିଷ ଶସ୍ତାରେ ଆମେରିକାରେ ଉପଲବ୍ଧ ହେଉଥିବାରୁ ସ୍ଥାନୀୟ କମ୍ପାନୀଗୁଡ଼ିକ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ୁଛି-ଯାହାଫଳରେ ଏହି କମ୍ପାନୀଗୁଡ଼ିକ ନିଯୁକ୍ତି ହ୍ରାସ କରିବାପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଓବାମା ସରକାର ଚାହାନ୍ତି ଯେ, ଆମେରିକାର କର୍ପୋରେଟଗୁଡ଼ିକ ସେମାନଙ୍କର କାର୍ଯ୍ୟ ଭାରତ ଓ ଚାଇନା ବା ଅନ୍ୟାନ୍ୟ ଶସ୍ତାଶ୍ରମ ଉପଲବ୍ଧ ହେଉଥିବା ରାଷ୍ଟ୍ରମାନଙ୍କରେ ଯେପରି ନ କରାଇ ପାରିବେ ଓ ସ୍ଥାନୀୟ କମ୍ପାନୀମାନଙ୍କ ଦ୍ୱାରା ତିଆରି ଜିନିଷ ହିଁ ଯେପରି ଆମେରିକାରେ ବ୍ୟବହାର ହେବ । ଏହି ଲକ୍ଷ୍ୟ ରଖି ଏଚ୍.-୧ ବି (H-1B) ଭିସା (Visa) ଫିସ୍କୁ ଅତ୍ୟଧିକ ବୃଦ୍ଧି କରିଛନ୍ତି ଆମେରିକା ସରକାର । ଆମେରିକୀୟ ୨୩୦୦ ଡଲାରରୁ ଏହା ବୃଦ୍ଧିପାଇଛି ୪୩୦୦ଡଲାରକୁ । ଏଚ୍.-୧ବି ଭିସା ଯୁକ୍ତରାଷ୍ଟ୍ର ଆମେରିକା ବାହାରୁ ଆମେରିକାରେ କାର୍ଯ୍ୟ ପାଇଁ ଆସୁଥିବା ଅସ୍ଥାୟୀ କୁଶଳୀ କର୍ମୀଙ୍କ ପାଇଁ ଆବଶ୍ୟକ । ଏହି ଭିସା ବଳରେ ଆମେରିକା ବାହାରୁ ଆସୁଥିବା କୁଶଳୀ କର୍ମୀ ୬ବର୍ଷ ଯାଏଁ ଆମେରିକାରେ ରହି କାର୍ଯ୍ୟ କରିପାରିବେ । ଏହା ଏକ ସ୍ୱରରେ ଗୃହୀତ ହୋଇଥିବା ବର୍ଡ଼ର ସିକୁ୍ୟରିଟି ବିଲ୍ (Border Security Bill)ର ବ୍ୟବସ୍ଥା । ଆଉ ଏକ ଆଇନ ଓବାମା ସରକାର କରିବାକୁ ଯାଉଥିଲେ ଯାହା ବଳରେ ବାହାରକୁ କାର୍ଯ୍ୟ ପଠାଉଥିବା (outsourcing) ଆମେରିକୀୟ କମ୍ପାନୀଗୁଡ଼ିକୁ ଟିକସ ରିହାତିରୁ ବଞ୍ଚôତ କରିବା ସମ୍ଭବ ହୋଇଥାନ୍ତା । କିନ୍ତୁ ଆମେରିକୀୟ ସିନେଟ ଏହି ଆଇନକୁ ସମ୍ମତି ଦେଲାନାହିଁ । ମେଡ଼୍ ଇନ୍ ଆମେରିକାନ ଆକ୍ଟ (Made in America Act) ଓ ବେରି ଆମେଣ୍ଡ୍ମେଣ୍ଟ ଏକ୍ସଟେନସନ୍ ଆକ୍ଟ (Berry Amendment Extension Act) ଅନୁସାରେ ଆମେରିକୀୟ କଂଗ୍ରେସ (US Congress) ଓ Department of Homeland Serucity
କେବଳ ଆମେରିକାରେ ପ୍ରସ୍ତୁତ ଜିନିଷ ହିଁ କିଣିବେ । ଏହି ଆଇନର ସପକ୍ଷରେ US House of Representatives ବାଚସ୍ପତି ନାନ୍ସି ପେଲୋସି (Nancy Pelosi)ଙ୍କ ମତରେ, ‘When we make it in America, we create jobs, promote our competitiveness and lead the economy. XXX Democrats will continue to move our nation forward  to prosperity for the middle class. Democrats are committed to ‘making it in America,’ while Republicans are standing with corporations that ‘ship  American jobs overseas.’(ଆମେ ଯେତେବେଳେ ଆମେରିକାରେ ତିଆରି କରୁ, ଆମେ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁ, ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରୁ ଏବଂ ବିଶ୍ୱ ଅର୍ଥନୀତିକୁ ନେତୃତ୍ୱ ଦେଉ । XXX
ଡେମୋକ୍ରାଟମାନେ ଦେଶକୁ ଆଗେଇ ନେବାରେ ଅବିରତ ଚେଷ୍ଟିତ ରହିବେ ଯାହା ମଧ୍ୟବିତ୍ତ ଶ୍ରେଣୀ ପାଇଁ ସମୃଦ୍ଧି ଆଣିଦେବ । ଡେମୋକ୍ରାଟମାନେ ପ୍ରତିଶ୍ରୁତିବଦ୍ଧ ‘ଆମେରିକାରେ ତିଆରି’ ପ୍ରତି, ଯେତେବେଳେ କି ରିପବ୍ଲିକାନମାନେ କର୍ପୋରେସନମାନଙ୍କ ସହ ମିଶି ଆମେରିକୀୟ ଚାକିରିକୁ ଆମେରିକା ବାହାରକୁ ପଠାଇ ଦେଉଛନ୍ତି ।)
କହିବା ବାହୁଲ୍ୟ ଯେ ଭାରତରେ ଥିବା କମ୍ପାନୀ-ବିଶେଷତଃ ଆଇ.ଟି କମ୍ପାନୀଗୁଡ଼ିକ ଯେଉଁମାନଙ୍କର ଆୟର ମୁଖ୍ୟଅଂଶ ସେମାନେ ଆମେରିକାସ୍ଥିତ କମ୍ପାନୀମାନଙ୍କର କାମ କରି ପାଇଥାନ୍ତି-ଓବାମା ସରକାରଙ୍କର ଏହିଭଳି ଉଦ୍ୟମକୁ ନାପସନ୍ଦ କରିଛନ୍ତି । ଏହା ବିଶ୍ୱୀକରଣର ପରିପନ୍ଥୀ ବୋଲି ଅଭିଯୋଗ କରୁଛନ୍ତି । ଆମେରିକାର କର୍ପୋରେଟ ମାନେ ମଧ୍ୟ ଏହିଭଳି ଉଦ୍ୟମର ତୀବ୍ର ସମାଲୋଚନା କରୁଛନ୍ତି । ଅର୍ଥାତ ଭାରତର କର୍ପୋରେଟ ଓ ଆମେରିକାର କର୍ପୋରେଟ ନିଜନିଜ ସ୍ୱାର୍ଥରେ ପରସ୍ପରର ସହଯୋଗୀ ହୋଇଛନ୍ତି ।
ଭାରତର କର୍ପୋରେଟ ଶସ୍ତାଶ୍ରମର ବେପାର କରୁଛି ଓ ପ୍ରଚୁର ଲାଭ କରୁଛି । ଆମେରିକାର କର୍ପୋରେଟ ଏହି ଶସ୍ତା ଶ୍ରମର ବ୍ୟବହାରରେ ତିଆରି ଜିନିଷର ବେପାର କରି ପ୍ରଚୁର ଲାଭକରୁଛି ।
କିନ୍ତୁ ଯେଉଁମାନେ ସ୍ୱଦେଶୀ, ସ୍ୱାବଲମ୍ବନଶୀଳତା ଇତ୍ୟାଦିର ଧାରଣାକୁ ସମ୍ମାନ ଦିଅନ୍ତି, ସେମାନେ ଓବାମାଙ୍କର ନିଜ ଦେଶର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଉଦ୍ୟମ କରିବାକୁ ଆଦୌ ନାପସନ୍ଦ କରିପାରିବେ ନାହିଁ ।
-ଶୁଦ୍ରକ

Print Friendly, PDF & Email