ସାଇକେଲ୍ରେ ଚାଲ-ମଟର ସାଇକେଲରେ ବୁଲ

  • 04/09/2015

୧-୧୬ଅଗଷ୍ଟ, ୨୦୧୦

ପେଟ୍ରୋଲ ଦରବୃଦ୍ଧିର ପ୍ରତିବାଦରେ ଓଡ଼ିଶା ବିଧାନସଭାର ଶାସକଦଳ ସଭ୍ୟ ଅନେକେ ବିଧାନସଭାକୁ ସାଇକେଲରେ ଆସିବାର ଦୃଶ୍ୟ ଗଣମାଧ୍ୟମଦ୍ୱାରା ବେଶ୍ ପ୍ରସାରିତ ଓ ପ୍ରଚାରିତ ହୋଇଛି । କିନ୍ତୁ ବିଡ଼ମ୍ବନା ଯେ ଦରବୃଦ୍ଧି ଦ୍ୱାରା ବିବ୍ରତ ଶାସକଦଳ ଯେଉଁଦିନ ରାଜ୍ୟବ୍ୟାପୀ ହରତାଳର ଡାକରା ଦେଲେ (୫ଜୁଲାଇ ୨୦୧୦)ସେଦିନ ଦଳର ନେତାମାନେ ପେଟ୍ରୋଲଚାଳିତ ମଟର ସାଇକେଲରେ ବସି ଭୁବନେଶ୍ୱର ସହର ପରିକ୍ରମା କରୁଥିଲେ ।
ସାଧାରଣଲୋକ ଯେଉଁମାନେ ପେଟ୍ରୋଲ ଦରବୃଦ୍ଧିକୁ ଗ୍ରହଣ କରିପାରୁ ନଥିଲେ, ସେମାନେ ଶାସକଦଳର ଏହିଭଳି ଫାର୍ସକୁ ମଧ୍ୟ ଗ୍ରହଣ କରିପାରୁ ନଥିଲେ । ଦରବୃଦ୍ଧି ବିରୋଧରେ ଏହି ଦଳର ଆନ୍ତରିକତା କେତେ; ସେମାନେ ଠିକ୍ ଧରିପାରୁଥିଲେ ।
-ଶୁଦ୍ରକ

Print Friendly, PDF & Email