ସିପିଏମ୍ ଦୁଇଭାଗ ହେବ!

  • 04/09/2015

ରାଜନୈତିକ ଦଳ ଭାଗ ଭାଗ ହେବା ନୂଆ କଥା ନୁହେଁ । ଏହା ତ’ ବିଶେଷ ଅନୁସନ୍ଧାନର ବିଷୟ ଯେ, ଦକ୍ଷିଣପନ୍ଥୀ ଭିତରେ ବିଭାଜନର ବାଦ ବିଶେଷ କ୍ରିୟାଶୀଳ ନା ବାମପନ୍ଥୀ ଦଳ ଭିତରେ ଏହି ବୀଜ ବିଶେଷ କ୍ରିୟାଶୀଳ । ମୂଳ ସି.ପି.ଆଇ ଦଳରୁ ଏଯାବତ ଦୃଶ୍ୟମାନ ସମସ୍ତ ବାମପନ୍ଥୀ ଦଳ (ଏସ୍.ୟୁ.ସି.ଆଇକୁ ବାଦ୍ ଦେଲେ) ବାହାରିଛନ୍ତି, ଏହା ନିଦ୍ୱର୍ନ୍ଦ୍ୱରେ କୁହାଯାଇପାରେ । ସି.ପି.ଏମ୍.ରୁ ବାହାରି କିଛି କମ୍ରେଡ଼ ଓଡ଼ିଶା କମୁ୍ୟନିଷ୍ଟ ଦଳ ଗଢ଼ିବା ଆମର ଅଭିଜ୍ଞତା ଭିତରେ । କିନ୍ତୁ ଜାତୀୟ ସ୍ତରରେ, ସି.ପି.ଏମ୍.ର ମହାସଚିବ ପ୍ରକାଶ କରାତ ବଙ୍ଗଳା ସିିପିଏମ୍ ଦଳ ଉପରେ ଯେଉଁଭଳି ବର୍ଷିବା ଆରମ୍ଭ କରିଛନ୍ତି ଓ ଗତ ତିନି ଦଶନ୍ଧି ଧରି ବଙ୍ଗଳା ସିପିଏମ ଦଳ ଭୁଲ୍ କରିଚାଲିଛି ବୋଲି ବଙ୍ଗଳାର ସିପିଏମ୍ ନେତୃତ୍ୱ ଉପରେ ଦୋଷାରୋପ କରିଛନ୍ତି-ବିଶେଷତଃ କରାତଙ୍କ ଦ୍ୱାରା ବହିଷ୍କୃତ ସୋମନାଥ ଚାଟାର୍ଜୀଙ୍କ ଦ୍ୱାରା ପ୍ରଥମ ଜ୍ୟୋତିବସୁ ସ୍ମାରକୀ ବକ୍ତୃତା ପରେ ପରେ- ସେଥିରୁ ଜଣାଯାଉଛି ଯେ ସିପିଏମ୍ ଦଳ ଦୁଇଟି ଧାରା ପ୍ରବାହିତ ହେବା ଆରମ୍ଭ ହୋଇଛି । କରାତଧାରା ଓ ବଙ୍ଗଳାଧାରା (ଦ୍ରଷ୍ଟବ୍ୟ:The Statesman 14July, 2010) ଯଦି ଅଧିକ ସଂଘର୍ଷ ମୁଖର ହୁଏ; ତା’ହେଲେ ସିପିଏମ୍ର ବିଭାଜନ ଏଡ଼ାଇବା ସମ୍ଭବ ହୋଇନପାରେ ।
– ଶୁଦ୍ରକ

Print Friendly, PDF & Email