ରାଜ୍ୟସଭା ନିର୍ବାଚନ: ଅନନ୍ୟ ଗୌରବରୁ ଓଡ଼ିଶା ବଞ୍ଚôତ

  • 04/09/2015

୧-୧୬ଜୁଲାଇ, ୨୦୧୦

ନିକଟ ଅତୀତରେ ହୋଇଯାଇଥିବା ରାଜ୍ୟସଭା ନିର୍ବାଚନରେ ୪୯ଟି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ତିନିଚତୁର୍ଥାଂଶରୁ ଅଧିକ ପ୍ରାର୍ଥୀ କୋଟିପତି ବୋଲି ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠ (affidavit)ରୁ ଜଣାପଡ଼ିଛି । ଏହି ତଥ୍ୟ ସଂଗ୍ରହ କରିଛନ୍ତି (Association for Democratic Reforms Gaõ Election Watch.(ଦ୍ରଷ୍ଟବ୍ୟ–New Indian Express, 20June 2010: ‘Majority of newly elected RS members are crorepatis’)ଏହି କୋଟିପତି ତାଲିକାର ଶୀର୍ଷରେ ଅଛନ୍ତି ମଦସମ୍ରାଟ ଡକ୍ଟର ବିଜୟ ମାଲ୍ୟା । ତାଙ୍କର ସମସ୍ତ ସମ୍ପତ୍ତ ଅସ୍ଥାବର,ଯାହାର ମୂଲ୍ୟ ହେଉଛି ୬୧୫କୋଟି ଟଙ୍କା । ସେ ସ୍ୱାଧୀନପ୍ରାର୍ଥୀ ଭାବେ ବିଜେପି ଶାସିତ କର୍ଣ୍ଣାଟକ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି । ଦ୍ୱିତୀୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ ବିଧାନସଭାରୁ ନିର୍ବାଚିତ ତେଲୁଗୁଦେଶମ ପ୍ରାର୍ଥୀ ୟଲାମାଞ୍ଚôଲି ସତ୍ୟନାରାୟଣ ଚୌଧୁରୀ । ଚୌଧୁରୀ ମହାଶୟ ୧୯୦ କୋଟି ଟଙ୍କା ସମ୍ପତ୍ତର ମାଲିକ । ତୃତୀୟ ସ୍ଥାନରେ ଅଛନ୍ତି ଝାଡ଼ଖଣ୍ଡ ବିଧାନସଭାରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରାର୍ଥୀଭାବେ ନିର୍ବାଚିତ ବହିରାଗତ ଚଣ୍ଡିଗଡ଼ର ଶିଳ୍ପପତି କନୱର ଦୀପ ସିଂହ ଯାହାଙ୍କର ସମ୍ପତ୍ତର ମୂଲ୍ୟ ୮୩କୋଟି ଟଙ୍କା । ୫୬କୋଟି ଟଙ୍କା ସମ୍ପତ୍ତର ମାଲିକ ତାରାରଞ୍ଜନ ପଟ୍ଟନାୟକ ଯଦି ଓଡ଼ିଶା ବିଧାନସଭାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତେ ତା’ହେଲେ ବିଜୟୀ କୋଟିପତି ତାଲିକାରେ ସେ ଚତୁର୍ଥସ୍ଥାନ ଅଧିକାର କରିଥାନ୍ତେ ଓ ଓଡ଼ିଶାକୁ କୋଟିପତି ବିଜୟୀ ପ୍ରାର୍ଥୀଙ୍କ ‘ବେଷ୍ଟଟେନ୍’ରେ ପ୍ରତିନିଧିତ୍ୱ କରିବାର ଅନନ୍ୟ ଗୌରବ ଆଣି ଦେଇଥାନ୍ତେ । କହିବା ବାହୁଲ୍ୟ ଯେ ବିଜେଡ଼ି ପ୍ରାର୍ଥୀ ବୈଷ୍ଣବଚରଣ ପରିଡ଼ାଙ୍କର ବିଜୟ ଫଳରେ ଏହିଭଳି ଏକ ଅନନ୍ୟ ଗୌରବରୁ ଓଡ଼ିଶା ବଞ୍ଚôତ ହେଲା ।
ଅପରପକ୍ଷରେ ବହୁ ଦଳ ଖୋଳପାକୁ ବଦଳାଇବା ସତ୍ତ୍ୱେ ନିଜର ମୂଳଲକ୍ଷ୍ୟରୁ ସେ ବିଚୁ୍ୟତ ହୋଇନାହାନ୍ତି ବୋଲି କହୁଥିବା ବୈଷ୍ଣବଚରଣ ରାଜ୍ୟସଭାର ସଭ୍ୟପଦ ହାସଲ ହୋଇସାରିବା ପରେ ନିଶ୍ଚୟ ତାଙ୍କର ଏହି ମୂଳ ଲକ୍ଷ୍ୟଟିକୁ ସ୍ପଷ୍ଟକରିବେ ବୋଲି ଆଶା । ତେବେ ଲାଞ୍ଜିଗଡ଼ ଓ ରାଜଗାଙ୍ଗପୁରର କଂଗ୍ରେସ ବିଧାୟକଦ୍ୱୟ ଜାଣତରେ ହେଉ ବା ଅଜାଣତରେ ହେଉ ରାଜ୍ୟସଭାରେ ନିର୍ବାଚନରେ ଭାଗ ନନେଇ ଅକ୍ଷମଣୀୟ ଅପରାଧ କରିଛନ୍ତି ବୋଲି ଯାହା କଂଗ୍ରେସର ଚଳନ୍ତି ନେତୃବର୍ଗ ସର୍ବସାଧାରଣ ଅବଗତି ପାଇଁ ସୂଚାଇଛନ୍ତି-ତାହା କ୍ଷମଣୀୟ ବୋଲି ମନେ ହେବ ଯଦି ସେମାନେ ସ୍ୱୀକାର କରନ୍ତି ଯେ ଏହି ଦୁଇ ବିଧାୟକଙ୍କର ଅସମ୍ପୃକ୍ତି ଫଳରେ କଂଗ୍ରେସ ଦଳର ପୂର୍ବତନ ମୁଖପାତ୍ର ବୈଷ୍ଣବ ପରିଡ଼ାଙ୍କର ହିଁ ବିଜୟ ହୋଇଛି ।
ପ୍ରକୃତରେ ବୈଷ୍ଣବବାବୁଙ୍କର ବିଭିନ୍ନ ସମୟରେ ଦଳଗତ ପରିଚିତିକୁ ଦେଖିଲେ ତାଙ୍କର ବିଜୟକୁ ପ୍ରତ୍ୟକ୍ଷ ବିଜେଡ଼ି ପ୍ରାର୍ଥୀଙ୍କର ବିଜୟ ବୋଲି କୁହାଗଲେ ମଧ୍ୟ, ତାଙ୍କର ବିଜୟକୁ ସି.ପି.ଆଇ, କଂଗ୍ରେସ ଓ ସମାଜବାଦୀ ପାର୍ଟିର ବିଜୟ ବୋଲି ଧରି ନିଆଯାଇପାରେ: ବିଶେଷତଃ ଯେତେବେଳେ ବୈଷ୍ଣବବାବୁଙ୍କର ମୂଳ ଲକ୍ଷ୍ୟ ସ୍ଥିର ଓ ତାଙ୍କର ଅକୁଣ୍ଠିତ ସେବା ପାଇଛନ୍ତି ଉପରୋକ୍ତ ପ୍ରତ୍ୟେକଟି ଦଳ ଯଦିଓ ଭିନ୍ନ ଭିନ୍ନ ସମୟରେ ।
– ଶୁଦ୍ରକ

Print Friendly, PDF & Email