ଦୁର୍ନୀତି ଓ ବାବା ରାମଦେବ

  • 04/09/2015

୧୬-୨୮ ଫେବୃୟାରୀ, ୨୦୧୦

ଗ୍ଧ-ଭାରତୀୟ ରାଜନୀତିରେ ଦୁର୍ନୀତି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ବହୁଳ ଦୃଷ୍ଟାନ୍ତ ରହିଛି । କଂଗ୍ରେସ ସରକାରର ଦୁର୍ନୀତି ବିରୋଧରେ ଜନମତକୁ ପ୍ରଭାବିତ କରି ମଧ୍ୟ ଷାଠିଏ ଦଶକରେ ଭାରତର ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାଚୁ୍ୟତ ହେବା,ପୁଣି ମଧ୍ୟ ୭୦ ଦଶକରେ ଗୁଜୁରାଟର ଚିମନଭାଇ ସରକାରଙ୍କର ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନେ୍ଦାଳନ ବିଭିନ୍ନ ରାଜ୍ୟକୁ ବ୍ୟାପିବା ଓ ଜୟପ୍ରକାଶ ନାରାୟଣ ଏହାର ନେତୃତ୍ୱ ନେବା, ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରିକରିବା ଓ ପରେ କ୍ଷମତାଚୁ୍ୟତ ହେବା, ବୋଫର୍ସ ଦୁର୍ନୀତିକୁ ପ୍ରସଙ୍ଗ କରି ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ସରକାରର ପ୍ରତ୍ୟାବର୍ତ୍ତନ ବାଧାପ୍ରାପ୍ତ ହେବା- ଦୁର୍ନୀତି ପ୍ରସଙ୍ଗର ପ୍ରଭାବକୁ ହିଁ ସୂଚିତ କରେ । ଗତ ଚାଳିଶବର୍ଷରୁ ଊଦ୍ଧ୍ୱର୍କାଳ ବିଭିନ୍ନ ସମୟରେ ଦୁର୍ନୀତି ପ୍ରସଙ୍ଗକୁ ଉତ୍ଥାପନ କରି କ୍ଷମତାରେ ପରିବର୍ତ୍ତନ ଅଣାଯାଇଥିଲେ ମଧ୍ୟ ଦୁର୍ନୀତି ଯେ ଭାରତ ଭୂଇଁରେ ହ୍ରାସ ପାଇନାହିଁ ବରଂ ଏହାର ପରିମାଣ ଓ ବିବିଧତାରେ ଯେ ବୃଦ୍ଧିଘଟିଛି ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । କାରଣ ଯେଉଁମାନେ ଦୁର୍ନୀତି ଅଭିଯୋଗରେ କ୍ଷମତାଚୁ୍ୟତ ହୋଇଛନ୍ତି- ସେମାନେ କ୍ଷମତାକୁ ପୁଣି ଫେରିଛନ୍ତି- ସେ ରାଜନୈତିକ ଦଳ ହେଉ ବା କୌଣସି ରାଜନୈତିକ ବ୍ୟକ୍ତି ହୁଅନ୍ତୁ । ତଥାପି ଭାରତୀୟ ରାଜନୀତିରେ ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି- ଯାହାକୁ ଆୟୁଧ କରି କ୍ଷମତା ଦଖଲର ସମ୍ଭାବନା ସମ୍ପର୍କରେ ଆଶାବାଦୀ ହେବା ସ୍ୱାଭାବିକ । ତେଣୁ ବହୁ ପ୍ରଚାରିତ ଯୋଗ ଶିକ୍ଷକ ରାମଦେବ ଆମଦେଶରୁ ଦୁର୍ନୀତିର ମୂଳୋପôାଟନ ପାଇଁ ଏକ ରାଜନୈତିକ ସଙ୍ଗଠନ ଗଢ଼ିବେ ବୋଲି ଯଦି ସୂଚନା ଦେଉଛନ୍ତି- ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ (ଦ୍ରଷ୍ଟବ୍ୟ-New Indian Express, dt-10/2/2010) । ଅବଶ୍ୟ କ୍ଷମତା ରାଜନୀତି ବାହାରେ ଥିବା କିଛି ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସମୟରେ ଏହି ପ୍ରସଙ୍ଗକୁ ଉତ୍ଥାପିତ କରି ରାଜନୈତିକ ସଙ୍ଗଠନ ଗଢ଼ିବା ପାଇଁ ଉଦ୍ୟମ କରିବା ବିରଳ ନୁହେଁ । କିନ୍ତୁ ଅଭିଜ୍ଞତା କହେ ଏହିଭଳି ଉଦ୍ୟମ ପ୍ରାକ୍ ନିର୍ବାଚନ କାଳରେ ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ବହନ କରିଥାଏ, ନିର୍ବାଚନ ପରବର୍ତ୍ତୀ କାଳରେ ତାହା ଏକ ମ୍ରିୟମାଣ ପର୍ଯ୍ୟାୟକୁ ପ୍ରବେଶ କରିଯାଏ । ରାମଦେବ ତାଙ୍କର ୧୩,୦୦୦ଯୋଗ ଶିକ୍ଷକ ଓ ଭାରତ ସ୍ୱାଭିମାନ ଏବଂ ପାତଞ୍ଜଳୀ ଯୋଗ ସମିତିର ୧୯,୦୦୦ ସଭ୍ୟଙ୍କ ଉପରେ ଭରସା ରଖିଛନ୍ତି ଯେ ସେମାନେ ଏକ ଦୃଢ଼ ଭିତ୍ତଟିଏ ତିଆରି କରିପାରିବେ ଯାହା ଉପରେ ୨୦୧୪ ମସିହାର ନିର୍ବାଚନକୁ ସାମ୍ନା କରିବା ସମ୍ଭବ ହୋଇପାରିବ । ଏହି ଶିକ୍ଷକ ଓ ସଭ୍ୟମାନେ ‘ଯୋଗନୀତି’ର ପ୍ରଚାର ଓ ପ୍ରସାର କରିବେ ଯାହା ୨୦୧୪ନିର୍ବାଚନ ବେଳକୁ ଭାରତୀୟ ନାଗରିକଙ୍କୁ ତିଆରି କରିଦେବ ଏକ ଦୁର୍ନୀତିମୁକ୍ତ ସମାଜ ଗଠନର ପ୍ରତିଶ୍ରୁତି ଦେଉଥିବା ସଙ୍ଗଠନକୁ କ୍ଷମତାସୀନ କରାଇବା ପାଇଁ ।
ଶୁଦ୍ରକ ନିଶ୍ଚିତଭାବେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ମନେ ହେଉଥିବା ରାମଦେବଙ୍କୁ ଶୁଭେଚ୍ଛା ଜଣାଇବ- ଆଶା କରିବି ଯେ ୨୦୧୪ନିର୍ବାଚନରେ ମଧ୍ୟ ଏହି ସଂକଳ୍ପ ଅବ୍ୟାହତ ରହିବ ।

Print Friendly, PDF & Email