ସଙ୍କଟବେଳକୁ ନିଶା ପଇସା

  • 04/09/2015

୧-୧୬ ଜାନୁଆରୀ, ୨୦୧୦

ନିଶା କାରବାର ଏକ ଅବୈଧ ବେପାର । ଏହି ବେପାରରୁ ହେଉଥିବା ଲାଭ ଯେ ବିଶ୍ୱର ବିତ୍ତୀୟ ସଙ୍କଟବେଳେ ବ୍ୟାଙ୍କ୍ଗୁଡ଼ିକୁ ବୁଡ଼ିଯିବାରୁ ରକ୍ଷା କରିଥିବ- ତାହା ପାଠକେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହାହିଁ ହୋଇଛି ବୋଲି ଦାବି କରିଛି ଭିଏନାସ୍ଥିତ ଜାତିସଂଘର ଡ୍ରଗ୍ସ ଏବଂ କ୍ରାଇମ୍ (Drugs and Crime) କାର୍ଯ୍ୟାଳୟର ମୁଖ୍ୟ ଆଣ୍ଟୋନିଓ ମାରିଆ କୋଷ୍ଟା (Antonio Maria Costa) ଯାହା ପ୍ରକାଶ ପାଇଛି ଇଂଲଣ୍ଡର ସ୍ୱନାମଧନ୍ୟ ପତ୍ରିକା ଦି ଅବଜର୍ଭରରେ । (Drug Money saved banks in global crisis-claims by UN advisor Rajeev Syal. The observer, Sunday December 13, 2009)
ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଓଗୠ)ର ଏକ ଆକଳନ ଅନୁସାରେ ଜାନୁଆରୀ ୨୦୦୭ରୁ ସେପ୍ଟେମ୍ବର ୨୦୦୯ମଧ୍ୟରେ ଆମେରିକା ଓ ଇଉରୋପ ବ୍ୟାଙ୍କ୍ଗୁଡ଼ିକରେ କ୍ଷତିର ପରିମାଣ ପ୍ରାୟଃ ଏକଲକ୍ଷ କୋଟି ଡଲାରରେ ପହଞ୍ଚô ଯାଇଥିଲା ଓ ୨୦୦ରୁ ଊଦ୍ଧ୍ୱର୍ ବନ୍ଧକ ଋଣ ଦେଉଥିବା ଅନୁଷ୍ଠାନଗୁଡ଼ିକ ଦେବାଳିଆ ହୋଇଯାଇଥିଲା । ଉପୁଜିଥିଲା ବିତ୍ତୀୟ ସଙ୍କଟ । ବ୍ୟାଙ୍କଗୁଡ଼ିକ ପାଖରେ ତରଳ ଅର୍ଥ ନଥିଲା ଦାବିଦାରମାନଙ୍କୁ ଦେବାପାଇଁ । ସରକାର ତାଙ୍କ ତହବିଲରୁ ଏହି ବ୍ୟାଙ୍କ୍ଗୁଡ଼ିକୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଲେ । ସରକାରଙ୍କର ଏହି ଉଦ୍ୟମ ବେଶ୍ ଚର୍ଚ୍ଚିତ ହୋଇଛି । କିନ୍ତୁ ଯାହା କେହି ଏଯାବତ୍ ଜାଣିନଥିଲେ ତାହା ହେଉଛି ଯେ ଏହି ବୁଡ଼ିଯାଉଥିବା ବ୍ୟାଙ୍କ୍ଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବାପାଇଁ ନିଶାବେପାରୀମାନେ ଆଗେଇ ଆସିବା ଓ କ୍ଷତି ପରିମାଣର ଏକତୃତୀୟାଂଶରୁ ଅଧିକ ଅର୍ଥ (୩୫୨୦୦କୋଟି ଡଲାର) ବିତ୍ତୀୟ ଅନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ।
ସଙ୍କଟ କାଳରେ ଅଧର୍ମ ବିତ୍ତ ସଙ୍କଟ ଅତିକ୍ରମ କରିବା ପାଇଁ ଯେ ବ୍ୟବହାର ହୁଏ-ତାହାର ଏହା ଏକ ଚରମ ଉଦାହରଣ । ଏହା ଭିନ୍ନ କଥା ଯେ ଏହାଦ୍ୱାରା କଳାଧନ ଧଳା ହୋଇଗଲା ଓ ବିତ୍ତୀୟ ବ୍ୟବସ୍ଥା ତଥା ଅପରାଧ ଜଗତର ଏକ ଏଯାବତ୍ ଅପ୍ରକଟିତ ସମ୍ପର୍କ ପଦାରେ ପଡ଼ିଲା ।

Print Friendly, PDF & Email