ବଥ ନୁହେଁ ଛାଇ !

  • 04/09/2015

ଖଣିଦୁର୍ନୀତି,ଚାଷୀ ଆତ୍ମହତ୍ୟା ଯେତେବେଳେ ଗଣମାଧ୍ୟମକୁ ଆଚ୍ଛାଦିତ କରିରଖିଛି ଓ ସଚେତନ ନାଗରିକ ବିଜେଡ଼ିର କାର୍ଯ୍ୟଧାରାକୁ ପ୍ରଶ୍ନକରିବା ଆରମ୍ଭ କରିଛି, ସେତେବେଳେ ବହୁ ଅର୍ଥ ବ୍ୟୟରେ ବିଜେଡି ଦ୍ୱାରା ଆୟୋଜିତ ସମ୍ମିଳନୀଗୁଡ଼ିକରେ ଏହି ପ୍ରସଙ୍ଗ ଉପରେ ହାଲୁକା ମନ୍ତବ୍ୟ ଦେବା ବଥକୁ ଛାଇ କହିବା ଭଳି ହିଁ ଶୁଭୁଛି । ହୁଏତ ପ୍ରସଙ୍ଗକୁ ହାଲୁକା କରିଦେବା ବିରୋଧ ଦଳର ପ୍ରହାର ବିରୋଧରେ ଏକ ରଣକୌଶଳ ହୋଇପାରେ କିନ୍ତୁ ବଥଟିର ଉପଚାର ନ କରାଗଲେ -ଏହା ଯେ ଦଳପାଇଁ କ୍ୟାନସର୍ ବ୍ୟାଧିର କାରଣ ହୋଇପାରେ -ତାହାଦଳକୁ ସୁଦୃଢ଼ କରିବା ପାଇଁ ଗସ୍ତମାନ କୁଶଳୀ ନେତୃତ୍ୱ ବୁଝିବା ଉଚିତ । ସମ୍ପ୍ରତି ବିପୁଳ ସଂଖ୍ୟାରେ ଦଳର ବିଧାୟକଙ୍କର ଉପସ୍ଥିତ ଆଗାମୀ ନିର୍ବାଚନରେ ଅନୁୁରୂପ ବିଜୟର ପ୍ରତିଶ୍ରୁତି ବହନ କରେ ନାହିଁ । ୧୯୮୫ରେ କଂଗ୍ରେସର ଦଳର ୧୧୭ଜଣ ବିଧାୟକଙ୍କ ଉପସ୍ଥିିତି,୧୯୯୦ରେ ପୁନରାବୃତ୍ତ ହେବା ତ ଦୂରର କଥା, କଂଗ୍ରେସ ସରକାର ଗଠନ କରିବାକୁ ମଧ୍ୟ ସମର୍ଥ ହେଲା ନାହିଁ । ହେିପରି ୧୯୯୦ମସିହାରେ ଜନତାଦଳର ୧୨୩ ଜଣ ବିଧାୟକଙ୍କ ଉପସ୍ଥିତିର ପୁନରାବୃତ୍ତ ୧୯୯୫ ମସିହାରେ ହେଲାନାହିଁ । ଜନତାଦଳ କ୍ଷମତାକୁ ଫେରି ପାରିଲା ନାହିଁ । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ ୧୦୩ ବିଧାୟକଙ୍କ ଦ୍ୱାରା ସୁଦୃଢ଼ ବିଜୁଜନତା ଦଳ ତା’ର କାର୍ଯ୍ୟଧାରାର ସମୀକ୍ଷା କରିବା ଉଚିତ । ସବୁଲୋକଙ୍କୁ ସବୁ ଦିନ ପାଇଁ ବୋକା କରାଯାଇନପାରେ-ଏହି ବାଣୀଟିକୁ ମନରେ ରଖି କାର୍ଯ୍ୟକରିବା କ୍ଷମତାସୀନ ଦଳପାଇଁ ସବୁଠାରୁ ବଡ଼ ଆହ୍ୱାନ ବୋଲି ମନେ ହୁଏ ।

Print Friendly, PDF & Email