ମେ ମାସ ୧୬ତାରିଖ ୨୦୦୯ରେ ଘୋଷିତ ହେଲା ପଞ୍ଚଦଶ ଲୋକସଭା ଓ ଏହା ସହିତ ଓଡ଼ିଶା ସମେତ କେତେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ । ଫଳାଫଳ ଘୋଷଣା ପୂର୍ବରୁ ଯେଉଁ ପୂର୍ବାନୁମାନ ବା ଭବିଷ୍ୟତବାଣୀ ସବୁ ହେଉଥିଲା-ତାହା ଯେ ଭୁଲ୍ ହୋଇଗଲା ଏହା କହିବା ନିଷ୍ପ୍ରୟୋଜନ । କେନ୍ଦ୍ରରେ ଝୁଲା ଲୋକସଭା ହେବ, ଆମ ରାଜ୍ୟରେ ଝୁଲା ବିଧାନସଭା ହେବ-ଏହିଭଳି ଭବିଷ୍ୟତବାଣୀ ଯେଉଁମାନେ କରୁଥିଲେ ଓ ବିରୋଧୀ ଦଳମାନଙ୍କ ଭିତରେ କ୍ଷମତା ଦଖଲର ସ୍ୱପ୍ନ ସୃଷ୍ଟି କରୁଥିଲେ-ସେମାନେ ନିଶ୍ଚିତ ନିରାଶ ହୋଇଛନ୍ତି ଓ ନିରାଶ କରିଛନ୍ତି । କଂଗ୍ରେସ ନେତୃତ୍ୱରେ ଉପା ସରକାର ଗଢ଼ିବା ପାଇଁ କାହାରି ସାହାଯ୍ୟ ଲୋଡ଼ିଲା ନାହିଁ । ଓଡ଼ିଶାରେ ତ’ ବିଜୁ ଜନତାଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି-ସମସ୍ତଙ୍କୁ ଚକିତ କରିଦେଲା । ଏପରିକି ଭୋଟଗ୍ରହଣ ପରେ ପରେ ବିଜୟର ସମସ୍ତ ଆଶା ଛାଡ଼ିଦେଇଥିବା ଅନେକ ବିଜେଡ଼ି ପ୍ରାର୍ଥୀ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜକୁ ବିଜୟୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସତେଯେପରି କୌଣସି ଅଦୃଶ୍ୟଶକ୍ତିର କରାମତିରେ ତାଙ୍କର ହୋଇଥିଲା ବିଜୟ-ତାଙ୍କର ଚେହେରାରୁ ବାରି ହୋଇଯାଇଥିଲା । ଯଦିଓ ଏହିଭଳି ସଂଖ୍ୟା-ଗରିଷ୍ଠତା ବିଜୁ ଜନତାଦଳ ହାସଲ କରିବ ବୋଲି ଦଳର ରଣନୀତି ସ୍ଥିର କରୁଥିବା ପୂର୍ବତନ ବରିଷ୍ଠ ସରକାରୀ ଅମଲା ଓ ସମ୍ପ୍ରତି ରାଜ୍ୟସଭାର ସଭ୍ୟ ପ୍ୟାରୀମୋହନ ମହାପାତ୍ର ଅବିଚଳିତ କହିଆସୁଥିଲେ । କହିବାବାହୁଲ୍ୟ ଯେ ବିଭିନ୍ନ ଭବିଷ୍ୟବାଣୀ ଭୁଲ ହୋଇଯାଇଥିବା ବେଳେ ବୋଧହୁଏ ପ୍ୟାରୀବାବୁ ସାରା ଭାରତରେ ଏକମାତ୍ର ବ୍ୟକ୍ତି ହେବେ ଯାହାଙ୍କର ଭବିଷ୍ୟତବାଣୀ ଓଡ଼ିଶାର ନିର୍ବାଚନ ଫଳାଫଳ ପ୍ରସଙ୍ଗରେ ଏତେ ସଠିକ୍ ହୋଇପାରିଲା । ସ୍ୱାଭାବିକ ବିଜୟୀ ବିଜେଡ଼ି ପ୍ରାର୍ଥୀମାନେ ସମସ୍ତେ ପ୍ୟାରୀବାବୁଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତକରିଛନ୍ତି । କ’ଣ କାରଣ ହୋଇପାରେ ପ୍ୟାରୀବାବୁଙ୍କ ଦ୍ୱାରା ଏତେ ସଠିକ୍ ଆକଳନର? ବୋଧହୁଏ ପ୍ୟାରୀବାବୁଙ୍କର ଛାତ୍ରାବସ୍ଥାରେ ବାମପନ୍ଥୀ ରାଜନୀତି ସହ ସମ୍ପୃକ୍ତି, ଚାକିରି ଜୀବନରେ ଦକ୍ଷ ପ୍ରଶାସନିକ ଅଭିଜ୍ଞତା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସହ ସହଜସମ୍ପର୍କ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସଚିବଭାବେ ରାଜନୈତିକ ବ୍ୟକ୍ତିମାନଙ୍କର ଆଚରଣ ସହ ନିକଟ ପରିଚୟ ଏହିଭଳି ଆକଳନର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ଗୋଟିଏ ଐତିହାସିକ ପ୍ରଶ୍ନ ମନଭିତରେ ଉଙ୍କିମାରେ । ନବୀନବାବୁଙ୍କୁ ବାରମ୍ବାର ନିଜର ପ୍ରମାଣିତ ରଣକୌଶଳ ବଳରେ ବିଜୟୀ କରାଇପାରୁଥିବା ପ୍ୟାରୀବାବୁ, ବିଜୁବାବୁଙ୍କର ସଚିବ ଭାବେ ତାଙ୍କର ଅତି ନିକଟରେ ଥିଲାବେଳେ କାହିଁକି ବିଜୁବାବୁ ୧୯୯୫ରେ ପୁନର୍ବାର କ୍ଷମତାକୁ ଫେରି ପାରିଲେ ନାହିଁ? ବିଜୁବାବୁ ପ୍ୟାରୀବାବୁଙ୍କୁ ଏକ ପ୍ରଶାସନିକ ଅଧିକାରୀର ସୀମିତ ଭୂମିକାରେ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ କି? ନା ପ୍ୟାରୀବାବୁଙ୍କର ରଣକୌଶଳ ଯାହା ନବୀନବାବୁ ଗ୍ରହଣ କରୁଛନ୍ତି – ତାହା ବିଜୁବାବୁ ଗ୍ରହଣ କରିବା ସହଜ ନଥିଲା । ଏହିଭଳି ଧାରଣା, ସନେ୍ଦହ ଓ ପ୍ରଶ୍ନ ସ୍ପଷ୍ଟ ହୋଇପାରିବ ଯଦି ପ୍ୟାରୀବାବୁ ତାଙ୍କର ଏକ ଆତ୍ମଜୀବନୀ ଲେଖନ୍ତି ।
ତେବେ ବିଜେଡ଼ିର ଏହିଭଳି ସଫଳତାକୁ କଂଗ୍ରେସ ଓ ବିଜେପି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହିଭଳି ସଫଳତା ପଛରେ ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଅପେକ୍ଷା ସ୍ୱଚ୍ଛଳ ବିଜେଡ଼ିର ଅର୍ଥବଳ ଓ ଇଭିଏମ୍(EVM)ର ଦୁରୁପଯୋଗ ହିଁ ରହିଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ ଇଭିଏମ୍ ବ୍ୟବହାରର ଏକ ନିରପେକ୍ଷ ଅନୁସନ୍ଧାନ ହେବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଜେପିର କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ିର ସଫଳତା ପାଇଁ ଇଭିଏମ୍କୁ ଦାୟୀ କରାଯାଇଛି । ଯଦିଓ ବିଜେପିର ପରାଜିତ ସାଂସଦ ଐର ଖାରବେଳ ସ୍ୱାଇଁ ଏହିଭଳି ଅଭିଯୋଗ ସହ ଏକମତ ହୋଇପାରିନାହାନ୍ତି ।
ଶୁଦ୍ରକ ମତରେ ବିଜୁଜନତାଦଳ ସପକ୍ଷରେ ଯେଉଁ ମତଦାନ ହୋଇଛି ତାହାର ଶ୍ରେୟ କେବଳ ଇଭିଏମ୍କୁ ଦେବା ବା କଳାଟଙ୍କାକୁ ଦେବା ଅର୍ଥ ବାସ୍ତବିକତାକୁ ଅଣଦେଖା କରିଦେବା । ଏହିଭଳି ମାନସିକତା ଦ୍ୱାରା ଆବିଷ୍ଟ ହେଲେ ଏକ ବସ୍ତୁନିଷ୍ଠ, ନିରପେକ୍ଷ ରାଜନୈତିକ ବିଶ୍ଳେଷଣ ସମ୍ଭବ ହେବ ନାହିଁ । କହିବା ବାହୁଲ୍ୟ ଯେ ପରାଜିତ ଦଳଗୁଡ଼ିକ ପାଇଁ ଏହିଭଳି ବିଶ୍ଳେଷଣ ଅଧିକ ପ୍ରୟୋଜନ । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳର ଏକ ତଥ୍ୟଭିତ୍ତକ ଅନୁଶୀଳନ କରାଯାଉ । ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି । ପ୍ରଥମ ପର୍ଯ୍ୟାୟ ୧୬ ଏପ୍ରିଲ ୨୦୦୯ ଓ ଦ୍ୱିତୀୟପର୍ଯ୍ୟାୟ ଏପ୍ରିଲ୨୩, ୨୦୦୯ । ୧୬ତାରିଖ ଦିନ ୧୦ଟି ଲୋକସଭା ଓ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ତାରିଖ ଦିନ ୧୧ଟି ଲୋକସଭା ଓ ୭୭ଟି ବିଧାନସଭା ଆସନପାଇଁ ମତଦାନ ହୋଇଛି । ୧୬ ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୩୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୩ଟି ଆସନରେ, ବିଜେପି ୬ଟି ଆସନରେ ବିଜେଡ଼ି ସମର୍ଥିତ ସିପିଆଇ ପ୍ରାର୍ଥୀ ଗୋଟିଏ ଆସନରେ ଓ ସ୍ୱାଧୀନସଭ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ୨୩ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୬୪ଟି ଆସନ,କଂଗ୍ରେସ ୪ଟି ଆସନରେ, ବିଜେଡ଼ି ସମର୍ଥିତ ଏନ୍.ସି.ପି. ଦଳର ପ୍ରାର୍ଥୀ ୪ଟି ଆସନରେ ଓ ସ୍ୱାଧୀନପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ୧୬ତାରିଖ ମତଦାନର ଫଳାଫଳ ଅନୁସାରେ କଂଗ୍ରେସ ପ୍ରାର୍ଥୀମାନେ ୩୩ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୩ତାରିଖ ମତଦାନର ଫଳାଫଳ ଅନୁସାରେ ଏମାନେ ୪୮ଟି ଆସନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅର୍ଥାତ୍ ସାରା ରାଜ୍ୟରେ ୮୧ଟି ସ୍ଥାନରେ କଂଗ୍ରେସ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ମାତ୍ର ୭୭ଟି ସ୍ଥାନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମତଦାନରୁ ସ୍ପଷ୍ଟହେଉଛି ବିଜେଡ଼ି ପରେ କଂଗ୍ରେସ ଯେ ଦ୍ୱିତୀୟ ଗ୍ରହଣୀୟ ରାଜନୈତିକ ଦଳ ।
୨୩ତାରିଖ ଭୋଟଗ୍ରହଣ ମୁଖ୍ୟତଃ କେନ୍ଦ୍ରାଞ୍ଚଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ହୋଇଥିବା ବେଳେ, ୧୬ତାରିଖ ଭୋଟଗ୍ରହଣ ଯେଉଁ ଅଞ୍ଚଳମାନଙ୍କରେ ହେଲା ତାକୁ ଯଦି ଆମେ ୩ଭାଗରେ ବିଭକ୍ତକରୁ ଯଥା ପଶ୍ଚିମଓଡ଼ିଶା (ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି), ଦକ୍ଷିଣ ଓଡ଼ିଶା (ବ୍ରହ୍ମପୁର, ଆସ୍କା) ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା (କୋରାପୁଟ,ନବରଙ୍ଗପୁର,କନ୍ଧମାଳ),ତା’ହେଲେ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିଜୟକୁ ନିମ୍ନୋକ୍ତ ଅନୁସାରେ ଦର୍ଶାଇବା ପ୍ରାସଙ୍ଗିକ ହେବ । ( ସାରଣୀ ଦ୍ରଷ୍ଟବ୍ୟ)
ଏହି ସାରଣୀରୁ ସ୍ପଷ୍ଟ ଯେ ୨୩ତାରିଖରେ ମତଦାନ ବିଜେଡ଼ି ଓ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଏକତରଫା ହୋଇଯାଉଥିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେପି ଯାହାକିଛି ବିଜୟର ସ୍ୱାଦ ଚାଖିଛନ୍ତି ତାହା ୧୬ତାରିଖରେ ମତଦାନର ଫଳ । ବିଧାନସଭାର ୬ଜଣ ବିଜେପି-ବିଧାୟକ ଓ ୨୭ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୨୩ଜଣ ୧୬ତାରିଖରେ ହୋଇଥିବା ମତଦାନରୁ ହିଁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଯାହା ବେଶ୍ ତାପôର୍ଯ୍ୟପୂର୍ଣ୍ଣ ତାହା ହେଉଛି ଏହି ୨୩ଜଣ କଂଗ୍ରେସ ବିଧାୟକଙ୍କ ଭିତରୁ ୧୭ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଓ ୬ଜଣ ବିଜେପି ବିଧାୟକଙ୍କ ଭିତରୁ ୪ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର । ଅର୍ଥାତ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଅପେକ୍ଷା ବିରୋଧୀଦଳ ଗୁଡ଼ିକ ହିଁ ଅଧିକ ସଫଳହୋଇଛନ୍ତି-ଯାହା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଦୃଶ୍ୟଠାରୁ ସମ୍ପୂର୍ଣ୍ଣ ବିପରୀତ । କ’ଣ ଏହାର କାରଣ ହୋଇପାରେ? ବୋଧହୁଏ ବିଜେଡ଼ି ସରକାରଙ୍କର ଅହେତୁକ କମ୍ପାନୀ ପ୍ରୀତି ଓ ଦଳନୀତିକୁ ନେଇ ପଶ୍ଚିମଓଡ଼ିଶାର ପ୍ରଭାବିତ ଅଧିବାସୀମାନଙ୍କ ଭିତରେ ସୃଷ୍ଟ ଜନଅସନ୍ତୋଷ ଯାହା ବିଭିନ୍ନ ନଛୋଡ଼ବନ୍ଧା ଜନଆନେ୍ଦାଳନ ଜରିଆରେ ପ୍ରତିଫଳିତ ହୋଇଥିଲା-ତାହା ହିଁ ମତଦାନ ବେଳେ ପ୍ରକଟିତ ହୋଇଛି ଓ ଏହା ବିରୋଧୀଦଳ ସପକ୍ଷରେ ଯାଇଛି । ଏହା ତ ଭିନ୍ନକଥା ଯେ ଏହି ଜନଅସନ୍ତୋଷକୁ ସଙ୍ଗଠିତ କରିବା ଓ ଜନଆନେ୍ଦାଳନକୁ ନେତୃତ୍ୱ ଦେଇଥିବା ପ୍ରାର୍ଥୀମାନେ(ଯେପରି ବରଗଡ଼ରୁ ଲିଙ୍ଗରାଜ)ବିଜୟୀ ନହୋଇ ମୁଖ୍ୟସ୍ରୋତର ବିରୋଧୀ ଦଳର ପ୍ରାର୍ଥୀମାନେ ହିଁ ବିଜୟୀ ହୋଇଛନ୍ତି । ବିଜେଡ଼ି ସପକ୍ଷରେ ବିପୁଳ ମତଦାନର କାରଣ ଭାବେ ଉଲ୍ଲେଖ କରାଯାଉଥିବା ୨ଟଙ୍କାରେ ଚାଉଳ ଓ ଗାଁକୁ ପକ୍କା ରାସ୍ତା, ପଶ୍ଚିମ ଓଡ଼ିଶାର ମତଦାତା (ଯେଉଁମାନେ ଉପକୂଳବର୍ତ୍ତୀ ଅଧିବାସୀଙ୍କଠାରୁ ଅଧିକ ଗରିବ)ଙ୍କୁ ଅନୁରୂପ ପ୍ରଭାବିତ କରିପାରି ନାହିଁ-ଏହା ସ୍ପଷ୍ଟ । ଯଦି ବିଜେଡ଼ି ସରକାରଙ୍କର ଶିଳ୍ପନୀତି, ଦଳନୀତି, କୃଷିନୀତିର ପ୍ରତିକୂଳ ପ୍ରଭାବ ଫଳରେ ଉପୁଜୁଥିବା ଜନଅସନ୍ତୋଷକୁ ସାରା ଓଡ଼ିଶାରେ ସଠିକ୍ ମାର୍ଗରେ ସଙ୍ଗଠିତ କରାଯାଇ ପାରିଥାନ୍ତା-ତା’ହେଲେ ଓଡ଼ିଶାରେ ଝୁଲା ବିଧାନସଭା ଯେ ହୋଇଥାନ୍ତା, ଏହା ପଶ୍ଚିମ ଓଡ଼ିଶାର ଫଳାଫଳ ସୂଚିତ କରୁଛି । କଳିଙ୍ଗନଗରର ଆନେ୍ଦାଳନ, ପୋସ୍କୋବିରୋଧୀ ଆନେ୍ଦାଳନକୁ ଆୟୁଧ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ବିଜେଡ଼ି ସରକାରଙ୍କର ନୀତି ବିରୁଦ୍ଧରେ ଏକ ବ୍ୟାପକ ଆନେ୍ଦାଳନ ଗଢ଼ାଯାଇ ପାରିଥାନ୍ତା ବୋଲି ଯେଉଁମାନେ କହୁଛନ୍ତି-ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି । କିନ୍ତୁ ଏହିସବୁ ଆନେ୍ଦାଳନର ପ୍ରଭାବ ଯେ ସ୍ଥାନୀୟ ଅଞ୍ଚଳକୁ ସୀମିତ ରହିଲା-ତାହା ବାସ୍ତବିକତା । ଯେପରି କଳିଙ୍ଗନଗର ଆନେ୍ଦାଳନର ପ୍ରଭାବ ସୁକିନ୍ଦା ନିର୍ବାଚନର ଫଳାଫଳରେ ପ୍ରତିଫଳିତ ହୋଇଛି । ମାତ୍ର ୨୪୦୩ ଭୋଟରେ ବିଜେଡ଼ିର ଟାଣୁଆ ନେତା ପ୍ରଫୁଲ୍ଲ ଘଡ଼େଇ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ବିଜୟୀ ହୋଇଛନ୍ତି । ଅଥଚ ତାଙ୍କ ପୁଅ ପ୍ରଥମଥର ପାଇଁ ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀ ପ୍ରତିବେଶୀ କୋରେଇ ନିର୍ବାଚନମଣ୍ଡଳୀରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୫୧୧୨ ଭୋଟରେ ବିଜୟୀ ହୋଇଛନ୍ତି । କେବଳ କୋରେଇ କାହିଁକି -ସାରା ଯାଜପୁର ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡ଼ି ବା ବିଜେଡ଼ି ସମର୍ଥିତ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ (ଯେଉଁମାନେ ସମସ୍ତେ ହେଉଛନ୍ତି କଂଗ୍ରେସ ଦଳର) ଯଥେଷ୍ଟ ଅଧିକ ଭୋଟରେ ପରାଜିତ କରିଛନ୍ତି । କହିବାବାହୁଲ୍ୟ ଯେ କଳିଙ୍ଗ ନଗର ଘଟଣାର ପ୍ରଭାବ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ହିଁ ସୀମିତ ରହିଛି-ରାଜ୍ୟକୁ ପ୍ରଭାବିତ କରିବା ତ ଦୂରର କଥା-ଦିଲ୍ଲୀକୁ ମଧ୍ୟ ପ୍ରଭାବିତ କରିପାରି ନାହିଁ । ଅଥଚ ପଶ୍ଚିମବଙ୍ଗରେ ଅନୁରୂପ ଘଟଣା(ନନ୍ଦିଗ୍ରାମ ଓ ସିଙ୍ଗୁର) ପଶ୍ଚିମବଙ୍ଗ ଲୋକସଭା ଆସନ ପାଇଁ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିଦେଇଛି; ଏହି ଘଟଣାକୁ ଆଧାର କରି ନଛୋଡ଼ ବନ୍ଧା ଆନେ୍ଦାଳନ କରିଥିବା ତୃଣମୂଳ କଂଗ୍ରେସ ୧୯ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହି ଦୃଷ୍ଟିରୁ ବିଚାରକଲେ କୁହାଯାଇପାରେ ଯେ ଓଡ଼ିଶାରେ ବିରୋଧୀଦଳ ଯେଉଁପ୍ରକାର ଭୂମିକା ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ଜନଅସନ୍ତୋଷକୁ ସଙ୍ଗଠିତ ଓ ବ୍ୟାପକ କରିବା ଦିଗରେ ନିର୍ବାହ କରିବାର ଥିଲା-ତାହା ସେ କରିନାହିଁ । ଏପରିକି ଯେଉଁଠାରେ ଏହି ଜନ-ଅସନ୍ତୋଷ ଜନଆନେ୍ଦାଳନର ରୂପନେଇଛି-ସେଠାରେ ତା’ର ସମ୍ପୃକ୍ତି ନିଷ୍ଠାପର ହେଉନାହିଁ ବୋଲି ଜଣେ ବାରିପାରିଛି ।
ତେଣୁ ଇଭିଏମ୍ ଜାଲିଆତି, କଳାଟଙ୍କାର ପ୍ରବାହର ଭୂମିକା ଉପରେ ବିଚାରକରିବା ପୂର୍ବରୁ ବିରୋଧୀଦଳ (ଏଠାରେ କଂଗ୍ରେସକୁ ହିଁ ବୁଝାଯାଉଛି) ନବୀନ ସରକାରଙ୍କର ଦୀର୍ଘ ୯ବର୍ଷ କାର୍ଯ୍ୟକାଳ ସମୟରେ ତା’ର ବିରୋଧୀ ଭୂମିକା କେତେ ସାଧୁତାର ସହ ନିଷ୍ଠାପର ଭାବେ ନିର୍ବାହ କରିଛି-ତାହା ନିଜକୁ ପ୍ରଶ୍ନକରିବା ଉଚିତ । ସରକାରଙ୍କର ବିଭିନ୍ନ ଜନବିରୋଧୀ ନୀତିକୁ କେତେ ଆନ୍ତରିକତାର ସହ ବିରୋଧ କରିଛି? ଜୀବନଜୀବିକା ପାଇଁ ଲଢ଼ୁଥିବା ସାଧାରଣ ଜନତା ସହ କେତେଦୂର ସମ୍ପୃକ୍ତ ହୋଇଛି? ଯଦି ସାଧାରଣ ଜନତାର ଧାରଣା ହୁଏ ଯେ ଶାସକ ଦଳ ଓ ବିରୋଧୀ ଦଳ ଭିତରେ କୌଣସି ପାର୍ଥକ୍ୟ ନାହିଁ- ତା’ହେଲେ ଶାସକଦଳ ସପକ୍ଷରେ ମତଦାନରେ ଅସ୍ୱାଭାବିକତା କିଛିନାହିଁ । ଏହାକୁ ଅବଶ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ ରାଜ୍ୟସ୍ତରରେ ବିରୋଧୀ ଦଳର ବିରୋଧକୁ ସେମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ଅନେକ ସମୟରେ ଦନ୍ଥଡ଼ା କରିଦେଇଛି । ବରଂ ନବୀନ ବାବୁଙ୍କର ଏହି ଦଳମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ପାଖରେ ପତିଆରା ବେଶୀ ବୋଲି ସାଧାରଣ ଲୋକର ହୃଦ୍ବୋଧ ହୋଇଛି ଯଦିଓ ନବୀନବାବୁ ଅଣବିଜେପି-ଅଣକଂଗ୍ରେସ ମେଣ୍ଟ ପ୍ରତି ତାଙ୍କର ଆଗ୍ରହ ଦର୍ଶାଉଛନ୍ତି । ପୁଣି ବିରୋଧକୁ ଦନ୍ଥଡ଼ା କରିବା ବା ବିରୋଧୀ ପକ୍ଷ ତଥା ଶାସକଦଳଙ୍କୁ ନିକଟତର କରାଇବାରେ ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଖଣିଉପରେ ଲୋଲୁପଦୃଷ୍ଟି ପକାଇଥିବା ଶିଳ୍ପପତି, ବ୍ୟବସାୟୀ, ବାବାମାନଙ୍କର ଭୂମିକା ମଧ୍ୟ କିଛି କମ୍ ନୁହେଁ । ଏହିସବୁ ଦୃଷ୍ଟିରୁ ସାଧାରଣ ଜଣେ ଯଦି ଯାହାଥିଲା ତାହାହିଁ ଥାଉ ନ୍ୟାୟରେ ବିଜେଡ଼ିସପକ୍ଷରେ ଯଦି ମତଦାନ କରିଥାଏ – ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।
ବିଜେପିର ବିରୋଧୀଦଳ ଭୂମିକା-ମେଣ୍ଟ ଭାଙ୍ଗି ଯିବା ପରେ ଓ ନିର୍ବାଚନର ଅବ୍ୟବହିତ ପୂର୍ବରୁ । ତେଣୁ ବିଜେପିକୁ ବିଜେଡ଼ିର ଏକ ବିରୋଧୀଦଳ ଭାବେ ଗ୍ରହଣ କରାଯିବା ସମୀଚିନ ହେବନାହିଁ । ଯଦି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପରେ ଏହି ଦଳ ବିଜେଡ଼ିସହ ମେଣ୍ଟ ଭାଙ୍ଗି ସରକାରରୁ ଓହରି ଆସିଥାନ୍ତା ତା’ହେଲେ ବିରୋଧୀ ଭୂମିକା ନିର୍ବାହ ପାଇଁ କିଛିସମୟ ପାଇଥାନ୍ତା । ତାହାତ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ହେବାପାଇଁ ଅପେକ୍ଷାମାଣ ଲାଲକୃଷ୍ଣ ଆଡ଼ୱାନୀ ଚାହିଁଲେ ନାହିଁ ନବୀନବାବୁଙ୍କୁ ଅସନ୍ତୁଷ୍ଟ କରିବା ପାଇଁ । ଏପରିକି ମେଣ୍ଟ ଭାଙ୍ଗିବାପରେ ମଧ୍ୟ ତାଙ୍କ ସ୍ୱରରେ ବିଜେଡ଼ି ବିରୋଧରେ ସେଭଳି ତୀବ୍ରତା ନଥିଲା । ତେଣୁ ବିଜେପିକୁ ଓଡ଼ିଶାର ଜନତା ଯେ ନିଷ୍ଠୁରଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ସେମାନଙ୍କ ପୃଷ୍ଠପୋଷକତା ପାଉଥିବା ଶହ ଶହ ସଂଖ୍ୟାରେ ସରସ୍ୱତୀ ଶିଶୁମନ୍ଦିର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିରାଟ ବାହିନୀ ବା ଏକାଧିକ ହିନ୍ଦୁ ସଙ୍ଗଠନର ଉପସ୍ଥିତି ବିଜେପିକୁ ଉଦ୍ଧାର କରିପାରିଲା ନାହିଁ । ବରଂ ଏଭଳି ପରାଜୟରୁ ବିଜେଡ଼ି କହିବାକୁ ସୁଯୋଗ ପାଇଲା ଯେ ବିଜେପିର ଏଯାବତ୍ ଯାହାକିଛି ବିଜୟ ହେଉଥିଲା ତାହା ବିଜେଡ଼ି ଯୋଗୁଁ । ପୁଣି ବିଜେଡ଼ି-ବିଜେପି ମେଣ୍ଟ ଭାଙ୍ଗିଲେ ଭୋଟ ବିଭାଜନ ହେବ ଯାହାର ସୁଯୋଗ କଂଗ୍ରେସ ନେବ ବୋଲି ଯେଉଁ ଅନୁମାନ କରାଯାଉଥିଲା-ତାହା ମଧ୍ୟ ହେଲାନାହିଁ । ସବୁଠାରୁ ବିଡ଼ମ୍ବନା ହେଉଛି ଯେଉଁ ଦୁଇଟଙ୍କିଆ ଚାଉଳ, ଗାଁକୁ ରାସ୍ତା ଓ ସହରର ଆଧୁନୀକୀକରଣକୁ ବିଜେଡ଼ିର ବିପୁଳ ବିଜୟର କାରଣ ବୋଲି ଉଲ୍ଲେଖ କରାଯାଉଛି, ସେ ସବୁଗୁଡ଼ିକ ଯଥାକ୍ରମେ ବିଜେପି ମନ୍ତ୍ରୀ ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ ଓ କନକବର୍ଦ୍ଧନ ସିଂହଦେଓଙ୍କ ଦାୟିତ୍ୱରେ ଥିବା ବିଭାଗମାନଙ୍କ ଦ୍ୱାରା ହିଁ କାର୍ଯ୍ୟକାରୀ ହେଉଥିଲା । କିନ୍ତୁ ଏହାର ସୁଫଳ ନବୀନବାବୁ ଓ ତାଙ୍କର ଦଳ ପାଇଲେ । ଅବନତିମୁଖୀ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କୌଣସି ପ୍ରତିକୂଳ ପ୍ରଭାବ ନବୀନବାବୁ ବା ତାଙ୍କ ଦଳର ନିର୍ବାଚନ ଫଳାଫଳ ଉପରେ ପଡ଼ିଲାପରି ମନେ ହେଉନାହିଁ-ଯଦିଓ ଏହାର ପରିଚାଳନା ଦାୟିତ୍ୱ ଘରୋଇ ବିଭାଗର ଯାହାର ନବୀନବାବୁ ସ୍ୱୟଂ ହେଉଛନ୍ତି ଘରୋଇମନ୍ତ୍ରୀ । ନବୀନବାବୁଙ୍କୁ ତେଣୁ ଭାଗ୍ୟବାନ ବୋଲି କୁହାଯାଇ ପାରେ । ନବୀନବାବୁଙ୍କର ସ୍ୱଚ୍ଛ ଭାବମୂର୍ତ୍ତିରେ କୌଣସି କାଳିମା ଲାଗିଲାବୋଲି ଜନସାଧାରଣ ମନେକଲେ ନାହିଁ ଯେତେବେଳେ ଅପବାଦରେ ଜଡ଼ିତ ଓ ସ୍ୱୟଂ ତାଙ୍କଦ୍ୱାରା ବିତାଡ଼ିତ ବିଧାୟକ, ମନ୍ତ୍ରୀଙ୍କୁ ସେ ପୁନର୍ବାର ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀପାଇଁ ଟିକଟ ଦେଲେ ଓ ସେମାନଙ୍କୁ ବିଜୟୀ କରାଇଲେ । ଏହିସବୁ ପ୍ରଶ୍ନ ବିରୋଧୀଦଳଗୁଡ଼ିକ ଜନସାଧାରଣଙ୍କ ଭିତରେ ଉଠାଇ ପାରିଥାନ୍ତେ । କିନ୍ତୁ କାଚଘରେ ରହି ଟେକା ମାରିବ କିଏ? ତେବେ ସାଧାରଣ ଜନତା ଏହାଦ୍ୱାରା ଯେ ପ୍ରଭାବିତ ହୋଇନାହାନ୍ତି ତାହା ବିଜେପି ସପକ୍ଷରେ ବିପୁଳ ମତଦାନରୁ ସ୍ପଷ୍ଟ ।
ନବୀନବାବୁଙ୍କ ଶାସନକାଳରେ ବିରୋଧୀଦଳର ପ୍ରକୃତ ବିରୋଧୀ ଭୂମିକା କ୍ରମଶଃ ଦୁର୍ବଳ ହୋଇ ପଡ଼ୁଥିବାର ଦେଖୁଥିବା ଓ ଭୋଟ ରାଜନୀତିରେ ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣଜନତା ପ୍ରତି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଉପେକ୍ଷା ସହ ଅଭ୍ୟସ୍ତ ହୋଇପଡ଼ିଥିବା ଜଣେ କ୍ଷମତାସୀନ ଦଳ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେବା ସ୍ୱାଭାବିକ ।
ବିଜୁ ଜନତାଦଳର ବିଜୟ-ଏକ ନିଷ୍ଠାପର, ବିରୋଧୀଦଳର ଅଭାବ ଯୋଗୁଁ ହିଁ ହୋଇଛି । ପରାଜିତ କଂଗ୍ରେସ ୮୧ଟି ଆସନରେ ଦ୍ୱିତୀୟସ୍ଥାନରେ ରହିବା ଦର୍ଶାଉଛି ଯେ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ବିଜେଡ଼ିର ବିକଳ୍ପ ଭାବେ ବିବେଚନା କରୁଛନ୍ତି । କିନ୍ତୁ ବିଜେଡ଼ିକୁ କ୍ଷମତାରୁ ବେଦଖଲ କରିବା କେନ୍ଦ୍ରୀୟ ନେତୃତ୍ୱ ହସ୍ତକ୍ଷେପ ଦ୍ୱାରା ବାରମ୍ବାର ଆହତ ରାଜ୍ୟ କଂଗ୍ରେସ ପକ୍ଷରେ କେତେଦୂର ସମ୍ଭବ, ତାହା ହିଁ ଦେଖିବାକୁ ରହିଲା ।
ବିଜୁ ଜନତାଦଳର ବିପୁଳ ବିଜୟ ସପକ୍ଷରେ ବିଭିନ୍ନ କାରଣ, ତଥ୍ୟକୁ ଭିତ୍ତକରି ଦର୍ଶାଇଲେ ମଧ୍ୟ ଅନେକେ ଏହାକୁ ଏକ ବ୍ୟାପକ ଜାଲିଆତିର ପରିଣତି ବୋଲି କହୁଛନ୍ତି । ଯେଉଁମାନେ କହୁଛନ୍ତି ଯେ ମେ ୧୬ତାରିଖ ଦିନ ମତଦାତାଙ୍କର ମନୋଭାବ ଦେଖି ୨୩ତାରିଖ ବେଳକୁ ଏହି ମନୋଭାବ କିପରି ଇଭିଏମ୍ରେ ପ୍ରତିଫଳିତ ନହେବ,ସେଥିପାଇଁ ବିଜେଡ଼ି ଦଳ ସତର୍କ ହୋଇଯାଇଥିଲା-ସେମାନଙ୍କର ଏହି ଧାରଣାକୁ ପରିସଂଖ୍ୟାନ ସମର୍ଥନ କରୁନାହିଁ । କାରଣ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟ ସଂଖ୍ୟାର ଅନ୍ତର ୧୯୨୭୦ହୋଇଥିବା ବେଳେ ୨୩ତାରିଖ ନିର୍ବାଚନରେ ଏହି ଅନ୍ତର ହେଉଛି ୨୦୭୧୮ । ଅପରପକ୍ଷରେ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟସଂଖ୍ୟାର ଅନ୍ତର ୭୭୪୬ହୋଇଥିବା ବେଳେ,୨୩ତାରିଖ ନିର୍ବାଚନରେ ୪ଜଣ ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କ ଭିତରୁ କେବଳ ପ୍ରସାଦ ହରିଚନ୍ଦନ ହିଁ ତାଙ୍କର ବିଜେଡ଼ି ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୩୮୭ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟ ତିନିଜଣ ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଉପରୋକ୍ତ ପରିସଂଖ୍ୟାନ ଅନୁସାରେ ୧୬ ତାରିଖ ନିର୍ବାଚନ ଓ ୨୩ତାରିଖ ନିର୍ବାଚନରେ ବିଜୟୀ ବିଜେଡ଼ି (କଂଗ୍ରେସ) ଓ ବିଜିତକଂଗ୍ରେସ (ବିଜେଡ଼ି) ପ୍ରାର୍ଥୀଙ୍କ ଭିତରେ ହାରାହାରି ଅନ୍ତର ପ୍ରାୟ ପାଖାପାଖି । ବିଜେଡ଼ି ପ୍ରାର୍ଥୀ ଯେଉଁ ହାରାହାରି ଅନ୍ତରରେ ବିଜୟୀ ହୋଇଛନ୍ତି ତାହାର ଶତକଡ଼ା ୪୦ଭାଗ ପାଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ଏହି ପରିସଂଖ୍ୟାନକୁ ଭିତ୍ତକରି କହିବା ଯେ ବିଜେଡ଼ି ସପକ୍ଷରେ ଏକ ହାୱା ରହିଥିଲା-ଏହା ଆଦୌ ଭୁଲ୍ ହେବନାହିଁ ।
କିନ୍ତୁ ଯେଉଁମାନେ କହୁଛନ୍ତି ପ୍ରାୟଃ ୨୦୦ ଇଭିଏମ୍ ବ୍ୟବହାର ହେଉଥିବା ନିର୍ବାଚନ ମଣ୍ଡଳରେ ଇଭିଏମ୍ ପିଛା ହାରାହାରି ୫୦ରୁ ୬୦ଅଧିକ ଭୋଟ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଯନ୍ତ୍ରବଦ୍ଧ କରାଗଲେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୧୦ରୁ ୧୨ହଜାର ଭୋଟ ସେହିଦଳ ସପକ୍ଷରେ ତିଆରି କରିଦିଆ ଯାଇପାରେ ଓ ଫଳାଫଳକୁ ଓଲଟପାଲଟ କରିଦିଆ ଯାଇପାରେ-ସେମାନେ ଏହା ସପକ୍ଷରେ ପ୍ରମାଣ ଦର୍ଶାଇବା ଦରକାର । ପ୍ରମାଣ ଉପଲବ୍ଧ ହେବା ପର୍ଯ୍ୟନ୍ତ ଆମ୍ଭେ ଏହାକୁ ଅନୁମାନ କହିବା ।
ତେବେ ଶୁଦ୍ରକର ପରାମର୍ଶ ହେଉଛି ଯେ ବିରୋଧୀ ଦଳଗୁଡ଼ିକ ପ୍ରକୃତପକ୍ଷେ ବିରୋଧୀ ଦଳର ଭୂମିକା ନିର୍ବାହ କରନ୍ତୁ । ଶାସକଦଳର ବି’ ଟିମ୍ ପରି ବ୍ୟବହାର କଲେ-ଜନସାଧାରଣ ଏ’ ଟିମ୍କୁ ହିଁ ଭୋଟ ଦେବେ-ଏହି ସମ୍ବାଦ ଓଡ଼ିଶାର ଜନସାଧାରଣ ରାଜନୈତିକ ଦଳମାନଙ୍କୁ ଏହି ନିର୍ବାଚନରେ ଦେଇଛନ୍ତି ବୋଲି ଇଭିଏମ୍ ଜାଲିଆତି କଳାଟଙ୍କାର ବ୍ୟବହାର, ଇତ୍ୟାଦି ଅଭିଯୋଗର ଊଦ୍ଧ୍ୱର୍କୁ ଯାଇ କହିପାରିବା ।ନିର୍ବାଚନ ଫଳାଫଳ-ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ
ମେ ମାସ ୧୬ତାରିଖ ୨୦୦୯ରେ ଘୋଷିତ ହେଲା ପଞ୍ଚଦଶ ଲୋକସଭା ଓ ଏହା ସହିତ ଓଡ଼ିଶା ସମେତ କେତେକ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ । ଫଳାଫଳ ଘୋଷଣା ପୂର୍ବରୁ ଯେଉଁ ପୂର୍ବାନୁମାନ ବା ଭବିଷ୍ୟତବାଣୀ ସବୁ ହେଉଥିଲା-ତାହା ଯେ ଭୁଲ୍ ହୋଇଗଲା ଏହା କହିବା ନିଷ୍ପ୍ରୟୋଜନ । କେନ୍ଦ୍ରରେ ଝୁଲା ଲୋକସଭା ହେବ, ଆମ ରାଜ୍ୟରେ ଝୁଲା ବିଧାନସଭା ହେବ-ଏହିଭଳି ଭବିଷ୍ୟତବାଣୀ ଯେଉଁମାନେ କରୁଥିଲେ ଓ ବିରୋଧୀ ଦଳମାନଙ୍କ ଭିତରେ କ୍ଷମତା ଦଖଲର ସ୍ୱପ୍ନ ସୃଷ୍ଟି କରୁଥିଲେ-ସେମାନେ ନିଶ୍ଚିତ ନିରାଶ ହୋଇଛନ୍ତି ଓ ନିରାଶ କରିଛନ୍ତି । କଂଗ୍ରେସ ନେତୃତ୍ୱରେ ଉପା ସରକାର ଗଢ଼ିବା ପାଇଁ କାହାରି ସାହାଯ୍ୟ ଲୋଡ଼ିଲା ନାହିଁ । ଓଡ଼ିଶାରେ ତ’ ବିଜୁ ଜନତାଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି-ସମସ୍ତଙ୍କୁ ଚକିତ କରିଦେଲା । ଏପରିକି ଭୋଟଗ୍ରହଣ ପରେ ପରେ ବିଜୟର ସମସ୍ତ ଆଶା ଛାଡ଼ିଦେଇଥିବା ଅନେକ ବିଜେଡ଼ି ପ୍ରାର୍ଥୀ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜକୁ ବିଜୟୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସତେଯେପରି କୌଣସି ଅଦୃଶ୍ୟଶକ୍ତିର କରାମତିରେ ତାଙ୍କର ହୋଇଥିଲା ବିଜୟ-ତାଙ୍କର ଚେହେରାରୁ ବାରି ହୋଇଯାଇଥିଲା । ଯଦିଓ ଏହିଭଳି ସଂଖ୍ୟା-ଗରିଷ୍ଠତା ବିଜୁ ଜନତାଦଳ ହାସଲ କରିବ ବୋଲି ଦଳର ରଣନୀତି ସ୍ଥିର କରୁଥିବା ପୂର୍ବତନ ବରିଷ୍ଠ ସରକାରୀ ଅମଲା ଓ ସମ୍ପ୍ରତି ରାଜ୍ୟସଭାର ସଭ୍ୟ ପ୍ୟାରୀମୋହନ ମହାପାତ୍ର ଅବିଚଳିତ କହିଆସୁଥିଲେ । କହିବାବାହୁଲ୍ୟ ଯେ ବିଭିନ୍ନ ଭବିଷ୍ୟବାଣୀ ଭୁଲ ହୋଇଯାଇଥିବା ବେଳେ ବୋଧହୁଏ ପ୍ୟାରୀବାବୁ ସାରା ଭାରତରେ ଏକମାତ୍ର ବ୍ୟକ୍ତି ହେବେ ଯାହାଙ୍କର ଭବିଷ୍ୟତବାଣୀ ଓଡ଼ିଶାର ନିର୍ବାଚନ ଫଳାଫଳ ପ୍ରସଙ୍ଗରେ ଏତେ ସଠିକ୍ ହୋଇପାରିଲା । ସ୍ୱାଭାବିକ ବିଜୟୀ ବିଜେଡ଼ି ପ୍ରାର୍ଥୀମାନେ ସମସ୍ତେ ପ୍ୟାରୀବାବୁଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତକରିଛନ୍ତି । କ’ଣ କାରଣ ହୋଇପାରେ ପ୍ୟାରୀବାବୁଙ୍କ ଦ୍ୱାରା ଏତେ ସଠିକ୍ ଆକଳନର? ବୋଧହୁଏ ପ୍ୟାରୀବାବୁଙ୍କର ଛାତ୍ରାବସ୍ଥାରେ ବାମପନ୍ଥୀ ରାଜନୀତି ସହ ସମ୍ପୃକ୍ତି, ଚାକିରି ଜୀବନରେ ଦକ୍ଷ ପ୍ରଶାସନିକ ଅଭିଜ୍ଞତା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକ ସହ ସହଜସମ୍ପର୍କ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସଚିବଭାବେ ରାଜନୈତିକ ବ୍ୟକ୍ତିମାନଙ୍କର ଆଚରଣ ସହ ନିକଟ ପରିଚୟ ଏହିଭଳି ଆକଳନର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ଗୋଟିଏ ଐତିହାସିକ ପ୍ରଶ୍ନ ମନଭିତରେ ଉଙ୍କିମାରେ । ନବୀନବାବୁଙ୍କୁ ବାରମ୍ବାର ନିଜର ପ୍ରମାଣିତ ରଣକୌଶଳ ବଳରେ ବିଜୟୀ କରାଇପାରୁଥିବା ପ୍ୟାରୀବାବୁ, ବିଜୁବାବୁଙ୍କର ସଚିବ ଭାବେ ତାଙ୍କର ଅତି ନିକଟରେ ଥିଲାବେଳେ କାହିଁକି ବିଜୁବାବୁ ୧୯୯୫ରେ ପୁନର୍ବାର କ୍ଷମତାକୁ ଫେରି ପାରିଲେ ନାହିଁ? ବିଜୁବାବୁ ପ୍ୟାରୀବାବୁଙ୍କୁ ଏକ ପ୍ରଶାସନିକ ଅଧିକାରୀର ସୀମିତ ଭୂମିକାରେ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ କି? ନା ପ୍ୟାରୀବାବୁଙ୍କର ରଣକୌଶଳ ଯାହା ନବୀନବାବୁ ଗ୍ରହଣ କରୁଛନ୍ତି – ତାହା ବିଜୁବାବୁ ଗ୍ରହଣ କରିବା ସହଜ ନଥିଲା । ଏହିଭଳି ଧାରଣା, ସନେ୍ଦହ ଓ ପ୍ରଶ୍ନ ସ୍ପଷ୍ଟ ହୋଇପାରିବ ଯଦି ପ୍ୟାରୀବାବୁ ତାଙ୍କର ଏକ ଆତ୍ମଜୀବନୀ ଲେଖନ୍ତି ।
ତେବେ ବିଜେଡ଼ିର ଏହିଭଳି ସଫଳତାକୁ କଂଗ୍ରେସ ଓ ବିଜେପି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହିଭଳି ସଫଳତା ପଛରେ ନବୀନଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଅପେକ୍ଷା ସ୍ୱଚ୍ଛଳ ବିଜେଡ଼ିର ଅର୍ଥବଳ ଓ ଇଭିଏମ୍(ଋଠଗ)ର ଦୁରୁପଯୋଗ ହିଁ ରହିଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି । ଜାନକୀବଲ୍ଲଭ ପଟ୍ଟନାୟକ ଇଭିଏମ୍ ବ୍ୟବହାରର ଏକ ନିରପେକ୍ଷ ଅନୁସନ୍ଧାନ ହେବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଜେପିର କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ିର ସଫଳତା ପାଇଁ ଇଭିଏମ୍କୁ ଦାୟୀ କରାଯାଇଛି । ଯଦିଓ ବିଜେପିର ପରାଜିତ ସାଂସଦ ଐର ଖାରବେଳ ସ୍ୱାଇଁ ଏହିଭଳି ଅଭିଯୋଗ ସହ ଏକମତ ହୋଇପାରିନାହାନ୍ତି ।
ଶୁଦ୍ରକ ମତରେ ବିଜୁଜନତାଦଳ ସପକ୍ଷରେ ଯେଉଁ ମତଦାନ ହୋଇଛି ତାହାର ଶ୍ରେୟ କେବଳ ଇଭିଏମ୍କୁ ଦେବା ବା କଳାଟଙ୍କାକୁ ଦେବା ଅର୍ଥ ବାସ୍ତବିକତାକୁ ଅଣଦେଖା କରିଦେବା । ଏହିଭଳି ମାନସିକତା ଦ୍ୱାରା ଆବିଷ୍ଟ ହେଲେ ଏକ ବସ୍ତୁନିଷ୍ଠ, ନିରପେକ୍ଷ ରାଜନୈତିକ ବିଶ୍ଳେଷଣ ସମ୍ଭବ ହେବ ନାହିଁ । କହିବା ବାହୁଲ୍ୟ ଯେ ପରାଜିତ ଦଳଗୁଡ଼ିକ ପାଇଁ ଏହିଭଳି ବିଶ୍ଳେଷଣ ଅଧିକ ପ୍ରୟୋଜନ । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳର ଏକ ତଥ୍ୟଭିତ୍ତକ ଅନୁଶୀଳନ କରାଯାଉ । ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି । ପ୍ରଥମ ପର୍ଯ୍ୟାୟ ୧୬ ଏପ୍ରିଲ ୨୦୦୯ ଓ ଦ୍ୱିତୀୟପର୍ଯ୍ୟାୟ ଏପ୍ରିଲ୨୩, ୨୦୦୯ । ୧୬ତାରିଖ ଦିନ ୧୦ଟି ଲୋକସଭା ଓ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ତାରିଖ ଦିନ ୧୧ଟି ଲୋକସଭା ଓ ୭୭ଟି ବିଧାନସଭା ଆସନପାଇଁ ମତଦାନ ହୋଇଛି । ୧୬ ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୩୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୩ଟି ଆସନରେ, ବିଜେପି ୬ଟି ଆସନରେ ବିଜେଡ଼ି ସମର୍ଥିତ ସିପିଆଇ ପ୍ରାର୍ଥୀ ଗୋଟିଏ ଆସନରେ ଓ ସ୍ୱାଧୀନସଭ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ୨୩ତାରିଖରେ ହୋଇଥିବା ମତଦାନର ଫଳାଫଳ ଅନୁସାରେ ବିଜେଡ଼ି ୬୪ଟି ଆସନ,କଂଗ୍ରେସ ୪ଟି ଆସନରେ, ବିଜେଡ଼ି ସମର୍ଥିତ ଏନ୍.ସି.ପି. ଦଳର ପ୍ରାର୍ଥୀ ୪ଟି ଆସନରେ ଓ ସ୍ୱାଧୀନପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଛନ୍ତି । ୧୬ତାରିଖ ମତଦାନର ଫଳାଫଳ ଅନୁସାରେ କଂଗ୍ରେସ ପ୍ରାର୍ଥୀମାନେ ୩୩ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୨୩ତାରିଖ ମତଦାନର ଫଳାଫଳ ଅନୁସାରେ ଏମାନେ ୪୮ଟି ଆସନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅର୍ଥାତ୍ ସାରା ରାଜ୍ୟରେ ୮୧ଟି ସ୍ଥାନରେ କଂଗ୍ରେସ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ମାତ୍ର ୭୭ଟି ସ୍ଥାନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ମତଦାନରୁ ସ୍ପଷ୍ଟହେଉଛି ବିଜେଡ଼ି ପରେ କଂଗ୍ରେସ ଯେ ଦ୍ୱିତୀୟ ଗ୍ରହଣୀୟ ରାଜନୈତିକ ଦଳ ।
୨୩ତାରିଖ ଭୋଟଗ୍ରହଣ ମୁଖ୍ୟତଃ କେନ୍ଦ୍ରାଞ୍ଚଳ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ହୋଇଥିବା ବେଳେ, ୧୬ତାରିଖ ଭୋଟଗ୍ରହଣ ଯେଉଁ ଅଞ୍ଚଳମାନଙ୍କରେ ହେଲା ତାକୁ ଯଦି ଆମେ ୩ଭାଗରେ ବିଭକ୍ତକରୁ ଯଥା ପଶ୍ଚିମଓଡ଼ିଶା (ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି), ଦକ୍ଷିଣ ଓଡ଼ିଶା (ବ୍ରହ୍ମପୁର, ଆସ୍କା) ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା (କୋରାପୁଟ,ନବରଙ୍ଗପୁର,କନ୍ଧମାଳ),ତା’ହେଲେ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିଜୟକୁ ନିମ୍ନୋକ୍ତ ଅନୁସାରେ ଦର୍ଶାଇବା ପ୍ରାସଙ୍ଗିକ ହେବ । ( ସାରଣୀ ଦ୍ରଷ୍ଟବ୍ୟ)
ଏହି ସାରଣୀରୁ ସ୍ପଷ୍ଟ ଯେ ୨୩ତାରିଖରେ ମତଦାନ ବିଜେଡ଼ି ଓ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଏକତରଫା ହୋଇଯାଉଥିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେପି ଯାହାକିଛି ବିଜୟର ସ୍ୱାଦ ଚାଖିଛନ୍ତି ତାହା ୧୬ତାରିଖରେ ମତଦାନର ଫଳ । ବିଧାନସଭାର ୬ଜଣ ବିଜେପି-ବିଧାୟକ ଓ ୨୭ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୨୩ଜଣ ୧୬ତାରିଖରେ ହୋଇଥିବା ମତଦାନରୁ ହିଁ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଯାହା ବେଶ୍ ତାପôର୍ଯ୍ୟପୂର୍ଣ୍ଣ ତାହା ହେଉଛି ଏହି ୨୩ଜଣ କଂଗ୍ରେସ ବିଧାୟକଙ୍କ ଭିତରୁ ୧୭ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଓ ୬ଜଣ ବିଜେପି ବିଧାୟକଙ୍କ ଭିତରୁ ୪ଜଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର । ଅର୍ଥାତ ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଅପେକ୍ଷା ବିରୋଧୀଦଳ ଗୁଡ଼ିକ ହିଁ ଅଧିକ ସଫଳହୋଇଛନ୍ତି-ଯାହା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଦୃଶ୍ୟଠାରୁ ସମ୍ପୂର୍ଣ୍ଣ ବିପରୀତ । କ’ଣ ଏହାର କାରଣ ହୋଇପାରେ? ବୋଧହୁଏ ବିଜେଡ଼ି ସରକାରଙ୍କର ଅହେତୁକ କମ୍ପାନୀ ପ୍ରୀତି ଓ ଦଳନୀତିକୁ ନେଇ ପଶ୍ଚିମଓଡ଼ିଶାର ପ୍ରଭାବିତ ଅଧିବାସୀମାନଙ୍କ ଭିତରେ ସୃଷ୍ଟ ଜନଅସନ୍ତୋଷ ଯାହା ବିଭିନ୍ନ ନଛୋଡ଼ବନ୍ଧା ଜନଆନେ୍ଦାଳନ ଜରିଆରେ ପ୍ରତିଫଳିତ ହୋଇଥିଲା-ତାହା ହିଁ ମତଦାନ ବେଳେ ପ୍ରକଟିତ ହୋଇଛି ଓ ଏହା ବିରୋଧୀଦଳ ସପକ୍ଷରେ ଯାଇଛି । ଏହା ତ ଭିନ୍ନକଥା ଯେ ଏହି ଜନଅସନ୍ତୋଷକୁ ସଙ୍ଗଠିତ କରିବା ଓ ଜନଆନେ୍ଦାଳନକୁ ନେତୃତ୍ୱ ଦେଇଥିବା ପ୍ରାର୍ଥୀମାନେ(ଯେପରି ବରଗଡ଼ରୁ ଲିଙ୍ଗରାଜ)ବିଜୟୀ ନହୋଇ ମୁଖ୍ୟସ୍ରୋତର ବିରୋଧୀ ଦଳର ପ୍ରାର୍ଥୀମାନେ ହିଁ ବିଜୟୀ ହୋଇଛନ୍ତି । ବିଜେଡ଼ି ସପକ୍ଷରେ ବିପୁଳ ମତଦାନର କାରଣ ଭାବେ ଉଲ୍ଲେଖ କରାଯାଉଥିବା ୨ଟଙ୍କାରେ ଚାଉଳ ଓ ଗାଁକୁ ପକ୍କା ରାସ୍ତା, ପଶ୍ଚିମ ଓଡ଼ିଶାର ମତଦାତା (ଯେଉଁମାନେ ଉପକୂଳବର୍ତ୍ତୀ ଅଧିବାସୀଙ୍କଠାରୁ ଅଧିକ ଗରିବ)ଙ୍କୁ ଅନୁରୂପ ପ୍ରଭାବିତ କରିପାରି ନାହିଁ-ଏହା ସ୍ପଷ୍ଟ । ଯଦି ବିଜେଡ଼ି ସରକାରଙ୍କର ଶିଳ୍ପନୀତି, ଦଳନୀତି, କୃଷିନୀତିର ପ୍ରତିକୂଳ ପ୍ରଭାବ ଫଳରେ ଉପୁଜୁଥିବା ଜନଅସନ୍ତୋଷକୁ ସାରା ଓଡ଼ିଶାରେ ସଠିକ୍ ମାର୍ଗରେ ସଙ୍ଗଠିତ କରାଯାଇ ପାରିଥାନ୍ତା-ତା’ହେଲେ ଓଡ଼ିଶାରେ ଝୁଲା ବିଧାନସଭା ଯେ ହୋଇଥାନ୍ତା, ଏହା ପଶ୍ଚିମ ଓଡ଼ିଶାର ଫଳାଫଳ ସୂଚିତ କରୁଛି । କଳିଙ୍ଗନଗରର ଆନେ୍ଦାଳନ, ପୋସ୍କୋବିରୋଧୀ ଆନେ୍ଦାଳନକୁ ଆୟୁଧ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ବିଜେଡ଼ି ସରକାରଙ୍କର ନୀତି ବିରୁଦ୍ଧରେ ଏକ ବ୍ୟାପକ ଆନେ୍ଦାଳନ ଗଢ଼ାଯାଇ ପାରିଥାନ୍ତା ବୋଲି ଯେଉଁମାନେ କହୁଛନ୍ତି-ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି । କିନ୍ତୁ ଏହିସବୁ ଆନେ୍ଦାଳନର ପ୍ରଭାବ ଯେ ସ୍ଥାନୀୟ ଅଞ୍ଚଳକୁ ସୀମିତ ରହିଲା-ତାହା ବାସ୍ତବିକତା । ଯେପରି କଳିଙ୍ଗନଗର ଆନେ୍ଦାଳନର ପ୍ରଭାବ ସୁକିନ୍ଦା ନିର୍ବାଚନର ଫଳାଫଳରେ ପ୍ରତିଫଳିତ ହୋଇଛି । ମାତ୍ର ୨୪୦୩ ଭୋଟରେ ବିଜେଡ଼ିର ଟାଣୁଆ ନେତା ପ୍ରଫୁଲ୍ଲ ଘଡ଼େଇ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ବିଜୟୀ ହୋଇଛନ୍ତି । ଅଥଚ ତାଙ୍କ ପୁଅ ପ୍ରଥମଥର ପାଇଁ ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀ ପ୍ରତିବେଶୀ କୋରେଇ ନିର୍ବାଚନମଣ୍ଡଳୀରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୫୧୧୨ ଭୋଟରେ ବିଜୟୀ ହୋଇଛନ୍ତି । କେବଳ କୋରେଇ କାହିଁକି -ସାରା ଯାଜପୁର ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡ଼ି ବା ବିଜେଡ଼ି ସମର୍ଥିତ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ (ଯେଉଁମାନେ ସମସ୍ତେ ହେଉଛନ୍ତି କଂଗ୍ରେସ ଦଳର) ଯଥେଷ୍ଟ ଅଧିକ ଭୋଟରେ ପରାଜିତ କରିଛନ୍ତି । କହିବାବାହୁଲ୍ୟ ଯେ କଳିଙ୍ଗ ନଗର ଘଟଣାର ପ୍ରଭାବ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ହିଁ ସୀମିତ ରହିଛି-ରାଜ୍ୟକୁ ପ୍ରଭାବିତ କରିବା ତ ଦୂରର କଥା-ଦିଲ୍ଲୀକୁ ମଧ୍ୟ ପ୍ରଭାବିତ କରିପାରି ନାହିଁ । ଅଥଚ ପଶ୍ଚିମବଙ୍ଗରେ ଅନୁରୂପ ଘଟଣା(ନନ୍ଦିଗ୍ରାମ ଓ ସିଙ୍ଗୁର) ପଶ୍ଚିମବଙ୍ଗ ଲୋକସଭା ଆସନ ପାଇଁ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିଦେଇଛି; ଏହି ଘଟଣାକୁ ଆଧାର କରି ନଛୋଡ଼ ବନ୍ଧା ଆନେ୍ଦାଳନ କରିଥିବା ତୃଣମୂଳ କଂଗ୍ରେସ ୧୯ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହି ଦୃଷ୍ଟିରୁ ବିଚାରକଲେ କୁହାଯାଇପାରେ ଯେ ଓଡ଼ିଶାରେ ବିରୋଧୀଦଳ ଯେଉଁପ୍ରକାର ଭୂମିକା ବିଭିନ୍ନ ଅଞ୍ଚଳରେ ଗଢ଼ି ଉଠିଥିବା ଜନଅସନ୍ତୋଷକୁ ସଙ୍ଗଠିତ ଓ ବ୍ୟାପକ କରିବା ଦିଗରେ ନିର୍ବାହ କରିବାର ଥିଲା-ତାହା ସେ କରିନାହିଁ । ଏପରିକି ଯେଉଁଠାରେ ଏହି ଜନ-ଅସନ୍ତୋଷ ଜନଆନେ୍ଦାଳନର ରୂପନେଇଛି-ସେଠାରେ ତା’ର ସମ୍ପୃକ୍ତି ନିଷ୍ଠାପର ହେଉନାହିଁ ବୋଲି ଜଣେ ବାରିପାରିଛି ।
ତେଣୁ ଇଭିଏମ୍ ଜାଲିଆତି, କଳାଟଙ୍କାର ପ୍ରବାହର ଭୂମିକା ଉପରେ ବିଚାରକରିବା ପୂର୍ବରୁ ବିରୋଧୀଦଳ (ଏଠାରେ କଂଗ୍ରେସକୁ ହିଁ ବୁଝାଯାଉଛି) ନବୀନ ସରକାରଙ୍କର ଦୀର୍ଘ ୯ବର୍ଷ କାର୍ଯ୍ୟକାଳ ସମୟରେ ତା’ର ବିରୋଧୀ ଭୂମିକା କେତେ ସାଧୁତାର ସହ ନିଷ୍ଠାପର ଭାବେ ନିର୍ବାହ କରିଛି-ତାହା ନିଜକୁ ପ୍ରଶ୍ନକରିବା ଉଚିତ । ସରକାରଙ୍କର ବିଭିନ୍ନ ଜନବିରୋଧୀ ନୀତିକୁ କେତେ ଆନ୍ତରିକତାର ସହ ବିରୋଧ କରିଛି? ଜୀବନଜୀବିକା ପାଇଁ ଲଢ଼ୁଥିବା ସାଧାରଣ ଜନତା ସହ କେତେଦୂର ସମ୍ପୃକ୍ତ ହୋଇଛି? ଯଦି ସାଧାରଣ ଜନତାର ଧାରଣା ହୁଏ ଯେ ଶାସକ ଦଳ ଓ ବିରୋଧୀ ଦଳ ଭିତରେ କୌଣସି ପାର୍ଥକ୍ୟ ନାହିଁ- ତା’ହେଲେ ଶାସକଦଳ ସପକ୍ଷରେ ମତଦାନରେ ଅସ୍ୱାଭାବିକତା କିଛିନାହିଁ । ଏହାକୁ ଅବଶ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ ରାଜ୍ୟସ୍ତରରେ ବିରୋଧୀ ଦଳର ବିରୋଧକୁ ସେମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ଅନେକ ସମୟରେ ଦନ୍ଥଡ଼ା କରିଦେଇଛି । ବରଂ ନବୀନ ବାବୁଙ୍କର ଏହି ଦଳମାନଙ୍କର କେନ୍ଦ୍ରୀୟ ନେତୃତ୍ୱ ପାଖରେ ପତିଆରା ବେଶୀ ବୋଲି ସାଧାରଣ ଲୋକର ହୃଦ୍ବୋଧ ହୋଇଛି ଯଦିଓ ନବୀନବାବୁ ଅଣବିଜେପି-ଅଣକଂଗ୍ରେସ ମେଣ୍ଟ ପ୍ରତି ତାଙ୍କର ଆଗ୍ରହ ଦର୍ଶାଉଛନ୍ତି । ପୁଣି ବିରୋଧକୁ ଦନ୍ଥଡ଼ା କରିବା ବା ବିରୋଧୀ ପକ୍ଷ ତଥା ଶାସକଦଳଙ୍କୁ ନିକଟତର କରାଇବାରେ ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଖଣିଉପରେ ଲୋଲୁପଦୃଷ୍ଟି ପକାଇଥିବା ଶିଳ୍ପପତି, ବ୍ୟବସାୟୀ, ବାବାମାନଙ୍କର ଭୂମିକା ମଧ୍ୟ କିଛି କମ୍ ନୁହେଁ । ଏହିସବୁ ଦୃଷ୍ଟିରୁ ସାଧାରଣ ଜଣେ ଯଦି ଯାହାଥିଲା ତାହାହିଁ ଥାଉ ନ୍ୟାୟରେ ବିଜେଡ଼ିସପକ୍ଷରେ ଯଦି ମତଦାନ କରିଥାଏ – ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।
ବିଜେପିର ବିରୋଧୀଦଳ ଭୂମିକା-ମେଣ୍ଟ ଭାଙ୍ଗି ଯିବା ପରେ ଓ ନିର୍ବାଚନର ଅବ୍ୟବହିତ ପୂର୍ବରୁ । ତେଣୁ ବିଜେପିକୁ ବିଜେଡ଼ିର ଏକ ବିରୋଧୀଦଳ ଭାବେ ଗ୍ରହଣ କରାଯିବା ସମୀଚିନ ହେବନାହିଁ । ଯଦି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ପରେ ଏହି ଦଳ ବିଜେଡ଼ିସହ ମେଣ୍ଟ ଭାଙ୍ଗି ସରକାରରୁ ଓହରି ଆସିଥାନ୍ତା ତା’ହେଲେ ବିରୋଧୀ ଭୂମିକା ନିର୍ବାହ ପାଇଁ କିଛିସମୟ ପାଇଥାନ୍ତା । ତାହାତ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ହେବାପାଇଁ ଅପେକ୍ଷାମାଣ ଲାଲକୃଷ୍ଣ ଆଡ଼ୱାନୀ ଚାହିଁଲେ ନାହିଁ ନବୀନବାବୁଙ୍କୁ ଅସନ୍ତୁଷ୍ଟ କରିବା ପାଇଁ । ଏପରିକି ମେଣ୍ଟ ଭାଙ୍ଗିବାପରେ ମଧ୍ୟ ତାଙ୍କ ସ୍ୱରରେ ବିଜେଡ଼ି ବିରୋଧରେ ସେଭଳି ତୀବ୍ରତା ନଥିଲା । ତେଣୁ ବିଜେପିକୁ ଓଡ଼ିଶାର ଜନତା ଯେ ନିଷ୍ଠୁରଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ସେମାନଙ୍କ ପୃଷ୍ଠପୋଷକତା ପାଉଥିବା ଶହ ଶହ ସଂଖ୍ୟାରେ ସରସ୍ୱତୀ ଶିଶୁମନ୍ଦିର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିରାଟ ବାହିନୀ ବା ଏକାଧିକ ହିନ୍ଦୁ ସଙ୍ଗଠନର ଉପସ୍ଥିତି ବିଜେପିକୁ ଉଦ୍ଧାର କରିପାରିଲା ନାହିଁ । ବରଂ ଏଭଳି ପରାଜୟରୁ ବିଜେଡ଼ି କହିବାକୁ ସୁଯୋଗ ପାଇଲା ଯେ ବିଜେପିର ଏଯାବତ୍ ଯାହାକିଛି ବିଜୟ ହେଉଥିଲା ତାହା ବିଜେଡ଼ି ଯୋଗୁଁ । ପୁଣି ବିଜେଡ଼ି-ବିଜେପି ମେଣ୍ଟ ଭାଙ୍ଗିଲେ ଭୋଟ ବିଭାଜନ ହେବ ଯାହାର ସୁଯୋଗ କଂଗ୍ରେସ ନେବ ବୋଲି ଯେଉଁ ଅନୁମାନ କରାଯାଉଥିଲା-ତାହା ମଧ୍ୟ ହେଲାନାହିଁ । ସବୁଠାରୁ ବିଡ଼ମ୍ବନା ହେଉଛି ଯେଉଁ ଦୁଇଟଙ୍କିଆ ଚାଉଳ, ଗାଁକୁ ରାସ୍ତା ଓ ସହରର ଆଧୁନୀକୀକରଣକୁ ବିଜେଡ଼ିର ବିପୁଳ ବିଜୟର କାରଣ ବୋଲି ଉଲ୍ଲେଖ କରାଯାଉଛି, ସେ ସବୁଗୁଡ଼ିକ ଯଥାକ୍ରମେ ବିଜେପି ମନ୍ତ୍ରୀ ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ ଓ କନକବର୍ଦ୍ଧନ ସିଂହଦେଓଙ୍କ ଦାୟିତ୍ୱରେ ଥିବା ବିଭାଗମାନଙ୍କ ଦ୍ୱାରା ହିଁ କାର୍ଯ୍ୟକାରୀ ହେଉଥିଲା । କିନ୍ତୁ ଏହାର ସୁଫଳ ନବୀନବାବୁ ଓ ତାଙ୍କର ଦଳ ପାଇଲେ । ଅବନତିମୁଖୀ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କୌଣସି ପ୍ରତିକୂଳ ପ୍ରଭାବ ନବୀନବାବୁ ବା ତାଙ୍କ ଦଳର ନିର୍ବାଚନ ଫଳାଫଳ ଉପରେ ପଡ଼ିଲାପରି ମନେ ହେଉନାହିଁ-ଯଦିଓ ଏହାର ପରିଚାଳନା ଦାୟିତ୍ୱ ଘରୋଇ ବିଭାଗର ଯାହାର ନବୀନବାବୁ ସ୍ୱୟଂ ହେଉଛନ୍ତି ଘରୋଇମନ୍ତ୍ରୀ । ନବୀନବାବୁଙ୍କୁ ତେଣୁ ଭାଗ୍ୟବାନ ବୋଲି କୁହାଯାଇ ପାରେ । ନବୀନବାବୁଙ୍କର ସ୍ୱଚ୍ଛ ଭାବମୂର୍ତ୍ତିରେ କୌଣସି କାଳିମା ଲାଗିଲାବୋଲି ଜନସାଧାରଣ ମନେକଲେ ନାହିଁ ଯେତେବେଳେ ଅପବାଦରେ ଜଡ଼ିତ ଓ ସ୍ୱୟଂ ତାଙ୍କଦ୍ୱାରା ବିତାଡ଼ିତ ବିଧାୟକ, ମନ୍ତ୍ରୀଙ୍କୁ ସେ ପୁନର୍ବାର ବିଜେଡ଼ି ଦଳ ତରଫରୁ ପ୍ରାର୍ଥୀପାଇଁ ଟିକଟ ଦେଲେ ଓ ସେମାନଙ୍କୁ ବିଜୟୀ କରାଇଲେ । ଏହିସବୁ ପ୍ରଶ୍ନ ବିରୋଧୀଦଳଗୁଡ଼ିକ ଜନସାଧାରଣଙ୍କ ଭିତରେ ଉଠାଇ ପାରିଥାନ୍ତେ । କିନ୍ତୁ କାଚଘରେ ରହି ଟେକା ମାରିବ କିଏ? ତେବେ ସାଧାରଣ ଜନତା ଏହାଦ୍ୱାରା ଯେ ପ୍ରଭାବିତ ହୋଇନାହାନ୍ତି ତାହା ବିଜେପି ସପକ୍ଷରେ ବିପୁଳ ମତଦାନରୁ ସ୍ପଷ୍ଟ ।
ନବୀନବାବୁଙ୍କ ଶାସନକାଳରେ ବିରୋଧୀଦଳର ପ୍ରକୃତ ବିରୋଧୀ ଭୂମିକା କ୍ରମଶଃ ଦୁର୍ବଳ ହୋଇ ପଡ଼ୁଥିବାର ଦେଖୁଥିବା ଓ ଭୋଟ ରାଜନୀତିରେ ନିର୍ବାଚିତ ପ୍ରତିନିଧିମାନଙ୍କର ସାଧାରଣଜନତା ପ୍ରତି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଉପେକ୍ଷା ସହ ଅଭ୍ୟସ୍ତ ହୋଇପଡ଼ିଥିବା ଜଣେ କ୍ଷମତାସୀନ ଦଳ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହେବା ସ୍ୱାଭାବିକ ।
ବିଜୁ ଜନତାଦଳର ବିଜୟ-ଏକ ନିଷ୍ଠାପର, ବିରୋଧୀଦଳର ଅଭାବ ଯୋଗୁଁ ହିଁ ହୋଇଛି । ପରାଜିତ କଂଗ୍ରେସ ୮୧ଟି ଆସନରେ ଦ୍ୱିତୀୟସ୍ଥାନରେ ରହିବା ଦର୍ଶାଉଛି ଯେ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ବିଜେଡ଼ିର ବିକଳ୍ପ ଭାବେ ବିବେଚନା କରୁଛନ୍ତି । କିନ୍ତୁ ବିଜେଡ଼ିକୁ କ୍ଷମତାରୁ ବେଦଖଲ କରିବା କେନ୍ଦ୍ରୀୟ ନେତୃତ୍ୱ ହସ୍ତକ୍ଷେପ ଦ୍ୱାରା ବାରମ୍ବାର ଆହତ ରାଜ୍ୟ କଂଗ୍ରେସ ପକ୍ଷରେ କେତେଦୂର ସମ୍ଭବ, ତାହା ହିଁ ଦେଖିବାକୁ ରହିଲା ।
ବିଜୁ ଜନତାଦଳର ବିପୁଳ ବିଜୟ ସପକ୍ଷରେ ବିଭିନ୍ନ କାରଣ, ତଥ୍ୟକୁ ଭିତ୍ତକରି ଦର୍ଶାଇଲେ ମଧ୍ୟ ଅନେକେ ଏହାକୁ ଏକ ବ୍ୟାପକ ଜାଲିଆତିର ପରିଣତି ବୋଲି କହୁଛନ୍ତି । ଯେଉଁମାନେ କହୁଛନ୍ତି ଯେ ମେ ୧୬ତାରିଖ ଦିନ ମତଦାତାଙ୍କର ମନୋଭାବ ଦେଖି ୨୩ତାରିଖ ବେଳକୁ ଏହି ମନୋଭାବ କିପରି ଇଭିଏମ୍ରେ ପ୍ରତିଫଳିତ ନହେବ,ସେଥିପାଇଁ ବିଜେଡ଼ି ଦଳ ସତର୍କ ହୋଇଯାଇଥିଲା-ସେମାନଙ୍କର ଏହି ଧାରଣାକୁ ପରିସଂଖ୍ୟାନ ସମର୍ଥନ କରୁନାହିଁ । କାରଣ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟ ସଂଖ୍ୟାର ଅନ୍ତର ୧୯୨୭୦ହୋଇଥିବା ବେଳେ ୨୩ତାରିଖ ନିର୍ବାଚନରେ ଏହି ଅନ୍ତର ହେଉଛି ୨୦୭୧୮ । ଅପରପକ୍ଷରେ ୧୬ତାରିଖ ନିର୍ବାଚନରେ ବିଜୟୀ କଂଗ୍ରେସ ଓ ଦ୍ୱିତୀୟସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀଙ୍କ ଭିତରେ ଭୋଟସଂଖ୍ୟାର ଅନ୍ତର ୭୭୪୬ହୋଇଥିବା ବେଳେ,୨୩ତାରିଖ ନିର୍ବାଚନରେ ୪ଜଣ ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କ ଭିତରୁ କେବଳ ପ୍ରସାଦ ହରିଚନ୍ଦନ ହିଁ ତାଙ୍କର ବିଜେଡ଼ି ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୩୮୭ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟ ତିନିଜଣ ସମର୍ଥିତ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ଉପରୋକ୍ତ ପରିସଂଖ୍ୟାନ ଅନୁସାରେ ୧୬ ତାରିଖ ନିର୍ବାଚନ ଓ ୨୩ତାରିଖ ନିର୍ବାଚନରେ ବିଜୟୀ ବିଜେଡ଼ି (କଂଗ୍ରେସ) ଓ ବିଜିତକଂଗ୍ରେସ (ବିଜେଡ଼ି) ପ୍ରାର୍ଥୀଙ୍କ ଭିତରେ ହାରାହାରି ଅନ୍ତର ପ୍ରାୟ ପାଖାପାଖି । ବିଜେଡ଼ି ପ୍ରାର୍ଥୀ ଯେଉଁ ହାରାହାରି ଅନ୍ତରରେ ବିଜୟୀ ହୋଇଛନ୍ତି ତାହାର ଶତକଡ଼ା ୪୦ଭାଗ ପାଇ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ଏହି ପରିସଂଖ୍ୟାନକୁ ଭିତ୍ତକରି କହିବା ଯେ ବିଜେଡ଼ି ସପକ୍ଷରେ ଏକ ହାୱା ରହିଥିଲା-ଏହା ଆଦୌ ଭୁଲ୍ ହେବନାହିଁ ।
କିନ୍ତୁ ଯେଉଁମାନେ କହୁଛନ୍ତି ପ୍ରାୟଃ ୨୦୦ ଇଭିଏମ୍ ବ୍ୟବହାର ହେଉଥିବା ନିର୍ବାଚନ ମଣ୍ଡଳରେ ଇଭିଏମ୍ ପିଛା ହାରାହାରି ୫୦ରୁ ୬୦ଅଧିକ ଭୋଟ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଯନ୍ତ୍ରବଦ୍ଧ କରାଗଲେ ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି ୧୦ରୁ ୧୨ହଜାର ଭୋଟ ସେହିଦଳ ସପକ୍ଷରେ ତିଆରି କରିଦିଆ ଯାଇପାରେ ଓ ଫଳାଫଳକୁ ଓଲଟପାଲଟ କରିଦିଆ ଯାଇପାରେ-ସେମାନେ ଏହା ସପକ୍ଷରେ ପ୍ରମାଣ ଦର୍ଶାଇବା ଦରକାର । ପ୍ରମାଣ ଉପଲବ୍ଧ ହେବା ପର୍ଯ୍ୟନ୍ତ ଆମ୍ଭେ ଏହାକୁ ଅନୁମାନ କହିବା ।
ତେବେ ଶୁଦ୍ରକର ପରାମର୍ଶ ହେଉଛି ଯେ ବିରୋଧୀ ଦଳଗୁଡ଼ିକ ପ୍ରକୃତପକ୍ଷେ ବିରୋଧୀ ଦଳର ଭୂମିକା ନିର୍ବାହ କରନ୍ତୁ । ଶାସକଦଳର ବି’ ଟିମ୍ ପରି ବ୍ୟବହାର କଲେ-ଜନସାଧାରଣ ଏ’ ଟିମ୍କୁ ହିଁ ଭୋଟ ଦେବେ-ଏହି ସମ୍ବାଦ ଓଡ଼ିଶାର ଜନସାଧାରଣ ରାଜନୈତିକ ଦଳମାନଙ୍କୁ ଏହି ନିର୍ବାଚନରେ ଦେଇଛନ୍ତି ବୋଲି ଇଭିଏମ୍ ଜାଲିଆତି କଳାଟଙ୍କାର ବ୍ୟବହାର, ଇତ୍ୟାଦି ଅଭିଯୋଗର ଊଦ୍ଧ୍ୱର୍କୁ ଯାଇ କହିପାରିବା ।