ସୁଇଜରଲ୍ୟାଣ୍ଡ ବ୍ୟାଙ୍କ୍ରେ ଟଙ୍କା ରଖିଲେ ଟଙ୍କା ରଖୁଥିବା ବ୍ୟକ୍ତି ସମ୍ପର୍କରେ ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷା କରୁଛି । ତେଣୁ ଅସଦ୍ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ବଡ଼ ବଡ଼ ରାଜନେତା, ପ୍ରଶାସକ, ବ୍ୟବସାୟୀ, ଶିଳ୍ପପତି – ତାଙ୍କର ଅର୍ଥକୁ ଏହି ବ୍ୟାଙ୍କରେ ହିଁ ରଖନ୍ତି । ଏବେ ଏକ ସୂଚନା ମିଳିଛି ଯେ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ସବୁଠାରୁ ବେଶୀ ଅର୍ଥ ରଖିଥିବା ଲୋକ ହେଉଛନ୍ତି ଭାରତୀୟ । ଏମାନଙ୍କର ଗଚ୍ଛିତ ଅର୍ଥର ପରିମାଣ ହେଉଛି ୧୪୫୬୦୦ କୋଟି ଆମେରିକୀୟ ଡଲାର ବା ଟଙ୍କାରେ ୭୫ଲକ୍ଷ ୫୫ହଜାର ୧୮୪କୋଟି ଟଙ୍କା । ଯଦି ୨୦୦୯-୧୦ ବଜେଟରେ ପ୍ରସ୍ତାବିତ ଖର୍ଚ୍ଚର ପରିମାଣ ୯ଲକ୍ଷ ୫୩ହଜାର ୨୩୧ କୋଟି ଟଙ୍କା ବୋଲି ସ୍ମରଣ କରୁ – ତା’ହେଲେ ସାରା ଭାରତର ୮ବର୍ଷର ଖର୍ଚ୍ଚକୁ ତୁଲାଇ ନିଆଯାଇ ପାରିବ – ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଭାରତୀୟମାନଙ୍କ ଦ୍ୱାରା ବର୍ତ୍ତମାନ ଗଚ୍ଛିତ ଥିବା ଅର୍ଥ ଦ୍ୱାରା । ଯଦି ଭାରତର ମୋଟ ଘରୋଇ ଉପôାଦନ (GDP) ୪୨ଲକ୍ଷ ୮୩ହଜାର ୪୦କୋଟି ଟଙ୍କା ବୋଲି ସ୍ମରଣ କରୁ, ତା’ହେଲେ ଏହାର ପ୍ରାୟଃ ଦେଢ଼ଗୁଣ ଟଙ୍କା ଭାରତୀୟମାନଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ ବ୍ୟାଙ୍କରେ ଜମା ଅଛି ବୋଲି ବୁଝିବାକୁ ହେବ । ଭାରତର ବାହ୍ୟ ଋଣ (୩୧ମାର୍ଚ୍ଚ ୨୦୦୮ସୁଦ୍ଧା) ୨୦୧୪୦କୋଟି ଡଲାର ବା ୧୦ଲକ୍ଷ ୪୫ହଜାର ୬୪ଟଙ୍କା ଯାହାର ପ୍ରାୟଃ – ସାଢ଼େ ସାତଗୁଣ ଗଚ୍ଛିତ ଅଛି ଭାରତୀୟଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ । ଭାରତର ମୋଟ ଜାତୀୟ ଆୟର(GNI)ପ୍ରାୟଃ ଦୁଇଗୁଣ ଭାରତୀୟମାନଙ୍କ ଦ୍ୱାରା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଗଚ୍ଛିତ ଅଛି ବୋଲି କହିବା ସତ୍ୟର ଅପଳାପ ହେବନାହିଁ । (୨୦୦୫ରେ ଭାରତର ଏଘଓ ଥିଲା ୬୩୨୮୦କୋଟି ଆମେରିକୀୟ ଡଲାର)
କେଉଁ ଭାରତୀୟମାନେ ଏତେ ପରିମାଣର ଟଙ୍କା ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ରଖିଛନ୍ତି, ତାହା ଭାରତ ସରକାର ଚାହିଁଲେ ସୁଇଜରଲ୍ୟାଣ୍ଡ ସରକାର ଜଣାଇବ ବୋଲି କହିଛି । ଏହି ନିୟମ ସେମାନେ ଯେକୌଣସି ଦେଶର ସରକାରଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଘୋଷଣା କରାଯାଇଛି । କିନ୍ତୁ ଏଯାବତ୍ ଭାରତ ସରକାର ଏହା ଜାଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ନାହାନ୍ତି । କାହିଁକି ନେଇନାହାନ୍ତି – ତାହା ଅନୁସନ୍ଧାନସାପେକ୍ଷ । ତେବେ ଗୋଟିଏ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ବର୍ଷ ପ୍ରାୟଃ ୮୦ହଜାର ଯାତ୍ରୀ ସୁଇଜରଲ୍ୟାଣ୍ଡ୍ ଯାଇଥାନ୍ତି । କିନ୍ତୁ ତାଙ୍କ ଭିତରୁ ୨୫ହଜାର ବାରମ୍ବାର ଯାଉଥିବାର ନଜିର ମିଳୁଛି ।
ଭାରତ ଏକ ମାନ୍ୟତାପ୍ରାପ୍ତ ଦରିଦ୍ର ରାଷ୍ଟ୍ର ହେଲେ ହେଁ ସୁଇଜରଲ୍ୟାଣ୍ଡ୍ ବ୍ୟାଙ୍କ୍ରେ ଗଚ୍ଛିତ ଥିବା ଅର୍ଥର ପରିମାଣରୁ ଏହା ଯେ ସର୍ବୋଚ୍ଚ ସ୍ଥାନରେ ରହିଛି ତାହା ନିମ୍ନୋକ୍ତ ସାରଣୀରୁ ସ୍ପଷ୍ଟ ହେବ ।
ରାଷ୍ଟ୍ରର ନାମ ଗଚ୍ଛିତ ଥିବା ଅର୍ଥର ପରିମାଣ
ଭାରତ ୧୪୫୬୦୦କୋଟି ଡଲାର
ରୁଷିଆ ୪୭୦୦୦କୋଟି ଡଲାର
ଇଂଲଣ୍ଡ୍ ୩୯୦୦୦କୋଟି ଡଲାର
ୟୁକ୍ରେନ ୧୦୦୦୦କୋଟି ଡଲାର
ଚୀନ୍ ୯୬୦୦କୋଟି ଡଲାର