ଫିତାକଟା ପ୍ରତିଯୋଗିତା

  • 04/09/2015

୧-୧୬ ଫେବୃୟାରୀ, ୨୦୦୯

ଏକ କଉତୁକିଆ ଖବର ଇତ୍ୟବସରରେ ଖବରକାଗଜ ମାନଙ୍କରେ ବାହାରିଛି । ଗୋଟିଏ ସେତୁ (ଶିଖର ଘାଟ ସେତୁ) ଉଭୟ ବିରୋଧୀ ଦଳ କଂଗ୍ରେସ ବିଧାୟକ ଊମେଶ ସ୍ୱାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛି । (ଦ୍ରଷ୍ଟବ୍ୟ : ଧରିତ୍ରୀ ୧୬/୦୧/୨୦୦୯) । ନିର୍ବାଚନ ଯେତେ ପାଖେଇ ଆସୁଛି – ଶୁଭଦାନ, ଉଦ୍ଘାଟନର ସଂଖ୍ୟା ସେତେ ବଢ଼ି ବଢ଼ି ଚାଲିଛି । ଯାହା ଜଣାଯାଉଛି ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଉଦ୍ଘାଟନ କରାଇବା ସମ୍ଭବ ହେଉନାହିଁ – ସେଠାରେ ଆୟୋଜକମାନେ ସଚିବ, ରାଜନୀତିଜ୍ଞ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଡାକି କାମ ବଢ଼ାଇ ଦେଉଛନ୍ତି । ଯେଉଁମାନେ ଆଗାମୀ ନିର୍ବାଚନରେ ନବୀନଙ୍କ ଦଳର ବିଜୟ ନେଇ ପ୍ରାୟଃ ନିଃସନେ୍ଦହ , ସେମାନେ ମଧ୍ୟ ବିରାମହୀନ ଉଦ୍ଘାଟନର ପର୍ବ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ବିଜୁ ଜନତାଦଳର ବିଜୟ ଯେତେ ନିଶ୍ଚିତ ବୋଲି ମନେହେଉଛି -ତାହା ସେପରି ନୁହେଁ କି? କିନ୍ତୁ ଏହାଦ୍ୱାରା ଲାଭ ନିଶ୍ଚିତଭାବରେ ପ୍ୟାରୀବାବୁଙ୍କର ହେଉଛି । କାରଣ ସେ ଏହି ଅବସରକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପହଞ୍ଚôବା ପାଇଁ ବ୍ୟବହାର କରିପାରୁଛନ୍ତି । ଏକ ଶୌଚାଳୟର ଶୁଭଦାନ ଅବସରକୁ ହାତଛଡ଼ା ନକରି ପ୍ୟାରୀବାବୁ ଇତ୍ୟବସରରେ ପହଞ୍ଚôଲେ ବଡ଼ଚଣାରେ ଗତ ୧୧ତାରିଖ ଦିନ । ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ କରିବାକୁ ଯାଇ ଓଡ଼ିଶାର ଜଣାଶୁଣା ପୁସ୍ତକମେଳା ଆୟୋଜକ, ସ୍ତମ୍ଭକାର ଓ ସାମ୍ବାଦିକ ବୀରେନ୍ଦ୍ରକୃଷ୍ଣ ଧଳ ଲେଖନ୍ତି, ‘କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ତାଙ୍କ ମୁଖ୍ୟ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ର ମଧ୍ୟ ଅନେକ ପ୍ରକଳ୍ପର ଶୁଭଦାନ କରୁଛନ୍ତି । ସମ୍ପ୍ରତି ଏକ ଖବର ଆମକୁ ଦ୍ୱନ୍ଦ୍ୱରେ ପକାଇଲା । ଗତ ୧୧ତାରିଖରେ ବଡ଼ଚଣାଠାରେ ଏକ ପାଇଖାନା (ଶୌଚାଳୟ)ର ଶୁଭଦାନ ପ୍ୟାରୀମୋହନ ମହାପାତ୍ର କରିଥିଲେ । ଏଥିରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ଏମ୍.ପି. ମୋହନ ଜେନା, ପୂର୍ବତନମନ୍ତ୍ରୀ ଦେବାଶୀଷ ନାୟକ, ବିଧାୟକ କଳ୍ପତରୁ ଦାସ, ବିଧାୟକ ପରମେଶ୍ୱର ସେଠୀ, ବିଧାୟିକା ସଞ୍ଚôତା ମହାନ୍ତି ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗୋଟିଏ ପାଇଖାନାର ଶୁଭଦାନରେ ଏତେ ଲୋକ! ଏ ଭାଗ୍ୟବାନ ପାଇଖାନାଟିର ନିର୍ମାଣ ଶେଷ ହେବାପରେ ପ୍ୟାରୀବାବୁ ଏହାର ଉଦ୍ଘାଟନ ତ କରିବେ । ତାଙ୍କସାଙ୍ଗରେ ଫଟୋ ଉଠାଇବା ପାଇଁ ଏଥର ଯେତିକି ନେତା ଓ ଲୋକଥିଲେ, ତା’ଅପେକ୍ଷା ଆହୁରି ଅଧିକ ଲୋକ ନିଶ୍ଚୟ ରହିବେ । ଏବେ ଦେଖିବା ଏ ଭାଗ୍ୟବାନ ପାଇଖାନାଟି ପ୍ରଥମେ କିଏ ବ୍ୟବହାର କରିବ ।’
ଲୋକସଭା ସଦସ୍ୟ ବା ବିଧାନସଭା ସଦସ୍ୟଙ୍କ ଭଳି ରାଜ୍ୟସଭା ସଦସ୍ୟ କୌଣସି ନିର୍ବାଚନ ମଣ୍ଡଳୀକୁ ସୀମିତ ନୁହନ୍ତି । ତେଣୁ ପ୍ୟାରୀବାବୁ ଓଡ଼ିଶାର ଯେକୌଣସି ଅଞ୍ଚଳର ଶୁଭଦାନ ବା ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ହେବାକୁ କେହି ପ୍ରଶ୍ନ କରିପାରିବେ ନାହିଁ । କିନ୍ତୁ ଓଡ଼ିଶାରୁ ଯାଇଥିବା ଅନ୍ୟ ରାଜ୍ୟସଭା ସଦସ୍ୟମାନେ କାହିଁକି ଏପରି ଭାଗ୍ୟବାନ ନୁହନ୍ତି ତାହା ଅନେକେ ପ୍ରଶ୍ନ କରିବା ସ୍ୱାଭାବିକ । ଏହାର ଉତ୍ତର କେବଳ ତାଙ୍କ ଦଳର ସୁପ୍ରିମୋ ନବୀନବାବୁ ହିଁ ଦେଇପାରିବେ । ତେବେ ତାଙ୍କର ଏତାଦୃଶ ଉପସ୍ଥିତି ପ୍ରମାଣ କରୁଛି ଯେ ସେ ତାଙ୍କ ଦଳରେ ଅନ୍ୟମାନଙ୍କଠାରୁ ଅଧିକ ପ୍ରଭାବଶାଳୀ ଓ କେନ୍ଦ୍ରୀଭୂତ କ୍ଷମତାର କେନ୍ଦ୍ରରେ । ଭାଷା ଓ ବ୍ୟକ୍ତିତ୍ୱ ଦୃଷ୍ଟିରୁ ଏକ ଦୂରତ୍ୱ ରକ୍ଷାକରୁଥିବା ନବୀନ ବାବୁଙ୍କର ସହଚର୍ଯ୍ୟରୁ ବଞ୍ଚôତ ଦଳୀୟ କର୍ମୀ, ବିଧାୟକ ଓ ସାଂସଦ ପ୍ୟାରୀବାବୁଙ୍କ ସହଚର୍ଯ୍ୟ ଦ୍ୱାରା ଯେ ଏହି ଅଭାବବୋଧକୁ ଦୂର କରୁଛନ୍ତି – ତାହାହିଁ ପ୍ୟାରୀବାବୁଙ୍କ ଦ୍ୱାରା ଶୁଭଦାନ, ଉଦ୍ଘାଟନ ଉତ୍ସବରେ ଦଳୀୟ କର୍ମୀ, ବିଧାୟକ, ସାଂସଦଙ୍କର ବହୁଳ ଉପସ୍ଥିତି ଦର୍ଶାଉଛି । ତେଣୁ ଯେତେ ଯେତେ ଫିତାକଟା ଉତ୍ସବ ଚାଲିବ, ପ୍ୟାରୀବାବୁଙ୍କର ଉପସ୍ଥିତିକୁ ନବୀନ ସହଚର୍ଯ୍ୟରୁ ବଞ୍ଚôତ ଦଳୀୟ କର୍ମୀ, ବିଧାୟକ ଓ ସାଂସଦ ସେତେ ସେତେ ଚାହିଁବେ, ଏଥିରେ ସନେ୍ଦହ ନାହିଁ । ଏହା ନବୀନ ବାବୁଙ୍କ ରାଜନୈତିକ ସ୍ଥିତିକୁ କେତେ ବିପନ୍ନ କରି ପ୍ୟାରୀବାବୁଙ୍କ ରାଜନୈତିକ ସ୍ଥିତିକୁ କେତେ ସୁଦୃଢ଼ କରିବ, ତାହା ହିଁ ଆଗାମୀ ଦିନରେ ଦେଖିବାକୁ ରହିଲା ।

Print Friendly, PDF & Email