ବୀରେନ୍ଦ୍ର ନାୟକ
ଗୋପନୀୟତାର ଆସ୍ଫାଳନ
୮ ନଭେମ୍ବର ୨୦୧୬ ତାରିଖ ଦିନ ସନ୍ଧ୍ୟା ୮ଟା ବେଳେ ସାରା ଦେଶବାସୀଙ୍କୁ ହତଚକିତ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଯେତେବେଳେ ତାଙ୍କର (ଦୁଃ)ସାହସିକ ମୁଦ୍ରା ଅଚଳ ନିଷ୍ପତ୍ତି ଦେଶବାସୀଙ୍କୁ ଟିଭି ଜରିଆରେ ସିଧାସଳଖ ଶୁଣାଉ ଥିଲେ, ସେତେବେଳେ ଏହି ନିଷ୍ପତ୍ତିକୁ ସେ କିପରି ସେପର୍ଯ୍ୟନ୍ତ ଗୋପନ ରଖି ପାରିଛନ୍ତି ତାହାକୁ ମଧ୍ୟ ଏକ ସଫଳତାର ତୃପ୍ତି ସହ ଘୋଷଣ କରୁଥିଲେ । ତାଙ୍କରି ଭାଷାରେ୧, “ମୋର ପ୍ରିୟ ଦେଶବାସୀ, ଏହି ପଦକ୍ଷେପ ପାଇଁ ଗୋପନୀୟତାର ଆବଶ୍ୟକତା ଥିଲା । ଏଇ ମାତ୍ର ବର୍ତ୍ତମାନ, ଯେତେବେଳେ ମୁଁ ଆପଣମାନଙ୍କୁ ଉଦ୍ବୋଧନ ଦେଉଛି, ସେତିକିବେଳେ ହିଁ ବିଭିନ୍ନ ବିଭାଗ ଯେପରି ବ୍ୟାଙ୍କ, ପୋଷ୍ଟ ଅଫିସ, ରେଳ ବିଭାଗ, ହସ୍ପିଟାଲ ଏବଂ ଅନ୍ୟମାନେ ଜାଣୁଛନ୍ତି ।” ( My dear countrymen, Secrecy was essential for this action. It is only now, as I speak to you, that various agencies like banks, post offices, railways, hospitals and others are being informed ) ଗୋପନୀୟତାକୁ କିପରି ରକ୍ଷା କରାଯାଇ ପାରିଛି ତାର ନଜିର ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କୁହନ୍ତି୨, “ଏତେ ବଡ ଅଭିଯାନକୁ କିପରି ଗୋପନ ରଖାଯିବ ତାହା ଥିଲା ବେଶ କଷ୍ଟକର ବ୍ୟାପାର । ଏହା ଥିଲା ଏକ ବିରାଟ ନିଷ୍ପତ୍ତି ଯାହାପାଇଁ ସରକାର ଦୃଢ ହେବା ଥିଲା ଆବଶ୍ୟକତା । ବିରୋଧୀ କହୁଛନ୍ତି ଯେ ଆମ ଦଳର ଲୋକେ ଆଗରୁ ଜାଣିଥିଲେ, କିନ୍ତୁ ଏହା ଅର୍ଥମନ୍ତ୍ରୀ ମଧ୍ୟ ଜାଣି ନ ଥିଲେ । ”( “It was tough to keep such a huge campaign secret. It was a huge decision and required the government to be strong. The opposition says that the party members knew beforehand, but even the Financial Minister was unaware about the move,”)ା ଏହାହିଁ ବୋଧହୁଏ କାରଣ ଯେ ରାଜ୍ୟ ସଭାରେ ଶରଦ ଯାଦବ ଅରୁଣ ଜେଟଲୀଙ୍କୁ ପଚାରୁଥିଲେ୩ “ତୁମ ପ୍ରଧାନମନ୍ତ୍ରୀ କଣ ତୁମ ସହିତ ଅଛନ୍ତି? ସେ କ’ଣ ତୁମ କଥା ଶୁଣୁଛନ୍ତି ?”(“Is your Prime Minister with you? Is he listening to you,” ) । କେବଳ ସେତିକି ନୁହେଁ ସର୍ବଶକ୍ତିମାନ ପ୍ରଧାନମନ୍ତ୍ରୀଙ୍କ ଦପ୍ତର (PMO) ମଧ୍ୟ ଏହା ଜଣାଇବାକୁ ନାରାଜ ଯେ ମୁଦ୍ରା ଅଚଳ ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀ ଜାଣିଥିଲେ କି ନାହିଁ ୪ା ଆଉ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହା ଜଣାଇବାକୁ ନାରାଜ ଯେ କାହିଁକି ମୁଦ୍ରା ଅଚଳ ନିଷ୍ପତ୍ତି ନିଆଗଲା୫ । ତେବେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମୁଦ୍ରା ଅଚଳ ନିଷ୍ପତ୍ତିର ଗୋପନୀୟତାକୁ କିପରି ବଜାୟ ରଖିଛନ୍ତି ତାହାର ଯେତେବେଳେ ଆସ୍ଫାଳନ କରୁଛନ୍ତି, ସେତେବେଳେ ଏହି ଆସ୍ଫାଳନକୁ ଫମ୍ପା ଦର୍ଶାଇ କେତେକ ସମ୍ବାଦ ପ୍ରକାଶ ପାଇଛି ।
ଗୋପନୀୟତାର ଇତିହାସ
ମୁଦ୍ରା ଅଚଳ ନିଷ୍ପତ୍ତି ଓ ଗୋପନୀୟତା ମଧ୍ୟରେ ସମ୍ପର୍କ ନୂତନ ନୁହେଁ । ୧୬ ଜାନୁଆରୀ ୧୯୭୮ ଦିନ ମୋରାରଜୀଙ୍କ ସରକାର ଯେତେବେଳେ ମୁଦ୍ରା ଅଚଳ ନିଷ୍ପତ୍ତି ନେଲେ ଓ ଅଧ୍ୟାଦେଶ ଜାରି କଲେ, ସେତେବେଳେ ମଧ୍ୟ ବେଶ ଗୋପନୀୟତା ରକ୍ଷା କରାଯାଇଥିଲା । ରିଜର୍ଭ ବ୍ୟାଙ୍କର ଇତିହାସରୁ ଜଣାପଡେ ଯେ ରିଜର୍ଭ ବ୍ୟାଙ୍କର ଏକ ବରିଷ୍ଠ ଅଧିକାରୀ ଆର୍ ଜାନକୀରମଣଙ୍କୁ ୧୪ ଜାନୁଆରୀ ଦିନ ଟେଲିଫୋନ ଯୋଗେ ସହସା ଏକ ଜରୁରୀ କାର୍ଯ୍ୟରେ ଦିଲ୍ଲୀରେ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଗଲା । ପ୍ରସ୍ତୁତ ହୋଇଯିବା ପାଇଁ ଯେତେବେଳେ ସେ ଜରୁରୀ କାର୍ଯ୍ୟର ଉଦ୍ଦେଶ୍ୟ ଜାଣିବାକୁ ଚାହିଁଲେ, ସେତେବେଳେ ତାଙ୍କୁ କୁହାଗଲା ଯେ ବିନିମୟ ନିୟନ୍ତ୍ରଣ (exchange control) ସମ୍ବନ୍ଧୀୟ କିଛି ଜରୁରୀ ଆଲୋଚନା ଅଛି । ଜାନକୀରମଣ ନିଜ ସହିତ ବିନିମୟ ନିୟନ୍ତ୍ରଣ ବିଭାଗର ବରିଷ୍ଠ ଅଧିକାରୀ ଏମ୍ ସୁବ୍ରମଣିଅମଙ୍କୁ ସାଂଗରେ ଧରି ଯାଇ ଦିଲ୍ଲୀ ପହଂଚିଲେ । ପହଂଚିବା ପରେ ସେ ଜାଣିଲେ ଯେ ସରକାର ଉଚ୍ଚ ମୂଲ୍ୟର ନୋଟ ଗୁଡିକୁ ଅଚଳ କରିବାର ନିଷ୍ପତ୍ତି ନେଇଛନ୍ତି ଓ ତାଙ୍କର କାମ ହେଉଛି ସେ ୨୪ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ଅଧ୍ୟାଦେଶର ଚିଠା ପ୍ରସ୍ତୁତ କରିବେ । ଏହି ସମୟ ଭିତରେ ରିଜର୍ଭ ବ୍ୟାଙ୍କର ବମ୍ବେ ସ୍ଥିତ କେନ୍ଦ୍ରୀୟ ଅଫିସ ସହ ତାଙ୍କର ସମସ୍ତ ଯୋଗାଯୋଗକୁ ନିଷେଧ କରାଗଲା, କାଳେ ଏହା ଦ୍ୱାରା ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଯିବ । ଜାନକୀରମଣ ଏବଂ ସୁବ୍ରମଣିଅମ ୧୯୪୬ ମସିହାରେ ଜାରି ହୋଇଥିବା ବିମୁଦ୍ରୀକରଣ ଅଧ୍ୟାଦେଶର ପ୍ରତିଲିପି ଟିଏ ମାଗିଲେ । ଅର୍ଥମନ୍ତ୍ରଣାଳୟ ଏହା ଯୋଗାଇଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଅଧ୍ୟାଦେଶର ଚିଠା ପ୍ରସ୍ତୁତ ହେଲା ଏବଂ ରାଷ୍ଟ୍ରପତି ନିଳମ ସଂଜୀବ ରେଡ୍ଡୀଙ୍କ ନିକଟକୁ ଦସ୍ତଖତ ପାଇଁ ୧୬ ଜାନୁଆରୀ(୧୯୭୮) ଦିନ ଭୋରୁ ଭୋରୁ ପଠାଗଲା ।ଏହି ନିଷ୍ପତ୍ତିର ଘୋଷଣା ଆକାଶବାଣୀର ସକାଳ ୯ଟା ଖବର ପରିବେଷଣ ସମୟରେ ଘୋଷଣା କରାଯିବା ସ୍ଥିର ହୋଇଥିଲା । ହେଲା ମଧ୍ୟ । କିନ୍ତୁ ଖବର ଶେଷ ହେବା ବେଳକୁ ହିଁ ହଠାତ୍ ଏହାର ଘେଷଣା କରାଗଲା୬ । କହିବା ବାହୁଲ୍ୟ ଯେ ଏହି ଗୋପନୀୟ ନିଷ୍ପତ୍ତିର ଘୋଷଣାରେ ସେଭଳି ନାଟକୀୟତା ନ ଥିଲା ଯାହା ନଭେମ୍ବର ୮ (୨୦୧୬) ଦିନ ଟିଭି ପର୍ଦ୍ଦା ଉପରେ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା ସମୟରେ ଦୃଶ୍ୟ ହେଉଥିଲା ।
ମୋଦୀଙ୍କ ଭାଷଣ ସିଧାସଳଖ ନ ଥିଲା!
ଗୋପନୀୟତାର ସମ୍ବାଦ ବହନ କରୁଥିଲା ଟିଭି ପର୍ଦ୍ଦା ଉପରେ ପ୍ରଧାନମନ୍ତ୍ରୀଙ୍କର ଦେଶବାସୀଙ୍କୁ ଉଦ୍ବୋଧନ । ଏହା ସିଧାସଲଖ (live) ବୋଲି ଯେତେବେଳେ ସାରା ଦେଶବାସୀ ବିଶ୍ୱାସ କରୁଥିଲେ, ସେତେବେଳେ ଦୂରଦର୍ଶନର ଜନୈକ ସାମ୍ବାଦିକ, ସତ୍ୟେନ୍ଦ୍ର ମୁରଲୀ, ଏହି ଭାଷଣ ଅନେକ ଦିନ ପୂର୍ବରୁ୍ ରେକର୍ଡ କରାଯାଇଥିଲା ବୋଲି ଦାବି କଲେ ଓ ମୋଦୀ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଲେ୭ । ମୁରଲୀଙ୍କର ଅଭିଯୋଗ ଯଦି ସତ୍ୟ ହୁଏ ତାହାହେଲେ ରିଜର୍ଭ ବ୍ୟାଙ୍କଠାରୁ ଔପଚାରିକ ଭାବେ ପ୍ରସ୍ତାବ ଆସିବା ଓ ମନ୍ତ୍ରୀ ମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହେବାର ଯଥେଷ୍ଟ ପୂର୍ବରୁ ମୋଦୀ କ’ଣ ମୁଦ୍ରା ଅଚଳ ନିଷ୍ପତ୍ତି ନେଇ ସାରିଥିଲେ? କାରଣ ପ୍ରକାଶିତ ସମ୍ବାଦରୁ ଜଣାଯାଏ ଯେ ରିଜର୍ଭ ବ୍ୟାଙ୍କରୁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଷ୍ପତ୍ତି ପ୍ରସାରଣର ମାତ୍ର ଦୁଇଘଣ୍ଟା ପୂର୍ବରୁ ସଂଧ୍ୟା ୬ଟାରେ ଆସିଥିଲା ଓ ସଂଧ୍ୟା ୭ଟାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳର ବୈଠକରେ ଅନୁମୋଦନ ଲାଭ କରିଥିଲା । ଏହି ସମ୍ବାଦ ପ୍ରତି ଅକାଟ୍ୟ ସମର୍ଥନ ପାଉ ଯେତେବେଳେ ସଂସଦୀୟ କମିଟି ସମ୍ମୁଖରେ ରିଜର୍ଭ ବ୍ୟାଙ୍କ ଇତ୍ୟବସରରେ ରଖିଥିବା ୭ ପୃଷ୍ଠାର ବିବରଣୀରେ ଜଣାନ୍ତି ଯେ କେନ୍ଦ୍ର ସରକାର ଦେଇଥିବା ପରାମର୍ଶ (‘advice’) ଅନୁସାରେ ହିଁ ସେମାନେ ମୁଦ୍ରା ଅଚଳ ନିଷ୍ପତ୍ତିକୁ ଅନୁମୋଦନ କରିଥିଲେ ଓ ଏହା କରିଥିଲେ ନିଷ୍ପତ୍ତି ଘୋଷଣା ହେବାର ମାତ୍ର ୨୪ ଘଣ୍ଟା ଭିତରେ୮ । ତେଣୁ ମୁଦ୍ରା ଅଚଳ ନିଷ୍ପତ୍ତିରେ ପ୍ରାଥମିକ ଭୂମିକା ରିଜର୍ଭ ବ୍ୟାଙ୍କର ନ ଥିଲା ଏହା ହିଁ ପ୍ରମାଣିତ ହୁଏ । ମୋଦୀଙ୍କ ନିଷ୍ପତ୍ତି ଉପରେ କେବଳ ମୋହର ବସାଇଥିଲା ରିଜର୍ଭ ବ୍ୟାଙ୍କ । ତେବେ କାହାର ପରାମର୍ଶରେ ମୋଦୀ ଏପରି ନିଷ୍ପତ୍ତି ନେଇଥିଲେ ଯାହା ଉପରେ ରିଜର୍ଭ ବ୍ୟାଙ୍କ ତଥା କ୍ୟାବିନେଟ ମୋହର ବସାଇବା ପାଇଁ ବାଧ୍ୟ ହୋଇଥିଲା ? କେଉଁ ସରକାରୀ ଅଧିକାରୀଙ୍କ ପରାମର୍ଶ ମୁଦ୍ରା ଅଚଳ ନିଷ୍ପତ୍ତି ପୂର୍ବରୁ ନିଆଯାଇଥିଲା ତାହା ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଜଣାଇବା ପାଇଁ ମନା କରିଛି । ଏପରିକି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ଅର୍ଥମନ୍ତ୍ରୀଙ୍କର ପରାମର୍ଶ ନିଆ ଯାଇଥିଲା କି ? ତାହାର ଉତ୍ତର ମଧ୍ୟ ଦପ୍ତର ଦେଉ ନାହିଁ
ଅଦାନୀ-ଅମ୍ବାନୀ ଜାଣିଥିଲେ?
ଭାରତୀୟ ଜନତା ପାର୍ଟିର ଜନୈକ ବିଧାୟକ (ରାଜସ୍ଥାନ ବିଧାନ ସଭା) ଭୱାନୀ ସିଂହ କୁହନ୍ତି ଯେ ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହେବା କଥା ମୁକେଶ ଅମ୍ବାନୀ ଓ ଗୈାତମ ଅଦାନୀ ଜାଣିଥିଲେ ଓ ସେହି ହିସାବରେ ତାଙ୍କ ପାଖରେ ଥିବା ପଇସାକୁ ସଳଖେଇ ନେଇଥିଲେ୯ (The Adanis and the Ambanis already knew about it and sorted their money in advance) । ଏହି ଅଭିଯୋଗର ପୃଷ୍ଠଭୂମିରେ, ୧୦ ଜାନୁଆରୀ ୨୦୧୭ ଦିନ Vibrant Gujarat Summit 2017 ବେଳେ ମୁକେଶ ଅମ୍ବାନୀଙ୍କର ମୋଦୀଙ୍କୁ ଉତ୍ସ୍ୱସିତ ପ୍ରଶଂସା ବେଶ ତାତ୍ପର୍ଯ୍ୟ ପୂର୍ଣ୍ଣ ମନେ ହୁଏ୧୦ । ମୋଦୀଙ୍କର ଆସ୍ଫାଳନ ଯେ ତାଙ୍କର ମୁଦ୍ରା ଅଚଳ ନିଷ୍ପତ୍ତି ଦ୍ୱାରା ଭାରତର ଧନୀକ ବର୍ଗର ନିଦ ହଜି ଯାଇଛିି୧୧ (“After demonetisation, the poor are enjoying a sound sleep, while the rich are running from pillar to post to buy sleeping pills”) ଯଦି ବାସ୍ତବିକ ହୋଇଥାଏ ତାହାହେଲେ ଭାରତର ସର୍ବୋଚ୍ଚ ଧନୀ ମୁକେଶ ଅମ୍ବାନୀଙ୍କର ମୋଦୀଙ୍କୁ ପ୍ରଶଂସା ଏକ ବିଡମ୍ବନା ମନେ ହୁଏ ନାହିଁ କି? କେବଳ ମୁକେଶ ଅମ୍ବାନୀ କାହିଁକି ସେହି ସମ୍ମିଳନୀରେ ଉପସ୍ଥିତ କର୍ପୋରେଟ ଜଗତର ପ୍ରମୁଖ ବ୍ୟକ୍ତିଙ୍କର ମୋଦୀଙ୍କୁ ପ୍ରଶଂସା କଣ ଏହି ସମ୍ବାଦ ଦିଏ ନାହିଁ ଯେ ମୋଦୀଙ୍କର ମୁଦ୍ରା ଅଚଳ ନିଷ୍ପତ୍ତି ବା ନିଦ୍ରା ହରଣ ମନ୍ତ୍ର ବା ଗୁଣିର କୈାଣସି ପ୍ରଭାବ ଧନୀଙ୍କ ଉପରେ ପଡି ନାହିଁ କି ପଡିବ ନାହିଁ ବୋଲି ସେମାନେ ଆଶ୍ୱସ୍ତ? ଅର୍ଥନୀତିର ବାଖ୍ୟାକାରଙ୍କ ମତରେ ଏହି ଗୁଣିର ଧନୀ ବ୍ୟକ୍ତିଙ୍କ ଉପରେ ପ୍ରଭାବ ହୀନ କାରଣ ସେମାନଙ୍କ ପାଖରେ କଳା ନଗଦ ଟଙ୍କା ପ୍ରାୟ ନ ଥାଏ୧୨ (Ironically, the rich –more likely to be “cashless” –are relatively unscathed) । ଅବଶ୍ୟ ଯେଉଁମାନେ ରାତି ପାହାନ୍ତାରୁ ତର ତର ହୋଇ ଆସି ଟଙ୍କା କାଢିବା ପାଇଁ ବ୍ୟାଙ୍କ ବା ଏ ଟି ଏମ୍ ସାମନାରେ ଧାଡି ଦେଉଥିଲେ, ସେମାନଙ୍କ ଉପରେ ନିଶ୍ଚିତ ଭାବରେ ମୋଦୀଙ୍କର ନିଦ୍ରା ହରଣ ଗୁଣି କାମ କରିଥିଲା । ସେଇଥିପାଇଁ ବୋଧହୁଏ କେହି କେହି ମନ୍ତବ୍ୟ କରୁଥିଲେ ଯେ୧୩ ‘ମୋଦୀ ଶାନ୍ତିରେ ଶୋଉଛନ୍ତି କିନ୍ତୁ ଗରିବ ବିନିଦ୍ର ରଜନୀ କାଟୁଛି’ ।
ଭାରତୀୟ ଜନତା ପାର୍ଟି ଜାଣିଥିଲା?
ଉତ୍ତର ପ୍ରଦେଶର ନିର୍ବାଚନକୁ ମୁଖ୍ୟତଃ ଆଖିରେ ରଖି ମୁଦ୍ରା ଅଚଳ ନିଷ୍ପତ୍ତି ମୋଦୀ ନେଇଛନ୍ତି ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି ସେମାନେ ହିଁ ଭାରତୀୟ ଜନତା ପାର୍ଟିକୁ ଏହି ନିଷ୍ପତ୍ତି ସମ୍ପର୍କରେ ପୂର୍ବ ସୂଚନା ଉପଲବ୍ଧ ହୋଇଥିଲା ବୋଲି ଅଭିଯୋଗ କରୁଛନ୍ତି୧୪ ଓ ତାହାର କେତେକ ପରିପାଶ୍ୱର୍ିକ ପ୍ରମାଣ ଦେଉଛନ୍ତି । କିନ୍ତୁ ଏହି ଯୁକ୍ତି ଓ ଅଭିଯୋଗ ପ୍ରକାରାନ୍ତରେ କ’ଣ ସ୍ୱୀକାର କରୁନାହିଁ କି ଭାରତୀୟ ଜନତା ପାର୍ଟି ସମେତ ସମସ୍ତ ରାଜନୈତିକ ଦଳ କଳା ଟଙ୍କାର ବଳରେ ହିଁ ନିର୍ବାଚନ ଲଢନ୍ତି, ଓ ସହସା ଅଚଳ ନିଷ୍ପତ୍ତି ନେଇ ମୋଦୀ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ବ୍ୟତିତ ଅନ୍ୟ ସମସ୍ତ ବିରୋଧୀ ଦଳଙ୍କର ଶକ୍ତି ପ୍ରଦର୍ଶନକୁ ପ୍ରଭାବହୀନ କରିଦେବାର ଯୋଜନା କରିଛନ୍ତି କାରଣ ଏହି ଦଳ ଗୁଡିକ ସେମାନଙ୍କ ପାଖରେ ଥିବା କଳା ଟଙ୍କାକୁ ଆଉ ବ୍ୟବହାର କରି ପାରିବେ ନାହିଁ , ନଷ୍ଟ କରିଦେବାକୁ ବାଧ୍ୟ ହେବେ । କିନ୍ତୁ ଯଦି ଏହି ସମ୍ବାଦ ସତ୍ୟ ହୁଏ ଯେ ଅଚଳ ଘୋଷଣା କରାଯାଇଥିବା ନୋଟର ଶତକଡା ୯୪ ଭାଗ ବ୍ୟାଙ୍କମାନଙ୍କୁ ଫେରି ଆସିଛି୧୫, ତାହାହେଲେ ମୁଦ୍ରା ଅଚଳ ନିଷ୍ପତ୍ତି ବିରୋଧୀ ରାଜନୈତିକ ଦଳ ଗୁଡିକର ଶକ୍ତି ପ୍ରଦର୍ଶନ ଉପରେ ସେପରି କୈାଣସି ପ୍ରଭାବ ପକାଇ ପାରିବ ନାହିଁ । ତେବେ ଭାରତୀୟ ଜନତା ପାର୍ଟି ଦ୍ୱାରା କେତେକ ପଦକ୍ଷେପ ସ୍ୱାଭାବିକ ସନ୍ଦେହ ସୃଷ୍ଟି କରିଛି ଯେ ପାର୍ଟି ମୁଦ୍ରା ଅଚଳ ନିଷ୍ପତ୍ତି ସମ୍ପର୍କରେ କ’ଣ ପୂର୍ବରୁ ଅବଗତ ଥିଲା ? ତା ନ ହେଲେପାର୍ଟିର ପଶ୍ଚିମ ବଂଗ ଶାଖା କିପରି ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ମାତ୍ର କେଇ ଘଣ୍ଟା ପୂର୍ବରୁ ଏକ କୋଟି ଟଙ୍କା ମୂଲ୍ୟର ୫୦୦ ଓ ୧୦୦୦ଟଙ୍କିଆ ନୋଟ ଏକ ଜାତୀୟକରଣ ବ୍ୟାଙ୍କରେ ଜମା କଲା? ଏହି ପ୍ରଶ୍ନ କରିଛି ସିପିଏମ୍୧୬ା ସେହି ଭଳି ଭାରତୀୟ ଜନତା ପାର୍ଟିର ପଂଜାବ ଶାଖାର ଲିଗାଲ ସେଲର ମୁଖ୍ୟ ସଂଜୀବ କମ୍ବୋଜ ୫ନଭେମ୍ବର ୨୦୧୬ ରାତି ୧୦ଟା ୨୩ ମିନିଟରେ ଟୁଇଟ କରିବା୧୭ ଯେ ରିଜର୍ଭ ବ୍ୟାଙ୍କ ଅତି ଶୀଘ୍ର ୨୦୦୦ଟଙ୍କା ନୋଟର ପ୍ରଚଳନ କରିବାକୁ ଯାଉଛି ଓ ସେହି ପୃଷ୍ଠାରେ ୨୦୦୦ଟଙ୍କିଆ ନୋଟର ଚିତ୍ର ଦେବା ମୋଦୀଙ୍କର ଗୋପନୀୟତା ଦାବି ସମ୍ମୁଖରେ ପ୍ରଶ୍ନ ଚିହ୍ନ ଲଗାଇ ଦିଏ । ମୋଦୀ ୨୦୦୦ଟଙ୍କାର ପ୍ରଚଳନ ଘୋଷଣା କରିବାର ୭୦ଘଣ୍ଟା ପୂର୍ବରୁ କମ୍ବୋଜ ମହାଶୟ ଏହାର ପ୍ରଚଳନ ହେଉଛି ବୋଲି ଜାଣିଲେ କିପରି ଓ ଏହି ନୋଟର ଅବିକଳ ଚିତ୍ର ପାଇଲେ କିପରି? ମୁଦ୍ରା ଅଚଳ ନିଷ୍ପତ୍ତି ଘୋଷଣାର ମାତ୍ର ସପ୍ତାହକ ପୂର୍ବରୁ କୋଟି କୋଟି ଟଙ୍କା ମୂଲ୍ୟର ଜମି କିଣି ପକାଇବା ମୋଦିଙ୍କ ଗୋପନୀୟତା ଦାବିକୁ ସନ୍ଦେହ କରିବା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି୧୮ । ସ୍ୱାଭାବିକ ଏ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି, ସନ୍ଦେହକୁ ଭିତ୍ତିହୀନ କହିଛି ବା ଆଡେଇ ଯାଇଛି ଭାରତୀୟ ଜନତା ପାର୍ଟି ।
ସମ୍ବାଦ ପତ୍ରରେ କଳ୍ପନା-ଜଳ୍ପନା
ମୋଦୀଙ୍କର ମୁଦ୍ରା ଅଚଳ ନିଷ୍ପତ୍ତିର ଗୋପନୀୟତା ଦାବିରେ ତାରିଖଟି ହିଁ କେବଳ ଗୋପନ ଥିଲା ବୋଲି କୁହାଯାଇପାରେ । ଅର୍ଥାତ୍ କେଉଁ ଦିନଠାରୁ ଏହା ଲାଗୁ ହେବ ତାହାହିଁ ଗୋପନ ଥିଲା । କାରଣ ୫୦୦ ଓ ୧୦୦୦ଟଙ୍କା ନୋଟକୁ ସରକାର ଅଚଳ କରିବେ ଓ ୨୦୦୦ଟଙ୍କିଆ ନୋଟର ପ୍ରଚଳନ ହେବ ବୋଲି ସମ୍ବାଦ ବହୁ ପୂର୍ବରୁ ପ୍ରକାଶିତ ହୋଇ ସାରିଥିଲା କେତେକ ସମ୍ବାଦ ପତ୍ରରେ । ସବୁଠାରୁ ତାତ୍ପର୍ଯ୍ୟ ପୂର୍ଣ୍ଣ ବିଷୟ ହେଉଛି ମୋଦୀଙ୍କର ଗୁଜୁରାଟର ସୈାରାଷ୍ଟ୍ର ଅଂଚଳରୁ ପ୍ରକାଶିତ ଏକ ବହୁଳ ପ୍ରସାରିତ ଗୁଜୁରାଟୀ ଦୈନିକ ‘ଅକିଲା’ରେ, ମୋଦୀଙ୍କର ଗୋପନୀୟ ଘୋଷଣାର ପ୍ରାୟ ୭ ମାସ ପୂର୍ବରୁ, ୧ଏପ୍ରିଲ ୨୦୧୬ ଦିନ, ଏକ ସମ୍ବାଦ ପ୍ରକାଶ ପାଇଥିଲା ଯାହାର ଶିରୋନାମା ଥିଲା “୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଚଳନରୁ ବାହାର କରି ନିଆଯିବାର ନିଷ୍ପତ୍ତି” । ଏବଂ ଏହି ଶିରୋନାମା ତଳେ ଯେଉଁ ବିବରଣୀ ପ୍ରକାଶ ପାଇଥିଲା ତାହାହିଁ ପ୍ରାୟ ୮ନଭେମ୍ବର ଦିନ ମୋଦୀ ତାଙ୍କ ଭାଷଣରେ କହୁଥିଲେ । ଏହି ବିବରଣୀରେ ଥିଲା୧୯, “ଏହା ହେଉଛି କଳା ପଇସାର ପ୍ରବାହ ଓ ଦୁର୍ନୀତିକୁ ବନ୍ଦ କରିବା ଦିଗରେ ଏକ ପ୍ରୟାସ, ଯାହାର ନିଷ୍ପତ୍ତି ନରେନ୍ଦ୍ର ମୋଦୀ ତାଙ୍କ ସରକାରର ଦୁଇ ବର୍ଷ ପୂର୍ତ୍ତି ସମୟରେ ନେଉଛନ୍ତି ।……….ଏହି ଐତିହାସିକ ନିଷ୍ପତ୍ତିର ସମ୍ବାଦ ଲୋକ ଲୋଚନକୁ ଆସିଛି । ଆତଙ୍କବାଦୀଙ୍କ ପାଇଁ ଓ ଅସାମାଜିକ କାର୍ଯ୍ୟ ପାଇଁ ଜାଲି ନୋଟର ବ୍ୟବହାର ବନ୍ଦ ହେବ ।…..ଏହି ପ୍ରୟାସ ଦ୍ୱାରା କଳା ପଇସାର ସଫେଇ ହେବ ଏବଂ ଭାରତ ଆଗକୁ ମାଡି ଚାଲିବ । ସରକାରଙ୍କର ଏହି ପ୍ରୟାସର କୈାଣସି ପ୍ରଭାବ ସାଧାରଣ ଲୋକ ଉପରେ ପଡିବ ନାହିଁ । ଏହାର ଉଦ୍ଦେଶ୍ୟ ଦୁର୍ନୀତିଗ୍ରସ୍ତ ଓ କଳା ପଇସାରେ କାରବାର କରୁଥିବା ଲୋକଙ୍କୁ ପଦାରେ ପକାଇବା ।” ( “These are some of the moves to stop the flow of black money and corruption, as decided by Narendra Modi on the conclusion of two years his government……News of this historic decision has come to light. Use of fake currency for terrorist and anti-social activities will thus be stopped…..By this move, black money will be cleaned and India will surge forward. The government’s move will have no impact on ordinary people and is only meant to expose the corrupt and those functioning with black money currency.)” ୭ମାସ ତଳେ ଏକ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିବା ସମ୍ବାଦ ସହ ମୋଦୀଙ୍କର ୮ ନଭେମ୍ବର ଭାଷଣର ସାଦୃଶ୍ୟକୁ କ’ଣ ଏକ ସଂଯୋଗ ମାତ୍ର କୁହାଯାଇପାରେ? କେତେକ ଅନୁମାନ କରନ୍ତି୨୦ ଯେ କେତେକ ଅଫିସର , ଯେଉଁମାନେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ଓ ପରେ ପ୍ରଧାନମନ୍ତ୍ରୀ ଦପ୍ତରରେ ବହାଲ ହୋଇଛନ୍ତି, ସେମାନଙ୍କ ଭିତରୁ କେହି ସମ୍ଭାବ୍ୟ ଅଚଳ ନିଷ୍ପତ୍ତିକୁ ଗୁଜରାଟୀ ସମ୍ବାଦ ପତ୍ର ‘ଅକିଲା’କୁ ଗୁପ୍ତରେ ଜଣାଇ ଦେଇଛନ୍ତି । କାରଣ ପ୍ରାୟ ୬ମାସ ତଳୁ ୧୦୦୦ଟଙ୍କିଆ ନୋଟର ମୁଦ୍ରଣ ବନ୍ଦ ହୋଇଯାଇଥିଲା । ତେବେ ଏହା ଜଣା ପଡିବା ପରେ ‘ଅକିଲା’ ତରଫରୁ ସ୍ପଷ୍ଟୀକରଣ ଦିଆଯାଇ ଏହି ସମ୍ବାଦକୁ ଏପ୍ରିଲ ପହିଲାର ପରିହାସ ବା ବ୍ୟଂଗ ଥିଲା ବୋଲି କୁହାଗଲା୨୧ । ଅପରପକ୍ଷରେ ମୋଦୀ ତାଙ୍କର ମୁଦ୍ରା ଅଚଳ ନିଷ୍ପତ୍ତିର ବାହାଦୁରୀ ଯେତେବେଳେ ଜାପାନରେ ଥିବା ଭାରତୀୟ ସମୁଦାୟ ସମ୍ମୁଖରେ ବଖାଣୁଥିଲେ ସେତେବେଳେ ଇଂରାଜୀ ଖବରକାଗଜ ବିଜିନେସ ସ୍ଟାଣ୍ଡାର୍ଡରେ ପ୍ରକାଶ ପାଉଥିଲା ଶିରୋନାମା ‘ପ୍ରିୟ ପ୍ରଧାନମନ୍ତ୍ରୀ, ଲମ୍ବା ଧାଡିରେ ଅପେକ୍ଷା କରିଥିବା ଲୋକଙ୍କୁ ବିଦ୍ରୁପ କର ନାହିଁ’ (Dear PM, please don’t mock the people waitingin long queues)û (Demonetisation: Dear PM, please don’t mock the people waiting in long queues,Ankur Bhardwaj , Business Standard, New Delhi , November 14, 2016 , http://www.business-standard.com/article/printer-friendly-version?articl.) ‘ଅକିଲା’ ରେ ପ୍ରକାଶ ପାଇଥିଲା୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହେବାର ସମ୍ବାଦ । କିନ୍ତୁ ୨୦୦୦ଟଙ୍କାର ପ୍ରଚଳନ ହେବ ଏ ସମ୍ବାଦ ସେଥିରେ ନ ଥିଲା । ଏ ସମ୍ବାଦ ମୋଦୀଙ୍କର ୮ ତାରିଖ ଭାଷଣର ପ୍ରାୟ ତିନି ସପ୍ତାହ ପୂର୍ବରୁ , ୨୧ ଅକ୍ଟୋବର ୨୦୧୬ ଦିନ ଇଂରାଜୀ ଖବରକାଗଜ ବିଜିନେସ ଲାଇନରେ୨୨ ଓ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ , ୨୭ ଅକ୍ଟୋବର ୨୦୧୬ ଦିନ ହିନ୍ଦି ଖବର କାଗଜ ‘ଦୈନିକ ଜାଗରଣ’ରେ ପ୍ରକାଶ ପାଇଥିଲା୨୩ ।
ଉପସଂହାର
ମୋଦୀ ତାଙ୍କର ୮ ତାରିଖରେ ପ୍ରସାରିତ ଭାଷଣରେ ଯଦି ଗୋପନୀୟତା ପ୍ରସଂଗ ଉଲ୍ଲେଖ କରି ନଥାନ୍ତେ ତାହାହେଲେ ତାଙ୍କ ସମୁଦାୟ ଉଦ୍ବୋଧନ ପଛରେ ଥିବା ମୂଳ ଲକ୍ଷ୍ୟର ଗୁରୁତ୍ୱରେ କୈାଣସି ହାନି ହୋଇ ନଥାନ୍ତା । କିନ୍ତୁ ସେ ଗୋପନୀୟତାର ଆସ୍ଫାଳନ କଲେ । କାରଣ ଗୋପନୀୟତା ରକ୍ଷା କରିବା ମଧ୍ୟ ବ୍ୟକ୍ତିର ଦୃଢତାର ନିଦର୍ଶନ ଓ ବ୍ୟବସ୍ଥା ଉପରେ ଏକକ ନିୟନ୍ତ୍ରଣର ପ୍ରମାଣ । ଏହା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ଯେ ମୋଦୀ ନିଜକୁ ଏକ ଶକ୍ତିଶାଳୀ, ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ଭାବରେ ଉପସ୍ଥାପିତ କରିବାର ଆବେଶ(କ୍ଟଭଗ୍ଦରଗ୍ଦଗ୍ଦସକ୍ଟଦ୍ଭ)ରେ ଆକ୍ରାନ୍ତ , କେବଳ ନିଜ ସମସାମୟିକଙ୍କ ମଧ୍ୟରେ ନୁହେଁ , ବରଂ ଇତିହାସରେ । ତେଣୁ ମୁଦ୍ରା ଅଚଳ ନିଷ୍ପତ୍ତି ନେଇ ସେ ଇନ୍ଦିରା ଗାନ୍ଧୀଙ୍କଠାରୁ କେତେବେଳେ ଅଧିକ ସାହସୀ ହୋଇ୍ ଯାଉଛନ୍ତି ତ, ଖଦି ଗ୍ରାମଦ୍ୟୋଗ କମିଶନର କ୍ୟଲେଣ୍ଡରରେ ଏଯାବତ୍ ରହୁଥିବା ମହାତ୍ମା ଗାନ୍ଧୀଙ୍କ ଚରଖା ସହିତ ଚିତ୍ରଟି ସ୍ଥାନରେ ନିଜ ଚିତ୍ରଟି ରହିବା ଦ୍ୱାରା ଗାନ୍ଧୀଙ୍କ ସହ ତୁଳନୀୟ, ନା ନା ଅଧିକ ପ୍ରାସଂଗିକ ହୋଇପଡୁଛନ୍ତି୨୪ । ତେଣୁ ଏତେ ବଡ ନିଷ୍ପତ୍ତିର ଗୋପନୀୟତାକୁ ସେ ରକ୍ଷା କରିପାରିଛନ୍ତି ବୋଲି ସାରା ଦେଶକୁ ଜଣାଇବାର ଦମ୍ଭକୁ ସମ୍ବରଣ କରନ୍ତେ କିପରି । ଏହା ତ ଭିନ୍ନ କଥା ଯେ ତାଙ୍କ ଗୋପନୀୟତାର ଆସ୍ଫାଳନ ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଯାଇଛି ।
ବ୍ୟବହୃତ ଉପାଦାନ ସୂଚୀ
1. Full Text of Indian Prime Minister Narendra Modi’ s Speech on Replacing Largest Rupee Notes, By WSJ STAFF , The Wall Street Journal, Nov 8, 2016, http://blogs.wsj.com/indiarealtime/2016/11/08/full-text-of-indian-prime-.
2.Was difficult to keep demonetisation campaign secret: Arun Jaitley ,By: Express Web Desk, Indian Express, New Delhi, November 24, 2016, http://indianexpress.com/article/india/india-news-india/was-difficult-to-keep-demonetisation-campaign-secret-arun-jaitley-4389212/
3.‘Is PM listening to you’: Sharad Yadav asks Arun Jaitley in Rajya Sabha ,PTI ,Published Nov 30, 2016 ,http://www.deccanchronicle.com/nation/politics/301116/is-pm-listening-to-you-sharad-yadav-asks-arun-jaitley-in-rajya-sabha.htm
4.Was CEA and Jaitley aware of demonetization? PMO refuses to answer, Mon, 9 Jan 2017, New Delhi , PTI ,http://www.dnaindia.com/india/report-was-cea-and-jaitley-aware-of-demonetization-pmo-refuses-to-answer-2290741
5.Why were Rs 1000, 500 notes demonetised? RBI refuses to answer RTI query ,Dec 29, 2016.PTI, New Delhi ,http://www.hindustantimes.com/india-news/why-were-rs-1000-500-notes-demonetised-rbi-refuses-to-answer-rti-query/story-XQIpV9ajPbhMG1QwA0ZiFM.html
6.From the history of RBI,Demonetisation of high value currency 1946, 1978, 2016: India Indpaedia )
7.(Why Does It Matter If PM’s Demonetisation Address Was Recorded?.,Posted By NL Team ,Nov 30, 2016 ,https://www.newslaundry.com/2016/11/30/why-does-it-matter-if-pms-d.
8.RBI says it recommended demonetisation of Rs 500, Rs1,000 notes on government’s ‘advice’ ,The Times of India, PTI, January 10, 2017, http://timesofindia.indiatimes.com/india/rbi-says-it-recommended-demone ; One Day Before Demonetisation, Govt ‘Advised’ RBI to ‘Consider’ Note Ban ,News18.com, January 10, 2017 ,http://www.news18.com/news/india/one-day-before-demonetisation-govt-advised-rbi-to-consider-note-ban-1333707.html
9.Adani, Ambani had prior knowledge of Modi govt’s demonetisation move, says BJP MLA , Business Standard , ANI | Kota (Rajasthan) November 17, 2016Last Updated at 12:42 IST,http://www.business-standard.com/article/printer-friendly-version?articl…
10.Gujarat Vibrant Summit 2017: Mukesh Ambani praises PM Modi for changing mindset of citizens, ANI | Last Updated: Tuesday, January 10, 2017 – 17:23,http://zeenews.india.com/companies/gujarat-vibrant-summit-2017-mukesh-ambani-praises-pm-modi-for-changing-mindset-of-citizens_1966063
11.‘POOR FINE, RICH SLEEPLESS’The Pioneer , Tuesday, 15 November 2016 | Ramesh K Singh | GHAZIPUR ,http://www.dailypioneer.com/print.php?printFOR=storydetail&story_url..
12.Why the corrupt rich will welcome Modi’ s ‘surgical strike on corruption’ ,Jayati Ghosh , theguardian ,Tuesday 15 November 2016 ,https://www.theguardian.com/commentisfree/2016/nov/15/corrupt-rich-in… .
13.‘Modi sleeping peacefully, poor having sleepless nights’,The Hindu, November 27, 2016 , http://www.thehindu.com/news/national/other-states/%E2%80%98Modi-sleeping-peacefully-poor-having-sleepless-nights%E2%80%99/article16725349.ece
14.BJP and its friends knew about demonetization a week before: Kejriwal doubts Modi’s war on black money ,Thu, 10 Nov 2016-08:02pm , PTI., http://www.dnaindia.com/india/report-bjp-and-its-friends-knew-about-demonetization-a-week-before-kejriwal-doubts-modi-s-war-on-black-money-2272145
15.94% of demonetised notes deposited back in banks ,Arup Roychoudhury , Business Standard,. New Delhi , January 05, 2017 ,http://www.business-standard.com/article/printer-friendly-version?articl
16.Bengal BJP deposits money just hours before currency ban announcement; CPM alleges tip-off., Tamal Sengupta,ET Bureau | Nov 11, 2016 , The EconomicTimes. ..,http://economictimes.indiatimes.com/news/politics- and-nation/bengal-bj..
17.Sanjeev Kamboj on Twitter: “Reserve Bank #RBI to issue Rs 2000 curren… https://twitter.com/kambojOffice/status/795134459037163520/photo/1.
18.Demonetisation: BJP bought land worth crores of rupees a week before note ban , Financial Express, By: FE Online | Published: November 25, 2016 , http://www.financialexpress.com/india-news/demonetisation-bjp-bought-land-worth-crores-of-rupees-a-week-before-note-ban/455728/
19.How A Gujarati Newspaper’s Story on Rs 500 & 1000 Note De-Monetisation Got it Right 7 Months Ago,Written by Sabrangindia Staff | Published on: November 10, 2016 ,https://sabrangindia.in/article/how-gujarati-newspaper%E2%80%99s-story-rs-500-1000-note-de-monetisation-got-it-right-7-months-ago
20.Not a secret? Modi’s ministers had leaked info about scrapping of Rs 1,000 in April , India Samvad Digital Desk ,10 November 2016, http://www.indiasamvad.co.in/investigation/pm-modi-ministers-leaked-in..
21.Gujarat’s local daily published currency demonetization plan in April, called it ‘spoof’ ,By: FE Online | Updated: November 12, 2016,http://www.financialexpress.com/india-news/gujarats-local-daily-published-currency-demonetization-plan-in-april-called-it-spoof/444382/
22.Coming soon to your wallet: 2,000 notes , G Naga Sridhar/ NS Vageesh , Business Line ,Hyderabad/Mumbai, October 21 , http://www.thehindubusinessline.com/money-and-banking/coming-soon-t..
23.Journalist broke story about currency demonetisation a fortnight back IANS, Hindustan Times, Lucknow , Nov 11, 2016,http://www.hindustantimes.com/india-news/journalist-broke-story-about-.
24.PM Narendra Modi On Calendar:Amid Row, Government Sources Say Gandhi Image Not A Must.,NDTV, Reported by Anant R Zanane, Edited by Deepshikha Ghosh| Updated: January 13, 2017 ,http://www.ndtv.com/india-news/pm-narendra-modi-replaces-gandhi-on-.. .