ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଉ, ଗୋଟିଏ ପ୍ରଶାସନର ନିୟନ୍ତ୍ରଣରେ ରହୁ, ଏହି ଦାବି ପୂରଣ ହେବାକୁ ୭ଟି ଦଶନ୍ଧି ଅପେକ୍ଷା କରିବାକୁ ପଡିଲା । ଓଡିଶାକୁ ବିଶେଷ କିସମର ପ୍ରଦେଶ ଭାବେ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ଇତ୍ୟବସରରେ ସାଢେ ୩ ଦଶନ୍ଧି ପୂରୁଣା ହୋଇଗଲାଣି, କିନ୍ତୁ ପୂରଣ ହୋଇପାରି ନାହିଁ । ଏପ୍ରିଲ ୨ ତାରିଖରେ ଓଡିଶା ବିଧାନସଭାରେ ଏହି ଦାବି ସର୍ବସମ୍ମତରେ ଗୃହୀତ ହେଲା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ ଏହି ଦାବି ପ୍ରଥମ ଥର ପାଇଁ ଉଠାଯାଇଥିଲା ୧୯୭୯ ମସିହାରେ, ୧୦ମ ଓ୧୧ଶ ବିଧାନସଭାରେ ମଧ୍୍ୟ ଏହି ଦାବି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ୨୦୦୨-୦୩ ମସିହାରେ କେନ୍ଦ୍ରରେ ଯେତେବେଳେ ଏନ.ଡି.ଏ ସରକାର ଓ ରାଜ୍ୟରେ ତାହାର ସହଯୋଗି ବି.ଜେ.ଡିର ସରକାର, ସେତେବେଳେ ଏହି ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଥିଲା । ଅର୍ଥାତ୍ ଏହି ଦାବି ଅସଫଳତାର ଅର୍ଗଳି ଦେଇ ଚାଲିଛି, କେନ୍ଦ୍ର ଅବହେଳାର ଅଭିଯୋଗ ପାଇଁ ସୁଯୋଗ ଯୋଗାଉଛି । ଅଭିଯୋଗର ସ୍ୱର ତୀବ୍ର ହେଉଛି ଯେତେବେଳେ କେନ୍ଦ୍ରରେ ଥିବା ସରକାରର ବିରୋଧି ରାଜନୈତିକ ଦଳ ରାଜ୍ୟରେ କ୍ଷମତାସୀନ । ଦାବି ଯେ ରାଜନୈତିକ ଅଭିସନ୍ଧିରୁ ମୁକ୍ତ ନୁହେଁ-ତାହା ସ୍ୱୀକାର କରିବା ଅଯୋକ୍ତିକ ହେବ ନାହିଁ ।
ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଦାବି ମୂଳରେ ଥିଲା ଓଡିଆ ଭାଷାର ସୁରକ୍ଷା । ଗୋରୀଶଙ୍କର ଉକ୍ରଳ ଦୀପିକାର ୧୩.୩.୧୮୬୯ସଂଖ୍ୟାରେ ଲେଖିଲେ, “ଆମ୍ଭମାନଙ୍କର ବିଶ୍ୱାସ ଯେ ଉକ୍ରଳ ଭାଷା ତିନି ଥେଣ୍ଟିୟା କାକୁଡି ବାଡି ପ୍ରାୟ ତୁଚ୍ଛାକୁ କ୍ଷତିଗ୍ରସ୍ତ ହେଉଅଛି, ଏହାର ରକ୍ଷକ ତିନି ଗବର୍ଣ୍ଣମେଣ୍ଟ ହୋଇଅଛନ୍ତି ।ଏକ ଭାଗ ବଂଗଳା ଗବର୍ଣ୍ଣମେଣ୍ଟ ହସ୍ତେ, ଏକ ଭାଗ ମଧ୍ୟପ୍ରଦେଶ ଗବର୍ଣ୍ଣମେଣ୍ଟ ହସ୍ତେ ଏବଂ ଅନ୍ୟ ଏକ ଭାଗ ମାନ୍ଦ୍ରାଜ ଗବର୍ଣ୍ଣମେଣ୍ଟ ହସ୍ତେ ପଡିବାରୁ ଏହାର ସର୍ବାଂଗ ସମାନ ରୂପେ ଗଠନ ହେଉନାହିଁ । ଏକ ଏକ ସ୍ଥାନରେ ଏକ ଏକ ପ୍ରଥା ପ୍ରଚଳିତ ଏବଂ ଏକ ପ୍ରକାର ପୁସ୍ତକ ପଠିତ ହୁଅଇ । କେଉଁ ନିୟମ ଭଲ ଅବା ମନ୍ଦ ଜାଣିବାର ଉପାୟ ନାହିଁ । ସୁତରାଂ ଉକ୍ରଳ ଭାଷା ଦୁଇଘର କୁଣିଆ ଉପବାସରେ ଶୋଉଅଛି । କେହି ଏହାର ଚର୍ଚ୍ଚା କରିବାକୁ ନାହିଁ । ଏ ରୂପ ଅବସ୍ଥା ଅତି ଶୋଚନୀୟ ଓ ଆମ୍ଭମାନଙ୍କ ମତରେ ଶୀଘ୍ର ଏହାର ପ୍ରତିକାର କରିବାର ଉଚିତ ।” ଏହାର ପ୍ରତିକାର କ’ଣ ହେବା ଉଚିତ ତାର ସୂଚନା ଦେଇ ଗୋରୀଶଙ୍କର ଉକ୍ରଳ ଦୀପିକାର ୨୦.୩.୧୮୬୯ ସଂଖ୍ୟାରେ ଲେଖନ୍ତି, “ ଆମ୍ଭେମାନେ ବୋଧ କରୁଁ କି ଯେ ସ୍ଥଳେ ଏକ ଭାଷାର ଶିକ୍ଷା ଦେବାର ସ୍ଥିର ହୋଇଅଛି, ସେ ସ୍ଥଳେ ଶିକ୍ଷା ବିଷୟରେ ସମୁଦାୟ ସ୍ଥାନ ଏକ କର୍ମଚାରୀର ଅଧୀନ ହେବା ଉଚିତ ।” ଏହି ସମୟରେ ଓଡିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବଂଗଦେଶର କେତେକ ଜଣାଶୁଣା ଗବେଷକ ପ୍ରତିପାଦିତ କରିବା ଆରମ୍ଭ କରିଦେଇଥିଲେ ଓ ଓଡିଆ ଭାଷା ପରିବର୍ତ୍ତେ ବଂଗଳା ଭାଷା ଗ୍ରହଣ କରିନେବାର େଓ÷ାଚିତ୍ୟ ସପକ୍ଷରେ ଯୁକ୍ତି ବାଢିବା ଆରମ୍ଭ କରିଦେଇଥିଲେ । କହିବା ବାହୁଲ୍ୟ, ଓଡିଆ ଭାଷାକୁ ସୁରକ୍ଷା ଦେବାକୁ ଯାଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଭିତ୍ତି ପଡିଥିଲା । ମଧୁସୂଦନ ଦାସ ରେଭେନ୍ସା କଲିଜିଏଟର ‘ସାହିତ୍ୟ ଆଲୋଚନା ସଭା’ ର ବାର୍ଷିକ ଉତ୍ସବରେ(୧୯୧୨ ମସିହା ଏପ୍ରିଲ) ସଭାପତିତ୍ୱ କରି କହିଥିଲେ, “ଯେଉଁ ଅଂଚଳ ମାନଙ୍କରେ ଏ ଭାଷାର ପ୍ରଚଳନ ଅଛି,ସେହି ସ୍ଥାନମାନ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶରେ ମିଶି ତାହାର ଅଂଗିଭୂତ ହେଲେ ନୂତନ ରାଜନୈତିକ ଜୀବନ ଦେଶରେ ଖେଳିବ ।ତେଣୁ ଭାଷା ସୂତ୍ରେ ଦେଶ ମିଶ୍ରଣ ‘ଉକ୍ରଳ ସମ୍ମିଳନୀ’ ର ମୂଳ ଲକ୍ଷ୍ୟ ।”
ବର୍ତ୍ତମାନ ଉଠୁଥିବା ଦାବି ପଛରେ ଓଡିଆ ଭାଷା ଆଉ ପ୍ରାସଂଗିକ ନୁହେଁ । ଓଡିଶାର ଅଧିବାସୀଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଆ କହି ନ ପାରିବା ଲଜ୍ଜାର ବିଷୟ ନୁହଁ ।
ଭାଷାକୁ ନେଇ ସ୍ୱାଭିମାନ ପ୍ରତି ଉଦାସୀନତା ବେଶ ପ୍ରକଟିତ । ଇଂରାଜୀ ମାଧ୍ୟମରେ ପାଠପଢା ବ୍ୟାପକ ହେଉଥିବା ଦୃଷ୍ଟିରୁ ଏହି ଉଦାସୀନତାରେ ବୃଦ୍ଧି ଘଟୁଛି ବୋଲି ବହୁ ଓଡିଆ ସାହିତ୍ୟିକଙ୍କର କ୍ଷୋଭ, ଯଦିଓ ଏମାନଙ୍କ ଘରର ପିଲାମାନେ ଇଂରାଜୀ ମାଧ୍ୟମରେ ହିଁ ପଢନ୍ତି ପାଠ । ଏକ ଅସହାୟ ଅବସ୍ଥା ବାସ୍ତବିକ । ଓଡିଶା କଣ କେବଳ ଏକ ଭୈଗଳିକ ଖଣ୍ଡ ହୋଇ ଶେଷକୁ ରହିଯିବ- ଏହି ଆଶଙ୍କା ଅନେକଙ୍କୁ ବିବ୍ରତ କରିବା ସ୍ୱାଭାବିକ । ଆଜି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି ଏହି ଭୈ÷ାଗଳିକ ଖଣ୍ଡ ପାଇଁ, ଯାହା ମନେହେଉଛି ଅର୍ଥନୈତିକ ଯଦିଓ ଅନେକାଂଶରେ ରାଜନୈତିକ । ଯୁକ୍ତି ଦିଆଯାଉଛି ଯେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଲେ ଏହାର ଦାରିଦ୍ର୍ୟ ତ୍ୱରିତ ଗତିରେ ହ୍ରାସ ପାଇବ ଓ ଏହା ଅଚିରେ ଏକ ବିକଶିତ ରାଜ୍ୟ ଭାବେ ପରିଚୟ ଲାଭ କରିବ । ଏହି ଦାବିକୁ ଅଗ୍ରାହ୍ୟ କରିବା ଅର୍ଥ କେନ୍ଦ୍ର ରାଜ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛି ବୋଲି ଅଭିଯେଗ ଉଠାଇବା ପାଇଁ ରାଜ୍ୟ ସରକାର ହାତରେ ଏକ ରାଜନୈ÷ତିକ ଅସ୍ତ୍ର ଧରାଇ ଦେବା । ଏବଂ ଏହା ହିଁ ଓଡିଶା ରାଜନୀତି ରେ ବର୍ତ୍ତମାନର ଦୃଶ୍ୟ । ନିର୍ବାଚନ ଯେତେ ନିକଟତର ହେଉଛି, କେନ୍ଦ୍ର ବିରୋଧୀ ମାନସିକତା ସୃଷ୍ଟି କରି ଓଡିଶାର ଜନସାଧାରଣଙ୍କୁ ଏକାଠି କରିବାର ଉଦ୍ୟମ କ୍ଷମତାସୀନ ଦଳ ବିଜେଡି ତରଫରୁ ଆରମ୍ଭ ହୋଇଯାଇଛି ।
କ’ଣ ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ର ମାନ୍ୟତା?
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଧାରଣାର ଜନ୍ମ ୧୯୬୯ ମସିହାରେ, ଯୋଜନା କମିଶନ ର ତକ୍ରାଳିନ ଉପାଧ୍ୟକ୍ଷ ଡି. ଆର.ଗାଡଗିଲଙ୍କ ଦ୍ୱାରା ପ୍ରସ୍ତାବିତ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିତ୍ତ ଆବଣ୍ଟନର ଅନୁପାତ ପ୍ରସଂଗରେ । ସେ ତିନୋଟି ରାଜ୍ୟ ଯଥା ଆସାମ, ନାଗାଲ୍ୟାଣ୍ଡ ଓ ଜାମୁ-କାଶ୍ମୀର କୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଚିହ୍ନଟ କରିଥିଲେ ଓ ଏହି ରାଜ୍ୟ ଗୁଡିକ ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଅଧିକ ଅନୁଦାନ ପାଇବା ସପକ୍ଷରେ ପ୍ରସ୍ତାବ ରଖିଥିଲେ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକ ପାଇଁ ଅନୁଦାନ ଓ ଋଣର ଅନୁପାତ ରେ ହିଁ ଥିଲା ପାର୍ଥକ୍ୟ । ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ପାଇଁ ଏହା ୯୦:୧୦ ହୋଇଥିବା ବେଳେ, ସାଧାରଣ ରାଜ୍ୟ ଗୁଡିକ ପାଇଁ ଏହା ୩୦:୭୦ । ଘୋଷିତ ଉଦ୍ଦେଶ୍ୟ ହେଉଛି ଏତଦ୍ଦ୍ୱାରା ରାଜ୍ୟ ରାଜ୍ୟ ମଧ୍ୟରେ, ବିଶେଷ ଭାବରେ ଯେଉଁ ରାଜ୍ୟ ଗୁଡିକ ବିଭିନ୍ନ ପ୍ରାକୃତିକ, ଐତିହାସିକ ଓ ଭୈ୧୯୬୯ ମସିହାରେ ତିନୋଟି ରାଜ୍ୟରେ ସୀମିତ ଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଆଜି ଏଗାରଟି ରାଜ୍ୟକୁ ପ୍ରାପ୍ତ ହୋଇଛି । ଓଡିଶା, ବିହାର, ଗୋଆ, ଛତିଶଗଢ, ଝାଡଖଣ୍ଡ, ରାଜସ୍ଥାନ ଏହି ମାନ୍ୟତା ପାଇଁ ଦାବି କରୁଛନ୍ତି । କିନ୍ତୁ ବିହାର ଓ ଓଡିଶାରେ ଏହି ଦାବିର ସ୍ୱର ଅଧିକ ପ୍ରଖର ବୋଲି ଜଣା ପଡୁଛି , ଯଦିଓ କେନ୍ଦ୍ର ସରକାର ଏହା ଅସମ୍ଭବ ବୋଲି ବାରମ୍ବାର ସ୍ମରଣ କରାଇ ଦେଉଛନ୍ତି ।
ଯେପରି ପ୍ରଣବ ମୁଖର୍ଜୀ ଗତ ବର୍ଷ ଫେବୃଆରି ମାସରେ ଅର୍ଥମନ୍ତ୍ରୀ ଭାବେ ଗୋଆ ସରକାରଙ୍କୁ ପ୍ପଷ୍ଟ ଜଣାଇ ଦେଇଥିଲେ ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହଁ, ଏହା ନେଶନାଲ ଦେଭେଲପମେଣ୍ଟ କାଉନ୍ସିଲର ନିଷ୍ପତ୍ତି ଉପରେ ନିର୍ଭର କରେ, ଓ ନେଶନାଲ ଡେଭେଲପମେଣ୍ଟ କାଉନ୍ସିଲ କୈ÷ାଣସି ନୂଆ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଅଗଷ୍ଟ ୨୦୦୯ ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିହାରର ବିଧାୟକ ଓ ସାଂସଦ ମାନଙ୍କର ଏକ ପ୍ରତିନିଧି ମଣ୍ଡଳକୁ ସାକ୍ଷାତ ଦେଇ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସଂଭବ ନୁହେ ବୋଲି ଜଣାଇଥିଲେ । ଏହି ନାହିଁ ନାହିଁର ପର୍ଯାୟ ଅବ୍ୟାହତ ରହିଛି, ଦାବି କରୁଥିବା ରାଜ୍ୟରେ ବିରୋଧି ଦଳ ଗୁଡିକର ସରକାର ଏହାକୁ କେଦ୍ଦ୍ରର ଅବହେଳା ବୋଲି ଦର୍ଶାଇ ଏକ ରାଜନୈ÷ତିକ ଫାଇଦାର ସ୍ୱପ୍ନ ଦେଖୁଛନ୍ତି ।
କେଉଁ କେଉଁ ସର୍ତ୍ତ ପୂରଣ ହେଲେ ଗୋଟିଏ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବ ତାହା ଉପରେ ଆଲୋକପାତ କରିବା ପୂର୍ବରୁ ଏହି ଧାରଣା ପ୍ରବର୍ତ୍ତନ ସମୟର କେତୋଟି ସମକାଳିନ ଘଟଣା ସ୍ମରଣ କରାଯାଇପାରେ ଯାହା ଉପରୁ ଅପ୍ରାସଂଗିକ ବୋଲି ମନେ ହୋଇପାରେ କିନ୍ତୁ ଅସଂଲଗ୍ନ ବୋଲି କୁହାଯାଇ ପାରିବ ନାହିଁ । ଯେପରି ପୂର୍ବରୁ କୁହାଯାଇଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଏକ ଧାରଣା ଭାବେ ୧୯୬୯ ମସିହାରେ ହିଁ ପ୍ରବର୍ତ୍ତିତ ହେଲା । ୧୯୬୯ ମସିହା ଭାରତୀୟ ରାଜନୀତିରେ ଏକ ଘଟଣା ବହୁଳ ବର୍ଷ । ଏହି ବର୍ଷ ଶକ୍ତିଶାଳୀ କଂଗ୍ରେସ ଦଳ ବିଭାଜିତ ହେଲା । ଏହି ବର୍ଷ ଦଳ ତରଫରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ନୀଳମ ସଂଜୀବ ରେଡ୍ଡୀ, କଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ଗଳିକ କାରଣରୁ ଅର୍ଥନୈ÷ତିକ ଦୃଷ୍ଟିକୋଣରୁ ପଛରେ ପଡିଛନ୍ତି ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସମକକ୍ଷ ହୋଇପାରିବେ । ଇନ୍ଦିରା ଗାଂଧୀ ଙ୍କ ଦ୍ୱାରା ମନୋନିତ ପ୍ରାର୍ଥୀ ଭି.ଭି. ଗିରିଙ୍କ ଦ୍ୱାରା ପରାଜିତ ହୋଇଥିଲେ ।ଏହି ବର୍ଷ ବ୍ୟାଙ୍କ ଜାତୀୟକରଣ, ରାଜାରାଜୁଡାଙ୍କର ପ୍ରିଭି ପର୍ସ ଉଚ୍ଛେଦ ଭଳି ବହୁ ପ୍ରଗତିଶିଳ ପଦକ୍ଷେପ ଇନ୍ଦିରା ଗାଂଧୀଙ୍କ ସରକାର ନେଇ କଂଗ୍ରେସ ଦଳ ଭିତରେ ଥିବା ପ୍ରଗତିଶିଳ ଯୁବ ଗୋଷ୍ଠିର ସମର୍ଥନ ପାଇବାରେ ଓ ପ୍ରତିକ୍ରିୟାଶିଳ ବୃଦ୍ଧ ଗୋଷ୍ଠିକୁ ପ୍ରଭାବହୀନ କରିବାରେ କେବଳ ସଫଳ ହୋଇ ନ ଥିଲେ, ସେ ତତ୍କାଳିନ ଭାରତୀୟ କମୁନିଷ୍ଟ ପାର୍ଟିରେ ଥିବା ସଦସ୍ୟ, ପ୍ରଜା ସୋସିଆଲିଷ୍ଟ ପାର୍ଟିର ସଦସ୍ୟ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବାରେ ସମର୍ଥ ହୋଇଥିଲେ । ଏହି ପ୍ରସଂଗରେ ମୋହନ କୁମାର ମଂଗଲମ ଓ ସୁରେନ୍ଦ୍ର ଦ୍ୱିବେଦୀଙ୍କୁ ସ୍ମରଣ କରାଯାଇପାରେ ।ଏହି ସମୟରେ ଆଉ ଏକ ଘଟଣା ମୁଣ୍ଡ ଟେକୁଥାଏ, ତାହା ହେଉଛି ନକ୍ସଲବାରୀ ଆନ୍ଦୋଳନ ଓ କମୁନିଷ୍ଟ ଦଳର ଦ୍ୱିତୀୟ ବିଭାଜନର ସଂକେତ ।ଏତଦ୍ବ୍ୟତିତ ଜାମୁ-କାଶ୍ମୀର, ଆସାମ, ନାଗାଲାଣ୍ଡ ରେ ବିଚ୍ଛିନ୍ନତାବାଦୀ ଶକ୍ତି ଗୁଡିକ ବେଶ ସକ୍ରିୟ ହୋଇଊଠିଥାନ୍ତି । ଏ ଗୁଡିକ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ସମସ୍ୟା ବେଶ ସଂବେଦନଶୀଳ ହୋଇଥାଏ । ଏହି ଶକ୍ତି ଗୁଡିକର ପ୍ରଭାବକୁ ଖର୍ବ କରିବା ପାଇଁ ଆର୍ମଡ୍ ଫୋର୍ସ ସ୍ପେସିଆଲ ପାଓ୍ୟାର ଆକ୍ଟ ୧୯୫୮ (ଏ.ଏଫ.ଏସ.ପି.ଏ. ୧୯୫୮)ଆଇନ ଟି ସରକାରଙ୍କ ତୂଣୀରେ ଥାଏ । ତେଣୁ ୧୯୬୯ ମସିହାରେ ଯେଉଁ ତିନୋଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଗଲା ସେମାନେ କାହିଁକି ଜାମୁ-କାଶ୍ମୀର, ଆସାମ ଓ ନାଗାଲାଣ୍ଡ ହେଲେ ଓ ପରବର୍ତ୍ତୀ କାଳରେ ଏହି ଅଂଚଳ ଗୁଢିକୁ ଉପଦ୍ରୁତ ଅଂଚଳ ବୋଲି ଘୋଷଣା କରାଯାଇ ସେଠାରେ ଏ.ଏଫ.ଏସ.ପି.ଏ. ଲାଗୁ କରାଗଲା ତାହାର କାରଣ ସ୍ପଷ୍ଟ । ସଂପ୍ରତି ଯେଉଁ ୧୧ ଟି ରାଜ୍ୟ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି ସେମାନେ ସମସ୍ତେ ସୀମାବର୍ତ୍ତୀ ରାଜ୍ୟ ଓ ସେମାନଙ୍କ ମଧ୍ୟରୁ ୮ଟି ରାଜ୍ୟ, ଯଥା ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା ଓ ଜାମୁ-କାଶ୍ମୀର ଆଜି ଏ.ଏଫ.ଏସ.ପି.ଏ କବଳରେ । ଏହା ସଂଯୋଗ ମାତ୍ର ନୁହେଁ । ଯେଉଁ ତିନୋଟି ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ଏ.ଏଫ.ଏସ.ପି.ଏ କବଳରେ ନାହାନ୍ତି ଯଥା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ସିକ୍କିମ ସେଗୁଡିକରେ ବିଚ୍ଛିନତାବାଦ ର ସ୍ୱର ଐତିହାସିକ କାରଣରୁ ଏ ଯାବତ୍ ଉଠି ନାହିଁ ଯଦିଓ ଏ ଗୁଡିକ ମଧ୍ୟ ସୀମାବର୍ତ୍ତୀ ରାଷ୍ଟ୍ର ତେଣୁ ବିପଦ ମୁକ୍ତ ବୋଲି କୁହାଯାଇ ନ ପାରେ ।
ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଂଗରେ ମୋର ସିଦ୍ଧାନ୍ତ ହେଉଛି ଯେ ମାନ୍ୟତା ପାଇଁ ଘୋଷିତ ସମସ୍ତ ସର୍ତ୍ତ ଗୁଢିକ ମଧ୍ୟରେ ସୀମାବର୍ତ୍ତୀ ରାଜ୍ୟ ହେବାର ସର୍ତ୍ତ ହେଉଛି ନିର୍ଣାୟକ ସର୍ତ୍ତ । ପୁନଶ୍ଚ ଏହି ରାଜ୍ୟ ଗୁଡିକରେ ଯଦି ବିଛିନ୍ନତା ବାଦୀ ଶକ୍ତି ସକ୍ରିୟ ତାହେଲେ ଏହି ମାନ୍ୟତା ହାସଲ ହେବା ନିଶ୍ଚିତ ଯଦିଓ ବିନା ମୂଲ୍ୟରେ ନୁହେଁ, ଏହା ସହିତ ଏ.ଫ.ଏସ.ପି.ଏ ଭଳିି ଏକ ମାନବାଧିକାର ହନନକାରୀ ଆଇନର ବଶବର୍ତ୍ତୀ ହେବାକୁ ପଡିପାରେ । ମଣିପୁରର ଇରୋମ ଶର୍ମିଲା ଗତ ବାରବର୍ଷ ଧରି ତ ଏହି ଏ.ଫ.ଏସ.ପି.ଏ ବିରୁଦ୍ଧରେ ଅନଶନରେ ବସିଛନ୍ତି ।
ଏହାହିଁ କାରଣ ଯେ ଓଡିଶା, ବିହାର, ଗୋଆ, ଝାଡଖଣ୍ଡ, ଛତିଶଗଡ,ରାଜସ୍ଥାନ ତ୍ପଭୃତି ରାଜ୍ୟ ମାନେ ବିଭିନ୍ନ ଅର୍ଥନୈ÷ତିକ କାରଣ ଦର୍ଶାଇ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ ହେଁ ଏହି ମାନ୍ୟତା ହାସଲ କରି ପାରୁନାହାନ୍ତି ଯଦିଓ ଅଧିକ ଅନୁଦାନ ପାଇବାରେ ସଫଳ ହେଉଛନ୍ତି । ବିହାର ଓ ରାଜସ୍ଥାନ ସୀମାବର୍ତ୍ତୀ ରାଜ୍ୟ ହୋଇଥିଲେ ହେଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବାରେ ସଫଳ ହୋଇପାରୁନାହାନ୍ତି ।ଅବଶ୍ୟ ଏହି ରାଜ୍ୟ ଦ୍ୱୟ ବିଚ୍ଛିନ୍ନତାବାଦୀ ଶକ୍ତି ମାନଙ୍କ ଦ୍ୱାରା ଉପଦ୍ରୁତ ନୁହନ୍ତି ।
ଅପରପକ୍ଷରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇ ବିକାଶ ଲାଭ କରିଥିବା ରାଜ୍ୟ ଗୁଡିକରୁ ଏହି ମାନ୍ୟତା ପ୍ରତ୍ୟାହାର କରବଯାଉ ନାହିଁ ଯଦିଓ ଏହି ରାଜ୍ୟ ଗୁଡିକର ବିକାଶ ସୂଚକ ସର୍ବଭାରତୀୟ ସୂଚକ ଅପେକ୍ଷା ଯଥେଷ୍ଟ ଉପରେ । ଏହିଠାରେ କିଛି ପରିସଂଖ୍ୟାନ ଦେବା ପ୍ରାସଂଗିକ ହେବ । ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଏକ ଆଶୀର୍ବାଦ ହେବ-ଏହା ସପକ୍ଷରେ ଯୁକ୍ତି ଉପସ୍ଥାନ କରି ଜେ.ଡି(ୟୁ) ରରାଜ୍ୟ ସଭା ସଦସ୍ୟ ଓ ଭୂତପୂର୍ବ ଆଇ.ଏ.ଏସ ଅଫିସର ଏନ.କେ.ସିଂହ ଇକୋନୋମିକ ଟାଇମ୍ସ (୨୯ ମାର୍ଚ୍ଚ ୨୦୧୩) ଉଦ୍ଧାର କରନ୍ତି ସ୍ୱତନ୍ତ୍ର ମାନ୍ୟତା ପାଇ ଥିବା ରାଜ୍ୟ ସଂପର୍କରେ କିଛି ପରିସଂଖ୍ୟାନ ଓ ତୁଳନା କରନ୍ତି ବିହାର ର ପରିସଂଖ୍ୟାନ ସହିତ । ଯେପରି ମୁଣ୍ଡ ପିଛା ଆୟ ରେ ସ୍ୱତନ୍ତ୍ର ମାନ୍ୟତା ପାଇ ଥିବା ହିମାଚଳ ପ୍ରଦେଶ (ଟ୪୭,୧୦୬), ସିକ୍କିମ(ଟ୪୭,୬୫୫),ତ୍ରିପୁରା(ଟ୩୭,୨୧୬), ମିଜୋରାମ (ତ.୩୬,୭୩୨) କିପରି ବିହାର(ଟ୧୩,୬୩୨) ଠାରୁ ଯଥେଷ୍ଟ ଆଗୁଆ । କେବଳ ସେତିକି ନୁହେଁ ଏହି ରାଜ୍ୟ ଗୁଡିକ ଜାତୀୟ ହାରାହାରି (ଟ୩୫,୯୯୩) ଠାରୁ ମଧ୍ୟ ଉପରେ । ସେହିପରି ସେ ଦର୍ଶାନ୍ତି ଯେ କିପରି ସ୍ୱତନ୍ତ୍ର ମାନ୍ୟତା ପାଇଥିବା ୧୧ ଟି ରାଜ୍ୟ ମଧ୍ୟରୁ ୯ଟି ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଶତକଡା ଅଂଶ ଜାତୀୟ ହାରାହାରି (୨୯.୮%) ଠାରୁ କମ ଅଥଚ ବିହାରରେ ଏହି ଅଂଶ ହେଉଛି ୫୩.୫% । ବହୁ କ୍ଷେତ୍ରରେ ବିହାର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା କେତେକ ରାଜ୍ୟ ମାନଙ୍କ ତୁଳନାରେ ନ୍ୟୁନ ହୋଇଥିଲେ ମଧ୍ୟ ଏହା ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଣି ପାରୁ ନାହିଁ- ଏହା ସ୍ପଷ୍ଟ । ଏନ.କେ.ସିଂହଙ୍କର ଯୁକ୍ତିକୁ ଓଡିଶା ପାଇଁ ମଧ୍ୟ ପ୍ରୟୋଗ କରାଯାଇ ପାରେ ଯଦିଓ ଓଡିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଶତକଡା ଅଂଶ (୩୭%) ବିହାର ଠାରୁ କମ କିନ୍ତୁ ଜାତୀୟ ହାରାହାରି ଅଂଶ ଠାରୁ ବେଶି । ସେହିପରି ଝାଡଖଣ୍ଡ (୩୯.୧%) ଓ ଛତିଶଗଡ(୪୮.୭%) ରେ ଏହି ଅଂଶ ଜାତୀୟ ହାରାହାରି ଅଂଶ ଠାରୁ ବେଶି । ବିଶେଷଜ୍ଞ ମାନେ ମତ ଦିଅନ୍ତି ଯେ ରାଜ୍ୟ ଗରିବ ବୋଲି ଯେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବ ସେପରି ନୁହେଁ ।
ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲେ ରାଜ୍ୟ କେବଳ ୯୦ ପ୍ରତିଶତ ଅନୁଦାନ ପାଇବ ନାହିଁ, ଘରୋଇ ପୁଂଜି ନିବେଶ ପାଇଁ ମଧ୍ୟ ଆକର୍ଷଣୀୟ ହେବ ଯେଉଁଠାରେ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ବିଭିନ୍ନ ପ୍ରକାର ରିହାତି ବିଶେଷତଃ ଉତ୍ପାଦନ ଶୁଳ୍କରେ ରିହାତି ପାଇ ପାରିବେ । କିନ୍ତୁ ଯେତେବେଳେ ଓଡିଶା ପୁଂଜି ନିବେଶ ବିଶେଷତଃ ବିଦେଶି ପୁଂଜି ନିବେଶ ପାଇଁ ଭାରତ ବର୍ଷରେ ଶିଳ୍ପ ଗୋଷ୍ଠୀ (ଆସୋଚାମ) ଙ୍କ ଦୃଷ୍ଟିରେ ସବୁଠାରୁ ଅଧିକ ପ୍ରିୟ ରାଜ୍ୟ ବୋଲି ଗଣମାଧ୍ୟମରେ ଡେଂଗୁରା ବାଜୁଛି ଓ ଓଡିଶାର ଅର୍ଥନୈ÷ତିକ ଅଭିବୃଦ୍ଧିର ହାର (୯.୧୪) ଭାରତର ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ଏହି ରାଜ୍ୟକୁ ସ୍ଥାନିତ କରିଛି, ସେତେବେଳେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦାବି କରିବାର ଯୋ÷÷କ୍ତିକତାକୁ ଅନେକେ ପ୍ରଶ୍ନ କରୁଛନ୍ତି । ଯୋଜନା କମିଶନର ଉପାଧ୍ୟକ୍ଷ ମନଟେକ ସିଂହ ଆହୁଲିଓାଲିଆ ମଧ୍ୟ ଏହି ପ୍ରଶ୍ନ କରନ୍ତି ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ । ପଟ୍ଟନାୟକ ମହୋଦୟଙ୍କର ଉତ୍ତର ହେଊଛି-ୟେ ଦିଲ ମାଂଗେ ମୋର । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଯୁକ୍ତି ହେଉଛି -ଯେହେତୁ ରାଜ୍ୟରେ ଅନୁସୂଚିତ ଜାତି ଓ ଉପଜାତି ଙ୍କର ସାନ୍ଦ୍ରତା ବହୁତ ଅଧିକ (ଯଥାକ୍ରମେ ୧୬.୫୩% ଓ ୨୨.୧୩%; ଜାତୀୟ ହାର ଯଥାକ୍ରମେ ୧୬.୨% ଓ ୮.୨%),ମାନବ ବିକାଶ ସୂଚକରେ ବହୁତ ତଳେ (୦.୩୬୨; ଜାତୀୟ ହାର ୦.୪୬୭) ତଥା ଦାରିଦ୍ର୍ୟ ଖୁବ ଗଭୀର (୩୭.୦%; ଜାତୀୟ ହାର ୨୯.୮%),ତେଣୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦିଆଯିବା ଉଚିତ । ପରିସଂଖ୍ୟାନ ଦୃଷ୍ଟିରୁ ନବୀନ ବାବୁ ଠିକ କହୁଛନ୍ତି । କାରଣ ଜାତୀୟ ହାରାହାରି ତୁଳନାରେ ଆମେ ବହୁତ ତଳେ । ଯେପରି ଉପରେ ସୂଚନା ଦିଆଯାଇଛି ବିହାର ମଧ୍ୟ ପ୍ରାୟ ସଦୃଶ କାରଣ ଦର୍ଶାଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦାବି କରୁଛି । ଏହା ମଧ୍ୟ ଆମର ଅଭିଜ୍ଞତା ଯେ ଏହି କାରଣ ଗୁଡିକୁ କେନ୍ଦ୍ର ସରକାର ବା ଜାତୀୟ ବିକାଶ ପରିଷଦ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି, କେନ୍ଦ୍ର ସରକାର ଯେଉଁ ରାଜେନୈତିକ ଦଳର କବଜାରେ ରହୁନା କାହିଁକି । ତେଣୁ ମୋର ପ୍ରସ୍ତାବ ହେଉଛି ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଁ ଯେଉଁ ଲୁକ୍କାୟିତ ସର୍ତ୍ତ ଟି ଅଛି ତାକୁ ପ୍ରଘଟ କରାଯାଉ ଓ ବ୍ୟାପକ କରାଯାଉ । ଅର୍ଥାତ୍ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଁ ଥିବା ସର୍ତ୍ତ ତାଲିକାରେ ‘ଉପଦ୍ରୁତ ଅଂଚଳ’ କୁ ଖୋଲାଖୋଲି ଭାବେ ଅର୍ନ୍ତଭୁକ୍ତ କରାଯାଉ । ତାହାଲେ ମାଓ ଉପଦ୍ରୁତ ଅଂଚଳ ବୋଲି ଯୁକ୍ତି ବାଢି ଓଡିଶା (୫ଟି ମାଓ ଉପଦ୍ରୁତ ଜିଲ୍ଲା), ବିହାର (୬ଟି ମାଓ ଉପଦ୍ରୁତ ଜିଲ୍ଲା), ଛତିଶଗଡ(୭ଟି ମାଓ ଉପଦ୍ରୁତ ଜିଲ୍ଲା) ଓ ଝାଡଖଣ୍ଡ (୧୦ଟି ମାଓ ଉପଦ୍ରୁତ ଜିଲ୍ଲା) ତାଙ୍କର ଦ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଁ ଦାବିକୁ ବୋଧହୁଏ ଅଧିକ ଶାଣିତ କରିପାରିବେ । କହିବା ବାହୁଲ୍ୟ ଯେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଦାବି, ବିଶେଷତଃ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ, ବିହାରରେ ନିତିଶ କୁମାର ଓ ଓଡିଶାରେ ନବୀନଙ୍କୁ ଦାବି ସପକ୍ଷରେ ଦସ୍ତଖତ ଅଭ୍ୟିାନ ଜରିଆରେ ଲୋକସଂପର୍କ ଗଢିବା ପାଇଁ ଏକ ଅବସର ଯୋଗାଇ ଦେଇଛି । ଏହା କେତେଦୂର ନିର୍ବାଚନରେ ଏହି ନେତା ମାନଙ୍କୁ ସାହାଯ୍ୟ କରିବ ତାହାତ ନିର୍ବାଚନର ଫଳାଫଳ ହିଁ କହିବ । କିନ୍ତୁ ପ୍ରଶ୍ନ ହେଉଛି ଯେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇ ଅଧିକ ଅନୁଦାନ ପାଇଲେ, କ୍ଷମତାସୀନ ରାଜନୈ÷ତିକ ଦଳ ଗୁଡିକର ଚରିତ୍ର ଯାହା ସେଥିରେ ଏହି ଅନୁଦାନ ସାଧାରଣ ନାଗରିକର ହିତରେ ବ୍ୟୟ ହେବା ପରିବର୍ତ୍ତେ କ୍ଷମତାସୀନଙ୍କ ପାଇଁ ଅଧିକ ଆୟର ଉତ୍ସ ହୋଇ ଯିବ ନାହିଁ ତ?
(ଏପ୍ରିଲ ୨୮, ୨୦୧୩ ଦିନ ଲୋହିଆ ଏକାଡେମୀ, ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଉପସ୍ଥାପିତ)