ଫିକ୍ସିଂ ବା ଶଲାସୂତର

  • 27/03/2017

ଏହି ଇଂରାଜି ଶବ୍ଦଟି ଇତ୍ୟବସରରେ ବେଶ ପ୍ରଚାରିତ ଶବ୍ଦ ହୋଇପଡିଛି । ଏହାର ଅର୍ଥ ଓଡିଆରେ ହୋଇପାରେ ଶଲାସୂତର । ନିମ୍ନୋକ୍ତ କେତୋଟି ଦୃଶ୍ୟ ଏହାର ମର୍ମକୁ ସ୍ପଷ୍ଟ କରି ଦେଇପାରେ ।
ଦୃଶ୍ୟ-୧
ଦ୍ରୈାପଦୀଙ୍କର ସ୍ୱୟମ୍ବର ସଭା । ସ୍ୱୟମ୍ବରରେ ଲକ୍ଷ୍ୟ ସ୍ଥଳ ଥିଲା ଏକ ଦୀର୍ଘ ସ୍ତମ୍ଭ ଉପରେ ସ୍ଥାପିତ ଏକ ମାଛର ଆଖି ; ଠିକ ତାର ତଳେ ଥିଲା ଅନବରତ ଘୂର୍ଣ୍ଣନଶୀଳ ଗୋଟିଏ ଛିଦ-୍ରଯୁକ୍ତ-ଚକ୍ର । ନିମ୍ନରେ ଥିଲା ଏକ ଜଳକୁଣ୍ଡ । ନିମ୍ନକୁ ଦୃଷ୍ଟିକରି ଜଳ ମଧ୍ୟରେ ଲକ୍ଷ୍ୟ ମାଛର ପ୍ରତିବିମ୍ବ ଦେଖି ସେଇ ଚକ୍ରରେ ଥିବା ଛିଦ୍ର ବାଟରେ ନିର୍ଦ୍ଧିଷ୍ଟ ଧନୁରୁ ଶର ସନ୍ଧାନ କରି ମାଛର ଆଖିକୁ ଭେଦ କରିବାର ଆବଶ୍ୟକତା ଥିଲା ଲକ୍ଷ୍ୟଭେଦର ସର୍ତ୍ତ । ଉପସ୍ଥିତ ବହୁ ଆଶାୟୀ ପ୍ରାର୍ଥୀଙ୍କ ଗହଣରେ ଥିଲେ ଅର୍ଜୁନ ଓ କର୍ଣ୍ଣ । ଏହି ସ୍ୱୟମ୍ବର ସଭାକୁ ଦୂରରୁ ଦେଖୁଥିବା ଦୁଇ ବନ୍ଧୁଙ୍କ ମଧ୍ୟରେ ଜଣେ ନିଶ୍ଚିତ ଯେ ଅର୍ଜୁନ ହିଁ ବିଜୟୀ ହେବେ, ଅନ୍ୟ ଜଣେ ନିଶ୍ଚିତ କର୍ଣ୍ଣଙ୍କ ଗଳାରେ ହିଁ ଦ୍ରୈାପଦୀ ବରଣ ମାଳା ପକାଇବେ । ଶତ ସ୍ୱର୍ଣ୍ଣ ମୁଦ୍ରା ବାଜି ରହିଲା । ଯିଏ ହାରିବ ସେ ଅନ୍ୟ ଜଣକୁ ଏକ ଶତ ସ୍ୱର୍ଣ୍ଣ ମୁଦ୍ରା ଦେବ । ଯେଉଁ ବନ୍ଧୁ ଜଣକ ଅର୍ଜୁନ ବିଜୟୀ ହୁଅନ୍ତୁ ବୋଲି ଚାହୁଁଥିଲେ, ସେ କୃଷ୍ଣଙ୍କର ଶରଣାଗତ ହେଲେ । ସେ ଜାଣିଥିଲେ କୃଷ୍ଣ ଅର୍ଜୁନଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି । କୃଷ୍ଣ କଦାପି ଚାହିଁବେ ନାହିଁ ଅର୍ଜୁନଙ୍କର ପରାଜୟ । କୃଷ୍ଣ ଏହି ବନ୍ଧୁଙ୍କ ସହ ଶଲା କଲେ ଯେ ସେ ମାଛର ଆଖି ତଳେ ଅନବରତ ଘୂର୍ଣ୍ଣନଶୀଳ ଛିଦ-୍ରଯୁକ୍ତ-ଚକ୍ର ତଳେ ତାଙ୍କର ସୁଦର୍ଶନ ଚକ୍ରଟିକୁ ଘୁରାଇବାର ବ୍ୟବସ୍ଥା କରିବେ ୍ୟାହା ଘୁରୁଥିବ କିନ୍ତୁ କାହାରିକୁ ଦୃଶ୍ୟ ହେବ ନାହିଁ । କର୍ଣ୍ଣଙ୍କ ଶରକୁ ପ୍ରତିହତ କରି ତାଙ୍କୁ ଲକ୍ଷଭେଦ କରାଇଦେବ ନାହିଁ । କିନ୍ତୁ  ଅର୍ଜୁନ ଯେତେବେଳେ ଲକ୍ଷ୍ୟଭେଦ କରିବେ, ସେତେବେଳେ ସୁଦର୍ଶନ ଚକ୍ର ଆଡ ହୋଇ୍ୟିବ । ଅର୍ଜୁନ ଲକ୍ଷଭେଦ କରିବାରେ ସମର୍ଥ ହେବେ ଓ ଦ୍ରୈାପଦୀଙ୍କର ମବରଣମାଳାର ଅଧିକାରୀ ହେବେ । ଏହା ହିଁ ହେଲା । କର୍ଣ୍ଣ ସମର୍ଥକ ଏକ ଶତ ସ୍ୱର୍ଣ୍ଣ ଯେ ହାରିଗଲେ, ଏହା କହିବା ବାହୁଲ୍ୟ ମାତ୍ର ।
ଦୃଶ୍ୟ-୨
ଏକାଡେମି ପୁରଷ୍କାର ପାଇଁ ସାହିତ୍ୟିକଙ୍କ ମଧ୍ୟରେ ପ୍ରତିଯୋଗିତା । ଦୁଇ ବନ୍ଧୁଙ୍କ ମଧ୍ୟରେ ପଡିଲା ବାଜି, ଏକ ସହସ୍ର ଟଙ୍କାର । ଜଣେ ସାହିତ୍ୟିକ କ ଙ୍କ ସମର୍ଥନରେ ବାହାରିଥିବା ବେଳେ, ଅନ୍ୟ ଜଣେ ସାହିତ୍ୟିକ ଖ ଏକାଡେମି ପୁରଷ୍କାର ପାଇବା ନିଶ୍ଚିତ ବୋଲି ଯୁକ୍ତି ବାଢନ୍ତି । ଫଳାଫଳର ଘୋଷଣା ହୁଏ ଜଣା ପଡେ ଯେ ସାହିତ୍ୟିକ କ ହିଁ ଏକାଡେମି ପୁରଷ୍କାର ପାଇଛନ୍ତି । ଚକ୍ଷୁ ବିସ୍ଫାରିତ ହୋଇଉଠେ ଅନେକଙ୍କର । କିପରି ଏପରି ହେଲା ବୋଲି ଆଶ୍ଚର୍ଯ୍ୟ ହେଉଥିବା ପାଠକ ଗୋଷ୍ଠୀର ସନ୍ଦେହ ମୋଚନ କରନ୍ତି  କ ଙ୍କ ସମର୍ଥନରେ ବାଜି ଲଗାଇଥିବା ବନ୍ଧୁ ଯେତେବେଳେ ସେ ନିଶାଚ୍ଛନ୍ନ ଅବସ୍ଥାରେ ପ୍ରଘଟ କରିଦିଅନ୍ତି ପୁରଷ୍କାର ଚୟନ କମିଟିର ମୁଣ୍ଡିଆଳ ମାନଙ୍କ ସହ ଶଲାସୂତର । ଏହା ସହିତ ମଧ୍ୟ ସେ ପ୍ରଘଟ କରିଦିଅନ୍ତି ଯେ ଆଗାମୀ ବର୍ଷର ଏକାଡେମି ପୁରଷ୍କାର ସାହିତ୍ୟିକ ଖ ପାଇବେ ବୋଲି ଚୟନ କମିଟିର ସଭ୍ୟ ମାନେ ପ୍ରତିଶୃତି ଦେଇଛନ୍ତି ।

Print Friendly, PDF & Email