ଲାଂଚ ଦେଇ କୁଳପତି

  • 27/03/2017

ବିଶ୍ୱବିଦ୍ୟାଳୟର ପ୍ରତ୍ୟକ୍ଷ ପ୍ରଶାସନ ଅଧିନରେ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ଦୁଇ ଦୁଇଟି ବିଶ୍ୱବିଦ୍ୟଲୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିବା ଏ ଲେଖକ ବିଶ୍ୱବିଦ୍ୟାଳୟ ପରିଚାଳନା କିପରି ଅବକ୍ଷୟର ଗଡାଣିରେ ତଳକୁ ଗଡିଥାଏ ତାହା ଖୁବ ନିକଟରୁ ପ୍ରତ୍ୟକ୍ଷ କରିଛି । ଏହାକୁ ବିରୋଧ କରି ପଦୋନ୍ନତିରୁ ବଂଚିତ ହୋଇଛି ବା ପଦୋନ୍ନତି ପରେ ପରେ ପଦଅବନତି ହୋଇଛି, ଯାହାକୁ ସଳଖେଇବା ପାଇଁ ଆଇନ-ଅଦାଲତର ଆଶ୍ରୟ ନେବାକୁ ପଡିଛି । ମୁଁ ଦେଖିଛି ଅଧ୍ୟାପକ ନିଯୁକ୍ତି ରେ କିପରି ମେଧା ଅପେକ୍ଷା ଅନ୍ୟାନ୍ୟ ‘ଯୋଗ୍ୟତା’ କୁ ଅଗ୍ରାଧିକାର ଦିଆଯାଇଛି । କିପରି ଗଢି ଉଠିଛି ଏକ ମାଫିଆ ଗୋଷ୍ଠୀ ଯିଏ ଅଧ୍ୟାପକ ନିଯୁକ୍ତି ଠାରୁ ଆରମ୍ଭ କରି ପଦୋନ୍ନତି ଯାଏ ସବୁକୁ ନିୟନ୍ତଣ କରିଛି । କୁଳପତି ଚୟନ ପ୍ରକ୍ରିୟାର ପ୍ରହସନ ମଧ୍ୟ ମୁଁ ଦେଖିଛି । ସର୍ବସାଧାରଣଙ୍କ ଦୃଷ୍ଟିରେ ଯେଉଁ ମାନେ ତ୍ୟଜ୍ୟ ସେମାନେ ଚୟନ କର୍ତ୍ତା ମାନଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପଦବୀ ହାସଲ କରିପାରିଛନ୍ତି । କିପରି ଏପରି ହେଉଛି ବୋଲି ଯେତେବେଳେ ଅନେକେ ବିବ୍ରତ ସେତେବେଳେ ମୋର ଅଭିଜ୍ଞତା ହୋଇଛି ଯେ ଅବକ୍ଷୟ ଅଧିକରୁ ଅଧିକ ଗୁରୁତର ହେଉଛି; ନୂତନ ନିଯୁକ୍ତି ପୂର୍ବ ନିଯୁକ୍ତି ଅପେକ୍ଷା ଅଧିକ ନିମ୍ନ ମାନର ହେଉଛି । ଏହା ଯେ ମୁଁ ଦେଖିଥିବା ଓଡିଶାର ବିଶ୍ୱବିଦ୍ୟାଳୟ ମାନଙ୍କରେ ହେଉଛି ତାହା ନୁହେଁ, ଏହା ସାରା ଦେଶରେ ଦେଖା ଦେଇଛି ତାହାର ପ୍ରମାଣ ମିଳେ କିଛି ପ୍ରତିଷ୍ଠିତ ମୂଲ୍ୟବୋଧ ଥିବା ଶିକ୍ଷାବିଦ୍ଙ୍କର ବିସ୍ଫୋରକ ବକ୍ତବ୍ୟରୁ ଯାହା ସେମାନେ ପ୍ରକଟ କରିଥିଲେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷାର ଦ୍ରୁତ ମାନ ହ୍ରାସ ସଂପର୍କରେ ପ୍ରକାଶିତ  ଉଦବେଗର ପ୍ରତିକ୍ରିୟାରେ । ନିକଟ ଅତୀତରେ ଅନୁଷ୍ଠିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି ମାନଙ୍କର ବୈଠକରେ ହିଁ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ତାଙ୍କର ଉଦବେଗ ।
କାହିଁକି ଉଚ୍ଚ ଶିକ୍ଷାରେ ଏ ଭଳି ଅବକ୍ଷୟ?
ଏହି ପ୍ରଶ୍ନର ଉତ୍ତରରେ ପ୍ରସିଦ୍ଧ ଜ୍ଞାନପୀଠ ବିଜେତା କନ୍ନଡ ସାହିତ୍ୟିକ, ପୂର୍ବତନ କୁଳପତି, ଇରାଂଜି ଭାଷା ଓ ସାହିତ୍ୟର ଅଭିଜ୍ଞ ପ୍ରଫେସର ଅଶି ବର୍ଷ ବୟସ୍କ ୟୁ.ଆର ଅନନ୍ତମୂର୍ତ୍ତି ରାଜ୍ୟ ସଭା ଟିଭିକୁ ଏକ ସାକ୍ଷାତକାରରେ (୨୨ଫେବୃଆରୀ ୨୦୧୩)
କୁହନ୍ତି, “ ଯଦି କୁଳପତିମାନଙ୍କୁ କୁଳପତି ହେବା ପାଈଁ ପଇସା ଖର୍ଚ୍ଚ କରିବାକୁ ପଡେ, ତାହାଲେ କିପରି ତୁମେ ଆଶା କରିବ ଯେ ବିଶ୍ୱବିଦ୍ୟାଳୟ ଭଲ ଚାଲିବ ।”
(“If vicechancellors have to pay money to become theVice-Chancellor, then how do you expect the universities to be run  well”.) ଏହି ମନ୍ତବ୍ୟରୁ ଜଣାଯାଏ କୁଳପତି ନିଯୁକ୍ତି ଉଚ୍ଚଶିକ୍ଷାର ମାନ ପାଇଁ କେତେ ଗୁରୁତ୍ୱ ପୂର୍ଣ ଓ ଏହି ନିଯୁକ୍ତି ଆଜି କେଉଁ ସ୍ତରରେ ଆସି ପହଂଚିଛି । କୁଳପତି ନିଯୁକ୍ତିର ସାଂପ୍ରତିକ ପ୍ରକ୍ରିୟା ଉପରେ ମନ୍ତବ୍ୟ କରି କାନପୁର ଆଇ ଆଇ ଟିର ପରିଚାଳନା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏମ୍ ଆନନ୍ଦକ୍ରିଷ୍ନନ ଲେଖନ୍ତି, “ ୍କୁଳପତି ଚୟନରେ ରାଜନୈତିକ ହସ୍ତକ୍ଷେପ, ଯାହା ଅବଶ୍ୟ ଏକ ଜାତୀୟ ଦୃଶ୍ୟ ହୋଇ ଯାଇଛି, ଫଳରେ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ମାନଙ୍କର ନିଯୁକ୍ତି ହୁଏତ ସେମାନଙ୍କର ଶାସକ ଦଳ ପ୍ରତି ଆନୁଗତ୍ୟ ଯୋଗୁଁ ହେଉଛି ବା କ୍ଷମତାରେ ଥିବା ବ୍ୟକ୍ତିଙ୍କ ସହ ସଂପର୍କ ଯୋଗୁଁ ହେଉଛି ବା କୋଟି କୋଟି ଟଙ୍କା ବିନିମୟରେ ହେଉଛି । ଏହା ତ ଅତ୍ୟନ୍ତ ଲଜ୍ଜାର କଥା ଯେ କୁଳପତି ଚୟନ କମିଟିର ସଦସ୍ୟ ବା ଅଧ୍ୟକ୍ଷ ହେବା ପାଇଁ ଲାଂଚ ଦେବାକୁ ପଛାଉ ନାହାନ୍ତି ।”(A widespread scandalous situation prevails in the selection of VCs with political interference-unfortunately a national phenomenon.  VCs of many state universities are appointed  either on the basis of allegiance to the ruling party or on family ties with persons in power or on payment of crores rupees. It is a matter of shame that in some states, persons are willing to bribe even to be appointed as members/ chairpersonsof search committees of VCs.) (New Sunday Express, on 10th March 2013, under the caption ‘Minimise Corruption in Appointment of VCs’ କୁଳପତି ଚୟନ କମିଟିର ସଦସ୍ୟ ବା ଅଧ୍ୟକ୍ଷ ହେବା ପାଇଁ ଯଦି ଲାଂଚ ଦିଆଯାଇପାରେ ତାହେଲେ ଏହିଭଳି କମିଟି ଉପରେ ନିର୍ଭର କରି କୁଳପତି ଆଶାୟୀ ପ୍ରାର୍ଥୀକୁ କେତେ ମୂଲ୍ୟ ଦେବାକୁ ପଡୁ ନ ଥିବ ? ଓଡିଶାର ଏକ ବିଶ୍ୱବିଦ୍ୟାଳୟର କୁଳପତି ଚୟନ କମିଟିରେ ତ ଏକ ମୋବାଇଲ କଂପାନୀର ଅଧିକାରୀ ସଦସ୍ୟ ଥିଲେ ।
କେତେ ହୋଇପାରେ କୁଳପତି ହେବା ପାଇଁ ଲାଂଚର ପରିମାଣ? ଆନନ୍ଦକୃଷ୍ନନଙ୍କ ଆକଳନ ଅନୁସାରେ ଏହାର ପରିମାଣ ଦଶ କୋଟି ରୁ କୋଡିଏ କୋଟି ଟଙ୍କା ହୋଇପାରେ, ଯାହା ରାଜଭବନ ରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ସ୍ତରରେ ଟାଉଟର ମାନଙ୍କ ଦ୍ୱାରା ଆଦାୟ କରାଯାଏ ।(ଞଷର କ୍ଟ୍ରକ୍ସସମର କ୍ଟଲ ଗ୍ଧଷର ଙ୍ଖସମରମଷବଦ୍ଭମରକ୍ଷକ୍ଷକ୍ଟକ୍ସ ସଗ୍ଦ ଜଗ୍ଦ ୧୦ମକ୍ସକ୍ଟକ୍ସର -୨୦ ମକ୍ସକ୍ଟକ୍ସର ବଦ୍ଭୟ ଗ୍ଧକ୍ଟଙ୍କଗ୍ଧଗ୍ଦ ମକ୍ଟକ୍ଷକ୍ଷରମଗ୍ଧ ବକ୍ଷକ୍ଷ ଗ୍ଧଷର ଙ୍ଗବଚ୍ଚ ଲକ୍ସକ୍ଟଜ୍ଞ ଜବହ ଈଷବଙ୍ଖବଦ୍ଭ ଗ୍ଧକ୍ଟ ଝରମକ୍ସରଗ୍ଧବକ୍ସସବଗ୍ଧ.) ବିହାର ବିଧାନ ସଭା ଓ ବିଧାନ ପରିଷଦର ସଭ୍ୟ ମାନଙ୍କୁ ଉଦବୋଧନ ଦେଉଥିବା ରାଜ୍ୟପାଳଙ୍କୁ  ବିଧାନ ପରିଷଦର ସଭ୍ୟା ଜ୍ୟୋତି ବାରଂବାର ଠିଆ ହୋଇ ପଚାରିବା ଯେ ‘ କୁଳପତି ନିଯୁକ୍ତିର ଦାମ କେତେ?’ ଯେପରି ଆନନ୍ଦକୃଷ୍ନନଙ୍କ ଅନୁମାନକୁ ସମର୍ଥନ କରୁଥିଲା, ଯଦିଓ ଏହା ଥିଲା ଏକ ଅଭାବନୀୟ ଦୃଶ୍ୟ । ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକର ରାଜ୍ୟପାଳ ଯେ କୁଳାଧିପତି ଓ କୁଳପତି ନିଯୁକ୍ତିରେ ନିର୍ଣାୟକ ନିଷ୍ପତ୍ତି ହେଉଛି ତାଙ୍କର, ଏହା ସର୍ବବିଦିତ ।
ରାଜନୈତିକ ନେତୃବର୍ଗ ଯେପରି ମନମୋହନ ସିଂହ ବା କପିଳ ସିବଳ ମାନଙ୍କୁ କେବଳ ରାଜନୈତିକ ହସ୍ତକ୍ଷେପ ହିଁ ଦୃଶ୍ୟ ହେବା ସ୍ୱଭାବିକ । ଯେପରି ବମ୍ବେ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେଇ(୨୦୦୯ ମସିହା) ମନମୋହନ ସିଂହ ଉଦବେଗ ପ୍ରକାଶ କରି କୁହନ୍ତି ଯେ, ‘ମୁଁ ଭାରି ଚିନ୍ତିତ ଯେ ଅନେକ ରାଜ୍ୟରେ ରବିଶ୍ୱବିଦ୍ୟାଳୟ ନିଯୁକ୍ତିର, କୁଳପତି ନିଯୁକ୍ତି ସମେତ, ରାଜନୈତିକିକରଣ ହୋଇଗଲାଣି ।’ (I am concerned that in many states, university appointments, including that of VCs have been politicized  )୨୦୧୧ମସିହାରେ ଏକ କୁଳପତି ସମ୍ମିଳନୀ କୁ ଉଦବୋଧନ କରି ତତକାଳିନ ମାନବ ସଂବଳ ବିକାଶ ମନ୍ତ୍ରୀ କପିଲ ସିବଳ କୁହନ୍ତି, ‘କୁଳପତି ମାନେ ରାଜନୈତିକ ବ୍ୟବସ୍ଥାର ଇଂଗିତରେ ନିଯୁକ୍ତି ପାଉଛନ୍ତି । ଏହାର ଅନ୍ତ ହେବା ଉଚିତ ।’ (Vice-Chancellors are appointed at the instance of political establishment. This must end.) ତେଣୁ ୟୁଜିସି ର ଭୂତପୂର୍ବ ଅଧ୍ୟକ୍ଷ ବୈଜ୍ଞାନିକ ଯଶପାଲ କୁହନ୍ତି, ‘ଏହା କେବଳ ରାଜନୈତିକ ହସ୍ତକ୍ଷେପ ରେ ସୀମିତ ନୁହେଁ, ବହୁ ଅନ୍ୟ କିସମର ହସ୍ତକ୍ଷେପ ମଧ୍ୟ ଏଥିରେ ରହିଛି ।’ (It is not just political interference. There are all kinds of interference) ଲାଂଚ ଦେଇ ବା ରାଜନୈତିକ ସାହାଯ୍ୟ ନେଇ ଜଣେ ଯଦି କୁଳପତି ହୁଏ ତାହାଲେ ପରିଣତି କ’ଣ ହୋଇଥାଏ, ତାହାର ଏକ ଚିତ୍ର ଉପସ୍ଥାପନା କରନ୍ତି ତାମିଲନାଡୁ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(Tamilnadu Federation of Universities Faculty Associations ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭଗ୍ଦ)ର ନେତା ଏସ୍ କ୍ରିଷ୍ନସ୍ୱାମୀ (S. Krishnaswamy.) । ସେ କୁହନ୍ତି, ‘ ଯେତେବେଳେ ରାଜନୈତିକ କ୍ଷମତାର ସାହାଯ୍ୟ ନେଇ ବା ପଇସା ବଳରେ କେହି କୁଳପତି ହୁଅନ୍ତି, ସେତେବେଳେ, ଖୋଲିଖୋଲି ଦୁର୍ନୀତି ର କେନ୍ଦ୍ର ହୋଇଯାଏ ବିଶ୍ୱବିଦ୍ୟାଳୟ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ପ୍ରତ୍ୟେକ ପଦବୀ ତାହା ଅଣଶିକ୍ଷକ କର୍ମଚାରୀର ହେଉ ବା ଶିକ୍ଷକର ହେଉ ବା ସିଂଡିକେଟ ସଭ୍ୟର ହେଉ, ଅର୍ଥ ବନିମିୟରେ ବିକ୍ରି ହେଉଛି ।’(When politician or money helps a person to become a Vice-Chancellor, the universities are caught in plain open corruption. In all the State universities, post be it non-teaching staff, faculty or syndicate member, is being sold for a price.) ହୋଇପାରେ କ୍ରିଷ୍ନସ୍ୱାମୀଙ୍କର ପ୍ରତିକ୍ରିୟା ତାଙ୍କ ରାଜ୍ୟର ସାଂପ୍ରତିକ ଅଭିଜ୍ଞତା ଉପରେ ପର୍ଯ୍ୟବେସିତ । କିନ୍ତୁ ଯେଉଁ କାରଣରୁ ଏହି ପରିସ୍ଥିତିର ଉତ୍ପତି, ତାହା ଯଦି ଅନ୍ୟ ରାଜ୍ୟରେ ଦେଖାଯାଏ, ତାହାହେଲେ ବିଶ୍ୱବିଦ୍ୟାଳୟର ସବୁ ନିଯୁକ୍ତି ଉପରେ ମୂଲ୍ୟ ପେଟିକା (Price tag) ଲାଗିଥିବାର ଦୃଶ୍ୟ ସାଧାରଣ ହୋଇଯିବ ; ପଦବୀ ଗୁଡିକର ନିଲାମ ଡାକ ଶୁଭିବ । ଆନନ୍ଦକ୍ରିଷ୍ନନ ଓ ଅନନ୍ତମୂର୍ତ୍ତିଙ୍କର ପ୍ରତିକ୍ରିୟାର ପୃଷ୍ଠଭୂମିରେ ଦେଖିଲେ ଏହି ଦୃଶ୍ୟ ସର୍ବଭାରତୀୟ ହୋଇଥିବା ବିଚିତ୍ର ନୁହେଁ । ଲାଂଚ ଭିତ୍ତିକ ନିଯୁକ୍ତି ଆମ ରାଜ୍ୟ ଓଡିଶାରେ କେତେଦୂର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ ବ୍ୟାପିଛି ତାହାର ନିର୍ଦ୍ଧାରଣ ଏକ ଆହ୍ୱାନ ନିଶ୍ଚୟ ।

Print Friendly, PDF & Email