ଏଯାବତ୍ ନାମହୀନ ହୋଇ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିଥିବା ଦୁର୍ନୀତି ବିରୋଧରେ ଭାରତ କର୍ତ୍ତୃକ ରାଜନୈତିକ ଦଳର ନେତା ଅରବିନ୍ଦ କେଜରିୱାଲ, ବିଦ୍ୟୁତ୍ ବିଲ ପଇଠ ନକରିବାକୁ ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେବା (ଗାନ୍ଧୀଙ୍କର ବିଦେଶୀ ବସ୍ତ୍ର ବର୍ଜନ ତାଳରେ), ପଇଠ ନକରିଥିବା ଉପଭୋକ୍ତାଙ୍କର ବିଚ୍ଛିନ୍ନ ବିଦ୍ୟୁତ୍ ସଂଯୋଗକୁ ବିଦ୍ୟୁତ୍ ଖୁଣ୍ଟରେ କେଜରିୱାଲ ଚଢି ବିଚ୍ଛିନ୍ନ ସଂଯୋଗକୁ ଯୋଡିବା, କେଜରିୱାଲଙ୍କର ଏତାଦୃଶ ଆଚରଣର ୱଚିତ୍ୟ ଉପରେ ଟି.ଭି. ଚ୍ୟାନେଲରେ ହେଉଥିବା ଆଲୋଚନାରେ (N.D.T.V, 10PM, 08-10-2012)) ବିଜୁ ଜନତା ଦଳର ସାଂସଦ ବୈଜୟନ୍ତ ପଣ୍ଡା ଭାଗନେବା ଓ ପ୍ରାୟଃ ସମସ୍ତେ (ଅରବିନ୍ଦଙ୍କର ବନ୍ଧୁ ମନିଷ ସିସୋଡିଆଙ୍କୁ ବାଦ ଦେଇ) କେଜରିୱାଲଙ୍କର ଆଚରଣକୁ ଅଗ୍ରାହ୍ୟ କରି, ଆଇନର ଆଶ୍ରୟ ନେବା ପାଇଁ ପରାମର୍ଶ ଦେବା, ସ୍ମରଣ କରାଇ ଦେଲା ବୈଜୟନ୍ତଙ୍କର ପାରିବାରିକ କମ୍ପାନୀ M/S ICCL ଓ ବିଦ୍ୟୁତ୍ କମ୍ପାନୀ GRIDCOଙ ମଧ୍ୟରେ ବକେୟା ଦେୟକୁ ନେଇ ଗତ ଶତାବ୍ଦୀର ଶେଷ ଦଶକରେ ହୋଇଥିବା ବିବାଦ – ଯାହା ସୁପ୍ରିମକୋର୍ଟରେ ହିଁ ଶେଷ ହୋଇଥିଲା ।
ବକେୟା ଦେୟ ପଇଠ ନ କରିବାର ପ୍ରବଣତା ଶିଳ୍ପପତି ମାନଙ୍କୁ କିପରି ଆକ୍ରାନ୍ତ କରିଥାଏ, ତାହାର ଏକ ଦୃଷ୍ଟାନ୍ତ ମିଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀଳମଣି ରାଉତରାୟଙ୍କ ଦ୍ୱାରା ଲିଖିତ ପୁସ୍ତକ ‘‘ସ୍ମୃତି ଓ ଅନୁଭୂତି’’ (୨ୟ ସଂସ୍କରଣ) ର ପୃଷ୍ଠାରୁ (ଦ୍ରଷ୍ଟବ୍ୟ ‘‘ଶିଳ୍ପପତି ଲାଞ୍ଚ ଯାଚି ଭର୍ତ୍ସିତ ହେଲେ’’- ପୃ୭୬୪) ଯେତେବେଳେ ସେ ଏହିଭଳି ଜଣେ ଶିଳ୍ପପତିଙ୍କ ସଂପର୍କରେ ଲେଖନ୍ତି, ‘‘ତାଙ୍କ ଶିଳ୍ପ ପ୍ରତିଷ୍ଠାନ ବିଦ୍ୟୁତ୍ ବ୍ୟବହାର କରି ତାର ଦାମ୍ ନ ଦେଇ ଥିବାରୁ ତାଙ୍କ ଉପରେ ସେତେବେଳକୁ ପ୍ରାୟ ପନ୍ଦର କୋଟି ଟଙ୍କା ବାକି ପଡିଥିଲା । ବିଦ୍ୟୁତ୍ ଶକ୍ତି ବ୍ୟବହାର ବାବଦକୁ ବିଦ୍ୟୁତ୍ ବିଭାଗକୁ ପ୍ରତି ୟୁନିଟ୍ ପିଛା ତେର ପଇସା ପ୍ରାପ୍ୟ ଦାବି କରିଥିବା ବେଳେ ସେ ୟୁନିଟ୍ ପିଛା ତିନି ପଇସା ଦେଇ ଖସିଯିବା ପାଇଁ ଚାହୁଁଥିଲେ । ଙ୍ଘଙ୍ଘଙ୍ଘଙ୍ଘ ମୁଁ ସେଥିରେ ରାଜି ହୋଇ ନଥିଲି । ତେଣୁ ଶିଳ୍ପପତି ମୋତେ ଲାଞ୍ଚ ଦେଇ କାର୍ଯ୍ୟ ହାସଲ କରିବା ପାଇଁ ମସୁଧା କରୁଥିଲେ । ଦିନେ ରବିବାର ଛୁଟିଦିନ ଉକ୍ତ ଶିଳ୍ପପତି ଗୋଟିଏ ସୁଟକେଶ ଧରି ମୋର ସରକାରୀ ବାସଭବନକୁ ଆସିଥିଲେ ଏବଂ ହଠାତ୍ ମୋ ଶୋଇବା ଘରକୁ ପଶିଯାଇ ସାଙ୍ଗରେ ଆଣିଥିବା ସୁଟକେଶକୁ ଖୋଲି ପକାଇଲେ । ସେଥିରେ ବହୁତ ଗୁଡିଏ ଶହେ ଟଙ୍କିଆ ନୋଟ୍ ବିଡା ଭର୍ତ୍ତି ଥିବାର ଦେଖାଗଲା । ମୁଁ ସେହି ଶିଳ୍ପପତିଙ୍କ ଆସ୍ୱର୍ଦ୍ଧା ହେତୁ ଭୟଙ୍କର କ୍ରୋଧାନ୍ୱିତ ହୋଇଥିଲି । ଙ୍ଘଙ୍ଘଙ୍ଘଙ୍ଘ ତାଙ୍କ ଆସ୍ୱର୍ଦ୍ଧାର ପରିଣତି କ’ଣ ହେବ ବୋଲି ପଚାରି ତାଙ୍କୁ ଭର୍ତ୍ସନା କରିବାରୁ ସେ ଟଙ୍କା ସୁଟକେଶ ଧରି ସେଠାରୁ ଅତି ତରବରରେ ଧାଇଁ ଚାଲିଯାଇଥିଲେ ।’’ ଏହାଥିଲା ନୀଳମଣି ବାବୁଙ୍କର ମୁଖ୍ୟମନ୍ତ୍ରୀ ଭାବେ ୧୯୭୮ମସିହାରେ ଘଟିଥିବା ଅଭିଜ୍ଞତାର ବୟାନ । ଶିଳ୍ପପତି ସୁଟକେଶରେ ଆଣିଥିଲେ ୧୦ଲକ୍ଷ ଟଙ୍କା (ଦ୍ରଷ୍ଟବ୍ୟ ‘‘ବିଜୁବାବୁଙ୍କର ଅଦ୍ଭୁତ ନିଷ୍ପତ୍ତି—’’ ପୃ-୭୬୩) ।
କହିବା ବାହୁଲ୍ୟ ଯେ ବିଦ୍ୟୁତ୍ ଦେୟ ପଇଠ ନ କରିବାର ପ୍ରବଣତା ଯେଉଁମାନଙ୍କୁ ଘାରେ- ସେମାନଙ୍କ ଭିତରେ ଅନେକ ସାଧାରଣ ଲୋକ ଥିବା ସହ ଅନେକ ଅସାଧାରଣ ଲୋକ ମଧ୍ୟ ଯେ ଥାଆନ୍ତି ଯାହାର ଦୃଷ୍ଟାନ୍ତ ଉକ୍ତ ବୟାନରୁ ମିଳେ । କିନ୍ତୁ ଦେୟ ପଇଠ ନକଲେ ବିଦ୍ୟୁତ୍ ବିଭାଗ ଯେତେ ସହଜରେ ସାଧାରଣ ଲୋକଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥାଏ, ତାହା ଅସାଧାରଣଙ୍କ କ୍ଷେତ୍ରରେ ଯେ ସମ୍ଭବ ହୁଏ ନାହିଁ- ତାହାର ଦୃଷ୍ଟାନ୍ତ ମିଳେ ଉପରୋକ୍ତ ଓଉଉଖ ଓ ଏଜଓଊଉଙ ବିବାଦରେ । ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ GRIDCO, M/S ICCL ଉପରେ ଡିସେମ୍ବର ୯୪ରୁ ଡିସେମ୍ବର ୯୬ ମଧ୍ୟରେ ଉପୁଜିଥିବା ୨୪କୋଟି ୮୨ଲକ୍ଷ ୮୧ହଜାର ଟଙ୍କାର ବକେୟା ଦେୟ ୧୫ଦିନ ଭିତରେ ପଇଠ କରିବା ପାଇଁ ୦୭-୦୪-୧୯୯୭ ନୋଟିସ ଜାରି କଲେ ଓ ଅନାଦେୟେ, (୨୨.୦୪.୧୯୯୭ ସୁଦ୍ଧା) ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାର ଧମକ ଦେଲେ । ଏହି ନୋଟିସ ପାଇ ସହସା, ୦୮-୦୪-୧୯୯୭ ଦିନ, ICCL ରେଗୁଲେଟରୀ କମିଶନର ଦ୍ୱାରସ୍ଥ ହେଲେ ଓ GRIDCO ଦ୍ୱାରା ବକେୟା ଦାବି ଅଯଥାର୍ଥ ବୋଲି ପିଟିସନ ଦାୟର କଲେ । କିନ୍ତୁ ICCL ୨୨.୦୪.୧୯୯୭ସୁଦ୍ଧା ପଇଠ ନକରିବାରୁ ପୁଣି GRIDCO ତରଫରୁ ୨୪.୦୪.୧୯୯୭ରେ ଆଉ ଏକ ପଇଠ ନୋଟିସ ଜାରି କରାଗଲା ଓ ୭ଦିନ ଭିତରେ ପଇଠ କରିବା ପାଇଁ ତାଗିଦ୍ କରାଗଲା ଓ ଅନାଦେୟେ ସଂଯୋଗ ବିଚ୍ଛିନ୍ନର ଧମକ ଦିଆଗଲା । ଏହି ନୋଟିସକୁ ବିରୋଧ କରି ୩୦.୦୪.୧୯୯୭ଦିନ ପୁରୀ ଜିଲ୍ଲାଜଜଙ୍କର ଦ୍ୱାରସ୍ଥ ହେଲେ ଓଉଉଖ, ସଂଯୋଗ ବିଚ୍ଛିନ୍ନ ନୋଟିସ ଉପରେ ନିଷେଧାଜ୍ଞା (injunction) ପାଇଁ ପ୍ରାର୍ଥନା କଲେ । ଅଦାଲତ ତତ୍କ୍ଷଣାତ୍ ଅର୍ଥାତ୍ ସେହି ୩୦.୦୪.୧୯୯୭ ଦିନ ହିଁ ଏକ ତରଫା (ex parte) ନିଷେଧାଜ୍ଞା ଜାରି କରିଦେଲେ । ଏହି ନିଷେଧାଜ୍ଞା ବିରୋଧରେ ଏଜଓଊଉଙ ଗଲେ ହାଇକୋର୍ଟ । ୧୫.୦୫.୧୯୯୭ ଦିନ ହାଇକୋର୍ଟ ଜିଲ୍ଲାଜଜଙ୍କ ନିଷେଧାଜ୍ଞା ଉପରେ ସ୍ଥଗିତାଦେଶ (stay order) ଜାରି କଲେ । ଏହି ସ୍ଥଗିତାଦେଶକୁ ପ୍ରତ୍ୟାହାର କରିବାର ପ୍ରାର୍ଥନା ନେଇ ICCLହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୧୬.୦୫.୧୯୯୭ଦିନ । ଉଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ପ୍ରତ୍ୟାହାର କରିନେଲେ- ବିଦ୍ୟୁତ ସଂଯୋଗର ନିର୍ଦ୍ଦେଶ ଦେଲେ ଏହି ସର୍ତ୍ତରେ ଯେ ICCL ଅନ୍ୟୁନ ୫କୋଟି ଟଙ୍କା ପଇଠ କରିବେ । ଉଚ୍ଚନ୍ୟାୟାଳୟଙ୍କର ଏହି ନିର୍ଦ୍ଦେଶ ବିରୋଧରେ ICCL, ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ । ୨୭.୦୫.୧୯୯୭ରେ ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟ ଶୁଣାଇ ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ କୋହଳ କରିଦେଇ, ନିର୍ଦ୍ଦେଶିତ ୫କୋଟି ଟଙ୍କାକୁ ଦୁଇଟି କିସ୍ତିରେ ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଡିସେମ୍ବର ୧୯୯୪ରୁ ଡିସେମ୍ବର ୧୯୯୬ ଭିତରେ ଜମିଥିବା ୨୪କୋଟି ୮୨ଲକ୍ଷ ୮୧ହଜାର ଟଙ୍କାର ବକେୟା ଦେୟର ପଇଠ ପାଇଁ ବିବାଦ ଚାଲିଥିବା ବେଳେ, ଜାନୁୟାରୀ ୧୯୯୭ରୁ ମେ ୧୯୯୭ ଭିତରେ ICCL ବିଦ୍ୟୁତ୍ ବିଲ୍ ପଇଠ କଲା ନାହିଁ । ଏହାର ପରିମାଣ ଥିଲା ୫କୋଟି ୧୨ଲକ୍ଷ ୪୫ହଜାର ୫୪୬ଟଙ୍କା ୬ପଇସା- ଯାହା ପଇଠ କରିବା ପାଇଁ ICCL GRIDCO ଜାରିକଲା ୧୯-୨୦ଜୁନ ୧୯୯୭ଦିନ । ସାତ ଦିନ ଭିତରେ ପଇଠ ନହେଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବ ବୋଲି ଧମକ ମଧ୍ୟ ନୋଟିସରେ ରହିଲା । ଏଥର ଓଉଉଖ ଅତିରିକ୍ତ ଜିଲ୍ଲାଜଜଙ୍କର ଦ୍ୱାରସ୍ଥ ହେଲେ- ଏଜଓଊଉଙ ର ଏହି ନୋଟିସ ବିରୋଧରେ । ଅତିରିକ୍ତ ଜିଲ୍ଲାଜଜ ୨୭.୦୬.୧୯୯୭ଦିନ ଏହି ନୋଟିସ ଉପରେ ଏକ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ କିନ୍ତୁ ବିଲ ପଇଠ ବାବଦ କୌଣସି ସର୍ତ୍ତ ରଖିଲେ ନାହିଁ । ୨୬.୦୭.୧୯୯୭ଦିନ ଚୁଡାନ୍ତ ରାୟ ଶୁଣାଇ କହିଲେ ଯେ ଏଜଓଊଉଙ, ଓଉଉଖ/ଓଗୠଇ କୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିପାରିବ ନାହିଁ ଯେତେଦିନ ପର୍ଯ୍ୟନ୍ତ ରେଗୁଲେଟରୀ କମିଶନ ପାଖରେ ଥିବା ମାମଲାର ଶୁଣାଣି ଶେଷ ହୋଇ ନଯାଇଛି । ଅତିରିକ୍ତ ଜିଲ୍ଲାଜଜଙ୍କର ଏତାଦୃଶ ରାୟକୁ ବିରୋଧ କରି ଏଜଓଊଉଙ ପୁନର୍ବାର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେଲେ ୧୪.୦୮.୧୯୯୭ଦିନ । ଅତିରିକ୍ତ ଜିଲ୍ଲାଜଜଙ୍କର ନିସର୍ତ୍ତ ସ୍ଥଗିତାଦେଶ (blanket stay order) ଫଳରେ ଜୁନ ୧୯୯୭ରୁ ସେପ୍ଟେମ୍ବର ୧୯୯୭ ମଧ୍ୟରେ ଓଉଉଖ ବିଦ୍ୟୁତ ବିଲ ପଇଠ କଲା ନାହିଁ – ଯାହାର ପରିମାଣ ଥିଲା ୧୩କୋଟି ୧୮ଲକ୍ଷ ୮୮ହଜାର ଟଙ୍କା । ଏହି ଟଙ୍କା ପଇଠ କରିବା ପାଇଁ ୭ନଭେମ୍ବର ୧୯୯୭ଦିନ ପୁଣି ନୋଟିସ ଦେଲା GRIDCO, ଓ ଅନାଦେୟେ ସଂଯୋଗ ବିଚ୍ଛିନ୍ନ ପାଇଁ ଧମକ ମଧ୍ୟ ଏହି ନୋଟିସରେ ରହିଲା । ୧୦ନଭେମ୍ବର ୧୯୯୭ଦିନ ICCL ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେଲା ଓ ସଂଯୋଗ ବିଚ୍ଛିନ୍ନ ନୋଟିସ ଉପରେ ସ୍ଥଗିତାଦେଶ ପାଇଁ ପ୍ରାର୍ଥନା କଲା । ୧୧ନଭେମ୍ବର ୧୯୯୭ଦିନ ଉଚ୍ଚନ୍ୟାୟାଳୟ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲା । ୧୦ଫେବୃୟାରୀ ୧୯୯୮ରେ ଉଚ୍ଚନ୍ୟାୟାଳୟର ତକ୍ରାଳୀନ ମୁଖ୍ୟ ବିଚାରପତି ICCL ଓ GRIDCO ମଧ୍ୟରେ ଚାଲିଥିବା ସମସ୍ତ ମାମଲାର ଏକକାଳୀନ ବିଚାର କରି ଯେଉଁ ରାୟ ଶୁଣାଇଲେ ତାହା GRIDCO ସନ୍ତୁଷ୍ଟ କରିପାରି ନଥିଲା । ଏଜଓଊଉଙ ତେଣୁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଓଡିଶା ଉଚ୍ଚନ୍ୟାୟାଳୟର ରାୟ ଉପରେ ମନ୍ତବ୍ୟ କରି ଉଚ୍ଚତମ ନ୍ୟାୟାଳୟ ଲେଖିଥିଲେ – ଆପତ୍ତି କରାଯାଇଥିବା ରାୟର ମୋଟ ପରିଣାମ ହେଉଛି ଯେ GRIDCO , ICCL ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବ କିନ୍ତୁ ଏଥିପାଇଁ ଓଉଉଖକୁ ଅର୍ଥ ପଇଠ କରିବାର ଆବଶ୍ୟକତା ନାହିଁ । (‘‘The net result of the impugned order is that GRIDCO is required to maintain back up power to the constituent of ICCL but for such supply latter was not required to make any payment for power consumed’’- paragraph 18 of the Judgement) ସ୍ୱାଭାବିକ ଉଚ୍ଚତମ ନ୍ୟାୟାଳୟ ଉଚ୍ଚନ୍ୟାୟାଳୟର ରାୟକୁ ଖାରଜ କରିଥିଲେ ଓ ଉଭୟ ପକ୍ଷକୁ ଶୁଣି ICCL, ସେ ପର୍ଯ୍ୟନ୍ତ, ଦେୟ ୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କା ବୋଲି ଆକଳନ କରିଥିଲେ ଓ ଏହାକୁ ସାତଟି ସମାନ କିସ୍ତିରେ ପ୍ରତ୍ୟେକ ମାସ ୧୦ତାରିଖ ସୁଦ୍ଧା ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ପ୍ରକାଶ ପାଇଥିଲା ୧୩ମଇ ୧୯୯୮ ମସିହାରେ ।
ଅର୍ଥାତ୍ ଡିସେମ୍ବର ୯୪ରୁ ୧୯୯୭ମସିହା ଶେଷ ପର୍ଯ୍ୟନ୍ତ ଜମି ଥିବା ବକେୟା ଦେୟ ବାବଦ ୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କା ପଇଠ ନ କରି ବିଦ୍ୟୁତ ଯୋଗାଣ ଉପଭୋଗ କରିବା କେବଳ ICCL ଭଳି ପ୍ରଭାବଶାଳୀ କମ୍ପାନୀ ମାନଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରେ – ଏହାହିଁ ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ହୁଏ । ସାଧାରଣ ଲୋକ ଭାଗ୍ୟରେ ଏହା କଳ୍ପନା କରାଯାଇ ପାରେନା । ଅରବିନ୍ଦ ସାଧାରଣ ଲୋକଙ୍କ ପାଇଁ ବୋଧହୁଏ ଏହି ଅଭାବଟିକୁ ପୂରଣ କରୁଛନ୍ତି ।
୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କା ଠିକ୍ ସମୟରେ ପଇଠ କରିବା ଓ ଆଇନ ଅଦାଲତର ଅଳିନ୍ଦ ଦେଇ ନିର୍ଦ୍ଦେଶିତ ହେଲା ପରେ ଯାଇ ପଇଠ କରିବା- ଯେ ICCLପାଇଁ କେତେ ଲାଭ ଜନକ ବା GRIDCO ପାଇଁ କେଉଁ ପରିମାଣରେ କ୍ଷତି – ତାହା ଯେ କୋ÷÷ଣସି ବିତ୍ତ ବିଶେଷଜ୍ଞ ସହଜରେ ଆକଳନ କରିପାରିବ । ତେବେ ଆମେରିକୀୟ ଡଲାରକୁ ଅଗ୍ରାଧିକାର ଦେଇ ହିସାବ କରୁଥିବା ଡଲାର ବ୍ୟାକୁଳ ସମାଜପତିଙ୍କ ପାଇଁ ନିମ୍ନୋକ୍ତ ହିସାବ- ଚକ୍ଷୁ ଉନ୍ମେଷକାରୀ ହୋଇପାରେ ।
ଯଦିଓ ୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କାର ବାକି ଡିସେମ୍ବର ୯୪ରୁ ତିନିବର୍ଷ ସମୟକାଳ ମଧ୍ୟରେ ଉପୁଜି ଥିଲା- ତଥାପି ଆମେ ଯଦି ୧୯୯୭ମସିହାରେ ଟଙ୍କା-ଡଲାର ବିନିମୟ ହାର ୩୬ଟଙ୍କା ୩୬ପଇସା ପ୍ରତି ଡଲାର ଅନୁସାରେ ହିସାବ କରୁ ତାହାଲେ -୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କାର ତତ୍ତୁଲ୍ୟ ଡଲାର ପରିମାଣ ହେଉଛି ୧କୋଟି ୮ଲକ୍ଷ୧ହଜାର ୧୫୫ଡଲାର । ଏହି ପରିମାଣର ଡଲାର ଟଙ୍କା ମୂଲ୍ୟରେ ୪୪କୋଟି ୬୪ଲକ୍ଷ ୧୧ହଜାର ୭୩୬ଟଙ୍କା, କାରଣ ୧୯୯୮ମସିହାରେ ଟଙ୍କା ଡଲାର ବିନିମୟ ହାର ଥିଲା ୪୧ଟଙ୍କା ୩୩ପଇସା ପ୍ରତି ଡଲାର । ତେଣୁ ୪୪ କୋଟି ୬୪ଲକ୍ଷ ୧୧ହଜାର ୭୩୬ଟଙ୍କା ବଦଳରେ ୩୯କୋଟି ୨୭ଲକ୍ଷ ୩୦ହଜାର ଟଙ୍କା ପରିଶୋଧ କରିବା ତାହା ପୁଣି ୭ଟି ମାସିକିଆ କିସ୍ତିରେ – ଅର୍ଥ ୫କୋଟି ୩୬ଲକ୍ଷ ୮୧ହଜାର ୭୩୬ ଟଙ୍କାର ରିହାତି ପାଇବା । ତେଣୁ ICCL ର ଲାଭ କେତେ ଓ GRIDCO ର କ୍ଷତି କେତେ ତାହା ପାଠକେ ଅନୁମାନ କରିପାରୁଥିବେ ।
କହିବା ବାହୁଲ୍ୟ ଯେ ICCL ର ୨୪କୋଟି ରୁ ଉଦ୍ଧ୍ୱର୍ ଟଙ୍କା ବାକି ପଡିବା ଯାଏ ବିଦ୍ୟୁତ୍ ଯୋଗାଣ କମ୍ପାନୀ ଅପେକ୍ଷା କରିବା, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନର ନୋଟିସ ବିରୁଦ୍ଧରେ ୩ଟି ଭିନ୍ନ ଭିନ୍ନ କୋର୍ଟ (ଜିଲ୍ଲାଜଜ, ଅତିରିକ୍ତ ଜିଲ୍ଲାଜଜ ଓ ଉଚ୍ଚନ୍ୟାୟାଳୟ) କୁ ICCL ଆବେଦନ କରିବା ଏବଂ ଏହି ପ୍ରକ୍ରିୟାରେ ଦେଢ ବର୍ଷ ଅତିବାହିତ ହୋଇଯିବା- କୌଣସି ସାଧାରଣ ଉପଭୋକ୍ତା ଭାଗ୍ୟରେ ଜୁଟେ ନାହିଁ ।