ଗାଂଧୀ ତାଙ୍କ ଜୀବଦ୍ଦଶାରେ ଯେ ଅଲୋଡ଼ା ହୋଇ ପଡି଼ଥିଲେ, ଏହା ଅନେକଙ୍କର ଆବେଗକୁ ଆଘାତ ଦେବା ଅସଂଭବ ନୁହେଁ । ଗାଂଧୀ ନିଜେ ଆଘାତ ପାଇଥିଲେ ଓ ଅନେକ କ୍ଷଭୋକ୍ତି କରିଥିଲେ । ଯେପରି ସେ ଶିଳ୍ପପତି ଘନଶ୍ୟାମ ଦାସ ବିରଳାଙ୍କୁ,୧୯୪୬ ମସିହା ରେ,ଏକ ପତ୍ରରେ ଲେଖିଥିଲେ, “କାର୍ଯ୍ୟକାରୀ କମିଟି ରେ ମୋ କଥାର ଆଉ କୌøଣସି ଓଜନ ନାହିଁ । ମୁଁ ଯଦି ଏହି ସ୍ଥାନ ଛାଡ଼ି ଚାଲିଯାଏ ତାହାଲେ ବ୍ୟଥାରୁ ମୁକ୍ତି ମିଳିବ, ଯାହା ଘଟୁଛି ତାହା ମୋ ମନକୁ ପାଉନାହିଁ କିନ୍ତୁ ମୁଁ ମୁହଁ ଖୋଲି କିଛି କହି ପାରୁନାହିଁ ……ଆଜି ମୁଁ ତ୍ରିଶଙ୍କୁ ପରି ଅନୁଭବ କରୁଛି । ମୋର କଣ ହିମାଳୟକୁ ଯିବାର ସମୟ ଆସି ଗଲାଣି ? ଅନେକେ ଅବଶ୍ୟ ଏହିଭଳି ପରାମର୍ଶ ଦେବା ଆରମ୍ଭ କଲେଣି ।” (“My voice carries no weight in the Working Committee. If I leave the scene, the soreness will go, I do not like the shape that things are taking and I can not speak out…Today I feel like Trishanku. Is it really time for me to retire to the Himalayas? Many people have started suggesting this.”) ଗାଂଧୀ ଦିଲ୍ଲୀରେ ନିଜକୁ ଅଲୋଡ଼ା ଭାବି ଏକ ଅନିଶ୍ଚିତା ଭିତରକୁ ଠେଲି ହୋଇଯାଇଥିଲେ-ଦିଲ୍ଲୀ ଛାଡ଼ି କେଉଁଆଡ଼େ ଯିବେ ?,  ବଂଗଦେଶର ନୂଆଖୋଲିକୁ ଯିବେ କି?୨୫ ଅକ୍ଟୋବର ୧୯୪୬ ଦିନ ଗାଂଧୀ ତାଙ୍କର ଜଣେ ଅନୁଯାୟୀ ଡ଼ି.ବି. କାଲେଲକର ଙ୍କୁ ଲେଖିଲେ, “ ମୋର ବର୍ତ୍ତମାନ ତ୍ରିଶଙ୍କୁ ଅବସ୍ଥା । ମୁଁ ବର୍ତ୍ତମାନ ଶୂନ୍ୟରେ ଝୁଲୁଛି ।ମୁଁ ଜାଣିପାରୁନାହିଁ ଯେ କେଉଁଠାକୁ ଯିବି-ବଂଗ ଦେଶ କୁ ଯିବି କି ଏଠି ରହିବି ନା ସେବାଗ୍ରାମ କୁ ଯିବି?”  (“ I have been reduced to the position of Trishanku. I am hanging in the mid-air. I donot know whether I shall go to Bengal or continue here or go to Sevagram.”) ଜବାହାରଲାଲ ବୋଧେ ଚାହୁଁନଥିଲେ ଯେ ଗାଂଧୀ ଦିଲ୍ଲୀ ରେ ରୁହନ୍ତୁ । ତେଣୁ ଗାଂଧୀ ନେହେରୁଙ୍କର ମତ ଜାଣିବାକୁ ଚାହାନ୍ତେ, ନେହେରୁ ତତକ୍ଷଣାତ୍ ତାଙ୍କୁ ଉତ୍ତର ଦେଲେ, “ହଁ, ଆପଣଙ୍କର ସ୍ଥାନ ସେଇଠି(ନୂଆଖୋଲି)” ଗାଂଧୀ ଯେତେବେଳେ ପଚାରିଲେ, “କେବେ?” ନେହେରୁ ଉତ୍ତର ଦେଲେ, “ଯେତେ ଶୀଘ୍ର ଆପଣ ଯିବାକୁ ଚାହିଁବେ ।” (“Without a moment’s hesitation he (Nehru) replieda; ‘Yes, your place is there(Noakhali)…., I asked him, ‘when?’. ‘As soon as you feel like it’, he replied..) ବିଡ଼ମ୍ବନା ଯେ ମାତ୍ର ଚାରି ବର୍ଷ ତଳେ ୧୯୪୨ ମସିହା ମଧ୍ୟ ଜାନୁୟାରୀ ରେ ଅନୁଷ୍ଠିତ ଏଆଇସିସି ର ଏକ ସଭା ରେ ଜବାହାରଲାଲ ନେହେରୁଙ୍କୁ ନିଜର ଊତ୍ତରାଧିକାରୀ ବୋଲି  ଘୋଷଣା କରିଥିଲେ ଗାଂଧୀ । (“…Jawaharlal will be my successor. He says whatever is uppermost in his mind, but he always does what I want.”) ଅବଶ୍ୟ ଏହି ସଭାରେ ଗାଂଧୀଙ୍କର ଅନୁରୋଧକୁ ସମ୍ମାନ ଦିଆଯାଇ ତାଙ୍କୁ କଂଗ୍ରେସକୁ ଦିଗଦର୍ଶନ ଦେବାର ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା । କେବଳ ନେହେରୁ ନୁହଁ, ସର୍ଦ୍ଦାର ପଟେଲ ଓ ବାବୁ ରାଜେନ୍ଦ୍ର ପ୍ରସାଦଙ୍କର ଆଚରଣ ମଧ୍ୟ ଗାଂଧୀଙ୍କୁ ମର୍ମାହତ କରିଥିଲା । ୧୫ ଅଗଷ୍ଟ ୧୯୪୭ ଦିନ କଲିକତା ନିକଟସ୍ଥ ସୋଡ଼ପୁର ଅଂଚଳରେ ଅଦସ୍ଥାନ କରୁଥିବା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସିଥିବା ଅବୁଲ ହଶିମଙ୍କ ନିକଟରେ ନିଜର କ୍ଷୋଭ ଜଣାଇ କହିଥିଲେ, “ ସାରା ଦୁନିଆ ଜାଣେ ଯେ ସର୍ଦ୍ଦାର ପଟେଲ ମୋର ସବୁକଥାରେ ହଁ ମାରୁଥିବା ବ୍ୟକ୍ତି, କିନ୍ତୁ ଏବେ ମୁଁ ଯାହା କହୁଛି ସେ ନା କହୁଛନ୍ତି । ବାବୁ ରାଜେନ୍ଦ୍ର ପ୍ରସାଦ ମୋ ସହିତ ପ୍ରାତଃ ଭ୍ରମଣରେ ଯାଆନ୍ତି କିନ୍ତୁ ମୁଁ ଯେତେବେଳେ ଆଶ୍ରମକୁ ଫେରିଆସେ ଅନୁଭବ କରେ ଯେପରି ଆମେ ଆଉ ପରସ୍ପରକୁ କେବେ ଭେଟିବୁ  ନାହିଁ….” (The world knows Sardar Patel is my ‘yes man’ but these days he says ‘no’ to everything I say: Babu Rajendra Prasad goes out with me in my morning walk but when I come back to my Ashram I feel as  though we shall never meet again.)  ଏହିଭଳି ମାନସିକ ସ୍ଥିତିରେ ବ୍ୟଥିତ ଗାଂଧୀ  ସ୍ୱାଧୀନତା ପ୍ରାପ୍ତିର ପ୍ରଥମ ଦିନର ଉଲ୍ଲାସରେ ସାମିଲ ନ ହେବା ବୋଧହୁଏ ସ୍ୱାଭାବିକ ଥିଲା । ଗାଂଧୀଙ୍କର ପତିଆରା ତାଙ୍କର ସଦ୍ୟ କ୍ଷମତାସୀନ ସହକର୍ମୀ ମାନଙ୍କ ମଧ୍ୟରେ ଏପରି ହ୍ରାସ ପାଇଥିଲା ଯେ ଶରଣାର୍ଥୀ ପ୍ରସଂଗ ରେ  ଆଲୋଚନା ପାଇଁ ଆଗ୍ରହୀ ଗାଂଧୀଙ୍କ ସହ ଭେଟ କରିବାକୁ ସର୍ଦ୍ଦାର ପଟେଲଙ୍କ ସଚିବ ମନାକରିଦେବାର ସାହସ କରି ପାରିିଲେ । ମର୍ମାହତ ଗାଂଧୀ କହିଥିଲେ, “ମୁଁ ଯେପରି ଆଜି ଏକ ବୋଝ ହୋଇ ଯାଇଛି । ସମୟ ଥିଲା ଯେତେବେଳେ ମୋ ମୁହଁରୁ ବାହାରୁଥିବା ବାକ୍ୟ ଥିଲା ଆଇନ । ଆଜି ଆଉ ସେମିତି ନାହିଁ ।” ( “today I have become a sort of burden. There was a time when my word was law. But it is no longer so.”) ୫ ନଭେମ୍ବର ୧୯୪୭ ଦିନ ପ୍ରାର୍ଥନା ସଭାରେ ଗାଂଧୀ କହିଥିଲେ, “ ଆଜି ମୁଁ ଦେବାଳିଆ ହୋଇଯାଇଛି । ଆଜି ମୋ ଲୋକଙ୍କ ଭିତରେ ମୋ କଥାର କୌାଣସି ଗୁରୁତ୍ୱ ନାହିଁ ।”(“Today I have become bankrupt. I have no say with my people today.”) ଗାଂଧୀଙ୍କର ସଚିବ ପ୍ୟାରେଲାଲ ଡ଼ିସେମ୍ବର ୧୯୪୭ ରେ ଗାଂଧୀଙ୍କର ମାନସିକ ଅବସ୍ଥା ସଂପର୍କରେ ଲେଖନ୍ତି, “ଅତ୍ୟନ୍ତ ଦୁଃଖି ଦିଶୁଥିଲେ ସେ । ଆଧ୍ୟାତ୍ମିକ ଭାବେ ବିଛିନ୍ନ ହୋଇଯାଇଥିଲେ ନିଜର ପରିପାଶ୍ୱର୍ରୁ ଓ ବିଛିନ୍ନ ହୋଇଯାଇଥିଲେ   ସମସ୍ତ ସହକର୍ମୀଙ୍କଠାରୁ , ଯେଉଁମାନେ ସଂପ୍ରତି ସରକାରଙ୍କର ମର୍ଯ୍ୟାଦାପୂର୍ଣ ପଦ ପଦବୀ ରେ ଅଧିଷ୍ଠିତ ଥିଲେ ଓ  କ୍ଷମତା ଉପଭୋଗ କରୁଥିଲେ ।” (“..the saddest man one could picture…spiritually isolated from his surroundings and from every one of his colleagues, who now held positions of power and prestige in the Government”)  ଗାଂଧୀଙ୍କ ପ୍ରତି ତାଙ୍କ ଘନିଷ୍ଠ ସହଯୋଗୀ ମାନଙ୍କର ଉପେକ୍ଷା ଭାବ ସେହି ଦିନ ସ୍ପଷ୍ଟ ହୋଇ ଗଲା ଯେଉଁ ଦିନ କ୍ଷମତା ହସ୍ତାନ୍ତର ପ୍ରସଂଗରେ ବିଲାତରୁ ଆସିଥିବା କାବିନେଟ ମିଶନକୁ ଭେଟ କରିବାକୁ ଯିବା ଦଳରେ ତାଙ୍କୁ ସାମିଲ କରାଗଲା ନାହିଁ  କି ଭେଟି ସାରି ଫେରିବା ପରେ ମିଶନ ସହ ଆଲୋଚନାର ନିର୍ଯ୍ୟାସ ତାଙ୍କୁ ଜଣାଇବାର ସୌøଜନ୍ୟ ମଧ୍ୟ କେହି ଦେଖାଇଲେ ନାହିଁ । ଗାଂଧୀଙ୍କର ସଚିବ ପ୍ୟାରେଲାଲଙ୍କ ଭାଷାରେ, “In that hour of decision they had no use for Bapu. They decided to drop the pilot…At noon(on 25 June(1946)) the Cabinet Mission invited the members of the Working Committee to meet them. Bapu not being a member was not sent for and did not go. On their return no body told Bapu a word about what had happened at the meeting! The final phase of negotiations with the Cabinet Mission marked the beginning of the cleavage between Gandhiji and some of his closest colleagues which in the final phase of the transfer of power left them facing different ways.”
କହିବା ବାହୁଲ୍ୟ ଯେ କ୍ଷମତାସୀନ ହେବାର ସଂଭାବନା ଯେତେବେଳେ ସ୍ପଷ୍ଟ ହୋଇ ଆସିଲା ସେତେବେଳେ ଗାଂଧୀ ଓ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଲା । ବୋଧହୁଏ ଏହି ସହକର୍ମୀ ମାନେ କ୍ଷମତା ପାଇଁ ଏପରି ବିକଳ ହୋଇଉଠିଥିଲେ ଯେ ଗାଂଧୀଙ୍କୁ କୌøଣସି ଚୁଡ଼ାନ୍ତ ଆଲୋଚନାରେ ସାମିଲ କରି ନିଜର ମହତ୍ୱାକାଂକ୍ଷାର ଚରିତାର୍ଥ ପଥରେ ସମ୍ଭାବ୍ୟ ବିପଦକୁ ମୁଂଡ଼ ଉପରକୁ ନେବା ପାଇଁ ସେମାନେ ପ୍ରସ୍ତୁତ ନ ଥିଲେ ।  ଗାଂଧୀଙ୍କର ସହକର୍ମୀ ମାନଙ୍କ ପାଇଁ ଗାଂଧୀଙ୍କ ଠାରୁ  କ୍ଷମତା ଅଧିକ ଆକର୍ଷଣୀୟ ହୋଇପଡିଥିଲା । ସ୍ୱଭାବିକ ଗାଂଧୀ ଉପେକ୍ଷିତ ହୋଇଯାଇଥିଲେ । କିନ୍ତୁ ଯାହା ଏହି ଲେଖକକୁ ଆଶ୍ଚର୍ଯ୍ୟ କରୁଛି ତାହା ହେଉଛି ଗାଂଧୀଙ୍କ ଭଳି ମହାତ୍ମା ସାଧାରଣ ବିଷୟୀ ମଣିଷପରି ଉପେକ୍ଷା ଦ୍ୱାରା ଏପରି ପ୍ରଭାବିତ ହୋଇପଡ଼ୁଥିଲେ!(Suniti Kumar Ghosh ଙ୍କ ଦ୍ୱାରା ରଚିତ Research Unit For Political Economy   ଦ୍ୱାରା ୧୯୯୫ ମସିହାରେ ପ୍ରକାଶିତ India And The Raj,1919-1947 vol.2    ରେ ପ୍ରଦତ୍ତ ଉଦ୍ଧୃତି ଗୁଦିକ ଉପରେ ଆଧାରିତ)ଞ୍ଚଅବସରପ୍ରାପ୍ତ ପ୍ରଫେସର, ଗଣିତ ବିଭାଗ, ଉକ୍ରଳ ବିଶ୍ୱବିଦ୍ୟଳୟ, ମୋ:୯୪୩୮୦୧୫୦୫୬,email: bknatuu@yahoo.co.uk.
                             ସଂବାଦ ‘କପୋଳକଳ୍ପିତ’-ଶୀକାର ଗାଂଧୀ

ସଂବାଦ ଟି ଗଢା ହୋଇଥିଲା ପ୍ରିନ୍ସ ଅଫ ଓଲସ (Prince of Wales) ଓ ଗାଂଧୀ ଙ୍କ ମଧ୍ୟରେ ସହସା ସାକ୍ଷତକୁ କେନ୍ଦ୍ର କରି । ପ୍ରକାଶ ପାଇଥିଲା ବିଲାତ ଦେଶର ଏକ ପ୍ରସିଦ୍ଧ ଖବର କାଗଜ  ଇଭିନିଂ ସ୍ଟାଣ୍ଡାର୍ଡ ( Evening Standard) ରେ । ଏହାର ପୁନଃପ୍ରକାଶ ହୋଇଥିଲା ତତ୍କାଳିନ କଂଗ୍ରେସ ଦଳ କୁ ସମର୍ଥନ କରୁଥିବା ଓ ବମ୍ବେରୁ ପ୍ରକାଶ ପାଉଥିବା ଖବର କାଗଜ ଫ୍ରି ପ୍ରେସ ଜର୍ଣାଲ (Free Press Journal) ରେ । ଏହାର ଲେଖକ ଥିଲେ ଗାଂଧୀଙ୍କ ସହ ପୂର୍ବରୁ ପରିଚିତ ଥିବା ଇଂରାଜ ସାମ୍ବାଦିକ ଜର୍ଜ ସ୍ଲୋକୋମ୍ବ (George Slocombe) । ଏ ମହାଶୟ ପୁନାସ୍ଥିତ ୟେରବାଦା ଜେଲ ରେ ଗାଂଧୀଙ୍କ ର ଏକ ସାକ୍ଷାତକାର  (୧୯ ଓ ୨୦ ମଇ ୧୯୩୦) ନେଇ ତାହାର ସଠିକ ଉପସ୍ଥାପନା କରି ଏକ ନିରପେକ୍ଷ  ସାମ୍ବାଦିକ ଭାବେ ଗ୍ରହଣୀୟ ହୋଇଯାଇଥିଲେ । ତେଣୁ ତାଙ୍କ ଦ୍ୱାରା ପରିବେଷିତ ସଂବାଦକୁ ଗୁରୁତ୍ୱ ଦିଆଯାଉଥିଲା । ସ୍ୱଭାବିକ ଗାଂଧୀ- ପ୍ରିନ୍ସ ଅଫ େଓଲସ ସାକ୍ଷାତ ର ବିବରଣୀ, ତାହା ପୁଣି ସ୍ଲୋକୋମ୍ବଙ୍କ କଲମରୁ , ବେଶ ଦୃଷ୍ଟି ଆକର୍ଷଣକାରୀ ହୋଇଥିଲା, ଯଦିଓ ସେ ଯାହା ସେ ଲେଖିଥିଲେ ତାହା ଅବିଶ୍ୱାସନୀୟ ମନେ ହେଉଥିଲା । ସେ ଲେଖିଥିଲେ, “ଏକ ଅପ୍ରତ୍ୟାଶିତ କଥା ଗାଂଧୀ କଲେ । ସେ ତାଙ୍କ (ପ୍ରିନ୍ସ ଅଫ େଓଲସ) ଆଡକୁ କ୍ଷିପ୍ର ଗତିରେ ଆଗେଇ ଗଲେ, ଚଟ୍ଟାଣ ଆଡକୁ ନଇଁ ପଡିଲେ ଏବଂ ଦୁଇ ହାତରେ ପ୍ରିନ୍ସ ଅଫ େଓଲସଙ୍କ ପାଦକୁ ଜାବୁଡି ଧରିଲେ…..ଏବଂ ପାଦକୁ ଧରି ନିବେଦନ କଲେ, କହିଲେ- ‘ମହାଶୟ, ଭାରତ ପ୍ରତି ସଦୟ ହୁଅନ୍ତୁ ।’”( Gandhi did an unexpected thing. He went swiftly forward, bent to the floor and with both hands embraced the feet of the Prince of Wales….and still couching at the Prince’s feet, he appealed to him, ‘Sir, be kind to India.’) ଜବାହାରଲାଲ ନେହେରୁ ଯେତେବେଳେ ଗାଂଧୀଙ୍କ ଠାରୁ ଏହି ସମ୍ବାଦର ସତ୍ୟତା ବିଷୟରେ ଜାଣିବାକୁ ଚାହିଁଲେ, ସେତେବେଳେ ସ୍ଲୋକୋମ୍ବଙ୍କୁ ଏହି ସମ୍ବାଦର ଭିତ୍ତି (‘authority for the story’) ବିଷୟରେ ପଚାରିବା ପାଇଁ ଗାଂଧୀ ପରାମର୍ଶ ଦେଇଥିଲେ । ନେହେରୁ ସ୍ଲୋକୋମ୍ବଙ୍କ ଠାରୁ ଜାଣିବାକୁ ଚାହିଁଥିଲେ, ଏହି ଭଳି ସମ୍ବାଦ ର ଉତ୍ସ କଣ?   ବେଶ ନିର୍ଭରଯୋଗ୍ୟ ସୂତ୍ରରୁ ଏହି ସମ୍ବାଦ ପାଇଛନ୍ତି ବୋଲି ନେହେରୁଙ୍କୁ  ଉତ୍ତରରେ ଜଣାଇଥିଲେ
ସ୍ଲୋକୋମ୍ବ । ସ୍ଲୋକୋମ୍ବଙ୍କ ଏହି ଉତ୍ତରକୁ ନେହେରୁ ଗାଂଧୀଙ୍କୁ ଜଣାଇ ଦେଇଥିଲେ । ଏହି ପ୍ରସଂଗର ଅବତାରଣା କରି ସୁନୀତି କୁମାର ଘୋଷ ଲେଖନ୍ତି, “ଗାଂଧୀ ନୀରବ ରହିବାକୁ ହିଁ ପସଂଦ କଲେ । ଏହି ସମ୍ବାଦର ପ୍ରତିବାଦ ତାଙ୍କ ଦ୍ୱାରା ଲିଖିତ ଅସଂଖ୍ୟ ଚିଠି, ଅଭିଭାଷଣ, ଗଣମାଧ୍ୟମକୁ ବାର୍ତ୍ତାରେ ଦେଖାଗଲା ନାହିଁ । ଏପରିକି ଏହି ସମ୍ବାଦ ପ୍ରକାଶିତ ହୋଇଥିବା ଖବର କାଗଜ ଇଭିନିଂ ସ୍ଟାଣ୍ଡାର୍ଡ ଓ ଫ୍ରି ପ୍ରେସ ଜର୍ଣାଲ ରେ ଏହି  ସମ୍ବାଦକୁ ଖଂଡନ କରାଗଲା ନାହିଁ ।” (Gandhi chose to remain silent.No denial by Gandhi appeared in any of his numerous press statements, speeches or letters, nor did he send any contradiction to Evening Standard or Free Press Journal….) । କିନ୍ତୁ ପ୍ରସିଦ୍ଧ ସାମ୍ବାଦିକ ରାମଚନ୍ଦ୍ର କୃଷ୍ଣ ପ୍ରଭୂ (R.K.Prabhu)ଙ୍କ ଦ୍ୱାରା ସଂକଳିତ ପୁସ୍ତକ (This was Bapu-One hundred fifty anecdotes relating to Mahatma Gandhi, Navajiban Publishing House, Ahmedabad)ରେ A News Paper Hoax ଶିରୋନାମା ରେ ସ୍ଥାନିତ ଏକ ବିବରଣୀ ରୁ ଜଣାପଡେ ଯେ ଉକ୍ତ ସମ୍ବାଦ ଉପରେ ଗାଂଧୀଙ୍କର ମନ୍ତବ୍ୟକୁ ଏକ ପତ୍ର ଜରିଆରେ ସ୍ଲୋକୋମ୍ବଙ୍କୁ ଜଣାଇ ଦିଆଯାଇ ଥିଲା । ଗାଂଧୀଙ୍କର ମନ୍ତବ୍ୟ ଥିଲା ଏହିପରି- “ଶ୍ରୀମାନ ସ୍ଲୋକୋମ୍ବ, ମୁଁ ଆପଣଙ୍କ ଠାରୁ  ଆଶା କରୁଥିଲି ଯେ ଆପଣ ଭଲ ଜାଣିଥିବେ । ଏହା ଆପଣଙ୍କର କଳ୍ପନାର ମଧ୍ୟ ଗୌରବ ବୃଦ୍ଧି କରୁ ନାହିଁ । ମୁଁ ଭାରତର ଦରିଦ୍ରତମ ଅସ୍ପୃଶ୍ୟ, ଦରିଦ୍ରତମ ମେହନ୍ତର ସାମନାରେ ଆଣ୍ଠୁ ଭାଙ୍ଗି ନଇଁବି କାରଣ ଶତାବ୍ଦୀ ଶତାବ୍ଦୀ ଧରି ତାକୁ ପଦଦଳିତ କରି ରଖିବାରେ ମୁଁ ମଧ୍ୟ ଭାଗ ନେଇଛି, ଏପରିକି ମୁଁ ତାର ପାଦ ଧୂଳି ନେଇ ମୁଣ୍ଡରେ ମାରିବି । କିନ୍ତୁ ମୁଁ , ପ୍ରିନ୍ସ ଅଫ େଓଲସ ତ ଦୂରର କଥା, ରାଜାଙ୍କ ସମ୍ମୁଖରେ ବି  ନିଜକୁ ଭୂମିଷ୍ଠ କରିବି ନାହିଁ, କେବଳ ଗୋଟିଏ କାରଣ ପାଇଁ ନିଜକୁ ଭୂମିଷ୍ଠ କରିବ
(“ Well, Mr. Slocombe, I would have expected you to knowbetter. This does not do credit to your imagination even. I would bend the knees before the poorest scavenger, the poorest untouchable in India, for having participated in crushing him for centuries, I would even take the dust off his feet. But I would not prostrate myself, not even before the King, much less before the Prince of Wales, for the simple reason that he represented insolent might. I may allow myself to be crushed by an elephant but not prostrate before him, but prostrate before an ant for having even unconsciously trodden upon him.”) ଏ ଭଳି ଚମକ୍ରାର ପ୍ରତିକ୍ରିୟା Collected Works of Gandhi  (ଯାହା ନେଟରେ ଉପଲବ୍ଧ )  ରେ ସ୍ଥାନ ପାଇଥିବାର ଦୃଷ୍ଟିଗୋଚର ହୁଏ ନାହିଁ । ଯଦିଓ ଇଭିନିଂ ସ୍ଟାଣ୍ଡାର୍ଡକୁ ପରବର୍ତ୍ତୀ କାଳରେ (୧୨ ସେପ୍ଟମ୍ବର ୧୯୩୧) ଏକ ସାକ୍ଷାତକାର ଗାଂଧୀ ଦେଇଥିବା Collected Works of Gandhi  ରେ ଉଲ୍ଲେଖ ଅଛି କିନ୍ତୁ ଉପରୋକ୍ତ ସମ୍ବାଦ ବିଷୟ ସେହି ସାକ୍ଷାତକାର ସମୟରେ ଉଠି ନାହିଁ । ଅବଶ୍ୟ ଏହା ମଧ୍ୟ ଜଣା ନାହିଁ ଯେ ଗାଂଧୀଙ୍କର ଉପରୋକ୍ତ ପ୍ରତିକ୍ରିୟାର ଉତ୍ତରରେ ସ୍ଲୋକୋମ୍ବ କଣ ଲେଖିଥିଲେ । ତେବେ ଏ ଲେଖକ ମନକୁ ନିମ୍ନୋକ୍ତ ପ୍ରଶ୍ନ ଗୁଡିକ ଆସୁଛି ।
୧. ସ୍ଲୋକୋମ୍ବ ଯିଏ କି ଗାଂଧୀଙ୍କର ସାକ୍ଷାତକାରର ନିରପେକ୍ଷ ପରିବେଷଣ କରି ସ୍ୱାଧୀନତାକାମୀ ନେତୃତ୍ୱର ବିଶ୍ୱାସଭାଜନ ହୋଇଥିଲେ, ସେ କାହିଁକି ଗାଂଧୀଙ୍କ ବ୍ୟକ୍ତିତ୍ୱକୁ ନ୍ୟୁନ କରି ଦେବାଭଳି ସଂବାଦ ପ୍ରକାଶ କଲେ? ୨. ବିଲାତ ରେ ପ୍ରକାଶିତ ଏହି ସମ୍ବାଦକୁ ଭାରତରେ କଂଗ୍ରେସ ପ୍ରତି ସହାନୁଭୂତି
ଥିବା ଫ୍ରି ପ୍ରେସ ଜର୍ଣାଲ ରେ କାହିଁକି ପୁନଃପ୍ରକାଶିତ ହେଲା ?
୩. ଏହି ସମ୍ବାଦ ଗାଂଧୀ ଗୋଲ ଟେବୁଲ ବୈଠକରେ ଯୋଗଦେବା ପୂର୍ବରୁ ପ୍ରକାଶ ପାଇବା ଉଦ୍ଦେଶ୍ୟମୂଳକ ଥିଲା କି, ବିଶେଷତଃ ଯେତେବେଳେ ଏହି ବୈଠକରେ ଗାଂଧୀଙ୍କର ଯୋଗଦାନ ଥିଲା ଅନିଶ୍ଚିତତା ର  ଘେରରେ ?
କହିବା ବାହୁଲ୍ୟ, ଗାଂଧୀ ବିଶେଷଜ୍ଞମାନେ ଏହା ଉପରେ ଆଲୋକପାତ କଲେ ସ୍ୱାଧୀନପୂର୍ବ ଭାରତରେ ଚାଲିଥିବା ରାଜନୀତିର କିଛି ଅନାଲୋଚିତ ଦିଗ ଲୋକ ଲୋଚନ କୁ ଆସିପାରେ ।

 

Print Friendly, PDF & Email