ଜୋକର ଗୁଚ୍ଛ- କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବେଣୀ ପ୍ରସାଦ ବର୍ମାଙ୍କର ଏକ ବକ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯାହାର ଶିରୋନାମା ହେଉଛି Beni Prasad Calls Aam Aadmi Party a ‘Bunch of Jokers’ (News-X, YouTube) । ଅର୍ଥାତ୍ ବେଣୀ ପ୍ରସାଦଙ୍କ ଦୃଷ୍ଟିରେ ଆମ ଆଦମୀ ପାର୍ଟି ଜୋକର ମାନଙ୍କର ଗୋଟିଏ ଗୁଚ୍ଛ । ଏହି ଭଳି ମନ୍ତବ୍ୟ ସେ କରିଛନ୍ତି ଯେତେବେଳେ ଗଣ ମାଧ୍ୟମ ଆମ ଆଦମୀ ପାର୍ଟିର ଜଣେ ଅତ୍ୟନ୍ତ ଦୃଶ୍ୟମାନ ଚରିତ୍ର କୁମାର ବିଶ୍ୱାସଙ୍କର ରାହୁଳ ଗାଂଧୀଙ୍କ ବିରୁଦ୍ଧରେ ପ୍ରାର୍ଥୀ ଭାବେ ଠିଆହେବାର ନିଷ୍ପତ୍ତି ଉପରେ ବେଣୀ ପ୍ରସାଦଙ୍କର ପ୍ରତିକ୍ରିୟା ଜାଣିବାକୁ ଚାହିଁଛି ଓ ପ୍ରତିକ୍ରିୟାରେ ସେ କୁମାର ବିଶ୍ୱାସଙ୍କୁ ‘ଜୋକର’ ବୋଲି କହିଛନ୍ତି । ବିତର୍କ ଉଦ୍ରେକକାରୀ ମନ୍ତବ୍ୟ ଦେବାରେ ବେଣୀ ପ୍ରସାଦଙ୍କର କୁଖ୍ୟାତି ସହ ରାଜନୈତିକ ସମ୍ବାଦ ପ୍ରତି ସଚେତନ ପ୍ରତ୍ୟେକ ବ୍ୟକ୍ତି ପରିଚିତ । ସେ ଯେତେବେଳେ ମୋଦିଙ୍କୁ ‘ହିଟଲର’ ଓ ମୁଲାୟମଙ୍କୁ ‘ମୁସୋଲିନି’ କହିପାରନ୍ତି ସେତେବେଳେ କୁମାର ବିଶ୍ୱାସଙ୍କୁ ‘ଜୋକର’ କହିବାରେ କାହିଁକି ବା ସଂକୋଚ କରିବେ ବିଶେଷତଃ ଯେତେବେଳେ କୁମାର ବିଶ୍ୱାସ ରାହୁଳ ଗାଂଧୀଙ୍କୁ ଆଗାମୀ ନିର୍ବାଚନରେ ପରାସ୍ତ କରି ନେହେରୁ ଗାଂଧୀ ବଂଶବାଦୀ ରାଜନୀତି ଉପରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ଲଗାଇଦେବେ ବୋଲି ଆସ୍ଫାଳନ କରନ୍ତି । ନେହେରୁ ଗାଂଧୀଙ୍କର ବଂଶବାଦୀ ରାଜନୀତି ଉପରେ ଏହି ଭଳି ଏକ ପୂର୍ଣ୍ଣେଛଦ ପଡିବାର ସମ୍ଭାବନା ସୃଷ୍ଟି ହୋଇଥିଲା ଯେତେବେଳେ ତକ୍ରାଳୀନ ଭାରତୀୟ ରାଜନୀତିର ବିଦୁଷକ (clown) ଭାବେ ପରିଚିତ ସମାଜବାଦୀ ରାଜ ନାରାୟଣ ୧୯୭୭ ମସିହା ନିର୍ବାଚନରେ ଇନ୍ଦିରା ଗାଂଧୀଙ୍କୁ ପରାସ୍ତ କରିଥିଲେ । ଏହି ଐତିହାସିକ ଘଟଣାକୁ ସ୍ମରଣ କରି ବେଣୀ ପ୍ରସାଦ ଯେ କୁମାର ବିଶ୍ୱାସଙ୍କୁ ‘ଜୋକର’ କହୁ ନ ଥିବେ ତାହା କିଏ କହିବ ? ଯଦିଓ କେହି କେହି ୧୫ ବର୍ଷର ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ଅରବିନ୍ଦ କେଜରୀଓ୍ୟାଲ ନିର୍ବାଚନରେ ପରାସ୍ତ କରିଥିବା ହେତୁ କେଜରୀୱାଲ ନୂତନ ରାଜ ନାରାୟଣ କି ବୋଲି ପ୍ରଶ୍ନ କରିଛନ୍ତି (http://indiatoday.intoday.in/story/is-arvind-kejriwal-a-new-raj-narain-of.) ଏକଦା ସମାଜବାଦୀ, ମୁଲାୟମ ବିଶ୍ୱସ୍ତ ବେଣୀ ପ୍ରସାଦ ଗତ କିଛି ବର୍ଷ ହେଲା ଦଳ ପରିବର୍ତ୍ତନ କରି ଯେତେବେଳେ ରାହୁଳ ଗାଂଧୀଙ୍କର ଏକାନ୍ତ ଅନୁଗତ ହୋଇପଡିଛନ୍ତି ସେତେବେଳେ କେହି ରାହୁଳଙ୍କୁ ଆହ୍ୱାନ ଦେଇପାରେ ତାହା ସେ ସହ୍ୟ କରନ୍ତେ କିପରି ? ତେଣୁ ଏପରି ଆହ୍ୱାନକୁ ସେ ହାସ୍ୟାସ୍ପଦ ମନେ କରିଛନ୍ତି ଓ ହାସ୍ୟାସ୍ପଦ ପରିସ୍ଥିତି ଜୋକର ମାନେ ଅନାୟାସେ ସୃଷ୍ଟି କରିପାରନ୍ତି, ଏହି ଅଭିଜ୍ଞତାରୁ ସେ ବୋଧହୁଏ ଆହ୍ୱାନକାରୀ କୁମାର ବିଶ୍ୱାସଙ୍କୁ ‘ଜୋକର’ ଓ ଯେଉଁ ଦଳ ତାଙ୍କୁ ପ୍ରାର୍ଥି କରିବ ସେ ଦଳକୁ ଏକ ‘ଜୋକରଙ୍କ ଗୁଚ୍ଛ’ ବୋଲି କହିଛନ୍ତି । କିନ୍ତୁ ଏହି ‘ଜୋକର ଗୁଚ୍ଛ’ ଯେଉଁ ଭଳି ଭାବେ ତାଙ୍କ ଦଳ କଂଗ୍ରେସକୁ ଦୀଲ୍ଲୀ ନିର୍ବାଚନରେ ଧରାଶାୟୀ କରିଛନ୍ତି ତାହାର ପୃଷ୍ଠଭୂମିରେ ଏହି ଭଳି ମନ୍ତବ୍ୟ ଦେଇ ସେମାନଙ୍କର ଭୂମିକାକୁ ହାଲୁକା ବା ହେୟ ଦୃଷ୍ଟିରେ ଦେଖିବା ରାହୁଳ ଗାଂଧୀଙ୍କ ପାଇଁ ବେଶ ମହଂଗା ହୋଇ ପାରେ ବୋଲି ବେଣୀ ପ୍ରସାଦ ବୋଧହୁଏ ସଚେତନ ନୁହନ୍ତି । ଅବଶ୍ୟ ନିଜେ ରାହୁଳ ଗାଂଧୀ ତାଙ୍କ ଅନୁଗତ ବେଣୀ ପ୍ରସାଦଙ୍କ ‘ଜୋକର ଗୁଚ୍ଛ’ ର ଶକ୍ତିକୁ ବେଶ ଗୁରୁତ୍ୱ ଦିଅନ୍ତି ତା ନହେଲେ ସେ ସର୍ବସାଧାରଣରେ ଘୋଷଣା କରି ନଥାନ୍ତେ ଯେ ତାଙ୍କ ଦଳକୁ ଆମ ଆଦମୀ ପାର୍ଟି ଠାରୁ ଅନେକ କିଛି ଶିକ୍ଷା କରିବାର ଅଛି ।
ଜୋକର ଗୁଚ୍ଛରେ ମନମୋହନ
ଏକ ବାକ୍ୟ ଖଣ୍ଡ ଭାବେ ‘ଜୋକର ଗୁଚ୍ଛ’ ର ପ୍ରୟୋଗ ନୂତନ ନୁହେଁ । ରାହୁଳ ଗାଂଧୀଙ୍କ ପିତା ରାଜୀବ ଗାଂଧୀ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ଯୋଜନା କମିଶନକୁ ‘ଜୋକର ଗୁଚ୍ଛ’ ବୋଲି ଅଭିହିତ କରିଥିଲେ । ସେତେବେଳେ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ଆଜିର ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ବେଣୀ ପ୍ରସାଦ ଏହି ଇତିହାସ ପ୍ରତି ସଚେତନ ଥିଲେ ବୋଧହୁଏ ଏହି ଭଳି ବାକ୍ୟ ଖଣ୍ଡର ପ୍ରୟୋଗ ଅନ୍ୟ ରାଜନୈତିକ ଦଳ, ଏଠାରେ ଆମ ଆଦମୀ ପାର୍ଟି, ପାଇଁ ଆଦୈା କରନ୍ତେ ନାହିଁ ।
ବିଦେଶୀ ପ୍ରୟୋଗର ଦେଶୀ ରୂପାନ୍ତର
ଆମ ଆଦମୀ ପାର୍ଟି ଯେ ଏକ ଇଟାଲୀୟ ବିଦୁଷକଙ୍କ ରାଜନୈତିକ ପ୍ରୟୋଗର ଭାରତୀୟ ସଂସ୍କରଣ -ଏହା ଉଲ୍ଲେଖ କରିବା ଅଯଥାର୍ଥ ହେବ ନାହିଁ । କାରଣ ଆମ ଆଦମୀ ପାର୍ଟି ଦ୍ୱାରା ଉତ୍ପନ୍ନ କୋଳାହଳ, ରୋମାଂଚ ଓ ଉତ୍ତେଜନା ଭିତରେ ଏହି ସୂଚନାଟି ପ୍ରାୟ ଅଶ୍ରୁତ ହୋଇଯାଇଛି । ଏହି ଇଟାଲୀୟ ବିଦୁଷକ (comedian) ହେଉଛନ୍ତି ୬୪ବର୍ଷ ବୟସ୍କ (ଜନ୍ମ-୨୧ ଜୁଲାଇ ୧୯୪୮) Beppe Grillo । ଇଟାଲୀୟ ଟି.ଭି ରେ ସେ ଏକଦା ଥିଲେ ଅତି ଲୋକପ୍ରିୟ । ରାଜନୈତିକ ନେତା ମାନଙ୍କୁ ବିଦ୍ରୁପ କରିବାରେ ସେ ଥିଲେ ଅପ୍ରତିଦ୍ୱନ୍ଦୀ । କିନ୍ତୁ ତାଙ୍କର ବିଦ୍ରୁପ ରାଜନେତା ମାନଙ୍କ ପାଇଁ ଅସହ୍ୟ ହୋଇଥିଲା । ଟି.ଭି ପରଦାରେ ତାଙ୍କର ଉପସ୍ଥିତି କ୍ରମଶଃ ହ୍ରାସ ପାଇବାରେ ଲାଗିଲା । ଶେଷକୁ ସେ ଟି.ଭି ପରଦା ଉପରୁ ସଂପୂର୍ଣ ବିଦାୟ ନେଲେ । ଶୁଣାଯାଏ ଯେ ତାଙ୍କର ଶେଷ ପ୍ରଦର୍ଶନକୁ ପ୍ରାୟ ଏକ କୋଟି ଷାଠିଏ ଲକ୍ଷ ଦର୍ଶକ ଦେଖିଥିଲେ (http://en.wikipedia.org/wiki/Beppe_Grillo) । ୧୯୯୩ ଠାରୁ ବିଭିନ୍ନ ମଂଚରେ ସେ ପ୍ରଦର୍ଶନ କରୁଛନ୍ତି ଓ ବେଶ ସଫଳ ହୋଇଛନ୍ତି । ଯେପରି ଏକ ପ୍ରଘଟ ଖବରରୁ ଜଣାପେଡେ, ୨୦୦୫ ରେ ସେ ଆୟ କରିଥିଲେ ୪୩ ଲକ୍ଷ ଇଉରୋ (Euro) ଓ ତାଙ୍କର ଜୀବନ ଯାପନ ଶୈଳୀ ବେଶ ଆଭିଜାତ୍ୟ ସଂପନ୍ନ । (Insight: Beppe Grillo-Italian Clown or Political Mastermind?, http://www.reuters.com/article/2013/03/07/us-italy-vote-grillo-insight-.. ) । ୨୦୦୫ ମସିହାରୁ ଇଣ୍ଟରନେଟ ଜରିଆରେ ଇଟାଲୀରେ ଦୃଶ୍ୟମାନ ଦୁର୍ନୀତି ବିରୋଧରେ ଏକ ଅଭିଯାନ ଆରମ୍ଭ କରି ସର୍ବଶେଷ ରେ ସେ ଘୋଷଣା କଲେ ୪ ଅକ୍ଟୋବର ୨୦୦୯ ଦିନ Five Star Movement(M5S) ବା ପଂଚତାରକା ଆନ୍ଦୋଳନର ଆରମ୍ଭ । ତାଙ୍କରି ଭାଷାରେ, On 4 October 2009, a new National Five Star Movement will be born. It will be born on the internet. Italian citizens without a criminal record and who are not members of any political party can join……the parties are dead.’(New Political Actors in Europe:Beppe Grillo and the M5S, Jamie Bartletlett et.al, Demos,London, 2013, p.13 ) । ଏହାକୁ ସେ ଏକ ଔପଚାରିକ ରାଜନୈତିକ ଦଳ ଭାବେ ଘୋଷଣା ନ କଲେ ମଧ୍ୟ, ନିର୍ବାଚନାଦିରେ ଅଂଶ ଗ୍ରହଣ କରିବରେ ତାଙ୍କର କୈାଣସି ବାରଣ ନ ଥିଲା । ଏହି ଆନ୍ଦୋଳନ ୨୦୧୦ ମସିହାରୁ ସ୍ଥାନୀୟ, ଆଂଚଳିକ ଓ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରି ଆସିଛି ଓ ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ପାଇଁ ବେଶ ଆକର୍ଷଣୀୟ ହୋଇଛି । ଅରବିନ୍ଦ କେଜରୀୱାଲଙ୍କର ଆମ ଆଦମୀ ପାର୍ଟି ଓ Beppe Grillo ଙ୍କରଏହି ପଂଚତାରକା ଆନ୍ଦୋଳନ ମଧ୍ୟରେ ଦେଖାଯାଏ ଅଦ୍ଭୁତ ସାଦୃଶ୍ୟ ।
କେତୋଟି ଦୃଶ୍ୟମାନ ସାଦୃଶ୍ୟ
୧)ଏନ.ଜି.ଓ କବିର (ଫୋର୍ଡ ଫାଉଣ୍ଡେସନରୁ ୪ଲକ୍ଷ ଡଲାର ନେଇ ଚର୍ଚ୍ଚିତ ହୋଇ ପଡିଥିବା ସ୍ୱେଛାସେବୀ ସଂଗଠନ) ର ଦୁଇ ପ୍ରତିଷ୍ଠାତା ଅରବିନ୍ଦ କେଜରୀୱାଲ ଓ ମନିଷ ସିସୋଡିଆ ଯେପରି ଆମ ଆଦମୀ ପାର୍ଟିର ପ୍ରତିଷ୍ଠାତା, ସେହିପରି Beppe Grillo ଙ୍କ ବ୍ଲଗ (Blog) ତିଆରି କରିଥିବା ୨୦୦୪ ମସିହାରୁ ବନ୍ଧୁ ଇଣ୍ଟରନେଟ ବିଶେଷଜ୍ଞ Gianroberto Casaleggio ହେଉଛନ୍ତି ପଂଚତାରକା ଆନ୍ଦୋଳନର ସହ ପ୍ରତିଷ୍ଠାତା । Casaleggio ଙ୍କ ବିଷୟରେ Beppe Grillo କୁହନ୍ତି, “I am on the streets and Casaleggio is on line, they are interlinked roles and neither of us is leader.” (http://www.huffingtonpost.com/2013/03/07/beppe-grillo-5-star-movement… ) ।
୨) ପଂଚତାରକା ଆନ୍ଦୋଳନ ଯେପରି ଈରକ୍ଟ୍ରକ୍ଟ୍ରର ଏକ୍ସସକ୍ଷକ୍ଷକ୍ଟ କେନ୍ଦ୍ରିକ, ଆମ ଆଦମୀ ପାର୍ଟି କେଜରୀୱାଲ କେନ୍ଦ୍ରିକ । Beppe Grillo ପଂଚତାରକା ଆନ୍ଦୋଳନର କେବଳ ପରିଚାଳନା କରନ୍ତି ନାହିଁ, କେତେକଙ୍କ ଦୃଷ୍ଟିରେ ସେ ହେଉଛନ୍ତି ଏହି ଆନ୍ଦୋଳନର ମାଲିକ ଓ ଏହାର ପ୍ରତିଷ୍ଠା ସମୟରେ ସେ ଏହାର ବ୍ରାଣ୍ଡ ଉପରେ ତାଙ୍କର ଅଧିକାର ଅର୍ଜନ କରିଛନ୍ତି (…..Grillo not only controls the movement, but owns it, having obtained the rights to its brand when he founded it with Casaleggio in 2009.(http://www.huffingtonpost.com/2013/03/07/beppe-grillo-5-star-movement… ) ଅପର ପକ୍ଷରେ ଆମ ଆଦମୀ ପାର୍ଟିର ମାଲିକ ଅରବିନ୍ଦ କେଜରୀୱାଲ, ଓ ଏହା ଉପରେ ତାଙ୍କର ବ୍ରାଣ୍ଡ ରାଇଟ ଅଛି ଏପରି ଏକ ନିଷ୍କର୍ଷ ବର୍ତ୍ତମାନ ପାଇଁ ଅପରିପକ୍ୱ ହେବ । ଅବଶ୍ୟ Beppe Grillo ଙ୍କୁ ଯେପରି ଇଟାଲୀର ଏକଛତ୍ରବାଦୀ ଶାସକଙ୍କ ସହ ତୁଳନା କରାଯାଉଛି ସେପରି ଏକଛତ୍ରବାଦୀତ୍ୱ କେଜରୀୱାଲଙ୍କ ଠାରେ ଏଯାବତ୍ ଲୋକ ଲୋଚନକୁ ଆସି ନାହିଁ । କିନ୍ତୁ ଦୁହେଁ ଜନତା ବା ନାଗରିକଙ୍କୁ ହିଁ ସର୍ବୋପରି ବୋଲି ଗ୍ରହଣ କରନ୍ତି ବୋଲି ଘୋଷଣା କରିଛନ୍ତି । ଅରବିନ୍ଦ କେଜରୀୱାଲଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଯେପରି ଶୁଭୁଛି ତାଙ୍କ ଦଳ ‘ସାଧାରଣ ଲୋକ(ଆମ ଆଦମୀ)ଙ୍କର ଦଳ’, ସେ ନିଜେ ଜଣେ ଆମ ଆଦମୀ ଅର୍ଥାତ୍ ନେତା ନୁହଁନ୍ତି, ‘ସବୁ ଜନତା ହିଁ ସ୍ଥିର କରିବେ’ ( ‘ଜନତା ତୟ କରେଗୀ’) ଇତ୍ୟାଦି, ସେହିପରି , Beppe Grillo ଙ୍କ ବକ୍ତବ୍ୟରେ ଶୁଭୁଥିଲା ତାଙ୍କ ଆନ୍ଦୋଳନକୁ ‘an army of citizens with helmet’(ହେଲମେଟ ପିନ୍ଧି ଥିବା ନାଗରିକଙ୍କର ଏକ ବାହିନୀ) ବୋଲି କହିବା ଓ କହିବା ଯେ ‘We can not keep delegating politics to others. We have to do it collectively.as citizens are ones who know their country and its problems’ (ଆମେ ଆଉ କାହା ହାତକୁ ରାଜନୀତିର ଭାରନ୍ୟସ୍ତ କରିବା ନାହିଁ । ଆମକୁ ଏହା ସାମୁହିକ ଭାବେ କରିବାକୁ ହେବ । କାରଣ ନାଗରିକ ହିଁ ତାର ରାଷ୍ଟ୍ରକୁ ଚିହ୍ନିଛି ଓ ତାର ସମସ୍ୟାକୁ ବୁଝିଛି)
୩) ଉଭୟଙ୍କର ରାଜନୈତିକ ଆୟୋଜନରେ ଇଣ୍ଟରନେଟର /social media (facebook, twitter) ର ଦେଖାଯାଏ ଗୁରୁତ୍ୱ ପୂର୍ଣ୍ଣ ଭୂମିକା । ୪) ଦୁହିଁଙ୍କର ଆହ୍ୱାନ ଦୁର୍ନୀତି ବିରୋଧରେ ।
୫) ଦୁହେଁ ସହଭାଗୀ ଗଣତନ୍ତ୍ର(Participatory Democracy) ଓ ପ୍ରତ୍ୟକ୍ଷ ଗଣତନ୍ତ୍ର (Direct Democracy ର ପ୍ରବର୍ତ୍ତନ ଚାହାନ୍ତି ।
୬) ଦୁହିଁଙ୍କର ନାଗରିକ ସମସ୍ୟା ତାଲିକାରେ ଗୁରୁତ୍ୱ ପାଇଛି ଲୋକଙ୍କୁ ଜଳ ଯୋଗାଣ (Public Water) ( Bhttp://en.wikipedia.org/wiki/Five_Star_Movement#Electoral_results)
୭) ଦୁହେଁ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ରାଜନୈତିକ ଦଳ ଗୁଡିକର ଏକ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରନ୍ତି । ଅରବିନ୍ଦ କେଜରୀୱାଲ କୁହନ୍ତି, ’We are neither leftist nor rightist ’(www.youtube.com)। Beppe Grillo କୁହନ୍ତି, ‘The left and right will govern together on the ruins they have created, it will last one year at most,then our movement will change the world.(Beppe Grillo And The 5 Star Movement: An Indepth Look At Italy’s New King Maker by Gavin Jones, http://www.huffingtonpost.com/2013/03/07/beppe-grillo-5-star-movement…)’
୮) ଉଭୟଙ୍କର ନିର୍ବାଚନୀ ପାଣ୍ଠି ଉଠାଇବାର କୈାଶଳ ପ୍ରାୟ ଏକ ପ୍ରକାର । ଛୋଟ ଛୋଟ ଦାତାଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି ବୋଲି ଦାବୀ କରନ୍ତି ଉଭୟେ । ୫ଲକ୍ଷ ଇଉରୋ ୨୦ହଜାର ଛୋଟ ଛୋଟ ଦାତାଙ୍କଠାରୁ ପାଇଛନ୍ତି ବୋଲି ପଂଚତାରକା ଆନ୍ଦୋଳନ ଜଣାଏ । ଅବଶ୍ୟ ସାଧାରଣ ଦାତାଙ୍କ ବ୍ୟତିରେକେ ଆମ ଆଦମୀ ପାର୍ଟି କିଛି ସମ୍ପନ୍ନ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ପାଇଥିବା ତାଙ୍କ ୱେବସାଇଟରେ ଦିଆ ଯାଇଥିବା ତାଲିକାରୁ ଜଣା ପଡେ ।
୯) ଉଭୟେ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସେମାନଙ୍କ ରାଜନୈତିକ ଆୟୋଜନ ମଧ୍ୟରେ ସ୍ଥାନ ନଦେବାର ନିଷ୍ପତ୍ତିରେ ଅଟଳ ।
୧୦) ଏହି ଦୁଇ ରାଜନୈତିକ ଆୟୋଜନ ବିଶେଷ ଭାବରେ ତରୁଣ ମାନଙ୍କୁ ଓ ଆଇ.ଟି, ମନୋରଂଜନ, ତଥା ମ୍ୟାନେଜମେଣ୍ଟ କ୍ଷେତ୍ରରେ ନିଯୁକ୍ତ ପେସାଦାର ବ୍ୟକ୍ତି ମାନଙ୍କ ପାଇଁ ବେଶ ଆକର୍ଷଣୀୟ ।
୧୧) ବ୍ୟବସ୍ଥା ବିରୁଦ୍ଧରେ ଉଭୟଙ୍କ ଅଭିଯୋଗର ଭାଷାଏକ ପ୍ରକାର । ଦୃଶ୍ୟମାନ ସମସ୍ୟା ଗୁଡିକ ‘ଅନ୍ୟ ମାନଙ୍କ ଦୋଷରୁ’ । Beppe Grillo ଙ୍କ ଭାଷାରେ ‘all the problems we are facing now are other’s faults, not ours’.(Five Star Movement and Aam Aadmi Party : Can the Two Occupy Political Space for Long? by Tamanna Khosla, http://www.mainstreamweekly.net/article4453.html,) ।
୧୨) ଡିସେମ୍ବର ୨୦୧୩ ଦୀଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଯେଉଁ ଭଳି ସଫଳତା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛି ଓ ଏକକ ଭାବେ ସରକାର ଗଢିବା କୈାଣସି ଦଳ ପାଇଁ ସମ୍ଭବ ହୋଇନାହିଁ, ଠିକ ସେହି ଭଳି ଫେବୃଆରୀ ୨୦୧୩ ରେ ହୋଇଥିବା ଇଟାଲୀୟ ସାଧାରଣ ନିର୍ବାଚନରେ Beppe Grillo ଙ୍କ ପଂଚତାରକା ଆନ୍ଦୋଳନ ପାଇ ଥିଲା ଅଭୂତପୂର୍ବ ସଫଳତା ଓ କୈାଣସି ଏକକ ଦଳ/ଗୋଷ୍ଠୀ ଦ୍ୱାରା ସରକାର ଗଢିବାକୁ ଅସମ୍ଭବ କରିଦେଇଥିଲା ।
୧୩) ଦୁହେଁ ପ୍ରତ୍ୟାଖାନ କରନ୍ତି କେଣସି÷ ପ୍ରକାରର ବୁଝାମଣାର ପ୍ରସ୍ତାବକୁ । ଉଭୟେ ଘୋଷଣା କରିଛନ୍ତି ଯେ ସେମାନେ ମୁଖ୍ୟଧାରାର ପାରମ୍ପରିକ ଦଳ ସହ କୈାଣସି ପ୍ରକାର ବୁଝାମଣା କରିବେ ନାହିଁ । ଯେତେବେଳେ କେଜରୀୱାଲ କୁହନ୍ତି ‘ଆମେ କାହାଠାରୁ ସମର୍ଥନ ନେବୁ ନାହିଁ କି କାହାରିକୁ ସମର୍ଥନ ଦେବୁ ନାହିଁ’ ସେତେବେଳେ Beppe Grillo ମୁଖ୍ୟଧାରାର ପାରମ୍ପରିକ ଦଳ ସହ କୈାଣସି ପ୍ରକାର ବୁଝାମଣାକୁ ,ଅତି କଡା ଭାଷାରେ , ବହୁପୁରୁଷଚାରିଣୀ ରାଜନୀତି ( ‘ଗ୍ଧଷର ଙ୍କଗ୍ଦଙ୍କବକ୍ଷ ଗ୍ଦକ୍ଷଙ୍କଗ୍ଧଗ୍ଧସଗ୍ଦଷ ଙ୍ଗବଚ୍ଚ କ୍ଟଲ ୟକ୍ଟସଦ୍ଭଶ କ୍ଟ୍ରକ୍ଟକ୍ଷସଗ୍ଧସମଗ୍ଦ’) ବୋଲି କୁହନ୍ତି ।(the usual sluttish way of doing politics’) ùaûfò Kêj«ò û(http://www.huffingtonpost.com/2013/03/04/beppe-grillo-italy-euro-5-star….) ।
ସର୍ବଶେଷ ପରିଦୃଶ୍ୟ
ଇଟାଲୀର ସାଧାରଣ ନିର୍ବାଚନରେ ପଂଚତାରକା ଆନ୍ଦୋଳନ ୨୫.୫% ଭୋଟ, Chambers of Deputies ରେ୧୦୯ ଟି ଓ Senate ରେ ୫୪ ଟି ସ୍ଥାନ ପାଇ ଅପୂର୍ବ ସଫଳତା ହାସଲ କରିବାର ମାତ୍ର ତିନିମାସ ପରେ ମଇ ମାସରେ ହୋଇଥିବା ୫୬୮ ଟି ସ୍ଥାନ ପାଇଁ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଗୋଟିଏ ସ୍ଥାନ ସୁଦ୍ଧା ହାସଲ ନ କରିପାରବା ସମସ୍ତଙ୍କୁ ଚକିତ କରି ଦେଇଛି । ଅନେକ ସହରରେ ଭୋଟ ଅର୍ଜ୍ଜନ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଖସି ଆସିଛି (Beppe Grillo’s Five Star Movement suffers slump in the polls, http://www.independent.co.uk/news/world/europe/beppe-grillo-five-star.. ) । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏହି ଭଳି ନୈରାଶ୍ୟ ଜନକ ସ୍ଥିତି ଉପୁଜିବାର ଏକ ବଡ କାରଣ ହେଉଛି ବାମପନ୍ଥୀ (Centre-Left) Democratic Party ସହ ମିଶି ମନ୍ତ୍ରୀମଣ୍ଡଳ ଗଢିବାର ପ୍ରସ୍ତାବକୁ ପ୍ରତ୍ୟାଖାନ (Italy’s Five Star Movement loses shine by Guy Dinmore & Giulia Segreti, http://www.ft.com/cms/s/0/66a6b07c-d377-11e2-95d4-00144feab7de.html#ixzz2njzn3ngr) । ଏହା ଛଡା ପଂଚତାରକା ଆନ୍ଦୋଳନର ଆଭ୍ୟନ୍ତରିଣ ପରିଚାଳନାଗତ ଦୁର୍ବଳତା, ନିର୍ବାଚିତ ପ୍ରତିନିଧି ମାନଙ୍କର ଉଦ୍ଧତ ଆଚରଣ, ଆନ୍ତରିଣ ଗଣତନ୍ତ୍ରର ଅଭାବ ଇତ୍ୟାଦି ଏତାଦୃଶ ବିପର୍ଯ୍ୟୟ ର କାରଣ ବୋଲି କୁହାଯାଉଛି । କେତେକଙ୍କୁ ଆନ୍ଦୋଳନରୁ ବହିଷ୍କାର କରାଯାଇଛି, କେତେକ ଇସ୍ତଫା ଦେଇଛନ୍ତି । ଆନ୍ଦୋଳନ ବିଭାଜିତ ହୋଇ ଯିବାର ସଙ୍କେତ ମିଳୁଛି । ଆନ୍ଦୋଳନର ଜଣେ ନିର୍ବାଚିତ ସଦସ୍ୟା Paola Pinna କୁହନ୍ତି ‘it was divided between dissidents who dared to voice their own opinions and fundamentalist ‘Taliban’’ (Italy’s Five Star Movement launches purge by Guy Dinmore,http://www.ft.com/cms/s/0/116ab338-d827-11e2-b4a4-00144feab7de.html#ixzz2njz82PE7) ମାତ୍ର ତିନି ମାସ ଭିତରେ ପଂଚତାରକା ଆନ୍ଦୋଳନର ଏପରି ନିର୍ବାଚନୀ ବିପର୍ଯ୍ୟୟ ଈରକ୍ଟ୍ରକ୍ଟ୍ରର ଏକ୍ସସକ୍ଷକ୍ଷକ୍ଟ ଙ୍କୁ ଉପହାସର ପାତ୍ର କରିଦେଇଛି (‘Grillo himself has become a butt of jokes’)ପଂଚ ତାରକା ଆନ୍ଦୋଳନ ସହ ସାଦୃଶ୍ୟ ଥିବା ଆମ ଆଦମୀ ପାର୍ଟି ର ଶେଷ ପରିଣତି ଏହା ନ ହେଉ ଏହା ଚେତେଇ ଦେବାକୁ ଯାଇ ସାମ୍ବାଦିକ ହାସାନ ସୁରୁର (Hasan Suroor) ଲେଖନ୍ତି, ‘The story of Five Star Movement, which went from zero to hero to zero again under a popular but uncompromising leader, illustrates the perils of being mesmerised by AAP-style election victories, achieved on the back of an emotional anti-establishment public backlash. It also highlights the danger of turning politics into a morality play as AAP is doing with its touch me not approach for fear of being ‘contaminated’ by other parties. Grillo did the same. And look what happened to him. He paid the price for daring to dip his feet into water but not wanting to get them wet.Is Kejriwal set to become India’s Grillo ?’ (Lessons for AAP, Kejriwal from European-style anti-politics movements by Hasan Suroor, http://www.firstpost.com/politics/lessons-for-aap-kejriwal-from-european–……) ଇତ୍ୟବସରରେ ଅବଶ୍ୟ କାହାକୁ ସମର୍ଥନ ଦେବୁ ନାହିଁ କି କାହାରି ସମର୍ଥନ ନେବୁ ନାହିଁ ବୋଲି ଆମ ଆଦମୀ ପାର୍ଟିର ଜିଦ ଏକ ଭିନ୍ନ ପର୍ଯ୍ୟାୟରେ ପ୍ରବେଶ କରିଛି । ଦୀଲ୍ଲୀ ବିଧାନସଭାରେ ୨୮ଟି ଆସନ ଦଖଲ କରିଥିବା ଆମ ଆଦମୀ ପାର୍ଟି ସରକାର କଲେ ମାତ୍ର ୮ଟି ଆସନ ଦଖଲ କରିଥିବା କଂଗ୍ରେସ ତାହାକୁ ନିଃସର୍ତ୍ତ ସମର୍ଥନ ଦେବ ବୋଲି ପ୍ରତିଶୃତି ଦେବା ଫଳରେ ଓ ୭୦ ଜଣିଆ ବିଧାନ ସଭାରେ ଦୁଇ ଦଳଙ୍କର ସଦସ୍ୟ ସଂଖ୍ୟା ମିଶି ୩୬ ହୋଇ ଯିବାରୁ, ସରକାର ଗଢିବାକୁ ନେଇ ଆମ ଆଦମୀ ପାର୍ଟି ଭିତରେ ମତ ପାର୍ଥକ୍ୟ ଦେଖା ଦେଇଛି । ପାର୍ଟିର ମୁଖ୍ୟ/ଆବାହକ ଅରବିନ୍ଦ କେଜରୀୱାଲା ଏହି ମତ ପାର୍ଥକ୍ୟ କୁ ସ୍ୱୀକାର କରିଛନ୍ତି- କାହାର ସମର୍ଥନରେ ସରକାର ଗଢିବାକୁ ବ୍ୟକ୍ତିଗତ ଭାବରେ ସେ ନାପସନ୍ଦ କରୁଥିଲେ ହେଁ ତାଙ୍କ ଦଳର ଗୋଟିଏ ଗୋଷ୍ଠୀ ସରକାର ଗଢିବା ସପକ୍ଷରେ ଅଛନ୍ତି (“One section of my party wants us to form the government in Delhi. I am personally not comfortable with the idea of forming government with any party.” Congress -AAP Deal before polls: BJP, The New Indian Express dated 19th December 2013.) ଏହି ଦ୍ୱିବିଧାର ସମାଧାନ ସଂଧାନରେ ସହଭାଗୀ ଗଣତନ୍ତ୍ର(Participatory Democracy)ର ଏକାନ୍ତ ଅନୁରକ୍ତ ଅରବିନ୍ଦ କେଜରୀୱାଲ ଦୀଲ୍ଲୀ ଜନତାଙ୍କର ମତାମତ ଚାହିଁଛନ୍ତି । ଏଥି ପାଇଁ ୨୫ ଲକ୍ଷ ଚିଠି ଲେଖିଛନ୍ତି । ଏସ.ଏମ.ଏସ (SMS) କରି ମତାମତ ଦେବାକୁ କହିଛନ୍ତି । ଆଶା କରୁଛନ୍ତି ଯେ ସେମାନେ ରବିବାର (୨୨.୧୨.୨୦୧୩) ସୁଦ୍ଧା ଲୋକଙ୍କ ମତ ଜାଣିବେ ଓ ସେହି ଦିନ ରାତି ରେ ସରକାର କରିବେ କି ନାହିଁ ଘୋଷଣା କରିବେ । ସେ ଦିନ ଅରବିନ୍ଦ କେଜରୀୱାଲ ଯେଉଁ ସୂଚନା ଦେବେ ତାହା ଦୀଲ୍ଲୀ ଜନତାର ମତ ବୋଲି ଧରିବାକୁ ହେବ । ଅରବିନ୍ଦ ଯେତେବେଳେ ନିଜେ ସରକାର ଗଢିବା ସପକ୍ଷରେ ନୁହଁନ୍ତି ଓ ଏହା ସେ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ସେତେବେଳେ ଏହା ଲୋକ ମତକୁ ପ୍ରଭାବ କରିବ ନାହିଁ ତ ? ଅରବିନ୍ଦଙ୍କର ଏହି ପ୍ରକ୍ରିୟାକୁ କୈାଣସି ମୁଖ୍ୟଧାରାର ରାଜନୈତିକ ଦଳ ସହାନୁଭୂତିର ସହ ଦେଖୁଥିବା ମନେ ହେଉ ନାହିଁ । ଏହି ଦଳ ଗୁଡିକର ଦୃଷ୍ଟିରେ ଏହି ପ୍ରକ୍ରିୟା ଏକ ନାଟକ, ଦାୟୀତ୍ୱରୁ ଖସିଯିବା ପାଇଁ ଏକ ଚାଲ । ମୁଖ୍ୟଧାରାର ରାଜନୈତିକ ଦଳ ମାନଙ୍କର ପ୍ରତିକ୍ରିୟା ସ୍ୱଭାବିକ । କାରଣ ଆମ ଆଦମୀ ପାର୍ଟି ମୂଳତଃ ’anti politics’ ର ଧାରାକୁ ପ୍ରତିନିଧିତ୍ୱ କରୁଛି ଯାହା ଇଉରୋପରେ ଦେଖାଦେଇଥିଲା କିଛି ବର୍ଷ ପୂର୍ବେ ଯାହାକୁ ଆଧାର କରି ଗଢି ଉଠିଥିଲା ବହୁତ ରାଜନୈତିକ ଆୟୋଜନ ଓ ଏହି ନୂତନ ଦଳ ଗୁଡିକଙ୍କର ସହସା ସଫଳତା ପରମ୍ପରାଗତ ରାଜନୈତିକ ଦଳ ଗୁଡିକର ସମସ୍ତ ଗଣିତକୁ ଓଲଟ ପାଲଟ କରିଦେଇଥିଲା । କିନ୍ତୁ ଏହି ସଫଳତାର ଆଉ ପୁନରାବୃତ୍ତି ହେଲା ନାହିଁ । ଯେପରି ସଶବ୍ଦ ହୋଇଥିଲା ଆବିର୍ଭାବ, ସେହିଭଳି ନିଃଶବ୍ଦ ହୋଇଥିଲା ସେମାନଙ୍କର ପ୍ରସ୍ଥାନ । ଏକଦା ଚାଂଚଲ୍ୟ ସୃଷ୍ଟି କରିଥିବା ନେତା ମାନେ ମାତ୍ର କେଇଟା ବର୍ଷରେ ଜନମାନସରୁ ବିସ୍ମୃତ ହୋଇଗଲେ (Lessons for AAP, Kejriwal from European-style anti-politics movements by Hasan Suroor, http://www.firstpost.com/politics/lessons-for-aap-kejriwal-from-european-……)
ଆମେ ଆଶା କରିବା ଏହା ଆମ ଆଦମୀ ପାର୍ଟି କ୍ଷେତ୍ରରେ ନ ହେଉ । ଏହା ଏକ ପାଣି ଫୋଟକା ବା ‘ଜୋକର ଗୁଚ୍ଛ’ ବୋଲି ଅପବାଦ ଅପ୍ରମାଣିତ ହେଉ ।