ଡିସେମ୍ବର ୪ ଦୀଲ୍ଲୀ ବିଧାନ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ସଫଳତା ଅତ୍ୟନ୍ତ ଚକ୍ଷୁ ଉନ୍ମେଷକାରୀ ହୋଇଛି । ଗଣ ମାଧ୍ୟମରେ ବିଶେଷତଃ ଇଲେକଟ୍ରୋନିକ ଗଣ ମାଧ୍ୟମରେ ଏହି ସଫଳତାକୁ ନେଇ ଆହ୍ଲାଦ, ଆଲୋଚନା ଓ କଳ୍ପନା-ଜଳ୍ପନା ସହ ପାର୍ଟିର ମୁଖିଆ ଓ ତାଙ୍କ ସହଯୋଗୀ ମାନଙ୍କର ଆଚରଣ ବେଶ ଉପଭୋଗ୍ୟ ହେଉଛି । ଏହି ସଫଳତା ବିଶେଷ ଗୁରୁତ୍ୱ ପାଇଛି କାରଣ ଏହାଦ୍ୱାରା ଦୀଲ୍ଲୀ ରେ ଝୁଲା ବିଧାନସଭାର ସ୍ଥିତି ଉପିଜିଛି । ମାତ୍ର ୮୦୦ରୁ କମ ଭୋଟରେ ଆମ ଆଦମୀ ପାର୍ଟି ଠାରୁ ୪ ଟି ସ୍ଥାନରେ ହାରିଯାଇଥିବା ବିଜେପି ଯଦି ଏହି ସ୍ଥାନ ଗୁଡିକରେ ବିଜୟ ହାସଲ କରିଥାନ୍ତା ତାହାଲେ ବୋଧ ହୁଏ ଝୁଲା ବିଧାନସଭା ସୃଷ୍ଟି ହୋଇ ନଥାନ୍ତା । ତେବେ ଆଲୋଚନାକୁ ପରିଚାଳନ କରୁଥିବା ଅଧିକାଂଶ ସାଂବାଦିକ ଆମ ଆଦମୀ ପାର୍ଟିର ସଫଳତା ଦ୍ୱାରା ଏତେ ପ୍ରଭାବିତ ଯେ ସେମାନେ ଏହା ଠାରୁ ମଧ୍ୟ ଅଧିକ ଚମକପ୍ରଦ ପ୍ରଦର୍ଶନ କରିଥିବା ଦଳ ମାନଙ୍କର,ଯେପରି ଆସାମରେ ଆସାମ ଗଣ ପରିଷଦ, ଆନ୍ଧ୍ରରେ ତେଲଗୁ ଦେଶମ ବା ସର୍ବୋପରି ୧୯୭୭ ମସିହାରେ ଜନତା ପାର୍ଟି ମାନଙ୍କର ଦୃଷ୍ଟାନ୍ତକୁ ଅପ୍ରାସଂଗିକ ବୋଲି କହି ଆଡେଇ ଯାଉଛନ୍ତି । ଏପରିକି ଏହି ନିର୍ବାଚନରେ ବିଜେପି ଆମ ଆଦମୀ ପାର୍ଟି ଠାରୁ ଅଧିକ ଆସନରେ ବିଜୟୀ ଓ ଅଧିକ ଶତକଡା ଅଂଶ ଭୋଟ ପାଇଥିଲେ ହେଁ ତାହା ଏହି ସମ୍ବାଦିକ ମାନଙ୍କ ପରିବେଷଣରେ ଗୁରୁତ୍ୱ ପାଉ ନାହିଁ । ବିଜେପିର ଅରୁଣ ଜେଟଲୀ ତ ଏକ ସାକ୍ଷାତକାରରେ କହିଲେ (News 24 ର ଅନୁରାଧା ପ୍ରସାଦଙ୍କୁ) ଯେ ଆମେ ସମସ୍ତଙ୍କ ଆଗରେ ଥିଲେ ମଧ୍ୟ ଆମକୁ ରୈାପ୍ୟ ପଦକ ବିଜେତା (Silver Medalist) ଭାବେ ପରିବେଷଣ କରାଯାଉଛି । ନିଃସନ୍ଦେହ ଆମ ଆଦମୀ ପାର୍ଟିର ଅଭ୍ୟୁଦୟ ଓ ସାଫଲ୍ୟ ସୃଷ୍ଟି କରିଥିବା ଉତ୍ସାହ ଗଣ ମାଧ୍ୟମକୁ ଏପରି ଗ୍ରାସ କରିଛି ଯେ ଅନ୍ୟ କାହାରି ତତ୍ତୁଲ୍ୟ ବା ତାହାଠାରୁ ଅଧିକ ସାଫଲ୍ୟକୁ ,ତାହା ଅତୀତର ହେଉ ବା ବର୍ତ୍ତମାନର ହେଉ, ସ୍ମରଣ କରିବା ପାଇଁ ସେ ପ୍ରସ୍ତୁତ ନୁହେଁ । ଏତାଦୃଶ ଉତ୍ସାହ ଗ୍ରସ୍ତ ଗଣ ମାଧ୍ୟମରେ ଏ ଯାବତ୍ ଦୃଶ୍ୟ ହୋଇ ନାହିଁ ଆଲେଚନା ଯାହା ଦର୍ଶକକୁ ସୂଚନା ଦେବ ବିଶ୍ୱର ଅନ୍ୟ ଅଂଚଳ ମାନଙ୍କରେ ସଂଘଟିତ ହୋଇଥିବା ସଦୃଶ ଘଟଣାମାନ (ଇଟାଲୀ ରେ ବିଦୁଷକ Beppe Grillo ଙ୍କ ନେତୃତ୍ୱରେ ପଂଚତାରକା ଆନ୍ଦୋଳନ ବା Five Star Movement, ତୁନିସିଆ (Tunisia) ଓ ଇଜିପ୍ଟ ( Egypt) ରେ Arab Spring) ଓ ଏ ଗୁଡିକର ସର୍ବଶେଷ ପରିଣତି । ତଥାପି ଭାରତୀୟ ରାଜନୈତିକ ପରିବେଶକୁ ନିଃସନ୍ଦେହ ଉଷ୍ମ କରିଦେଇଥିବା ଆମ ଆଦମୀ ପାର୍ଟି ସଂପର୍କରେ ଲେଖକ ମନକୁ ଆସିଥିବା କିଛି ଭାବନା ଓ ପ୍ରତିକ୍ରିୟାକୁ ନିମ୍ନରେ ଲିପିବଦ୍ଧ କରାଯାଇଛି ।
ସାଫଲ୍ୟ ପଛରେ ଦୁର୍ନୀତିକୁ ବିରୋଧ ମୁଖ୍ୟ ପ୍ରସଂଗ ନୁହଁ: ଆମ ଆଦମୀ ପାର୍ଟିର ବିଜୟକୁ ଯଦିଓ ଦୁର୍ନୀତି ବିରୋଧରେ ବିଜୟ ବୋଲି କୁହାଯାଉଛି ଓ ଏକ ଭିନ୍ନ କିସମର ରାଜନୀତି ଆରମ୍ଭ ହେଉଛି ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି, ଏହା ଆଦୈା ସେପରି ନୁହେଁ ବୋଲି ଅନ୍ତତଃ ଆମ ଆଦମୀ ପାର୍ଟିର ଖାସ ଲୋକ ମାନେ ଜାଣଥିବେ । କାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଉତ୍ତର ଦାତାମାନଙ୍କ ମଧ୍ୟରୁ ଶତକଡା ମାତ୍ର ୩ ଭାଗ ହିଁ ଦୁର୍ନୀତିକୁ ମୁଖ୍ୟ ପ୍ରସଂଗ ବୋଲି ବିଚାର କରୁଥିଲେ ଯେତେବେଳେ କି ସର୍ବାଧିକ ଶତକଡା ୨୮ ଭାଗ ପାନୀୟ ଜଳକୁ ମୁଖ୍ୟ ପ୍ରସଂଗ ବୋଲି ବିଚାର କରୁଥିଲେ । ଏପରିକି ଗାଡି ପାର୍କିଂ ମୁଖ୍ୟ ପ୍ରସଂଗ ବୋଲି ଶତକଡା ୪ ଭାଗ ବିଚାର କରୁଥିଲେ ( ‘Water, not corruption, top poll issue in Delhi: Kejriwal’s party survey’, Hindustan Times, New Delhi, 19th October 2013, http://www.hindustantimes.com/specials/coverage/myindia-muvote/chunk.) ତେଣୁ ଆମ ଆଦମୀ ପାର୍ଟିର ନିର୍ବାଚନୀ ସାଫଲ୍ୟ ସାଧାରଣ ଲୋକର ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଦେଇଥିବା ପ୍ରତିଶୃତିର ପରିଣତି । ଏହା ଦୁର୍ନୀତି ବିରୋଧୀଙ୍କର ବିଜୟ ହୋଇପାରେ କିନ୍ତୁ ଦୁର୍ନୀତି ବିରୋଧର ବିଜୟ ନୁହେଁ । କହିବା ବାହୁଲ୍ୟ ଯ୍ୱେ ଆମ ଆଦମୀ ପାର୍ଟିର ନେତୃତ୍ୱ ହାସଲ କରିଥିବା ଦୁର୍ନୀତି ବିରୋଧୀ ପରିଚିତିର ଉତ୍ପତ୍ତି ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ । ..
ସମାଜର ଦ୍ୱିଅଂଶିକ ବିଭାଜନରେ ବିବର୍ତ୍ତନ -‘ଶୋଷକ-ଶୋଷିତ’ ରୁ ‘ଦୁର୍ନୀତିଗ୍ରସ୍ତ-ଦୁର୍ନୀତିତ୍ରସ୍ତ’: ଅରବିନ୍ଦ କେଜରୀଓା୍ୱଲ ଓ ତାଙ୍କର ଟିଭି ପରଦା ଉପରେ ଦୃଶ୍ୟମାନ ଚେହେରା ଗୁଡିକ ଯେତେବେଳେ ନିଜକୁ ‘ଆମ ଆଦମୀ’ ବୋଲି ଅବିରାମ ଘୋଷଣା କରୁଛନ୍ତି, ସେତେବେଳେ ଆମ ସମ୍ମୁଖରେ ଏଯାବତ୍ ଉଭା ହୋଇ ଆସିଥିବା ‘ଆମ ଆଦମୀ’ ର ଛବିରେ ପରିବର୍ତ୍ତନ କରିବାର ଆବଶ୍ୟକତା ପଡିଛି । ସରକାରୀ ଅଫିସର ବଡ ବଡ ବାବୁ , ବଡ ବଡ ଅଧ୍ୟାପକ ବା ପ୍ରଫେସର, ଦାମୀ କବି ଓ ଲେଖକ, ବିତ୍ତଶାଳୀ ଓକିଲ, ଆଇଟି କ୍ଷେତ୍ରର ଉଚ୍ଚ ବେତନ ଭୋଗୀ କର୍ମଚାରୀ, ଏନ.ଜି.ଓ ମାନଙ୍କର ସମୃଦ୍ଧ ମାଲିକ ମାନେ ଯେ ‘ଆମ ଆଦମୀ’ ସମ୍ପ୍ରଦାୟର ଏହାକୁ ଗ୍ରହଣ କରିବା ପାଇଁ ଆମେ ବାଧ୍ୟ ହେଉଛୁ । କେବଳ ଏତିକି ନୁହେଁ ଆମ ଆଦମୀ ପାର୍ଟିକୁ ଏକକ ଭାବେ ଲକ୍ଷାଧିକ ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ପାରିଥିବା ଶାନ୍ତି ଭୂଷଣ (ଏକ କୋଟି ଟଙ୍କା), ରାମ ଜେଠମାଳାନୀ (୫ଲକ୍ଷ ଟଙ୍କା)ଙ୍କ ଭଳି ପ୍ରକୃତ ସାଧାରଣ ଲୋକ ପାଇଁ ଅପହଂଚ ବ୍ୟକ୍ତି ମାନଙ୍କୁ ମଧ୍ୟ ‘ଆମ ଆଦମୀ’-ସମ୍ପ୍ରଦାୟର ବୋଲି ଗ୍ରହଣ କରିବାକୁ ବାଧ୍ୟ ହେଉଛୁ । ଏହା ଛଡା ଯାତାୟତ ପାଇଁ ଅରବିନ୍ଦ କେଜରୀୱାଲଙ୍କର ବହୁ ବିଜ୍ଞପିତ ମାରୁତି ୱାଗନର ଗାଡିକୁ ମଧ୍ୟ ଆମ ଆଦମୀଙ୍କ ଗାଡି ବେଲି ଗ୍ରହଣ କରିବା ପାଇଁ ଆମେ ବାଧ୍ୟ ହେଉଛୁ । ଅରବିନ୍ଦ କେଜରୀୱାଲଙ୍କ ଅଭିଧାନରେ ସ୍ଥାନିତ ‘ଆମ ଆଦମୀ’ର ସ୍ତର ଯେ ଆମ ବିଚାରର ‘ସାଧାରଣ ଲୋକ’ ର ସ୍ତର ଠାରୁ ବହୁ ଉଚ୍ଚରେ, ଏହାହିଁ ନିଷ୍କର୍ଷ । ସାମ୍ୟବାଦୀ ମାନେ ସମାଜକୁ ଦୁଇ ଭାଗରେ ବିଭକ୍ତ କରନ୍ତି-ଶୋଷକ ଓ ଶୋଷିତ । ଏହି ବିଭାଜନ ମୁଖ୍ୟତଃ ଅର୍ଥନୈତିକ ଦୃଷ୍ଟିରୁ । କିନ୍ତୁ ଅରିବିନ୍ଦ କେଜରୀୱାଲ ଓ ତାଙ୍କର ସାଥୀ ଦୁର୍ନୀତିକୁ ମୁଖ୍ୟ ପ୍ରସଂଗ କରି ସମାଜକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି – ‘ଦୁର୍ନୀତିଗ୍ରସ୍ତ’ ଓ ‘ଦୁର୍ନୀତିତ୍ରସ୍ତ’ । ତେଣୁ ଯେଉଁ ଯେଉଁ କିସମର ବ୍ୟକ୍ତି ମାନଙ୍କୁ (ନିଜ ସମେତ) ସେ ଆମ ଆଦମୀ ବୋଲି ଘୋଷଣା କରୁଛନ୍ତି ସେଥିରୁ ମନେହୁଏ ଯେ ଅରବିନ୍ଦ ଦୁର୍ନୀତିତ୍ରସ୍ତ ମାନଙ୍କୁ ‘ଆମ ଆଦମୀ’ ଭାବେ ପରିଭାଷିତ କରୁଛନ୍ତି । ସବୁ ଠାରୁ ବଡ ଉଲ୍ଲେଖନୀୟ ଦୃଶ୍ୟ ହେଉଛି ଯେ ଯେଉଁମାନେ ସମାଜକୁ ଶୋଷକ-ଶୋଷିତ ବିଭାଜନରେ ବିଚାରକରି ଶୋଷଣ ମୁକ୍ତ ସମାଜର ପରିକଳ୍ପନା କରୁଛନ୍ତି, ସେମାନଙ୍କର ଗ୍ରହଣୀୟତା ଯେତେବେଳେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ସେତେବେଳେ ସମାଜକୁ ଦୁର୍ନୀତିଗ୍ରସ୍ତ-ଦୁର୍ନୀତିତ୍ରସ୍ତ ବିଭାଜନ କରି ଏକ ଦୁର୍ନୀତି ମୁକ୍ତ ସମାଜର ପ୍ରତିଶୃତି ଦେଉଥିବା ବ୍ୟକ୍ତି ବା ସଂଗଠନର ଗ୍ରହଣୀୟତା କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶ ବିଦେଶରୁ ଆର୍ଥିକ ସାହାଯ୍ୟର ତ ସ୍ରୋତ ସେମାନଙ୍କ ପାଇଁ ଫିଟି ଯାଇଛି, କର୍ପୋରେଟ ନିୟନ୍ତ୍ରିତ ମୁଖ୍ୟଧାରାର ଗଣ ମାଧ୍ୟମ ମଧ୍ୟ ଏହା ସପକ୍ଷରେ ମୁଖର ହୋଇ ଉଠିଛି; ମୁଖମନ୍ତ୍ରୀ ପଦବୀ ପାଇଁ ନାମିତ ଅରବିନ୍ଦ କେଜରୀୱାଲ ଟ୍ରାଫିକ ଭିଡରେ ଅଟକି ଯିବାବେଳେ ମଧ୍ୟ ଗଣ ମାଧ୍ୟମ ସେଠାରେ ପହଂଚି ଯାଇଛି । ଏପରି କି କିଛି ଜଣାଶୁଣା ସଂଦିଗ୍ଧ ବ୍ୟକ୍ତି ଏହା ସପକ୍ଷରେ ଯୁକ୍ତି କରୁଥିବାର ଦେଖା ଗଲେ ମଧ୍ୟ ଏହାର ଗ୍ରହଣୀୟତା ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରି ନାହିଁ । ଗ୍ରହଣୀୟତାର ଏତାଦୃଶ କ୍ଷିପ୍ର ଗତିରେ ଦୃଶ୍ୟମାନ ବୃଦ୍ଧିକୁ ଏକ ମର୍ଯ୍ୟାଦାବନ୍ତ ନାମକରଣ କରାଯାଇଛି, କୁହାଯାଉଛି Democratic surge । କାହିଁକି ଏପରି ହୋଇଛି, ତାହା ସାମ୍ୟବାଦୀମାନେ ଚିନ୍ତା କରିବା ର ଆବଶ୍ୟକତା ରହିଛି । ସାମ୍ୟବାଦୀ ଦଳ ଗୁଡିକର ଦକ୍ଷିଣପନ୍ଥୀ ଦଳ ମାନଙ୍କ ସହ ମେଣ୍ଟ କରିବାର ଅନବଦମିତ ବ୍ୟାକୁଳତା ଏହାର ଏକ ମୁଖ୍ୟ କାରଣ କି?- ଏହା ବିଜ୍ଞ ସାମ୍ୟବାଦୀ ନେତା ମାନେ ନିଜକୁ ପ୍ରଶ୍ନ କରିବା ଉଚିତ । ବିଶେଷତଃ ଯେତେବେଳେ ସଂକେତ ଦିଆ ଯାଉଛି ଯେ ନବ୍ୟ ଉଦାରବାଦର ଆୟୋଜନରେ ସମାଜର ଦୁର୍ନୀତିଗ୍ରସ୍ତ-ଦୁର୍ନୀତିତ୍ରସ୍ତ ବିଭାଜନ ସ୍ୱାଭାବିକ । କାରଣ ଏହି ବିଭାଜନରେ ନବ୍ୟ ଉଦାରବାଦୀ ଅର୍ଥନୀତିକୁ କୈାଣସି ମୈାଳିକ ବିରୋଧ ନ ଥାଏ, ବିରୋଧ ଥାଏ ଏହାର କିଛି ବିକୃତିକୁ ।
ଆମ ଆଦମୀ ପାର୍ଟି ଏକ ଏନ ଜି ଓ ଆଧାରିତ ଦଳ: ଭାରତବର୍ଷର ରାଜନୈତିକ ଦଳ ମାନେ (ସାମ୍ୟବାଦୀ ଦଳ କୁ ବାଦ ଦେଇ) ଜାତି ଭିତ୍ତିକ, ଧର୍ମ ଭିତ୍ତିକ, ଭାଷା ଭିତ୍ତିକ ବୋଲି ଯେତେବେଳେ ଅନସ୍ୱୀକାର୍ଯ୍ୟ ସେତେବେଳେ ଆମ ଆଦମୀ ପାର୍ଟି ଏନ ଜି ଓ ଭିତ୍ତିକ ବୋଲି ଉନ୍ନାସିକତାର ଶରବ୍ୟ ହେବ ଏପରି ନୁହେଁ । କେଉଁ ଦଳ କେଉଁ ଭିତ୍ତିକ ତାହା ଦଳ ଗୁଡିକର ମୁଖ୍ୟ ବା ପ୍ରତିଷ୍ଠାତାଙ୍କର ପୃଷ୍ଠଭୂମିକୁ ନେଇ ଯେତେବେଳେ ସ୍ଥିର କରାଯିବା ହେଉଛି ଭାରତୀୟ ରାଜନୀତିରେ ପରମ୍ପରା ସେତେବେଳେ ଏହି ପରମ୍ପରା ଅନୁସାରେ ଆମ ଆଦମୀ ପାର୍ଟିକୁ ଏକ ଏନ ଜି ଓ ଭିତ୍ତିକ ଦଳ କହିବା ଅଯଥାର୍ଥ ହେବ ନାହିଁ । କାରଣ ଆମ ଆଦମୀ ପାର୍ଟିର ପ୍ରତିଷ୍ଠାତା ଅରବିନ୍ଦ କେଜରୀୱାଲଙ୍କ ପୃଷ୍ଠଭୂମି ହେଉଛି ସେ କବିର, ପରିବର୍ତ୍ତନ, Public Cause Research Foundation ଭଳି ତିନ ତିନୋ ଟି ଏନ ଜି ଓ ର ପ୍ରତିଷ୍ଠାତା (ମନିଷ ସିସୋଡିଆଙ୍କ ସହ) । କବିର ତ ଫୋର୍ଡ ଫାଉଣ୍ଡେସନ ଠାରୁ ୪ଲକ୍ଷ ଡଲାର ଅନୁଦାନ ନେଇ ବେଶ ବିତର୍କିତ ହୋଇଛି । ଏଠି ଲେଖକ ପାଶୋରି ଯାଇ ନାହିଁ ଯେ ଅରବିନ୍ଦ ଇନକମଟିକସ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଫିସର ଥିଲେ ବୋଲି । କିନ୍ତୁ ସେ ଏହି ସମୟରେ ଏନ ଜି ଓ କରିବାରେ ଯେପରି ଲାଗି ପଡି ଥିଲେ ସେଥିରୁ ଜଣାଯାଏ ଯେ ସେ ଏନ ଜି ଓ କୁ ହିଁ ଅଗ୍ରାଧିକାର ଦେଉଥିଲେ । ଏହି ପୃଷ୍ଠଭୂମି ଫଳରେ ସେ ଯେ ଭାରତର ବିଶାଳ ଏନ ଜି ଓ ସମ୍ପ୍ରଦାୟ (୨୦୦୯ ମସିହା ସୁଦ୍ଧା, ୩୩ ଲକ୍ଷ ଏନ ଜି ଓ, ଭାରତର ଜନସଂଖ୍ୟାର ପ୍ରତ୍ୟେକ ୪୦୦ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ଏନ.ଜି.ଓ) ଭିତରର ବ୍ୟକ୍ତି ଏହା କହିବା ମଧ୍ୟ ଅଯଥାର୍ଥ ହେବ ନାହିଁ । ଏହି ସଂପ୍ରଦାୟ ହାତରେ ରହିଛି ଦେଶୀ -ବିଦେଶୀ ଅନୁଦାନ ମିଶି ଏକ ବିଶାଳ ପୁଂଜି (ଏକ ଆଭ୍ୟନ୍ତରିଣ ଆକଳନ ଅନୁସାରେ ଏନ ଜି ଓ ମାନେ ବର୍ଷକୁ ପ୍ରାୟ ୪୦ ରୁ ୮୦ ହଜାର କୋଟି ଟଙ୍କା ସଂଗ୍ରହ କରି ଥାନ୍ତି) (First Official Estimate: An NGO For Every 400 people in India by Archana Shukla, Indian Express, July 07,2010 )ଏମାନଙ୍କର ଉପସ୍ଥିତି ତ ଭାରତବର୍ଷର ସବୁ ରାଜ୍ୟରେ ଦୃଶ୍ୟମାନ । ସେମାନେ ଏକତ୍ର ହେଲେ କେଉଁ ଆକାର ଧାରଣ କରନ୍ତି ତାହାର ତ ଜ୍ୱଳନ୍ତ ଉଦାହରଣ ହେଉଛି ଆନ୍ନା ହଜାରେଙ୍କ ନେତୃତ୍ୱରେ ଓ ଅରବିନ୍ଦ କେଜରୀୱାଲଙ୍କ ସହେଯାଗରେ ହୋଇଥିବା ଜନଲୋକପାଳ ସପକ୍ଷରେ ଆନ୍ଦୋଳନରେ ବିଶାଳ ସମାବେଶ । ଅବଶ୍ୟ ଜନଲୋକପାଳର ତଦନ୍ତ ପରିସରରୁ ଏନ ଜି ଓ ମାନଙ୍କୁ ବାହାରେ ରଖିବାର ପ୍ରସ୍ତାବ ଏମାନଙ୍କ ପାଇଥିଲା ଏକ ମୁଖ୍ୟ ଆକର୍ଷଣ । କିନ୍ତୁ ନିକଟ ଅତୀତରେ ସଂସଦରେ ପାରିତ ହୋଇଥିବା ଲୋକପାଳ ଆକ୍ଟ ରେ ଏହା ଅଗ୍ରାହ୍ୟ ହୋଇ ଯାଇଛି-୧୦ ଲକ୍ଷରୁ ଅଧିକ ବିଦେଶୀ ଅନୁଦାନ ପାଉଥିବା ଏନ ଜି ଓ ମାନଙ୍କୁ ଲୋକପାଳଙ୍କ ତଦନ୍ତ ପରିସର ଭୁକ୍ତ କର୍ୟାାଇଛି । ଆନ୍ନା ହଜାରେ ଏହି ବିଲକୁ ସ୍ୱାଗତ କରିଥିବା ବେଳେ, ଅରବିନ୍ଦ କେଜରୀୱାଲଙ୍କର ଆମ ଆଦମୀ ପାର୍ଟିର ବରିଷ୍ଠ ସଦସ୍ୟ ମାନେ (କୁମାର ବିଶ୍ୱାସଙ୍କ ପରି) ଏହାକୁ ବିଦ୍ରୁପ କରି ଯୋକପାଳ (Jokepal) ବୋଲି କହିଛନ୍ତି । ଏନ ଜି ଓ ସଂପ୍ରଦାୟର ଭିତରର ମଣିଷ ଅରବିନ୍ଦ କେଜରୀୱାଲଙ୍କର ଆମ ଆଦମୀ ପାର୍ଟି ର ନିର୍ବାଚନୀ ପ୍ରଚାରରେ ବିଭିନ୍ନ ଅଂଚଳରୁ ଏନ ଜି ଓ ମାନଙ୍କରକର୍ମୀ ମାନେ ଯାଇ ଯୋଗ ଦେବାରେ ତେଣୁ କୈାଣସି ଅସ୍ୱାଭାବିକତା ନାହିଁ । କେବଳ ସେତିକି ନୁହେଁ ଏନ ଜି ଓ ମାନଙ୍କର ଦେଶ ସାରା ବ୍ୟାପକ ଉପସ୍ଥିତି, ବିଭିନ୍ନ ରାଜ୍ୟରେ ଆମ ଆଦମୀ ପାର୍ଟିର ଶାଖାର ସ୍ଥାପନାରେ ମଧ୍ୟ ବେଶ ସହାୟକ ହେବ । ଏହାହିଁ ବୋଧ ହୁଏ କାରଣ ଯେ ଆମ ଆଦମୀ ପାର୍ଟି ନିକଟରେ ଦେଖାଯାଏ ଅନ୍ୟ ରାଜ୍ୟ କୁ ବ୍ୟାପିବାର ଆତ୍ମବିଶ୍ୱାସ । ଏହି ଆତ୍ମବିଶ୍ୱାସ ଉତୁରି ଆସେ ଯେତେବେଳେ ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ପ୍ରାୟ ୧୦୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଇଂଗିତ ଦିଏ ଓ ଏଥି ପାଇଁ ୧୦୦ କୋଟି ଟଙ୍କାର ସଂଗ୍ରହ ଲକ୍ଷ୍ୟ ବୋଲି ଘୋଷଣା କରେ (Aam Aadmi Party eyes Rs 100-crore war chest for LokSabha elections – … http://economictimes.indiatimes.com/news/politics-and-nation/aam-aadmi..) ବହୁ ଦିନରୁ ରାଜନୀତି କରି ଆସୁଥିବା ସିପିଆଇ, ସିପିଏମ ଭଳି ବାମପନ୍ଥୀ ଦଳ ମାନେ ବା ସର୍ବଭାରତୀୟ ଦଳ ବାବେ ସ୍ୱୀକୃତି ପାଇଥିବା, କଂଗ୍ରେସ, ବିଜେପିକୁ ବାଦ ଦେଲେ, ଅନ୍ୟ କୋ÷ଣସି ରାଜନୈତିକ ଦଳ ଠାରେ ଏପରି ସାହସ ଦେଖାଯାଇ ନାହିଁ । ଏହା ତ ଭିନ୍ନ କଥା ଯେ ଗତ ଶତାବ୍ଦୀର ମଧ୍ୟ ଅଶି ଦଶକରୁ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନାକୁ ରୂପାୟନ କରିବାର ଦାୟୀତ୍ୱ ନିର୍ବାହ କରି ଆସୁଥିବା ନବ୍ୟ ଉଦାରବାଦର ବାହକ ଏନ ଜି ଓ ସମ୍ପ୍ରଦାୟ ଆଜି ସ୍ୱୟଂ ଏକ ରାଜନୈତିକ ଶକ୍ତି ହୋଇ ଉଭା ହୋଇଛି ଓ ନବ୍ୟ ଉଦାରବାଦର ବିରୋଧୀ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଆହ୍ୱାନ ସୃଷ୍ଟି କରିଛି ।
ଆମ ଆଦମୀ ପାର୍ଟି ବାମପନ୍ଥୀ ନା ଦକ୍ଷିଣପନ୍ଥୀ ?: ଅରବିନ୍ଦ କେଜରୀୱାଲ କୁହନ୍ତି ଆମେ ବାମପନ୍ଥୀ ନୋହୁଁ କି ଦକ୍ଷିଣପନ୍ଥୀ ନୋହୁଁ । ଆମେ ଦୁର୍ନୀତି ବିରୋଧୀ । ଆମେ ସମସ୍ୟାର ସମାଧାନ ଚାହୁଁ । ତାହା ଯଦି ଦକ୍ଷିଣରୁ ମିଳିଲା ତାହହେଲେ ଦକ୍ଷିଣରୁ ନେବୁ, ଯଦି ବାମରୁ ମିଳିଲା ତାହହାଲେ ବାମରୁ ନେବୁ (AAP is neither Leftist nor Rightist. We… – Aam Aadmi Party Kerala … https://www.facebook.com/AamAadmiPartyKeralam/posts/495213113833761) ଆମ ଆଦମୀ କେଜରୀୱାଲ ଙ୍କ ଏହି ମନ୍ତବ୍ୟରେ କେହି କେହି ସମ୍ରାଟ ଆକବରଙ୍କ ଦ୍ୱାରା ପ୍ରଚଳିତ ‘ଦୀନ ଇଲାହୀ’ ର ପ୍ରତିଧ୍ୱନୀ ଶୁଣୁଥିବେ । ତେଣୁ କେହି କେହି ଆମ ଆଦମୀ ପାର୍ଟିକୁ ସମାଜବାଦୀ, ମାଓବାଦୀ ବା ନକ୍ସଲାଇଟ ଇତ୍ୟାଦି କହୁଥିବା (ବାବା ରାମଦେବ, ସୁବ୍ରମଣ୍ୟମ ସ୍ୱାମୀଙ୍କ ଭଳି) ବେଳେ , ଏହି ପାର୍ଟି ପ୍ରକୃତରେ ଦକ୍ଷିଣ ପନ୍ଥୀ ବୋଲି ଅନେକେ ମତ ପୋଷଣ କରନ୍ତି । ସମାଜବାଦୀ ଜନ ପରିଷଦରେ ଏକଦା ସକ୍ରିୟ ଯୋଗେନ୍ଦ୍ର ଯାଦବ, ସି ପି ଆଇ (ଏମ ଏଲ) ଲିବରେଶନର ଛାତ୍ରସଂଗଠନ ଏ ଆଇ ଏସ ଏ ର ଏକଦା ନେତା ଗୋପାଳ ରାଏ, ବିଭିନ୍ନ ଜନ ଆନ୍ଦୋଳନ ନେତୃତ୍ୱଙ୍କର ପକ୍ଷ ନେଇ ଅଦାଲତରେ ଲଢିଥିବା ପ୍ରଶାନ୍ତ ଭୂଷଣ ବା ମାଓବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଏକଦା ଗିରଫ ହୋଇଥିବା ବିନାୟକ ସେନଙ୍କର ଆମ ଆଦମୀ ପାର୍ଟି ସହ ସଂପୃକ୍ତି ଖୋରାକ ଯୋଗାଇଛି ସମାଲୋଚକ ମାନଙ୍କୁ ଅଭିଯୋଗ କରିବା ପାଇଁ ଯେ ଆମ ଆଦମୀ ପାର୍ଟି ସମାଜବାଦୀ, ମାଓବାଦୀ ବା ନକ୍ସଲାଇଟ ପାର୍ଟି । କିନ୍ତୁ ପାର୍ଟିର ସର୍ବମୟ କର୍ତ୍ତା ଅରବିନ୍ଦ କେଜରୀୱାଲଙ୍କର ପୃଷ୍ଠଭୂମି ପାର୍ଟି ଦକ୍ଷିଣପନ୍ଥୀ ହେବାର ସମ୍ଭାବନା ପ୍ରତି ଇଂଗିତ କରେ । ଯେପରି ଅରବିନ୍ଦ କେଜରୀୱାଲଙ୍କର ଦୃଢ ଏନ ଜି ଓ ପୃଷ୍ଠଭୂମି ବ୍ୟତିରେକେ ଯାହା ଆମେରିକୀୟ ଫୋର୍ଡ ଫାଉଣ୍ଡେସନର ଅନୁଦାନ ଦ୍ୱାରା ପୁଷ୍ଟ, ଅରବିନ୍ଦ କେଜରୀୱାଲ ହେଉଛନ୍ତି ରାମନ ମାଗାସେସେ ପୁରଷ୍କାର ବିଜେତା । ୨୦୦୬ ମସିହାରେ ସେ ଏହି ପୁରଷ୍କାର ପାଆନ୍ତି ଉଦୀୟମାନ ନେତୃତ୍ୱ (ଋEmergent Leadership) ବିଭାଗରେ, ଯାହାର ପୃଷ୍ଠପୋଷକତା ୨୦୦୦ ମସିହାରୁ କରି ଆସୁଛି ଫୋର୍ଡ ଫାଉଣ୍ଡେସନ । ଏହା ଜାଣିବା ପ୍ରାସଂଗିକ ହେବ ଯେ ଫିଲିପାଇନ୍ସର ରାଷ୍ଟ୍ରପତି ରାମନ ମାଗାସେସେଙ୍କ ସ୍ମୃତିରେ ୧୯୫୭ ମସିହାରେ ଆମେରିକୀୟ ରକଫେଲର୍ ବ୍ରଦରସ ଫଣ୍ଡ (Rockefeller Brothers Fund) ରାମନ ମାଗାସେସେ ପୁରଷ୍କାର ପ୍ରତିଷ୍ଠା କରିଥିଲେ । ଆମେରିକୀୟ ପୁଂଜିପତିଙ୍କ ପାଇଁ., ଆମେରିକା ସରକାର ପାଇଁ ରାମନ ମଗାସେସେ ଅତ୍ୟନ୍ତ ପ୍ରିୟ ହୋଇଥିଲେ କାରଣ ସେ କମ୍ୟୁନିଷ୍ଟ ମାନଙ୍କ ନେତୃତ୍ୱରେ ମୁଣ୍ଡ ଟେକୁଥିବା କୃଷକ ମାନଙ୍କ ସ୍ୱାର୍ଥରେ ହେଉଥିବା ହୁକ ବିଦ୍ରୋହ (Hukbalahap Rebellion)କୁ କଠୋର ଭାବରେ ଦମନ କରିଥିଲେ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ରାମନ ମାଗାସେସେ ସାଧାରଣ ଜୀବନରେ ଦୁର୍ନୀତିକୁ ଦୃଢ ବିରୋଧ କରି ବେଶ ଜନପ୍ରିୟ ହୋଇଥିଲେ । କହିବା ବାହୁଲ୍ୟ ଯେଏହି ଭଳି ବାମପନ୍ଥୀ ବିରୋଧୀ ଆୟୋଜନ ଦ୍ୱାରା ସମୃଦ୍ଧ ଯେତେବେଳେ ଅରବିନ୍ଦ କେଜରୀୱାଲଙ୍କ ବ୍ୟକ୍ତି ପରିଚିତି, ସେତେବେଳେ ତାଙ୍କର ସାର୍ବଭୈମ ନେତୃତ୍ୱରେ ପରିଚାଳିତ ଆମ ଆଦମୀ ପାର୍ଟି ବାମପନ୍ଥୀ ଚରିତ୍ର ଅର୍ଜ୍ଜନ କରିବା ସମ୍ଭବ ମନେ ହୁଏ ନାହିଁ ।
ଦୁର୍ନୀତି ବିରୋଧର ଗଭୀରତା: ଇତ୍ୟବସରରେ ଅରବିନ୍ଦ କେଜରୀୱାଲ ରାଜନୀତି ବିଭାଗରେ ଉଘଘ-ଓଈଘ ଓଦ୍ଭୟସବଦ୍ଭ କ୍ଟଲ ଗ୍ଧଷର ଚ୍ଚରବକ୍ସ ଇଙ୍ଗବକ୍ସୟ ୨୦୧୩ ହାସଲ କରିଛନ୍ତି । ଏହି ପୁରଷ୍କାର ସେ ଗ୍ରହଣ କରିଛନ୍ତି ବହୁ ଚର୍ଚ୍ଚିତ ଓ ବହୁ ଦୁର୍ନୀତିକୁ ଉନ୍ମୋଚିତ କରିଥିବା ପୂର୍ବତନ CAG(Comptroller and Auditor General) ବିନୋଦ ରାଏଙ୍କ ହାତରୁ । କିନ୍ତୁ ବିଡମ୍ବନା ଯେ India Against Corruption ର କର୍ମକର୍ତ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କର ସରକାରଙ୍କ ସହ ଅସାଧୁ ମେଣ୍ଟକୁ ପର୍ଦ୍ଦାଫାସ କରିଥିବା ଅରବିନ୍ଦ କେଜରୀୱାଲ (Arvind Kejriwal targets Mukesh Ambani’s RIL, says crony capitalists dict… http://ibnlive.in.com/news/arvind-kejriwal-targets-mukesh-ambanis-ril-sa… ), ଆମ ଆଦମୀ ପାର୍ଟିର ନେତା ଭାବେ ଏହି ପୁରଷ୍କାର ଗ୍ରହଣ କରନ୍ତି ସେହି ମଂଚରୁ ଯାହାର ପ୍ରକାରାନ୍ତରେ ମାଲିକ ହେଉଛନ୍ତି ମୁକେଶ ଅମ୍ବାନୀ (http://en.wikipedia.org/wiki/CNN-IBN; http://en.wikipedia.org/wiki/TV18; http://indiatoday.intoday.in/story/bailout-for-raghav-bahl-network-18-sign;http://www.indiantelevision.com/headlines/y2k12/nov/nov86.php) ସେହି ଭଳି ବିନୋଦ ରାଏ ତାଙ୍କ ରିପୋର୍ଟରେ ଦର୍ଶାଇ ଥିଲେ କିପରି CNN-IBN Common Wealth Games Committee ଦ୍ୱାରା ମନମୁଖୀ ଭାବେ ଅନୁଗୃହୀତ ହୋଇଛି (http://en.wikipedia.org/wiki/CNN-IBN ) । ତେଣୁ ଯାହାର ଦୁର୍ନୀତି କୁ କେଜରୀୱାଲ ବିରୋଧ କରନ୍ତି, ସେହି ବ୍ୟକ୍ତି ଦ୍ୱାରା ପୁଷ୍ଟ ପ୍ରତିଷ୍ଠାନରୁ ସମ୍ମାନ ଗ୍ରହଣ କରିବା ଓ ସେହି ଭଳି ବିନୋଦ ôରାଏ ଯେଉଁ ପ୍ରତିଷ୍ଠାନ ଉପରେ ଅଂଗୁଳି ଉଠାଇଛନ୍ତି ସେହି ପ୍ରତିଷ୍ଠାନର ମଂଚରୁ ପୁରଷ୍କାର ବିତରଣ କରିବା ଏହି ଦୁଇ ବ୍ୟକ୍ତିଙ୍କର ଦୁର୍ନୀତି ବିରୋଧୀ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁ ନାହିିଁ କି?
ଦୁର୍ନୀତି ଓ ବିଜ୍ଞପିତ ବୈରାଗ୍ୟ: ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଥିବା ନିରାପତ୍ତା ବ୍ୟବସ୍ଥାକୁ ଅରବିନ୍ଦ କେଜରୀୱାଲ ମନା କରିଦେବା, ସରକାରୀ ବଂଗଳାରେ ରହିବାକୁ ମନା କରିଦେବା ବା ଟ୍ରାଫିକ ଭିଡରେ ପଡି ଯାଇ ସାଧାରଣ ପଥିକ ଭଳି ଅପେକ୍ଷା କରିବାର ସମ୍ବାଦ ସମୁହ ଓ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାରିତ ହେବା ମନେ ପକାଇ ଦେଲା ଗତ ଶତାବ୍ଦୀର ମଧ୍ୟ ଷାଠିଏ ଦଶକର କଥା ଯେତେବେଳେ ଆମେ ଶୁଣୁଥୁଲୁ ଯେ ନିର୍ମଳ-ଦୁର୍ନୀତିମୁକ୍ତ ଶାସନର ପ୍ରତିଶୃତି ଦେଇ ଆସିଥିବା ସ୍ୱତନ୍ତ୍ର-ଜନକଂଗ୍ରେସ ସରକାରଙ୍କର ଜଣେ ମନ୍ତ୍ରୀ ସଚିବାଳୟକୁ ସାଇକେଲରେ ଆସୁଛନ୍ତି ଓ ଏହି ଅଭ୍ୟାସରୁ କିଛି ମାସ ପରେ ବିରତ ହୋଇଛନ୍ତି । ଏପରିକି ବିଜୁବାବୁ ତାଙ୍କର ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସାଇକେଲ ଚଢି ସଚିବାଳୟ ଆସିବାର ଏକ ଅସଫଳ ଉଦ୍ୟମ କରିଥିଲେ ବୋଲି ଶୁଣାଯାଏ । ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସରକାରୀ ବଂଗଳା ନେଇ ନ ଥିଲେ କି ତାଙ୍କ ପୁତ୍ର ନବୀନ ପଟ୍ଟନାୟକ, ଓଡିଶାର ଗତ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ସରକାରୀ ବଂଗଳା ନେଇ ନାହାନ୍ତି । କିନ୍ତୁ ଏହା ଗଣ ମାଧ୍ୟମ ପାଇଁ ପ୍ରଚାରର ବିଷୟ ହୋଇନାହିଁ । ନବୀନ ବାବୁଙ୍କର ଅତି ସାଧାରଣ ପୋଷାକ ଓ ପାଦରେ ସାଧାରଣ ଚପ୍ପଲ ଗଣ ମାଧ୍ୟମ ପାଇଁ ପ୍ରଚାରର ବିଷୟ ହୋଇ ନାହିଁ । କିନ୍ତୁ ସାରା ଭାରତକୁ ଗଣମାଧ୍ୟମ ଜଣାଇ ଦେଉଛି ଯେ କେତେ ସାଧାରଣ ଅରବିନ୍ଦ କେଜରୀୱାଲଙ୍କର ପୋଷାକ ପରିଚ୍ଛେଦ, ତାଙ୍କ ପାଦରେ ଚପ୍ପଲ, ତାଙ୍କର ଶସ୍ତା (ପ୍ରାୟ ୪ ଲକ୍ଷ ଟଙ୍କା!) ମାରୁତି ୱାଗନର ଗାଡି, ଓ ଯାହାର ଉତ୍ତରରେ ସେ ସହାସ୍ୟ କୁହନ୍ତି ସେ ଯେ ‘ଆମ ଆଦମୀ’ ।
ନିଆରା ବିଚାର: ଆମ ଆଦମୀ ପାର୍ଟିର ଦଳ ବିରୁଦ୍ଧରେ ବା ଦଳର କୈାଣସି ନେତା ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ହେଲେ ତାହାର ତଦନ୍ତ ସେମାନେ ଅତି ନିଆରା ଢଂଗରେ କରନ୍ତି ଓ ନିଷ୍ପତ୍ତି ନିଅନ୍ତି । ଅଭିଯୋଗ ଆସିବା ମାତ୍ରେ ସେମାନେ ସହସା ତାଙ୍କ ଭିତରର ବ୍ୟକ୍ତି ମାନଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରନ୍ତି ଓ ନିଷ୍ପତ୍ତି ଶୁଣାନ୍ତି । ଏହା ସତ୍ୟ ଯେ ସେମାନଙ୍କ ଭିତରେ ବିଚକ୍ଷଣ ଓକିଲ ଅଛନ୍ତି, ଅବସରପ୍ରାପ୍ତ ବିଚାରପତି ଅଛନ୍ତି, ଅବସରପ୍ରାପ୍ତ ପ୍ରଶାସକ ଅଛନ୍ତି, ଆଇନଶାସ୍ତ୍ରୀ ଅଧ୍ୟାପକ ଗବେଷକ ଅଛନ୍ତି । ତେବେ ଏ ଯାବତ୍ ସମସ୍ତ ଅଭିଯୋଗ ଏହି ଭଳି ଆଭ୍ୟନ୍ତରିଣ ତଦନ୍ତ ଓ ବିଚାର ପ୍ରକ୍ରିୟା ଦ୍ୱାରା ଖାରଜ ହୋଇ ଯାଇଛି -ତାହା ମୟଙ୍କ ଗାନ୍ଧୀଙ୍କ ଦିରୁଦ୍ଧରେ ହେଉ କି କୁମାର ବିଶ୍ୱାସଙ୍କ ବିରୁଦ୍ଧରେ ହେଉ ବା ସାଜିଆ ଇଲମୀଙ୍କ ବିରୁଦ୍ଧରେ ହେଉ । ନିଜର ସାଧୁତା ଓ ପାରଦର୍ଶିତା ଉପରେ ବିଶ୍ୱାସ ଏତେ ଦୃଢ ଯେ ସେମାନେ ତାଙ୍କ ତଦନ୍ତ ଓ ନିଷ୍ପତ୍ତିର ଗ୍ରହଣୀୟତା ଉପରେ କୈାଣସି ପ୍ରଶ୍ନକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି । ପ୍ରତ୍ୟେକ ରାଜନୈତିକ ଦଳ ଏହି ଭଳି ଆଭ୍ୟନ୍ତରିଣ ଅଦାଲତ ଗଠନ କରି ଦଳ ବା ଦଳର ସଭ୍ୟ ମାନଙ୍କ ଉପରେ ଉଠୁଥିବା ଅଭିଯୋଗ ଗୁଡିକୁ ଦଫାରଫା କରିବାର ପଦ୍ଧତି ବା କୈାଶଳ ଆମ ଆଦମୀ ପାର୍ଟି ଠାରୁ ଶିକ୍ଷା କରିବା ଉଚିତ । ରାହୁଳ ଗାନ୍ଧୀ ଆମ ଆଦମୀ ପାର୍ଟି ଠାରୁ କଂଗ୍ରେସ ଅନେକ କିଛି ଶିକ୍ଷା କରିବାର ଅଛି ବୋଲି ତ ସୂଚନା ଦେଇଛନ୍ତି ।
ଦୁର୍ନୀତି ଅଭିଯୋଗ ସବୁବେଳେ କଂଗ୍ରେସ ବିରୁଦ୍ଧରେ : ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ସବୁବେଳେ କଂଗ୍ରେସ ବିରୁଦ୍ଧରେ ହିଁ ହୋଇଛି ଓ ସ୍ୱର ଉତ୍ତୋଳନ କରିଥିବା ରାଜନୈତିକ ଆୟୋଜନ ଗୁଡିକ ସତ୍ତାକୁ ବଦଳାଇଦେବାରେ ସଫଳ ମଧ୍ୟ ହୋଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଜୟପ୍ରକାଶ ନାରାୟଣ ହୁଅନ୍ତୁ ବା ରାଜୀବ ଗାନ୍ଧୀଙ୍କ ବିରୁଦ୍ଧରେ ଭି.ପି.ସିଂହ ହୁଅନ୍ତୁ-କ୍ଷମତାର ପରିବର୍ତ୍ତନ ଅତ୍ୟନ୍ତ ଦୃଷ୍ଟି ଆକର୍ଷଣକାରୀ ଓ ପ୍ରବଳ ଆଶା ଉଦ୍ରେକକାରୀ ହୋଇଛି । କିନ୍ତୁ ବିଡମ୍ବନା ଯେ କଂଗ୍ରେସ ଏତଦ୍ୱାରା କିଛିକାଳ ନିର୍ବାସନରେ ଅତିବାହିତ କରି ପୁଣି କ୍ଷମତାକୁ ଫେରିଛି । ସତେ ଯେପରି ଭୋଟ ଦାତା ବୁଝିଛନ୍ତି ଯେ କଂଗ୍ରେସକୁ ସାମୟିକ କ୍ଷମତାରୁ ଅନ୍ତର କରାଯାଇପାରେ କିନ୍ତୁ ସବୁ ଦିନ ପାଇଁ ନୁହେଁ । ତେଣୁ ଆଜି ଆମ ଆଦମୀ ପାର୍ଟି କଂଗ୍ରେସକୁ ଦୁର୍ନୀତି ପାଇଁ ଦାୟୀ କରି ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଓ ତାଙ୍କୁ କ୍ଷମତାଚ୍ୟୁତ କରିବା ଇତିହାସର ବ୍ୟତିକ୍ରମ ନୁହେଁ । ତେବେ ଏହା ନିଶ୍ଚିତ ଏକ ବିଡମ୍ବନା ଯେ ଏହି କଂଗ୍ରେସର ସମର୍ଥନରେ ଆମ ଆଦମୀ ପାର୍ଟି ଦୀଲ୍ଲୀରେ ସରକାର କରୁଛି ।
ଆଶା ଓ ଆଶଙ୍କା: ଆମ ଆଦମୀ ପାର୍ଟିର ଭାରତୀୟ ରାଜନୀତିରେ ଆବିର୍ଭାବ ଫଳରେ ଅଣବାମପନ୍ଥୀ ରାଜନୈତିକ ଦଳ ମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି । ପୂରାତନ ଦଳ ଗୁଡିକରେ କାଳକ୍ରମେ ସୃଷ୍ଟି ହୋଇଥିବା ଦୃଶ୍ୟମାନ ବିକୃତି ଗୁଡିକ ଏହି ନୂତନ ରାଜନୈତିକ ଆୟୋଜନ ଟିକୁ ସ୍ପର୍ଶ କରିବାର ସୁଯୋଗ ପାଇ ନାହିଁ । ଏହି ଦଳର ସାଫଲ୍ୟ ଅନ୍ୟ ଦଳ ଗୁଡିକୁ ଯେ ଆତ୍ମ ମନ୍ଥନ ପାଇଁ ବାଧ୍ୟ କରିଛି ଏଥିରେ ସନ୍ଦେହ ନାହିଁ । ସହଭାଗୀ ଗଣତନ୍ତ୍ର ଓ ପ୍ରତ୍ୟକ୍ଷ ଗଣତନ୍ତ୍ରର ପ୍ରୟୋଗର ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମାନେ ନିଜ କୋଠିରେ କରୁଥିବା ଜନତା ଦରବାର ଯେ ମୋହଲ୍ଲା ମାନଙ୍କରେ ହେବା ଉଚିତ ସେ ସମ୍ବାଦ ଅରବିନ୍ଦ କେଜରୀୱାଲଙ୍କ ଆଚରଣରୁ ସ୍ପଷ୍ଟ ହେଉଛି । ତେଣୁ ଏହି ଦଳଠାରୁ କିଛି ସଂସ୍କାର ଆଶା କରାଯାଇପାରେ ଯାହା ଦକ୍ଷିଣପନ୍ଥୀ ରାଜନୀତିର ପରମାୟୁ ପ୍ରତି ଅନୁକୂଳ ହେବ । ପୂର୍ବ ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ସତ୍ତାକୁ ଆସିଥିବା ଦଳ ସ୍ୱାଭାବିକ ଘୋଷଣା କରେ ଯେ ସେ ପୂର୍ବ ସରକାରଙ୍କର ନେତା ମାନଙ୍କ ବିରୁଦ୍ଧରେ କମିଶନ ବସାଇବ, ତାଙ୍କୁ ସବୁ ଜେଲରେ ପୂରାଇବ ଇତ୍ୟାଦି । ଏହା ତ ବିଶେଷ ଭାବରେ ହୋଇଥିଲା ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ, ୧୯୭୭ ମସିହାରେ, ଜନତା ପାର୍ଟି ସରକାର ଗଢିବା ପରେ । ୧୫ ଅଗଷ୍ଟ ୧୯୭୭ ଦିନ ଗିରଫ ହୋଇଥିଲେ ଆର କେ ଧାୱନ, ଯଶପାଲ କପୁର, ପି.ସି.ସେଠୀ, ବଂଶୀ ଲାଲ ଓ ଏଚ.ଆର. ଗୋଖଲେ ଙ୍କ ପରି ଇନ୍ଦିରା ଗାନ୍ଧୀଙ୍କର ବରିଷ୍ଠ ସହେଯାଗୀ ମାନେ । ୩ ଅକ୍ଟୋବର ୧୯୭୭ ଦିନ ଇନ୍ଦିରା ଗାନ୍ଧୀ ଗିରଫ ହେଲେ, ପଡିଥିଲା ହାତକଡି । ଶାହା କମିଶନ ପାଟିଆଲା ହାଉସରେ ବସିଥିଲା ଇନ୍ଦିରାଙ୍କ କୁଶାସନର ତଦନ୍ତ କରିବା ପାଇଁ । ଡାକବାଜି ଯନ୍ତ୍ର ଲାଗିଥିଲା ପାଟିଆଲା ହାଉସରେ ଯେମିତିକି ବାହାରେ ଜମୁଥିବା ସାଧାରଣ ଲୋକେ ବା ଆମ ଆଦମୀ ମାନେ ଶୁଣି ପାରିବେ ତଦନ୍ତର ନଗଦା ନଗଦ ବିବରଣୀ । ଇନ୍ଦିରା ଗାନ୍ଧୀ ପରିବାରର ସମସ୍ତଙ୍କର ପାସପୋର୍ଟ କୁ ଜବତ କରି ଦିଆଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଜନତା ସରକାର ଏପରି କଡା ମନୋବୃତ୍ତି ଦ୍ୱାରା ଆବିଷ୍ଟ ହୋଇଥିଲା ଯେ ଏକଦା ଇନ୍ଦିରା ଗାନ୍ଧୀଙ୍କୁ ଦେବୀ ଦୁର୍ଗାଙ୍କ ସହ ତୁଳନା କରିଥିବା ତତ୍କାଳିନ ପରରାଷ୍ଟ୍ର ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହି ପକାଇ ଥିଲେ ଯେ ଜନତା ପାର୍ଟି ଇନ୍ଦିରା ଗାନ୍ଧୀଙ୍କୁ ଇତିହାସର ଅଳିଆ ଗାରଦ ଭିତରକୁ ନିକ୍ଷେପ କରିବ (‘consign Indira Gandhi to the dustbin of history’ in Indira by Katherine Frank, HarperCollinsPublishers, 2001,p.417) । କିନ୍ତୁ ଏ ସମସ୍ତ ଉଦ୍ୟମ ଅସଫଳ ହେଲା ଓ ୧୯୮୦ ମସିହାରେ ଇନ୍ଦିରାଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲା, ୫୪୨ ଆସନ ମଧ୍ୟରୁ ୩୫୧ ଆସନ ପାଇଲା । ଖବରକାଗଜ The Times of India ଲେଖିଲା ‘It is Indira All The Way’ । ତେଣୁ ଅରବିନ୍ଦ କେଜରୀୱାଲ ପୂର୍ବ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଯାହା କରିବେ ବୋଲି ଘୋଷଣା କରୁଛନ୍ତି ସେଥିରେ କିଛି ନୂତନତ୍ୱ ନାହିଁ । କିନ୍ତୁ ପୂର୍ବ ଅଭିଜ୍ଞତାରୁ ଶିକ୍ଷା ମିଳେ ଯେ ବିଶେଷ ତୁମ୍ବି ତୋଫାନ ନ କରି ନୀରବରେ ଆଇନର ନିଜସ୍ୱ ଗତିକୁ ସମ୍ମାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । କାରଣ ଭାରତୀୟ ଭୋଟର ଯେ ଅତ୍ୟନ୍ତ କ୍ଷମାଶୀଳ ଏହା ଅରବିନ୍ଦ କେଜରୀୱାଲ ବୁଝିବା ଉଚିତ । ତେଣୁ ଜନତାକୁ ଯେଉଁ ସୁବିଧା ସୁଯୋଗ ର ପ୍ରତିଶୃତି ଦେଇ କ୍ଷମତାକୁ ଆସିଛନ୍ତି ତାହା ପୂରଣ କରିବା ପାଇଁ ଯତପରୋନାସ୍ତି ଉଦ୍ୟମ କରିବା ଉଚିତ । କାରଣ ସେ ତାଙ୍କ ନିଜ ସର୍ବେକ୍ଷଣରୁ ଜାଣନ୍ତି ଯେ ଅଧିକାଂଶ ଦୀଲ୍ଲୀ ଭୋଟରଙ୍କ ପାଇଁ ଦୁର୍ନୀତି ମୁଖ୍ୟ ନିର୍ବାଚନୀ ପ୍ରସଂଗ ନ ଥିଲା । ଏହା ଛଡା ଗଣମାଧ୍ୟମର ଖୋରାକ ହେବାର ଦୁର୍ବଳତାକୁ ସେ ସଚେତନ ଭାବରେ ପ୍ରତ୍ୟାଖାନ କରିବା ଉଚିତ । ରୂପେଲି ପରଦାର ନାୟକ ସଦୃଶ ବ୍ୟବହାର ନ କରି, ପ୍ରଗଳ୍ଭ ନ ହୋଇ ଶାସନ କିପରି କାର୍ଯ୍ୟରେ ଲେକାଭିମୁଖୀ ହେବ ତାହାର ଯୋଜନା କରିବା ଉଚିତ । ତାହାହେଲେ ଆମ ଆଦମୀ ପାର୍ଟି ଦୀର୍ଘାୟୁ ହୋଇପାରେ । ଏହା ଭୁଲିଯିବା ବିଜ୍ଞତା ହେବ ନାହିଁ ଯେ ୧୯୭୭ ମସିହାରେ ନିର୍ବାଚନୀ ବିଜୟ ହାସଲ କରି ସମସ୍ତଙ୍କୁ ଚମତକୃତ କରି ଦେଇଥିବା ନବ ଗଠିତ ଜନତା ପାର୍ଟି ଆଭ୍ୟନ୍ତରୀଣ ବିବାଦର ଶୀକାର ହୋଇ କ୍ଷମତା ହରାଇବା ପରେ ବହୁଧା ବିଭକ୍ତ ହୋଇଗଲା ଓ ତାହା ଭିତରୁ ଜନତା ଦଳ ଜନ୍ମନେଲା ଯାହା ଅବଶ୍ୟ ଭାରତୀୟ ରାଜନୀତିର ପ୍ରଚ୍ଛଦପଟରୁ ଆଜି ଅଦୃଶ୍ୟ ହୋଇଯାଇଛି । ସେପରି ଦୁର୍ଭାଗ୍ୟ ଆମ ଆଦମୀ ପାର୍ଟିକୁ ଗ୍ରାସ ନ କରୁ । ‘ଆମ ଆଦମୀ ପାର୍ଟି’ରୁ ‘ଆମ ଆଦମୀ ଦଳ’ ନ ବାହାରୁ
ସଦ୍ୟତମ ଘଟଣା: ଇତ୍ୟବସରରେ ୨୮ ତାରିଖ (୨୦୧୩) ଦିନ ଅରବିନ୍ଦ କେଜରୀୱାଲ ରାମଳୀଳା ପଡିଆରେ ମୁଖ୍ୟମନ୍ତ୍ରୀ ଭବେ ଶପଥ ଗ୍ରହଣ ସ୍ମରଣ କରାଇଦେଲା (୧)୧୯୭୭ ମସିହାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମଜିଆରଙ୍କର ଶପଥ ଉତ୍ସବ (ଆନ୍ନାଦୁରାଇଙ୍କର ମୂର୍ତ୍ତି ପାଖରେ ଉଦବୋଧନ ଓ ରାଜାଜୀ ହଲ ରେ ଶପଥ)ଓ ଏହାର ପୁନରାବୃତ୍ତି ୧୯୮୦ ରେ, (୨) ୨୦୧୧ ରେ ଜୟଲଳିତାଙ୍କର ଶପଥ ଗ୍ରହଣ ମାଡ୍ରାସ ବିଶ୍ୱବିଦ୍ୟାଳୟର ଶତାବ୍ଦୀ ଭବନରେ, ଯେଉଁଠାରେ ଏହା ପୂର୍ବରୁ ଦୁଇବାର ସେ ଶପଥ ଗ୍ରହଣ କରିଥିଲେ, (୩) ୨୦୦୩ରେ ଉମା ଭାରତୀଙ୍କର ମୁଖ୍ୟମନ୍ତ୍ରୀ ଭାବେ ଜମ୍ବୁରୀ ମୈଦାନରେ ଶପଥ ଗ୍ରହଣ ଯାହା ଶିବରାଜ ସିଂହ ଚୈାହାନ ଜାରି ରଖିଛନ୍ତି, (୪) ୧୯୯୦ରେ ଲାଲୁ ପ୍ରସାଦ ଯାଦବଙ୍କର ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ଯାହା ନିତିଶ କୁମାର ମଧ୍ୟ ପରବର୍ତ୍ତୀ ସମୟରେ (୨୦୦୫ ଏବଂ ୨୦୧୦) ମଧ୍ୟ ଜାରି ରଖିଛନ୍ତି, (୫) ୨୦୦୮ରେ ରାୟପୁରର ପୋଲିସ ପଡିଆରେ ରମଣ ସିଂହ ମୁଖମନ୍ତ୍ରୀ ଭାବେ ଶପଥ ନେବା ଓ ଏହାର ପୁନରାବୃତ୍ତି କରିବା, (୬) ୨୦୧୧ରେ ଅଖିଳେଶ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଲା ମାର୍ଟିନିଅର ପଡିଆରେ ଶପଥ ନେବା ଯଦିଓ ତାଙ୍କ ପିତା ମୁଲାୟମ ସିଂହ ଯାଦବ କେ ଡି ସିଂହ ବାବୁ ସ୍ଟାଡିଅମରେ ଶପଥ ନେଉଥିଲେ, (୭) ୨୦୧୨ରେ ପ୍ରକାଶ ସିଂହ ବାଦଲ ଐତିହାସିକ ଛପର ଛିରି ବନ୍ଦା ବାହାଦୁର ମେମୋରିଆଲ ରେ ଦ୍ୱିତୀୟ ଥର ପାଇଁ ଶପଥ ନେଇଥିଲେ, (୮) ୨୦୧୩ରେ ସିଦ୍ଧରାମୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ କାନ୍ତିରବା ସ୍ଟାଡିଅମରେ ଶପଥ ନେଇଥିଲେ । (The New Sunday Express, 29th Dec.2013) ତେଣୁ ଅରବିନ୍ଦ କେଜରୀୱାଲଙ୍କର ଏ ଉଦ୍ୟମରେ ମଧ୍ୟ କୈାଣସି ନୂତନତ୍ୱ ନାହିଁ ।