ଅଗ୍ନିବେଶଙ୍କର ଅଗ୍ନିପରୀକ୍ଷା

  • 17/09/2015

୧୬-୩୧ ନଭେମ୍ବର ୨୦୧୧

ମନୋରଞ୍ଜନ ଦୁନିଆର ନାୟକ, ଖଳନାୟକ, ନାୟିକା, ଗାୟିକା ଓ ସୁନ୍ଦରୀ ମଡ଼େଲମାନଙ୍କର ସମାବେଶରେ ଆଜନ୍ମ ବ୍ରହ୍ମଚାରୀ ସ୍ୱାମୀ ଅଗ୍ନିବେଶ ଯୋଗଦେବା ଅନେକଙ୍କୁ ଆଚମ୍ବିତ କରିଛି । ଏହି ବର୍ଗର ମଣିଷମାନେ ବାବାମାନଙ୍କର ଭକ୍ତ ହେବା, ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାର ବହୁ ଦୃଷ୍ଟାନ୍ତ ରହିଛି । କିନ୍ତୁ ଗେରୁଆବସ୍ତ୍ର ପରିହିତ ବାବାସ୍ତରର କେହି ଆସି ମୋବାଇଲ କମ୍ପାନୀ ଭୋଡ଼ାଫୋନ୍ ପ୍ରାୟୋଜିତ ବିଗବସ୍-୫(BIGG BOSS-5)ଭଳି ଏକ ଆୟୋଜନରେ ସାମିଲ ହେବା ନିଶ୍ଚିତ ଭାବରେ ଏକ ବିରଳ ଘଟଣା । କ’ଣ ଉଦେ୍ଧଶ୍ୟ ହୋଇପାରେ ଏଭଳି ନିଷ୍ପତ୍ତର, ତାହା ଜାଣିବା ପାଇଁ ଅନେକେ କୁତୁହଳି ହେବା ସ୍ୱାଭାବିକ । ସାଧାରଣବର୍ଗର ସଂଘର୍ଷରତ ମଣିଷଙ୍କର ମୁକ୍ତି ପାଇଁ ସ୍ୱର ଉତ୍ତୋଳନ କରିବା ଯାହାଙ୍କର ଜୀବନର ବ୍ରତ, ସେ ଏଭଳି ଏକ ଅତ୍ୟାଧୁନିକ, ଐଶର୍ଯ୍ୟ ଛଟାରେ ପରିପୂର୍ଣ୍ଣ-ମୁକ୍ତ ଚିନ୍ତାର ନାରୀ ଓ ପୁରୁଷଙ୍କ ଗହଣରେ ସାମିଲ ହେବାର କ’ଣ ଉଦେ୍ଧଶ୍ୟ ହୋଇପାରେ? ତେବେ ସ୍ୱାମୀ ଅଗ୍ନିବେଶଙ୍କର ଆର୍ଯ୍ୟସମାଜୀ ବନ୍ଧୁମାନେ- ଏହାକୁ ନାପସନ୍ଦ କରିଛନ୍ତି-ସ୍ୱାମୀ ଅଗ୍ନିବେଶଙ୍କୁ ବାସନ୍ଦ କରିଛନ୍ତି । ଗେରୁଆବସ୍ତ୍ରକୁ ଅପମାନିତ କରିଛନ୍ତି ଅଗ୍ନିବେଶ-ଏହିଭଳି ଅଭିଯୋଗ ମଧ୍ୟ ଆଣିଛନ୍ତି (ହିନ୍ଦୁସ୍ଥାନ ଟାଇମ୍ସ- ୧୦ନଭେମ୍ବର ୨୦୧୧) । ସ୍ୱାମୀ ଅଗ୍ନିବେଶଙ୍କର ଯୁକ୍ତି ହେଉଛି ଯେ ସେ ଏତଦ୍ ଦ୍ୱାରା ଯୁବ ସମ୍ପ୍ରଦାୟର ମନସ୍ତତ୍ତ୍ୱ ସହ ପରିଚିତ ହେବେ ଓ ତାଙ୍କୁ ଦେଶ, ଦଶ ତଥା ସମାଜ ସମ୍ପର୍କରେ ସଚେତନ କରାଇବେ- ତାଙ୍କ ଭିତରେ ଦେଶପ୍ରେମ, ଦୁର୍ନୀତିବିରୋଧୀ ମାନସିକତା ସୃଷ୍ଟି କରିବେ । ଏହିଭଳି ସୁଯୋଗ ସେ ହରାଇ ବସିଥିଲେ ଯେତେବେଳେ ଆନ୍ନା ଟିମ୍ରୁ ତାଙ୍କୁ ବିତାଡ଼ିତ କରାଗଲା । ସେ ଖୋଜୁଥିଲେ ଏକ ସୁଯୋଗ । ବୋଧହୁଏ ଈଓଏଏ ଈଙଝଝ-୫ରେ ସେ ଦେଖିଲେ ଏହି ସୁଯୋଗ । ଏହିBIGG BOSS-5 ଗାନ୍ଧୀ ଜୟନ୍ତୀ ଅର୍ଥାତ ୨/୧୦/୨୦୧୧ଦିନ ହିଁ ଆରମ୍ଭ ହେଲା ଯାହା ୭/୦୧/୨୦୧୨ଯାଏଁ ଚାଲିବ । ଏହାର ଅନ୍ତେବାସୀମାନେ ଏକାଠି ରହିବେ- ବାହାର ଦୁନିଆଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ । ତାଙ୍କ ଭିତରେ ହସ ଖୁସି, ଗପ, କଳହ, ରୋଷେଇବାସ, ଘରସଫା ଇତ୍ୟାଦି ସବୁ କାର୍ଯ୍ୟ ସେମାନଙ୍କ ଭିତରେ ହିଁ ସେମାନେ କରିବେ । ଏହି ଅନ୍ତେବାସୀମାନଙ୍କ ଭିତରୁ ଦର୍ଶକମାନଙ୍କର ମତ ଅନୁସାରେ-କିଛି କିଛି ଅନ୍ତେବାସୀ ବିଭିନ୍ନ ସମୟରେ ବାହାରିଯିବେ ଓ ତାଙ୍କ ସ୍ଥାନରେ କିଛି ନବାଗତ ପ୍ରବେଶ କରିବେ । ଏହିଭଳି ଚାଲିବ ଆସନ୍ତା ଜାନୁଆରୀ ୭ତାରିଖ ଯାଏଁ । ସବାଶେଷରେ ଦର୍ଶକଙ୍କ ପସନ୍ଦ ଅନୁସାରେ ଜଣେ ବିଜୟୀ ବୋଲି ଘୋଷିତ ହେବେ । ସ୍ୱାମୀ ଅଗ୍ନିବେଶ ୩୮ତମ ଦିବସରେ ହିଁ ପ୍ରବେଶ କରିଲେ ଜଣେ ଅତିଥିଭାବେ । କେତେ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଦେଖନ୍ତି-ତାହାର ସଂଖ୍ୟା ଜାଣିଲେ ସ୍ୱାମୀ ଅଗ୍ନିବେଶଙ୍କର ଯୁବ ସମ୍ପ୍ରଦାୟ ସାମ୍ନାକୁ ଆସିବାର ମୂଳ ଅଭିପ୍ରାୟ ଚରିତାର୍ଥ କରିବା ପାଇଁ BIGG BOSS-5 ମଞ୍ଚରେ ଅଂଶଗ୍ରହଣ କରିବା ପାଇଁ କାହିଁକି ନିଷ୍ପତ୍ତ ନେଲେ, ତାହା ସ୍ପଷ୍ଟ ହୋଇଯିବ ।
BIGG BOSS-5 ଯେଉଁଦିନ ଆରମ୍ଭ ହେଲା ଓ ତାହାର ପ୍ରସାରଣ କଲର୍ସ ଟି.ଭି ଚ୍ୟାନେଲ ଜରିଆରେ କରାଗଲା- ସେଦିନ ଏହାକୁ ଦେଖୁଥିଲେ ୨କୋଟି ୭୦ଲକ୍ଷ ଦର୍ଶକ । ୩୨ଦିନ ଭିତରେ ଅର୍ଥାତ ୩.୧୧.୨୦୧୧ଦିନ ଏହି ଦର୍ଶକ ସଂଖ୍ୟା ବୃଦ୍ଧି ପାଇ ପହଞ୍ଚôଲା ୨କୋଟି ୮୪ଲକ୍ଷରେ । ଅର୍ଥାତ ୧୪ଲକ୍ଷ ବୃଦ୍ଧି ହୋଇଥିଲା ଦର୍ଶକଙ୍କ ସଂଖ୍ୟାରେ । ତେଣୁ ଏହିଭଳି ଏକ ଆୟୋଜନ ଯାହାର ଦର୍ଶକ କ୍ରମବର୍ଦ୍ଧମାନ ଓ ଏହି ଦର୍ଶକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଜିର ଯୁବପିଢ଼ି- ସେଠି ଯୁବପିଢ଼ି ସହ ଯୋଗାଯୋଗ ପାଇଁ ବ୍ୟାକୁଳ ଅଗ୍ନିବେଶ ବିଗ୍ବସ୍ ଆୟୋଜକଙ୍କର ନିମନ୍ତ୍ରଣକୁ ଅସ୍ୱୀକାର କରନ୍ତେ କିପରି? ଅଗ୍ନିବେଶଙ୍କ ପ୍ରବେଶ ପରେ ଶୁଦ୍ରକ ଯେଉଁ ଦୁଇ ତିନୋଟି ଏପିସୋଡ଼୍ ଦେଖିଛି-ସେଥିରେ ଅଗ୍ନିବେଶଙ୍କର ଉପସ୍ଥିତି- ଅନ୍ତେବାସୀଙ୍କ ଆଚରଣକୁ ପ୍ରଭାବିତ କରିଛି ଓ କରୁଛି ବୋଲି ତା’ର ମନେ ହେଉଛି । ସର୍ବଦା, ଛୋଟଛୋଟ କଥାରେ କଳହ କରୁଥିବା ଅନ୍ତେବାସୀମାନଙ୍କର ପରସ୍ପର ପ୍ରତି ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସ୍ୱାଭାବିକ ଅଗ୍ନିବେଶ ସିଏନ୍ଏନ୍-ଆଇବିଏନ୍କୁ ୧୧/୧୧/୨୦୧୧ଦିନ ଏକ ସାକ୍ଷାତକାରରେ କହିଛନ୍ତି ‘BIGG BOSS Act changed me’. ଦେଖାଯାଉ ଏକ ବିଶାଳ ଯୁବ ସମ୍ପ୍ରଦାୟ ସହ ୭୨ବର୍ଷ ବୟସ୍କ ଅଗ୍ନିବେଶଙ୍କର ପରିଚୟ ତାଙ୍କପାଇଁ କେତେ ଅନୁକୂଳ ହେବ

Print Friendly, PDF & Email