କଂଗ୍ରେସ ଓ ଦୁର୍ନୀତି – ଗାନ୍ଧିବାଣୀ

  • 04/09/2015

୧୯୩୭ ମସିହାରେ ତକ୍ରାଳୀନ ପରାଧୀନ ଭାରତର ଛ’ଟି ରାଜ୍ୟରେ କଂଗ୍ରେସ ଦଳ ସରକାର ଗଢ଼ିଥିଲା । ଏହି ସରକାରରେ ଦୁର୍ନୀତି ଦେଖି ମହାତ୍ମା ଗାନ୍ଧୀ ମଇ ୧୯୩୯ରେ କହିଥିଲେ-‘I would go to the length of giving the whole congress a decent burial, rather than put up with the corruption that is rampant.’ (‘ବ୍ୟାପିଥିବା ଦୁର୍ନୀତି ସହ ଅବମାନ କରିବା ଅପେକ୍ଷା ସମୁଦାୟ କଂଗ୍ରେସକୁ ଏକ ସୁନ୍ଦର କବର ଦେବାପର୍ଯ୍ୟନ୍ତ ମୁଁ ଯାଇପାରେ ।’) ୧୬/୧୨/୧୯୪୭ ଦିନ ହିନ୍ଦୁ ଖବରକାଗଜରେ ମହାତ୍ମା ଗାନ୍ଧୀ ଲେଖିଲେ, ‘It is the duty of all leading men, whatever their persuation and party, to safeguard the dignity of India. That dignity cannot be saved if mis government and corruption flourish. Misgovernment and corruption always go together. I have it from very trust worthy sources that corruption is increasing in our country. Is everyone then going to think only of himself, and not all of India?’ (ଭାରତର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ନେତୃସ୍ଥାନୀୟ ବ୍ୟକ୍ତିର କର୍ତ୍ତବ୍ୟ ସେ ଯେଉଁ ଆଦର୍ଶ ବା ଦଳର ହୁଅନ୍ତୁ ନା କାହିଁକି । ଏହି ସମ୍ମାନ ରକ୍ଷା ସମ୍ଭବନୁହେଁ ଯଦି ଅପଶାସନ ଓ ଦୁର୍ନୀତି ବୃଦ୍ଧିପାଏ । ଅପଶାସନ ଓ ଦୁର୍ନୀତି ପରସ୍ପରର ସାଥୀ । ମୁଁ ବିଶ୍ୱସ୍ତସୂତ୍ରରୁ ଜାଣିବାକୁ ପାଉଛି ଯେ ଆମ ଦେଶରେ ଦୁର୍ନୀତି ବଢ଼ୁଛି । ସମସ୍ତେ କେବଳ କ’ଣ  ନିଜ ପାଇଁ ହିଁ ଭାବୁଛନ୍ତି-ଦେଶ ପାଇଁ ନୁହେଁ?)
ମୃତୁ୍ୟର ତିନିଦିନ ପୂର୍ବରୁ ଗାନ୍ଧୀ, ୨୭ଜାନୁଆରୀ ୧୯୪୮ତାରିଖଥିବା ହିନ୍ଦୁ ଖବରକାଗଜରେ ଲେଖନ୍ତି ‘It (corruption) has become worse than  before. Restraint from it has practically gone’’(ପୂର୍ବଅପେକ୍ଷା ଦୁର୍ନୀତି ଅଧିକ ହେଲାଣି । ବସ୍ତୁତଃ ଏହା ଉପରେ ଆଉ ଲଗାମ କିଛି ନାହିଁ) ।
କହିବା ବାହୁଲ୍ୟ ଯେ ୧୯୩୯ରୁ ୧୯୪୮ ପର୍ଯ୍ୟନ୍ତ ପ୍ରାୟଃ ଏକଦଶନ୍ଧି ଯେଉଁ ସମୟରେ କଂଗ୍ରେସ ଦଳର ସରକାର ରାଜ୍ୟ ଓ ଦେଶ ଶାସନ ଭାରତରେ ରହିଛି-ସେତେବେଳେ ଗାନ୍ଧୀ ଦୁର୍ନୀତିର ବ୍ୟାପ୍ତି ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । କିନ୍ତୁ ଏହା ଯେ କଂଗ୍ରେସ ଦଳକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିପାରି ନାହିଁ ବା କଂଗ୍ରେସ ଦଳର କ୍ଷମତାକୁ ଆସିବା ପଥରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିନାହିଁ, ତାହା ଦର୍ଶାଉଛି ଦୁର୍ନୀତିକୁ ବିରୋଧର ପ୍ରଭାବ କେତେ ।
-ଶୁଦ୍ରକ

Print Friendly, PDF & Email