ସାଂସଦମାନଙ୍କର ବେତନବୃଦ୍ଧି

  • 04/09/2015

୧-୧୬ ସେପ୍ଟେମ୍ବର, ୨୦୧୦

ସାଂସଦଙ୍କର ବେତନବୃଦ୍ଧିକୁ ନେଇ ବହୁ ବିତର୍କ ଇତ୍ୟବସରରେ ଗଣମାଧ୍ୟମକୁ ମଣ୍ଡନ କରିଛି । ସାଂସଦ ମାନଙ୍କର ବର୍ତ୍ତମାନ ବେତନ ୧୬,୦୦୦ଟଙ୍କାରୁ ୮୦,୦୦୧ଟଙ୍କାକୁ ବୃଦ୍ଧି କରିବା ପାଇଁ ଏକ ସଂସଦୀୟ କମିଟି ସୁପାରିଶ କରିଥିବାବେଳେ କେନ୍ଦ୍ର କ୍ୟାବିନେଟ ଏହାକୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିକୁ ଅନୁମୋଦନ କରିଛି । ଏହା ସାଂସଦମାନଙ୍କ ପ୍ରତି ଅବମାନନା ବୋଲି ପ୍ରତିବାଦର ସ୍ୱରଉଠିଛି ଲାଲୁପ୍ରସାଦ ଯାଦବ ଓ ମୁଲାୟମସିଂହ ଯାଦବଙ୍କ ନେତୃତ୍ୱରେ । ବାମପନ୍ଥୀ ଦଳର ସାଂସଦମାନଙ୍କୁ ବାଦ୍ ଦେଲେ, ଏହି ବେତନ ବୃଦ୍ଧି ବିରୁଦ୍ଧରେ କୌଣସି ସାଂସଦ ଖୋଲାଖୋଲି କହିବାର ସୂଚନା ଗଣମାଧ୍ୟମରେ ମିଳୁନାହିଁ । ବରଂ ନବୀନ ଜିନ୍ଦଲ (କଂଗ୍ରେସ), ବୈଜୟନ୍ତ ପଣ୍ଡା(ବିଜେଡ଼ି)ଙ୍କ ଭଳି କୋଟିପତି ସାଂସଦମାନେ ବେତନ ବୃଦ୍ଧି ସପକ୍ଷରେ ଜୋରଦାର ଯୁକ୍ତି କରୁଥିବାର ଦୃଶ୍ୟ ଟି.ଭି ଚ୍ୟାନେଲରେ ଦେଖିବାକୁ ମିଳୁଛି । (NDTV,Big Fight)ବିଡ଼ମ୍ବନା ଯେ ଯେତେବେଳେ ଚଳିତ(ଚତୁର୍ଦ୍ଧଶ) ଲୋକସଭାରେ ୫୪୩ ସାଂସଦଙ୍କ ଭିତରୁ ୩୦୦ଜଣ ହେଉଛନ୍ତି ବିଲିୟନାୟାର(ଅର୍ଥାତ ୧୦୦ କୋଟି ଟଙ୍କା ସମ୍ପତ୍ତରୁ ଊଦ୍ଧ୍ୱର୍) (ଦ୍ରଷ୍ଟବ୍ୟ-Geo World, May 19, 2009) ଓ ୧୫୦ଜଣ ସାଂସଦ ବିଭିନ୍ନ ଅପରାଧରେ ଜଡ଼ିତ, ସେତେବେଳେ ଦରମା ବୃଦ୍ଧି ସପକ୍ଷରେ ଅଭୂତପୂର୍ବ ଐକ୍ୟ ଦକ୍ଷିଣପନ୍ଥୀ ରାଜନୈତିକ ଦଳମାନଙ୍କ ମଧ୍ୟରେ ଦେଖାଦେଇଛି । ବୈଜୟନ୍ତ ପଣ୍ଡାଙ୍କ ଯୁକ୍ତିରେ ବେତନ ବୃଦ୍ଧି ନିହାତି ଆବଶ୍ୟକ, କାରଣ ଆମରିକାର ସାଂସଦ ଆମ ସାଂସଦଙ୍କଠାରୁ ବେଶ୍ ଅଧିକ ବେତନ ପାଇଥାନ୍ତି । ଏହାଛଡ଼ା ତାଙ୍କର ଆଉ ଏକ ଯୁକ୍ତି ହେଉଛି ଯେ, ବେତନ ବଢ଼ିଲେ ସାଂସଦ ବୃତ୍ତ ଅଧିକ ଆକର୍ଷଣୀୟ ହେବ ଓ ସାଧାରଣ, ଯୋଗ୍ୟ ଲୋକ ଏହି ବୃତ୍ତପ୍ରତି ଆକୃଷ୍ଟହେବେ । ତୃତୀୟ ଯୁକ୍ତି ହେଉଛି ସଂସଦରେ କୋଟିପତି ସାଂସ%

Print Friendly, PDF & Email